17.03.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମେମାନେ ସଚ୍ଚା-ସଚ୍ଚା ସତ୍ୟପିତାଙ୍କ ଠାରୁ ସତ୍ୟ କଥା ଶୁଣି ନରରୁ ନାରାୟଣ ହେଉଛ, ତୁମକୁ ୨୧
ଜନ୍ମ ପାଇଁ ବେହଦର ପିତାଙ୍କଠାରୁ ବର୍ସା ଅର୍ଥାତ୍ ପୈତୃକ ସମ୍ପତ୍ତି ମିଳିଯାଉଛି । ’’
ପ୍ରଶ୍ନ:-
ବାବାଙ୍କର କେଉଁ
ଆଜ୍ଞାକୁ ପାଳନ କରୁଥିବା ସନ୍ତାନମାନେ ହିଁ ପାରସବୁଦ୍ଧି ହୋଇଥା’ନ୍ତି?
ଉତ୍ତର:-
ବାବାଙ୍କର ଆଜ୍ଞା ହେଲା - ଦେହର ସବୁ ସମ୍ବନ୍ଧକୁ ଭୁଲି ବାବାଙ୍କୁ ଏବଂ ରାଜତ୍ତ୍ୱକୁ ମନେ ପକାଅ ।
ଏହା ହିଁ ହେଉଛି ସଦ୍ଗତି ପାଇଁ ସତଗୁରୁଙ୍କର ଶ୍ରୀମତ । ଯେଉଁମାନେ ଏହି ଶ୍ରୀମତକୁ ପାଳନ
କରୁଛନ୍ତି ଅର୍ଥାତ୍ ଦେହୀ ଅଭିମାନୀ ହେଉଛନ୍ତି ସେହିମାନେ ହିଁ ପାରସବୁଦ୍ଧି ହୋଇଯାଉଛନ୍ତି ।
ଗୀତ:-
ଆଜ୍ ଅନ୍ଧେରେ
ମେଁ ହମ ଇନ୍ସାନ୍...
ଓମ୍ ଶାନ୍ତି ।
ଏହା କଳିଯୁଗୀ ଦୁନିଆ । ସବୁ ଆତ୍ମା ଅନ୍ଧକାରରେ ଅଛନ୍ତି, ଯେବେ ଭାରତ ସ୍ୱର୍ଗ ଥିଲା ଏହି ଭାରତ
ପ୍ରକାଶରେ ଥିଲା । ଏହି ଭାରତବାସୀ ଯେଉଁମାନେ ଏବେ ନିଜକୁ ହିନ୍ଦୁ କହୁଛନ୍ତି, ଅସଲରେ ଏମାନେ ଦେବୀ
ଦେବତା ଥିଲେ । ଭାରତବାସୀ ସ୍ୱର୍ଗବାସୀ ଥିଲେ । ଯେତେବେଳେ କୌଣସି ଧର୍ମ ନ ଥିଲା, ଏକ ଆଦି ସନାତନ
ଦେବୀ ଦେବତା ଧର୍ମ ଥିଲା । ସ୍ୱର୍ଗ, ବୈକୁଣ୍ଠ, ବହିସ୍ଥ, ହେଭେନ୍ ଏସବୁ ଭାରତର ନାମ ଥିଲା ।
ଭାରତ ପ୍ରାଚୀନ ପବିତ୍ର ଭୂମି, ବହୁତ ବହୁତ ଧନବାନ ଥିଲା । ଏବେ ତ ଭାରତ କାଙ୍ଗାଳ ହୋଇଯାଇଛି
କାହିଁକିନା ଏବେ କଳିଯୁଗ ଅଟେ । ତାହା ସତ୍ୟଯୁଗ ଥିଲା । ତୁମେ ସବୁ ହେଲ ଭାରତବାସୀ । ତୁମେ
ଜାଣିଛ ଆମେ ଏବେ ଅନ୍ଧକାରରେ ଅଛୁ । ଯେତେବେଳେ ସ୍ୱର୍ଗରେ ଥିଲୁ ପ୍ରକାଶରେ ଥିଲୁ । ସ୍ୱର୍ଗର ରାଜ
ରାଜେଶ୍ୱର, ରାଜ ରାଜେଶ୍ୱରୀ ଲକ୍ଷ୍ମୀ ନାରାୟଣ ଥିଲେ । ତାକୁ ସୁଖଧାମ କୁହାଯାଉଥିଲା । ନୂଆ ନୂଆ
ଆତ୍ମା ଆସୁଥିବାରୁ ବାବା ପୁନର୍ବାର ବୁଝାଉଛନ୍ତି । ବାବାଙ୍କଠାରୁ ହିଁ ତୁମକୁ ସ୍ୱର୍ଗର ସମ୍ପତ୍ତି
ନେବାକୁ ହେବ, ଯାହାକୁ ଜୀବନମୁକ୍ତି କୁହାଯାଉଛି । ଏବେ ସମସ୍ତେ ଜୀବନବନ୍ଧନରେ ଅଛନ୍ତି । ବିଶେଷ
ଭାବରେ ଭାରତ ଏବଂ ସାଧାରଣ ଭାବେ ସାରା ଦୁନିଆ, ରାବଣର ଜେଲ୍, ଶୋକବାଟିକାରେ ଅଛନ୍ତି । ଏପରି
ନୁହେଁ ଯେ ରାବଣ କେବଳ ଲଙ୍କାରେ ଥିଲା ଓ ରାମ ଭାରତରେ ଥିଲେ ଏବଂ ସେ ଆସି ସୀତା ଚୋରାଇ ନେଲେ ।
ଏସବୁ କାଳ୍ପନିକ କଥା । ଗୀତା ହେଲା ମୁଖ୍ୟ, ସର୍ବଶାସ୍ତ୍ର ମଧ୍ୟରେ ଶିରୋମଣୀ ଭଗବାନଙ୍କ ଦ୍ୱାରା
ଶୁଣାଯାଇଥିବା ଶ୍ରୀମଦ୍ ଭଗବତ୍ ଗୀତା । ମନୁଷ୍ୟ ତ କାହାର ସଦ୍ଗତି କରିପାରିବେ ନାହିଁ ।
ସତ୍ୟଯୁଗରେ ଜୀବନମୁକ୍ତ ଦେବୀ ଦେବତାମାନେ ଥିଲେ, ଯେଉଁମାନେ ଏହି ସମ୍ପତ୍ତି କଳିଯୁଗର ଶେଷ ସମୟରେ
ପାଇଥିଲେ । ଭାରତବାସୀଙ୍କୁ ଏକଥା ଜଣା ନ ଥିଲା, ନା ଏହା କୌଣସି ଶାସ୍ତ୍ରରେ ଅଛି । ଶାସ୍ତ୍ର ତ
ହେଉଛି ଭକ୍ତିମାର୍ଗ ପାଇଁ । ସେସବୁ ଭକ୍ତିମାର୍ଗର କଥା । ସଦ୍ଗତି ମାର୍ଗର ଜ୍ଞାନ ମନୁଷ୍ୟଙ୍କ
ପାଖରେ ନାହିଁ । ବାବା କହୁଛନ୍ତି ମନୁଷ୍ୟ, ମନୁଷ୍ୟର ଗୁରୁ ହୋଇପାରିବେ ନାହିଁ । ଗୁରୁ କାହାକୁ
ସଦ୍ଗତି ଦେଇପାରିବେ ନାହିଁ । ଭକ୍ତିମାର୍ଗର ଗୁରୁ କୁହନ୍ତି ଭକ୍ତି କର, ଦାନ ପୁଣ୍ୟ କର । ଭକ୍ତି
ଦ୍ୱାପରରୁ ଚାଲି ଆସୁଛି । ସତ୍ୟଯୁଗ ତ୍ରେତାରେ ଜ୍ଞାନର ପ୍ରାରବ୍ଧ ରହିଛି । ଏପରି ନୁହେଁ
ସେବେଠାରୁ ଏହି ଜ୍ଞାନ ପ୍ରଚଳିତ ହୋଇ ଆସୁଛି । ଏବେ ଧନ ସମ୍ପତ୍ତି ଯାହାକି ଭାରତବାସୀଙ୍କ ପାଖରେ
ଥିଲା ତାହା ବାବାଙ୍କଠାରୁ ସଙ୍ଗମରେ ମିଳିଥିଲା, ଯାହା ପୁଣି ଏବେ ତୁମକୁ ମିଳୁଛି । ଭାରତବାସୀ,
ନର୍କବାସୀ ମହାନ୍ ଦୁଃଖୀ ହୋଇଯାଉଥିବାରୁ ଡାକୁଛନ୍ତି ହେ ପତିତ ପାବନ ଦୁଃଖହର୍ତ୍ତା ସୁଖକର୍ତ୍ତା,
କାହାର ଦୁଃଖହର୍ତ୍ତା? ସମସ୍ତଙ୍କର, କାହିଁକିନା ସ୍ୱତନ୍ତ୍ର ଭାବରେ ଭାରତରେ ଏବଂ ସାଧାରଣ ଭାବେ
ସାରା ଦୁନିଆରେ ୫ ବିକାର ରହିଛି । ବାବା ହେଉଛନ୍ତି ପତିତ ପାବନ । ବାବା କହୁଛନ୍ତି ମୁଁ କଳ୍ପ
କଳ୍ପ, କଳ୍ପର ସଙ୍ଗମରେ ଆସୁଛି ଏବଂ ସମସ୍ତଙ୍କର ସଦ୍ଗତି ଦାତା ହେଉଛି । ଅବଳା, ଅହଲ୍ୟା, ଗଣିକା
ଓ ଗୁରୁମାନଙ୍କର ମଧ୍ୟ ଉଦ୍ଧାର ମୋତେ କରିବାକୁ ପଡିବ କାହିଁକିନା ଏହା ତ ହେଉଛି ପତିତ ଦୁନିଆ ।
ସତ୍ୟଯୁଗକୁ ପବିତ୍ର ଦୁନିଆ କୁହାଯାଉଛି । ଭାରତରେ ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା ।
ଭାରତବାସୀ ଏହା ଜାଣିନାହାଁନ୍ତି ଯେ ଏମାନେ ସ୍ୱର୍ଗର ମାଲିକ ଥିଲେ । ପତିତ ଖଣ୍ଡ ଅର୍ଥ ମିଥ୍ୟା
ଖଣ୍ଡ, ପାବନ ଖଣ୍ଡ ଅର୍ଥାତ୍ ସତ୍ୟଖଣ୍ଡ । ଭାରତ ପାବନ ଖଣ୍ଡ ଥିଲା । ଏହି ଲକ୍ଷ୍ମୀ ନାରାୟଣଙ୍କର
ସୂର୍ଯ୍ୟବଂଶୀ ଡିନାୟଷ୍ଟି (ରାଜବଂଶ) ଥିଲା । ଏହି ଭାରତ ହେଉଛି ଅବିନାଶୀ ଖଣ୍ଡ ଯାହା କେବେ
ବିନାଶ ହେଉନାହିଁ । ଏହାଙ୍କ ରାଜ୍ୟ ଥିବା ସମୟରେ ଅନ୍ୟ କୌଣସି ଖଣ୍ଡ ନ ଥିଲା । ସେ ସବୁ ପରେ
ସ୍ଥାପନା ହେଉଛି । ଶାସ୍ତ୍ରରେ ସବୁଠାରୁ ବଡ ଭୁଲ୍ କରିଦେଇଛନ୍ତି ଯାହାକି କଳ୍ପ ଲକ୍ଷ ଲକ୍ଷ
ବର୍ଷର ଲେଖିଦେଇଛନ୍ତି । ବାବା କହୁଛନ୍ତି - ନା କଳ୍ପ ଲକ୍ଷ ଲକ୍ଷ ବର୍ଷର ହୋଇଥାଏ ନା ସତ୍ୟଯୁଗ
ଲକ୍ଷ ଲକ୍ଷ ବର୍ଷର ହୋଇଥାଏ । କଳ୍ପର ଆୟୁଷ ୫ ହଜାର ବର୍ଷ । ଏମାନେ ପୁଣି କହିଦେଉଛନ୍ତି ଯେ
ମନୁଷ୍ୟ ୮୪ ଲକ୍ଷ ଜନ୍ମ ନେଉଛନ୍ତି । ମନୁଷ୍ୟକୁ କୁକୁର ବିଲେଇ ଆଦି କରିଦେଇଛନ୍ତି । କିନ୍ତୁ
ତାଙ୍କର ଜନ୍ମ ଅଲଗା । ୮୪ ଲକ୍ଷ ପ୍ରଜାତି ରହିଛି ସେଥିରୁ ମନୁଷ୍ୟ ଗୋଟିଏ ପ୍ରଜାତିର,
ସେହିମାନଙ୍କର ହିଁ ୮୪ ଜନ୍ମ ହେଉଛି ।
ବାବା କହୁଛନ୍ତି ପିଲାମାନେ ତୁମେ ଆଦି ସନାତନ ଦେବୀ ଦେବତା ଧର୍ମର ଥିଲ । ଭାରତବାସୀ ନିଜ ଧର୍ମକୁ
ଡ୍ରାମା ପ୍ଲାନ୍ ଅନୁସାରେ ଭୁଲିଯାଇଛନ୍ତି । କଳିଯୁଗର ଅନ୍ତିମ ସମୟରେ ବିଲ୍କୁଲ୍ ପତିତ
ହୋଇଯାଇଛନ୍ତି । ପୁଣି ବାବା ଆସି ସଙ୍ଗମରେ ପବିତ୍ର କରାଉଛନ୍ତି, ଏହାକୁ ଦୁଃଖଧାମ କୁହାଯାଏ ।
ପୁଣି ସୁଖଧାମରେ ଅଭିନୟ ହେବ । ବାବା କହୁଛନ୍ତି - ହେ ସନ୍ତାନମାନେ ତୁମେ ଭାରତବାସୀ ହିଁ
ସ୍ୱର୍ଗବାସୀ ଥିଲ । ପୁଣି ତୁମେ ୮୪ ଜନ୍ମର ସିଢ଼ି ଓହ୍ଲାଉଛ । ସତ୍ତ୍ୱରୁ ରଜୋ, ରଜୋରୁ ତମୋ ଦେଇ
ନିଶ୍ଚୟ ଆସିବାକୁ ପଡିବ । ତୁମ ଦେବତାମାନଙ୍କ ପରି ଧନବାନ ସଦା ସୁଖି, ସଦା ସୁସ୍ଥ କେହି
ନାହାଁନ୍ତି । ଭାରତ କେତେ ସାହୁକାର ଥିଲା । ହୀରା, ନୀଳା ତ ବଡ ବଡ ପଥର ସଦୃଶ ଥିଲା, ଏବେ ସେଥିରୁ
ଯେତେକ ଭାଙ୍ଗି ଗଲାଣି । ବାବା ତୁମକୁ ସ୍ମୃତି ଦେଉଛନ୍ତି ଯେ ତୁମକୁ କେତେ ସାହୁକାର କରାଇଥିଲି ।
ତୁମେ ସର୍ବଗୁଣ ସମ୍ପନ୍ନ, ୧୬ କଳା ସମ୍ପୂର୍ଣ୍ଣ ଥିଲ । ଯଥା ରାଜା ରାଣୀ... ଏମାନଙ୍କୁ ଭଗବାନ
ଭଗବତୀ ମଧ୍ୟ କୁହାଯାଇପାରିବ । କିନ୍ତୁ ବାବା ବୁଝାଉଛନ୍ତି ଯେ ଭଗବାନ ଏକ, ସେ ହେଉଛନ୍ତି ପିତା ।
