17.10.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଖରାପ କଥା ଶୁଣ ନାହିଁ, କେବଳ ବାବାଙ୍କ ଠାରୁ ହିଁ ଶୁଣିବାକୁ ହେବ, ଗୃହସ୍ଥ ବ୍ୟବହାରରେ ରହି ପଦ୍ମ ଫୁଲ ସଦୃଶ ରହିବାକୁ ହେବ ।”

ପ୍ରଶ୍ନ:-
କେଉଁ ଖେଳକୁ ଯଥାର୍ଥ ଭାବରେ ଜାଣିଥିବା ପିଲାମାନେ କେବେ ବି ଦ୍ୱନ୍ଦ୍ୱରେ ପଡିବେ ନାହିଁ?

ଉତ୍ତର:-
ଦୁଃଖ ଏବଂ ସୁଖ, ଭକ୍ତି ଏବଂ ଜ୍ଞାନର ଯେଉଁ ଖେଳ ଚାଲିଛି, ଏହାକୁ ଯଥାର୍ଥ ଭାବରେ ଜାଣିଥିବ । ପିଲାମାନେ କେବେ ହେଲେ ଦ୍ୱନ୍ଦ୍ୱରେ ପଡି ନ ଥାନ୍ତି । ତୁମେ ଜାଣିଛ ଭଗବାନ କାହାକୁ ଦୁଃଖ ଦେଇ ନ ଥାନ୍ତି, ସେ ହେଉଛନ୍ତି ଦୁଃଖହର୍ତ୍ତା-ସୁଖକର୍ତ୍ତା । ଯେତେବେଳେ ସମସ୍ତେ ଦୁଃଖୀ ହୋଇଯାଇଥା’ନ୍ତି, ସେତେବେଳେ ଦୁଃଖରୁ ମୁକ୍ତ କରିବା ପାଇଁ ହିଁ ସେ ଆସିଥା’ନ୍ତି ।

ଗୀତ:-
ୟହ କୌନ ଆଜ ଆୟା ସବେରେ-ସବେରେ.....

