16.02.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ପ୍ରାଣେଶ୍ୱର ବାବା ତୁମମାନଙ୍କୁ ପ୍ରାଣଦାନ ଦେବା ପାଇଁ ଆସିଛନ୍ତି, ପ୍ରାଣଦାନ ମିଳିବା ଅର୍ଥ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବା” ।

ପ୍ରଶ୍ନ:-
ଡ୍ରାମାର ପ୍ରତ୍ୟେକ ରହସ୍ୟକୁ ଜାଣିଥିବା କାରଣରୁ କେଉଁ ଦୃଶ୍ୟ ତୁମ ପାଇଁ ନୂଆ ନୁହେଁ?

ଉତ୍ତର:-
ବର୍ତ୍ତମାନ ସମୟରେ ସାରା ଦୁନିଆରେ ଯେଉଁ ସବୁ ଗଣ୍ଡଗୋଳ ହେଉଛି, ବିନାଶ କାଳେ ବିପରୀତ ବୁଦ୍ଧି ହୋଇ ନିଜର ହିଁ କୁଳର ହତ୍ୟା କରିବା ପାଇଁ ଯେଉଁ ସବୁ ଅନେକ ସାଧନ ତିଆରି କରୁଛନ୍ତି, ଏହା କୌଣସି ନୂଆ କଥା ନୁହେଁ କାହିଁକି ନା ତୁମେମାନେ ଜାଣିଛ ଏହି ଦୁନିଆ ତ ନିଶ୍ଚିତ ବଦଳିବ । ମହାଭାରତ ଯୁଦ୍ଧ ପରେ ହିଁ ଆମର ନୂଆ ଦୁନିଆ ଆସିବ ।

ଗୀତ:-
ୟହ କୌନ ଆଜ ଆୟା...

ଓମ୍ ଶାନ୍ତି ।
ସକାଳୁ ସକାଳୁ ଇଏ କିଏ ଆସି ମୁରଲୀ ଶୁଣାଉଛନ୍ତି? ଦୁନିଆ ତ ବିଲ୍‌କୁଲ୍ ହିଁ ଘୋର ଅନ୍ଧକାରରେ ରହିଛି । ତୁମେ ଏବେ ମୁରଲୀ ଶୁଣୁଛ । ଜ୍ଞାନର ସାଗର, ପତିତ-ପାବନ ପ୍ରାଣେଶ୍ୱର ବାବାଙ୍କଠାରୁ । ସେ ହେଉଛନ୍ତି ପ୍ରାଣ ରକ୍ଷା କଲାବାଲା ଈଶ୍ୱର । କଥାରେ କହିଥା’ନ୍ତି ନା - ହେ ଈଶ୍ୱର ଏହି ଦୁଃଖରୁ ବଞ୍ଚାଅ । ସେମାନେ ଭୌତିକ ସୂ୍ଥଳ ସାହାଯ୍ୟ ମାଗୁଛନ୍ତି । ଏବେ ତୁମମାନଙ୍କୁ ଅବିନାଶୀ ସୂକ୍ଷ୍ମ ସାହାଯ୍ୟ ମିଳୁଛି କାହିଁକି ନା ବାବା ଅବିନାଶୀ ଅଟନ୍ତି ନା । ତୁମେ ଜାଣିଛ - ଆତ୍ମା ମଧ୍ୟ ଗୁପ୍ତ ଅଟେ । ପିଲାମାନଙ୍କର ଶରୀର ଦୃଶ୍ୟମାନ ଅଟେ । ତେଣୁ ବାବାଙ୍କର ଶ୍ରୀମତ ପିଲାମାନଙ୍କ ପ୍ରତି ରହିଛି । ସର୍ବ ଶାସ୍ତ୍ରମୟୀ ଶିରୋମଣି ଗୀତା ପ୍ରସିଦ୍ଧ ଅଟେ । ସେଥିରେ କେବଳ ଶ୍ରୀକୃଷ୍ଣଙ୍କର ନାମ ଲେଖି ଦେଇଛନ୍ତି । ଏବେ ତୁମେ ଜାଣୁଛ ଶ୍ରୀମତ ଭଗବାନୁବାଚ ଅଟେ । ଏକଥା ମଧ୍ୟ ବୁଝୁଛ ଯେ ଭ୍ରଷ୍ଟାଚାରୀରୁ ଶ୍ରେଷ୍ଠାଚାରୀ ଏକମାତ୍ର ବାବା ହିଁ କରିଥାଆନ୍ତି । ସେ ହିଁ ନରରୁ ନାରାୟଣ କରାଉଛନ୍ତି । ସତ୍ୟ ନାରାୟଣଙ୍କର କଥା ମଧ୍ୟ ରହିଛି । ଅମରକଥାର ଗାୟନ ମଧ୍ୟ କରାଯାଇଥାଏ । ଅମରପୁରୀର ମାଲିକ କରାଇବା ଅଥବା ନରରୁ ନାରାୟଣ କରାଇବା ଏକା କଥା ଅଟେ । ଏହା ହେଉଛି ମୃତ୍ୟୁଲୋକ । ଭାରତ ହିଁ ଅମରପୁରୀ ଥିଲା । ଏକଥା କାହାକୁ ହେଲେ ଜଣା ନାହିଁ । ଏହିଠାରେ ହିଁ ଅମର ବାବା ପାର୍ବତୀମାନଙ୍କୁ ଅମରକଥା ଶୁଣାଇଥିଲେ । ଜଣେ ପାର୍ବତୀ ଅଥବା ଜଣେ ଦୌପଦୀ ନ ଥିଲେ । ଏହି ଜ୍ଞାନ ତ ଅନେକ ସନ୍ତାନ ଶୁଣୁଛନ୍ତି । ଶିବବାବା ବ୍ରହ୍ମାଙ୍କ ଦ୍ୱାରା ଶୁଣାଉଛନ୍ତି । ବାବା କହୁଛନ୍ତି ମୁଁ ବ୍ରହ୍ମା ଦ୍ୱାରା ମଧୁର ସନ୍ତାନଗଣଙ୍କୁ ବୁଝାଉଛି ।

