19.08.26          Morning Odia Murli         Om Shanti         BapDada       Madhuban


“ମଧୁର ସନ୍ତାନଗଣ : - ତୁମକୁ ବର୍ତ୍ତମାନ ଆତ୍ମିକ କାରବାର କରିବାକୁ ହେବ, ଆତ୍ମା ଭାବି ସବୁ କର୍ମ କଲେ ଆତ୍ମା ନିର୍ବିକାରୀ ହୋଇ ଚାଲିଥାଏ ।”

ପ୍ରଶ୍ନ:-
ସ୍ୱର୍ଗର ସମ୍ପତ୍ତି ନେବାର ଏବଂ ସ୍ୱର୍ଗରେ ଉଚ୍ଚପଦ ପାଇବାର ଆଧାର କ’ଣ?

ଉତ୍ତର:-
ବ୍ରହ୍ମାକୁମାର/କୁମାରୀ ହୋଇଗଲେ ସ୍ୱର୍ଗର ସମ୍ପତ୍ତି ମିଳିଯିବ । କିନ୍ତୁ ଉଚ୍ଚପଦର ଆଧାର ହେଲା ପାଠପଢ଼ା । ଯଦି ବାବାଙ୍କର ହୋଇ ଭଲ ଭାବରେ ପାଠ ପଢ଼ିଲେ, ସମ୍ପୂର୍ଣ୍ଣ ପବିତ୍ର ହେଲେ ତେବେ ରାଜପଦ ମିଳିଥାଏ । କେହି କେହି ପୁରା ପଢ଼ୁନାହାଁନ୍ତି, କର୍ମବନ୍ଧନ ଅଛି, ପୁରା ପବିତ୍ର ହୋଇନାହାଁନ୍ତି ଏବଂ ଶରୀର ଛାଡ଼ି ଦେଲେ, ତେବେ ପ୍ରଜାରେ ବି ସାଧାରଣ ପଦ ପାଇବେ ।

