19.03.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଯେପରି
ବାପଦାଦା ଉଭୟ ନିରହଂକାରୀ ଏବଂ ଦେହୀ-ଅଭିମାନୀ ଅଟନ୍ତି, ସେହିପରି ଫଲୋ ଫାଦର କର ଅର୍ଥାତ୍ ନିଜର
ପିତାଙ୍କୁ ଅନୁକରଣ କର, ତେବେ ସର୍ବଦା ଉନ୍ନତି ହୋଇଚାଲିବ ।”
ପ୍ରଶ୍ନ:-
ଉଚ୍ଚ ପଦ ପାଇବା
ପାଇଁ କେଉଁ କଥା ପ୍ରତି ସାବଧାନ ରହିବା ଜରୁରୀ ଅଟେ?
ଉତ୍ତର:-
ଉଚ୍ଚ ପଦ ପାଇବାକୁ ହେଲେ ଧ୍ୟାନ ରଖ ଯେ, ମନରେ ମଧ୍ୟ କାହାକୁ ମୋ ଦ୍ୱାରା ଦୁଃଖ ନ ମିଳୁ । ୨-
କୌଣସି ବି ପରିସ୍ଥିତିରେ କ୍ରୋଧ ନ ଆସୁ, ୩- ବାବାଙ୍କର ସନ୍ତାନ ହୋଇ ବାବାଙ୍କ କାର୍ଯ୍ୟରେ ବା ଏହି
ରୁଦ୍ର ଯଜ୍ଞରେ ଯେପରି ବିଘ୍ନ ରୂପ ନ ହୁଏ । ଯଦି କେହି ମୁହଁରେ କେବଳ ବାବା-ବାବା କହି ଚାଲିଥିବ
କିନ୍ତୁ ଚାଲି ଚଳଣ ରାଜକୀୟ ହୋଇ ନ ଥିବ, ତେବେ ଉଚ୍ଚ ପଦ ମିଳିପାରିବ ନାହିଁ ।
ଓମ୍ ଶାନ୍ତି ।
ପିଲାମାନେ ଭଲ ଭାବରେ ଜାଣିଛନ୍ତି ଯେ ବାବାଙ୍କଠାରୁ ବର୍ସା ନିଶ୍ଚିତ ମିଳିବ । କିନ୍ତୁ କିପରି?
ଶ୍ରୀମତ ଆଧାରରେ । ବାବା ବୁଝାଉଛନ୍ତି, ଏକମାତ୍ର ଗୀତା ଶାସ୍ତ୍ରରେ ହିଁ ଶ୍ରୀମତ ଭଗବାନୁବାଚ
ରହିଛି । ଭଗବାନ ତ’ ସମସ୍ତଙ୍କର ପିତା ଅଟନ୍ତି । ଶ୍ରୀମତ ଭଗବାନୁବାଚ । ତେବେ ନିଶ୍ଚିତ ଭାବରେ
ଭଗବାନ ଆସି ଶ୍ରେଷ୍ଠ କରିଥିବେ, ସେଥିପାଇଁ ତ ତାଙ୍କର ମହିମା ରହିଛି । ଶ୍ରୀମତ ଭଗବତ ଗୀତା
ଅର୍ଥାତ୍ ଶ୍ରୀମତ ଭଗବାନୁବାଚ । ଭଗବାନ ତ ନିଶ୍ଚୟ ଉଚ୍ଚରୁ ଉଚ୍ଚ ଅଟନ୍ତି । ଶ୍ରୀମତ ମଧ୍ୟ ସେହି
ଗୋଟିଏ ଯାହାକି ଶାସ୍ତ୍ରରେ ଗାନ କରାଯାଇଛି, ଆଉ କୌଣସି ଶାସ୍ତ୍ରରେ ଶ୍ରୀମତ ଭଗବାନୁବାଚ ନାହିଁ ।
ଶ୍ରୀମତ କାହାର ହେବା ଉଚିତ୍, ଯିଏ ଏହାକୁ ଲେଖିଛନ୍ତି ସିଏ ମଧ୍ୟ ବୁଝିପାରୁ ନାହାଁନ୍ତି ।
ସେଥିରେ ଭୁଲ୍ କାହିଁକି ହୋଇଛି? ଏକଥା ମଧ୍ୟ ବାବା ଆସି ବୁଝାଉଛନ୍ତି ରାବଣ ରାଜ୍ୟ ଆରମ୍ଭ ହେବା
ଠାରୁ ହିଁ ରାବଣର ମତରେ ଚାଲିବାରେ ଲାଗିଛନ୍ତି । ପ୍ରଥମେ ସବୁଠାରୁ ବଡ ଭୁଲ୍ ଏହି ରାବଣ
ମତଧାରୀମାନେ କରିଛନ୍ତି । ସମସ୍ତଙ୍କୁ ଯେପରି ରାବଣର ଚାପୁଡା ଲାଗିଯାଇଛି । ଯେପରି କୁହାଯାଉଛି
ଯେ ଶଙ୍କର ପ୍ରେରକ ଅଟନ୍ତି, ଯାହାଙ୍କର ପ୍ରେରଣା ଦ୍ୱାରା ବୋମା ତିଆରି ହେଉଛି । ସେହିପରି ୫
ବିକାର ରୂପୀ ରାବଣ ମନୁଷ୍ୟକୁ ପତିତ କରିବାରେ ପ୍ରେରକ ହୋଇଛି, ସେଥିପାଇଁ ତ ଡାକୁଛନ୍ତି ହେ
