17.05.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ନିଜେ ନିଜକୁ ଦେଖ ମୁଁ ଫୁଲ ଭଳି ହୋଇଛି, ଦେହ-ଅହଂକାରରେ ଆସି କଣ୍ଟା ଭଳି ହେଉ ନାହିଁ ତ? ବାବା ତୁମମାନଙ୍କୁ କଣ୍ଟାରୁ ଫୁଲ କରିବା ପାଇଁ ଆସିଛନ୍ତି । ’’

ପ୍ରଶ୍ନ:-
କେଉଁ ନିଶ୍ଚୟ ଆଧାରରେ ବାବାଙ୍କ ସହିତ ଅତୁଟ ସ୍ନେହ ରହିପାରିବ?

ଉତ୍ତର:-
ପ୍ରଥମେ ନିଜକୁ ଆତ୍ମା ନିଶ୍ଚୟ କର ତେବେ ବାବାଙ୍କ ସହିତ ସ୍ନେହ ରହିବ । ତେବେ ଏହି ନିଶ୍ଚୟ ଅତୁଟ ରହିବା ଦରକାର ଯେ ନିରାକାର ବାବା ଏହି ଭାଗୀରଥ ବ୍ରହ୍ମାଙ୍କ ଶରୀରରେ ବିରାଜମାନ ହୋଇଛନ୍ତି । ସେ ଆମକୁ ଏହାଙ୍କ ଦ୍ୱାରା ପାଠ ପଢାଉଛନ୍ତି । ଯେତେବେଳେ ଏହି ନିଶ୍ଚୟ ତୁଟିଯାଏ, ସେତେବେଳେ ସ୍ନେହ କମ୍ ହୋଇଯାଇଥାଏ ।

ଓମ୍ ଶାନ୍ତି ।
କଣ୍ଟାରୁ ଫୁଲ କରୁଥିବା ଭଗବାନୁବାଚ ଅଥବା ବଗିଚାର ମାଲିକ ଭଗବାନୁଉବାଚ । ପିଲାମାନେ ଜାଣିଛନ୍ତି ଯେ ଆମେ ଏଠାକୁ କଣ୍ଟାରୁ ଫୁଲ ହେବାକୁ ଆସିଛୁ । ସମସ୍ତେ ଏବେ ଜାଣୁଛନ୍ତି ଯେ, ପୂର୍ବରୁ ଆମେ କଣ୍ଟା ଥିଲୁ, ଏବେ ଫୁଲ ହେଉଛୁ । ବାବାଙ୍କର ମହିମା ତ ବହୁତ କରୁଛନ୍ତି, ହେ ପତିତ-ପାବନ ଆସ । ସେ ହେଉଛନ୍ତି ନାଉରିଆ, ସୃଷ୍ଟିରୂପି ବଗିଚାର ମାଲିକ, ପାପ କଟେଶ୍ୱର । ତାଙ୍କର ବହୁତ ନାମ କହିଦେଇଥା’ନ୍ତି କିନ୍ତୁ ଚିତ୍ର ସବୁ ଜାଗାରେ ଗୋଟିଏ ରହିଛି । ତାଙ୍କର ମହିମାର ମଧ୍ୟ ଗାୟନ କରୁଛନ୍ତି - ଜ୍ଞାନର ସାଗର, ସୁଖର ସାଗର... ଏବେ ତୁମେମାନେ ଜାଣିଛ ଆମେ ସେହି ବାବାଙ୍କ ପାଖରେ ବସିଛୁ । କଣ୍ଟାରୂପୀ ମନୁଷ୍ୟରୁ ଏବେ ଆମେ ଫୁଲରୂପୀ ଦେବତା ହେବା ପାଇଁ ଆସିଛୁ । ଏହା ହିଁ ଆମର ଲକ୍ଷ୍ୟ ଉଦ୍ଦେଶ୍ୟ । ତେବେ ସମସ୍ତେ ନିଜ ଅନ୍ତରକୁ ଦେଖିବା ଦରକାର, ମୋ ପାଖରେ ଦୈବୀଗୁଣ ଅଛି? ମୁଁ ସର୍ବଗୁଣ ସମ୍ପନ୍ନ ହୋଇଛି? ଆଗରୁ ତ ଦେବତାମାନଙ୍କର ମହିମାର ଗାୟନ କରୁଥିଲ ଏବଂ ନିଜକୁ କଣ୍ଟା ବୋଲି ଭାବୁଥିଲ । ଆମେ ନିର୍ଗୁଣ ଆମ ପାଖରେ କୌଣସି ଗୁଣ ନାହିଁ... କାହିଁକି ନା ଆମ ଭିତରେ ୫ ବିକାର ରହିଛି । ଦେହ-ଅଭିମାନ ମଧ୍ୟ ବହୁତ କଡା ଅଭିମାନ । ଯଦି ନିଜକୁ ଆତ୍ମା ଭାବିବା ତେବେ ବାବାଙ୍କ ସହିତ ବହୁତ ସ୍ନେହ ରହିବ । ଏବେ ତୁମେ ଜାଣୁଛ ନିରାକାର ବାବା ଏହି ରଥରେ ବିରାଜମାନ କରିଛନ୍ତି । ଏହି ନିଶ୍ଚୟ କରୁ-କରୁ ପୁଣି ନିଶ୍ଚୟ ତୁଟିଯାଇଥାଏ । ତୁମେମାନେ ମଧ୍ୟ କହୁଛ ଆମେ ଶିବବାବାଙ୍କ ପାଖକୁ ଆସିଛୁ ଯିଏକି ଭାଗୀରଥ ଅର୍ଥାତ୍ ଏହି ପ୍ରଜାପିତା ବ୍ରହ୍ମାଙ୍କ ଶରୀରରେ ଅଛନ୍ତି । ଆମ ସମସ୍ତ ଆତ୍ମାମାନଙ୍କର ପିତା ହେଉଛନ୍ତି ଏକ ଶିବବାବା, ଯିଏକି