19.10.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏବେ
ବିଦେହୀ ହେବାର ଅଭ୍ୟାସ କର, ନିଜର ଏହି ବିନାଶୀ ଦେହ ଠାରୁ ସ୍ନେହ ତୁଟାଇ ଏକମାତ୍ର ଶିବବାବାଙ୍କୁ
ହିଁ ପ୍ରେମ କର ।”
ପ୍ରଶ୍ନ:-
ଏହି ବେହଦର
ପୁରୁଣା ଦୁନିଆରୁ ଯେଉଁମାନଙ୍କର ବୈରାଗ୍ୟ ଆସିଯାଇଛି, ସେମାନଙ୍କର ଲକ୍ଷଣ କ’ଣ ହୋଇଥିବ?
ଉତ୍ତର:-
ସେମାନେ ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛନ୍ତି - ସେଗୁଡିକୁ ଦେଖି ନ ଦେଖିବା ଭଳି ରହିବେ ।
ସେମାନଙ୍କ ବୁଦ୍ଧିରେ ଏହି କଥା ରହିଥିବ ଯେ ଏସବୁ ବିନାଶ ହେବାକୁ ଯାଉଛି । ଏମାନେ ସମସ୍ତେ
ମରିପଡିଛନ୍ତି । ମୋତେ ତ ଶାନ୍ତିଧାମ, ସୁଖଧାମକୁ ଯିବାର ଅଛି । ସେମାନଙ୍କର ମମତ୍ୱ ଚାରିଆଡୁ
ତୁଟିବାକୁ ଲାଗିବ । ଯଦି ଯୋଗରେ ରହି କାହା ସହିତ କଥାବାର୍ତ୍ତା କରିବେ ତେବେ ସେମାନଙ୍କୁ ମଧ୍ୟ
ଆକର୍ଷଣ ହେବ । ସେମାନଙ୍କୁ ଜ୍ଞାନର ନିଶା ଚଢି ରହିଥିବ ।
ଗୀତ:-
ଓମ୍ ନମୋ ଶିବାୟ....
ଓମ୍ ଶାନ୍ତି ।
ବାବା କହୁଛନ୍ତି
- ମିଠେ ବଚ୍ଚେ ତୁମେମାନେ ଶିବବାବାଙ୍କୁ ଜାଣିଗଲଣି । ତେବେ ଏହି ଗୀତ ଗାଇବା ତ ଯେପରି
ଭକ୍ତିମାର୍ଗର ହୋଇଯାଉଛି । ଭକ୍ତମାନେ ଶିବାୟ ନମଃ ବି କହିଥାନ୍ତି, ମାତା-ପିତା ବି କହିଥାନ୍ତି,
କିନ୍ତୁ ତାଙ୍କୁ ଜାଣିନାହାଁନ୍ତି । ଶିବବାବାଙ୍କ ଠାରୁ ସ୍ୱର୍ଗର ବର୍ସା ମିଳିବା ଦରକାର ।
ତୁମମାନଙ୍କୁ ତ ବାବା ମିଳିଛନ୍ତି, ତାଙ୍କଠାରୁ ବର୍ସା ମିଳୁଛି ସେଥିପାଇଁ ତୁମେ ବାବାଙ୍କୁ ମନେ
ପକାଉଛ । ତୁମକୁ ହିଁ ଶିବବାବା ମିଳିଛନ୍ତି, ଦୁନିଆକୁ ମିଳିନାହିଁ । ଯେଉଁମାନଙ୍କୁ ଶିବବାବା
ମିଳିଛନ୍ତି ସେମାନେ ମଧ୍ୟ ଠିକ୍ ରୀତିରେ ଚାଲିପାରୁ ନାହାଁନ୍ତି । ବାବାଙ୍କର ନିର୍ଦ୍ଦେଶ ବହୁତ
ମିଠା ଅଟେ, ଆତ୍ମ-ଅଭିମାନୀ ହୁଅ, ଦେହୀ-ଅଭିମାନୀ ହୁଅ । ବାବା ଆତ୍ମାମାନଙ୍କ ସହିତ ହିଁ କଥା
ହେଉଛନ୍ତି । ଦେହୀ-ଅଭିମାନୀ ବାବା, ଦେହୀ-ଅଭିମାନୀ ପିଲାମାନଙ୍କ ସହିତ କଥା ହେଉଛନ୍ତି । ସିଏ ତ
ଜଣେ ହିଁ ଅଟନ୍ତି । ସିଏ ପୁଣି ମଧୁବନରେ ତୁମମାନଙ୍କ ସହିତ ବସିଛନ୍ତି । ତୁମେ ସନ୍ତାନମାନେ
