15.10.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଆତ୍ମା
ଏବଂ ଶରୀର ଯାହାକି ପତିତ ଏବଂ କଳା ହୋଇଯାଇଛି, ବାବାଙ୍କୁ ମନେ ପକାଇ ଏହାକୁ ପବିତ୍ର କର କାହିଁକି
ନା ଏବେ ପବିତ୍ର ଦୁନିଆକୁ ଯିବାକୁ ହେବ ।”
ପ୍ରଶ୍ନ:-
ଭଗବାନ କେଉଁ
ପିଲାମାନଙ୍କୁ ମିଳିଥା’ନ୍ତି, ବାବା କେଉଁ ହିସାବ ବତାଇଛନ୍ତି?
ଉତ୍ତର:-
ଯେଉଁମାନେ ଆରମ୍ଭରୁ ଭକ୍ତି କରି ଆସିଛନ୍ତି, ସେହିମାନଙ୍କୁ ହିଁ ଭଗବାନ ମିଳିଥା’ନ୍ତି । ବାବା ଏହି
ହିସାବ ବତାଇଛନ୍ତି ଯେ ପ୍ରଥମେ ତୁମେମାନେ ହିଁ ଭକ୍ତି କରୁଛ, ସେଥିପାଇଁ ତୁମକୁ ହିଁ
ପ୍ରଥମେ-ପ୍ରଥମେ ଭଗବାନଙ୍କ ଦ୍ୱାରା ଜ୍ଞାନ ମିଳୁଛି, ଯାହା ଦ୍ୱାରା ପୁଣି ତୁମେ ନୂଆ ଦୁନିଆରେ
ରାଜତ୍ୱ କରୁଛ । ବାବା କହୁଛନ୍ତି ତୁମେମାନେ ଅଧାକଳ୍ପ ହେଲା ମୋତେ ମନେ ପକାଇ ଆସିଛ, ତେଣୁ ଏବେ
ତୁମମାନଙ୍କୁ ଭକ୍ତିର ଫଳ ଦେବା ପାଇଁ ମୁଁ ଆସିଛି ।
ଗୀତ:-
ମରନା ତେରି ଗଲୀ
ମେଁ....
ଓମ୍ ଶାନ୍ତି ।
ପିଲାମାନେ ଗୀତ
ଶୁଣିଲେ । ଯେବେ କେହି ମରିଯାଇଥାନ୍ତି ତେବେ ବାପାଙ୍କ ପାଖରେ ଜନ୍ମ ନେଇଥାନ୍ତି । ତୁମେମାନେ
ଜାଣିଛ ଯେ ଆମେ ଆତ୍ମା ଅଟୁ । ତାହା ହୋଇଗଲା ଶରୀରର କଥା । ଆତ୍ମା ଗୋଟିଏ ଶରୀର ଛାଡି ପୁଣି ଅନ୍ୟ
ଏକ ପିତାଙ୍କ ପାଖକୁ ଯାଇଥାଏ । ତୁମେମାନେ ଜନ୍ମ-ଜନ୍ମାନ୍ତର ଅନେକ ସାକାରୀ ପିତାଙ୍କୁ ପାଇଛ ।
ଅସଲରେ ତୁମେ ହେଉଛ ନିରାକାରୀ ବାବାଙ୍କର ସନ୍ତାନ । ତୁମେ ଆତ୍ମାମାନେ ପରମପିତା ପରମାତ୍ମାଙ୍କର
ସନ୍ତାନ ଅଟ, ସେଠାକାର ବାସିନ୍ଦା ମଧ୍ୟ ଅଟ, ଯାହାକୁ ନିର୍ବାଣଧାମ ବା ଶାନ୍ତିଧାମ କୁହାଯାଇଥାଏ ।
ବାବା ମଧ୍ୟ ସେଠାରେ ରହିଥାନ୍ତି । ଏଠାକୁ ତୁମେ ଆସି ଲୌକିକ ପିତାଙ୍କର ସନ୍ତାନ ହେଉଛ, ତେଣୁ ସେହି
ପିତାକୁ ଭୁଲିଯାଉଛ । ସତ୍ୟଯୁଗରେ ତୁମେ ସୁଖୀ ହୋଇଯାଉଛ, ତେଣୁ ସେହି ପାରଲୌକିକ ପିତାଙ୍କୁ
ଭୁଲିଯାଉଛ । ତୁମେ ସୁଖ ସମୟରେ ସେହି ବାବାଙ୍କୁ ସ୍ମରଣ କରୁନାହଁ । ଦୁଃଖରେ ୟାଦ କରୁଛ ଏବଂ ଆତ୍ମା
ହିଁ ୟାଦ କରୁଛି । ଯେବେ ଲୌକିକ ପିତାଙ୍କୁ ୟାଦ କରିଥାନ୍ତି ତେବେ ବୁଦ୍ଧି ଶରୀର ଆଡକୁ
