18.08.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଶୁଣାଶୁଣି କଥା ଉପରେ ବିଶ୍ୱାସ କର ନାହିଁ, ଯଦି କେହି ଓଲଟା ସିଧା କଥା ଶୁଣାଉଥା’ନ୍ତି, ତେବେ ଗୋଟିଏ କାନରେ ଶୁଣି ଅନ୍ୟ କାନରେ ବାହାର କରିଦିଅ ।”

ପ୍ରଶ୍ନ:-
ଜ୍ଞାନର ଖୁସିରେ ରହୁଥିବା ସନ୍ତାନମାନଙ୍କର ଚିହ୍ନ ବା ଲକ୍ଷଣ କ’ଣ ହୋଇଥିବ?

ଉତ୍ତର:-
ସେମାନେ ପୁରୁଣା କର୍ମଭୋଗର ହିସାବ-କିତାବକୁ ଜ୍ଞାନର ଖୁସିରେ ମର୍ଜ ଅର୍ଥାତ୍ ସହନ କରିଯିବେ । ଜ୍ଞାନର ଖୁସୀରେ ଦୁଃଖ, କଷ୍ଟ, ଦୁଃଖର ଦୁନିଆ ହିଁ ଭୁଲି ହୋଇ ଯାଇଥାଏ । ବୁଦ୍ଧିରେ ରହିଥାଏ ଏବେ ତ ଆମେ ଖୁସିର ଦୁନିଆକୁ ଯାଉଛୁ । ରାବଣ ହିଁ ଅଭିଶାପ ଦେଇ ଦୁଃଖୀ କରିଦେଇଛି, ବର୍ତ୍ତମାନ ବାବା ଆସିଛନ୍ତି ସେହି ଦୁଃଖ, କଷ୍ଟର ଦୁନିଆରୁ ବାହାର କରି ଖୁସିର ଦୁନିଆକୁ ନେଇଯିବା ପାଇଁ ।

ଗୀତ:-
ତୁହ୍ମେ ପାକେ ହମନେ...

ଓମ୍ ଶାନ୍ତି ।
ମଧୁର ଆତ୍ମିକ ସନ୍ତାନମାନେ ଗୀତ ଶୁଣିଲେ । ନିଶ୍ଚୟ ପିଲାମାନେ ରୋମାଞ୍ଚିତ ହେବା ଉଚିତ୍ କାରଣ ଗାୟନ ରହିଛି ଖୁସି ପରି ଖୁରାକ ବା ଭୋଜନ ନାହିଁ । ଏବେ ତୁମ ସମସ୍ତ ଆତ୍ମିକ ସନ୍ତାନମାନଙ୍କୁ ଅବିନାଶୀ ବାବା ମିଳିଛନ୍ତି । ଅବିନାଶୀ ବାବା ତ ଜଣେ ହିଁ ଅଟନ୍ତି ଓ ପିଲାମାନେ ଜାଣିଛନ୍ତି ଯେ ଯେବେ ଅନ୍ୟମାନେ ସନ୍ତାନ ହେବେ, ତାଙ୍କର ମଧ୍ୟ ଲୋମ ଟାଙ୍କୁରି ଉଠିବ । ତୁମେ ଜାଣିଛ ଆମର ରାଜ୍ୟ ଥିଲା ପୁଣି ହରାଇଲୁ, ଏବେ ପୁନର୍ବାର ରାଜ୍ୟ ନେଉଛୁ । ଭାରତବାସୀମାନଙ୍କ ନିମନ୍ତେ ଏହା ଖୁସିଖବର ଅଟେ ନା । କିନ୍ତୁ ଯେତେବେଳେ ଭଲ ଭାବରେ ଶୁଣିବେ ଏବଂ ବୁଝିବେ । ବାସ୍ତବରେ ଏହା ଖୁସିର କଥା ଅଟେ ନା । କଳ୍ପ-କଳ୍ପ ଧରି ବାବା ଆସୁଛନ୍ତି । ବାବାଙ୍କ ଜନ୍ମ ବୃତ୍ତାନ୍ତର ମଧ୍ୟ ଏହିଠାରେ ଗାୟନ ରହିଛି । ଯାହା ସବୁ ପର୍ବ ପାଳନ ହେଉଛି ତାହା ବର୍ତ୍ତମାନ ସମୟର ଅଟେ । ବାବା ଆସି ତୁମକୁ ବହୁତ ସହଜ ରାସ୍ତା ବତାଇଛନ୍ତି । ମନୁଷ୍ୟମାନଙ୍କର ଅନେକ ପ୍ରକାରର ଦୁଃଖ ରହିଛି, ଏଠାରେ ଜ୍ଞାନର ଖୁସିରେ ସେହି ଦୁଃଖ କଷ୍ଟ ସବୁ ଦୂରୀଭୂତ ହୋଇଯାଉଛି । ଯେପରି କୌଣସି ରୋଗ ଠିକ୍ ହେବା ଅବସ୍ଥାକୁ ଆସିଲେ ସମସ୍ତେ ଖୁସି ହୋଇଥାନ୍ତି । ରୋଗ ଆଦି ଦୁଃଖର କଥା ଯେପରି ଭୁଲି ଯାଇଥାଆନ୍ତି । ବାପଘର, ଶାଶୂଘର, ମିତ୍ର-ସମ୍ବନ୍ଧୀ ସମସ୍ତେ ଖୁସି ହୋଇଯାଇ ଥାଆନ୍ତି । ତୁମେ ଜାଣିଛ ଆମେ ସମସ୍ତେ ବିଶ୍ୱର ମାଲିକ ଥିଲୁ ପୁଣି ରାବଣ ଅଭିଶାପ ଦେଲା । ଏହା ହେଉଛି ଦୁଃଖ କଷ୍ଟର ଦୁନିଆ । ପୁଣି କାଲି ହେବ ଖୁସିର ଦୁନିଆ । ଖୁସିର ଦୁନିଆକୁ ମନେ ରଖି ଦୁଃଖର ଦୁନିଆ ଆଦିକୁ ଭୁଲିଯିବା ଦରକାର । ଏହା ତମୋପ୍ରଧାନ ଦୁନିଆ ଅଟେ । ଭିନ୍ନ-ଭିନ୍ନ ପ୍ରକାରର କର୍ମଭୋଗ ରହିଛି । ଅବଳାମାନଙ୍କ ଉପରେ ମଧ୍ୟ କେତେ ଅତ୍ୟାଚାର ହେଉଛି । ଅନେକ ପ୍ରକାରର ବିଘ୍ନ ଆସୁଛି । ଏହି ବିଘ୍ନ, କର୍ମଭୋଗର ଦିନ ଆଉ ଅଳ୍ପ ସମୟ ରହିଛି, ବାବା ଧୈର୍ଯ୍ୟ ଦେଉଛନ୍ତି, ଆଉ ଅଳ୍ପ ଦିନ ରହିଛି । କଳ୍ପ ପୂର୍ବରୁ ମଧ୍ୟ ହୋଇଥିଲା । କର୍ମଭୋଗର ହିସାବ-କିତାବ ଚୁକ୍ତ କରିବାକୁ ହେବ । ଖୁସିରେ ଏସବୁ ସହନ କରିଚାଲ । ବାସ୍ ବାବା ଓ ସମ୍ପତ୍ତିକୁ ମନେ ପକାଇଚାଲ । ଓଲଟା-ସିଧା କୌଣସି କାମ କର ନାହିଁ । ନଚେତ୍ ଆହୁରି ଦଣ୍ଡ ମିଳିବ, ପଦ ଭ୍ରଷ୍ଟ ହୋଇଯିବ । ପିଲାମାନଙ୍କର କାମ ହେଉଛି ଏକମାତ୍ର ବାବାଙ୍କୁ ମନେ ପକାଇବା । ବାବା କହୁଛନ୍ତି - ମୋତେ ମନେ ପକାଇବେ ତୁମର ବିକର୍ମ ବିନାଶ ହୋଇଯିବ । ହିସାବ-କିତାବ ଚୁକ୍ତ ହୋଇଯିବ । ବାକି ଅଳ୍ପ ସମୟ ରହିଛି, ହିସାବ-କିତାବ ଚୁକ୍ତ କରିଚାଲ, କାରଣ ତୁମେ ଅନ୍ଧମାନଙ୍କର ସାହାରା ଅଟ । ତୁମେ ବି ବାବାଙ୍କୁ ମନେ ପକାଅ, ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ବତାଅ । ବିଘ୍ନ ବହୁତ ଆସିବ । ଯେତେ ସମ୍ଭବ, ସମସ୍ତଙ୍କୁ ଏହି କଥା ବୁଝାଅ ଯେ ବାବାଙ୍କୁ ମନେ ପକାଅ । ଏହି ଶବ୍ଦ ମଧ୍ୟ ପ୍ରସିଦ୍ଧ - ମନମନାଭବ ଅର୍ଥାତ୍ ହେ ଆତ୍ମାମାନେ ମୋତେ ମନେ ପକାଇଲେ ତୁମର ଅତୀତର ସମସ୍ତ ବିକର୍ମ ଭସ୍ମ ହୋଇଯିବ । ଏଥିରେ କୌଣସି ଦ୍ୱନ୍ଦ୍ୱର କଥା ନାହିଁ । କେବଳ ଏକ ବାବାଙ୍କୁ ମନେ ପକାଇଲେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ । ତୁମେ ଜାଣିଛ ଆମେ ୮୪ ଜନ୍ମର ଚକ୍ର ଲଗାଇଛୁ । ଏହି ଚକ୍ରରେ ଘୁରି ଚାଲିଛୁ, ପୁଣି ଘୁରିବୁ ମଧ୍ୟ । ଏହା ହେଲା ପୁରୁଣା ଦୁନିଆ, ପୁରୁଣା ଶରୀର... ଏହାକୁ ଭୁଲି ଯିବାକୁ ହେବ । ଏହା ହେଉଛି ଆତ୍ମାମାନଙ୍କର ବେହଦର ସନ୍ନ୍ୟାସ । ସେମାନଙ୍କର