ଜାଣିଛ ଯେ ବାସ୍ତବରେ ବାବା ଆସିଛନ୍ତି ହିଁ ପାଠ ପଢାଇବା ପାଇଁ । ଏହି ପାଠ ଶିବବାବାଙ୍କ ବ୍ୟତୀତ
ଆଉ କେହି ପଢାଇ ପାରିବେ ନାହିଁ । ନା ବ୍ରହ୍ମା, ନା ବିଷ୍ଣୁ ପଢାଇ ପାରିବେ । କେବଳ ବାବା ହିଁ ଆସି
ପତିତମାନଙ୍କୁ ପବିତ୍ର କରାଉଛନ୍ତି, ଅମରକଥା ଶୁଣାଉଛନ୍ତି । ତାହା ପୁଣି ଏହିଠାରେ ହିଁ ଶୁଣାଇବେ
ନା । ଅମରନାଥରେ ତ ଶୁଣାଇବେ ନାହିଁ ନା । ଏହା ହିଁ ଅମରକଥା ସତ୍ୟ ନାରାୟଣଙ୍କର କଥା ଅଟେ । ବାବା
କହୁଛନ୍ତି - ମୁଁ ତୁମମାନଙ୍କୁ ତ ଏହିଠାରେ ହିଁ ଶୁଣାଉଛି । ବାକି ଏସବୁ ହେଉଛି ଭକ୍ତିମାର୍ଗର
ଧକ୍କା । ସମସ୍ତଙ୍କର ସଦ୍ଗତି ଦାତା ରାମ ଏକମାତ୍ର ନିରାକାର ହିଁ ଅଟନ୍ତି । ସିଏ ହିଁ
ପତିତ-ପାବନ, ଜ୍ଞାନର ସାଗର, ଶାନ୍ତିର ସାଗର ଅଟନ୍ତି । ବାବା ସେତେବେଳେ ହିଁ ଆସିଥା’ନ୍ତି
ଯେତେବେଳେ ବିନାଶର ସମୟ ନିକଟତର ହୋଇଥାଏ । ସାରା ଜଗତର ଗୁରୁ ତ ଏକମାତ୍ର ପରମପିତା ପରମାତ୍ମା
ହିଁ ହୋଇପାରିବେ । ସିଏ ନିରାକାର ଅଟନ୍ତି ନା । ଦେବତାମାନଙ୍କୁ ମଧ୍ୟ ମନୁଷ୍ୟ କୁହାଯାଏ । କିନ୍ତୁ
ସେମାନେ ଦୈବୀଗୁଣଧାରୀ ମନୁଷ୍ୟ ଅଟନ୍ତି, ସେଥିପାଇଁ ସେମାନଙ୍କୁ ଦେବତା କୁହାଯାଉଛି । ତୁମକୁ ଏବେ
ଜ୍ଞାନ ମିଳିଛି । ଜ୍ଞାନମାର୍ଗରେ ନିଜର ଅବସ୍ଥାକୁ ବହୁତ ମଜବୁତ ରଖିବାକୁ ହେବ । ଯେତେ ଦୂର
ସମ୍ଭବ ବାବାଙ୍କୁ ମନେ ପକାଇବାକୁ ହେବ । ବିଦେହୀ ହେବାକୁ ପଡିବ । ପୁଣି ଦେହ ସହିତ ସ୍ନେହ
କାହିଁକି ରଖିବା! ବାବା ତୁମମାନଙ୍କୁ କହୁଛନ୍ତି ଶିବବାବାଙ୍କୁ ମନେ ପକାଅ ପୁଣି ବ୍ରହ୍ମାଙ୍କ
ପାଖକୁ ଆସ । ଲୋକମାନେ ତ ଭାବୁଛନ୍ତି ଏମାନେ ସମସ୍ତେ ଏହି ଦାଦାଙ୍କ ସହିତ ମିଶିବା ପାଇଁ ଯାଉଛନ୍ତି
। ଏକଥା ତ ତୁମେମାନେ ଜାଣିଛ ଯେ ଶିବବାବାଙ୍କୁ ମନେ ପକାଇ ଆମେ ତାଙ୍କ ସହିତ ମିଶୁଛୁ । ସେଠାରେ ତ
ନିରାକାରୀ ଆତ୍ମାମାନେ ହିଁ ରହିଛନ୍ତି, ଯେଉଁମାନେ କି ବିନ୍ଦୁ ଅଟନ୍ତି । ବିନ୍ଦୁ ସହିତ କେହି
ମିଶିପାରିବେ ନାହିଁ । ତେବେ ଶିବବାବାଙ୍କ ସହିତ କିପରି ମିଶିବେ ସେଥିପାଇଁ ଏଠାରେ ବୁଝାଯାଉଛି,
ହେ ଆତ୍ମାମାନେ ନିଜକୁ ଆତ୍ମା ଭାବି ବୁଦ୍ଧିରେ ଏହି କଥା ରଖ ଯେ ଆମେ ଶିବବାବାଙ୍କ ସହିତ ମିଶୁଛୁ
। ଏହା ତ ବଡ ଗୁପ୍ତ ରହସ୍ୟ ଅଟେ ନା । ଅନେକଙ୍କୁ ଶିବବାବାଙ୍କ ସ୍ମୃତି ରହି ନ ଥାଏ । ବାବା
ବୁଝାଉଛନ୍ତି ସର୍ବଦା ଶିବବାବାଙ୍କୁ ମନେ ପକାଅ । ଶିବବାବା ତୁମମାନଙ୍କ ସହିତ ମିଶିବା ପାଇଁ
ଆସୁଛନ୍ତି, ବାସ୍ ବାବା ତୁମମାନଙ୍କର ହୋଇଯାଇଛନ୍ତି । ଶିବବାବା ଏହାଙ୍କର ଶରୀରରେ ଆସି ଜ୍ଞାନ
ଶୁଣାଉଛନ୍ତି । ସିଏ ମଧ୍ୟ ନିରାକାର ଆତ୍ମା ଅଟନ୍ତି, ତୁମେ ବି ଆତ୍ମା ଅଟ । ଏକମାତ୍ର ବାବା ହିଁ
ଅଟନ୍ତି ଯିଏକି ପିଲାମାନଙ୍କୁ କହୁଛନ୍ତି ମୋତେ ମନେ ପକାଅ । ତେବେ ଏହାର ଅର୍ଥ ହେଲା ବୁଦ୍ଧି
ଦ୍ୱାରା ମନେ ପକାଅ । ଆମେମାନେ ବାବାଙ୍କ ପାଖକୁ ଆସିଛୁ । ବାବା ଏହି ପତିତ ଶରୀରରେ ଆସିଛନ୍ତି ।
ଆମେ ବାବାଙ୍କର ସମ୍ମୁଖକୁ ଆସିବା ଦ୍ୱାରା ହିଁ ଏହି ନିଶ୍ଚୟ କରୁଛୁ ଯେ ଶିବବାବା ଆମେ ଆପଣଙ୍କର
ହୋଇଯାଇଛୁ । ମୁରଲୀ ଗୁଡିକରେ ମଧ୍ୟ ଏହି କଥା ଶୁଣୁଛ ଯେ ମୋତେ ମନେ ପକାଅ ତେବେ ତୁମର ବିକର୍ମ
ବିନାଶ ହୋଇଯିବ ।
ତୁମେମାନେ ଜାଣିଛ ଯେ ଇଏ ସେହି ପତିତ-ପାବନ ବାବା ଅଟନ୍ତି । ସିଏ ସଚ୍ଚା-ସଚ୍ଚା ସତଗୁରୁ ଅଟନ୍ତି
। ଏବେ ତୁମ ପାଣ୍ଡବମାନଙ୍କର ପରମପିତା ପରମାତ୍ମାଙ୍କ ସହିତ ପ୍ରୀତିବୁଦ୍ଧି ରହିଛି । ବାକି
ସମସ୍ତଙ୍କର ତ କାହାରି ନା କାହାରି ସାଥିରେ ବିପରୀତ ବୁଦ୍ଧି ରହିଛି । ଯେଉଁମାନେ ଶିବବାବାଙ୍କର
ହେଉଛନ୍ତି ସେମାନଙ୍କର ତ ଖୁସିର ନିଶା ବହୁତ ଜୋରରେ ଚଢି ରହିବା ଦରକାର । ଯେତିକି ସମୟ ନିକଟତର
ହେଉଛି, ସେତିକି ଖୁସି ହେଉଛନ୍ତି । ଆମମାନଙ୍କର ଏବେ ୮୪ ଜନ୍ମ ପୂର୍ଣ୍ଣ ହେଲା । ଏବେ ଏହା ଆମର
ଅନ୍ତିମ ଜନ୍ମ । ଆମେ ଏବେ ଆମ ଘରକୁ ଯାଉଛୁ । ଏହି ସିଢିର ଚିତ୍ର ତ ବହୁତ ଭଲ, ଏଥିରେ ସବୁ କଥା
ସ୍ପଷ୍ଟ ଭାବେ ରହିଛି । ତେବେ ପିଲାମାନଙ୍କର ସାରା ଦିନ ଏହା ଉପରେ ବୁଦ୍ଧି ଚାଲିବା ଦରକାର ।
ଚିତ୍ର ତିଆରି କରିଲାବାଲାଙ୍କୁ ତ ବହୁତ ବିଚାର ସାଗର ମନ୍ଥନ କରିବାକୁ ହେବ, ଯେଉଁମାନେ ମୁଖ୍ୟ
ଅଟନ୍ତି ସେମାନଙ୍କର ଖିଆଲ ଚାଲିବା ଦରକାର । ତୁମେମାନେ ତ ଚାଲେଞ୍ଚ କରୁଛ - ସତ୍ୟଯୁଗୀ
ଶ୍ରେଷ୍ଠାଚାରୀ ଦୈବୀ ରାଜ୍ୟରେ ୯ ଲକ୍ଷ ଲୋକ ହେବେ । ଯଦି କେହି କୁହନ୍ତି ଏହାର କ’ଣ ପ୍ରମାଣ ଅଛି?
