18.06.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏହି
ରୁଦ୍ର ଜ୍ଞାନ ଯଜ୍ଞ ସ୍ୱୟଂ ରୁଦ୍ର ଭଗବାନ ରଚନା କରିଛନ୍ତି, ଏଥିରେ ତୁମେ ନିଜର ସବୁ କିଛି ସ୍ୱାହା
କରିଦିଅ କାହିଁକିନା ଏବେ ଘରକୁ ଯିବାକୁ ହେବ । ’’
ପ୍ରଶ୍ନ:-
ସଙ୍ଗମଯୁଗରେ
କେଉଁ ୱାଣ୍ଡରଫୁଲ୍ ଅର୍ଥାତ୍ ଆଶ୍ଚର୍ଯ୍ୟଜନକ ଖେଳ ଚାଲୁଛି?
ଉତ୍ତର:-
ଭଗବାନଙ୍କ ଦ୍ୱାରା ରଚିତ ଯଜ୍ଞରେ ହିଁ ଅସୁରମାନଙ୍କର ବିଘ୍ନ ପଡୁଛି । ଏହା ମଧ୍ୟ ସଙ୍ଗମଯୁଗରେ
ବିଚିତ୍ର ଖେଳ ଚାଲିଛି । ଏପରି ଯଜ୍ଞ ପୁଣି ସାରା କଳ୍ପ ମଧ୍ୟରେ କେବେ ବି ରଚନା କରାଯିବ ନାହିଁ ।
ଏହା ହେଉଛି ରାଜସ୍ୱ ଅଶ୍ୱମେଧ ଯଜ୍ଞ ଯାହାକି ସ୍ୱରାଜ୍ୟ ପ୍ରାପ୍ତ କରିବା ପାଇଁ ରଚାଯାଇଛି । ଏଥିରେ
ମଧ୍ୟ ବିଘ୍ନ ପଡ଼ୁଛି ।
ଓମ୍ ଶାନ୍ତି ।
ତୁମେ କେଉଁଠି
ବସିଛ? ଏହାକୁ ସ୍କୁଲ୍ ଅଥବା ୟୁନିଭରସିଟୀ ମଧ୍ୟ କହିପାରିବ । ଏହା ହେଉଛି ବିଶ୍ୱ ବିଦ୍ୟାଳୟ,
ଯାହାର ଈଶ୍ୱରୀୟ ଶାଖାମାନ ରହିଛି । ବାବା ହିଁ ସବୁଠାରୁ ବଡ ୟୁନଭରସିଟୀ ଖୋଲିଛନ୍ତି । ଶାସ୍ତ୍ରରେ
ରୁଦ୍ର ଯଜ୍ଞ ନାମ ଲେଖିଦେଇଛନ୍ତି, ବର୍ତ୍ତମାନ ତୁମେ ଜାଣୁଛ ଯେ, ଶିବବାବା ଏହି ପାଠଶାଳା ଅଥବା
ୟୁନିଭରସିଟୀ ଖୋଲିଛନ୍ତି । ଏଠାରେ ସର୍ବୋଚ୍ଚ ବାବା ପାଠ ପଢାଉଛନ୍ତି । ଏକଥା ମଧ୍ୟ ତୁମ
ବୁଦ୍ଧିରେ ମନେ ରିହବା ଉଚିତ୍ - ଭଗବାନ ଆମକୁ ପାଠ ପଢାଉଛନ୍ତି । ତାଙ୍କ ଦ୍ୱାରା ଏହି ଯଜ୍ଞ ରଚନା
କରାଯାଇଛି, ଯାହାର ଖ୍ୟାତି ମଧ୍ୟ ରହିଛି । ରାଜସ୍ୱ ଅଶ୍ୱମେଧ ରୁଦ୍ର ଜ୍ଞାନ ଯଜ୍ଞ, ରାଜସ୍ୱ
ଅର୍ଥାତ୍ ସ୍ୱରାଜ୍ୟ ନିମନ୍ତେ, ଅଶ୍ୱମେଧ ଅର୍ଥାତ୍ ଏସବୁ ଯାହା କିଛି ଦେଖିବାକୁ ମିଳୁଛି, ତାହା
ସବୁ ସ୍ୱାହା କରୁଛୁ । ଶରୀର ମଧ୍ୟ ସ୍ୱାହା ହୋଇଯିବ । ଆତ୍ମା ତ କେବେ ସ୍ୱାହା ହୋଇପାରିବ ନାହିଁ
। ସମସ୍ତ ଶରୀର ସ୍ୱାହା ହୋଇଯିବ, ବାକି ଆତ୍ମାମାନେ ଘରକୁ ଫେରିଯିବେ । ଏହା ହେଉଛି ସଙ୍ଗମଯୁଗ ।
ସମସ୍ତ ଆତ୍ମା ଚାଲିଯିବେ, ବାକି ଶରୀର ନାଶ ହୋଇଯିବ । ଏସବୁ ହେଉଛି ଡ଼୍ରାମା, ତୁମେମାନେ ଡ଼୍ରାମାର
ଅଧିନରେ ପରିଚାଳିତ ହେଉଛ । ବାବା କହୁଛନ୍ତି ମୁଁ ରାଜସ୍ୱ ଯଜ୍ଞ ରଚନା କରୁଛି । ଏହା ମଧ୍ୟ
