18.05.25    Avyakt Bapdada     Odia Murli    25.03.2005     Om Shanti     Madhuban


“ମାଷ୍ଟର ଜ୍ଞାନ ସୂର୍ଯ୍ୟ ହୋଇ ଅନୁଭୂତିର କିରଣ ବିଚ୍ଛୁରିତ କରି ବିଧାତା ହୁଅ, ତପସ୍ୱୀ ହୁଅ”


ଆଜି ବାପଦାଦା ନିଜର ଚାରିଆଡର ହୋଲୀହଂସ ପିଲାମାନଙ୍କ ସହିତ ହୋଲୀ ପର୍ବ ପାଳନ କରିବା ପାଇଁ ଆସିଛନ୍ତି । ପିଲାମାନେ ମଧ୍ୟ ସ୍ନେହର ଡୋରିରେ ବାନ୍ଧି ହୋଇ ହୋଲୀ ପାଳନ କରିବା ପାଇଁ ପହଞ୍ଚିଯାଇଛନ୍ତି । ମିଳନ କରିବା ପାଇଁ କେତେ ସ୍ନେହରେ ଆସି ପହଞ୍ଚି ଯାଇଛନ୍ତି । ଆଜି ବାପଦାଦା ସବୁ ପିଲାଙ୍କର ଭାଗ୍ୟକୁ ଦେଖୁଥିଲେ - କେତେ ବଡ ଭାଗ୍ୟ, ଏମାନଙ୍କୁ ମିଳିଛି! ଯେତିକି ହୋଲୀଏଷ୍ଟ ଅର୍ଥାତ୍ ଶ୍ରେଷ୍ଠ ପବିତ୍ର ଅଟନ୍ତି ସେତିକି ହାଇଏଷ୍ଟ ଅର୍ଥାତ୍ ସର୍ବୋଚ୍ଚ ମଧ୍ୟ ଅଟନ୍ତି । ସାରା କଳ୍ପରେ ଦେଖ ତୁମମାନଙ୍କର ଭାଗ୍ୟଠାରୁ ଉଚ୍ଚ ଭାଗ୍ୟ ଆଉ କାହାର ବି ନାହିଁ । ଜାଣିଛ ନା ନିଜର ଭାଗ୍ୟକୁ? ବର୍ତ୍ତମାନ ମଧ୍ୟ ପରମାତ୍ମ ପାଳନା, ପରମାତ୍ମ ଶିକ୍ଷା ଏବଂ ପରମାତ୍ମ ବରଦାନରେ ପାଳିତ ହେଉଛ, ଭବିଷ୍ୟତରେ ମଧ୍ୟ ବିଶ୍ୱର ରାଜ୍ୟ ଅଧିକାରୀ ହେଉଛ ଏବଂ ହେବା ମଧ୍ୟ ସୁନିଶ୍ଚିତ ଅଟେ, ନିଧାର୍ଯ୍ୟ ଅଟେ, ଏଥିରେ ତୁମର ନିଶ୍ଚୟ ମଧ୍ୟ ଅଛି । ଏହା ପରେ ପୁଣି ଯେତେବେଳେ ପୂଜ୍ୟ ହେଉଛ, ସେତେବେଳେ ତୁମେ ଶ୍ରେଷ୍ଠ ଆତ୍ମାମାନଙ୍କ ଭଳି ବିଧିପୂର୍ବକ ପୂଜା ଆଉ କାହାର ବି ହେଉ ନାହିଁ । ତେଣୁ ବର୍ତ୍ତମାନ, ଭବିଷ୍ୟତ ଏବଂ ପୂଜ୍ୟ ସ୍ୱରୂପରେ ମଧ୍ୟ ହାଇଏଷ୍ଟ ଅର୍ଥାତ୍ ଉଚ୍ଚରୁ ଉଚ୍ଚ ଅଟ । ତୁମମାନଙ୍କର ଜଡ ଚିତ୍ରର ମଧ୍ୟ ପ୍ରତ୍ୟେକ କର୍ମର ପୂଜା ହେଉଛି । ଦୁନିଆରେ ଆଜି ପର୍ଯ୍ୟନ୍ତ ଅନେକ ଧର୍ମ ପିତାମାନେ, ଅନେକ ମହାତ୍ମାମାନେ ଜନ୍ମ ଗ୍ରହଣ କରିଯାଇଛନ୍ତି କିନ୍ତୁ ଏଭଳି ବିଧିପୂର୍ବକ ପୂଜା କେବଳ ତୁମେ ଉଚ୍ଚରୁ ଉଚ୍ଚ ପରମାତ୍ମ ସନ୍ତାନମାନଙ୍କର ହିଁ ହେଉଛି କାହିଁକି ନା ବର୍ତ୍ତମାନ ସମୟରେ ପ୍ରତ୍ୟେକ କର୍ମରେ କର୍ମଯୋଗୀ ହୋଇ କର୍ମ କରିବାର ବିଧିର ଫଳ ସ୍ୱରୂପ ପୂଜା ମଧ୍ୟ ବିଧିପୂର୍ବକ ହେଉଛି । ତେଣୁ ଏହି ସଂଗମ ସମୟର ପୁରୁଷାର୍ଥର ହିଁ ପ୍ରାରବ୍ଧ ପ୍ରାପ୍ତ ହେଉଛି । ତେବେ ଉଚ୍ଚରୁ ଉଚ୍ଚ ଭଗବାନ ତୁମମାନଙ୍କୁ ମଧ୍ୟ ଉଚ୍ଚରୁ ଉଚ୍ଚ ପ୍ରାପ୍ତି କରାଉଛନ୍ତି ।