ତେବେ କୁହ ଏହା ତ ବୁଦ୍ଧିର କଥା ଅଟେ ନା । ସତ୍ୟଯୁଗରେ ଛୋଟ ବୃକ୍ଷ ହିଁ ରହିବ । ସେଠାରେ ଧର୍ମ
ବି ଗୋଟିଏ ହେବ ତେବେ ନିଶ୍ଚିତ ମନୁଷ୍ୟ ମଧ୍ୟ କମ୍ ରହିବେ । ସିଢିର ଚିତ୍ରରେ ସମସ୍ତ ଜ୍ଞାନ
ଆସିଯାଉଛି । ଯେପରି ଏହି କୁମ୍ଭକର୍ଣ୍ଣର ଚିତ୍ର ରହିଛି । ତେବେ ଏହାକୁ ଏହିଭଳି ତିଆରି କରିବା
ଦରକାର ଯେ ବି.କେ.ମାନେ ଜ୍ଞାନ ଅମୃତ ପିଆଉଛନ୍ତି, ସେମାନେ ବିକାର ବା ବିଷ ମାଗୁଛନ୍ତି । ବାବା
ମୁରଲୀରେ ସବୁ ନିର୍ଦ୍ଦେଶ ଦେଇ ଚାଲିଛନ୍ତି । ପ୍ରତ୍ୟେକ ଚିତ୍ରରେ ବହୁତ ଭଲ ଭାବରେ ବୁଝାଯାଇଛି ।
ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ସମ୍ବନ୍ଧରେ କୁହ - ଏହି ଭାରତ ସ୍ୱର୍ଗ ଥିଲା, ଏଠାରେ ଗୋଟିଏ ଧର୍ମ
ଥିଲା ତେବେ ସେଠାରେ କେତେ ମନୁଷ୍ୟ ରହିଥିବେ । ଏବେ ଏହି ମନୁଷ୍ୟ ରୂପୀ ବୃକ୍ଷ କେତେ ବଡ ହୋଇଗଲାଣି
। ଏବେ ଏହାର ବିନାଶ ହେବ । ପୁରୁଣା ସୃଷ୍ଟିକୁ ବଦଳାଇଲାବାଲା ଏକମାତ୍ର ବାବା ହିଁ ଅଟନ୍ତି ।
ମୁଖ୍ୟ ୪-୫ଟି ଚିତ୍ର ରହିଛି - ଯାହା ଦ୍ୱାରା କାହାକୁ ତୁରନ୍ତ ଜ୍ଞାନର ତୀର ଲାଗିଯିବ । ଡ୍ରାମା
ଅନୁସାରେ ଦିନକୁ ଦିନ ଜ୍ଞାନର ପଏଣ୍ଟ ଗୁହ୍ୟ ହୋଇଚାଲିଛି । ତେବେ ଚିତ୍ରଗୁଡିକରେ ବି ପରିବର୍ତ୍ତନ
ହେବ । ପିଲାମାନଙ୍କର ବୁଦ୍ଧିରେ ମଧ୍ୟ ପରିବର୍ତ୍ତନ ହେଉଛି । ଆଗରୁ ଏ କଥା ବୁଝୁ ନ ଥିଲେ ଯେ
ଶିବବାବା ବିନ୍ଦୁ ସ୍ୱରୂପ ଅଟନ୍ତି । ଏପରି କେହି କହିବେ ନାହିଁ ଯେ ପୂର୍ବରୁ ଏଭଳି କାହିଁକି
କହିଲେ ନାହିଁ । ବାବା କହୁଛନ୍ତି - ସବୁ କଥା ଆରମ୍ଭରୁ ବୁଝାଯାଇ ନ ଥାଏ । ବାବା ଜ୍ଞାନର ସାଗର
ଅଟନ୍ତି, ତେଣୁ ସିଏ ଜ୍ଞାନ ଦେଇଚାଲିବେ । ଏହାର ସଂଶୋଧନ ହୋଇ ଚାଲିବ । ଆରମ୍ଭରୁ ସବୁ କିଛି
କହିଦେବେ ନାହିଁ । ତେବେ ତ ପୁଣି ସବୁ କିଛି ଆର୍ଟିଫିସିଆଲ୍ (କୃତ୍ରିମ) ହୋଇଯିବ । ଅଚାନକ କୌଣସି
ଦୁର୍ଘଟଣା ଆଦି ହେଲେ କହିବେ ଡ୍ରାମା । ଏପରି ନୁହେଁ ଯେ ଏସବୁ ହେବା ଉଚିତ୍ ନୁହେଁ । ମମ୍ମାଙ୍କୁ
ତ ଅନ୍ତିମ ସମୟ ପର୍ଯ୍ୟନ୍ତ ରହିବାର ଥିଲା । ପୁଣି ମମ୍ମା କାହିଁକି ଚାଲିଗଲେ । ଡ୍ରାମାରେ ଯାହା
ଘଟିଲା ତାହା ଠିକ୍ । ବାବା ମଧ୍ୟ ଯାହା କହୁଛନ୍ତି ତାହା ଡ୍ରାମା ଅନୁସାରେ କହୁଛନ୍ତି । ଡ୍ରାମାରେ
