16.04.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଯୋଗ
ଦ୍ୱାରା ହିଁ ଆତ୍ମାର ଖାଦ ବାହାରିବ, ବାବାଙ୍କଠାରୁ ପୂରା ସମ୍ପତ୍ତି ମିଳିବ, ସେଥିପାଇଁ ଯେତେ
ଦୂର ସମ୍ଭବ ଯୋଗବଳକୁ ବଢାଅ । ”
ପ୍ରଶ୍ନ:-
ଦେବୀ-ଦେବତାମାନଙ୍କର କର୍ମ ଶ୍ରେଷ୍ଠ ଥିଲା, କିନ୍ତୁ ଏବେ ସମସ୍ତଙ୍କର କର୍ମ ଭ୍ରଷ୍ଟ କାହିଁକି
ହୋଇଯାଇଛି?
ଉତ୍ତର:-
କାହିଁକିନା ନିଜର ଅସଲ ଧର୍ମକୁ ଭୁଲି ଯାଇଛନ୍ତି । ଧର୍ମକୁ ଭୁଲିଯିବା କାରଣରୁ ହିଁ ଯେଉଁ କର୍ମ
ସବୁ କରୁଛନ୍ତି ତାହା ଭ୍ରଷ୍ଟ ହୋଇଯାଉଛି । ବାବା ତୁମମାନଙ୍କୁ ନିଜର ସତ୍ୟ ଧର୍ମର ପରିଚୟ
ଦେଉଛନ୍ତି, ତା’ ସହିତ ସାରା ବିଶ୍ୱର ଇତିହାସ-ଭୂଗୋଳକୁ ମଧ୍ୟ ଶୁଣାଉଛନ୍ତି, ଯାହାକୁ ସମସ୍ତଙ୍କୁ
ଶୁଣାଇବାକୁ ହେବ, ବାବାଙ୍କର ସତ୍ୟ ପରିଚୟ ଦେବାକୁ ହେବ ।
ଗୀତ:-
ମୁଖଡ଼ା ଦେଖ ଲେ
ପ୍ରାଣୀ...
ଓମ୍ ଶାନ୍ତି ।
ଏକଥା କିଏ କହୁଛନ୍ତି ଏବଂ କାହାକୁ କହୁଛନ୍ତି? ଏକଥା ବାବା କହୁଛନ୍ତି, ଯେଉଁମାନଙ୍କୁ ପତିତରୁ
ପାବନ କରାଉଛନ୍ତି, ସେହିମାନଙ୍କୁ କହୁଛନ୍ତି । ପିଲାମାନେ ଜାଣିଗଲେଣି ଆମେ ଭାରତବାସୀ ଯେଉଁମାନେ
ଦେବୀ-ଦେବତା ଧର୍ମର ଥିଲେ, ସେହିମାନେ ଏବେ ୮୪ ଜନ୍ମର ଚକ୍ର ଲଗାଇ ସତ୍ତ୍ୱପ୍ରଧାନରୁ ସତ୍ତ୍ୱ, ରଜୋ,
ତମୋ ଅବସ୍ଥାକୁ ଆସିଲେ । ବର୍ତ୍ତମାନ ତ ସମସ୍ତେ ସମ୍ପୂର୍ଣ୍ଣ ତମୋପ୍ରଧାନ ହୋଇଯାଇଛନ୍ତି । ଏବେ
ପୁନର୍ବାର ପତିତମାନଙ୍କୁ ପାବନ କରୁଥିବା ବାବା କହୁଛନ୍ତି, ନିଜ ମନକୁ ପଚାର ଯେ, କେଉଁ
ପର୍ଯ୍ୟନ୍ତ ଆମେ ପୁଣ୍ୟ ଆତ୍ମା ହୋଇଛୁ? ଯେତେବେଳେ ତୁମେମାନେ ଦେବୀ-ଦେବତା ଥିଲ, ସେତେବେଳେ
ସମ୍ପୂର୍ଣ୍ଣ ସତ୍ତ୍ୱପ୍ରଧାନ ଥିଲ, ଯାହାକୁ ଆଦି ସନାତନ ଦେବୀ-ଦେବତା ଧର୍ମ କୁହାଯାଉଥିଲା । ଏବେ
କୌଣସି ଭାରତବାସୀ ନିଜକୁ ଦେବୀ-ଦେବତା ଧର୍ମର କହୁନାହାଁନ୍ତି । ତେଣୁ ହିନ୍ଦୁ ତ କୌଣସି ଧର୍ମ
ନୁହେଁ । କିନ୍ତୁ ପତିତ ହୋଇଯିବା କାରଣରୁ ନିଜକୁ ଦେବତା କହିପାରୁନାହାଁନ୍ତି । ସତ୍ୟଯୁଗରେ
ଦେବତାମାନେ ପବିତ୍ର ଥିଲେ, ପବିତ୍ର ପ୍ରବୃତ୍ତି ମାର୍ଗ ଥିଲା, ଯଥା ରାଜା ରାଣୀ ତଥା ପ୍ରଜା
ପବିତ୍ର ଥିଲେ । ଭାରତବାସୀମାନଙ୍କୁ ବାବା ମନେପକାଇ ଦେଉଛନ୍ତି ଯେ ତୁମେ ପବିତ୍ର ପ୍ରବୃତ୍ତି
ମାର୍ଗର ଆଦି ସନାତନ ଦେବୀ-ଦେବତା ଧର୍ମର ଥିଲ, ଯାହାକୁ ସ୍ୱର୍ଗ କୁହାଯାଉଥିଲା । ସେଠାରେ ଗୋଟିଏ
