16.06.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ସର୍ବଦା ଏହି ଖୁସୀରେ ରୁହ ଯେ ଆମକୁ କୌଣସି ଦେହଧାରୀ ପଢାଉ ନାହାଁନ୍ତି, ଅଶରୀରୀ ବାବା ଶରୀରରେ ପ୍ରବେଶ କରି ବିଶେଷ ଭାବରେ ଆମକୁ ପାଠ ପଢାଇବା ପାଇଁ ଆସିଛନ୍ତି ।’’

ପ୍ରଶ୍ନ:-
ତୁମମାନଙ୍କୁ ଜ୍ଞାନର ତୃତୀୟ ନେତ୍ର କାହିଁକି ମିଳିଛି?

ଉତ୍ତର:-
ଆମ୍ଭମାନଙ୍କୁ ନିଜର ଘର ଶାନ୍ତିଧାମ ଏବଂ ସୁଖଧାମକୁ ଦେଖିବା ପାଇଁ ଜ୍ଞାନର ତୃତୀୟ ନେତ୍ର ମିଳିଛି । ସେଥିପାଇଁ ଏହି ଆଖିରେ ଯେଉଁ ପୁରୁଣା ଦୁନିଆ, ମିତ୍ର-ସମ୍ବନ୍ଧୀ ଆଦି ଦେଖାଯାଉଛନ୍ତି, ସେମାନଙ୍କଠାରୁ ବୁଦ୍ଧିକୁ ଫେରାଇ ଆଣିବାକୁ ହେବ । ବାବା ଆତ୍ମାମାନଙ୍କୁ ପଙ୍କରୁ ବାହାର କରି ଫୁଲ ଭଳି କରିବା ପାଇଁ ଆସିଛନ୍ତି, ତେଣୁ ଏଭଳି ବାବାଙ୍କର ସମ୍ମାନ ମଧ୍ୟ ରଖିବାକୁ ହେବ ।

ଓମ୍ ଶାନ୍ତି ।
ଶିବଭଗବାନୁବାଚ । ଶିବ ଭଗବାନଙ୍କୁ ସଚ୍ଚା ବାବା ତ ନିଶ୍ଚିତ କୁହାଯିବ କାହିଁକି ନା ସିଏ ରଚୟିତା ଅଟନ୍ତି ନା । ଏବେ ତୁମେମାନେ ସେହି ସନ୍ତାନ ଅଟ ଯାହାଙ୍କୁ ଭଗବାନ, ଭଗବାନ ଭଗବତୀ କରିବା ପାଇଁ ପାଠ ପଢାଉଛନ୍ତି । ଏକଥା ତ ସମସ୍ତେ ଭଲ ଭାବରେ ଜାଣିଛନ୍ତି । ଏପରି କେହି ଷ୍ଟୁଡେଣ୍ଟ ନ ଥିବେ ଯିଏକି ନିଜର ଟୀଚରଙ୍କୁ, ନିଜ ପାଠପଢାକୁ ଏବଂ ତାହାର ଫଳାଫଳକୁ ଜାଣିନଥିବ । ଯାହାଙ୍କୁ ସ୍ୱୟଂ ଭଗବାନ ପାଠ ପଢାଉଛନ୍ତି ତେବେ ସେହି ପିଲାମାନଙ୍କୁ କେତେ ଖୁସୀ ହେବା ଦରକାର । ଏହି ଖୁସୀ ସ୍ଥାୟୀ କାହିଁକି ରହୁ ନାହିଁ? ତୁମେମାନେ ଜାଣିଛ ଯେ, ଆମକୁ କୌଣସି ଦେହଧାରୀ ମନୁଷ୍ୟ ପାଠ ପଢାଉ ନାହାଁନ୍ତି । ଅଶରୀରୀ ବାବା ବିଶେଷ କରି ତୁମମାନଙ୍କୁ ପାଠ ପଢାଇବା ପାଇଁ ଏହି ଶରୀରରେ ପ୍ରବେଶ କରିଛନ୍ତି । ଏକଥା କାହାକୁ ଜଣା ନାହିଁ ଯେ ଭଗବାନ ଆସି ତୁମମାନଙ୍କୁ ପାଠ ପଢାଉଛନ୍ତି । ତୁମେ ଜାଣୁଛ ଯେ ଆମେ ଭଗବାନଙ୍କର ସନ୍ତାନ, ସିଏ ଆମକୁ ପାଠ ପଢାଉଛନ୍ତି । ସେ ଜ୍ଞାନର ସାଗର ଅଟନ୍ତି । ଏବେ ଶିବବାବାଙ୍କର ସମ୍ମୁଖରେ ତୁମେମାନେ ବସିଛ । ଆତ୍ମା ଏବଂ ପରମାତ୍ମାଙ୍କର ମିଳନ ଏବେ ହିଁ ହୋଇଛି, ଏହି କଥାକୁ ଭୁଲିଯାଅ ନାହିଁ । ପରନ୍ତୁ ମାୟା ଏପରି ଯିଏକି ଭୁଲାଇ ଦେଉଛି । ନିଶା ବା ଖୁସୀ ରହିବା ଦରକାର ଯେ ଆମକୁ ଭଗବାନ ପାଠ ପଢାଉଛନ୍ତି । ତାଙ୍କୁ ନିରନ୍ତର ସ୍ମରଣ କରିବା ଦରକାର । ପରନ୍ତୁ ଏଠାରେ ତ ଏଭଳି ଅଛନ୍ତି ଯେଉଁମାନେ କି ବିଲ୍‌କୁଲ୍ ହିଁ ଭୁଲିଯାଉଛନ୍ତି । କିଛି ବି ଜାଣିପାରୁ ନାହାଁନ୍ତି । ଭଗବାନ ନିଜେ କହୁଛନ୍ତି ଯେ ବହୁତ ପିଲା ଏକଥା