ପତିତ-ପାବନ ଆସ । ତେଣୁ ପତିତ-ପାବନ କେବଳ ଜଣେ ହେଲେ ନା । ଏଥିରୁ ସିଦ୍ଧ ହେଉଛି ଯେ, ପତିତ ଜଣେ
କରୁଛି ଏବଂ ପାବନ ଅନ୍ୟ ଜଣେ କରୁଛନ୍ତି । ଉଭୟ ଜଣେ ହୋଇପାରିବେ ନାହିଁ । ଏହି କଥା ତୁମେ ହିଁ
ବୁଝୁଛ - ପୁରୁଷାର୍ଥର କ୍ରମାନୁସାରେ । ଏପରି ଭାବ ନାହିଁ ଯେ ସମସ୍ତଙ୍କର ନିଶ୍ଚୟ ଅଛି । ସମସ୍ତେ
କ୍ରମାନ୍ୱୟରେ ଅଛନ୍ତି । ଯେତେ ନିଶ୍ଚୟ ଥାଏ, ସେତେ ଅଧିକ ଖୁସି ହୋଇଥାଏ । ତେଣୁ ବାବାଙ୍କ ମତରେ
ଚାଲିବାକୁ ହେବ । ଶ୍ରୀମତ ଆଧାରରେ ଆମକୁ ଏହି ସ୍ୱରାଜ୍ୟ ପଦ ପାଇବାକୁ ହେବ । ମନୁଷ୍ୟରୁ ଦେବତା
ହେବାରେ ସମୟ ଲାଗୁନାହିଁ । ତୁମେ ପୁରୁଷାର୍ଥ କରୁଛ । ମମ୍ମା ବାବାଙ୍କୁ ଅନୁକରଣ କରୁଛ । ଯେପରି
ସେମାନେ ନିଜ ସମାନ କରିବାର ସେବା କରୁଛନ୍ତି, ତୁମେ ମଧ୍ୟ ଜାଣିଛ ଆମେ କେଉଁ ସେବା କରୁଛୁ ଏବଂ
ମମ୍ମା ବାବା କେଉଁ ସେବା କରୁଛନ୍ତି । ବାବା ବୁଝାଉଛନ୍ତି ଶିବବାବା ଏବଂ ବ୍ରହ୍ମାବାବା ଉଭୟ
ଏକତ୍ର ଅଛନ୍ତି । ତେଣୁ ବୁଝିବା ଦରକାର ଯେ ସିଏ ସବୁଠାରୁ ନିକଟରେ ଅଛନ୍ତି । ଏହାଙ୍କର ହିଁ
ସମ୍ପୂର୍ଣ୍ଣ ରୂପ ସୂକ୍ଷ୍ମଲୋକରେ ଦେଖୁଛ ତେଣୁ ନିଶ୍ଚୟ ଇଏ ତୀକ୍ଷ୍ଣ ହୋଇଥିବେ । ତେଣୁ ବାବା
ଯେପରି ନିରହଂକାରୀ ଏବଂ ଦେହୀ-ଅଭିମାନୀ ଅଟନ୍ତି, ସେହିପରି ଦାଦା ମଧ୍ୟ ନିରଂହକାରୀ ଅଟନ୍ତି ।
କହୁଛନ୍ତି ଶିବବାବା ହିଁ ବୁଝାଉଛନ୍ତି । ମୁରଲୀ ଚାଲିବା ସମୟରେ ବାବା ନିଜେ କହୁଛନ୍ତି ଯେ ଭାବ
ଶିବବାବା ଏହାଙ୍କ ଦ୍ୱାରା ଶୁଣାଉଛନ୍ତି । ତେବେ ଏହି ବ୍ରହ୍ମା ମଧ୍ୟ ନିଶ୍ଚିତ ଶୁଣୁଥିବେ । ଯଦି
ଇଏ ନିଜେ ନ ଶୁଣିବେ ଏବଂ ଅନ୍ୟମାନଙ୍କୁ ନ ଶୁଣାଇବେ, ତେବେ ଉଚ୍ଚ ପଦ କିପରି ପାଇବେ । କିନ୍ତୁ
ନିଜର ଦେହ-ଅଭିମାନ ଛାଡି କହୁଛନ୍ତି ଯେ ଏପରି ଭାବ ଶିବବାବା ହିଁ ଶୁଣାଉଛନ୍ତି । ମୁଁ ପୁରୁଷାର୍ଥ
କରୁଛି । ଶିବବାବା ହିଁ ବୁଝାଉଛନ୍ତି । ଇଏ ତ ନିଜର ପତିତ ଅବସ୍ଥାକୁ ଅତିକ୍ରମ କରି ସାରିଛନ୍ତି ।
ମମ୍ମା ତ କୁମାରୀ ଥିଲେ । ତେଣୁ ମମ୍ମା ଉଚ୍ଚକୁ ଚାଲିଗଲେ । ତୁମେ କୁମାରୀମାନେ ମଧ୍ୟ ମମ୍ମାଙ୍କୁ
ଅନୁସରଣ କର । ଗୃହସ୍ଥୀମାନେ ବାବାଙ୍କୁ ଅନୁସରଣ କରିବା ଉଚିତ୍ । ସମସ୍ତେ ବୁଝିଯିବା ଉଚିତ୍ ଯେ,
ମୁଁ ପତିତ ଅଟେ, ମୋତେ ପାବନ ହେବାକୁ ପଡିବ । ମୁଖ୍ୟ କଥା ହେଲା ବାବା, ଯୋଗର ଯାତ୍ରା ଶିଖାଇଛନ୍ତି