କେବଳ ଈଶ୍ୱର ଅଥବା ପ୍ରଭୁ କହିବା ଦ୍ୱାରା ମଧ୍ୟ ସିଦ୍ଧ ହେଉ ନାହିଁ ଯେ ସେ ସବୁ ଆତ୍ମାଙ୍କର ପିତା
ଅଟନ୍ତି । ଇଏ ତ ହେଉଛନ୍ତି ବେହଦର ପିତା । ସେ ବୁଝାଉଛନ୍ତି ଯେ ତୁମେ ଭାରତବାସୀ ଶିବ ଜୟନ୍ତୀ
ପାଳନ କରୁଛ କିନ୍ତୁ ଅସଲରେ ବାବା କେବେ ଆସିଥିଲେ, ତାହା କେହି ବି ଜାଣିନାହାନ୍ତି । କାହିଁକି ନା
ଲୌହଯୁଗୀ, ପଥରବୁଦ୍ଧି ହୋଇଯାଇଛନ୍ତି । ପାରସନାଥ ଥିଲେ ବର୍ତ୍ତମାନ ପଥରନାଥ ହୋଇଯାଇଛନ୍ତି । ନାଥ
ମଧ୍ୟ କୁହାଯିବ ନାହିଁ କାହିଁକିନା ରାଜା ରାଣୀ ତ ନୁହଁନ୍ତି । ପ୍ରଥମେ ଏଠାରେ ଦୈବୀ ରାଜସ୍ଥାନ
ଥିଲା, ପୁଣି ଆସୁରୀ ରାଜ୍ୟ ହୋଇଯାଉଛି । ଏହା ହେଉଛି ଅବିନାଶୀ ଖେଳ । ତାହା ହେଉଛି ହଦର ଡ୍ରାମା,
ଏହା ବେହଦର ଡ୍ରାମା । ବିଶ୍ୱର ଇତିହାସ ଭୂଗୋଳ ଆଦିରୁ ଅନ୍ତ ପର୍ଯ୍ୟନ୍ତ ତୁମେ ଏବେ ଜାଣୁଛ ଆଉ
କେହି ବି ଜାଣିନାହାଁନ୍ତି । ଭାରତରେ ଦେବୀ ଦେବତା ଥିବା ସମୟରେ ସାରା ସୃଷ୍ଟିର ମାଲିକ ଥିଲେ ।
ବାବା ଭାରତବାସୀଙ୍କୁ ମନେପକାଇ ଦେଉଛନ୍ତି । ସତ୍ୟଯୁଗରେ ଆଦି ସନାତନ ଦେବୀ ଦେବତାମାନଙ୍କର
ଶ୍ରେଷ୍ଠ ଧର୍ମ, ଶ୍ରେଷ୍ଠ କର୍ମ ଥିଲା ପୁଣି ୮୪ ଜନ୍ମ ନେଇ ଅଧୋପତିତ ହେଲେ । ବାବା ବସି ଏହି
କାହାଣୀ ଶୁଣାଉଛନ୍ତି ଯେ ଏବେ ତୁମର ବହୁତ ଜନ୍ମର ଅନ୍ତିମ ଜନ୍ମ । ଜଣଙ୍କର କଥା ନୁହେଁ । ନା
ଯୁଦ୍ଧଭୂମି ଆଦି ଅଛି । ଭାରତବାସୀ ଏକଥା ମଧ୍ୟ ଭୁଲି ଯାଇଛନ୍ତି ଯେ ଏଠାରେ ଲକ୍ଷ୍ମୀ-ନାରାୟଣଙ୍କର
ରାଜ୍ୟ ଥିଲା । ସତ୍ୟଯୁଗର ଆୟୁଷ ଲମ୍ବା କରିଦେବା ଦ୍ୱାରା ସତ୍ୟଯୁଗକୁ ବହୁତ ଦୂରକୁ ନେଇଯାଇଛନ୍ତି
।
ବାବା ବୁଝାଉଛନ୍ତି ଯେ ମନୁଷ୍ୟକୁ ଭଗବାନ କୁହାଯିବ ନାହିଁ । ମନୁଷ୍ୟ, ମନୁଷ୍ୟର ସଦ୍ଗତି
କରିପାରିବେ ନାହିଁ । କଥାରେ ଅଛି ଯେ ସମସ୍ତଙ୍କର ସଦ୍ଗତିଦାତା ପତିତଙ୍କର ପାବନକର୍ତ୍ତା
ଦେଉଛନ୍ତି ଜଣେ । ଏହା ମିଥ୍ୟାଖଣ୍ଡ । ସତ୍ୟପିତା ସତ୍ୟଖଣ୍ଡର ସ୍ଥାପନକର୍ତ୍ତା ଅଟନ୍ତି । ଭକ୍ତ
ପୂଜା କରୁଛନ୍ତି କିନ୍ତୁ ଭକ୍ତିମାର୍ଗରେ ଯାହାଙ୍କର ପୂଜା କରି ଆସିଲେ, ଜଣଙ୍କର ହେଲେ
ଜୀବନକାହାଣୀକୁ ଜାଣିନାହାଁନ୍ତି । ଶିବ ଜୟନ୍ତୀ ତ ପାଳନ କରୁଛନ୍ତି । ବାବା ନୂଆ ଦୁନିଆର ରଚୟିତା
ଅଟନ୍ତି । ହେଭେନ୍ଲୀ ଗଡ୍ ଫାଦର (ସ୍ୱର୍ଗୀୟ ଈଶ୍ୱର ପିତା) । ବେହଦର ସୁଖଦାତା । ସତ୍ୟଯୁଗରେ
ସୁଖ ଥିଲା । ତାହା କିପରି ଏବଂ କିଏ ସ୍ଥାପନ କରିଥିଲେ? ନର୍କବାସୀଙ୍କୁ ସ୍ୱର୍ଗବାସୀ କଲେ ।
ଭ୍ରଷ୍ଟାଚାରୀମାନଙ୍କୁ ଶ୍ରେଷ୍ଠାଚାରୀ ଦେବତା କରାଇଲେ । ଏହା ତ ବାବାଙ୍କର ହିଁ କାମ । ମୁଁ ତୁମକୁ
ପବିତ୍ର କରୁଛି । ତୁମେ ସ୍ୱର୍ଗର ମାଲିକ ହେଉଛ । ପୁଣି ତୁମକୁ ପତିତ କିଏ କରୁଛି? ଏହି ରାବଣ ।
ମନୁଷ୍ୟ କହିଦେଉଛନ୍ତି - ସୁଖ ଦୁଃଖ ଈଶ୍ୱର ଦେଉଛନ୍ତି । ବାବା କହୁଛନ୍ତି ମୁଁ ସମସ୍ତଙ୍କୁ ସୁଖ
ଦେଉଛି । ଅଧାକଳ୍ପ ପୁଣି ତୁମେ ବାବାଙ୍କୁ ସ୍ମରଣ କରିବ ନାହିଁ ପୁଣି ଯେବେ ରାବଣ ରାଜ୍ୟ ହେଉଛି
ସେବେ ସମସ୍ତଙ୍କର ପୂଜା କରିବାରେ ଲାଗି ପଡୁଛ । ଏହା ତୁମର ବହୁତ ଜନ୍ମର ଅନ୍ତିମ ଜନ୍ମ ।
କହୁଛନ୍ତି ବାବା ଆମେ କେତେ ଜନ୍ମ ନେଇଛୁ? ବାବା କହୁଛନ୍ତି ପିଲେ ତୁମେ ନିଜର ଜନ୍ମକୁ ଜାଣିନାହଁ
। ତୁମେ ପୁରା ୮୪ ଜନ୍ମ ନେଇଛ । ତୁମେ ୨୧ ଜନ୍ମ ପାଇଁ ବେହଦ ବାବାଙ୍କଠାରୁ ସମ୍ପତ୍ତି ନେବାକୁ
ଆସିଛ ଅର୍ଥାତ୍ ସତ୍ୟପିତାଙ୍କ ଠାରୁ ସତ୍ୟ କଥା, ନରରୁ ନାରାୟଣ ହେବାର ଜ୍ଞାନ ଶୁଣୁଛ । ଏହା
ଜ୍ଞାନ, ତାହା ଭକ୍ତି । ଏହି ଆଧ୍ୟାତ୍ମିକ ଜ୍ଞାନ ସର୍ବୋଚ୍ଚ ପିତା ଆସି ଦେଉଛନ୍ତି ।
ପିଲାମାନଙ୍କୁ ଦେହୀ ଅଭିମାନୀ ହେବାକୁ ପଡିବ । ନିଜକୁ ଆତ୍ମା ନିଶ୍ଚୟ କରି ମୋତେ ମନେ ପକାଅ ।
ଶିବବାବା ତ ସବୁ ଆତ୍ମାଙ୍କର ପିତା । ଆତ୍ମାମାନେ ପରମଧାମରୁ ଅଭିନୟ କରିବା ପାଇଁ ଶରୀରକୁ
ଆସୁଛନ୍ତି । ଏହାକୁ କର୍ମକ୍ଷେତ୍ର କୁହାଯାଉଛି । ଏହା ବହୁତ ବଡ ଖେଳ ଅଟେ । ଆତ୍ମାରେ ଭଲ ଅଥବା
ମନ୍ଦ ସଂସ୍କାର ରହିଥାଏ । ସେହି ଅନୁସାରେ ମନୁଷ୍ୟକୁ ଭଲ ଅଥବା ମନ୍ଦ ଜନ୍ମ ମିଳିଥାଏ ।
ଲକ୍ଷ୍ମୀ-ନାରାୟଣ ଯିଏ ପବିତ୍ର ଥିଲେ ଏବେ ପତିତ ହୋଇଯାଇଛନ୍ତି, ତତ୍ତ୍ତ୍ୱମ୍ । ବାବାଙ୍କୁ ମଧ୍ୟ
ଏହି ରାବଣର ଦୁନିଆ, ପତିତ ଶରୀରରେ ଆସିବାକୁ ପଡୁଛି । ଯିଏ ପ୍ରଥମ ନମ୍ବରରେ ଘରକୁ ଯାଉଛନ୍ତି
ତାଙ୍କରି ଶରୀର ଧାରଣ କରୁଛନ୍ତି । ସୂର୍ଯ୍ୟବଂଶୀ ହିଁ ପୂରା ୮୪ ଜନ୍ମ ନେଉଛନ୍ତି । ଇଏ ହେଲେ
ବ୍ରହ୍ମା ଓ ବ୍ରାହ୍ମଣ । ବାବା ପ୍ରତ୍ୟହ ବୁଝାଉଛନ୍ତି କିନ୍ତୁ ପଥର ବୁଦ୍ଧିକୁ ପାରସବୁଦ୍ଧି କରିବା
