17.02.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ଏବେ ଅମରଲୋକ ସ୍ଥାପନ କରିବା ପାଇଁ ନିମିତ୍ତ ହୋଇଛ, ଯେଉଁଠି କୌଣସି ପ୍ରକାରର ଦୁଃଖ କିମ୍ବା ପାପ ନ ଥିବ, ତାହା ହେଉଛି ବାଇସ୍‌ଲେସ୍ ୱାଲଡ୍ ଅର୍ଥାତ୍ ନିର୍ବିକାରୀ ଦୁନିଆ” ।

ପ୍ରଶ୍ନ:-
ଗଡ୍‌ଲୀ ଫେମିଲିର ଅର୍ଥାତ୍ ଈଶ୍ୱରୀୟ ପରିବାରର ୱାଣ୍ଡରଫୁଲ ପ୍ଳାନ ଅର୍ଥାତ୍ ବିଚିତ୍ର ଯୋଜନା କ’ଣ?

ଉତ୍ତର:-
ଗଡ୍‌ଲୀ ଫେମିଲିର ଯୋଜନା ହେଲା - ଫେମିଲି ପ୍ଲାନିଙ୍ଗ୍ ଅର୍ଥାତ୍ ପରିବାର ନିୟନ୍ତ୍ରଣ କରିବା । ଗୋଟିଏ ସତ୍ୟ ଧର୍ମର ସ୍ଥାପନ କରି ଅନେକ ଧର୍ମର ବିନାଶ କରିବା । ମନୁଷ୍ୟମାନେ ବାର୍ଥ କଣ୍ଟ୍ରୋଲ୍ ଅର୍ଥାତ୍ ଜନ୍ମ ନିୟନ୍ତ୍ରଣ କରିବା ପାଇଁ ପ୍ଲାନ୍ କରୁଛନ୍ତି, କିନ୍ତୁ ବାବା କହୁଛନ୍ତି ତାଙ୍କର ପ୍ଲାନ୍ କିଛି ବି କାମ କରିବ ନାହିଁ । ମୁଁ ହିଁ ନୂଆ ଦୁନିଆର ସ୍ଥାପନା କରୁଛି, ତେଣୁ ବାକି ସବୁ ଆତ୍ମାମାନେ ଉପରକୁ ଘରକୁ ଚାଲିଯିବେ, ବହୁତ କମ୍ ଆତ୍ମା ହିଁ ରହିବେ ।

ଓମ୍ ଶାନ୍ତି ।
ଏହା ଏକ ଘର, ୟୁନିଭରସିଟି (ବିଶ୍ୱ ବିଦ୍ୟାଳୟ) ଏବଂ ଇନ୍ସଷ୍ଟିଚ୍ୟୁସନ୍ (ଶିକ୍ଷା ଅନୁଷ୍ଠାନ) ମଧ୍ୟ ଅଟେ । ତୁମମାନଙ୍କର ଆତ୍ମା ଜାଣିଛି ଯେ ସିଏ ହେଉଛନ୍ତି ଶିବବାବା ଏବଂ ଆତ୍ମାମାନେ ଶାଳଗ୍ରାମ । ଯାହାଙ୍କର ଏହି ଶରୀର, ଶରୀର କହିବ ନାହିଁ ଯେ ଏହା ମୋର ଆତ୍ମା । ଆତ୍ମା କହୁଛି, ଏହା ମୋର ଶରୀର । ଆତ୍ମା ଅବିନାଶୀ, ଶରୀର ବିନାଶୀ । ଏବେ ତୁମେ ନିଜକୁ ଆତ୍ମା ମନେ କରୁଛ । ଆମର ବାବା ହେଉଛନ୍ତି ଶିବ, ଯିଏକି ସୁପ୍ରିମ୍ ଫାଦର(ପରମ ପିତା) ଅଟନ୍ତି । ଆତ୍ମା ଜାଣିଛି, ସେ ଆମର ପରମପିତା, ପରମ ଶିକ୍ଷକ, ପରମ ସତ୍‌ଗୁରୁ ମଧ୍ୟ ଅଟନ୍ତି । ଭକ୍ତିମାର୍ଗରେ ମଧ୍ୟ ଡାକୁଛନ୍ତି - ଓ ଗଡ୍ ଫାଦର । ମୃତ୍ୟୁ ଶଯ୍ୟାରେ ଥାଇ ମଧ୍ୟ କହିଥା’ନ୍ତି - ହେ ଭଗବାନ, ହେ ଈଶ୍ୱର । ସମସ୍ତେ ଡାକୁଛନ୍ତି ନା । କିନ୍ତୁ ତାଙ୍କର ଯଥାର୍ଥ ପରିଚୟ କାହା ବୁଦ୍ଧିରେ ନ ଥାଏ । ତେବେ ସବୁ ଆତ୍ମାମାନଙ୍କର ପିତା ତ’ ଜଣେ, ତାଙ୍କୁ ହିଁ ସମସ୍ତେ ହେ ପତିତ-ପାବନ କହି ଡାକୁଛନ୍ତି । ସିଏ ଗୁରୁ ମଧ୍ୟ ଅଟନ୍ତି । ସମସ୍ତେ କହୁଛନ୍ତି, ଆମକୁ ଦୁଃଖରୁ ମୁକ୍ତ କରି ଶାନ୍ତିଧାମକୁ ନେଇଯାଅ । ତେବେ ସିଏ ସମସ୍ତ ଆତ୍ମାଙ୍କର ପିତା ପୁଣି ପତିତ-ପାବନ ସତ୍‌ଗୁରୁ ମଧ୍ୟ, ସୃଷ୍ଟିଚକ୍ର କିପରି ଘୂରୁଛି, ମନୁଷ୍ୟ ୮୪ ଜନ୍ମ କିପରି ନେଉଛନ୍ତି, ସବୁ ଇତିହାସ-ଭୂଗୋଳ ଶୁଣାଉଛନ୍ତି, ତେଣୁ ସୁପ୍ରିମ୍ ଟିଚର (ପରମ ଶିକ୍ଷକ) ମଧ୍ୟ ହୋଇଗଲେ । ଅଜ୍ଞାନ କାଳରେ ପିତା ଅଲଗା, ଶିକ୍ଷକ ଅଲଗା, ଗୁରୁ ଅଲଗା ଥା’ନ୍ତି । କିନ୍ତୁ ଏଠାରେ ଜଣେ ହିଁ ଅବିନାଶୀ ପିତା, ଶିକ୍ଷକ ଏବଂ ଗୁରୁ ଅଟନ୍ତି । ତେବେ କେତେ ଫରକ୍ ହୋଇଗଲା । ବେହଦର ପିତା ସନ୍ତାନମାନଙ୍କୁ ବେହଦର ବର୍ସା (ସମ୍ପତ୍ତି) ଦେଉଛନ୍ତି । ଲୌକିକ ପିତା ବିନାଶୀ ସମ୍ପତ୍ତି ଦେଇଥା’ନ୍ତି । ପାଠପଢା ମଧ୍ୟ ବିନାଶୀ । ସାରା ବିଶ୍ୱର ଇତିହାସ-ଭୂଗୋଳକୁ ତ’ କେହି ବି ଜାଣି ନାହାଁନ୍ତି । ଏକଥା ମଧ୍ୟ କାହାକୁ ଜଣାନାହିଁ - ଏହି ଲକ୍ଷ୍ମୀ-ନାରାୟଣ ରାଜ୍ୟ କିପରି ପାଇଲେ? ତାଙ୍କର ରାଜ୍ୟ କେତେ ସମୟ ଚାଲିଲା? ପୁଣି ତ୍ରେତା ଯୁଗର ରାମ-ସୀତା କେତେ ସମୟ ରାଜ୍ୟ କରିଲେ? କିଛି ବି ଜାଣି ନାହାଁନ୍ତି । ଏବେ ତୁମେମାନେ ଜାଣୁଛ ବେହଦର ପିତା ଆମକୁ ପାଠ ପଢାଇବା ପାଇଁ ଆସିଛନ୍ତି । ତା’ ସହିତ ସଦଗତିର ରାସ୍ତା ମଧ୍ୟ ଦେଖାଉଛନ୍ତି । ତୁମେ ୮୪ ଜନ୍ମ ନେଇ-ନେଇ ଏବେ ପତିତ ହୋଇଯାଇଛ । ଏବେ ତୁମକୁ ପବିତ୍ର ହେବାକୁ ପଡିବ । ଏହା ହେଉଛି ତମୋପ୍ରଧାନ ଦୁନିଆ । ପ୍ରତ୍ୟେକ ଜିନିଷ ସତ୍ତ୍ୱ, ରଜୋ, ତମୋ ଅବସ୍ଥା ଦେଇ ଗତି କରେ । ଏହି ସୃଷ୍ଟିର ମଧ୍ୟ ଆୟୁଷ ଅଛି ଯାହାକି ନୂଆରୁ ପୁରୁଣା, ପୁରୁଣାରୁ ନୂଆ ହୁଏ । ଏକଥା ତ’ ସମସ୍ତେ ଜାଣିଛନ୍ତି । ସତ୍ୟଯୁଗରେ କେବଳ ଭାରତ ହିଁ ଥିଲା, ଯେଉଁଠାରେ ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା ଅଥବା ଭଗବାନ-ଭଗବତୀଙ୍କର ରାଜ୍ୟ ଥିଲା । ଆଚ୍ଛା ପୁଣି କ’ଣ ହେଲା? ସେମାନେ ପୁନର୍ଜନ୍ମ ନେଲେ । ସତ୍ତ୍ୱପ୍ରଧାନରୁ ସତ୍ତ୍ୱ, ସତ୍ତ୍ୱରୁ ରଜୋ, ତମୋରେ ଆସିଲେ । ଏତିକି-ଏତିକି ଜନ୍ମ ନେଲେ । ଭାରତରେ ୫ ହଜାର ବର୍ଷ ପୂର୍ବରୁ ଯେତେବେଳେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା, ସେତେବେଳେ ତାଙ୍କର ଆୟୁଷ ହାରାହାରି ୧୨୫-୧୫୦ ବର୍ଷ ହୋଇଥାଏ । ତେଣୁ ତାହାକୁ ଅମରଲୋକ କୁହାଯାଏ । ସେଠାରେ ଅକାଳ ମୃତ୍ୟୁ କେବେ ବି ହୁଏ ନାହିଁ । ଏହା ହେଉଛି ମୁତ୍ୟୁଲୋକ । ଅମରଲୋକରେ ମନୁଷ୍ୟମାନେ ଅମର ରୁହନ୍ତି, ଦୀର୍ଘାୟୁ ହୁଅନ୍ତି । ସତ୍ୟଯୁଗରେ ପବିତ୍ର ଗୃହସ୍ଥ ଆଶ୍ରମ ଥିଲା । ଯାହାକୁ ନିର୍ବିକାରୀ ଦୁନିଆ କୁହାଯାଉଥିଲା । ଏହା ହେଉଛି ବିକାରୀ ଦୁନିଆ । ଏବେ ତୁମେମାନେ ଜାଣୁଛ, ଆମେ ହେଉଛୁ ଶିବବାବାଙ୍କର ସନ୍ତାନ । ଆମକୁ ତାଙ୍କଠାରୁ ସମ୍ପତ୍ତି ମିଳୁଛି । ଇଏ ଦାଦା, ସିଏ ହେଉଛନ୍ତି ଡାଡା ଅର୍ଥାତ୍ ଜେଜେବାପା, ବାସ୍ତବରେ ଜେଜେଙ୍କ ଠାରୁ ସମ୍ପତ୍ତି ମିଳେ । ଜେଜେଙ୍କ ସମ୍ପତ୍ତିରେ ସମସ୍ତଙ୍କର ଅଧିକାର ଥାଏ । ବ୍ରହ୍ମାଙ୍କୁ ପ୍ରଜାପିତା କୁହାଯାଏ । ଏଡମ୍ ଏବଂ ଇବ୍‌, ଆଦମ୍ ବିବି, ଆଦି ପିତା-ଆଦି ମାତା । ସିଏ ହେଉଛନ୍ତି