ଓମ୍ ଶାନ୍ତି ।
ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ପିତା ବୁଝାଉଛନ୍ତି । ଏଠାରେ ଆତ୍ମିକ କାରବାର ଚାଲିଛି । ବାକି ସାରା ଦୁନିଆରେ ଦୈହିକ କାରବାର ରହିଛି । ବାସ୍ତବରେ କାରବାର ଚାଲେ ଆତ୍ମାମାନଙ୍କର । ଆତ୍ମା ହିଁ ଏହି ଶରୀର ଦ୍ୱାରା ପଢ଼େ, ଚାଲେ, ବିକର୍ମ କରେ ଏଥିପାଇଁ ପତିତ-ଆତ୍ମା, ପାପ-ଆତ୍ମା କୁହାଯାଏ । ଆତ୍ମା ହିଁ ସବୁକିଛି କରିଥାଏ । ଏହି ସମୟରେ ସବୁ ମନୁଷ୍ୟ ମାତ୍ରକେ ଦେହ-ଅଭିମାନୀ ଅଟନ୍ତି, ମୁଁ ଆତ୍ମା ଭାବିବା ବଦଳରେ, ଭାବୁଛନ୍ତି ମୁଁ ଅମୁକ ଅଟେ । ଏହି ବ୍ୟବସାୟ କରୁଛି । ଅମୁକ କାମି, କ୍ରୋଧୀ ଅଟେ । ଶରୀରର ହିଁ ନାମ ନେଇଥାନ୍ତି । ଏହାକୁ କୁହାଯାଏ ଦେହ-ଅଭିମାନୀ ଦୁନିଆ, ନିମ୍ନଗାମୀ ହେବାର ଦୁନିଆ । ସତ୍ୟଯୁଗରେ ଏପରି ହୁଏ ନାହିଁ । ସେଠାରେ ଦେହି-ଅଭିମାନୀ ହୋଇଥା’ନ୍ତି । ତୁମକୁ ଦେହି-ଅଭିମାନୀ କରାଯାଉଛି । ନିଜକୁ ଆତ୍ମା ନିଶ୍ଚୟ କର । ମୁଁ ଆତ୍ମା ଏହି ଶରୀର ରୂପୀ ବସ୍ତ୍ର ଧାରଣ କରି ଅଭିନୟ କରୁଛି । ସେହି ଅଭିନେତାମାନେ ମଧ୍ୟ ଭିନ୍ନ ଭିନ୍ନ ବସ୍ତ୍ର ବଦଳାଇ ଅଭିନୟ କରିଥା’ନ୍ତି । ବାବା କହୁଛନ୍ତି - ତୁମେ ଆତ୍ମାମାନେ ପ୍ରଥମେ ଶାନ୍ତିଧାମରେ ଥିଲ । ତୁମମାନଙ୍କର ଘର ହେଉଛି ଶାନ୍ତିଧାମ । ଯେପରି ହଦର (ଦୁନିଆର) ନାଟକ ରହିଛି, ଏହା ପୁଣି ହେଉଛି ବେହଦର ନାଟକ । ସବୁ ଆତ୍ମାମାନେ ପରମଧାମରୁ ଆସି, ଶରୀର ଧାରଣ କରି ଅଭିନୟ କରନ୍ତି । ଆତ୍ମାମାନଙ୍କର ପ୍ରକୃତ ଘର ହେଉଛି ପରମଧାମ । ସେହି ଅଭିନେତାମାନଙ୍କର ଘର ତ ଏହିଠାରେ । କେବଳ ବସ୍ତ୍ର ବଦଳାଇ ଆସି ଅଭିନୟ କରିଥା’ନ୍ତି । ତେବେ ବାବା ବସି ବୁଝାଉଛନ୍ତି, ତୁମେମାନେ ଆତ୍ମା ଅଟ । ବାବା ତ ବଚ୍ଚେ-ବଚ୍ଚେ ହିଁ କହିବେ । ସନ୍ନ୍ୟାସୀ ବଚ୍ଚେ-ବଚ୍ଚେ କହିବେ ନାହିଁ । ବାବା କହୁଛନ୍ତି - ମୁଁ ପତିତ-ପାବନ ତୁମ ସବୁ ଆତ୍ମାମାନଙ୍କର ପିତା ଅଟେ, ଯାହାକୁ ତୁମେ ‘ଗଡ୍ ଫାଦର୍‌’ ଅର୍ଥାତ୍ ଈଶ୍ୱର ପିତା ବୋଲି କହୁଛ । ଗଡ୍ ଫାଦର୍‌’ ତ ନିରାକାର ଅଟନ୍ତି । ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କୁ ମଧ୍ୟ ‘ଗଡ୍ ଫାଦର୍‌’ କୁହାଯିବ ନାହିଁ । ତାଙ୍କ ଭିତରେ ମଧ୍ୟ ଆତ୍ମା ଅଛି କିନ୍ତୁ ତାଙ୍କୁ ବ୍ରହ୍ମା ଦେବତା ନମଃ, ବିଷ୍ଣୁ ଦେବତା ନମଃ .... ଦେବତାମାନେ କ’ଣ କରିଥା’ନ୍ତି? ଏହା କାହାକୁ ଜଣା ନାହିଁ । ବାବା ହିଁ ଆସି ବୁଝାଉଛନ୍ତି - ତୁମେ କିପରି ନାଟକ ଅନୁସାରେ ଅଭିନୟ କରୁଛ । ଦୁନିଆ ଗୋଟିଏ ହିଁ ଅଟେ । ଏପରି ନୁହେଁ ତଳେ ପାତାଳରେ ବା ଉପରେ ଦୁନିଆ ରହିଛି । ଦୁନିଆ ଗୋଟିଏ ହିଁ ଅଟେ, ଯାହାର ଚକ୍ର ଘୂରି ଚାଲିଛି । ଲୋକମାନେ ତ କହୁଛନ୍ତି ଚନ୍ଦ୍ରରେ ଜାଗା ନେବେ । ବାବା ବୁଝାଉଛନ୍ତି ସନ୍ତାନମାନେ, ତୁମେ କେତେ ଦେବାଳିଆ ହୋଇଯାଇଛ । ଭାରତବାସୀଙ୍କ ପାଇଁ ହିଁ କହୁଛନ୍ତି, ତୁମେ କେତେ ସାହୁକାର ବୁଦ୍ଧିମାନ ଥିଲ । ଏହି ଲକ୍ଷ୍ମୀ-ନାରାୟଣଙ୍କର ସମଗ୍ର ବିଶ୍ୱ ଉପରେ ରାଜତ୍ୱ ଥିଲା, ଯାହାକୁ କେହି ଲୁଟିପାରନ୍ତି ନାହିଁ । ସେଠାରେ କୌଣସି ପାର୍ଟିସନ୍ (ଭାଗବାଣ୍ଟ) ଆଦି ହେଉ ନ ଥିଲା । ଏଠାରେ ତ କେତେ ଭାଗବାଣ୍ଟ ହେଉଛି । ପରସ୍ପର ମଧ୍ୟରେ ଛୋଟ ଛୋଟ ଖଣ୍ଡ ପାଇଁ ଲଢ଼େଇ କରୁଛନ୍ତି । ତୁମେ ସମଗ୍ର ବିଶ୍ୱର ମାଲିକ ଥିଲ । ସମଗ୍ର ଆକାଶ, ପୃଥିବୀ, ସମୁଦ୍ର ସବୁ ତୁମର ଥିଲା, ତୁମେ ତାହାର ମାଲିକ ଥିଲ । ଏବେ ତ ଖଣ୍ଡ ଖଣ୍ଡ ହୋଇଯାଇଛି । ଏହା କାହାକୁ ଜଣାନାହିଁ ଯେ, ଭାରତ ହିଁ ବିଶ୍ୱର ମାଲିକ ଥିଲା ।

