19.12.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏବେ
ଘରକୁ ଯିବାକୁ ହେବ ସେଥିପାଇଁ ଦେହୀ-ଅଭିମାନୀ ହୁଅ, ଏକମାତ୍ର ବାବାଙ୍କୁ ହିଁ ମନେ ପକାଅ ତେବେ
ଅନ୍ତିମ ସ୍ମୃତି ଅନୁସାରେ ଗତି (ମୁକ୍ତି) ହୋଇଯିବ ।”
ପ୍ରଶ୍ନ:-
ବିଚିତ୍ର ବାବା
ତୁମମାନଙ୍କୁ କେଉଁ ଏକ ଆଶ୍ଚର୍ଯ୍ୟଜନକ ରହସ୍ୟ ଶୁଣାଉଛନ୍ତି?
ଉତ୍ତର:-
ବାବା କହୁଛନ୍ତି - ପିଲାମାନେ, ଏହି ଅନାଦି ଅବିନାଶୀ ଡ଼୍ରାମା ତିଆରି ହୋଇଛି, ଏଥିରେ
ପ୍ରତ୍ୟେକଙ୍କର ଅଭିନୟ ନିଧାର୍ଯ୍ୟ ହୋଇ ରହିଛି । ଏଥିରେ ଯାହା ସବୁ ହେଉଛି ତାହା କିଛି ବି ନୂଆ
ନୁହେଁ । ବାବା କହୁଛନ୍ତି ପିଲାମାନେ ଏଥିରେ ମୋର ବି କିଛି ବଡ ପଣିଆ ନାହିଁ । ମୁଁ ମଧ୍ୟ
ଡ଼୍ରାମାର ବନ୍ଧନରେ ବନ୍ଧା ହୋଇଛି । ଏହିଭଳି ଆଶ୍ଚର୍ଯ୍ୟଜନକ ରହସ୍ୟ ଶୁଣାଇ ବାବା ଯେପରି ନିଜର
ଅଭିନୟକୁ ମଧ୍ୟ ମହତ୍ତ୍ୱ ଦେଉ ନାହାଁନ୍ତି ।
ଗୀତ:-
ଆଖିର ୱହ ଦିନ
ଆୟା ଆଜ...
ଓମ୍ ଶାନ୍ତି ।
ମଧୁର
ସନ୍ତାନମାନେ ଏହି ଗୀତ ଗାଉଛନ୍ତି । ପିଲାମାନେ ଜାଣିଛନ୍ତି ଯେ ପ୍ରତି କଳ୍ପ ପରେ ବାବା ପୁଣି ଥରେ
ଆମକୁ ଧନବାନ୍, ସ୍ୱାସ୍ଥ୍ୟବାନ, ସମ୍ପତ୍ତିବାନ୍ କରି ପବିତ୍ରତା, ସୁଖ, ଶାନ୍ତିର ସମ୍ପତ୍ତି
ଦେବାକୁ ଆସିଛନ୍ତି । ବ୍ରାହ୍ମଣମାନେ ଆଶୀର୍ବାଦ ଦେଇଥା’ନ୍ତି ନା ଆୟୁଷ୍ମାନ ହୁଅ, ଧନବାନ ହୁଅ,
ପୁତ୍ରବାନ୍ ହୁଅ । ତୁମମାନଙ୍କୁ ତ ସମ୍ପତ୍ତି ମିଳୁଛି, ଆଶୀର୍ବାଦର କୌଣସି କଥା ନାହିଁ । ଏଠାରେ
ପିଲାମାନେ ପାଠ ପଢୁଛନ୍ତି ଏବଂ ପିଲାମାନେ ଜାଣିଛନ୍ତି, ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ବାବା ଆସି
ଆମକୁ ମନୁଷ୍ୟରୁ ଦେବତା, ନରରୁ ନାରାୟଣ ହେବାର ଶିକ୍ଷା ଦେଇଥିଲେ । ଯେଉଁ ସନ୍ତାନମାନେ ଏହି ପାଠ