। ଏଥିରେ ଦେହ-ଅଭିମାନ ରହିବା ଉଚିତ୍ ନୁହେଁ । ଆଚ୍ଛା! ଯଦି ମୁରଲୀ ଶୁଣାଇ ପାରୁ ନାହଁ, ତେବେ
ଯୋଗର ଯାତ୍ରାରେ ରୁହ । ଯୋଗଯୁକ୍ତ ହୋଇ ମୁରଲୀ ଶୁଣାଇ ପାରିବ । ଯଦି ବାବାଙ୍କୁ ଭୁଲିଗଲ ତେବେ
ମଧ୍ୟ ଚିନ୍ତା ନାହିଁ । ମୁରଲୀ ଚଲାଇ ପୁଣି ଯୋଗର ଯାତ୍ରାରେ ଲାଗିଯାଅ କାହିଁକି ନା ତାହା ବାଣୀରୁ
ଉର୍ଦ୍ଧ୍ୱ ବାନପ୍ରସ୍ଥ ଅବସ୍ଥା ଅଟେ । ମୂଳକଥା ହେଲା ଦେହୀ-ଅଭିମାନୀ ହୋଇ ବାବାଙ୍କୁ ୟାଦ କରିଚାଲ
ଏବଂ ଚକ୍ରକୁ ମନେ ପକାଇଚାଲ । କାହାକୁ ହେଲେ ଦୁଃଖ ଦିଅ ନାହିଁ । ସମସ୍ତଙ୍କୁ ଗୋଟିଏ କଥା ବୁଝାଅ
ଯେ, ବାବାଙ୍କୁ ମନେ ପକାଅ । ଏହା ହେଉଛି ଯୋଗ ଯାତ୍ରା । ମନୁଷ୍ୟ ମଲେ କହନ୍ତି ସ୍ୱର୍ଗକୁ ଗଲା ।
ଅଜ୍ଞାନ କାଳରେ କେହି ସ୍ୱର୍ଗକୁ ମନେ ପକାନ୍ତି ନାହିଁ । କାରଣ ସ୍ୱର୍ଗକୁ ମନେ ପକାଇବା ଅର୍ଥ ଏହି
ଦୁନିଆରୁ ମରିଯିବା । ଏମିତି ତ କେହି ସ୍ୱର୍ଗକୁ ମନେ ପକାଉ ନାହାଁନ୍ତି । ଏବେ ତୁମେ ଜାଣୁଛ ଯେ,
ଆମକୁ ଘରକୁ ଫେରିବାକୁ ହେବ । ବାବା କହୁଛନ୍ତି - ତୁମେ ଯେତେ ମୋତେ ମନେ ପକାଇବ ସେତେ ଖୁସିର ନିଶା
ଚଢିବ, ବର୍ସା ମନେ ରହିବ ଏବଂ ହର୍ଷିତ ମଧ୍ୟ ରହିବ । କିନ୍ତୁ ବାବାଙ୍କୁ ମନେ ନ ପକାଇବା ଦ୍ୱାରା
ଦ୍ୱନ୍ଦ୍ୱରେ ପଡୁଛନ୍ତି । ଶ୍ୱାସରୁଦ୍ଧ ହୋଇଯାଉଛନ୍ତି । ସେମାନେ ଏତେ ସମୟ ସ୍ମୃତିରେ ରହି ପାରିବେ
ନାହିଁ । ବାବା ପ୍ରେମିକ ପ୍ରେମିକାଙ୍କର ଉଦାହରଣ ଦେଇ କହୁଛନ୍ତି, ଯଦିଓ ପ୍ରେମିକ କର୍ମଧନ୍ଦା
କରୁଥାଏ ଆଉ ପ୍ରେମିକା ଚରଖା ଚଳାଉଥାଏ ତଥାପି ତା’ ସମ୍ମୁଖରେ ପ୍ରେମିକ କିମ୍ବା ପ୍ରେମିକାର ଛବି
ପଳାଇ ଆସେ । ପ୍ରେମିକା ପ୍ରେମିକଙ୍କୁ ମନେ ପକାଏ ଆଉ ପ୍ରେମିକ ପ୍ରେମିକାକୁ ମନେ ପକାଏ । ଏଠାରେ
ତ ତୁମକୁ ଏକମାତ୍ର ବାବାଙ୍କୁ ମନେ ପକାଇବାକୁ ହେବ । ବାବା ସମସ୍ତଙ୍କର ପ୍ରେମିକ ଅଟନ୍ତି । ତୁମେ
ଲେଖୁଛ ଯେ, ବାବା ଆପଣ ଆମକୁ ମନେ ପକାଉଛନ୍ତି? ଆରେ ଯିଏ ସମସ୍ତଙ୍କର ପ୍ରେମିକ ଅଟନ୍ତି, ସେ ସବୁ
ପୁଣି ପ୍ରେମିକାମାନଙ୍କୁ କାହିଁକି ମନେ ପକାଇବେ? ଏଭଳି ହୋଇପାରିବ ନାହିଁ । ସେ ହେଉଛନ୍ତି
ସମସ୍ତଙ୍କର ପ୍ରେମିକ । ସିଏ କାହାର ପ୍ରେମିକା ହୋଇପାରିବେ ନାହିଁ । ତୁମକୁ ହିଁ ତାଙ୍କୁ ମନେ
ପକାଇବାକୁ ହେବ । ତୁମ ପ୍ରତ୍ୟେକଙ୍କୁ ସେହି ଏକମାତ୍ର ପ୍ରେମିକଙ୍କର ପ୍ରେମିକା ହେବାକୁ ପଡିବ ।
