19.06.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏବେ
ତୁମେମାନେ ଈଶ୍ୱରୀୟ ସନ୍ତାନ ହୋଇଛ, ତେଣୁ ତୁମମାନଙ୍କ ଭିତରେ କୌଣସି ଆସୁରୀ ଗୁଣ ରହିବା ଉଚିତ୍
ନୁହେଁ, ନିଜର ଉନ୍ନତି କରିବାକୁ ହେବ ତେଣୁ କୌଣସି ଭୁଲ୍ କରିବା ଉଚିତ୍ ନୁହେଁ ।”
ପ୍ରଶ୍ନ:-
ତୁମ ସଂଗମଯୁଗୀ
ବ୍ରାହ୍ମଣମାନଙ୍କ ଭିତରେ କେଉଁ ନିଶ୍ଚୟ ଏବଂ ନିଶା ରହିଛି?
ଉତ୍ତର:-
ଆମମାନଙ୍କ ଭିତରେ ନିଶ୍ଚୟ ଏବଂ ନିଶା ରହିଛି ଯେ, ଆମେମାନେ ଏବେ ଈଶ୍ୱରୀୟ ସମ୍ପ୍ରଦାୟର ହୋଇଛୁ ।
ଆମେ ସ୍ୱର୍ଗବାସୀ ହେବୁ ଏବଂ ବିଶ୍ୱର ମାଲିକ ମଧ୍ୟ ହେବୁ । ଏହି ସଂଗମରେ ଆମର ଟ୍ରାନ୍ସଫର୍
ଅର୍ଥାତ୍ ବଦଳି ହେଉଛି । ଆସୁରୀ ସନ୍ତାନରୁ ଈଶ୍ୱରୀୟ ସନ୍ତାନ ହୋଇ ୨୧ ଜନ୍ମ ପାଇଁ ସ୍ୱର୍ଗବାସୀ
ହେଉଛୁ, ଏହାଠାରୁ ବଡ ପ୍ରାପ୍ତି ଆଉ କିଛି ନାହିଁ ।
ଓମ୍ ଶାନ୍ତି ।
ବାବା
ସନ୍ତାନମାନଙ୍କୁ ବୁଝାଉଛନ୍ତି, ପ୍ରାୟତଃ ମନୁଷ୍ୟ ଶାନ୍ତିକୁ ପସନ୍ଦ କରିଥାଆନ୍ତି । ଘରେ
ପିଲାମାନଙ୍କର ଖିଟ୍-ପିଟ୍ ହେଲେ ଅଶାନ୍ତି ହୋଇଥାଏ । ଅଶାନ୍ତିରୁ ଦୁଃଖ ମିଳିଥାଏ । ଶାନ୍ତିରୁ
ସୁଖ ମିଳିଥାଏ । ଏଠାରେ ତୁମମାନଙ୍କୁ ପ୍ରକୃତ ଶାନ୍ତି ମିଳୁଛି । ସେଥିପାଇଁ ତୁମମାନଙ୍କୁ
କୁହାଯାଉଛି କେବଳ ବାବାଙ୍କୁ ମନେ ପକାଅ । ନିଜକୁ ଆତ୍ମା ଭାବ । ଆତ୍ମାରେ ଯେଉଁ ଅଧାକଳ୍ପର
ଅଶାନ୍ତି ରହିଛି, ତାହା ଶାନ୍ତିର ସାଗର ବାବାଙ୍କୁ ମନେ ପକାଇବା ଦ୍ୱାରା ଦୂରେଇଯିବ । ତୁମମାନଙ୍କୁ
ଏବେ ଶାନ୍ତିର ସମ୍ପତ୍ତି ମିଳୁଛି । ଏକଥା ମଧ୍ୟ ତୁମେମାନେ ଜାଣିଛ ଯେ, ଶାନ୍ତିର ଦୁନିଆ ଏବଂ
ଅଶାନ୍ତିର ଦୁନିଆ ବିଲ୍କୁଲ୍ ଅଲଗା ଅଟେ । ଆସୁରୀ ଦୁନିଆ, ଇଶ୍ୱରୀୟ ଦୁନିଆ, ସତ୍ୟଯୁଗ, କଳିଯୁଗ
କାହାକୁ କୁହାଯାଉଛି, ଏକଥା କୌଣସି ମନୁଷ୍ୟ ଜାଣି ନାହାଁନ୍ତି । ତୁମେମାନେ କହୁଛ ଆମେ ମଧ୍ୟ ଆଗରୁ
ଜାଣିନଥିଲୁ, ଯଦିଓ ଉଚ୍ଚ ପଦଧାରୀ ମଧ୍ୟ ଥିଲୁ । ପଇସା ବାଲାଙ୍କୁ ଉଚ୍ଚ ପଦଧାରୀ ବୋଲି କୁହାଯାଏ ।
ଗରୀବ ଏବଂ ସାହୁକାର ତ ବୁଝିପାରିବେ ନା । ତୁମେମାନେ ମଧ୍ୟ ବୁଝିପାରୁଛ ବାସ୍ତବରେ ଈଶ୍ୱରୀୟ
ସନ୍ତାନ ଏବଂ ଆସୁରୀ ସନ୍ତାନ ଅଛନ୍ତି । ଏବେ ତୁମେ ମିଠା ସନ୍ତାନମାନେ ଜାଣୁଛ - ଆମେ ହେଉଛୁ
ଈଶ୍ୱରୀୟ ସନ୍ତାନ । ଏହା ପକ୍କା ନିଶ୍ଚୟ ରହିଛି ନା । ତୁମେ ବ୍ରାହ୍ମଣମାନେ ବୁଝି ପାରୁଛ ଯେ, ଆମେ