ହିଁ ଧର୍ମ ଥିଲା । ପ୍ରଥମ ନମ୍ବରର ମହାରାଜା-ମହାରାଣୀ, ଲକ୍ଷ୍ମୀ-ନାରାୟଣ ଥିଲେ । ତାଙ୍କର ମଧ୍ୟ
ରାଜବଂଶ ଥିଲା, ଭାରତ ବହୁତ ଧନବାନ୍ ଥିଲା, ତାହା ହେଉଛି ସତ୍ୟଯୁଗ । ପୁଣି ତ୍ରେତୟା ଯୁଗକୁ ଆସିଲ,
ସେତେବେଳେ ମଧ୍ୟ ପୂଜ୍ୟ ଦେବୀ-ଦେବତା ଅଥବା କ୍ଷତ୍ରିୟ କୁହାଯାଉଥିଲା । ତାହା
ଲକ୍ଷ୍ମୀ-ନାରାୟଣଙ୍କର ଏବଂ ଏହା ରାମ-ସୀତାଙ୍କ ରାଜ୍ୟ, ଏହିଭଳି ରାଜବଂଶ ଚାଲିଲା । ଯେପରି
ଖ୍ରୀଷ୍ଟିୟାନମାନଙ୍କର ଏଡ଼ୱାଡ଼ ଦି ଫାଷ୍ଟ, ସେକେଣ୍ଡ ...ଏହିପରି ଚାଲିଥାଏ । ଭାରତରେ ମଧ୍ୟ ଏହିପରି
ରାଜବଂଶ ଚାଲୁଥିଲା । ୫ ହଜାର ବର୍ଷର କଥା ଅର୍ଥାତ୍ ୫ ହଜାର ବର୍ଷ ପୂର୍ବରୁ ଭାରତରେ ଏହି
ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । କିନ୍ତୁ ସେମାନେ ଏହି ରାଜ୍ୟ କେବେ ଓ କିପରି ପାଇଲେ - ଏକଥା
କେହି ଜାଣିନାହାଁନ୍ତି । ସେହି ସୂର୍ଯ୍ୟବଂଶୀମାନେ ପୁଣି ଚନ୍ଦ୍ରବଂଶୀରେ ଆସୁଛନ୍ତି କାହିଁକିନା
ପୁନର୍ଜନ୍ମ ନେଇ-ନେଇ ସିଢି ଓହ୍ଲାଇବାକୁ ହେବ । ଭାରତର ଏହି ଇତିହାସ-ଭୂଗୋଳକୁ କେହି ବି ଜାଣି
ନାହାଁନ୍ତି । ବାବା ରଚୟିତା ଅଟନ୍ତି, ତେବେ ସତ୍ୟଯୁଗ ନୂଆ ଦୁନିଆର ହିଁ ରଚୟିତା ଅଟନ୍ତି । ବାବା
କହୁଛନ୍ତି, ପିଲାମାନେ, ତୁମେମାନେ ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ସ୍ୱର୍ଗରେ ଥିଲ । ଏହି ଭାରତ
ସ୍ୱର୍ଗ ଥିଲା ଯାହାକି ଏବେ ନର୍କ ହୋଇଯାଇଛି । ଦୁନିଆ ତ ବିଶ୍ୱର ଏହି ଇତିହାସ-ଭୂଗୋଳକୁ ଜାଣିନାହିଁ
। ସେମାନେ ତ ଅଧା ଇତିହାସ ଜାଣିଛନ୍ତି । ସତ୍ୟଯୁଗ ଏବଂ ତ୍ରେତାଯୁଗର ଇତିହାସ-ଭୂଗୋଳକୁ କେହି ବି
ଜାଣିନାହଁନ୍ତି । ଋଷି-ମୁନିମାନେ ମଧ୍ୟ କହୁଛନ୍ତି ଯେ, ଆମେ ରଚୟିତା ଏବଂ ରଚନାର
ଆଦି-ମଧ୍ୟ-ଅନ୍ତକୁ ଜାଣିନାହୁଁ । ଜାଣିବେ ବା କିପରି! ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ତ
ବାବା ତୁମମାନଙ୍କୁ ହିଁ ବସି ବୁଝାଉଛନ୍ତି । ଶିବବାବା ଭାରତରେ ହିଁ ଦିବ୍ୟ ଜନ୍ମ ନେଉଛନ୍ତି,
ଯାହାଙ୍କର ସ୍ମାରକୀ ସ୍ୱରୂପ ଶିବ ଜୟନ୍ତୀ ପାଳନ ହେଉଛି । ଶିବ ଜୟନ୍ତୀ ପରେ ଗୀତା ଜୟନ୍ତୀ, ତା’
ସହିତ ଶ୍ରୀକୃଷ୍ଣ ଜୟନ୍ତୀ ମଧ୍ୟ ହେବା ଦରକାର । କିନ୍ତୁ ଏହି ଜୟନ୍ତୀର ରହସ୍ୟକୁ ଭାରତବାସୀମାନେ
ଜାଣିନାହାଁନ୍ତି ଯେ ଶିବ ଜୟନ୍ତୀ କେବେ ହୋଇଥିଲା? ଅନ୍ୟ ଧର୍ମାବଲମ୍ବୀମାନେ ତ ତୁରନ୍ତ କହିଦେବେ
- ବୁଦ୍ଧ ଜୟନ୍ତୀ, ଖ୍ରୀଷ୍ଟ ଜୟନ୍ତୀ କେବେ ହୋଇଥିଲା । ଯଦି ଭାରତବାସୀମାନଙ୍କୁ ପଚାରିବ ଯେ, ଶିବ