ଯଦି ସେ ପ୍ରେମିକା ହୁଅନ୍ତି ତେବେ କେତେ ଜଣଙ୍କୁ ମନେ ପକାଇବେ । ଏଭଳି ତ ହୋଇପାରିବ ନାହିଁ ।
କୁହନ୍ତି ମୋ ଉପରେ ପାପର ବୋଝ ନାହିଁ ତେଣୁ କାହିଁକି କାହାକୁ ମନେ ପକାଇବି । ତୁମ ଉପରେ ପାପର
ବହୁତ ବୋଝ ଅଛି । ବାବାଙ୍କୁ ମନେ ନ ପକାଇଲେ ପାପର ବୋଝ ଓହ୍ଲାଇବ ନାହିଁ । ବାକି ମୁଁ କାହିଁକି
କାହାକୁ ମନେ ପକାଇବି । ତୁମେ ଆତ୍ମମାନେ ହିଁ ମୋତେ ମନେ ପକାଉଛ । ତେବେ ଯେତେ ମନେ ପକାଇବ ସେତେ
ପୁଣ୍ୟ ଆତ୍ମା ହେବ ଏବଂ ପାପ କଟି ଚାଲିବ । ଏହା ବହୁତ ଉଚ୍ଚ ଲକ୍ଷ୍ୟ ଅଟେ । ଦେହୀ-ଅଭିମାନୀ
ହେବାରେ ହିଁ ମେହନତ ରହିଛି । ଏହି ସମସ୍ତ ଜ୍ଞାନ ତୁମକୁ ମିଳୁଛି । ତୁମେ ପୁରୁଷାର୍ଥର
କ୍ରମଅନୁସାରେ ତ୍ରିକାଳଦର୍ଶୀ ହୋଇଛ । ତେଣୁ ସାରା ଚକ୍ରର ଜ୍ଞାନ ତୁମ ବୁଦ୍ଧିରେ ରହିବା ଉଚିତ୍ ।
ବାବା ବୁଝାଉଛନ୍ତି ତୁମେ ଲାଇଟ୍ ହାଉସ୍ ଅର୍ଥାତ୍ ବତୀଘର ହୋଇ ସମସ୍ତଙ୍କୁ ଶାନ୍ତିଧାମ ଓ ସୁଖଧାମର
ରାସ୍ତା ବତାଉଛ । ଏବେ ତୁମେମାନେ ସବୁ ନୂଆ କଥା ଶୁଣୁଛ । ଜାଣିଛ ଯେ, ବାସ୍ତବରେ ଆମେ ଆତ୍ମାମାନେ
ଶାନ୍ତିଧାମର ନିବାସୀ ଅଟୁ । ଏଠାକୁ ଅଭିନୟ କରିବାକୁ ଆସିଛୁ । ଆମେ ସମସ୍ତେ ଅଭିନେତା ଅଟୁ । ଏହି
ଚିନ୍ତନ ବୁଦ୍ଧିରେ ରହିଲେ ମସ୍ତି ଚଢିଯିବ । ବାବା ବୁଝାଉଛନ୍ତି - ଯେ ଆଦିରୁ ଅନ୍ତ ପର୍ଯ୍ୟନ୍ତ
ତୁମର ପାର୍ଟ ରହିଛି । ଏବେ ନିଶ୍ଚିତ ଭାବରେ କର୍ମାତୀତ ଅବସ୍ଥାକୁ ଯିବାକୁ ହେବ ପୁଣି
ସ୍ୱର୍ଣ୍ଣିମ ଯୁଗକୁ ଆସିବାକୁ ହେବ । ଏହି ନିଶାରେ ରହି ନିଜର କଲ୍ୟାଣ କରିବାକୁ ହେବ । କେବଳ
ପଣ୍ଡିତ ହୁଅ ନାହିଁ । ଅନ୍ୟକୁ ଶିଖାଇ, ଯଦି ନିଜେ ସେହି ଅବସ୍ଥାରେ ନ ରହିବ ତେବେ ପ୍ରଭାବ ପଡିବ
ନାହିଁ । ତେଣୁ ନିଜେ ମଧ୍ୟ ପୁରୁଷାର୍ଥ କରିବା ଉଚିତ୍ । ବାବା କହୁଛନ୍ତି ମୁଁ ମଧ୍ୟ ଯୋଗଯୁକ୍ତ
ଅବସ୍ଥାରେ ରହିବାକୁ ଚେଷ୍ଟା କରୁଛି । କିନ୍ତୁ କେବେକେବେ ମାୟାର ତୋଫାନ ଏପରି ଆସୁଛି ଯାହାକି
ବୁଦ୍ଧିର ଯୋଗ ଭାଙ୍ଗି ଦେଉଛି । ବହୁତ ସନ୍ତାନ ଚାର୍ଟ ପଠାଇ ଦେଉଛନ୍ତି । ଆଶ୍ଚର୍ଯ୍ୟ ଲାଗୁଛି
ଯେ, ଇଏ ତ ମୋଠାରୁ ମଧ୍ୟ ତୀବ୍ରବେଗୀ ଅଟନ୍ତି । ବୋଧ ହୁଏ ଭିତରୁ ତୀବ୍ର ଉମଙ୍ଗ-ଉତ୍ସାହ ଆସୁଛି,
ତେଣୁ ଚାର୍ଟ ଲେଖିବାରେ ଲାଗିଯାଉଛନ୍ତି କିନ୍ତୁ ଏପରି ତୀବ୍ର ବେଗରେ ଦୌଡିଲେ ନମ୍ବରୱାନକୁ