ଈଶ୍ୱରୀୟ ସମ୍ପ୍ରଦାୟ ହିଁ ସ୍ୱର୍ଗବାସୀ ବିଶ୍ୱର ମାଲିକ ହେବାକୁ ଯାଉଛୁ । ସର୍ବଦା ଏହି ଖୁସି
ରହିବା ଉଚିତ୍ । ବହୁତ କମ୍ ସନ୍ତାନ ଯଥାର୍ଥ ଭାବେ ବୁଝୁଛନ୍ତି । ସତ୍ୟଯୁଗରେ ଈଶ୍ୱରୀୟ
ସମ୍ପ୍ରଦାୟ । କଳିଯୁଗରେ ଆସୁରୀ ସମ୍ପ୍ରଦାୟ । ପୁରୁଷୋତ୍ତମ ସଂଗମଯୁଗରେ ଆସୁରୀ ସମ୍ପ୍ରଦାୟର ବଦଳି
ହେଉଛି । ଏବେ ଆମେ ଶିବବାବାଙ୍କର ସନ୍ତାନ ହୋଇଛୁ । ମଝିରେ ଏକଥା ଭୁଲିଯାଇଥିଲୁ, ଏବେ ପୁନର୍ବାର
ଜାଣୁଛୁ ଯେ, ଆମେ ଶିବବାବାଙ୍କର ସନ୍ତାନ । ସତ୍ୟଯୁଗରେ କେହି ନିଜକୁ ଈଶ୍ୱରୀୟ ସନ୍ତାନ ବୋଲି
କହିନଥା’ନ୍ତି । ସେଠାରେ ଦୈବୀ ସନ୍ତାନ ହେବେ । ଏହା ପୂର୍ବରୁ ଆମେମାନେ ଆସୁରୀ ସନ୍ତାନ ଥିଲୁ ।
ଏବେ ଆମେମାନେ ଈଶ୍ୱରୀୟ ସନ୍ତାନ ହୋଇଛୁ । ଆମେ ସବୁ ବ୍ରାହ୍ମଣ ବ୍ରହ୍ମାକୁମାର-କୁମାରୀ ବି.କେ ଅଟୁ
। ଏହି ରଚନା ଏକମାତ୍ର ବାବା ହିଁ କରିଛନ୍ତି । ତୁମେମାନେ ସବୁ ଭାଇ-ଭଉଣୀ ଈଶ୍ୱରୀୟ ସନ୍ତାନ ଅଟ ।
ତୁମେମାନେ ଜାଣିଛ ଏବେ ବାବାଙ୍କଠାରୁ ରାଜ୍ୟ ମିଳୁଛି । ଭବିଷ୍ୟତରେ ଆମେ ଦୈବୀ ସ୍ୱରାଜ୍ୟ
ପ୍ରାପ୍ତ କରିବୁ ଏବଂ ସୁଖୀ ହେବୁ । ବାସ୍ତବରେ ସତ୍ୟଯୁଗ ହେଉଛି ସୁଖଧାମ, କଳିଯୁଗ ହେଉଛି
ଦୁଃଖଧାମ । ଏକଥା କେବଳ ତୁମେ ସଂଗମଯୁଗୀ ବ୍ରାହ୍ମଣମାନେ ହିଁ ଜାଣୁଛ । ଆତ୍ମା ହିଁ ଈଶ୍ୱରୀୟ
ସନ୍ତାନ ଅଟେ । ଏକଥା ମଧ୍ୟ ଜାଣୁଛ - ବାବା ସ୍ୱର୍ଗର ସ୍ଥାପନା କରୁଛନ୍ତି । ସିଏ ରଚୟିତା ଅଟନ୍ତି
ନା । ନର୍କର ରଚୟିତା ତ ନୁହଁନ୍ତି । ଯଦି ନର୍କର ରଚୟିତା ହୋଇଥାଆନ୍ତେ ତେବେ ତାଙ୍କୁ କିଏ ମନେ
ପକାଇଥା’ନ୍ତା । ତୁମେ ମଧୁର ସନ୍ତାନମାନେ ହିଁ ଜାଣିଛ - ବାବା ସ୍ୱର୍ଗର ସ୍ଥାପନା କରୁଛନ୍ତି ।
ସିଏ ଆମମାନଙ୍କର ବହୁତ ମିଠା ବାବା ଅଟନ୍ତି । ସିଏ ଆମକୁ ୨୧ ଜନ୍ମ ପାଇଁ ସ୍ୱର୍ଗବାସୀ କରୁଛନ୍ତି,
ଏହାଠାରୁ ବଡ କଥା ଆଉ କିଛି ନାହିଁ । ଯାହାକୁ ବୁଦ୍ଧିରେ ରଖିବା ଉଚିତ୍ । ଆମେ ଈଶ୍ୱରୀୟ ସନ୍ତାନ,
ତେଣୁ ଆମ ଭିତରେ କୌଣସି ଆସୁରୀ ଅବଗୁଣ ରହିବା ଉଚିତ୍ ନୁହେଁ । ନିଜକୁ ହିଁ ନିଜର ଉନ୍ନତି କରିବାକୁ
ହେବ । ବାକି ଆଉ କମ୍ ସମୟ ଅଛି, ଏବେ ଆଉ କୌଣସି ଭୁଲ୍ କର୍ମ କରିବା ଉଚିତ୍ ନୁହେଁ । ଏ କଥା
ଭୁଲିଯାଅ ନାହିଁ । ତୁମେମାନେ ଦେଖୁଛ ବାବା ସମ୍ମୁଖରେ ବସିଛନ୍ତି । ଯାହାଙ୍କର ଆମେ ସନ୍ତାନ ହୋଇଛୁ