ଓମ୍ ଶାନ୍ତି ।
ପିଲାମାନେ କ’ଣ ଶୁଣିଲେ? ଭକ୍ତିର ଗୀତ । ଭକ୍ତିକୁ ଇଂରାଜୀରେ ଫିଲୋସୋଫି (ଦର୍ଶନଶାସ୍ତ୍ର) କୁହାଯାଏ । ଉପାଧି ମିଳିଥାଏ ଡକ୍ଟର ଅଫ୍ ଫିଲୋସୋଫି । ଭକ୍ତି ତ ଛୋଟ ବଡ ମନୁଷ୍ୟ ସମସ୍ତେ ଜାଣିଛନ୍ତି । କାହାକୁ ବି ପଚାର ଈଶ୍ୱର କେଉଁଠାରେ ରହୁଛନ୍ତି, ତେବେ କହିଦେବେ ସର୍ବବ୍ୟାପୀ ଅଟନ୍ତି । ଏହା ମଧ୍ୟ ଫିଲୋସୋଫି ହେଲା ନା । ଏବେ ଶାସ୍ତ୍ରର କୌଣସି ବି କଥା ବାବା ଶୁଣାଉ ନାହାଁନ୍ତି । କୌଣସି ବି ଭକ୍ତକୁ ଜ୍ଞାନ ସାଗର କୁହାଯିବ ନାହିଁ । ନା ତାଙ୍କ ପାଖରେ ଜ୍ଞାନ ଅଛି, ନା ସିଏ ଜ୍ଞାନ ସାଗରଙ୍କ ସନ୍ତାନ ଅଟନ୍ତି । ଜ୍ଞାନ ସାଗର ବାବାଙ୍କୁ କେହି ଜାଣିନାହାଁନ୍ତି । ନା ସେମାନେ ନିଜକୁ ବାବାଙ୍କର ସନ୍ତାନ ବୋଲି ଭାବିଥାନ୍ତି । ସେମାନେ ସମସ୍ତେ ଭକ୍ତି କରିଥାନ୍ତି ଭଗବାନଙ୍କ ସହିତ ମିଶିବା ପାଇଁ । କିନ୍ତୁ ସେମାନେ ଭଗବାନଙ୍କୁ ଜାଣିନାହାଁନ୍ତି ତେବେ ଭକ୍ତିରୁ କ’ଣ ଲାଭ ହେବ । ଅନେକଙ୍କୁ ଏହି ଉପାଧି ମିଳୁଥିବ ଡକ୍ଟର ଅଫ୍ ଫିଲୋସୋଫି, କିନ୍ତୁ ସେମାନଙ୍କ ବୁଦ୍ଧିରେ ତ ଗୋଟିଏ କଥା ହିଁ ରହିଛି ଯେ ଈଶ୍ୱର ସର୍ବବ୍ୟାପୀ ଅଟନ୍ତି । ଏହାକୁ ଫିଲୋସୋଫି ଭାବୁଛନ୍ତି, ଏହିଥିରେ ହିଁ ତଳକୁ ଖସି ଆସିଛନ୍ତି, ଏହାକୁ କୁହାଯାଏ ଧର୍ମଗ୍ଲାନି । ଆମେ କୌଣସି ବି ମନୁଷ୍ୟମାନଙ୍କ ସହିତ ଶାସ୍ତ୍ରର ବାଦ-ବିବାଦ କରିପାରିବା ନାହିଁ । ଆମେ କୌଣସି ମନୁଷ୍ୟଠାରୁ ପଢିନାହୁଁ, ଅନ୍ୟ ସମସ୍ତେ ମନୁଷ୍ୟ, ମନୁଷ୍ୟ ଦ୍ୱାରା ପାଠ ପଢିଥାନ୍ତି । ବେଦ ଶାସ୍ତ୍ର ଆଦି ସବୁ ମନୁଷ୍ୟମାନଙ୍କଠାରୁ ହିଁ ପଢିଥାନ୍ତି । ଏହି ଶାସ୍ତ୍ର ମଧ୍ୟ ମନୁଷ୍ୟମାନେ ହିଁ ତିଆରି କରିଛନ୍ତି । ତୁମକୁ ତ ଏହି ଜ୍ଞାନ ଶୁଣାଇଲାବାଲା ହେଉଛନ୍ତି ଏକମାତ୍ର ରୁହାନୀ ବାବା । ସିଏ ଥରେ ମାତ୍ର ଆସି ବୁଝାଉଛନ୍ତି । ଏବେ ଆମକୁ କୌଣସି ମନୁଷ୍ୟଠାରୁ କିଛି ବି ଶିଖିବାର ନାହିଁ । ତୁମମାନଙ୍କୁ ଏବେ ଆଧ୍ୟାତ୍ମିକ ପିତାଙ୍କଠାରୁ ହିଁ ଶୁଣିବାକୁ ହେବ । ଶୁଣିଲାବାଲା ହେଉଛନ୍ତି ରୁହାନୀ ପିଲାମାନେ, ଯେଉଁମାନେ କି ଆତ୍ମା ଅଟନ୍ତି । ସେମାନେ ସବୁ ମନୁଷ୍ୟ ମନୁଷ୍ୟକୁ ଶୁଣାଉଛନ୍ତି । ଏହା ହେଉଛି ରୁହାନୀ ବାବାଙ୍କର ଜ୍ଞାନ । ତାହା ହେଉଛି ମନୁଷ୍ୟମାନଙ୍କର ଜ୍ଞାନ । ଏହି ସାକାର ବାବା ବି ମନୁଷ୍ୟ ଅଟନ୍ତି ନା । କୁହ, ରୁହାନୀ ବାବା ଏହାଙ୍କ ଦ୍ୱାରା ଆମକୁ ଜ୍ଞାନ ଶୁଣାଉଛନ୍ତି । ଆମେ ଆତ୍ମାମାନେ ତାଙ୍କଠାରୁ ଶୁଣୁଛୁ । ଆମେ ଆତ୍ମା ପୁଣି ଶରୀର ଦ୍ୱାରା ଅନ୍ୟମାନଙ୍କୁ ଶୁଣାଉଛୁ । ଏହା ହେଉଛି ରୁହାନୀ ଜ୍ଞାନ । ବାକି ସବୁ ହେଉଛି ଶାରୀରିକ ଜ୍ଞାନ । ଭକ୍ତିରେ ଶରୀରର ପୂଜା କରିଥାନ୍ତି । ବାବା କହୁଛନ୍ତି - ତୁମେମାନେ ନିଜକୁ ମନୁଷ୍ୟ ଅଥବା ଭକ୍ତ ବୋଲି ଭାବ ନାହିଁ । ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ । ତୁମେ ଆତ୍ମାମାନେ ଭାଇ-ଭାଇ ଅଟ । ଗାୟନ ମଧ୍ୟ ରହିଛି ଆତ୍ମା-ପରମାତ୍ମା ଅଲଗା ରହିଲେ ବହୁକାଳ.... ତେବେ ଆମକୁ କୌଣସି ବି ମନୁଷ୍ୟଠାରୁ ଶୁଣିବାର ନାହିଁ । କେହି ଯଦି ପ୍ରଶ୍ନ ପଚାରୁଛନ୍ତି ତେବେ କୁହ - ଆମ ପାଖରେ କୌଣସି ଶାସ୍ତ୍ରର ଜ୍ଞାନ ନାହିଁ । ଆମେ ତାକୁ ଫିଲୋସୋଫି କହୁଛୁ ଅର୍ଥାତ୍ ଭକ୍ତିମାର୍ଗର ଜ୍ଞାନ । ସଦ୍‌ଗତି ଦେବାର ଜ୍ଞାନ କେବଳ ଏକମାତ୍ର ବାବା ହିଁ ଦେଉଛନ୍ତି । ସମସ୍ତଙ୍କର ସଦ୍‌ଗତି ଦାତା ଜଣେ ହିଁ ବୋଲି ଗାୟନ ରହିଛି । ତେଣୁ ତୁମ ପିଲାମାନଙ୍କୁ କାହା ସହିତ ଯୁକ୍ତିତର୍କ କରିବାର ନାହିଁ ।