ଡ଼୍ରାମାର ପ୍ଲାନ ଅନୁସାରେ ରଚନା କରାଯାଇଛି । ଏପରି କହିବେ ନାହିଁ ଯେ ମୁଁ ଯଜ୍ଞ ରଚନା କରିଛି ।
ଡ୍ରାମା ପ୍ଲାନ ଅନୁସାରେ ତୁମମାନଙ୍କୁ ପଢାଇବା ପାଇଁ କଳ୍ପ ପୂର୍ବ ଭଳି ଜ୍ଞାନ ଯଜ୍ଞ ରଚନା
କରାଯାଇଛି । ମୁଁ ରଚନା କରିଛି - ଏହା କହିବା ମଧ୍ୟ ଠିକ୍ ନୁହେଁ । ଡ଼୍ରାମାର ପ୍ଲାନ ଅନୁସାରେ
ରଚନା କରାଯାଇଛି । ଏହା କଳ୍ପ କଳ୍ପ ରଚନା ହେଉଛି । ଏହି ଡ୍ରାମା ପୂର୍ବ ପ୍ରସ୍ତୁତ ଅଟେ ନା ।
ଡ୍ରାମା ଅନୁସାରେ ଥରେ ମାତ୍ର ଯଜ୍ଞ ରଚନା କରାଯାଉଛି । ଏହା କୌଣସି ନୂଆ କଥା ନୁହେଁ । ଏବେ
ବୁଦ୍ଧିରେ ଆସୁଛି - ବାସ୍ତବରେ ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ସତ୍ୟଯୁଗ ଥିଲା, ଏବେ ପୁଣି ଚକ୍ରର
ପୁନରାବୃତ୍ତି ହେଉଛି । ପୁନର୍ବାର ନୂଆ ଦୁନିଆ ସ୍ଥାପନ ହେଉଛି । ତୁମେ ନୂଆ ଦୁନିଆରେ ସ୍ୱରାଜ୍ୟ
ପ୍ରାପ୍ତ କରିବା ପାଇଁ ପାଠ ପଢୁଛ । ସେଥିପାଇଁ ପବିତ୍ର ମଧ୍ୟ ନିଶ୍ଚୟ ହେବାକୁ ପଡ଼ିବ । ସେହିମାନେ
ହିଁ ପବିତ୍ର ରହୁଛନ୍ତି ଯେଉଁମାନେ ଡ଼୍ରାମା ଅନୁସାରେ କଳ୍ପ ପୂର୍ବରୁ ହୋଇଥିଲେ ଏବଂ ଏବେ ମଧ୍ୟ
ହେବେ । ତେଣୁ ସାକ୍ଷୀ ହୋଇ ଡ଼୍ରାମାକୁ ଦେଖିବା ସହିତ ପୁରୁଷାର୍ଥ ମଧ୍ୟ କରିବାକୁ ହେବ ।
ପିଲାମାନଙ୍କୁ ମାର୍ଗ ମଧ୍ୟ ବତାଇବାକୁ ହେବ, ମୁଖ୍ୟ କଥା ହେଉଛି ପବିତ୍ରତା । ବାବାଙ୍କୁ
ଡ଼ାକୁଛନ୍ତି - ଆସି ଆମକୁ ପବିତ୍ର କର, ଏହି ଛି-ଛି ଦୁନିଆରୁ ନେଇଯାଅ । ବର୍ତ୍ତମାନ ବାବା
ଆସିଛନ୍ତି ଆମକୁ ଘରକୁ ନେଇଯିବା ପାଇଁ । ପିଲାମାନଙ୍କୁ ବହୁତ ପଏଣ୍ଟସ୍ ଦିଆଯାଉଛି । ବାବା
କହୁଛନ୍ତି, ମନ୍ମନାଭବ, ଏହା ହିଁ ମୁଖ୍ୟ କଥା । ପାବନ ହେବା ପାଇଁ ହିଁ ବାବାଙ୍କୁ ମନେ ପକାଉଛ,
ଏ କଥା ଭୁଲିଯିବା ଉଚିତ୍ ନୁହେଁ । ତେଣୁ ଯେତେ ତାଙ୍କୁ ମନେ ପକାଇବ ତୁମର ସେତେ ଫାଇଦା ହେବ ।
ଚାର୍ଟ ମଧ୍ୟ ରଖିବା ଦରକାର । ନଚେତ୍ ଶେଷରେ ଫେଲ୍ ହୋଇଯିବ । ପିଲାମାନେ ଜାଣୁଛ, ଆମେ ହିଁ
ସତ୍ତ୍ୱପ୍ରଧାନ ଥିଲୁ, ପୁରୁଷାର୍ଥର କ୍ରମଅନୁସାରେ ଯିଏ ଉଚ୍ଚ ଅର୍ଥାତ୍ ଶ୍ରେଷ୍ଠ ହେଉଛନ୍ତି
ତାଙ୍କୁ ମେହନତ ମଧ୍ୟ ଅଧିକ କରିବାକୁ ପଡ଼ିବ, ବାବାଙ୍କ ସ୍ମୃତିରେ ମଧ୍ୟ ରହିବାକୁ ପଡ଼ିବ । ଏ କଥା
ମଧ୍ୟ ଜାଣୁଛ ଯେ, ବାକି ଅଳ୍ପ ସମୟ ଅଛି, ପୁଣି ସୁଖର ଦିନ ଆସିବ । ବାସ୍ତବରେ ଆମର ଅସରନ୍ତି ସୁଖର
ଦିନ ଆସିବ । ବାବା ଥରେ ମାତ୍ର ଆସୁଛନ୍ତି, ଏହି ଦୁଃଖଧାମକୁ ଖଲାସ କରି ନିଜର ସୁଖଧାମକୁ
ନେଇଯାଉଛନ୍ତି । ତୁମେମାନେ ଜାଣିଛ, ଏବେ ଆମେ ଈଶ୍ୱରୀୟ ପରିବାରରେ ଅଛୁ, ପୁଣି ଦୈବୀ ପରିବାରକୁ
ଯିବୁ । ବର୍ତ୍ତମାନ ସମୟର ହିଁ ଗାୟନ ରିହଛି - ଏହି ସଙ୍ଗମ ହିଁ ପୁରୁଷୋତ୍ତମ ଅର୍ଥାତ୍ ଶ୍ରେଷ୍ଠ
ହେବାର ଯୁଗ ଅଟେ । ତୁମେମାନେ ଜାଣିଛ, ଆମକୁ ବେହଦର ବାବା ପାଠ ପଢାଉଛନ୍ତି । ପୁଣି ଆଗକୁ ଗଲେ
ସନ୍ନ୍ୟାସୀମାନେ ମଧ୍ୟ ମାନିବେ । ସେ ସମୟ ମଧ୍ୟ ଆସିବ ନା । ଏବେ ତୁମ କଥାର ଏତେ ପ୍ରଭାବ ପଡୁ
ନାହିଁ । ଏବେ ରାଜଧାନୀ ସ୍ଥାପନ ହେଉଛି, ବିନାଶର ସମୟ ଅତି ନିକଟ ହୋଇଗଲାଣି । ଶେଷ ସମୟରେ
ସନ୍ନ୍ୟାସୀମାନେ ମଧ୍ୟ ଆସି ବୁଝିବେ । ସୃଷ୍ଟିର ଚକ୍ର କିପରି ଘୂରୁଛି, ଏହି ଜ୍ଞାନ କାହା ପାଖରେ
ନାହିଁ । ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି ପବିତ୍ରତା ପାଇଁ କେତେ ବିଘ୍ନ ପଡ଼ୁଛି । ଅବଳାମାନଙ୍କ
ଉପରେ କେତେ ଅତ୍ୟାଚାର ହେଉଛି । ଦ୍ରୌପଦୀ ଡ଼ାକିଥିଲେ ନା । ବାସ୍ତବରେ ତୁମେ ସମସ୍ତେ ଦ୍ରୌପଦୀ,
ସୀତା, ପାର୍ବତୀ ଅଟ । ବାବାଙ୍କ ସ୍ମୃତିରେ ରହିବା ଦ୍ୱାରା ଅବଳା, କୁବ୍ଜାମାନେ ମଧ୍ୟ
ବାବାଙ୍କଠାରୁ ସମ୍ପତ୍ତି ପାଉଛନ୍ତି । ବାବାଙ୍କ ସ୍ମୃତିରେ ତ ରହି ପାରିବେ ନା । ଭଗବାନ ଆସି
ଯଜ୍ଞ ରଚନା କରୁଛନ୍ତି, ଏଥିରେ କେତେ ବିଘ୍ନ ପଡ଼ୁଛି । ଏବେ ମଧ୍ୟ ବିଘ୍ନ ପଡ଼ୁଛି, କନ୍ୟାକୁ
ଜବରଦସ୍ତି ବିବାହ କରାଉଛନ୍ତି, ନଚେତ୍ ମାଡ ମାରି ବାହାର କରିଦେଉଛନ୍ତି । ସେଥିପାଇଁ ଡ଼ାକୁଛନ୍ତି
ହେ ପତିତ-ପାବନ ଆସ । ତେଣୁ ଆସିବା ପାଇଁ ନିଶ୍ଚୟ ତାଙ୍କର ଶରୀର ଦରକାର ନା, ଯେଉଁଥିରେ ଆସି
ପବିତ୍ର କରିବେ । ଗଙ୍ଗା ପାଣି ଦ୍ୱାରା ତ ପବିତ୍ର ହେବେ ନାହିଁ । ବାବା ହିଁ ଆସି ପବିତ୍ର କରାଇ
ପବିତ୍ର ଦୁନିଆର ମାଲିକ କରାଉଛନ୍ତି ।
ତୁମେ ଦେଖୁଛ ଏହି ପତିତ
ଦୁନିଆର ବିନାଶ ସମ୍ମୁଖରେ ଉପସ୍ଥିତ । ତେଣୁ କାହିଁକି ବାବାଙ୍କର ନ ହେବୁ, ସଂପୂର୍ଣ୍ଣ ସମର୍ପଣ
ହୋଇନଯିବୁ । ପିଲାମାନେ ପଚାରୁଛନ୍ତି ଆମେ ସ୍ୱାହା କିପରି ହେବୁ? ଟ୍ରାନ୍ସଫର କିପରି କରିବୁ?
