17.08.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
ଏବଂ ଦାଦାଙ୍କର କାହାଣୀ ମଧ୍ୟ ଆଶ୍ଚର୍ଯ୍ୟଜନକ ଅଟେ, ବାବା ଯେତେବେଳେ ଦାଦାଙ୍କ ଶରୀରରେ ପ୍ରବେଶ
କରିବେ, ତେବେ ଯାଇ ତୁମେ ବ୍ରହ୍ମାକୁମାର-କୁମାରୀମାନେ ବର୍ସା ଅର୍ଥାତ୍ ସମ୍ପତ୍ତିର ଅଧିକାରୀ ହେବ
।”
ପ୍ରଶ୍ନ:-
ନିଶ୍ଚିତ
ଡ୍ରାମାକୁ ଅର୍ଥାତ୍ ପୂର୍ବ ନିର୍ଦ୍ଧାରିତ ଡ୍ରାମାକୁ ଜାଣି ମଧ୍ୟ ତୁମମାନଙ୍କୁ କେଉଁ ଲକ୍ଷ୍ୟ
ଅବଶ୍ୟ ରଖିବାକୁ ହେବ?
ଉତ୍ତର:-
ପୁରୁଷାର୍ଥ କରି ଆଗକୁ ବଢିବାର ଅର୍ଥାତ୍ ବିନାଶ ପୂର୍ବରୁ ବାବାଙ୍କର ସ୍ମୃତିରେ ରହି କର୍ମାତୀତ
ହେବାର ଲକ୍ଷ୍ୟ ଅବଶ୍ୟ ରଖିବାକୁ ହେବ । କର୍ମାତୀତ ଅର୍ଥାତ୍ ଆଇରନ୍ ଏଜଡ୍ (କଳିଯୁଗୀ)ରୁ ଗୋଲଡେନ୍
ଏଜଡ୍ (ସତ୍ୟଯୁଗୀ) ହେବାର । ପୁରୁଷାର୍ଥ କରିବା ପାଇଁ ବର୍ତ୍ତମାନ ହିଁ ଅଳ୍ପ ସମୟ ବାକି ଅଛି,
ସେଥିପାଇଁ ବିନାଶ ପୂର୍ବରୁ ନିଜର ଅବସ୍ଥାକୁ ଅଚଳ-ଅଟଳ କରିବାକୁ ହେବ ।
ଓମ୍ ଶାନ୍ତି ।
ଓମ୍ ଶାନ୍ତି । ଦୁଇ ଜଣ କିଏ କହୁଛନ୍ତି? ଜଣେ ଥିଲେ ବାବା, ଆଉ ଜଣେ ଥିଲେ ଦାଦା । କାହାଣୀ
ଶୁଣାଇଥାନ୍ତି ନା - ଜଣେ ରାଜା ଥିଲେ, ଜଣେ ରାଣୀ ଥିଲେ । ଏବେ ଏହା ହେଉଛି ନୂଆ କଥା । ଜଣେ ବାବା
ଜଣେ ଦାଦା, ତୁମେ କହିବ ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ଜଣେ ଶିବବାବା ଥିଲେ, ଆଉ ଜଣେ ବ୍ରହ୍ମାବାବା
ଥିଲେ । ଏବେ ସମସ୍ତେ ତ ହେଉଛନ୍ତି ଶିବଙ୍କର ସନ୍ତାନ । ସମସ୍ତ ଆତ୍ମା ଏକମାତ୍ର ବାବାଙ୍କର
ସନ୍ତାନ ଅଟନ୍ତି । ଏହା ତ ନିଶ୍ଚିତ ଅଟେ । ବ୍ରହ୍ମାଙ୍କର ସନ୍ତାନ ବ୍ରାହ୍ମଣ ମଧ୍ୟ ଥିଲେ,
ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ବ୍ରହ୍ମାକୁମାର-କୁମାରୀମାନେ ଥିଲେ । ତାଙ୍କୁ କିଏ ପାଠ
ପଢାଉଥିଲେ? ଶିବବାବା । ପ୍ରଜାପିତା ବ୍ରହ୍ମାଙ୍କର ଏହି ବ୍ରହ୍ମାକୁମାର-କୁମାରୀମାନେ ଢେର ସନ୍ତାନ
ଅଛନ୍ତି ନା । ବ୍ରହ୍ମାକୁମାର-କୁମାରୀମାନେ ମାନୁଛନ୍ତି, ବାସ୍ତବରେ ଆମେ ଶିବବାବାଙ୍କର ସନ୍ତାନ
ଅଟୁ, ପୁଣି ନାତି ମଧ୍ୟ ଅଟୁ । ସନ୍ତାନ ତ ଅଟୁ ତାହା ସହିତ ଏବେ ନାତି ମଧ୍ୟ ହୋଇଛୁ ।
ବ୍ରହ୍ମାଙ୍କ ଦ୍ୱାରା ଦାଦାଙ୍କଠାରୁ ବର୍ସା (ସମ୍ପତ୍ତି) ନେବା ପାଇଁ । ଏବେ ତୁମକୁ ଦାଦାଙ୍କଠାରୁ