ବାବା କହୁଛନ୍ତି ମୁଁ ହେଉଛି ଜ୍ଞାନର ଅଥରିଟୀ, ଜ୍ଞାନର ସାଗର । ମୁଁ ତୁମମାନଙ୍କୁ କୌଣସି ଶାସ୍ତ୍ର ଆଦି ଶୁଣାଉ ନାହିଁ । ଆମର ଏହା ହେଉଛି ରୁହାନୀ ଜ୍ଞାନ । ବାକି ସବୁ ହେଉଛି ଭୌତିକ ଜ୍ଞାନ । ଅନ୍ୟ ସତସଙ୍ଗ ଆଦି ସବୁ ଭକ୍ତିମାର୍ଗ ପାଇଁ ରହିଛି । ଏକଥା ରୁହାନୀ ବାବା ଆତ୍ମାମାନଙ୍କୁ ବୁଝାଉଛନ୍ତି ସେଥିପାଇଁ ଦେହୀ-ଅଭିମାନୀ ହେବା ପାଇଁ ପିଲାମାନଙ୍କୁ ମେହନତ କରିବାକୁ ପଡୁଛି । ଆମେ ଆତ୍ମାମାନେ ବାବାଙ୍କଠାରୁ ବର୍ସା ନେଉଛୁ । ବାବାଙ୍କର ସନ୍ତାନମାନେ ନିଶ୍ଚିତ ବାବାଙ୍କର ହିଁ ସିଂହାସନର ଉତ୍ତରାଧିକାରୀ ହେବେ ନା । ଲକ୍ଷ୍ମୀ-ନାରାୟଣ ମଧ୍ୟ ଦେହଧାରୀ ଅଟନ୍ତି । ସେମାନଙ୍କ ସନ୍ତାନମାନେ ଶାରୀରିକ ପିତାଙ୍କଠାରୁ ସମ୍ପତ୍ତି ପାଇଥା’ନ୍ତି । ଏହି କଥା ହିଁ ଅଲଗା ଅଟେ । ସତ୍ୟଯୁଗରେ ମଧ୍ୟ ଶାରୀରିକ କଥା ହୋଇଯାଇଥାଏ । ସେଠାରେ ଏପରି କହିବେ ନାହିଁ ଯେ ରୁହାନୀ ବାବାଙ୍କଠାରୁ ବର୍ସା ମିଳୁଛି । ବର୍ତ୍ତମାନ ଦେହ-ଅଭିମାନକୁ ତ୍ୟାଗ କରିବାକୁ ହେବ । ଆମେ ଆତ୍ମା ଅଟୁ ଏବଂ ଆମକୁ ବାବାଙ୍କୁ ସ୍ମରଣ କରିବାକୁ ହେବ । ଏହା ହିଁ ଭାରତର ପ୍ରାଚୀନ ଯୋଗ ବୋଲି ଗାୟନ ରହିଛି । ୟାଦ ଅକ୍ଷର ହିନ୍ଦୀ ଶବ୍ଦ ଅଟେ । ତେବେ ଏହି ଜ୍ଞାନ ତୁମକୁ ଏବେ କିଏ ଦେଉଛନ୍ତି? ଏକଥା କେହି ମନୁଷ୍ୟ ଜାଣିନାହାଁନ୍ତି । ଜନ୍ମ-ଜନ୍ମାନ୍ତର ମନୁଷ୍ୟ, ମନୁଷ୍ୟଙ୍କ ସହିତ କଥା ହୋଇ ଆସିଛନ୍ତି । ଏବେ ରୁହାନୀ ବାବା ରୁହାନୀ ପିଲାମାନଙ୍କ ସହିତ କଥା ହେଉଛନ୍ତି । ରୁହାନୀ ବାବା ହିଁ ଏହି ଜ୍ଞାନ ଶୁଣାଉଛନ୍ତି, ସେଥିପାଇଁ ଏହାକୁ ରୁହାନୀ ଆଧ୍ୟାତ୍ମିକ ଜ୍ଞାନ କୁହାଯାଏ । ଗୀତାକୁ ମଧ୍ୟ ସେମାନେ ଆଧ୍ୟାତ୍ମିକ ଜ୍ଞାନ ବୋଲି ଭାବିଥାନ୍ତି, କିନ୍ତୁ ସେଥିରେ ଦେହଧାରୀ କୃଷ୍ଣଙ୍କର ନାମ ଲେଖି ଦେଇଛନ୍ତି । ବାବା କହୁଛନ୍ତି କୌଣସି ବି ମନୁଷ୍ୟ ପାଖରେ ଏହି ଜ୍ଞାନ ନ ଥିବ । ଯଦି କେବେ ବି କେହି ତୁମ ସହିତ ତର୍କ କରୁଛନ୍ତି ତେବେ ତାଙ୍କୁ କୁହ, ଏହା ହେଉଛି ତୁମର ଭକ୍ତିର ଜ୍ଞାନ । ମନୁଷ୍ୟମାନଙ୍କ ଦ୍ୱାରା ରଚନା କରାଯାଇଥିବା ଶାସ୍ତ୍ରର ଜ୍ଞାନ । ସତ୍ୟ ଜ୍ଞାନ ତ ଏକମାତ୍ର ଜ୍ଞାନର ସାଗର ବାବାଙ୍କ ପାଖରେ ହିଁ ରହିଛି, ସିଏ ନିଜେ ଏହି ଜ୍ଞାନ ଦେଉଛନ୍ତି । ତାଙ୍କୁ ପରମ ପିତା ବୋଲି କହୁଛନ୍ତି । ପୂଜା ମଧ୍ୟ ସେହି ନିରାକାରଙ୍କର ହିଁ ହେଉଛି । ଯଦି ଅନ୍ୟ କେଉଁ ନିରାକାରୀ ମାନଙ୍କର ପୂଜା ହେଉଛି ତେବେ ସେମାନେ ମଧ୍ୟ ତାଙ୍କର ସନ୍ତାନ ହିଁ ଅଟନ୍ତି । ମାଟିର ଶାଳଗ୍ରାମ ତିଆରି କରି ପୂଜା କରୁଛନ୍ତି । ରୁଦ୍ର ଯଜ୍ଞ ରଚନା କରୁଛନ୍ତି । ତୁମେମାନେ ଜାଣିଛ ଯେ ସେହି ପରମପିତା ପରମାତ୍ମା ନିରାକାରୀ ଦୁନିଆରେ ରହିଥାନ୍ତି । ଆମେ ଆତ୍ମାମାନେ ମଧ୍ୟ ସେହିଠାରେ ରହିଥାଉ । ସେହି