ପଢୁଛନ୍ତି ସେମାନେ ଜାଣିଛନ୍ତି ଯେ, ଆମେ କ’ଣ ପଢୁଛୁ, ପଢାଉଥିବା ଶିକ୍ଷକ କିଏ? କିନ୍ତୁ
ତୁମମାନଙ୍କ ଭିତରେ ମଧ୍ୟ ଏହି କଥାକୁ ପୁରୁଷାର୍ଥର କ୍ରମ ଅନୁସାରେ ଜାଣୁଛନ୍ତି । ଏକଥା ତ
ନିଶ୍ଚିତ କହିବେ ଯେ ଆମେ ଜାଣିଛୁ - ବର୍ତ୍ତମାନ ରାଜଧାନୀ ସ୍ଥାପନ ହେଉଛି ଅଥବା ଦୈବୀ ସାମ୍ରାଜ୍ୟ
ସ୍ଥାପନା ହେଉଛି । ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା ହେଉଛି । ଆମେ ପ୍ରଥମେ ଶୂଦ୍ର ଥିଲୁ,
ପୁଣି ବ୍ରାହ୍ମଣ ହେଲୁ ପୁଣି ଦେବତା ହେବୁ । ଏହି କଥାକୁ ଦୁନିଆରେ କେହି ବି ଜାଣିନାହାଁନ୍ତି ଯେ,
ଏବେ ଆମେ ଶୂଦ୍ର ବର୍ଣ୍ଣର ଅଟୁ । ଏବେ ତୁମେମାନେ ପିଲାମାନେ ଜାଣୁଛ ଯେ, ଏହା ହେଉଛି ସତ୍ୟ କଥା ।
ବାବା ସତ୍ୟ କଥା ଶୁଣାଇ ସତ୍ୟଖଣ୍ଡର ସ୍ଥାପନା କରୁଛନ୍ତି । ସତ୍ୟଯୁଗରେ ମିଛ, ପାପ ଆଦି କିଛି ବି
ରହିବ ନାହିଁ । କଳିଯୁଗରେ ହିଁ ଅଜାମିଳ ସଦୃଶ ପାପୀ ଆତ୍ମାମାନେ ଅଛନ୍ତି । ବର୍ତ୍ତମାନ ସମୟ ବିଲ୍କୁଲ୍
ରୌରବ ନର୍କ ଅଟେ । ଦିନକୁ ଦିନ ରୌରବ ନର୍କ ଦେଖାଯିବ । ମନୁଷ୍ୟ ଏପରି କର୍ମ ସବୁ କରିବେ ଯାହା
ଦ୍ୱାରା କି ଜଣାପଡିବ ଯେ, ଦୁନିଆ ବିଲକୁ୍ଲ୍ ତମୋପ୍ରଧାନ ହୋଇଚାଲିଛି । ଏଥିରେ କାମ ମହାଶତ୍ରୁ
ଅଟେ । ସେଥିପାଇଁ କେହି ମୁସ୍କିଲ୍ରେ ପବିତ୍ର ଶୁଦ୍ଧ ରହିପାରୁଛନ୍ତି । ଆଗରୁ ଫକୀରମାନେ
କହୁଥିଲେ - ଏପରି କଳିଯୁଗ ଆସିବ ଯେଉଁଠି ୧୨-୧୩ ବର୍ଷର କୁମାରୀମାନେ ସନ୍ତାନ ଜନ୍ମ କରିବେ ।
ବର୍ତ୍ତମାନ ସେହି ସମୟ ଆସିଛି । କୁମାର କୁମାରୀ ଆଦି ସମସ୍ତେ ବିକାରୀ ହୋଇ ଯାଉଛନ୍ତି । ବାବା
କହୁଛନ୍ତି ମୁଁ ସେତେବେଳେ ଆସୁଛି ଯେତେବେଳେ ଦୁନିଆ ବିଲ୍କୁଲ୍ ତମୋପ୍ରଧାନ ହୋଇଯାଉଛି, ମୋର
ମଧ୍ୟ ଡ୍ରାମାରେ ପାର୍ଟ ଅଛି । ମୁଁ ମଧ୍ୟ ଡ୍ରାମାର ବନ୍ଧନରେ ବନ୍ଧା ହୋଇଛି । ତୁମ
ସନ୍ତାନମାନଙ୍କ ପାଇଁ ଏହା କୌଣସି ନୂଆ କଥା ନୁହେଁ । ବାବା ଏହିପରି ହିଁ ବୁଝାଉଛନ୍ତି । ତୁମେମାନେ
ଚକ୍ର ଲଗାଇଲ, ଏବେ ନାଟକ ପୂରା ହେବାକୁ ଯାଉଛି । ବର୍ତ୍ତମାନ ବାବାଙ୍କୁ ସ୍ମରଣ କଲେ ତୁମେମାନେ
ସତ୍ତ୍ୱପ୍ରଧାନ ହୋଇ, ସତ୍ତ୍ୱପ୍ରଧାନ ଦୁନିଆର ମାଲିକ ହୋଇଯିବ । କେତେ ସାଧାରଣ ଭାବରେ ବୁଝାଉଛନ୍ତି
। ବାବା ନିଜର ଅଭିନୟକୁ ଏତେ ମହତ୍ତ୍ୱ ଦେଉ ନାହାଁନ୍ତି । କହୁଛନ୍ତି, ଡ୍ରାମାରେ ମୋର ଏହିଭଳି
ପାର୍ଟ ରହିଛି, ଏହା କୌଣସି ନୂଆ କଥା ନୁହେଁ । ପ୍ରତ୍ୟେକ ୫ ହଜାର ବର୍ଷ ପରେ ମୋତେ ଆସିବାକୁ
ପଡ଼ୁଛି । ମୁଁ ମଧ୍ୟ ଡ଼୍ରାମାରେ ବନ୍ଧାୟମାନ । ତୁମ ପିଲାମାନଙ୍କୁ ଆସି ବହୁତ ସହଜ ସ୍ମୃତିର ଯାତ୍ରା
ଶିଖାଉଛି । ଅନ୍ତିମ ମତି ଅନୁସାରେ ଗତି ହୋଇଥାଏ... ଏକଥା ବର୍ତ୍ତମାନ ସମୟ ପାଇଁ କୁହାଯାଇଛି ।
ଏହା ଶେଷ ସମୟ ଅଟେ ନା । ସେଥିପାଇଁ ବାବା ଉପାୟ ବତାଉଛନ୍ତି - ମୋତେ ମନେ ପକାଇଲେ ତୁମେମାନେ
ସତ୍ତ୍ୱପ୍ରଧାନ ହୋଇଯିବ । ପିଲାମାନେ ମଧ୍ୟ ଜାଣୁଛନ୍ତି, ଆମେ ନୂଆ ଦୁନିଆର ମାଲିକ ହେବୁ । ବାବା
ସବୁବେଳେ କହୁଛନ୍ତି, ଏହା କିଛି ନୂଆ କଥା ନୁହେଁ । ଏହା ଉପରେ ଏକ ଜିନ୍ନର କାହାଣୀ ଶୁଣାଇଥା’ନ୍ତି
- ସେ କହିଲା ମୋତେ କାମ ଦିଅ ନଚେତ୍ ମୁଁ ସମସ୍ତଙ୍କୁ ଖାଇଯିବି, ତେଣୁ ତାକୁ ଅନବରତ ସିଡ଼ିରେ
ଓହ୍ଲାଇବା ଏବଂ ଚଢିବାକୁ କୁହାଗଲା । ବାବା ମଧ୍ୟ କହୁଛନ୍ତି ଏହା ଚଢିବା ଏବଂ ଓହ୍ଲାଇବାର ଖେଳ ଅଟେ
। ପତିତରୁ ପାବନ, ପାବନରୁ ପତିତ ହେବାକୁ ପଡ଼ିବ । ଏହା କୌଣସି କଷ୍ଟସାଧ୍ୟ କଥା ନୁହେଁ, ବହୁତ ସହଜ
କିନ୍ତୁ ଏଠାରେ କେଉଁ ପ୍ରକାର ଯୁଦ୍ଧ ହେଉଛି, ଏ କଥା ନ ବୁଝିବା କାରଣରୁ ଶାସ୍ତ୍ରରେ ଲଢେଇର କଥା