ବାବା କହୁଛନ୍ତି - ପିଲାମାନେ, ତୁମେ ଏହି ସାକାର ବାବା (ବ୍ରହ୍ମା)ଙ୍କୁ ଦେଖୁଛ ନା । ଇଏ ନିଜେ
କରି ଶିଖାଉଛନ୍ତି । ଯେପରି କର୍ମ ମୁଁ କରିବି, ମୋତେ ଦେଖି ଅନ୍ୟମାନେ କରିବେ । ବାବା ୟାଙ୍କ
ଦ୍ୱାରା କର୍ମ କରାଇଲେ ନା । ସବୁକିଛି ଯଜ୍ଞରେ ସ୍ୱାହା କରିଦେଲେ । ସ୍ୱାହା ହେବାରେ କ’ଣ କୌଣସି
ଅସୁବିଧା ଅଛି କି । ଇଏ ନା ବହୁତ ସାହୁକାର ଥିଲେ, ନା ଗରୀବ ଥିଲେ । ବିଲ୍କୁଲ୍ ସାଧାରଣ ଥିଲେ ।
ଯଜ୍ଞ ରଚନା କଲେ ସେଥିରେ ଖାଦ୍ୟ ପାନୀୟର ସବୁ ସାମଗ୍ରୀ ଦରକାର ନା । ଏହା ହେଉଛି ଈଶ୍ୱରୀୟ ଯଜ୍ଞ
। ଈଶ୍ୱର ଆସି ଏହି ଜ୍ଞାନ ଯଜ୍ଞର ସ୍ଥାପନା କରିଛନ୍ତି । ତୁମମାନଙ୍କୁ ରାଜଯୋଗର ପାଠ ପଢାଉଛନ୍ତି,
ଏହି ଯଜ୍ଞର ମହିମା ବହୁତ ଉଚ୍ଚ ଅଟେ । ଈଶ୍ୱରୀୟ ଯଜ୍ଞରୁ ହିଁ ତୁମର ଶରୀର ନର୍ବାହ ହେଉଛି । ଯିଏ
ନିଜକୁ ଅର୍ପଣମୟ ଭାବୁଛନ୍ତି, ନିମିତ୍ତ ଭାବୁଛନ୍ତି, କହୁଛନ୍ତି ଏସବୁ କିଛି ଈଶ୍ୱରଙ୍କର, ଆମେ
ଶିବବାବାଙ୍କ ଯଜ୍ଞରୁ ଭୋଜନ ଖାଉଛୁ - ତେବେ ଏହା ବିଚାର କରିବାର କଥା ନା । ଏଠାରେ ତ ସମସ୍ତେ ଆସି
ରହିବେ ନାହିଁ । ଉଦାହରଣ ସ୍ୱରୂପରେ ବ୍ରହ୍ମାଙ୍କୁ ତ ଦେଖ କିପରି ସବୁକିଛି ସ୍ୱାହା କରିଦେଲେ ।
ବାବା କହୁଛନ୍ତି ଯେପରି କର୍ମ ଇଏ କରୁଛନ୍ତି, ୟାଙ୍କୁ ଦେଖି ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ମିଳିଲା
। ଅନେକ ସ୍ୱାହା ହୋଇଗଲେ, ଆଉ ଏବେ ସେମାନେ ନିଜର ସମ୍ପତ୍ତି ନେଉଛନ୍ତି । ବୁଦ୍ଧିରେ ମଧ୍ୟ ବିଚାର
ଆସୁଛି ଯେ - ଆତ୍ମା ତ ଚାଲିଯିବ, ବାକି ଶରୀର ସବୁ ଏଠାରେ ଶେଷ ହୋଇଯିବ । ଏହା ବେହଦର ଯଜ୍ଞ ଅଟେ,
ଏଥିରେ ସବୁ ସ୍ୱାହା ହୋଇଯିବ । କିପରି ବୁଦ୍ଧି ଆଧାରରେ ସମର୍ପିତ ହୋଇ ନଷ୍ଟୋମୋହା ହେବ - ଏକଥା
ଏବେ ତୁମକୁ ବୁଝାଯାଉଛି । ଏ କଥା ମଧ୍ୟ ଜାଣିଛ ସବୁ ଜନିଷ ଭସ୍ମ ହୋଇଯିବ । ଏହା କେତେ ବଡ଼ ଯଜ୍ଞ ।
ସ୍ୱର୍ଗରେ ପୁଣି କୌଣସି ଯଜ୍ଞ ରଚନା କରାଯାଏ ନାହିଁ, ନାଁ କୌଣସି ଉପଦ୍ରବ ହୋଇଥାଏ ।
ଭକ୍ତିମାର୍ଗରେ ଯେତେ ସବୁ ଯଜ୍ଞ ରହିଛି ସେସବୁ ଶେଷ ହୋଇଯିବ । ଜ୍ଞାନର ସାଗର ଏକମାତ୍ର ଭଗବାନ
ହିଁ ଅଟନ୍ତି । ସେ ହିଁ ମନୁଷ୍ୟ ସୃଷ୍ଟିର ବୀଜରୂପ, ସତ୍ୟ, ଚୈତନ୍ୟ ଅଟନ୍ତି । ଶରୀର ଜଡ଼, ଆତ୍ମା
ଚୈତନ୍ୟ ଅଟେ । ସେହି ଜ୍ଞାନର ସାଗର ତୁମମାନଙ୍କୁ ପଢାଉଛନ୍ତି । ସେମାନେ କେବଳ ଗାୟନ କରୁଛନ୍ତି,