ଚାଲିଯାଇଥାଏ । ସେହି ବାବାଙ୍କୁ ୟାଦ କରିବ ତେବେ ବି ତ କହିବ ବାବା, ଉଭୟ ବାବା ହିଁ ଅଟନ୍ତି ।
ବାବା ହିଁ ସଠିକ୍ ଅକ୍ଷର ଅଟେ । ସିଏ ବି ପିତା, ଇଏ ବି ପିତା ଅଟନ୍ତି । ଯଦି ଆତ୍ମା ରୁହାନୀ
ବାବାଙ୍କୁ ୟାଦ କରିଥାଏ ତେବେ ବୁଦ୍ଧି ସେଠାକୁ ଚାଲିଯାଇଥାଏ । ଏକଥା ବାବା ବସି ସନ୍ତାନମାନଙ୍କୁ
ବୁଝାଉଛନ୍ତି । ଏବେ ତୁମେମାନେ ଜାଣୁଛ ଯେ ବାବା ଆସିଛନ୍ତି, ଆମକୁ ନିଜର କରିଛନ୍ତି । ବାବା
କହୁଛନ୍ତି - ପ୍ରଥମେ-ପ୍ରଥମେ ମୁଁ ତୁମକୁ ସ୍ୱର୍ଗକୁ ପଠାଇଥିଲି । ତୁମେ ବହୁତ ସାହୁକାର ଥିଲ,
ପୁଣି ୮୪ ଜନ୍ମ ନେଇ ଡ୍ରାମାର ପ୍ଲାନ ଅନୁସାରେ ଏବେ ତୁମେ ଦୁଃଖୀ ହୋଇଯାଇଛ । ଡ୍ରାମା ଅନୁସାରେ
ଏହି ପୁରୁଣା ଦୁନିଆ ବିନାଶ ହୋଇଯିବ । ତୁମର ଆତ୍ମା ଏବଂ ଏହି ଶରୀର ରୂପୀ ବସ୍ତ୍ର ସତ୍ୱପ୍ରଧାନ
ଥିଲା ପୁଣି ସୁବର୍ଣ୍ଣ ଯୁଗରୁ ଆତ୍ମା ରୌପ୍ୟ ଯୁଗକୁ ଆସିଲା ତେବେ ଶରୀର ମଧ୍ୟ ରୌପ୍ୟଯୁଗକୁ ଆସିଲା
ପୁଣି ତାମ୍ରଯୁଗରେ ଆସିଲା । ଏବେ ତ ତୁମର ଆତ୍ମା ବିଲକୁଲ୍ ହିଁ ପତିତ ହୋଇଯାଇଛି, ତେଣୁ ଶରୀର
ମଧ୍ୟ ପତିତ ଅଟେ । ଯେପରି ୧୪ କ୍ୟାରେଟ୍ର ସୁନା କେହି ପସନ୍ଦ କରି ନ ଥାନ୍ତି କାରଣ ଏହା କଳା
ପଡିଯାଇଥାଏ । ତୁମେମାନେ ମଧ୍ୟ ଏବେ କଳା ତମୋପ୍ରଧାନ ହୋଇଗଲଣି । ଏବେ ଆତ୍ମା ଏବଂ ଶରୀର ଯିଏ ଏପରି
କଳା ହୋଇଯାଇଛି ପୁଣି ପବିତ୍ର କିପରି ହେବ । ଯଦି ଆତ୍ମା ପବିତ୍ର ହେବ ତେବେ ଶରୀର ମଧ୍ୟ ପବିତ୍ର
ମିଳିବ । ତାହା କିପରି ହେବ? କ’ଣ ଗଙ୍ଗା ସ୍ନାନ କରିବା ଦ୍ୱାରା? ନା, ଡାକିଥାନ୍ତି ମଧ୍ୟ - ହେ
ପତିତ-ପାବନ ଆସ । ଏକଥା ଆତ୍ମା କହୁଛି ତେଣୁ ବୁଦ୍ଧି ପାରଲୌକିକ ବାବାଙ୍କ ଆଡକୁ ଚାଲିଯାଉଛି । ହେ
ବାବା, ଦେଖ ବାବା ଅକ୍ଷର ହିଁ କେତେ ମିଠା ଅଟେ । ଭାରତରେ ହିଁ ବାବା-ବାବା କହୁଛନ୍ତି । ଏବେ ତୁମେ
ଆତ୍ମ ଅଭିମାନୀ ହୋଇ ବାବାଙ୍କର ହୋଇଛ । ବାବା କହୁଛନ୍ତି ମୁଁ ତୁମକୁ ସ୍ୱର୍ଗକୁ ପଠାଇଥିଲି, ତୁମେ
ନୂଆ ଶରୀର ଧାରଣ କରିଥିଲ । ଏବେ ତୁମେ କ’ଣ ହୋଇଯାଇଛ । ଏହି କଥା ସର୍ବଦା ମନରେ ରହିବା ଦରକାର ।
ବାବାଙ୍କୁ ହିଁ ୟାଦ କରିବା ଉଚିତ୍ । ୟାଦ ସମସ୍ତେ କରୁଛନ୍ତି ନା - ହେ ବାବା, ଆମେ ସବୁ
ଆତ୍ମାମାନେ ପତିତ ହୋଇଯାଇଛୁ, ଏବେ ତୁମେ ଆସ, ଆସି ପବିତ୍ର କର । ଡ୍ରାମାରେ ଏହି ପାର୍ଟ ମଧ୍ୟ ଅଛି,
ସେଥିପାଇଁ ତ ଡାକୁଛନ୍ତି । ବାବା ଡ୍ରାମାର ପ୍ଲାନ ଅନୁସାରେ ସେତେବେଳେ ଆସିଥାଆନ୍ତି, ଯେତେବେଳେ
ପୁରୁଣା ଦୁନିଆରୁ ନୂଆ ହୋଇଥାଏ । ତେବେ ନିଶ୍ଚିତ ବାବା ସଂଗମଯୁଗରେ ହିଁ ଆସିବେ । ତୁମ
ସନ୍ତାନମାନଙ୍କର ନିଶ୍ଚୟ ରହିଛି - ବାବା ସବୁଠାରୁ ପ୍ରିୟ ଅଟନ୍ତି । କହନ୍ତି ମଧ୍ୟ ମିଠା, ଅତି
ମିଠା... ଏବେ ମିଠା କିଏ? ଲୌକିକ ସମ୍ବନ୍ଧରେ ପ୍ରଥମେ ପିତା, ଯିଏ ଜନ୍ମ ଦେଇଛନ୍ତି । ପୁଣି
ଶିକ୍ଷକ । ଶିକ୍ଷକଙ୍କ ପାଖରୁ ପାଠପଢି ତୁମେ ପଦ ପାଉଛ । ଜ୍ଞାନକୁ ରୋଜଗାରର ଉତ୍ସ ବୋଲି କୁହାଯାଏ
। ଜ୍ଞାନ ହେଉଛି ନଲେଜ, ଯୋଗ ହେଲା ୟାଦ । ତେବେ ଏହି ବେହଦର ଜ୍ଞାନ ବିଷୟରେ କେହି ଜାଣିନାହାଁନ୍ତି
। ଚିତ୍ରରେ ମଧ୍ୟ ଭାଗରେ ଦେଖାଯାଇଛି ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା ଶିବବାବା କରାଉଛନ୍ତି ।
କୃଷ୍ଣ କିପରି ରାଜଯୋଗ ଶିଖାଇବେ । ରାଜଯୋଗ ଶିଖାଉଛନ୍ତି ହିଁ ସତ୍ୟଯୁଗ ପାଇଁ । ତେବେ ନିଶ୍ଚିତ
ସଂଗମଯୁଗରେ ବାବା ଶିଖାଇଥିବେ । ସତ୍ୟଯୁଗର ସ୍ଥାପନାକର୍ତ୍ତା ହେଉଛନ୍ତି ବାବା । ବ୍ରହ୍ମାଙ୍କ
ଦ୍ୱାରା କରାଉଛନ୍ତି, ସିଏ କରନକରାବନହାର ଅଟନ୍ତି ନା । ଲୋକମାନେ ତ ତ୍ରିମୂର୍ତ୍ତି ବ୍ରହ୍ମା ବୋଲି
କହିଦେଉଛନ୍ତି । କିନ୍ତୁ ଉଚ୍ଚରୁ ଉଚ୍ଚ ଶିବ ଅଟନ୍ତି ନା । ସିଏ ସାକାର, ଇଏ ନିରାକାର ଅଟନ୍ତି ।
ଏହି ସୃଷ୍ଟି ମଧ୍ୟ ରହିଛି । ଏହି ସୃଷ୍ଟିର ଚକ୍ର ହିଁ ଘୂରି ଚାଲିଛି, ଏହାର ପୁନରାବୃତ୍ତି
ହୋଇଚାଲିଛି । ସୂକ୍ଷ୍ମବତନରେ ସୃଷ୍ଟିଚକ୍ରର ଗାୟନ କରାଯାଏ ନାହିଁ । ବିଶ୍ୱର ଇତିହାସ-ଭୂଗୋଳ
ପୁନରାବୃତ୍ତି ହେଉଛି । ଗାଉଛନ୍ତି ମଧ୍ୟ ସତ୍ୟଯୁଗ, ତ୍ରେତା, ଦ୍ୱାପର, କଳିଯୁଗ । ମଝିରେ
ନିଶ୍ଚିତ ସଂଗମଯୁଗ ରହିବା ଦରକାର । ନହେଲେ କଳିଯୁଗକୁ ସତ୍ୟଯୁଗ କିଏ କରାଇବ! ନର୍କବାସୀମାନଙ୍କୁ
ସ୍ୱର୍ଗବାସୀ କରିବା ପାଇଁ ବାବା ସଂଗମରେ ହିଁ ଆସୁଛନ୍ତି । ଦୁନିଆ ଯେତେ ପୁରୁଣା ହେଉଛି ସେତେ