ମାଉସୀଘର କଥା ନୁହେଁ । ହେ ଆତ୍ମାମାନେ ଏବେ ଦେହୀ-ଅଭିମାନୀ ହୁଅ, ହେ ଆତ୍ମାଗଣ ଏକ ବାବା ଓ
ରାଜତ୍ତ୍ୱକୁ ମନେ ପକାଅ । ଦେହର ସମ୍ବନ୍ଧକୁ ତ୍ୟାଗ କଲେ ପାରସବୁଦ୍ଧି ହୋଇଯିବ । ସମସ୍ତଙ୍କୁ ତ
ମରିବାକୁ ପଡିବ । ବର୍ତ୍ତମାନ ସମସ୍ତଙ୍କର ବାନପ୍ରସ୍ଥ ଅବସ୍ଥା । ଏକ ସତଗୁରୁ ବିନା ସମସ୍ତଙ୍କର
ସଦ୍ଗତି ଦାତା ଅନ୍ୟ କେହି ହୋଇପାରିବେ ନାହିଁ ।
ବାବା କହୁଛନ୍ତି ହେ ଭାରତବାସୀ ସନ୍ତାନମାନେ ତୁମେ ପ୍ରଥମେ ପାରସବୁଦ୍ଧି ଥିଲ । ଗାୟନ ରହିଛି ଯେ
ଆତ୍ମା ପରମାତ୍ମା ଅଲଗ ରହେ ବହୁକାଲ... ତେଣୁ ପ୍ରଥମେ ତୁମେ ଭାରତବାସୀ ଦେବୀ ଦେବତା
ଧର୍ମାବଲମ୍ବୀମାନେ ଆସିଛ । ଅନ୍ୟ ଧର୍ମାବଲମ୍ବୀ ପଛରେ ଆସୁଛନ୍ତି, ତେଣୁ ତାଙ୍କର ଜନ୍ମ ମଧ୍ୟ କମ
ହେଉଛି । ସାରା ସୃଷ୍ଟିର ବୃକ୍ଷ କିପରି ଘୂରୁଛି ତାହା ବାବା ବସି ବୁଝାଉଛନ୍ତି । ଯିଏ ଧାରଣା
କରିପାରିବେ, ତାଙ୍କ ପାଇଁ ବହୁତ ସହଜ । ଆତ୍ମା ଧାରଣ କରୁଛି । ପୁଣ୍ୟ ଆତ୍ମା ଓ ପାପ ଆତ୍ମା,
ଆତ୍ମା ହିଁ ହେଉଛି । ଏହା ତୁମର ଅନ୍ତିମ ୮୪ ତମ ଜନ୍ମ ଅଟେ । ତୁମେ ବାନପ୍ରସ୍ଥ ଅବସ୍ଥାରେ ଅଛ ।
ବାନପ୍ରସ୍ଥ ଅବସ୍ଥାରେ ମନ୍ତ୍ର ନେବା ପାଇଁ ଗୁରୁ କରିଥା’ନ୍ତି । ତୁମକୁ ଏବେ ମନୁଷ୍ୟଙ୍କୁ ଗୁରୁ
କରିବାର ନାହିଁ । ତୁମ ସମସ୍ତଙ୍କର ମୁଁ ପିତା, ଶିକ୍ଷକ ଏବଂ ସତ୍ଗୁରୁ । ମୋତେ ହିଁ କହନ୍ତି ହେ
ପତିତ ପାବନ ଶିବବାବା । ଏବେ ସ୍ମୃତି ଆସୁଛି, ସବୁ ଆତ୍ମାଙ୍କର ସିଏ ପିତା । ଆତ୍ମା ସତ୍ୟ,
ଚୈତନ୍ୟ କାହିଁକିନା ସେ ଅମର । ସବୁ ଆତ୍ମାମାନଙ୍କଠାରେ ଅଭିନୟ ଭରି ରହିଛି । ବାବା ମଧ୍ୟ
ହେଉଛନ୍ତି ସତ୍ୟ ଚୈତନ୍ୟ । ସେ ମନୁଷ୍ୟ ସୃଷ୍ଟିର ବୀଜରୂପ ହୋଇଥିବା ଯୋଗୁଁ କହୁଛନ୍ତି ମୁଁ ସାରା
ବୃକ୍ଷର ଆଦି-ମଧ୍ୟ-ଅନ୍ତକୁ ଜାଣିଛି, ସେଥିପାଇଁ ମୋତେ ଜ୍ଞାନର ସାଗର କୁହାଯାଉଛି । ତୁମ ଠାରେ
ମଧ୍ୟ ସାରା ଜ୍ଞାନ ଅଛି ଯେ ବୀଜରୁ ବୃକ୍ଷ କିପରି ଉତ୍ପତ୍ତି ହେଉଛି । ବୃକ୍ଷ ବଢ଼ିବାରେ ତ ସମୟ
ଲାଗୁଛି । ବାବା କହୁଛନ୍ତି ମୁଁ ହେଉଛି ବୀଜରୂପ । ଅନ୍ତିମ ସମୟରେ ସାରା ବୃକ୍ଷ ଜରାଜୀର୍ଣ୍ଣ
ଅବସ୍ଥା ପ୍ରାପ୍ତ ହେବ । ଏବେ ଦେଖ ଦେବୀ ଦେବତା ଧର୍ମର ମୂଳଦୁଆ ନାହିଁ । ପ୍ରାୟ ଲୋପ ହୋଇଯାଇଛି