ଚାଲିଯିବେ । କିନ୍ତୁ ନା, ସେମାନେ କେବଳ ଚାର୍ଟ ଲେଖି ଦେଉଛନ୍ତି । ଏପରି ଲେଖୁ ନାହାଁନ୍ତି ଯେ
ବାବା ଏତେ ଜଣଙ୍କୁ ନିଜ ସମାନ କରିଛି ଏବଂ ସେମାନେ ମଧ୍ୟ ଲେଖିବା ଦରକାର ଯେ, ବାବା ଆମକୁ ଇଏ ଏହି
ରାସ୍ତା ବତାଇଛନ୍ତି । ଏପରି ସମାଚାର ଆସୁ ନାହିଁ । ତେଣୁ ବାବା କ’ଣ ବୁଝିବେ? କେବଳ ଚାର୍ଟ
ପଠାଇବା ଦ୍ୱାରା କାମ ଚଳିବ ନାହିଁ । ନିଜ ସମାନ ମଧ୍ୟ କରିବାକୁ ହେବ । ରୂପ ଏବଂ ବସନ୍ତ ଅର୍ଥାତ୍
ଜ୍ଞାନୀ ଏବଂ ଯୋଗୀ ଉଭୟ ହେବାକୁ ପଡିବ । ନଚେତ୍ ବ୍ରହ୍ମା ବାବାଙ୍କ ସମାନ ହୋଇପାରିବ ନାହିଁ ।
ରୂପ ଏବଂ ବସନ୍ତ ମଧ୍ୟ ସମ୍ପୂର୍ଣ୍ଣ ଭାବେ ହେବାକୁ ପଡିବ, ଏଥିରେ ହିଁ ମେହନତ ରହିଛି । କିନ୍ତୁ
ଅନେକଙ୍କର ଦେହ-ଅଭିମାନ ସତ୍ୟାନାଶ କରିଦେଉଛି । ରାବଣ ଦେହ-ଅଭିମାନୀ କରି ଦେଇଛି । ଏବେ ତୁମେ
ଦେହୀ-ଅଭିମାନୀ ହେଉଛ । ପୁଣି ଅଧାକଳ୍ପ ପରେ ମାୟା ରାବଣ ଦେହ-ଅଭିମାନୀ କରାଇ ଦେଉଛି । ଯେଉଁମାନେ
ଦେହୀ-ଅଭିମାନୀ ସେମାନେ ବହୁତ ମିଠା ହୋଇଥା’ନ୍ତି । ଏବେ ତ କେହି ସମ୍ପୂର୍ଣ୍ଣ ହୋଇ ନାହାଁନ୍ତି ।
ସେଥିପାଇଁ ବାବା ସବୁବେଳେ କହୁଛନ୍ତି ଯେ, କାହାର ହୃଦୟକୁ କଷ୍ଟ ଦେବା ଉଚିତ୍ ନୁହେଁ, ଦୁଃଖ ଦେବା
ଉଚିତ୍ ନୁହେଁ । ସମସ୍ତଙ୍କୁ ବାବାଙ୍କର ପରିଚୟ ଦିଅ । କହିବା ଏବଂ କରିବାରେ ମଧ୍ୟ ବହୁତ ରାଜକୀୟତା
ରହିବା ଦରକାର । ଈଶ୍ୱରୀୟ ସନ୍ତାନମାନଙ୍କ ମୁଖରୁ ସର୍ବଦା ରତ୍ନ ବାହାରିବା ଉଚିତ୍ । ତୁମେ
ମନୁଷ୍ୟମାନଙ୍କୁ ଜୀବଦାନ ଦେଉଛ । କେବଳ ରାସ୍ତା ବତାଇବାକୁ ପଡିବ ଏବଂ ବୁଝାଇବାକୁ ହେବ ଯେ,
ତୁମେମାନେ ପରମାତ୍ମାଙ୍କର ସନ୍ତାନ ଅଟ ନା । ତାଙ୍କଠାରୁ ତୁମକୁ ସ୍ୱର୍ଗର ରାଜତ୍ୱ ମିଳିବା ଦରକାର
। ପୁଣି ତାହା ଏବେ କାହିଁକି ନାହିଁ । ତୁମେମାନେ ମନେ ପକାଅ ଯେ, ବାସ୍ତବରେ ବାବାଙ୍କଠାରୁ ବର୍ସା
ମିଳିଥିଲା ନା । ତୁମେ ଭାରତବାସୀ ଦେବୀ-ଦେବତା ଥିଲ, ତୁମେ ହିଁ ୮୪ ଜନ୍ମ ନେଇଛ । ତୁମେ ଭାବ ଯେ
ଆମେ ହିଁ ଲକ୍ଷ୍ମୀ-ନାରାୟଣଙ୍କ କୁଳର ଥିଲୁ । ନିଜକୁ କମ୍ କାହିଁକି ଭାବୁଛ । ଯଦି କହୁଛନ୍ତି ଯେ,
ବାବା ସମସ୍ତେ କ’ଣ ସେହି କୁଳର ହେବେ କି? ତେବେ ବାବା ବୁଝିଯାଆନ୍ତି ଯେ ଇଏ ଏହି କୁଳର ନୁହେଁ ।
ଏବେ ଠାରୁ ହିଁ ଖସିବାରେ ଲାଗିଲାଣି । ତୁମେ ୮୪ ଜନ୍ମ ନେଇଛ । ବାବା ୨୧ ଜନ୍ମର ପ୍ରାରବ୍ଧ ଜମା