ହୋଲୀ ଅର୍ଥାତ୍ ପବିତ୍ରତା, ତୁମୋମନେ ହୋଲୀଏଷ୍ଟ ମଧ୍ୟ ଅଟ, ହାଇଏଷ୍ଟ ମଧ୍ୟ ଅଟ । ଏହି ବ୍ରାହ୍ମଣ ଜୀବନର ମୂଳଦୁଆ ହିଁ ପବିତ୍ରତା ଅଟେ । ସଂକଳ୍ପ ମାତ୍ରରେ ମଧ୍ୟ ଅପବିତ୍ରତା ଶ୍ରେଷ୍ଠ ହେବା ପାଇଁ ଦେବ ନାହିଁ । ପବିତ୍ରତା ହିଁ ସୁଖ ଶାନ୍ତିର ଜନନୀ । ପବିତ୍ରତା ହିଁ ସର୍ବ ପ୍ରାପ୍ତିର ଚାବୀ କାଠି । ସେଥିପାଇଁ ତୁମମାନଙ୍କର ସ୍ଳୋଗାନ ହେଲା - “ପବିତ୍ର ହୁଅ, ଯୋଗୀ ହୁଅ” । ଯାହାର ସ୍ମାରକୀ ହୋଲୀ ପର୍ବ ଅଟେ । ସେଥିରେ ମଧ୍ୟ ଦେଖ ପ୍ରଥମେ ଜଳାଇଥାଆନ୍ତି ତା’ପରେ ପାଳନ କରନ୍ତି, ନ ଜଳାଇବା ପର୍ଯ୍ୟନ୍ତ ହୋଲୀ ପାଳନ କରନ୍ତି ନାହିଁ । ଅପବିତ୍ରତାକୁ ଜଳାଇଥାଆନ୍ତି, ତୁମେମାନେ ଯୋଗ ଅଗ୍ନି ଦ୍ୱାରା ଅପବିତ୍ରତାକୁ ଜଳାଉଛ, ଏହାର ସ୍ମାରକୀ ରୂପରେ ସେମାନେ ମଧ୍ୟ ନିଆଁରେ ଜଳାଉଛନ୍ତି ଏବଂ ଜଳାଇ ସାରିବା ପରେ ଯେତେବେଳେ ପବିତ୍ର ହୋଇଯାଉଛନ୍ତି ସେତେବେଳେ ଖୁସିର ସହିତ ହୋଲୀ ପାଳନ କରୁଛନ୍ତି ଏବଂ ପବିତ୍ର ହେବାର ସ୍ମାରକୀ ରୂପରେ ପରସ୍ପର ସହିତ ମିଳନ ମଧ୍ୟ କରୁଛନ୍ତି କାହିଁକି ନା ତୁମେମାନେ ମଧ୍ୟ ଯେତେବେଳେ ଅପବିତ୍ରତାକୁ ଜଳାଇ ଦେଉଛ, ପରମାତ୍ମାଙ୍କର ସଙ୍ଗର ରଙ୍ଗରେ ଲାଲ୍ ହୋଇଯାଉଛ, ସେତେବେଳେ ସର୍ବଆତ୍ମାଙ୍କ ପ୍ରତି ଶୁଭଭାବନା, ଶୁଭକାମନାର ମିଳନ ଉତ୍ସବ ପାଳନ କରୁଛ । ଏହାର ସ୍ମାରକୀ ରୂପରେ ସେମାନେ ମଧ୍ୟ ମଙ୍ଗଳ ମିଳନ ପାଳନ କରୁଛନ୍ତି । ସେଥିପାଇଁ ବାପଦାଦା ସବୁ ପିଲାଙ୍କୁ ଏହି ସ୍ମୃତି ଦେଉଛନ୍ତି ଯେ ସର୍ବଦା ପ୍ରତ୍ୟେକଙ୍କଠାରୁ ଆଶୀର୍ବାଦ ନିଅ ଏବଂ ଆଶୀର୍ବାଦ ଦିଅ । ନିଜର ଆଶୀର୍ବାଦର ଶୁଭଭାବନା ଦ୍ୱାରା ମଙ୍ଗଳ ମିଳନ କର କାହିଁକି ନା ଯଦି କେହି ତୁମକୁ ବଦ୍‌ଦୁଆ ଅର୍ଥାତ୍ ଅଭିଶାପ ମଧ୍ୟ ଦେଉଛି ତେବେ ସେ ତ ଅପବିତ୍ରତା ଦ୍ୱାରା ବଶୀଭୂତ ଅଟେ ପୁଣି ବି ଯଦି ତୁମେ ସେହି ବଦ୍‌ଦୁଆକୁ ମନ ଭିତରେ ରଖିଦେଉଛ, ତେବେ କ’ଣ ଖୁସିରେ ରହିପାରୁଛ? ସୁଖୀ ହୋଇପାରୁଛ? ନା ବ୍ୟର୍ଥ ସଂକଳ୍ପର କାହିଁକି, କ’ଣ, କିପରି, କିଏ.... ଏହିଭଳି ଦୁଃଖର ଅନୁଭବ କରୁଛ? ତେଣୁ ବଦ୍‌ଦୁଆ ଅର୍ଥାତ୍ ଅଭିଶାପକୁ ଗ୍ରହଣ କରିବା ଅର୍ଥ ନିଜକୁ ମଧ୍ୟ ଦୁଃଖ ଏବଂ ଅଶାନ୍ତିର ଅନୁଭବ କରାଇବା । ବାପଦାଦାଙ୍କର ଯେଉଁ ଶ୍ରୀମତ ରହିଛି ସୁଖ ଦିଅ ଏବଂ ସୁଖ ନିଅ, ସେହି ଶ୍ରୀମତର ମଧ୍ୟ ଉଲ୍ଲଘଂନ ହୋଇଯାଉଛି । ତେଣୁ ଏବେ ସବୁ ପିଲା ଦୁଆ ଦେବା ଏବଂ ଦୁଆ ନେବା ଶିଖିଗଲ ତ! ଶିଖିଲ ତ!

