18.10.26    Avyakt Bapdada     Odia Murli    02.02.2012     Om Shanti     Madhuban


“ଏବେ ସ୍ମୃତି ସ୍ୱରୂପ ଅନୁଭବର ଅଧିକାରୀ ହୁଅ, ଜ୍ୱାଳାମୁଖୀ ଯୋଗ ଦ୍ୱାରା ସମସ୍ତଙ୍କୁ ଲାଇଟ୍ ମାଇଟ୍ ର କିରଣର ସହଯୋଗ ଦିଅ”


ଆଜି ବାପଦାଦା ନିଜ ସମ୍ମୁଖରେ ନିଜର ଚାରିଆଡର ଛୋଟିଆ ସଂସାରକୁ ଦେଖି ହର୍ଷିତ ହେଉଛନ୍ତି । କାହିଁକିନା ଏହି ସଂସାରଟି ଛୋଟିଆ ହେଲେ ମଧ୍ୟ ଅତି ପ୍ରିୟ ଅଟେ, କାରଣ ଏହି ସଂସାରର ପ୍ରତ୍ୟେକ ଆତ୍ମା ଶ୍ରେଷ୍ଠ ଆତ୍ମା ଅଟନ୍ତି । କୋଟିକ ଭିତରେ କେହି ଅଟନ୍ତି । ବାବାଙ୍କର ସମ୍ପତ୍ତିର ଅଧିକାରୀ ଆତ୍ମା ଅଟନ୍ତି । ବାପଦାଦା ପ୍ରତ୍ୟେକ ସନ୍ତାନକୁ ଦେଖି ଖୁସି ହେଉଛନ୍ତି, ଯାହାକି ଏହି ସନ୍ତାନମାନେ ସମସ୍ତେ ରାଜା ସନ୍ତାନ ଅଟନ୍ତି । ତେବେ ବାପଦାଦା ନିଜର ପ୍ରତ୍ୟେକ ସନ୍ତାନକୁ ସ୍ୱରାଜ୍ୟ ଅଧିକାରୀ ଏବଂ ବିଶ୍ୱ ରାଜ୍ୟ ଅଧିକାରୀ କରିଛନ୍ତି । ବର୍ତ୍ତମାନ ସମୟରେ ସମସ୍ତେ ସ୍ୱରାଜ୍ୟ ଅଧିକାରୀ ଅଟନ୍ତି ଅର୍ଥାତ୍ ମନ-ବୁଦ୍ଧି, ସଂସ୍କାର ଏବଂ କର୍ମେନ୍ଦ୍ରିୟ ମାନଙ୍କର ରାଜା ଅଟନ୍ତି । କର୍ମେନ୍ଦ୍ରିୟମାନଙ୍କର ଅଧୀନ ନୁହଁନ୍ତି । ମନର ମଧ୍ୟ ମାଲିକ ଅଟନ୍ତି । ତେବେ ଏହିପରି ତୁମେ ସମସ୍ତେ ନିଜକୁ ମନର ମାଲିକ ଏବଂ ସଂସ୍କାରର ମଧ୍ୟ ମାଲିକ ବୋଲି ଭାବୁଛ ତ? ଏମତି ହେଉ ନାହିଁ ତ, କେବେ ତୁମେ ମନର ମାଲିକ ହେଉଛ, କେବେ ମନ ତୁମର ମାଲିକ ହୋଇଯାଉଛି! କାହିଁକିନା ସର୍ବଦା ମୋ’ର ମନ ବୋଲି କହୁଛ ନା, ମୁଁ ମନ ତ କହୁନାହଁ । ତେବେ ମୋ’ର ଉପରେ ତ ତୁମେ ମାଲିକ ଅଟ । ଚେକ୍ କର କେବେ କେବେ ମନ ତୁମର ମାଲିକ ହୋଇ ଯାଉ ନାହିଁ ତ? କାହିଁକିନା ବର୍ତ୍ତମାନ ସମୟରେ ବାପଦାଦା ସମସ୍ତଙ୍କୁ ସ୍ୱରାଜ୍ୟ ଅଧିକାରୀର ଆସନ ଉପରେ ବସାଇଛନ୍ତି । ବର୍ତ୍ତମାନର ସ୍ୱରାଜ୍ୟ ଅଧିକାରୀ ଅଟ ଏବଂ ଭବିଷ୍ୟତର ରାଜ୍ୟ ତ ତୁମର ନିଶ୍ଚିତ ଅଟେ । ତେଣୁ ଡବଲ ରାଜ୍ୟ ଅଧିକାରୀ ଅଟ । ବାପଦାଦା ଦେଖୁଛନ୍ତି ପ୍ରତ୍ୟେକ ସନ୍ତାନ ସ୍ୱରାଜ୍ୟ ଅଧିକାରୀ ସହିତ ସ୍ୱମାନଧାରୀ ମଧ୍ୟ ଅଟେ । ତେବେ ମୁଁ ସ୍ୱମାନଧାରୀ ଆତ୍ମା ଅଟେ, ଯଦି ଏହି ସ୍ମୃତିରେ ବସିବ ତେବେ ଦେଖିବ କେତେ ସବୁ ସ୍ୱମାନର ତାଲିକା ତୁମ ସମ୍ମୁଖକୁ ଆସିଯିବ । ଅନେକ ଗୁଡିଏ ସ୍ୱମାନର ମାଳା ସାମ୍‌ନାକୁ ଆସିଯାଉଛି ନା!

ବାପଦାଦା ତ ପିଲାମାନଙ୍କର, ସ୍ୱମାନଗୁଡିକର ମାଳା ପ୍ରତ୍ୟେକ ସନ୍ତାନର ଗଳାରେ ପିନ୍ଧାଇ ଦେଇଛନ୍ତି । ସ୍ୱମାନର ଶବ୍ଦକୁ ଶୁଣିବା ମାତ୍ରକେ ତୁମ ସମ୍ମୁଖକୁ ମଧ୍ୟ ନିଜର ସ୍ୱମାନ ଗୁଡିକ ସ୍ମୃତିରେ ଆସିଗଲା ନା! ମନେ ପକାଅ, ଅନାଦି ସ୍ୱରୂପରେ ତୁମର ସ୍ୱମାନ କେତେ ବଡ ଅଟେ! ଏବେ ଚାଲିଗଲ ତ ନିଜର ଅନାଦି ସ୍ୱରୂପକୁ? ତେବେ ସମସ୍ତଙ୍କର ସ୍ୱମାନ ହେଲା ପ୍ରଥମେ ତ ବାବାଙ୍କ ସହିତ ଚମକୁଥିବା ଆତ୍ମା ଅଟ ଏବଂ ବାବାଙ୍କର ସଂଗରେ ରହୁଥିବା କାରଣରୁ ବିଶେଷ ଚମକଧାର ଦେଖାଯାଉଛ । ଦେଖିପାରୁଛ ତ! ଯେପରି ଏଠାରେ ମଧ୍ୟ ଆକାଶରେ କେହି କେହି ତାରାମାନେ ବିଶେଷ ଉଜ୍ୱଳ ଦେଖାଯାଆନ୍ତି, ସେହିପରି ବାବାଙ୍କର ସଂଗରେ ରହୁଥିବା କାରଣରୁ ମଧ୍ୟ ବିଶେଷ ଉଜ୍ୱଳ ତାରକା ଅଟ । ଏବେ ମନେ ପଡିଲା ତ ନିଜର ଅନାଦି ସ୍ୱରୂପ? ଗୋଟିଏ ସେକେଣ୍ଡ ଭିତରେ ନିଜର ଅନାଦି ସ୍ୱରୂପରେ ସ୍ଥିତ ହୋଇପାରିବ? ଏବେ ଗୋଟିଏ ସେକେଣ୍ଡ ଭିତରେ ନିଜର ସେହି ଅନାଦି ସ୍ୱରୂପରେ ଗୋଟିଏ ସେକେଣ୍ଡ ପାଇଁ ସ୍ଥିତ ହୋଇଯାଅ, ଦେଖ କେତେ ନିଶା ଚଢିଯାଉଛି! ଏବେ ଆଗକୁ ବଢ, ଏହି ସୃଷ୍ଟି ଚକ୍ରର ଆଦିକୁ ଆସିଯାଅ, ଏହିଭଳି ଡ୍ରିଲ୍ କର, ସତ୍ୟଯୁଗର ଆଦିରେ ନିଜର ସ୍ୱରୂପକୁ ଦେଖ, କେତେ ଶ୍ରେଷ୍ଠ ସୁଖ ସ୍ୱରୂପ ଅଟେ! କେତେ ସର୍ବ ପ୍ରାପ୍ତି ସ୍ୱରୂପ ଅଟେ! ଦୁଃଖର ଚିହ୍ନ ବର୍ଣ୍ଣ ନାହିଁ । ପ୍ରକୃତି କେତେ ସୁନ୍ଦର ସତ୍ୱଗୁଣୀ ଅଟେ । ଅନୁଭବ କର ନିଜର ଦେବତା ସ୍ୱରୂପର । ଦେଖିପାରୁଛ ନିଜର ସ୍ୱରୂପକୁ? କେହି ବି ରାଜା ହେଉ, ମହାତ୍ମା ହେଉ ବା ନେତା ହେଉ ଏଭଳି ସର୍ବ ପ୍ରାପ୍ତି ସ୍ୱରୂପ କାହାକୁ ଦେଖିଛ! ତେଣୁ ଗୋଟିଏ ସେକେଣ୍ଡ ପାଇଁ ନିଜର ଦେବତା ସ୍ୱରୂପରେ ସ୍ଥିତ ହୋଇଯାଅ । ନିଜର ସ୍ୱମାନରେ ସ୍ଥିତ ରହିବା ଦ୍ୱାରା ମଜା ଲାଗୁଛି ନା! ଆମେ ହିଁ ସେହି ଦେବୀ-ଦେବତା.... ବାପଦାଦା ଏହି ଡ୍ରିଲ୍ କରାଉଛନ୍ତି । ଆହୁରି ତଳକୁ ଆସ, କେଉଁ ଯୁଗ ଆସିଲା? ଦ୍ୱାପର ଯୁଗରେ ମଧ୍ୟ ତୁମର ସ୍ୱମାନ ପୂଜ୍ୟ ପଦର ଅଟେ । ପୂଜ୍ୟ ସ୍ୱରୂପ ଅଟେ । ନିଜର ପୂଜ୍ୟ ସ୍ୱରୂପକୁ ଦେଖୁଛ ତ! ସମସ୍ତେ କେତେ ଭାବନାର ସହିତ ବିଧିପୂର୍ବକ ପୂଜା କରୁଛନ୍ତି! ଏହିଭଳି ବିଧିପୂର୍ବକ ପୂଜା ଅନ୍ୟ କାହାର ବି ହେଉ ନାହିଁ । ଚାହେଁ ଧର୍ମପିତାମାନେ ମଧ୍ୟ ଆସିଛନ୍ତି, ଚାହେଁ ଗୁରୁ ହୋଇଛନ୍ତି, ନେତା ହୋଇଛନ୍ତି, ଅଭିନେତା ହୋଇଛନ୍ତି କିନ୍ତୁ ଏଭଳି ବିଧିପୂର୍ବକ ପୂଜା କାହାର ବି ହେଉନାହିଁ । ତେଣୁ ନିଜର ସ୍ୱମାନକୁ ଦେଖିଲ ବା ଅନୁଭବ କରିଲ ତ? ଏବେ ଆସ ସଂଗମଯୁଗକୁ ସମସ୍ତେ ଚକ୍ର ଲଗାଉଛ ତ? ପଛବାଲା ଚକ୍ର ଲଗାଉଛ ତ? ହାତ ଉଠାଅ । ନିଜର ସ୍ୱମାନକୁ ଦେଖ କାହିଁକି ନା ସ୍ୱରାଜ୍ୟ ଅଧିକାରୀ ଅଟ ନା! ତେବେ ସଂଗମଯୁଗରେ ସ୍ୱୟଂ ଭଗବାନ ଅର୍ଥାତ୍ ସ୍ୱୟଂ ମାଲିକ ତୁମମାନଙ୍କ ଜୀବନରେ ପବିତ୍ରତାର ବିଶେଷତା ଭରୁଛନ୍ତି । ଯେଉଁ ପବିତ୍ରତା ତୁମର ସର୍ବ ଅବିନାଶୀ ସୁଖ ଗୁଡିକର ଖଣି ଅଟେ ଏବଂ ତା’କୁ ତିଆରି କରିବାବାଲା କିଏ? ସ୍ୱୟଂ ଭଗବାନ । ତାହା ତ ଏବେ ମଧ୍ୟ ପ୍ରତ୍ୟକ୍ଷ ପ୍ରମାଣ ରୂପରେ ତୁମମାନଙ୍କୁ ପବିତ୍ରତା ରୂପକ ସମ୍ପତ୍ତି ବାବାଙ୍କଠାରୁ ପ୍ରାପ୍ତ ହୋଇଯାଇଛି । ଏବେ ଚେକ୍ କର - ପବିତ୍ରତା ତୁମର ସର୍ବ ପ୍ରାପ୍ତିର ଆଧାର ଅଟେ, ପବିତ୍ରତା ଦ୍ୱାରା ହିଁ ତୁମେମାନେ ମାଷ୍ଟର ସର୍ବଶକ୍ତିମାନ ହୋଇଯାଇଛ । ତେବେ ଚେକ୍ କର ମୋତେ ସର୍ବ ଶକ୍ତିଗୁଡିକ ମିଳିଯାଇଛି ତ? କେହି କେହି ପିଲା କହୁଛନ୍ତି ବାବା ତ ସର୍ବଶକ୍ତିଗୁଡିକୁ ଆମକୁ ଦେଇ ଦେଇଛନ୍ତି କିନ୍ତୁ କେବେ କେବେ ଯେତେବେଳେ ଯେଉଁ ଶକ୍ତିର ଆବଶ୍ୟକତା ଥାଏ ତାହା କିଛି ସମୟ ପରେ ଆସିଥାଏ । କଥା ସରିଗଲା ପରେ ଶକ୍ତି ଆସିଥାଏ । ତେବେ ଏହାର କାରଣ କ’ଣ? ବାବା ତ ବରଦାନ ରୂପରେ ଦେଇ ଦେଇଛନ୍ତି ପୁଣି ବି ଯଥା ସମୟରେ ନଆସିବାର କାରଣ କ’ଣ? ନିଜର ମାଷ୍ଟର ସର୍ବଶକ୍ତିମାନର ସ୍ମୃତିର ଆସନ ଉପରେ ବସୁ ନାହିଁ । କେହି ଯଦି କାହାର ଅଦେଶକୁ ମାନିଥାଆନ୍ତି ତେବେ ଆସନ ଉପରେ ବସିଥିଲେ ଯାଇ ଆଦେଶକୁ ମାନିଥାଆନ୍ତି । ତେଣୁ ଯେତେବେଳେ ବି ତୁମେ କୌଣସି ଶକ୍ତିକୁ ଆଦେଶ ଦେଉଛ, ପ୍ରଥମେ ଏହା ଦେଖ ଯେ ମୁଁ ସ୍ମୃତି ରୂପକ ଆସନ ଉପରେ ବସିଛି ତ? ସ୍ୱମାନର ଆସନ ଉପରେ ବସିଛି ତ? ଯଦି ସ୍ମୃତି ରୂପକ ଆସନ ଉପରେ ସ୍ଥିତି ହୋଇଯିବ ତେବେ ସର୍ବଶକ୍ତି ଗୁଡିକ ତୁମ ପାଖରେ ଯଥା ସମୟରେ କାର୍ଯ୍ୟ କରିବା ପାଇଁ ବାଧ୍ୟ ଅଟନ୍ତି । କାହିଁକିନା ସର୍ବଶକ୍ତିମାନ ପିତା ତୁମମାନଙ୍କୁ ମାଷ୍ଟର ସର୍ବଶକ୍ତିମାନ କରିଦେଇଛନ୍ତି । ତେବେ ଏତିକି ଶକ୍ତିଶାଳୀ ସ୍ୱମାନଧାରୀ ହୋଇ କାର୍ଯ୍ୟ କରୁଛ ନା? ନିଜର ସ୍ୱମାନ ଗୁଡିକୁ ଦେଖିଛ ତ? ତେବେ ସଂଗମଯୁଗ ପରେ ପୁଣି କେଉଁଠାକୁ ଯିବ? ବାହୁଡା ଯାତ୍ରା କରିବ ନା! ସେଥିପାଇଁ ବାପଦାଦା ଏହି କଥା ଚାହୁଁଛନ୍ତି ଯେ ପ୍ରତ୍ୟେକ ସନ୍ତାନ ସାରା ଦିନ ଏହିଭଳି ବ୍ୟାୟାମ କରିଚାଲ । ସମୟ ବାହାର କର, ବାରମ୍ବାର ଏହିଭଳି ସ୍ୱମାନର ମାଳା ପିନ୍ଧି ରଖିବା ଦ୍ୱାରା, ଅନୁଭବ କରିବା ଦ୍ୱାରା ବାପଦାଦା ତୁମମାନଙ୍କୁ ଯେଉଁ ସ୍ୱରାଜ୍ୟ ଅଧିକାରୀ କରିଛନ୍ତି, ଏଭଳି ହୋଇପାରିବ ନାହିଁ ଯାହାକି ସ୍ୱମାନଗୁଡିକ ତୁମର ଆଦେଶ ମୁତାବକ ନ ଚାଲିବେ । ସେଥିପାଇଁ କେବେ ନିଜର ଆସନ ଉପରେ ସ୍ଥିତ ରୁହ ।

