18.06.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ଅତିନ୍ଦ୍ରିୟ ସୁଖର ଅନୁଭବ କରିବା ପାଇଁ ସର୍ବଦା ଏହି ସ୍ମୃତିରେ ରୁହ ଯେ ମୁଁ କାହାର ସନ୍ତାନ, ଯଦି
ବାବାଙ୍କୁ ଭୁଲିଯିବ ତେବେ ସୁଖ ହଜିଯିବ” ।
ପ୍ରଶ୍ନ:-
ବାବାଙ୍କୁ
ପାଇବାର ସ୍ଥାୟୀ ଖୁସି କେଉଁ ପିଲାମାନଙ୍କର ରହିଥାଏ?
ଉତ୍ତର:-
ଯେଉଁ ପିଲାମାନେ ଜଣଙ୍କ ସହିତ ନିଜର ସର୍ବ ସମ୍ବନ୍ଧ ଯୋଡିଛନ୍ତି, ଯେଉଁମାନେ ଏକମାତ୍ର ବାବାଙ୍କ
ସ୍ମୃତିରେ ହିଁ ରହିବାର ପରିଶ୍ରମ କରୁଛନ୍ତି, କୌଣସି ଦେହଧାରୀକୁ ମନେପକାଉ ନାହାଁନ୍ତି
ସେହିମାନଙ୍କର ହିଁ ସ୍ଥାୟୀ ଖୁସି ରହିଥାଏ । ଯଦି କୌଣସି ଦେହଧାରୀର ସ୍ମୃତି ଆସୁଛି ତେବେ ବହୁତ
କାନ୍ଦିବାକୁ ପଡିବ । ବିଶ୍ୱର ମାଲିକ ହେଉଥିବା ପିଲାମାନେ କେବେ ବି କାନ୍ଦିବେ ନାହିଁ ।
ଗୀତ:-
ବଚପନ କେ ଦିନ
ଭୁଲା ନ ଦେନା....
ଓମ୍ ଶାନ୍ତି ।
ବାବା କହୁଛନ୍ତି ମିଠା ମିଠା ସନ୍ତାନମାନେ - ଆମେ ବେହଦ ପିତାଙ୍କର ସନ୍ତାନ ଅଟୁ, ଏକଥା କେବେ
ଭୁଲିଯାଅ ନାହିଁ । ଯଦି ଏହି କଥା ଭୁଲିଗଲ, ତେବେ ନିଜକୁ କାନ୍ଦିବାକୁ ପଡିବ । ପୁଣି ଏହି ଛି-ଛି
ନର୍କ ଦୁନିଆକୁ ବୁଦ୍ଧି ଚାଲିଯିବ । ବାବାଙ୍କର ସ୍ମୃତି ରହିବା ଦ୍ୱାରା ଅତିନ୍ଦ୍ରିୟ ସୁଖର
ଅନୁଭୂତି ହୋଇଥାଏ । ସେହି ସୁଖ, ବାବାଙ୍କୁ ଭୁଲିଯିବା ଦ୍ୱାରା ହଜିଯିବ । ତେଣୁ ସଦା ସର୍ବଦା ମନେ
ରହିବା ଉଚିତ୍ ଯେ ମୁଁ ବାବାଙ୍କର ସନ୍ତାନ ଅଟେ ନଚେତ୍ ନିଜକୁ କାନ୍ଦିବାକୁ ପଡିବ । ସମସ୍ତେ
ଭଗବାନଙ୍କର ସନ୍ତାନ ଅଟନ୍ତି, ସମସ୍ତେ କହୁଛନ୍ତି ହେ ବାବା, ହେ ପରମପିତା ପରମାତ୍ମା ରକ୍ଷା କର
କିନ୍ତୁ ବାବାଙ୍କ ଦ୍ୱାରା ରକ୍ଷା କେଉଁ ସମୟରେ ହୋଇଥାଏ ଏକଥା କାହାକୁ ହେଲେ ବି ଜଣାନାହିଁ । ସାଧୁ
ସନ୍ଥ ଆଦି କେହି ହେଲେ ଜାଣି ନାହାଁନ୍ତି ଯେ ବାବାଙ୍କଠାରୁ ଆମକୁ ମୁକ୍ତି-ଜୀବନମୁକ୍ତି କେବେ
ମିଳିବ, କାହିଁକି ନା ଭଗବାନଙ୍କୁ ହିଁ ଅଣୁ ପରମାଣୁ ଭିତରେ ଥିବାର କହିଦେଉଛନ୍ତି । ଏବେ ତୁମେ
ପିଲାମାନେ ବେହଦର ପିତାଙ୍କୁ ଜାଣିଗଲଣି । ସିଏ ପରମପ୍ରିୟ ପିତା ଅଟନ୍ତି, ତାଙ୍କଠାରୁ ପ୍ରିୟ
ବସ୍ତୁ ଆଉ କିଛି ନାହିଁ । ଏପରି ପିତାଙ୍କୁ ନ ଜାଣିବା ବହୁତ ବଡ ଭୁଲ । ତେବେ ଶିବ ଜୟନ୍ତୀ