ବର୍ସା ମିଳୁଛି, ଯାହାଙ୍କୁ ଶିବବାବା କୁହାଯାଉଛି । କିନ୍ତୁ ବ୍ରହ୍ମାକୁମାର-କୁମାରୀ ହୋଇଥିବା
କାରଣରୁ ତାଙ୍କୁ ଆମେ ଦାଦା କହୁଛୁ । ବର୍ସା ଶିବ ଦାଦାଙ୍କର ଅଟେ । ବ୍ରହ୍ମା ଦାଦାଙ୍କର ନୁହେଁ ।
ବୈକୁଣ୍ଠବାସୀ ହେବାର ବର୍ସା ସେହି ବାବାଙ୍କଠାରୁ ମିଳୁଛି । ତୁମେ ଅଧାକଳ୍ପ ବର୍ସା ପାଉଛ ପୁଣି -
ରାବଣଠାରୁ ଅଭିଶାପ ମିଳୁଛି । ତଳକୁ ଖସି ଖସି ଆସୁଛ । ଯେପରି ତଳକୁ ଖସିବା ପାଇଁ ଗ୍ରହଦଶା ପଡୁଛି
। ଏବେ ତୁମେ ପିଲାମାନେ ଜାଣୁଛ - ଆମର ଗ୍ରହଚାରୀ ରାହୁର ଦଶା ପୂରା ହେଲା । ରାହୁର ଦଶା ସବୁଠାରୁ
ଖରାପ । ଉଚ୍ଚରୁ ଉଚ୍ଚ ବୃହସ୍ପତିର ଦଶା, ପୁଣି ରାହୁର ଦଶା ବସିବାରୁ ୫ ବିକାର କାରଣରୁ ଆମେ କଳା
ହୋଇଯାଇଛୁ । ଏବେ ବାବା ପୁଣି କହୁଛନ୍ତି ଦାନ ଦେଲେ ଗ୍ରହଣ ଛାଡିଯିବ । ଏ ସବୁ କଥା ତୁମମାନଙ୍କର
ଅଟେ । ସେମାନେ ପୁଣି ଏହାକୁ ସୂର୍ଯ୍ୟ ଚନ୍ଦ୍ରମାର ଗ୍ରହଣ ଭାବି ନେଇଛନ୍ତି । ଗ୍ରହଣ ଲାଗିଲେ ଦାନ
ମାଗିଥା’ନ୍ତି । ଏଠାରେ ବାବା ତୁମକୁ କହୁଛନ୍ତି ୫ ବିକାରର ଦାନ ଦେଲେ ଗ୍ରହ ଦଶା ଛାଡିଯିବ । ଏହି
ବିକାର ଦ୍ୱାରା ହିଁ ତୁମେ ପାପାତ୍ମା ହେଉଛ । ମୁଖ୍ୟ ହେଉଛି ଦେହ ଅଭିମାନ । ପ୍ରଥମେ ଏଭଳି
ସତ୍ତ୍ୱପ୍ରଧାନ ଥିଲ, ପୁଣି ସତ୍ତ୍ୱ, ରଜୋ, ତମୋ ହୋଇଛ । ତୁମେ ୮୪ ଜନ୍ମ ନେଇଛ । ତୁମମାନଙ୍କୁ
ଦୃଢ ନିଶ୍ଚୟ ରହିଛି ଯେ ବାସ୍ତବରେ ଦେବତାମାନେ ୮୪ ଜନ୍ମ ନେଉଛନ୍ତି । ପ୍ରଥମେ ବାବାଙ୍କଠାରୁ
ସେହିମାନଙ୍କୁ ହିଁ ମିଳିବା ଦରକାର । ଗାୟନ କରାଯାଏ ଆତ୍ମା ପରମାତ୍ମା ଅଲଗା ରହିଲେ... ।
ବାବା କହୁଛନ୍ତି - ପ୍ରଥମେ ପ୍ରଥମେ ତୁମକୁ ସତ୍ୟଯୁଗକୁ ପଠାଇଥିଲି । ପୁଣି ଏବେ ତୁମେ ଆସି ମିଶିଛ
। ଆଗରୁ ତ କେବଳ ମହିମା ଗାନ କରୁଥିଲ ତାର ଯଥାର୍ଥ ଅର୍ଥ ଏବେ ବାବା ବସି ବୁଝାଉଛନ୍ତି । ସବୁ ବେଦ
ଶାସ୍ତ୍ର, ଜପ, ତପ, ସ୍ଲୋଗାନ ଆଦି ଯାହା କିଛି ଅଛି ସବୁର ସାର ବାବା ବସି ବୁଝାଉଛନ୍ତି । ଏହି
ଚକ୍ର ବିଲକୁଲ୍ ସହଜ ଅଟେ । ବର୍ତ୍ତମାନ ହେଉଛି କଳିଯୁଗ ଓ ସତ୍ୟଯୁଗର ସଂଗମ । ଲଢେଇ ମଧ୍ୟ
ସମ୍ମୁଖରେ ରହିଛି । ଏହି ନିଶ୍ଚୟ ମଧ୍ୟ ତୁମର ଅଛି ଯେ ସତ୍ୟଯୁଗର ସ୍ଥାପନା ହେଉଛି । କଳିଯୁଗରେ
ଯେତେ ମନୁଷ୍ୟ ଅଛନ୍ତି, ସମସ୍ତଙ୍କର ଶରୀର ଖଲାସ ହୋଇଯିବ, ବାକି ଆତ୍ମାମାନେ ପବିତ୍ର ହୋଇ
ହିସାବ-କିତାବ ଚୁକ୍ତ କରି ଯିବେ । ବର୍ତ୍ତମାନ ସମସ୍ତଙ୍କର ବିନାଶର ସମୟ । ସବୁ ଆତ୍ମାମାନେ ଶରୀର
ଛାଡି ଚାଲିଯିବେ । ଏହିକଥା ବର୍ତ୍ତମାନ ତୁମମାନଙ୍କ ବୁଦ୍ଧିରେ ଅଛି । ଆମେ କର୍ମାତୀତ ଅବସ୍ଥା
ପ୍ରାପ୍ତ କରିବା ପର୍ଯ୍ୟନ୍ତ ସଂଗମଯୁଗରେ ରହିଛୁ । ଗୋଟିଏ ପଟେ ଅଛନ୍ତି କୋଟି କୋଟି ମନୁଷ୍ୟ,
ଅନ୍ୟ ପଟେ ତୁମେ ଅଳ୍ପ ସଂଖ୍ୟାରେ ରହିଛ । ତୁମମାନଙ୍କ ଭିତରେ ବି କେତେକ ଅଛନ୍ତି, ଯେଉଁମାନେ କି
ନିଶ୍ଚୟବୁଦ୍ଧି ହେଉଛନ୍ତି । ନିଶ୍ଚୟବୁଦ୍ଧି ବିଜୟନ୍ତୀ ହୋଇଥା’ନ୍ତି ପୁଣି ଯାଇ ବିଷ୍ଣୁଙ୍କ ଗଳାର
ହାର ହେବେ । ଗୋଟିଏ ହେଉଛି ରୁଦ୍ରାକ୍ଷ ମାଳା, ଅନ୍ୟଟି ରୁଣ୍ଡମାଳା ଅର୍ଥାତ୍ ବୈଜୟନ୍ତୀ ମାଳା ।
ସେହି ରୁଣ୍ଡମାଳା ଅର୍ଥାତ୍ ବିଷ୍ଣୁ ମାଳାରେ ଛୋଟ-ଛୋଟ ମୁଖାକୃତି ରହିଥାଏ । ଏହା ଚିହ୍ନ ଅଟେ ।
ଆମେ ଆତ୍ମାମାନେ ହିଁ ଆସି ବାବାଙ୍କ ଗଳାର ମାଳାର ଦାନା ହେବୁ । ପୁଣି ଏଠାକୁ କ୍ରମାନ୍ୱୟରେ ଆସିବୁ
। ମାଳା ଆଠ ଦାନାର ଅଛି, ୧୦୮ର ଅଛି, ୧୬,୧୦୮ର ମଧ୍ୟ ଅଛି । ଏବେ ୧୬ ହଜାର ଅଛି ବା ୫-୧୦ ହଜାର
ଅଛନ୍ତି, ଏହାର କୌଣସି ହିସାବ ବାହାର କରାଯାଉନାହିଁ । ଏହି ମାଳାର ଗାୟନ ହେଉଛି । ବାବା କହୁଛନ୍ତି
ଏସବୁ ତୁମେ କାହିଁକି ବିଚାର କରୁଛ । ଯେତେ ଜଣ ରାଜା କଳ୍ପ ପୂର୍ବରୁ ସତ୍ୟଯୁଗ, ତ୍ରେତୟାରେ ଥିଲେ,
ପୁଣି ସେତେ ଜଣ ହେବେ । ୧୦୦ ହେବେ ଅଥବା ୨୦୦-୩୦୦ ହେବେ, ଏହା ପଚାରିବାର ଆବଶ୍ୟକତା ନାହିଁ ।
ବାବା କହୁଛନ୍ତି - ତୁମେ ଯେତେ ନିକଟତର ହେବ, ଏହିସବୁ କଥା ବୁଝିଯିବ । ଆଜି ଆମେ ଏଠାରେ ଅଛୁ ପୁଣି
କାଲି ବିନାଶ ହେବ, ସତ୍ୟଯୁଗରେ ଅଳ୍ପ କିଛି ଦେବୀ-ଦେବତା ରହିବେ । ପରେ ବୃଦ୍ଧି ହୋଇଥାଏ ।
ସତ୍ୟଯୁଗର ଲକ୍ଷଣ ମଧ୍ୟ ଦେଖାଯାଉଛି । ବାକି ଲକ୍ଷେ ପର୍ଯ୍ୟନ୍ତ ରହିବେ ବା ୯-୧୦ ଲକ୍ଷ ରହିବେ
ସଠିକ୍ ଭାବେ କୁହାଯାଇ ପାରିବ ନାହିଁ । ହଁ ତୁମେ ଯେତେବେଳେ ସଠିକ୍ ଭାବେ ସମ୍ପୂର୍ଣ୍ଣ ହେବାର
ଯୋଗ୍ୟ ହୋଇଯିବ ତୁମକୁ ଆହୁରି ଅଧିକ ସାକ୍ଷାତ୍କାର ହେବ । ଏବେ ବହୁତ କିଛି ବୁଝିବା ପାଇଁ ସମୟ
ବାକି ଅଛି । ବହୁତ ସାକ୍ଷାତ୍କାର କରିଚାଲିବ । ଲଢେଇର ପ୍ରସ୍ତୁତି ମଧ୍ୟ ବହୁତ ହୋଇଚାଲିଛି । ସବୁ
ଜିନିଷ ମହଙ୍ଗା ହୋଇଯିବ । ବିଦେଶରେ ମଧ୍ୟ ଆଗକୁ ବହୁତ ଶୁଳ୍କ ଆଦି ଲାଗିବ । ଅତ୍ୟଧିକ ମହଙ୍ଗା
ହୋଇ ପୁଣି ସମ୍ପୂର୍ଣ୍ଣ ଶସ୍ତା ହୋଇଯିବ । ସତ୍ୟଯୁଗରେ କୌଣସି ଜିନିଷ ପାଇଁ ଖର୍ଚ୍ଚ ହେବ ନାହିଁ ।
ସବୁ ଖଣି ଆଦି ଭରପୂର ହୋଇଯିବ । ନୂଆ ଦୁନିଆରେ ବହୁତ ବୈଭବ ରହିବ । ଲକ୍ଷ୍ମୀ-ନାରାୟଣଙ୍କ ପାଖରେ
ବହୁତ ବୈଭବ ଥିଲା ନା । ଶ୍ରୀନାଥ ମନ୍ଦିରରେ ମୂର୍ତ୍ତିମାନଙ୍କ ଆଗରେ ମଧ୍ୟ କେତେ ଆଡମ୍ବରରେ ଭୋଗ
ଲଗାଇଥା’ନ୍ତି । ସେଠାରେ ବହୁତ ଜିନିଷ ତିଆରି କରି ଭୋଗ ଲଗାଉଛନ୍ତି, ପୁଣି ଖାଉଛନ୍ତି । କହନ୍ତି
ଆମେ ଦେବତାଙ୍କ ଆଗରେ ଭୋଗ ଲଗାଉଛୁ । କହୁଛନ୍ତି ଦେବତାମାନଙ୍କୁ ଭୋଗ ନ ଲଗାଇଲେ ସେମାନେ ରାଗିଯିବେ
। ତେବେ ଏଥିରେ ବିରକ୍ତ ହେବାର କୌଣସି କଥା ନାହିଁ । ତୁମେ କାହା ଉପରେ ବିରକ୍ତ ହେଉ ନାହଁ ।
ଜାଣିଛ ଡ୍ରାମା ଅନୁସାରେ ଏହାର ବିନାଶ ନିଶ୍ଚୟ ହେବ । କଳିଯୁଗ ବଦଳି ସତ୍ୟଯୁଗ ହେବ । ଆମେ
ଡ୍ରାମାକୁ ବୁଝିଛୁ ଯେ ଡ୍ରାମା ଅନୁସାରେ ଏବେ ନୂଆ ଚକ୍ର ଆରମ୍ଭ ହେବ । ତୁମେ ମଧ୍ୟ ଡ୍ରାମାର
ଅଧୀନରେ ଅଛ । ଡ୍ରାମା ଅନୁସାରେ ବାବା ମଧ୍ୟ ଆସିଛନ୍ତି । ଡ୍ରାମାରେ ଗୋଟିଏ ମିନିଟ୍ ମଧ୍ୟ ଏପଟ
ସେପଟ ହୋଇପାରିବ ନାହିଁ । ଯେପରି ବାବା ଆସିବାର ତୁମେ ଦେଖିଲ, କଳ୍ପ ପରେ ମଧ୍ୟ ଅବିକଳ ଏହିପରି
ହେବ । ଶାସ୍ତ୍ରରେ ତ କଳ୍ପର ଆୟୁଷ ବହୁତ ବର୍ଷ ବୋଲି ଲେଖି ଦେଇଛନ୍ତି । ଏବେ ତୁମ ସନ୍ତାନମାନଙ୍କ
ବୁଦ୍ଧିରେ ଅଛି ବାସ୍ତବରେ ବିନାଶ ସମ୍ମୁଖରେ ଦଣ୍ଡାୟମାନ । ଏବେ ତୁମେ ଦ୍ରୁତଗତିରେ ଆଗକୁ ବଢୁଛ ।
ଜାଣିଛ ବାବାଙ୍କୁ ସ୍ମରଣ କରି ଆମକୁ କର୍ମାତୀତ ଅବସ୍ଥା ନିଶ୍ଚୟ ପ୍ରାପ୍ତ କରିବାକୁ ହେବ ଅର୍ଥାତ୍
ଆଇରନ୍ ଏଜଡ୍ରୁ ଗୋଲ୍ଡେନ୍ ଏଜଡ୍ ଅର୍ଥାତ୍ କଳିଯୁଗୀରୁ ସତ୍ୟଯୁଗୀ ହେବାକୁ ହେବ । ବର୍ତ୍ତମାନ
ଯଦି ପୁରୁଷାର୍ଥ ନ କରିବ, ତେବେ ପଦ କମ୍ ହୋଇଯିବ । ହେ ଆତ୍ମାମାନେ ଏବେ ତୁମେ ପତିତ ହୋଇଯାଇଛ ।
ଏକଥା ଜାଣିଛ ଯେ ବହୁତ ପ୍ରକାରର ଆତ୍ମା ଆସିବେ । ଯିଏ ଅନ୍ୟ ଧର୍ମକୁ ବଦଳି ହୋଇଯାଇଛନ୍ତି, ସେମାନେ
ସେଠାରୁ ବାହାରି ଆସିବେ, ଆସି ନିଜର ପୁରୁଷାର୍ଥ କରିବେ-ବାବାଙ୍କଠାରୁ ବର୍ସା ପାଇବା ପାଇଁ ।
ବ୍ରାହ୍ମଣ ଧର୍ମକୁ ଆସି ପୁଣି ଦେବତା ଧର୍ମକୁ ଆସିବେ । ବ୍ରାହ୍ମଣ ଧର୍ମକୁ ନ ଆସିଲେ ଦେବତା
ଧର୍ମକୁ କିପରି ଆସିବେ । ବ୍ରାହ୍ମଣ ଦିନକୁ ଦିନ ବୃଦ୍ଧି ହୋଇ ଚାଲିବେ । ଦେଖିବେ ବିନାଶ ସମ୍ମୁଖକୁ
ଆସିଗଲା, ଭାବିବେ ଏମାନେ ତ ଠିକ୍ କହୁଥିଲେ, ପୁଣି ବୃଦ୍ଧି ହୋଇ ଚାଲିବ । ବ୍ରାହ୍ମଣକୁଳ ରୂପୀ