ଆଉ ତୁମକୁ ବାବା ସବୁ ଜ୍ଞାନ ଶୁଣାଉଛନ୍ତି । କିନ୍ତୁ ଜ୍ଞାନ ତ ବହୁତ ବେଶି ନୁହେଁ । ବିଶ୍ୱର
ଚକ୍ର କିପରି ଘୂରୁଛି, ଏହାକୁ କେବଳ ବୁଝାଇବାକୁ ହେବ ।
ଏଠାରେ ବାବା ତୁମକୁ ନିଜେ
ପଢାଉଛନ୍ତି । ଏକଥା ମଧ୍ୟ କହୁଛନ୍ତି - ମୁଁ ସାଧାରଣ ଶରୀରରେ ପ୍ରବେଶ କରୁଛି । ଭାଗୀରଥ ମଧ୍ୟ
ପ୍ରସିଦ୍ଧ ଅଟନ୍ତି, ସିଏ ନିଶ୍ଚୟ ମନୁଷ୍ୟ ହୋଇଥିବେ, ଯାହାଙ୍କ ମାଧ୍ୟମରେ ବାବା ଆସିବେ । ତାଙ୍କର
ଶିବ ନାମ ହିଁ ପ୍ରଚଳିତ ଅଛି । ବାକି ଅନ୍ୟ ସମସ୍ତଙ୍କ ନାମ ବଦଳୁଛି, ୟାଙ୍କ ନାମ କେବେ ବି ବଦଳୁ
ନାହିଁ । କିନ୍ତୁ ଭକ୍ତିରେ ଅନେକ ନାମ ରଖିଦେଇଛନ୍ତି । ସିଏ ଶିବବାବା ହିଁ ଅଟନ୍ତି । ଶିବଙ୍କୁ
କଲ୍ୟାଣକାରୀ କୁହାଯାଏ ନା । ଭଗବାନ ହିଁ ଆସି ନୂଆ ଦୁନିଆ ସ୍ୱର୍ଗ ସ୍ଥାପନ କରୁଛନ୍ତି । ତେଣୁ
କଲ୍ୟାଣକାରୀ ହେଲେ ନା । ତୁମେମାନେ ଜାଣିଛ ଯେ, ଭାରତରେ ହିଁ ସ୍ୱର୍ଗ ଥିଲା । ଏବେ ନର୍କ
ହୋଇଯାଇଛି । ପୁଣି ସ୍ୱର୍ଗ ନିଶ୍ଚୟ ହେବ । ଏହାକୁ କୁହାଯାଉଛି ପୁରୁଷୋତ୍ତମ ସଙ୍ଗମଯୁଗ, ଯେତେବେଳେ
କି ବାବା ନାଉରିଆ ହୋଇ ତୁମମାନଙ୍କୁ ଏପାରିରୁ ସେପାରିକୁ ନେଇଯାଉଛନ୍ତି । ଏହା ହେଉଛି ପୁରୁଣା
ଦୁଃଖର ଦୁନିଆ ପୁଣି ଡ଼୍ରାମା ଅନୁସାରେ ନିଶ୍ଚୟ ନୂଆ ଦୁନିଆ ଆସିବ । ଯେଉଁଥିପାଇଁ ତୁମେମାନେ ଏବେ
ପୁରୁଷାର୍ଥ କରୁଛ । ବାବାଙ୍କର ସ୍ମୃତି ହିଁ ଘଡ଼ି ଘଡ଼ି ଭୁଲିଯାଉଛ, ତେଣୁ ଏଥିରେ ପରିଶ୍ରମ କରିବାକୁ
ହେବ । ପୂର୍ବରୁ ତୁମ ଦ୍ୱାରା ଯାହା ବିକର୍ମ ହୋଇଛି, ତା’ର ଦଣ୍ଡ କର୍ମଭୋଗ ରୂପରେ ଭୋଗିବାକୁ
ପଡ଼ିଥାଏ ଏବଂ ଏହା ଅନ୍ତିମ ସମୟ ପର୍ଯ୍ୟନ୍ତ ଭୋଗିବାକୁ ହେବ, ଏଥିରେ କ୍ଷମା ମିଳିପାରିବ ନାହିଁ ।
ଏପରି ନୁହେଁ ଯେ, ବାବା କ୍ଷମା କରିଦେବେ, କିଛି ବି ହୋଇପାରିବ ନାହିଁ । ଡ଼୍ରାମା ଅନୁସାରେ ସବୁ
ହେଉଛି । କ୍ଷମା ଆଦି ମିଳି ନ ଥାଏ । ହିସାବ କିତାବ ଚୁକ୍ତ କରିବାକୁ ହେବ । ତମୋପ୍ରଧାନରୁ
ସତ୍ତ୍ୱପ୍ରଧାନ ହେବାକୁ ପଡ଼ିବ, ଏଥିପାଇଁ ଶ୍ରୀମତ ମଧ୍ୟ ମିଳୁଛି, ଶ୍ରୀ ଶ୍ରୀ ଶିବବାବାଙ୍କ
ଶ୍ରୀମତ ଦ୍ୱାରା ତୁମେ ଶ୍ରୀ ଅର୍ଥାତ୍ ଶ୍ରେଷ୍ଠ ହେଉଛ । ସର୍ବୋଚ୍ଚ ବାବା ତୁମକୁ ଉଚ୍ଚ ଅର୍ଥାତ୍
ଶ୍ରେଷ୍ଠ କରାଉଛନ୍ତି । ତୁମେ ଏବେ ଶ୍ରେଷ୍ଠ ହେଉଛ, ଏବେ ତୁମର ସ୍ମୃତି ଆସିଛି - ବାବା