ବାବା ପିଲାମାନଙ୍କୁ ବୁଝାଉଛନ୍ତି ଯେ ତୁମକୁ ଆତ୍ମ-ଅଭିମାନୀ ନିଶ୍ଚୟ ହେବାକୁ ପଡିବ । ତାହା ତ ବାବା ହିଁ କରିପାରିବେ । ଦୁନିଆରେ ଜଣେ ହେଲେ ମନୁଷ୍ୟ ନାହାଁନ୍ତି ଯାହାଙ୍କ ପାଖରେ ଆତ୍ମାର ଜ୍ଞାନ ଥିବ । ଆତ୍ମାର ଜ୍ଞାନ ନାହିଁ ତେବେ ପରମାତ୍ମାଙ୍କ ଜ୍ଞାନ କିପରି ରହିବ । କହିଦେଉଛନ୍ତି ଆମେ ଆତ୍ମା ସୋ ପରମାତ୍ମା ଅଟୁ । କେତେ ବଡ ଭୁଲ୍ ମଧ୍ୟରେ ସାରା ଦୁନିଆ ଛନ୍ଦି ହୋଇଯାଇଛି । ବିଲ୍‌କୁଲ୍ ହିଁ ପଥରବୁଦ୍ଧି ଅଟନ୍ତି । ବିଦେଶୀମାନେ ମଧ୍ୟ କମ୍ ପଥରବୁଦ୍ଧି ନୁହଁନ୍ତି, ଏକଥା ସେମାନଙ୍କ ବୁଦ୍ଧିରେ ଆସୁ ନାହିଁ ଯେ ଆମେ ଯେଉଁ ବମ୍ ଆଦି ତିଆରି କରୁଛୁ, ଏହା ତ ନିଜର ବିନାଶ କରିବା ସହିତ ସାରା ଦୁନିଆର ମଧ୍ୟ ବିନାଶ କରିବା ପାଇଁ ତିଆରି କରୁଛୁ । ତେଣୁ ଏହି ସମୟରେ ବୁଦ୍ଧି କୌଣସି କାମର ନୁହେଁ । ନିଜର ହିଁ ବିନାଶ କରିବା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି କରୁଛନ୍ତି । ତୁମମାନଙ୍କ ପାଇଁ ଏହା କୌଣସି ନୂଆ କଥା ନୁହେଁ । ଜାଣିଛ ଡ୍ରାମା ଅନୁସାରେ ସେମାନଙ୍କର ମଧ୍ୟ ଅଭିନୟ ରହିଛି । ଡ୍ରାମାର ବନ୍ଧନରେ ବନ୍ଧା ହୋଇଛନ୍ତି । ପଥରବୁଦ୍ଧି ନ ହୋଇଥିଲେ କ’ଣ ଏପରି କାମ କରିଥାଆନ୍ତେ? ସାରା କୁଳର ବିନାଶ କରୁଛନ୍ତି । ଆଶ୍ଚର୍ଯ୍ୟ ଅଟେ ନା - କ’ଣ କରୁଛନ୍ତି । ଆଜି ସବୁ ଠିକ୍-ଠାକ୍ ଚାଲୁଛି, କାଲି ମିଲେଟ୍ରୀ ବିଗିଡିଗଲା ତ ପ୍ରେସିଡେଣ୍ଟ (ରାଷ୍ଟ୍ରପତି)ଙ୍କୁ ମଧ୍ୟ ମାରିଦେଉଛନ୍ତି । ଏହିପରି ଦୁର୍ଘଟଣାମାନ ହୋଇଚାଲିଛି । କାହାକୁ ବି ସହିପାରୁ ନାହାଁନ୍ତି । ଶକ୍ତିଶାଳୀ ଅଟନ୍ତି ନା । ଆଜିକାଲି ଦୁନିଆରେ ବହୁତ ହଙ୍ଗାମା ହେଉଛି, ପଥରବୁଦ୍ଧି ମଧ୍ୟ ବହୁତ ଅଛନ୍ତି । ଏବେ ତୁମେ ଜାଣୁଛ ବିନାଶ କାଳେ ଯିଏ ବାବାଙ୍କ ଠାରୁ ବିପରୀତ ବୁଦ୍ଧି ଅଟନ୍ତି, ସେମାନଙ୍କ ନିମନ୍ତେ ବିନଶ୍ୟନ୍ତୀର ଗାୟନ ରହିଛି । ବର୍ତ୍ତମାନ ଏହି ଦୁନିଆର ପରିବର୍ତ୍ତନ ହେବ । ଏକଥା ମଧ୍ୟ ଜାଣିଛ ଯେ ବାସ୍ତବରେ ମହାଭାରତ ଲଢେଇ ଲାଗିଥିଲା । ବାବା ରାଜଯୋଗ ଶିଖାଇଥିଲେ । ଶାସ୍ତ୍ରରେ ତ ସମ୍ପୂର୍ଣ୍ଣ ବିନାଶ ଦେଖାଇଛନ୍ତି । କିନ୍ତୁ ସମ୍ପୂର୍ଣ୍ଣ ବିନାଶ ତ ହେଉନାହିଁ । ତାହେଲେ ତ ପ୍ରଳୟ ହୋଇଯିବ । ଆଉ କେହି ମନୁଷ୍ୟ ମଧ୍ୟ ରହିବେ ନାହିଁ, କେବଳ ୫ ତତ୍ତ୍ୱ ରହିଯିବ । କିନ୍ତୁ ଏପରି ତ ହୋଇପାରିବ ନାହିଁ । ପ୍ରଳୟ ହୋଇଗଲେ ପୁଣି ମନୁଷ୍ୟ କେଉଁଠାରୁ ଆସିବେ । ଦେଖାଉଛନ୍ତି ଯେ ଶ୍ରୀକୃଷ୍ଣ ଆଙ୍ଗୁଳି ଚୁଚୁମି-ଚୁଚୁମି ଅଶ୍ୱତଥ୍ ପତ୍ର ଉପରେ ସାଗରରେ ଭାସି ଭାସି ଆସିଥିଲେ । ବାଳକ ଏହିପରି ଭାବରେ ସାଗରରେ କିପରି ଆସିପାରିବ? ଶାସ୍ତ୍ରରେ ଏପରି କଥା ସବୁ ଲେଖି ଦେଇଛନ୍ତି ଯେ ସେ କଥା ନ କହିଲେ ଭଲ । ବର୍ତ୍ତମାନ ତୁମେ କୁମାରୀମାନଙ୍କ ଦ୍ୱାରା ଏହି ବିଦ୍ୱାନ, ଭୀଷ୍ମ ପିତାମହ ଅର୍ଥାତ୍ ବଡ-ବଡ ସନ୍ନ୍ୟାସୀ ଆଦିଙ୍କୁ ମଧ୍ୟ ଜ୍ଞାନର ବାଣ ମରାଯାଉଛି । ଭବିଷ୍ୟତରେ ସେମାନେ ମଧ୍ୟ ଆସିବେ । ଯେତେ-ଯେତେ ତୁମେ ସେବାରେ ଜୋର ଦେବ, ବାବାଙ୍କର ପରିଚୟ ସମସ୍ତଙ୍କୁ ଦେଇ ଚାଲିବ ସେତେ ତୁମର ପ୍ରଭାବ ବଢିବ । ହଁ ବିଘ୍ନ ମଧ୍ୟ ପଡିବ । ଏ କଥାର ମଧ୍ୟ ଗାୟନ ରହିଛି ଯେ ଆସୁରୀ ସମ୍ପଦ୍ରାୟର ଏହି ଜ୍ଞାନ ଯଜ୍ଞରେ ବହୁତ ବିଘ୍ନ ପଡିଥାଏ । ବିଚରା ପଥରବୁଦ୍ଧି ମନୁଷ୍ୟ କିଛି ବି ଜାଣିନାହାଁନ୍ତି ଯେ ଏସବୁ କ’ଣ ହେଉଛି? କହୁଛନ୍ତି ଏହାଙ୍କର ଜ୍ଞାନ ହିଁ ନିଆରା ଅଟେ । ଏକଥା ମଧ୍ୟ ତୁମେ ଜାଣୁଛ ଯେ ଏହା ନୂଆ ଦୁନିଆ ପାଇଁ ନୂଆ କଥା ଅଟେ ।