ଜୟନ୍ତୀ କେବେ ହୋଇଥିଲା? ତେବେ କେହି କହି ପାରିବେ ନାହିଁ । ଶିବ ଭାରତକୁ ଆସି କ’ଣ କରିଥିଲେ? ଏ
କଥା କେହି ହେଲେ ଜାଣିନାହାଁନ୍ତି । ଶିବ ସବୁ ଆତ୍ମାମାନଙ୍କର ପିତା । ଆତ୍ମା ଅବିନାଶୀ, ଆତ୍ମା
ଗୋଟିଏ ଶରୀର ଛାଡ଼ି ଆଉ ଗୋଟିଏ ନେଉଛି । ଏହା ୮୪ ଜନ୍ମର ଚକ୍ର ଅଟେ । ଶାସ୍ତ୍ରରେ ତ ୮୪ ଲକ୍ଷ
ଜନ୍ମର କାହାଣୀ ଲେଖି ଦେଇଛନ୍ତି । ବାବା ଆସି ସଠିକ୍ କଥା କହୁଛନ୍ତି । ବାବାଙ୍କ ବ୍ୟତୀତ
ଅନ୍ୟମାନେ ରଚୟିତା ଏବଂ ରଚନା ବିଷୟରେ ମିଛ କହୁଛନ୍ତି, କାହିଁକିନା ଏହା ହେଉଛି ମାୟାର ରାଜ୍ୟ ।
ପ୍ରଥମେ ତୁମେମାନେ ପାରସବୁଦ୍ଧି ଥିଲ, ଭାରତ ପାରସ ପୁରୀ ଥିଲା । ସୁନା, ହୀରା, ନୀଳାର ମହଲ ଥିଲା
। ବାବା ବସି ରଚୟିତା ଓ ରଚନାର ଆଦି-ମଧ୍ୟ-ଅନ୍ତର ରହସ୍ୟ ଅର୍ଥାତ୍ ଦୁନିଆର ଇତିହାସ-ଭୂଗୋଳର
ଜ୍ଞାନ ଦେଉଛନ୍ତି । ଭାରତବାସୀ ଏକଥା ଜାଣି ନାହାଁନ୍ତି ଯେ, ଆମେ ପ୍ରଥମେ-ପ୍ରଥମେ ଦେବୀ-ଦେବତା
ଥିଲୁ, ଏବେ ପତିତ, କାଙ୍ଗାଳ, ଧର୍ମଭ୍ରଷ୍ଟ ହୋଇଯାଇଛୁ, ନିଜର ଧର୍ମକୁ ହିଁ ଭୁଲିଯାଇଛୁ । ଏହା
ମଧ୍ୟ ଡ଼୍ରାମା ଅନୁସାରେ ହେବ । ତେଣୁ ଏହି ବିଶ୍ୱର ଇତିହାସ-ଭୂଗୋଳ ବୁଦ୍ଧିରେ ଆସିବା ଦରକାର ନା ।
ଉଚ୍ଚରୁ ଉଚ୍ଚ ସର୍ବ ଆତ୍ମାଙ୍କର ପିତା ମୂଳଲୋକରେ ରହୁଛନ୍ତି, ପୁଣି ମଝିରେ ସୂକ୍ଷ୍ମଲୋକ ଏବଂ ଏହା
ହେଉଛି ସ୍ଥୂଳଲୋକ । ସୂକ୍ଷ୍ମଲୋକରେ କେବଳ ବ୍ରହ୍ମା-ବିଷ୍ଣୁ-ଶଙ୍କର ରହୁଛନ୍ତି । ତାଙ୍କର ଅନ୍ୟ
କୌଣସି ଇତିହାସ-ଭୂଗୋଳ ନାହିଁ । ଏହା ତିନୋଟି ମହଲା ଅଟେ । ଭଗବାନ ଏକ ଏବଂ ତାଙ୍କର ରଚନା ମଧ୍ୟ
ଏକ ଅଟେ, ଯେଉଁ ଚକ୍ର ସର୍ବଦା ଘୂରି ଚାଲିଛି । ସତ୍ୟଯୁଗରୁ ତ୍ରେତା ପୁଣି ଦ୍ୱାପର, କଳିଯୁଗକୁ
ଆସିବାକୁ ପଡ଼ିବ । ୮୪ ଜନ୍ମର ହିସାବ ଦରକାର ନା, ଯାହାକୁ କେହି ବି ଜାଣିନାହାଁନ୍ତି, ନା କୌଣସି
ଶାସ୍ତ୍ରରେ ଅଛି । ତୁମେମାନେ ହିଁ ୮୪ ଜନ୍ମର ପାର୍ଟ କରୁଛ । ବାବା ତ ଏହି ଚକ୍ରରେ ଆସୁନାହାଁନ୍ତି
। ପିଲାମାନେ ହିଁ ପାବନରୁ ପତିତ ହେଉଛନ୍ତି, ସେଥିପାଇଁ ବାବାଙ୍କୁ ଡାକୁଛନ୍ତି - ବାବା, ଏଠାକୁ
ଆସି ଆମକୁ ପୁନର୍ବାର ପାବନ କର । ସେହି ଜଣଙ୍କୁ ହିଁ ସମସ୍ତେ ଡ଼ାକୁଛନ୍ତି । ରାବଣ ରାଜ୍ୟରେ
ଯେଉଁମାନେ ଦୁଃଖୀ ହୋଇଯାଇଛନ୍ତି, ତାଙ୍କୁ ଆସି ମୁକ୍ତ କରି ପୁଣି ରାମରାଜ୍ୟକୁ ନେଇଯାଅ ।
