16.08.26    Avyakt Bapdada     Odia Murli    16.03.2011     Om Shanti     Madhuban


“ମାନସିକ ସେବା ଦ୍ୱାରା ପ୍ରକୃତିକୁ ସତୋଗୁଣୀ କରିବାର ସେବା କର, ଶୁଭଭାବନା, ଶୁଭକାମନା ରଖି ସଂସ୍କାର ମିଳନର ରାସ କର ”


ଆଜି ହୋଲୀଏଷ୍ଟ ଅର୍ଥାତ୍ ପରମ ପବିତ୍ର ପିତା ନିଜର ପିଲାମାନଙ୍କ ସହିତ ହୋଲୀ ପର୍ବ ପାଳନ କରିବା ପାଇଁ ଆସିଛନ୍ତି । ତୁମେମାନେ ମଧ୍ୟ ହୋଲୀ ପାଳନ କରିବା ପାଇଁ ଆସିଛ । ଚାରିଆଡର ଦୂର ଦୂରାନ୍ତରରେ ବସିଥିବା ପିଲାମାନେ ମଧ୍ୟ ହୋଲୀ ପାଳନ କରିବା ପାଇଁ ବସିଛନ୍ତି । ତେବେ ତୁମେମାନେ ସବୁ କେଉଁ ରଙ୍ଗରେ ହୋଲୀ ପାଳନ କରିବା ପାଇଁ ଆସିଛ! ତୁମେମାନେ ଜାଣିଛ ଯେ ସବୁଠାରୁ ଶ୍ରେଷ୍ଠ ରଙ୍ଗ ହେଲା ପରମାତ୍ମାଙ୍କର ସଙ୍ଗର ରଙ୍ଗ । ଏହି ରଙ୍ଗ ସର୍ବଦା ଶ୍ରେଷ୍ଠରୁ ଶ୍ରେଷ୍ଠ କରିଦେଇଥାଏ । ଯେପରି ବାବା ଉଚ୍ଚରୁ ଉଚ୍ଚ ଅଟନ୍ତି, ସେହିପରି ଏହି ପରମାତ୍ମ ସଙ୍ଗ ଉଚ୍ଚରୁ ଉଚ୍ଚ କରିଦିଏ । ଆଜି ବାପଦାଦା ପ୍ରତ୍ୟେକ ସନ୍ତାନର ମସ୍ତକରେ ଚମକୁଥିବା ଭାଗ୍ୟର ତାରକାକୁ ଦେଖୁଛନ୍ତି । ଏହିଭଳି ଭାଗ୍ୟର ତାରକା ସାରା କଳ୍ପ ଭିତରେ ତୁମେ ଭାଗ୍ୟଶାଳୀ ପିଲାମାନଙ୍କ ବ୍ୟତୀତ ଅନ୍ୟ କେହି ପ୍ରାପ୍ତ କରିପାରିବେ ନାହିଁ । ଏହା ମଧ୍ୟ ଶ୍ରେଷ୍ଠ ଭାଗ୍ୟ ଅଟେ, ଯାହାକି କେବଳ ତୁମେମାନେ ହିଁ ଡବଲ ହୋଲୀ ଅର୍ଥାତ୍ ପବିତ୍ର ହେଉଛ । ଏମିତି ତ ଧର୍ମାତ୍ମାମାନେ ମଧ୍ୟ ପବିତ୍ର ହେଉଛନ୍ତି କିନ୍ତୁ ସେମାନେ ଶାରୀରିକ ହିସାବରେ ପବିତ୍ର ହେଉ ନାହାଁନ୍ତି । ତୁମେ ବ୍ରାହ୍ମଣ ଆତ୍ମାମାନଙ୍କର ଭବିଷ୍ୟତରେ ଆତ୍ମା ମଧ୍ୟ ପବିତ୍ର ହେଉଛି ଏବଂ ଶରୀର ମଧ୍ୟ ପବିତ୍ର ହେଉଛି । ଏହାର ପ୍ରତୀକ ସ୍ୱରୂପ ଡବଲ ହିସାବରେ ଡବଲ ମୁକୁଟ ପ୍ରାପ୍ତ ହେଉଛି । ସାରା କଳ୍ପ ଭିତରେ ତୁମେମାନେ ହିଁ ବାବାଙ୍କର ସଙ୍ଗର ରଙ୍ଗ ଦ୍ୱାରା ଡବଲ ପବିତ୍ର ଏବଂ ଡବଲ ମୁକୁଟଧାରୀ ହେଉଛ । ସଙ୍ଗମଯୁଗର ପରମାତ୍ମ ସଙ୍ଗ ଡବଲ ପବିତ୍ର କରିଦେଉଛି । ତେଣୁ ତୁମେମାନେ ହୋଲୀ ପିତାଙ୍କ ସହିତ ରହିବା ଦ୍ୱାରା ଏବଂ ବାବାଙ୍କୁ ନିଜର ଯୁଗଳ କରିବା ଦ୍ୱାରା ଡବଲ ପବିତ୍ର ହୋଇଯାଉଛ । ତୁମର ଦିଲ୍ ଭିତରେ ସର୍ବଦା ବାବାଙ୍କର ସଙ୍ଗ ଲାଗି ରହୁଛି, ତେବେ ଏହି ସଙ୍ଗ ମଧ୍ୟ କେତେ ଶ୍ରେଷ୍ଠ ଅଟେ ଯାହାକି ଏତେ ଶ୍ରେଷ୍ଠ କରିଦେଉଛି । ଲୋକମାନେ ତ ସ୍ଥୂଳ ରଙ୍ଗରେ ହୋଲୀ ପର୍ବ ପାଳନ କରୁଛନ୍ତି କିନ୍ତୁ ତୁମେମାନେ ବାବାଙ୍କର ସଙ୍ଗର ରଙ୍ଗ ଦ୍ୱାରା ହୋଲୀ ଅର୍ଥାତ୍ ପବିତ୍ର ହୋଇଯାଉଛ । ତାହା ମଧ୍ୟ ଡବଲ ହୋଲୀ ହେଉଛ । ତେଣୁ ତୁମମାନଙ୍କର ହୋଲୀ ଦୁନିଆଠାରୁ ଅଲଗା ଏବଂ ପରମାତ୍ମାଙ୍କୁ ପ୍ରିୟ ଅଟେ । ତେଣୁ ନିଶା ରହୁଛି ତ ଯେ ଆମର ହୋଲୀ ପ୍ରଭୁଙ୍କର ସଙ୍ଗର ରଙ୍ଗ ଲାଗୁଥିବା କାରଣରୁ ଅଧାକଳ୍ପ ପର୍ଯ୍ୟନ୍ତ ଏଭଳି ପବିତ୍ର କରିଦେଉଛି ଯାହାକି ଏବେ ପର୍ଯ୍ୟନ୍ତ ମଧ୍ୟ ତୁମମାନଙ୍କର ଚିତ୍ର