କାହିଁକି ପାଳନ କରୁଛନ୍ତି, ସିଏ କିଏ? ଏକଥା ମଧ୍ୟ କେହି ଜାଣି ନାହାଁନ୍ତି । ବାବା କହୁଛନ୍ତି
ତୁମେ କେତେ ନିର୍ବୋଧ ହୋଇଯାଇଛ । ମାୟା ରାବଣ ତୁମକୁ କ’ଣ କରିଦେଇଛି! ଏବେ ତୁମେ ପିଲାମାନେ
ଜାଣୁଛ ଏହି ଭାରତ ଆମର ଜନ୍ମଭୂମି ଅଟେ । ମୁଁ ପ୍ରତି ୫ ହଜାର ବର୍ଷ ପରେ ଆସୁଛି । ସେମାନେ ପୁଣି
କହୁଛନ୍ତି ୪୦,୦୦୦ ବର୍ଷ ପରେ ଯେତେବେଳେ ଏହି କଳିଯୁଗ ଶେଷ ହେବ ସେତେବେଳେ ଆସିବେ ।
ତ୍ରିମୂର୍ତ୍ତିର ଚିତ୍ର ମଧ୍ୟ ଦେଖାଇଛନ୍ତି ଏବଂ ତ୍ରିମୂର୍ତ୍ତି ମାର୍ଗ ନାମ ମଧ୍ୟ ରଖିଛନ୍ତି
କିନ୍ତୁ ତ୍ରିମୂର୍ତ୍ତି ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କୁ କେହି ହେଲେ ଜାଣିନାହାଁନ୍ତି । ବ୍ରହ୍ମା
କ’ଣ କରିଯାଇଛନ୍ତି? ବିଷ୍ଣୁ ଏବଂ ଶଙ୍କର କ’ଣ କରନ୍ତି, କେଉଁଠି ରୁହନ୍ତି, କିଛି ବି
ଜାଣିନାହାଁନ୍ତି । ସମ୍ପୂର୍ଣ୍ଣ ଘୋର ଅନ୍ଧକାର ମଧ୍ୟରେ ଅଛନ୍ତି । ବାବା ହେଲେ ରଚୟିତା । ତାଙ୍କର
ଏହା କେତେ ବଡ ରଚନା ଅଟେ । ଏହି ନାଟକ କେତେ ବିଶାଳ ଅଟେ । ଏଥିରେ ବହୁ ସଂଖ୍ୟାରେ ମନୁଷ୍ୟମାନେ
ଅଭିନୟ କରୁଛନ୍ତି । ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ଯେତେବେଳେ ସତ୍ୟଯୁଗ ଥିଲା, ଭାରତରେ
ଯେତେବେଳେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା, ସେତେବେଳେ ଅନ୍ୟ କୌଣସି ରାଜ୍ୟ ନ ଥିଲା ।
ଭଗବତୀ ଶ୍ରୀ ଲକ୍ଷ୍ମୀ, ଭଗବାନ ଶ୍ରୀ ନାରାୟଣଙ୍କୁ କୁହାଯାଏ । ରାମ-ସୀତାଙ୍କୁ ମଧ୍ୟ ଭଗବାନ ରାମ,
ଭଗବତୀ ସୀତା କହିଥା’ନ୍ତି । ତେବେ ଏହି ନାରାୟଣ ଭଗବାନ ଏବଂ ଲକ୍ଷ୍ମୀ ଭଗବତୀ କେଉଁଠୁ ଆସିଲେ?
ସେମାନେ ଏହିଠାରେ ହିଁ ରାଜତ୍ୱ କରି ଯାଇଛନ୍ତି କିନ୍ତୁ ସେମାନଙ୍କର ଜୀବନକାହାଣୀ ତ କେହି ଜଣେ
ହେଲେ ବି ଜାଣିନାହାଁନ୍ତି । କେବଳ ଗାୟନ କରିଚାଲିଛନ୍ତି ହେ ଭଗବାନ ଦୁଃଖହର୍ତ୍ତା ସୁଖକର୍ତ୍ତା
କିନ୍ତୁ ଏ କଥା କାହା ବୁଦ୍ଧିରେ ବି ଆସୁନାହିଁ - ସିଏ ଦୁଃଖହର୍ତ୍ତା ସୁଖକର୍ତ୍ତା କିପରି ଅଟନ୍ତି
। ସିଏ ସମସ୍ତଙ୍କୁ କେଉଁ ପ୍ରକାରର ସୁଖ ଦେଇଛନ୍ତି? ଆଉ କେବେ ସମସ୍ତଙ୍କର ଦୁଃଖ ହରଣ କଲେ? କିଛି
ଜାଣିନାହାଁନ୍ତି?