। ଆମେମାନେ ଈଶ୍ୱର ପିତାଙ୍କ ନିକଟରେ ପଢୁଛୁ ଦୈବୀ ସନ୍ତାନ ହେବା ପାଇଁ, ତେଣୁ ତୁମମାନଙ୍କ ଭିତରେ
କେତେ ଖୁସି ରହିବା ଉଚିତ୍ । ବାବା କେବଳ ଗୋଟିଏ କହୁଛନ୍ତି ମୋତେ ମନେ ପକାଅ, ତେବେ ଯାଇ ତୁମର
ବିକର୍ମ ବିନାଶ ହେବ । ବାବା ଆସିଛନ୍ତି ସମସ୍ତଙ୍କୁ ଘରକୁ ନେଇଯିବା ପାଇଁ । ତେଣୁ ବାବାଙ୍କୁ ଯେତେ
ମନେ ପକାଇବ ସେତେ ବିକର୍ମ ବିନାଶ ହେବ । ଅଜ୍ଞାନ କାଳରେ ଯେପରି କନ୍ୟାର ନିର୍ବନ୍ଧ ହେଲେ ସେହି
ସ୍ମୃତି ସବୁ ଦିନ ପାଇଁ ଛାପି ହୋଇଯାଏ । ପିଲା ଜନ୍ମ ହେଲା ଏବଂ ସ୍ମୃତିରେ ରହିଗଲା । ଏହି ସ୍ମୃତି
ତ ସ୍ୱର୍ଗରେ ଏବଂ ନର୍କରେ ମଧ୍ୟ ରହିଥାଏ । ପିଲାଟି କହିଥାଏ - ଇଏ ମୋର ପିତା, ତେବେ ସେହିପରି ଇଏ
ଆମର ବେହଦର ବାବା ଅଟନ୍ତି । ତେଣୁ ଯାହାଙ୍କଠାରୁ ସ୍ୱର୍ଗର ସମ୍ପତ୍ତି ମିଳୁଛି ତାଙ୍କର ସ୍ମୃତି
ମନରେ ଛାପି ହୋଇ ରହିବା ଉଚିତ୍ । ବାବାଙ୍କଠାରୁ ଆମେ ପୁନର୍ବାର ଭବିଷ୍ୟତ ୨୧ ଜନ୍ମର ସମ୍ପତ୍ତି
ନେଉଛୁ । ତେଣୁ ବୁଦ୍ଧିରେ ସମ୍ପତ୍ତିର ହିଁ ସ୍ମୃତି ରହିଛି ।
ଏ କଥା ମଧ୍ୟ ଜାଣିଛ ଯେ,
ସମସ୍ତେ ଦିନେ ନିଶ୍ଚୟ ମରିବେ । କେହି ଜଣେ ହେଲେ ଏଠାରେ ରହିବେ ନାହିଁ । ଯିଏ ଯେତେ ଅତି ପ୍ରିୟ
ହୋଇଥିଲେ ମଧ୍ୟ ସମସ୍ତେ ଚାଲିଯିବେ । ଏହା କେବଳ ତୁମେ ବ୍ରାହ୍ମଣମାନେ ଜାଣିଛ ଯେ, ଏହି ପୁରୁଣା
ଦୁନିଆ ଏବେ ବିନାଶ ହେଲା କି ହେଲା । ତେଣୁ ଏହାର ବିନାଶ ହେବା ପୂର୍ବରୁ ପୂରା ପୁରୁଷାର୍ଥ
କରିବାକୁ ହେବ । ଯେହେତୁ ଈଶ୍ୱରୀୟ ସନ୍ତାନ ହୋଇଛ, ସେଥିପାଇଁ ଅସରନ୍ତି ଖୁସି ରହିବା ଉଚିତ୍ ।
ବାବା କହିଚାଲିଛନ୍ତି - ପିଲାମାନେ, ନିଜର ଜୀବନ ହୀରା ତୁଲ୍ୟ କର । ତାହା ହେଉଛି ଦୈବୀ ଦୁନିଆ ଏବଂ
ଏହା ଆସୁରୀ ଦୁନିଆ । ସତ୍ୟଯୁଗରେ କେତେ ଅସରନ୍ତି ସୁଖ ରହିଥାଏ । ତାହା ସେହି ବାବା ହିଁ ଦେଉଛନ୍ତି
। ଏଠାକୁ ତୁମେମାନେ ବାବାଙ୍କ ନିକଟକୁ ଆସିଛ । ଏହିଠାରେ ତ ବସିଯିବ ନାହିଁ । ଏପରି ମଧ୍ୟ ନୁହେଁ
ଯେ, ସମସ୍ତେ ଏକାଠି ରହିବେ, କାହିଁକି ନା ତୁମେ ସମସ୍ତେ ବେହଦର ସନ୍ତାନ । ଏଠାକୁ ବହୁତ ଉତ୍ସାହର
ସହିତ ଆସୁଛ କହୁଛ, ଆମେ ବେହଦ ବାବାଙ୍କ ନିକଟକୁ ଯାଉଛୁ । ଆମେ ହେଉଛୁ ଈଶ୍ୱରୀୟ ସନ୍ତାନ ।