ବା ମୂର୍ତ୍ତି ବିଧିପୂର୍ବକ ପୂଜା ପାଉଛି, ଅନ୍ୟ କାହାର ବି ଚିତ୍ର ଏଭଳି ସ୍ନେହ ପୂର୍ବକ ପୂଜା ପାଉ ନାହିଁ । ତୁମେ ନିଜେ ହିଁ ନିଜର ଚିତ୍ରକୁ ଦେଖୁଛ । ଦୁନିଆରେ ଅନ୍ୟମାନେ ମଧ୍ୟ ପୂଜା ପାଉଛନ୍ତି କିନ୍ତୁ ଏତେ ସମୟ ଏବଂ ଏଭଳି ବିଧିପୂର୍ବକ ସେମାନଙ୍କର ପୂଜା ହେଉ ନାହିଁ । ତୁମେମାନେ ସର୍ବଦା ଉମଙ୍ଗ ଏବଂ ଉତ୍ସାହରେ ରହୁଛ । କ’ଣ ରହୁଛ ନା! ଯଦି ଉମଙ୍ଗ-ଉତ୍ସାହରେ ରହୁଛ ତେବେ ହାତ ଉଠାଅ । ରହୁଛ ତ କିନ୍ତୁ କେବେ କେବେ, ନା ସବୁବେଳେ? ଯେଉଁମାନେ କହୁଛନ୍ତି ଆମେ ସର୍ବଦା ଉମଙ୍ଗ-ଉତ୍ସାହରେ ରହୁଛୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ଉମଙ୍ଗ-ଉତ୍ସାହ ଦେଉଛୁ, ସେମାନେ ହାତ ଉଠାଅ । କେବେ କେବେ ନୁହେଁ ସଦା । ସଦା ଶବ୍ଦ ଉପରେ ଗୁରୁତ୍ୱ ଦେଉଛ ନା! କିନ୍ତୁ ତୁମମାନଙ୍କର ସ୍କାରକୀ କ’ଣ? ଯାହା ବି ତୁମମାନଙ୍କର ସ୍ଥିତି ରହିଥିଲା ତା’ର ସ୍କାରକୀକୁ ଭକ୍ତମାନ ଉତ୍ସବ ରୂପରେ ପାଳନ କରୁଛନ୍ତି । ତୁମେମାନେ ପ୍ରଭୁଙ୍କର ସଙ୍ଗର ରଙ୍ଗ ଲଗାଇଥିଲ, ତେଣୁ ସେମାନେ ମଧ୍ୟ ରଙ୍ଗ ଲଗାଉଛନ୍ତି ଯେହେତୁ ଦେହ ଅଭିମାନୀ ଅଟନ୍ତି, ତେଣୁ ସ୍ଥୂଳ ରଙ୍ଗ ଲଗାଇ ଦେଉଛନ୍ତି, ଯେଉଁଥିରେ ଖର୍ଚ୍ଚ ମଧ୍ୟ ଅଧିକ ଏବଂ ଫଳ ମଧ୍ୟ କିଛି ଭଲ କିଛି ଖରାପ ଦେଉଛି, ଏହିଭଳି ପାଳନ କରୁଛନ୍ତି । କିନ୍ତୁ ତୁମମାନଙ୍କର ଉତ୍ସାହର ସ୍କାରକୀ ରୂପରେ ଉତ୍ସବ ନିଶ୍ଚିତ ଭାବରେ କରୁଛନ୍ତି । ତୁମେମାନେ ପରମାତ୍ମାଙ୍କର ହେବା ପାଇଁ ପ୍ରଥମେ ନିଜର ପୁରୁଣା ସଂସ୍କାରଗୁଡିକୁ ଜଳାଉଛ ଏବଂ ପ୍ରଭୁଙ୍କର ସଙ୍ଗର ରଙ୍ଗ ଲାଗିବା ଦ୍ୱାରା ସବୁବେଳ ପାଳନ କରି ଚାଲିଛ । ସେମାନେ ମଧ୍ୟ ପ୍ରଥମେ ଜଳାଉଛନ୍ତି ତା’ ପରେ ପାଳନ କରୁଛନ୍ତି କିନ୍ତୁ ତୁମମାନଙ୍କର ପାଳନ କରିବା ଏବଂ ସେମାନଙ୍କର ପାଳନ କରିବାରେ ରାତି ଦିନର ପାର୍ଥକ୍ୟ ରହିଛି । ସେମାନେ ଦେହ-ଅଭିମାନୀ ତୁମେ ଆତ୍ମ-ଅଭିମାନୀ ସେମାନେ ଦୈହିକ ସ୍ମୃତିରେ ପାଳନ କରୁଛନ୍ତି, ତୁମେମାନେ ଆତ୍ମିକ ସ୍ମୃତିରେ ପାଳନ କରୁଛ ।

ତୁମମାନଙ୍କୁ ବାପଦାଦାଙ୍କର ନିର୍ଦ୍ଦେଶ ମିଳିଛି ହୋ ଲୀ ଅର୍ଥାତ୍ ବିତିଯାଇଥିବା କଥାକୁ ଭୁଲିଯାଅ । ସେମାନେ ମଧ୍ୟ କହୁଛନ୍ତି ହୋ ଲୀ ଅର୍ଥାତ୍ ଯାହା ବିତିଯାଇଛି କିନ୍ତୁ ସେମାନେ ଏହାର ଅର୍ଥକୁ ବାସ୍ତବ ଜୀବନରେ କାର୍ଯ୍ୟକାରୀ କରୁନାହାଁନ୍ତି । ତୁମେ ସମସ୍ତେ ହୋଲୀ ଅର୍ଥାତ୍ ବିତିକୁ ବିତି କରୁଛ । କରୁଛ ନା! ନା କେବେ କେବେ କରୁଛ? କାହିଁକିନା ବିତିଯାଇଥିବା କଥାକୁ ମନେ ପକାଇବା ଦ୍ୱାରା ବ୍ୟର୍ଥ ସଂକଳ୍ପ ବହୁତ ଚାଲିଥାଏ । ସମୟ ମଧ୍ୟ ବ୍ୟର୍ଥରେ ନଷ୍ଟ ହୋଇଥାଏ । ତେବେ ଯାହା ବହୁତ ସମୟର ସଂସ୍କାର ଅଟେ ତା’କୁ ନ ଚାହିଁଲେ ମଧ୍ୟ ସେହି ସଂକଳ୍ପ ଚାଲିଥାଏ ଯାହା ଦ୍ୱାରା ସଙ୍ଗମଯୁଗର ଗୋଟିଏ ଗୋଟିଏ ମିନିଟ୍ ଯେଉଁଥିରେ ଏହି ଗୋଟିଏ ଜନ୍ମରେ ୨୧ ଜନ୍ମର ପ୍ରାରବ୍ଧ ଜମା