ତୁମେ ପିଲାମାନେ ଏବେ ଏଠାରେ ରାଜଯୋଗ ଶିକ୍ଷା କରୁଛ - ଭଗବତୀ ଲକ୍ଷ୍ମୀ-ଭଗବାନ ନାରାୟଣ ହେବା ପାଇଁ
। ଏକଥା ମଧ୍ୟ ଜାଣିଛ ଯେ ଭଗବତୀ ସୀତା, ଭଗବାନ ରାମ ମଧ୍ୟ ହେବେ । ସତ୍ୟଯୁଗରେ ୮ ଜନ୍ମ ଶେଷ କରି
ପୁଣି ରାମ-ସୀତାଙ୍କ ରାଜ୍ୟରେ ଆସିବ । ୨୧ ଜନ୍ମ ପାଇଁ ବିଶାଳ ରାଜତ୍ୱ ତୁମେମାନେ ଏହିଠାରେ ହିଁ
ସ୍ଥାପନ କରୁଛ । ତୁମେମାନେ ଭଗବତୀ-ଭଗବାନ ସ୍ୱର୍ଗର ମାଲିକ ହେଉଛ । ସ୍ୱର୍ଗ କୌଣସି ଆକାଶରେ ନାହିଁ
। ଏକଥା ମଧ୍ୟ କାହାକୁ ଜଣାନାହିଁ । ଏକଦମ୍ ତୁଚ୍ଛ ବୁଦ୍ଧି ହୋଇଯାଇଛନ୍ତି । କହୁଛନ୍ତି ଅମୁକ
ସ୍ୱର୍ଗବାସୀ ହେଲେ । କିନ୍ତୁ କିଛି ବି ବୁଝୁ ନାହାଁନ୍ତି । ଆଚ୍ଛା ତେବେ କ’ଣ ଖ୍ରୀଷ୍ଟିୟାନ,
ବୌଦ୍ଧି ସମସ୍ତେ ସତ୍ୟଯୁଗକୁ ଯିବେ? ସେମାନେ ପରବର୍ତ୍ତୀ ସମୟରେ ଆସି ନିଜର ଧର୍ମ ସ୍ଥାପନ
କରିଥାନ୍ତି ତେଣୁ ସେମାନେ ପୁଣି ସ୍ୱର୍ଗରେ କିପରି ଆସିପାରିବେ? ସ୍ୱର୍ଗ କାହାକୁ କୁହାଯାଏ ଏକଥା
ମଧ୍ୟ ସେମାନଙ୍କୁ ଜଣା ନାହିଁ । ସନ୍ନ୍ୟାସୀମାନେ କହିଥାନ୍ତି ଜ୍ୟୋତି ଜ୍ୟୋତିରେ ମିଶିଗଲା । ଆଉ
କେହି ପୁଣି କହିଥା’ନ୍ତି ନିର୍ବାଣଧାମକୁ ଗଲା । ନିର୍ବାଣ ତ ଏକ ଲୋକ ଅଟେ ନା । ତାହା ତ ନିବାସ
ସ୍ଥାନ । ଜ୍ୟୋତି ଜ୍ୟୋତିରେ ଲୀନ ହେବାର ପ୍ରଶ୍ନ ହିଁ ଉଠୁନାହିଁ । ଯଦି ଜ୍ୟୋତି ଜ୍ୟୋତିରେ
ମିଶିଯିବ ତେବେ ତ ଆତ୍ମାର ଅସ୍ତିତ୍ୱ ସମାପ୍ତ ହୋଇଯିବ ବା ଖେଳ ହିଁ ସମାପ୍ତ ହୋଇଯିବ । ଏହି
ଡ୍ରାମାରୁ କୌଣସି ବି ଆତ୍ମା ମୁକ୍ତ ହୋଇପାରିବେ ନାହିଁ । କେହି ମଧ୍ୟ ମୋକ୍ଷ ପ୍ରାପ୍ତ କରିପାରିବେ
ନାହିଁ । ଗୀତର ଅର୍ଥ ମଧ୍ୟ କେହି ଜାଣିନାହାଁନ୍ତି । ନା କେହି ଜୀବନମୁକ୍ତିର ଅର୍ଥକୁ ଜାଣିଛନ୍ତି,
ନା ଆତ୍ମା ପରମାତ୍ମାର ଅର୍ଥକୁ ବୁଝିଛନ୍ତି ।
ବାବା କହୁଛନ୍ତି ତୁମମାନଙ୍କର ଚେହେରା ତ ମନୁଷ୍ୟଙ୍କର ରହିଛି, ଯାହାକି ଦେବତାମାନଙ୍କର ମଧ୍ୟ ଥିଲା
। ସତ୍ୟଯୁଗ ଆରମ୍ଭରେ ଦେବତାମାନେ ଥିଲେ । ସେମାନଙ୍କର ରାଜ୍ୟ ୨୫୦୦ ବର୍ଷ ଚାଲିଲା । ବାକି ୨୫୦୦
ବର୍ଷର କଥା, ଯେଉଁ ସମୟରେ ଅନ୍ୟ ସବୁ ଧର୍ମମାନେ ଆସିଥାନ୍ତି । ୫ ହଜାର ବର୍ଷ ପରିବର୍ତ୍ତେ
ମନୁଷ୍ୟମାନେ କଳ୍ପ ବୃକ୍ଷର ଆୟୁଷ ଲକ୍ଷ ଲକ୍ଷ ବର୍ଷ ବୋଲି କହିଦେଇଛନ୍ତି କିନ୍ତୁ ତୁମ କଥାକୁ
ବୁଝିବା ପାଇଁ ମଧ୍ୟ କେହି ଆସିବେ ନାହିଁ । ହଁ ସେହିମାନେ ହିଁ ଆସିବେ, ଯେଉଁମାନେ କଳ୍ପ ପୂର୍ବରୁ
ଆସି ବୁଝିଥିବେ । ପ୍ରଥମେ ତ ବୁଝାଇବାକୁ ହେବ ଯେ - ଗୋଟିଏ ହେଲା ହଦର (ସୀମିତ) ସନ୍ନ୍ୟାସ,