ବାପଦାଦା ଦେଖୁଛନ୍ତି ଯେ ସମସ୍ତେ ଏଥିପ୍ରତି ଧ୍ୟାନ ତ ଦେଉଛନ୍ତି କିନ୍ତୁ ନିମୟିତ ରୂପରେ ନିଜର ଦିନଚର୍ଯ୍ୟାକୁ ସେଟ୍ କର । ମଝିରେ ମଝିରେ ନିଜର ଏହି ସ୍ୱମାନ ଗୁଡିକର ସ୍ମୃତି ସ୍ୱରୂପରେ ସ୍ଥିତ ରୁହ । ଯେପରି ଟ୍ରାଫିକ କଣ୍ଟ୍ରୋଲର ଅଭ୍ୟାସ କରୁଛ, ସେହିପରି ଏହି ସବୁ ସ୍ୱମାନଗୁଡିକର ସ୍ମୃତି ଆଦିକାଳଠାରୁ ବାହୁଡା ଯାତ୍ରା କରିବା ପର୍ଯ୍ୟନ୍ତ, ସ୍ମୃତିରେ ଆଣିବା ପାଇଁ ମଝିରେ ମଝିରେ ସମୟ ନିଧାର୍ଯ୍ୟ କର । ଏହାକୁ ଚାଲିବା ବୁଲିବା ସମୟରେ ମଧ୍ୟ କରିପାରିବ, କାହିଁକିନା ମନକୁ ଆସନ ଉପରେ ବସାଇବାକୁ ହେବ । ବାପଦାଦା ଦେଖିଛନ୍ତି ଯେ, ଯୋଗ ତ ସମସ୍ତେ ଲଗାଉଛ କିନ୍ତୁ ଏବେ ଆବଶ୍ୟକତା କ’ଣ ରହିଛି? ସମୟର ଅବସ୍ଥାକୁ ଦେଖି ପୂର୍ବରୁ ମଧ୍ୟ ଶୁଣାଇ ସାରିଛୁ ଯେ ଏବେ ଜ୍ୱାଳାମୁଖୀ ଯୋଗର ଆବଶ୍ୟକତା ରହିଛି, ଯାହାଦ୍ୱାରା ଡବଲ କାମ ହୋଇପାରିବ । ଗୋଟିଏ ହେଲା ନିଜର ପୁରୁଣା ସଂସ୍କାର ଗୁଡିକର ସଂସ୍କାର ହୋଇଯିବ, ଏବେ କେବଳ ସଂସ୍କାର ଗୁଡିକୁ ମାରି ଦେଉଛ କିନ୍ତୁ ଜଳାଉ ନାହଁ । ସେଥିପାଇଁ ମାରି ଦେବା ପରେ ମଧ୍ୟ କେବେ କେବେ ସେଗୁଡିକ ପୁନର୍ବାର ଜାଗି ଉଠୁଛନ୍ତି । ଯେପରି ରାବଣକୁ କେବଳ ମାରୁ ନାହାଁନ୍ତି, ଜଳାଇ ଦେଉଛନ୍ତି, ସେହିପରି ତୁମେମାନେ ମଧ୍ୟ ନିଜର ପୁରୁଣା ସଂସ୍କାର ଗୁଡିକୁ ଯାହାକି ମଝିରେ ମଝିରେ ତୀବ୍ର ପୁରୁଷାର୍ଥରେ କମି କରି ଦେଉଛି, ସେଥିପାଇଁ ଜ୍ୱାଳାମୁଖୀ ଯୋଗର ଆବଶ୍ୟକତା ରହିଛି । ଗୋଟିଏ ହେଲା ନିଜ ପାଇଁ ମଧ୍ୟ ଦରକାର ଏବଂ ଦ୍ୱିତୀୟରେ ଜ୍ୱାଳାମୁଖୀ ଯୋଗ ଦ୍ୱାର ଅନ୍ୟମାନଙ୍କୁ ମଧ୍ୟ ଲାଇଟ୍ ସ୍ୱରୂପ ହେବା କାରଣରୁ, ମାଇଟ୍ ସ୍ୱରୂପ ହେବା କାରଣରୁ ସେମାନଙ୍କୁ ମଧ୍ୟ ନିଜର କିରଣ ଦ୍ୱାରା ସହଯୋଗ ଦେଇପାରିବ । ତେଣୁ ଏବେ ସମସ୍ତେ ନିଜର ଯୋଗକୁ ଜ୍ୱାଳାମୁଖୀ ଯୋଗରେ ପରିବର୍ତ୍ତନ କରିଛ ତ? ସମୟ ଅନୁସାରେ ଏବେ ଆତ୍ମାମାନଙ୍କୁ ତୁମମାନଙ୍କର ସହଯୋଗର ଆବଶ୍ୟକତା ରହିଛି, ବାକି ବାପଦାଦା ତ ଅମୃତବେଳାରେ ସବୁ ପିଲାଙ୍କୁ ସ୍ନେହ ଦେଉଛନ୍ତି ।

ବାପଦାଦା ଦେଖୁଛନ୍ତି ଯେ ପିଲାମାନେ ବହୁତ ଭଲ ଲକ୍ଷ୍ୟ ମଧ୍ୟ ରଖିଛନ୍ତି, ସାହାସ ମଧ୍ୟ ରଖିଛନ୍ତି କିନ୍ତୁ ସାରା ଦିନ ସେହିଭଳି ଧ୍ୟାନପୂର୍ବକ ରହିବା ଦରକାର, ଯେପରି ଅମୃତବେଳାରେ ଧ୍ୟାନ ରହୁଛି କିନ୍ତୁ ତାହା କମ୍ ହୋଇଯାଉଛି । ତେବେ ଏହାର କାରଣ କ’ଣ? କାରଣ ହେଲା ତୁମେମାନେ ଯେତେବେଳେ କର୍ମଧନ୍ଦାରେ ଲାଗି ପଡୁଛ, ସେତେବେଳେ କର୍ମଯୋଗୀ ହୋଇ କର୍ମ କରିବାରେ ଅନ୍ତର ଆସିଯାଉଛି । ତୁମେମାନେ କେବଳ ଯୋଗ ଲଗାଇବାବାଲା ନୁହେଁ କିନ୍ତୁ ଯୋଗୀ ଜୀବନବାଲା ଅଟ । ତେବେ ଜୀବନ ସବୁ ସମୟ ପାଇଁ ଅଟେ, କେବେ କେବେ ପାଇଁ ନୁହେଁ । ତେବେ ବାପଦାଦା ଏବେ କ’ଣ ଚାହୁଁଛନ୍ତି? ସ୍ନେହର ବିଷୟରେ ତ ଅଧିକାଂଶ ପିଲା ପାସ୍ ଅଟ, ଏଥିରେ ବାବା ଦେଖିଛନ୍ତି ଯେ ଅଧିକାଂଶ ପିଲା ବାବାଙ୍କ ସହିତ ମେରା ବାବା, ମେରା ବାବା କହି ସ୍ନେହର ଅନୁଭବ କରୁଛନ୍ତି । ସେଥିପାଇଁ ସ୍ନେହ ବିଷୟରେ ଅଧିକାଂଶ ପିଲା ପାସ୍ ଅଟନ୍ତି, ତେବେ ଆଉ କେଉଁଥିରେ ପାସ୍ ହେବାର ଅଛି? ବାପ୍ ସମାନ ହେବାରେ । ତେବେ ସମସ୍ତେ କ’ଣ ଚାହୁଁଛ? ବାବାଙ୍କ ସମାନ ହେବ, ନା ବାବା-ବାବା ହିସାବରେ ରହିବେ, ତୁମେମାନେ ପିଲା ହୋଇ ରହିବ? ତେଣୁ ବାବାଙ୍କ ସମାନ ତ ହେବାକୁ ପଡିବ ନା! ସ୍ନେହର ଅର୍ଥ କ’ଣ? ସ୍ନେହୀ ଆତ୍ମା ଯାହା କହିବ ତାହା କରିବାକୁ ହିଁ ପଡିବ । ତେଣୁ ତୁମେ ସମସ୍ତେ ବାବାଙ୍କର ପ୍ରିୟ ଅଟ ନା, ବାବାଙ୍କର ତୁମମାନଙ୍କର ପ୍ରତି ସ୍ନେହ ଅଛି ତ? ଏଥିରେ ହାତ ଉଠାଅ । ସ୍ନେହ ଅଛି, ଆଚ୍ଛା, ତେବେ ସ୍ନେହ ଅଛି ତ? ତେଣୁ ଏବେ ବାପଦାଦା ଏହି କଥା ଚାହୁଁଛନ୍ତି ଯେ ଯେପରି ସ୍ନେହ ରହିଛି ସେହିପରି ଏହି ଲକ୍ଷ୍ୟ ମଧ୍ୟ ରଖ ଯେ ମୋତେ ବାବାଙ୍କ ସମାନ ହେବାକୁ ହିଁ ପଡିବ, ଏଥିରେ ହାତ ଉଠାଅ । ତେବେ ସମସ୍ତେ ନିଶ୍ଚୟ ରଖିଛ, ହାତ ତ ବହୁତ ଭଲ ଉଠାଉଛ । ବାପଦାଦା ମଧ୍ୟ ଦେଖୁଛନ୍ତି ।

ବାପଦାଦା ଚାହୁଁଛନ୍ତି ତାଙ୍କର ପ୍ରତ୍ୟେକ ସନ୍ତାନ ଏପରି ଖୁସିବାସିଆ ଦେଖାଯାଉ, ଚେହେରା ଦ୍ୱାରା ମଧ୍ୟ ଏବଂ ଚାଲିଚଳନ ଦ୍ୱାରା ମଧ୍ୟ, କାହିଁକିନା ସମୟ ଅନୁସାରେ ତୁମମାନଙ୍କର ଚେହେରା ବହୁତ ସେବା କରିବ, ଏହାର ମଧ୍ୟ ଆବଶ୍ୟକତା ପଡିବ, ଏଥିପାଇଁ ବାପଦାଦା ଚାହୁଁଛନ୍ତି ଯେ ଏବେଠାରୁ ଲକ୍ଷ୍ୟ ରଖ ଯେପରି ଏବେ ଏହା ୭୫ ବର୍ଷ ପାଳନ ହେବାକୁ ଥିବା କାରଣରୁ ସମସ୍ତଙ୍କ ଭିତରେ ସେବା କରିବାର ଉମଙ୍ଗ ଉତ୍ସାହ ରହିଛି, ସେହିପରି ନିଜର ଚେହେରା ଦ୍ୱାରା ସେବା କରିବାର ମଧ୍ୟ ଉମଙ୍ଗ-ଉତ୍ସାହ ରହୁ କାହିଁକିନା ଦିନକୁ ଦିନ ସମୟ ଅଧିକ ସଂକଟାପନ୍ନ ହୋଇ ଚାଲିବ । ତେବେ ଏହିଭଳି ସମୟରେ ତୁମମାନଙ୍କର ଚେହେରା ଆତ୍ମାମାନଙ୍କୁ ହର୍ଷିତ କରିଦେଉ ।

ବାପଦାଦା ଆଜି ଅମୃତବେଳାରେ ଚକ୍ର ଲଗାଇଥିଲେ, ତେବେ କ’ଣ ସବୁ ଦେଖିଥିବେ? ଯଦିଓ ସମସ୍ତେ ନିଜ ନିଜର ରୁଚି ଅନୁସାରେ ବସୁଥିଲେ କିନ୍ତୁ ସବୁଠାରୁ ବଡ ଅଧିକାରୀ ପଣିଆ ବା ଶକ୍ତି ହେଲା ଅନୁଭବର ଶକ୍ତି, ତେବେ ଦେଖାଗଲା ଯେ ବସୁଛନ୍ତି ତ ସମସ୍ତେ କିନ୍ତୁ ଅନୁଭବର ଅଧିକାରୀ ପଣିଆର ସହିତ ବସନ୍ତୁ, ସ୍ମୃତିରେ ମଧ୍ୟ ରହୁଛନ୍ତି କିନ୍ତୁ ସ୍ମୃତି ସ୍ୱରୂପର ଅନୁଭବ ହେଉ । ତେବେ ଅନୁଭବର ଅଧିକାରୀ ପଣିଆର ଆନନ୍ଦ ବହୁତ କମ ସମୟ କରୁଛ, ଭାବୁଛ ମୁଁ ବାପଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ ଅଟେ କିନ୍ତୁ ସେହି ସ୍ୱରୂପର ସ୍ମୃତି ସ୍ୱରୂପ ଅନୁଭବୀ ମୂରତ ହୋଇ ଅନୁଭବରେ ହଜିଯାଅ, ଏହି ସ୍ଥିତିକୁ ଏବେ ଆହୁରି ଅଧିକ ଆଗକୁ ବଢାଇବାକୁ ହେବ କାହିଁକିନା ଅନୁଭବର ଅଧିକାରୀ ପଣିଆ ସବୁଠାରୁ ବଡରୁ ବଡ ଅଟେ । ତେବେ ସ୍ମୃତି ସ୍ୱରୂପ ହୋଇ ରହିବା - ଏହାକୁ କୁହାଯାଏ ଅନୁଭବ । ତେବେ ଯେଉଁ ସ୍ୱରୂପର ସ୍ମୃତିରେ ରହୁଛ ତା’ର ଅନୁଭବରେ ହଜିଯିବା ଏବଂ ସେହି ସ୍ୱରୂପର ଅନୁଭୂତିରେ ରହିବା