19.08.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ନିଜର ସ୍ୱଧର୍ମକୁ ଭୁଲିବା ହିଁ ସବୁଠାରୁ ବଡ ଭୁଲ୍‌, ଏବେ ତୁମକୁ ନିର୍ଭୁଲ ହେବାକୁ ପଡିବ, ନିଜ ଘର ଏବଂ ରାଜ୍ୟକୁ ମନେ ପକାଇବାକୁ ହେବ ।’’

ପ୍ରଶ୍ନ:-
ତୁମେ ପିଲାମାନଙ୍କର କେଉଁ ଅବସ୍ଥା ହିଁ ସମୟର ସମୀପତାର ଚିହ୍ନ?

ଉତ୍ତର:-
ତୁମେ ପିଲାମାନେ ଯେତେବେଳେ ଯୋଗର ଯାତ୍ରାରେ ମସ୍ତ ରହିବ, ବୁଦ୍ଧିର ଭଟକିବା ବନ୍ଦ ହୋଇଗଲେ, ବାଣୀରେ ଯୋଗର ଶକ୍ତି ଆସିଯିବ, ଅପାର ଖୁସୀରେ ରହିବ, ଘଡିଘଡି ନିଜର ସତ୍ୟଯୁଗୀ ଦୁନିଆର ଦୃଶ୍ୟ ସମ୍ମୁଖରେ ଦେଖାଯିବ ତେବେ ଜାଣିବ ସମୟ ନିକଟବର୍ତ୍ତୀ ହୋଇଗଲାଣି । ବିନାଶ ହେବା ପାଇଁ ସମୟ ଲାଗିବ ନାହିଁ । ଏଥିପାଇଁ ନିଜର ଯୋଗର ଚାର୍ଟକୁ ବଢାଇବାକୁ ହେବ ।

ଗୀତ:-
ତୁହ୍ମେ ପାକେ ହମନେ ଜହାଁନ ପା ଲିୟା...

ଓମ୍ ଶାନ୍ତି ।
ଆତ୍ମିକ ପିଲାମାନେ ଏହି ଗୀତର ଅର୍ଥକୁ ବୁଝିଥିବେ । ଏବେ ବେହଦର ପିତାଙ୍କୁ ତ ପାଇଗଲ । ବେହଦର ପିତାଙ୍କଠାରୁ ସ୍ୱର୍ଗର ସମ୍ପତ୍ତି ମିଳୁଛି, ଯେଉଁ ସମ୍ପତ୍ତିକୁ କେହି ବି ଛଡେଇ ନେଇପାରିବେ ନାହିଁ । ରାବଣ ରାଜ୍ୟ ଆରମ୍ଭ ହେଲେ ସମ୍ପତ୍ତିର ନିଶା ଚାଲିଯାଇଥାଏ, ଏହା ମଧ୍ୟ ଡ୍ରାମାରେ ପାର୍ଟ ନିର୍ଦ୍ଧାରିତ । ପିଲାମାନଙ୍କ ଠାରେ ସୃଷ୍ଟି ନାଟକର ମଧ୍ୟ ଜ୍ଞାନ ରହିଛି । ଏହି ଚକ୍ର କିପରି ଘୂରିଥାଏ । ଏହାକୁ ନାଟକ କହିପାରିବା, ଡ୍ରାମା ମଧ୍ୟ କହିପାରିବା । ପିଲାମାନେ ଜାଣୁଥା’ନ୍ତି ଯେ ସର୍ବଦା ବାବା ଆସି ସୃଷ୍ଟିଚକ୍ରର ଜ୍ଞାନ ବୁଝାଇଥାନ୍ତି । ଯେଉଁମାନେ ବ୍ରାହ୍ମଣ କୁଳର ହୋଇଥିବେ, ସେହିମାନଙ୍କୁ ହିଁ ବୁଝାଇଥା’ନ୍ତି । ବାବା କହୁଛନ୍ତି ପିଲାମାନେ ତୁମେ ନିଜର ଜନ୍ମକୁ ଜାଣିନାହଁ, ମୁଁ ତୁମକୁ ବୁଝାଉଛି । ଜ୍ଞାନରେ ଆସିବା ପୂର୍ବରୁ ତୁମେ ଶୁଣିଥିଲ ୮୪ ଲକ୍ଷ ଜନ୍ମ ନେବା ପରେ ଏହି ଗୋଟିଏ ଜନ୍ମ ମନୁଷ୍ୟ ଜନ୍ମ ମିଳିଥାଏ । କିନ୍ତୁ ଏହା ଏପରି ନୁହେଁ । ଏବେ ତୁମେ ସବୁ ଆତ୍ମାମାନେ କ୍ରମାନୁସାରେ ଆସୁଛ ଓ ଯାଉଛ । ବୁଦ୍ଧିରେ ଆସିଛି ଯେ - ପ୍ରଥମେ ପ୍ରଥମେ ଆମେ ଆଦି ସନାତନ ଦେବୀ-ଦେବତା ଧର୍ମର ପୂଜ୍ୟ ଥିଲୁ, ପରେ ଆମେ ହିଁ ପୂଜାରୀ ହୋଇଛୁ । ନିଜେ ହିଁ ପୂଜ୍ୟ ନିଜେ ହିଁ ପୂଜାରୀ - ଏହାର ମଧ୍ୟ ଗାୟନ ରହିଛି । ଏ କଥା ଶୁଣି ମନୁଷ୍ୟ ଭଗବାନଙ୍କ ପାଇଁ ଭାବିଥା’ନ୍ତି ଯେ ନିଜେ ହିଁ ପୂଜ୍ୟ ନିଜେ ହିଁ ପୂଜାରୀ ହେଉଛନ୍ତି । କହନ୍ତି ଆପଣଙ୍କର ହିଁ ଏହା ସବୁ ରୂପ । ଅନେକ ମତ ମତାନ୍ତର ରହିଛି ନା । ତୁମେ ଏବେ ଶ୍ରୀମତ ଆଧାରରେ ଚାଲୁଛ । ତୁମେ ବୁଝୁଛ ଯେ ଆମେ ଷ୍ଟୁଡେଣ୍ଟ ପୂର୍ବେ ତ କିଛି ଜାଣିନଥିଲୁ ପୁଣି ପାଠପଢି ଉଚ୍ଚ ପରୀକ୍ଷାରେ ପାସ୍ କରିଯିବ । ସେ ବିଦ୍ୟାର୍ଥୀ ମଧ୍ୟ ପ୍ରଥମେ କିଛି ଜାଣି ନ ଥା’ନ୍ତି, ପରେ ପରୀକ୍ଷାରେ ପାଶ କରି-କରି ଜାଣିଥା’ନ୍ତି ଯେ ଏବେ ମୁଁ ବାରିଷ୍ଟରୀ ପାଶ୍ କଲି । ତୁମେ ମଧ୍ୟ ଏବେ ଜାଣୁଛ ଯେ - ଆମେ ପାଠପଢି ମନୁଷ୍ୟରୁ ଦେବତା ହେଉଛୁ ଅର୍ଥାତ୍ ବିଶ୍ୱର ମାଲିକ ହେଉଛୁ । ସେଠାରେ ତ ଏକ ଧର୍ମ, ଏକ ରାଜ୍ୟ । ତୁମର ରାଜ୍ୟ କେହି ଛଡେଇ ନେଇପାରିବେ ନାହିଁ । ସେଠାରେ ତୁମକୁ ପବିତ୍ରତା-ଶାନ୍ତି-ସୁଖ-ସମ୍ପତ୍ତି ସବୁ କିଛି ପ୍ରାପ୍ତ ହେବ । ଗୀତରେ ମଧ୍ୟ ଶୁଣିଛ ନା । ବାସ୍ତବରେ ଏହି ଗୀତ ତ ତୁମେ ତିଆରି କରି ନାହଁ । ଅନାୟସ ଡ୍ରାମାନୁସାରେ ଏହି ସମୟ ପାଇଁ ଏହା ତିଆରି ହୋଇଛି । ମନୁଷ୍ୟମାନଙ୍କ ଦ୍ୱାରା ତିଆରି ହୋଇଥିବା ଗୀତର ଅର୍ଥ ବାବା ବସି ବୁଝାଉଛନ୍ତି । ଏବେ ତୁମେ ଏଠାରେ ଶାନ୍ତିରେ ବସି ବାବାଙ୍କଠାରୁ ସମ୍ପତ୍ତି ନେଉଛ ଯାହା କେହି ଛଡେଇ ନେଇପାରିବେ ନାହିଁ । ଅଧାକଳ୍ପ ସୁଖର ସମ୍ପତ୍ତି ରହିଥାଏ । ବାବା ବୁଝାଉଛନ୍ତି ଯେ ମଧୁର ସନ୍ତାନଗଣ ଅଧାକଳ୍ପରୁ ବି ଅଧିକ ତୁମେ ସୁଖ ଭୋଗ କରୁଛ । ପୁଣି ରାବଣ ରାଜ୍ୟ ଆରମ୍ଭ ହୋଇଥାଏ । ମନ୍ଦିର ବି ଏଭଳି ରହିଛି, ଯେଉଁଠାରେ ଚିତ୍ର ଦେଖାଇଥାନ୍ତି ଦେବତାମାନେ ବାମମାର୍ଗରେ କିପରି ଯାଇଥାଆନ୍ତି । ଦେବତାଙ୍କର ସେହି ଡ୍ରେସ୍ ହିଁ ରହିଛି! ଡ୍ରେସ୍ ପରେ ବଦଳିଥାଏ । ପ୍ରତ୍ୟେକ ରାଜାଙ୍କର ନିଜ-ନିଜର ଡ୍ରେସ୍‌, ମୁକୁଟ ଆଦି ସବୁ ଅଲଗା ଅଲଗା ହୋଇଥାଏ ।

ଏବେ ପିଲାମାନେ ଜାଣିଛନ୍ତି ଯେ ଆମେ ଶିବବାବାଙ୍କଠାରୁ ବ୍ରହ୍ମାଙ୍କ ଦ୍ୱାରା ସମ୍ପତ୍ତି ନେଉଛୁ । ବାବା ତ ପିଲାମାନଙ୍କୁ ବଚ୍ଚେ ବଚ୍ଚେ ହିଁ ସମ୍ବୋଧନ କରୁଛନ୍ତି । ପିଲାମାନେ ତୁମେ ନିଜର ଜନ୍ମକୁ ଜାଣି ନାହିଁ । ଶୁଣୁଛି ତ ଆତ୍ମା ନା । ମୁଁ ଆତ୍ମା, ଶରୀର ନୁହେଁ । ଆଉ ଯିଏ ବି ମନୁଷ୍ୟ ଅଛନ୍ତି ସେମାନଙ୍କୁ ନିଜ ଶରୀରର