ବାବା ବୁଝାଉଛନ୍ତି, ଆତ୍ମାକୁ ଯେଉଁ ପାର୍ଟ ବା ଅଭିନୟ ମିଳିଛି ତାହା କେବେ ଘସରା ହୁଏ ନାହିଁ, ଚାଲିଥାଏ । ଏବେ ତୁମେ ପୁଣି ମନୁଷ୍ୟରୁ ଦେବତା ହେଉଛ । ପୁଣି ୮୪ ଜନ୍ମ ନେବ । ତୁମର ଅଭିନୟ ଚାଲୁ ହିଁ ଥିବ, କେବେ ବନ୍ଦ ହେବ ନାହିଁ । କେହି ମୋକ୍ଷ ଆଦି ପାଆନ୍ତି ନାହିଁ । ଯେତେ ଅନେକ ଗୁରୁ, ଅନେକ ଶାସ୍ତ୍ର, ସେତେ ଅନେକ ମତ ହୋଇଥାଏ । ମନୁଷ୍ୟମାନଙ୍କ ଭିତରେ କେତେ ଅଶାନ୍ତି ରହିଛି । ଯେଉଁଠିକି ବି ଯାଅ କହିବେ ମନକୁ ଶାନ୍ତି କେମିତି ମିଳିବ । ଏହି କଥା ଦେହ-ଅଭିମାନରେ ଆସି କହିଥା’ନ୍ତି । ବାବା ବୁଝାଉଛନ୍ତି ମନ ଓ ବୁଦ୍ଧି - ଏହା ହେଉଛି ଆତ୍ମାର ଅଙ୍ଗ-ପ୍ରତ୍ୟଙ୍ଗ । ବାକି ଏସବୁ ଶରୀରର ଇନ୍ଦ୍ରିୟ ଅଟନ୍ତି । ଆତ୍ମା କହୁଛି ମୋ ମନକୁ ଶାନ୍ତି କେମିତି ମିଳିବ । ବାସ୍ତବରେ ଏହା କହିବା ଭୁଲ । ତୁମେ ଆତ୍ମା ଅଟ, ତୁମର ସ୍ୱଧର୍ମ ଶାନ୍ତି ଅଟେ । ତୁମେ ଏମିତି କୁହ ଯେ, ମୁଁ ଆତ୍ମା ମୋତେ ଶାନ୍ତି କେମିତି ମିଳିବ । ଏହି କର୍ମେନ୍ଦ୍ରିୟ ଦ୍ୱାରା କର୍ମ ତ କରିବାକୁ ପଡ଼ିବ । ଏକଥା ବାବା ବସି ବୁଝାଉଛନ୍ତି । ଦୁନିଆରେ ଏହି ଜ୍ଞାନ କାହାରି ପାଖରେ ନାହିଁ । ତାହା ହେଉଛି ଭକ୍ତି ମାର୍ଗ । ଦୁନିଆରେ କାହାକୁ ଜ୍ଞାନ ବିଷୟରେ କିଛି ଜଣା ନାହିଁ । ଜ୍ଞାନ ତ କେବଳ ଜଣେ ବାବା ହିଁ ଦେଉଛନ୍ତି । ବାବା ସ୍ୱୟଂ କହୁଛନ୍ତି, ଯେ ମୁଁ କଳ୍ପ-କଳ୍ପ, କଳ୍ପର ସଙ୍ଗମଯୁଗରେ ଆସୁଛି । କଳିଯୁଗର ଅନ୍ତିମ ସମୟରେ ସମସ୍ତେ ପତିତ ହୋଇଯାଇଛନ୍ତି । ଏହା ହେଉଛି ରାବଣ ରାଜ୍ୟ, ରାବଣକୁ ଭାରତବାସୀମାନେ ହିଁ ଜଳାଇଥାଆନ୍ତି । ବାବା ପତିତ-ପାବନଙ୍କର ଜନ୍ମ ମଧ୍ୟ ଭାରତରେ ହୋଇଥାଏ ଏବଂ ରାବଣର ଜନ୍ମ ବି ଏହିଠାରେ ହୋଇଥାଏ । ରାବଣ ଯିଏ କି ସମସ୍ତଙ୍କୁ ପତିତ କରିଦେଇଥାଏ, ସେଥିପାଇଁ ତାକୁ ଜଳାଇଥା’ନ୍ତି । ଏହି କଥା କାହାରି ବୁଦ୍ଧିରେ ନାହିଁ ।