ବୃକ୍ଷର ବୃଦ୍ଧି ଘଟି ଫୁଲ ହୋଇଯିବ, ପୁଣି ଘରକୁ ସମସ୍ତେ ଫେରିବେ । ଦେବତାମାନଙ୍କ କୁଳ ରୂପୀ
ବୃକ୍ଷର ବୃଦ୍ଧି ହେବ । ସଂଗମଯୁଗର ହିଁ ମହିମା ରହିଛି - ଗଙ୍ଗା ସାଗରର ମେଳା ଦେଖାଉଛନ୍ତି । ଏସବୁ
ହେଉଛି ଭକ୍ତିମାର୍ଗ । ଏମାନେ ହେଲେ ଜ୍ଞାନ ସାଗର ଓ ଜ୍ଞାନ ସାଗରରୁ ବାହାରିଥିବା ଜ୍ଞାନ
ଗଙ୍ଗାମାନେ । ଜ୍ଞାନ ସାଗରଙ୍କ ସହିତ ପତିତ-ପାବନ ଅକ୍ଷର ଲାଗୁଛି । ସେମାନେ ଭାବୁଛନ୍ତି -
ପତିତ-ପାବନୀ ଗଙ୍ଗା ଅଟେ ଏବଂ ଗଙ୍ଗାରେ ସ୍ନାନ କରି ଆସୁଛନ୍ତି । ଏହି ନଦୀଗୁଡିକ ତ ସତ୍ୟଯୁଗ
ଆରମ୍ଭରୁ ଚାଲିଆସୁଛି । ଆଜିକାଲି ନଦୀ ମଧ୍ୟ କେଉଁଠି-କେଉଁଠି ବୁଡାଇ ଦେଉଛି । ପ୍ରକୃତି ସହିତ
ସାଗର ମଧ୍ୟ ତମୋପ୍ରଧାନ ହୋଇଯାଇଛି । ସାଗର ଟିକିଏ ବି ଉଚ୍ଛୁଳିଲେ ସବୁ କିଛି ସମାପ୍ତ କରିଦେବ ।
ସତ୍ୟଯୁଗରେ ଯମୁନା କୂଳରେ କେବଳ ଆମେ ଅଳ୍ପ କେତେକ ଭାରତରେ ରହିବୁ । ଦିଲ୍ଲୀ ପରିସ୍ତାନ ଥିଲା,
ପୁଣି ମଧ୍ୟ ହେବ । ସତ୍ୟଯୁଗରେ ଅଳ୍ପ କିଛି ଜୀବାତ୍ମା ରହିଥା’ନ୍ତି । ପୁଣି ଧୀରେ-ଧୀରେ ଆସି
ଚାଲିଥା’ନ୍ତି । ବର୍ତ୍ତମାନ ହେଉଛି କଳିଯୁଗର ଅନ୍ତିମ ସମୟ । କେତେ ଢେର ସଂଖ୍ୟାରେ ମନୁଷ୍ୟ
ହୋଇଗଲେଣି, ଏହା ଅବିନାଶୀ ନାଟକ ଅଟେ, ଯାହାକୁ ଭଲ ଭାବରେ ବୁଝିବାକୁ ହେବ । ଯଦିଓ କେତେକ ନିଜକୁ
ଅଭିନେତା ବୋଲି ବି ଭାବୁଛନ୍ତି କିନ୍ତୁ କଳ୍ପ ୫ ହଜାର ବର୍ଷ ବୋଲି କେହି ଜାଣି ନାହାଁନ୍ତି । କାହିଁ
୮୪ ଜନ୍ମ, କାହିଁ ୮୪ ଲକ୍ଷ । ଏବେ ତୁମେ ଆଲୋକରେ ଅଛ । ତୁମକୁ ବାବାଙ୍କଠାରୁ ବର୍ସା ମିଳୁଛି ।
ବାବା କହୁଛନ୍ତି - ମନମନାଭବ । ବାବାଙ୍କୁ ମନେ ପକାଇବାକୁ ହେବ । ଶିବଭଗବାନୁବାଚ, କୃଷ୍ଣ ଜ୍ଞାନର
ସାଗର ନୁହଁନ୍ତି । ଭଗବାନ ଓ ଦେବତାଙ୍କ ମହିମାରେ ବହୁତ ଅନ୍ତର ରହିଛି । ବାବା ଯେଉଁ ନୂଆ ରଚନା
ରଚୁଛନ୍ତି, ତାଙ୍କର ମହିମା ହେଉଛି ସର୍ବଗୁଣ ସମ୍ପନ୍ନ...ବର୍ତ୍ତମାନ ତୁମେ ଏହିପରି ହେଉଛ ।
ଶିବବାବା ଏବଂ ବ୍ରହ୍ମାବାବାଙ୍କ ମହିମାରେ ରାତି-ଦିନର ଅନ୍ତର ରହିଛି । ଏହା ରାଜଯୋଗ ଅଟେ ନା ।
ଗାୟନ ମଧ୍ୟ କରାଯାଏ - ଭଗବାନ ରାଜଯୋଗ ଶିଖାଇଥା’ନ୍ତି । ସେ ହେଉଛନ୍ତି ନିରାକାର, ତେବେ ନିଶ୍ଚୟ
ନିରାକାରରୁ ସାକାରକୁ ଆସିବାକୁ ପଡିବ । ଭଗବାନଙ୍କର ଏତେ ମହିମା ରହିଛି, ତେଣୁ ନିଶ୍ଚିତ ଆସିବାକୁ