ବାବା କହୁଛନ୍ତି ଏହି ରାଜଯୋଗ ତୁମକୁ ଆଉ କେହି ଶିଖାଇ ପାରିବେ ନାହିଁ । ଜ୍ଞାନ ଏବଂ ଯୋଗ ବାବା ହିଁ ଶିଖାଉଛନ୍ତି । ସଦ୍‌ଗତି ଦାତା ଏକମାତ୍ର ବାବା ହିଁ ଅଟନ୍ତି, ସେ ହିଁ ପତିତ-ପାବନ ଅଟନ୍ତି, ତେବେ ନିଶ୍ଚିତ ପତିତମାନଙ୍କୁ ହିଁ ଜ୍ଞାନ ଦେବେ ନା । ପିଲାମାନେ ବୁଝୁଛନ୍ତି ଯେ - ଆମେ ପାରସବୁଦ୍ଧି ହୋଇ ପାରସନାଥ ହେଉଛୁ । ମନୁଷ୍ୟମାନେ ତ କେତେ ଢେର ମନ୍ଦିର ତିଆରି କରିଛନ୍ତି । କିନ୍ତୁ ସେ କିଏ, କ’ଣ କରିଯାଇଛନ୍ତି, କିଛି ବି ଅର୍ଥକୁ ବୁଝୁନାହାଁନ୍ତି । ପାରସନାଥଙ୍କର ମଧ୍ୟ ମନ୍ଦିର ଅଛି, କିନ୍ତୁ କେହି ବି ଜାଣିନାହାଁନ୍ତି । ଭାରତ ପାରସପୁରୀ ଥିଲା, ସୁନା ହୀରା ନୀଳାର ମହଲ ଥିଲା । ଏହା କାଲିର ହିଁ କଥା । ସେମାନେ ତ କେବଳ ସତ୍ୟଯୁଗକୁ ଲକ୍ଷ ଲକ୍ଷ ବର୍ଷ ବୋଲି କହିଦେଉଛନ୍ତି ଏବଂ ବାବା କହୁଛନ୍ତି ସାରା ଡ୍ରାମା ହିଁ ୫ ହଜାର ବର୍ଷର ଅଟେ ସେଥିପାଇଁ ତ କୁହାଯାଉଛି - ଆଜିର ଭାରତ କିପରି ହୋଇଛି! କାଲିର ଭାରତ କିପରି ଥିଲା! ଲକ୍ଷ ଲକ୍ଷ ବର୍ଷର କଥା ତ କାହାର ସ୍ମୃତିରେ ରହିବ ନାହିଁ । ତୁମମାନଙ୍କୁ ଏବେ ସ୍ମୃତି ଆସିଛି । ଜାଣିଛ ବାବା ପ୍ରତ୍ୟେକ ୫ ହଜାର ବର୍ଷ ପରେ ଆସି ଆମକୁ ସ୍ମୃତି ଦେଉଛନ୍ତି । ତୁମେମାନେ ସ୍ୱର୍ଗର ମାଲିକ ଥିଲ । ୫ ହଜାର ବର୍ଷର କଥା । ଯଦି କାହାକୁ ବି ପଚରାଯାଏ, ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ କେବେ ଥିଲା? କେତେ ବର୍ଷ ହେଲାଣି? ତେବେ ଲକ୍ଷ ଲକ୍ଷ ବର୍ଷ କହିଦେବେ । ତୁମେ ବୁଝାଇପାରିବ ଏହା ତ ୫ ହଜାର ବର୍ଷର କଥା ଅଟେ । କହୁଛନ୍ତି ମଧ୍ୟ ଖ୍ରୀଷ୍ଟଙ୍କର ଏତେ ସମୟ ପୂର୍ବରୁ ସ୍ୱର୍ଗ ଥିଲା । ବାବା ତ ଭାରତକୁ ହିଁ ଆସୁଛନ୍ତି । ଏକଥା ମଧ୍ୟ ପିଲାମାନଙ୍କୁ ବୁଝାଯାଇଛି - ଯଦି ବାବାଙ୍କର ଜୟନ୍ତୀ ପାଳନ କରୁଛନ୍ତି ତେବେ ସିଏ ନିଶ୍ଚିତ କିଛି କରିବାକୁ ଆସିଥିବେ । ପତିତ-ପାବନ ଅଟନ୍ତି ତେବେ ନିଶ୍ଚୟ ଆସି ପବିତ୍ର କରାଉଥିବେ । ଜ୍ଞାନ ସାଗର ମଧ୍ୟ ଅଟନ୍ତି ତେବେ ନିଶ୍ଚୟ ଜ୍ଞାନ ଦେବେ ନା । ଯୋଗଯୁକ୍ତ ହୋଇ ବସ, ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ, ଏହା ଜ୍ଞାନ ହେଲା ନା । ସେମାନେ ତ ହେଲେ ହଠଯୋଗୀ । ଗୋଡ ଉପରେ ଗୋଡ ପକାଇ ବସୁଛନ୍ତି, କ’ଣ-କ’ଣ ସବୁ କରୁଛନ୍ତି । ତୁମେ ମାତାମାନେ ତ ଏହିପରି କରିପାରିବ ନାହିଁ । ଏପରି ବସି ମଧ୍ୟ ପାରିବ ନାହିଁ । ବାବା କହୁଛନ୍ତି ମଧୁର ପିଲାମାନେ, ଏସବୁ କିଛି କରିବା ତୁମର ଦରକାର ନାହିଁ । ସ୍କୁଲରେ ପିଲାମାନେ କାଇଦା ଅନୁସାରେ ବସିଥାନ୍ତି ନା । ବାବା ତ ସେ କଥା ମଧ୍ୟ କହୁନାହାଁନ୍ତି । ତୁମର ଯେପରି ଇଚ୍ଛା ସେହିପରି ବସ । ବସି-ବସି ଥକି ଗଲେ ପୁଣି ଶୋଇପଡ । ବାବା କୌଣସି କଥାରେ ମନା କରୁନାହାଁନ୍ତି । ଏହା ତ ବିଲ୍‌କୁଲ୍ ସହଜ ବୁଝିବାର କଥା, ଏଥିରେ କୌଣସି ଅସୁବିଧାର କଥା ହିଁ ନାହିଁ । ଯେତେ ବି ରୋଗଗ୍ରସ୍ତ ହୋଇଥାଅ, କିଏ ଜାଣେ ମୁରଲୀ ଶୁଣୁ-ଶୁଣୁ ଶିବବାବାଙ୍କ ୟାଦରେ ହୁଏତ ପ୍ରାଣ ଚାଲିଯିବ । ଗାୟନ କରାଯାଇଥାଏ ନା - ଗଙ୍ଗାର କୂଳ ହୋଇଥିବ, ଗଙ୍ଗା ଜଳ ମୁଖରେ ଥିବ ତେବେ ଯାଇ ଶରୀରରୁ ପ୍ରାଣ ବାହାରୁ । ସେ ସବୁ ତ ହେଉଛି ଭକ୍ତିମାର୍ଗର କଥା । ବାସ୍ତବରେ ଏହା ହେଉଛି ଜ୍ଞାନ ଅମୃତର କଥା । ତୁମେ ଜାଣିଛ - ସତରେ ଆମର ଏହିପରି ହିଁ ପ୍ରାଣ ଯିବ ।

ତୁମେମାନେ ପରମଧାମରୁ ଆସୁଛ । ମୋତେ ସେଠାରେ ଛାଡି ଦେଇ ତୁମେ ସୁଖଧାମକୁ ଯାଉଛ । ବାବା କହୁଛନ୍ତି ମୁଁ ତ ତୁମମାନଙ୍କୁ ସାଥିରେ ନେଇଯିବି । ମୁଁ ଆସିଛି ପିଲାମାନଙ୍କୁ ଘରକୁ ନେଇଯିବା ପାଇଁ । ତୁମକୁ ନା ନିଜ ଘର ବିଷୟରେ ଜଣାଅଛି, ନା ଆତ୍ମା ବିଷୟରେ ଜଣାଅଛି । ମାୟା ବିଲ୍‌କୁଲ୍ ହିଁ ଡେଣା କାଟିଦେଇଛି, ସେଥିପାଇଁ ଆତ୍ମା ଉଡିପାରୁ ନାହିଁ କାହିଁକି ନା ତମୋପ୍ରଧାନ ଅଟେ । ଆତ୍ମା ସତ୍ତ୍ୱପ୍ରଧାନ ନ ହେବା ପର୍ଯ୍ୟନ୍ତ ଶାନ୍ତିଧାମକୁ କିପରି ଯାଇପାରିବ । ଏକଥା ମଧ୍ୟ ଜାଣିଛ - ଡ୍ରାମାର ପ୍ଲାନ ଅନୁସାରେ ସମସ୍ତଙ୍କୁ ତମୋପ୍ରଧାନ ହେବାକୁ ହିଁ ପଡିବ । ବର୍ତ୍ତମାନ ସମୟରେ ସାରା ବୃକ୍ଷ ବିଲ୍‌କୁଲ ତମୋପ୍ରଧାନ ଜୀର୍ଣ୍ଣଶୀର୍ଣ୍ଣ ହୋଇଗଲାଣି । ପିଲାମାନେ ଜାଣିଛନ୍ତି ସବୁ ଆତ୍ମାମାନେ ତମୋପ୍ରଧାନ ଅଟନ୍ତି । ନୂଆ ଦୁନିଆରେ ସତ୍ତ୍ୱପ୍ରଧାନ ଆତ୍ମା ରହିବେ । ଏଠାରେ କାହାର ସତ୍ତ୍ୱପ୍ରଧାନ ଅବସ୍ଥା ହୋଇପାରିବ ନାହିଁ । ବର୍ତ୍ତମାନ ଆତ୍ମା ପବିତ୍ର ହୋଇଗଲେ ପୁଣି ଶରୀରରେ ରହିପାରିବ ନାହିଁ, ଶରୀର ଛାଡି ଚାଲିଯିବ । ସମସ୍ତେ ଭକ୍ତି କରୁଛନ୍ତି ମୁକ୍ତି ପାଇଁ ଅଥବା ଶାନ୍ତିଧାମକୁ ଯିବା ପାଇଁ । କିନ୍ତୁ କେହି ହେଲେ ଘରକୁ ଫେରି ଯାଇପାରିବେ ନାହିଁ । ଏହା ନିୟମ ନୁହେଁ । ଧାରଣ କରିବା ପାଇଁ ବାବା ଏହିସବୁ ରହସ୍ୟକୁ ବୁଝାଉଛନ୍ତି, ତଥାପି ମଧ୍ୟ ମୁଖ୍ୟ କଥା ହେଉଛି ବାବାଙ୍କୁ ୟାଦ କରିବା । ସ୍ୱଦର୍ଶନ ଚକ୍ରଧାରୀ ହେବା । ବୀଜକୁ ମନେ ପକାଇବା ଦ୍ୱାରା ସାରା ବୃକ୍ଷ ବୁଦ୍ଧିରେ ଆସିଯିବ । ବୃକ୍ଷ ପ୍ରଥମେ ଛୋଟ ପରେ ବଡ ହୋଇଥାଏ । ଅନେକ ଧର୍ମ ଅଛି ନା । ତୁମେ ଗୋଟିଏ ସେକେଣ୍ଡରେ ଜାଣି ନେଉଛ । ଦୁନିଆରେ ଏହି କଥା କାହାକୁ ହେଲେ ବି ଜଣା ନାହିଁ । ମନୁଷ୍ୟ ସୃଷ୍ଟିର ବୀଜରୂପ ଏକମାତ୍ର ବାବା ହିଁ ଅଟନ୍ତି । ବାବା କ’ଣ କେବେ ସର୍ବବ୍ୟାପୀ ହୋଇପାରିବେ । ଏହା ହେଉଛି ସବୁଠାରୁ ବଡ ଭୁଲ୍ । ତୁମେ ବୁଝାଉଛ ମଧ୍ୟ ମନୁଷ୍ୟକୁ କେବେ ଭଗବାନ କୁହାଯାଏ ନାହିଁ । ବାବା ପିଲାମାନଙ୍କୁ ସବୁ କଥା ସହଜ କରି ବୁଝାଉଛନ୍ତି ପୁଣି ଯାହାର ଭାଗ୍ୟରେ ଅଛି, ନିଶ୍ଚୟ ଅଛି ତେବେ ସେ ନିଶ୍ଚିତ ବାବାଙ୍କଠାରୁ ସମ୍ପତ୍ତି ନେବ । ନିଶ୍ଚୟ ନ ହେଲେ କିଛି ମଧ୍ୟ ବୁଝିପାରିବେ ନାହିଁ । ଭାଗ୍ୟରେ ହିଁ ନାହିଁ ତେବେ ପୁରୁଷାର୍ଥ କ’ଣ କରିବେ । ଯାହାର ଭାଗ୍ୟରେ ନାହିଁ, ସେମାନେ ଏଭଳି ବସିଥାନ୍ତି ଯେପରି କିଛି ବି ବୁଝୁନାହାଁନ୍ତି । ଏତିକି ମଧ୍ୟ ନିଶ୍ଚୟ ନାହିଁ ଯେ ବାବା ଆସିଛନ୍ତି ଅବିନାଶୀ ସମ୍ପତ୍ତି ଦେବା ପାଇଁ । ଯେପରି କୌଣସି ନୂଆ ଲୋକ ମେଡିକାଲ କଲେଜରେ ଯାଇ ବସିବେ ତ କ’ଣ ବୁଝିବେ? କିଛି ବି ବୁଝିବେ ନାହିଁ । ଏଠାରେ ମଧ୍ୟ ସେହିପରି ଆସି ବସୁଛନ୍ତି । ଏହି ଅବିନାଶୀ ଜ୍ଞାନର ବିନାଶ ହେଉନାହିଁ ।