ନିରାକାର ଈଶ୍ୱର ପିତା । ଇଏ ପ୍ରଜାପିତା ହେଲେ ସାକାରୀ ପିତା । ୟାଙ୍କର ନିଜର ଶରୀର ଅଛି । ଶିବବାବାଙ୍କର ନିଜର ଶରୀର ନାହିଁ । ତେଣୁ ତୁମକୁ ଶିବବାବାଙ୍କଠାରୁ ବ୍ରହ୍ମାଙ୍କ ଦ୍ୱାରା ବର୍ସା ମିଳୁଛି । ଜେଜେଙ୍କର ସମ୍ପତ୍ତି ତ ବାବାଙ୍କ ଦ୍ୱାରା ମିଳବ ନା । ତୁମେ ଶିବବାବା ଦ୍ୱାରା ମଧ୍ୟ ବ୍ରହ୍ମା ବାବାଙ୍କ ମାଧ୍ୟମରେ ମନୁଷ୍ୟରୁ ଦେବତା ହେଉଛ । ମନୁଷ୍ୟରୁ ଦେବତା କିଏ କରତ ନ ଲାଗୀ ବାର... ଅର୍ଥାତ୍ ମନୁଷ୍ୟରୁ ଦେବତା କରିବା ପାଇଁ ସମୟ ଲାଗେ ନାହିଁ । ଏକଥା କିଏ କହିଲେ? ଭଗବାନ । ଗ୍ରନ୍ଥରେ ମଧ୍ୟ ତାଙ୍କର ମହିମା କରୁଛନ୍ତି ନା । ତାଙ୍କର ବହୁତ ମହିମା ରହିଛି । ଯେପରି ବାବା କହୁଛନ୍ତି ଅଲଫ୍ ଅର୍ଥାତ୍ ବାବାଙ୍କୁ ମନେପକାଅ, ତେବେ ବେ ଅର୍ଥାତ୍ ବାଦଶାହୀ ତୁମର ହୋଇଯିବ । ଗୁରୁ ନାନକ ମଧ୍ୟ କହିଥା’ନ୍ତି ଜପ ସାହେବ କୋ ତୋ ସୁଖ ମିଲେ ଅର୍ଥାତ୍ ସାହେବଙ୍କୁ ଜପିଲେ ସୁଖ ମିଳିବ । ସେହି ନିରାକାର ଅକାଳମୂର୍ତ୍ତ ବାବାଙ୍କର ହିଁ ମହିମା ଗାୟନ କରିଥା’ନ୍ତି । ବାବା କହୁଛନ୍ତି ମୋତେ ମନେପକାଅ, ତେବେ ସୁଖ ମିଳିବ । ତେଣୁ ଏବେ ବାବାଙ୍କୁ ହିଁ ମନେପକାଉଛୁ । ଏହି ଯୁଦ୍ଧ ଶେଷ ହେବ ପୁଣି ଲକ୍ଷ୍ମୀ-ନାରାୟଣଙ୍କ ରାଜ୍ୟ ହେବ ଏବଂ ସେଠାରେ ଗୋଟିଏ ହିଁ ଧର୍ମ ରହିବ । ଏ ସବୁ ବୁଝିବାର କଥା । ଭଗବାନୁବାଚ - ଭଗବାନଙ୍କୁ ପତିତ-ପାବନ ଜ୍ଞାନର ସାଗର କୁହାଯାଏ । ସେ ହିଁ ଦୁଃଖ ହର୍ତ୍ତା ସୁଖ କର୍ତ୍ତା ଅଟନ୍ତି । ଯେହେତୁ ଆମେମାନେ ବାବାଙ୍କ ସନ୍ତାନ, ତେଣୁ ନିଶ୍ଚିତ ଭାବରେ ଆମେ ସୁଖରେ ରହିବା ଦରକାର । ବାସ୍ତବରେ ସତ୍ୟଯୁଗରେ ଭାରତବାସୀମାନେ ହିଁ ରହୁଥିଲେ । ବାକି ସବୁ ଆତ୍ମା ଶାନ୍ତିଧାମରେ ଥିଲେ । ଏବେ ତ’ ଆତ୍ମାମାନେ ଏଠାକୁ ଆସିବାରେ ଲାଗିଛନ୍ତି । ପୁଣି ଆମେ ଯାଇ ସ୍ୱର୍ଗରେ ଦେବୀ-ଦେବତା ହୋଇ ଅଭିନୟ କରିବା, ଏହା ହେଉଛି ପୁରୁଣା ଦୁନିଆ, ଦୁଃଖଧାମ ଏବଂ ନୂଆ ଦୁନିଆ ହେଉଛି ସୁଖଧାମ । ଯେତେବେଳେ ଘର ପୁରୁଣା ହୋଇଯାଏ ସେଠାରୁ ମୂଷା, ସାପ ଆଦି ବାହାରିଥାଆନ୍ତି । ଏହି ଦୁନିଆ ମଧ୍ୟ ସେହିପରି । କଳ୍ପର ଆୟୁଷ ୫ ହଜାର ବର୍ଷ । ଏବେ ଶେଷ ସମୟ । ଗାନ୍ଧୀଜୀ ମଧ୍ୟ ଚାହୁଁଥିଲେ ଯେ ନୂଆ ଦୁନିଆ ନୂଆଦିଲ୍ଲୀ ହେଉ, ରାମରାଜ୍ୟ ହେଉ । କିନ୍ତୁ ଏହି କାମ ତ କେବଳ ବାବା ହିଁ କରିପାରିବେ । ଦେବତାମାନଙ୍କର ରାଜ୍ୟକୁ ହିଁ ରାମରାଜ୍ୟ କହନ୍ତି । ନୂଆ ଦୁନିଆରେ ତ’ ନିଶ୍ଚିତ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ହେବ । ବାସ୍ତବରେ ରାଧା ଏବଂ କୃଷ୍ଣ ଅଲଗା-ଅଲଗା ରାଜ୍ୟର ଅଟନ୍ତି । ସ୍ୱୟଂମ୍ବର ପରେ ସେମାନେ ଲକ୍ଷ୍ମୀ-ନାରାୟଣ ହୋଇଯାଆନ୍ତି । ତେବେ ସେମାନେ ନିଶ୍ଚିତ ବର୍ତ୍ତମାନ ସମୟରେ ସେହିଭଳି କର୍ମ କରୁଥିବେ । ବାବା ତୁମକୁ କର୍ମ-ଅକର୍ମ-ବିକର୍ମର ଗତିକୁ ବୁଝାଉଛନ୍ତି । ଏହି ରାବଣ ରାଜ୍ୟରେ ମନୁଷ୍ୟମାନେ ଯେଉଁ କର୍ମ କରନ୍ତି, ତାହା ବିକର୍ମ ହୋଇଯାଏ । ସତ୍ୟଯୁଗରେ କର୍ମ ଅକର୍ମ ହୁଏ । ଗୀତାରେ ମଧ୍ୟ ଏହି କଥା ଅଛି କିନ୍ତୁ ଜ୍ଞାନଦାତାଙ୍କ ନାମକୁ ପରିବର୍ତ୍ତନ କରି ଦେଇଛନ୍ତି । ଏହା ହିଁ ବହୁତ ବଡ ଭୁଲ । ଶ୍ରୀକୃଷ୍ଣଙ୍କର ଜୟନ୍ତୀ, ତ’ ସତ୍ୟଯୁଗରେ ହୁଏ । ଶିବ ହେଉଛନ୍ତି ନିରାକାର ପରମପିତା, ଶ୍ରୀକୃଷ୍ଣ ତ’ ଶରୀରଧାରୀ ମନୁଷ୍ୟ । ପ୍ରଥମେ ଶିବଜୟନ୍ତୀ ହୁଏ ତା’ ପରେ ଶ୍ରୀକୃଷ୍ଣ ଜୟନ୍ତୀ ଯାହାକି ଭାରତରେ ହିଁ ପାଳନ କରିଥା’ନ୍ତି । ଶିବରାତ୍ରୀ କୁହାଯାଏ । ବାବା ଆସି ଭାରତକୁ ସ୍ୱର୍ଗର ରାଜ୍ୟ ଦେଉଛନ୍ତି । ଶିବଜୟନ୍ତୀ ଏବଂ କୃଷ୍ଣଜୟନ୍ତୀ ମଝିରେ ରାକ୍ଷୀ ପର୍ବ ପଡେ କାରଣ ଆତ୍ମାକୁ ପବିତ୍ର ହେବାକୁ ପଡିବ । ଏହି ପୁରୁଣା ଦୁନିଆର ତ ବିନାଶ ମଧ୍ୟ ହେବାର ଅଛି । ଯୁଦ୍ଧ ଆରମ୍ଭ ହେଲେ ସବୁ ସମାପ୍ତ ହୋଇଯିବ, ପୁଣି ତୁମେମାନେ ଆସି ନୂଆ ଦୁନିଆରେ ରାଜତ୍ୱ କରିବ । ତୁମେମାନେ ଏହି ପୁରୁଣା ଦୁନିଆ ମୃତ୍ୟୁଲୋକ ପାଇଁ ପାଠ ପଢୁନାହଁ । ତୁମର ପାଠପଢା ହେଉଛି ନୂଆ ଦୁନିଆ ଅମରଲୋକ ପାଇଁ । ଏହିଭଳି କଲେଜ କେଉଁଠାରେ ନ ଥିବ । ବାବା କହୁଛନ୍ତି, ଏବେ ଏହି ମୃତ୍ୟୁଲୋକର ଅନ୍ତିମ ସମୟ, ତେଣୁ ଜଲଦି ଜଲଦି ଏହି ପାଠକୁ ପଢି ବୁଦ୍ଧିବାନ ହେବାକୁ ପଡିବ । ସିଏ ପିତା ମଧ୍ୟ ଅଟନ୍ତି, ପତିତ-ପାବନ ଅଟନ୍ତି ଏବଂ ଶିକ୍ଷକ ମଧ୍ୟ ଅଟନ୍ତି । ଏହା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଅଟେ । ଭଗବାନୁବାଚ ରହିଛି ନା । ଶ୍ରୀକୃଷ୍ଣ ତ’ ସତ୍ୟଯୁଗର ରାଜକୁମାର ଅଟନ୍ତି । ସେ ମଧ୍ୟ ଶିବବାବାଙ୍କଠାରୁ ବର୍ସା ନେଉଛନ୍ତି । ବର୍ତ୍ତମାନ ସମସ୍ତେ ଭବିଷ୍ୟତ ପାଇଁ ବର୍ସା ନେଉଛନ୍ତି, ଯିଏ ଯେତେ ପଢିବେ ସିଏ ସେତେ ବର୍ସା ନେବେ । ଯଦି ନ ପଢିବେ ତେବେ ପଦ କମ୍ ହୋଇଯିବ । ତେଣୁ ଯେଉଁଠି ବି ରୁହ, ଏହି ପାଠ ପଢୁଥାଅ । ମୁରଲୀ ତ ବିଦେଶକୁ ମଧ୍ୟ ଯାଇପାରିବ । ବାବା ପ୍ରତିଦିନ ଆମମାନଙ୍କୁ ସାବଧାନ କରି କହୁଛନ୍ତି ପିଲାମାନେ, ବାବାଙ୍କୁ ପନେପକାଅ, ତେବେ ତୁମର ବିକର୍ମ ବିନାଶ ହେବ । ଆତ୍ମାରେ ଯେଉଁ ଖାଦ ଅଛି, ତାହା ବାହାରି ଯିବ । ଆତ୍ମାକୁ ଏବେ ୧୦୦ ପ୍ରତିଶତ ପବିତ୍ର ହେବାକୁ ପଡିବ । ଏବେ ତ’ ପୁରା ଅପବିତ୍ର ହୋଇଯାଇଛି । ମନୁଷ୍ୟ ଭକ୍ତି ତ’ ବହୁତ କରୁଛନ୍ତି, ତୀର୍ଥ, ମେଳା ଆଦିକୁ ଲକ୍ଷ-ଲକ୍ଷ ମନୁଷ୍ୟ ଯାଉଛନ୍ତି । ଏହା