ଅଧିକ ଦୁଃଖ ମିଳୁଛି । ଆତ୍ମା ଯେତେ ତମୋପ୍ରଧାନ ହୋଇଯାଉଛି, ସେତେ ଦୁଃଖୀ ହେଉଛି । ଦେବତାମାନେ
ସତ୍ୱପ୍ରଧାନ ଅଟନ୍ତି । ଇଏ ତ ସବୁଠାରୁ ଉଚ୍ଚ ଅଥିରିଟୀ ଈଶ୍ୱର ପିତାଙ୍କର ଗଭର୍ଣ୍ଣମେଣ୍ଟ ଅଟେ ।
ତା ସହିତ ଧର୍ମରାଜ ମଧ୍ୟ ଅଟନ୍ତି । ବାବା କହୁଛନ୍ତି - ତୁମେ ଶିବାଳୟରେ ରହୁଥିଲ, ଏବେ
ବେଶ୍ୟାଳୟରେ ଅଛ । ତୁମେ ପବିତ୍ର ଥିଲ ଏବେ ପତିତ ହୋଇଛ ତେଣୁ କହୁଛ ଯେ ମୁଁ ତ ପାପୀ ଅଟେ । ଆତ୍ମା
କହୁଛି ମୁଁ ନିର୍ଗୁଣ ମୋ ପାଖରେ କୌଣସି ଗୁଣ ନାହିଁ । ଯେ କୌଣସି ବି ଦେବତାଙ୍କ ମନ୍ଦିରକୁ ଗଲେ
ତାଙ୍କ ଆଗରେ ଏହିପରି କହିଥାଆନ୍ତି । କିନ୍ତୁ ଏହା ବାବାଙ୍କ ଆଗରେ କହିବା ଦରକାର । ତାଙ୍କୁ ଛାଡି
ଭାଇମାନଙ୍କ ଆଗରେ କହୁଛନ୍ତି, ଏହି ଦେବତାମାନେ ତୁମର ଭାଇ ଅଟନ୍ତି ନା । ଭାଇଠାରୁ ତ କିଛି
ମିଳିବାର ନାହିଁ । ଭାଇମାନଙ୍କର ପୂଜା କରି-କରି ତଳକୁ ଖସି ଆସିଛ । ଏବେ ତୁମେମାନେ ଜାଣିଛ - ବାବା
ଆସିଛନ୍ତି, ତାଙ୍କଠାରୁ ଆମକୁ ବର୍ସା ମିଳୁଛି । ବାକି ମନୁଷ୍ୟମାନେ ତ ବାବାଙ୍କୁ ଜାଣି ହିଁ
ନାହାଁନ୍ତି । ସେମାନେ ସର୍ବବ୍ୟାପୀ କହିଦେଉଛନ୍ତି । କେହି ପୁଣି କହୁଛନ୍ତି ଅଖଣ୍ଡ ଜ୍ୟୋତି ତତ୍ତ୍ୱ
ଅଟନ୍ତି । କେହି କେହି କହୁଛନ୍ତି ସିଏ ନାମ ରୂପରୁ ଅଲଗା ଅଟନ୍ତି । ଆରେ ତୁମେ କହୁଛ ଅଖଣ୍ଡ
ଜ୍ୟୋତି ସ୍ୱରୂପ ଅଟନ୍ତି, ପୁଣି ନାମ ରୂପରୁ ଅଲଗା କିପରି କହିଦେଉଛ । ବାବାଙ୍କୁ ନ ଜାଣିବା
କାରଣରୁ ହିଁ ପତିତ ହୋଇଯାଇଛନ୍ତି । ତମୋପ୍ରଧାନ ବି ହେବାକୁ ହିଁ ପଡିବ । ପୁଣି ଯେବେ ବାବା ଆସିବେ
ସମସ୍ତଙ୍କୁ ପବିତ୍ର କରିବେ । ସବୁ ଆତ୍ମାମାନେ ନିରାକାରୀ ଦୁନିଆରେ ବାବାଙ୍କ ସାଥିରେ ରହିଥାନ୍ତି
। ପୁଣି ଏଠାକୁ ଆସି ସତ୍ତ୍ୱ-ରଜୋ-ତମୋର ପାର୍ଟ କରୁଛନ୍ତି । ଆତ୍ମା ହିଁ ବାବାଙ୍କୁ ୟାଦ କରୁଛି ।
ବାବା ଆସୁଛନ୍ତି ମଧ୍ୟ, କହୁଛନ୍ତି ମୁଁ ବ୍ରହ୍ମାଙ୍କ ଶରୀରର ଆଧାର ନେଉଛି, ଇଏ ହେଉଛନ୍ତି
ଭାଗ୍ୟଶାଳୀ ରଥ । ଆତ୍ମା ନ ଥିଲେ ରଥ ମଧ୍ୟ ନ ଥାଏ । କହନ୍ତି ଯେ ଭାଗୀରଥ ଗଙ୍ଗା ଆଣିଥିଲେ । ତେବେ
ଏକଥା ତ ହୋଇପାରିବ ନାହିଁ । କିନ୍ତୁ କିଛି ବି ବୁଝୁନାହାଁନ୍ତି ଯେ ଆମେ କ’ଣ କହୁଛୁ!
ଏବେ ତୁମମାନଙ୍କୁ
ବୁଝାଯାଉଛି - ଏହା ହେଉଛି ଜ୍ଞାନ ବର୍ସା । ଏହା ଦ୍ୱାରା କ’ଣ ହେଉଛି? ପତିତରୁ ପାବନ ହେଉଛନ୍ତି ।
ଗଙ୍ଗା ଯମୁନା ତ ସତ୍ୟଯୁଗରେ ବି ରହିବେ । କହନ୍ତି ଯେ କୃଷ୍ଣ ଯମୁନା ନଦୀ କୂଳରେ ଖେଳକୁଦ କରୁଥିଲେ
। ଏପରି କୌଣସି କଥା ନାହିଁ । ସିଏ ତ ସତ୍ୟଯୁଗର ରାଜକୁମାର ଅଟନ୍ତି, ତାଙ୍କର ବହୁତ ଯତ୍ନର ସହିତ
ପାଳନା ହୋଇଥାଏ କାହିଁକି ନା ସିଏ ଫୁଲ ସଦୃଶ ଅଟନ୍ତି ନା । ଫୁଲ କେତେ ଭଲ ସୁନ୍ଦର ହୋଇଥାଏ ।
ସମସ୍ତେ ଆସି ଫୁଲଠାରୁ ସୁଗନ୍ଧ ନେଇଥାନ୍ତି । କଣ୍ଟାରୁ କ’ଣ ସୁଗନ୍ଧ ନେବେ । ବର୍ତ୍ତମାନ ତ ହେଉଛି
କଣ୍ଟାର ଦୁନିଆ । ଏହି ଜଙ୍ଗଲକୁ ବାବା ଆସି ଫୁଲର ବଗିଚା କରୁଛନ୍ତି, ସେଥିପାଇଁ ତାଙ୍କର ନାମ
ବବୁଲନାଥ ମଧ୍ୟ ରଖିଦେଇଛନ୍ତି । ବାବା କଣ୍ଟାରୁ ଫୁଲ କରୁଛନ୍ତି ସେଥିପାଇଁ ତାଙ୍କର ମହିମା ଗାନ
କରୁଛନ୍ତି ଯେ କଣ୍ଟାକୁ ଫୁଲ କରିଲାବାଲା ବାବା । ଏବେ ତୁମମାନଙ୍କର ବାବାଙ୍କ ସହିତ କେତେ ସ୍ନେହ
ରହିବା ଦରକାର । ଏବେ ତୁମେ ଜାଣୁଛ ଯେ ଆମେ ବେହଦ ବାବାଙ୍କର ହୋଇଛୁ । ବର୍ତ୍ତମାନ ତୁମର ସମ୍ବନ୍ଧ
ତାଙ୍କ ସହିତ ବି ଅଛି ତ ଲୌକିକ ସହିତ ବି ରହିଛି । ପାରଲୌକିକ ବାବାଙ୍କୁ ୟାଦ କରିବା ଦ୍ୱାରା ତୁମେ
ପବିତ୍ର ହେବ । ଆତ୍ମା ଜାଣିଛି ଯେ ସିଏ ଆମର ଲୌକିକ ପିତା ଅଟନ୍ତି ଏବଂ ଇଏ ପାରଲୌକିକ ପିତା
ଅଟନ୍ତି । ଭକ୍ତିମାର୍ଗରେ ମଧ୍ୟ ଆତ୍ମା ଜାଣିଥାଏ ଯେ, ସିଏ ଆମର ଲୌକିକ ପିତା ଏବଂ ଇଏ ଈଶ୍ୱର ପିତା
ଅଟନ୍ତି । ସମସ୍ତେ ଅବିନାଶୀ ବାବାଙ୍କୁ ୟାଦ କରିଥା’ନ୍ତି । ସେହି ବାବା କେବେ ଆସି ସ୍ୱର୍ଗ
ସ୍ଥାପନ କରୁଛନ୍ତି, ଏକଥା କେହି ଜାଣିନାହାଁନ୍ତି । ବାବା ଆସୁଛନ୍ତି ହିଁ ପତିତମାନଙ୍କୁ ପବିତ୍ର
କରିବା ପାଇଁ । ତେବେ ନିଶ୍ଚୟ ସଂଗମଯୁଗରେ ହିଁ ଆସିବେ । ଶାସ୍ତ୍ରଗୁଡିକରେ ତ କଳ୍ପର ଆୟୁ
ଲକ୍ଷ-ଲକ୍ଷ ବର୍ଷ ଲେଖି ମନୁଷ୍ୟମାନଙ୍କୁ ବିଲ୍କୁଲ୍ ଘୋର ଅନ୍ଧକାରରେ ପକାଇ ଦେଇଛନ୍ତି । କୁହନ୍ତି
ଯେଉଁମାନେ ବହୁତ ଭକ୍ତି କରୁଛନ୍ତି ତାଙ୍କୁ ଭଗବାନ ମିଳିଥା’ନ୍ତି । ତେବେ ସବୁଠାରୁ ଅଧିକ ଭକ୍ତି
କରିଲାବାଲାଙ୍କୁ ନିଶ୍ଚୟ ପ୍ରଥମେ ମିଳିବା ଦରକାର । ବାବା ହିସାବ ମଧ୍ୟ ବତାଇଛନ୍ତି । ସର୍ବପ୍ରଥମେ
ତୁମେ ଭକ୍ତି କରୁଛ, ତେଣୁ ତୁମକୁ ହିଁ ପ୍ରଥମେ-ପ୍ରଥମେ ଭଗବାନଙ୍କ ଦ୍ୱାରା ଜ୍ଞାନ ମିଳିବା ଦରକାର,
ଯାହା ଫଳରେ ତୁମେ ହିଁ ନୂଆ ଦୁନିଆରେ ରାଜତ୍ୱ କରିବ । ବେହଦର ବାବା ତୁମ ସନ୍ତାନମାନଙ୍କୁ ଜ୍ଞାନ
