15.08.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ସମସ୍ତଙ୍କୁ ଏହି ସନ୍ଦେଶ ଦିଅ ଯେ ଦେହ ସହିତ ଦେହର ସବୁ ଧର୍ମକୁ ଭୁଲି ନିଜକୁ ଆତ୍ମା ମନେକର, ତେବେ ସବୁ ଦୁଃଖ ଦୂର ହୋଇଯିବ ।’’

ପ୍ରଶ୍ନ:-
ତୁମ ସନ୍ତାନମାନଙ୍କୁ କେଉଁ କଥାରେ ଫଲୋ ଫାଦର ଅର୍ଥାତ୍ ପିତାଙ୍କୁ ଅନୁକରଣ କରିବାକୁ ହେବ?

ଉତ୍ତର:-
ଯେପରି ଏହି ବ୍ରହ୍ମାବାବା ନିଜର ସବୁ କିଛି ଈଶ୍ୱରଙ୍କୁ ଅର୍ପଣ କରିଦେଲେ । ସମ୍ପୂର୍ଣ୍ଣ ଟ୍ରଷ୍ଟି ହୋଇଗଲେ, ସେହିପରି ଟ୍ରଷ୍ଟି ହୋଇ ରୁହ । କେବେ ହେଲେ ବି ଅଯଥାର୍ଥ ଖର୍ଚ୍ଚ କରି ପାପ ଆତ୍ମାମାନଙ୍କୁ ଦେବା ଉଚିତ୍ ନୁହେଁ । ନିଜର ସବୁ କିଛି ଈଶ୍ୱରୀୟ ସେବାରେ ଲଗାଅ, ପୂରା ଟ୍ରଷ୍ଟି ହୋଇ ହୁଅ । ବାବାଙ୍କ ଶ୍ରୀମତରେ ଚାଲୁଥାଅ । ବାବା ଦେଖୁଛନ୍ତି କେଉଁ ସନ୍ତାନ କେତେ ଶ୍ରୀମତରେ ଚାଲୁଛି ।

ଗୀତ:-
ତୁ ପ୍ୟାର କା ସାଗର ହୈ...

ଓମ୍ ଶାନ୍ତି ।
ପିଲାମାନେ ଗୀତ ଶୁଣିଲେ । କହୁଛନ୍ତି ବାବା ଆମେ କେଉଁଠାରୁ ଆସିଛୁ କେବେ ଆସିଲୁ ପୁଣି ଘରକୁ ଫେରି ଯିବାର ରାସ୍ତା କିପରି ଭୁଲିଗଲୁ । ଏହି ଡ୍ରାମାକୁ କାନରେ ବୁଝାଇ ଦିଅ ଅର୍ଥାତ୍ ଭଲ ଭାବରେ ବୁଝାଇ ଦିଅ । ଆମେ କିଏ, କେଉଁଠୁ ଆସିଛୁ, ପୁଣି କୁଆଡେ ଯିବୁ! ଜ୍ଞାନର ଏକ ବୁନ୍ଦା ତ ଦେଇ ଦିଅନ୍ତୁ କାହିଁକି ନା ଜ୍ଞାନର ସାଗର ଅଟନ୍ତି । ଏବେ ପିଲାମାନେ ଜାଣିଛନ୍ତି ଆମେ ଆତ୍ମା କେଉଁ ସ୍ଥାନର ନିବାସୀ ଅଟୁ, ପୁଣି ବାବାଙ୍କୁ ଓ ନିଜ ସ୍ୱର୍ଗକୁ କିପରି ଭୁଲିଗଲୁ ଓ କିପରି ଆସି ଏଠାରେ ଦୁଃଖୀ ହେଲୁ - ଏହି ରହସ୍ୟ କାନରେ ଶୁଣାଇ ଦିଅ । ଏବେ ଏହି ବାବା ଜ୍ଞାନର ସାଗର ଓ ପବିତ୍ରତାର ମଧ୍ୟ ସାଗର ଅଟନ୍ତି ନା । ପ୍ରେମର ସାଗର ମଧ୍ୟ ଅଟନ୍ତି । ଶାନ୍ତି, ସୁଖ ଓ ସମ୍ପତ୍ତିର ମଧ୍ୟ ସାଗର ଅଟନ୍ତି । ଏବେ ବେହଦର ବାବାଙ୍କ ଠାରୁ ଏହି ସବୁ କଥା ବୁଝୁଛ । ଆଦିରେ କେଉଁଠୁ ଆସିଲ, ପୁଣି ମଝିରେ କ’ଣ ହେଲା, ଯାହା ଫଳରେ ଆମେ ରାସ୍ତା ଭୁଲି ଦୁଃଖୀ ହୋଇଗଲୁ । ପୁଣି ଏବେ ବାବାଙ୍କୁ କହୁଛୁ ବାବା ଆମକୁ ରାସ୍ତା ବତାଅ । ଆମେ ନିଜ ସୁଖଧାମକୁ ଶାନ୍ତିଧାମକୁ ଯିବୁ । ବାବା ହିଁ ବସି କହୁଛନ୍ତି - ତୁମେ ଆଦି ସମୟରେ କ’ଣ ଥିଲ, ପୁଣି ମଝିରେ କ’ଣ ହେଲା । ଭକ୍ତିମାର୍ଗ କିପରି ଆରମ୍ଭ ହେଲା, ଶେଷରେ କ’ଣ ହେଲା, ଏହି ଆଦି-ମଧ୍ୟ-ଅନ୍ତର ରହସ୍ୟ ଏବେ ବୁଦ୍ଧିରେ ରହିଛି । ଏହା ଡ୍ରାମା