ହେଉଛି, ସେହି ଗୋଟିଏ ଗୋଟିଏ ସଂକଳ୍ପ ଏବଂ ଗୋଟିଏ ଗୋଟିଏ ମିନିଟ୍ କେତେ ମୂଲ୍ୟବାନ ଅଟେ । ତେଣୁ ଗୋଟିଏ ସେକେଣ୍ଡ ଗଲା ନାହିଁ ଯେ ଅନେକ ଜନ୍ମର ପ୍ରାରବ୍ଧରେ ଫରକ ପଡିଗଲା । ବାପଦାଦା ପୂର୍ବରୁ ମଧ୍ୟ କହିଛନ୍ତି ଯେ ସଙ୍ଗମଯୁଗରେ ସମୟ ଏବଂ ସଂକଳ୍ପ କେବେ ବି ବ୍ୟର୍ଥରେ ନଷ୍ଟ କର ନାହିଁ । ଯଦି ସର୍ବଦା ପ୍ରଭୁଙ୍କର ରଙ୍ଗରେ ରଙ୍ଗୀ ହୋଇ ରହିଥିବ ଅର୍ଥାତ୍ ବାବାଙ୍କୁ ସଦା କାଳର ସାଥୀ କରି ରହୁଥିବ ତେବେ ସଙ୍ଗମଯୁଗର ଗୋଟିଏ ଗୋଟିଏ ସଂକଳ୍ପ ଏବଂ ସମୟ ଅର୍ଥାତ୍ ଗୋଟିଏ ଗୋଟିଏ ମିନିଟ୍‌କୁ ସଫଳ କରିପାରିବ । ତେଣୁ ନିଜକୁ ଚେକ୍ କର ଯେ ଗୋଟିଏ ଗୋଟିଏ ମିନିଟ୍‌, ଗୋଟିଏ ଗୋଟିଏ ସଂକଳ୍ପ ସଫଳ ହେଉଛି ତ? ନା ବ୍ୟର୍ଥରେ ମଧ୍ୟ ନଷ୍ଟ ହେଉଛି? କାହିଁକିନା ଗୋଟିଏ ମିନିଟ୍ ନୁହେଁ କିନ୍ତୁ ୨୧ ଜନ୍ମର ସମ୍ବନ୍ଧ ପ୍ରତ୍ୟେକ ମିନିଟ୍ ଏବଂ ପ୍ରତ୍ୟେକ ସଂକଳ୍ପ ସହିତ ରହିଛି, ତେଣୁ ଏହା ଏତିକି ମୂଲ୍ୟବାନ ଅଟେ । ତେବେ ନିଜର ଦିଲ୍ ଭିତରେ ଚିନ୍ତା କର ଯେ ଏତିକି ମୂଲ୍ୟ ସର୍ବଦା ରହୁଛି ତ! ସେଥିପାଇଁ ଏହି ସଙ୍ଗମଯୁଗର ସମୟ ପାଇଁ ଗାୟନ ରହିଛି । ଏବେ ନୁହେଁ ତ କେବେ ନୁହେଁ । ଏତିକି ମୂଲ୍ୟ ସର୍ବଦା ତୁମ ସ୍ମୃତିରେ ରହିବା ଦରକାର । ତେବେ ତୁମେମାନେ ଆଜି ହୋଲୀ ପର୍ବ ପାଳନ କରିଲ ଅର୍ଥାତ୍ ସଦାକାଳ ପାଇଁ ବାବାଙ୍କର ସଙ୍ଗର ରଙ୍ଗ ଲଗାଇଲ । ତେଣୁ ଚେକ୍ କର ସାରା ଦିନ ଭିତରେ ବାବାଙ୍କର ରଙ୍ଗ ଲାଗିରହିଥିଲା ତ? ପରମାତ୍ମ ସଙ୍ଗରେ ରହିଥିଲି, ନା ଅନ୍ୟ କେଉଁ ଆଡକୁ ମଧ୍ୟ ସମୟ ବା ସଂକଳ୍ପ ଯାଇଛି କି? ଚେକ୍ କରିଲ? ମୁଣ୍ଡ ହଲାଅ, ହାତ ନୁହେଁ, ଏମିତି କର ।

ବାପଦାଦା ସର୍ବଦା ଏହି ସଂକେତ ଦେଉଛନ୍ତି ଯେ ନିଜ ମନର ଶୁଭ ଏବଂ ସତୋଗୁଣୀ ସଂକଳ୍ପ ଦ୍ୱାରା ପ୍ରକୃତିକୁ ମଧ୍ୟ ସତୋଗୁଣୀ କରିଚାଲ । ତେବେ ଏହି ମାନସୀକ ସେବା ସର୍ବଦା ମନେ ରହୁଛି ତ? କାହିଁକିନା ଏବେ ପ୍ରକୃତି ମଧ୍ୟ ବଡ ଧରଣରେ ନିଜର କାର୍ଯ୍ୟ କରିବ । ଏହା ତ ବହୁତ ଛୋଟ କଥା କିନ୍ତୁ ମନୁଷ୍ୟ ଆତ୍ମାମାନେ ଯେତେବେଳେ ପ୍ରକୃତିକୁ ଦୁଃଖ ଦେଇଥାନ୍ତି ସେତେବେଳେ ସେ ମଧ୍ୟ ଦୁଃଖ ଦେବା ଆରମ୍ଭ କରିଦିଏ, ସେଥିପାଇଁ ବାବା କହୁଛନ୍ତି ଯେପରି ମାୟାଜିତ୍ ହେବା ଉପରେ ଧ୍ୟାନ ଦେଉଛ, ଦେଉଛ ନା! ମାୟା ସହିତ ପ୍ରତିଜ୍ଞା କରିଛ ତୁମର କାମ ହେଲା ଆସିବା ଏବଂ ଆମର କାମ ହେଲା ବିଜୟ ପ୍ରାପ୍ତ କରିବା । ସମସ୍ତେ ପ୍ରତିଜ୍ଞା କରିଛ ନା! କରିଛ ତ? ମାୟାଜିତ୍ ହେବାକୁ ପଡିବ ନା! ସେହିପରି ପ୍ରକୃତିଜିତ୍ ମଧ୍ୟ ହେବାକୁ ପଡିବ କାହିଁକିନା ତୁମକୁ ରାଜ୍ୟ କରିବାକୁ ପଡିବ ନା! ତୁମର ରାଜ୍ୟ ଆସୁଛି ନା! ନିଶା ଅଛି ନା! ବିଚରା ଲୋକମାନେ ଭାବୁଛନ୍ତି କ’ଣ ହେବ, କ’ଣ ନାହିଁ.... କିନ୍ତୁ ତୁମମାନଙ୍କୁ ଜଣା ଅଛି ଯେ ଏବେ ସଙ୍ଗମଯୁଗ ଅମୃତବେଳା ଚାଲୁଛି । ତେବେ ଅମୃତବେଳା ପରେ କ’ଣ ଆସିଥାଏ? ସକାଳ । ସେହି ସକାଳରେ ହିଁ ଆମର ରାଜ୍ୟ ଆସିବ । କ’ଣ ନିଶା ଅଛି ତ! ଆମର ରାଜ୍ୟ ନା କେବଳ ମହାରଥୀମାନଙ୍କର ରାଜ୍ୟ? ତୁମ ସମସ୍ତଙ୍କର ରାଜ୍ୟ ଆସିବ । ତୁମକୁ ଚିନ୍ତା ନାହିଁ, କ’ଣ ହେବ! ଭଲରୁ ଭଲ ହିଁ ହେବ । ତେବେ ତୁମମାନଙ୍କର ରାଜ୍ୟରେ ପ୍ରକୃତି ମଧ୍ୟ ସତୋପ୍ରଧାନ ହୋଇଥିବ । ତେଣୁ ପ୍ରକୃତିକୁ ତମୋଗୁଣୀରୁ ସତୋଗୁଣୀ କିଏ କରିବ? ନା ପ୍ରକୃତି ଯେଉଁଭଳି ହୋଇଥିଲେ ବି ଚଳିବ? କ’ଣ ତୁମ ରାଜ୍ୟରେ ଚଳିବ ତ? ଚଳିବ ତ? ହଁ କୁହ ବା ନା କୁହ । ଚଳିବ ନାହିଁ । ତେଣୁ ପ୍ରକୃତିକୁ ସତୋଗୁଣୀ କିଏ କରିବ? ତୁମେମାନେ ତ କରିବ ନା! ସେଥିପାଇଁ ଏବେ ଅଚାନକର ପ୍ରଥମ ଦୃଶ୍ୟ ଛୋଟ ହେଲେ ମଧ୍ୟ ଆରମ୍ଭ ହୋଇଯାଇଛି । ଆଗକୁ ତ ଆହୁରି ବଡ ବଡ ଆସିବାକୁ ଯାଉଛି ଏବଂ ଅଚାନକ ହିଁ ଆସିବ । ଯାହା କେବେ ଭାବି ନଥିବ ତାହା ହିଁ ହେବ । ବାପଦାଦା ତ ବହୁତ ସମୟ ପୂର୍ବରୁ ଅଚାନକର ପାଠପଢାଇ ଆସୁଛନ୍ତି କିନ୍ତୁ ଏବେ ପ୍ରତ୍ୟକ୍ଷ ରୂପରେ ଦେଖି ନିଜର କାମ ଆରମ୍ଭ କରିଦିଅ । ଭୟ କର ନାହିଁ । କାହାଣୀ ଶୁଣାଉଛ ନା ଚାରିପଟେ ନିଆଁ ଲାଗିଥିଲା କିନ୍ତୁ ପରମାତ୍ମାଙ୍କର ପିଲାମାନେ ସୁରକ୍ଷିତ ଥିଲେ । ତେଣୁ ଏବେ ମଧ୍ୟ ପିଲାମାନେ ସୁରକ୍ଷିତ ଅଛନ୍ତି ନା! ପରୀକ୍ଷା ତ ନିଶ୍ଚିତ ଆସିବ କିନ୍ତୁ ତୁମମାନଙ୍କୁ ଡବଲ କାମ କରିବାକୁ ପଡିବ । ଗୋଟିଏ ହେଲା ନିର୍ଭୟ ହୋଇ ସମ୍ମୁଖୀନ କର, ଦ୍ୱିତୀୟରେ ନିଜର ଭକ୍ତମାନଙ୍କର ଏବଂ ନିଜର ଦୁଃଖୀ ଭାଇ ଉଉଣୀଙ୍କର ସେବା ମଧ୍ୟ କିଏ କରିବ? ତୁମେମାନେ ତ ପ୍ରଭୁଙ୍କର ସଙ୍ଗର ରଙ୍ଗ ବୋଲି ହୋଇଛ, ତେଣୁ ଯାହା ସବୁ ପରମାତ୍ମାଙ୍କର ସଙ୍ଗର ରଙ୍ଗରୁ ପ୍ରାପ୍ତ କରିଛ ତାକୁ ନିଜର ଭାଇ ଭଉଣୀମାନଙ୍କୁ, ଭକ୍ତମାନଙ୍କୁ ଖୁବ୍ ସ୍ନେହର ସହିତ ଆନ୍ତରିକତା ପୂର୍ବକ ବାଣ୍ଟ । ତେବେ ଦୁଃଖ ସମୟରେ କିଏ ମନେ ପଡିଥାଏ? ପୁଣି ବି ପରମାତ୍ମାଙ୍କୁ ଜାଣିଥାଆନ୍ତୁ ବା ନ ଜାଣିଥାଆନ୍ତୁ କିନ୍ତୁ ବାଧ୍ୟ ହୋଇ ହେ ବାବା, ହେ ପରମାତ୍ମା ନିଶ୍ଚିତ କହିବେ । ତେଣୁ ତୁମ ପରମାତ୍ମ ସନ୍ତାନମାନଙ୍କୁ ଏବେ ଦୁଃଖୀମାନଙ୍କର ସାହାରା ହେବାକୁ ପଡିବ । ସେମାନଙ୍କୁ ନିଜର ଶୁଭଭାବନା, ଶୁଭକାମନା ଦ୍ୱାରା ବାବାଙ୍କ ଦ୍ୱାରା ପ୍ରାପ୍ତ ହୋଇଥିବା କିରଣ ଦ୍ୱାରା ସାହାରା ଦିଅ । ପୁଣି ବି ତୁମର ପରିବାର ଅଟନ୍ତି ନା! ତେବେ ପରିବାରରେ ପରସ୍ପରକୁ ସହଯୋଗ ଦେଇଥାଆନ୍ତି ନା! ତେବେ କୁହାଯାଉଛି ସହଯୋଗ, ଶ୍ରେଷ୍ଠ ଯୋଗ । ଏହା ହିଁ ସାହାରା ଦେବାର ସାଧନ ଅଟେ । ବାବା ତ ଏଥିପାଇଁ ସମୟ ନିଧାର୍ଯ୍ୟ କରିବା ପାଇଁ ସନ୍ଦେଶ ମଧ୍ୟ ପଠାଇଥିଲେ । ଏମିତି ନୁହେଁ ଯେ ଆପେ ଆପେ ହୋଇଯିବ, ଯେପରି ଟ୍ରାଫିକ୍ କଣ୍ଟ୍ରୋଲ, ଅମୃତବେଳା ନିଧାର୍ଯ୍ୟ ଅଛି, ତେଣୁ କରୁଛ ନା । ସେହିପରି ନିଜର କାର୍ଯ୍ୟ ଅନୁସାରେ ଏହି ମାନସିକ ସେବା ମଧ୍ୟ ବର୍ତ୍ତମାନର ସମୟ ଅନୁସାରେ ଅତି ଆବଶ୍ୟକ ଅଟେ । ତେଣୁ ସମୟ ବାହାର କର, ଦୟାଳୁ ହୁଅ । କଲ୍ୟାଣକାରୀ ହୁଅ । ତୁମମାନଙ୍କର ସ୍ୱମାନ କ’ଣ? ବିଶ୍ୱ କଲ୍ୟାଣକାରୀ । ତେଣୁ ଦୟା ଲାଗୁଛି ତ? ନା ହୋଇଯିବ । ଏଥିରେ ବେପରୁଆ ହୁଅ ନାହିଁ କାହିଁକିନା ଯେଉଁମାନଙ୍କୁ ତୁମେ ସକାଶ ଦେବ, ସେହିମାନେ ହିଁ ତୁମର ଭକ୍ତ ହେବେ । ସେଥିପାଇଁ କ’ଣ କରିବାକୁ ହେବ? ଏଥିପ୍ରତି ଧ୍ୟାନ ଅଛି ତ? ଯେଉଁମାନେ ଭାବୁଛନ୍ତି ଆମର ଧ୍ୟାନ ଅଛି ଏବଂ ଆହୁରି ବଢିବ, ସେମାନେ ହାତ ଉଠାଅ । ତଳ ଉପର କରୁଛନ୍ତି । ଏଠାରେ ଟିଭିରେ ସବୁ ଦେଖାଯାଉଛି । ଯଦି ଏତେ ଜଣ ନିଜର ଏହି ସ୍ୱମାନକୁ ବାସ୍ତବିକ ରୂପରେ କାର୍ଯ୍ୟକାରୀ କରିବେ ତେବେ ଆତ୍ମାମାନେ ଏବେ ବି ସଙ୍ଗମଯୁଗରେ ଅନ୍ତରର ସହିତ ତୁମର ଗୀତ ଗାଇବେ । ବାଃ ପରମାତ୍ମାଙ୍କର ସନ୍ତାନମାନେ ବାଃ! ଆମକୁ ସାହାରା ଦେଲ । ବର୍ତ୍ତମାନର ସାହାରା ଅନୁସାରେ ଅଧାକଳ୍ପ ପର୍ଯ୍ୟନ୍ତ ତୁମର ଗୀତ ଗାଉଥିବେ । ତୁମେମାନେ ତାଙ୍କର ପୂର୍ବଜ ହୋଇଯିବ । କ’ଣ ପୂର୍ବଜ ଅଟ ତ? କଳ୍ପ ବୃକ୍ଷ ଚିତ୍ରରେ ବ୍ରାହ୍ମଣମାନେ କେଉଁଠି ବସିଛନ୍ତି! ସବୁଠାରୁ ତଳେ ବସିଛନ୍ତି ନା! ତେଣୁ ପୂର୍ବଜ ଅଟ ନା! ଭକ୍ତମାନଙ୍କର ଡାକରା ଶୁଭୁଛି ତ? ନିଜକୁ ଟିକିଏ ସାବଧାନ କର । ଯଦି ଭାବିବ ମୋତେ ଦୁଃଖୀ ଆତ୍ମାମାନଙ୍କର ସାହାରା ହେବାକୁ ହିଁ ପଡିବ, ତେବେ ସେମାନଙ୍କର ଡାକରା ଶୁଣିପାରିବ ।

ଏବେ ସମସ୍ତେ ହୋଲୀ ପର୍ବ ତ ପାଳନ କରିଲ । ତୁମମାନଙ୍କର ସାରା ସଙ୍ଗମଯୁଗ ହିଁ ହୋଲୀ ଅଟେ । ପରମାତ୍ମାଙ୍କର ସଙ୍ଗର ରଙ୍ଗରେ ହିଁ ରହୁଛ । ଦୁନିଆରେ ତ ଦିନିଟିଏ ବା ଦୁଇଦିନ ପର୍ଯ୍ୟନ୍ତ ଉତ୍ସବ ପାଳନ କରିଥାଆନ୍ତି କିନ୍ତୁ ତୁମେମାନେ ତ ସାରା ସଙ୍ଗମଯୁଗ ହିଁ ପ୍ରଭୁଙ୍କର ସଙ୍ଗରେ ରହିବ । କ’ଣ ନିଶା ଅଛି ନା! ବିଚରା ଲୋକମାନେ ତ ମାଗିବାରେ ଲାଗିଛନ୍ତି, ହେ ପ୍ରଭୁ ଏକଥା କରିଦିଅ, ସେ କଥା କରିଦିଅ କିନ୍ତୁ ତୁମମାନଙ୍କୁ ୨୧ ଜନ୍ମର ଗ୍ୟାରେଣ୍ଟି ମିଳିଯାଇଛି, କେବେ ସ୍ୱପ୍ନରେ ମଧ୍ୟ କୌଣସି ଦୁଃଖର ଦୃଶ୍ୟ ଆସିବ ନାହିଁ । ସଂକଳ୍ପରେ ମଧ୍ୟ ଦୁଃଖର ଢେଉ ଆସିବ ନାହିଁ । ତେଣୁ ଯଦି ରାଜ୍ୟ ନେବାର ଅଛି, ତେବେ ସର୍ବଦା ସମସ୍ତଙ୍କୁ ନିଜର ପରିବାର, ସତ୍ୟଯୁଗର ସାଥୀ ଏବଂ ରାଜକୀୟ ପ୍ରଜା, ସାଧାରଣ ପ୍ରଜା ସବୁ କିଛି ଏବେ ହିଁ ପ୍ରସ୍ତୁତ କରିପାରିବ । ୨୧ ଜନ୍ମର ଗ୍ୟାରେଣ୍ଟି ଅଛି । ଅଳ୍ପ ଟିକିଏ ସେବା କର, ସମୟ ବାହାର କର କାହିଁକିନା ତୁମମାନଙ୍କ ପାଖରେ ସଂକଳ୍ପ ଶକ୍ତି ତ ନିଶ୍ଚିତ ଅଛି । କେବଳ ବାବାଙ୍କ ଠାରୁ ଯାହା ସବୁ ପାଇଛ, ସେଗୁଡିକୁ ନିଜର ଭାଇଭଉଣୀଙ୍କୁ ଦିଅ ।