କରାଇଥିଲେ ତାହା ଖାଇଲ ପୁଣି ସମାପ୍ତ ହେବା ଆରମ୍ଭ ହୋଇଗଲାଣି । ପାପ ଚଢି-ଚଢି ତମୋପ୍ରଧାନ କଉଡି
ତୁଲ୍ୟ ହୋଇଯାଇଛ । ଭାରତ ହିଁ ଶତ ପ୍ରତିଶତ ଧନବାନ୍ ଥିଲା । ତେବେ ଏମାନଙ୍କୁ ସେହି ବର୍ସା
କେଉଁଠାରୁ ମିଳିଲା? ଏ କଥା ଅଭିନେତା ହିଁ କହିପାରିବେ ନା । ମନୁଷ୍ୟ ହିଁ ଅଭିନେତା ଅଟନ୍ତି ।
ସେମାନଙ୍କୁ ଜାଣିବା ଦରକାର ଯେ, ଏହି ଲକ୍ଷ୍ମୀ-ନାରାୟଣଙ୍କୁ ବାଦଶାହୀ କେଉଁଠାରୁ ମିଳିଲା? କେତେ
ଭଲ-ଭଲ ପଏଣ୍ଟସ୍ ରହିଛି । ତେବେ ନିଶ୍ଚିତ ଭାବରେ ପୂର୍ବ ଜନ୍ମରେ ସେମାନେ ଏହି ରାଜ୍ୟ ଭାଗ୍ୟ
ପ୍ରାପ୍ତ କରିଥିବେ ।
ବାବା ହିଁ ପତିତ-ପାବନ ଅଟନ୍ତି । ବାବା କହୁଛନ୍ତି ମୁଁ ତୁମକୁ କର୍ମ, ଅକର୍ମ ଓ ବିକର୍ମର ଗତି
ବୁଝାଉଛି । ରାବଣ ରାଜ୍ୟରେ ମନୁଷ୍ୟର କର୍ମ ବିକର୍ମ ହୋଇଯାଉଛି । ସତ୍ୟଯୁଗରେ ତୁମର କର୍ମ ଅକର୍ମ
ହେବ । ତାହା ହେଲା ଦୈବୀ ସୃଷ୍ଟି । ଯେହେତୁ ମୁଁ ସୃଷ୍ଟିର ରଚୟିତା ତେଣୁ ନିଶ୍ଚିତ ଭାବରେ ମୋତେ
ସଂଗମଯୁଗରେ ଆସିବାକୁ ପଡୁଛି । ଏହା ହେଉଛି ରାବଣ ରାଜ୍ୟ । ତାହା ହେଉଛି ଈଶ୍ୱରୀୟ ରାଜ୍ୟ ।
ଈଶ୍ୱର ଏବେ ସ୍ଥାପନା କରାଉଛନ୍ତି । ତୁମେ ସବୁ ଈଶ୍ୱରଙ୍କର ସନ୍ତାନ, ଏବେ ତୁମମାନଙ୍କୁ ତାଙ୍କଠାରୁ
ବର୍ସା ମିଳୁଛି । ଭାରତବାସୀ ହିଁ ସାହୁକାର ଥିଲେ, ଏବେ ଦେବାଳିଆ ହୋଇଯାଇଛନ୍ତି । ଏହା ପୂର୍ବ
ପ୍ରସ୍ତୁତ ଡ୍ରାମା, ଏଥିରେ ଫରକ ହୋଇପାରିବ ନାହିଁ । ସମସ୍ତ ଧର୍ମର ନିଜସ୍ୱ ବୃକ୍ଷ ରହିଛି ।
ଭିନ୍ନ ଭିନ୍ନ ଧର୍ମ ସବୁ ରହିଛି ନା । ଦେବତା ଧର୍ମର ଆତ୍ମା ହିଁ ପୁନର୍ବାର ଦେବତା ଧର୍ମରେ ଆସିବେ
। ଖ୍ରୀଷ୍ଟ ଧର୍ମାବଲମ୍ବୀ ନିଜ ଧର୍ମରେ ଖୁସି ଅଛନ୍ତି, ଅନ୍ୟମାନଙ୍କୁ ମଧ୍ୟ ନିଜ ଧର୍ମ ଆଡକୁ ଟାଣି
ନେଇଯାଉଛନ୍ତି । ଭାରତବାସୀମାନେ ନିଜ ଧର୍ମକୁ ଭୁଲିଯିବା କାରଣରୁ ସେହି ଧର୍ମକୁ ଭଲ ଭାବି
ଚାଲିଯାଉଛନ୍ତି । ବିଦେଶକୁ ଚାକିରୀ ପାଇଁ କେତେ ଯାଉଛନ୍ତି କାହିଁକି ନା ସେଠାରେ ବହୁତ ପଇସା
ମିଳିଥାଏ । ଏହି ଡ୍ରାମା ବହୁତ ବିଚିତ୍ର । କିନ୍ତୁ ଏହାକୁ ବୁଝିବା ପାଇଁ ବୁଦ୍ଧି ଭଲ ହେବା
ଦରକାର । ବିଚାର ସାଗର ମନ୍ଥନ କରିବା ଦ୍ୱାରା ସବୁ କିଛି ବୁଦ୍ଧିରେ ଆସି ଯାଏ । ଏହା ଅନାଦି
ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ । ଅନ୍ୟମାନଙ୍କୁ ମଧ୍ୟ ନିଜ ସମାନ ସଦା ସୁଖୀ କରିବାକୁ ହେବ ।