ଆଉ ଗୋଟିଏ କଥା ହେଲା ପ୍ରତିଜ୍ଞା ଏବଂ ଦୃଢତା, ଦୃଢତା ପୂର୍ବକ ପ୍ରତିଜ୍ଞା କର - ମୁଁ ସମସ୍ତଙ୍କୁ ସୁଖ ଦେବି ଏବଂ ସୁଖ ନେବି । ଦୁଆ ନେବି ଏବଂ ଦୁଆ ନେବି । ପ୍ରତିଜ୍ଞା କରିଲ ତ? ସାହାସ ଅଛି ତ? ଯେଉଁମାନଙ୍କ ଭିତରେ ସାହସ ଅଛି ଆଜିଠାରୁ ଦୃଢତାର ସହିତ ସଂକଳ୍ପ କରୁଛନ୍ତି - ଦୁଆ ଦେବୁ ଏବଂ ଦୁଆ ନେବୁ, ସେମାନେ ହାତ ଉଠାଅ, ପକ୍କା? ପକ୍କା? କେବେ ବି କଞ୍ଚା ହେବ ନାହିଁ । ଯଦି କଞ୍ଚା ହୋଇ ରହିଯିବ ତେବେ କଞ୍ଚା ଫଳକୁ ଚଢେଇମାନେ ଖାଇଯାଆନ୍ତି । ତେଣୁ ଦୃଢତା ସଫଳତାର ଚାବୀ ଅଟେ । କ’ଣ ସମସ୍ତଙ୍କ ପାଖରେ ଚାବୀ ଅଛି ତ? ଅଛି ଚାବୀ? ଚାବୀ ଠିକ୍ ଠାକ୍ ଅଛି ତ? ମାୟା ଚୋରି କରିନେଉ ନାହିଁ ତ? ତା’ର ମଧ୍ୟ ଚାବୀ ପ୍ରତି ବହୁତ ସ୍ନେହ ଅଛି । ସର୍ବଦା ଦୃଢ ସଂକଳ୍ପର ସହିତ ଏହି ସଂକଳ୍ପକୁ ଜାଗ୍ରତ ରଖ, ସୁପ୍ତ ନୁହେଁ, ଜାଗ୍ରତ । ଏହି ସଂକଳ୍ପ ଜାଗ୍ରତ କର ଯେ ମୋତେ କରିବାକୁ ହିଁ ହେବ । ହେବାକୁ ହିଁ ପଡିବ ଏବଂ ହେବ ସୁନିଶ୍ଚିତ । ହୋଇ କରି ହିଁ ରହିଛି । ଏହାକୁ କୁହାଯାଏ ନିଶ୍ଚୟ ବୁଦ୍ଧି, ବିଜୟୀ ଆତ୍ମା । ଡ୍ରାମାରେ ବିଜୟ ନିଧାର୍ଯ୍ୟ ଅଟେ । କେବଳ ପୁନରାବୃତ୍ତି କରିବାକୁ ହେବ । ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ । ତିଆରି ହୋଇ ରହିଛି, ପୁଣି ଥରେ ତାକୁ ଦୋହରାଇବାକୁ ହେବ । କ’ଣ ମୁଶକିଲ ଅଟେ କି? କେବେ କେବେ ମୁଶକିଲ୍ ହୋଇଯାଉଛି! ତେବେ ଏହା ମୁଶକିଲ୍ କାହିଁକି ହେଉଛି? ତୁମେ ନିଜେ ନିଜେ ହିଁ ସହଜକୁ ମୁଶକିଲ୍ କରି ଦେଉଛ । ଗୋଟିଏ ଛୋଟିଆ ଭୁଲ୍‌ଟିଏ କରିଦେଉଛ, ଜାଣିଛ କେଉଁ ଭୁଲ୍‌ଟି କରୁଛ? ବାପଦାଦାଙ୍କୁ ସେହି ସମୟରେ ପିଲାମାନଙ୍କ ଉପରେ ଦୟା କ’ଣ କହିବୁ, ବହୁତ ସ୍ନେହ ଆସିଥାଏ । କେଉଁଭଳି ସ୍ନେହ ଆସିଥାଏ? ଗୋଟିଏ ପଟେ କହୁଛ ବାବା ଆମ ସହିତ ଏକାଠି ଅଛନ୍ତି । ସାଥୀରେ ବି ନୁହେଁ, ଏକାଠି ଯୁଗଳ ରୂପରେ ଅଛନ୍ତି । ତେବେ କ’ଣ ବାବା ଯୁଗଳ ଅଟନ୍ତି ତ? ଡବଲ ବିଦେଶୀମାନେ କ’ଣ କହୁଛ, ବାବା ଯୁଗଳ ଅଟନ୍ତି? ପଛବାଲା କ’ଣ କହୁଛ? ଗ୍ୟାଲେରୀବାଲା କ’ଣ କହୁଛ, ବାବା ଯୁଗଳ ରୂପରେ ଅଛନ୍ତି?