ଏହି ରଥରେ ବିରାଜମାନ କରିଛନ୍ତି । ଏ କଥା ପକ୍କା ନିଶ୍ଚୟ ରହିବା ଦରକାର, କିନ୍ତୁ ଏଥିରେ ହିଁ ମାୟା ସଂଶୟ ଆଣିଥାଏ । କନ୍ୟା ପତି ସହିତ ବିବାହ କରିଥାଏ, ଭାବେ ଯେ ତାଙ୍କଠାରୁ ବହୁତ ସୁଖ ମିଳିବ କିନ୍ତୁ ସୁଖ କ’ଣ ମିଳୁଛି, ତୁରନ୍ତ ଯାଇ ଅପବିତ୍ର ହୋଇଥାଆନ୍ତି, କୁମାରୀ ଥିବା ସମୟରେ ମାତା-ପିତା ସମସ୍ତେ ତାଙ୍କ ଆଗରେ ମୁଣ୍ଡ ନୁଆଁଇଥା’ନ୍ତି କାରଣ ସେ ପବିତ୍ର ଥା’ନ୍ତି । ଅପବିତ୍ର ହେବା ପରେ ସିଏ ପୁଣି ସମସ୍ତଙ୍କ ଆଗରେ ମୁଣ୍ଡ ନୁଆଁଇବା ଆରମ୍ଭ କରିଦେଇଥାଆନ୍ତି । ଆଜି ସମସ୍ତେ ତାଙ୍କ ଆଗରେ ମୁଣ୍ଡ ନୁଆଁଇଥା’ନ୍ତି କାଲି ପୁଣି ସେମାନେ ନିଜେ ଅନ୍ୟ ସମସ୍ତଙ୍କ ଆଗରେ ମୁଣ୍ଡ ନୁଆଇଁଥାନ୍ତି ।

ଏବେ ତୁମେମାନେ ଏହି ସଂଗମଯୁଗରେ ପୁରୁଷୋତ୍ତମ ହେଉଛ, କାଲି କେଉଁଠି ଥିବ? ଆଜି ଏହି ଘର-ଘାଟର ଅବସ୍ଥା କ’ଣ ? ଦୁନିଆ କେତେ ବିକାରୀ ହୋଇଯାଇଛି । ଏହାକୁ ବୈଶ୍ୟାଳୟ ବୋଲି କୁହାଯାଉଛି । ଏଠାରେ ସମସ୍ତେ ବିଷରୁ ଜନ୍ମ ନେଇଥା’ନ୍ତି । ତୁମେମାନେ ହିଁ ଶିବାଳୟରେ ଥିଲ, ଆଜକୁ ୫ ହଜାର ବର୍ଷ ପୂର୍ବେ ବହୁତ ସୁଖୀ ଥିଲ, ଦୁଃଖର ଚିହ୍ନ ବର୍ଣ୍ଣ ନ ଥିଲା । ଏବେ ପୁଣି ସେହିପରି ହେବା ପାଇଁ ଏଠାକୁ ଆସିଛ । ମନୁଷ୍ୟମାନଙ୍କୁ ଶିବାଳୟ ବିଷୟରେ କିଛି ବି ଜଣା ନାହିଁ । ସ୍ୱର୍ଗକୁ ଶିବାଳୟ କୁହାଯାଏ । ଯାହାର ସ୍ଥାପନା ସ୍ୱୟଂ ଶିବବାବା କରିଥା’ନ୍ତି । ବାବା ବୋଲି ତ ସମସ୍ତେ କହୁଛନ୍ତି କିନ୍ତୁ ସେମାନଙ୍କୁ ପଚାର ସେହି ବାବା କେଉଁଠି ଅଛନ୍ତି? ତେବେ କହିଦେଇଥାଆନ୍ତି ସିଏ ସର୍ବବ୍ୟାପୀ ଅଟନ୍ତି । କୁକୁର-ବିଲେଇ, କଇଁଚ୍ଛ-ମାଛ ମଧ୍ୟରେ ଅଛନ୍ତି ବୋଲି କହିଦେଉଛନ୍ତି, ତେବେ କେତେ ଫରକ ହୋଇଗଲା! ବାବା କହୁଛନ୍ତି ତୁମେମାନେ ପୁରୁଷୋତ୍ତମ ଥିଲ, ପୁଣି ୮୪ ଜନ୍ମ ଭୋଗ କରି ତୁମେ କ’ଣ ହୋଇଯାଇଛ? ସମସ୍ତେ ନର୍କବାସୀ ହୋଇଯାଇଛ ସେଥିପାଇଁ ଗାୟନ କରୁଛ - ହେ ପତିତ-ପାବନ ଆସ । ଏବେ ବାବା ପାବନ କରିବାକୁ ଆସିଛନ୍ତି । କହୁଛନ୍ତି - ଏହି ଅନ୍ତିମ ଜନ୍ମରେ ବିଷ ପିଇବା ବନ୍ଦ କର । ତଥାପି କେହି ବି ବୁଝୁ ନାହାଁନ୍ତି । ସମସ୍ତ ଆତ୍ମାମାନଙ୍କର ପିତା ପରମାତ୍ମା ଏବେ କହୁଛନ୍ତି ପବିତ୍ର ହୁଅ । ସମସ୍ତେ କହୁଛନ୍ତି ମଧ୍ୟ ବାବା, ପ୍ରଥମେ ଆତ୍ମାକୁ ସେହି ବାବା ମନେ ପଡୁଛନ୍ତି, ପରେ ଏହି ବାବା । ନିରାକାରରେ ସେ ବାବା, ସାକାରରେ ପୁଣି ଏହି ବାବା । ସୁପ୍ରିମ ଆତ୍ମା ଏହି ପତିତ ଆତ୍ମାମାନଙ୍କୁ ବସି ବୁଝାଉଛନ୍ତି । ତୁମେମାନେ ପ୍ରଥମେ ପବିତ୍ର ଥିଲ, ବାବାଙ୍କ ସାଥିରେ ରହୁଥିଲ ପୁଣି ତୁମେମାନେ ପାର୍ଟ କରିବାକୁ ଏଠାକୁ ଆସିଲ । ଏହି ଜନ୍ମ ମୃତ୍ୟୁର ଚକ୍ରକୁ ଭଲ ଭାବରେ ବୁଝି ନିଅ । ଏବେ ଆମେ ସତ୍ୟଯୁଗ ନୂଆ ଦୁନିଆକୁ ଯିବା । ତୁମର ମଧ୍ୟ ଆଶା ରହିଛି ଯେ ଆମେ ସ୍ୱର୍ଗକୁ ଯିବୁ । ତୁମେମାନେ ଏ କଥା ମଧ୍ୟ କହୁଥିଲ ଯେ ଶ୍ରୀକୃଷ୍ଣଙ୍କ ସଦୃଶ ସନ୍ତାନ ମିଳୁ, ଏବେ ତୁମମାନଙ୍କୁ ସେହିପରି କରିବା ପାଇଁ ମୁଁ ଆସିଛି । ସେଠାରେ ସମସ୍ତ ପିଲା ଶ୍ରୀକୃଷ୍ଣଙ୍କ ସଦୃଶ ହିଁ ହୋଇଥା’ନ୍ତି । ସମସ୍ତେ ଫୁଲ ଅର୍ଥାତ୍ ସତ୍ତ୍ୱପ୍ରଧାନ ହୋଇଥା’ନ୍ତି ନା । ଏବେ ତୁମେ କୃଷ୍ଣପୁରୀକୁ ଯାଉଛ । ତୁମେମାନେ ତ ସ୍ୱର୍ଗର ମାଲିକ ହେଉଛ । ତେବେ ନିଜକୁ ପଚାରିବା ଉଚିତ୍‌ - ମୁଁ ଫୁଲ ହୋଇଛି? ଦେହ-ଅଭିମାନରେ ଆସି କେଉଁଠି କଣ୍ଟା ହୋଇ ଯାଉନାହିଁ ତ? ମନୁଷ୍ୟମାନେ ନିଜକୁ ଆତ୍ମା ମନେ କରିବା ବଦଳରେ ଦେହ ମନେ କରୁଛନ୍ତି । ଆତ୍ମାକୁ ଭୁଲିଯିବା କାରଣରୁ ବାବାଙ୍କୁ ମଧ୍ୟ ଭୁଲିଯାଇଛନ୍ତି । ବାବାଙ୍କୁ ବାବାଙ୍କ ଦ୍ୱାରା ହିଁ ଜାଣିଲେ ବାବାଙ୍କ ଠାରୁ ବର୍ସା ମିଳିଥାଏ । ଏବେ ବେହଦର ବାବାଙ୍କ ଠାରୁ ସମସ୍ତଙ୍କୁ ବର୍ସା ମିଳୁଛି । ଏମିତି କେହି ଜଣେ ହେଲେ ରହିଯାଉ ନାହାଁନ୍ତି ଯାହାଙ୍କୁ ବର୍ସା ମିଳୁ ନାହିଁ । କେବଳ ବାବା ହିଁ ଏଠାକୁ ଆସି ସମସ୍ତଙ୍କୁ ପାବନ କରୁଛନ୍ତି ଏବଂ ନିର୍ବାଣଧାମକୁ ନେଇଯାଉଛନ୍ତି । ସେମାନେ ତ କହିଦେଉଛନ୍ତି - ଆତ୍ମା ଜ୍ୟୋତି ପରମାତ୍ମା ଜ୍ୟୋତିରେ ମିଶିଗଲା ଅର୍ଥାତ୍ ବ୍ରହ୍ମରେ ଲୀନ ହୋଇଗଲା । ତାଙ୍କର ଭିତରେ ତ ଜ୍ଞାନ କିଛି ବି ନାହିଁ । ତୁମେମାନେ ଜାଣିଛ ଆମେ କାହା ପାଖକୁ ଆସିଛୁ? ଏହା କୌଣସି ମନୁଷ୍ୟମାନଙ୍କର ସତସଙ୍ଗ ନୁହେଁ । ଆତ୍ମାମାନେ ପରମାତ୍ମାଙ୍କଠାରୁ ଅଲଗା ହୋଇଯାଇଥିଲେ, ଏବେ ତାଙ୍କର ସଙ୍ଗ ମିଳିଛି । ଏହି ସଚ୍ଚା ସତସଙ୍ଗ ୫ ହଜାର ବର୍ଷରେ ଥରେ ମାତ୍ର ହୋଇଥାଏ । ସତ୍ୟଯୁଗ ଏବଂ ତ୍ରେତା ଯୁଗରେ ତ ସତ୍‌ସଙ୍ଗ ହୁଏ ନାହିଁ । ବାକି ଭକ୍ତିମାର୍ଗରେ ତ ଅନେକ ସତ୍‌ସଙ୍ଗ ହେଉଛି । ବାସ୍ତବରେ ସତ୍ ହେଉଛନ୍ତି ଏକମାତ୍ର ବାବା । ଏବେ ତୁମେମାନେ ତାଙ୍କର ସଙ୍ଗ କରିଛ । ଯଦି ଏକଥା ମଧ୍ୟ ସ୍ମୃତିରେ ରହିବ ଯେ ଆମେ ହେଉଛୁ ଗଡଲି ଷ୍ଟୁଡେଣ୍ଟ ଅର୍ଥାତ୍ ଈଶ୍ୱରୀୟ ବିଦ୍ୟାର୍ଥୀ । ଭଗବାନ ଆମକୁ ପାଠ ପଢାଉଛନ୍ତି । ତେବେ ବି ଅହୋ ସୌଭାଗ୍ୟ ବୋଲି କୁହାଯିବ ।

