17.06.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଯଦି ନିଜର କଲ୍ୟାଣ କରିବାକୁ ଚାହୁଁଛ ତେବେ ସବୁ ପ୍ରକାରର ବାରଣ ଅର୍ଥାତ୍ ସଂଯମ ରକ୍ଷା କର । ଫୁଲ ଅର୍ଥାତ୍ ପବିତ୍ର ହେବା ପାଇଁ ପବିତ୍ର ଆତ୍ମାଙ୍କ ହାତରୁ ଶୁଦ୍ଧ ଭୋଜନ ଖାଅ । ’’

ପ୍ରଶ୍ନ:-
ତୁମେ ପିଲାମାନେ ବର୍ତ୍ତମାନ ଏଠାରେ କେଉଁ ଅଭ୍ୟାସ କରୁଛ, ଯାହାକି ୨୧ ଜନ୍ମ ପର୍ଯ୍ୟନ୍ତ ରହିବ?

ଉତ୍ତର:-
ସର୍ବଦା ଶାରୀରିକ ଏବଂ ମାନସିକ ସୁସ୍ଥ ରହିବାର ଅଭ୍ୟାସ ତୁମେମାନେ ଏହିଠାରେ ହିଁ କରୁଛ । ତୁମକୁ ଦଧୀଚି ଋଷିଙ୍କ ଭଳି ଯଜ୍ଞ ସେବାରେ ନିଜର ଅସ୍ଥିକୁ ମଧ୍ୟ ସ୍ୱାହା କରିବାକୁ ହେବ ଅର୍ଥାତ୍ ସବୁ କିଛି ସମର୍ପଣ କରିବାକୁ ହେବ । କିନ୍ତୁ ଏଠାରେ ହଠଯୋଗର କୌଣସି କଥା ନାହିଁ । ନିଜର ଶରୀରକୁ ଦୁର୍ବଳ ମଧ୍ୟ କରିବାର ନାହିଁ । ବର୍ତ୍ତମାନ ତୁମେ ଯୋଗବଳ ଦ୍ୱାରା ୨୧ ଜନ୍ମ ପାଇଁ ସୁସ୍ଥ ହେଉଛ, ତାହାର ଅଭ୍ୟାସ ଏହିଠାରେ ହିଁ କରୁଛ ।

ଓମ୍ ଶାନ୍ତି ।
କଲେଜ କିମ୍ବା ବିଶ୍ୱ ବିଦ୍ୟାଳୟମାନଙ୍କରେ ଅଧ୍ୟାପକ ମଧ୍ୟ ଛାତ୍ର ଛାତ୍ରୀମାନଙ୍କୁ ଦେଖିଥା’ନ୍ତି । ଗୋଲାପ ଫୁଲ ଅର୍ଥାତ୍ ଭଲ ବିଦ୍ୟାର୍ଥୀ କେଉଁଠି ବସିଛି, ସାମନାରେ କିଏ ବସିଛି? ସେହିପରି ଏହା ମଧ୍ୟ ବଗିଚା ସଦୃଶ ଅଟେ, ଏଠାରେ ମଧ୍ୟ ସମସ୍ତେ କ୍ରମଅନୁସାରେ ଅଛନ୍ତି । ଏହିଠାରେ ହିଁ ଗୋଲାପ ଫୁଲ ଦେଖୁଛି ତା ପାଖରେ ରତନ ଜ୍ୟୋତି ଫୁଲ ମଧ୍ୟ ଦେଖୁଛି । କେଉଁଠି ଅରଖ ଫୁଲ ମଧ୍ୟ ଦେଖୁଛି । ବଗିଚାର ମାଲିକଙ୍କୁ ତ ଦେଖିବାକୁ ପଡିବ ନା । ସେହି ବଗିଚାର ମାଲିକକୁ ହିଁ ଡାକିଥା’ନ୍ତି ଯେ ଆସି ଏହି କଣ୍ଟାର ଜଙ୍ଗଲକୁ ସଫା କରି ଫୁଲର କଲମି ଲଗାଅ । ବାସ୍ତବରେ ତୁମେ ପିଲାମାନେ ହିଁ ଜାଣୁଛ ଯେ ବର୍ତ୍ତମାନ କିପରି କଣ୍ଟାରୁ ଫୁଲର ଚାରା ଲାଗୁଛି । ତୁମମାନଙ୍କ ଭିତରେ ମଧ୍ୟ ବହୁତ କମ୍ ଅଛନ୍ତି ଯେଉଁମାନେ ଏହି କଥା ଉପରେ ବିଚାର କରିଥାନ୍ତି । ଏକଥା ମଧ୍ୟ ତୁମେ ପିଲାମାନେ ଜାଣୁଛ ଯେ - ସେ ବଗିଚାର ମାଳୀ ମଧ୍ୟ ଅଟନ୍ତି, ନାଉରିଆ ମଧ୍ୟ ଅଟନ୍ତି, ସମସ୍ତଙ୍କୁ ସାଥିରେ ନେଇଯାଉଛନ୍ତି । ଫୁଲକୁ ଦେଖି ବାବା ମଧ୍ୟ ଖୁସୀ ହେଉଛନ୍ତି । ପ୍ରତ୍ୟେକ ବୁଝିଥା’ନ୍ତି ଯେ ଆମେ କଣ୍ଟାରୁ ଫୁଲ ହେଉଛୁ । ଦେଖ ଏହି ଜ୍ଞାନ କେତେ ଶ୍ରେଷ୍ଠ । ଏହାକୁ ବୁଝିବା ପାଇଁ ମଧ୍ୟ ବିଶାଳ ବୁଦ୍ଧି ଦରକାର । ଏମାନେ ତ କଳିଯୁଗୀ ନର୍କବାସୀ ଅଟନ୍ତି । ତୁମେମାନେ ସ୍ୱର୍ଗବାସୀ ହେଉଛ । ସନ୍ନ୍ୟାସୀମାନେ ତ ଘରଦ୍ୱାର ଛାଡି ଚାଲିଯାଇଥା’ନ୍ତି । ତୁମକୁ ଛାଡି ଚାଲିଯିବାର ନାହିଁ । କାହା କାହା ଘରେ ଜଣେ କଣ୍ଟା ତ ଆଉ ଜଣେ ଫୁଲ ଅଟନ୍ତି । ବାବାଙ୍କୁ କେହି କେହି ପଚାରିଥାନ୍ତି - ବାବା, ପିଲାମାନଙ୍କର ବିବାହ କରାଇବୁ? ବାବା କହିବେ ଭଲେ କରାଅ । ଘରେ ରଖି ସମ୍ଭାଳ । ପଚାରୁଛନ୍ତି ଅର୍ଥାତ୍ ପିଲାମାନଙ୍କୁ ମନା କରିବାର ସାହାସ ନାହିଁ, ତେଣୁ ବାବା କହନ୍ତି ଭଲେ କରାଅ । କହିଥାନ୍ତି ମୁଁ ତ ବେମାର ରହୁଛି ପୁଣି ବୋହୁ ଆସିବ, ତେବେ ତାହା ହାତରୁ ଖାଇବାକୁ ପଡିବ । ବାବା କହିବେ ଠିକ୍ ଅଛି ଖାଅ । ବାବା କ’ଣ ମନା କରିବେ? ପରିସ୍ଥିତି ଏପରି ଆସିବ ଖାଇବାକୁ ହିଁ ପଡିବ କାହିଁକି ନା ମୋହ ବି ଅଛି ନା । ଘରକୁ ବୋହୁ ଆସିଲେ ଭାବନ୍ତି ଯେପରି ଦେବୀ ଆସିଛି । ଏତେ ଖୁସୀ ହୋଇଯା’ନ୍ତି । ତେବେ ଏହା ତ ବୁଝିବାର କଥା । ଆମକୁ ଫୁଲ ଅର୍ଥାତ୍ ପବିତ୍ର ହେବାକୁ ପଡିବ, ତେଣୁ ପବିତ୍ର ଆତ୍ମାଙ୍କ ହାତରୁ ଖାଇବା ଉଚିତ୍ । ସେଥିପାଇଁ ନିଜର ବ୍ୟବସ୍ଥା କରିବାକୁ ହେବ, ଏଥିରେ ପଚାରିବାର କ’ଣ ଅଛି । ବାବା ବୁଝାଉଛନ୍ତି ଯେ ତୁମେମାନେ ଦେବତା ହେଉଛ, ଏଥିରେ ଏହି ସଂଯମ ଦରକାର । ଯେତେ ବେଶି ସଂଯମତା ପାଳନ କରିବ ସେତେ ତୁମର କଲ୍ୟାଣ ହେବ । ବେଶୀ ସଂଯମତା ପାଳନ କଲେ କିଛି କଷ୍ଟ ମଧ୍ୟ ସହନ କରିବାକୁ ହେବ । ଯଦି ରାସ୍ତାରେ ଭୋକ ଲାଗୁଛି ତେବେ ଖାଦ୍ୟ ସାଥିରେ ନେଇଯାଅ । ଯଦି କୌଣସି ଅସୁବିଧା ଅଛି, ଆଉ କିଛି ଉପାୟ ନାହିଁ ତେବେ ଷ୍ଟେସନରୁ ପାଉଁରୁଟୀ କିଣି ନେଇ ଖାଅ । କେବଳ ବାବାଙ୍କୁ ମନେ ପକାଅ । ଏହାକୁ ହିଁ କୁହାଯାଏ ଯୋଗବଳ । ଏଥିରେ ହଠଯୋଗର କିଛି କଥା ନାହିଁ । ଶରୀରକୁ ଦୁର୍ବଳ କରିବାର ନାହିଁ । ଦଧୀଚି ଋଷିଙ୍କ ଭଳି ନିଜର ଅସ୍ଥିକୁ ମଧ୍ୟ ସ୍ୱାହା କରିବାକୁ ହେବ ଅର୍ଥାତ୍ ସବୁ କିଛି ସମର୍ପଣ କରିବାକୁ ହେବ, ଏଥିରେ ହଠଯୋଗର କୌଣସି କଥା ନାହିଁ । ଏସବୁ ହେଉଛି ଭକ୍ତିମାର୍ଗର କଥା । ଶରୀରକୁ ତ ସମ୍ପୂର୍ଣ୍ଣ ସୁସ୍ଥ ରଖିବାର ଅଛି । ଯୋଗଦ୍ୱାରା ୨୧ ଜନ୍ମ ପାଇଁ ସୁସ୍ଥ ରହିବାକୁ ହେବ । ଏହି ଅଭ୍ୟାସ ଏହିଠାରେ ହିଁ କରିବାର