ଆଚ୍ଛା, ଆଜି ତ ବାପଦାଦାଙ୍କୁ ସମାଚାର ମିଳିଛି ଯେ ମଧୁବନ ନିବାସୀ ପାଣ୍ଡବ ଭବନ, ଜ୍ଞାନ ସରୋବର ଅର୍ଥାତ୍ ଶାନ୍ତିଧାମ ନିବାସୀ ଏବଂ ଏଠିକାବାଲା ମଧ୍ୟ ଅଲଗା ହଲରେ ବସି ମୁରଲୀ ଶୁଣୁଛନ୍ତି । ତେବେ ସେମାନଙ୍କୁ ମଧ୍ୟ ବାପଦାଦା ପଚାରୁଛନ୍ତି ଯେ ବାପଦାଦା ତୁମ ସହିତ କମ୍ବାଇଣ୍ଡ ଅର୍ଥାତ୍ ଯୁଗଳ ଅଟନ୍ତି? ହାତ ଉଠାଉଛନ୍ତି । ଯଦି ସର୍ବଶକ୍ତିବାନ ବାପଦାଦା କମ୍ବାଇଣ୍ଡ ଅଟନ୍ତି ପୁଣି ତୁମେ ଏକୁଟିଆ କାହିଁକି ହୋଇଯାଉଛ? ଯଦି ବି ତୁମେ ଦୁର୍ବଳ ଅଟ, ତେବେ ବାପଦାଦା ତ ସର୍ବଶକ୍ତିବାନ ଅଟନ୍ତି ନା! ତୁମେ ଏକୁଟିଆ ହୋଇଯାଉଛ ସେଥିପାଇଁ ଦୁର୍ବଳ ହୋଇଯାଉଛ । ତେଣୁ ସର୍ବଦା କମ୍ବାଇଣ୍ଡ ସ୍ୱରୂପରେ ରୁହ । ବାପଦାଦା ସବୁ ପିଲାଙ୍କର ସବୁ ସମୟର ସହଯୋଗୀ ଅଟନ୍ତି । ନଚେତ୍ ଶିବବାବା ପରମଧାମରୁ କାହିଁକି ଆସିଛନ୍ତି? ପିଲାମାନଙ୍କର ସହଯୋଗୀ ହେବା ପାଇଁ ହିଁ ଆସିଛନ୍ତି । ଦେଖ ବ୍ରହ୍ମାବାବା ମଧ୍ୟ ବ୍ୟକ୍ତରୁ ଅବ୍ୟକ୍ତ କ’ଣ ପାଇଁ ହେଲେ? ସାକାର ଶରୀରଧାରୀ ଅପେକ୍ଷା ଅବ୍ୟକ୍ତ ରୂପରେ ଅଧିକରୁ ଅଧିକ ସହଯୋଗ ଦେଇପାରିବେ । ତେଣୁ ବାପଦାଦା ଯେହେତୁ ସହଯୋଗ ଦେବା ପାଇଁ ନିଜ ଆଡୁ ପ୍ରସ୍ତାବ ଦେଉଛନ୍ତି, ତେବେ ତୁମେମାନେ ଏକୁଟିଆ କାହିଁକି ହେଉଛ? ମେହନତ କରିବାରେ କାହିଁକି ଲାଗିପଡୁଛି? ୬୩ ଜନ୍ମ ତ ମେହନତ କରିଛ ନା! କ’ଣ ସେହି ମେହନତ କରିବାର ସଂସ୍କାର ଏବେ ବି ଆକର୍ଷିତ କରୁଛି? ଏବେ ମୋହବତ୍‌ରେ ଅର୍ଥାତ୍ ପ୍ରଭୁ ପ୍ରେମରେ ବୁଡି ରୁହ, ଲଭରେ ଲୀନ ରୁହ । ତେବେ ମୋହବତ୍ ମେହନତରୁ ମୁକ୍ତ କରାଇଦେବ । କ’ଣ ମେହନତ କରିବାକୁ ଭଲ ଲାଗୁଛି କି? କ’ଣ ଅଭ୍ୟାସର ବଶୀଭୂତ ହୋଇଯାଇଛ? ତୁମେମାନେ ତ ସହଜଯୋଗୀ ଅଟ, ବାପଦାଦା ପରମଧାମରୁ ତୁମମାନଙ୍କ ପାଇଁ ଏକ ବିଶେଷ ଉପହାର ଆଣିଛନ୍ତି, ଜାଣିଛ ତାହା କ’ଣ? ହାତ ପାପୁଲୀରେ ସ୍ୱର୍ଗ ଦୁନିଆ ନେଇ ଆସିଛନ୍ତି । ତୁମମାନଙ୍କର ଗୋଟିଏ ଚିତ୍ର ମଧ୍ୟ ଅଛି ନା । ପିଲାମାନଙ୍କ ପାଇଁ ସାଥୀରେ ରାଜ୍ୟ ଭାଗ୍ୟ ନେଇ ଆସିଛନ୍ତି । ସେଥିପାଇଁ ବାପଦାଦାଙ୍କୁ ପିଲାମାନଙ୍କର ମେହନତ କରିବା ଆଦୌ ଭଲ ଲାଗୁ ନାହିଁ ।

ବାପଦାଦା ପ୍ରତ୍ୟେକ ସନ୍ତାନକୁ ମେହନତରୁ ମୁକ୍ତ ମୋହବତ୍‌ରେ ମଗନ ଦେଖିବାକୁ ଚାହୁଁଛନ୍ତି । ତେବେ ମେହନତ ବା ମାୟାର ଯୁଦ୍ଧଠାରୁ ମୁକ୍ତ ହେବା ପାଇଁ ଆଜି ସଂକଳ୍ପ ଦ୍ୱାରା ହୋଲୀ ଜଳାଇବା! ଜଳାଇବା ତ? ଜଳାଇବାର ଅର୍ଥ ହେଲା ଚିହ୍ନ ବର୍ଣ୍ଣ ସମାପ୍ତ ହେବା । କୌଣସି ଜିନଷକୁ ଜଳାଇ ଦେବା ପରେ ତା’ର ଚିହ୍ନ ବର୍ଣ୍ଣ ସମାପ୍ତ ହୋଇଯାଉଛି ନା! ତେବେ ଏହିଭଳି ହୋଲୀ ପାଳନ କରିବା? ହାତ ତ ସମସ୍ତେ ହଲାଉଛ । ବାପଦାଦା ପିଲାମାନଙ୍କର ହାତକୁ ଦେଖି ଖୁସି ହେଉଛନ୍ତି । କିନ୍ତୁ..... ପୁଣି କିନ୍ତୁ ମଧ୍ୟ ଅଛି । ତେବେ ସେହି କିନ୍ତୁଟି କ’ଣ କହିବୁ? ମନର ହାତ ହଲାଅ । ଏହି ସ୍ଥୂଳ ହାତ ହଲାଇଦେବା ତ ବହୁତ ସହଜ । ଯଦି ମନମାନୀ ଗଲା ଯେ ମୋତେ କରିବାକୁ ହିଁ ହେବ, ତେବେ ତ ଜାଣ ହୋଇ କରି ହିଁ ରହିଛି । ନୂଆ ନୂଆ ପିଲାମାନେ ମଧ୍ୟ ବହୁତ ଆସିଛନ୍ତି । ଯେଉଁମାନେ ପ୍ରଥମ ଥର ମିଳନ କରିବା ପାଇଁ ଆସିଛନ୍ତି ସେମାନେ ହାତ ଉଠାଅ । ଡବଲ ବିଦେଶୀମାନଙ୍କ ଭିତରେ ମଧ୍ୟ ନୂଆମାନେ ଅଛନ୍ତି ।

ଆଜି ଯେଉଁମାନେ ବି ପ୍ରଥମ ଥର ପାଇଁ ଆସିଛନ୍ତି, ବାପଦାଦା ସେହିମାନଙ୍କୁ ବିଶେଷ କରି ନିଜର ଭାଗ୍ୟ ଜମା କରିବାର ଅଭିନନ୍ଦନ ଦେଉଛନ୍ତି, କିନ୍ତୁ ଏହି ଅଭିନନ୍ଦନକୁ ସର୍ବଦା ସ୍ମୃତିରେ ରଖିଥିବ ଏବଂ ଏବେ ମଧ୍ୟ ସମସ୍ତଙ୍କୁ ଲାଷ୍ଟ ସୋ ଫାଷ୍ଟ ଅର୍ଥାତ୍ ଶେଷରେ ଆସିଥିଲେ ମଧ୍ୟ ତୀବ୍ର ପୁରୁଷାର୍ଥୀ ହେବାର ସୁଯୋଗ ଅଛି, କାହିଁକି ନା ଅନ୍ତିମ ଫଳାଫଳ ଏବେ ଶୁଣାଯାଇ ନାହିଁ । ତେଣୁ ଶେଷରେ ଆସିବାବାଲା ମଧ୍ୟ ପୂର୍ବରୁ ଆସିବାବାଲାଙ୍କଠାରୁ ତୀବ୍ର ପୁରୁଷାର୍ଥ ଦ୍ୱାରା ପ୍ରଥମ ନମ୍ବରରେ ଆସିପାରିବେ । ସୁଯୋଗ ଅଛି, ଯାଇପାରିବ । ତେଣୁ ସର୍ବଦା ଏହି ଲକ୍ଷ୍ୟ ରଖିଥାଅ ଯେ ମୋତେ ଅର୍ଥାତ୍ ମୁଁ ଆତ୍ମାକୁ ତୀବ୍ର ପୁରୁଷାର୍ଥ କରିବାକୁ ହେବ ଏବଂ ଫାଷ୍ଟକ୍ଲାସ୍‌ରେ ଆସିବାକୁ ହିଁ ହେବ । ହଁ ଭି.ଆଇ.ପି ମାନେ ବହୁତ ଆସିଛନ୍ତି ନା, ପଦବୀ ହିସାବରେ ତ ଭି.ଆଇ.ପି.ଅଟନ୍ତି ନା । ତେବେ ଯେଉଁ ସବୁ ଭି.ଆଇ.ପି ମାନେ ଆସିଛନ୍ତି ସେମାନେ ଲମ୍ବା ହାତ ଉଠାଅ । ପ୍ରାୟ (୧୫୦ ଜଣ ପାଖାପାଖି ଭାରତର ବିଭିନ୍ନ ସ୍ଥାନରୁ ଆସିଥିବା ଅତିଥିମାନେ ବାପଦାଦାଙ୍କ ସମ୍ମୁଖରେ ବସିଛନ୍ତି) ୱେଲ୍ କମ୍ । ନିଜର ଘରକୁ ଆସିବାର ୱେଲ୍ କମ୍ (ସ୍ୱାଗତମ୍‌) ଆସିଛ, ବହୁତ ଭଲ କରିଛ । ଏବେ ତ ପରିଚୟ ଦେବା ପାଇଁ ଭି.ଆଇ.ପି. କୁହାଯାଉଛି କିନ୍ତୁ ଏବେ ତୁମମାନଙ୍କୁ ଭି.ଭି.ଭି.ଆଇ.ପି. ହେବାର ଅଛି । ଦେଖ, ତୁମମାନଙ୍କର ଜଡ ଜିତ୍ର ଦେବୀଦେବତାମନେ ଭି.ଭି.ଆଇ.ପି. ଅଟନ୍ତି ନା, ତେଣୁ ତୁମମାନଙ୍କୁ ମଧ୍ୟ ନିଜର ପୂର୍ବଜ ମାନଙ୍କ ଭଳି ହେବାକୁ ହିଁ ପଡିବ । ବାପଦାଦା ପିଲାମାନଙ୍କୁ ଦେଖି ଖୁସି ହେଉଛନ୍ତି । ସମ୍ବନ୍ଧରେ ତ ଆସିଗଲ ନା! ତେଣୁ ଯେଉଁ ଭି.ଆଇ.ପି. ମାନେ ଆସିଛନ୍ତି, ସମସ୍ତେ ଉଠନ୍ତୁ । ବସି ବସି ଥକିଯାଇଥିବ ନା, ତେଣୁ କିଛି ସମୟ ପାଇଁ ଉଠ । ଆଚ୍ଛା!

ବର୍ତ୍ତମାନ ସମୟରେ ବାପଦାଦା ଦୁଇଟି କଥା ଉପରେ ବାରମ୍ବାର ଧ୍ୟାନ ଆକର୍ଷଣ କରାଉଛନ୍ତି, ଗୋଟିଏ ହେଲା ଷ୍ଟପ୍ ଅର୍ଥାତ୍ ବିନ୍ଦୁ ଲଗାଅ, ପଏଣ୍ଟ ଲଗାଅ । ଦ୍ୱିତୀୟରେ ଷ୍ଟକ୍ ଜମା କର । ଦୁଇଟି ଯାକ ଜରୁରୀ ଅଟେ । ବିଶେଷ କରି ତିନୋଟି ସମ୍ପତ୍ତି ଜମା କର - ଗୋଟିଏ ହେଲା ନିଜର ପୁରୁଷାର୍ଥର ପ୍ରାରବ୍ଧ ଅର୍ଥାତ୍ ପ୍ରତ୍ୟକ୍ଷ ଫଳ, ତାକୁ ଜମା କର, ଦ୍ୱିତୀୟରେ - ସର୍ବଦା ସନ୍ତୁଷ୍ଟ ରହିବା ଏବଂ ସନ୍ତୁଷ୍ଟ କରିବା । କେବଳ ସନ୍ତୁଷ୍ଟ ରହିଲେ ହେବ ନାହିଁ କରିବାକୁ ମଧ୍ୟ ପଡିବ । ତା’ର ଫଳ ସ୍ୱରୂପ ଆଶୀର୍ବାଦା ମଧ୍ୟ ଜମା କର । ଆଶୀର୍ବାଦର ଖାତା ମଧ୍ୟ କେବେ କେବେ କେହି କେହି ଜମା କରୁଛନ୍ତି କିନ୍ତୁ ଚାଲୁ ଚାଲୁ କୌଣସି ନା କୌଣସି ଛୋଟ ମୋଟ କଥାରେ ଦ୍ୱନ୍ଦ୍ୱରେ ପଡି, ଶକ୍ତିହୀନ ହୋଇ ଜମା କରିଥିବା ସମ୍ପତ୍ତିରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପକାଇ ଦେଉଛନ୍ତି । ତେଣୁ ଆଶୀର୍ବାଦର ଖାତା ମଧ୍ୟ ଜମା ହେବା ଦରକାର । ତା’ର ବିଧି ହେଲା ସନ୍ତୁଷ୍ଟ ରହିବା ଏବଂ ସନ୍ତୁଷ୍ଟ କରିବା । ତୃତୀୟରେ ହେଲା - ସେବା ଦ୍ୱାରା ସେବାର ଫଳ ଜମା କରିବା ବା ସମ୍ପତ୍ତି ଜମା କରିବା, ତା’ ସହିତ ସେବା କରିବାରେ ମଧ୍ୟ ବିଶେଷ କରି ନିମିତ୍ତ ଭାବ, ନିର୍ମାନ ଭାବ ଏବଂ ନିର୍ମଳ ବାଣୀ । ବେହଦର ସେବା । ମୋ’ର ସେବା ନୁହେଁ, ବାବାଙ୍କର ସେବା । ବାବା କରାବନହାର ଅର୍ଥାତ୍ ନିର୍ଦ୍ଦେଶକର୍ତ୍ତା ହୋଇ, ମୁଁ କରନହାର ଅର୍ଥାତ୍ କର୍ମକର୍ତ୍ତା ଦ୍ୱାରା ସେବା କରାଉଛନ୍ତି, ଏହା ହିଁ ହେଉଛି ବେହଦର ସେବା । ଏହି ତିନୋଟି ଯାକ ଖାତାକୁ ଚେକ୍ କର । ତିନୋଟିଯାକ ଖାତା ଜମା ହେଉଛି ତ? ତୁମ ଭିତରେ ମୋ’ର ପଣିଆର ଅଭାବ ହେବା ଦରକାର । ଇଚ୍ଛା ମାତ୍ରର ଅବିଦ୍ୟା । ଭାବୁଛ ନା - ଏହି ବର୍ଷ କ’ଣ କ’ଣ ସବୁ କରିବୁ? ସୀଜିନ୍ ତ ଶେଷ ହେବାକୁ ଯାଉଛି, ଏବେ ୬ ମାସ ପର୍ଯ୍ୟନ୍ତ କ’ଣ କରିବ? ଗୋଟିଏ ହେଲା ଖାତାଗୁଡିକୁ ଜମା କରିବ ଏବଂ ତା’କୁ ଭଲ ଭାବରେ ଚେକ୍ କରିବ । କେଉଁ କୋଣରେ କୌଣସି ବିନାଶୀ ଇଚ୍ଛା ରହିଯାଇ ନାହିଁ ତ? ମୁଁ ଏବଂ ମୋ’ର ପଣିଆ ନାହିଁ ତ? ମୁଁ ନେବତା ନୁହେଁ ତ? ଏବେ ବିଧାତା ହୁଅ ନେବତା ନୁହେଁ । ନା ନାମ, ନା ମାନ-ସମ୍ମାନ, ନା ସ୍ୱାଭିମାନ, କେଉଁଥିରେ ବି ନେବତା ନୁହେଁ, ଦାତା ହୁଅ, ବିଧାତା ହୁଅ ।

ଏବେ ତ ଦୁଃଖ ବହୁତ ବହୁତ ବଢିଚାଲିଛି ଏବଂ ବଢିବ ମଧ୍ୟ ସେଥିପାଇଁ ମାଷ୍ଟର ସୂର୍ଯ୍ୟ ହୋଇ ଅନୂଭୁତିର କିରଣ ବିଚ୍ଛରିତ କର । ସୂର୍ଯ୍ୟ ଯେପରି ଏକା ସମୟରେ କେତେ ଗୁଡିଏ ପ୍ରାପ୍ତି କରାଇ ପାରୁଛି, ଗୋଟିଏ ପ୍ରକାରର ପ୍ରାପ୍ତି କରାଉ ନାହିଁ । କେବଳ ଆଲୋକ ଦେଉ ନାହିଁ, ଶକ୍ତି ମଧ୍ୟ ଦେଉଛି ଏବଂ ଅନେକ ପ୍ରକାରର ପ୍ରାପ୍ତି କରାଇପାରୁଛି । ସେହିପରି ତୁମେମାନେ ମଧ୍ୟ ଏହି ୬ ମାସ ଭିତରେ ଜ୍ଞାନ ସୂର୍ଯ୍ୟ ହୋଇ ସୁଖର, ଖୁସିର, ଶାନ୍ତିର, ସହଯୋଗର କିରଣ ବିଚ୍ଛୁରିତ କର । ଅନୁଭୂତି କରାଅ । ତୁମମାନଙ୍କର ଚେହେରାକୁ ଦେଖିବା ମାତ୍ରେ ଦୁଃଖର ଲହଡି ଭିତରେ ମଧ୍ୟ ଅତି କମ୍‌ରେ ଟିକିଏ ହସ ତ ବାହାରୁ । ତୁମମାନଙ୍କର ଦୃଷ୍ଟି ଦ୍ୱାରା ସେମାନଙ୍କୁ ସାହସ ମିଳିଯାଉ, ତେବେ ଏହା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ହେବ । ବିଧାତା ହେବାକୁ ପଡିବ, ତପସ୍ୱୀ ହେବାକୁ ପଡିବ । ଏଭଳି ତପସ୍ୟା କର ଯାହାକି ତପସ୍ୟାର ଜ୍ୱାଳା କୌଣସି ନା କୌଣସି ଅନୁଭୂତି କରାଇ ପାରୁଥିବ । କେବଳ ତୁମର ବାଣୀ ନ ଶୁଣନ୍ତୁ, ଅନୁଭୂତି ମଧ୍ୟ କରନ୍ତୁ । କାହିଁକି ନା ଅନୁଭୂତି ଅମର ହୋଇଥାଏ । କେବଳ ବାଣୀ କିଛି ସମୟ ପାଇଁ ଭଲ ଲାଗିବ କିନ୍ତୁ ସର୍ବଦା ମନେ ରହିବ ନାହିଁ, ସେଥିପାଇଁ ଅନୁଭବ କର ଅଧିକାରୀ ହୋଇ ଅନୁଭବ କରାଅ । ଯେଉଁମାନେ ବି ତୁମର ସମ୍ବନ୍ଧ-ସମ୍ପର୍କରେ ଆସୁଛନ୍ତି ସେମାନଙ୍କୁ ନିଜର ସହଯୋଗ ଦ୍ୱାରା ହେଉ ବା ବାପଦାଦାଙ୍କ ସହିତ ସମ୍ବନ୍ଧ ଯୋଡିବା ଦ୍ୱାରା ହେଉ, ସାହସ ଏବଂ ଉମଙ୍ଗ-ଉତ୍ସାହ ପ୍ରାପ୍ତ କରାଅ । ଅଧିକ ମେହନତ କରାଅ ନାହିଁ । ନା ନିଜେ ମେହନତ କର, ନା ଅନ୍ୟମାନଙ୍କୁ କରାଅ । ନିମିତ୍ତ ଅଟ ନା! ତେଣୁ ଏଭଳି ଉମଙ୍ଗ-ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି କର ଯାହାକି ଗମ୍ଭୀର ଅର୍ଥାତ୍ ଉଦାସ ରହୁଥିବା ଆତ୍ମା ମଧ୍ୟ ଉମଙ୍ଗ-ଉତ୍ସାହରେ ଆସଯିବ । ଖୁସିରେ ତା’ର ମନ ନାଚିବାରେ ଲାଗିପଡୁ । ଶୁଣିଲ ତ କ’ଣ କରିବ? ଦେଖିବା, ଫଳାଫଳ କ’ଣ ହେଉଛି! କେଉଁ ସ୍ଥାନ କେତେ ଆତ୍ମାଙ୍କୁ ଦୃଢ ଅର୍ଥାତ୍ ପକ୍କା କରୁଛି । ନିଜେ ମଧ୍ୟ କେତେ ପକ୍କା ହୋଇଯାଇଛନ୍ତି ଏବଂ କେତେ ଜଣଙ୍କୁ ପକ୍କା କରି ଦେଇଛନ୍ତି? ସାଧାରଣ ସମାଚାର ଗୁଡିକୁ ଦେଖାଯିବ ନାହିଁ, କିଛି ଭୁଲ୍ କରିନାହୁଁ, ମିଛ କଥା କହି ନାହୁଁ, କୌଣସି ବିକର୍ମ କରି ନାହୁଁ, କିନ୍ତୁ କେତେ ଆତ୍ମାଙ୍କୁ ଉମଙ୍ଗ-ଉତ୍ସାହରେ ଆଣିଛୁ, ଅନୁଭୂତି କରାଇଛୁ, ଦୃଢତା ରୂପୀ ଚାବୀ ଦେଇଛୁ, କେବଳ ଏହି କଥା ହିଁ ଦେଖିବୁ । ଠିକ୍ ଅଛି ନା, କରିବାକୁ ହିଁ ହେବ ନା । ତୁମେ କରିବ ନାହିଁ ତ ଆଉ କିଏ କରିବ? କ’ଣ ପଛରେ ଆସିବାବାଲା କରିବେ? ତୁମେମାନେ ହିଁ କଳ୍ପ କଳ୍ପ ବାବାଙ୍କ ଦ୍ୱାରା ଅଧିକାରୀ ହୋଇଥିଲ, ଏବେ ମଧ୍ୟ ଅଟ ଏବଂ ପ୍ରତି କଳ୍ପରେ ହେବ । ଏହିଭଳି ଦୃଢତା ପୂର୍ବକ ପିଲାମାନଙ୍କର ସଂଗଠନକୁ ବାପଦାଦା ନିଶ୍ଚିତ ଦେଖିବେ । ଠିକ୍ ଅଛି ନା! ହାତ ଉଠାଅ, ହେବାକୁ ହିଁ ପଡିବ, ମନର ହାତ ଉଠାଅ । ଦୃଢ ନିଶ୍ଚୟର ହାତ ଉଠାଅ । ଏଠାରେ ତ ସମସ୍ତେ ପାସ୍ ହୋଇଗଲ । କ’ଣ ପାସ୍ ଅଟ ତ? ଆଚ୍ଛା!