ଜ୍ଞାନର ସାଗର ଆସି ସମସ୍ତଙ୍କୁ ଜ୍ଞାନ ଶୁଣାଇ ସଦ୍‌ଗତି କରିଦେଇଥାଆନ୍ତି । ସିଏ ହେଉଛନ୍ତି ଉର୍ଦ୍ଧ୍ୱରୁ ଉର୍ଦ୍ଧ୍ୱରେ ରହିଲାବାଲା ପରମପିତା ପରମାତ୍ମା । ସବୁ ଆତ୍ମା ଭାଇମାନଙ୍କୁ ପାର୍ଟ ମିଳିଛି, ଯେଉଁମାନେ ପୁଣି ଶରୀର ଧାରଣ କରି ଭାଇ ଭଉଣୀ ହେଉଛନ୍ତି । ବାକି ସବୁ ଆତ୍ମାମାନେ ଜଣେ ପିତାଙ୍କର ସନ୍ତାନ ଅଟନ୍ତି । ଆତ୍ମା ଯେବେ ଶରୀର ଧାରଣ କରିଥାଏ ତେବେ ସ୍ୱର୍ଗରେ ସୁଖ, ନର୍କରେ ଦୁଃଖ ପାଇଥାଏ । ଏହା କାହିଁକି ହୋଇଥାଏ? ବୁଝାଯାଉଛି - ଜ୍ଞାନ ଏବଂ ଭକ୍ତି । ତାହା ହେଉଛି ଦିନ, ଏହା ହେଉଛି ରାତି । ଜ୍ଞାନ ଦ୍ୱାରା ସୁଖ, ଭକ୍ତି ଦ୍ୱାରା ଦୁଃଖ ମିଳିଥାଏ, ଏହିପରି ଖେଳ ତିଆରି ହୋଇଛି । ଏପରି ନୁହେଁ ଯେ ଦୁଃଖ ସୁଖ ସବୁ ଭଗବାନ ହିଁ ରଚନା କରୁଛନ୍ତି । ଭଗବାନଙ୍କୁ ସେତେବେଳେ ହିଁ ଡାକିଥାନ୍ତି ଯେବେ ଦୁଃଖୀ ହୋଇଥାନ୍ତି । ଭାବିଥାନ୍ତି ଯେ ସିଏ ସୁଖ ଦେଲାବାଲା ଅଟନ୍ତି । ପୁଣି ଯେବେ ସୁଖର ସମୟ ଶେଷ ହୋଇଥାଏ ପୁଣି ରାବଣର ୫ ବିକାର ଯୋଗୁଁ ଦୁଃଖ ଆରମ୍ଭ ହୋଇଥାଏ । ଏହା ହିଁ ଖେଳ, ଯାହାକୁ ଯଥାର୍ଥ ରୀତିରେ ବୁଝିବାକୁ ହେବ । ଏହାକୁ ହିଁ ରୁହାନୀ ଜ୍ଞାନ କୁହାଯାଉଛି । ବାକି ହେଉଛି ସବୁ ଭୌତିକ ଜ୍ଞାନ, ତାକୁ ଆମେ ଶୁଣିବାକୁ ଚାହୁଁନାହୁଁ । ଆମକୁ ହୁକୁମ୍ ମିଳିଛି - କେବଳ ନିରାକାର ବାବାଙ୍କଠାରୁ ହିଁ ଶୁଣ । ବାବା କହୁଛନ୍ତି - ଖରାପ କଥା ଶୁଣ ନାହିଁ..... ଆମେ ଏକମାତ୍ର ଭଗବାନଙ୍କଠାରୁ ଶୁଣୁଛୁ । ତୁମେମାନେ ମନୁଷ୍ୟମାନଙ୍କଠାରୁ ଶୁଣୁଛ । ଏଥିରେ ରାତି-ଦିନର ଫରକ ରହିଛି । ବଡ-ବଡ ବିଦ୍ୱାନମାନେ ଶାସ୍ତ୍ର ଆଦି ପଢିଥାନ୍ତି । ତାହା ତ ଆମେ ବି ବହୁତ ପଢିଛୁ । ଏବେ ଭଗବାନ କହୁଛନ୍ତି ତୁମେ ଗୁରୁ ବହୁତ କରିଛ, ଏବେ ସେମାନଙ୍କୁ ଛାଡ, ମୁଁ ଯାହା ଶୁଣାଉଛି ତାହା ଶୁଣ । ଭଗବାନ ହେଉଛନ୍ତି ନିରାକାର । ତାଙ୍କର ନାମ ହେଉଛି ଶିବ । ଏବେ ଆମେ ତାଙ୍କଠାରୁ ଶୁଣୁଛୁ । ବାବା ନିଜେ ନିଜର ପରିଚୟ ଏବଂ ନିଜ ରଚନାର ଆଦି ମଧ୍ୟ ଅନ୍ତର ପରିଚୟ ଦେଉଛନ୍ତି । ପୁଣି ଆମେ ଆପଣଙ୍କଠାରୁ ଶାସ୍ତ୍ର ଆଦିର କଥା ଶୁଣିବୁ କାହିଁକି! ଆମେ ଆପଣଙ୍କୁ ରୁହାନୀ ଜ୍ଞାନ ଶୁଣାଉଛୁ । ଶୁଣିବାର ଅଛି ତ ଶୁଣ । ଏଥିରେ ଦ୍ୱନ୍ଦ୍ୱରେ ପଡିବାର ତ କୌଣସି କଥା ହିଁ ନାହିଁ । ସାରା ଦୁନିଆ ଗୋଟିଏ ପଟେ ରହିଛି ଏବଂ ତୁମର ସଂଖ୍ୟା କେତେ କମ୍ । ବାବା ଏବେ କହୁଛନ୍ତି ମୋତେ ମନେ ପକାଅ ତେବେ ତୁମ ଉପରେ ଯେଉଁ ପାପର ବୋଝ ରହିଛି ତାହା ଓହ୍ଲାଇଯିବ ଏବଂ ତୁମେ ପବିତ୍ର ହୋଇଯିବ । ଯେଉଁମାନେ ପବିତ୍ର ହେବେ ସେହିମାନେ ପବିତ୍ର ଦୁନିଆର ମାଲିକ ହେବେ । ଏବେ ପୁରୁଣା ଦୁନିଆ ବଦଳିବାର ଅଛି । କଳିଯୁଗ ପରେ ସତ୍ୟଯୁଗ ଆସିବ । ସତ୍ୟଯୁଗ ହେଲା ପବିତ୍ର ଦୁନିଆ । କଳିଯୁଗରେ ହିଁ ମୋତେ ଡାକୁଛନ୍ତି କି ଆସି ପବିତ୍ର ଦୁନିଆ ସ୍ଥାପନ କର । ତେଣୁ ମୁଁ ଏବେ ଆସିଛି, ମୋତେ ମନେ ପକାଅ । ଏବେ ଦୁନିଆ ବଦଳୁଛି । ଏହା ଅନ୍ତିମ ଜନ୍ମ ଅଟେ । ଏହି ପୁରୁଣା ଦୁନିଆରୁ ଆସୁରୀ ରାଜ୍ୟ ସମାପ୍ତ ହୋଇ ରାମରାଜ୍ୟ ସ୍ଥାପନ ହେଉଛି, ସେଥିପାଇଁ ଏବେ ଏହି ଅନ୍ତିମ ଜନ୍ମ ଗୃହସ୍ଥ ବ୍ୟବହାରରେ ରହି କମଳ ପୁଷ୍ପ ସମାନ ପବିତ୍ର ହୁଅ । ଏହା ବିଷୟ ସାଗର ଅଟେ ନା । ପଦ୍ମ ଫୁଲ ପାଣି ଉପରେ ରହିଥାଏ । ତେଣୁ ଏବେ ତୁମେମାନେ ଗୃହସ୍ଥ ବ୍ୟବହାରରେ ରହି ପଦ୍ମ ଫୁଲ ସମାନ ପବିତ୍ର ହୁଅ । ତୁମେ ସନ୍ତାନମାନେ ଜାଣିଛ ଯେ ମୁଁ ରାଜତ୍ୱ ସ୍ଥାପନ କରୁଛି । ଏବେ ସାରା ଦୁନିଆ ବଦଳିବ । ଧର୍ମସ୍ଥାପକମାନେ କେବଳ ନିଜ-ନିଜର ଧର୍ମ ସ୍ଥାପନ କରିଥାନ୍ତି । ପ୍ରଥମେ ସେମାନେ ପବିତ୍ର ହୋଇଥାନ୍ତି ପୁଣି ପତିତ ହୋଇଥାନ୍ତି । ସତଗୁରୁ ତ ଜଣେ ହିଁ ସଦ୍‌ଗତି ଦାତା ଅଟନ୍ତି । ମନୁଷ୍ୟମାନେ ସେତେବେଳେ ଗୁରୁ କରିଥାନ୍ତି ଯେତେବେଳେ ସଦ୍‌ଗତିକୁ ଯିବାକୁ ଚାହିଁଥାନ୍ତି । ଯେତେବେଳେ ପାପ ବହୁତ ହୋଇଥାଏ, ସେତେବେଳେ ରୁହାନୀ ବାବା ଜ୍ଞାନ ଶୁଣାଇଥାନ୍ତି । ଭକ୍ତିର ଫଳ ସ୍ୱରୂପ ଜ୍ଞାନ ତୁମକୁ ଭଗବାନଙ୍କଠାରୁ ମିଳିଥାଏ । ଭଗବାନ କୌଣସି ଭକ୍ତି ଶିଖାଇ ନାହାଁନ୍ତି । ସିଏ ତ ଜ୍ଞାନ ଦେଉଛନ୍ତି । କହୁଛନ୍ତି ମୋତେ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହେବ ଏବଂ ପବିତ୍ର ହେବାର ଆଉ କୌଣସି ରାସ୍ତା ନାହିଁ । ନୂଆ ଦୁନିଆରେ ସମସ୍ତେ ସ୍ୱର୍ଗବାସୀ ଥିଲେ । ଏବେ ପୁରୁଣା ଦୁନିଆରେ ସମସ୍ତେ ନର୍କବାସୀ ହୋଇଯାଇଛନ୍ତି, ସେଥିପାଇଁ ବାବା କହୁଛନ୍ତି ମୁଁ ସମସ୍ତଙ୍କର ଉଦ୍ଧାର କରିବାକୁ ଆସିଛି । ମୁଁ ହିଁ ଆସି ତୁମମାନଙ୍କୁ ରୁହାନୀ ଜ୍ଞାନ ଦେଉଛି । ବାବା ନିଜର ପରିଚୟ ଦେଉଛନ୍ତି । ମୁଁ ତୁମମାନଙ୍କର ପିତା ଅଟେ । ବର୍ତ୍ତମାନ ଏହା ହେଉଛି ନର୍କ । ନୂଆ ଦୁନିଆକୁ ସ୍ୱର୍ଗ କୁହାଯାଏ । ଏହା କିପରି କୁହାଯିବ ଯେ ଏହିଠାରେ ହିଁ ସ୍ୱର୍ଗ ନର୍କ ରହିଛି, ଯାହାଙ୍କ ପାଖରେ ବହୁତ ଧନ ଅଛି ସିଏ ସ୍ୱର୍ଗରେ ଅଛନ୍ତି । ସ୍ୱର୍ଗ ତ ନୂଆ ଦୁନିଆରେ ହିଁ ହୋଇଥାଏ । ଏଠାରେ ସ୍ୱର୍ଗ କେଉଁଠୁ ଆସିବ, ସେଥିପାଇଁ ଆମେ କୌଣସି ମନୁଷ୍ୟମାନଙ୍କର କଥା ଶୁଣି ନ ଥାଉ । ବାବା କହୁଛନ୍ତି ଯଦି ତୁମକୁ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାର ଅଛି, ତେବେ ମୋତେ ମନେ ପକାଅ । ସାରା ଦିନ ତୁମମାନଙ୍କ ବୁଦ୍ଧିରେ ଏହି ଜ୍ଞାନ ରହିବା ଦରକାର । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏକମାତ୍ର ବାବାଙ୍କ ଠାରୁ ହିଁ ଆତ୍ମିକ ଜ୍ଞାନ ଶୁଣିବାର ଅଛି । କାହା ସହିତ ଅନ୍ୟ କୌଣସି କଥାର ବାଦ-ବିବାଦ ଅର୍ଥାତ୍ ଯୁକ୍ତିତର୍କ କରିବାର ନାହିଁ ।