ଦେଉଛନ୍ତି, ଏଥିରେ ଅସୁବିଧାର କୌଣସି କଥା ନାହିଁ । ବାବା କହୁଛନ୍ତି ତୁମେମାନେ ଅଧାକଳ୍ପ ୟାଦ
କରିଛ । ସୁଖରେ ତ କେହି ୟାଦ କରି ନ ଥାନ୍ତି । ଅନ୍ତ ସମୟରେ ଯେବେ ଦୁଃଖୀ ହୋଇଯାଉଛନ୍ତି, ତେବେ
ମୁଁ ଆସି ସୁଖୀ କରାଉଛି । ଏବେ ତୁମେ ବହୁତ ବଡ ଲୋକ ଅର୍ଥାତ୍ ଦେବତା ହେଉଛ । ମୁଖ୍ୟମନ୍ତ୍ରୀ,
ପ୍ରଧାନମନ୍ତ୍ରୀ ଆଦିଙ୍କର ବଙ୍ଗଳା କେତେ ଫାଷ୍ଟକ୍ଲାସ ହୋଇଥାଏ । ତାଙ୍କର ସମସ୍ତ ଆସବାବପତ୍ର
ଗୁଡିକ ସେହିପରି ଫାଷ୍ଟକ୍ଲାସ ହେବ । ତୁମେ ତ କେତେ ଶ୍ରେଷ୍ଠ ମଣିଷ (ଦେବତା) ହେଉଛ ।
ଦୈବୀଗୁଣଯୁକ୍ତ ଦେବତା ସ୍ୱର୍ଗର ମାଲିକ ହୋଇଥାନ୍ତି । ସେଠାରେ ତୁମମାନଙ୍କ ପାଇଁ ହୀରା ନୀଳାର
ମହଲ ମଧ୍ୟ ହେବ । ସେଠାରେ ତୁମର ଫର୍ଣ୍ଣିଚର ସ୍ୱର୍ଣ୍ଣ ଜଡିତ ବହୁତ ଫାଷ୍ଟକ୍ଲାସ ହେବ ।
ଏହା ହେଉଛି ରୁଦ୍ର
ଜ୍ଞାନ ଯଜ୍ଞ । ଶିବଙ୍କୁ ରୁଦ୍ର ମଧ୍ୟ କହିଥାନ୍ତି । ଯେତେବେଳେ ଭକ୍ତି ଶେଷ ହୋଇଯାଏ, ସେତେବେଳେ
ଭଗବାନ ରୁଦ୍ର ଯଜ୍ଞ ରଚନା କରିଥାନ୍ତି । ସତ୍ୟଯୁଗରେ ଯଜ୍ଞ ଅଥବା ଭକ୍ତିର କଥା ହିଁ ନାହିଁ ।
ବର୍ତ୍ତମାନ ସମୟରେ ହିଁ ବାବା ଏହି ଅବିନାଶୀ ରୁଦ୍ର ଜ୍ଞାନ ଯଜ୍ଞ ରଚନା କରୁଛନ୍ତି, ଯାହାର ପୁଣି
ପରେ ଗାୟନ ଚାଲିଥାଏ । ଭକ୍ତି ତ ସର୍ବଦା ଚାଲିପାରିବ ନାହିଁ । ଭକ୍ତି ଏବଂ ଜ୍ଞାନ, ଭକ୍ତି ହେଉଛି
ରାତି, ଜ୍ଞାନ ହେଉଛି ଦିନ । ବାବା ଆସି ରାତିକୁ ଦିନ କରୁଛନ୍ତି, ତେଣୁ ପିଲାମାନଙ୍କର ମଧ୍ୟ
ବାବାଙ୍କ ସହିତ କେତେ ସ୍ନେହ ରହିବା ଦରକାର । ବାବା ଆମକୁ ବିଶ୍ୱର ମାଲିକ କରୁଛନ୍ତି । ସବୁଠାରୁ
ପ୍ରିୟ ବାବା ହିଁ ଅଟନ୍ତି ନା । ତାଙ୍କଠାରୁ ଅଧିକ ପ୍ରିୟ ବସ୍ତୁ ଆଉ କିଛି ହୋଇପାରିବ ନାହିଁ ।
ତୁମେମାନେ ଅଧାକଳ୍ପରୁ ତାଙ୍କୁ ୟାଦ କରିଆସିଛ ଯେ ବାବା ଆସି ଆମର ଦୁଃଖ ହରଣ କର । ଏବେ ବାବା
ଆସିଛନ୍ତି, ବୁଝାଉଛନ୍ତି ପିଲାମାନେ ତୁମକୁ ନିଜର ଗୃହସ୍ଥ ବ୍ୟବହାରରେ ରହିବାକୁ ହିଁ ହେବ । ଏଠାରେ
ବାବାଙ୍କ ପାଖରେ କେଉଁ ପର୍ଯ୍ୟନ୍ତ ବସିବ । ବାବାଙ୍କ ସାଥିରେ ତ ପରମଧାମରେ ହିଁ ରହିପାରିବ ।
ଏଠାରେ ତ ରହିପାରିବ ନାହିଁ । ଏଠାରେ ତ ଜ୍ଞାନ ପଢିବାର ଅଛି । ଜ୍ଞାନ ନେବାବାଲା ଅଳ୍ପ ରହିଥାନ୍ତି
। ଡାକବାଜି ଯନ୍ତ୍ର ବା ମାଇକ୍ ସେଟ୍ ଦ୍ୱାରା କ’ଣ କେବେ ପାଠପଢା ଯାଇ ଥାଏ କି? ଶିକ୍ଷକ ପ୍ରଶ୍ନ