ଲେଖିଦେଇଛନ୍ତି । ବାସ୍ତବରେ ମାୟା ରାବଣ ଉପରେ ବିଜୟ ପ୍ରାପ୍ତ କରିବା ତ ବହୁତ ବଡ଼ ଲଢେଇ ଅଟେ ।
ପିଲାମାନେ ଦେଖୁଛନ୍ତି ଆମେ ଘଡ଼ି ଘଡ଼ି ବାବାଙ୍କୁ ମନେ ପକାଉଛୁ ତଥାପି ଯୋଗ ଖଣ୍ଡିତ ହୋଇଯାଉଛି ।
ମାୟା ଆତ୍ମା ରୂପୀ ଦୀପକୁ ଲିଭାଇଦେଉଛି । ଏହା ଉପରେ ଗୁଲବକାବଲୀର କାହାଣୀ ମଧ୍ୟ ରହିଛି ।
ପିଲାମାନେ ମାୟା ଉପରେ ବିଜୟପ୍ରାପ୍ତ କରୁଛନ୍ତି । ଏମିତି ବହୁତ ସନ୍ତାନ ଅଛନ୍ତି ଯେଉଁମାନେ ଏହି
ମାର୍ଗରେ ବହୁତ ଭଲ ଭାବରେ ଚାଲୁଛନ୍ତି ପୁଣି ମାୟା ଆସି ଦୀପ ଲିଭାଇ ଦେଉଛି । ପିଲାମାନେ ମଧ୍ୟ
କହୁଛନ୍ତି ବାବା ମାୟାର ତୋଫାନ ତ ବହୁତ ଆସୁଛି । ଅନେକ ପ୍ରକାରର ତୋଫାନ ମଧ୍ୟ ପିଲାମାନଙ୍କ ପାଖକୁ
ଆସୁଛି । କେବେ କେବେ ଏପରି ଜୋରରେ ତୋଫାନ ଆସୁଛି ଯେ ୮-୧୦ ବର୍ଷର ପୁରୁଣା ଭଲ-ଭଲ ଗଛଗୁଡିକ ମଧ୍ୟ
ଭାଙ୍ଗି ପଡୁଛି । ପିଲାମାନେ ଜାଣିଛନ୍ତି, ବର୍ଣ୍ଣନା ମଧ୍ୟ କରୁଛନ୍ତି । ବହୁତ ଭଲ-ଭଲ ସନ୍ତାନ
ଯିଏକି ମାଳାର ଦାନା ଥିଲେ ସେମାନେ ମଧ୍ୟ ଆଜି ନାହାଁନ୍ତି । ଏହା ମଧ୍ୟ ଉଦାହରଣ, ଗଜକୁ କୁମ୍ଭୀର
ଖାଇଥିଲା । ଏହା ହେଉଛି ମାୟାର ତୋଫାନ ।
ବାବା କହୁଛନ୍ତି ଏହି ୫
ବିକାରଠାରୁ ସତର୍କ ରୁହ । ଯଦି ଯୋଗଯୁକ୍ତ ହୋଇ ରହିବ ତେବେ ମଜବୁତ ହୋଇଯିବ । ତେଣୁ ଦେହୀ-ଅଭିମାନୀ
ହୁଅ । ଏହି ଶିକ୍ଷା ବାବାଙ୍କଠାରୁ ଥରେ ମାତ୍ର ମିଳୁଛି । ଏଭଳି କଥା ଆଉ କେବେ କେହି କହିବେ ନାହିଁ
ଯେ, ତୁମେମାନେ ଆତ୍ମ ଅଭିମାନୀ ହୁଅ । ସତ୍ୟଯୁଗରେ ମଧ୍ୟ ଏପରି କହିବେ ନାହିଁ । ନାମ ରୂପ, ଦେଶ,
କାଳ ତ ସବୁ ମନେ ରହେ । ଏହି ସମୟରେ ମୁଁ ତୁମମାନଙ୍କୁ ବୁଝାଉଛି - ଏବେ ଘରକୁ ଫେରି ଯିବାକୁ ହେବ
। ତୁମେମାନେ ପ୍ରଥମେ ସତ୍ତ୍ୱପ୍ରଧାନ ଥିଲ, ପୁଣି ସତ୍ତ୍ୱ ରଜୋ ତମୋ ଅବସ୍ଥାରେ ଆସି ତୁମେମାନେ