ଭୁଲି ଯାଉଛନ୍ତି, ନଚେତ୍ ସେହିଭଳି ଖୁସୀ ରହିବା ଦରକାର ନା । ଆମେ ଭଗବାନଙ୍କର ସନ୍ତାନ । ସେ ଆମକୁ ପାଠ ପଢାଉଛନ୍ତି । କିନ୍ତୁ ମାୟା ଏଭଳି ପ୍ରବଳ ଯିଏକି ବିଲ୍‌କୁଲ୍ ହିଁ ଭୁଲାଇ ଦେଉଛି । ଏହି ଆଖିରେ ଯେଉଁ ସବୁ ମିତ୍ର ସମ୍ବନ୍ଧୀ ପୁରୁଣା ଦୁନିଆ, ଆଦି ଦେଖୁଛ ତାଙ୍କ ଆଡକୁ ବୁଦ୍ଧି ଯୋଗ ଚାଲିଯାଉଛି । ଏବେ ତୁମମାନଙ୍କୁ ବାବା ତୃତୀୟ ନେତ୍ର ଦେଉଛନ୍ତି । ଯାହାଦ୍ୱାରା ତୁମେମାନେ ଶାନ୍ତିଧାମ ଏବଂ ସୁଖଧାମକୁ ସ୍ମରଣ କରୁଛ । ଏହାହେଲା ଦୁଃଖଧାମ, ଛି-ଛି ଦୁନିଆ । ତୁମେମାନେ ଜାଣିଛ ଯେ, ଭାରତ ଦିନେ ସ୍ୱର୍ଗ ଥିଲା, ଏବେ ନର୍କ ହୋଇଯାଇଛି । ବାବା ଆସି ପୁଣି ସମସ୍ତଙ୍କୁ ଫୁଲ ସଦୃଶ କରୁଛନ୍ତି । ସେଠାରେ ତୁମକୁ ୨୧ ଜନ୍ମ ପାଇଁ ସୁଖ ମିଳିଥାଏ । ସେଥିପାଇଁ ତୁମେମାନେ ଏବେ ପାଠ ପଢୁଛ । ପରନ୍ତୁ ଭଲ ଭାବରେ ନ ପଢିବା କାରଣରୁ ଏଠାରେ ଥିବା ଧନ ଦୌଲତ ଇତ୍ୟାଦିରେ ହିଁ ବୁଦ୍ଧି ଅଟକି ଯାଉଛି । ସେଥିରୁ ବୁଦ୍ଧି ହଟୁ ନାହିଁ । ବାବା କହୁଛନ୍ତି ଶାନ୍ତିଧାମ ଏବଂ ସୁଖଧାମ ଆଡକୁ ବୁଦ୍ଧି ଯୋଗ ରଖ । ପରନ୍ତୁ ବୁଦ୍ଧି ଖରାପ ଦୁନିଆରେ ଏକଦମ୍ ଯେପରି ଲାଖି ରହିଛି, ଛାଡୁ ନାହିଁ । ଯଦିଓ ଏଠାରେ ବସିଛନ୍ତି କିନ୍ତୁ ପୁରୁଣା ଦୁନିଆରୁ ବୁଦ୍ଧି ହଟୁ ନାହିଁ । ଏବେ ବାବା ସମସ୍ତଙ୍କୁ ସୁନ୍ଦର ପବିତ୍ର କରିବା ପାଇଁ ଆସିଛନ୍ତି । ତୁମେମାନେ ମୁଖ୍ୟ କଥା ପବିତ୍ରତାର ଧାରଣା ପାଇଁ ହିଁ କହୁଛ ଯେ, ବାବା ଆମମାନଙ୍କୁ ପବିତ୍ର କରି ପବିତ୍ର ଦୁନିଆକୁ ନେଇଯାଉଛନ୍ତି, ତେବେ ଏଭଳି ପିତାଙ୍କୁ କେତେ ସମ୍ମାନ ଦେବା ଦରକାର । ଏଭଳି ବାବାଙ୍କ ଉପରେ ତ ସମ୍ପୂର୍ଣ୍ଣ ସମର୍ପଣ ହୋଇଯିବା ଦରକାର । ଯିଏକି ପରମଧାମରୁ ଆସି ଆମମାନଙ୍କୁ ପାଠ ପଢାଉଛନ୍ତି, ପିଲାମାନଙ୍କ ପାଇଁ କେତେ ମେହନତ କରୁଛନ୍ତି । ଏକଦମ୍ ପଙ୍କରୁ ବାହାର କରୁଛନ୍ତି । ଏବେ ତୁମେମାନେ ଫୁଲ ସଦୃଶ ହେଉଛ । ଭଗବାନଙ୍କୁ ମନୁଷ୍ୟରୁ ଦେବତା କରିବାରେ ଅଧିକ ସମୟ ଲାଗିନଥାଏ । ଏବେ ଆମକୁ ବାବା ପାଠ ପଢାଉଛନ୍ତି । ଆମେ ଏଠାକୁ ମନୁଷ୍ୟରୁ ଦେବତା ହେବା ପାଇଁ ଆସିଛୁ । ଏ କଥା ଏବେ ତୁମେମାନେ ଜାଣିଲ, ପୂର୍ବରୁ ଏ କଥା ଜାଣି ନ ଥିଲ ଯେ ଆମେ ସ୍ୱର୍ଗବାସୀ ଥିଲୁ । ଏବେ ବାବା କହୁଛନ୍ତି, ତୁମେମାନେ ରାଜ୍ୟ କରିଥିଲ ପୁଣି ରାବଣ ତୁମର ରାଜ୍ୟ ଛଡେଇ ନେଲା । ତୁମେ ହିଁ ବହୁତ ସୁଖ ଦେଖିଛ ପୁଣି ୮୪ଜନ୍ମ ନେଇ ନେଇ ସିଢିରୁ ତଳକୁ ଖସିଛ । ଏହା ହେଲା ଛି-ଛି ଦୁନିଆ । ଏଠାରେ ମନୁଷ୍ୟ କେତେ ଦୁଃଖରେ ଅଛନ୍ତି । କେତେ ଭୋକ ଉପାସରେ ରହି ମୃତ୍ୟୁ ମୁଖରେ ପଡୁଛନ୍ତି, ଏଠାରେ କିଛି ବି ସୁଖ ନାହିଁ । ଯଦିଓ କେହି କେହି ଧନବାନ ମଧ୍ୟ ଅଛନ୍ତି, କିନ୍ତୁ ତାହା ମଧ୍ୟ ଅଳ୍ପକାଳର ସୁଖ, କାଗ ବିଷ୍ଠା ସମାନ ଅଟେ । ଏହାକୁ କୁହାଯାଇଛି ବିଷୟ ବୈତରଣୀ ନଦୀ । ସ୍ୱର୍ଗରେ ତ ଆମେ ବହୁତ ସୁଖୀ ହେବା । ଏବେ ତୁମେମାନେ ଶ୍ୟାମଳରୁ ଗୋରା ହେଉଛ ।