ଅଧାକଳ୍ପ ରାମରାଜ୍ୟ ଏବଂ ଅଧାକଳ୍ପ ରାବଣରାଜ୍ୟ । ଯେଉଁ ଭାରତବାସୀମାନେ ପବିତ୍ର ଥିଲେ, ସେମାନେ
ଏବେ ପତିତ ହୋଇଯାଇଛନ୍ତି । ବାମ ମାର୍ଗକୁ ଯିବା ଦ୍ୱାରା ପତିତ ହେବା ଆରମ୍ଭ ହେଉଛି ଏବଂ ସେବେଠାରୁ
ଭକ୍ତିମାର୍ଗ ମଧ୍ୟ ଆରମ୍ଭ ହେଉଛି । ଏବେ ତୁମମାନଙ୍କୁ ଜ୍ଞାନ ଶୁଣାଯାଉଛି, ଯାହା ଦ୍ୱାରା
ଅଧାକଳ୍ପ, ୨୧ ଜନ୍ମ ପାଇଁ ତୁମେମାନେ ସୁଖର ବର୍ସା ପାଉଛ । ଅଧାକଳ୍ପ ଜ୍ଞାନର ପ୍ରାରବ୍ଧ ଚାଲୁଛି,
ପୁଣି ରାବଣ ରାଜ୍ୟ ଆରମ୍ଭ ହେଉଛି । ତେଣୁ ତଳକୁ ଖସିବା ଆରମ୍ଭ ହେଉଛି । ତୁମେ ଦୈବୀ ରାଜ୍ୟରେ
ଥିଲ ଏବେ ଆସୁରୀ ରାଜ୍ୟକୁ ଆସିଯାଇଛ, ଏହାକୁ ନର୍କ ମଧ୍ୟ କୁହାଯାଉଛି । ତୁମେମାନେ ସ୍ୱର୍ଗରେ ଥିଲ
ପୁଣି ୮୪ ଜନ୍ମ ଅତିକ୍ରାନ୍ତ କରି ନର୍କରେ ଆସି ପଡ଼ିଛ । ତାହା ସୁଖଧାମ ଥିଲା । ଏହା ହେଉଛି
ଦୁଃଖଧାମ, ଏଠାରେ ୧୦୦ ପ୍ରତିଶତ ଅପବିତ୍ରତା ଅଛି । ୮୪ ଜନ୍ମର ଚକ୍ର ଲଗାଇ, ସେହି ଭାରତବାସୀମାନେ
ପୂଜ୍ୟରୁ ପୂଜାରୀ ହୋଇଯାଇଛନ୍ତି । ଏହାକୁ ହିଁ ବିଶ୍ୱର ଇତିହାସ-ଭୂଗୋଳ କୁହାଯାଉଛି । ଏହି ଚକ୍ର
ତୁମ ଭାରତବାସୀଙ୍କର, ଅନ୍ୟ ଧର୍ମାବଲମ୍ବୀମାନେ ତ ୮୪ ଜନ୍ମ ନେଉନାହାଁନ୍ତି । ସେମାନେ ସତ୍ୟଯୁଗରେ
ନ ଥା’ନ୍ତି । ସତ୍ୟଯୁଗ ଏବଂ ତ୍ରେତାଯୁଗରେ କେବଳ ଭାରତ ହିଁ ଥିଲା । ପ୍ରଥମେ ସୂର୍ଯ୍ୟବଂଶୀ,
ଚନ୍ଦ୍ରବଂଶୀ ପୁଣି ବୈଶ୍ୟବଂଶୀ, ଶୂଦ୍ରବଂଶୀମାନେ ଆସୁଛନ୍ତି, ଏବେ ପୁଣି ତୁମେମାନେ ବ୍ରାହ୍ମଣବଂଶୀ
ହୋଇଛ, ପୁଣି ସତ୍ୟଯୁଗରେ ଦେବତାବଂଶୀ ହେବ । ଏହା ହେଉଛି ଭାରତର ବର୍ଣ୍ଣ । ଏବେ ତୁମେମାନେ
ବ୍ରାହ୍ମଣ ହୋଇ ଶିବବାବାଙ୍କଠାରୁ ବର୍ସା ନେଉଛ । ୫ ହଜାର ବର୍ଷ ପୂର୍ବ ଭଳି, ବାବା ତୁମମାନଙ୍କୁ
ପାଠ ପଢାଉଛନ୍ତି । କଳ୍ପ-କଳ୍ପ ତୁମେମାନେ ପାବନ ହୋଇ ପୁଣି ପତିତ ହେଉଛ । ସୁଖଧାମକୁ ଯାଇ ପୁଣି
ଦୁଃଖଧାମକୁ ଆସୁଛ । ଏବେ ପୁଣି ଶାନ୍ତିଧାମକୁ ଯିବାକୁ ହେବ, ଯାହାକୁ ନିରାକାରୀ ଦୁନିଆ କୁହାଯାଉଛି
। ଆତ୍ମା ଏବଂ ପରମାତ୍ମା କ’ଣ, ଏକଥା କୌଣସି ବି ମନୁଷ୍ୟ ଜାଣିନାହାଁନ୍ତି । ଆତ୍ମା ମଧ୍ୟ ଏକ
ତାରକା ବିନ୍ଦୁ ଅଟେ । କହୁଛନ୍ତି - ଭ୍ରୃକୁଟୀ ମଧ୍ୟରେ ଚମକୁଛି ଅଜବ ତାରକା, ଏହା କେତେ ସୂକ୍ଷ୍ମ
ବିନ୍ଦୁ ଅଟେ, ଯାହାକୁ କେବଳ ଦିବ୍ୟ ଦୃଷ୍ଟି ଦ୍ୱାରା ଦେଖି ହୁଏ । ବାସ୍ତବରେ ତାରକା ମଧ୍ୟ
କୁହାଯିବ ନାହିଁ । ତାରକା ତ ବହୁତ ବଡ଼ - କେବଳ ଦୂରରେ ଥିବା କାରଣରୁ ଛୋଟ ଦେଖାଯାଉଛି । ଏହା