ତୁମର ଧନ୍ଦା ହେଉଛି ପତିତରୁ ପାବନ କରିବା । ବାବାଙ୍କର ଯେଉଁ ଧନ୍ଦା ତୁମର ମଧ୍ୟ ସେହି ଧନ୍ଦା ଅଟେ
। ତୁମର ମୁଖ ସର୍ବଦା ଦେବତାମାନଙ୍କ ସଦୃଶ ଖୁସିରେ ହର୍ଷିତ ରହିବା ଉଚିତ୍ । ତୁମେ ଜାଣୁଛ ଯେ ଆମେ
ବିଶ୍ୱର ମାଲିକ ହେବାକୁ ଯାଉଛୁ । ତୁମେମାନେ ମୋର ବହୁତ ସ୍ନେହୀ ସନ୍ତାନ ଅଟ । କ୍ରୋଧ ଉପରେ ବହୁତ
ଯତ୍ନଶୀଳ ହେବାକୁ ପଡିବ । ବାବା ଆସିଛନ୍ତି ପିଲାମାନଙ୍କୁ ସୁଖର ବର୍ସା ଦେବା ପାଇଁ । ତେଣୁ
ସ୍ୱର୍ଗର ରାସ୍ତା ସମସ୍ତଙ୍କୁ ବତାଇବାକୁ ପଡିବ । ବାବା ସୁଖକର୍ତ୍ତା, ଦୁଃଖହର୍ତ୍ତା ଅଟନ୍ତି,
ତେଣୁ ତୁମକୁ ମଧ୍ୟ ସୁଖକର୍ତ୍ତା ହେବାକୁ ପଡିବ । କାହାକୁ ହେଲେ ଦୁଃଖ ଦେବା ଉଚିତ୍ ନୁହେଁ । ଯଦି
ଦୁଃଖ ଦେବ ତେବେ ତୁମର ଦଣ୍ଡ ୧୦୦ ଗୁଣା ବଢିଯିବ । କେହି ହେଲେ ବି ଦଣ୍ଡରୁ ମୁକ୍ତ ହୋଇପାରିବେ
ନାହିଁ । ପିଲାମାନଙ୍କ ପାଇଁ ତ ସ୍ୱତନ୍ତ୍ର ରୂପେ ଧର୍ମରାଜପୁରୀରେ କଚେରୀ ବସିବ । ବାବା କହୁଛନ୍ତି
ଯଦି ତୁମେମାନେ ବିଘ୍ନ ପକାଇବ ତେବେ ବହୁତ ଦଣ୍ଡ ପାଇବ । କଳ୍ପ-କଳ୍ପାନ୍ତର ତୁମେ ସାକ୍ଷାତ୍କାର
କରିବ ଯେ ଅମୁକ ଏପରି ହେବ । ଆଗରୁ ଯେତେବେଳେ ଦେଖୁଥିଲେ ସେତେବେଳେ ବାବା ଶୁଣାଇବା ପାଇଁ ମନା
କରୁଥିଲେ । ଅନ୍ତିମ ସମୟରେ ତ ସବୁକିଛି ଜଣାପଡିଯିବ । ଆଗକୁ ଗଲେ ବହୁତ ସାକ୍ଷାତ୍କାର ହେବ ।
ବୃଦ୍ଧି ତ ହୋଇ ଚାଲିବ । ଆବୁ ପର୍ଯ୍ୟନ୍ତ ଧାଡି ଲାଗିଯିବ । ବାବାଙ୍କ ସହିତ କେହି ମିଶିପାରିବେ
ନାହିଁ । କହିବେ ଅହୋ ପ୍ରଭୁ ତୁମ ଲୀଳା । ଏହାର ମଧ୍ୟ ଗାୟନ ରହିଛି ନା । ବିଦ୍ୱାନ, ପଣ୍ଡିତ ଆଦି
ମଧ୍ୟ ଶେଷ ସମୟରେ ଆସିବେ । ତାଙ୍କ ସିଂହାସନ ମଧ୍ୟ ଦୋହଲିବ । ତୁମେ ତ ବହୁତ ଖୁସିରେ ରହିବ ।
ଆଚ୍ଛା - ମିଠା ମିଠା ବିଚ୍ଛେଦୀ ସନ୍ତାନମାନଙ୍କ ପ୍ରତି ମାତାପିତା ବାପଦାଦାଙ୍କର ସ୍ନେହଭରା
ଶୁଭେଚ୍ଛା । ଏହିପରି ୟାଦପ୍ୟାର (ଶୁଭେଚ୍ଛା) ଥରେ ମାତ୍ର ମିଳୁଛି । ତୁମେମାନେ ଯେତେ ବାବାଙ୍କୁ
ମନେ ପକାଇବ ତାଙ୍କଠାରୁ ସେତେ ସ୍ନେହ ପାଇବ । ବିକର୍ମ ବିନାଶ ହେବା ସହିତ ଧାରଣା ମଧ୍ୟ ହୋଇଚାଲିବ
। ପିଲାମାନଙ୍କର ଖୁସିର ନିଶା ଚଢି ରହିବା ଉଚିତ୍ । ଯିଏ ଆସୁଛନ୍ତି ତାଙ୍କୁ ରାସ୍ତା ବତାଅ ।
