16.03.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମମାନଙ୍କୁ ସଦ୍ଗତିର ସବୁଠାରୁ ନିଆରା ମତ ମିଳୁଛି କି ଦେହର ସବୁ ଧର୍ମକୁ ତ୍ୟାଗ କରି
ଆତ୍ମ-ଅଭିମାନୀ ହୁଅ ଏବଂ କେବଳ ମୋତେ ହିଁ ମନେ ପକାଅ ।”
ପ୍ରଶ୍ନ:-
ଯେଉଁମାନେ ପରମାତ୍ମାଙ୍କୁ ନାମ ରୂପରୁ ଅଲଗା କହୁଛନ୍ତି, ସେମାନଙ୍କୁ ତୁମେ କେଉଁ ପ୍ରଶ୍ନ
ପଚାରିପାରିବ?
ଉତ୍ତର:-
ସେମାନଙ୍କୁ ପଚାର - ଗୀତାରେ ଯାହା ଦେଖାଯାଇଛି ଅର୍ଜୁନଙ୍କୁ ଅଖଣ୍ଡ ଜ୍ୟୋତି ସ୍ୱରୂପର
ସାକ୍ଷାତ୍କାର ହେଲା, “କହିଲେ ବନ୍ଦ କର ମୁଁ ସହନ କରିପାରୁ ନାହିଁ’’ ତେବେ ପୁଣି ଆପଣମାନେ ନାମ
ରୂପରୁ ଅଲଗା ବୋଲି କିପରି କହୁଛନ୍ତି? ବାବା କହୁଛନ୍ତି ମୁଁ ତୁମମାନଙ୍କର ପିତା ଅଟେ । ପିତାର
ରୂପକୁ ଦେଖି ସନ୍ତାନ ଖୁସି ହୋଇଥାଏ, ସେ କିପରି କହିବ ଯେ ମୁଁ ସହନ କରିପାରୁ ନାହିଁ ।
ଗୀତ:-
ତେରେ ଦ୍ୱାର ଖଡା...
ଓମ୍ ଶାନ୍ତି ।
ଭକ୍ତମାନେ କହୁଛନ୍ତି ଆମେ ବହୁତ କାଙ୍ଗାଳ ହୋଇ ଯାଇଛୁ । ହେ ବାବା ଆମ ସମସ୍ତଙ୍କର ଝୁଲା ଭରିଦିଅ
। ଭକ୍ତ ଜନ୍ମ ପରେ ଜନ୍ମ ଏହା ଗାୟନ କରିଚାଲିଛନ୍ତି । ସତ୍ୟଯୁଗରେ ଭକ୍ତି ନ ଥାଏ । ସେଠାରେ
ପବିତ୍ର ଦେବୀ-ଦେବତାମାନେ ରୁହନ୍ତି । ଭକ୍ତଙ୍କୁ କେବେ ଦେବତା ବୋଲି କୁହାଯାଏ ନାହିଁ । ଯେଉଁମାନେ
ସ୍ୱର୍ଗବାସୀ ଦେବୀ-ଦେବତା ହୋଇଥାନ୍ତି, ସେମାନେ ପୁନର୍ଜନ୍ମ ନେଇ ନେଇ ନର୍କବାସୀ, ପୂଜାରୀ, ଭକ୍ତ,
କାଙ୍ଗାଳ ହୋଇଥା’ନ୍ତି । ବାବା ବସି ପିଲାମାନଙ୍କୁ ବୁଝାଉଛନ୍ତି । ବାବାଙ୍କୁ ଜଣେ ହେଲେ ମନୁଷ୍ୟ
ଜାଣି ନାହାଁନ୍ତି । ବାବା ଯେତେବେଳେ ଆସିବେ ସେତେବେଳେ ନିଜର ପରିଚୟ ଦେବେ । ଭଗବାନଙ୍କୁ ହିଁ
ବାବା କୁହାଯାଉଛି । ସବୁ ଭକ୍ତଙ୍କର ଭଗବାନ ଜଣେ । ବାକି ସମସ୍ତେ ଭକ୍ତ ଅଟନ୍ତି । ଚର୍ଚ୍ଚକୁ
ଯାଉଛନ୍ତି ତେବେ ନିଶ୍ଚୟ ଭକ୍ତ ହେଲେ ନା । ବର୍ତ୍ତମାନ ସମସ୍ତେ ପତିତ ତମୋପ୍ରଧାନ ହୋଇପଡିଛନ୍ତି,
ସେଥିପାଇଁ ଡାକୁଛନ୍ତି ହେ ପତିତ-ପାବନ ଆସ । ହେ ବାବା ଆମ ଭକ୍ତମାନଙ୍କର ଝୁଲାମୁଣି ଭରିଦିଅ ।
ଭକ୍ତ ଭଗବାନଙ୍କୁ ଧନ ମାଗୁଛନ୍ତି । ତୁମେମାନେ କ’ଣ ମାଗୁଛ? ତୁମେ କହୁଛ ବାବା ଆମକୁ ସ୍ୱର୍ଗର