ଈଶ୍ୱରୀୟ ପିତାଙ୍କର ସନ୍ତାନ, ତେଣୁ ଆମେ କାହିଁକି ସ୍ୱର୍ଗରେ ନ ରହିବୁ । ଈଶ୍ୱର ପିତା ସ୍ୱର୍ଗ
ରଚନା କରୁଛନ୍ତି ନା । ଏବେ ତୁମମାନଙ୍କ ବୁଦ୍ଧିରେ ସାରା ଦୁନିଆର ଇତିହାସ-ଭୂଗୋଳ ରହିଛି । ଏକଥା
ମଧ୍ୟ ଜାଣିଛ, ସ୍ୱର୍ଗୀୟ ଈଶ୍ୱର ପିତା ଆମକୁ ସ୍ୱର୍ଗକୁ ଯିବାର ଯୋଗ୍ୟ କରାଉଛନ୍ତି । ପ୍ରତି
କଳ୍ପରେ କରୁଛନ୍ତି । ଏପରି କେହି ଜଣେ ହେଲେ ବି ମନୁଷ୍ୟ ନାହାଁନ୍ତି ଯିଏକି ଜାଣିଥିବେ ଯେ, ଆମେ
ହେଉଛୁ ଅଭିନେତା । ଯଦି ଆମେ ଈଶ୍ୱର ପିତାଙ୍କର ସନ୍ତାନ ତେବେ ଦୁଃଖୀ କାହିଁକି? ପରସ୍ପର ମଧ୍ୟେରେ
ଲଢୁଛେ କାହିଁକି ! ଆମେ ଆତ୍ମା ପରସ୍ପର ଭାଇ ଭାଇ ଅଟୁ ନା । ତେବେ ପରସ୍ପର ମଧ୍ୟରେ ଲଢୁଛନ୍ତି
କିପରି । ଲଢେଇ କରି କରି ପୁଣି ଶେଷ ହୋଇଯିବେ । ଏଠାରେ ଆମେମାନେ ବାବାଙ୍କଠାରୁ ବର୍ସା ନେଉଛୁ ।
ଭାଇମାନଙ୍କର ପରସ୍ପର ମଧ୍ୟରେ କେବେ ହେଲେ ମତଭେଦ ରହିବା ଉଚିତ୍ ନୁହେଁ । ଏଠାରେ ତ ବାବାଙ୍କ
ସହିତ ମଧ୍ୟ ଲୁଣ-ପାଣି ହୋଇଯାଉଛନ୍ତି । ଭଲ ଭଲ ସନ୍ତାନମାନେ ମଧ୍ୟ ମତଭେଦରେ ରହୁଛନ୍ତି, ମାୟା
କେତେ ଜବରଦସ୍ତ । ଭଲ ଭଲ ସନ୍ତାନମାନେ ତ ବାବାଙ୍କୁ ମନେ ପଡୁଥିବେ ନା । ବାବାଙ୍କର
ସନ୍ତାନମାନଙ୍କ ପ୍ରତି କେତେ ସ୍ନେହ ରହିଛି । ବାବାଙ୍କର ସନ୍ତାନମାନଙ୍କ ବ୍ୟତୀତ ଆଉ କେହି
ନାହାଁନ୍ତି ଯାହାକୁ ସିଏ ମନେ ପକାଇବେ, ତୁମମାନଙ୍କ ପାଇଁ ତ ବହୁତ ଅଛନ୍ତି । ସେଥିପାଇଁ
ତୁମମାନଙ୍କ ବୁଦ୍ଧି ଇଆଡେ-ସିଆଡେ ଚାଲି ଯାଉଛି । କର୍ମଧନ୍ଦା ଆଦିରେ ମଧ୍ୟ ବୁଦ୍ଧି ଚାଲିଯାଉଛି ।
ମୋର ତ କୌଣସି କର୍ମଧନ୍ଦା ଆଦି ନାହିଁ । ତୁମମାନଙ୍କର ଅନେକ ଧନ୍ଦା ରହିଛି । ହେଲେ ମୋର ତ’
ଗୋଟିଏ ଧନ୍ଦା । ମୁଁ କେବଳ ଆସିଛି ପିଲାମାନଙ୍କୁ ସ୍ୱର୍ଗର ଉତ୍ତରାଧିକାରୀ କରିବା ପାଇଁ । ବେହଦ
ବାବାଙ୍କର ସମ୍ପତ୍ତି କେବଳ ତୁମେ ପିଲାମାନେ ହିଁ ଅଟ । ସେ ଗଡ୍ ଫାଦର (ଈଶ୍ୱର ପିତା) ଅଟନ୍ତି ନା
। ସମସ୍ତ ଆତ୍ମାମାନେ ହେଲେ ତାଙ୍କର ସମ୍ପତ୍ତି । ହେଲେ ମାୟା ଛି-ଛି କରିଦେଇଛି । ଏବେ ବାବା ଫୁଲ
ଭଳି କରୁଛନ୍ତି । ବାବା କହୁଛନ୍ତି, ତୁମେମାନେ ହିଁ ମୋର ଅଟ । ତୁମମାନଙ୍କ ପ୍ରତି ମୋର ମୋହ ମଧ୍ୟ
ରହିଛି । ଚିଠି ଲେଖୁନାହଁ, ତେଣୁ ଚିନ୍ତା ରହୁଛି । ଭଲ ଭଲ ସନ୍ତାନମାନଙ୍କର ଚିଠି ଆସୁ ନାହିଁ ।