ଏକଥା ମଧ୍ୟ ବାବା ବୁଝାଉଛନ୍ତି - ରାଜଧାନୀ ସ୍ଥାପନ ହେଉଛି ନା । ତେଣୁ ଚାକର, ବାକର, ପ୍ରଜା, ପ୍ରଜାଙ୍କର ମଧ୍ୟ ଚାକର ବାକର ସବୁ ଦରକାର ନା । ତେଣୁ ଏହିପରି ମଧ୍ୟ ଆସୁଛନ୍ତି । କେତେ ଜଣଙ୍କର ତ ବହୁତ ଭଲ ଭାବରେ ବୁଦ୍ଧିରେ ବସିଯାଉଛି । ମତାମତ ମଧ୍ୟ ଲେଖୁଛନ୍ତି ନା । ତେବେ ଆଗକୁ ଉପରକୁ ଉଠିବାକୁ ଚେଷ୍ଟା କରିବେ । କିନ୍ତୁ ସେ ସମୟରେ ମୁସକିଲ୍ ହେବ କାହିଁକି ନା ସେ ସମୟରେ ତ ବହୁତ ହଙ୍ଗାମା ହେବ । ଦିନକୁ ଦିନ ତୋଫାନ ବଢି ଚାଲିବ । ଏତେ ସେବାକେନ୍ଦ୍ର ସବୁ ରହିଛି । ଭଲ ଭାବରେ ବୁଝିବେ ମଧ୍ୟ । ଏକଥା ଲେଖାଯାଇଛି - ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା । ବିନାଶ ମଧ୍ୟ ସମ୍ମୁଖରେ ଦେଖୁଛନ୍ତି । ବିନାଶ ତ ହେବାର ଅଛି । ସରକାର ମଧ୍ୟ ଚାହୁଁଛନ୍ତି ଜନ୍ମ ନିୟନ୍ତ୍ରଣ ହେଉ, କିନ୍ତୁ ଏଥିରେ କିଏ ବା କ’ଣ କରିପାରିବେ? ବୃକ୍ଷର ବୃଦ୍ଧି ତ ନିଶ୍ଚିତ ହେବ । ଯେ ପର୍ଯ୍ୟନ୍ତ ବାବା ଅଛନ୍ତି ସେ ପର୍ଯ୍ୟନ୍ତ ସବୁ ଧର୍ମର ଆତ୍ମାମାନଙ୍କୁ ଏହିଠାରେ ରହିବାକୁ ହିଁ ପଡିବ । ଯେବେ ଏଠାରୁ ଆତ୍ମାମାନଙ୍କର ଯିବାର ସମୟ ହେବ ତେବେ ସେଠାରୁ ଆତ୍ମାମାନଙ୍କର ଆସିବା ବନ୍ଦ ହୋଇଯିବ । ଏବେ ତ ସମସ୍ତଙ୍କୁ ଆସିବାକୁ ହିଁ ପଡିବ । କିନ୍ତୁ ଏକଥା କେହି ବୁଝିପାରୁନାହାଁନ୍ତି । ବାପୁଜୀ ମଧ୍ୟ କହୁଥିଲେ ରାବଣ ରାଜ୍ୟ ଚାଲିଛି, ଆମର ରାମରାଜ୍ୟ ଦରକାର । କହନ୍ତି ଅମୁକ ସ୍ୱର୍ଗବାସୀ ହେଲା ତେବେ ଏହାର ଅର୍ଥ ଏହା ନର୍କ ଅଟେ ନା । ମନୁଷ୍ୟ ଏତିକି ମଧ୍ୟ ବୁଝିପାରୁନାହାଁନ୍ତି । ସ୍ୱର୍ଗବାସୀ ହେଲା ତ ଭଲ ହେଲା ନା । ନିଶ୍ଚିତ ନର୍କବାସୀ ଥିଲା । ବାବା ବୁଝାଉଛନ୍ତି ମନୁଷ୍ୟମାନଙ୍କର ଚେହେରା ତ ମନୁଷ୍ୟର, କିନ୍ତୁ ଚରିତ୍ର ମାଙ୍କଡର ଅଟେ । ସମସ୍ତେ ଗାନ କରୁଛନ୍ତି ପତିତ-ପାବନ ସୀତାରାମ । ଆମେ ସମସ୍ତେ ପତିତ ଅଟୁ, ପବିତ୍ର କରିବାବାଲା ହେଉଛନ୍ତି ବାବା । ସେମାନେ ସମସ୍ତେ ହେଉଛନ୍ତି ଭକ୍ତିମାର୍ଗର ସୀତା, ବାବା ହେଉଛନ୍ତି ରାମ । କାହାକୁ ସିଧାସଳଖ ଏକଥା କହିଲେ ମାନିବେ ନାହିଁ । ରାମକୁ ଡାକୁଛନ୍ତି । ଏବେ ତୁମମାନଙ୍କୁ ବାବା ତୃତୀୟ ନେତ୍ର ଦେଇଛନ୍ତି । ତୁମେ ଯେପରି ଅଲଗା ଦୁନିଆର ହୋଇଯାଇଛ । ପୁରୁଣା ଦୁନିଆରେ କ’ଣ-କ’ଣ ସବୁ କରୁଛନ୍ତି ଏବେ ତୁମେ ଜାଣୁଛ । ତୁମେମାନେ ଅଜ୍ଞାନୀରୁ ଜ୍ଞାନୀ ହୋଇଛ । ରାବଣ ତୁମକୁ କେତେ ଅଜ୍ଞାନୀ କରିଦେଇଛି । ବାବା ବୁଝାଉଛନ୍ତି ବର୍ତ୍ତମାନ ସମୟରେ ସବୁ ମନୁଷ୍ୟ ତମୋପ୍ରଧାନ ହୋଇଯାଇଛନ୍ତି, ସେଥିପାଇଁ ତ ବାବା ଆସି ସତ୍ତ୍ୱପ୍ରଧାନ କରାଉଛନ୍ତି ।