(୨) ଦେହୀ-ଅଭିମାନୀ ହେବାର ମେହନତ କରିବାକୁ ହେବ । ସତ୍ତ୍ୱପ୍ରଧାନ ହେବା ପାଇଁ ଏକମାତ୍ର ବାବାଙ୍କ ସ୍ମୃତିରେ ହିଁ ରହିବାକୁ ହେବ ।

ବରଦାନ:-
କର୍ମ ଦ୍ୱାରା ଗୁଣର ଦାନ କରୁଥିବା ଡବଲ ଲାଇଟ୍ ଫରିସ୍ତା ମୂର୍ତ୍ତି ଭବ ।

ଯେଉଁ ପିଲାମାନେ କର୍ମଣା ଦ୍ୱାରା ଗୁଣର ଦାନ କରିଥାଆନ୍ତି, ସେମାନଙ୍କର ଚାଲିଚଳନ ଏବଂ ଚେହେରା ଦୁଇଟିଯାକ ଫରିସ୍ତା ଭଳି ଦେଖାଯାଇଥାଏ । ସେମାନେ ଡବଲ ଲାଇଟ୍ ଅର୍ଥାତ୍ ପ୍ରକାଶମୟ ଏବଂ ହାଲୁକା ପଣିଆର ଅନୁଭବ କରିଥାଆନ୍ତି । ସେମାନଙ୍କୁ କୌଣସି ବୋଝର ଅନୁଭବ ହୋଇ ନ ଥାଏ । ପ୍ରତ୍ୟେକ କର୍ମରେ ବାବାଙ୍କର ସହଯୋଗର ଅନୁଭୂତି ହୋଇଥାଏ । ଯେପରି କୌଣସି ଶକ୍ତି ମୋତେ ପରିଚାଳିତ କରୁଛି । ସେମାନେ ନିଜର ପ୍ରତ୍ୟେକ କର୍ମ ଦ୍ୱାରା ମହାଦାନୀ ହୋଇଥିବା କାରଣରୁ ସେମାନଙ୍କୁ ସମସ୍ତଙ୍କଠାରୁ ଆଶୀର୍ବାଦ ବା ସମସ୍ତଙ୍କର ବରଦାନ ପ୍ରାପ୍ତିର ଅନୁଭବ ହୋଇଥାଏ ।