ଚାରିଆଡର ହୃଦୟ ସିଂହାସନ ଅଧିକାରୀ ପିଲାମାନଙ୍କୁ ଦୂରରେ ଥିଲେ ମଧ୍ୟ ପରମାତ୍ମ ସ୍ନେହର ଅନୁଭବ କରୁଥିବା ପିଲାମାନଙ୍କୁ, ସର୍ବଦା ହୋଲୀ ଅର୍ଥାତ୍ ପବିତ୍ରତାର ମୂଳଦୁଆକୁ ମଜବୁତ କରୁଥିବା, ସ୍ୱପ୍ନ ମାତ୍ରରେ ମଧ୍ୟ ଅପବିତ୍ରତାର ଅଂଶମାତ୍ର ଠାରୁ ଦୂରରେ ରହୁଥିବା ମହାବୀର, ମହାବୀରଣୀ ପିଲାମାନଙ୍କୁ, ସର୍ବଦା ନିଜର ଜମାର ଖାତାରେ ଜମା କରିଚାଲିଥିବା ସମ୍ପନ୍ନ ପିଲାମାନଙ୍କୁ, ସର୍ବଦା ସନ୍ତୁଷ୍ଟମଣୀ ହୋଇ ନିଜେ ସନ୍ତୁଷ୍ଟ ରହୁଥିବା ଏବଂ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରୁଥିବା ବାବାଙ୍କ ସମାନ ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା, ଶୁଭ ଆଶୀର୍ବାଦ ଏବଂ ନମସ୍ତେ ।