ଅଟେ ନା । ମନୁଷ୍ୟମାନେ ଏହାକୁ ନିଶ୍ଚୟ ଜାଣିବା ଉଚିତ୍ - କାହିଁକି ନା ଅଭିନେତା ଅଟନ୍ତି । ଜାଣିଛନ୍ତି ଆମେ ଆତ୍ମାମାନେ ନିରାକାରୀ ଶାନ୍ତିଧାମରୁ ଆସିଛୁ, ଏହି ଟକିଧାମକୁ ଅର୍ଥାତ୍ ସ୍ଥୂଳ ଦୁନିଆକୁ । ମୂଳବତନ, ସୂକ୍ଷ୍ମବତନ ପୁଣି ଏହା ହେଉଛି ସ୍ଥୂଳବତନ । ପୁଣି ମୂଳବତନରୁ ଆତ୍ମାମାନେ ଟକିଧାମକୁ ଅର୍ଥାତ୍ ସ୍ଥୂଳବତନକୁ ଆସୁଛନ୍ତି, ଶରୀର ଧାରଣ କରି ଅଭିନୟ କରିବା ପାଇଁ । ଆତ୍ମାର ନିବାସ ସ୍ଥାନ ହେଉଛି ଶାନ୍ତିଧାମ । ଏହି କଥା ଦୁନିଆରେ କେହି ହେଲେ ବି ଜାଣି ନାହାଁନ୍ତି । ଏହି କଥା ଜ୍ଞାନ ସାଗର ବାବା ହିଁ ଆସି ବୁଝାଉଛନ୍ତି । ଏବେ ବୁଝାଉଛନ୍ତି - ଜ୍ଞାନ ସାଗର କୁହାଯାଉଛି ପାରଲୌକିକ ପରମପିତା ପରମାତ୍ମାଙ୍କୁ । ମନୁଷ୍ୟଙ୍କୁ କୁହାଯାଇ ପାରିବ ନାହିଁ । ଏହି ମହିମା କେବଳ ବାବାଙ୍କର ଗାୟନ କରାଯାଉଛି, ଯାହାକୁ ଆଉ କେହି ଜାଣି ନାହାଁନ୍ତି । ବର୍ତ୍ତମାନ ବିନାଶର ସମୟ । ଗାୟନ ରହିଛି ବିନାଶ କାଳେ ବିପରୀତ ବୁଦ୍ଧି ୟୁରୋପବାସୀ...ଏବେ ବାବା ତୁମର ବୁଦ୍ଧିଯୋଗ ନିଜ ସହିତ ଲଗାଇଛନ୍ତି କି ମାମେକମ୍ ୟାଦ କରୋ । ମୁଁ ମୁସଲମାନ ଅଟେ, ହିନ୍ଦୁ ଅଟେ, ବୌଦ୍ଧି ଅଟେ... ଏସବୁ ହେଲା ଦେହର ଧର୍ମ । ଆତ୍ମା ତ ଆତ୍ମା ହିଁ ଅଟେ । ବାବା ବୁଝାଉଛନ୍ତି - ଦେହର ସବୁ ଧର୍ମ ଛାଡି, ନିଜକୁ ଆତ୍ମା ଭାବି ମୋତେ ମନେ ପକାଇଲେ ପତିତରୁ ପାବନ ହୋଇଯିବ । ବାବା କହୁଛନ୍ତି - ନିଜର ଏହି ଦେହକୁ ମଧ୍ୟ ଭୁଲ । ସମସ୍ତଙ୍କ ପାଇଁ ଏହା ହେଉଛି ବାବାଙ୍କର ସନ୍ଦେଶ । ଦେହ ସହିତ, ଦେହର ଯାହା କିଛି ସମ୍ବନ୍ଧ ଅଛି, ସବୁ ଭୁଲିଯାଅ । ମୁଁ ଆତ୍ମା ଅଟେ, ଆମ ସମସ୍ତ ଭାଇମାନଙ୍କର ପିତା ଜଣେ ଅଟନ୍ତି । ଏହି ବ୍ରହ୍ମା ମଧ୍ୟ କହୁଛନ୍ତି ମୁଁ ଆତ୍ମା, ତେଣୁ ସମସ୍ତେ ଭାଇ-ଭାଇ ହୋଇଗଲେ । ବର୍ତ୍ତମାନ ସବୁ ଭାଇ-ଭାଇ ପତିତ ଦୁଃଖୀ ହୋଇଯାଇଛନ୍ତି । ସମସ୍ତେ କାମ ଚିତାରେ ଚଢି ଭସ୍ମ ହୋଇଯାଇଛନ୍ତି । ଦ୍ୱାପର ଆରମ୍ଭରେ ରାବଣ ରାଜ୍ୟ ଆରମ୍ଭ ହୋଇଗଲେ, ତୁମେ ସବୁ ବାମମାର୍ଗକୁ ଚାଲିଯାଉଛ । ସେତେବେଳେ ପୁଣି ଅନ୍ୟ ଧର୍ମ ଆରମ୍ଭ ହେଉଛି । ଅଧା ସମୟ ତୁମେ ପବିତ୍ର ରହୁଛ । ପୁଣି ଅଧା ସମୟ ତୁମେ ପତିତ ହେଉଛ । ୨୧ ଜନ୍ମ ଭାରତରେ ହିଁ ଗାୟନ କରାଯାଏ । କୁମାରୀ ସିଏ ଯିଏ ୨୧ କୁଳର ଉଦ୍ଧାର କରିଥାଏ । ସେଥିପାଇଁ କୁମାରୀମାନଙ୍କର ସମ୍ମାନ ରହିଥାଏ । ତୁମେ ଭାରତର କ’ଣ ସାରା ଦୁନିଆର ଉଦ୍ଧାର କରୁଛ । ତୁମେ ଜାଣିଛ ଆମେ ସବୁ ଆତ୍ମାମାନେ ଶିବବାବାଙ୍କର ସନ୍ତାନ ଅଟୁ । ତେଣୁ କୁମାର ହିଁ ହେଲ । ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ହେଲେ ଭାଇ-ଭଉଣୀ ହୋଇଥାଉ । ଏହି ଜ୍ଞାନ ତୁମ ପାଖରେ ଅଛି । ଆମେ ସବୁ ଆତ୍ମାମାନେ ଭାଇ-ଭାଇ ଅଟୁ, ସମସ୍ତେ ବାବାଙ୍କୁ ଡାକୁଛୁ - ହେ ପତିତ-ପାବନ ଆସ । ଏହି ରାବଣ ରାଜ୍ୟରୁ, ଦୁଃଖରୁ ଆମକୁ ମୁକ୍ତ କର । ପୁଣି ଆମର ପଥ-ପ୍ରଦର୍ଶକ ହୋଇ ଆମକୁ ଘରକୁ ଫେରାଇ ନେଇଚାଲ । ଆମର ଦୁଃଖ ହରଣ କର ଏବଂ ସୁଖ ଦିଅ । ଏବେ ତୁମେ ଜାଣୁଛ ବାସ୍ତବରେ ବାବା ଆସିଛନ୍ତି । ଆମକୁ ଏହି କଳିଯୁଗୀ ରାବଣ ରାଜ୍ୟରୁ ମୁକୁଳାଇ ସାଥିରେ ନେଇଯିବେ । ବାବା ଜାଣିଛନ୍ତି ସବୁ ଆତ୍ମା ପତିତ ଅଟନ୍ତି, ସେଥିପାଇଁ ଶରୀର ମଧ୍ୟ ପତିତ ହୋଇଯାଇଛି । ଆତ୍ମାକୁ ହିଁ ପାବନ କରାଇ ନିର୍ବାଣଧାମ ନେଇଯିବେ । ଅତୀତ ଥିଲା, ବର୍ତ୍ତମାନ ହୋଇଛି ପୁଣି ଭବିଷ୍ୟତ ହେବ । ଆଦି-ମଧ୍ୟ-ଅନ୍ତ ପୁଣି ଆଦି । ସତ୍ୟଯୁଗ ଆଦି, କଳିଯୁଗ ଅନ୍ତ, ପୁଣି ଭବିଷ୍ୟତରେ ସତ୍ୟଯୁଗ ହେବ । ଏହା ତ ସହଜ ଅଟେ ନା । ଆଚ୍ଛା ମଝିରେ କ’ଣ ହେଲା? ଆମେ କିପରି ପତିତ ହେଲୁ? ଆମେ ପାବନ ଦେବତା ଥିଲୁ ପୁଣି ପାବନରୁ ପତିତ କିପରି ହେଲୁ ! ଏବେ ତୁମେ ବୁଝୁଛ, ବାବା ବୁଝାଉଛନ୍ତି - ରାବଣ ରାଜ୍ୟ ଆରମ୍ଭ ହେଲେ ତୁମେ ପତିତ ହେଉଛ । ଏବେ ତୁମକୁ ପୁଣି ଭବିଷ୍ୟତର ଦେବତା କରିବାକୁ ଆସିଛି । ଏଥିରେ ଜଟିଳତାର କୌଣସି କଥା ନାହିଁ । ବାବା କହୁଛନ୍ତି - ତୁମକୁ ଏହି ବିଷୟ ସାଗରରୁ ଆର ପାରିକୁ ନେଇ ଯାଉଛି । ଗାୟନ ମଧ୍ୟ କରିଥା’ନ୍ତି ନୟା ମେରୀ... ସମସ୍ତେ ଏକ ବାବାଙ୍କୁ ହିଁ ଡାକୁଛନ୍ତି । ଆମର ବୁଡିଯାଇଥିବା ଡଙ୍ଗାକୁ କ୍ଷୀର ସାଗରକୁ ନେଇଚାଲ । ତାଙ୍କୁ ନାଉରିଆ, ବଗିଚାର ମାଲିକ ମଧ୍ୟ କୁହାଯାଇଥାଏ । ଏବେ କଣ୍ଟାର ଜଙ୍ଗଲରେ ପଡିଛୁ । ଆମକୁ ପୁଣି ଫୁଲର ବଗିଚାକୁ ନେଇଚାଲ । ଦେବତାମାନେ ଫୁଲ ଅଟନ୍ତି ନା । ବର୍ତ୍ତମାନ ସମସ୍ତେ ହେଉଛନ୍ତି କଣ୍ଟା ପରସ୍ପରକୁ ଦୁଃଖ ହିଁ ଦେଇ ଚାଲିଛନ୍ତି । ଦେବତା କେବେ କାହାକୁ ଦୁଃଖ ଦେଇ ନ ଥା’ନ୍ତି । ସେଠାରେ ତ ସୁଖ ହିଁ ସୁଖ ରହିବ । ସେମାନେ ତ କେବଳ ଗାୟନ କରୁଛନ୍ତି, ତୁମେ ଏଠାରେ ବାସ୍ତବରେ ଶୁଣୁଛ । କହୁଛନ୍ତି ନା - ବାବା ଆମେ କେବେଠାରୁ ଭୁଲିଲୁ! ଏହି ସୃଷ୍ଟି ଚକ୍ରକୁ ଆମେ କିପରି ଭୁଲି ଗଲୁ! ସତ୍ୟଯୁଗ-ତ୍ରେତାରେ ଏହା ଜାଣି ନ ଥିଲୁ, କାହିଁକି ନା ସେଠାରେ ଆମେ ସୁଖୀ ଥିଲୁ, ପୁଣି ଦୁଃଖୀ କେବେ ହେଲୁ? ଯେବେ ରାବଣ ରାଜ୍ୟ ଆରମ୍ଭ ହେଲା । ଭାରତବାସୀ ରାବଣକୁ ଜଳାଇ ଚାଲିଛନ୍ତି, ଯେ ପର୍ଯ୍ୟନ୍ତ ତାର ବିନାଶ ନ ହୋଇଛି । ପୁଣି ସତ୍ୟଯୁଗରେ ପ୍ରତି ବର୍ଷ ଜଳାଇବେ ନାହିଁ । ଏହା ହେଉଛି ଭକ୍ତିମାର୍ଗ । ଏବେ ରାବଣ ରାଜ୍ୟ ବିନାଶ ହେବ । ଭକ୍ତିମାର୍ଗରେ ରାବଣକୁ ପ୍ରତ୍ୟେକ ବର୍ଷ ଜଳାଇଥା’ନ୍ତି କିନ୍ତୁ ମରେ ନାହିଁ । ଏବେ ତୁମ ସମ୍ମୁଖରେ ରାବଣର ଯେପରି ମରିଯାଇଛି । ତୁମେ ଜାଣିଛ ରାବଣ ରାଜ୍ୟ ଏବେ ଶେଷ ହେବ । ୫ ଭୂତର ମୁଣ୍ଡ କଟାଯାଉଛି । ପ୍ରଥମେ କାମ ରୂପକ ଭୂତର ମୁଣ୍ଡକୁ କାଟୁଛ । କାମ ବିକାର ହିଁ ମହାଶତ୍ରୁ ଅଟେ । ବାବା କହୁଛନ୍ତି - ଏହି ୫ ଭୂତ ଉପରେ ବିଜୟ ପ୍ରାପ୍ତ କଲେ ହିଁ ତୁମେ ବିଶ୍ୱ ଉପରେ ବିଜୟ ପ୍ରାପ୍ତ କରିପାରିବ । ମନୁଷ୍ୟ ନିଜେ କହୁଛନ୍ତି ଆମେ ପତିତ ଅଟୁ । ସେଥିପାଇଁ ଡାକୁଛନ୍ତି - ପତିତଙ୍କୁ ପାବନ କରିବାକୁ ଆସ । ଆତ୍ମା ଡାକୁଛି ହେ ପତିତ-ପାବନ, ହେ ବାବା... ନାଉରିଆ, ଦୟାଶୀଳ ବାବା ଆସ । ବାବା କହୁଛନ୍ତି ମୁଁ କଳ୍ପ-କଳ୍ପ ଧରି ଆସୁଛି । କିପରି ଆସୁଛି, ଏକଥା କେହି ଜାଣି ନାହାଁନ୍ତି । ଗୀତାରେ ମଧ୍ୟ ଅଛି - ଭଗବାନ ଆସି ରାଜଯୋଗ ଶିଖାଇଥିଲେ । କିନ୍ତୁ ଭଗବାନ କିଏ, କେବେ ଆସିଥିଲେ ଏକଥା କେହି ଜାଣି ନାହାଁନ୍ତି । ଗୀତାକୁ ତ ଖଣ୍ଡନ କରିଦେଇଛନ୍ତି । କୃଷ୍ଣଙ୍କୁ ଦ୍ୱାପରକୁ ନେଇଯାଇଛନ୍ତି । ଦ୍ୱାପର ପରେ ତ ଦୁନିଆ ଆହୁରି ହିଁ ପତିତ ହେଉଛି । ତେବେ ଦ୍ୱାପର ଯୁଗରେ ଆସି କୃଷ୍ଣ କ’ଣ କଲେ । ମନୁଷ୍ୟ ତ କିଛି ହେଲେ ବୁଝୁ ବି ନାହାଁନ୍ତି । ସମ୍ପୂର୍ଣ୍ଣ ଅନରାଇଟିୟସ୍ ଅର୍ଥାତ୍ ଅସତ୍ୟ ହୋଇଯାଇଛନ୍ତି । ସତ୍ୟଯୁଗରେ ରାଇଟିୟସ୍ ଅର୍ଥାତ୍ ସତ୍ୟ ହେବେ । ତୁମେ ଏବେ ଅନରାଇଟିୟସ୍‌ରୁ ରାଇଟିୟସ୍ ହେଉଛ । ବାବା ବୁଝାଉଛନ୍ତି ତୁମେ ହିଁ ସମ୍ପୂର୍ଣ୍ଣ ରୂପେ ନିର୍ବିକାରୀ ପୂଜ୍ୟ ଥିଲ, ତୁମେ ହିଁ ଏବେ ବିକାରୀ ପୂଜାରୀ ହୋଇଯାଇଛ । ଆପେହୀ ପୂଜ୍ୟ... ପ୍ରଥମେ ତୁମେ ପୂଜ୍ୟ ଥିଲ, ୨୧ ଜନ୍ମ ପର୍ଯ୍ୟନ୍ତ, ପୁଣି ପୂଜାରୀ ହୋଇଛ । ସତ୍ୟଯୁଗରେ ୮ ଜନ୍ମ, ପୁଣି ତ୍ରେତାରେ ୧୨ ଜନ୍ମ ନେଉଛ । ବାବା ହିଁ କହୁଛନ୍ତି - ତୁମେ ପତିତ କିପରି ହେଲ, କେବେଠାରୁ ତଳକୁ ଖସିଲ, ଏହି ସୃଷ୍ଟିର ଚକ୍ର ଘୂରି ଚାଲିଛି । ସାରା ବିଶ୍ୱର ଇତିହାସ-ଭୂଗୋଳ, ଆଦି-ମଧ୍ୟ-ଅନ୍ତର ରହସ୍ୟ ପିଲାମାନଙ୍କୁ ବସି ବାବା ବୁଝାଉଛନ୍ତି । ସମସ୍ତେ ଏକରସ ଅର୍ଥାତ୍ ସମାନ ଭାବରେ ବୁଝିବେ ନାହିଁ । କ୍ରମାନ୍ୱୟରେ ହିଁ ବୁଝିବେ ।