କଳ୍ପ-କଳ୍ପ ଆସି ଆମକୁ ପାଠ ପଢାଉଛନ୍ତି । ଯେଉଁ ପାଠପଢା ଦ୍ୱାରା ଅଧାକଳ୍ପ ପ୍ରାରବ୍ଧ ମିଳୁଛି ।
ସୃଷ୍ଟି ଚକ୍ର କିପରି ଘୂରୁଛି, ଏହି ଜ୍ଞାନର ସେଠାରେ ଆବଶ୍ୟକତା ନ ଥାଏ । ବାବା ପ୍ରତି କଳ୍ପରେ
ଥରେ ମାତ୍ର ଆସି କହୁଛନ୍ତି ଯେ ଏହି ସୃଷ୍ଟିର ଚକ୍ର କିପରି ଘୂରୁଛି ।
ତୁମର କାମ ହେଉଛି ପଢିବା
ଏବଂ ପବିତ୍ର ହେବା, ତା ସହିତ ଯୋଗଯୁକ୍ତ ହୋଇ ମଧ୍ୟ ରହିବାକୁ ହେବ । ବାବାଙ୍କର ହୋଇ ଯଦି ପବିତ୍ର
ନ ହେଲ ତେବେ ଶହେ ଗୁଣା ଦଣ୍ଡ ମିଳିବ । ନାମ ମଧ୍ୟ ବଦନାମ ହୋଇଯିବ । ଗାୟନ ମଧ୍ୟ ରହିଛି ସତ୍ଗୁରୁଙ୍କର
ନିନ୍ଦୁକକୁ କେଉଁଠି ସ୍ଥାନ ମିଳିପାରିବ ନାହିଁ । ମନୁଷ୍ୟମାନଙ୍କୁ ଜଣାନାହିଁ ଯେ ଇଏ କିଏ ଅଟନ୍ତି
। ସତ୍ୟ ବାବା ହିଁ ସତ୍ଗୁରୁ, ସତ୍ ଶିକ୍ଷକ ଅଟନ୍ତି ନା । ସେ ତୁମମାନଙ୍କୁ ପଢାଉଛନ୍ତି, ସିଏ
ସତ୍ୟ ସତଗୁରୁ ମଧ୍ୟ ଅଟନ୍ତି । ଯେମିତି ବାବା ଜ୍ଞାନର ସାଗର ଅଟନ୍ତି, ସେମିତି ତୁମେମାନେ ମଧ୍ୟ
ଜ୍ଞାନର ସାଗର ଅଟ । ବାବା ତ’ ସବୁ ଜ୍ଞାନ ଦେଇଛନ୍ତି , ଯିଏ ଯେତେ କଳ୍ପ ପୂର୍ବରୁ ଧାରଣ କରିଛନ୍ତି,
ସେତିକି କରିବେ । ପୁରୁଷାର୍ଥ ତ କରିବାକୁ ହେବ, କର୍ମ ବିନା କେହି ରହି ପାରିବେ ନାହିଁ । କେତେ
ହଠଯୋଗ ଆଦି କରୁଛନ୍ତି କିନ୍ତୁ ତାହା ମଧ୍ୟ କର୍ମ ଅଟେ ନା । ଏହା ମଧ୍ୟ ଏକ ଧନ୍ଦା ଅଟେ, ଆଜୀବିକା
ନିମନ୍ତେ । ଖ୍ୟାତି ହେଉଛି, ବହୁତ ପଇସା ମିଳୁଛି, ପାଣି ଉପରେ, ନିଆଁ ଉପରେ ଚାଲୁଛନ୍ତି । କିନ୍ତୁ
କେବଳ ଉଡ଼ିପାରୁନାହାଁନ୍ତି । ଏଥିରେ ପେଟ୍ରୋଲ୍ ଆଦି ଦରକାର ନା, କିନ୍ତୁ ଏଥିରେ କିଛି ଫାଇଦା ନାହିଁ
। କାରଣ ପବିତ୍ର ତ ହେଉନାହାଁନ୍ତି । ବୈଜ୍ଞାନିକମାନଙ୍କର ମଧ୍ୟ ପ୍ରତିଯୋଗିତା ହେଉଛି । ତାଙ୍କର
ବିଜ୍ଞାନ କୌଶଳର ଦୌଡ ପ୍ରତିଯୋଗିତା ଆଉ ତୁମର ନିରବତାରେ ରହି ବାବାଙ୍କୁ ମନେ ପକାଇବାର
ପ୍ରତିଯୋଗିତା । ସମସ୍ତେ ଶାନ୍ତି ହିଁ ମାଗୁଛନ୍ତି । ବାବା କହୁଛନ୍ତି ଶାନ୍ତି ତୁମର ସ୍ୱଧର୍ମ,
ତେଣୁ ନିଜକୁ ଆତ୍ମା ଭାବ । ବର୍ତ୍ତମାନ ତୁମକୁ ନିଜର ଘର ଶାନ୍ତିଧାମକୁ ଯିବାକୁ ହେବ । ଏହା ହେଉଛି
ଦୁଃଖଧାମ । ଆମେ ଶାନ୍ତିଧାମରୁ ପୁଣି ସୁଖଧାମକୁ ଆସିବୁ । ଏହି ଦୁଃଖଧାମ ଖଲାସ ହୋଇଯିବ । ଏହାକୁ
ଭଲ ଭାବରେ ଧାରଣ କରି ପୁଣି ଅନ୍ୟମାନଙ୍କୁ ଧାରଣ କରାଇବାକୁ ହେବ । ବାକି ଅଳ୍ପ ଦିନ ରହିଛି,
ଲୌକିକ ପାଠ ପଢି ପୁଣି ଶରୀର ନିର୍ବାହ ଅର୍ଥେ ବହୁତ କଷ୍ଟ କରିବାକୁ ପଡ଼ୁଛି । ଭାଗ୍ୟବାନ