ବାପଦାଦା ପୂର୍ବରୁ ମଧ୍ୟ କହିଥିଲେ ଯେ ସର୍ବଦା ଏହି କଥା ଚେକ୍ କର ଯେ ମୋତେ ବ୍ରାହ୍ମଣ ପରିବାର ଭିତରେ ସଂସ୍କାର ମିଳନର ରାସ କରିବା ଜଣା ଅଛି ତ? ବାପଦାଦା କହିଥଲେ ସେହି ରାସ କେବେ କରିବ ତା’ର ମଧ୍ୟ ତାରିଖ ନିଧାର୍ଯ୍ୟ କର । କ’ଣ ନିଧାର୍ଯ୍ୟ ହୋଇପାରିବ? ହୋଇପାରିବ? ପ୍ରଥମ ଧାଡିବାଲା କୁହ, ହାତ ଉଠାଅ । ହୋଇପାରିବ ତ? ପାଣ୍ଡବମାନେ ମଧ୍ୟ ହାତ ଉଠାଅ । ପାଣ୍ଡବମାନଙ୍କ ବିନା ଗତି ନାହିଁ । ଆଚ୍ଛା! ଏବେ ଶେଷ ପାଳି ବାକି ଅଛି । ସେଥିରେ ସମସ୍ତେ ନିଜ ପାଇଁ କ’ଣ ଦୃଢ ସଂକଳ୍ପ କରୁଛ ତାହା ନିଧାର୍ଯ୍ୟ କରି ଲେଖି ପଠାଇବ । କେତେ ସମୟ ଲାଗିବ, ଯାହାକି ବ୍ରାହ୍ମଣ ପରିବାର ଭିତରେ କେବେ କେଉଁଠି ବି ନିଜର ସଂସ୍କାର ତା’ର କାର୍ଯ୍ୟ ନ କରୁ । ଚାହେଁ ମୋ’ର ସଂସ୍କାର ହେଉ, ଚାହେଁ ଅନ୍ୟର ସଂସ୍କାର ମଧ୍ୟ ମୋ ଉପରେ ପ୍ରଭାବ ନ ପକାଉ । ଏହାର ତାରିଖ ନିଧାର୍ଯ୍ୟ ହୋଇପାରିବ? ହୋଇପାରିବ? ହାତ ଉଠାଅ । ଆଚ୍ଛା, ସମସ୍ତଙ୍କର ଫଟୋ ଉଠାଇଲ ତ! କାହିଁକିନା ଏବେ ଯେମିତି ଏହି ଅଚାନକ୍‌ର ସୀନ୍ ଦେଖିଲ ନା (ଜାପାନରେ ଭୂମିକମ୍ପ ଏବଂ ସୁନାମୀ ଆସିଛି ଯେଉଁଥିରେ ବହୁତ କ୍ଷୟକ୍ଷତି ହୋଇଛି) ଏହିଭଳି ସବୁ କିଛି ଅଚାନକ ହିଁ ଆସିବ । ସେଥିପାଇଁ ବାପଦାଦା ପିଲାମାନଙ୍କର ପ୍ରସ୍ତୁତିକୁ ତ ଦେଖିବେ ନା । ଯେହେତୁ ଅନ୍ୟମାନଙ୍କୁ ଶୁଭଭାବନା, ଶୁଭକାମନା ଦେଉଛ, ବାପଦାଦା ଦେଖୁଛନ୍ତି ଏହିଭଳି ଅନ୍ୟମାନଙ୍କର ସେବା କରିବାର କାର୍ଯ୍ୟକ୍ରମ ମଧ୍ୟ ନିଧାର୍ଯ୍ୟ କରାଯାଥିଲା । ତେବେ ଯଦି ସର୍ବ ଆତ୍ମାଙ୍କ ପ୍ରତି ଶୁଭଭାବନା ଏବଂ ଶୁଭକାମନା ରଖିବ, ସମସ୍ତେ ତ ସମାନ ନୁହଁନ୍ତି କମାନ୍ୱୟ ତ ନିଶ୍ଚିତ ରହିବ । ତୁମମାନଙ୍କର ସ୍ମାରକୀ ମାଳାରେ ସମସ୍ତଙ୍କର ନମ୍ବର କ’ଣ ସମାନ ଅଛି କି? କ୍ରମାନ୍ୱୟରେ ତ ଅଛନ୍ତି କିନ୍ତୁ ମାଳାରେ ତ ଗୁନ୍ଥା ହୋଇଛନ୍ତି ନା! ତେଣୁ କମ-ବେଶି ନମ୍ବର କାହିଁକି ମିଳିଛି? କାରଣ ଭିନ୍ନ ଭିନ୍ନ ସଂସ୍କାର ରହିଛି, କିନ୍ତୁ ଆମକୁ ସଂସ୍କାରକୁ ଦେଖିବା ପରିବର୍ତ୍ତେ ଶୁଭଭାବନା ଶୁଭକାମନା ଦେବାକୁ ହେବ । ପୁଣି ବି ବ୍ରାହ୍ମଣ ପରିବାର ତ ଅଟନ୍ତି ନା! ଯେମିତି ବି ହୋଇଥାଉ, ପରିବାର ତ ମୋର ଅଟେ ନା! ଯେପରି ମେରା ବାବା କହୁଛ, ସେହିପରି ମୋର ପରିବାର ମଧ୍ୟ ଅଟେ । ତେବେ ବହୁତ ଭଲ କଥା । ଅଧିକାଂଶ ପିଲା ହାତ ଉଠାଇଛନ୍ତି । ତେବେ ସମସ୍ତଙ୍କର ଉମଙ୍ଗ-ଉତ୍ସାହ ଅଛି ବୋଲି ତ ହାତ ଉଠାଇଛନ୍ତି ନା! ତେଣୁ ପରସ୍ପରର ସହଯୋଗୀ ହୋଇ ଶୁଭଭାବନା - ଶୁଭକାମନାର ଦୃଷ୍ଟି, ବୃତ୍ତି ଏବଂ ସ୍ମୃତି ରଖିବା ଦ୍ୱାରା ଏହିଭଳି ରାସ ହେବା କିଛି ବଡ କଥା ନୁହେଁ । ଏଥିରେ ଯିଏ ବହୁତ ଭଲ ନମ୍ବର ରଖିବ, ଧାର୍ଯ୍ୟ ତାରିଖ ଭିତରେ ବାସ୍ତବିକ ରୂପରେ କରି ଦେଖାଇବ ତାଙ୍କୁ ନ୍ୟାରା ଏବଂ ପ୍ୟାରା ପୁରସ୍କାର ମିଳିବ । ପୁରସ୍କାର କ’ଣ ମିଳିବ ଏବେ କୁହାଯିବ ନାହିଁ କିନ୍ତୁ ବାପଦାଦା ପୁରସ୍କାର ଦେବେ । କାହିଁକି ଜାଣିଛ? ସେବା କରିବା ପାଇଁ ସମୟ ବାହାର କରିବାକୁ ପଡିବ ନା । ତେଣୁ ଏହି ସଂସ୍କାରର ଅମେଳ ହେବା ତୁମର ସମୟକୁ ନିଜ ଆଡକୁ ଟାଣି ନେଉଛି, ସେଥିପାଇଁ ଏବେ ସମୟର ଆବଶ୍ୟକତା ରହିଛି । ଠିକ୍ ଅଛି ନା!