ତ ଜନ୍ମ-ଜନ୍ମାନ୍ତରରୁ ଚାଲି ଆସୁଛି । କେତେ ମନ୍ଦିର ଆଦି ତିଆରି କରୁଛନ୍ତି, ବହୁତ ମେହେନତ କରୁଛନ୍ତି, ତଥାପି ମଧ୍ୟ ତଳକୁ ତଳକୁ ଖସି ଆସୁଛନ୍ତି । ଏବେ ତୁମେ ଜାଣୁଛ ଆମେ ଚଢିବାର କଳା ଦ୍ୱାରା ସୁଖଧାମକୁ ଯିବା, ପୁଣି ଆମକୁ ତଳକୁ ଖସିବାକୁ ପଡିବ, କଳା କମ୍ ହୋଇଯିବ । ନୂଆ ଘରର ଯେପରି ଚାକଚକ୍ୟ ଥାଏ ତାହା ୧୦ ବର୍ଷ ପରେ ନିଶ୍ଚିତ କମିଯାଏ । ତୁମେମାନେ ନୂଆ ଦୁନିଆ ସତ୍ୟଯୁଗରେ ଥିଲ । ୧୨୫୦ ବର୍ଷ ପରେ ରାମରାଜ୍ୟ ଆରମ୍ଭ ହେଲା, ଏବେ ତ’ ଦୁନିଆ ବିଲ୍‌କୁଲ୍ ତମୋପ୍ରଧାନ ହୋଇଯାଇଛି, ଜନସଂଖ୍ୟା ମଧ୍ୟ ବହୁତ ବଢି ଯାଇଛି । ଦୁନିଆ ବିଲ୍‌କୁଲ୍ ପୁରୁଣା ହୋଇଯାଇଛି । ସେମାନେ ତ’ ପରିବାର ନିୟନ୍ତ୍ରଣ ପାଇଁ କେତେ ଯୋଜନା କରୁଛନ୍ତି । କେତେ ଦ୍ୱନ୍ଦରେ ପଡୁଛନ୍ତି । ଆମେ ଲେଖୁଛୁ ଏହା ତ’ ଈଶ୍ୱରୀୟ ପିତାଙ୍କର କାମ । ସତ୍ୟଯୁଗରେ ମାତ୍ର ୯-୧୦ ଲକ୍ଷ ମନୁଷ୍ୟ ରହିବେ । ବାକି ସବୁ ନିଜର ମିଠା ଘର ଶାନ୍ତିଧାମ୍‌କୁ ଚାଲିଯିବେ । ଏହା ହେଉଛି ଈଶ୍ୱରୀୟ ପରିବାର ନିୟନ୍ତ୍ରଣ - ଗୋଟିଏ ଧର୍ମର ସ୍ଥାପନା, ବାକି ସବୁ ଧର୍ମର ବିନାଶ । ଶିବବାବା ତ ନିଜର କାମ କରୁଛନ୍ତି । ସେମାନେ କହୁଛନ୍ତି ଭଲେ ବିକାରରେ ଯାଅ କିନ୍ତୁ ସନ୍ତାନ ଜନ୍ମ ନ ହୁଅନ୍ତୁ । କିନ୍ତୁ ଏହାଦ୍ୱାରା କିଛି ବି ଲାଭ ହେବ ନାହିଁ । ଏହି ଯୋଜନା ତ’ ବେହଦର ପିତାଙ୍କ ହାତରେ ନିହିତ । ବାବା କହୁଛନ୍ତି, ମୁଁ ହିଁ ଦୁଃଖଧାମକୁ ସୁଖଧାମରେ ପରିଣତ କରିବାକୁ ଆସିଛି । ମୁଁ ପ୍ରତ୍ୟେକ ୫ ହଜାର ବର୍ଷ ପରେ ଆସେ । କଳିଯୁଗର ଶେଷ ଏବଂ ସତ୍ୟଯୁଗର ଆଦି ସମୟରେ ଆସେ । ବର୍ତ୍ତମାନ ଏହା ହେଉଛି ସଙ୍ଗମଯୁଗ ଯେତେବେଳେ କି ଦୁନିଆ ପତିତରୁ ପାବନ ହୁଏ । ପୁରୁଣା ଦୁନିଆର ବିନାଶ ଏବଂ ନୂଆ ଦୁନିଆର ସ୍ଥାପନା, ଏହା ତ’ ବାବାଙ୍କର ହିଁ କାମ । ସତ୍ୟଯୁଗରେ ଗୋଟିଏ ଧର୍ମ ହିଁ ଥିଲା । ଏହି ଲକ୍ଷ୍ମୀ-ନାରାୟଣ ବିଶ୍ୱର ମାଲିକ, ମହାରାଜା-ମହାରାଣୀ ଥିଲେ । ଏକଥା ମଧ୍ୟ ତୁମେମାନେ ଜାଣିଛ, ଏହି ମାଳା କାହାର ତିଆରି ହୋଇଛି । ଉପରେ ଫୁଲ ଶିବବାବା ଅଛନ୍ତି, ତା’ପରେ ଅଛନ୍ତି ଯୁଗଳ ଦାନା ବ୍ରହ୍ମା-ସରସ୍ୱତୀ । ସେହିମାନଙ୍କର ଏହି ମାଳା, ଯେଉଁମାନେ ବିଶ୍ୱକୁ ନର୍କରୁ ସ୍ୱର୍ଗ, ପତିତରୁ ପାବନ କରିଥା’ନ୍ତି । ଯେଉଁମାନେ ସେବା କରି ଯାଇଥାଆନ୍ତି, ତାଙ୍କର ହିଁ ସ୍ମାରକୀ ରହେ । ତେଣୁ ବାବା ବୁଝାଉଛନ୍ତି - ଏମାନେ ସତ୍ୟଯୁଗରେ ପବିତ୍ର ଥିଲେ, ପବିତ୍ର ପ୍ରବୃତ୍ତିମାର୍ଗ ଥିଲା । ଏବେ ତ’ ପତିତ ହୋଇଯାଇଛି । ଗାୟନ ମଧ୍ୟ କରୁଛନ୍ତି, ହେ ପତିତ-ପାବନ ଆସ, ଆସି ଆମକୁ ପାବନ କର । ସତ୍ୟଯୁଗରେ କ’ଣ ଏପରି ଡାକିବେ କି! ସୁଖରେ କେହି ବି ବାବାଙ୍କୁ ସ୍ମରଣ କରନ୍ତି ନାହିଁ । ଦୁଃଖରେ ସମସ୍ତେ ସ୍ମରଣ କରନ୍ତି । ବାବା ହେଉଛନ୍ତି ହିଁ ମୁକ୍ତିଦାତା, ଦୟାଳୁ, ଆନନ୍ଦର ସାଗର ଯିଏକି ଏଠାକୁ ଆସି ସମସ୍ତଙ୍କୁ ମୁକ୍ତି-ଜୀବନମୁକ୍ତି ଦେଉଛନ୍ତି । ତାଙ୍କୁ ଡାକୁଛନ୍ତି, ଆସି ଆମକୁ ସୁଇଟ୍ ହୋମ୍‌କୁ (ଶାନ୍ତିଧାମ ଘରକୁ) ନେଇ ଚାଲ । ଏଠାରେ କୌଣସି ସୁଖ ନାହିଁ । ଏହା ହେଉଛି ପ୍ରଜାଙ୍କର ପ୍ରଜା ଉପରେ ରାଜ୍ୟ । ସତ୍ୟଯୁଗରେ ରାଜା, ରାଣୀ, ପ୍ରଜା ସମସ୍ତେ ଥାଆନ୍ତି । ଏବେ ବାବା ବତାଉଛନ୍ତି - ତୁମେମାନେ କିପରି ବିଶ୍ୱର ମାଲିକ ହେଉଛ । ସେଠାରେ ତୁମ ପାଖରେ ଅମାପ ଅଗଣିତ ଧନ ରହିବ । ସୁନାର ଇଟାରେ ଘର ତିଆରି ହେବ । ମେସିନ୍ ଦ୍ୱାରା ସୁନାର ଇଟା ବାହାରିବ । ପୁଣି ସେଥିରେ ମଧ୍ୟ ହୀରା-ମୋତି ଜଡିତ ହୋଇ କରିଥାଆନ୍ତି । ଦ୍ୱାପରରେ ମଧ୍ୟ କେତେ ହୀରା ଥିଲା, ଯାହାକି ଲୁଟି ନେଇଗଲେ । ଏବେ ତ’ ସୁନା କିଛି ଦେଖିବାକୁ ମଧ୍ୟ ମିଳୁ ନାହିଁ । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି । ବାବା କହୁଛନ୍ତି ମୁଁ ପ୍ରତି ୫ ହଜାର ବର୍ଷ ପରେ ଆସେ । ପୁରୁଣା ଦୁନିଆର ବିନାଶ ପାଇଁ ଏହି ଆଟୋମିକ୍ ବୋମା ଆଦି ତିଆରି ହୋଇଛି । ଏହା ହେଉଛି ବିଜ୍ଞାନର କରାମତି, ନିଜ ବୁଦ୍ଧି ଦ୍ୱାରା ଏଭଳି ଜିନିଷ ବାହାର କରିଛନ୍ତି, ଯାହାଦ୍ୱାରା ନିଜ କୁଳର ନିଜେ ହିଁ ବିନାଶ କରିବେ । ଏସବୁ କ’ଣ ରଖିବା ପାଇଁ ତିଆରି କରିଛନ୍ତି କି! ଏହାର ପ୍ରୟୋଗ ନିଶ୍ଚିତ କରିବେ । ଯେ ପର୍ଯ୍ୟନ୍ତ ରାଜଧାନୀ ସ୍ଥାପନ ହୋଇନାହିଁ, ସେ ପର୍ଯ୍ୟନ୍ତ ଲଢେଇ ଲାଗି ପାରିବ ନାହିଁ । ବିନାଶ ପାଇଁ ସବୁ ପ୍ରକାରର ପ୍ରସ୍ତୁତି ତ ଚାଲିଛି, ତା’ ସହିତ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ହେବ । ଏତେ ମନୁଷ୍ୟ ଏଠାରେ ରହିବେ ନାହିଁ ।

ବର୍ତ୍ତମାନ ତୁମମାନଙ୍କୁ ଏହି ପୁରୁଣା ଦୁନିଆକୁ ଭୁଲିବାକୁ ପଡିବ ଏବଂ ସୁଇଟ୍ ହୋମ୍ ସ୍ୱର୍ଗର ରାଜତ୍ୱକୁ ମନେପକାଇବାକୁ ହେବ । ଯେପରି ନୂଆ ଘର ତିଆରି କରିଲେ ବୁଦ୍ଧିରେ କେବଳ ନୂଆ ଘର ହିଁ ମନେ ପଡିଥାଏ ନା । ଏବେ ନୂଆ ଦୁନିଆର ସ୍ଥାପନା ହେଉଛି । ବାବା ହେଉଛନ୍ତି ସମସ୍ତଙ୍କର ସଦ୍‌ଗତି ଦାତା । ସବୁ ଆତ୍ମାମାନେ ଘରକୁ ଚାଲିଯିବେ । ବାକି ଶରୀର ଏଠାରେ ନଷ୍ଟ ହୋଇଯିବ । ବାବାଙ୍କ ସ୍ମୃତିରେ ଆତ୍ମା ପବିତ୍ର ହୋଇଯିବ । ପବିତ୍ର ତ ନିଶ୍ଚିତ ହେବାକୁ ପଡିବ । ଦେବତାମାନେ ପବିତ୍ର ଅଟନ୍ତି ନା । ତାଙ୍କ ମନ୍ଦିରରେ କେବେ ବି ବିଡି ତମାଖୁ ଆଦି ରଖାଯାଏ ନାହିଁ, ସେମାନେ ହେଉଛନ୍ତି ବୈଷ୍ଣବ, ତେଣୁ ସେହି ଦୁନିଆକୁ ବିଷ୍ଣୁପୁରୀ କୁହାଯାଏ । ତାହା ହେଉଛି ହିଁ ନିର୍ବିକାରୀ ଦୁନିଆ । ଏହା ହେଉଛି ବିକାରୀ ଦୁନିଆ । ଏବେ ନିର୍ବିକାରୀ ଦୁନିଆକୁ ଯିବାକୁ ହେବ । ବାକି ଅଳ୍ପ ସମୟ ଅଛି । ଏକଥା ନିଜେ ମଧ୍ୟ ଜାଣୁଛନ୍ତି - ଆଣବିକ ବୋମା ଦ୍ୱାରା ସବୁ ସମାପ୍ତ ହୋଇଯିବ । ଲଢେଇ ତ ଲାଗିବାର ଅଛି । ବୈଜ୍ଞାନିକମାନେ କହୁଛନ୍ତି ଯେ ଆମକୁ କେହି ଯେମିତି ପ୍ରେରଣା ଦେଉଛନ୍ତି, ସେଥିପାଇଁ ଆମେ ତିଆରି କରୁଛୁ । ଜାଣୁଛନ୍ତି ଯେ, ଏହା ଦ୍ୱାରା ନିଜ କୁଳର ବିନାଶ ହେଉଛି । କିନ୍ତୁ ତିଆରି ନ କରି ରହିପାରିବେ ନାହିଁ । ଶଙ୍କର ଦ୍ୱାରା ବିନାଶ, ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି । ଏବେ ବିନାଶ ସମ୍ମୁଖରେ ଉପସ୍ଥିତ । ଜ୍ଞାନ ଯଜ୍ଞରୁ ହିଁ ବିନାଶ ଜ୍ୱାଳା ପ୍ରଜ୍ୱଳିତ ହୋଇଛି । ଏବେ ତୁମେ ସ୍ୱର୍ଗର ମାଲିକ ହେବା ପାଇଁ ପାଠ ପଢୁଛ । ଏହି ପୁରୁଣା ଦୁନିଆ ଶେଷ ହୋଇ ନୂଆ ହୋଇଯିବ । ଏହି ଚକ୍ର ଘୂରି ଚାଲିଛି । ଇତିହାସର ପୁନରାବୃତ୍ତି ନିଶ୍ଚିତ ହେବ । ପ୍ରଥମେ ଆଦି ସନାତନ ଦେବୀ-ଦେବତା ଧର୍ମ ଥିଲା, ପରେ ପୁଣି ଚନ୍ଦ୍ରବଂଶୀ କ୍ଷତ୍ରିୟ ଧର୍ମ ଇସ୍‌ଲାମୀ ବୌଦ୍ଧ ଆଦି ଆସିଲେ, ପୁଣି ଯେଉଁମାନେ ପ୍ରଥମ ନମ୍ବରର ଥିଲେ ସେମାନେ ନିଶ୍ଚିତ ଆସିବେ, ଆଉ ସବୁ ବିନାଶ ହୋଇଯିବେ । ତୁମ୍ଭମାନଙ୍କୁ କିଏ ପାଠ ପଢାଉଛନ୍ତି? ନିରାକାର ଶିବବାବା । ସିଏ ହିଁ ଶିକ୍ଷକ, ଏବଂ ସତ୍‌ଗୁରୁ ଅଟନ୍ତି ଯିଏକି ଏଠାକୁ ଆସିବା ମାତ୍ରେ ପାଠ ପଢାଇବା ଆରମ୍ଭ କରି ଦିଅନ୍ତି, ତେଣୁ ଲେଖା ହୋଇଛି ଶିବଜୟନ୍ତୀ ହିଁ ଗୀତା ଜୟନ୍ତୀ ଏବଂ ଗୀତା ଜୟନ୍ତୀ ହିଁ ଶ୍ରୀକୃଷ୍ଣ ଜୟନ୍ତୀ । ଶିବବାବା ସତ୍ୟଯୁଗର ସ୍ଥାପନା କରୁଛନ୍ତି, ଯାହାକୁ କୃଷ୍ଣପୁରୀ କୁହାଯାଉଛି । ଏବେ ତୁମକୁ କୌଣସି ସାଧୁ, ସନ୍ଥ, ମନୁଷ୍ୟ ପାଠ ପଢାଉନାହାଁନ୍ତି । ସିଏ ହେଉଛନ୍ତି ଦୁଃଖ ହର୍ତ୍ତା, ସୁଖ କର୍ତ୍ତା ଅବିନାଶୀ ପିତା ଯିଏକି ତୁମମାନଙ୍କୁ ୨୧ ଜନ୍ମର ବର୍ସା ଦେଉଛନ୍ତି । ବିନାଶ ତ’ ନିଶ୍ଚିତ ହେବ, ଏହି ସମୟ ପାଇଁ ହିଁ କୁହାଯାଏ - କାହାର ମାଟି ତଳେ ପୋତି ହୋଇଯିବ, କାହାର ରାଜା ଖାଇଯିବ... ଚୋରୀ ମଧ୍ୟ ବହୁତ ହେବ, ନିଆଁ ମଧ୍ୟ ଲାଗିଯିବ । ଏହି ଯଜ୍ଞରେ ସବୁ ସ୍ୱାହା ହୋଇଯିବେ । ଏବେ କିଛି-କିଛି ନିଆଁ ଲାଗିବ ପୁଣି ବନ୍ଦ ହୋଇଯିବ । ବାକି ଅଳ୍ପ ଡେରି ଅଛି । ସମସ୍ତେ ପରସ୍ପର ଭିତରେ ଲଢେଇ କରିବେ, ଯାହାଙ୍କୁ ଛଡାଇବାକୁ କେହି ରହିବେ ନାହିଁ । ରକ୍ତର ନଦୀ ପରେ ପୁଣି ଦୁଧର ନଦୀ ବୋହିବ । ଏହାକୁ ଖୁନେନାହେକର (ରକ୍ତପାତର) ଖେଳ କୁହାଯାଏ । ସନ୍ତାନମାନେ ଏହାର