ଯେଉଁଥିରେ ସନ୍ନ୍ୟାସୀମାନେ ଘର ଦ୍ୱାର ଛାଡି ଜଙ୍ଗଲରେ ଯାଇ ରହିଥା’ନ୍ତି, ପ୍ରଥମେ-ପ୍ରଥମେ ସେମାନେ
ମଧ୍ୟ ସତ୍ତ୍ୱପଧାନ ଥିଲେ । ପୁଣି ଏବେ ତମୋପ୍ରଧାନ ହୋଇଯିବା କାରଣରୁ ଜଙ୍ଗଲରୁ ଫେରି ଆସି ବଡ ବଡ
ମହଲ ତିଆରି କରି ରହୁଛନ୍ତି । ଏହି ସନ୍ନ୍ୟାସୀମାନେ ମଧ୍ୟ ପବିତ୍ରତା ଆଧାରରେ ଭାରତକୁ ନିଶ୍ଚିତ
ଭାବରେ ଏ ପର୍ଯ୍ୟନ୍ତ ଆଶ୍ୱସ୍ତ କରି ରଖିଛନ୍ତି । ଏମାନେ ମଧ୍ୟ ଭାରତର ସେବା କରିଛନ୍ତି । ଯଦି ଏହି
ସନ୍ନ୍ୟାସ ଧର୍ମ ନ ଥା’ନ୍ତା ତେବେ ଭାରତ ଏକଦମ୍ ବିକାରରେ ଜଳିଯାଇଥାନ୍ତା । ପୁରାପୁରି ପତିତ
ହୋଇଯାଇଥା’ନ୍ତା । ଏହିଭଳି ମଧ୍ୟ ଡ୍ରାମା ତିଆରି ହୋଇଛି । ସେମାନଙ୍କ ଭିତରେ ପ୍ରଥମେ ପବିତ୍ରତାର
ଶକ୍ତି ଥିଲା, ଯାହାଦ୍ୱାରା ସେମାନେ ଭାରତର ସ୍ଥିତି ବଜାୟ ରଖିଛନ୍ତି । ଯେତେବେଳେ ଏହି
ଦେବତାମାନଙ୍କର ରାଜ୍ୟ ଥିଲା, ସେତେବେଳେ ଏହି ଭାରତ କେତେ ଧନଶାଳୀ ଥିଲା । ଏମାନଙ୍କର କେତେ ବଡ
ବଡ ହୀରାନୀଳାର ମହଲ ଥିଲା । ଏବେ ସେ ସବୁ କୁଆଡେ ଗଲା? ସବୁ କିଛି ତଳକୁ ଚାଲିଗଲା । ଲଙ୍କା ଏବଂ
ଦ୍ୱାରିକା ପାଇଁ କହୁଛନ୍ତି - ସମୁତ୍ର ତଳକୁ ଚାଲିଗଲା । ଏବେ ତ ଆଉ ନାହିଁ । ସୁନାର ମହଲ ଆଦି ସବୁ
କିଛି ଥିଲା ନା । ଯଦି ଦ୍ୱାପରରେ ମନ୍ଦିର ମାନଙ୍କରେ ଏତେ ହୀରାନୀଳା ଆଦି ଲଗାଇ ପାରୁଛନ୍ତି, ତେବେ
ସତ୍ୟଯୁଗରେ କ’ଣ ନ ଥିବ । ତେବେ ତୁମ ପିଲାମାନଙ୍କର କେତେ ଖୁସି ରହିବା ଦରକାର । ବାବା ପୁନର୍ବାର
ଆସିଛନ୍ତି । କହୁଛନ୍ତି ବାବାଙ୍କୁ ମନେପକାଅ । ସ୍ମରଣ କେବଳ ଜଣଙ୍କୁ ହିଁ କରିବାର ଅଛି,
ଯାହାଦ୍ୱାରା ବିକର୍ମ ବିନାଶ ହୋଇଥାଏ । କିନ୍ତୁ ଏକଥା ଭୁଲିଯାଉଛନ୍ତି ଏବଂ ଦେହଧାରୀଙ୍କର ସ୍ମୃତି
ଆସିଯାଉଛି । ଦେହଧାରୀକୁ ମନେ ପକାଇବା ଦ୍ୱାରା ତ କିଛି ହେଲେ ବି ଲାଭ ନାହିଁ । ବାବା କହୁଛନ୍ତି
- ମାମେକମ୍ ୟାଦ କରୋ ଅର୍ଥାତ୍ କେବଳ ମୋତେ ମନେ ପକାଅ । କୌଣସି ଦେହଧାରୀଙ୍କୁ ମନେ ପକାଅ ନାହିଁ
। କଥାରେ ଅଛି ନା ମା’ ମରିଗଲେ ମଧ୍ୟ ଖୁସିରେ ରୁହ..... କେବଳ ବାବାଙ୍କର ସ୍ମୃତି ଦ୍ୱାରା ହିଁ
ପୁଣ୍ୟ ଜମା ହୋଇଥାଏ । ଆମେ ଶିବବାବାଙ୍କର ସନ୍ତାନ ଅଟୁ, ତାଙ୍କଠାରୁ ସମ୍ପତ୍ତି ନେବାର ଅଛି । ଏହି
ସମୟରେ ଯଦି ବାବାଙ୍କୁ ମନେ ନ ପକାଇବା ତେବେ ବହୁତ ପଶ୍ଚାତାପ କରିବାକୁ ପଡିବ, କାନ୍ଦିବାକୁ ପଡିବ
। ବିଶ୍ୱର ମାଲିକ ହେବାବାଲାଙ୍କୁ କାନ୍ଦିବା କ’ଣ ଦରକାର । ତୁମେ ବାବାଙ୍କୁ ଭୁଲି ଯାଉଛ, ତେଣୁ