ଅଛି । ବାବା ବୁଝାଉଛନ୍ତି ଯେ ଏଥିରେ ପଚାରିବାର କିଛି ଦରକାର ନାହିଁ । ହଁ ଯଦି କୌଣସି ବଡ କଥା ହେଲା, ସେଥିରେ ଦ୍ୱନ୍ଦ୍ୱରେ ପଡୁଛ ତେବେ ପଚାରିପାରିବ । ଛୋଟ ଛୋଟ କଥା ବାବାଙ୍କୁ ପଚାରିବାରେ କେତେ ସମୟ ଯାଉଛି । ଉଚ୍ଚ ପଦସ୍ଥ ଲୋକ ବହୁତ କମ୍ କଥାବାର୍ତ୍ତା କରିଥାନ୍ତି । ଶିବବାବାଙ୍କୁ କୁହାଯାଉଛି - ସଦ୍‌ଗତିଦାତା । ରାବଣକୁ କ’ଣ ସଦ୍‌ଗତିଦାତା କୁହାଯିବ କି? ଯଦି ସଦ୍‌ଗତିଦାତା ହୋଇଥାନ୍ତା ତେବେ ତାକୁ ଜଳାଇଥାନ୍ତେ କାହିଁକି? ପିଲାମାନେ ଜାଣିଛନ୍ତି ଯେ, ରାବଣ ତ ପ୍ରସିଦ୍ଧ ଅଟେ । ଯଦିଓ ରାବଣ ଭିତରେ ବହୁତ ଶକ୍ତି ଅଛି, କିନ୍ତୁ ଶତ୍ରୁ ତ’ ଅଟେ ନା । ଅଧାକଳ୍ପ ରାବଣର ରାଜ୍ୟ ଚାଲୁଛି । ପରନ୍ତୁ ତା’ର କେବେ ମହିମା ଶୁଣିଛ? କିଛି ବି ନାହିଁ । ତୁମେ ଜାଣିଛ ଯେ ରାବଣ ୫ ବିକାରକୁ କୁହାଯାଏ । ସାଧୁ-ସନ୍ଥ ପବିତ୍ର ହୋଇଥାନ୍ତି, ତେଣୁ ସେମାନଙ୍କର ମହିମା କରାଯାଏ ନା । ଏହି ସମୟର ମନୁଷ୍ୟ ତ ସବୁ ପତିତ ଅଟନ୍ତି । ଯଦିଓ କେହି ଆସିଛନ୍ତି, ଧରିନିଅ କେହି ବଡ ଲୋକ ଆସିଛନ୍ତି, କହୁଛନ୍ତି ବାବାଙ୍କୁ ଦେଖା କରିବୁ, ତେବେ ବାବା ସେମାନଙ୍କୁ କ’ଣ ପଚାରିବେ? ସେମାନଙ୍କୁ ତ ଏହା ପଚାରିବେ ଯେ ରାମ ରାଜ୍ୟ ଏବଂ ରାବଣ ରାଜ୍ୟ କେବେ ଶୁଣିଛ? ମନୁଷ୍ୟ ଏବଂ ଦେବତା କେବେ ଶୁଣିଛ? ଏବେ ଏଠାରେ ମନୁଷ୍ୟଙ୍କର ରାଜ୍ୟ ଚାଲିଛି ନା ଦେବତାଙ୍କର ରାଜ୍ୟ? ମନୁଷ୍ୟ କିଏ, ଦେବତା କିଏ? ଦେବତା କେଉଁ ରାଜ୍ୟରେ ଥିଲେ? ଦେବତାମାନେ ତ ସତ୍ୟଯୁଗରେ ଥାଆନ୍ତି । ଯଥା ରାଜାରାଣୀ ତଥା ପ୍ରଜା... ତୁମେ ପଚାରିପାରିବ ଯେ ଏହା ନୂଆ ସୃଷ୍ଟି ନା ପୁରୁଣା ସୃଷ୍ଟି? ସତ୍ୟଯୁଗରେ କାହାର ରାଜ୍ୟ ଥିଲା? ଆଉ ଏବେ କାହାର ରାଜ୍ୟ ଚାଲିଛି? ଚିତ୍ର ତ ସାମ୍‌ନାରେ ଅଛି । ଭକ୍ତି କ’ଣ ଏବଂ ଜ୍ଞାନ କ’ଣ? ଏହା ବାବା ହିଁ ବସି ବୁଝାଉଛନ୍ତି ।

ଯେଉଁ ପିଲାମାନେ କହିଥା’ନ୍ତି ବାବା ଧାରଣା ହେଉନାହିଁ ତାଙ୍କୁ ବାବା କହିଥାନ୍ତି ଆରେ ଅଲଫ ଅର୍ଥାତ୍ ବାବା ଏବଂ ବେ ଅର୍ଥାତ୍ ବାଦଶାହୀ ତ ସହଜ ଅଟେ ନା । ଅଲଫ ଅର୍ଥାତ୍ ବାବା ହିଁ କହିଥା’ନ୍ତି, ମୋତେ ମନେ ପକାଅ ତେବେ ସମ୍ପତ୍ତି ମିଳିଯିବ । ଭାରତରେ ଶିବଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି କିନ୍ତୁ ସିଏ କେବେ ଭାରତକୁ ଆସି ସ୍ୱର୍ଗ ତିଆରି କଲେ? ଭାରତ ସ୍ୱର୍ଗ ଥିଲା - ଏକଥା ଜାଣିନାହାଁନ୍ତି, ଭୁଲି ଯାଇଛନ୍ତି । ତୁମେମାନେ କହିବ ଆମେ ମଧ୍ୟ ପୂର୍ବରୁ କିଛି ଜାଣିନଥିଲୁ ଯେ ଆମେ ସ୍ୱର୍ଗର ମାଲିକ ଥିଲୁ । ଏବେ ବାବାଙ୍କ ଦ୍ୱାରା ଆମେ ପୁଣି ଥରେ ଦେବତା ହେଉଛୁ । ବୁଝାଇଲାବାଲା ମୁଁ ହିଁ ଅଟେ । ଗୋଟିଏ ସେକେଣ୍ଡରେ ଜୀବନମୁକ୍ତିର ଗାୟନ କରାଯାଇଛି । କିନ୍ତୁ ଏହାର ଅର୍ଥ କ’ଣ ବୁଝୁଛନ୍ତି । ଗୋଟିଏ ସେକେଣ୍ଡରେ ତୁମେମାନେ ସ୍ୱର୍ଗର ପରି ହେଉଛ ନା! ଏହାକୁ ଇନ୍ଦ୍ରସଭା ମଧ୍ୟ କୁହାଯାଏ, ସେମାନେ ପୁଣି ପାଣିର ବର୍ଷା କରୁଥିବା ଇନ୍ଦ୍ର ଭାବୁଛନ୍ତି । ତେବେ ଯିଏ ବର୍ଷା କରାଇଥାନ୍ତି ତାଙ୍କର କୌଣସି ସଭା ଲାଗିଥାଏ କି? ଇନ୍ଦ୍ରପୁରୀ, ଇନ୍ଦ୍ର ସଭା ଇତ୍ୟାଦି କ’ଣ କ’ଣ ସବୁ ଶୁଣାଇଥା’ନ୍ତି ।

ଆଜି ପୁନର୍ବାର ଏହି ପୁରୁଷାର୍ଥ କରୁଛେ, ଏହା ପାଠପଢା ଅଟେ ନା । ଯିଏ ବାରିଷ୍ଟରୀ ପଢନ୍ତି, ତେବେ ଭାବନ୍ତି କାଲି ମୁଁ ବାରିଷ୍ଟର ହେବି । ତୁମେ ଆଜି ପଢୁଛ, କାଲି ଶରୀର ଛାଡି ରାଜଧାନୀରେ ଯାଇ ଜନ୍ମ ନେବ । ତୁମେ ଭବିଷ୍ୟତ ପାଇଁ ପ୍ରାରବ୍ଧ ପାଉଛ । ଏଠାରୁ ପାଠପଢି ଯିବା, ପୁଣି ଆମର ଜନ୍ମ ସତ୍ୟଯୁଗରେ ହେବ, ରାଜକୁମାର ରାଜକୁମାରୀ ହେବା ହିଁ ହେଉଛି ଆମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ଏହା ରାଜଯୋଗ ଅଟେ ନା । କେହି କେହି କହିଥାନ୍ତି ବାବା ମୋର ବୁଦ୍ଧି ଖୋଲୁନାହିଁ, ଏହା ତ ତୁମର ଭାଗ୍ୟ । ତୁମର ଡ୍ରାମାରେ ପାର୍ଟ ଏହିପରି ଅଛି । ତାକୁ ବାବା କିପରି ବଦଳେଇ ପାରିବେ । ସ୍ୱର୍ଗର ମାଲିକ ହେବା ପାଇଁ ତ ସମସ୍ତେ ହକ୍‌ଦାର ଅଟନ୍ତି । କିନ୍ତୁ କ୍ରମାନୁଯାୟୀ ତ ହେବେ ନା । ଏପରି ତ ନୁହେଁ ସମସ୍ତେ ରାଜା ହୋଇଯିବେ । କେହି କେହି କହିଥା’ନ୍ତି ଈଶ୍ୱରଙ୍କର ଏତେ ଶକ୍ତି ଅଛି ଯେ, ସିଏ ସମସ୍ତଙ୍କୁ ବାଦଶାହ (ରାଜା) କରିଦେବେ । ତେବେ ପ୍ରଜା କେଉଁଠାରୁ ଆସିବେ । ଏହା ବୁଝିବାର କଥା ନା । ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ଏବେ ତ କେବଳ ନାମକୁ ମାତ୍ର ମହାରାଜା-ମହାରାଣୀ ଅଛନ୍ତି । କେତେ ଟାଇଟେଲ୍ ମଧ୍ୟ ଦେଉଛନ୍ତି । ଲକ୍ଷେ ଦୁଇ ଲକ୍ଷ ଟଙ୍କା ଦେଲେ ରାଜା-ରାଣୀର ଉପାଧି ମିଳିଯାଉଛି । ପୁଣି ଚାଲିଚଳଣ ମଧ୍ୟ ସେହିପରି ରଖିବାକୁ ପଡିବ । ଏବେ ତୁମେ ଜାଣୁଛ ଯେ ଆମେ ଶ୍ରୀମତ ଆଧାରରେ ନିଜର ରାଜ୍ୟ ସ୍ଥାପନ କରୁଛୁ । ସେଠାରେ ସବୁ ସୁନ୍ଦର ଏବଂ ଗୋରା ହେବେ । ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ନା । ଶାସ୍ତ୍ରରେ କଳ୍ପର ଆୟୁଷ ଲମ୍ବା ଲେଖି ଦେବା କାରଣରୁ ମନୁଷ୍ୟ ଏସବୁ ଭୁଲିଗଲ । ଏବେ ତୁମେ ପୁରୁଷାର୍ଥ କରୁଛ ଶ୍ୟାମରୁ ସୁନ୍ଦର ହେବା ପାଇଁ । ତେବେ ଦେବତାମାନେ କ’ଣ କଳା ହୋଇଥା’ନ୍ତି ? କୃଷ୍ଣଙ୍କୁ ଶ୍ୟାମଳ, ରାଧାଙ୍କୁ ଗୋରା ଦେଖାଇଥା’ନ୍ତି । କିନ୍ତୁ ଯଦି ସୁନ୍ଦର ହେବେ ତେବେ ଉଭୟ ସୁନ୍ଦର ହେବେ ନା । ପୁଣି କାମ ଚିତାରେ ଚଢି ଉଭୟ କଳା ହୋଇଯାଇଛନ୍ତି । ସେଠାରେ ସୁନାର ଦୁନିଆର ମାଲିକ ହେବ ଆଉ ଏହା ହେଲା କଳା ପତିତ ଦୁନିଆ । ତୁମ ପିଲାମାନଙ୍କୁ ପ୍ରଥମେ ତ ନିଜ ଭିତରେ ଖୁସୀ ରହିବା ଦରକାର, ତା’ ସହିତ ଦୈବୀଗୁଣ ମଧ୍ୟ ଧାରଣ କରିବା ଦରକାର । କେହି କେହି କହିଥା’ନ୍ତି ବାବା ବିଡି ଛାଡିପାରୁ ନାହିଁ । ବାବା କହିବେ ଆଚ୍ଛା ବହୁତ ପିଅ । ଯଦି ପଚାରୁଛନ୍ତି ତେବେ ବାବା କ’ଣ କହିବେ । ସଂଯମରେ ନ ରହି ପାରିଲେ ତଳକୁ ଖସିବେ । ଏ କଥା ନିଜେ ବୁଝିବା ଦରକାର ନା । ଆମେ ଦେବତା ହେଉଛେ, ତେବେ ଆମର ଚାଲି-ଚଳଣ, ଖାଦ୍ୟ-ପାନୀୟ କିପରି ହେବା ଦରକାର । ସମସ୍ତେ କହିଥା’ନ୍ତି ଯେ ଆମେ ଲକ୍ଷ୍ମୀଙ୍କୁ, ନାରାୟଣଙ୍କୁ ବରଣ କରିବୁ । ଆଚ୍ଛା ନିଜ ଭିତରକୁ ଦେଖ - ଏପରି ଗୁଣ ଅଛି? ମୁଁ ବିଡି ପିଉଛି ତେବେ ନାରାୟଣ ହୋଇ ପାରିବି ତ? ନାରଦଙ୍କର ମଧ୍ୟ କାହାଣୀ ରହିଛି ନା । ନାରଦ କେହି ଜଣେ ତ ନୁହେଁ ନା । ସବୁ ମନୁଷ୍ୟ ଭକ୍ତ ଅର୍ଥାତ୍ ନାରଦ ଅଟନ୍ତି ।

ବାବା କହୁଛନ୍ତି - ଦେବତା ହେଉଥିବା ସନ୍ତାନମାନେ ଅନ୍ତର୍ମୁଖୀ ହୋଇ ନିଜେ ନିଜ ସହିତ କଥା ହୁଅ ଯେ ଆମେ ଦେବତା ହେବାକୁ ଯାଉଛୁ ତେବେ ଆମର ଚାଲିଚଳନ କିପରି ହେବା ଦରକାର? ଆମେ ଦେବତା ହେଉଛେ ତେଣୁ ମଦ ପିଇବା ନାହିଁ, ବିଡି ପିଇବା ନାହିଁ, ବିକାରଗ୍ରସ୍ତ ହେବା ନାହିଁ, ପତିତଙ୍କ ହାତରୁ ଖାଇବା ନାହିଁ । ନଚେତ୍ ଅବସ୍ଥା ଉପରେ ପ୍ରଭାବ ପଡିବ । ଏହି କଥା ବାବା ବସି ବୁଝାଉଛନ୍ତି । କିନ୍ତୁ ଡ୍ରାମାର ରହସ୍ୟକୁ ମଧ୍ୟ କେହି ଜାଣି ନାହାଁନ୍ତି । ଏହା ନାଟକ ଅଟେ, ଏଠାରେ ସମସ୍ତେ ଅଭିନେତା ଅଟନ୍ତି । ଆମେ ଆତ୍ମାମାନେ ଉପରୁ ଆସିଛୁ, ଅଭିନୟ ତ ସାରା ଦୁନିଆର କଳାକାରମାନଙ୍କୁ କରିବାକୁ ହେବ । ସମସ୍ତଙ୍କର ନିଜ-ନିଜର ପାର୍ଟ ରହିଛି । କେତେ ଅଭିନେତା ଅଛନ୍ତି, କିପରି ଅଭିନୟ କରୁଛନ୍ତି, ଏହା ଭିନ୍ନ ଭିନ୍ନ ଧର୍ମର ବୃକ୍ଷ ଅଟେ ନା । ଗୋଟିଏ ଆମ୍ବ ଗଛକୁ ବିବିଧତାପୂର୍ଣ୍ଣ ଗଛ ବୋଲି କୁହାଯାଏ ନାହିଁ । ସେଥିରେ ତ’ କେବଳ ଆମ୍ବ ହିଁ ହେବ । ଏହା ମନୁଷ୍ୟ ସୃଷ୍ଟିର ବୃକ୍ଷ ଯାହାର ନାମ ବିବିଧତାପୂର୍ଣ୍ଣ ଧର୍ମର ବୃକ୍ଷ । ଏହାର ମଞ୍ଜି ତ ଜଣେ ହିଁ ଅଟନ୍ତି, ମନୁଷ୍ୟ କେତେ ପ୍ରକାରର ଅଛନ୍ତି । କିଏ କିପରି, କିଏ କିପରି । ଏହା ବାବା ବସି ବୁଝାଉଛନ୍ତି, ମନୁଷ୍ୟ ତ କିଛି ବି ଜାଣିନାହାଁନ୍ତି । ମନୁଷ୍ୟଙ୍କୁ ବାବା ହିଁ ପାରସ ବୁଦ୍ଧି କରୁଛନ୍ତି । ତୁମେ ପିଲାମାନେ ଜାଣିଛ ଯେ ଏହି ପୁରୁଣା ଦୁନିଆରେ ଆଉ ବାକି ଅଳ୍ପ ଦିନ ରହିବୁ । କଳ୍ପ ପୂର୍ବ ଭଳି ଚାରା ଲାଗୁଛି । ଉତ୍ତମ ପ୍ରଜା, ସାଧାରଣ ପ୍ରଜାଙ୍କର ମଧ୍ୟ ଚାରା ଲାଗୁଛି । ଏହିଠାରେ ହିଁ ରାଜଧାନୀ ସ୍ଥାପନ ହେଉଛି । ପିଲାମାନଙ୍କୁ ପ୍ରତି କଥାରେ ବିଚାର କରିବାକୁ ପଡିଥାଏ । ଏପରି ନୁହେଁ, ଯେ ମୁରଲୀ ଶୁଣ କି ନ ଶୁଣ । । ଏଠାରେ ବସିଲେ ମଧ୍ୟ ବୁଦ୍ଧି ବାହାରକୁ ଚାଲି ଯାଉଛି । ଏପରି ମଧ୍ୟ ଅଛନ୍ତି - କେହି ତ ସମ୍ମୁଖରେ ମୁରଲୀ ଶୁଣି କରି ବହୁତ ଗଦ୍ ଗଦ୍ ହୋଇଥାନ୍ତି । ମୁରଲୀ ଶୁଣିବା ପାଇଁ ଦୌଡିଥା’ନ୍ତି । ଭଗବାନ ପଢାଉଛନ୍ତି, ତେଣୁ ଏପରି ପାଠକୁ ଛାଡିବା ଉଚିତ୍ କି! ଟେପ୍‌ରେ ମୁରଲୀ ତ ଅବିକଳ ଭରା ହୋଇଥାଏ, ତାହା ଶୁଣିବା ଦରକାର । ସାହୁକାରମାନେ କିଣିଲେ, ଗରୀବ ଶୁଣିବେ । କେତେ ଆତ୍ମାମାନଙ୍କର କଲ୍ୟାଣ ହୋଇଯିବ । ଗରୀବ ସନ୍ତାନ ମଧ୍ୟ ନିଜର ଭାଗ୍ୟ ବହୁତ ଶ୍ରେଷ୍ଠ କରିପାରିବେ । ବାବା ପିଲାମାନଙ୍କ ପାଇଁ ଘର ତିଆରି କରୁଛନ୍ତି, ଗରୀବ ଦୁଇ ଟଙ୍କା ମଧ୍ୟ ମନି ଅର୍ଡର କରୁଛନ୍ତି, କହୁଛନ୍ତି ବାବା ଏହି ପଇସାରେ ଗୋଟିଏ ଇଟା ଘର ତିଆରିରେ ଲଗାଇଦିଅ । ଏକ ଟଙ୍କା ଯଜ୍ଞରେ ଲଗାଇଦିଅ । କେହି ତ ହୁଣ୍ଡି ଭରିଲାବାଲା ମଧ୍ୟ ଥିବେ ନା । ମନୁଷ୍ୟ ଡାକ୍ତରଖାନା ଆଦି ତିଆରି କରିଥା’ନ୍ତି, କେତେ ଖର୍ଚ୍ଚ ହୋଇଥାଏ, ସାହୁକାରମାନେ ସରକାରଙ୍କୁ ବହୁତ ସାହାଯ୍ୟ କରିଥା’ନ୍ତି, ସେମାନଙ୍କୁ କ’ଣ ମିଳିଥାଏ । ଅଳ୍ପ କାଳର ସୁଖ । ଏଠାରେ ତ ତୁମେ ଯାହା କରୁଛ ୨୧ ଜନ୍ମ ପାଇଁ । ଦେଖୁଛ ବ୍ରହ୍ମା ବାବା ସବୁ କିଛି ଦେଇ ଦେଲେ, ବିଶ୍ୱର ପ୍ରଥମ ନମ୍ବର ମାଲିକ ହେଲେ । ତେବେ ୨୧ ଜନ୍ମ ପାଇଁ ଏପରି ବ୍ୟାପାର କିଏବା ନ କରିବ । ସେଥିପାଇଁ ବାବାଙ୍କୁ ଭୋଳାନାଥ କହିଥା’ନ୍ତି ନା । ଏହା ବର୍ତ୍ତମାନର ହିଁ କଥା । ସିଏ କେତେ ଭୋଳା ଅଟନ୍ତି, କହିଥାନ୍ତି ଯାହା କିଛି କରିବାର ଅଛି ତାହା ଏବେ କର । କେତେ ଗରୀବ କନ୍ୟା ଅଛନ୍ତି, ସିଲେଇ କରି ପେଟ ପୋଷୁଛନ୍ତି । ବାବା ଜାଣିଛନ୍ତି ଇଏ ବହୁତ ଉଚ୍ଚ ପଦ ପ୍ରାପ୍ତ କରିବେ । ସୁଦାମାର ମଧ୍ୟ ଉଦାହରଣ ରହିଛି ନା । ଚାଉଳ ମୁଠାଏ ବଦଳରେ ୨୧ ଜନ୍ମ ପାଇଁ ମହଲ ମିଳିଗଲା । ତୁମେ ଏହି କଥା ପୁରୁଷାର୍ଥର କ୍ରମାନୁସାରେ ଜାଣୁଛ । ବାବା କହୁଛନ୍ତି ମୁଁ ଭୋଳାନାଥ ମଧ୍ୟ ଅଟେ ନା । ଏହି ଦାଦା ତ ଭୋଳାନାଥ ନୁହଁନ୍ତି । ଇଏ ମଧ୍ୟ କହିଥାନ୍ତି ଭୋଳାନାଥ ଶିବବାବା ଅଟନ୍ତି ତେଣୁ ତାଙ୍କୁ ସୌଦାଗର, ରତ୍ନାଗର, ଯାଦୁଗର କୁହାଯାଇଛି । ତୁମେ ବିଶ୍ୱର ମାଲିକ ହେଉଛ । ବର୍ତ୍ତମାନ ଭାରତ କାଙ୍ଗାଳ ହୋଇଯାଇଛି, ଏଠାରେ ପ୍ରଜା ସାହୁକାର ଆଉ ସରକାର ଗରୀବ ଅଟେ । ଏବେ ତୁମେମାନେ ଜାଣୁଛ ଯେ, ଭାରତ କେତେ ଶ୍ରେଷ୍ଠ ଥିଲା, ସ୍ୱର୍ଗ ଥିଲା । ତାହାର ପ୍ରମାଣ ମଧ୍ୟ ରହିଛି । ସୋମନାଥ ମନ୍ଦିରରେ କେତେ ହୀରା-ନୀଳାର ଅଳଙ୍କାର ସଜା ହୋଇଥିଲା ଯାହାକୁ ଓଟ ପିଠିରେ ଲଦି କରି ନେଇଗଲେ । ତୁମେ ପିଲାମାନେ ଜାଣୁଛ ଯେ, ଏବେ ଏହି ଦୁନିଆ ନିଶ୍ଚିତ ବଦଳିବାକୁ ଯାଉଛି । ସେଥିପାଇଁ ତୁମେ ପ୍ରସ୍ତୁତ ହେଉଛ । ଯିଏ କରିବ ସିଏ ପାଇବ । ମାୟାର ବିରୋଧ ମଧ୍ୟ ବହୁତ ହୋଇଥାଏ । ତୁମେ ହେଉଛ ଈଶ୍ୱରଙ୍କର ଅନୁଗାମୀ । ବାକି ସବୁ ରାବଣର ଅନୁଗାମୀ ଅଟନ୍ତି । ତୁମେ ହେଉଛ ଶିବବାବାଙ୍କର । ଶିବବାବା ତୁମକୁ ସମ୍ପତ୍ତି ଦେଉଛନ୍ତି । ତେଣୁ ବାବାଙ୍କ ବ୍ୟତୀତ ଆଉ କୌଣସି କଥା ବୁଦ୍ଧିରେ ଆସିବା ଉଚିତ୍ ନୁହେଁ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଅନ୍ତର୍ମୁଖୀ ହୋଇ ନିଜେ ନିଜ ସହିତ କଥା ହେବାକୁ ପଡିବ - ଯେହେତୁ ମୁଁ ଦେବତା ହେବାକୁ ଯାଉଛି, ତେଣୁ ମୋର ଚାଲି ଚଳଣ କିପରି ଅଛି! ମୁଁ କୌଣସି ଅଶୁଦ୍ଧ ଖାଦ୍ୟ-ପେୟ ଗ୍ରହଣ କରୁନାହିଁ ତ!