ଭଲ ଭଲ ସନ୍ତାନମାନଙ୍କୁ ମାୟା ଏକଦମ୍ ଶେଷ କରିଦେଉଛି । ନିଶ୍ଚୟ ଦେହ-ଅଭିମାନ ରହିଛି । ବାବା କହି
ଚାଲିଛନ୍ତି ନିଜର ଭଲମନ୍ଦ ତ ଲେଖ । ବାବା ପଚାରୁଛନ୍ତି - ପିଲାମାନେ, ତୁମମାନଙ୍କୁ ମାୟା ହଇରାଣ
କରୁନାହିଁ ତ? ବାହାଦୂର ହୋଇ ମାୟା ଉପରେ ବିଜୟ ପ୍ରାପ୍ତ କରୁଛ ନା । ତୁମେମାନେ ଏବେ ଯୁଦ୍ଧ
ଭୁମିରେ ଅଛ ନା । କର୍ମେନ୍ଦ୍ରିୟଗୁଡିକୁ ଏପରି ଆୟତ୍ତ କରି ରଖିବା ଉଚିତ୍ ଯେପରି ଟିକେ ହେଲେ
ଚଞ୍ଚଳ ନ ହେଉ । ସତ୍ୟଯୁଗରେ ସବୁ କର୍ମେନ୍ଦ୍ରିୟ ଆୟତ୍ତରେ ରହିବେ । କୌଣସି କର୍ମେନ୍ଦ୍ରିୟ
ଚଞ୍ଚଳ ହେବା ଉଚିତ୍ ନୁହେଁ । ସତ୍ୟଯୁଗରେ ନାଁ ମୁଖର, ନା ହାତର, ନା କାନର... କୌଣସି ଚପଳତା
ନଥାଏ । ସେଠାରେ କୌଣସି ଆବର୍ଜନା ଜିନିଷ ନଥାଏ । ଏଠାରେ ଯୋଗବଳ ଦ୍ୱାରା କର୍ମେନ୍ଦ୍ରିୟ ଉପରେ
ବିଜୟ ପ୍ରାପ୍ତ କରୁଛ । ବାବା କହୁଛନ୍ତି କୌଣସି ଖରାପ ଅଭ୍ୟାସ ନ ରହୁ । କର୍ମେନ୍ଦ୍ରିୟକୁ ଆୟତ୍ତ
କରିବାକୁ ହେବ । ତେଣୁ ଭଲ ଭାବରେ ପୁରୁଷାର୍ଥ କରିବାକୁ ପଡିବ । ସମୟ ବହୁତ କମ୍ ଅଛି । ଗାୟନ
ମଧ୍ୟ ରହିଛି ବହୁତ ଗଲା ଆଉ ଅଳ୍ପ କିଛି ଅଛି । ଏବେ ଆହୁରି କମ୍ ରହିଛି । ନୂଆ ଘର ହେଲେ ବୁଦ୍ଧିରେ
ରହିଥାଏ ନା - ବାକି ଅଳ୍ପ ସମୟ ଅଛି । ଏବେ ଏହା ତିଆରି ହୋଇଯିବ, ବାକି ଅଳ୍ପ କାମ ରହିଛି । ତାହା
ହେଲା ହଦ, ଏହା ବେହଦର କଥା । ଏକଥା ମଧ୍ୟ ପିଲାମାନଙ୍କୁ ବୁଝାଯାଇଛି ସେମାନଙ୍କର ହେଲା ବିଜ୍ଞାନର
ବଳ ଆଉ ତୁମମାନଙ୍କର ଶାନ୍ତିର ବଳ । ତାଙ୍କର ମଧ୍ୟ ବୁଦ୍ଧିର ବଳ ଏବଂ ତୁମର ମଧ୍ୟ ବୁଦ୍ଧି ବଳ ।
ବିଜ୍ଞାନର କେତେ ଉଦ୍ଭାବନ ହେଉଛି । ଏବେ ତ ଏପରି ବୋମା ତିଆରି କରୁଛନ୍ତି, କହୁଛନ୍ତି ଯଦି ଘରେ
ବସି ଛାଡିଦେବୁ ସାରା ସହର ବିନାଶ ହୋଇଯିବ । ପୁଣି ଏହି ସେନା, ଉଡାଜାହାଜ ଆଦି କାମରେ ଆସିବ ନାହିଁ
। ତାହା ହେଉଛି ବିଜ୍ଞାନର ବୁଦ୍ଧି । ତୁମମାନଙ୍କର ହେଉଛି ନୀରବତାର ବୁଦ୍ଧି । ସେମାନେ ବିନାଶ
ପାଇଁ ନିମିତ୍ତ ହୋଇଛନ୍ତି, ଆଉ ତୁମେମାନେ ଅବିନାଶୀ ପଦ ପ୍ରାପ୍ତ କରିବା ପାଇଁ ନିମିତ୍ତ ହୋଇଛ
ଏହାକୁ ବୁଝିବା ପାଇଁ ମଧ୍ୟ ବୁଦ୍ଧି ଦରକାର ।
ତୁମେ ପିଲାମାନେ
ବୁଝିପାରୁଛ ଯେ - ବାବା କେତେ ସହଜ ରାସ୍ତା ବତାଉଛନ୍ତି । ଭଲେ କେତେ ବି ଅହଲ୍ୟା, କୁବ୍ଜା
ହୁଅନ୍ତୁ ମଧ୍ୟ ମାତ୍ର ଦୁଇଟି ଅକ୍ଷର ମନେ ରଖିବାକୁ ହେବ । ବାବା ଏବଂ ବର୍ସା ଅର୍ଥାତ୍ ସ୍ୱର୍ଗର