ମାୟା ତୁମକୁ ଥାପଡ ମାରି ଦେଉଛି, ସେଥିପାଇଁ ବାବା ବାରମ୍ବାର ବୁଝାଉଛନ୍ତି ଯେ ବାବାଙ୍କୁ ଏବଂ
ତାଙ୍କର ସମ୍ପତ୍ତିକୁ ମନେ ପକାଅ । ଅମରନାଥ ଅମରପୁରୀରେ କେବଳ ଜଣେ ପାର୍ବତୀଙ୍କୁ ତ ଅମର କଥା
ଶୁଣାଇ ନ ଥିବେ । ନିଶ୍ଚିତ ସେଠାରେ ଅନେକ ଥିବେ । ଯେ କେହି ବି ମନୁଷ୍ୟ ମାତ୍ର ଅଛନ୍ତି,
ସମସ୍ତଙ୍କୁ ବାବା ବୁଝାଉଛନ୍ତି ଯେ ଏବେ ପତିତ ହୁଅ ନାହିଁ । ଏହି ଅନ୍ତିମ ଜନ୍ମ ପବିତ୍ର ହୁଅ ।
ସ୍ୱର୍ଗରେ କୌଣସି ବିକାର ନ ଥାଏ । ଯଦି ସେଠାରେ ମଧ୍ୟ ବିକାର ରହିବ ତେବେ ସ୍ୱର୍ଗ ଏବଂ ନର୍କ
ମଧ୍ୟରେ ପାର୍ଥକ୍ୟ କ’ଣ ରହିଲା? ଦେବୀ-ଦେବତାଙ୍କର ମହିମା ଗାୟନ କରୁଛନ୍ତି ଯେ ସର୍ବଗୁଣ ସମ୍ପନ୍ନ,
୧୬ କଳା ସମ୍ପୂର୍ଣ୍ଣ... ଅଟନ୍ତି । ଭଗବାନ ଆସି ଭଗବାନ-ଭଗବତୀ ହିଁ କରିବେ, କେବଳ ଭଗବାନଙ୍କ ବିନା
ଆଉ କେହି କରିପାରିବେ ନାହିଁ । ଭଗବାନ ତ ଜଣେ ହିଁ ଅଟନ୍ତି । ଗାୟନ ମଧ୍ୟ ରହିଛି ଭଗବାନ
ଭଗବତୀଙ୍କର ରାଜଧାନୀ । ଯଥା ରାଜା ରାଣୀ ତଥା ପ୍ରଜାମାନେ ମଧ୍ୟ ସେହିଭଳି ହେବେ । କିନ୍ତୁ
ସେମାନଙ୍କୁ ଭଗବାନ-ଭଗବତୀ କୁହାଯିବ ନାହିଁ । ସେଥିପାଇଁ କୁହାଯାଉଛି ଆଦି ସନାତନ ଦେବୀ-ଦେବତା
ଧର୍ମ । ଏହି କଥା କାହାକୁ ବି ଜଣା ନାହିଁ । ଏହି ବ୍ରହ୍ମାଙ୍କର ଆତ୍ମାକୁ ମଧ୍ୟ ବାବା ବୁଝାଉଛନ୍ତି
। ଗୋଟିଏ ବାବାଙ୍କର ଆଉ ଗୋଟିଏ ଦାଦାଙ୍କର - ଉଭୟ ଆତ୍ମା ଅଛନ୍ତି ନା । ଗୋଟିଏ ଆତ୍ମା ୮୪ ଜନ୍ମ
ନେଉଛି, ଆଉ ଗୋଟିଏ ଆତ୍ମା ପୁନର୍ଜନ୍ମ ରହିତ ଅଟେ । ବାବା କେବେ ପୁନର୍ଜନ୍ମ ନିଅନ୍ତି ନାହିଁ ।
ଥରେ ମାତ୍ର ଆସି ସାରା ବିଶ୍ୱକୁ ପବିତ୍ର କରିବା ପାଇଁ ଆମକୁ ରାଜଯୋଗ ଶିଖାଉଛନ୍ତି । ବାବା ତୁମକୁ
ବୁଝାଉଛନ୍ତି - ଯେ ମୁଁ ଏହି ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରିଛି । ଏଇ ବ୍ରହ୍ମା ୮୪ ଜନ୍ମ ଭୋଗ
କରିଛନ୍ତି । ଏବେ ୟାଙ୍କର ବହୁତ ଜନ୍ମର ଏହା ଅନ୍ତିମ ଜନ୍ମ ଅଟେ । ତେବେ ମୁଁ ତ ନିରାକାର ପୁଣି
ପିଲାମାନଙ୍କୁ ରାଜଯୋଗ କିପରି ଶିଖାଇବି? ପ୍ରେରଣା ଦ୍ୱାରା ତ କିଛି ହୋଇପାରିବ ନାହିଁ ।
ଶ୍ରୀକୃଷ୍ଣ ଭଗବାନଉବାଚ ତ ହୋଇପାରିବ ନାହିଁ । ସିଏ କିପରି ଆସିପାରିବେ? ସିଏ ତ ସତ୍ୟଯୁଗର
ରାଜକୁମାର ଅଟନ୍ତି, ୧୬ କଳା ସମ୍ପୂର୍ଣ୍ଣ... ପୁଣି ତ୍ରେତା ଯୁଗରେ ୧୪ କଳା ସମ୍ପୂର୍ଣ୍ଣ ତେବେ
ପୁଣି ଦ୍ୱାପରଯୁଗକୁ ଶ୍ରୀକୃଷ୍ଣଙ୍କୁ କାହିଁକି ନେଇ ଆସିଛନ୍ତି । ତାଙ୍କୁ ତ ପ୍ରଥମରୁ ଆସିବା