କେବଳ ଏକ ଉଦାହରଣ ଦିଆଯାଉଛି । ଆତ୍ମା ଏତେ ଛୋଟ, ଯେପରି ଉପରେ ଥିବା ତାରା ଛୋଟ ଦେଖାଯାଇଥାଏ ।
ସେହିପରି ବାବାଙ୍କ ଆତ୍ମା ମଧ୍ୟ ଏକ ସୂକ୍ଷ୍ମ ବିନ୍ଦୁ ସଦୃଶ ଯାହାଙ୍କୁ ପରମ ଆତ୍ମା କୁହାଯାଉଛି ।
ତାଙ୍କର ମହିମା ସମ୍ପୂର୍ଣ୍ଣ ଅଲଗା । ସିଏ ଏହି ମନୁଷ୍ୟ ସୃଷ୍ଟିର ଚୈତନ୍ୟ ବୀଜରୂପ ଅଟନ୍ତି, ତେଣୁ
ତାଙ୍କ ପାଖରେ ସମସ୍ତ ଜ୍ଞାନ ରହିଛି । ତୁମ ଆତ୍ମାକୁ ମଧ୍ୟ ଏବେ ଜ୍ଞାନ ମିଳୁଛି । ଆତ୍ମା ହିଁ
ଜ୍ଞାନ ଗ୍ରହଣ କରୁଛି, ଏତେ ଛୋଟ ଆତ୍ମାରେ ୮୪ ଜନ୍ମର ପାର୍ଟ ନିଧାର୍ଯ୍ୟ ହୋଇ ରହିଛି । ତାହା ପୁଣି
ଅବିନାଶୀ, ତୁମେ ୮୪ ଜନ୍ମର ଚକ୍ର ଲଗାଇ ଆସିଛ । ଯାହାର ଶେଷ ହୋଇପାରିବ ନାହିଁ । ତୁମେମାନେ ଦେବତା
ଥିଲ, ଦୈତ୍ୟ ହେଲ ପୁଣି ଦେବତା ହେବାକୁ ପଡିବ । ସର୍ବଦା ଏହି ଚକ୍ର ଚାଲି ଆସୁଛି । ବାକି ତ ସବୁ
ଶାଖା ଅଟେ । ଇସ୍ଲାମୀ, ବୈାଦ୍ଧି ଆଦି କେହି ୮୪ ଜନ୍ମ ନେଉନାହାଁନ୍ତି । ଏହି ଭାରତରେ ଯେତେବେଳେ
ସତ୍ୟଯୁଗ ଥିଲା, ସେତେବେଳେ ସମ୍ପୂର୍ଣ୍ଣ ପବିତ୍ର ଥିଲା, ପୁଣି ୮୪ ଜନ୍ମ ନେଇ ସମସ୍ତେ ବିକାରୀ
ହୋଇଯାଇଛନ୍ତି । ଏହାକୁ ବିକାରୀ ଦୁନିଆ କୁହାଯାଉଛି । ୫ ହଜାର ବର୍ଷ ପୂର୍ବରୁ ଏଠାରେ ପବିତ୍ରତା,
ଶାନ୍ତି, ସମୃଦ୍ଧି ସବୁକିଛି ଥିଲା । ଏକଥା ବାବା ପିଲାମାନଙ୍କୁ ମନେ ପକାଇ ଦେଉଛନ୍ତି । ମୁଖ୍ୟ
କଥା ହେଲା - ପବିତ୍ରତା, ସେଥିପାଇଁ ସମସ୍ତେ ତାଙ୍କୁ ଡାକୁଛନ୍ତି - ବାବା ଆପଣ ବିକାରୀରୁ
ନିର୍ବିକାରୀ କରିବା ପାଇଁ ଆସନ୍ତୁ । ସେ ସଦ୍ଗତି ଦାତା ଅଟନ୍ତି ତେଣୁ ତାଙ୍କୁ ସତ୍ଗୁରୁ
କୁହାଯାଉଛି । ଏବେ ତୁମେମାନେ ବାବାଙ୍କ ଦ୍ୱାରା ଭିକାରୀରୁ ରାଜକୁମାର ଅଥବା ନରରୁ ନାରାୟଣ ଏବଂ
ନାରୀରୁ ଲକ୍ଷ୍ମୀ ହେଉଛ । ଏହା ତୁମର ରାଜଯୋଗ ଅଟେ । ଭାରତକୁ ହିଁ ଏବେ ବାବାଙ୍କ ଦ୍ୱାରା ରାଜତ୍ତ୍ୱ
ମିଳୁଛି । ଆତ୍ମା ହିଁ ୮୪ ଜନ୍ମ ନେଉଛି । ଆତ୍ମା ହିଁ ଶରୀର ଦ୍ୱାରା ପାଠ ପଢୁଛି । ଶରୀର ପଢୁ
ନାହିଁ । ଆତ୍ମା ସଂସ୍କାର ନେଇ ଯାଉଛି । ମୁଁ ଆତ୍ମା ଏହି ଶରୀର ଦ୍ୱାରା ପଢୁଛି - ଏହାକୁ
ଦେହୀ-ଅଭିମାନୀ ଅବସ୍ଥା କୁହାଯାଉଛି । ଶରୀରରୁ ଆତ୍ମା ଅଲଗା ହୋଇଗଲେ ଶରୀର କୌଣସି କାମର ରହେ ନାହିଁ
। ଆତ୍ମା କହୁଛି, ଏବେ ମୁଁ ପୁଣ୍ୟ ଆତ୍ମା ହେଉଛି । ମନୁଷ୍ୟ ଦେହ-ଅଭିମାନରେ ଆସି କହିଦେଉଛନ୍ତି,
ଏହି କାମ କରୁଛି! କିନ୍ତୁ ତୁମେମାନେ ଏବେ ଜାଣୁଛ ମୁଁ ଆତ୍ମା, ଏହା ମୋର ଶରୀର ଅଟେ । ପରମାତ୍ମା