ଦାଦିମାନଙ୍କ ସହିତ:- ଦାଦିମାନେ ତ ଗୁରୁ ଭାଇ ଅଟନ୍ତି ନା, ତେଣୁ ସାଥୀରେ ବସ । ଭାଇ ତ ସାଥୀରେ ବସିଥାଏ ନା । ବହୁତ ଭଲ! ବାପଦାଦା ପ୍ରତିଦିନ ସ୍ନେହର ମାଲିଶ୍ କରୁଛନ୍ତି । ନିମିତ୍ତ ଅଟ ନା! ଏହି ମାଲିଶ ହିଁ ତୁମମାନଙ୍କୁ ଚଲାଉଛି । ଏହା ତ ବହୁତ ଭଲ କଥା ଯାହାକି ତୁମମାନଙ୍କୁ ଦୃଷ୍ଟାନ୍ତ ରୂପରେ ଦେଖି ସମସ୍ତଙ୍କ ଭିତରେ ସାହସ ଆସିଯାଉଛି । ନିମିତ୍ତ ହୋଇଥିବା ଦାଦିମାନଙ୍କ ଭଳି ସେବାରେ ନିମିତ୍ତ ଭାବ ରଖି ଆଗକୁ ବଢିବାକୁ ହେବ । ଏହା ମଧ୍ୟ ବହୁତ ଭଲ କଥା ଯାହାକି ତୁମମାନଙ୍କର ଯେଉଁ ଭଳି ପକ୍କା ନିଶ୍ଚୟ ରହିଛି - ନିର୍ଦ୍ଦେଶକର୍ତ୍ତା ବାବା ହିଁ କରାଉଛନ୍ତି, ସାଥୀରେ ରହି ଚଲାଉଛନ୍ତି, ଏହିଭଳି ନିମିତ୍ତ ଭାବ ହିଁ ସେବା କରାଉଛି । କ’ଣ ମୁଁ ପଣିଆ ଅଛି କି? ଟିକିଏ ବି ମୁଁ ପଣିଆ ଆସୁଛି କି? ବହୁତ ଭଲ । ସାରା ବିଶ୍ୱ ସମ୍ମୁଖରେ ନିମିତ୍ତ ରୂପରେ ଦୃଷ୍ଟାନ୍ତ ଅଟ ନା! ତେଣୁ ବାପଦାଦା ମଧ୍ୟ ସର୍ବଦା ବିଶେଷ ସ୍ନେହ ସହିତ ଆଶୀର୍ବାଦ ଦେଇଚାଲିଛନ୍ତି । ଆଚ୍ଛା! ବହୁତ ପିଲା ଆସିଛନ୍ତି, ଏହା ତ ଭଲ କଥା ନା! ଲାଷ୍ଟ ପାଳି ଫାଷ୍ଟ ହୋଇଗଲା । ଆଚ୍ଛା!

ଡବଲ ବିଦେଶୀ ମୁଖ୍ୟ ମୁଖ୍ୟ ଟୀଚର ମାନଙ୍କ ସହିତ:- ସମସ୍ତେ ମିଶି ସମସ୍ତଙ୍କର ପାଳନା କରିବାର ନିମିତ୍ତ ହେଉଛ, ଏହା ବହୁତ ଭଲ ପାର୍ଟ କରୁଛ । ନିଜେ ମଧ୍ୟ ତାଜା ହୋଇଯାଉଛ ଏବଂ ଅନ୍ୟମାନଙ୍କୁ ମଧ୍ୟ ତାଜା କରିଦେଉଛ । ବହୁତ ଭଲ ପ୍ରୋଗ୍ରାମ କରୁଛ । ବାପଦାଦାଙ୍କୁ ପସନ୍ଦ ଅଟେ । ନିଜେ ଯଦି ତାଜା ହୋଇଥିବ ତେବେ ତ ଅନ୍ୟମାନଙ୍କୁ କରିପାରିବ ନା! ବହୁତ ଭଲ । ସମସ୍ତେ ଭଲ ସତେଜତାର ଅନୁଭବ କରିଲେ । ବାପଦାଦା ଖୁସି ଅଛନ୍ତି । ବହୁତ ଭଲ । ଓମ୍ ଶାନ୍ତି ।

ବରଦାନ:-
ନଲେଜଫୁଲ ସ୍ଥିତି ଦ୍ୱାରା ପରିସ୍ଥିତି ଗୁଡିକୁ ଅତିକ୍ରମ କରୁଥିବା ଅଂଗଦ ସମାନ ଅଚଳ ଅଟଳ ହୁଅ ।

ରାବଣ ରାଜ୍ୟର କୌଣସି ବି ପରିସ୍ଥିତି ବା ବ୍ୟକ୍ତି ଟିକିଏ ବି ସଂକଳ୍ପ ରୂପରେ ମଧ୍ୟ ହଲ୍‌ଚଲ୍ କରି ନ ପାରୁ । ଏହିଭଳି ଅଚଳ-ଅଟଳ ଭବର ବରଦାନୀ ହୁଅ । କାହିଁକି ନା କୌଣସି ବି ବିଘ୍ନ ତଳକୁ ଖସାଇବା ପାଇଁ ନୁହେଁ, ବରଂ ମଜବୁତ କରିବା ପାଇଁ ଆସିଥାଏ । ନଲେଜଫୁଲ୍ ଅର୍ଥାତ୍ ଜ୍ଞାନବାନ ଆତ୍ମା କେବେ ବି ପରୀକ୍ଷାକୁ ଦେଖି ବିଚଳିତ ହୁଅନ୍ତି ନାହିଁ । ମାୟା ଯେକୌଣସି ରୂପରେ ଆସିପାରେ କିନ୍ତୁ ତୁମୋମନେ ସର୍ବଦା ଯୋଗାଗ୍ନି ପ୍ରଜ୍ୱଳିତ କରି ରଖ, ନଲେଜଫୁଲ୍ ସ୍ଥିତିରେ ରୁହ, ତେବେ ସବୁ ବିଘ୍ନ ସ୍ୱତଃ ହିଁ ସମାପ୍ତ ହୋଇଯିବ ଏବଂ ତୁମେମାନେ ଅଚଳ ଅଟଳ ସ୍ଥିତିରେ ସ୍ଥିତ ରହିବ ।

ସ୍ଲୋଗାନ:-
ଯଦି ଶୁଦ୍ଧ ସଂକଳ୍ପର ସମ୍ପତ୍ତି ଜମା ହେଉଥିବ ତେବେ ବ୍ୟର୍ଥ ସଂକଳ୍ପରେ ସମୟ ନଷ୍ଟ ହେବ ନାହିଁ ।

ଅବ୍ୟକ୍ତ ଈଶାରା:- ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର । ପବିତ୍ରତାର ବ୍ୟକ୍ତିତ୍ୱ ଆଧାରରେ ହିଁ ବ୍ରହ୍ମାବାବା ଆଦିଦେବ ବା ପ୍ରଥମ ରାଜକୁମାର ହୋଇଗଲେ, ସେହିଭଳି ତୁମେମାନେ ମଧ୍ୟ ନିଜର ପିତାଙ୍କୁ ଅନୁକରଣ କରି ପ୍ରଥମ ନମ୍ବରର ବ୍ୟକ୍ତିତ୍ୱର ତାଲିକା ଭୃକ୍ତ ହୋଇଯାଅ, କାହିଁକି ନା ବ୍ରାହ୍ମଣ ଜନ୍ମର ସଂସ୍କାର ହିଁ ପବିତ୍ର ଅଟେ । ତୁମମାନଙ୍କର ଶ୍ରେଷ୍ଠତା ବା ମହାନତା ହିଁ ପବିତ୍ରତା ଅଟେ ।