ଦରକାର । ବାବା ବୁଝାଉଛନ୍ତି ପ୍ରଥମେ ବାବାଙ୍କୁ ମନେ ପକାଅ ନଚେତ୍ ମାୟା ଏକଦମ୍ ଚାପୁଡା ମାରିଦେବ
। ଯେପରି ଲାଜକୁଳୀ ଲତା ହୋଇଥାଏ ଯାହାକୁ ଛୁଇଁବା ମାତ୍ରେ ଝାଉଁଳି ଯାଇଥାଏ । ତୁମମାନଙ୍କର ମଧ୍ୟ
ଏହିଭଳି ଅବସ୍ଥା ହୋଇଥାଏ, ଯଦି ବାବାଙ୍କୁ ସ୍ମରଣ ନ କଲ ତେବେ ସବୁ କିଛି ସମାପ୍ତ ହୋଇଯିବ । ଗୀତରେ
ମଧ୍ୟ ଶୁଣିଲ ବଚପନ କେ ଦିନ ଭୁଲା ନେହିଁ ଦେନା.... । ଯଦି ବାବାଙ୍କୁ ଭୁଲିଗଲ ତେବେ କେଉଁଠି ନା
କେଉଁଠି ଆଘାତ ଲାଗିଯିବ । ବାବା କହୁଛନ୍ତି - ତୁମେ ମୋର ସନ୍ତାନ ଅଟ ନା । ଏହି (ବ୍ରହ୍ମାଙ୍କର)
ଶରୀର ତ ବିଷୟ ବିକାରରୁ ଜନ୍ମ ନେଇଛି । ଯିଏ ବ୍ରହ୍ମାଙ୍କର ଶରୀରକୁ ଜନ୍ମ ଦେଇଛନ୍ତି ସିଏ ୟାଙ୍କର
ଲୌକିକ ମାତାପିତା ଅଟନ୍ତି । ଇଏ ତ ହେଲେ ପାରଲୌକିକ ପିତା ଏବଂ ଏହି ବ୍ରହ୍ମାଙ୍କୁ ପୁଣି ଅଲୌକିକ
ପିତା କୁହାଯାଉଛି । ଇଏ ବ୍ରହ୍ମା ହଦର ପିତା ଥିଲେ, ଏବେ ପୁଣି ବେହଦର ପିତା ହୋଇଗଲେ । ଏବେ ଦେଖ
ଏହି ଲୌକିକ କନ୍ୟା ନିର୍ମଳା ଶାନ୍ତା । ଇଏ ବ୍ରହ୍ମା ତାଙ୍କର ଲୌକିକ ପିତା ହେବା ସହିତ ଅଲୌକିକ
ଏବଂ ପାରଲୌକିକ ପିତା ମଧ୍ୟ ଅଟନ୍ତି । ଶିବବାବାଙ୍କର ତ କେହି ଭାଇ-ଭଉଣୀ ନାହାଁନ୍ତି । ନା ଲୌକିକ,
ନା ଅଲୌକିକ, ନା ପାରଲୌକିକ । କେତେ ପାର୍ଥକ୍ୟ ରହିଛି । ଏକ ବାବାଙ୍କର ହୋଇଯିବା ମାଉସୀ ଘର କଥା
ନୁହେଁ । ଏହିଭଳି ବାବାଙ୍କ ସହିତ ସମ୍ବନ୍ଧ ଯୋଡିବାକୁ ହେବ, ସେଥିପାଇଁ ସମୟ ଲାଗିବ ।
ଶିବବାବାଙ୍କର ସ୍ମୃତିରେ ରହିବା ବହୁତ କଷ୍ଟକର କଥା । କେହି ପଚାଶ ବର୍ଷର ଜ୍ଞାନୀ ମଧ୍ୟ ସାରା
ଦିନ ଭିତରେ ଶିବବାବାଙ୍କୁ ୟାଦ ବି କରି ନ ଥା’ନ୍ତି, ଏମିତି ବି ଅଛନ୍ତି । ଅନ୍ୟ ସମସ୍ତଙ୍କୁ ଭୁଲି
କେବଳ ବାବାଙ୍କୁ ୟାଦ କରିବା ବହୁତ ମେହନତର କଥା । କେହି ଏକ ପ୍ରତିଶତ ମନେ ପକାଉଛନ୍ତି ତ ଆଉ କେହି
ଦୁଇ ପ୍ରତିଶତ ଆଉ କେହି ତା’ଠାରୁ ମଧ୍ୟ କମ୍ ଅଧା ପ୍ରତିଶତ ବଡ କଷ୍ଟରେ ମନେ ପକାଉଛନ୍ତି । ଏହା
ବହୁତ ଉଚ୍ଚ ଲକ୍ଷ୍ୟ ଅଟେ । ତେବେ ବାବା ବୁଝାଉଛନ୍ତି ପିଲାଦିନକୁ ଭୁଲିଯିବା ଉଚିତ୍ ନାହିଁ ।
ବାବାଙ୍କଠାରୁ ସ୍ୱର୍ଗର ସମ୍ପତ୍ତି ମିଳୁଛି । ତୁମେ ଜାଣିଛ ଆମେ ବଞ୍ଚି ଥାଉ ଥାଉ ମରି ବାବାଙ୍କର
ହୋଇଛୁ - ନୂଆ ଦୁନିଆକୁ ଯିବା ପାଇଁ । ତେଣୁ ତୁମକୁ ସ୍ଥାୟୀ ଖୁସି ରହିବା ଦରକାର, ଓହୋ! ମୁଁ
ଦ୍ୱିମୁକୁଟଧାରୀ ହେବି! ମନୁଷ୍ୟମାନେ କ’ଣ ଜାଣିଛନ୍ତି ଯେ ସତ୍ୟଯୁଗରେ ଏହି ଦେବତାମାନଙ୍କୁ ୧୬ କଳା