ମୋର ଏହିଭଳି ଅଭିନୟ ରହିଛି । ବାବା ମଧ୍ୟ ଡ୍ରାମା ଉପରେ ସବୁ କିଛି ରଖିଦେଉଛନ୍ତି । ମନୁଷ୍ୟମାନେ
କହୁଛନ୍ତି ଏହା ଈଶ୍ୱରଙ୍କର ଇଚ୍ଛା । ଈଶ୍ୱର କହୁଛନ୍ତି ଏହା ଡ୍ରାମାର ନିୟତି । ଈଶ୍ୱର କହିଲେ
ଅଥବା ଇଏ କହିଲେ, ଡ୍ରାମାରେ ଥିଲା । କୌଣସି ଓଲଟା କାମ ହୋଇଗଲା ତେବେ ଡ୍ରାମାରେ ଥିଲା, ପୁଣି
ଠିକ୍ ହୋଇଯିବ । ଉନ୍ନତିର କଳା ନିଶ୍ଚିତ ରହିଛି । ଉପରକୁ ଚଢୁଛନ୍ତି, ପୁଣି କେବେ କେବେ ସ୍ଥିତି
ଟଳମଳ ହୋଇଯାଉଛି । ଏସବୁ ମାୟାର ତୁଫାନ ଅଟେ । ଯେ ପର୍ଯ୍ୟନ୍ତ ମାୟା ଅଛି ସେ ପର୍ଯ୍ୟନ୍ତ ବିକଳ୍ପ
ନିଶ୍ଚିତ ଆସିବ । ସତ୍ୟଯୁଗରେ ମାୟା ହିଁ ନାହିଁ ତେବେ ବିକଳ୍ପର କଥା ହିଁ ରହିବ ନାହିଁ ।
ସତ୍ୟଯୁଗରେ କେବେ ବି କର୍ମ ବିକର୍ମ ହୋଇ ନ ଥାଏ । ବାକି ଆଉ ଅଳ୍ପ ଦିନ ଅଛି, ସେଥିପାଇଁ ତୁମେମାନେ
ଖୁସିରେ ରହୁଛ । ଏହା ଆମର ଅନ୍ତିମ ଜନ୍ମ ଅଟେ । ଏବେ ଅମରଲୋକକୁ ଯିବା ପାଇଁ ଶିବବାବାଙ୍କଠାରୁ ଆମେ
ଅମରକଥା ଶୁଣୁଛୁ । ଏହି କଥା କେବଳ ତୁମେମାନେ ହିଁ ବୁଝୁଛ । ଲୋକମାନେ କାହିଁ କେତେ ଦୂର ଅମରନାଥକୁ
କେତେ ପରିଶ୍ରମ କରି ଯାଇ ଧକ୍କା ଖାଉଛନ୍ତି । ଏ କଥା ବୁଝୁନାହାଁନ୍ତି ଯେ ପାର୍ବତୀଙ୍କୁ କିଏ
କାହାଣୀ ଶୁଣାଇଲେ? ସେଠାରେ ତ ଶିବଙ୍କର ଚିତ୍ର ଦେଖାଉଛନ୍ତି । ଆଚ୍ଛା ଶିବ କାହା ଉପରେ ବସିଛନ୍ତି?
ଶିବ ଏବଂ ଶଙ୍କର ଦେଖାଉଛନ୍ତି । କ’ଣ ଶିବ ଶଙ୍କରଙ୍କ ଉପରେ ବସି କଥା ଶୁଣାଇଥିଲେ? କିଛି ହେଲେ ବି
ବୁଝୁ ନାହାଁନ୍ତି, ଭକ୍ତମାନେ ବର୍ତ୍ତମାନ ପର୍ଯ୍ୟନ୍ତ ବି ତୀର୍ଥ କରିବାକୁ ଯାଉଛନ୍ତି । ବାସ୍ତବରେ
ଏହି କଥା ମଧ୍ୟ ବଡ ନୁହେଁ । ଅସଲ କଥା ହେଉଛି ମନମନାଭବ । ବାସ୍, ବୀଜକୁ ଅର୍ଥାତ୍ ବାବାଙ୍କୁ ମନେ
ପକାଅ । ଡ୍ରାମାର ଚକ୍ରକୁ ମନେ ପକାଅ । ଯେଉଁ ଜ୍ଞାନ ବାବାଙ୍କ ପାଖରେ ଅଛି ସେହି ଜ୍ଞାନ ଆମ
ଆତ୍ମାରେ ବି ରହିଛି । ସିଏ ମଧ୍ୟ ଜ୍ଞାନର ସାଗର ଅଟନ୍ତି, ଆମେ ଆତ୍ମାମାନେ ବି ମାଷ୍ଟର ଜ୍ଞାନର
ସାଗର ହେଉଛୁ । ଏହିଭଳି ନିଶା ଚଢିବା ଦରକାର ନା । ବାବା ଆମ ଭାଇମାନଙ୍କୁ (ଆତ୍ମାମାନଙ୍କୁ)
ଜ୍ଞାନ ଶୁଣାଉଛନ୍ତି । କାହାର ଶରୀର ଦ୍ୱାରା ହିଁ ତ ଶୁଣାଇବେ ନା । ଏଥିରେ ସଂଶୟ ଆସିବା ଅନୁଚିତ୍
। ବାବାଙ୍କୁ ମନେ ପକାଇବା ଦ୍ୱାରା ସମସ୍ତ ଜ୍ଞାନ ବୁଦ୍ଧିରେ ଆସିଯାଉଛି । ବାବାଙ୍କ ସ୍ମୃତି
ଦ୍ୱାରା ହିଁ ବିକର୍ମ ବିନାଶ ହେବ, ମମତ୍ୱ ତୁଟି ଚାଲିବ । କେତେ ଜଣଙ୍କର ନାମକୁ ମାତ୍ର ସ୍ନେହ
ହୋଇଥାଏ । ଆମର ମଧ୍ୟ ଏହିପରି ସ୍ନେହ ରହିଛି । ଏବେ ଆମେ ସୁଖଧାମକୁ ଯାଉଛୁ । ଏମାନେ ତ ସବୁ ଯେପରି
ମରିଯାଇଛନ୍ତି, ଏମାନଙ୍କ ସହିତ କାହିଁକି ମନ ଲଗାଇବୁ । ଆମେ ଶାନ୍ତିଧାମକୁ ଯାଇ ପୁଣି ସୁଖଧାମକୁ
ଆସି ରାଜତ୍ୱ କରିବୁ । ଏହାକୁ କୁହାଯାଉଛି ପୁରୁଣା ଦୁନିଆ ପ୍ରତି ବୈରାଗ୍ୟ ଆସିବା । ବାବା
କହୁଛନ୍ତି - ଏହି ଆଖି ଦ୍ୱାରା ଯାହା ସବୁ କିଛି ଦେଖୁଛ ସେସବୁ ସମାପ୍ତ ହୋଇଯିବ । ବିନାଶ ପରେ
ତୁମେମାନେ ସ୍ୱର୍ଗକୁ ଦେଖିବ । ଏବେ ତୁମ ପିଲାମାନଙ୍କୁ ବହୁତ ମିଠା ହେବା ଦରକାର । ଯଦି ତୁମେମାନେ
ଯୋଗଯୁକ୍ତ ହୋଇ କାହା ସହିତ କଥା ହେବ ତେବେ ସେମାନେ ବହୁତ ଆକର୍ଷିତ ହେବେ । ଏହି ଜ୍ଞାନ ଏଭଳି ଯେ
ଅନ୍ୟ ସବୁ କିଛି ସ୍ୱତଃ ଭୁଲି ହୋଇଯାଇଥାଏ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଜ୍ଞାନ
ମାର୍ଗରେ ନିଜର ଅବସ୍ଥାକୁ ବହୁତ ମଜବୁତ କରିବାକୁ ହେବ । ବିଦେହୀ ହେବାକୁ ପଡିବ । ଏକମାତ୍ର
ବାବାଙ୍କ ସାଥୀରେ ହିଁ ସଚ୍ଚା-ସଚ୍ଚା ପ୍ରୀତି ରଖିବାକୁ ହେବ ।
(୨) ଡ୍ରାମାର
ନିଧାର୍ଯ୍ୟ ଉପରେ ଅଟଳ ରହିବାକୁ ହେବ । ଡ୍ରାମାରେ ଯାହା ହେଲା ତାହା ଯଥାର୍ଥ । ତେଣୁ କେବେ ବି
ହଲ୍ଚଲ୍ ହେବାର ନାହିଁ, କୌଣସି ବି କଥାରେ ସଂଶୟ ଆଣିବାର ନାହିଁ ।
ବରଦାନ:-
ଦୁର୍ବଳତା
ଗୁଡିକରେ ଫୁଲଷ୍ଟପ ଲଗାଇ ନିଜର ସମ୍ପନ୍ନ ସ୍ୱରୂପକୁ ବିଖ୍ୟାତ କରୁଥିବା ସାକ୍ଷାତ୍କାର ମୂରତ ଭବ
।
ବିଶ୍ୱ ତୁମମାନଙ୍କର
କଳ୍ପ ପୂର୍ବର ସମ୍ପନ୍ନ ସ୍ୱରୂପକୁ ବା ପୂଜ୍ୟ ସ୍ୱରୂପକୁ ସ୍ମରଣ କରୁଛି ସେଥିପାଇଁ ଏବେ ନିଜର
ସମ୍ପନ୍ନ ସ୍ୱରୂପକୁ ବାସ୍ତବିକ ରୂପରେ ପ୍ରଖ୍ୟାତ କର । ବିତିଯାଇଥିବା ଦୁର୍ବଳତା ଗୁଡିକୁ
ଫୁଲଷ୍ଟପର ବିନ୍ଦୁ ଲଗାଇଦିଅ, ଦୃଢ ସଂକଳ୍ପ ଦ୍ୱାରା ନିଜର ପୁରୁଣା ସ୍ୱଭାବ ସଂସ୍କାରକୁ ସମାପ୍ତ
କର, ଅନ୍ୟମାନଙ୍କର ଦୁର୍ବଳତାକୁ ନକଲ କର ନାହିଁ, ଅବଗୁଣକୁ ଧାରଣ କରୁଥିବା ବୁଦ୍ଧିକୁ ନାଶ କର
ଅର୍ଥାତ୍ ସମାପ୍ତ କର, ଦିବ୍ୟଗୁଣ ଧାରଣ କରୁଥିବା ସତ୍ତୋପ୍ରଧାନ ବୁଦ୍ଧି ଧାରଣ କର ତେବେ ଯାଇ