ମାଲିକ କରିଦିଅନ୍ତି । ସେଠାରେ ଅସରନ୍ତି ଧନ ରହିବ । ହୀରା ନୀଳାର ମହଲ ହେବ । ଏବେ ତୁମେ ଜାଣିଛ
ଆମେ ଭଗବାନଙ୍କ ଦ୍ୱାରା ସତ୍ୟଯୁଗୀ ରାଜତ୍ୱର ସମ୍ପତ୍ତି ପ୍ରାପ୍ତ କରୁଛୁ । ଏହା ସଚ୍ଚା ଗୀତା ଅଟେ
। ସେ ଗୀତା ନୁହେଁ । ସେମାନେ ପୁସ୍ତକ ଆଦି ଭକ୍ତିମାର୍ଗ ପାଇଁ ତିଆରି କରିଛନ୍ତି । ସେମାନଙ୍କୁ
ଭଗବାନ ଜ୍ଞାନ ଦେଇ ନାହାଁନ୍ତି । ଭଗବାନ ବର୍ତ୍ତମାନ ନରରୁ ନାରାୟଣ କରାଇବା ପାଇଁ ରାଜଯୋଗ
ଶିଖାଉଛନ୍ତି । ରାଜାଙ୍କ ସହିତ ପ୍ରଜା ମଧ୍ୟ ନିଶ୍ଚୟ ରହିବେ । କେବଳ ଲକ୍ଷ୍ମୀ-ନାରାୟଣ ତ ହେବେ
ନାହିଁ । ସାରା ରାଜଧାନୀ ତିଆରି ହେବ । ଏବେ ତୁମେ ସନ୍ତାନମାନେ ଜାଣୁଛ ଯେ ଭଗବାନ କିଏ, ଆଉ କୌଣସି
ମନୁଷ୍ୟ ମାତ୍ରକେ ଏକଥା ଜାଣି ନାହାଁନ୍ତି । ବାବା କହୁଛନ୍ତି ତୁମେ କହୁଛ ଓ ଗଡ୍ ଫାଦର (ହେ
ଈଶ୍ୱର ପିତା) ତେବେ କୁହ ତୁମ ଈଶ୍ୱର ପିତାଙ୍କର ନାମ, ରୂପ, ଦେଶ, କାଳ କ’ଣ? ନା ଭଗବାନଙ୍କୁ
ଜାଣିଛନ୍ତି, ନା ତାଙ୍କର ରଚନାକୁ ଜାଣିଛନ୍ତି । ବାବା ଆସି କହୁଛନ୍ତି ମୁଁ କଳ୍ପ-କଳ୍ପ ସଂଗମରେ
ଆସୁଛି । ସାରା ରଚନାର ଆଦି-ମଧ୍ୟ-ଅନ୍ତର ରହସ୍ୟ ମୁଁ ‘ରଚୟିତା’ ହିଁ ଆସି ବୁଝାଉଛି । ଅନେକ ତ
କହୁଛନ୍ତି - ସେ ନାମ ରୂପରୁ ଅଲଗା ଅଟନ୍ତି, ସେ ଧରାକୁ ଆସିପାରିବେ ନାହିଁ । କିନ୍ତୁ ତୁମେ
ଜାଣିଛ ଯେ ବାବା ଆସିଛନ୍ତି । ନିରାକାରଙ୍କର ଶିବ ଜୟନ୍ତୀ ଗାୟନ କରାଯିବା ସହିତ ଶ୍ରୀକୃଷ୍ଣ
ଜୟନ୍ତୀ ମଧ୍ୟ ଗାୟନ କରାଯାଉଛି । ତେବେ ଶିବ ଜୟନ୍ତୀ କେବେ ହେଉଛି, ତାହା ଜାଣିବା ଉଚିତ୍ ନା ।
ଯେମିତି ଖ୍ରୀଷ୍ଟିୟାନମାନେ ଜାଣିଛନ୍ତି ଯେ ଖ୍ରୀଷ୍ଟଙ୍କର ଜନ୍ମ କେବେ ହୋଇଥିଲା, ଖ୍ରୀଷ୍ଟିୟାନ
ଧର୍ମ କେବେ ସ୍ଥାପନ ହୋଇଥିଲା । ଏହା ତ ଭାରତର କଥା ଅଟେ । ଭଗବାନ ଭାରତର ଝୁଲା କେବେ ଭରପୂର
କରୁଛନ୍ତି? ଭକ୍ତମାନେ ଡାକୁଛନ୍ତି ହେ ଭଗବାନ ଝୁଲାମୁଣି ଭରିଦିଅ । ସଦ୍ଗତିକୁ ନେଇଯାଅ କାହିଁକି
ନା ଆମେ ଦୁର୍ଗତିରେ ପଡିଛୁ, ତମୋପ୍ରଧାନ ହୋଇଯାଇଛୁ । ଆତ୍ମା ହିଁ ଶରୀର ସହିତ ସବୁ କିଛି ଭୋଗ
କରୁଛି । କେତେକ ମନୁଷ୍ୟ, ସାଧୁ ସନ୍ଥ ଆଦି କହୁଛନ୍ତି ଯେ ଆତ୍ମା ନିର୍ଲେପ ଅଟେ । କହନ୍ତି ମଧ୍ୟ