ଏବେ ଏହାର ଆହୁରି ଅଧିକ ଆବଶ୍ୟକତା ରହିଛି କାହିଁକିନା ଅନୁଭବ କେବେ ବି ଭୁଲି ହୋଇ ନ ଥାଏ । ଯଦି କାହାକୁ ବି ତୁମେ କାହାର ଅନୁଭବ ଆଧାରରେ ଶୁଣାଇବା ପାଇଁ ଚେଷ୍ଟା କରୁଛ, ତେବେ ସେହି ଅନୁଭବର ପ୍ରଭାବ ପଡୁଛି । ତେଣୁ ନିଜର ଯେଉଁ ସ୍ୱରୂପକୁ ସ୍ମୃତିରେ ରଖୁଛ ତା’ର ଅନୁଭୂତିରେ ହଜିଯାଅ । ଅନୁଭବ ନିଜର ପୁରୁଷାର୍ଥରେ ମଧ୍ୟ ବହୁତ ସାହାଯ୍ୟ କରିଥାଏ । ତେବେ ବାପଦାଦା ଦେଖିଲେ ଯେ ଅନୁଭବର ଅଧିକାରୀପଣିଆରେ ପିଲାମାନେ କ୍ରମାନ୍ୱୟ ହିସାବରେ ଅଛନ୍ତି । ତେଣୁ ଏବେ ଏହି ଅନୁଭବର ଅଧିକାରୀ ପଣିଆ ଉପରେ ଆହୁରି ଅଧିକ ଧ୍ୟାନ ଦିଅ । ତେବେ ଅନୁଭବ ସ୍ୱରୂପର ସ୍ଥିତି ସର୍ବଦା ସ୍ୱରୂପରେ ସମାହିତ ହୋଇ ରହିଥାଏ ଯାହା ଦ୍ୱାରା ତୁମର ଚେହେରା ଏବଂ ଚାଲିଚଳନ ସେବା କରିଥାଏ ।

ତେଣୁ ଆଜି ବାପଦାଦା ପିଲାମାନଙ୍କର ରେକର୍ଡ ଚେକ୍ କରୁଥିଲେ । ତେବେ ଗୋଟିଏ ହେଲା ଜ୍ୱାଳାମୁଖୀ ଯୋଗ ଉପରେ ଆହୁରି ଅଧିକ ଧ୍ୟାନ ଦିଅ ଯାହାଦ୍ୱାରା ସ୍ୱଭାବ-ସଂସ୍କାରର ପରିବର୍ତ୍ତନରେ ସହଯୋଗ ମଳିବ । ତୁମର ସଂସ୍କାର ଯାହାକୁ ତୁମେମାନେ ନେଚର ବୋଲି କହୁଛ ତାହା ଏବେ ମଝିରେ ମଝିରେ ତା’ କାମ କରିନେଉଛି । ବାକି ବାପଦାଦା ଖୁସି ଅଛନ୍ତି, କେଉଁ କଥା ପାଇଁ? ଜାଣିଛ କେଉଁ କଥା ଉପରେ ବାପଦାଦା ଖୁସି ଅଛନ୍ତି? ଜାଣିଛ? ଆଜିକାଲିର ମୁରଲୀ ଗୁଡିକୁ ଶୁଣି ବାପଦାଦା ଦେଖୁଛନ୍ତି ଯେ ପିଲାମାନେ ନିଜର ଦିନଚର୍ଯ୍ୟା ଉପରେ ଅଧିକ ଆଟେନ୍‌ଶନ୍ ଅର୍ଥାତ୍ ଧ୍ୟାନ ଦେଉଛନ୍ତି । ଯଦି ଏହିଭଳି ଆଟେନଶନ୍ ଦେବା ବଢିଯିବ, ତେବେ ସଂସ୍କାରର ଟେନଶନ୍ କମି କମି ଚାଲିବ । ବାପଦାଦା ତ ପୂର୍ବରୁ ମଧ୍ୟ କହିଛନ୍ତି, ଯେତେବେଳେ ବି ଟେନ୍‌ଶନ୍ ଆସୁଛି ସେଥିରେ “ଆ” ଲଗାଇଦିଅ । ତା’କୁ ଆଟେନ୍‌ଶନ୍‌ରେ ପରିବର୍ତ୍ତନ କରିଦିଅ । ତେବେ ସମସ୍ତଙ୍କୁ ତ ଯିବାକୁ ହିଁ ପଡିବ । ଏହି ପ୍ରତିଶ୍ରୁତି ତ ପକ୍କା ଅଟେ ନା । ସାଥୀ ହୋଇଯିବୁ, ସାଥୀ ହୋଇ ରାଜ୍ୟ କରିବୁ । ତେଣୁ ସମସ୍ତେ ଖୁସି ଅଛ, ନା କେବେ କେବେ ଖୁସି ହେଉଛ? ଯେଉଁମାନେ ଭାବୁଛନ୍ତି ଆମେ ସବୁବେଳେ ଖୁସିରେ ରହୁଛୁ, କେବେ କେବେ ନୁହେଁ । ତେବେ ସର୍ବଦା ଖୁସି ତ? ଦେଖ ଭାବି ଚିନ୍ତି ହାତ ଉଠାଅ । ଆଚ୍ଛା, ହାତ ମଧ୍ୟ ଭାବି ଭାବି ଉଠାଉଛନ୍ତି । ଖୁସି ତ ତୁମ ନିଜର ଜିନିଷ ନା, ନିଜ ଜିନିଷକୁ କାହିଁକି ଖରାପ କରୁଛ? ତେଣୁ ଏବେ କ’ଣ କରିବ? ଆଗକୁ ତ ଯିବାକୁ ହିଁ ହେବ, ତା’ ହେଲେ ଆଗକୁ କ’ଣ କରିବ? ପ୍ରତ୍ୟେକ ସେଣ୍ଟର ନିର୍ବିଘ୍ନ, ବ୍ୟର୍ଥ ସଂକଳ୍ପ ମୁକ୍ତ ହୋଇପାରିବ? କ’ଣ ହୋଇପାରିବ, ନା ଏଥିପାଇଁ ଅଧିକ ସମୟ ଦରକାର? ଏବେ ପର୍ଯ୍ୟନ୍ତ ବାପଦାଦାଙ୍କ ପାଖକୁ କୌଣସି ସେଣ୍ଟରରୁ ଏହି ସମାଚାର ଆସି ନାହିଁ ଯେ ଆମର ସେଣ୍ଟର ସଦା ନିର୍ବିଘ୍ନ ଅଟେ, ସାଥୀମାନେ ମଧ୍ୟ ନିର୍ବିଘ୍ନ ଅଟନ୍ତି । କେବଳ ନିଜେ ନୁହେଁ, ସାଥୀମାନେ ମଧ୍ୟ ନିର୍ବିଘ୍ନ ହୋଇଥିବେ । ତେବେ ସେହି ସମୟ ମଧ୍ୟ ଆସିବ ଏବଂ ହୋଇଯିବ ମଧ୍ୟ କାହିଁକିନା ପିଲାମାନଙ୍କୁ ହିଁ ତ ହେବାକୁ ପଡିବ ନା, ଆଉ କେହି ଦୃଷ୍ଟାନ୍ତ ହେବା ଭଳି ମଧ୍ୟ ଆସିବେ ଯେଉଁମାନେ କି ପଛରେ ଆସି ମଧ୍ୟ ତୀବ୍ର ପୁରୁଷାର୍ଥ କରି ଆଗକୁ ଚାଲିଯିବେ କିନ୍ତୁ ଅଧିକ ସଂଖ୍ୟାରେ ତୁମମାନଙ୍କୁ ହିଁ ଆଗକୁ ଯିବାକୁ ହେବ । ବାପଦାଦା ଦେଖୁଛନ୍ତି ଯେ ଅଧିକାଂଶ ପିଲାଙ୍କର ମୁରଲୀ ସହିତ ସ୍ନେହ ଅଛି କିନ୍ତୁ ଯେପରି ଜଗଦମ୍ବା ମୁରଲୀର ଜ୍ଞାନକୁ ପ୍ରତ୍ୟକ୍ଷ ଜୀବନରେ ଧାରଣ କରି ଦେଖାଇଥିଲେ ଅର୍ଥାତ୍ ବାବା ଯାହା କହୁଥିଲେ ତାହା କରିବାକୁ ହିଁ ହେବ, ଲକ୍ଷ୍ୟ ମଧ୍ୟ ରଖିଥିଲେ ଏବଂ ପୁରୁଷାର୍ଥ ପ୍ରତି ଧ୍ୟାନ ମଧ୍ୟ ଦେଉଥିଲେ । ତୁମମାନଙ୍କର ଦୀଦୀ ଦାଦୀମାନେ ଯେଉଁମାନେ ଆଡଭାନ୍ସ ପାର୍ଟୀରେ ମଧ୍ୟ ଯାଇଛନ୍ତି ସେମାନେ ମଧ୍ୟ ଏଥିପ୍ରତି ଧ୍ୟାନ ଦେଇଛନ୍ତି, ଏବେ ତୁମମାନଙ୍କୁ ଅପେକ୍ଷା କରି ରହିଛନ୍ତି ଏବଂ ପଚାରୁଛନ୍ତି ଯେ ସମାପ୍ତିର ଗେଟ୍ କେବେ ଖୋଲିବ? ଜଣେ ବା ଦୁଇଜଣ ତ ଗେଟ୍ ଖୋଲିବେ ନାହିଁ ନା! ତେଣୁ ଏବେ ପୁରୁଷାର୍ଥ କରି ସମାପ୍ତିର ସମୟକୁ ପାଖକୁ ଆଣ । ନିଜେ ସମ୍ପନ୍ନ ହେବା ଅର୍ଥ ସମୟକୁ ପାଖେଇ ଆଣିବା ।

ଚାରିଆଡର ସବୁ ପିଲାମାନଙ୍କୁ ବାପଦାଦା ଦିଲ୍‌ର ସ୍ନେହ ଦେଉଛନ୍ତି । ଏଥି ସହିତ ବାପଦାଦା ଯେଉଁ ଦୁଇ ମାସ ପାଇଁ କାର୍ଯ୍ୟ ଦେଇଛନ୍ତି, ତାକୁ ମଧ୍ୟ ମନେ ପକାଇ ଦେଉଛନ୍ତି । କାହିଁକି ଜାଣିଛ? ବିଶେଷ କରି ଏହି ବ୍ୟର୍ଥ ସଂକଳ୍ପ ହିଁ ପୁରୁଷାର୍ଥକୁ ତୀବ୍ର କରିବା ପରିବର୍ତ୍ତେ ସାଧାରଣ କରିଦେଉଛି ସେଥିପାଇଁ ଚାରିଆଡର ପିଲାମାନଙ୍କୁ ବାପଦାଦା ୟାଦପ୍ୟାର ଦେବା ସହିତ ଏକଥା ମଧ୍ୟ ମନେ ପକାଇ ଦେଉଛନ୍ତି ଯେ ଏବେ ସଂଗମଯୁଗର ଏହି ସମୟ କେତେ ଶ୍ରେଷ୍ଠ ଏବଂ କଲ୍ୟାଣକାରୀ ଅଟେ । ଏହି ସଂଗମ ସମୟରେ ହିଁ ବାବାଙ୍କ ଦ୍ୱାରା ପିଲାମାନଙ୍କୁ ସର୍ବ ସମ୍ପତ୍ତି ପ୍ରାପ୍ତ ହେଉଛି, ସଂଗମର ଗୋଟିଏ ଗୋଟିଏ ସେକେଣ୍ଡ ମହାନ ଅଟେ, ସେଥିପାଇଁ ସଂଗମ ସମୟର ମୂଲ୍ୟକୁ ସର୍ବଦା ନିଜର ବୁଦ୍ଧିରେ ରଖ । ସଂଗମଯୁଗର ଗୋଟିଏ ଗୋଟିଏ ସେକେଣ୍ଡ କେତେ ବଡ ପ୍ରାପ୍ତ କରାଉଛି । ଯଦି ତୁମକୁ କେହି ପଚାରିବ ଯେ ତୁମକୁ କ’ଣ ମିଳିଛି! ତେବେ କ’ଣ ଉତ୍ତର ଦେବ? ଅପ୍ରାପ୍ତ କୌଣସି ବସ୍ତୁ ନାହିଁ ଆମ ବ୍ରାହ୍ମଣମାନଙ୍କର ଦିଲ୍‌ରେ । ଯାହା ପାଇବାର ଥିଲା ତାହା ପାଇଗଲୁ । ଏବେ ସେଗୁଡିକୁ କାର୍ଯ୍ୟରେ ଲଗାଇବା ସହିତ ତୀବ୍ର ପୁରୁଷାର୍ଥୀ ହୋଇ ସମୟକୁ ପାଖକୁ ଆଣ । ଆଚ୍ଛା! ବାପଦାଦା ଦେଖୁଛନ୍ତି ସମସ୍ତଙ୍କ ଭିତରେ ଉମଙ୍ଗ-ଉତ୍ସାହ ମଧ୍ୟ ଆସୁଛି ଏବଂ ଏହାକୁ ସର୍ବଦା ଆଗକୁ ବଢାଇଚାଲ । ଆଚ୍ଛା!