ବାବାଙ୍କ ଦ୍ୱାରା ମୁଁ ଆତ୍ମା ପଢୁଛି । ଏବେ ବାବା କହୁଛନ୍ତି, ମୋତେ ମନେ ପକାଅ । ତୁମେମାନେ
ସ୍ବର୍ଣ୍ଣିମ ଯୁଗରେ ସତ୍ତ୍ୱପ୍ରଧାନ ଥିଲ, ପୁଣି ତୁମ ଆତ୍ମାରେ ଖାଦ ପଡିଲା । ଏହିପରି ଖାଦ
ପଡ଼ି-ପଡ଼ି ତୁମେମାନେ ପାବନରୁ ପତିତ ହୋଇଯାଇଛ । ଏବେ ପୁଣି ପାବନ ହେବାକୁ ପଡ଼ିବ, ସେଥିପାଇଁ ସମସ୍ତେ
ତାଙ୍କୁ ଡାକୁଛନ୍ତି - ହେ ପତିତ-ପାବନ ଆସ, ଆସି ଆମକୁ ପାବନ କର । ସେଥିପାଇଁ ବାବା ରାୟ ଦେଉଛନ୍ତି,
ହେ ପତିତ ଆତ୍ମାମାନେ ମୋତେ ସ୍ମରଣ କରିଲେ ତୁମଠାରୁ ଖାଦ ବାହାରିଯିବ ଏବଂ ପାବନ ହୋଇଯିବ । ଏହାକୁ
ପ୍ରାଚୀନ ଯୋଗ କୁହାଯାଉଛି । ଏହି ୟାଦ ଅର୍ଥାତ୍ ଯୋଗଅଗ୍ନି ଦ୍ୱାରା ଖାଦ ଭସ୍ମ ହେବ । ତେବେ ମୂଳ
କଥା ହେଲା - ପତିତରୁ ପାବନ ହେବା । ବର୍ତ୍ତମାନ ସାଧୁ-ସନ୍ଥ ଆଦି ସମସ୍ତେ ପତିତ ଅଟନ୍ତି । ପାବନ
ହେବାର ଉପାୟ ବାବା ହିଁ ବତାଉଛନ୍ତି - କହୁଛନ୍ତି, ମୋତେ ମନେ ପକାଅ । ଏହି ଅନ୍ତିମ ଜନ୍ମ ପବିତ୍ର
ହୁଅ । ଖାଇବା-ପିଇବା, ଚାଲିବା-ବୁଲିବା ସମୟରେ ମଧ୍ୟ ବାବାଙ୍କୁ ମନେ ପକାଅ କାହିଁକିନା ତୁମେ ସବୁ
ଆତ୍ମା ରୂପି ପ୍ରେମିକାମାନଙ୍କର ପ୍ରେମିକ ହେଉଛି ମୁଁ । ତୁମମାନଙ୍କୁ ପାବନ କରିଯାଇଥିଲି ପୁଣି
ତୁମେମାନେ ପତିତ ହୋଇଯାଇଛ । ସବୁ ଭକ୍ତମାନେ ପ୍ରେମିକା ଅଟନ୍ତି । ପ୍ରେମିକ ଶିବବାବା କହୁଛନ୍ତି,
ଯଦିଓ ଶରୀର ଦ୍ୱାରା କର୍ମ କରୁଛ, କିନ୍ତୁ ବୁଦ୍ଧି ଦ୍ୱାରା ମୋତେ ମନେ ପକାଅ, ତେବେ ତୁମର ବିକର୍ମ
ବିନାଶ ହେବ । ଏଥିରେ ବହୁତ ପରିଶ୍ରମ ରହିଛି । ତେବେ ବର୍ସା ପାଇବା ପାଇଁ ବାବାଙ୍କୁ ବହୁତ ମନେ
ପକାଇବା ଦରକାର ନା । ଯିଏ ଯେତେ ଅଧିକ ମନେପକାଇବ, ତାକୁ ବର୍ସା ମଧ୍ୟ ସେତେ ସେତେ ଅଧିକ ମିଳିବ ।
ଏହା ହିଁ ହେଉଛି ଯୋଗର ଯାତ୍ରା । ଯିଏ ଯେତେ ଅଧିକ ଯୋଗ କରିବେ ସିଏ ସେତେ ପବିତ୍ର ହୋଇ, ଆସି ମୋ’
ଗଳାର ହାର ହେବେ । ସବୁ ଆତ୍ମାମାନଙ୍କର ନିରାକାରୀ ଦୁନିଆରେ ଏକ ବଂଶାବଳୀ ରହିଛି । ତାହାକୁ
ଇନକାରପୋରିୟଲ୍ ଟ୍ରି ଅର୍ଥାତ୍ ନିରାକାରୀ ଆତ୍ମାମାନଙ୍କର ବୃକ୍ଷ କୁହାଯାଉଛି । ଏହା କାରପୋରିୟଲ
ଟ୍ରି ଅର୍ଥାତ୍ ସାକାରୀ ମନୁଷ୍ୟ ସୃଷ୍ଟିରୂପି ବୃକ୍ଷ । ଏବେ ନିରାକାରୀ ଦୁନିଆରୁ ସମସ୍ତଙ୍କୁ
କ୍ରମ ଅନୁସାରେ ଆସିବାକୁ ହିଁ ହେବ ଏବଂ ଆସୁଛନ୍ତି ମଧ୍ୟ । ଏହି ସୃଷ୍ଟିରୂପି ବୃକ୍ଷ କେତେ ବଡ଼ ।
ଆତ୍ମା ଏଠାକୁ ପାର୍ଟ କରିବାକୁ ଆସୁଛି । ସବୁ ଆତ୍ମାମାନେ ଏହି ଡ଼୍ରାମାର ଅଭିନେତା ଅଟନ୍ତି ।