ଯେ ଆତ୍ମାରେ ହିଁ ଭଲ ଏବଂ ମନ୍ଦ ସଂସ୍କାର ରହିଛି, ଏହି ଆଧାରରେ ଆତ୍ମା ଜନ୍ମ ନେଇଥାଏ । ପୁଣି
କହନ୍ତି ଆତ୍ମା ତ ନିର୍ଲେପ ଅଟେ । ଜଣେ ହେଲେ ବୁଦ୍ଧିମାନ ମନୁଷ୍ୟ ନାହାଁନ୍ତି ଯିଏ ବୁଝାଇପାରିବେ
। ଏଥିରେ ମଧ୍ୟ ଅନେକ ମତ ରହିଛି । ଯେଉଁମାନେ ଗୃହ ତ୍ୟାଗ କରି ଜଙ୍ଗଲକୁ ଯାଉଛନ୍ତି, ସେମାନେ
ଶାସ୍ତ୍ର ତିଆରି କରୁଛନ୍ତି । ଶ୍ରୀମତ ଭଗବତ ଗୀତା ହେଉଛି ଗୋଟିଏ । ବ୍ୟାସଦେବ ଯେଉଁ ଶ୍ଲୋକ ଆଦି
ରଚନା କରିଛନ୍ତି ତାହା ଭଗବାନ କହିନାହାଁନ୍ତି । ନିରାକାର ଭଗବାନ ଯିଏ ଜ୍ଞାନର ସାଗର ଅଟନ୍ତି ସେ
ବସି ପିଲାମାନଙ୍କୁ ବୁଝାଉଛନ୍ତି ଯେ ଭଗବାନ ଜଣେ ଅଟନ୍ତି । ଭାରତବାସୀଙ୍କୁ ଏକଥା ଜଣା ନାହିଁ ।
ଗାୟନ ମଧ୍ୟ କରନ୍ତି ଈଶ୍ୱରଙ୍କର ଗତି ମତ ଅଲଗା । ଆଚ୍ଛା କେଉଁ ଗତି ମତ ଅଲଗା ଅଟେ? ଈଶ୍ୱରଙ୍କର
ଗତି ମତ ଅଲଗା ଏକଥା କିଏ କହୁଛି? ଆତ୍ମା କହୁଛି, ତା’ର ସଦ୍ଗତି ପାଇଁ ଯେଉଁ ମତ ରହିଛି, ତାକୁ
ହିଁ ଶ୍ରୀମତ ବୋଲି କୁହାଯାଏ । କଳ୍ପ-କଳ୍ପ ତୁମକୁ ଆସି ବୁଝାଉଛି - ମନମନାଭବ । ଦେହର ସବୁ ଧର୍ମ
ତ୍ୟାଗ କରି ଆତ୍ମ-ଅଭିମାନୀ ହୁଅ ଏବଂ କେବଳ ମୋତେ ମନେ ପକାଅ । ଏବେ ତୁମେ ମନୁଷ୍ୟରୁ ଦେବତା ହେଉଛ
। ଏହି ରାଜଯୋଗର ଲକ୍ଷ୍ୟ ହିଁ ହେଉଛି ଲକ୍ଷ୍ମୀ-ନାରାୟଣ ହେବା । ହଦ୍ର ପାଠପଢି କେହି ରାଜା ହେଉ
ନାହାଁନ୍ତି । ଏପରି କୌଣସି ସ୍କୁଲ୍ ନାହିଁ । ଗୀତାରେ ହିଁ ଅଛି, ମୁଁ ତୁମମାନଙ୍କୁ ରାଜଯୋଗ
ଶିଖାଉଛି । ମୁଁ ଆସୁଛି ସେତେବେଳେ ଯେତେବେଳେ କୌଣସି ରାଜାଙ୍କର ରାଜ୍ୟ ନ ଥାଏ । ମୋତେ ଜଣେ ହେଲେ
ବି ମନୁଷ୍ୟ ବିଲ୍କୁଲ୍ ଜାଣି ନାହାଁନ୍ତି । ବାବା କହୁଛନ୍ତି ତୁମେମାନେ ଯେଉଁ ଏତେ ବଡ ଲିଙ୍ଗ
ତିଆରି କରିଛ ତାହା ମୋର ରୂପ ନୁହେଁ । ମନୁଷ୍ୟ କହିଦେଉଛନ୍ତି ଯେ ଅଖଣ୍ଡ ଜ୍ୟୋତି ରୂପ ପରମାତ୍ମା,
ତେଜୋମୟ ଅଟନ୍ତି । ଅର୍ଜୁନ ଦେଖି କହିଲେ “ବନ୍ଦ କର, ମୁଁ ସହନ କରିପାରୁ ନାହିଁ’’ । ଆରେ ସନ୍ତାନ
ତା’ର ପିତାର ରୂପକୁ ଦେଖି ସହନ କରିପାରିବ ନାହିଁ, ଏହା କିପରି ହୋଇପାରିବ । ପିଲା ତ ପିତାକୁ ଦେଖି