ଆମର ବାବା ଏଠାରେ ଅଛନ୍ତି, ସିଏ ଆମର ପିତା, ଶିକ୍ଷକ ପୁଣି ଗୁରୁ ମଧ୍ୟ ହେଉଛନ୍ତି । ଯିଏକି ତିନୋଟି ଯାକ ଅଭିନୟ ଏବେ କରୁଛନ୍ତି । ପିଲାମାନଙ୍କୁ ନିଜର କରୁଛନ୍ତି । ବାବା କହୁଛନ୍ତି ଯୋଗବଳ ଦ୍ୱାରା ହିଁ ବିକର୍ମ ବିନାଶ ହେବ । ବାବାଙ୍କୁ ସ୍ମରଣ କରିଲେ ହିଁ ପାପ କଟିଥାଏ, ପୁଣି ତୁମକୁ ଲାଇଟର ମୁକୁଟ ମିଳିଯାଉଛି । ଏହା ମଧ୍ୟ ଏକ ଚିହ୍ନ ଅଟେ । ବାକି ଏପରି ନୁହେଁ ଯେ ଲାଇଟ୍ ଦେଖାଯାଇଥାଏ । ଏହା ପବିତ୍ରତାର ଚିହ୍ନ । ଏହି ଜ୍ଞାନ ଆଉ କାହାକୁ ମିଳିପାରିବ ନାହିଁ । ଏହା ତ ଏକମାତ୍ର ବାବା ହିଁ ଦେଇଥା’ନ୍ତି । ତାଙ୍କଠାରେ ସଂପୂର୍ଣ୍ଣ ଜ୍ଞାନ ରହିଛି । ବାବା କହୁଛନ୍ତି ମୁଁ ମନୁଷ୍ୟ ସୃଷ୍ଟିର ବୀଜରୂପ ଅଟେ । ଏହା ମନୁଷ୍ୟ ସୃଷ୍ଟିରୂପି ଓଲଟା ବୃକ୍ଷ । ଯାହାକୁ କଳ୍ପ ବୃକ୍ଷ ବୋଲି କୁହାଯାଇଥାଏ । ପ୍ରଥମେ ଦୈବୀ ଫୁଲର ବୃକ୍ଷ ଥିଲା । ଏବେ କଣ୍ଟାର ଜଙ୍ଗଲ ହୋଇଯାଇଛି, କାହିଁକି ନା ୫ ବିକାରର ପ୍ରବେଶତା ହୋଇଗଲା । ଏଠାରେ ପ୍ରଥମ ଏବଂ ମୁଖ୍ୟ କଥା ହେଲା ଦେହ-ଅଭିମାନ । ସେଠାରେ ଦେହ-ଅଭିମାନ ରହିବ ନାହିଁ । କେବଳ ଏତିକି ଜାଣିପାରୁଛନ୍ତି ଯେ ମୁଁ ଆତ୍ମା ଅଟେ, ବାକି ପରମାତ୍ମା ବାବାଙ୍କୁ ଜାଣିପାରୁ ନାହାଁନ୍ତି । ମୁଁ ଆତ୍ମା ଅଟେ, ବାସ୍‌, । ଅନ୍ୟ କିଛି ଜ୍ଞାନ ସେଠାରେ ରହିବ ନାହିଁ । (ସର୍ପର ଉଦାହରଣ) ଏବେ ତୁମମାନଙ୍କୁ ବୁଝାଯାଉଛି କି ଜନ୍ମ-ଜନ୍ମାନ୍ତରର ପୁରୁଣା ସଢି ଯାଇଥିବା ଏହି ଚମଡା ଅର୍ଥାତ୍ ଶରୀର ତୁମକୁ ଏବେ ତ୍ୟାଗ କରିବାକୁ ହେବ । ଏବେ ଆତ୍ମା ଏବଂ ଶରୀର ଉଭୟ ପତିତ ହୋଇଯାଇଛି । ଆତ୍ମା ପବିତ୍ର ହୋଇଗଲେ ପୁଣି ଏହି ପତିତ ଶରୀରକୁ ତ୍ୟାଗ କରିବାକୁ ହେବ । ଆତ୍ମାମାନେ ସବୁ ପରମଧାମକୁ ଚାଲିଯିବେ । ତୁମଠାରେ ଜ୍ଞାନ ଅଛି ଯେ ଏବେ ଏହି ନାଟକ ପୂରା ହେବାକୁ ଯାଉଛି । ଏବେ ଆମକୁ ବାବାଙ୍କ ପାଖକୁ ଯିବାକୁ ହେବ, ସେଥିପାଇଁ ଘରକୁ ମନେ ପକାଇବାକୁ ହେବ । ଏହି ଦେହକୁ ଛାଡି ଦେବାକୁ ହେବ, ଶରୀର ସମାପ୍ତ ହୋଇଗଲା ତ ଦୁନିଆ ସମାପ୍ତ ହୋଇଗଲା, ପୁଣି ନୂଆ ଘରକୁ ଗଲେ ନୂଆ ସମ୍ବନ୍ଧ ମିଳିବ । ସେମାନେ ତଥାପି ବି ପୁନର୍ଜନ୍ମ ଏହିଠାରେ ହିଁ ନେଉଛନ୍ତି । ତୁମକୁ ତ ଫୁଲର ଦୁନିଆରେ ପୁର୍ନଜନ୍ମ ନେବାକୁ ପଡିବ । ଦେବତାମାନଙ୍କୁ ପବିତ୍ର କୁହାଯାଏ । ତୁମେ ଜାଣିଛ ଆମେ ହିଁ ଫୁଲ ଥିଲୁ ପୁଣି କଣ୍ଟା ହୋଇଯାଇଛୁ, ପୁଣି ଫୁଲର ଦୁନିଆକୁ ଯିବୁ । ଆଗକୁ ଗଲେ ତୁମକୁ ବହୁତ ସାକ୍ଷାତ୍କାର ହେବ । ଯାହାକୁ ଖେଳକୁଦ ବୋଲି କୁହାଯାଏ । ମୀରା ଧ୍ୟ୍ୟାନସ୍ଥ ହୋଇ ଖେଳୁଥିଲେ ତାଙ୍କର ଜ୍ଞାନ ନ ଥିଲା । ସିଏ କୌଣସି ବୈକୁଣ୍ଠକୁ ଯାଇନାହାଁନ୍ତି । ସିଏ ଏହିଠାରେ ହିଁ କେଉଁଠି ଥିବେ । ଯଦି ଏହି ବ୍ରାହ୍ମଣ କୂଳର ହୋଇଥିବେ ତେବେ ଏହିଠାରେ ଏହି ଜ୍ଞାନମାର୍ଗରେ ଥିବେ । ଏପରି ନୁହେଁ ଯେ ଶ୍ରୀକୃଷ୍ଣଙ୍କ ସହିତ ରାସ କରୁଥିଲେ ତେଣୁ ବୈକୁଣ୍ଠକୁ ଚାଲିଗଲେ । ଏମିତି ତ ବହୁତ ଭାଇ ଭଉଣୀ ଥିଲେ ଯେଉଁମାନେ ଶ୍ରୀକୃଷ୍ଣଙ୍କ ସହିତ ରାସ କରୁଥିଲେ । ଧ୍ୟାନରେ ଯାଇ ବୈକୁଣ୍ଠପୁରୀର ସାକ୍ଷାତ୍‌କାର କରି ଆସୁଥିଲେ, କିନ୍ତୁ ଏହି ଜ୍ଞାନମାର୍ଗକୁ ଛାଡି ପୁଣି ବିକାରୀ ହୋଇଗଲେ, ସେମାନେ ଆଜି ନାହାଁନ୍ତି । ଗାୟନ ମଧ୍ୟ କରାଯାଏ ନା - ଚଢିଲେ ଚାଖିବ ବୈକୁଣ୍ଠ ରସ... ବାବା ଭିତି ଅର୍ଥାତ୍ ପ୍ରତିଶ୍ରୁତି ଦେଉଛନ୍ତି - ଯଦି ଜ୍ଞାନ-ଯୋଗ ଶିଖିବ ତେବେ ତୁମେମାନେ ବୈକୁଣ୍ଠର ମାଲିକ ହୋଇପାରିବ । ଯଦି ବାବାଙ୍କୁ ଛାଡିଲ ତେବେ ଯାଇ ନର୍ଦ୍ଦମାରେ ପଡିଲ ଅର୍ଥାତ୍ ବିକାରୀ ହୋଇଗଲ । ଆଶ୍ଚର୍ଯ୍ୟବତ୍ ବାବାଙ୍କର ହୁଅନ୍ତି, ଶୁଣନ୍ତି, ଶୁଣାନ୍ତି ପୁଣି ପଳାଇ ଯାଇଥାଆନ୍ତି । ଦେଖ ମାୟାର କେତେ ବଡ ଆଘାତ ଲାଗିଯାଉଛି । ଏବେ ବାବାଙ୍କ ଶ୍ରୀମତ ଆଧାରରେ ତୁମେମାନେ ଦେବତା ହେବାକୁ ଯାଉଛ । ସେଥିପାଇଁ ଆତ୍ମା ଏବଂ ଶରୀର ଉଭୟ ଶ୍ରେଷ୍ଠ ହେବା ଦରକାର ନା । ଦେବତାମାନଙ୍କର ଜନ୍ମ ବିକାରରୁ ହୁଏ ନାହିଁ । ତାହା ହେଉଛି ହିଁ ନିର୍ବିକାରୀ ଦୁନିଆ । ସେଠାରେ ୫ ବିକାର ରହିବ ନାହିଁ । ଶିବବାବା ସ୍ୱର୍ଗର ସ୍ଥାପନା କରିଥିଲେ, ତାହା ତ ଏବେ ନର୍କ ହୋଇଯାଇଛି । ଏବେ ତୁମେମାନେ ପୁନର୍ବାର ସ୍ୱର୍ଗବାସୀ ହେବା ପାଇଁ ଆସିଛ । ତେବେ ଯେଉଁମାନେ ଭଲ ଭାବରେ ପାଠ ପଢୁଛନ୍ତି, ସେହିମାନେ ହିଁ ସ୍ୱର୍ଗକୁ ଯିବେ । ତୁମେମାନେ ଏବେ ପୁନର୍ବାର ପାଠ ପଢୁଛ ଏବଂ କଳ୍ପ-କଳ୍ପ ଏହିଭଳି ପଢୁଥିବ । ଏହି ଚକ୍ର ଏହିଭଳି ଘୂରୁଥିବ । ଏହା ପୂର୍ବ-ପ୍ରସ୍ତୁତ ଡ୍ରାମା ଅଟେ, ଏଥିରୁ କେହି ମୁକ୍ତି ପାଇପାରିବେ ନାହିଁ । ଏବେ ଯାହା କିଛି ଦେଖୁଛ, ମଶା ଉଡିଗଲା, ତାହା ପୁଣି କଳ୍ପ ପରେ ମଧ୍ୟ ଉଡିବ । ଏହାକୁ ବୁଝିବାକୁ ବହୁତ ଭଲ ବୁଦ୍ଧି ଦରକାର । ଶୁଟିଙ୍ଗ୍ ହୋଇଚାଲିଛି । ଏହା ହେଉଛି କର୍ମକ୍ଷେତ୍ର । ଆତ୍ମା ଅଭିନୟ କରିବା ପାଇଁ ପରମଧାମରୁ ଏଠାକୁ ଆସିଛି ।

ଏହି ପାଠପଢାରେ କେହି ତ ବହୁତ ହୁସିଆର ହୋଇଯାଉଛନ୍ତି, କେହି ବର୍ତ୍ତମାନ ପଢୁଛନ୍ତି । କେହି ପଢୁ ପଢୁ ପୁରୁଣାମାନଙ୍କଠାରୁ ମଧ୍ୟ ପ୍ରବୀଣ ହୋଇଯାଉଛନ୍ତି । ଜ୍ଞାନର ସାଗର ତ ସମସ୍ତଙ୍କୁ ପାଠ ପଢାଉଛନ୍ତି । ବାବାଙ୍କର ହୋଇଗଲେ ଅର୍ଥାତ୍ ବିଶ୍ୱର ବର୍ସା ତୁମର ହୋଇଗଲା । ତୁମର ଆତ୍ମା ଏବେ ପତିତ ହୋଇଯାଇଛି, ଯାହାକୁ ପାବନ ନିଶ୍ଚିତ କରିବାକୁ ହେବ, ଏଥିପାଇଁ ସହଜରୁ ସହଜ ଉପାୟ ହେଉଛି ବେହଦର ବାବାଙ୍କୁ ୟାଦ କଲେ ତୁମେ ଏହିପରି ହୋଇଯିବ । ତୁମ ସନ୍ତାନମାନଙ୍କର ଏହି ପୁରୁଣା ଦୁନିଆ ପ୍ରତି ବୈରାଗ୍ୟ ଆସିବା ଉଚିତ୍ । ବାକି ମୁକ୍ତିଧାମ ଏବଂ ଜୀବନମୁକ୍ତିଧାମ ରହିଛି, ଏହା ଛଡା ଏକ ବାବାଙ୍କ ବ୍ୟତୀତ ଅନ୍ୟ କାହାକୁ ବି ମନେ ପକାଉ ନାହୁଁ । ସକାଳୁ-ସକାଳୁ ଉଠି ଅଭ୍ୟାସ କରିବାକୁ ହେବ ଯେ ମୁଁ ଅଶରୀରୀ ହୋଇ ଆସିଥିଲି, ପୁଣି ଅଶରୀରୀ ହୋଇ ଯିବାକୁ ହେବ । ତେଣୁ କୌଣସି ବି ଦେହଧାରୀଙ୍କୁ ମୁଁ କାହିଁକି ମନେ ପକାଇବି । ସକାଳୁ ସକାଳୁ ଅମୃତ ବେଳାରୁ ଉଠି ନିଜେ ନିଜ ସହିତ ଏହିପରି କଥାବାର୍ତ୍ତା ହେବା ଉଚିତ୍ । ସକାଳକୁ ଅମୃତବେଳା କୁହାଯାଏ । ଜ୍ଞାନର ଅମୃତ ଜ୍ଞାନ ସାଗର ବାବାଙ୍କ ପାଖରେ ଅଛି । ସେହି ଜ୍ଞାନର ସାଗର ବାବା କହୁଛନ୍ତି ସକାଳର ସମୟ ବହୁତ ଭଲ । ତେଣୁ ସକାଳୁ ସକାଳୁ ଉଠି ବହୁତ ସ୍ନେହର ସହିତ ବାବାଙ୍କୁ ମନେ ପକାଅ - ବାବା, ଆପଣ ୫ ହଜାର ବର୍ଷ ପରେ ପୁଣି ମିଳିଛନ୍ତି । ଏବେ ବାବା କହୁଛନ୍ତି ମୋତେ ମନେ ପକାଇଲେ ପାପ କଟିଯିବ । ତା’ ସହିତ ଶ୍ରୀମତରେ ତୁମମାନଙ୍କୁ ଚାଲିବାକୁ ହେବ । ସତ୍ତ୍ୱପ୍ରଧାନ ନିଶ୍ଚୟ ହେବାକୁ ପଡିବ । ବାବାଙ୍କୁ ମନେ ପକାଇବାର ଅଭ୍ୟାସ ହୋଇଗଲେ ଖୁସିରେ ବାବାଙ୍କ ସ୍ମୃତିରେ ବସି ରହିବେ, ଶରୀରର ଅଭିମାନ ତୁଟି ଚାଲିବ । ପୁଣି ଦେହର ଅଭିମାନ ରହିବ ନାହିଁ । ବହୁତ ଖୁସି ରହିବ । ତୁମେ ଖୁସିରେ ଥିଲ ଯେତେବେଳେ ପବିତ୍ର ଥିଲ । ଏବେ ତୁମମାନଙ୍କ ବୁଦ୍ଧିରେ ଏହି ସବୁ ଜ୍ଞାନ ରହିବା ଉଚିତ୍ । ପ୍ରଥମେ ପ୍ରଥମେ ଯେଉଁମାନେ ଆସୁଛନ୍ତି ସେମାନେ ନିଶ୍ଚିତ ୮୪ ଜନ୍ମ ନେଉଥିବେ । ପୁଣି ଚନ୍ଦ୍ରବଂଶୀ କିଛି କମ୍‌, ଇସ୍‌ଲାମୀ ତାଙ୍କଠାରୁ କମ୍ ଜନ୍ମ ନେଉଥିବେ । କ୍ରମାନୁସାରେ ବୃକ୍ଷର ବୃଦ୍ଧି ହେଉଛି ନା । ମୁଖ୍ୟ ହେଉଛି ଡିଟି ଧର୍ମ ଅର୍ଥାତ୍ ଦୈବୀ ଧର୍ମ, ସେଥିରୁ ୩ଟି ଧର୍ମ ବାହାରୁଛି ପୁଣି ସେଥିରୁ ଶାଖା-ପ୍ରଶାଖା ବାହାରୁଛି । ଏବେ ତୁମେମାନେ ଡ୍ରାମାକୁ ଜାଣିଯାଇଛ । ଏହି ଡ୍ରାମା ଉଙ୍କୁଣୀ ସଦୃଶ ବହୁତ ଧିରେ ଧିରେ ଚାଲୁଛି । ସେକେଣ୍ଡ ସେକେଣ୍ଡ ଟିକ୍‌-ଟିକ୍ ହୋଇ ଚାଲୁଛି, ସେଥିପାଇଁ ଗାୟନ ଅଛି ସେକେଣ୍ଡରେ ଜୀବନମୁକ୍ତି । ଏବେ ଆତ୍ମା ନିଜର ପିତାଙ୍କୁ ମନେ ପକାଉଛି । ବାବା ଆମେ ଆପଣଙ୍କର ସନ୍ତାନ ଅଟୁ । ଆମକୁ ତ ସ୍ୱର୍ଗରେ ରହିବା ଦରକାର । ପୁଣି ନର୍କରେ କାହିଁକି ପଡିଛୁ । ବାବା ତ ସ୍ୱର୍ଗର ସ୍ଥାପନାକର୍ତ୍ତା । ପୁଣି ନର୍କରେ କାହିଁକି ପଡିଛୁ । ବାବା ବୁଝାଉଛନ୍ତି ତୁମେ ସ୍ୱର୍ଗରେ ଥିଲ ପୁଣି ୮୪ ଜନ୍ମ ନେଇ ନେଇ ତୁମେ ସବୁ ଭୁଲିଯାଇଛ । ଏବେ ପୁଣି ମୋର ମତରେ ଚାଲ । ଯୋଗବଳ ଦ୍ୱାରା ହିଁ ବିକର୍ମ ବିନାଶ ହେବ କାହିଁକି ନା ଆତ୍ମାରେ ହିଁ ଖାଦ ପଡୁଛି । ଶରୀର