ଆତ୍ମା ଅବିନାଶୀ ହେବା ସହିତ ସେଥିରେ ଅବିନାଶୀ ପାର୍ଟ ମଧ୍ୟ ରହିଛି । ଡ଼୍ରାମା କେବେ ଆରମ୍ଭ ହେଲା,
ଏ କଥା କେହି କହି ପାରିବେ ନାହିଁ । ଡ୍ରାମା ଏହିପରି ଘୂରି ଚାଲିଛି । ଭାରତବାସୀ ପ୍ରଥମେ-ପ୍ରଥମେ
ସୁଖରେ ଥିଲେ ପୁଣି ଦୁଃଖକୁ ଆସିଲେ, ଏବେ ପୁଣି ଶାନ୍ତିଧାମକୁ ଯିବେ । ବାବା ପ୍ରଥମେ ସୁଖଧାମକୁ
ପଠାଇଦେବେ । ଏଥିରେ ଯିଏ ଯେତେ ପୁରୁଷାର୍ଥ କରିବେ ସେତେ ଉଚ୍ଚପଦ ପାଇବେ । ବାବା ରାଜଧାନୀ
ସ୍ଥାପନ କରୁଛନ୍ତି । ସେଠାରେ ପୁରୁଷାର୍ଥ ଅନୁସାରେ ରାଜପଦ ପାଇବେ । ସତ୍ୟଯୁଗରେ ତ ନିଶ୍ଚିତ
ଭାବରେ କମ୍ ମନୁଷ୍ୟ ରହିବେ । ଆଦି ସନାତନ ଦେବୀ-ଦେବତା ଧର୍ମର ବୃକ୍ଷ ବହୁତ ଛୋଟ । ବାକି ସବୁ
କିଛି ବିନାଶ ହୋଇଯିବ । ଏହି ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା ହେଉଛି ଅର୍ଥାତ୍ ସ୍ୱର୍ଗର
ଗେଟ୍ ଖୋଲୁଛି । ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ଏହି ଲଢେଇ ପରେ ସ୍ୱର୍ଗର ସ୍ଥାପନା ହୋଇଥିଲା ।
ଅନେକ ଧର୍ମର ବିନାଶ ହୋଇଥିଲା । ଏହାକୁ କଲ୍ୟାଣକାରୀ ଲଢେଇ କୁହାଯାଉଛି । ଏବେ ନର୍କର ଦ୍ୱାର
ଖୋଲିଛି, ପୁଣି ସ୍ୱର୍ଗର ଦ୍ୱାର ଖୋଲିବ । ସ୍ୱର୍ଗର ଦ୍ୱାର ବାବା ଖୋଲୁଛନ୍ତି, ନର୍କର ଦ୍ୱାର
ରାବଣ ଖୋଲୁଛି । ବାବା ବର୍ସା ଦେଉଛନ୍ତି, ରାବଣ ଅଭିଶାପ ଦେଉଛି । ଏ କଥା ଦୁନିଆ ଜାଣିନାହିଁ, ଏବେ
ମୁଁ ତୁମମାନଙ୍କୁ ବୁଝାଉଛି । ଶିକ୍ଷା ମନ୍ତ୍ରୀ ମଧ୍ୟ ଏହି ବିଶାଳ ବ୍ରହ୍ମାଣ୍ଡର ଜ୍ଞାନ ଜାଣିବାକୁ
ଚାହୁଁଛନ୍ତି । ତେବେ ଏହି ଜ୍ଞାନ ତ ତୁମେମାନେ ହିଁ ଦେଇପାରିବ । କିନ୍ତୁ ତୁମେମାନେ ହେଉଛ ଗୁପ୍ତ
। ତୁମମାନଙ୍କୁ ସେମାନେ ଚିହ୍ନି ନାହାଁନ୍ତି । ତୁମେମାନେ ଯୋଗବଳ ଦ୍ୱାରା ନିଜର ରାଜତ୍ୱ ନେଉଛ ।
ଲକ୍ଷ୍ମୀ-ନାରାୟଣ ଏହି ରାଜ୍ୟ କିପରି ପାଇଥିଲେ, ତାହା ତୁମେମାନେ ଜାଣିଛ, ଏହାକୁ ପୁରୁଷୋତ୍ତମ
କଲ୍ୟାଣକାରୀ ଯୁଗ କୁହାଯାଉଛି । ଯେତେବେଳେ କି ବାବା ଆସି ପତିତମାନଙ୍କୁ ପାବନ କରୁଛନ୍ତି ।
ଶ୍ରୀକୃଷ୍ଣଙ୍କୁ ତ ସମସ୍ତେ ବାପା ବୋଲି କହିବେ ନାହିଁ । ନିରାକାରଙ୍କୁ ବାବା ବୋଲି କୁହାଯାଉଛି ।
ତେବେ ସେହି ବାବାଙ୍କୁ ସ୍ମରଣ କରି ପାବନ ହେବାକୁ ପଡ଼ିବ । ସେଥିପାଇଁ ବିକାରକୁ ନିଶ୍ଚିତ ଛାଡ଼ିବାକୁ
ପଡ଼ିବ । ଭାରତ ନିର୍ବିକାରୀ ସୁଖଧାମ ଥିଲା, ଏବେ ବିକାରୀ ଦୁଃଖଧାମ ହୋଇଯାଇଛି । ୱର୍ଥ ନଟ୍ ଏ ପେନୀ