ଖୁସି ହେବ ନା । ବାବା କହୁଛନ୍ତି ମୋର ରୂପ ଏପରି ନୁହେଁ । ମୁଁ ହେଉଛି ପରମପିତା ଅର୍ଥାତ୍
ବ୍ରହ୍ମତତ୍ୱରେ ରହୁଥିବା ପରମ ଆତ୍ମା ଅର୍ଥାତ୍ ପରମାତ୍ମା । ପୁଣି ଗାୟନ କରୁଛନ୍ତି ପରମାତ୍ମା
ମନୁଷ୍ୟ ସୃଷ୍ଟିର ବୀଜରୂପ ଅଟନ୍ତି । ତାଙ୍କର ଭକ୍ତମାନେ ମହିମା କରୁଛନ୍ତି ।
ସତ୍ୟଯୁଗ-ତ୍ରେତାଯୁଗରେ କେହି ମହିମା କରନ୍ତି ନାହିଁ କାହିଁକି ନା ସେଠାରେ ଅସରନ୍ତି ସୁଖ ରହିଛି
। ଗାୟନ କରନ୍ତି ଦୁଃଖରେ ସ୍ମରଣ ସମସ୍ତେ କରନ୍ତି, ସୁଖରେ କେହି କରନ୍ତି ନାହିଁ । ଏହାର ମଧ୍ୟ
ଅର୍ଥ ବୁଝୁ ନାହାଁନ୍ତି । ଶୁଆ ସଦୃଶ ସମସ୍ତେ କହୁଛନ୍ତି । ସୁଖ ଏବଂ ଦୁଃଖ କେବେ ହେଉଛି । ଏହା
ଭାରତର ହିଁ କଥା ଅଟେ । ୫ ହଜାର ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା ପୁଣି ତ୍ରେତାରେ ଦୁଇ କଳା
କମ୍ ହୋଇଗଲା । ସତ୍ୟଯୁଗ ତ୍ରେତା ଯୁଗରେ ଦୁଃଖର ନାମ ନ ଥାଏ କାରଣ ତାହା ସୁଖଧାମ ଅଟେ । ସ୍ୱର୍ଗ
କହିବା ଦ୍ୱାରା ମୁଖ ମିଠା ହୋଇଯାଉଛି । ସ୍ୱର୍ଗରେ ପୁଣି ଦୁଃଖ କେଉଁଠାରୁ ଆସିବ । କହନ୍ତି ମଧ୍ୟ
ସେଠାରେ କଂସ ଜରାସନ୍ଧ ଆଦି ଥିଲେ, କିନ୍ତୁ ଏହା ହୋଇପାରିବ ନାହିଁ ।
ଭକ୍ତମାନେ ଭାବୁଛନ୍ତି ଯେ ଆମେ ନବଧା ଭକ୍ତି କରୁଥିବାରୁ ସାକ୍ଷାତ୍କାର ହେଉଛି । ସାକ୍ଷାତ୍କାର
ହେବା ଅର୍ଥାତ୍ ଆମକୁ ଭଗବାନ ମିଳିଗଲେ । ଲକ୍ଷ୍ମୀଙ୍କର ପୂଜା କଲେ ତାଙ୍କର ଦର୍ଶନ ହେଲା ବାସ୍ ଆମେ
ପାର ହୋଇଗଲୁ, ଏଥିରେ ହିଁ ଖୁସି ହୋଇଯାଉଛନ୍ତି । କିନ୍ତୁ ଏଥିରେ କିଛି ହେଲେ ନାହିଁ, କେବଳ
ଅଳ୍ପକାଳ ପାଇଁ ସୁଖ ମିଳିଥାଏ । ଦର୍ଶନ ହେଲା ଖଲାସ । ଏପରି ନୁହେଁ ଯେ ମୁକ୍ତି ଜୀବନମୁକ୍ତିକୁ
ପାଇଗଲେ, ଏମିତି କିଛି ବି ହେଉ ନାହିଁ । ବାବା ସିଡି ଚିତ୍ର ଉପରେ ମଧ୍ୟ ବୁଝାଉଛନ୍ତି - ଭାରତ
ଉଚ୍ଚରୁ ଉଚ୍ଚ ଥିଲା । ଭଗବାନ ମଧ୍ୟ ଉଚ୍ଚରୁ ଉଚ୍ଚ ଅଟନ୍ତି । ଭାରତରେ ଏହି ଲକ୍ଷ୍ମୀ-ନାରାୟଣଙ୍କୁ
ହିଁ ଉଚ୍ଚରୁ ଉଚ୍ଚ ସମ୍ପତ୍ତି ମିଳୁଛି । ଯେତେବେଳେ କି ସ୍ୱର୍ଗ ଥିଲା, ସତ୍ତ୍ୱପ୍ରଧାନ ଥିଲେ ।
ପୁଣି କଳିଯୁଗ ଅନ୍ତରେ ସବୁ ତମୋପ୍ରଧାନ ହେଉଛନ୍ତି । ଡାକୁଛନ୍ତି ଯେ ଆମେ ବିଲକୁଲ୍ ପତିତ