(୨) ଯଦି ନିଜର ଭବିଷ୍ୟତ ୨୧ ଜନ୍ମ ଉଚ୍ଚ ଅର୍ଥାତ୍ ଶ୍ରେଷ୍ଠ କରିବାକୁ ଚାହୁଁଛ, ତେବେ ସୁଦାମା ଭଳି ଯାହା କିଛି ଅଛି ଭୋଳାନାଥ ବାବାଙ୍କୁ ଅର୍ପଣ କରିଦିଅ । ପାଠପଢାରେ କୌଣସି ବାହାନା କର ନାହିଁ ।

ବରଦାନ:-
ଆଦି ଏବଂ ଅନାଦି ସ୍ୱରୂପର ସ୍ମୃତି ଦ୍ୱାରା ନିଜର ପ୍ରକୃତ ସ୍ୱଧର୍ମକୁ ଆପଣାଉ ଥିବା ପବିତ୍ର ଏବଂ ଯୋଗୀ ଆତ୍ମା ହୁଅ ।

ବ୍ରାହ୍ମଣମାନଙ୍କର ନିଜର ସ୍ୱ-ଧର୍ମ ପବିତ୍ରତା ଅଟେ, ଅପବିତ୍ରତା ପରଧର୍ମ ଅଟେ । ଯେଉଁ ପବିତ୍ରତାକୁ ଆପଣାଇବାକୁ ଲୋକମାନେ କଷ୍ଟକର ବୋଲି ଭାବୁଛନ୍ତି, ତାହା ତୁମମାନଙ୍କୁ ପାଇଁ ଅତି ସହଜ ଅଟେ କାହିକି ନା ସ୍ମୃତିରେ ଆସିଲା ଯେ ଆମର ବାସ୍ତବିକ ଆତ୍ମ ସ୍ୱରୂପ ସଦା ପବିତ୍ର ଅଟେ । ଅନାଦି ସ୍ୱରୂପ ପବିତ୍ର ଆତ୍ମା ଅଟେ ଏବଂ ଆଦି ସ୍ୱରୂପ ପବିତ୍ର ଦେବତା ଅଟେ । ବର୍ତ୍ତମାନର ଅନ୍ତିମ ଜନ୍ମ ମଧ୍ୟ ପବିତ୍ର ବ୍ରାହ୍ମଣ ଜୀବନ ଅଟେ । ସେଥିପାଇଁ ପବିତ୍ରତା ହିଁ ବ୍ରାହ୍ମଣ ଜୀବନର ବ୍ୟକ୍ତିତ୍ୱ ଅଟେ ଏବଂ ଯିଏ ପବିତ୍ର ସେ ହିଁ ଯୋଗୀ ଅଟେ ।

ସ୍ଲୋଗାନ:-
ସହଜଯୋଗୀ ବୋଲି କହି ଅବହେଳା ପଣିଆ ଆଣ ନାହିଁ, ଶକ୍ତି ସ୍ୱରୂପ ହୁଅ ।

ଅବ୍ୟକ୍ତ ଇଶାରା:- ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ ।

କଥାରେ ଅଛି “ଅନ୍ତର୍ମୁଖୀ ସଦା ସୁଖୀ” । ସେମାନଙ୍କୁ ବାହାରର କୌଣସି ଆକର୍ଷଣ ଆକର୍ଷିତ କରିପାରିବ ନାହିଁ । କେବେ ମନମତ, କେବେ ପରମତ ଆକର୍ଷିତ କରିପାରିବ ନାହିଁ । ତେବେ ଅନ୍ତର୍ମୁଖୀ ସଦା ସୁଖି ରହୁଥିବା ଆତ୍ମାମାନେ, ସୁଖଦାତାଙ୍କର ସନ୍ତାନ ମାଷ୍ଟର ସୁଖଦାତା ହୋଇଥିବେ, ବାହାରମୁଖତାଠାରୁ ନିଶ୍ଚିତ ମୁକ୍ତ ହୋଇଥିବେ ।