ଏମାନେ ସମସ୍ତେ ମଧୁବନ ନିବାସୀ ଅଟନ୍ତି ନା! (ଆଗରେ ବସିବାବାଲାଙ୍କୁ ଦେଖି ବାପଦାଦା କହିଲେ) କ’ଣ ପସନ୍ଦ ଅଟେ ନା? କାହିଁକିନା ମଧୁବନ ନିବାସୀ ବିଶେଷ ଆତ୍ମା ଅଟନ୍ତି । ବାପଦାଦାଙ୍କର ମଧ୍ୟ ମଧୁବନ ନିବାସୀଙ୍କ ସହିତ ଦିଲ୍‌ର ସ୍ନେହ ଅଛି । ଏବଂ ମଧୁବନବାଲାଙ୍କର ମଧ୍ୟ ସ୍ନେହ ଅଛି । ବାବା ଏକଥା ମଧ୍ୟ କହୁଛନ୍ତି ଯେ ବାବାଙ୍କ ସହିତ ସ୍ନେହ ଅଛି ଏବଂ ରହିବ । ସ୍ନେହ ତୁଟି ପାରିବ ନାହଁ । ଏଥିରେ ଏମାନେ ଅମର ଅଟନ୍ତି । ତେବେ ତ ମଧୁବନବାସୀ ହୋଇଛନ୍ତି ନା! ମଧୁବନବାସୀ ଯେଉଁଠାକୁ ବି ଯାଉଛନ୍ତି ତାଙ୍କୁ କେତେ ସମ୍ମାନର ସହିତ ଦେଖୁଛନ୍ତି? ଇଏ ମଧୁବନର ଅଟନ୍ତି, ମଧୁବନର ଅଟନ୍ତି! ସେଥିପାଇଁ ଏଥିପ୍ରତି ଧ୍ୟାନ ଦିଅ ଯେ ଶେଷ ପାଳି ପୂର୍ବରୁ ସମସ୍ତେ ମଧୁବନରେ କୌଣସି ଏକ ସ୍ଥାନ ଠିକ୍ କର ଯେଉଁଠି ନିଜ ନିଜର ଚିଟ୍‌କି ପକାଇବ । କିନ୍ତୁ ଶେଷ ପାଳି ପୁର୍ବରୁ ।

ସମସ୍ତେ ହୋଲୀ ପର୍ବ ପାଳନ କରିଲ ତ? ତୁମମାନଙ୍କର ତ ପ୍ରତିଦିନ ହୋଲୀ । ଏବେ ତ ବାହାର ହିସାବରେ କିଛିଟା ପାଳନ କରିବାକୁ ପଡୁଛି । ଆଉ କୁଆଡକୁ ପାଳନ କରିବାକୁ ଯିବ, ଏହିଠାରେ ହିଁ ତ ପାଳନ କରିବ ନା! କିନ୍ତୁ ତାହା ତ ହେଲା ପ୍ରଥା ଅନୁସାରେ ପାଳନା କରିବା । ତେବେ ଚାରିଆଡର ବାପଦାଦଙ୍କର ଅତିସ୍ନେହୀ, ଅତିପ୍ରିୟ, ଗେହ୍ଲା ସିକିଲଧେ, ସ୍ୱମାନଧାରୀ, ପ୍ରତ୍ୟେକ ସନ୍ତାନକୁ ବାପଦାଦା ପଦ୍ମଗୁଣା ୟାଦପ୍ୟାର ମଧ୍ୟ ଦେଉଛନ୍ତି ଏବଂ ଆନ୍ତରିକ ସ୍ନେହ ମଧ୍ୟ ଦେଉଛନ୍ତି । ବାପଦାଦା ଦେଖୁଛନ୍ତି ଚାରିଆଡେ ସମସ୍ତେ ଶୁଣି ଶୁଣି, ଦେଖି ଦେଖି ହର୍ଷିତ ହେଉଛନ୍ତି ।

ଆଚ୍ଛା, ଆଜି ପ୍ରଥମ ଥର ପାଇଁ କେଉଁମାନେ ଆସିଛନ୍ତି? ସେମାନେ ଉଠ । ଆଚ୍ଛା! ଏମାନେ ସମସ୍ତେ ପ୍ରଥମଥର ଆସିଛନ୍ତି । ପ୍ରଥମ ଥର ପାଇଁ ମଧୁବନ ନିବାସୀ ହେବାର ଭାଗ୍ୟ ପ୍ରାପ୍ତ ହୋଇଛି । ତୁମର ସବୁ ଭାଇଭଉଣୀମାନେ ଏବଂ ବାପଦାଦା ମଧ୍ୟ ତୁମମାନଙ୍କୁ ପ୍ରଥମ ଥର ଆସିବା ପାଇଁ ଅଭିନନ୍ଦନ ଦେଉଛନ୍ତି । ଏବେ ବାପଦାଦା ଦେଖିବେ କାହିଁକିନା ଏବେ ବି ସୁଯୋଗ ଅଛି, ଯଦିଓ ଟିକିଏ ବିଳମ୍ବରେ ଆସିଛ ପୁଣି ବି ଯିଏ ଚାହିଁବ ସେ ଏବେ ବି ଶେଷରେ ଆସିଥିଲେ ମଧ୍ୟ ତୀବ୍ର ପୁରୁଷାର୍ଥ ଆଧାରରେ ପ୍ରଥମ ନମ୍ବର ନେଇ ପ୍ରଥମ ଶ୍ରେଣୀରେ ଆସିପାରିବ । ଆଜି ଯେଉଁମାନେ ଆସିଛନ୍ତି ସେମାନଙ୍କ ପାଇଁ ବରଦାନ ଅଟେ । କେବଳ ବାବାଙ୍କର ମହାବାକ୍ୟର ଶ୍ରୀମତ ଅନୁସାରେ ଯଦି ଚାଲିବ ତେବେ ଶ୍ରୀମତ ହିଁ ତୁମମାନଙ୍କୁ ଶ୍ରେଷ୍ଠ ଡିଭିଜନ୍‌ରେ ଆଣିପାରିବ ଏବଂ ଆଣିବ । ଏତେ ବଡ ସାରା