ବାବା କହୁଛନ୍ତି ଯଦିଓ ତୁମେମାନେ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପାଦନ କରୁଛ କିନ୍ତୁ ଗୋଟିଏ କଥା ମନେ ରଖ - ବାବାଙ୍କୁ ମନେ ପକାଇବାକୁ ହେବ । ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାର ରାସ୍ତା ଆଉ କେହି କହିପାରିବେ ନାହିଁ । ସମସ୍ତଙ୍କର ରୁହାନୀ ସର୍ଜନ (ଅବିନାଶୀ ଡାକ୍ତର) ଜଣେ ହିଁ ଅଟନ୍ତି । ସେ ହିଁ ଆସି ଆତ୍ମାମାନଙ୍କୁ ଇଞ୍ଜେକ୍‌ସନ୍ ଲଗାଉଛନ୍ତି କାହିଁକି ନା ଆତ୍ମା ହିଁ ତମୋପ୍ରଧାନ ହୋଇଯାଇଛି । ବାବାଙ୍କୁ ଅବିନାଶୀ ଡାକ୍ତର ବୋଲି କୁହାଯାଉଛି । ଏବେ ଆତ୍ମା ସତ୍ତ୍ୱପ୍ରଧାନରୁ ତମୋପ୍ରଧାନ ହୋଇଯାଇଛି, ତେଣୁ ଏହାକୁ ଇଞ୍ଜେକ୍‌ସନ୍ ଆବଶ୍ୟକ । ବାବା କହୁଛନ୍ତି - ସନ୍ତାନମାନେ, ନିଜକୁ ଆତ୍ମା ନିଶ୍ଚୟ କର ଏବଂ ନିଜର ବାବାଙ୍କୁ ମନେ ପକାଅ । ବୁଦ୍ଧିଯୋଗ ଉପରେ ଅର୍ଥାତ୍ ନିଜର ମିଠା ଘରେ ଲଗାଅ । ବଞ୍ଚି ଥାଉ ଥାଉ ଫାଶୀରେ ଲଟକିଯାଅ ଅର୍ଥାତ୍ ବୁଦ୍ଧିଯୋଗ ଶାନ୍ତିଧାମରେ ଲଗାଅ । ଆମକୁ ମିଠା ଶାନ୍ତିଧାମ ଘରକୁ ଯିବାକୁ ହେବ । ନିର୍ବାଣଧାମକୁ ମିଠାଘର ବୋଲି କୁହାଯାଉଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏହି ପୁରୁଣା ଦୁନିଆ ଯେପରି ବିନାଶ ହୋଇ ସାରିଛି, ସେଥିପାଇଁ ନିଜକୁ ଏହାଠାରୁ ଅଲଗା ମନେ କରିବାକୁ ହେବ । ବ୍ରାହ୍ମଣ ପରିବାର ରୂପୀ ବୃକ୍ଷର ବୃଦ୍ଧି ହେବା ସହିତ ଯେଉଁ ସବୁ ବିଘ୍ନ ରୂପୀ ତୋଫାନ ଆସୁଛି, ସେଗୁଡିକୁ ଡରିବାର ନାହିଁ, ସେଥିରୁ ପାର ହେବାକୁ ହେବ ।