ବାବା କହୁଛନ୍ତି - ମୁଁ ଆସି ସାମ୍ରାଜ୍ୟ ସ୍ଥାପନ କରୁଛି । ଏବେ ତୁମକୁ ସର୍ବଗୁଣ ସମ୍ପନ୍ନ ହେବାକୁ ପଡିବ, ସେ ପର୍ଯ୍ୟନ୍ତ ତୁମେ ସତ୍ୟଯୁଗକୁ ଯାଇ ପାରିବ ନାହିଁ । ଏହିଠାରେ ହେବାକୁ ପଡିବ, ପୁଣି ଭବିଷ୍ୟତରେ ଯାଇ ତୁମେ ରାଜତ୍ୱ କରିବ । ତା’ ମଝିରେ ସବୁ ବିନାଶ ହୋଇଯିବ । ବିନାଶ ମଧ୍ୟ ଦେଖିବ ନିଶ୍ଚୟ । ତୁମେ ପ୍ରାକ୍ଟିକାଲ୍‌ରେ ନିଜର ଅଭିନୟ କରିବ । ତୁମକୁ ଜଣା ପଡୁ ନାହିଁ - ଆଗକୁ କ’ଣ ହେବ । ଯାହା କଳ୍ପ ପୂର୍ବରୁ ହୋଇଥିବ ତାହା ହିଁ ହେବ ।

ତୁମକୁ ମୋଟ ଉପରେ କୁହାଯାଉଛି - ସ୍ଥାପନା ଏବଂ ବିନାଶ ହେବ । ବିନାଶ କିପରି ହେବ? ତାହା ତ ଯେତେବେଳେ ହେବ ସେତେବେଳେ ଦେଖିବ । ଦିବ୍ୟ ଦୃଷ୍ଟି ଦ୍ୱାରା ବିନାଶ ତ ଦେଖିଛ । ଆଗକୁ ଗଲେ ବାସ୍ତବରେ ଦେଖିବ । ସ୍ଥାପନାର ସାକ୍ଷାତ୍‌କାର ମଧ୍ୟ ଦିବ୍ୟ ଦୃଷ୍ଟି ଦ୍ୱାରା ଦେଖିଛ ପୁଣି ପ୍ରାକ୍ଟିକାଲ୍‌ରେ ଦେଖିବ । କିନ୍ତୁ ଅଧିକ ଧ୍ୟାନରେ ଯିବା ମଧ୍ୟ ଠିକ୍ ନୁହେଁ । ପୁଣି ବୈକୁଣ୍ଠକୁ ଯାଇ ନୃତ୍ୟ କରିବାରେ ଲାଗି ପଡୁଛନ୍ତି । ନା ଜ୍ଞାନ, ନା ଯୋଗ, ଉଭୟରୁ ବଞ୍ଚିତ ହୋଇଯାଉଛନ୍ତି । ଧ୍ୟାନରେ ଯିବାର କୌଣସି ଆବଶ୍ୟକତା ନାହିଁ । କେବଳ ଭୋଗ ତ ଲଗାଯାଉଛି । ତୁମେ ବ୍ରାହ୍ମଣ ସେଠାକୁ ଯାଉଛ । ଦେବତା ଓ ବ୍ରାହ୍ମଣମାନଙ୍କର ସଭା ଲାଗୁଛି । ଏଠାରେ ତୁମେ ପିଅର ଘରେ ଅର୍ଥାତ୍ ପିତାଙ୍କ ଗୃହରେ ବସିଛ, ତୁମକୁ ଯୋଗ୍ୟ କରାଯାଉଛି ବିଷ୍ଣୁପୁରୀ ଯିବା ପାଇଁ । କନ୍ୟାର ନିର୍ବନ୍ଧ ହେଲେ ତାକୁ ବୁଝାଇ ଦିଆଯାଏ - ଶ୍ୱଶୁର ଘରେ କିପରି ଚଳିବ, ସମସ୍ତଙ୍କ ସହିତ ସ୍ନେହରେ ଚାଲିବ, ଝଗଡା କରିବ ନାହିଁ । ଏଠାରେ ମଧ୍ୟ ଠିକ୍ ସେହିପରି ହେଉଛି । ବାବା କହୁଛନ୍ତି - ତୁମକୁ ସର୍ବଗୁଣ ସମ୍ପନ୍ନ... ଏହିଠାରେ ହେବାକୁ ପଡିବ । ସ୍ୱର୍ଗରେ କୌଣସି ଲଢେଇ-ଝଗଡା ଆଦି ହେବ ନାହିଁ । ଏବେ ତୁମେ ବିଷ୍ଣୁପୁରୀ ଅର୍ଥାତ୍ ଶ୍ୱଶୁର ଘରକୁ ଯିବ । ସେଠାରେ ମହାନ୍ ବୈଷ୍ଣବ ଥାଆନ୍ତି । ତାଙ୍କ ପରି ବୈଷ୍ଣବ ସୃଷ୍ଟିରେ ନାହାଁନ୍ତି । ବୈଷ୍ଣବ ଦେବତାମାନେ ବିକାରରେ ଯାଇ ନ ଥା’ନ୍ତି । ବିକାର ହେଉଛି ହିଂସା । କୁହାଯାଇଥାଏ ଅହିଂସା