ସମ୍ପତ୍ତି । ପୁଣି ଯିଏ ଯେତେ ମନେ ପକାଇପାରିବ । ସବୁ ସଙ୍ଗ ଭୁଲି ଏକମାତ୍ର ବାବାଙ୍କୁ ମନେ
ପକାଇବାକୁ ହେବ । ବାବା କହୁଛନ୍ତି, ମୁଁ ଯେତେବେଳେ ନିଜ ଘର ପରମଧାମରେ ଥିଲି ସେତେବେଳେ
ଭକ୍ତିମାର୍ଗରେ ତୁମେମାନେ ଡାକୁଥିଲ - ବାବା ଆପଣ ଆସିଲେ ଆମେ ସବୁ କିଛି ସମର୍ପଣ କରିଦେବୁ । ବାବା
ଯେପରି ଧୋବା ହୋଇଗଲେ, ଧୋବାକୁ ପୁରୁଣା ଜିନିଷ ଦିଆଯାଇଥାଏ, ତୁମେମାନେ ବାବାଙ୍କୁ କ’ଣ ଦେବ? ତୁମେ
ୟାଙ୍କୁ (ବ୍ରହ୍ମାଙ୍କୁ) ତ ଦେଉ ନାହଁ । ଇଏ ମଧ୍ୟ ସବୁ କିଛି ଦେଇଦେଲେ । ଇଏ ଏଠାରେ କୌଣସି ମହଲ
ତିଆରି କରିବେ ନାହିଁ । ଏସବୁ ଶିବବାବାଙ୍କର କର୍ତ୍ତବ୍ୟ ତାଙ୍କ ନିର୍ଦ୍ଦେଶରେ ହିଁ କରୁଛନ୍ତି ।
ସେ ହିଁ କରିକରାଇଲାବାଲା ଅଟନ୍ତି, ନିର୍ଦ୍ଦେଶ ଦେଉଛନ୍ତି । ପିଲାମାନେ କହୁଛନ୍ତି ବାବା ଆପଣ ଆମ
ପାଇଁ କେବଳ ଜଣେ । ଆପଣଙ୍କ ପାଇଁ ତ ବହୁତ ସନ୍ତାନ ଅଛନ୍ତି । ବାବା ପୁଣି କହୁଛନ୍ତି ମୋ ପାଇଁ
କେବଳ ତୁମେ ସନ୍ତାନମାନେ ହିଁ ଅଛ । ତୁମମାନଙ୍କ ପାଇଁ ତ ବହୁତ ଅଛନ୍ତି । କେତେ ଦେହର
ସମ୍ବନ୍ଧୀମାନଙ୍କର ସ୍ମୃତି ରହୁଛି । ମଧୁର ସନ୍ତାନମାନଙ୍କୁ ବାବା କହୁଛନ୍ତି ଯେତେ ପାରୁଛ
ବାବାଙ୍କ ମନେ ପକାଅ, ଆଉ ସମସ୍ତଙ୍କୁ ଭୁଲିଯାଅ, ସ୍ୱର୍ଗ ରାଜ୍ୟର ଲହୁଣୀ ତୁମମାନଙ୍କୁ ମିଳୁଛି ।
ଟିକେ ଖିଆଲ ତ କର, କିପରି ଏହି ଖେଳର ରଚନା ହୋଇଛି । ତୁମେମାନେ କେବଳ ବାବାଙ୍କୁ ମନେ ପକାଇ ପକାଇ
ସ୍ୱଦର୍ଶନ ଚକ୍ରଧାରୀ ହେବା ସହିତ ଚକ୍ରବର୍ତ୍ତୀ ରାଜା ହେଉଛ । ଏବେ ତୁମେ ପିଲାମାନେ ବାସ୍ତବରେ
ଅନୁଭବୀ ଅଟ । ମନୁଷ୍ୟ ଭାବୁଛନ୍ତି ଭକ୍ତି ତ ପରମ୍ପରାରୁ ଚାଲି ଆସୁଛି । ବିକାର ମଧ୍ୟ ପରମ୍ପରାରୁ
ରହି ଆସିଛି । ଏହି ଲକ୍ଷ୍ମୀ-ନାରାୟଣ, ରାଧା-କୃଷ୍ଣଙ୍କର ମଧ୍ୟ ସନ୍ତାନ ଥିଲେ ନା । ଆରେ ହଁ, ପିଲା
କାହିଁକି ନଥିବେ କିନ୍ତୁ ତାଙ୍କୁ ସମ୍ପୂର୍ଣ୍ଣ ନିର୍ବିକାରୀ କୁହାଯାଇଥାଏ । ଏଠାରେ ସମସ୍ତେ
ସମ୍ପୂର୍ଣ୍ଣ ବିକାରୀ ଅଟନ୍ତି । ପରସ୍ପରକୁ ଗାଳି ଦେଉଛନ୍ତି । ଏବେ ତୁମମାନଙ୍କୁ ଶ୍ରୀ ଶ୍ରୀ
ବାବାଙ୍କର ଶ୍ରେଷ୍ଠ ମତ ଅର୍ଥାତ୍ ଶ୍ରୀମତ ମିଳୁଛି । ଯାହାକି ତୁମମାନଙ୍କୁ ଶ୍ରେଷ୍ଠ କରୁଛି । ଯଦି
ବାବାଙ୍କ କଥା ନ ମାନିବ ତେବେ କିପରି ହୋଇପାରିବ । ଏବେ ମାନ ବା ନ ମାନ । ସୁପୁତ୍ରମାନେ ତ