ହେଲା ହଦର (ସାଂସାରିକ) ସନ୍ନ୍ୟାସ, ଘରଦ୍ୱାର ଛାଡି ଚାଲି ଯାଆନ୍ତି । ତାଙ୍କର ମଧ୍ୟ ଡ୍ରାମାରେ ଅଭିନୟ ରହିଛି । ପୁଣି ଏହିପରି ହେବ । ସେକେଣ୍ଡ ପରେ ସେକେଣ୍ଡ, ଯାହା ବିତିଗଲା, ତାହା ଡ୍ରାମା, ପୁଣି ସେହି ଡ୍ରାମାର ପୁନରାବୃତ୍ତି ହେବ । ଶାସ୍ତ୍ର ସବୁ ଭକ୍ତିମାର୍ଗର ପୁସ୍ତକ ଅଟେ । ଭକ୍ତି ପରେ ଜ୍ଞାନ । ସିଡିର ଚିତ୍ର କାହାକୁ ବି ବୁଝାଇବା ବହୁତ ସହଜ ଅଟେ । ମୁଖ୍ୟ ଚିତ୍ର ନିଜ ଘରେ ମଧ୍ୟ ରଖିପାରିବ । ତ୍ରିମୂର୍ତ୍ତି ମଧ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ ଅଟେ । ଉପରେ ଶିବ ଅଛନ୍ତି । ବ୍ରହ୍ମା, ବିଷ୍ଣୁ, ଶଙ୍କର ମଧ୍ୟ ସୂକ୍ଷ୍ମବତନବାସୀ ପୁଣି ଉଚ୍ଚରୁ ଉଚ୍ଚ ସର୍ବୋଚ୍ଚ ଭଗବାନ ଅଟନ୍ତି । ପିଲାମାନେ ମଧ୍ୟ ବୁଝୁଛନ୍ତି ଯେଉଁଠି ବାବା ରହୁଛନ୍ତି ତାହା ଆମ ଆତ୍ମାମାନଙ୍କର ନିବାସ ସ୍ଥାନ, ଯାହାକୁ ନିର୍ବାଣଧାମ କୁହ ଅଥବା ଶାନ୍ତିଧାମ କୁହ - ସମାନ କଥା । ଶାନ୍ତିଧାମ ନାମ ସଠିକ୍ ଅଥବା ନିର୍ବାଣଧାମ ଅର୍ଥାତ୍ ବାଣୀରୁ ଉର୍ଦ୍ଧ୍ୱଧାମ, ତାହା ତ ଶାନ୍ତିଧାମ ହୋଇଗଲା । ତାହା ଶାନ୍ତିଧାମ ଅଟେ, ପୁଣି ରହିଛି ସୁଖ ଓ ଶାନ୍ତି ସମ୍ପତ୍ତିଧାମ । ପୁନର୍ବାର ହୋଇଥାଏ ଦୁଃଖ ଓ ଅଶାନ୍ତିଧାମ । ସୁଖଧାମରେ ତ ଅସରନ୍ତି ସମ୍ପତ୍ତି ରହିଛି । ଆଜି କ’ଣ ଅଛି, କାଲି କ’ଣ ହେବ । ଆଜି କଳିଯୁଗର ଶେଷ ସମୟ, କାଲି ହେବ ସତ୍ୟଯୁଗର ଆଦି । ରାତି ଦିନର ପାର୍ଥକ୍ୟ ରହିଛି । କହନ୍ତି ମଧ୍ୟ ବ୍ରହ୍ମା ଓ ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣମାନଙ୍କର ଦିନ ଓ ରାତି । ଦିନରେ ଅଛନ୍ତି ଦେବତାମାନେ । ରାତ୍ରିରେ ଶୂଦ୍ର ଅଛନ୍ତି । ମଝିରେ ତୁମେ ବ୍ରାହ୍ମଣ ଅଛ । ଏହି ସଂଗମଯୁଗ ବିଷୟରେ କେହି ଜାଣିନାହାଁନ୍ତି । ମନୁଷ୍ୟ ତ ବିଲ୍‌କୁଲ୍ ସମ୍ପୂର୍ଣ୍ଣ ଘୋର ଅନ୍ଧକାରରେ ଅଛନ୍ତି । ତେଣୁ ସେମାନଙ୍କୁ ଉଜ୍ୱଳ ଆଲୋକକୁ ଆଣିବା, ତୁମ ସନ୍ତାମାନଙ୍କର କର୍ତ୍ତବ୍ୟ । ଏବେ ସମ୍ମୁଖରେ ସେହି ମହାଭାରତ ଲଢେଇ ରହିଛି । ଗାୟନ ମଧ୍ୟ କରାଯାଏ - ବିନାଶ କାଳେ ବିପରୀତ ବୁଦ୍ଧି ବିନଶ୍ୟନ୍ତୀ । ବିନାଶ କାଳେ ପ୍ରୀତିବୁଦ୍ଧି ବିଜୟନ୍ତୀ । ତୁମେ ପିଲାମାନେ ଜାଣିଛ ବାବା ଆମକୁ ପୁନର୍ବାର ସେହି