ପରମ ଦେବୀ-ଦେବତା ଧର୍ମ । ଏବେ ତୁମେ ଜାଣିଛ ଆମେ ବାପ ଘରେ ବସିଛୁ, ପୁଣି ଆମକୁ ବିଷ୍ଣୁପୁରୀ ଯିବାକୁ ହେବ । ଜାଣିଛ ସେଠାରେ ବହୁତ ସୁଖ ମିଳିବ । ବିବାହ ପୂର୍ବରୁ କନ୍ୟା ଚିରା ବସ୍ତ୍ର ପିନ୍ଧିଥାଏ, ଯାହାକୁ ବନବାହ କହିଥା’ନ୍ତି । ତୁମ ପାଖରେ ବି ଏବେ କ’ଣ ଅଛି? କିଛି ବି ନାହିଁ । ଏଠାରେ ତ’ ମାଟି-ଗୋଡି ଅଛି । ଏଠାରେ ତୁମର କୌଣସି ଅଳଙ୍କାର ପିନ୍ଧିବାର ଆବଶ୍ୟକତା ନାହିଁ । କିନ୍ତୁ କହୁଛନ୍ତି ଘର-ସଂସାରରେ ରହିବାକୁ ପଡୁଛି, ବିବାହ ଆଦିକୁ ଯିବାକୁ ପଡୁଛି, ତେଣୁ ଅଳଙ୍କାର ଆଦି ପିନ୍ଧିପାର, ମନା ନାହିଁ । ନଚେତ୍ କହିବେ ବିଧବା, ଅଳଙ୍କାର ପିନ୍ଧୁ ନାହାଁନ୍ତି । ନାମ, ବଦନାମ ହୋଇଯିବ, ସେଥିପାଇଁ ବାବା କହୁଛନ୍ତି ନାମ ବଦନାମ କର ନାହିଁ । ଯାହା ବି ପିନ୍ଧ, ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ଯେଉଁ ସ୍ଥାନକୁ ବି ଗଲେ ମଧ୍ୟ, ଏହି ମନ୍ତ୍ର ମନେ ରଖ । ନିଜକୁ ପରୀକ୍ଷା କର ଆମେ ବାବାଙ୍କ ସ୍ମୃତିରେ ରହୁଛୁ । ଏଠାକୁ ଆମେ ଯାଉଛୁ - ବାବାଙ୍କ ନିର୍ଦ୍ଦେଶରେ । ତାଙ୍କ ସହିତ ମଧ୍ୟ ସମ୍ବନ୍ଧ ରଖିବାକୁ ହେବ । ହାଥ କାର ଡେ... ଅର୍ଥାତ୍ ହାତରେ କାମ କର ହୃଦୟରେ ବାବାଙ୍କୁ ମନେ ପକାଅ ତେବେ ବୁଝାଯିବ ଇଏ ମଜବୁତ ଅଛନ୍ତି । ଅଳଙ୍କାର ଆଦି ପିନ୍ଧି ବିବାହକୁ ଯାଅ, ଏକତ୍ର ରୁହ କିନ୍ତୁ ମହାବୀର ହେବାକୁ ପଡିବ । ସନ୍ନ୍ୟାସୀମାନଙ୍କୁ ମଧ୍ୟ ଦେଖାଇଥା’ନ୍ତି ନା - ଗୁରୁ ବେଶ୍ୟା ପାଖକୁ, ସର୍ପ ପାଖକୁ ପଠାଇ ଦେଲେ । ଯିଏ ବାହାଦୂରୀ ସହ ପାସ୍ ହୋଇ ଦେଖାଇଥା’ନ୍ତି, ତାଙ୍କୁ ମହାବୀର କୁହାଯାଇଥାଏ । ବାବାଙ୍କ ସ୍ମୃତିରେ ରହିଲେ କୌଣସି କର୍ମେନ୍ଦ୍ରିୟ ଦ୍ୱାରା ଚଞ୍ଚଳତା ହେବ ନାହିଁ । ବାବାଙ୍କୁ ଭୁଲିଲେ କର୍ମେନ୍ଦ୍ରିୟ ଚଞ୍ଚଳ ହେବ । ବିଶ୍ୱର ତୁମେ ମାଲିକ ହେଉଛ! ଏହା କ’ଣ ଛୋଟ କଥା । ସନ୍ନ୍ୟାସୀ ଏହି କଥାକୁ ଆଦୌ ଜାଣି ନାହାଁନ୍ତି । ଶାସ୍ତ୍ରରେ ଯଦିଓ କିଛି କଥା ରହିଛି, କିନ୍ତୁ ତାକୁ ଖଣ୍ଡନ କରି ଦେଇଛନ୍ତି । ଭଗବାନୁବାଚ - ମୁଁ ତୁମକୁ ରାଜଯୋଗ ଶିଖାଉଛି । ଯେତେ ପର୍ଯ୍ୟନ୍ତ ବଞ୍ଚିଥିବା, ଜ୍ଞାନ ଅମୃତ ପାନ କରି ଚାଲିଥିବା, ଶୁଣି ଚାଲିଥିବା । ରାଜଧାନୀ ସ୍ଥାପନ ହୋଇଯିବ । ପିଲାମାନଙ୍କୁ ଘଡି ଘଡି ଶିକ୍ଷା ଦିଆଯାଉଛି - କେବଳ ବାବାଙ୍କୁ ମନେ ପକାଅ, ଦୈବୀ ଲକ୍ଷଣ ଧାରଣ କର । କୌଣସି ବି ବିକର୍ମ ନ ହେଉ । ଏହା ଅସୁରମାନଙ୍କର କାମ ଅଟେ । ତୁମେ ଏବେ ଦେବତା ହେଉଛ ତେଣୁ ଦୈବୀଗୁଣ ଧାରଣ କରିବାକୁ ହେବ । ସବୁଠାରୁ ବଡ ହେଉଛି କାମ ବିକାରର କଣ୍ଟା । ପୂର୍ବରୁ ଅଭ୍ୟାସ ପଡିଯାଇଥିବାରୁ ଘଡି ଘଡି ତଳକୁ ଖସି ପଡୁଛନ୍ତି, ମାୟା ଚାପୁଡା ମାରି ବେହୋସ କରିଦେଉଛି । ସେଥିପାଇଁ ଗାୟନ କରାଯାଇଛି – ଆଶ୍ଚର୍ଯ୍ୟ ଭାବେ ଶୁଣୁଛନ୍ତି, କହୁଛନ୍ତି... ଏବେ ତୁମେ କେବଳ ବାବାଙ୍କର ହୋଇଛ । କହୁଛ ମଧ୍ୟ ଏ ସବୁ ଈଶ୍ୱରଙ୍କର ଦାନ । ତେଣୁ ତୁମେ ଟ୍ରଷ୍ଟି ହୋଇଯାଉଛ । ଏସବୁ ତାଙ୍କର, ଆମକୁ ତାଙ୍କ ଶ୍ରୀମତରେ ଚାଲିବାକୁ ହେବ । ବାବା ମଧ୍ୟ ଦେଖୁଛନ୍ତି, ମୋତେ ସବୁ କିଛି ଅର୍ପଣ କରି ପୁଣି ଶ୍ରୀମତରେ କିପରି ଚାଲୁଛନ୍ତି । କୌଣସି ଅଯଥା ଖର୍ଚ୍ଚ କରି ପାପ ଆତ୍ମାମାନଙ୍କୁ ଦେଉ ନାହାଁନ୍ତି ତ । ଆରମ୍ଭରୁ ଏହି ବ୍ରହ୍ମା ମଧ୍ୟ ଟ୍ରଷ୍ଟି ହୋଇ ଉଦାହରଣ ସ୍ୱରୂପ ହୋଇ ଦେଖାଇଲେ ନା । ସବୁ କିଛି ଈଶ୍ୱର ଅର୍ପଣ କରି ନିଜେ ଟ୍ରଷ୍ଟି ହୋଇଗଲେ, ଆଉ କାହାକୁ କିଛି ଦେଲେ ନାହିଁ । ଈଶ୍ୱରଙ୍କ ଅର୍ଥେ କଲେ, ତେଣୁ ଈଶ୍ୱରଙ୍କ କାମରେ ହିଁ ଲାଗିବା ଉଚିତ୍ । ଶରୀର ନିର୍ବାହ ମଧ୍ୟ ତ ହେଉଥିଲା ନା । ଯାହା କିଛି ଥିଲା ସବୁ ସେବାରେ ଲଗାଇ ଦେଲେ । ତାଙ୍କୁ ଦେଖି ଅନ୍ୟମାନେ ମଧ୍ୟ ଏହିପରି କଲେ । ଭଟ୍ଟୀ (ସଂଗଠନ) ହୋଇଗଲା । ଭଟ୍ଟୀ (ସଂଗଠିତ) ନ ହୋଇଥିଲେ ସେବା ନିମନ୍ତେ ସନ୍ତାନମାନେ ହୁସିଆର ଅର୍ଥାତ୍ ଯୋଗ୍ୟ କିପରି ହୋଇଥା’ନ୍ତେ । ପାକିସ୍ଥାନରେ ଶିଖିଲେ ପୁଣି ଏଠାକୁ ଆସି ଶିଖିଲେ । ଯେବେ ବୁଝାଇବା ଯୋଗ୍ୟ ହେଲେ ସେତେବେଳେ ବାହାରକୁ ବାହାରିଲେ । ଏବେ ତ ଦେଖ କେତେ ପ୍ରଦର୍ଶନୀ ଆଦି କରି ଚାଲିଛନ୍ତି, ବିଖ୍ୟାତ ଲୋକମାନଙ୍କୁ ନିମନ୍ତ୍ରଣ ଦେଉଛନ୍ତି । ଏହି ଜ୍ଞାନ ଯଜ୍ଞରେ ଅନେକ ପ୍ରକାରର ବିଘ୍ନ ମଧ୍ୟ ପଡିବ । ବିଘ୍ନକୁ ଡରିବା ଅନୁଚିତ୍ । ଅବଳାମାନଙ୍କ ଉପରେ କେତେ ଅତ୍ୟାଚାର ହେଉଛି । ବାବା କହୁଛନ୍ତି - ଯୋଗ ବଳରେ ରହି ତାଙ୍କୁ ବୁଝାଅ । ଭଗବାନ ପିତାଙ୍କର ସନ୍ତାନ ହୋଇ ପୁଣି ତାଙ୍କୁ ଭୁଲି ଯାଉଛ । ମାୟାର ହୋଇଯାଉଛ । ଏହା ମଧ୍ୟ ହାର-ଜିତ୍‌ର କୁସ୍ତି ଅଟେ । କିନ୍ତୁ ବକ୍‌ସିଙ୍ଗ୍ ସଦୃଶ । ମାୟା ଘୁସା ଅର୍ଥାତ୍ ମୁଥ ମାରିଲେ ବେହୋସ ହୋଇଯାଉଛନ୍ତି । ବାବା କହୁଛନ୍ତି - ମାୟାଠାରୁ କେବେ ହାର ନାହିଁ । ପବିତ୍ର ରହିଲେ ବିଶ୍ୱର ମାଲିକ ହେବ । କେତେ ବଡ ଆମଦାନୀ । ଯଦି ପୁରା ପୁରୁଷାର୍ଥ ନ କରିବ ତେବେ ଯାଇ ସେଠାରେ ଦାସ ଦାସୀ ହେବ । ସାରା ରାଜଧାନୀ ଏହିଠାରେ ହିଁ ସ୍ଥାପନ ହେଉଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବଞ୍ଚିଥିବା ପର୍ଯ୍ୟନ୍ତ ଜ୍ଞାନ ଅମୃତ ପିଇବାର ଅଛି । ମହାବୀର ହୋଇ ମାୟାର ବକ୍‌ସିଙ୍ଗ୍ ଅର୍ଥାତ୍ ମୁଷ୍ଟିଯୁଦ୍ଧରେ ବିଜୟୀ ହେବାର ଅଛି । ସମସ୍ତଙ୍କ ସହିତ ସମ୍ବନ୍ଧ ରଖି ମଧ୍ୟ ମନକୁ କେବଳ ଏକ ବାବାଙ୍କ ନିକଟରେ ରଖିବାକୁ ହେବ ।

(୨) ବିଘ୍ନକୁ ଡରିବାର ନାହିଁ । ସେବାରେ ନିଜର ସବୁ କିଛି ସଫଳ କରିବାର ଅଛି । ସବୁକିଛି ଇଶ୍ୱରଙ୍କୁ ଅର୍ପଣ କରି ଟ୍ରଷ୍ଟି ହୋଇ ରହିବାର ଅଛି । ଅଯାଥାର୍ଥ କାର୍ଯ୍ୟରେ କିଛି ବି ଲଗାଇବାର ନାହିଁ ।

ବରଦାନ:-
ନିଜର ସମ୍ପୂର୍ଣ୍ଣ ସ୍ୱରୂପର ଆବାହନ ଦ୍ୱାରା ଆବାଗମନ ଅର୍ଥାତ୍ ଯିବା ଆସିବାର ଚକ୍ରରୁ ମୁକ୍ତ ରହୁଥିବା ଭାଗ୍ୟବାନ ତାରକା ହୁଅ ।

ଏବେ ନିଜର ସମ୍ପୂର୍ଣ୍ଣ ସ୍ଥିତିର ବା ସମ୍ପୂର୍ଣ୍ଣ ସ୍ୱରୂପର ଆବାହନ କର ଯାହାଦ୍ୱାରା ସେହି ସ୍ୱରୂପ ହିଁ ସର୍ବଦା ସ୍ମୃତିରେ ରହିବ ତାହା ଦ୍ୱାରା କେବେ କେବେ ଯେଉଁଭଳି ଉଚ୍ଚ ସ୍ଥିତିରୁ ନୀଚ ସ୍ଥିତିକୁ ଯିବା ଆସିବା କରିବାର ଚକ୍ର ଚାଲୁଛି, ବାରମ୍ବାର ସ୍ମୃତି ଏବଂ ବିସ୍ମୃତିର ଚକ୍ରରେ ଆସିଯାଉଛ ସେଥିରୁ ମୁକ୍ତ ହୋଇଯିବ । ଦୁନିଆର ଲୋକମାନେ ଜନ୍ମ ମରଣର ଚକ୍ରରୁ ମୁକ୍ତ ହେବା ପାଇଁ ଚାହୁଁଛନ୍ତି କିନ୍ତୁ ତୁମେମାନେ ବ୍ୟର୍ଥ କଥା ଗୁଡିକରୁ ମୁକ୍ତ ହୋଇ ଚମକୁଥିବା ଭାଗ୍ୟବାନ ତାରକା ହୋଇଯିବ ।

ସ୍ଲୋଗାନ:-
କୌଣସି ବି ବିଘ୍ନର ବଶୀଭୂତ ହେବା ଅର୍ଥାତ୍ ଆତ୍ମା ରୂପୀ ହୀରାରେ ଦାଗ ଲଗାଇବା ।

ଅବ୍ୟକ୍ତ ଈଶାରା:- ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ ।

ଯେପରି ତୁମମାନଙ୍କର ଆଦି ସ୍ୱରୂପ ପବିତ୍ର ଦେବତା ସ୍ୱରୂପ ଅଟେ, ସେହିପରି ଏହି ଅନ୍ତିମ ଜନ୍ମ ମଧ୍ୟ ପବିତ୍ର ବ୍ରାହ୍ମଣ ଜୀବନ ଅଟେ, ଏହି ସ୍ମୃତି ଆଧାରରେ ପବିତ୍ର ଜୀବନକୁ ଅତି ସହଜ ଅନୁଭବ କର । ପବିତ୍ର ହୁଅ-ଯୋଗୀ ହୁଅ- ଏହି ମହାମନ୍ତ୍ର ସର୍ବ ପ୍ରାପ୍ତିର ଚାବୀ ଅଟେ । ଯଦି ପବିତ୍ରତା ନାହିଁ, ଯୋଗୀ ଜୀବନ ନାହିଁ, ତେବେ ଅଧିକାରୀ ହୋଇଥିଲେ ମଧ୍ୟ ଅଧିକାର ମଧ୍ୟ ଅଧିକାରର ଅନୁଭୂତି କରି ପାରିବ ନାହିଁ । ଏହି ମହାମନ୍ତ୍ର ହିଁ ସର୍ବ ସମ୍ପତ୍ତିକୁ ଅନୁଭୂତି କରିବାର ଚାବିକାଠି ଅଟେ ।