ତୁମେମାନେ ଜାଣୁଛ ଯେ ଆମେ ହିଁ ଦେବତା ଥିଲୁ ପୁଣି ପୁନର୍ଜନ୍ମ ନେଇ-ନେଇ ଏବେ ବେଶ୍ୟାଳୟରେ ଆସି ପହଞ୍ଚିଛୁ । ଏବେ ପୁଣି ମୁଁ ଆସି ତୁମମାନଙ୍କୁ ଶିବାଳୟକୁ ନେଇଯାଉଛି । ଶିବବାବା ସ୍ୱର୍ଗର ସ୍ଥାପନା କରୁଛନ୍ତି, ତୁମକୁ ପାଠ ପଢାଉଛନ୍ତି ତେଣୁ ଭଲ ଭାବରେ ପଢିବା ଦରକାର ନା । ପାଠପଢି ସୃଷ୍ଟିଚକ୍ରକୁ ବୁଦ୍ଧିରେ ଧାରଣ କରି ଦୈବୀଗୁଣ ଧାରଣ କରିବା ଦରକାର । ତୁମେମାନେ ରୂପ-ବସନ୍ତ ଅର୍ଥାତ୍ ଯୋଗୀ ଜ୍ଞାନୀ ଅଟ । ତେଣୁ ତୁମମାନଙ୍କ ମୁଖରୁ ସର୍ବଦା ଜ୍ଞାନର ରତ୍ନ ହିଁ ବାହାରିବା ଉଚିତ୍‌, ଖରାପକଥା ନୁହେଁ । ବାବା ମଧ୍ୟ କହୁଛନ୍ତି, ମୁଁ ରୂପ ବସନ୍ତ ଅଟେ । ମୁଁ ପରମ ଆତ୍ମା ଜ୍ଞାନର ସାଗର ଅଟେ । ପାଠପଢା ହିଁ ରୋଜଗାରର ପନ୍ଥା ଅଟେ । ପାଠପଢି ଯେତେବେଳେ ବାରିଷ୍ଟର ଡାକ୍ତର ଆଦି ହୋଇଥା’ନ୍ତି, ସେତେବେଳେ ଲକ୍ଷ ଲକ୍ଷ ରୋଜଗାର କରିଥା’ନ୍ତି । ଜଣେ-ଜଣେ ଡାକ୍ତର ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥା’ନ୍ତି । ତାଙ୍କୁ ଖାଇବାକୁ ମଧ୍ୟ ଫୁର୍ସତ ନଥାଏ । ତୁମେମାନେ ମଧ୍ୟ ଏବେ ପଢୁଛ । କି ପଦ ପ୍ରାପ୍ତ କରୁଛ? ବିଶ୍ୱର ମାଲିକ । ତେଣୁ ଏହି ପାଠପଢାର ନିଶା ରହିବା ଦରକାର ନା । ତୁମମାନଙ୍କର କଥାବାର୍ତ୍ତା କେତେ ରାଜକୀୟ ହେବା ଦରକାର । ତୁମେମାନେ ନିଜର ସ୍ୱଭାବକୁ ରାଜକୀୟ କରୁଛ ନା । ରାଜାମାନଙ୍କର ଚାଲି ଚଳଣ ଦେଖ କିଭଳି ହୋଇଥାଏ । ବ୍ରହ୍ମାବାବା ତ ଅନୁଭବୀ ନା । ରାଜାମାନଙ୍କୁ ଭେଟି ଦେଇଥା’ନ୍ତି । ସେମାନେ କେବେ ବି କୌଣସି ଜିନିଷ ହାତରେ ନିଅନ୍ତି ନାହିଁ । ଯଦି ନେବାର ଥିବ ତେବେ ଈଶାରା କରିବେ - ସେକ୍ରେଟାରୀକୁ ଯାଇ ଦିଅ । ସେମାନଙ୍କ ଭିତରେ ବହୁତ ରାଜକୀୟତା ଥାଏ । ବୁଦ୍ଧିରେ ଏହି ଖିଆଲ ରହିଥାଏ ଯେ ଏହାଙ୍କଠାରୁ ନେଲେ ପୁଣି ପ୍ରତି ବଦଳରେ ତାଙ୍କୁ ମଧ୍ୟ ଦେବାକୁ ହେବ, ନହେଲେ ନେବେ ନାହିଁ । କେହି କେହି ରାଜା ପ୍ରଜାମାନଙ୍କଠାରୁ ବିଲ୍‌କୁଲ୍ କିଛି ନିଅନ୍ତି ନାହିଁ, କେହି ତ ବହୁତ ନେଇଥା’ନ୍ତି । ରାଜାମାନଙ୍କ ଭିତରେ ମଧ୍ୟ ଫରକ ରହିଛି । ଏବେ ତୁମେମାନେ ସତ୍ୟଯୁଗର ଡବଲ ମକୁଟଧାରୀ ରାଜା ହେବାକୁ ଯାଉଛ । ଡବଲ ମକୁଟଧାରୀ ହେବା ପାଇଁ ପବିତ୍ରତା ନିଶ୍ଚିତ ଦରକାର । ଏହି ବିକାରୀ ଦୁନିଆକୁ ଛାଡିବାକୁ ହେବ । ତୁମେମାନେ ବିକାରକୁ ତ୍ୟାଗ କରିଛ, କେହି ବିକାରୀ ଏଠାରେ ଆସି ବସିପାରିବେ ନାହିଁ । ଯଦି ନ ଜଣାଇ ଆସି ବସି ଯାଆନ୍ତି ତେବେ ସେମାନେ ନିଜର ହିଁ କ୍ଷତି କରିଥା’ନ୍ତି । କେହି କେହି ଚାଲାକି କରିଥା’ନ୍ତି, ଏଭଳି କରିଲେ କାହାକୁ କ’ଣ ଜଣାପଡିବ କି! ବାବା ଚାହେଁ ଦେଖନ୍ତୁ, ବା ନ ଦେଖନ୍ତୁ ସେମାନେ ନିଜେ ହିଁ ପାପ ଆତ୍ମା ହୋଇଯା’ନ୍ତି । ତୁମେ ମଧ୍ୟ ପାପ ଆତ୍ମା ଥିଲ । ଏବେ ପୁରୁଷାର୍ଥ କରି ପୁଣ୍ୟ ଆତ୍ମା ହେବାକୁ ପଡିବ । ତୁମମାନଙ୍କୁ କେତେ ଜ୍ଞାନ ମିଳିଛି । ଏହି ଜ୍ଞାନ ଦ୍ୱାରା ତୁମେ କୃଷ୍ଣପୁରୀର ମାଲିକ ହେଉଛ । ବାବା ତୁମମାନଙ୍କୁ ଦିବ୍ୟଗୁଣରେ କେତେ ସଜାଉଛନ୍ତି । ଉଚ୍ଚରୁ ଉଚ୍ଚ ଭଗବାନ ପାଠ ପଢାଉଛନ୍ତି, ତେଣୁ କେତେ ଖୁସୀରେ ପଢିବା ଦରକାର । ଏପରି ପାଠ ତ କେହି ସୌଭାଗ୍ୟଶାଳୀ ହିଁ ପଢିଥା’ନ୍ତି, ପୁଣି ସାର୍ଟିଫିକେଟ୍ ମଧ୍ୟ ନେବାକୁ ହେବ । ବାବା କହିବେ ତୁମେ ପଢୁଛ କେଉଁଠି । ବୁଦ୍ଧି ଏଣେତେଣେ ବୁଲୁଛି । ତେବେ କ’ଣ ହେବ! ଲୌକିକ ବାପା ମଧ୍ୟ କହିଥା’ନ୍ତି ଏମିତି ହେଲେ ତ ତୁ ଫେଲ୍ ହୋଇଯିବୁ, କେହି ତ ପାଠ ପଢି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥା’ନ୍ତି । କେହି କେହି ତ ଦେଖ ଏଣେ ତେଣେ ଘୁରି ବୁଲୁଥା’ନ୍ତି । ତୁମମାନଙ୍କୁ ମାତାପିତା ଏବଂ ଅନନ୍ୟ ଭାଇ ଯେଉଁମାନେ ନିଜେ ଭଲ ଭାବରେ ପାଠ ପଢିଥା’ନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ପଢାଇଥା’ନ୍ତି ଏହି ଧନ୍ଦା କରିଥା’ନ୍ତି ସେହିମାନଙ୍କୁ ହିଁ ଅନୁକରଣ କରିବାକୁ ହେବ । ପ୍ରଦର୍ଶନୀରେ ଅନେକଙ୍କୁ ବୁଝାଇଥାନ୍ତି ନା । ଆଗକୁ ଗଲେ ଯେତେ ଦୁଃଖ ବଢି ଚାଲିବ, ସେତେ ମନୁଷ୍ୟମାନଙ୍କୁ ବୈରାଗ୍ୟ ଆସିବ ଏବଂ ସେମାନେ ଏହି ପାଠପଢାରେ ଲାଗିଯିବେ । । ଦୁଃଖ ସମୟରେ ଭଗବାନଙ୍କୁ ବହୁତ ମନେ ପକାଇବେ । ଦୁଃଖରେ ମରିବା ସମୟରେ ହେ ରାମ, ହାୟ ଭଗବାନ କହିଥା’ନ୍ତି ନା । ତୁମମାନଙ୍କୁ ତ ସେଭଳି କିଛି କରିବାର ନାହିଁ । ତୁମେମାନେ ତ ଖୁସୀରେ ନିଜକୁ ପ୍ରସ୍ତୁତ କରୁଛ । କେତେବେଳେ ଏହି ପୁରୁଣା ଶରୀରକୁ ଛାଡିବୁ ଆଉ ଆମେ ନିଜ ଘରକୁ ଯିବୁ । ପୁଣି ସେଠାରେ ଶରୀର ମଧ୍ୟ ସୁନ୍ଦର ମିଳିବ । ପୁରୁଷାର୍ଥ କରି ଶିକ୍ଷାଦାତା ଶିକ୍ଷକଙ୍କ (ଟିଚର୍ସ)ଠାରୁ ମଧ୍ୟ ଆଗକୁ ଯିବା ଦରକାର । ଏପରି ମଧ୍ୟ ହେଉଛି ଶିକ୍ଷାଦାତା ଶିକ୍ଷକଙ୍କଠାରୁ ମଧ୍ୟ ଛାତ୍ର ମାନଙ୍କର ଅବସ୍ଥା ବହୁତ ଭଲ ରହୁଛି । ବାବା ତ ସମସ୍ତଙ୍କୁ ଜାଣୁଛନ୍ତି ନା । ତୁମେ ସନ୍ତାନମାନେ ମଧ୍ୟ ଜାଣି ପାରୁଛ, ନିଜ ଭିତରକୁ ଦେଖିବା ଦରକାର - ଆମ ଭିତରେ କ’ଣ ତ୍ରୁଟି ରହିଛି? ମାୟାର ବିଘ୍ନକୁ ଅତିକ୍ରମ କରିବାକୁ ହେବ । ସେଥିରେ ବାନ୍ଧି ହେବା ଉଚିତ୍ ନୁହେଁ ।