ରାଜତ୍ୱ ଦେଉଛନ୍ତି । ଆମଠୁ ସେହି ରାଜତ୍ୱ କେହି ଛଡାଇ ନେଇପାରିବେ ନାହିଁ । ରାବଣର ପ୍ରବେଶତା ତ ଦ୍ୱାପରରୁ ହେବ । ରାବଣ ଆମର ରାଜତ୍ୱ ଛଡାଇ ନେଇଛି, ଯାହାକୁ ଶତ୍ରୁ ବୋଲି ହିଁ ଭାବ, କାରଣ ଶତ୍ରୁର ପୁତ୍ତଳିକା ତିଆରି କରି ଜଳାଇଥା’ନ୍ତି । ଇଏ ବହୁତ ପୁରୁଣା ଶତ୍ରୁ । କହୁଛନ୍ତି ମଧ୍ୟ ରାବଣ ରାଜ୍ୟ କିନ୍ତୁ କାହାରି ବୁଦ୍ଧିରେ ଆସୁନାହିଁ । ତେଣୁ ଘୋର ଅନ୍ଧକାର କୁହାଯିବ ନା । ଅବିନାଶୀ ବାବା ଜ୍ଞାନର ସାଗର ଅଟନ୍ତି । ତାଙ୍କୁ ଜ୍ଞାନଦାତା, ଦିବ୍ୟଚକ୍ଷୁ ବିଧାତା କୁହାଯାଏ । ଏବେ ତୁମ ଆତ୍ମାମାନଙ୍କୁ ଜ୍ଞାନର ତୃତୀୟ ନେତ୍ର ମିଳିଛି । ଏହା ପୂର୍ବରୁ ତ କିଛି ହେଲେ ଜାଣି ନ ଥିଲ । ଏବେ ସବୁ ଜାଣିଗଲଣି । ବାବା ଜ୍ଞାନର ସାଗର ହୋଇଥିବାରୁ ନିଶ୍ଚୟ ଜ୍ଞାନ ଶୁଣାଇବେ ନା । ଜ୍ଞାନ ଶୁଣାଇବା ବିନା ସିଦ୍ଧ ବା ପ୍ରମାଣ କିପରି ହେବ! ତୁମେ ଦେଖୁଛ ବାବା ଜ୍ଞାନ ଶୁଣାଉଛନ୍ତି, ଯେଉଁ ଜ୍ଞାନ ଦ୍ୱାରା ପୁଣି ଅଧାକଳ୍ପ ସଦ୍‌ଗତି ହୋଇଥାଏ । ଭକ୍ତି ମଧ୍ୟ ଅଧାକଳ୍ପ ପାଇଁ ଚାଲିବ । ଜ୍ଞାନ ଦ୍ୱାରା ସଦ୍‌ଗତି ସଂଗମରେ ହିଁ ହୋଇଥାଏ । ପିଲାମାନଙ୍କର କୌଣସି କଥା ଲୁଚିପାରିବ ନାହିଁ । ବାବା କହୁଛନ୍ତି - କୌଣସି ଖରାପ କାମ ହୋଇଗଲେ ବାବାଙ୍କୁ କହିଦିଅ । ବାବା ଜାଣିଛନ୍ତି ଅନେକଙ୍କ ଦ୍ୱାରା ଭୁଲ୍ କାର୍ଯ୍ୟ ହୋଇଯାଉଛି । ରାବଣ ରାଜ୍ୟ ଅଟେ ନା । ମାୟା ଚାପୁଡା ମାରୁଛି, କିନ୍ତୁ ବହୁତ ଲୁଚାଉଛନ୍ତି । ବାବା କହୁଛନ୍ତି କୌଣସି ଭୁଲ ହୋଇଗଲେ ତୁରନ୍ତ କହିଦେବା ଦ୍ୱାରା ଭବିଷ୍ୟତ ପାଇଁ ଯୁକ୍ତି ମିଳିବ । ନଚେତ୍ ବୃଦ୍ଧି ହୋଇଚାଲିବ । କାମ ବିକାର ମହାଶତ୍ରୁ ଅଟେ । ବାବାଙ୍କୁ ଲେଖୁଛନ୍ତି - ବାବା ମାୟାର ବହୁତ ଅପୋଜିସନ୍ ବା ବାଧା ଆସୁଛି । ସର୍ବଦା ତ କାହାର ଯୋଗ ରହୁ ନାହିଁ ଯେ ମାୟାଠାରୁ ରକ୍ଷା ପାଇଯିବେ । ଦେହ-ଅଭିମାନ ବହୁତ ଆସୁଛି । ଅନେକ ଅଛନ୍ତି ଯିଏ ମାୟାର ଚାପୁଡା ଖାଉଛନ୍ତି । ବାବାଙ୍କ ପାଖକୁ ତ ସବୁ ଆଡୁ ସମାଚାର ଆସୁଛି ନା । ଖବର କାଗଜରେ ଓଲଟା-ସିଧା ମଧ୍ୟ ଲେଖି ଦେଉଛନ୍ତି । ଆଜିକାଲି ମନୁଷ୍ୟ କେତେ ପ୍ରକାରର ଲେଖି ଦେଇପାରିବେ ନା । ତମୋପ୍ରଧାନ ଅଟନ୍ତି ନା । ବ୍ୟାସଙ୍କର ରଜୋ ବୁଦ୍ଧି ଥିବା ସମୟରେ କ’ଣ କ’ଣ ସବୁ ବସି ଲେଖି ଦେଇଛନ୍ତି । ବାବା ପିଲାମାନଙ୍କୁ ବୁଝାଉଛନ୍ତି, ଶୁଣାଶୁଣି କଥାରେ କେବେହେଲେ ବିଶ୍ୱାସ କରି ବିଗିଡିଯାଅ ନାହିଁ । ଅମୁକ ଏପରି କହିଲା, ଏପରି କଲା... ମୁଣ୍ଡ ଖରାପ ହୋଇଯାଉଛି । ବୁଝୁ ନାହାଁନ୍ତି ଯେ ତମୋପ୍ରଧାନ ଦୁନିଆ ଅଟେ । ମାୟା ଅଧୋଗତି କରାଇବାକୁ ଚେଷ୍ଟା କରିବ । କେହି ମିଛ କଥା ଶୁଣାଇଲେ, ଗୋଟିଏ କାନରେ ଶୁଣି ଆର ପଟେ ବାହାର କରିଦିଅ । ଅନ୍ୟମାନଙ୍କୁ ମଧ୍ୟ ଏହି ସନ୍ଦେଶ ଦେଇଚାଲ । ବାବା କହୁଛନ୍ତି - ମୁଁ ସନ୍ଦେଶ ନେଇ ଆସିଛି । ହେ ଆତ୍ମାମାନେ ବର୍ତ୍ତମାନ ଶ୍ରୀମତରେ ଚାଲ, ମୋ’ର ସନ୍ଦେଶ ଶୁଣ । କେବଳ ମୋତେ ମନେ ପକାଅ । ଯିଏ ମନେ ପକାଇବେ ସେ ନିଜର ହିଁ କଲ୍ୟାଣ କରିବେ । ଆତ୍ମାକୁ ହିଁ ମନେ ପକାଇବାକୁ ପଡିବ, ଆତ୍ମା ହିଁ ଭୁଲିଯାଇଛି । ଏବେ ବାବାଙ୍କର ଶ୍ରୀମତ ମିଳୁଛି । ଏଥିରେ ଆଶୀର୍ବାଦ ଅଥବା କୃପା ଆଦି କିଛି ବି ମାଗିବାର ନାହିଁ । କେବଳ ବାବାଙ୍କୁ ମନେ ପକାଇବାକୁ ପଡିବ ଆଉ କୌଣସି କଥା ପଚାରିବାର ବା କରିବାର ଆବଶ୍ୟକତା ନାହିଁ । ସୃଷ୍ଟିର ଚକ୍ର କିପରି ଘୂରୁଛି - ଏକଥା ତ ଶୁଣିଲ । ଏଥିରେ ଯୁକ୍ତିତର୍କର କୌଣସି କଥା ନାହିଁ । ଘୋର ଅନ୍ଧକାରରେ ହିଁ ବାବା ଆସିଥାନ୍ତି, ସେଥିପାଇଁ ଶିବରାତ୍ରି ପାଳନ କରିଥାନ୍ତି । କୃଷ୍ଣଙ୍କର ଜନ୍ମ ମଧ୍ୟ ରାତ୍ରିରେ ପାଳନ କରିଥାନ୍ତି । ରାତିରେ କ୍ଷୀରି-ପୁରି ଆଦି ମନ୍ଦିରରେ ହୋଇଥାଏ । ଶିବଙ୍କ ନିମନ୍ତେ କ’ଣ ତିଆରି କରିବେ? ସେ ତ ନିରାକାର ଅଟନ୍ତି । କେହି ଜାଣି ହିଁ ନାହାଁନ୍ତି, ବାବା କେତେବେଳେ ଆସୁଛନ୍ତି ଓ କିପରି ଚାଲିଯାଉଛନ୍ତି । ସର୍ବଦା ତ ସବାରୀ କରୁ ନାହାଁନ୍ତି । ଆସିବେ ପୁଣି ଚାଲିଯିବେ । ଏବେ ତୁମେ ଜାଣିଛ ଆମେ ଶିବବାବାଙ୍କର ନାତି ଅଟୁ । ସମ୍ପତ୍ତି ତାଙ୍କଠାରୁ ମିଳୁଛି । ବ୍ରହ୍ମାଙ୍କୁ ମଧ୍ୟ ତାଙ୍କଠାରୁ ସମ୍ପତ୍ତି ମିଳୁଛି । ଇଏ ବ୍ରହ୍ମା ତ ମନୁଷ୍ୟ ଅଟନ୍ତି ନା । ସଦ୍‌ଗତିରେ ପ୍ରଥମ ନମ୍ବର ରହିଛି ଶ୍ରୀକୃଷ୍ଣଙ୍କର । ଇଏ ସମସ୍ତଙ୍କର ସ୍ନେହୀ ଅଟନ୍ତି କାହିଁକି ନା ସତ୍ତ୍ୱପ୍ରଧାନ ବାଲ୍ୟାବସ୍ଥା ଅଟେ ନା । ଟିକିଏ ବଡ ହେଲେ ତାଙ୍କୁ ସତୋଗୁଣୀ କୁହାଯିବ । ପୁଣି ରଜୋଗୁଣୀ, ତମୋଗୁଣୀ ଅବସ୍ଥା । ଶ୍ରୀକୃଷ୍ଣ ରାଧା