ଏବେ ଭାରତରେ ଶ୍ରୀକୃଷ୍ଣ ଜୟନ୍ତୀ ପାଳନ କରୁଛନ୍ତି । ଶ୍ରୀକୃଷ୍ଣଙ୍କର ଲୀଳା, ଭଜନ ଆଦି କରୁଛନ୍ତି । ଏବେ ବାବା କହୁଛନ୍ତି - ବାସ୍ତବରେ ଶ୍ରୀକୃଷ୍ଣଲୀଳା ବୋଲି କିଛି ହିଁ ନାହିଁ । ଶ୍ରୀକୃଷ୍ଣ କ’ଣ କଲେ! କୁହନ୍ତି କଂସପୁରୀରେ ଜନ୍ମ ନେଲେ । ତେବେ କଂସକୁ ତ ଅସୁର କୁହାଯାଏ । ସତ୍ୟଯୁଗରେ ଅସୁର କେଉଁଆଡ଼ୁ ଆସିଲେ । ତୁମେ ଜାଣିଛ ଶ୍ରୀକୃଷ୍ଣଙ୍କର ଆତ୍ମା ଯିଏ ସତ୍ୟଯୁଗରେ ଥିଲେ ସେ ନିଜର ୮୪ ଜନ୍ମ ଭୋଗ କରି ବର୍ତ୍ତମାନ ପତିତରୁ ପାବନ ହେଉଛନ୍ତି । ନିଜର ପଦବୀ ପୁଣି ନେଉଛନ୍ତି । ଏମିତି ବି ତୁମେ କୃଷ୍ଣପୁରୀର ନିବାସୀ ଥିଲ । ୮୪ ଜନ୍ମ ନେଇ ଏବେ ପୁଣି ନିଜର ପଦବୀ ନେଉଛ । ବାସ୍ତବରେ ଜୟନ୍ତୀ ଶିବବାବାଙ୍କର ପାଳନ ହେବା କଥା । ଯେଉଁ ଶିବବାବା ସମସ୍ତଙ୍କୁ ନର୍କରୁ ସ୍ୱର୍ଗକୁ ନେଇ ଯାଇଥା’ନ୍ତି, ତାଙ୍କର କିଛି ଲୀଳା ହିଁ ନାହିଁ । କୁହନ୍ତି ଯେ ହେ ପତିତ-ପାବନ ବାବା ଆସ, ଆସି ଆମକୁ ନର୍କରୁ ସ୍ୱର୍ଗକୁ ନେଇଚାଲ । ଆପଣ ଆମର ପିତା ତେଣୁ ଆମେ ସ୍ୱର୍ଗରେ ରହିବା କଥା, ଆମେ ଏହି ପତିତ ଦୁନିଆରେ କାହିଁକି ଅଛୁ? ସେଥିପାଇଁ ଡାକିଥା’ନ୍ତି ହେ ‘ଗଡ୍ ଫାଦର୍‌’ ଆମକୁ ଏହି ଦୁଃଖ ଦୁନିଆରୁ ଉଦ୍ଧାର କର । ଏହା ମଧ୍ୟ ନାଟକରେ ନିଧାର୍ଯ୍ୟ ରହିଛି । ବାବା କହୁଛନ୍ତି ଏହି ନାଟକକୁ କେହି ଜାଣନ୍ତି ନାହିଁ । ଶାସ୍ତ୍ରରେ ନାଟକର ଆୟୁ ବହୁତ ଲମ୍ବା କରି ଲେଖିଦେଇଛନ୍ତି । ନୂଆ ଦୁନିଆକୁ ପୁରୁଣା ହେବାକୁ ହିଁ ହେବ । ସତୋ, ରଜୋ, ତମୋରେ ଆସିବାକୁ ହିଁ ହେବ । ଏହା ହେଲା ବେହଦର (ଅସୀମିତ) କଥା । ଏବେ ତୁମେ ପୁଣି ବିଶ୍ୱର ମାଲିକ ହେଉଛ । ଭାରତବାସୀ ଯିଏ ନୂଆ ଦୁନିଆରେ ଥିଲେ, ସେହିମାନେ ୮୪ ଜନ୍ମ ଅଭିନୟ କରିବେ । ଏବେ ତୁମେ ପବିତ୍ର ହେଉଛ, ବାକି ସବୁ ମନୁଷ୍ୟ ପତିତ ଅଟନ୍ତି, ସେଥିପାଇଁ ତ ପବିତ୍ର ଆତ୍ମାଙ୍କ ପାଖକୁ ଯାଇ ପୂଜା କରୁଛନ୍ତି । ପବିତ୍ରକୁ ପବିତ୍ର ଆତ୍ମା କ’ଣ ପାଇଁ ପୂଜା କରିବେ । ସନ୍ନ୍ୟାସୀ ପବିତ୍ର ଅଟନ୍ତି, ତେଣୁ ତ ପତିତ ମନୁଷ୍ୟ ତାଙ୍କ ଆଗରେ ମୁଣ୍ଡ ନୁଆଁଇଥାଏ । କନ୍ୟା ପବିତ୍ର, ତେଣୁ ସମସ୍ତେ ତା’ ଆଗରେ ମୁଣ୍ଡ ନୁଆଁଇଥାଆନ୍ତି । ସେହି କନ୍ୟା ବିବାହ କରି ଶଶୁର ଘର ଗଲେ ତାକୁ ସମସ୍ତଙ୍କ ଆଗରେ ମୁଣ୍ଡ ନୁଆଁଇବାକୁ ପଡିଥାଏ । ଏବେ ବେହଦର ବାବା ଆସିଛନ୍ତି ସମସ୍ତଙ୍କୁ ପବିତ୍ର କରିବା ପାଇଁ । ସେମାନେ ସମସ୍ତେ କଳିଯୁଗରେ ଅଛନ୍ତି । ତୁମେ ଏବେ ସଙ୍ଗମଯୁଗରେ ଅଛ । ଏବେ ତୁମକୁ ପତିତ ଦୁନିଆକୁ ଯିବାର ନାହିଁ । ଏହା ହିଁ ହେଲା କଲ୍ୟାଣକାରୀ ଯୁଗ । ବାବା ଆସି ସମସ୍ତଙ୍କର କଲ୍ୟାଣ କରୁଛନ୍ତି । ତୁମେ ଏବେ ଶ୍ରୀକୃଷ୍ଣ ଜୟନ୍ତୀ ପାଳନ କରିବ, ନ ହେଲେ ଲୋକମାନେ ଭାବିବେ ଏମାନେ ତ ନାସ୍ତିକ ଅଟନ୍ତି । ନାସ୍ତିକ ବାସ୍ତବରେ ତାଙ୍କୁ କୁହାଯାଏ ଯେଉଁମାନେ ବାବାଙ୍କୁ ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣନ୍ତି ନାହିଁ । ଏହି ସମୟରେ ସମସ୍ତେ ବାପ ଛେଉଣ୍ଡ (ଅନାଥ) ହୋଇଯାଇଛନ୍ତି । ଘରେ ଘରେ ଝଗଡ଼ା, ଜଣେ ଜଣଙ୍କୁ ମାରିବାକୁ ଡେରି କରୁନାହାଁନ୍ତି । ସେଥିପାଇଁ ଏହାକୁ ନାସ୍ତିକମାନଙ୍କ ଦୁନିଆ କୁହାଯାଉଛି, ଯେଉଁଠାରେ ବାବାଙ୍କୁ ଜାଣି ନାହାଁନ୍ତି । ତୁମେ ବାବାଙ୍କୁ ଜାଣିଛ । ଏବେ ତୁମେ ବୁଝୁଛ ଯେ ଆମେ ପଥର ବୁଦ୍ଧି ଥିଲୁ, ବାବା ଆସି ଆମକୁ ପାରସ ବୁଦ୍ଧି କରୁଛନ୍ତି ଆଉ କିଛି କଷ୍ଟର କଥା ନାହିଁ । ବାବା କେବଳ କହୁଛନ୍ତି ଗୋଟିଏ ଘଣ୍ଟା ପଢ଼ । ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ । ଶରୀରକୁ ମନେ ପକାଇବ ତ ଲୌକିକ ସମ୍ବନ୍ଧୀମାନେ ମନେ ପଡ଼ିବେ । ଦେହୀ-ଅଭିମାନୀ ହେଲେ ମୁଁ ମନେପଡ଼ିବି । ଏହା ତ ପତିତ ଦୁନିଆ । ବିଷୟ ସାଗରରେ ଉବୁଟୁବୁ ହେଉଛନ୍ତି । ବିଷ୍ଣୁଙ୍କୁ କ୍ଷୀର ସାଗରରେ ଦେଖାଇଥାଆନ୍ତି । କୁହନ୍ତି ସେଠାରେ ଘିଅର ନଦୀ ବହିଥାଏ । ଏଠାରେ ତ କିରୋସିନ ବି ମିଳୁନାହିଁ । ଅନ୍ତର ରହିଛି ନା । ତେବେ ତୁମ ପିଲାମାନଙ୍କୁ କେତେ ଖୁସି ହେବା ଉଚିତ୍ । ବାବା ହିଁ ନାଉରିଆ ନା । ଗାୟନ କରନ୍ତି “ନଉକା ମୋର ପାରି କରିଦିଅ” । ଏମାନେ ସବୁ ହେଲେ ନଉକା, ନାଉରିଆ ଏକ ବାବା ଅଟନ୍ତି । ଏହି ଶରୀରକୁ ଏଇଠାରେ ହିଁ ଛାଡ଼ିଦେବ । ବାକି ଆତ୍ମାମାନଙ୍କୁ ପାରି କରି ଶାନ୍ତିଧାମକୁ ନେଇଯିବେ । ସେଠାରୁ ପୁଣି ସୁଖଧାମକୁ ପଠାଇଦେବେ । ପରମପିତା ପରମାତ୍ମାଙ୍କୁ ହିଁ ନାଉରିଆ ବୋଲି କୁହାଯାଏ । ବାବାଙ୍କର ଅନେକ ପ୍ରକାରରେ ମହିମା ଗାୟନ କରିଥା’ନ୍ତି । ଏବେ ତୁମେ ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ହେଉଛ । ଶ୍ରୀ ଶ୍ରୀ ଶିବବାବା ଆସିଛନ୍ତି ଶ୍ରେଷ୍ଠ କରିବା ପାଇଁ । ନିଜେ ଭଗବାନ କହୁଛନ୍ତି ଏହା ଭ୍ରଷ୍ଟାଚାରୀ ଦୁନିଆ ଅଟେ । ଏବେ ତୁମେ ପରମପିତା ପରମାତ୍ମାଙ୍କର ଶ୍ରୀମତରେ ଚାଲି ଶ୍ରେଷ୍ଠାଚାରୀ ହେଉଛ । ଏହା କେତେ ଗୁପ୍ତ ଓ ରମଣିକ କଥା, ଯାହାକୁ ତୁମେ ପିଲାମାନେ ହିଁ ବୁଝି ପାରୁଛ । ଅନ୍ୟମାନେ ବୁଝି ପାରିବେ ନାହିଁ । ତୁମେ ଜାଣିଛ ଯେ ଏବେ ଦେବୀ ଦେବତା ଧର୍ମର ଚାରା ଲାଗୁଛି । ଯିଏ ବି ଦେବୀ-ଦେବତା ଧର୍ମବାଲା ଅନ୍ୟ ଧର୍ମକୁ ଚାଲିଯାଇଛନ୍ତି, ସେମାନେ ଆସି ପୁଣି ବ୍ରାହ୍ମଣ ହେବେ । ବ୍ରହ୍ମାକୁମାର-କୁମାରୀ ନ ହେଲେ ବାବାଙ୍କଠାରୁ ସ୍ୱର୍ଗର ବର୍ସା ନେଇ ପାରିବେ ନାହିଁ । ଏବେ ତୁମେ ବ୍ରହ୍ମାକୁମାର-କୁମାରୀମାନେ ସ୍ୱର୍ଗର ସମ୍ପତ୍ତି ନେଉଛ । ଯେତିକି ପୁରୁଷାର୍ଥ କରିବେ, କରାଇବେ ସେତିକି ଉଚ୍ଚ ପଦ ପାଇବେ । ସମସ୍ତେ ତ ଏତେ କରିପାରିବେ ନାହିଁ । ପୁରା ପଢ଼ିବେ ନାହିଁ ତ ତା’ର ଫଳାଫଳ କ’ଣ ହେବ । ଯଦି ଶରୀର ଚାଲିଯିବ ତେବେ ସ୍ୱର୍ଗକୁ ଆସିଯିବେ, ପରନ୍ତୁ ବିଲ୍‌କୁଲ୍ ସାଧାରଣ ପ୍ରଜା ହେବେ । ଯଦି ବାବାଙ୍କର ହୋଇ ଭ ଲଭାବରେ ପଢ଼ିବେ, ତେବେ ରାଜପଦ ପାଇପାରିବେ । ନ ପଢ଼ିଲେ ବୁଝାଯିବ ଯେ ତାଙ୍କ ଭାଗ୍ୟରେ ନାହିଁ । ପବିତ୍ର ରହିବେ, ପଢ଼ିବେ ତେବେ ଉଚ୍ଚପଦ ପାଇବେ । ଅପବିତ୍ର ହେଲେ ବାବାଙ୍କୁ ମନେପକାଇ ପାରିବେ ନାହିଁ । ଏମିତି ବି ବହୁତ ଅଛନ୍ତି - କର୍ମବନ୍ଧନର ହିସାବ ଛାଡିଲେ ମନେ ପକାଇବେ । ଗାଡ଼ିର ଦୁଇଟି ଚକ ପବିତ୍ର ହେଲେ ଠିକ୍ ଭାବେ ଚାଲିବ । ଦୁହେଁ ପବିତ୍ର ରହିବେ ତ ଜ୍ଞାନ ଚିତାରେ ବସିପଡ଼ିବେ, ନ ହେଲେ ଖିଟ୍‌ପିଟ୍ ବା ଝଗଡା ହୋଇଥାଏ ।