କିପରି ପଚାରିବେ? ଲାଉଡ୍ ସ୍ପିକରରେ ଉତ୍ତର କିପରି ଦେଇପାରିବେ? ସେଥିପାଇଁ ଅଳ୍ପ-ଅଳ୍ପ ପିଲାଙ୍କୁ
ପାଠ ପଢାଇଥାନ୍ତି । କଲେଜ ତ ବହୁତ ରହିଛି ପୁଣି ସମସ୍ତଙ୍କର ପରୀକ୍ଷା ହୋଇଥାଏ । ଫଳାଫଳ
ବାହାରିଥାଏ । ଏଠାରେ ତ ଏକମାତ୍ର ବାବା ହିଁ ପାଠ ପଢାଉଛନ୍ତି । ଏକଥା ମଧ୍ୟ ବୁଝାଇବା ଦରକାର ଯେ
ଦୁଇଜଣ ପିତା ଅଛନ୍ତି - ଲୌକିକ ଏବଂ ପାରଲୌକିକ । ଦୁଃଖରେ ସେହି ପାରଲୌକିକ ବାବାଙ୍କୁ ସ୍ମରଣ
କରିଥାନ୍ତି । ବର୍ତ୍ତମାନ ସେହି ବାବା ଆସିଛନ୍ତି । ମହାଭାରତ ଲଢେଇ ମଧ୍ୟ ସମ୍ମୁଖରେ ଉପସ୍ଥିତ
ରହିଛି । ସେମାନେ ଭାବୁଛନ୍ତି ମହାଭାରତ ଲଢେଇରେ କୃଷ୍ଣ ଆସିଥିଲେ, ଏହା ତ ହୋଇପାରିବ ନାହିଁ ।
ବିଚରା ଦ୍ୱନ୍ଦ୍ୱରେ ପଡିଛନ୍ତି । ତଥାପି ବି କୃଷ୍ଣ-କୃଷ୍ଣ କହିଚାଲିଛନ୍ତି । ବର୍ତ୍ତମାନ ସବୁଠାରୁ
ପ୍ରିୟ ଶିବ ବି ଅଟନ୍ତି ଏବଂ କୃଷ୍ଣ ମଧ୍ୟ ଅଟନ୍ତି । କିନ୍ତୁ ସିଏ ହେଉଛନ୍ତି ନିରାକାର ଇଏ ସାକାର
। ନିରାକାର ବାବା ସବୁ ଆତ୍ମାମାନଙ୍କର ପିତା ଅଟନ୍ତି । ଉଭୟ ହିଁ ସବୁଠାରୁ ପ୍ରିୟ ଅଟନ୍ତି ।
କୃଷ୍ଣ ମଧ୍ୟ ବିଶ୍ୱର ମାଲକ ଅଟନ୍ତି ନା । ଏବେ ତୁମେମାନେ ନିର୍ଣ୍ଣୟ କରି ପାରିବ ଯେ ସବୁଠାରୁ
ପ୍ରିୟ କିଏ? ଶିବବାବା ହିଁ ଏହିପରି ଯୋଗ୍ୟ କରାଉଛନ୍ତି ନା । କୃଷ୍ଣ କ’ଣ କରୁଛନ୍ତି? ବାବା ହିଁ
ତାଙ୍କୁ ଏହିପରି କରିଥା’ନ୍ତି ନା । ତେବେ ଗାୟନ ମଧ୍ୟ ଅଧିକ ସେହି ବାବାଙ୍କର ହେବା ଦରକାର ନା ।
ବାବା ବୁଝାଇଛନ୍ତି - ତୁମେମାନେ ସବୁ ପାର୍ବତୀ ଅଟ । ଏବେ ଶିବ ଅମରନାଥ ତୁମକୁ କଥା ଶୁଣାଉଛନ୍ତି
। ତୁମେମାନେ ହିଁ ସବୁ ଅର୍ଜୁନ ଅଟ, ତୁମେମାନେ ହିଁ ସମସ୍ତେ ଦ୍ରୌପଦୀ ଅଟ । ଏହି ବିକାରୀ ଦୁନିଆକୁ
ରାବଣ ରାଜ୍ୟ କୁହାଯାଉଛି । ତାହା ହେଉଛି ନିର୍ବିକାରୀ ଦୁନିଆ । ସେଠାରେ ବିକାରର କୌଣସି କଥା ନାହିଁ
। ନିରାକାର ବାବା କ’ଣ ବିକାରୀ ଦୁନିଆ ରଚନା କରିବେ? ବିକାରରେ ହିଁ ଦୁଃଖ ରହିଛି ।
ସନ୍ନ୍ୟାସୀମାନଙ୍କର ହେଉଛି ହିଁ ହଠଯୋଗ, ନିବୃତ୍ତି ମାର୍ଗ । କର୍ମ ସନ୍ନ୍ୟାସ ତ କେବେ ହୁଏ ହିଁ
ନ।।ହିଁ । ତାହା ସେତେବେଳେ ହେବ, ଯେତେବେଳେ ଆତ୍ମା ଶରୀରରୁ ଅଲଗା ହୋଇଯିବ । ଗର୍ଭ ଜେଲରେ ପୁଣି
କର୍ମର ହିସାବ ଆରମ୍ଭ ହୋଇଯାଇଥାଏ । ବାକି ଏହାକୁ କର୍ମ ସନ୍ନ୍ୟାସ କହିବା ଭୁଲ୍ ଅଟେ, ସେମାନେ
ହଠଯୋଗ ଆଦି ବହୁତ ଶିଖୁଛନ୍ତି, ଗୁମ୍ପା ମାନଙ୍କରେ ଯାଇ ବସିଯାଉଛନ୍ତି । ନିଆଁ ଉପରେ ମଧ୍ୟ
ଚାଲୁଛନ୍ତି । ରିଦ୍ଧି ସିଦ୍ଧି ମଧ୍ୟ ବହୁତ ରହିଛି । ଜାଦୁଗରୀ ଦ୍ୱାରା ବହୁତ ଜିନିଷ ମଧ୍ୟ ବାହାର