ହିଁ ଲକ୍ଷ୍ମୀ-ନାରାୟଣ ହେଉଛନ୍ତି । ଯାହାଙ୍କୁ ବାବା ଜ୍ଞାନ ଦେଇଥିଲେ ତାଙ୍କୁ ହିଁ ଦେବେ । ଭାରତରେ ହିଁ ଦେବୀ-ଦେବତାମାନେ ଜନ୍ମ ନେଇ ଯାଇଛନ୍ତି, ତେଣୁ ମନ୍ଦିର ମଧ୍ୟ ଭାରତରେ ବହୁତ ଅଛି । ଖ୍ରୀଷ୍ଟିୟାନ୍‌ମାନଙ୍କ ଚର୍ଚ୍ଚରେ ଖ୍ରୀଷ୍ଟ ହିଁ ଖ୍ରୀଷ୍ଟଙ୍କ ଚିତ୍ର ଦେଖିବ । ଦେବତାମାନଙ୍କର କେତେ ଢେର ମନ୍ଦିର ରହିଛି । ବାବା ଆସିଛନ୍ତି ଆମକୁ ମନୁଷ୍ୟରୁ ଦେବତା କରାଇବା ପାଇଁ ଅଥବା ଭାରତକୁ ସ୍ୱର୍ଗ କରିବା ପାଇଁ । ଆମେ ବାବାଙ୍କୁ ମନେ ପକାଇ ପାବନ ହେଉଛୁ । ବାବାଙ୍କ ସହିତ ଆମେ ମଧ୍ୟ ଭାରତକୁ ସ୍ୱର୍ଗ କରୁଛୁ, ଯେପରି ଆମେ ବାବାଙ୍କ ସାଥିରେ ଆସିଛୁ । ଭକ୍ତିମାର୍ଗରେ ଦେବତାମାନଙ୍କ ମନ୍ଦିର ଓ ମୂର୍ତ୍ତି ଗୁଡିକ ତିଆରି କରିବାରେ କେତେ ଖର୍ଚ୍ଚ କରିଥା’ନ୍ତି । ଉତ୍ପତ୍ତି କରି, ପାଳନା କରି, ପୁଣି ବିନାଶ କରିଦେଇଥାନ୍ତି । ୯ ଦିନ ଭିତରେ ହିଁ ପାଣିରେ ବୁଡାଇ ଦେଇଥା’ନ୍ତି । ମୂର୍ତ୍ତିମାନଙ୍କ ପ୍ରତି ବହୁତ ସ୍ନେହ ରହିଥାଏ । କଲିକତାରେ ନବରାତ୍ରି ବହୁତ ପାଳନ କରିଥାନ୍ତି । ସେହିସବୁ କଥା ଏବେ ଆଶ୍ଚର୍ଯ୍ୟ ଲାଗୁଛି । ଆଗରୁ ଆମେ ମଧ୍ୟ ଏହିପରି ଅଭିନୟ କରୁଥିଲୁ । କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲୁ । କେତେ ଅନ୍ଧଶ୍ରଦ୍ଧା ରହିଛି । ରାମାୟଣ ପ୍ରତି କେତେ ପ୍ରେମ ରହିଛି । କଥା ଶୁଣି ଆଖିରୁ ଲୁହ ବୁହାଇଥା’ନ୍ତି । ଏସବୁ ହେଲା ଭକ୍ତିମାର୍ଗ, ଏହା ଦ୍ୱାରା କିଛି ଲାଭ ହୁଏ ନାହିଁ । ବାବା ଏବେ ଆମକୁ କେତେ ବୁଦ୍ଧିମାନ କରାଉଛନ୍ତି । ଏହିସବୁ କଥା ଶୁଣି ପୁଣି ଏହିଠାରେ ହିଁ ଭୁଲିଯାଅ ନାହିଁ, ସବୁ କଥା ମନେ ପକାଅ । ପୂରା ସଜାଗ ହୋଇଯାଅ । ନିଜକୁ ଆତ୍ମା ଭାବି ଦେହ ସହିତ ଯାହା କିଛି ଦେଖୁଛ ସବୁ ଭୁଲିଯାଅ । ଏସବୁ କବରସ୍ଥାନ ଅଟେ । ଦିଲ୍ଲୀର ବିରଳା ମନ୍ଦିରରେ ଲେଖାଯାଇଛି ଭାରତ ପରିସ୍ଥାନ ଥିଲା, ଯାହାକୁ ଧର୍ମରାଜ ସ୍ଥାପନ କରିଥିଲେ । ଏବେ ତୁମେ ପିଲାମାନେ ଜାଣୁଛ ଏହି ଦୁନିଆ କବରସ୍ତାନ ହେବ ।