ସ୍ଲୋଗାନ:-
ସେବାରେ ସଫଳତାର ତାରକା ହୁଅ, ଦୁର୍ବଳ ନୁହେଁ ।

ଅବ୍ୟକ୍ତ ଈଶାରା:- ପରୋପକାରର ଭାବନାରେ ସମ୍ପନ୍ନ ହୋଇ ଅପକାରୀର ମଧ୍ୟ ଉପକାର କର ।

ତୁମମାନଙ୍କର ସମ୍ପର୍କରେ ଆସୁଥିବା ଆତ୍ମା ଯେଉଁଭଳି ବି ହୋଇଥାଉ, ଚାହେଁ ସତୋଗୁଣୀ ହୋଇଥାଉ, ଚାହେଁ ତମୋଗୁଣୀ ହୋଇଥାଉ, ସମସ୍ତଙ୍କ ପ୍ରତି ଶୁଭଚିନ୍ତକ ହେବା ଅର୍ଥ ଅପକାରୀର ମଧ୍ୟ ଉପକାରୀ ହେବା । କେବେ ବି କୌଣସି ଆତ୍ମା ପ୍ରତି ଘୃଣା ଦୃଷ୍ଟି ନୁହେଁ କାହିଁକିନା ଜାଣିଛ ଯେ ଇଏ ଅଜ୍ଞାନର ବଶୀଭୂତ ଅଟେ ଅର୍ଥାତ୍ ଅବୋଧ ବାଳକ ସମାନ ଅଟେ । ଅବୋଧ ବାଳକର କୌଣସି ବି କର୍ମକୁ ଦେଖି ଘୃଣା ଆସେ ନାହିଁ ବରଂ ସେହି ପିଲା ପ୍ରତି ଦୟା ବା ସ୍ନେହ ଆସିଥାଏ ।

ମାତେଶ୍ୱରୀଜୀଙ୍କର ଅମୂଲ୍ୟ ମହାବାକ୍ୟ:-

(୧) “ଜୀବନର ଆଧାର ହେଉଛି ଜ୍ଞାନ, ଯୋଗ ଏବଂ ଦୈବୀ ଗୁଣର ଧାରଣା”

ମୋର ତ ପୂର୍ଣ୍ଣ ବିଶ୍ୱାସ ରହିଛି ଯେ - ପରମପିତା ପରମାତ୍ମାଙ୍କ ଦ୍ୱାରା ଆମକୁ ଜ୍ଞାନ ପ୍ରାପ୍ତ ହେଉଛି, ଏହି ଜ୍ଞାନ ମାର୍ଗରେ ମୁଖ୍ୟତଃ ୩ଟି ବିଷୟକୁ ନେଇ ଆମକୁ ପୁରା ପୁରୁଷାର୍ଥ କରିବା ଉପରେ ଧ୍ୟାନ ଦେବାର ଅଛି । ପ୍ରଥମତଃ ଯୋଗ ଅର୍ଥାତ୍ ନିରନ୍ତର ଈଶ୍ୱରୀୟ ସ୍ମୃତି ଯାହା ଦ୍ୱାରା ବିକର୍ମର ବିନାଶ ହୋଇଥାଏ । ଦ୍ୱିତୀୟତଃ ଜ୍ଞାନ ଅର୍ଥାତ୍ ସମସ୍ତ ବ୍ରହ୍ମାଣ୍ଡ ଓ ସୃଷ୍ଟିର ଆଦି-ମଧ୍ୟ-ଅନ୍ତ କିପରି ହୋଇଥାଏ, ଯେତେବେଳେ ଏହି ଜ୍ଞାନ ପ୍ରାପ୍ତ ହୋଇଥାଏ ସେତେବେଳେ ଏହି ଜ୍ଞାନ ଆଧାରରେ ଆମ ଜୀବନରେ ପ୍ରତ୍ୟକ୍ଷ ରୂପେ ପରିବର୍ତ୍ତନ ଆସିଥାଏ ଏବଂ ଆମେ ଉତ୍ତମ ଭବିଷ୍ୟ ଗଢିପାରୁ । ତୃତୀୟ କଥା ହେଲା - ଯୋଗ୍ୟତା - ତେଣୁ ଆମକୁ ସର୍ବଗୁଣ ସମ୍ପନ୍ନ, ୧୬ କଳା ସମ୍ପୂର୍ଣ୍ଣ ଅବଶ୍ୟ ହେବାକୁ ପଡିବ । ତେବେ ହିଁ ଆମେ ଦେବତା ହୋଇପାରିବା । ତେଣୁ ନିଜକୁ ନିଜେ ଚାଲିବା ବୁଲିବା ଖାଇବା ପିଇବା ସମୟରେ ମଧ୍ୟ ଏହି ତିନୋଟି ବିଷୟ ଉପରେ ଧ୍ୟାନ ରଖିବା ଜରୁରୀ ଅଟେ । ଏହି ଗୋଟିଏ ଜନ୍ମରେ ହିଁ ଜ୍ଞାନବଳ, ଯୋଗବଳ ଏବଂ ଦୈବୀଗୁଣର ଧାରଣା କରାଯାଇଥାଏ । ତିନୋଟିଯାକ କଥାର ପରସ୍ପର ସହିତ ସମ୍ବନ୍ଧ ରହିଛି । ଜ୍ଞାନ ବିନା ଯୋଗ ଲାଗିବ ନାହିଁ ଏବଂ ଯୋଗ ବିନା ଦୈବୀଗୁଣର ଧାରଣା ହୋଇପାରିବ ନାହିଁ । ଏହି ତିନୋଟି ବିଷୟ ଉପରେ ସାରା ଜୀବନ ଆଧାରିତ, ତେବେ ଯାଇ ହିଁ ବିକର୍ମର ଖାତା ସମାପ୍ତ ହୋଇ ଶ୍ରେଷ୍ଠ କର୍ମ ହୋଇପାରିବ । ଏହାକୁ ହିଁ ଈଶ୍ୱରୀୟ ଜୀବନ କୁହାଯାଏ ।