ହୋଇଯାଇଛୁ । ବାବା କହୁଛନ୍ତି - ମୁଁ କଳ୍ପର ସଂଗମଯୁଗରେ ଆସୁଛି, ତୁମକୁ ରାଜଯୋଗ ଶିଖାଇବା ପାଇଁ
। ମୁଁ ଯିଏ ଯେପରି ଅଟେ ଯଥାର୍ଥ ରୀତିରେ ମୋତେ କେହି ଜାଣି ନାହାଁନ୍ତି । ତୁମମାନଙ୍କ ମଧ୍ୟରେ ବି
ପୁରୁଷାର୍ଥର କ୍ରମଅନୁସାରେ ମୋତେ ଜାଣିଛନ୍ତି । ସିଡି ଚିତ୍ର ଦେଖାଇବା ଉଚିତ୍ । ଏହା ଭାରତର ସିଡି
ଅଟେ । ସତ୍ୟଯୁଗରେ ଦେବୀ-ଦେବତା ଥିଲେ । ୫ ହଜାର ବର୍ଷ ପୂର୍ବରୁ ଭାରତ ଏହିପରି ଥିଲା ।
ଶାସ୍ତ୍ରରେ କଳ୍ପକୁ ଲକ୍ଷ ଲକ୍ଷ ବର୍ଷ ବୋଲି ଲେଖି ଦେଇଛନ୍ତି । ବାବା କହୁଛନ୍ତି କଳ୍ପ ଲକ୍ଷ
ଲକ୍ଷ ବର୍ଷର ନୁହେଁ, ୫ ହଜାର ବର୍ଷର ଅଟେ । ସତ୍ୟଯୁଗ ତ୍ରେତା ଯୁଗ ନୂଆ ଦୁନିଆ, ଦ୍ୱାପର କଳିଯୁଗ
ପୁରୁଣା ଦୁନିଆ । ଅଧା-ଅଧା ହେଉଛି ନା । ନୂଆ ଦୁନିଆରେ ତୁମେ ଭାରତବାସୀମାନେ ଥିଲ । ବାବା
ବୁଝାଉଛନ୍ତି ମଧୁର ସନ୍ତାନମାନେ ଏବେ ତୁମେ ନିଜର ଜନ୍ମକୁ ଜାଣିଛ ବାକି କୌଣସି ରଥ ଆଦିର କଥା ନୁହେଁ
। ଶ୍ରୀକୃଷ୍ଣ ତ ସତ୍ୟଯୁଗର ରାଜକୁମାର ଅଟନ୍ତି । ତାଙ୍କର ସେହି ରୂପ ଦିବ୍ୟ ଦୃଷ୍ଟି ବିନା
ଦେଖାଯାଇପାରିବ ନାହିଁ । ଏହି ଚୈତନ୍ୟ ରୂପ ତ ସତ୍ୟଯୁଗରେ ଥିଲା ପୁଣି କେବେ ସେହି ରୂପ
ମିଳିପାରିବ ନାହିଁ । ପୁଣି ନାମ ରୂପ ଦେଶ କାଳ ବଦଳିଯାଉଛି । ୮୪ ଜନ୍ମ ନେଉଛନ୍ତି । ୮୪ ଜନ୍ମରେ
୮୪ ମାତା ପିତା ମିଳୁଛନ୍ତି । ଭିନ୍ନ-ଭିନ୍ନ ନାମ-ରୂପରେ କାର୍ଯ୍ୟ ରହୁଛି । ଏହା ଭାରତର ହିଁ ସିଡି
ଅଟେ । ଏବେ ତୁମେ ହେଉଛ ବ୍ରାହ୍ମଣ କୂଳ ଭୁଷଣ । ବାବା କଳ୍ପ ପୂର୍ବରୁ ମଧ୍ୟ ଆସି ତୁମକୁ
ଦେବୀ-ଦେବତା କରିଥିଲେ । ସେଠାରେ ତୁମେ ସର୍ବୋତ୍ତମ କର୍ମ କରୁଥିଲ । ତୁମେ ୨୧ ଜନ୍ମ ସଦା ସୁଖୀ
ଥିଲ । ପୁଣି ତୁମକୁ ଏହି ଦୁର୍ଗତିରେ କିଏ ପହଞ୍ଚାଇଲା? ମୁଁ କଳ୍ପ ପୂର୍ବରୁ ତୁମକୁ ସଦ୍ଗତି
ଦେଇଥିଲି ପୁଣି ୮୪ ଜନ୍ମ ନେଇ ନିଶ୍ଚୟ ତଳକୁ ଓହ୍ଲାଇବାକୁ ପଡିବ । ସୂର୍ଯ୍ୟବଂଶୀରେ ୮ ଜନ୍ମ,
ଚନ୍ଦ୍ରବଂଶୀରେ ୧୨ ଜନ୍ମ ପୁଣି ଏହିପରି ତଳକୁ ଓହ୍ଲାଇ ଆସିଛ । ତୁମେ ହିଁ ପୂଜ୍ୟ ଦେବତା ଥିଲ,
ତୁମେ ହିଁ ପୂଜାରୀ ପତିତ ହୋଇଛ । ଭାରତ ଏବେ କାଙ୍ଗାଳ ହୋଇଯାଇଛି । ଭଗବାନୁବାଚ, ତୁମେ ଶତ
ପ୍ରତିଶତ ପବିତ୍ର, ସାହୁକାର, ସ୍ୱାସ୍ଥ୍ୟବାନ, ଧନବାନ୍ ଥିଲ । କୌଣସି ରୋଗ ବା ଦୁଃଖର କଥା ନ ଥିଲା,
ସୁଖଧାମ ଥିଲା । ତାକୁ ଗାର୍ଡନ ଅଫ୍ ଆଲ୍ଲା ଅର୍ଥାତ୍ ଆଲ୍ଲାଙ୍କର ବଗିଚା କୁହାଯାଏ । ଆଲ୍ଲା
ସ୍ୱର୍ଗର ବଗିଚା ସ୍ଥାପନ କରିଥିଲେ । ଯେଉଁମାନେ ଦେବୀ-ଦେବତା ଥିଲେ ସେମାନେ ଏବେ କଣ୍ଟା
ହୋଇଯାଇଛନ୍ତି । ଏବେ ଜଙ୍ଗଲ ହୋଇଯାଇଛି । ଜଙ୍ଗଲରେ କଣ୍ଟା ରହିଥାଏ । ବାବା କହୁଛନ୍ତି କାମ
ବିକାର ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କର । ଇଏ ଆଦି-ମଧ୍ୟ-ଅନ୍ତ ତୁମକୁ ଦୁଃଖ ଦେଇଛି
। ପରସ୍ପର ପ୍ରତି କାମ ଦୃଷ୍ଟି ରଖିବା ଏହା ସବୁଠାରୁ ବଡ ପାପ ଅଟେ । ବାବା ବସି ନିଜର ପରିଚୟ
ଦେଉଛନ୍ତି ଯେ ମୁଁ ପରମଧାମ ନିବାସୀ ପରମଆତ୍ମା ଅଟେ । ମୋତେ କହୁଛନ୍ତି ମୁଁ ସୃଷ୍ଟିର ବୀଜରୂପ
ପରମ ଆତ୍ମା, ମୁଁ ସମସ୍ତଙ୍କର ପିତା ଅଟେ । ସବୁ ଆତ୍ମାମାନେ ବାବାଙ୍କୁ ଡାକୁଛନ୍ତି - ହେ ପରମପିତା
ପରମାତ୍ମା ଆସ । ତୁମ ଆତ୍ମା ପରି, ପରମ ଆତ୍ମା ବାବା ମଧ୍ୟ ତାରକା ସଦୃଶ ଅଟନ୍ତି । ଛୋଟ ବଡ ନୁହେଁ
। ବାବା କହୁଛନ୍ତି ମୁଁ ଆଙ୍ଗୁଠି ଭଳି ମଧ୍ୟ ନୁହେଁ । ମୁଁ ପରମ ଆତ୍ମା ଅଟେ । ତୁମ ସମସ୍ତଙ୍କର
ପିତା । ତାଙ୍କୁ ପରମପିତା, ଜ୍ଞାନର ସାଗର କୁହାଯାଏ । ବାବା ବୁଝାଉଛନ୍ତି ମୁଁ ଜ୍ଞାନର ସାଗର,
ମନୁଷ୍ୟ ସୃଷ୍ଟିର ବୀଜରୂପ ଅଟେ । ଭକ୍ତମାନେ ମୋତେ କହୁଛନ୍ତି ଯେ ପରମାତ୍ମା ସତ୍ ଚିତ୍ ଆନନ୍ଦ
ସ୍ୱରୂପ, ଜ୍ଞାନର ସାଗର, ସୁଖର ସାଗର ଅଟନ୍ତି । ମୋର କେତେ ମହିମା ରହିଛି । ଯଦି ମୋର ନାମ ରୂପ
ଦେଶ କାଳ ନାହିଁ ତେବେ କାହାକୁ ଡାକିବେ । ସାଧୁ ସନ୍ଥ ଆଦି ସମସ୍ତେ ତୁମକୁ ଭକ୍ତିମାର୍ଗର
ଶାସ୍ତ୍ର ଶୁଣାଉଛନ୍ତି । ମୁଁ ଆସି ତୁମକୁ ରାଜଯୋଗ ଶିଖାଉଛି ।
ବାବା ବୁଝାଉଛନ୍ତି, ତୁମେ ପତିତ-ପାବନ ଜ୍ଞାନର ସାଗର ମୋତେ ହିଁ କହୁଛ । ତୁମେ ମଧ୍ୟ ମାଷ୍ଟର
ଜ୍ଞାନର ସାଗର ହେଉଛ । ଜ୍ଞାନ ଦ୍ୱାରା ସଦ୍ଗତି ମିଳିଯାଉଛି । ଭାରତକୁ ବାବା ହିଁ ସଦ୍ଗତି ଦେବେ
। ସମସ୍ତଙ୍କର ସଦ୍ଗତି ଦାତା ଜଣେ । ସମସ୍ତଙ୍କର ଦୁର୍ଗତି ପୁଣି କିଏ କରୁଛି? ରାବଣ । ତୁମକୁ ଏବେ