ସମ୍ପୂର୍ଣ୍ଣ ଏବଂ ୧୪ କଳା ସମ୍ପୂର୍ଣ୍ଣ କାହିଁକି କହୁଛନ୍ତି? ଏସବୁ କିଛି ବି ଜାଣିନାହାଁନ୍ତି ।
ଏହି ଭକ୍ତିମାର୍ଗର ଶାସ୍ତ୍ର ଇତ୍ୟାଦି ପୁନର୍ବାର ଲେଖାଯିବ । ଏହି ହଠଯୋଗ, ତୀର୍ଥଯାତ୍ରା ଇତ୍ୟାଦି
ପୁର୍ନବାର ହେବ । କିନ୍ତୁ ଏହାଦ୍ୱାରା କ’ଣ ହେବ? କ’ଣ ସ୍ୱର୍ଗକୁ ଚାଲିଯିବେ? ନା, ବହୁତ ଲୋକ
ରିଦ୍ଧି-ସିଦ୍ଧି ଦ୍ୱାରା କାର୍ଯ୍ୟ କରୁଛନ୍ତି । ତେବେ ରିଦ୍ଧି-ସିଦ୍ଧି ବାଲା ତ ବହୁତ ଅଛନ୍ତି ।
ହଜାର-ହଜାର ମନୁଷ୍ୟ ସେମାନଙ୍କ ପଛରେ ପଡିଛନ୍ତି । ରିଦ୍ଧି-ସିଦ୍ଧି ଦ୍ୱାରା ଘଡି ଇତ୍ୟାଦି ବହୁତ
ଜିନିଷ ବାହାର କରିଥା’ନ୍ତି । ଏକଥା କ’ଣ କେହି ବୁଝୁଛନ୍ତି କି ଏସବୁ ହେଲା ଅଳ୍ପକାଳର ସିଦ୍ଧି ।
ଏଥିରେ ବହୁତ ପରିଶ୍ରମ କରିବାକୁ ପଡିଥାଏ । ଏହି ରିଦ୍ଧି-ସିଦ୍ଧି ଆଦି ଶିକ୍ଷା କରିବା ପାଇଁ ମଧ୍ୟ
ପୁସ୍ତକ ରହିଛି । କେତେ ଲକ୍ଷ ଲକ୍ଷ ମନୁଷ୍ୟ ସେମାନଙ୍କର ପଛରେ ପଡିଛନ୍ତି । ତୁମେ ପିଲାମାନେ
ଜାଣିଛ ଯେ ଆମକୁ ବାବାଙ୍କ ଠାରୁ ସ୍ୱର୍ଗର ସମ୍ପତ୍ତି ମିଳୁଛି । ଏହି ଆଖି ଦ୍ୱାରା ଯାହା କିଛି
ଦେଖୁଛ ସେସବୁ କିଛି ହେଲେ ବି ରହିବ ନାହିଁ । ବାବା ବୁଝାଉଛନ୍ତି ତୁମେ ଅଶରୀରୀ ହୋଇ ଆସିଥିଲ,
ପୁଣି ଶରୀର ସହିତ ଅଭିନୟ କଲ । ଯଦି ୮୪ ଲକ୍ଷର ହିସାବ-କିତାବ ବାହାର କରିବା ତେବେ ୧୨ ମାସ
ଲାଗିଯିବ । ଏଭଳି କେବେ ହୋଇପାରିବ ନାହିଁ । ୮୪ ଜନ୍ମର ହିସାବ-କିତାବ ବତାଇବା ତ ବହୁତ ସହଜ ।
ତୁମେ ୮୪ ଜନ୍ମର ଚକ୍ର ଲଗାଇ ଚାଲିଛ । ସୂର୍ଯ୍ୟବଂଶୀମାନେ ଥିଲାବେଳେ ଚନ୍ଦ୍ରବଂଶୀ ନ ଥାନ୍ତି ।
ସୂର୍ଯ୍ୟବଂଶୀ କୁଳର ରାଜ୍ୟ ଶେଷ ହେଲା ପରେ ପୁଣି ଚନ୍ଦ୍ରବଂଶୀ.... ହେଲେ ।
ଏବେ ତୁମେମାନେ ଜାଣିଛ ଯେ ଆମେମାନେ ହେଲେ ବ୍ରାହ୍ମଣବଂଶୀ, ପୁଣି ଦେବତାବଂଶୀ ହେବୁ, ସେଥିପାଇଁ
ଆମେ ପାଠ ପଢୁଛୁ । ପୁଣି ସିଢିରେ ତଳକୁ ଖସି ଖସି ବୈଶ୍ୟ, ଶୁଦ୍ରବଂଶୀ ହେବୁ । ଏବେ ନିଜର ୮୪
ଜନ୍ମର ସ୍ମୃତି ଆସିଯାଇଛି । ଏହି ଚକ୍ରକୁ ମଧ୍ୟ ମନେ ପକାଇବାକୁ ପଡିବ । ବାବାଙ୍କୁ ସ୍ମରଣ କରିବା
ଦ୍ୱାରା ସଦା ସୁସ୍ଥ, ସଦା ସମ୍ପତ୍ତିବାନ ହେବ, ପାପ ସବୁ କଟିଯିବ । ଚକ୍ରକୁ ଜାଣିବା ଦ୍ୱାରା
ଚକ୍ରବର୍ତ୍ତୀ ରାଜା ହୋଇଯିବ । ତୁମେ ଜାଣିଛ ଏହି ପୁରୁଣା ଦୁନିଆ ଶ୍ମଶାନ ହେବାକୁ ଯାଉଛି । କିଛି
ବି ରହିବ ନାହିଁ, ସବୁ କିଛି ସମାପ୍ତ ହୋଇଯିବ । କଥାରେ ଅଛି ରାମ ଗଲେ ରାବଣ ମଧ୍ୟ ଗଲେ...