ପୂରା ୮୪ ଜନ୍ମ ନେଇଛ । ଏଥିରେ ମଧ୍ୟ ନମ୍ବର ୱାନ ହେଉଛନ୍ତି ବ୍ରହ୍ମା । ଅନ୍ୟମାନଙ୍କର ୮୩ ଜନ୍ମ
ହୋଇପାରେ, ଏହାଙ୍କ ପାଇଁ ପୂରା ୮୪ ଜନ୍ମ ଅଟେ । ଇଏ ପ୍ରଥମେ ଶ୍ରୀ ନାରାୟଣ ଥିଲେ । ଏହାଙ୍କ ପାଇଁ
କହୁଛି ଅର୍ଥାତ୍, ବହୁତ ଜନ୍ମର ଶେଷରେ ଜ୍ଞାନକୁ ଧାରଣ କରି ପୁଣି ସେ ନାରାୟଣ ହେଉଛନ୍ତି ।
କଳ୍ପବୃକ୍ଷରେ ମଧ୍ୟ ଦେଖାଯାଇଛି ଯେ, ଏଠାରେ (ସତ୍ୟଯୁଗରେ) ଶ୍ରୀ ନାରାୟଣ ଏବଂ ଶେଷରେ ବ୍ରହ୍ମା
ରୂପରେ ଛିଡ଼ା ହୋଇଛନ୍ତି । ତଳେ ରାଜଯୋଗ ଶିଖୁଛନ୍ତି । ପ୍ରଜାପିତାଙ୍କୁ କେବେ ବି ପରମପିତା
କୁହାଯିବ ନାହିଁ । ପରମପିତା କେବଳ ଜଣଙ୍କୁ କୁହାଯାଉଛି । ଏହାଙ୍କୁ ହିଁ ପ୍ରଜାପିତା କୁହାଯାଉଛି
। ଇଏ ଦେହଧାରୀ, ସେ ହେଲେ ବିଦେହୀ, ବିଚିତ୍ର । ଲୌକିକ ବାପାଙ୍କୁ ପିତା କୁହାଯାଉଛି, ଏହାଙ୍କୁ
ପ୍ରଜାପିତା କୁହାଯିବ । ସେ ପରମପିତା ତ ପରମଧାମରେ ରହନ୍ତି । କିନ୍ତୁ ପ୍ରଜାପିତା ବ୍ରହ୍ମା
ପରମଧାମରେ ଅଛନ୍ତି ବୋଲି କୁହାଯିବ ନାହିଁ । ସେ ତ ଏହି ସାକାର ଦୁନିଆର ହୋଇଗଲେ । ସିଏ
ସୂକ୍ଷ୍ମଲୋକରେ ମଧ୍ୟ ନାହାଁନ୍ତି । ପ୍ରଜା ତ ସ୍ଥୂଳଲୋକରେ ଅଛନ୍ତି । ପ୍ରଜାପିତାଙ୍କୁ ଭଗବାନ
କୁହାଯିବ ନାହିଁ । ଭଗବାନଙ୍କର କୌଣସି ଶାରୀରୀକ ନାମ ନାହିଁ । ମନୁଷ୍ୟ ଶରୀରର ନାମ ରଖାଯାଇଥାଏ,
ପରମାତ୍ମା ଏ ସବୁଥିରୁ ଭିନ୍ନ ଅଟନ୍ତି । ଆତ୍ମାମାନେ ଯେତେବେଳେ ଶାନ୍ତିଧାମରେ ରହୁଛନ୍ତି
ସେତେବେଳେ ସେମାନେ ସ୍ଥୂଳ ନାମ-ରୂପରୁ ଅଲଗା ଥା’ନ୍ତି । କିନ୍ତୁ ଆତ୍ମା ଅଟନ୍ତି ନା । ସାଧୁ
ସନ୍ଥ ଆଦି କେବଳ ଘରଦ୍ୱାର ଛାଡ଼ିଥା’ନ୍ତି, ବାକି ଦୁନିଆର ବିକାରର ଅନୁଭବୀ ତ ଅଟନ୍ତି ନା । କିନ୍ତୁ