ତୁରନ୍ତ ମାନିବେ । ସମ୍ପୂର୍ଣ୍ଣ ସହଯୋଗୀ ନହେଲେ ନିଜର ହିଁ କ୍ଷତି କରୁଛନ୍ତି । ବାବା କହୁଛନ୍ତି
ମୁଁ କଳ୍ପ-କଳ୍ପ ଆସୁଛି । କେତେ ପୁରୁଷାର୍ଥ କରାଉଛି କେତେ ଖୁସି କରାଉଛି । ବାବାଙ୍କଠାରୁ ପୂରା
ବର୍ସା ନେବାରେ ହିଁ ମାୟା ଭୁଲ କରାଇ ଦେଉଛି । କିନ୍ତୁ ତୁମେମାନେ ତାର ସେହି ଫନ୍ଦାରେ ଫସିବା
ଅନୁଚିତ୍ । ମାୟା ସହିତ ହିଁ ଲଢେଇ ହେଉଛି । ବହୁତ ବଡ-ବଡ ତୋଫାନ ଆସିବ । ଏଥିରେ ମଧ୍ୟ
ଉତ୍ତରାଧିକାରୀଙ୍କୁ ମାୟା ଅଧିକ ଆକ୍ରମଣ କରିବ । ବଳବାନ ସହିତ ବଳବାନ ହୋଇ ଲଢିବ । ଯେପରି ବୈଦ୍ୟ
ଔଷଧ ଦେଲେ ସବୁ ରୋଗ ବାହାରି ଆସିଥାଏ । ଏଠାରେ ମଧ୍ୟ ମୋର ହେଲେ ପୁଣି ସମସ୍ତେ ମନେ ପଡିବେ ।
ତୋଫାନ ଆସିବ, କିନ୍ତୁ ଏଥିରେ ବୁଦ୍ଧିର ଲାଇନ୍ ପରିଷ୍କାର ଥିବା ଦରକାର । ଆମେ ପୂର୍ବରୁ ପବିତ୍ର
ଥିଲୁ ପୁଣି ଅଧାକଳ୍ପ ଅପବିତ୍ର ହୋଇଛୁ । ଏବେ ଘରକୁ ଯିବାକୁ ହେବ । ବାବା କହୁଛନ୍ତି, ମୋତେ ମନେ
ପକାଇଲେ ଏହି ଯୋଗ ଅଗ୍ନି ଦ୍ୱାରା ତୁମମାନଙ୍କର ବିକର୍ମ ବିନାଶ ହେବ । ଯେତେ ମନେ ପକାଇବ ସେତେ
ଉଚ୍ଚ ପଦ ପାଇବ । ମନେ ପକାଇ ପକାଇ ତୁମେ ଘରକୁ ଚାଲିଯିବ । ଏଥିରେ ବିଲ୍କୁଲ୍ ଅନ୍ତର୍ମୂଖତା
ଆବଶ୍ୟକ । ଜ୍ଞାନ ମଧ୍ୟ ଆତ୍ମାରେ ରହୁଛି ନା । ଆତ୍ମା ହିଁ ପଢୁଛି । ଆତ୍ମାର ଜ୍ଞାନ ମଧ୍ୟ
ପରମାତ୍ମା ବାବା ହିଁ ଆସି ଦେଉଛନ୍ତି । ବିଶ୍ୱର ମାଲିକ ହେବା ପାଇଁ ଏତେ ଉଚ୍ଚ ଜ୍ଞାନ ତୁମେମାନେ
ନେଉଛ । ମୋତେ ତୁମେମାନେ କହୁଛ - ପତିତ-ପାବନ, ଜ୍ଞାନର ସାଗର, ଶାନ୍ତିର ସାଗର । ଯାହା ମୋ ପାଖରେ
ଅଛି ସେସବୁ ତୁମମାନଙ୍କୁ ଦେଉଛି । କେବଳ ଦିବ୍ୟ ଦୃଷ୍ଟିର ଚାବି ଦେଉ ନାହିଁ । ତା’ ବଦଳରେ
ତୁମମାନଙ୍କୁ ବିଶ୍ୱର ମାଲିକ କରୁଛି । ସାକ୍ଷାତ୍କାରରେ କିଛି ହେଲେ ମିଳେ ନାହିଁ । ମୁଖ୍ୟ କଥା
ହେଲା ପାଠପଢା । ପାଠପଢା ଦ୍ୱାରା ତୁମମାନଙ୍କୁ ୨୧ ଜନ୍ମର ସୁଖ ମିଳୁଛି । ମୀରାଙ୍କ ତୁଳନାରେ
ତୁମେମାନେ ନିଜର ସୁଖର ତୁଳନା କର । ସେ କଳିଯୁଗରେ ଥିଲେ, ସାକ୍ଷାତ୍କାର କଲେ ତା’ପରେ ପୁଣି କ’ଣ
ମିଳିଲା । ଭକ୍ତିର ମାଳା ହିଁ ଅଲଗା ଅଟେ । ଜ୍ଞାନ ମାର୍ଗର ମାଳା ଅଲଗା । ରାବଣର ରାଜତ୍ୱ ଅଲଗା