(୨) ଆତ୍ମାକୁ ସତ୍ତ୍ୱପ୍ରଧାନ କରିବା ପାଇଁ ନିଜକୁ ଜ୍ଞାନ-ଯୋଗର ଇଞ୍ଜେକ୍‌ସନ୍ ଦେବାକୁ ପଡିବ । ନିଜର ବୁଦ୍ଧିଯୋଗ ଶାନ୍ତିଧାମ ସହିତ ଲଗାଇବାକୁ ହେବ ।

ବରଦାନ:-
“ପ୍ରଥମେ ଆପଣ’ର ପାଠ ଦ୍ୱାରା ମୁକୁଟଧାରୀ ହେଉଥିବା ମହାବୁଦ୍ଧିମାନ ଭବ ।

ଯେପରି ବାପଦାଦା ନିଜକୁ ପିଲାମାନଙ୍କର ଆଜ୍ଞାଧୀନ ସେବକ ବୋଲି କହୁଛନ୍ତି ଏବଂ ସେବକ କହିବା ଦ୍ୱାରା ଆପେ ଆପେ ମୁକୁଟଧାରୀ ହୋଇଯାଉଛନ୍ତି, ସେହିପରି ତୁମେମାନେ ମଧ୍ୟ ନିଜେ ନମ୍ରଚିତ୍ତ ହୋଇ ଅନ୍ୟକୁ ଶ୍ରେଷ୍ଠ ଆସନ ଦେଇଦିଅ । ଯଦି ତୁମେ ତାଙ୍କୁ ଆସନ ଉପରେ ବସାଇ ଦେବ ତେବେ ସେ ସ୍ୱତଃ ଭାବରେ ନିଜେ ସେଥିରୁ ଓହ୍ଲାଇ ଆସି ତୁମକୁ ବସାଇ ଦେବ । କିନ୍ତୁ ତୁମେ ଯଦି ବସିବା ପାଇଁ ଚେଷ୍ଟା କରିବ ତେବେ ସେ ତୁମକୁ ବସିବାକୁ ଦେବ ନାହିଁ ସେଥିପାଇଁ ଅନ୍ୟକୁ ଆସନ ଛାଡି ଦେବା ହିଁ ଆସନ ପ୍ରାପ୍ତ କରିବା । ତେଣୁ “ପ୍ରଥମେ ଆପଣ”ର ପାଠକୁ ଯଦି ଦୃଢ ଭାବରେ ଧାରଣ କରିନେବ ତେବେ ତୁମର ସଂସ୍କାର ମଧ୍ୟ ସହଜରେ ଅନ୍ୟମାନଙ୍କର ସଂସ୍କାର ସହିତ ମେଳ ଖାଇବ ଏବଂ ମୁକୁଟଧାରୀ ମଧ୍ୟ ହୋଇଯିବ, ଏହା ହିଁ ହେଉଛି ମହାବୁଦ୍ଧିମାନ ହେବାର ବିଧି, ଏଥିରେ ମେହନତ ମଧ୍ୟ ନାହିଁ ଏବଂ ପ୍ରାପ୍ତି ମଧ୍ୟ ଅଧିକ ।

ସ୍ଲୋଗାନ:-
ଅବ୍ୟକ୍ତ ସ୍ଥିତିର ଅନୁଭବ କରିବା ପାଇଁ ଅନ୍ତର୍ମୁଖୀ, ଏକାନ୍ତବାସୀ ହୁଅ ।

ଅବ୍ୟକ୍ତ ଈଶାରା:- ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ ।

ଏବେ ପର୍ଯ୍ୟନ୍ତ ଅଲଗା ଅଲଗା ଫୁଲ ହୋଇ ନିଜ ନିଜର ରଙ୍ଗ ଦେଖାଉଛ କିନ୍ତୁ ଯେତେବେଳେ ଗୋଟିଏ ଫୁଲ ତୋଡା ରୂପରେ ନିଜର ସୁଗନ୍ଧ ଚତୁର୍ଦ୍ଦିଗରେ ଖେଳାଇବ ସେତେବେଳେ ହିଁ ଶକ୍ତି ଦଳର ପ୍ରତ୍ୟକ୍ଷତା ହେବ, ତେବେ ଯାଇ ତୁମର ସଂଗଠନର ଶକ୍ତି ପରମାତ୍ମ ପ୍ରତ୍ୟକ୍ଷତାର ନିମିତ୍ତ ହେବ । ଏବେ ପର୍ଯ୍ୟନ୍ତ ଜଣେ ଜଣେ ଅଲଗା ଅଲଗା ରହିଥିବା କାରଣରୁ ମେହନତ ଅଧିକ କରିବାକୁ ପଡୁଛି କିନ୍ତୁ ଯେତେବେଳେ ତୁମର ସଂଗଠନ ଏକମତ ହୋଇଯିବ, ସେତେବେଳେ ମେହନତ କମ୍ ଏବଂ ସଫଳତା ଅଧିକ ହେବ ।