ପଡିବ । ତାଙ୍କର ଜନ୍ମ ଦିବ୍ୟ ଅଲୌକିକ ଅଟେ, ଆଉ କାହାର ଦିବ୍ୟ ଜନ୍ମର ଗାୟନ କରାଯାଏ ନାହିଁ ।
ଏକଥା ମଧ୍ୟ ପିଲାମାନଙ୍କୁ ବୁଝାଇଛନ୍ତି ଯେ ଜଣେ ହେଉଛନ୍ତି ଲୌକିକ ଓ ଅନ୍ୟ ଜଣକ ପାରଲୌକିକ ପିତା
ଅଟନ୍ତି, ଯାହାଙ୍କୁ ହିଁ ଭଗବାନ କହି ମନେ ପକାଉଛନ୍ତି ଓ ତୃତୀୟରେ ହେଉଛନ୍ତି ଅଲୌକିକ ପିତା, ଇଏ
ପୁଣି ୱାଣ୍ଡରଫୁଲ୍ (ଆଶ୍ଚର୍ଯ୍ୟଜନକ) ପିତା ଅଟନ୍ତି । ଯେତେବେଳେ ପାରଲୌକିକ ପିତା ପୋଷ୍ୟ ପୁତ୍ର
ରୂପେ ଗ୍ରହଣ କରନ୍ତି, ସେତେବେଳେ ମଝିରେ ଏହି ଅଲୌକିକ ପିତା ଆସିଯାଆନ୍ତି । ପ୍ରଜାପିତା
ବ୍ରହ୍ମାଙ୍କର ଢେର ସନ୍ତାନ ଅଛନ୍ତି । ଶିବବାବା ଆସି ବ୍ରହ୍ମାଙ୍କ ଦ୍ୱାରା ତୁମକୁ ନିଜର କରୁଛନ୍ତି
। କେତେ ବ୍ରହ୍ମାକୁମାର-କୁମାରୀ ହେଉଛନ୍ତି । ଲୌକିକ ପିତାଙ୍କର ତ ଅତି ବେଶୀରେ ୮-୧୦ ସନ୍ତାନ
ରହିଥା’ନ୍ତି । ଆଚ୍ଛା ଶିବବାବା ମଧ୍ୟ ପାରଲୌକିକ ପିତା ଅଟନ୍ତି । ତାଙ୍କର ତ ଅନେକ ସନ୍ତାନ
ରହିଛନ୍ତି । ସବୁ ଆତ୍ମାମାନେ କହୁଛନ୍ତି - ଆମେ ସମସ୍ତେ ଭାଇ-ଭାଇ ଅଟୁ । ବର୍ତ୍ତମାନ ଏହି
ସଂଗମଯୁଗରେ ପୁଣି ଅଲୌକିକ ପିତା ମିଳିଛନ୍ତି । ଏହି ଜ୍ଞାନ ତୁମର ସତ୍ୟଯୁଗରେ ରହିବ ନାହିଁ । ବାବା
ଆସି ନୂଆ ସୃଷ୍ଟି ରଚନା କଲା ବେଳେ ଆମକୁ ପ୍ରଜାପିତା ବ୍ରହ୍ମା ପିତା ରୂପରେ ମିଳିଥା’ନ୍ତି । ତେଣୁ
ଏହା ଅଲୌକିକ ଜନ୍ମ ହେଲା ନା । ଏହାକୁ କେହି ବୁଝିପାରିବେ ନାହିଁ । ଶାରୀରିକ ପିତା ହେଲେ ଲୌକିକ
ପିତା, ଆତ୍ମିକ ପିତା ହେଲେ ପାରଲୌକିକ ପିତା ଏବଂ ପ୍ରଜାପିତା ହେଉଛନ୍ତି ଆମର ଏହି ସଂଗମଯୁଗୀ
ଅଲୌକିକ ପିତା । ଲୌକିକ ପିତା ସତ୍ୟଯୁଗ ଆରମ୍ଭରୁ ରହି ଆସିଛନ୍ତି । ପାରଲୌକିକ ବାବାଙ୍କୁ ସେଠାରେ
କେହି ସ୍ମରଣ କରିବେ ନାହିଁ, ସେଠାରେ ଜଣେ ପିତା ରହିବେ । ହେ ଭଗବାନ, ହେ ପରମାତ୍ମା କହି ମନେ
ପକାଇବେ ନାହିଁ, ପୁଣି ଦ୍ୱାପରରେ ଭକ୍ତି ଆରମ୍ଭ ହେଲେ, ତୁମର ଦୁଇଜଣ ପିତା ରହିବେ । ସଂଗମରେ ୩
ଜଣ ପିତା ରହିଛନ୍ତି । ପ୍ରଜାପିତା ବ୍ରହ୍ମା ମଧ୍ୟ ଏବେ ମିଳିଛନ୍ତି, ଏବେ ତୁମେ ତାଙ୍କର ହୋଇଛ ।
ଜାଣିଛ ଇଏ ଅଲୌକିକ ପିତା ଅଟନ୍ତି । ବର୍ତ୍ତମାନ ତୁମେ ଏହି କଥାକୁ ଭଲ ଭାବରେ ଜାଣିଛ ଏବଂ ମନେ
ପକାଉଛ । ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ସତ୍ୟଯୁଗରେ ମନେ ପକାଇବାର ଆବଶ୍ୟକତା ନାହିଁ
। ଦୁଃଖରେ ସମସ୍ତେ ପାରଲୌକିକ ବାବାଙ୍କୁ ସ୍ମରଣ କରିଥାନ୍ତି । ଏହା ତ ବିଲ୍କୁଲ୍ ସହଜ କଥା ଅଟେ