ସାକ୍ଷାତ୍‌କାର ମଧ୍ୟ କରିଛନ୍ତି, ପୁଣି ଏଇ ଆଖିରେ ମଧ୍ୟ ଦେଖିବେ । ତେବେ ବିନାଶ ପୂର୍ବରୁ ବାବାଙ୍କୁ ମନେପକାଇବାକୁ ହେବ, ଯାହାଦ୍ୱାରା ଆତ୍ମା ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ । ବାବା ନୂଆ ଦୁନିଆ ସ୍ଥାପନ କରିବା ପାଇଁ ତୁମକୁ ପ୍ରସ୍ତୁତ କରୁଛନ୍ତି । ରାଜଧାନୀ ସମ୍ପୂର୍ଣ୍ଣ ସ୍ଥାପନ ହୋଇଗଲେ ପୁଣି ବିନାଶ ହେବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବିଷ୍ଣୁପୁରୀକୁ ଯିବା ପାଇଁ ନିଜକୁ ଯୋଗ୍ୟ କରିବାକୁ ପଡିବ । ସମ୍ପୂର୍ଣ୍ଣ ପାବନ ହେବାକୁ ପଡିବ, ଅଶୁଦ୍ଧ ଖାଦ୍ୟ ପାନୀୟ ସବୁ ତ୍ୟାଗ କରିବାକୁ ହେବ । ବିନାଶ ପୂର୍ବରୁ ନିଜର ସବୁକିଛି ସଫଳ କରିବାକୁ ହେବ ।

(୨) ଶୀଘ୍ର ଶୀଘ୍ର ପାଠପଢି ବୁଦ୍ଧିମାନ ହେବାକୁ ପଡିବ । କୌଣସି ପ୍ରକାରର ବିକର୍ମ ନ ହେଉ, ସେଥିପ୍ରତି ଧ୍ୟାନ ଦେବାକୁ ପଡିବ ।

ବରଦାନ:-
ଅଭିଯୋଗକୁ ଯୋଗରେ ପରିବର୍ତ୍ତନ କରୁଥିବା ସ୍ୱତଃ ଏବଂ ନିରନ୍ତର ଯୋଗୀ ହୁଅ ।

ସଂଗମଯୁଗର ବିଶେଷତା ହେଲା ଏବେ ଏବେ ପୁରୁଷାର୍ଥ କର, ଏବେ ଏବେ ପ୍ରତ୍ୟକ୍ଷ ଫଳ ପାଅ । ଏବେ ସ୍ମୃତି ସ୍ୱରୂପ ହୁଅ, ଏବେ ପ୍ରାପ୍ତିର ଅନୁଭବ କର । ଭବିଷ୍ୟତର ଗ୍ୟାରେଣ୍ଟି ତ ନିଶ୍ଚିତ ରହିଛି କିନ୍ତୁ ଭବିଷ୍ୟତ ଠାରୁ ଶ୍ରେଷ୍ଠ ଭାଗ୍ୟ ବର୍ତ୍ତମାନ ହିଁ ପ୍ରାପ୍ତ କରୁଛ । ଯଦି ଏହି ଭାଗ୍ୟର ସ୍ମୃତିରେ ରହିବ ତେବେ ତୁମର ଯୋଗ ସ୍ୱତଃ ହିଁ ଲାଗି ରହିବ । ତେବେ ଯେଉଁଠି ଯୋଗ ଅଛି ସେଠାରେ ଅଭିଯୋଗ ନାହିଁ । କ’ଣ କରିବି, କିପରି କରିବି, ଏହା ମୋ’ ଦ୍ୱାରା ହେଉ ନାହିଁ, ଟିକିଏ ସାହାଯ୍ୟ କରିଦିଅ - ଏ ସବୁ ହେଉଛି ଅଭିଯୋଗ । ତେଣୁ ଅଭିଯୋଗ କରିବା ଛାଡି ସ୍ୱତଃ ଯୋଗୀ ନିରନ୍ତର ଯୋଗୀ ହୁଅ ।

ସ୍ଲୋଗାନ:-
ଯେଉଁମାନେ ନିଜକୁ ଅତିଥି ମନେ କରି ଚାଲିଥାଆନ୍ତି, ସେହିମାନେ ହିଁ ମହାନ ସ୍ଥିତିର ଅନୁଭବ କରିଥାଆନ୍ତି ।

ଅବ୍ୟକ୍ତ ଈଶାରା:- ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ ।

ସଂଗଠନର ବଳ, ସ୍ନେହର ବଳ, ପରସ୍ପରକୁ ସହଯୋଗ ଦେବାର ବଳ ଏବଂ ସହନଶୀଳତାର ବଳ ଜମା କରିଚାଲିଲେ ମାୟା କେବେ ବି ଆକ୍ରମଣ କରିପାରିବ ନାହିଁ, ଏବଂ ଜୟଜୟକାର ଶବ୍ଦ ଶୁଣାଯିବ । ଯେତେବେଳେ ଏତେ ସବୁ ଆତ୍ମା ଅନେକ ହୋଇଥିଲେ ମଧ୍ୟ ଏକଭଳି ଦେଖାଯିବେ, ଏକ୍ ଅର୍ଥାତ୍ ଜଣଙ୍କର ହିଁ ଲଗନରେ ମଗନ ରହିଥିବାର ଦେଖାଯିବେ ଏବଂ ଏକରସ ସ୍ଥିତିରେ ସ୍ଥିତ ରହିଥିବେ, ସେତେବେଳେ ହିଁ ପ୍ରତ୍ୟକ୍ଷତାର ଚିହ୍ନ ଦେଖିବାକୁ ମିଳିବ । ତେଣୁ ତୁମମାନଙ୍କର ପ୍ରତିଜ୍ଞା ହିଁ ପ୍ରତ୍ୟକ୍ଷତାକୁ ପାଖକୁ ନେଇ ଆସିବ ।