। ଦେବୀ ଦେବତା ଧର୍ମ ଲୋପ ହୋଇଗଲେ ବାବାଙ୍କୁ ଆସିବାକୁ ପଡୁଛି । ଏକ ଧର୍ମର ସ୍ଥାପନା କରି ବାକି
ସବୁ ଧର୍ମର ବିନାଶ କରିଦେଉଛନ୍ତି । ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ଆଦି ସନାତନ ଦେବୀ ଦେବତା
ଧର୍ମର ସ୍ଥାପନା କରୁଛନ୍ତି । ତୁମେ ଆସିଛ ଭ୍ରଷ୍ଟାଚାରୀରୁ ଶ୍ରେଷ୍ଠାଚାରୀ ଦେବତା ହେବା ପାଇଁ ।
ଏହି ଡ୍ରାମା ପୂର୍ବ ନିର୍ମିତ, ଏହାର ସମାପ୍ତି ନାହିଁ । ବାବା ଆସୁଛନ୍ତି । ଆତ୍ମାମାନେ ସବୁ ଭାଇ
ଭାଇ, ମୂଳବତନର ବାସିନ୍ଦା । ଏକମାତ୍ର ବାବାଙ୍କୁ ସମସ୍ତେ ମନେ ପକାଉଛନ୍ତି । ଦୁଃଖରେ ସମସ୍ତେ
ସ୍ମରଣ କରନ୍ତି... ରାବଣ ରାଜ୍ୟରେ ଦୁଃଖ ରହିଛି ତେଣୁ ଏଠାରେ ସ୍ମରଣ କରୁଛନ୍ତି । ତେଣୁ
ସମସ୍ତଙ୍କର ସଦ୍ଗତି ଦାତା ଏକମାତ୍ର ବାବା । ତାଙ୍କର ମହିମା ରହିଛି । ବାବା ନ ଆସିଲେ କିଏ
ପବିତ୍ର କରାଇବ । ଖ୍ରୀଷ୍ଟିୟାନ, ଇସ୍ଲାମୀ ଆଦି ଯେ କୌଣସି ଧର୍ମାବଲମ୍ବୀ ମନୁଷ୍ୟ ବି ଅଛନ୍ତି
ଏହି ସମୟରେ ସମସ୍ତେ ତମୋପ୍ରଧାନ ହୋଇଯାଇଛନ୍ତି । ସମସ୍ତଙ୍କୁ ନିଶ୍ଚୟ ପୁନର୍ଜନ୍ମ ନେବାକୁ ପଡିବ
। ଏବେ ନର୍କରେ ପୁନର୍ଜନ୍ମ ମିଳୁଛି । ଏପରି ନୁହେଁ ଯେ ସୁଖ ଦୁନିଆକୁ ଚାଲିଯାଉଛନ୍ତି । ଯେପରି
ହିନ୍ଦୁ ଧର୍ମରେ କହନ୍ତି ଯେ ସ୍ୱର୍ଗବାସୀ ହେଲେ, ତେବେ ନିଶ୍ଚୟ ନର୍କରେ ଥିଲେ ନା, ଏବେ ସ୍ୱର୍ଗକୁ
ଗଲା, ତୁମ ମୁଖରେ ଗୋଲାପ । ଯଦି ସ୍ୱର୍ଗବାସୀ ହେଲେ ପୁଣି ତାଙ୍କୁ ନର୍କର ଆସୁରୀ ବୈଭବ କାହିଁକି
ଖୁଆଉଛ? ପିତ୍ର ଆଦି ଖୁଆଇଥା’ନ୍ତି ନା । ବଙ୍ଗଳାରେ ମାଛ, ଅଣ୍ଡା ଆଦି ଖୁଆଇଥା’ନ୍ତି । ଆରେ,
ତାଙ୍କୁ ଏସବୁ ଖାଇବାର କି ଆବଶ୍ୟକତା ରହିଛି । କେହି ମଧ୍ୟ ଘରକୁ ଫେରି ଯାଇପାରିବେ ନାହିଁ ।
ଯେଉଁମାନେ କି ପ୍ରଥମ ନମ୍ବର ନେଉଛନ୍ତି, ସେମାନଙ୍କୁ ୮୪ ଜନ୍ମ ନେବାକୁ ପଡୁଛି । ଏହି ଜ୍ଞାନରେ
କୌଣସି ଅସୁବିଧା ନାହିଁ । ଭକ୍ତିମାର୍ଗରେ କେତେ ମେହନତ ରହିଛି । ରାମ ରାମ ଜପିବା ବେଳେ ଲୋମ
ଟାଙ୍କୁରି ଉଠିଥାଏ । ଏ ସବୁ ଭକ୍ତିମାର୍ଗ । ଏହି ସୂର୍ଯ୍ୟ, ଚନ୍ଦ୍ର ଆଦି ଆଲୋକ ଦେଇଥା’ନ୍ତି,
ଏମାନେ କଣ ଦେବତା କି! ବାସ୍ତବରେ ଜ୍ଞାନସୂର୍ଯ୍ୟ, ଜ୍ଞାନଚନ୍ଦ୍ରମା ଓ ଜ୍ଞାନତାରକା ଆଦି ଏଇଠିକାର