। ସତ୍ୟଯୁଗ ତ୍ରେତୟାରେ ଜଣେ ପିତା ହୋଇଥାଆନ୍ତି, ଦ୍ୱାପରରେ ଦୁଇଜଣ ପିତା ହେବେ । ବର୍ତ୍ତମାନ
ତୁମେ ଅଲୌକିକ ପିତାଙ୍କର ସନ୍ତାନ ହୋଇଛ ଯାହାଙ୍କ ଦ୍ୱାରା ତୁମେ ବର୍ସା ନେଉଛ । ତୁମେ ପିଲାମାନେ
ହିଁ ବ୍ରାହ୍ମଣ ହେଉଛ ପୁଣି ଦେବତା ହେବ । ବିନାଶ ମଧ୍ୟ ତୁମକୁ ଦେଖିବାକୁ ହେବ, ଯାହାକୁ ତୁମେ ଏହି
ଆଖିରେ ଦେଖିବ, ବୋମା ପକାଇବେ । ମନୁଷ୍ୟ ତ ମରିବେ ନା । ଜାପାନରେ ମଧ୍ୟ ବୋମା ପକାଇଲେ, ଦେଖିଲ
ନା କିପରି ମନୁଷ୍ୟ ମଲେ । ଏବେ ଏଠାରେ ଲଢେଇ ଲାଗି ଚାଲିଛି । ନିଜେ ବି କହୁଛନ୍ତି ଅସହ୍ୟ
ହୋଇଗଲାଣି । ୧୦-୧୦ ବର୍ଷ ଧରି ମଧ୍ୟ ଲଢେଇ ଲାଗି ରହୁଛି । ବୋମା ଦ୍ୱାରା ତ ଗୋଟିଏ ସେକେଣ୍ଡରେ
ସବୁ ଶେଷ ହୋଇଯିବ । ଅଗ୍ନିକଣା ପଡିଲେ ସମ୍ପୂର୍ଣ୍ଣ ସହର ନଷ୍ଟ ହୋଇଯାଇଥାଏ । ଏହା ତ ବୋମା ଅଟେ ।
ନିଆଁ ବି ଲାଗିବାର ଅଛି ।
ତୁମେ ସନ୍ତାନମାନେ ଜାଣିଛ ବାବା ଆସି ହିଁ ଛନ୍ତି ସ୍ଥାପନା ଓ ବିନାଶ କରାଇବା ପାଇଁ । ତେଣୁ
ନିଶ୍ଚୟ ଏସବୁ ହେବ । ବର୍ତ୍ତମାନ ହେଉଛି ପୁରୁଷାର୍ଥ କରିବାର ସମୟ । ମାୟା ପ୍ରତି ମୂହୁର୍ତ୍ତରେ
ତୁମର ବୁଦ୍ଧିଯୋଗ ବିଚ୍ଛିନ୍ନ ଦେଉଛି । ଏବେ ତୁମେ ଅଚଳ ସ୍ଥିର ହୋଇ ନାହଁ? କହୁଛନ୍ତି ବାବା
ମାୟାର ବହୁତ ତୋଫାନ ଆସୁଛି । କେହି-କେହି ତ ସାରା ଦିନରେ ଘଣ୍ଟାଏ, ଅଧ ଘଣ୍ଟାଏ ମଧ୍ୟ ମନେ ପକାଉ
ନାହାଁନ୍ତି ! ବାବା କହୁଛନ୍ତି - ତୁମେ କର୍ମଯୋଗୀ ଅଟ । ୮ ଘଣ୍ଟା ଏହି ସେବା କର । ୮ ଘଣ୍ଟା
ଯେପରି ବାବାଙ୍କୁ ମନେ ପକାଇ ପାରିବ, ସେପରି ପୁରୁଷାର୍ଥ କରିବାକୁ ହେବ । ତାଙ୍କୁ ସ୍ମରଣ କରି
ଚାଲିଲେ ବିକର୍ମ ବିନାଶ ହେବ, ଏହାକୁ ହିଁ ଯୋଗ ଅଗ୍ନି କୁହାଯାଉଛି । ଏହା ହିଁ ପରିଶ୍ରମ ଅଟେ ।
ଘର ସଂସାରରେ ରହି କେବଳ ବାବାଙ୍କୁ ସ୍ମରଣ କରିବାକୁ ହେବ । ଏକଥା ମଧ୍ୟ ବାବା କହୁଛନ୍ତି ଯେ
ଯେଉଁମାନେ ଘର ଗୃହସ୍ଥ ଛାଡିଛନ୍ତି, ସନ୍ତାନ ହୋଇଛନ୍ତି, ସେମାନେ ମଧ୍ୟ ଏତେ ମନେ ପକାଉ ନାହାଁନ୍ତି
। ଘରେ ରହିଲାବାଲା ଆହୁରି ଅଧିକ ମନେ ପକାଉଛନ୍ତି । ଅର୍ଜୁନ ଏବଂ ଶବର ପିଲା ଏକଲବ୍ୟର ମଧ୍ୟ
ଉଦାହରଣ ଦେଇଥା’ନ୍ତି ନା । ପରିଶ୍ରମ ହେଉଛି ବାବାଙ୍କୁ ମନେ ପକାଇବା ଏବଂ ଚକ୍ରକୁ ବୁଝିବା ।
ମହାଭାରତ ଲଢେଇ ମଧ୍ୟ ନିଶ୍ଚୟ ଲାଗିବ । ସତ୍ୟଯୁଗରେ ଲଢେଇ ଲାଗିବ ନାହିଁ । ତୁମ ସନ୍ତାନମାନଙ୍କୁ