ଅର୍ଥାତ୍ ପାଇପଇସାର ମୂଲ୍ୟ ହୋଇଯାଇଛି । ଏହା ମଧ୍ୟ ଡ଼୍ରାମାର ଖେଳ ଅଟେ, ଯାହାକୁ ବୁଦ୍ଧିରେ ଧାରଣ
କରି ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ହେବ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଯୋଗବଳ
ଦ୍ୱାରା ପାବନ ହୋଇ ବାବାଙ୍କର ଗଳାର ହାର ହେବାକୁ ପଡ଼ିବ । କର୍ମଧନ୍ଦା କରି ମଧ୍ୟ ବାବାଙ୍କ
ସ୍ମୃତିରେ ରହି ବିକର୍ମାଜିତ୍ ହେବାକୁ ପଡିବ ।
(୨) ପୁଣ୍ୟ ଆତ୍ମା ହେବା
ପାଇଁ ପୂରା-ପୂରା ପୁରୁଷାର୍ଥ କରିବାକୁ ହେବ । ଦେହ-ଅଭିମାନକ଼ୁ ଛାଡ଼ି ଦେହୀ-ଅଭିମାନୀ ହେବାକୁ
ପଡ଼ିବ ।
ବରଦାନ:-
ନିଜର ବୁଦ୍ଧି
ରୂପୀ ନେତ୍ରକୁ କ୍ଲିୟର ଅର୍ଥାତ୍ ସ୍ପଷ୍ଟ ଏବଂ କେୟାରଫୁଲ ଅର୍ଥାତ୍ ସଜାଗ ରଖୁଥିବା ମାଷ୍ଟର
ନଲେଜଫୁଲ, ପାୱାରଫୁଲ୍ ଭବ ।
ଯେପରି ଜ୍ୟୋତିଷ ନିଜର
ଜ୍ୟୋତିଷ ବିଦ୍ୟା ଆଧାରରେ ଗ୍ରହ ନକ୍ଷତ୍ରର ଜ୍ଞାନ ଦ୍ୱାରା ଆସିବାକୁ ଯାଉଥିବା ବିପତ୍ତି ଗୁଡିକୁ
ଜାଣିପାରିଥାଆନ୍ତି, ସେହିପରି ତୁମେ ପିଲାମାନେ ମଧ୍ୟ ଆଗୁଆ ଭାବରେ ମାୟା ଦ୍ୱାରା ଆସିବାକୁ
ଯାଉଥିବା ପରୀକ୍ଷାଗୁଡିକୁ ପରଖି ନେଇ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବା ପାଇଁ ନିଜର ବୁଦ୍ଧି ରୂପୀ
ନେତ୍ରକୁ କ୍ଲିୟର ରଖ ଏବଂ ସଜାଗ ରୁହ । ଦିନକୁ ଦିନ ଯୋଗ ଶକ୍ତିକୁ ବା ଶାନ୍ତିର ଶକ୍ତିକୁ ବଢାଅ
ଯାହାଦ୍ୱାରା ପୂର୍ବରୁ ହିଁ ଜଣାଯିବ ଯେ ଆଜି କିଛି ହେବାକୁ ଯାଉଛି । ଯଦି ମାଷ୍ଟର ନଲେଜଫୁଲ
ଅର୍ଥାତ୍ ଜ୍ଞାନବାନ ଆତ୍ମା ଏବଂ ପାୱାରଫୁଲ ଅର୍ଥାତ୍ ଶକ୍ତିଶାଳୀ ଆତ୍ମା ହୋଇଯିବ, ତେବେ କେବେ ବି
ତୁମର ପରାଜୟ ହୋଇପାରିବ ନାହିଁ ।
ସ୍ଲୋଗାନ:-
ପବିତ୍ରତା ହିଁ
ନବୀନତା ଅଟେ ଏବଂ ଏହା ହିଁ ହେଉଛି ଜ୍ଞାନର ଆଧାର ।
ଅବ୍ୟକ୍ତ ଈଶାରା:- ମହାନ
ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର ।
ତୁମମାନଙ୍କର ଚାଲିଚଳନରେ
ମଧୁରତା ଏବଂ ମନ ଭିତରେ ବେହଦର ବୈରାଗ୍ୟ ବୃତ୍ତି ରହୁ । ଯଦି ଏହି ଦୁଇଟିଯାକ ସ୍ମୃତି ସର୍ବଦା
କାୟମ ରହିଥିବ, ତେବେ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୋଇଯିବ । ମଧୁରତା ଏବଂ ନମ୍ରତା ଏହି ଦୁଇଟି
ବିଶେଷ ଧାରଣା ଦ୍ୱାରା ସର୍ବଦା ବିଶ୍ୱ କଲ୍ୟାଣକାରୀ, ମହାଦାନୀ, ବରଦାନୀ ହୋଇଯିବ ଏବଂ ସହଜରେ
ସ୍ନେହର ପ୍ରମାଣ ଦେଇପାରିବ ।