ଛୋଟ ପିଲା ସେ ସମ୍ବନ୍ଧରେ କିଛି ହେଲେ ଜାଣି ନ ଥାଏ । ସେଥିପାଇଁ ସେମାନଙ୍କୁ ମହାତ୍ମା କୁହାଯାଏ
। ତାଙ୍କୁ ୫ ବିକାର କ’ଣ ଜଣା ନ ଥାଏ । ସେଥିପାଇଁ ଛୋଟ ପିଲାକୁ ପବିତ୍ର କୁହାଯାଇଥାଏ ।
ବର୍ତ୍ତମାନ ସମୟରେ ତ କେହି ପବିତ୍ର ଆତ୍ମା ହୋଇପାରିବେ ନାହିଁ । ଛୋଟରୁ ବଡ଼ ହେବେ, ତେବେ ପତିତ ତ
କୁହାଯିବ ନା । ବାବା ବୁଝାଉଛନ୍ତି ସମସ୍ତଙ୍କର ଅଲଗା-ଅଲଗା ପାର୍ଟ ଏହି ଡ଼୍ରାମାରେ ନିଧାର୍ଯ୍ୟ
ହୋଇ ରହିଛି । ଏହି ଚକ୍ରରେ କେତେ ଶରୀର ଧାରଣ କରୁଛନ୍ତି, କେତେ କର୍ମ କରୁଛନ୍ତି, ଯାହାର ପୁଣି
ପୁନରାବୃତ୍ତି ହେବ । ପ୍ରଥମେ ପ୍ରଥମେ ଆତ୍ମାକୁ ଚିହ୍ନିବାକୁ ହେବ । ଏତେ ଛୋଟ ଆତ୍ମାରେ ୮୪
ଜନ୍ମର ଅବିନାଶୀ ପାର୍ଟ (ଅଭିନୟ) ଭରି ହୋଇ ରହିଛି । ଏହା ହିଁ ହେଉଛି ସବୁଠାରୁ ଆଶ୍ଚର୍ଯ୍ୟଜନକ
କଥା । ଆତ୍ମା ମଧ୍ୟ ଅବିନାଶୀ, ଡ଼୍ରାମା ମଧ୍ୟ ଅବିନାଶୀ ଏବଂ ଏହା ପୂର୍ବ ପ୍ରସ୍ତୁତ ଅଟେ । ଏପରି
କୁହାଯିବ ନାହିଁ ଯେ, କେବେଠାରୁ ଆରମ୍ଭ ହେଲା । ଏହା ପ୍ରକୃତି ବୋଲି କହୁଛନ୍ତି ନା । ଆତ୍ମା
କିପରି, ଏହି ଡ଼୍ରାମା କିପରି ପ୍ରସ୍ତୁତ କରାଯାଇଛି, ଏଥିରେ କେହି କିଛି କରିପାରିବେ ନାହିଁ ।
ଯେପରି ସମୁଦ୍ର ଅଥବା ଆକାଶର ଶେଷ ସୀମାକୁ କେହି ଜାଣିପାରି ନାହାଁନ୍ତି । ସେହିପରି ଏହା ମଧ୍ୟ
ଅବିନାଶୀ ଡ଼୍ରାମା ଅଟେ । କେତେ ଆଶ୍ଚର୍ଯ୍ୟ ଲାଗୁଛି । ଯେପରି ବାବା ବିଚିତ୍ର ସେହିପରି ଜ୍ଞାନ
ମଧ୍ୟ ଅତି ବିଚିତ୍ର । ଏ କଥା କେବେ କେହି କହି ପାରିବେ ନାହିଁ । ଏତେ ସବୁ ଅଭିନେତା ନିଜ ନିଜର
ଅଭିନୟ କରିଆସୁଛନ୍ତି । ନାଟକ କେବେ ରଚନା ହେଲା, ଏହି ପ୍ରଶ୍ନ କେହି ଉଠାଇପାରିବେ ନାହିଁ । ଅନେକ
କହୁଛନ୍ତି ଭଗବାନଙ୍କର କ’ଣ ଦରକାର ଥିଲା ଯେ ସୁଖ ଦୁଃଖର ଦୁନିଆ ରଚନା କଲେ । ଆରେ ଏହା ତ ଅନାଦି