ଯେଉଁମାନେ କହୁଛନ୍ତି ମାୟା ତ ବହୁତ ଶକ୍ତିଶାଳୀ, ଆମେ କିପରି ଏହିମାର୍ଗରେ ଚାଲିପାରିବୁ, ଯଦି ଏପରି ଭାବିବେ ତେବେ ମାୟା ଏକଦମ୍ କଞ୍ଚା ଖାଇଦେବ । ଯେପରି ହାତୀକୁ କୁମ୍ଭୀର ଖାଇଲା । ଏ ସବୁ ବର୍ତ୍ତମାନର କଥା ନା । ଭଲ-ଭଲ ସନ୍ତାନମାନଙ୍କୁ ମଧ୍ୟ ମାୟା ରୂପୀ କୁମ୍ଭୀର ଏକଦମ୍ ଗିଳିଦେଇଥାଏ । ନିଜକୁ ତା’ଠାରୁ ମୁକୁଳାଇ ପାରି ନ ଥା’ନ୍ତି । ନିଜେ ମଧ୍ୟ ବୁଝିଯା’ନ୍ତି ଯେ - ଆମେ ମାୟାର ଚାପୁଡାରୁ ମୁକ୍ତ ହେବା ପାଇଁ ଚାହୁଁଛୁ । ପରନ୍ତୁ ମାୟା ମୁକ୍ତ ହେବା ପାଇଁ ଦେଇ ନ ଥାଏ । ତେଣୁ କହିଥା’ନ୍ତି ବାବା ମାୟାକୁ କୁହନ୍ତୁ - ଏପରି ନ ଧରୁ । ଆରେ, ଏହା ତ ଯୁଦ୍ଧକ୍ଷେତ୍ର ନା । ଯୁଦ୍ଧକ୍ଷେତ୍ରରେ କ’ଣ ଏପରି କହିବେ ଯେ ଏହାକୁ କୁହ ମୋତେ ପଞ୍ଝା ନ ଲଗାଉ ଅର୍ଥାତ୍ ଆକ୍ରମଣ ନ କରୁ । ଖେଳରେ ଏପରି କ’ଣ କହିବେ କି ଆମ ଆଡକୁ ବଲ୍ ଦିଅ ନାହିଁ । ସଂଗେ ସଂଗେ କହିଦେବେ ଯୁଦ୍ଧକ୍ଷେତ୍ରକୁ ଆସିଛ ତ ଲଢାଇ କର, ଏଠାରେ ମଧ୍ୟ ମାୟା ଖୁବ୍ ହଇରାଣ କରିଥାଏ । ତୁମେ ବହୁତ ଉଚ୍ଚ ପଦ ପାଇ ପାରିବ । ତୁମମାନଙ୍କୁ ଭଗବାନ ପାଠ ପଢାଉଛନ୍ତି କ’ଣ, କମ୍ କଥା କି! ଏବେ ପୁରୁଷାର୍ଥର କ୍ରମ ଅନୁସାରେ ତୁମମାନଙ୍କର ଚଢତି କଳା ହେଉଛି । ସମସ୍ତଙ୍କୁ ସଉକ ରହିବା ଦରକାର ଯେ ଆମେ ଆମର ଭବିଷ୍ୟତ ଜୀବନକୁ ହୀରା ସମାନ କରିବୁ । ସେଥିପାଇଁ ବିଘ୍ନକୁ ସମାପ୍ତ କରିଚାଲ । କେମିତି ବି ହେଉ ନା କାହିଁକି ବାବାଙ୍କଠାରୁ ବର୍ସା ନିଶ୍ଚିତ ନେବାକୁ ହେବ । ନଚେତ୍ ଆମେ କଳ୍ପ କଳ୍ପ ଫେଲ୍ ହୋଇଯିବା । ଯଦି କେହି ସାହୁକାରର ସନ୍ତାନ ହୋଇଥିବେ, ତାଙ୍କ ଲୌକିକ ପିତା ତାଙ୍କୁ ଈଶ୍ୱରୀୟ ପାଠପଢା ବନ୍ଦ କରୁଥିବେ, ତେବେ ସେ କହିବେ ମୁଁ ଏହି ଲକ୍ଷ ଲକ୍ଷ ଟଙ୍କା କ’ଣ କରିବି, ମୋତେ ତ ବେହଦର ବାବାଙ୍କଠାରୁ ବିଶ୍ୱର ବାଦଶାହୀ ନେବାର ଅଛି । ଏହି ଲକ୍ଷ-କୋଟି ତ ସବୁ ଭସ୍ମୀଭୂତ ହୋଇଯିବ । କାହାର ମାଟି ତଳେ ଦବିଯିବ, କାହାର ନିଆଁରେ ପୋଡିଯିବ, ସମଗ୍ର ସୃଷ୍ଟୀରୂପକ ପାଳଗଦାକୁ ନିଆଁ ଲାଗିବ । ଏହା ତ ରାବଣର ଲଙ୍କା ଅଟେ । ତୁମେ ସବୁ ସୀତା ଅଟ । ଏବେ ରାମ ଶିବବାବା ଆସିଛନ୍ତି । ସମଗ୍ର ଧରିତ୍ରୀ ଏକ ଟାପୁ ଅଟେ, ବାସ୍ତବରେ ବର୍ତ୍ତମାନ ସମୟରେ ହିଁ ରାବଣ ରାଜ୍ୟ ଚାଲିଛି । ବାବା ଆସି ରାବଣ ରାଜ୍ୟକୁ ବିନାଶ କରି ତୁମକୁ ରାମ ରାଜ୍ୟର ମାଲିକ କରୁଛନ୍ତି । ତୁମର ତ ଆନ୍ତରିକ ଖୁସି ବହୁତ ରହିବା ଦରକାର । ଗାୟନ ମଧ୍ୟ ରହିଛି ଯେ ଅତିନ୍ଦ୍ରିୟ ସୁଖ ପଚାରିବ ତ ପିଲାମାନଙ୍କୁ ପଚାର । ତୁମେ ପ୍ରଦର୍ଶନୀରେ ନିଜର ସୁଖ କଥା ଜଣାଇଥାଅ ନା । ଆମେ ଭାରତକୁ ସ୍ୱର୍ଗରେ ପରିଣତ କରୁଛୁ । ଶ୍ରୀମତ ଆଧାରରେ ଭାରତର ସେବା କରୁଛୁ । ତୁମେମାନେ ଯେତେ-ଯେତେ ଶ୍ରୀମତରେ ଚାଲିବ ସେତେ ଶ୍ରେଷ୍ଠ ହେବ । ତୁମକୁ ମତ ଦେଲାବାଲା ତ ବହୁତ ବାହାରିବେ କିନ୍ତୁ ତାହା ମଧ୍ୟ ପରଖିବାକୁ ହେବ ଏବଂ ନିଜକୁ ସମ୍ଭାଳିବାକୁ ହେବ । କେଉଁଠି କେଉଁଠି ମାୟା ମଧ୍ୟ ଗୁପ୍ତ ରୂପରେ ପ୍ରବେଶ ହୋଇଯାଇଥାଏ । ତୁମେମାନେ ବିଶ୍ୱର ମାଲିକ ହେବାକୁ ଯାଉଛ, ତେଣୁ ଆନ୍ତରିକ ଖୁସୀ ବହୁତ ରହିବା ଦରକାର । ତୁମେ କହିଥାଅ ଯେ ବାବା ଆମେ ଆପଣଙ୍କଠାରୁ ସ୍ୱର୍ଗର ସମ୍ପତ୍ତି ନେବା ପାଇଁ ଆସିଛୁ । ସତ୍ୟ ନାରାୟଣର କଥା ଶୁଣି ଆମେ ନରରୁ ନାରାୟଣ, ନାରୀରୁ ଲକ୍ଷ୍ମୀ ହେବୁ । ତୁମେ ସବୁ ହାତ ଉଠାଇଥାଅ ଯେ ବାବା ଆମେ ଆପଣଙ୍କଠାରୁ ସମ୍ପୂର୍ଣ୍ଣ ବର୍ସା ନିଶ୍ଚିତ ନେବୁ, ନଚେତ୍ ଆମେ କଳ୍ପ-କଳ୍ପ ହରାଇ ବସିବୁ । କୌଣସି ବି ବିଘ୍ନକୁ ଆମେ ସମାପ୍ତ କରି ଦେଇପାରିବା, ଏତିକି ବାହାଦୂରୀ ଦେଖାଇବା ଦରକାର । ତୁମେମାନେ ଏତିକି ବାହାଦୁରୀ ଦେଖାଇଛ ନା, ଯାହାଙ୍କଠାରୁ ବର୍ସା ମିଳୁଛି ତାଙ୍କୁ କ’ଣ ଛାଡିଦେବ! କେହି ତ ରହିଗଲେ, କେହି ପୁଣି ଚାଲି ଗଲେ । ଭଲ-ଭଲ ଭାଇ-ଭଉଣୀମାନଙ୍କୁ ମଧ୍ୟ ମାୟା ଖାଇଗଲା । ମାୟା ଅଜଗର ଖାଇ କରି ସମ୍ପୂର୍ଣ୍ଣ ଗିଳିଦେଲା । ଏବେ ବାବା ବୁଝାଉଛନ୍ତି ହେ ଆତ୍ମାଗଣ, ବହୁତ ସ୍ନେହରେ ବୁଝାଉଛନ୍ତି, ମୁଁ ଏହି ପତିତ ଦୁନିଆରେ ଆସି ପାବନ-ଦୁନିଆର ସ୍ଥାପନା କରୁଛି । ଏବେ ପତିତ ଦୁନିଆର ସମାପ୍ତି ସମ୍ମୁଖରେ ଉପସ୍ଥିତ । ମୁଁ ତୁମକୁ ରାଜାଙ୍କର ରାଜା କରୁଛି । ପତିତ ରାଜାମାନଙ୍କର ମଧ୍ୟ ରାଜା । ଏକ ମୁକୁଟଧାରୀ ରାଜାମାନେ ଡବଲ ମୁକୁଟଧାରୀ ରାଜାମାନଙ୍କୁ ମୁଣ୍ଡ କାହିଁକି ନୁଆଁଇ ଥାଆନ୍ତି? ଅଧାକଳ୍ପ ପରେ ଯେତେବେଳେ ସେହି ପବିତ୍ରତା ଚାଲିଯାଇଥାଏ, ସେତେବେଳେ ରାବଣ ରାଜ୍ୟରେ ସମସ୍ତେ ବିକାରୀ ଏବଂ ପୂଜାରୀ ହୋଇଯାଇଥା’ନ୍ତି । ତେଣୁ ଏବେ ବାବା ପିଲାମାନଙ୍କୁ ବୁଝାଉଛନ୍ତି ଯେ - କୌଣସି ଅବହେଳା କର ନାହିଁ । ଏ କଥା କେବେହେଲେ ଭୁଲିଯାଅ ନାହିଁ । ଭଲ ଭାବରେ ପାଠ ପଢ । ଯଦି ପ୍ରତିଦିନ କ୍ଲାସ୍‌ରେ ଉପସ୍ଥିତ ରହିପାରୁ ନାହଁ ତେବେ ମଧ୍ୟ ବାବା ସବୁ ପ୍ରକାରର ଯୋଜନା (ଉପାୟ) ଦେଇପାରିବେ । ୭ ଦିନର କୋର୍ସ କର ଯାହାଦ୍ୱାରା ମୁରଲୀକୁ ସହଜରେ ବୁଝିପାରିବ । କେଉଁଠାକୁ ବି ଯାଅ ଏହି ଦୁଇଟି ଶବ୍ଦ ମନେ ପକାଅ । ଏହା ହେଲା ମହାମନ୍ତ୍ର । ନିଜକୁ ଆତ୍ମ ନିଶ୍ଚୟ କରି ବାବାଙ୍କୁ ମନେ ପକାଅ । କୌଣସି ବି ବିକର୍ମ କିମ୍ବା ପାପ କର୍ମ ଦେହ ଅଭିମାନରେ ଆସିଲେ ହିଁ ହୋଇଥାଏ । ବିକର୍ମରୁ ରକ୍ଷା ପାଇବା ପାଇଁ ହେଲେ ବୁଦ୍ଧିର ପ୍ରୀତି ଏକମାତ୍ର ବାବାଙ୍କ ସହିତ ଲଗାଇବା ଦରକାର । କୌଣସି ଦେହଧାରୀଙ୍କ ସହିତ ନୁହେଁ । କେବଳ ଜଣଙ୍କ ସହିତ ବୁଦ୍ଧିଯୋଗ ଲଗାଅ । ଶେଷ ପର୍ଯ୍ୟନ୍ତ ତାଙ୍କୁ ମନେ ପକାଅ ତେବେ ଯାଇ କୌଣସି ବିକର୍ମ ହେବ ନାହିଁ । ଏହା ତ’ ସଢି ଯାଇଥିବା ଶରୀର ଅଟେ । ଯାହାର ଅଭିମାନ ଛାଡି ଦିଅ । ନାଟକ ସମାପ୍ତ ହେଉଛି, ବର୍ତ୍ତମାନ ଆମର ୮୪ ଜନ୍ମ ପୁର୍ଣ୍ଣ ହୋଇଛି । ଏହା ପୁରୁଣା ଆତ୍ମା ଏବଂ ପୁରୁଣା ଶରୀର ଅଟେ । ଏବେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ, ପୁଣି ଶରୀର ମଧ୍ୟ ସତ୍ତ୍ୱପ୍ରଧାନ ମିଳିଯିବ । ଆତ୍ମାକୁ ସତ୍ତ୍ୱପ୍ରଧାନ କିପରି କରିବାକୁ ହେବ ଏହି ନିଶା ଲାଗି ରହୁ । ସେଥିପାଇଁ ବାବା କେବଳ ଗୋଟିଏ କଥା କହୁଛନ୍ତି ମାମେକମ୍ ୟାଦ କରୋ ଅର୍ଥାତ୍ ମୋତେ ମନେ ପକାଅ । ବାସ୍ ଏହି ଚିନ୍ତା କର । ତୁମେ ମଧ୍ୟ କହିଥାଅ ନା- ବାବା ଆମେ ପାସ୍ ହୋଇ ଦେଖାଇବୁ । କ୍ଲାସ୍‌ରେ ମଧ୍ୟ ଜାଣିଥା’ନ୍ତି ଯେ ସମସ୍ତଙ୍କୁ ସ୍କଲାରସିପ୍ (ବୃତ୍ତି) ତ ମିଳିବ ନାହିଁ । ପୁଣି ମଧ୍ୟ ପୁରୁଷାର୍ଥ ତ ବହୁତ କରିଥା’ନ୍ତି ନା । ତୁମେମାନେ ମଧ୍ୟ ଜାଣିଛ ଯେ ଆମକୁ ନରରୁ ନାରାୟଣ ହେବା ପାଇଁ ପୁରା ପୁରୁଷାର୍ଥ କରିବାକୁ ହେବ । କମ୍ ପୁରୁଷାର୍ଥ କାହିଁକି କରିବା । କୌଣସି ବି କଥାରେ ଚିନ୍ତା ନାହିଁ । ଯୋଦ୍ଧା କେବେ ଚିନ୍ତା କରି ନ ଥାଏ । କେହି କେହି କହିଥା’ନ୍ତି ଯେ ବାବା ବହୁତ ବିଘ୍ନ ସ୍ୱପ୍ନ ଆଦି ଆସୁଛି । ଏସବୁ ତ ହେବ । ତୁମେମାନେ ଏକମାତ୍ର ବାବାଙ୍କୁ ସ୍ମରଣ କରିଚାଲ । ଏହି ଶତ୍ରୁ ଉପରେ ବିଜୟ ପ୍ରାପ୍ତ କର । କେବେ କେବେ ଏଭଳି ଏଭଳି ବି ସ୍ୱପ୍ନ ଆସିବ, ନା ମନରେ, ନା ବୁଦ୍ଧିରେ ଥିବ । ଏଭଳି ମଧ୍ୟ ବିଘ୍ନ ଆସିବ । ଏ ସବୁ ହେଲା ମାୟା । ଆମେ ମାୟା ଉପରେ ବିଜୟ ପ୍ରାପ୍ତ କରୁଛୁ । ଆମେମାନେ ଅଧାକଳ୍ପ ପାଇଁ ଏହି ଶତ୍ରୁଠାରୁ ରାଜ୍ୟ ନେଉଛୁ, ଆମକୁ କୌଣସି ଚିନ୍ତା ନାହିଁ । ବାହାଦୁର କେବେ ହଁ ନାହିଁର ବାହାନା କରି ନ ଥା’ନ୍ତି । ଯୁଦ୍ଧ ସ୍ଥଳକୁ ଖୁସୀରେ ଯାଇଥା’ନ୍ତି ତୁମେ ତ ଏଠାରେ ବହୁତ ଆରାମରେ ବାବାଙ୍କଠାରୁ ସମ୍ପତ୍ତି ନେଉଛ, ଏବେ ଏହି ଛି-ଛି ଶରୀରକୁ ଛାଡିବାକୁ ହେବ । ଏବେ ଯାଉଛୁ ସ୍ୱିଟ୍ ସାଇଲେନ୍ସ ଘରକୁ । ବାବା କହୁଛନ୍ତି ମୁଁ ତୁମକୁ ନେଇଯିବା ପାଇଁ ଆସିଛି । ତୁମେମାନେ ମୋତେ ମନେ ପକାଅ ତେବେ ପାବନ ହୋଇଯିବ । ଅପବିତ୍ର ଆତ୍ମା ଘରକୁ ଯାଇ ପାରିବ ନାହିଁ । ଏହା ହେଲା ନୂଆ କଥା । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବିକର୍ମରୁ ରକ୍ଷା ପାଇବା ପାଇଁ ବୁଦ୍ଧିର ପ୍ରୀତି ଏକମାତ୍ର ବାବାଙ୍କ ସହିତ ଯୋଡିବାକୁ ହେବ, ଏହି ସଢି ଯାଇଥିବା ଶରୀରର ଅଭିମାନକୁ ତ୍ୟାଗ କରିବାକୁ ହେବ ।

(୨) ଆମେ ଯୋଦ୍ଧା ଅଟୁ, ଏହି ସ୍ମୃତି ଦ୍ୱାରା ମାୟାରୂପୀ ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ତାକୁ ଖାତିର୍ କରିବାର ନାହିଁ । ମାୟା ଗୁପ୍ତ ରୂପରେ ବହୁତ ପ୍ରବେଶ କରୁଛି, ସେଥିପାଇଁ ତାକୁ ପରଖିବା ସହିତ ଆୟତ୍ତ କରିବାକୁ ହେବ ।

ବରଦାନ:-
ମନ-ବଚନ ଏବଂ କର୍ମରେ ପବିତ୍ରତାରେ ସମ୍ପୂର୍ଣ୍ଣ ନମ୍ବର ପ୍ରାପ୍ତ କରୁଥିବା ନମ୍ବରୱାନ ଆଜ୍ଞାକାରୀ ହୁଅ ।

ମାନସିକ ପବିତ୍ରତାର ଅର୍ଥ ହେଲା ସଂକଳ୍ପରେ ମଧ୍ୟ ଅପବିତ୍ରତାର ସଂସ୍କାର ପ୍ରକଟ ହେଉ ନଥିବ । ସର୍ବଦା ଆତ୍ମିକ ସ୍ୱରୂପ ଅର୍ଥାତ୍ ଭାଇ ଭାଇର ଶ୍ରେଷ୍ଠ ସ୍ମୃତି ରହୁଥିବ । ବାଣୀରେ ସର୍ବଦା ସତ୍ୟତା ଏବଂ ମଧୁରତା ରହିଥିବ । କର୍ମ କରିବା ସମୟରେ ସର୍ବଦା ନମ୍ରତା, ସନ୍ତୁଷ୍ଟତା ଏବଂ ହର୍ଷିତମୁଖତା ରହିଥିବ । ଏହିସବୁ ଆଧାର ଉପରେ ହିଁ ନମ୍ବର ପ୍ରାପ୍ତ ହୋଇଥାଏ ଏବଂ ଏହିଭଳି ସମ୍ପୂର୍ଣ୍ଣ ପବିତ୍ର ଆଜ୍ଞାକାରୀ ପିଲାମାନଙ୍କର ବାବା ମଧ୍ୟ ଗୁଣଗାନ କରିଥାଆନ୍ତି । ସେହିମାନେ ହିଁ ନିଜର ପ୍ରତ୍ୟେକ କର୍ମ ଦ୍ୱାରା ବାବାଙ୍କର କର୍ତ୍ତବ୍ୟକୁ ପ୍ରମାଣିତ କରୁଥିବା ସମୀପ ରତ୍ନ ଅଟନ୍ତି ।

ସ୍ଲୋଗାନ:-
ସମ୍ବନ୍ଧ-ସମ୍ପର୍କରେ ଏବଂ ସ୍ଥିତିରେ ହାଲୁକା ହୁଅ କିନ୍ତୁ ଦିନଚର୍ଯ୍ୟାରେ ନୁହେଁ ।

ଅବ୍ୟକ୍ତ ଇଶାରା:- ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ ।

ଅନ୍ତର୍ମୁଖୀ ଆତ୍ମାମାନେ କିପରି ବି ପରିସ୍ଥିତି ହୋଇଥିଲେ ମଧ୍ୟ, ଚାହେଁ ଭଲ ହେଉ ବା ହଲଚଲ୍ କରିବାର ପରିସ୍ଥିତି ହେଉ, କିନ୍ତୁ ସେମାନେ ସବୁ ସମୟରେ ସବୁ ପ୍ରକାରର ବାତାବରଣ ଭିତରେ ନିଜକୁ ଆଡଜଷ୍ଟ କରିନିଅନ୍ତି । ଏକୁଟିଆ ହୋଇଥାଅ କି ସଂଗଠନ ଭିତରେ ରହିଥାଅ, ଉଭୟ ପରିସ୍ଥିତିରେ ନିଜକୁ ଖାପ ଖୁଆଇ ଚଳିବା ହିଁ ବ୍ରାହ୍ମଣ ଜୀବନ ଅଟେ ।