ବେହଦ ବର୍ସା ବେହଦ ବାବାଙ୍କଠାରୁ ପାଇବାକୁ ହେବ । ଏହା କ’ଣ କମ୍ କଥା? ଏହିପରି ପୁରୁଷାର୍ଥ କରିବା
ଉଚିତ୍ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାଣୀରେ ଏବଂ
କର୍ମରେ ବହୁତ ରାଜକୀୟ ହେବାକୁ ପଡିବ । ମୁଖରୁ ସର୍ବଦା ରତ୍ନ ବାହାର କରିବା ଉଚିତ୍ । ନିଜ ସମାନ
କରିବାର ସେବା କରିବାକୁ ହେବ । କାହାର ହୃଦୟକୁ ଦୁଃଖୀ କରିବାର ନାହିଁ ।
(୨) କ୍ରୋଧ ବିକାର ଉପରେ
ବହୁତ ଧ୍ୟାନ ଦେବାକୁ ହେବ । ନିଜର ମୁଖ ମଣ୍ଡଳ ଦେବତାମାନଙ୍କ ଭଳି ସର୍ବଦା ହର୍ଷିତ ରଖିବାକୁ ହେବ
। ନିଜକୁ ଜ୍ଞାନବଳ ଏବଂ ଯୋଗବଳ ଦ୍ୱାରା ଦେବତା କରିବାକୁ ହେବ ।
ବରଦାନ:-
ଶକ୍ତିଶାଳୀ
ଦର୍ପଣ ଦ୍ୱାରା ସମସ୍ତଙ୍କୁ ନିଜର ସାକ୍ଷାତ୍କାର କରାଉଥିବା ସାକ୍ଷାତ୍କାର ମୂରତ ଭବ ।
ଯେପରି ଦର୍ପଣ ସମ୍ମୁଖକୁ
ଯିଏ ବି ଯାଇଥାଏ ତା’କୁ ନିଜର ସାକ୍ଷାତ୍କାର ହୋଇଯାଇଥାଏ । କିନ୍ତୁ ଦର୍ପଣ ଯଦି ଶକ୍ତିଶାଳୀ ହୋଇ
ନ ଥିବ ତେବେ ପ୍ରକୃତ ରୂପ ଦେଖାଯିବା ପରିବର୍ତ୍ତେ ଅନ୍ୟ ପ୍ରକାରର ରୂପ ଦେଖାଯାଇଥାଏ । ପତଳା,
ଲୋକ ହୋଇଥିବ କିନ୍ତୁ ମୋଟା ଦେଖାଯାଉଥିବ, ସେଥିପାଇଁ ତୁମେମାନେ ଏଭଳି ଶକ୍ତିଶାଳୀ ଦର୍ପଣ ହୋଇଯାଅ
ଯାହାକି ସମସ୍ତଙ୍କୁ ସାକ୍ଷାତ୍କାର କରାଇ ପାରିବ ଅର୍ଥାତ୍ ଆପଣଙ୍କ ସମ୍ମୁଖକୁ ଆସିବା କ୍ଷଣି
ନିଜର ଦେହକୁ ଭୁଲି ନିଜର ଦେହୀ ଅର୍ଥାତ୍ ଆତ୍ମା ସ୍ୱରୂପରେ ସ୍ଥିତ ହୋଇଯିବେ - ଏହା ହିଁ ହେଉଛି
ବାସ୍ତବିକ ସେବା, ଏହା ଦ୍ୱାରା ହିଁ ଜୟଜୟକାର ହେବ ।
ସ୍ଲୋଗାନ:-
ଶିକ୍ଷାଗୁଡିକୁ
ନିଜର ସ୍ୱରୂପରେ ଆଣିବାବାଲା ହିଁ ଜ୍ଞାନ ସ୍ୱରୂପ, ପ୍ରେମ ସ୍ୱରୂପ ଆତ୍ମା ଅଟେ ।
ଅବ୍ୟକ୍ତ ଈଶାରା:-
ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ ।
ବାବାଙ୍କ ଉପରେ ତ
ନିଶ୍ଚୟ ଅଛି କିନ୍ତୁ ନିଜ ଉପରେ ମଧ୍ୟ ନିଶ୍ଚୟ ବୁଦ୍ଧି ହୋଇ କର୍ମ କର, ତେବେ ବିଜୟ ହିଁ ବିଜୟ
ହୋଇ ଚାଲିବ । ବିଜୟ ଆଗରେ ସମସ୍ୟା କିଛି ବି ନୁହେଁ । ତା’ପରେ ଦେଖିବ ସମସ୍ୟା ସମସ୍ୟା ଭଳି
ଲାଗିବ ନାହିଁ, ଖେଳ ଭଳି ଲାଗିବ । ଖେଳକୁ ଖୁସି ଖୁସିରେ ଖେଳିଥାଆନ୍ତି । ଯଦି କୌଣସି କାର୍ଯ୍ୟ
ସହଜ ହୋଇଥାଏ, ତେବେ କହିଥାଆନ୍ତି ଏହା ତ ବାମ ହାତର ଖେଳ ଅର୍ଥାତ୍ ଅତି ସହଜ ଅଟେ । ସେହିପରି ଏହା
ମଧ୍ୟ ବୁଦ୍ଧିର ଖେଳ ହୋଇଯିବ ଏବଂ ଖେଳକୁ ଦେଖି ଭୟଭୀତ ହେବ ନାହିଁ ।