ହେଉଛି ଆତ୍ମାର ଅଳଙ୍କାର । ଆତ୍ମା ପବିତ୍ର ହେଲେ ଶରୀର ମଧ୍ୟ ପବିତ୍ର ମିଳିଥାଏ । ତୁମେ ଜାଣିଛ ଆମେ ସ୍ୱର୍ଗରେ ଥିଲୁ, ଏବେ ପୁଣି ବାବା ଆସିଛନ୍ତି ତେଣୁ ତାଙ୍କଠାରୁ ପୂରା ବର୍ସା ନେବା ଦରକାର ନା । ସେଥିପାଇଁ ୫ ବିକାରକୁ ଛାଡିବାକୁ ହେବ । ଦେହ-ଅଭିମାନ ଛାଡିବାକୁ ପଡିବ ଏବଂ କାମଧନ୍ଦା କରି ମଧ୍ୟ ବାବାଙ୍କୁ ମନେ ପକାଇବାକୁ ହେବ । ଆତ୍ମା ନିଜର ପ୍ରେମିକଙ୍କୁ ଅଧାକଳ୍ପରୁ ସ୍ମରଣ କରି କରିଆସିଛି । ଏବେ ସେହି ପ୍ରେମିକ ଆସିଛନ୍ତି । କହୁଛନ୍ତି ତୁମେ କାମ ଚିତାରେ ବସି କଳା ହୋଇଯାଇଛ, ଏବେ ମୁଁ ସୁନ୍ଦର କରିବାକୁ ଆସିଛି । ସେଥିପାଇଁ ଏହି ଯୋଗ ଅଗ୍ନିର ଆବଶ୍ୟକତା ରହିଛି । ଜ୍ଞାନକୁ ଚିତ୍ତା ବୋଲି କୁହାଯିବ ନାହିଁ । ଯୋଗକୁ ଚିତ୍ତା କୁହାଯାଏ, ଯେଉଁ ଚିତ୍ତା ଉପରେ ବସିଲେ ତୁମମାନଙ୍କର ବିକର୍ମ ବିନାଶ ହେବ । ଜ୍ଞାନକୁ ତ ନଲେଜ କୁହାଯାଉଛି, ବାବା ତୁମକୁ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଶୁଣାଉଛନ୍ତି । ଉଚ୍ଚରୁ ଉଚ୍ଚ ହେଉଛନ୍ତି ବାବା, ତା ପରେ ବ୍ରହ୍ମା-ବିଷ୍ଣୁ-ଶଙ୍କର, ତା ପରେ ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀ ଏବଂ ଅନ୍ୟ ଧର୍ମର ଶାଖା ସବୁ ରହିଛି । ବୃକ୍ଷ କେତେ ବଡ ହୋଇଯାଇଛି । ଏବେ ଏହି ବୃକ୍ଷର ମୂଳଦୂଆ ନାହିଁ, ସେଥିପାଇଁ କଲିକତାର ବରଗଛର ଉଦାହରଣ ଦିଆଯାଇଥାଏ । ଦେବୀ-ଦେବତା ଧର୍ମ ପ୍ରାୟଃ ଲୋପ ହୋଇଯାଇଛି । ମନୁଷ୍ୟ ଧର୍ମ ଭ୍ରଷ୍ଟ, କର୍ମ ଭ୍ରଷ୍ଟ ହୋଇଯାଇଛନ୍ତି । ଏବେ ତୁମେ ସନ୍ତାନମାନେ ଶ୍ରେଷ୍ଠ ହେବା ପାଇଁ ଶ୍ରେଷ୍ଠ କର୍ମ କରୁଛ । ନିଜର ଦୃଷ୍ଟିକୁ ସିଭିଲ୍ କରୁଛ, ତେଣୁ ତୁମମାନଙ୍କର ଏବେ ଭ୍ରଷ୍ଟ କର୍ମ କରିବା ଉଚିତ୍ ନୁହେଁ । କାହା ପ୍ରତି କୌଣସି କୁଦୃଷ୍ଟି ନ ଯାଉ । ନିଜକୁ ଦେଖ ମୁଁ ଲକ୍ଷ୍ମୀଙ୍କୁ ବରଣ କରିବାର ଯୋଗ୍ୟ ହୋଇଛି? ମୁଁ ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ସ୍ମରଣ କରୁଛି । ପ୍ରତିଦିନ ନିଜର ହିସାବ କିତାବ ଦେଖ । ସାରା ଦିନ ଭିତରେ ଦେହ-ଅଭିମାନରେ ଆସି କୌଣସି ବିକର୍ମ କରି ନାହିଁ ତ? ନଚେତ୍ ଶହେଗୁଣା ଦଣ୍ଡ ହୋଇଯିବ । ମାୟା ଚାର୍ଟ ରଖିବାକୁ ଦିଏ ନାହିଁ, ୨-୪ ଦିନ ଚାର୍ଟ ଲେଖି ପୁଣି ଛାଡି ଦେଉଛନ୍ତି । ବାବାଙ୍କର ଖିଆଲ ରହୁଛି ନା । ଦୟା ଆସୁଛି - କହୁଛନ୍ତି ପିଲାମାନେ, ମୋତେ ମନେ ପକାଇଲେ ତୁମମାନଙ୍କର ପାପ କଟିଯିବ । ଏଥିରେ ମେହନତ ରହିଛି । ନିଜର କ୍ଷତି ଯେପରି ନ ହୋଇଯାଉ । ଜ୍ଞାନ ତ ବହୁତ ସହଜ, ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସକାଳୁ ସକାଳୁ ଅମୃତବେଳାରୁ ଉଠି ବାବାଙ୍କ ସହିତ ମିଠା-ମିଠା କଥା ହେବା ଉଚିତ୍ । ଅଶରୀରୀ ମଧ୍ୟ ହେବାର ଅଭ୍ୟାସ ମଧ୍ୟ କରିବାକୁ ହେବ । ଧ୍ୟାନ ରହୁ - ବାବାଙ୍କ ସ୍ମୃତି ବ୍ୟତୀତ ଅନ୍ୟ କିଛି ବି ମନେ ନ ପଡୁ ।