ନାମର ନିଶା ରହିଥାଏ କାହିଁକି ନା ଦେହ-ଅଭିମାନୀ ଥା’ନ୍ତି । ମୁଁ ଆତ୍ମା ଅଟେ, ଏହା ଜାଣନ୍ତି ନାହିଁ । ସେମାନେ ତ କହି ଦିଅନ୍ତି ଆତ୍ମା ହିଁ ପରମାତ୍ମା, ପରମାତ୍ମା ହିଁ ଆତ୍ମା । ଏବେ ତୁମକୁ ବାବା ବୁଝାଇଛନ୍ତି ଯେ ତୁମେ ଆତ୍ମା ଏବେ ବିଶ୍ୱର ମାଲିକ ଦେବୀ-ଦେବତା ହେଉଛ । ଏହି ଜ୍ଞାନ ଏବେ ଆମ ପାଖରେ ଅଛି ଯେ, ଆମେ ସେହି ଦେବତା ପୁଣି କ୍ଷତ୍ରିୟ କୁଳରେ ଆସିବୁ । ୮୪ ଜନ୍ମର ହିସାବ ବି ଦରକାର ନା । ସମସ୍ତେ ତ ୮୪ ଜନ୍ମ ନେବେ ନାହିଁ । ସମସ୍ତେ କ’ଣ ଏକାଠି ଆସିବେ । ତୁମେ ଜାଣୁଛ ଯେ କେଉଁ ଧର୍ମ କିପରି ସ୍ଥାପନା ହେଉଛି । ଇତିହାସ ପୁରୁଣା ପୁଣି ନୂଆ ହୋଇଥାଏ । ଏବେ ଏହା ପତିତ ଦୁନିଆ ଅଟେ । ସତ୍ୟଯୁଗ ହେଉଛି ପବିତ୍ର ଦୁନିଆ । ପୁଣି ଭିନ୍ନ ଭିନ୍ନ ଧର୍ମ ଆସିଥାଏ । ଏଠାରେ କର୍ମକ୍ଷେତ୍ରରେ, ଏହି ଗୋଟିଏ ହିଁ ନାଟକ ଚାଲିଥାଏ । ମୁଖ୍ୟ ହେଲା ୪ ଧର୍ମ । ଏହି ସଂଗମଯୁଗରେ ବାବା ଆସି ବ୍ରାହ୍ମଣ ସମ୍ପ୍ରଦାୟ ସ୍ଥାପନ କରୁଛନ୍ତି । ବିରାଟ ରୂପର ଚିତ୍ର ତିଆରି କରୁଛନ୍ତି, କିନ୍ତୁ ସେଥିରେ ଏହି ସବୁ ଭୁଲ୍ ରହିଛି । ବାବା ଆସି ସବୁ କଥା ବୁଝାଇ ଅଭୁଲ୍ କରୁଛନ୍ତି । ବାବା ତ ନା କେବେ ଶରୀରରେ ଆସୁଛନ୍ତି, ନା ଭୁଲ୍ କରୁଛନ୍ତି । ସେ ତ ଅଳ୍ପ ସମୟ ପାଇଁ ତୁମ ପିଲାମାନଙ୍କୁ ସୁଖଧାମର ଏବଂ ନିଜ ଘରର ରାସ୍ତା ବତାଇବା ପାଇଁ ବ୍ରହ୍ମାଙ୍କ ରଥରେ ଆସିଥାନ୍ତି । ନା କେବଳ ରାସ୍ତା ବତେଇଥାଆନ୍ତି ପରନ୍ତୁ ପିଲାମାନଙ୍କର ଜୀବନ ମଧ୍ୟ ଗଢିଥା’ନ୍ତି । ପ୍ରତି କଳ୍ପରେ ତୁମେ ଘରକୁ ଯାଉଛ ପୁଣି ସତ୍ୟଯୁଗରେ ସୁଖର ଅଭିନୟ ମଧ୍ୟ କରୁଛ । ପିଲାମାନେ ଭୁଲିଯାଇଛନ୍ତି ଯେ - ଆମ ଆତ୍ମାମାନଙ୍କର ସ୍ୱଧର୍ମ ହେଉଛି ଶାନ୍ତି । ଏହି ଦୁଃଖ ଦୁନିଆରେ ଶାନ୍ତି କିପରି ହେବ - ଏହି ସବୁ କଥାକୁ ତୁମେ ବୁଝିଯାଇଛ । ତୁମେ ସମସ୍ତଙ୍କୁ ବୁଝାଉଛ ମଧ୍ୟ । ଧିରେ ଧିରେ ସବୁ ଆସିଯିବେ, ବିଦେଶୀମାନଙ୍କୁ ବି ଜଣା ପଡିବ ଯେ - ଏହି ସୃଷ୍ଟି ଚକ୍ର କିପରି ଘୂରୁଛି, ଏହାର ଆୟୁ କେତେ ଅଟେ । ବିଦେଶୀମାନେ ମଧ୍ୟ ତୁମ ପାଖକୁ ଆସିବେ କିମ୍ବା ପିଲାମାନେ ସେଠାକୁ ଯାଇ ସୃଷ୍ଟିଚକ୍ରର ରହସ୍ୟ ବୁଝାଇବେ । ସେମାନେ ବୁଝିଥା’ନ୍ତି ଯେ ଯୀଶୁଖ୍ରୀଷ୍ଟ ଭଗବାନଙ୍କ ପାଖରେ ଯାଇ ପହଞ୍ଚିଲେ । କ୍ରାଇଷ୍ଟଙ୍କୁ ଭଗବାନଙ୍କର ସନ୍ତାନ ବୋଲି ଭାବିଥା’ନ୍ତି । କେହି ପୁଣି ଏହା ବି ଭାବିଥା’ନ୍ତି ଯେ ଯୀଶୁଖ୍ରୀଷ୍ଟ ମଧ୍ୟ ପୁନର୍ଜନ୍ମ ନେଇ-ନେଇ ଏବେ ତମୋପ୍ରଧାନ ଅବସ୍ଥାରେ ଅଛନ୍ତି । ଯେପରି ତୁମେ ବି ହେଉଛ ଭିକାରୀ ନା । ଭିକାରୀ ଅର୍ଥାତ୍ ତମୋପ୍ରଧାନ । ଭାବନ୍ତି ଯେ କ୍ରାଇଷ୍ଟ ମଧ୍ୟ ଏଠାରେ ଅଛନ୍ତି, ପୁଣି କେବେ ଆସିବେ ଏହା ଜାଣିନାହାଁନ୍ତି । ତୁମେ ବୁଝାଇ ପାରିବ ଯେ - ତୁମର ଧର୍ମ ସ୍ଥାପକ ପୁଣି ନିଜର ସମୟାନୁସାରେ ଧର୍ମ ସ୍ଥାପନ କରିବା ପାଇଁ ଆସିବେ । କିନ୍ତୁ ତାଙ୍କୁ ଗୁରୁ ବୋଲି କୁହାଯାଇପାରିବ ନାହିଁ । ସେ ଧର୍ମ ସ୍ଥାପନ କରିବା ପାଇଁ ଆସିଥାନ୍ତି । ସଦ୍‌ଗତି ଦାତା ହେଉଛନ୍ତି କେବଳ ଜଣେ । ଯେଉଁ ଧର୍ମସ୍ଥାପକମାନେ ଧର୍ମ ସ୍ଥାପନ କରିବା ପାଇଁ ଆସିଥା’ନ୍ତି ସେମାନେ ପୁନର୍ଜନ୍ମ ନେଇ-ନେଇ ଏବେ ଆସି ତମୋପ୍ରଧାନ ହୋଇଛନ୍ତି । ଶେଷରେ ସାରା ବୃକ୍ଷ ଜରାଜୀର୍ଣ୍ଣ ଅବସ୍ଥାକୁ ପ୍ରାପ୍ତ କରିଛି । ଏବେ ତୁମେ ଜାଣୁଛ ଯେ - ସାରା ବୃକ୍ଷ ଛିଡା ହୋଇଛି, ବାକି ଦେବୀ-ଦେବତା ଯାହାକି ମୂଳ ତାହା ନାହିଁ(ବରଗଛର ଉଦାହରଣ) । ଏହି କଥା ବାବା ହିଁ ପିଲାମାନଙ୍କୁ ବସି ବୁଝାଉଛନ୍ତି । ତୁମ ପିଲାମାନଙ୍କୁ ତ ବହୁତ ଖୁସୀ ହେବା ଦରକାର । ତୁମେ ଜାଣିଛ ଆମେ ସେହି ଦେବୀ-ଦେବତା ଥିଲୁ ପୁଣି ଏବେ ହେଉଛୁ । ଏଠାକୁ ତୁମେ ହିଁ ଆସୁଛ ସତ୍ୟ-ନାରାୟଣଙ୍କର କଥା ଶୁଣିବା ପାଇଁ, ଯାହା ଦ୍ୱାରା ନରରୁ ନାରାୟଣ ହୋଇପାରିବ । ନାରାୟଣ ରହିବେ ତ ନିଶ୍ଚିତ ଲକ୍ଷ୍ମୀ ମଧ୍ୟ ରହିବେ । ଲକ୍ଷ୍ମୀ-ନାରାୟଣ ଥିଲେ ତ ସେମାନଙ୍କର ରାଜଧାନୀ ମଧ୍ୟ ଥିବ ନା । ଏକୁଟିଆ ଲକ୍ଷ୍ମୀ-ନାରାୟଣ ତ ବସିବେ ନାହିଁ । ଲକ୍ଷ୍ମୀ ହେବା ପାଇଁ କ’ଣ ଅଲଗା କଥା କିଛି ଅଛି କି? ନାରାୟଣଙ୍କ ସାଥିରେ ଲକ୍ଷ୍ମୀ ରହିଥା’ନ୍ତି । ଲକ୍ଷ୍ମୀ ବି କେବେ ନାରାୟଣ ହୋଇଥାନ୍ତି । ନାରାୟଣ ପୁଣି କେବେ ଲକ୍ଷ୍ମୀ ହୋଇଥାନ୍ତି । କିଛି କିଛି ଗୀତ ବହୁତ ଭଲ ରହିଛି । ମାୟାର ସଂଶୟ ଆସିଲେ ଭଲ ଭଲ ଗୀତ ଶୁଣିଲେ ମନ ଖୁସି ହୋଇଯାଇଥାଏ । ଯେପରି ପହଁରିବା ଶିଖିଲା ବେଳେ ତ ପ୍ରଥମେ ଉବୁଟୁବୁ ହୋଇଥା’ନ୍ତି ପରେ ଶିଖି ପକାନ୍ତି । ଏଠାରେ ମଧ୍ୟ ମାୟାର ଶଙ୍କା ବହୁତ ଆସିଥାଏ । ପହଁରାଳି ତ ବହୁତ ଥା’ନ୍ତି । ସେମାନଙ୍କର ମଧ୍ୟ ପ୍ରତିଯୋଗିତା ହୋଇଥାଏ, ସେହିପରି ତୁମର ବି ପ୍ରତିଯୋଗିତା ହେଉଛି ସେ ପାରିକୁ ଯିବା ପାଇଁ । ମୋତେ ମନେ ପକାଇବାକୁ ହେବ । ମନେ ପକାଇ କରୁ ନାହଁ ତ ବ୍ୟର୍ଥ ସଂକଳ୍ପ ଆସୁଛି । ବାବା କହୁଛନ୍ତି ଯେ - ୟାଦର ଯାତ୍ରା ଦ୍ୱାରା ହିଁ ତୁମର ନୌକା ପାର ହେବ, ତୁମେ ସେପାରିକୁ ଚାଲିଯିବ । ପହଁରାଳି କେହି କେହି ବହୁତ ନିପୁଣ ଥା’ନ୍ତି, କେହି କମ୍ । ଏଠାରେ ବି ଏହିଭଳି ଅଛନ୍ତି । ବାବାଙ୍କ ପାଖକୁ ଚାର୍ଟ ପଠାଇ ଦେଇଥା’ନ୍ତି । ବାବା ନିରୀକ୍ଷଣ କରିଥା’ନ୍ତି ଯେ ଯୋଗର ଚାର୍ଟକୁ ଇଏ ଠିକ୍ ଭାବରେ ବୁଝିଛନ୍ତି ବା ଭୁଲ୍ ବୁଝିଛନ୍ତି । କେହି କେହି ଦେଖାଇଥାନ୍ତି ଯେ - ଆମେ ସାରା ଦିନରେ ୫ ଘଣ୍ଟା ୟାଦରେ ରହିଲୁ । ମୁଁ ବିଶ୍ୱାସ କରୁ ନାହିଁ, ନିଶ୍ଚିତ ଭୁଲ୍ ହୋଇଛି । କିଏ ତ ଭାବିଥାନ୍ତି ଯେ ଆମେ ଯେତିକି ସମୟ ଏଠାରେ ପଢୁଛୁ ସେତିକି ସମୟ ତ ଚାର୍ଟ ଠିକ୍ ରହୁଛି । କିନ୍ତୁ ଏହା ମଧ୍ୟ ଠିକ୍ ନୁହେଁ । ବହୁତ ଅଛନ୍ତି ଏଠାରେ ବସି କରି ଶୁଣୁଥିଲେ ବି ବୁଦ୍ଧି ବାହାରକୁ କେଉଁ-କେଉଁ ଆଡକୁ ଚାଲିଯାଉଛି । ପୁରା ଶୁଣି ନଥା’ନ୍ତି । ଭକ୍ତିମାର୍ଗରେ ଏଭଳି ପ୍ରକାର ହୋଇଥାଏ । ସନ୍ନ୍ୟାସୀ ଲୋକମାନେ କଥା ଶୁଣାଇଥା’ନ୍ତି ପୁଣି ମଝି-ମଝିରେ ପଚାରିଥା’ନ୍ତି ମୁଁ କ’ଣ ଶୁଣାଇଲି? ଯଦି ଦେଖନ୍ତି କେହି ଅନ୍ୟମନସ୍କ ହୋଇ ବସିଛନ୍ତି ତେବେ ପଚାରିଥା’ନ୍ତି ପୁଣି କିଛି କହିପାରନ୍ତି ନାହିଁ । ବୁଦ୍ଧି କୁଆଡେ ନା କୁଆଡେ ଚାଲିଯାଇଥାଏ । ଗୋଟିଏ ଅକ୍ଷର ବି ଶୁଣନ୍ତି ନାହିଁ । ଏଠାରେ ବି ଏଭଳି ଅଛନ୍ତି । ବାବା ଦେଖୁଛନ୍ତି - ଏହାଙ୍କର ବୁଦ୍ଧି କେଉଁ ଆଡେ ଭ୍ରମିତ ହେଉଛି । ଇଆଡେ ସେଆଡେ ବାହାରକୁ ଦେଖୁଛନ୍ତି । ଏଭଳି ବି କେହି-କେହି ନୂଆ ଆସିଥା’ନ୍ତି । ବାବା ବୁଝିଯାଆନ୍ତି ଯେ ପୁରା ବୁଝିନାହାଁନ୍ତି । ଏଣୁ ବାବା କହିଥାନ୍ତି ଯେ ନୂଆ ନୂଆକୁ ଶୀଘ୍ର ଏଠାକୁ କ୍ଲାସ୍‌କୁ ଆସିବାକୁ ଅନୁମତି ଦିଅ ନାହିଁ । ନଚେତ୍ ବାୟୁମଣ୍ଡଳକୁ ଖରାପ କରିଦେବେ । ଆଗକୁ ଗଲେ ତୁମେ ଦେଖିବ ଯିଏ ଯୋଗଯୁକ୍ତ ସନ୍ତାନ ହୋଇଥିବେ ଏଠାରେ ବସି ଥାଉ ଥାଉ ବୈକୁଣ୍ଠକୁ ଚାଲିଯିବେ । ବହୁତ ଖୁସୀ ଲାଗୁଥିବ । ଘଡି ଘଡି ଚାଲିଯିବେ । ଏବେ ସମୟ ନିକଟବର୍ତ୍ତୀ ହୋଇଗଲାଣି । କ୍ରମାନ୍ୱୟରେ ପୁରୁଷାର୍ଥ ଅନୁସାରେ ତୁମର ଅବସ୍ଥା ଏହିପରି ହୋଇଯିବ । ଘଡି-ଘଡି ସ୍ୱର୍ଗରେ ନିଜର ମହଲ ଦେଖିବ । ଯାହା କିଛି ଶିଖାଇବାକୁ ଥିବ, କରିବାକୁ ଥିବ ତାହାର ସାକ୍ଷାତ୍‌କାର ହେବାକୁ ଲାଗିବ । ସମୟକୁ ତ ଦେଖୁଛ । କିପରି-କିପରି ତିଆରି ଚାଲିଛି । ବାବା କହୁଛନ୍ତି ଯେ - ଦେଖିବ କିପରି ଏକ ସେକେଣ୍ଡରେ ସମଗ୍ର ଦୁନିଆର ମନୁଷ୍ୟ ପାଉଁଶ ହୋଇ ମିଶିଯିବେ । ବମ୍ ପକାଇବା ମାତ୍ରେ ଏହା ସବୁ ଖତମ ହୋଇଯିବ ।

ତୁମେ ପିଲାମାନେ ଜାଣୁଛ ଯେ ଏବେ ନିଜର ରାଜଧାନୀ ସ୍ଥାପନ ହେଉଛି । ଏବେ ତ ୟାଦର ଯାତ୍ରାରେ ମସ୍ତ ରହିବା ଦରକାର । ସେଭଳି ଧାର ହୋଇଯିବ ଯେପରିକି କାହାକୁ ବି ଦୃଷ୍ଟି ଦେଲେ ତୀର ଲାଗିଯିବ । ଅନ୍ତିମ ସମୟରେ ଭୀଷ୍ମ ପିତାମହ ଆଦିଙ୍କୁ ଯେପରି ତୁମେମାନେ ହିଁ ଜ୍ଞାନର ବାଣ ମାରିଥିଲ । ଶୀଘ୍ର ବୁଝିଯିବେ, ଏମାନେ ତ ସତ୍ୟ କହୁଛନ୍ତି । ଜ୍ଞାନର ସାଗର ପତିତ-ପାବନ ତ ହେଉଛନ୍ତି ନିରାକାର ଭଗବାନ । ଶ୍ରୀକୃଷ୍ଣ ହୋଇପାରିବେ ନାହିଁ । ତାଙ୍କର ତ ଜନ୍ମ ଦର୍ଶାଯାଇଛି । ଶ୍ରୀ କୃଷ୍ଣଙ୍କର ସେହି ଚେହେରା କେବେ ମିଳିପାରିବ ନାହିଁ । ପୁଣି ସତ୍ୟଯୁଗରେ ସେହି ଚେହେରା ମିଳିବ । ପ୍ରତ୍ୟେକ ଜନ୍ମରେ ପ୍ରତ୍ୟେକଙ୍କର ଚେହେରା ଅଲଗା ଅଲଗା ହୋଇଥାଏ । ଏହି ଡ୍ରାମାର ପାର୍ଟ ଏଭଳି ତିଆରି ହୋଇଛି । ସେଠାରେ ତ ଚେହେରା ସୌନ୍ଦର୍ଯ୍ୟ ପ୍ରାକୃତିକ ହୋଇଥାଏ । ଏବେ ତ ଦିନକୁ ଦିନ ଶରୀର ମଧ୍ୟ ତମୋପ୍ରଧାନ ହେବାକୁ ଚାଲିଛି । ପ୍ରଥମେ-ପ୍ରଥମେ ସତ୍ତ୍ୱପ୍ରଧାନ ପୁଣି ସତ୍ତ୍ୱ-ରଜୋ-ତମୋ ହୋଇଯାଇଥା’ନ୍ତି । ଏଠାରେ ତ ଦେଖ କିଭଳି-କିଭଳି ସନ୍ତାନମାନେ ଜନ୍ମ ନେଉଛନ୍ତି । କାହାର ଗୋଡ ଚଳୁ ନାହିଁ, କେହି ବାମନ ହୋଇଥା’ନ୍ତି । କ’ଣ-କ’ଣ ହୋଇଯାଉଛି । ସତ୍ୟଯୁଗରେ ଏପରି ହୋଇ ନ ଥାଏ । ସେଠାରେ ଦେବତାମାନଙ୍କର ଦାଢି ଆଦି ବି ନଥାଏ । କ୍ଲିନ୍‌ସେବ ହୋଇଥାଆନ୍ତି । ବିଲ୍‌କୁଲ୍ ଦୃଷ୍ଟି-ବୃତ୍ତିରୁ ଜଣାପଡିଥାଏ ଯେ ଇଏ ପୁରୁଷ, ଇଏ ସ୍ତ୍ରୀ ଅଟନ୍ତି । ଭବିଷ୍ୟତରେ ତୁମକୁ ବହୁତ ସାକ୍ଷାତ୍‌କାର ହେବ । ତୁମ ପିଲାମାନଙ୍କୁ କେତେ ଖୁସୀ ରହିବା ଦରକାର । ବାବା କଳ୍ପ କଳ୍ପ ଆସି ଆମକୁ ରାଜଯୋଗ ଶିଖାଇ ମନୁଷ୍ୟରୁ ଦେବତା କରୁଛନ୍ତି । ଏହା ବି ତୁମେ ପିଲାମାନେ ଜାଣୁଛ ଯେ ଅନ୍ୟ ଯେଉଁ ବି ଧର୍ମବଲମ୍ବୀ ଅଛନ୍ତି ସମସ୍ତେ ନିଜ-ନିଜ ବିଭାଗକୁ ଚାଲିଯିବେ । ଆତ୍ମାମାନଙ୍କର ବୃକ୍ଷ ବି ଦେଖାଇଥାନ୍ତି ନା । ଚିତ୍ରରେ ବହୁତ କରେକ୍‌ସନ୍ ହୋଇ ପରିବର୍ତ୍ତନ ହୋଇଯିବ । ଯେପରି ବାବା ସୂକ୍ଷ୍ମବତନ ବିଷୟରେ ଯାହା ବୁଝାଇଥା’ନ୍ତି, ସଂଶୟ ବୁଦ୍ଧି ତ କହିବେ ଏହା କ’ଣ? ପୂର୍ବେ ଏଭଳି କହୁଥିଲେ, ଏବେ ପୁଣି ଏମିତି କହୁଛନ୍ତି! ଲକ୍ଷ୍ମୀ-ନାରାୟଣଙ୍କର ଦୁଇ ରୂପକୁ ମିଶାଇ ବିଷ୍ଣୁ କୁହାଯାଏ । ବାକି ୪ ଭୂଜାଧାରୀ ମନୁଷ୍ୟ କ’ଣ ଥା’ନ୍ତି କି? ରାବଣର ୧୦ ମୁଣ୍ଡ ଦେଖାଇଥା’ନ୍ତି । ଏଭଳି କେହି ମନୁଷ୍ୟ ନ ଥା’ନ୍ତି । ପ୍ରତି ବର୍ଷ ଜଳାଇଥା’ନ୍ତି । ଯେପରି କଣ୍ଢେଇର ଖେଳ ।

ମନୁଷ୍ୟ କହିଥା’ନ୍ତି ଯେ - ଶାସ୍ତ୍ର ବ୍ୟତୀତ ଆମେ ବଞ୍ଚିପାରିବୁ ନାହିଁ । ଶାସ୍ତ୍ର ତ ହେଉଛ ଆମର ପ୍ରାଣ ଅଟେ । ଗୀତାର ଦେଖ କେତେ ମାନ୍ୟତା ରହିଛି । ଏଠାରେ ତ ତୁମ ପାଖରେ ମୁରଲୀ ଢେର ଏକାଠି ହୋଇଯାଉଛି । ତୁମେ ରଖି କ’ଣ କରିବ! ଦିନକୁ ଦିନ ତୁମେ ନୂଆ ନୂଆ କଥା ଶୁଣୁଛ । ହଁ ପଏଣ୍ଟସ୍ ନୋଟ୍ କରିବା ଭଲ ଅଟେ । ଭାଷଣ କରିବା ସମୟରେ ମନେ ପକାଇପାରିବ ଏହି ଏହି କଥା ବୁଝାଇବି । ବିଷୟବସ୍ତୁର ତାଲିକା ରହିବା ଦରକାର । ଆଜି ଏହି ବିଷୟ ଉପରେ ବୁଝାଇବି । ରାବଣ କିଏ, ରାମ କିଏ ଅଟନ୍ତି? ସତ୍ୟ କ’ଣ, ତାହା ଆମେ ଆପଣଙ୍କୁ ଶୁଣାଉଛୁ । ଏହି ସମୟରେ ରାବଣ ରାଜ୍ୟ ସମଗ୍ର ବିଶ୍ୱରେ ରହିଛି । ୫ ବିକାର ତ ସମସ୍ତଙ୍କ ଭିତରେ ରହିଛି । ବାବା ଆସି ପୁଣି ରାମରାଜ୍ୟର ସ୍ଥାପନା କରୁଛନ୍ତି । ଏହା ହାରିବା ଏବଂ ଜିତିବାର ଖେଳ । ହାରିବା କିପରି ହୋଇଥାଏ । ୫ ବିକାର ରୂପୀ ରାବଣ ଦ୍ୱାରା । ପୂର୍ବେ ପବିତ୍ର ଗୃହସ୍ଥ ଆଶ୍ରମ ଥିଲା । ସେମାନେ ଏବେ ପତିତ ହୋଇଯାଇଛନ୍ତି । ଲକ୍ଷ୍ମୀ-ନାରାୟଣରୁ ପୁଣି ବ୍ରହ୍ମା-ସରସ୍ୱତୀ । ବାବା ବି କହୁଛନ୍ତି ଯେ ମୁଁ ବ୍ରହ୍ମାଙ୍କର ବହୁତ ଜନ୍ମର ଅନ୍ତିମ ଶରୀରରେ ପ୍ରବେଶ କରୁଛି । ତୁମେ ବି କହିବ ଯେ ଆମେ ବି ବହୁତ ଜନ୍ମର ଅନ୍ତରେ ବାବାଙ୍କଠାରୁ ଜ୍ଞାନ ନେଉଛୁ । ଏହା ସବୁ ବୁଝିବାର କଥା ଅଟେ । କାହାର ଯଦି ମୋଟାବୁଦ୍ଧି ଥିଲେ ତ ବୁଝିପାରନ୍ତି ନାହିଁ । ଏଠାରେ ତ ରାଜଧାନୀ ସ୍ଥାପନ ହେଉଛି । ବହୁତ ଆସିଥିଲେ ପୁଣି ଚାଲିଗଲେ, ସେମାନେ ପୁଣି ଆସିଯିବେ । ପ୍ରଜାରେ ପାଇ ପଇସାର ପଦପ୍ରାପ୍ତି କରିବେ ଅର୍ଥାତ୍ ଅତି ଛୋଟ ପଦ ପାଇବେ । ତାହା ବି ତ ଦରକାର ନା । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସର୍ବଦା ଏହି ନଶାରେ ରୁହ ଯେ ଆମେ ଏବେ ଏହି ପାଠପଢାକୁ ସମ୍ପୂର୍ଣ୍ଣ କରି ମନୁଷ୍ୟରୁ ଦେବତା ତଥା ବିଶ୍ୱର ମାଲିକ ହେବୁ । ଆମ ରାଜ୍ୟରେ ପବିତ୍ରତା-ସୁଖ-ଶାନ୍ତି ସବୁ କିଛି ରହିବ । ତାକୁ କେହି ଛଡେଇ ନେଇପାରିବ ନାହିଁ ।

(୨) ଏ କୂଳରୁ ସେ କୂଳକୁ ଯିବା ପାଇଁ ଯୋଗ ଯାତ୍ରାରେ ଭଲ ପହଁରାଳି ଦେବାକୁ ପଡିବ । ମାୟା ଦ୍ୱାରା ଭ୍ରମିତ ହେବା ଅନୁଚତ୍ । ନିଜର ଯାଞ୍ଚ କରିବାକୁ ହେବ, ଯୋଗର ଚାର୍ଟକୁ ଯଥାର୍ଥ ଭାବେ ବୁଝି ଲେଖିବା ଦରକାର ।

ବରଦାନ:-
ପୁରୁଷାର୍ଥ ଏବଂ ପ୍ରାରବ୍ଧର ହିସାବକୁ ଜାଣି ତୀବ୍ରଗତିରେ ଆଗକୁ ବଢିଥିବା ନଲେଜଫୁଲ ଅର୍ଥାତ୍ ଜ୍ଞାନବାନ ଆତ୍ମା ହୁଅ ।

ପୁରୁଷାର୍ଥ ଦ୍ୱାରା ବହୁତ ସମୟର ପ୍ରାରବ୍ଧ ଜମା କରିବାର ଏହା ସମୟ । ତେଣୁ ନଲେଜଫୁଲ୍ ହୋଇ ତୀବ୍ରଗତିରେ ଆଗକୁ ବଢିଚାଲ । ଏଥିରେ ଏଭଳି ଭାବ ନାହିଁ ଯେ ଆଜି ନୁହେଁ ତ କାଲି ପରିବର୍ତ୍ତନ ହୋଇଯିବି । ଏହାକୁ ହିଁ ଅବହେଳା ପଣିଆ କୁହାଯାଏ । ଏବେ ପର୍ଯ୍ୟନ୍ତ ବାପଦାଦା ସ୍ନେହର ସାଗର ହୋଇ ସର୍ବ ସମ୍ବନ୍ଧର ସ୍ନେହରେ ପିଲାମାନଙ୍କର ଅବହେଳା ପଣିଆକୁ, ସାଧାରଣ ପୁରୁଷାର୍ଥକୁ ଦେଖି, ଶୁଣି ମଧ୍ୟ ଏକ୍ସଟ୍ରା ମାର୍କସ୍ ଦେଇ, ଆଗକୁ ବଢାଇ ଦେଉଛନ୍ତି । ତେଣୁ ଜ୍ଞାନବାନ ଆତ୍ମା ହୋଇ ସାହସ ଏବଂ ସାହାଯ୍ୟର ବିଶେଷ ବରଦାନର ଲାଭ ଉଠାଅ ।

ସ୍ଲୋଗାନ:-
ପ୍ରକୃତିର ଦାସ ହେଉଥିବା ଆତ୍ମାମାନେ ହିଁ ଉଦାସ ହୋଇଥାଆନ୍ତି, ସେଥିପାଇଁ ପ୍ରକୃତିଜିତ୍ ହୁଅ ।

ଅବ୍ୟକ୍ତ ଈଶାରେ - ଯଦି ସହଜଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ ।

ଯେପରି କେହି ଯଦି ସାଗରରେ ବୁଡି ରହିଥାଏ ସେହି ସମୟରେ ତା’କୁ ସାଗର ବ୍ୟତୀତ ଅନ୍ୟ କିଛି ବି ଦେଖାଯାଏ ନାହିଁ । ତେଣୁ ବାବା ଅର୍ଥାତ୍ ସର୍ବଗୁଣର ସାଗର ଭିତରେ ବୁଡିଯିବା ବା ମିଶିଯିବାକୁ ହିଁ ଲଭଲୀନ ସ୍ଥିତି କୁହାଯାଏ । ତେଣୁ ବାବାଙ୍କ ଭିତରେ ବୁଡିଯିବାର ନାହିଁ କିନ୍ତୁ ବାବାଙ୍କର ସ୍ମୃତିରେ ଏବଂ ବାବାଙ୍କର ସ୍ନେହରେ ବୁଡି ରହିବାକୁ ହେବ ।