ମହିମା ଅଟେ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି
ଅନ୍ତିମ ୮୪ ତମ ଜନ୍ମରେ କୌଣସି ବି ପାପ କର୍ମ ଅର୍ଥାତ୍ ବିକର୍ମ କରିବାର ନାହିଁ । ପୁଣ୍ୟ ଆତ୍ମା
ହେବାର ପୂରା-ପୂରା ପୁରୁଷାର୍ଥ କରିବାକୁ ହେବ । ସମ୍ପୂର୍ଣ୍ଣ ପାବନ ହେବାକୁ ପଡିବ ।
(୨) ନିଜର ବୁଦ୍ଧିକୁ
ପାରସବୁଦ୍ଧି କରିବା ପାଇଁ ଦେହର ସବୁ ସମ୍ବନ୍ଧକୁ ଭୁଲି ଦେହୀ ଅଭିମାନୀ ହେବାର ପୁରୁଷାର୍ଥ
କରିବାକୁ ହେବ ।
ବରଦାନ:-
ପୁରୁଣା
ସଂସ୍କାର ବା ବିଘ୍ନ ଗୁଡିକରୁ ମୁକ୍ତି ପ୍ରାପ୍ତ କରୁଥିବା ସଦା ଶକ୍ତି ସମ୍ପନ୍ନ ଭବ ।
କୌଣସି ପ୍ରକାରର
ବିଘ୍ନଠାରୁ, ଦୁର୍ବଳତା ଗୁଡିକଠାରୁ ବା ପୁରୁଣା ସଂସ୍କାର ଗୁଡିକଠାରୁ ଯଦି ମୁକ୍ତି ଚାହୁଁଛ ତେବେ
ଶକ୍ତିଗୁଡିକୁ ଧାରଣ କର ଅର୍ଥାତ୍ ଅଳଙ୍କାରୀ ରୂପ ହୋଇ ରୁହ । ଯେଉଁମାନେ ଅଳଙ୍କାରରେ ସଦାସର୍ବଦା
ସଜବାଜ ହୋଇ ରହିଥାଆନ୍ତି ସେମାନେ ଭବିଷ୍ୟତରେ ବିଷ୍ଣୁବଂଶୀ ହୋଇଯାଇଥାଆନ୍ତି କିନ୍ତୁ ଏବେ ବୈଷ୍ଣବ
ହୋଇଯାଉଛନ୍ତି । ସେମାନଙ୍କୁ କୌଣସି ବି ତମୋଗୁଣୀ ସଂସ୍କାର ବା ସଂକଳ୍ପ ସ୍ପର୍ଶ ମଧ୍ୟ କରିପାରିବ
ନାହିଁ । ସେମାନେ ପୁରୁଣା ଦୁନିଆ ଅଥବା ଦୁନିଆର କୌଣସି ବି ବସ୍ତୁ ବା ବୈଭବ ଗୁଡିକଠାରୁ ସହଜରେ
ଦୂରେଇଯାଇ ଥାଆନ୍ତି । ସେମାନଙ୍କୁ କାରଣେ, ଅକାରଣେ ମଧ୍ୟ କେହି ସ୍ପର୍ଶ କରିପାରିବେ ନାହିଁ ।
ସ୍ଲୋଗାନ:-
ସବୁ ସମୟରେ ସବୁ
କର୍ମରେ ସନ୍ତୁଳନ ରଖିବା ହିଁ ସମସ୍ତଙ୍କଠାରୁ ଆଶୀର୍ବାଦ ପ୍ରାପ୍ତ କରିବାର ସାଧନ ଅଟେ ।
ଅବ୍ୟକ୍ତ ଈଶାରା:-
ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ ।
ଯେପରି ଦୁଇଜଣ ମିତ୍ରଙ୍କ
ଭିତରେ ଯଦି କେହି ଏମାନଙ୍କର ଗ୍ଳାନୀ କରିବାବାଲା ଆସିଯାଏ ତେବେ ଏମାନେ ତା’ର ଭାବକୁ ବଦଳାଇ
ଦେଇଥାଆନ୍ତି । ତେଣୁ ସମସ୍ତଙ୍କର ବିଶେଷତାକୁ ଦେଖ, ଯାହାଦ୍ୱାରା ଅନେକ ହୋଇଥିଲେ ମଧ୍ୟ ଏକ ଭଳି
ଦେଖାଯିବ ଏବଂ ଏକମତବାଲା ସଂଗଠନ ଦେଖାଯିବ । ଯଦି କେହି କାହାର ନିନ୍ଦା କରିବା ଭଳି କଥା ଶୁଣାଉଛି,
ତେବେ ତା’ କଥାରେ କଥା ନ ମିଶାଇ ଶୁଣାଇବାବାଲାର ରୂପକୁ ପରିବର୍ତ୍ତନ କରିଦିଅ, ଅର୍ଥାତ୍ ତା’ର
ଭାବନାକୁ ପରିବର୍ତ୍ତନ କରିଦିଅ ।