(୨) ନିଜର ଦୃଷ୍ଟିକୁ ବହୁତ ଶୁଦ୍ଧ ପବିତ୍ର କରିବାକୁ ହେବ । ଦୈବୀ ଫୁଲର ବଗିଚା ତିଆରି ହେଉଛି, ସେଥିପାଇଁ ଫୁଲ ହେବାର ପୂରା ପୁରୁଷାର୍ଥ କରିବାକୁ ହେବ । କଣ୍ଟା ଭଳି ହେବା ଉଚିତ୍ ନୁହେଁ ।

ବରଦାନ:-
ନିଜର ଶକ୍ତିଶାଳୀ ସ୍ଥିତି ଦ୍ୱାରା ମାନସିକ ସେବାର ସାର୍ଟିଫିକେଟ୍ ପ୍ରାପ୍ତ କରୁଥିବା ସ୍ୱ ଅଭ୍ୟାସୀ ଭବ ।

ସାରା ବିଶ୍ୱକୁ ଲାଇଟ୍ ଏବଂ ମାଇଟ୍ ଅର୍ଥାତ୍ ଆଲୋକ ଏବଂ ଶକ୍ତି ଦେବା ପାଇଁ ଅମୃତବେଳାରେ ଯୋଗର ସ୍ୱ ଅଭ୍ୟାସ ଦ୍ୱାରା ଶକ୍ତିଶାଳୀ ବାୟୁମଣ୍ଡଳ ସୃଷ୍ଟି କର ତେବେ ଯାଇ ମାନସିକ ସେବାର ସାର୍ଟିଫିକେଟ୍ ପ୍ରାପ୍ତ ହେବ । ଶେଷ ସମୟରେ ମାନସିକ ସେବା ଦ୍ୱାରା ହିଁ ଦୃଷ୍ଟି ଦ୍ୱାରା ନିହାଲ ଅର୍ଥାତ୍ କଲ୍ୟାଣ କରିବାର, ନିଜର ମନର ବୃତ୍ତି ଦ୍ୱାରା ଆତ୍ମାମାନଙ୍କର ତମୋଗୁଣୀ ମନୋବୃତ୍ତିକୁ ପରିବର୍ତ୍ତନ କରିବାର ସେବା କରିବାକୁ ହେବ, ତଥା ନିଜର ଶ୍ରେଷ୍ଠ ସ୍ମୃତି ଦ୍ୱାରା ସମସ୍ତଙ୍କୁ ସମର୍ଥ କରିବାକୁ ହେବ । ଯେତେବେଳେ ଏହିଭଳି ଲାଇଟ୍‌ ମାଇଟ୍ ଦେବାର ଅଭ୍ୟାସ ହୋଇଯିବ, ତେବେ ଯାଇ ନିର୍ବିଘ୍ନ ବାୟୁମଣ୍ଡଳର ନିର୍ମାଣ ହୋଇପାରିବ ଏବଂ ତୁମର ଏହି ବ୍ରାହ୍ମଣ ପରିବାର ରୂପୀ କିଲ୍ଲା ମଜବୁତ ହୋଇଯିବ ।

ସ୍ଲୋଗାନ:-
ବୁଦ୍ଧିମାନ ଆତ୍ମା ତାଙ୍କୁ କୁହାଯିବ ଯେଉଁମାନେ ମନ-ବାଣୀ-କର୍ମରେ ତିନି ପ୍ରକାରର ସେବା ଏକାଠି କରିଥାଆନ୍ତି ।

ଅବ୍ୟକ୍ତ ଈଶାରା:- ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର ।

ଗୋଟିଏ ସେକେଣ୍ଡରେ ମୁକ୍ତି-ଜୀବନମୁକ୍ତି ରୂପୀ ସମ୍ପତ୍ତି ପ୍ରାପ୍ତ କରିବାର ଯେଉଁ ଚାଲେଞ୍ଚ ତୁମେମାନେ କରୁଛ ତାକୁ ବାସ୍ତବିକ ରୂପରେ କାର୍ଯ୍ୟରେ କରିବା ପାଇଁ ସ୍ୱ ପରିବର୍ତ୍ତନର ଗତି ସେକେଣ୍ଡ ପର୍ଯ୍ୟନ୍ତ ପହଞ୍ଚିଲାଣି ତ? କାରଣ ସ୍ୱ ପରିବର୍ତ୍ତନ ଦ୍ୱାରା ହିଁ ଅନ୍ୟମାନଙ୍କର ପରିବର୍ତ୍ତନ କରିବାକୁ ହେବ । ଅନୁଭବ କରାଅ ଯେ ବ୍ରହ୍ମାକୁମାର ଅର୍ଥାତ୍ ବୃତ୍ତି, ଦୃଷ୍ଟି, କୃତି ଏବଂ ବାଣୀର ପରିବର୍ତ୍ତନ । ଏହା ସହିତ ପବିତ୍ରତାର ବ୍ୟକ୍ତିତ୍ୱ ତଥା ଆତ୍ମିକ ରାଜକୀୟତାର ମଧ୍ୟ ଅନୁଭବ କରାଅ । ଆସିବା ମାତ୍ରକେ ବା ତୁମ ସହିତ ମିଶିବା ମାତ୍ରକେ ତୁମମାନଙ୍କର ଏହିଭଳି ବ୍ୟକ୍ତିତ୍ୱ ପ୍ରତି ଆକର୍ଷିତ ହୁଅନ୍ତୁ ।