ଏକଥା କିଏ ବୁଝାଉଛନ୍ତି? ଇଏ ହେଉଛନ୍ତି ପରମ ଆତ୍ମା । ଆତ୍ମା ତ ଏକ ତାରକା ସଦୃଶ ବହୁତ ସୂକ୍ଷ୍ମ
ଅଟେ । ପରମାତ୍ମା ମଧ୍ୟ ଡ୍ରାମାରେ ଅଭିନୟ କରୁଛନ୍ତି । ସେ ରଚୟିତା, ନିର୍ଦ୍ଦେଶକ ଏବଂ ମୁଖ୍ୟ
ଅଭିନେତା ଅଟନ୍ତି । ବାବା ବୁଝାଉଛନ୍ତି ଯେ ଉଚ୍ଚରୁ ଉଚ୍ଚ ପାର୍ଟଧାରୀ କିଏ? ଉଚ୍ଚରୁ ଉଚ୍ଚ ଭଗବାନ
। ଯାହାଙ୍କ ସହିତ ତୁମେ ଆତ୍ମାମାନେ ରହୁଛ । କହୁଛନ୍ତି ମଧ୍ୟ ପରମାତ୍ମା ସମସ୍ତଙ୍କୁ ପଠାଉଛନ୍ତି
। ଏହା ମଧ୍ୟ ବୁଝିବାର କଥା । ଡ୍ରାମା ତ ଅନାଦି ଅଟେ । ବାବା କହୁଛନ୍ତି ମୋତେ ତୁମେ ଜ୍ଞାନର
ସାଗର, ସାରା ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାତା କହୁଛ । ବର୍ତ୍ତମାନ ଯେଉଁ ଶାସ୍ତ୍ର ଆଦି
ପଢୁଛନ୍ତି, ଏହାକୁ ବାବା ଜାଣିଛନ୍ତି । ବାବା କହୁଛନ୍ତି ଯେ ମୁଁ ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା
ସବୁ ଶାସ୍ତ୍ରର ସାର କଥା ତୁମକୁ ଆସି ବୁଝାଉଛି । ଦେଖାଉଛନ୍ତି - ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା
ବାହାରିଲେ । ତେବେ କେଉଁଠୁ ବାହାରିଲେ? ମନୁଷ୍ୟ ତ ନିଶ୍ଚୟ ଏହିଠାରେ ହିଁ ହେବେ ନା । ଏହାଙ୍କ
ନାଭିରୁ ବ୍ରହ୍ମା ବାହାରିଲେ ପୁଣି ଭଗବାନ ଆସି ଏହାଙ୍କ ଦ୍ୱାରା ସବୁ ବେଦଶାସ୍ତ୍ରର ସାର
ଶୁଣାଉଛନ୍ତି । ନିଜର ମଧ୍ୟ ନାମ, ରୂପ, ଦେଶ, କାଳ ବୁଝାଉଛନ୍ତି । ସିଏ ମନୁଷ୍ୟ ସୃଷ୍ଟିର ବୀଜରୂପ
ଅଟନ୍ତି ନା । ଏହି ବୃକ୍ଷର ଉତ୍ପତ୍ତି, ପାଳନା, ବିନାଶ କିପରି ହେଉଛି, ଏକଥା କେହି ବି ଜାଣି
ନାହାଁନ୍ତି । ଏହାକୁ ବିଭିନ୍ନ ଧର୍ମର ବୃକ୍ଷ କୁହାଯାଉଛି । ସମସ୍ତେ କ୍ରମାନ୍ୱୟରେ ନିଜ ସମୟରେ
ଆସୁଛନ୍ତି । ପ୍ରଥମ ନମ୍ବରରେ ଦେବୀ ଦେବତା ଧର୍ମର ସ୍ଥାପନା କରୁଛି, ସେହି ଧର୍ମ ଏବେ ନାହିଁ ।
ବାବା କହୁଛନ୍ତି କେତେ ତୁଚ୍ଛ ବୁଦ୍ଧି ହୋଇଗଲେଣି । ଦେବତାମାନଙ୍କର, ଲକ୍ଷ୍ମୀ-ନାରାୟଣଙ୍କର ପୂଜା
କରୁଛନ୍ତି କିନ୍ତୁ ତାଙ୍କର ରାଜ୍ୟ ଏହି ସୃଷ୍ଟି ଉପରେ କେବେ ଥିଲା ତାହା କିଛି ହେଲେ ଜାଣି