ପରିବାର ଦ୍ୱାରା ତୁମ ସମସ୍ତଙ୍କୁ, ଶୁଭଭାବନା ଶୁଭକାମନା ମିଳୁଛି ଯେ ତୁମେମାନେ ଯେତେ ଆଗକୁ ବଢିବାକୁ ଚାହିଁବ, ବଢିପାରିବ ଏବଂ ବାପଦାଦାଙ୍କର ବରଦାନ ମଧ୍ୟ ତୁମ ସମସ୍ତଙ୍କ ପାଇଁ ନିଶ୍ଚିତ ରହିଛି । ସମସ୍ତେ ତୁମକୁ ଆଶୀର୍ବାଦ ମଧ୍ୟ ଦେଉଛନ୍ତି । ଯେଉଁଠି ବି କ୍ଲାସ୍ କରୁଛ ସେଠାରେ ତୁମକୁ ଆଶୀର୍ବାଦ ମିଳିୁଛି ଏବଂ ସେହି ଆଶୀର୍ବାଦ ହିଁ ତୁମକୁ ତୀବ୍ର ପୁରୁଷାର୍ଥୀ କରି ଆଗକୁ ବଢାଇ ଦେବ, ଏହି ନିଶ୍ଚୟ ରଖ । ଆଚ୍ଛା! ଏବେ ବାପଦାଦା ସମସ୍ତଙ୍କୁ ବହୁତ ବଢିଆ ସୁନ୍ଦର ଗୁଡ୍‌ନାଇଟ୍ କରୁଛନ୍ତି । ଆଚ୍ଛା!

ବରଦାନ:-
ପ୍ରତ୍ୟେକ ସଂକଳ୍ପ ଏବଂ କର୍ମରେ ସିଦ୍ଧି ଅର୍ଥାତ୍ ସଫଳତା ପ୍ରାପ୍ତ କରୁଥିବା ସମ୍ପୂର୍ଣ୍ଣ ମୂରତ ଭବ ।

ସଂକଳ୍ପର ସିଦ୍ଧି ସେତେବେଳେ ପ୍ରାପ୍ତ ହେବ, ଯେତେବେଳେ ସମର୍ଥ ସଂକଳ୍ପର ରଚନା କରିବ । ଯେଉଁମାନେ ଅଧିକ ସଂକଳ୍ପର ରଚନା କରିଥାଆନ୍ତି ସେମାନେ ତା’ର ପାଳନା କରିପାରନ୍ତି ନାହିଁ ସେଥିପାଇଁ ଯେତେ ଅଧିକ ରଚନା ହେବ ସେତିକି ଶକ୍ତିହୀନ ହେବ । ତେଣୁ ପ୍ରଥମେ ବ୍ୟର୍ଥ ରଚନାକୁ ବନ୍ଦ କର ତେବେ ଯାଇ ସଫଳତା ପ୍ରାପ୍ତ ହେବ ଏବଂ କର୍ମରେ ସଫଳତା ପ୍ରାପ୍ତ କରିବାର ଉପାୟ ହେଲା - କର୍ମ କରିବା ପୂର୍ବରୁ ତା’ର ଆଦି-ମଧ୍ୟ-ଅନ୍ତକୁ ଜାଣି କର୍ମ କର । ଏହି ଆଧାରରେ ହିଁ ସମ୍ପୂର୍ଣ୍ଣ ମୂରତ ହୋଇପାରିବ ।

ସ୍ଲୋଗାନ:-
ଯଥା ସମୟରେ ଦୁଃଖରୁ ଏବଂ ଧୋକାରୁ ସୁରକ୍ଷିତ ରହି ସଫଳ ହେଉଥିବା ଆତ୍ମା ହିଁ ଜ୍ଞାନୀ ବା ବୁଦ୍ଧିମାନ ଅଟେ ।

ଅବ୍ୟକ୍ତ ଈଶାରା:- ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ । ତୁମେ ହୋଲୀହଂସ ପିଲାମାନଙ୍କର ଆହାର ମଧ୍ୟ ଶୁଦ୍ଧ, ବ୍ୟବହାର ମଧ୍ୟ ଶୁଦ୍ଧ, ଅଶୁଦ୍ଧିର ଚିହ୍ନବର୍ଣ୍ଣ ମଧ୍ୟ ନ ରହୁ କାହିଁକିନା ଶୁଦ୍ଧ ଦୁନିଆକୁ ଯାଉଛ, ଯେଉଁଠାରେ ଅପବିତ୍ରତା ବା ଅଶୁଦ୍ଧିର ଚିହ୍ନବର୍ଣ୍ଣ ନାହିଁ । ଯେତେବେଳେ ଏହିଭଳି ହୋଲୀହଂସ ହୋଇଯାଉଛ, ତେବେ ଯାଇ ଭବିଷ୍ୟତରେ ହିଜ ହୋଲୀନେସ୍ ବୋଲାଉଛ ଅର୍ଥାତ୍ ପବିତ୍ର ବ୍ୟକ୍ତିତ୍ୱର ସମ୍ମାନ ପ୍ରାପ୍ତ କରୁଛ । ବିଶେଷ ସୂଚନା:- ମାସର ତୃତୀୟ ରବିବାରର ଯୋଗାଭ୍ୟାସ ଆଜି ମାସର ତୃତୀୟ ରବିବାର ଅଟେ, ସବୁ ଭାଇଭଉଣୀମାନେ ଏକତ୍ରିତ ହୋଇ ସନ୍ଧ୍ୟା ୬.୩୦ମି. ଠାରୁ ୭.୩୦ମି. ପର୍ଯ୍ୟନ୍ତ ନିଜର ପରମ ପବିତ୍ର ସ୍ୱରୂପରେ ସ୍ଥିତ ହୋଇ, ପବିତ୍ରତାର ଦିବ୍ୟ କିରଣ ବିଚ୍ଛୁରିତ କରିବା ସହିତ ସର୍ବ ଆତ୍ମାଙ୍କୁ “ପବିତ୍ର ହୁଅ, ଯୋଗୀ ହୁଅ”ର ଶୁଭ ପ୍ରେରଣା ସକାଶ ରୂପରେ ଦେବାର ସେବା କରିବା ହେବେ ।