କେତେକ ପିଲା କହୁଛନ୍ତି ଯେ ଆମେ ତ ଜାଣିଛୁ ଶ୍ରୀକୃଷ୍ଣ ସତ୍ୟଯୁଗର ପ୍ରଥମ ରାଜକୁମାର, ତେବେ କ’ଣ ପାଇଁ କିଛି ପାଳନ ନ କରିବା । ଆଚ୍ଛା ଆମେ ଶ୍ରୀକୃଷ୍ଣଙ୍କ ଆତ୍ମାକୁ ମଧ୍ୟ ଡାକି ପାରିବା । ଆସି ଖେଳା ଖେଳି କରିବେ, ରାସ କରିବେ ଆଉ କ’ଣ କରିବେ । ଗୋପଗୋପୀ ତ ଏଇଠାରେ ହିଁ ଅଛନ୍ତି । ସେଠାରେ ତ ରାଜକୁମାର-ରାଜକୁମାରୀ ପରସ୍ପର ସହ ମିଶିଲେ, ରାସ କରିଥା’ନ୍ତି । ସୁନାର ମୁରଲୀ ବଜାଇଥା’ନ୍ତି । ଏସବୁ ଖେଳ ତୁମେ ପଛରେ ଦେଖିବ । ଏସବୁ ପାର୍ଟ ଚାଲିବ । ଆରମ୍ଭରେ ଦେଖାଇ ଥିଲେ, ତେଣୁ ତୁମେ ପୁରୁଷାର୍ଥରେ ଲାଗିଯାଇଛ । ଏବେ ପୁଣି ପଛରେ ସାକ୍ଷାତକାର ହେବା ଆରମ୍ଭ ହେବ । କିଏ-କିଏ କେଉଁ ପଦ ପ୍ରାପ୍ତ କରିବେ, ଏହା ତୁମେ ଜାଣିଛ । ବାବା ବସି ଏ ସବୁର ରହସ୍ୟ ବୁଝାଉଛନ୍ତି । ତୁମକୁ ପଚାରୁଛନ୍ତି ବେଦ, ଶାସ୍ତ୍ରକୁ ମାନୁଛ! କୁହ ହଁ, ଆମେ କ’ଣ ପାଇଁ ମାନିବୁ ନାହିଁ । ଏସବୁ ଭକ୍ତି-ମାର୍ଗର ସାମଗ୍ରୀ, ଏଥିରେ କିଛି ଜ୍ଞାନ ନାହିଁ । ଜ୍ଞାନଦାତା ତ ଜଣେ ଅଟନ୍ତି । ଜ୍ଞାନ ମିଳିଗଲେ ତ ଭକ୍ତି ଆପେ ଆପେ ଛାଡ଼ିଯାଏ । ତୁମେ ମନ୍ଦିରକୁ ଗଲେ, ବୁଦ୍ଧିରେ ରହିବ ଯେ ଲକ୍ଷ୍ମୀ-ନାରାୟଣ ପୁଣି ଏବେ ନୂଆ ଦୁନିଆରେ ରାଜତ୍ୱ କରିବେ ।