(୨) ଭାରତର ପ୍ରାଚୀନ ଯୋଗ ପରମାତ୍ମାଙ୍କ ଦ୍ୱାରା ଶିଖା ଯାଇଛି”

ଆମର ଏହି ଈଶ୍ୱରୀୟ ଯୋଗ ଭାରତର ପ୍ରାଚୀନ ଯୋଗ ନାମରେ ବିଖ୍ୟାତ । ଏହି ଯୋଗକୁ ଅବିନାଶୀ ଯୋଗ କୁହାଯିବାର କାରଣ କ’ଣ? ଏହା ପରମପିତା ପରମାତ୍ମାଙ୍କ ଦ୍ୱାରା ଶିଖାଯାଇଛି । ମନୁଷ୍ୟମାନେ ମଧ୍ୟ ଯୋଗ ଶିକ୍ଷା ଦେଉଛନ୍ତି, ତେଣୁ ଯୋଗାଶ୍ରମ ଆଦି ରହିଛି କିନ୍ତୁ ସେମାନେ ପ୍ରାଚୀନ ଯୋଗ ଶିକ୍ଷା ଦେଇପାରିବେ ନାହିଁ । ଯଦି ଏପରି ଯୋଗ ହୋଇଥାଆନ୍ତା, ତେବେ ପୁଣି ସେ ଶକ୍ତି କାହିଁ! ଭାରତ ତ ଦିନକୁ ଦିନ ନିର୍ବଳ ହୋଇ ଚାଲିଛି, ଏଥିରୁ ସିଦ୍ଧ ହେଉଛି ଯେ ଏହି ଯୋଗ ଅବିନାଶୀ ଯୋଗ ନୁହେଁ । ଯାହାଙ୍କ ସହ ଯୋଗଯୁକ୍ତ ହେବାର ଅଛି, ସେ ନିଜେ ହିଁ ଶିଖାଇ ପାରିବେ । ଅନ୍ୟ ସହ ଯୋଗଯୁକ୍ତ ହେବାର ନାହିଁ, ତେଣୁ ସେ ଶିଖାଇବେ କିପରି? ଏହା ତ ସ୍ୱୟଂ ପରମାତ୍ମା ହିଁ କରିପାରିବେ । ସିଏ ହିଁ ଆମକୁ ଏହାର ପୁରା ଭେଦ ବତାଇ ପାରିବେ । ବାକି ତ ଚାରିଆଡେ କହିଚାଲିଛନ୍ତି ଯେ ଆମେ ଯୋଗ ଶିଖାଇବୁ । ଏହା ତ ଆମେ ଜାଣୁଛେ ଯେ ପରମାତ୍ମା ସ୍ୱୟଂ ସଚ୍ଚା ଯୋଗ ଶିକ୍ଷା ଦେଇ ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ଦୈବୀ ରାଜ୍ୟ ସ୍ଥାପନ କରୁଛନ୍ତି । ଏବେ ସେହି ପରମାତ୍ମା ପ୍ରତି କଳ୍ପରେ ଆମକୁ ପ୍ରାଚୀନ ଯୋଗ ଶିକ୍ଷା ଦେଉଛନ୍ତି । କହୁଛନ୍ତି ହେ ଆତ୍ମା ମୋ ସହ ନିରନ୍ତର ଯୋଗଯୁକ୍ତ ହୋଇ ରୁହ, ତେବେ ତୁମର ପାପ ନାଶ ହୋଇଯିବ । ଆଚ୍ଛା। ଓମ୍ ଶାନ୍ତି ।