ବରଦାନ:-
ନିଜର ସ୍ୱରୂପ ଦ୍ୱାରା ଭକ୍ତମାନଙ୍କୁ ପ୍ରକାଶମୟ ମୁକୁଟର ସାକ୍ଷାତ୍‌କାର କରାଉଥିବା ଇଷ୍ଟ ଦେବ ଭବ ।

ଯେବେଠାରୁ ତୁମେମାନେ ବାବାଙ୍କର ହୋଇଯାଇଛ, ପବିତ୍ରତାର ପ୍ରତିଜ୍ଞା କରିଛ ତା’ର ପ୍ରତିଦାନରେ ତୁମକୁ ଆଲୋକର ମୁକୁଟ ପ୍ରାପ୍ତ ହୋଇଯାଇଛି । ତେବେ ଏହି ଆଲୋକର ମୁକୁଟ ତୁଳନାରେ ରତ୍ନଜଡିତ ମୁକୁଟ କିଛି ବି ନୁହେଁ । ଯେତେଯେତେ ସଂକଳ୍ପ, ବାଣୀ ଏବଂ କର୍ମରେ ପବିତ୍ରତାକୁ ଧାରଣ କରିଚାଲିଥିବ ସେହି ଅନୁସାରେ ଏହି ଆଲୋକର ମୁକୁଟ ମଧ୍ୟ ସ୍ପଷ୍ଟ ହୋଇ ଚାଲିଥିବ ଏବଂ ତୁମେ ଭକ୍ତମାନଙ୍କ ନିକଟରେ ଇଷ୍ଟ ଦେବ ରୂପରେ ପ୍ରତ୍ୟକ୍ଷ ହୋଇଚାଲିବ ।

ସ୍ଲୋଗାନ:-
ଯଦି ସର୍ବଦା ବାପଦାଦାଙ୍କର ଛତ୍ରଛାୟା ତଳେ ରହିବ, ତେବେ ବିଘ୍ନ ବିନାଶକ ହୋଇଯିବ ।

ଅବ୍ୟକ୍ତ ଈଶାରା:- ପରୋପକାରର ଭାବନାରେ ସମ୍ପନ୍ନ ହୋଇ ଅପକାରୀର ମଧ୍ୟ ଉପକାର କର । ବାପଦାଦା ଯେପରି ପିଲାମାନଙ୍କ ସହିତ ପ୍ରତି ପାଦରେ ସହଯୋଗୀ ଅଟନ୍ତି ଏବଂ ଶେଷ ପର୍ଯ୍ୟନ୍ତ ରହିବେ ମଧ୍ୟ । ବାବାଙ୍କୁ କାହା ପ୍ରତି କେବେ ବି ଘୃଣା ଆସେ ନାହିଁ, ସର୍ବଦା ଅପକାରୀର ମଧ୍ୟ ଶୁଭଚିନ୍ତକ ଅଟନ୍ତି, ସେହିପରି ନିଜର ପିତାଙ୍କୁ ଅନୁକରଣ କର । ପ୍ରତ୍ୟେକ ଆତ୍ମା ପ୍ରତି ସର୍ବଦା ଶୁଭଭାବ ଏବଂ ଶୁଭଭାବନା ରଖ । ଇଏ ଏମିତି କାହିଁକି କରିଲା, ଏଭଳି ଭାବିବା ପରିବର୍ତ୍ତେ ଏହି ଆତ୍ମାର କଲ୍ୟାଣ କିପରି ହେବ - ଏକଥା ଚିନ୍ତା କର, ତେବେ କୁହାଯିବ ଶୁଭଚିନ୍ତକ ବା ବିଶ୍ୱକଲ୍ୟାଣକାରୀ ଆତ୍ମା । ବିଶେଷ ସୂଚନା:- ମାସର ତୃତୀୟ ରବିବାରର ଯୋଗାଭ୍ୟାସ: ଆଜି ମାସର ତୃତୀୟ ରିବିବାର, ସବୁ ଭାଇଭଉଣୀମାନେ ସଂଗଠିତ ରୂପରେ ଏକତ୍ରିତ ହୋଇ ସଂଧ୍ୟା ୬.୩୦ ମିନିଟ୍ ଠାରୁ ୭.୩୦ ମିନିଟ୍ ପର୍ଯ୍ୟନ୍ତ ନିଜର ଶାନ୍ତ ସ୍ୱରୂପ ସ୍ଥିତିରେ ସ୍ଥିତ ହୋଇ, ଶାନ୍ତିର ସାଗରର ଗଭୀରତାକୁ ଯାଇ ସେହି ପରମସୁଖ ବା ଶୀତଳତାର ଗହନ ଅନୁଭୂତି କରିବା ସହିତ ଆତ୍ମାମାନଙ୍କୁ ଶାନ୍ତିର ଦାନ ଦେବାର ସେବା କରିବା ହେବେ ।