ବାବା ପିଲାମାନଙ୍କୁ ବୁଝାଉଛନ୍ତି, ଉଭୟ ପକ୍ଷରେ ସମ୍ବନ୍ଧ ରକ୍ଷା କରିବାକୁ ପଡ଼ିବ । ଗୃହସ୍ଥ ବ୍ୟବହାରରେ ରହି ପବିତ୍ର ହେବାକୁ ହେବ । ଶ୍ରୀମତ କହୁଛି ପୂରା ପବିତ୍ର ହୁଅ, ପୁରା ବୈଷ୍ଣବ ହୁଅ ଓ ବିଷ୍ଣୁପୁରୀର ରାଜ୍ୟ ନିଅ । ଆଚ୍ଛା!

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଯୋଗ ଦ୍ୱାରା କର୍ମବନ୍ଧନର ହିସାବ-କିତାବ ସମାପ୍ତ କରି, ପବିତ୍ର ହେବାକୁ ହେବ । ଜ୍ଞାନ ଚିତାରେ ବସିବାକୁ ହେବ । ପୁରା-ପୁରା ବୈଷ୍ଣବ ଅର୍ଥାତ୍ ପବିତ୍ର ହେବାକୁ ହେବ ।

(୨) ନିଜର ଶାନ୍ତ ସ୍ୱଧର୍ମରେ ସ୍ଥିତ ହୋଇ ରହିବାକୁ ହେବ । ସମସ୍ତଙ୍କୁ ଶାନ୍ତିଧାମର ସ୍ମୃତି ଦେବାକୁ ହେବ । କେବେ ବି ଅଶାନ୍ତ ହେବାର ନାହିଁ ।

ବରଦାନ:-
ଶବ୍ଦଠାରୁ ଉର୍ଦ୍ଧ୍ୱ ସ୍ଥିତିରେ ସ୍ଥିତ ହୋଇ ସର୍ବଗୁଣର ଅନୁଭବ କରୁଥିବା ମାଷ୍ଟର ବୀଜରୂପ ଭବ ।

ଯେପରି ବୀଜ ମଧ୍ୟରେ ସାରା ବୃକ୍ଷ ସମାହିତ ହୋଇ ରହିଥାଏ, ସେହିପରି ଶବ୍ଦଠାରୁ ଉର୍ଦ୍ଧ୍ୱରେ ରହିବାର ସ୍ଥିତିରେ ସଂଗମଯୁଗର ସମସ୍ତ ବିଶେଷତାଗୁଡିକ ଅନୁଭବ ହୋଇଥାଏ । ମାଷ୍ଟର ବୀଜରୂପ ହେବା ଅର୍ଥାତ୍ କେବଳ ଶାନ୍ତି ନୁହେଁ କିନ୍ତୁ ଶାନ୍ତି ସହିତ ଜ୍ଞାନ, ଅତିନ୍ଦ୍ରିୟ ସୁଖ, ପ୍ରେମ, ଆନନ୍ଦ, ଶକ୍ତି ଇତ୍ୟାଦି ସମସ୍ତ ମୁଖ୍ୟ ମୁଖ୍ୟ ଗୁଣଗୁଡିକୁ ଅନୁଭବ କରିବା । ଏହି ଅନୁଭବ ମଧ୍ୟ କେବଳ ନିଜକୁ ହୋଇ ନଥାଏ କିନ୍ତୁ ଅନ୍ୟ ଆତ୍ମାମାନେ ମଧ୍ୟ ତାଙ୍କର ଚେହେରା ଦ୍ୱାରା ସର୍ବଗୁଣର ଅନୁଭବ କରିଥାଆନ୍ତି । ତେବେ ସେହି ଗୋଟିଏ ଗୁଣ ଭିତରେ ସର୍ବଗୁଣ ସମାହିତ ହୋଇ ରହିଥାଏ ।

ସ୍ଲୋଗାନ:-
ଭଲକୁ ଧାରଣ କରି କିନ୍ତୁ ଭଲ ଉପରେ ପ୍ରଭାବିତ ହୋଇଯାଅ ନାହିଁ ।

ଅବ୍ୟକ୍ତ ଈଶାରା:- ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ ।

ପବିତ୍ରତା ତୁମ ବ୍ରାହ୍ମଣ ଆତ୍ମାମାନଙ୍କର ଅନାଦି-ଆଦି ସଂସ୍କାର ଅଟେ, ଏହି ସ୍ୱାଭାବିକ ସଂସ୍କାର ଦ୍ୱାରା ସ୍ୱପ୍ନରେ ତଥା ସଂକଳ୍ପରେ ମଧ୍ୟ ଅପବିତ୍ରତା ପ୍ରକଟ ନ ହେଉ । ସଂକଳ୍ପ ଆସୁଥିବ, ତୁମେ ବିଜୟୀ ହେଉଥିବ - ଏହାଠାରୁ ମଧ୍ୟ ଉର୍ଦ୍ଧ୍ୱରେ ପବିତ୍ରତାକୁ ସ୍ୱାଭାବିକ ସଂସ୍କାରରେ ପରିଣତ କରିଦିଅ, ଯାହାଦ୍ୱାରା ଏହି ବିଷୟରେ ଆଉ ପୁରୁଷାର୍ଥ କରିବାର ଆବଶ୍ୟକତା ରହିବ ନାହିଁ ।