ଅନ୍ଧର ଲାଠି ବି ହେବାକୁ ପଡିବ । ସମସ୍ତଙ୍କୁ ରାସ୍ତା ବତାଇବାକୁ ହେବ ଯେ ବାବାଙ୍କୁ ଓ ଚକ୍ରକୁ
ମନେ ପକାଅ । ସ୍ୱଦର୍ଶନ ଚକ୍ରଧାରୀ ହୁଅ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଅତି କମ୍ରେ
୮ ଘଣ୍ଟା ବାବାଙ୍କ ସ୍ମୃତିରେ ରହିବାର ପୁରୁଷାର୍ଥ କରିବାକୁ ହେବ । ନିଜର ଅବସ୍ଥାକୁ ଅଚଳ-ଅଟଳ
ରଖିବା ପାଇଁ ଯୋଗର ଅଭ୍ୟାସକୁ ବଢାଇବାକୁ ହେବ । ଏଥିରେ ଅବହେଳା କରିବାର ନାହିଁ ।
(୨) ଏହି ଡ୍ରାମା
ସମ୍ପୂର୍ଣ୍ଣ ସଠିକ ଭାବରେ ତିଆରି ହୋଇଛି । ସେଥିପାଇଁ କାହା ଉପରେ ବି ବିରକ୍ତ ହେବାର ନାହିଁ ।
ନିଶ୍ଚୟବୁଦ୍ଧି ହେବାର ଅଛି ।
ବରଦାନ:-
ତୋଡନା, ମୋଡନା
ଏବଂ ଯୋଡନା ଏହି ତିନୋଟି ଶବ୍ଦର ସ୍ମୃତି ଦ୍ୱାରା ସଦା ବିଜୟୀ ଭବ ।
ସାରା ପାଠପଢାର ଏବଂ
ଶିକ୍ଷାଗୁଡିକର ସାରାଂଶ ଏହି ତିନୋଟି ଶବ୍ଦ ଅଟେ - (୧) କର୍ମ ବନ୍ଧନକୁ ତୋଡନା ଅର୍ଥାତ୍
ତୁଟାଇବାକୁ ହେବ (୨) ନିଜର ସ୍ୱଭାବ-ସଂସ୍କାରକୁ ମୋଡନା ଅର୍ଥାତ୍ ପରିବର୍ତ୍ତନ କରିବାକୁ ହେବ ଏବଂ
(୩) ଏକମାତ୍ର ବାବାଙ୍କ ସହିତ ସର୍ବ ସମ୍ବନ୍ଧ ଯୋଡିବାକୁ ହେବ - ଏହି ତିନୋଟି ଶବ୍ଦ ସମ୍ପୂର୍ଣ୍ଣ
ବିଜୟୀ କରିଦେବ । ଏଥିପାଇଁ ସର୍ବଦା ଏହି ସ୍ମୃତି ରହୁ ଯେ ଯାହା ବି ସବୁ ଏହି ନୟନ ଦ୍ୱାରା ବିନାଶୀ
ଜିନିଷଗୁଡିକୁ ଦେଖୁଛୁ ସେଗୁଡିକ ବିନାଶ ହୋଇସାରିଛି । ସେଗୁଡିକୁ ଦେଖୁଥିଲେ ମଧ୍ୟ ନିଜର ନୂଆ
ସମ୍ବନ୍ଧ, ନୂଆ ସୃଷ୍ଟିକୁ ଦେଖୁଥାଅ, ଯାହାଦ୍ୱାରା କେବେ ବି ପରାଜୟ ହୋଇପାରିବ ନାହିଁ ।
ସ୍ଲୋଗାନ:-
ଯୋଗୀର ଲକ୍ଷଣ
ହେଲା - ସର୍ବଦା ସ୍ୱଚ୍ଛ ଏବଂ ସ୍ପଷ୍ଟ ।
ଅବ୍ୟକ୍ତ ଈଶାରା:-
ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ ।
ଯଦି ବ୍ରାହ୍ମଣ ଜୀବନରେ
ସଂକଳ୍ପରେ ମଧ୍ୟ ଅପବିତ୍ରତା ବା ଅମର୍ଯ୍ୟାଦା ଆସିଯାଉଛି, ତେବେ ସିଂହାସନ ଅଧିକାରୀ ହେବା
ପରିବର୍ତ୍ତେ ଖସିବାର ସ୍ଥିତିକୁ ଆସିଯାଉଛ । କୌଣସ ବିକର୍ମ ନ ହେଲେ ମଧ୍ୟ ଯଦି ବ୍ୟର୍ଥ କର୍ମ ବି
ହେଲା ତେବେ ପଶ୍ଚାତାପ କରିବାକୁ ନ ପଡିଲେ ମଧ୍ୟ ଅନୁଭବ ନିଶ୍ଚିତ ହେବ । ଅନୁଭବ ହେବ ଯେ ଏହା ଭୁଲ୍
ଅଟେ, ହେବା ଉଚିତ୍ ନୁହେଁ.... ଏହା ମଧ୍ୟ କଣ୍ଟା ଫୁଟିବା ଭଳି କଷ୍ଟ ଦେଇଥାଏ, ସେଥିପାଇଁ ଏହି
ବ୍ୟର୍ଥ ଠାରୁ ମଧ୍ୟ ମୁକ୍ତ ହୁଅ ।