ବାବା କହୁଛନ୍ତି - ସମସ୍ତେ କାମ ବିକାର ରୂପକ ଚିତାଗ୍ନି ଉପରେ ବସି ସମ୍ପୂର୍ଣ୍ଣ ରୂପେ ଜଳି ଯାଇଛନ୍ତି । କ୍ରୋଧକୁ ଚିତାଗ୍ନି କୁହାଯାଏ ନାହିଁ । କାମ ବିକାରକୁ ଚିତାଗ୍ନି କୁହାଯାଏ । ଏଥିରେ ମଧ୍ୟ ହାଲୁକା ଓ ସେମି ନିଶା ରହିଥାଏ । ପିଲାମାନଙ୍କୁ ହିଁ ବାବା ବସି ବୁଝାଉଛନ୍ତି । ଘରେ ଯଦି କୌଣସି ସନ୍ତାନ କୁପୁତ୍ର ହୋଇଥିବ, ତେବେ କହିଥା’ନ୍ତି - ଇଏ ବାପର ଇଜ୍ଜତ ମହତ ନଷ୍ଟ କରୁଛି । ପିତାର ଇଜ୍ଜତ ଯାଇଥାଏ ନା । ବେହଦର ବାବା ମଧ୍ୟ କହୁଛନ୍ତି ତୁମେ କଳା ମୁହଁ କରୁଥିବାରୁ ଯେଉଁମାନେ ବ୍ରାହ୍ମଣ କୁଳ ଭୂଷଣ ଦେବତା ହେଉଛନ୍ତି, ତାଙ୍କର ନାମ ବଦନାମ କରୁଛ । ତୁମେ ପିଲାମାନେ ଜାଣିଛ - ମୁଁ ପବିତ୍ରତାର ଶକ୍ତି ଦ୍ୱାରା ହିଁ ଭାରତକୁ ପୁନର୍ବାର ଶ୍ରେଷ୍ଠାଚାରୀ ଦୈବୀରାଜ୍ୟ କରାଉଛି । ତୁମ ନିମନ୍ତେ ଏହା ସାଧାରଣ କଥା ଅଟେ । ଦେଖୁଛ ମହାଭାରତ ଲଢେଇ ମଧ୍ୟ ଦଣ୍ଡାୟମାନ, ଏହା ଦ୍ୱାରା ହିଁ ସ୍ୱର୍ଗର ଦ୍ୱାର ଖୋଲିବ । ଶାସ୍ତ୍ରରେ ମହାଭାରତ ଲଢେଇ ଦେଖାଇଛନ୍ତି । କିନ୍ତୁ ତା’ପରେ କ’ଣ ହେଲା - ଏକଥା ଦେଖାଇ ନାହାଁନ୍ତି । କହିଦେଉଛନ୍ତି ପ୍ରଳୟ ହୋଇଗଲା । ଗୋଟିଏ ପଟେ କୃଷ୍ଣଙ୍କର ମାତାଗର୍ଭରୁ ଜନ୍ମ ଦେଖାଉଛନ୍ତି, ଅନ୍ୟ ପଟେ ପୁଣି କହୁଛନ୍ତି ଅଶ୍ୱତଥ୍ ପତ୍ରରେ ଆଙ୍ଗୁଠି ଚୁଚୁମି ଚୁଚୁମି ଆସିଲେ, କିଛି ହେଲେ ବୁଝୁନାହାଁନ୍ତି । ସେଠାରେ ତ ଗର୍ଭ ମହଲରେ ଅତି ଆରାମରେ ରହିବେ । ବାକି ସାଗରରେ ପତ୍ର ଉପରେ କ’ଣ ଭାସି ପାରିବେ, ଏହା ଅସମ୍ଭବ ଅଟେ । ତେବେ ଏସବୁ ଡ୍ରାମା ତିଆରି ହୋଇଛି, ଯାହାକୁ ତୁମେମାନେ ଜାଣିଛ । ପ୍ରତି କଳ୍ପରେ ଏହିପରି ହୋଇଥାଏ । ଏବେ ପିଲାମାନଙ୍କୁ ନିଜର କଲ୍ୟାଣ କରିବା ସହିତ ଅନ୍ୟମାନଙ୍କର ମଧ୍ୟ କଲ୍ୟାଣ କରିବା ଉଚିତ୍ । ଏହା ହେଉଛି ମୂଳକଥା । ବାବା ତ ସ୍ୱର୍ଗର ରଚୟିତା ଅଟନ୍ତି । ତାଙ୍କୁ ସ୍ୱର୍ଗୀୟ ଈଶ୍ୱର ପିତା କୁହାଯାଉଛି । ତେଣୁ ଆମେ ସନ୍ତାନମାନେ ସ୍ୱର୍ଗର ମାଲିକ ହେବା ଦରକାର । ଶିବଜୟନ୍ତୀ ମଧ୍ୟ ଭାରତରେ ହିଁ ପାଳନ କରୁଛନ୍ତି, ତେଣୁ ନିଶ୍ଚୟ ଭାରତକୁ କିଛି ଦେଇଥିବେ । ଏବେ ତୁମକୁ ସ୍ୱର୍ଗର ବାଦଶାହୀ ଦେଉଛନ୍ତି ନା । ବାବା ହିଁ ହେଉଛନ୍ତି ସଦ୍‌ଗତି ଦାତା । ଜ୍ଞାନର ସାଗର ବାବା ହିଁ ଆସି ଜ୍ଞାନ ଦେଉଛନ୍ତି । ଏବେ ବାବା ତୁମକୁ ଜ୍ଞାନ ଦେଉଛନ୍ତି । ୫ ହଜାର ବର୍ଷ ପରେ ପୁନର୍ବାର ଏହିଠାକୁ ହିଁ ଆସିବେ । ପିଲାମାନଙ୍କର ନିଶ୍ଚୟ ଅଛି, ଯେଉଁମାନେ ଏହି