ରାମଙ୍କର ସତ୍ୟଯୁଗରେ କେତେ ଛୋଟ ପରିବାର ଥିବ । ଏବେ ରାବଣର କେତେ ବଡ ପରିବାର ରହିଛି । ପିଲାମାନେ
ଜାଣିଛନ୍ତି ଯେ ଏଠାରେ ରାଜଧାନୀର ସ୍ଥାପନା ହେଉଛି । ପ୍ରତ୍ୟେକ କଥାରେ ପୁରୁଷାର୍ଥ ହେଲା ପ୍ରଥମ
। ବାବା ପୁରୁଷାର୍ଥ କରାଉଛନ୍ତି - ପିଲାମାନେ ମୋତେ ମନେ ପକାଅ । ଯେଉଁ ବାବାଙ୍କଠାରୁ ତୁମକୁ
ସ୍ୱର୍ଗ ଦୁନିଆର ଅବିନାଶୀ ବାଦଶାହୀ ମିଳୁଛି, କ’ଣ ତୁମେ ତାଙ୍କୁ ମନେ ପକାଇବ ନାହିଁ? ବାବା
ସ୍ମରଣ କରାଇ ଦେଉଛନ୍ତି ଯେ ତୁମେ ସ୍ୱର୍ଗର ମାଲିକ ଥିଲ । ଏବେ ପୁନର୍ବାର ପୁରୁଷାର୍ଥ କରି
ସ୍ୱର୍ଗର ମାଲିକ ହୁଅ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) କେବେ ବି
କୌଣସି କଥାରେ ଲାଜକୁଳି ଲତା ଭଳି ହେବାର ନାହିଁ । ଈଶ୍ୱରୀୟ ପିଲା ଦିନକୁ ଭୁଲି ଝାଉଁଳି ଯିବାର
ନାହିଁ । ଏହି ଆଖି ଦ୍ୱାରା ଯାହା କିଛି ଦେଖାଯାଉଛି, ସେଗୁଡିକୁ ଦେଖୁଥିଲେ ମଧ୍ୟ ଦେଖିବାର ନାହିଁ
।
(୨) ଏକମାତ୍ର ବାବାଙ୍କ
ସ୍ମୃତି ଦ୍ୱାରା ହିଁ ପୂଣ୍ୟ ଜମା ହୋଇଥାଏ, ସେଥିପାଇଁ ଦେହଧାରୀମାନଙ୍କୁ ମନେ ପକାଇ କାନ୍ଦିବାର
ନାହିଁ । ବାବା ଏବଂ ବାବାଙ୍କର ସମ୍ପତ୍ତିକୁ ମନେ ପକାଇ ବିଶ୍ୱର ବାଦଶାହୀ ନେବାର ଅଛି ।
ବରଦାନ:-
ଶ୍ରେଷ୍ଠ ମତର
ଆଧାର ଦ୍ୱାରା ମାୟାବୀ ସଂଗଦୋଷ ଠାରୁ ଉର୍ଦ୍ଧ୍ୱରେ ରହୁଥିବା ଶକ୍ତି ସ୍ୱରୂପ ଭବ ।
ପିଲାମାନଙ୍କର ଗୋଟିଏ
ଅଭିଯୋଗ ସର୍ବଦା ରହୁଛି ଯେ ଆମର ସମ୍ବନ୍ଧୀମାନେ ଆମ କଥା ଶୁଣୁ ନାହାଁନ୍ତି, ଆମକୁ ଭଲ ସଂଗ ମିଳୁ
ନାହିଁ, ସେଥିପାଇଁ ଆମେ ଶକ୍ତିଶାଳୀ ହୋଇ ପାରୁ ନାହୁଁ । କିନ୍ତୁ ଶ୍ରେଷ୍ଠ ମତ ଆଧାରରେ ଜ୍ଞାନ
ସ୍ୱରୂପ ଶକ୍ତି ସ୍ୱରୂପର ବରଦାନୀ ହୋଇ ନିଜର ସ୍ଥିତିକୁ ଅଚଳ କର । ସାକ୍ଷୀ ହୋଇ ପ୍ରତ୍ୟେକଙ୍କର
ପାର୍ଟକୁ ଦେଖ । ନିଜର ସତ୍ତ୍ୱଗୁଣୀ ପାର୍ଟରେ ସ୍ଥିତ ହୋଇ ରୁହ । ଯଦି ସର୍ବଦା ବାବାଙ୍କର ସଂଗରେ
ରହିବ ତେବେ ତମୋଗୁଣୀ ଆତ୍ମାଙ୍କର ସଂଗର ରଙ୍ଗର ପ୍ରଭାବ ପଡିପାରିବ ନାହିଁ ।
ସ୍ଲୋଗାନ:-
କର୍ମଯୋଗୀ
ତାଙ୍କୁ କୁହାଯିବ ଯିଏ କର୍ମରୂପୀ କଳ୍ପ ବୃକ୍ଷର ଡାଳ ଉପରେ ବସି କର୍ମ କରୁଥିଲେ ମଧ୍ୟ ଉପରାମ
ସ୍ଥିତିରେ ରହୁଥିବ ।
ଅବ୍ୟକ୍ତ ଈଶାରା -
ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ ।
ଯେପରି କାହାର କାହାର
କୌଣସି ଏକ ବିଶେଷ ନେଚର ରହିଥାଏ, ଯାହାକି ନ ଚାହିଁଲେ ମଧ୍ୟ ସେହି ନେଚରର ବଶୀଭୂତ ହୋଇ କର୍ମ
କରିଥାଆନ୍ତି । କହିଥାଆନ୍ତି ମୁଁ ଚାହୁଁ ନାହିଁ କିନ୍ତୁ ଏହା ମୋ’ର ନେଚର ଅଟେ । ସେହିପରି
ତୁମମାନଙ୍କର ନେଚର ଏତେ ସରଳ ହେଉ ଯାହାକି ଅନ୍ୟମାନଙ୍କୁ ଅନୁଭବ ହେଉ ଯେ ଇଏ ସହଜଯୋଗୀ, ସ୍ୱତଃଯୋଗୀ
ଅଟନ୍ତି । କ’ଣ କରିବି, କିପରି ଯୋଗ ଲଗାଇବି.... ଏହିଭଳି କଥାସବୁ ସମାପ୍ତ ହୋଇଯାଉ । ମୁଁ ସଦା
ସହଯୋଗୀ ଅର୍ଥାତ୍ ଯୋଗୀ ହିଁ ଅଟେ । ଏହି ଗୋଟିଏ କଥାକୁ ସ୍ୱାଭାବିକ ନେଚରରେ ପରିଣତ କରିଦେଲେ ସବୁ
ବିଷୟରେ ପ୍ରବୀଣ ହୋଇଯିବ ।