କରୁଛନ୍ତି । ଭଗବାନଙ୍କୁ ମଧ୍ୟ ଜାଦୁଗର, ରତ୍ନାଗର, ସୌଦାଗର କହିଥାନ୍ତି । କିନ୍ତୁ ତାଙ୍କଠାରୁ ତ
କାହାକୁ ଗତି ସଦ୍ଗତି ମିଳିପାରିବ ନାହିଁ । ବାବା ହିଁ ଏକମାତ୍ର ସଚ୍ଚା ସତଗୁରୁ ଅଟନ୍ତି, ସେ
ହିଁ ଆସି ସମସ୍ତଙ୍କର ଗତି ସଦ୍ଗତି କରିଥା’ନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) କଣ୍ଟାରୁ
ଫୁଲ କରୁଥିବା ଅତିପ୍ରିୟ ଆତ୍ମା ଏକମାତ୍ର ବାବା ହିଁ ଅଟନ୍ତି, ତାଙ୍କୁ ବହୁତ ସ୍ନେହର ସହିତ ମନେ
ପକାଇବାକୁ ହେବ । ସୁଗନ୍ଧଯୁକ୍ତ ପବିତ୍ର ଫୁଲ ହୋଇ ସମସ୍ତଙ୍କୁ ସୁଖ ଦେବାକୁ ହେବ ।
(୨) ଏହି ଜ୍ଞାନ
ରୋଜଗାରର ଉପାୟ ଅଟେ, ଏହା ଦ୍ୱାରା ୨୧ ଜନ୍ମ ପାଇଁ ତୁମେ ବହୁତ ବଡ ଲୋକ ହୋଇଯାଉଛ ସେଥିପାଇଁ ଏହାକୁ
ଭଲ ଭାବରେ ପଢିବା ସହିତ ଅନ୍ୟମାନଙ୍କୁ ପଢାଇବାକୁ ହେବ । ଆତ୍ମ-ଅଭିମାନୀ ହେବାକୁ ପଡିବ ।
ବରଦାନ:-
ଦାୟିତ୍ୱ ଗୁଡିକୁ
ସମ୍ଭାଳିବା ସହିତ ଆକାରୀ ଏବଂ ନିକାକାରୀ ସ୍ଥିତିର ଅଭ୍ୟାସ ଦ୍ୱାରା ସାକ୍ଷାତ୍କାର ମୂରତ ଭବ ।
ଯେପରି ସାକାର ରୂପରେ ଏତେ
ବଡ ଦାୟିତ୍ୱ ସମ୍ଭାଳୁଥିଲେ ମଧ୍ୟ ଆକାରୀ ଏବଂ ନିରାକାରୀ ସ୍ଥିତିର ଅନୁଭବ କରାଇ ଚାଲିଥିଲେ ।
ସେହିପରି ପିତାଙ୍କୁ ଅନୁକରଣ କର । ସାକାର ରୂପରେ ଫରିସ୍ତା ପଣିଆର ଅନୁଭୂତି କରାଅ । ଯିଏ ଯେତେ
ବି ଅଶାନ୍ତ ବା ବିଚଳିତ ଅବସ୍ଥାରେ ତୁମ ପାଖକୁ ଆସିଥାଉ କିନ୍ତୁ ତୁମର ମାତ୍ର ଗୋଟିଏ ଦୃଷ୍ଟି,
ବୃତ୍ତି ଏବଂ ସ୍ମୃତିର ଶକ୍ତି ତାକୁ ସମ୍ପୂର୍ଣ୍ଣ ଶାନ୍ତ କରିଦେଉ । ବ୍ୟକ୍ତ ଅବସ୍ଥାରେ ଆସୁ
କିନ୍ତୁ ଅବ୍ୟକ୍ତ ସ୍ଥିତିର ଅନୁଭବ କରୁ, ତେବେ କୁହାଯିବ ସାକ୍ଷାତ୍କାର ମୂରତ ଭବ ।
ସ୍ଲୋଗାନ:-
ଯେଉଁମାନେ ସଚ୍ଚା
ଦୟାଳୁ ଅଟନ୍ତି, ସେମାନଙ୍କୁ ଦେହର ବା ଦେହ ଅଭିମାନର ଆକର୍ଷଣ ହୋଇପାରିବ ନାହିଁ ।
ଅବ୍ୟକ୍ତ ଈଶାରା:-
ପରୋପକାରର ଭାବନାରେ ସମ୍ପନ୍ନ ହୋଇ ଅପକାରୀର ମଧ୍ୟ ଉପକାର କର ।
ଜ୍ଞାନୀ ତୁ ଆତ୍ମାମାନେ
ସର୍ବଦା ପରସ୍ପର ପ୍ରତି ମାଷ୍ଟର ସ୍ନେହର ସାଗର ହୋଇଥାଆନ୍ତି । ସ୍ନେହ ବ୍ୟତୀତ ତାଙ୍କ ପାଖରେ
ଅନ୍ୟ କିଛି ନ ଥାଏ । ଯିଏବି ଆସିଲେ ତାଙ୍କୁ ସ୍ନେହ ହିଁ ଦେଇଥାଆନ୍ତି । ଆଜିକାଲି ସମ୍ପତ୍ତିଠାରୁ
ମଧ୍ୟ ଅଧିକ ସ୍ନେହର ଆବଶ୍ୟକତା ରହିଛି । ସ୍ନେହର ଶକ୍ତି ଦ୍ୱାରା ଶତ୍ରୁକୁ ମଧ୍ୟ ମିତ୍ର
କରିପାରିବ । ଅପକାରୀମାନଙ୍କର ମଧ୍ୟ ଉପକାର କରିପାରିବ ।