ବ୍ରାହ୍ମଣ କୁଳର ହୋଇଥିବେ, ସେହିମାନେ ଆସିବେ, ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଶ୍ରୀମତ ଆଧାରରେ ନିଜର ଏବଂ ଅନ୍ୟମାନଙ୍କର କଲ୍ୟାଣ କରିବାକୁ ହେବ । ଯଦି କେହି କିଛି ମିଛ କଥା ଶୁଣାନ୍ତି, ତେବେ ଶୁଣି ନ ଶୁଣିଲା ପରି ରହିବା ଉଚିତ୍ । ସେଥିରେ ରାଗିଯିବା ଅନୁଚିତ୍ ।

(୨) କେବେ ହେଲେ ବି ଦେବତା ହେଉଥିବା ବ୍ରାହ୍ମଣ କୁଳ ଭୁଷଣଙ୍କର ନାମ ବଦନାମ୍ ନ ହେଉ - ଏହାର ଧ୍ୟାନ ରଖିବା ଉଚିତ୍ । କୌଣସି ପ୍ରକାରର ଓଲଟା କର୍ମ କେବେହେଲେ କରିବାର ନାହିଁ । ପୂର୍ବର ହିସାବ-କିତାବକୁ ଚୁକ୍ତ କରିବାର ଅଛି ।

ବରଦାନ:-
ନିଶା ଏବଂ ନିଶାନା ଅର୍ଥାତ୍ ଲକ୍ଷ୍ୟର ସ୍ମୃତି ଦ୍ୱାରା ସର୍ବ କର୍ମେନ୍ଦ୍ରିୟ ଗୁଡିକୁ ଶୃଙ୍ଖଳିତ ଭାବରେ ଚଲାଉଥିବା ମୁକୁଟ ତଥା ସିଂହାସନ ଅଧିକାରୀ ଭବ ।

ସଂଗମଯୁଗରେ ବାପଦାଦାଙ୍କ ଦ୍ୱାରା ସବୁ ପିଲାଙ୍କୁ ମୁକୁଟ ଏବଂ ସିଂହାସନ ପ୍ରାପ୍ତ ହେଉଛି । ପବିତ୍ରତାର ମଧ୍ୟ ମୁକୁଟ ମିଳୁଛି ଏବଂ ସେବାର ଦାୟିତ୍ୱର ମଧ୍ୟ ମୁକୁଟ ମିଳୁଛି, ଅକାଳ ସିଂହାସନ ମଧ୍ୟ ମିଳୁଛି, ହୃଦୟ ସିଂହାସନ ମଧ୍ୟ ମିଳୁଛି । ଯେତେବେଳେ ଏହିଭଳି ଡବଲ ମୁକୁଟ ଏବଂ ଡବଲ ସିଂହାସନ ଅଧିକାରୀ ହୋଇଯାଉଛ ସେତେବେଳେ ଏହାର ନିଶା ଏବଂ ନିଶାନା ଅର୍ଥାତ୍ ବ୍ରାହ୍ମଣ ଜୀବନର ଲକ୍ଷ୍ୟ ସ୍ୱତଃ ହିଁ ସ୍ମୃତିରେ ରହୁଛି । ତା’ପରେ ଏହି ସବୁ କର୍ମେନ୍ଦ୍ରିୟ ଗୁଡିକ ହାଁ ଜୀ, ହାଁ ଜୀ କରିଥାଆନ୍ତି । ଯେଉଁମାନେ ନିଜର ମୁକୁଟକୁ ତଥା ସିଂହାସନକୁ ଛାଡି ଦିଅନ୍ତି ସେମାନଙ୍କର ଆଦେଶକୁ କୌଣସି ବି କର୍ମେନ୍ଦ୍ରିୟ ରୂପକ କର୍ମଚାରୀ ମାନନ୍ତି ନାହିଁ ।

ସ୍ଲୋଗାନ:-
ଦୁର୍ବଳ ସଂକଳ୍ପ ଗୁଡିକ ହିଁ ପ୍ରସନ୍ନଚିତ୍ତ ପରିବର୍ତ୍ତେ ପ୍ରଶ୍ନଚିତ୍ତ କରିଦେଇଥାଆନ୍ତି ।

ଅବ୍ୟକ୍ତ ଈଶାରା:- ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ ।

ଈଶ୍ୱରୀୟ ସେବାର ବଡରୁ ବଡ ପୂଣ୍ୟ ହେଲା - ପବିତ୍ରତାର ଦାନ ଦେବା । ନିଜେ ପବିତ୍ର ହେବା ଏବଂ ଅନ୍ୟମାନଙ୍କୁ ପବିତ୍ର କରିବା ହିଁ ପୂଣ୍ୟ ଆତ୍ମା ହେବା, କାହିଁକିନା କୌଣସି ଆତ୍ମାକୁ ଆତ୍ମ-ଘାତ ମହାପାପରୁ ରକ୍ଷା କରୁଛ । ଅପବିତ୍ରତା ଆତ୍ମାଘାତ ଅଟେ । ପବିତ୍ରତା ଜୀବଦାନ ଅଟେ ।