ସନ୍ତାନମାନେ ତୁରନ୍ତ ନିର୍ଣ୍ଣୟ ନେଇଥାନ୍ତି ଯେ ଆମେ କେଉଁ ପାଠ ପଢିବୁ । ଲୌକିକ ପାଠପଢା ଏବଂ ଏହି
ଅଲୌକିକ ପାଠପଢା ଦ୍ୱାରା କ’ଣ ମିଳୁଛି । ଏହି ପାଠପଢାରେ ତ’ ୨୧ ଜନ୍ମର ପ୍ରାରବ୍ଧ ମିଳୁଛି । ତେଣୁ
ବିଚାର କରିବା ଉଚିତ୍ ଆମେ କେଉଁ ପାଠ ପଢିବୁ । ଯାହାକୁ ବେହଦ ବାବାଙ୍କଠାରୁ ବର୍ସା ପାଇବାର ଥିବ,
ସେ ଏହି ବେହଦ ପାଠପଢାରେ ଲାଗିଯିବେ । କିନ୍ତୁ ଡ଼୍ରାମା ପ୍ଲାନ ଅନୁସାରେ କାହାର ଭାଗ୍ୟରେ ନ ଥିଲେ
ପୁଣି ସେହି ଲୌକିକ ପାଠପଢାରେ ଲାଗି ପଡ଼ିଥା’ନ୍ତି । ଏହି ପାଠ ପଢନ୍ତି ନାହିଁ । କୁହନ୍ତି ଫୁରସତ
ମିଳୁ ନାହିଁ । ବାବା ପଚାରୁଛନ୍ତି, କେଉଁ ଜ୍ଞାନ ଭଲ? ତାହା ଦ୍ୱାରା କ’ଣ ମିଳୁଛି ଏବଂ ଏହା
ଦ୍ୱାରା କ’ଣ ମିଳୁଛି? କହୁଛନ୍ତି ବାବା ଲୌକିକ ପାଠପଢା ଦ୍ୱାରା କ’ଣ ମିଳିବ, ଅଳ୍ପ କିଛି ରୋଜଗାର
କରିବୁ । ଏଠାରେ ତ ଭଗବାନ ପଢାଉଛନ୍ତି । ଆମକୁ ତ ଏହି ପାଠ ପଢି ରାଜପଦ ପ୍ରାପ୍ତ କରିବାର ଅଛି,
ତେଣୁ ଅଧିକ ଧ୍ୟାନ କେଉଁ କଥା ପ୍ରତି ଦେବା ଉଚିତ୍ । କେହି କେହି କହିଥା’ନ୍ତି ବାବା ସେ ପାଠପଢା
ସରିଲେ ପୁଣି ଆସିବୁ, ବାବା ବୁଝିଯାଆନ୍ତି ଏହାଙ୍କ ଭାଗ୍ୟରେ ନାହିଁ । କ’ଣ ଘଟିବ ତାହା ଆଗକୁ ଗଲେ
ଦେଖିବ । ଜାଣୁଛନ୍ତି - ଶରୀର ଉପରେ ଭରସା ନାହିଁ, ତେଣୁ ଏହି ସତ୍ୟ ରୋଜଗାରରେ ଲାଗିଯିବା ଉଚିତ୍
। ଯାହାଙ୍କ ଭାଗ୍ୟରେ ଅଛି ସେ ନିଜର ଭାଗ୍ୟ ଉଜ୍ୱଳ କରିବେ । ସେଥିପାଇଁ ପୂରା ପରିଶ୍ରମ କରିବାକୁ
ହେବ, ଆମେ ବାବାଙ୍କଠାରୁ ବର୍ସା ନିଶ୍ଚୟ ନେବୁ । ବେହଦର ବାବା ଆମକୁ ରାଜତ୍ତ୍ୱ ଦେଉଛନ୍ତି, ତେଣୁ
କାହିଁକି ଆମେ ଏହି ଗୋଟିଏ ଅନ୍ତିମ ଜନ୍ମ ପବିତ୍ର ନ ରହିବୁ । ଏତେ ଢେର ସନ୍ତାନ ପବିତ୍ର ରହୁଛନ୍ତି
। କ’ଣ ମିଛ କହୁଛନ୍ତି କି । ସମସ୍ତେ ପୁରୁଷାର୍ଥ କରୁଛନ୍ତି, ପଢୁଛନ୍ତି, ତଥାପି ବିଶ୍ୱାସ
କରୁନାହାଁନ୍ତି । ବେହଦର ବାବା ସେତେବେଳେ ଆସୁଛନ୍ତି ଯେତେବେଳେ ପୁରୁଣା ଦୁନିଆକୁ ନୂଆରେ ପରିଣତ
କରିବାର ସମୟ ଆସୁଛି । ପୁରୁଣା ଦୁନିଆର ବିନାଶ ତ ସମ୍ମୁଖରେ ଉପସ୍ଥିତ । ଏହା ବହୁତ ସ୍ପଷ୍ଟ ଅଟେ
। ବାସ୍ତବରେ ସେହି ସମୟ ଆସିଯାଇଛି, ଅନେକ ଧର୍ମ ରହିଛି । ସତ୍ୟଯୁଗରେ ତ ଗୋଟିଏ ଧର୍ମ ଥାଏ । ଏହା
ମଧ୍ୟ ତୁମମାନଙ୍କ ବୁଦ୍ଧିରେ ଅଛି । ତୁମମାନଙ୍କ ଭିତରେ ମଧ୍ୟ କେହି କେହି ଅଛନ୍ତି ଯିଏକି ଏବେ