ନାହାଁନ୍ତି । ଏବେ ଭାରତର ସେହି ଦେବତା ଧର୍ମ ହିଁ ନାହିଁ, କେବଳ ଚିତ୍ର ରହିଯାଇଛି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ମାଷ୍ଟର
ଜ୍ଞାନର ସାଗର ହୋଇ ପତିତରୁ ପାବନ ହେବାର ସେବା କରିବାକୁ ହେବ । ବାବା ଯେଉଁ ଭଳି ସବୁ ଶାସ୍ତ୍ରର
ସାର ମର୍ମ ଶୁଣାଉଛନ୍ତି ସେଗୁଡିକୁ ବୁଦ୍ଧିରେ ରଖି ସଦା ହର୍ଷିତ ରହିବାକୁ ହେବ ।
(୨) ଏକମାତ୍ର ବାବାଙ୍କର
ଶ୍ରୀମତ ପ୍ରତ୍ୟେକ ମୂହୁର୍ତ୍ତରେ ପାଳନ କରିବାକୁ ହେବ । ଦେହର ସବୁ ଧର୍ମ ତ୍ୟାଗ କରି
ଆତ୍ମ-ଅଭିମାନୀ ହେବାର ମେହନତ କରିବାକୁ ହେବ ।
ବରଦାନ:-
ବିସ୍ତାରକୁ
ସାରରେ ଅର୍ଥାତ୍ ସାରାଂଶରେ ସମାହିତ କରି ନିଜର ଶ୍ରେଷ୍ଠ ସ୍ଥିତି ନିର୍ମାଣ କରୁଥିବା ବାବାଙ୍କ
ସମାନ ଲାଇଟ୍ ମାଇଟ୍ ହାଉସ୍ ଭବ ।
ବାବାଙ୍କ ସମାନ ଲାଇଟ୍-ମାଇଟ୍
ହାଉସ୍ ହେବା ପାଇଁ ଯଦି କୌଣସି ବି କଥାକୁ ଦେଖୁଛ ବା ଶୁଣୁଛ ତେବେ ତା’ର ସାରାଂଶକୁ ଜାଣି ଗୋଟିଏ
ସେକେଣ୍ଡ ଭିତରେ ସମାହିତ କରିଦେବା ବା ପରିବର୍ତ୍ତନ କରିଦେବାର ଅଭ୍ୟାସ କର । କାହିଁକି, କ’ଣର
ବିସ୍ତାର ଭିତରକୁ ଯାଅ ନାହିଁ, କାହିଁକିନା କୌଣସି କଥାର ବିସ୍ତାରକୁ ଯିବା ଦ୍ୱାରା ସମୟ ଏବଂ
ଶକ୍ତି ବ୍ୟର୍ଥରେ ନଷ୍ଟ ହୋଇଥାଏ । ତେଣୁ ବିସ୍ତାରକୁ ସଂକୁଚିତ କରି ସାର ସ୍ୱରୂପରେ ସ୍ଥିତ ହେବାର
ଅଭ୍ୟାସ କର - ଏହା ଦ୍ୱାରା ଅନ୍ୟ ଆତ୍ମାମାନଙ୍କୁ ମଧ୍ୟ ଗୋଟିଏ ସେକେଣ୍ଡ ଭିତରେ ସାରା ଜ୍ଞାନର
ସାରାଂଶର ଅନୁଭବ କରାଇପାରିବ ।
ସ୍ଲୋଗାନ:-
ଯଦି ନିଜର
ମନୋବୃତ୍ତିକୁ ଶକ୍ତିଶାଳୀ କରିଦେବ, ତେବେ ସେବାର ବୃଦ୍ଧି ସ୍ୱତଃ ହୋଇଯିବ ।
ଅବ୍ୟକ୍ତ ଈଶାରା:-
ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ ।
ଯାହାର ନିଶ୍ଚୟ ରୂପୀ
ମୂଳଦୁଆ ପକ୍କା ଅଟେ ତେବେ ସେ ସହଜଯୋଗୀ, ନିର୍ମଳ ସ୍ୱଭାବ, ଶୁଭଭାବନା ଯୁକ୍ତ ମନୋବୃତ୍ତି ଏବଂ
ଆତ୍ମିକ ଦୃଷ୍ଟି ସମ୍ପନ୍ନ ଆତ୍ମା ହୋଇଥିବ । ତାଙ୍କର ଚାଲିଚଳନ ଏବଂ ଚେହେରାରୁ ସବୁ ସମୟରେ
ସରଳତାର ଝଲକ ଅନୁଭବ ହୋଇ ଚାଲିବ । ତେଣୁ ପ୍ରତ୍ୟେକଙ୍କର ବିଶେଷତାକୁ ସ୍ମୃତିରେ ରଖି ପରସ୍ପର
ପ୍ରତି ବିଶ୍ୱସ୍ତ ହୋଇ ରୁହ ତେବେ ଅନ୍ୟମାନଙ୍କର କଥାର ଭାବ ଅର୍ଥାତ୍ ଉଦ୍ଦେଶ୍ୟ ବଦଳିଯିବ ।