ସାକ୍ଷାତ୍କାର ମୂରତ ହୋଇପାରିବ ।
ସ୍ଲୋଗାନ:-
ନିଜର ଅନାଦି ଏବଂ
ଆଦିଗୁଣ ଗୁଡିକୁ ସ୍ମୃତିରେ ରଖି ସେଗୁଡିକୁ ସ୍ୱରୂପରେ ଆଣ ।
ଅବ୍ୟକ୍ତ ଈଶାରା:-
ପରୋପକାରର ଭାବନାରେ ସମ୍ପନ୍ନ ହୋଇ ଅପକାରୀର ମଧ୍ୟ ଉପକାର କର ।
ତୁମକୁ କେହି ଗାଳି ବି
ହେଉ, ମିଥ୍ୟା କଳଙ୍କ ଲଗାଉ କିନ୍ତୁ ତୁମର କ୍ରୋଧ ନ ଆସୁ । ଅପକାରୀର ଉପକାର କରିବା, ଏହା ହିଁ
ତୁମ ବ୍ରାହ୍ମଣମାନଙ୍କର କର୍ମ ଅଟେ । ସେ ତୁମକୁ ଗାଳି ଦେଉ କିନ୍ତୁ ତୁମେ ତାକୁ ଗଳାରେ ଲଗାଅ, ଏହା
ହିଁ ଚମତ୍କାରୀ ଅଟେ । ଏହାକୁ କୁହାଯାଏ ପରିବର୍ତ୍ତନ । ଯିଏ ତୁମକୁ ଗଳାରେ ଲଗାଉଛି ଅର୍ଥାତ୍ ଆଦର
କରୁଛି ତାକୁ ଗଳାରେ ଲଗାଇବା କୌଣସି ବଡ କଥା ନୁହେଁ କିନ୍ତୁ ନିନ୍ଦା କରିବାବାଲାକୁ ନିଜର ସଚ୍ଚା
ମିତ୍ର ବୋଲି ମନ ଭିତରେ ସ୍ୱୀକାର କର, ତେବେ କୁହାଯିବ ପରୋପକାରୀ ।
“ମାତେଶ୍ୱରୀ ଜୀ ଙ୍କର
ଅମୂଲ୍ୟ ମହାବାକ୍ୟ”
(୧) “ବ୍ରହ୍ମାଙ୍କ ଶରୀର
ହିଁ ନିରାକାର ପରମାତ୍ମାଙ୍କ ଅବତରଣର ନିଦ୍ଦିଷ୍ଟ ଶରୀର”
ଏହା ତ ଆମକୁ ପୂରା
ନିଶ୍ଚୟ ଅଛି ଯେ - ପରମାତ୍ମା ସାକାର ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ପଢାଉଛନ୍ତି । ଏହି ବିଷୟରେ
ବହୁତ ଜିଜ୍ଞାସୁ ପ୍ରଶ୍ନ ପଚାରୁଛନ୍ତି ଯେ ଅମୃତବେଳାରେ ନିରାକାର ପରମାତ୍ମା ଯେତେବେଳେ ସାକାର
ଶରୀରରେ ପ୍ରବେଶ କରନ୍ତି ସେହି ସମୟରେ ଶରୀରରେ କ’ଣ ପରିବର୍ତ୍ତନ ଘଟିଥାଏ? ସେମାନେ ପଚାରୁଛନ୍ତି
କ’ଣ ତୁମେ ସେହି ସମୟରେ ବସି ତାଙ୍କୁ ଦେଖୁଛ କି ପରମାତ୍ମା କିପରି ଆସୁଛନ୍ତି? ଏହା ବୁଝାଯାଉଛି
ଯେ - ଯେଉଁ ସମୟରେ ପରମାତ୍ମାଙ୍କର ପ୍ରବେଶତା ହେଉଛି ବ୍ରହ୍ମାବାବାଙ୍କ ନୟନର ଦୃଷ୍ଟି ବା
ହାବଭାବରେ କୌଣସି ପରିବର୍ତ୍ତନ ହୋଇ ନ ଥାଏ । କିନ୍ତୁ ଆମେ ଯେତେବେଳେ ଧ୍ୟାନ ବା ସାକ୍ଷାତ୍କାର
କରୁଛନ୍ତି ସେତେବେଳେ ଦୃଷ୍ଟିଭଙ୍ଗୀ ଓ ହାବଭାବ ପରିବର୍ତ୍ତନ ହୋଇଯାଇଥାଏ, କିନ୍ତୁ ଏହି ସାକାର
ବ୍ରହ୍ମାଙ୍କର ପାର୍ଟ ହିଁ ଗୁପ୍ତ ଅଟେ । ପରମାତ୍ମା ଏହାଙ୍କ ଶରୀରରେ ଆସିବା ସମୟରେ କାହାକୁ ଜଣା
ପଡେ ନାହିଁ, ଏହା ତ ନିର୍ଦ୍ଧାରିତ ଶରୀର ସେଥିପାଇଁ ସେକେଣ୍ଡରେ ଆସି ସେକେଣ୍ଡରେ ଚାଲିଯାଇଥାଆନ୍ତି,
ଏବେ ଏହି ରହସ୍ୟକୁ ବୁଝିବାର ଅଛି । କିନ୍ତୁ ଏମିତି ତ ନୁହେଁ କୌଣସି ଗୋଟିଏ ପଏଣ୍ଟ୍ ବୁଝି ନ
ପାରିଲେ ପାଠପଢା ଛାଡିଦେବା । ପାଠପଢା ତ ଦିନକୁ ଦିନ ଗୁହ୍ୟ ଓ ସ୍ପଷ୍ଟ ହୋଇ ଚାଲିଛି । ସବୁ ପାଠ
ତ ଏକା ସାଙ୍ଗେ ପଢି ହେବ ନାହିଁ ନା, ସେଥିପାଇଁ ତୁମକୁ ବୁଝାଯାଉଛି ଅନ୍ୟ ଯେ କୌଣସି ଧର୍ମ ପିତା
ଆସୁଛନ୍ତି, ସେମାନଙ୍କ ମଧ୍ୟରେ ନିଜ ନିଜର ପବିତ୍ର ଆତ୍ମା ଆସି ନିଜର ଅଭିନୟ କରିଥାଆନ୍ତି । ପୁଣି
ସେହି ଆତ୍ମାମାନେ ସୁଖ ଦୁଃଖର ଖେଳରେ ସାମିଲ ହୋଇଥାଆନ୍ତି । ସେମାନେ ଘରକୁ ପ୍ରତ୍ୟାବର୍ତ୍ତନ କରି
ନ ଥା’ନ୍ତି । କିନ୍ତୁ ଯେତେବେଳେ ନିରାକାର ପରମାତ୍ମା ଆସିଥାଆନ୍ତି, ତେବେ ସେ ସୁଖ ଦୁଃଖରୁ
ଉର୍ଦ୍ଧ୍ୱ ସ୍ଥିତିରେ ରହୁଥିବାରୁ ନିଜର ଅଭିନୟ ସାରି ପୁନଃ ପ୍ରତ୍ୟାବର୍ତ୍ତନ କରିଥାଆନ୍ତି । ତେଣୁ
ଏହି ପଏଣ୍ଟକୁ ଆମକୁ ବୁଦ୍ଧିରେ ବୁଝିବାକୁ ହେବ ।
(୨) “ଆତ୍ମା ଓ
ପରମାତ୍ମାଙ୍କ ମଧ୍ୟରେ ଗୁଣ ଓ ଶକ୍ତିର ଅନ୍ତର”
ଆତ୍ମା ଏବଂ
ପରମାତ୍ମାଙ୍କ ଅନ୍ତର ସମ୍ବନ୍ଧରେ ବୁଝାଯାଉଛି କି ଆତ୍ମା ଓ ପରମାତ୍ମାଙ୍କ ରୂପ ଏକାଭଳି ଜ୍ୟୋତି
ସ୍ୱରୂପ ଅଟେ । ଆତ୍ମା ଏବଂ ପରମାତ୍ମାଙ୍କର ଆକାର ଗୋଟିଏ ପ୍ରକାରର, ବାକି ଆତ୍ମା ଏବଂ
ପରମାତ୍ମାଙ୍କ ମଧ୍ୟରେ କେବଳ ଗୁଣ ଓ ଶକ୍ତିରେ ଫରକ ଅବଶ୍ୟ ରହିଛି । ଏବେ ଏହି ଯେଉଁ ଏତେ ଗୁଣର
ବର୍ଣ୍ଣନା ରହିଛି ତାହା ସବୁ ପରମାତ୍ମାଙ୍କ ମହିମା ଅଟେ । ପରମାତ୍ମା ଦୁଃଖ ସୁଖରୁ ନିଆରା ଅଟନ୍ତି,
ସର୍ବଶକ୍ତିବାନ ଅଟନ୍ତି, ସର୍ବଗୁଣ ସମ୍ପନ୍ନ ଅଟନ୍ତି, ୧୬ କଳା ସମ୍ପୂର୍ଣ୍ଣ ଅଟନ୍ତି । ସଂସାରରେ
ତାଙ୍କର ହିଁ ସମସ୍ତ ଶକ୍ତି କାମ କରୁଛି । ବାକି ମନୁଷ୍ୟ ଆତ୍ମାର ଶକ୍ତି ଚାଲିପାରିବ ନାହିଁ ।
ପରମାତ୍ମାଙ୍କର ହିଁ ସମସ୍ତ ଅଭିନୟ ଚାଲିଛି । ଭଲେ ପରମାତ୍ମା ମଧ୍ୟ ଅଭିନୟ କରୁଛନ୍ତି, ତେବେ ସେ
ସବୁଥିରୁ ନ୍ୟାରା ରହିଥାନ୍ତି । କିନ୍ତୁ ଆତ୍ମା ଅଭିନୟକୁ ଆସିବା କ୍ଷଣି ପାର୍ଟଧାରୀର ରୂପରେ
ଆସିଯାଇଥାଏ, ପରମାତ୍ମା ଅଭିନୟ କରି କର୍ମ ବନ୍ଧନରୁ ନ୍ୟାରା ରହୁଛନ୍ତି । ଆତ୍ମା ପାର୍ଟ କରିବାକୁ
ଆସିବା ସଙ୍ଗେ ସଙ୍ଗେ କର୍ମବନ୍ଧନର ବଶବର୍ତ୍ତୀ ହୋଇଯାଉଛି । ଏହା ହିଁ ଆତ୍ମା ଓ ପରମାତ୍ମାଙ୍କ
ମଧ୍ୟରେ ଅନ୍ତର, ଭେଦ । ଆଚ୍ଛା! ଓମ୍ ଶାନ୍ତି ।