ମଧ୍ୟ ନିଶ୍ଚୟ କରିବାକୁ ଚେଷ୍ଟା କରୁଛନ୍ତି । ଆରେ ନିଶ୍ଚୟ କରିବାରେ କ’ଣ ସମୟ ଲାଗୁଛି । ଶରୀର
ଉପରେ କ’ଣ ଭରସା ଅଛି କି? ସେଥିପାଇଁ ଟିକିଏ ହେଲେ ବି ସୁଯୋଗ ହାତଛଡା କରିବା ଅନୁଚିତ୍ । ଯଦି
କାହାର ଭାଗ୍ୟରେ ନଥିବ ତେବେ ତାଙ୍କ ବୁଦ୍ଧିରେ ତିଳେ ମାତ୍ର ଏ ଜ୍ଞାନ ରହିନଥାଏ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଅବିନାଶୀ
ରୋଜଗାର କରି ୨୧ ଜନ୍ମ ପାଇଁ ନିଜର ଭାଗ୍ୟ ଗଢିବାକୁ ହେବ । ଶରୀର ଉପରେ କୌଣସି ଭରସା ନାହିଁ,
ସେଥିପାଇଁ ଟିକିଏ ବି ସୁଯୋଗକୁ ହାତଛଡା କରିବାର ନାହିଁ ।
(୨) ନଷ୍ଟୋମୋହା ହୋଇ
ନିଜର ସବୁକିଛି ରୁଦ୍ର ଯଜ୍ଞରେ ସ୍ୱାହା କରିବାକୁ ହେବ । ନିଜକୁ ଅର୍ପଣ କରି ଟ୍ରଷ୍ଟି ହୋଇ ଦାୟିତ୍ୱ
ତୁଲାଇବାକୁ ହେବ । ସାକାର ବାବାଙ୍କୁ ଅନୁକରଣ କରିବାକୁ ହେବ ।
ବରଦାନ:-
ଈଶ୍ୱରୀୟ ନିଶା
ଦ୍ୱାରା ପୁରୁଣା ଦୁନିଆକୁ ଭୁଲୁଥିବା ସର୍ବ ପ୍ରାପ୍ତି ସମ୍ପନ୍ନ ଭବ ।
ଯେପରି ସେହି ନିଶା ସବୁ
କିଛି ଭୁଲାଇ ଦେଇଥାଏ, ସେହିପରି ଏହି ଈଶ୍ୱରୀୟ ନିଶା ମଧ୍ୟ ଦୁଃଖର ଦୁନିଆକୁ ସହଜରେ ଭୁଲାଇ
ଦେଇଥାଏ । ସେହି ନିଶାରେ ତ ବହୁତ କ୍ଷତି ମଧ୍ୟ ହୋଇଥାଏ, ଅଧିକ ପିଇବା ଦ୍ୱାରା ମୃତ୍ୟୁବରଣ ମଧ୍ୟ
କରିଥାଆନ୍ତି କିନ୍ତୁ ଏହି ନିଶା ଅବିନାଶୀ କରିଦିଏ । ଯେଉଁମାନେ ସର୍ବଦା ଈଶ୍ୱରୀୟ ନିଶାରେ ମସ୍ତ
ରହିଥାଅନ୍ତି ସେମାନେ ସର୍ବ ପ୍ରାପ୍ତି ସମ୍ପନ୍ନ ହୋଇଯାଆନ୍ତି । ତେବେ ଏକମାତ୍ର ବାବା ଦ୍ୱିତୀୟ
କେହି ନୁହେଁ - ଏହି ସ୍ମୃତି ହିଁ ନିଶା ଚଢାଇଥାଏ ଏବଂ ଏହି ସ୍ମୃତି ଦ୍ୱାରା ହିଁ ସମର୍ଥୀ ଆସିଥାଏ
।
ସ୍ଲୋଗାନ:-
ପରସ୍ପରକୁ କପୀ
କରିବା ପରିବର୍ତ୍ତେ ବାବାଙ୍କୁ କପୀ କର ଅର୍ଥାତ୍ ଅନୁକରଣ କର ।
ଅବ୍ୟକ୍ତ ଇଶାରା:-
ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ ।
ଅନ୍ତର୍ମୁଖୀ ସ୍ଥିତିରେ
ରହୁଥିବା ଆତ୍ମାମାନେ ହିଁ ପ୍ରତ୍ୟେକ ଜ୍ଞାନ ରତ୍ନର ଗୁହ୍ୟତାକୁ ଯାଇପାରିବେ । ଜ୍ଞାନର ପ୍ରତ୍ୟେକ
ପଏଣ୍ଟର ରହସ୍ୟ କ’ଣ ଏବଂ କେଉଁ ସମୟରେ କେଉଁ ବିଧିରେ ତାକୁ କାର୍ଯ୍ୟରେ ବା ସେବାରେ ଲଗାଇବାକୁ
ହେବ, ଏହିଭଳି ଭାବରେ ତା’ ଉପରେ ମନନ ଚିନ୍ତନ କରିବା ସହିତ ତା’ର ରହସ୍ୟର ସ୍ୱାଦକୁ ଅନୁଭବ କର,
ତେବେ ନିଶାର ଅନୁଭୂତି କରିପାରିବ ।