ଏବଂ ତୁମର ରାଜତ୍ୱ ମଧ୍ୟ ଅଲଗା । ଏହାକୁ ଦିନ, ତାହାକୁ ରାତି କୁହାଯାଉଛି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଯୋଗ ବଳ
ଦ୍ୱାରା ନିଜର କର୍ମେନ୍ଦ୍ରିୟଗୁଡିକୁ ଏପରି ବଶ କରିବାକୁ ହେବ ଯେପରି କୌଣସି ଚଞ୍ଚଳତା ରହିବ ନାହିଁ
। ସମୟ ବହୁତ କମ୍ ଅଛି, ସେଥିପାଇଁ ଭଲ ଭାବରେ ପୁରୁଷାର୍ଥ କରି ମାୟାଜିତ୍ ହେବାକୁ ପଡିବ ।
(୨) ବାବା ଯେଉଁ ଜ୍ଞାନ
ଦେଉଛନ୍ତି ତାକୁ ଅନ୍ତର୍ମୂଖୀ ହୋଇ ଧାରଣ କରିବାକୁ ହେବ । କେବେ ହେଲେ ପରସ୍ପର ମଧ୍ୟରେ ଲୁଣ-ପାଣି
ହେବାର ନାହିଁ । ବାବାଙ୍କୁ ନିଜର ଭଲ ମନ୍ଦ ସମାଚାର ନିଶ୍ଚୟ ଦେବାକୁ ପଡିବ ।
ବରଦାନ:-
ନିଜର
କଲ୍ୟାଣକାରୀ ମନୋବୃତ୍ତି ଦ୍ୱାରା ସେବା କରୁଥିବା ସର୍ବ ଆତ୍ମାଙ୍କର ଆଶୀର୍ବାଦର ଅଧିକାରୀ ହୁଅ ।
ନିଜର କଲ୍ୟାଣକାରୀ
ମନୋବୃତ୍ତି ଦ୍ୱାରା ସେବା କରିବା - ଏହା ହିଁ ହେଉଛି ସର୍ବ ଆତ୍ମାଙ୍କଠାରୁ ଆଶୀର୍ବାଦ ପ୍ରାପ୍ତ
କରିବାର ସାଧନ । ଯଦି ଲକ୍ଷ୍ୟ ରହିବ ଯେ ମୁଁ ବିଶ୍ୱ କଲ୍ୟାଣକାରୀ ଅଟେ ତେବେ ଅକଲ୍ୟାଣର
କର୍ତ୍ତବ୍ୟ ହୋଇପାରିବ ନାହିଁ । ଯେପରି କାର୍ଯ୍ୟ ହୋଇଥାଏ ସେହିପରି ନିଜର ଧାରଣା ମଧ୍ୟ ହୋଇଥାଏ,
ଯଦି କାର୍ଯ୍ୟ ଅର୍ଥାତ୍ ନିଜର କର୍ତ୍ତବ୍ୟ ମନେ ରହିବ ତେବେ ସର୍ବଦା ଦୟାଶୀଳ ଏବଂ ମହାଦାନୀ
ସ୍ଥିତିରେ ସ୍ଥିତ ହୋଇ ରହିବ । ପ୍ରତ୍ୟେକ ପାଦ କଲ୍ୟାଣକାରୀ ବୃତ୍ତିରେ ହିଁ ଚାଲିବ, ମୁଁ ପଣିଆ
ଆସିବ ନାହିଁ, ନିମିତ୍ତ ପଣିଆ ମନେ ରହିବ । ଏହିଭଳି ସେବାଧାରୀଙ୍କୁ ସେବାର ପ୍ରତିଦାନରେ ସର୍ବ
ଆତ୍ମାମାନଙ୍କର ଆଶୀର୍ବାଦର ଅଧିକାର ପ୍ରାପ୍ତ ହୋଇଯାଇଥାଏ ।
ସ୍ଲୋଗାନ:-
ସାଧନର ଆକର୍ଷଣ
ସାଧନାକୁ ଖଣ୍ଡିତ କରିଦିଏ ।
ଅବ୍ୟକ୍ତ ଇଶାରା:-
ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ ।
ଅନ୍ତର୍ମୁଖୀ ଆତ୍ମାମାନେ
ତିନି ପ୍ରକାରର ଭାଷାର ଅନୁଭବୀ ହୋଇଥାଆନ୍ତି । (୧) ନୟନର ଭାଷା, (୨) ଭାବନାର ଭାଷା (୩)
ସଂକଳ୍ପର ଭାଷା । ଏହି ତିନି ପ୍ରକାରର ଭାଷା ଆତ୍ମିକ ଯୋଗୀ ଜୀବନର ଭାଷା ଅଟେ, ଯେତେ ଯେତେ ତୁମେ
ଅର୍ନ୍ତମୁଖୀ ସ୍ୱିଟ୍ ସାଇଲେନ୍ସ ଅର୍ଥାତ୍ ଗହନ ଶାନ୍ତିର ସ୍ୱରୂପରେ ସ୍ଥିତ ହୋଇ ଚାଲିବ - ସେତିକି
ସେତିକି ଏହି ତିନୋଟି ଭାଷା ଦ୍ୱାରା ସର୍ବ ଆତ୍ମାମାନଙ୍କୁ ଅନୁଭବ କରାଇପାରିବ । ତେଣୁ ଏବେ ଏହି
ତିନୋଟି ଭାଷାର ଅଭ୍ୟାସୀ ହୁଅ ।