ଅର୍ଥାତ୍ । ପ୍ରଳୟ ଆଦି କିଛି ହୁଏ ନାହିଁ । ଏହା ପୂର୍ବ ପ୍ରସ୍ତୁତ, ଏପରି କୁହାଯାଇପାରିବ ନାହିଁ
ଯେ ଏହାକୁ କାହିଁକି ରଚନା କରାଯାଇଛି । ଆତ୍ମାର ଜ୍ଞାନ ମଧ୍ୟ ବାବା ତୁମକୁ ସେତେବେଳେ ଶୁଣାଉଛନ୍ତି
ଯେତେବେଳେ ତୁମେ ବୁଦ୍ଧିମାନ ହେଉଛ ଅର୍ଥାତ୍ ବୁଝିବାକୁ ସକ୍ଷମ ହେଉଛ । ତେଣୁ ତୁମେ ଦିନକୁ ଦିନ
ଉନ୍ନତି କରିଚାଲିଛ । ପ୍ରଥମେ ପ୍ରଥମେ ବାବା ବହୁତ କମ୍ କଥା ଶୁଣାଉଥିଲେ ତଥାପି ଆଶ୍ଚର୍ଯ୍ୟ ଜନକ
ଥିଲା, ସେଥିରେ ଆକର୍ଷଣ ମଧ୍ୟ ଥିଲା ନା । ତାହା ହିଁ ଆକର୍ଷିତ କରିଲା । ଭଟ୍ଟୀର ମଧ୍ୟ ଆକର୍ଷଣ
ଥିଲା । ଶାସ୍ତ୍ରରେ ଦେଖାଇଛନ୍ତି କୃଷ୍ଣଙ୍କୁ କଂସ ପୁରୀରୁ ବାହାର କରି ନେଇଗଲେ । ଏବେ ତୁମେ
ଜାଣୁଛ କଂସ ଆଦି କେହି ତ ସେଠାରେ ରହିବେ ନାହିଁ । ଗୀତା ଭାଗବତ, ମହାଭାରତ ଏ ସବୁର ପରସ୍ପର ସହିତ
ସମ୍ବନ୍ଧ ରଖୁଛନ୍ତି, ବାସ୍ତବରେ ଏଭଳି କିଛି ବି ନାହିଁ । ଭାବୁଛନ୍ତି ଏହି ଦଶହରା ଇତ୍ୟାଦି ତ
ପରମ୍ପରାରୁ ଚାଲି ଆସୁଛି । ରାବଣ କ’ଣ ଜିନିଷ ଏକଥା କେହି ବି ଜାଣିନାହାଁନ୍ତି । ଯେଉଁମାନେ ବି
ଦେବୀ-ଦେବତାମାନେ ଥିଲେ ସେମାନେ ତଳକୁ ଖସି ଖସି ପତିତ ହୋଇଯାଇଛନ୍ତି । ଅଧିକ ରଡି ମଧ୍ୟ ସେହିମାନେ
କରୁଛନ୍ତି ଯିଏ ଅଧିକ ପତିତ ହୋଇଛନ୍ତି ସେଥିପାଇଁ ହିଁ ଡ଼ାକୁଛନ୍ତି ହେ ପତିତ-ପାବନ ଆସ । ଏ ସବୁ
କଥା ବାବା ବସି ବୁଝାଉଛନ୍ତି । ସୃଷ୍ଟିଚକ୍ରର ଆଦି ମଧ୍ୟ ଅନ୍ତକୁ ଆଉ କେହି ଜାଣିନାହାଁନ୍ତି ।
ଏହାକୁ ତୁମେମାନେ ଜାଣିଛ, ତେଣୁ ଚକ୍ରବର୍ତ୍ତୀ ରାଜା ହୋଇଯାଉଛ । ତ୍ରିମୂର୍ତ୍ତୀ ଚିତ୍ରରେ
ଲେଖାଯାଇଛି - ଏହା ତୁମର ଈଶ୍ୱରୀୟ ଜନ୍ମ ସିଦ୍ଧ ଅଧିକାର । ବ୍ରହ୍ମାଦ୍ୱାରା ସ୍ଥାପନା, ଶଙ୍କର
ଦ୍ୱାରା ବିନାଶ, ବିଷ୍ଣୁ ଦ୍ୱାରା ପାଳନା... ବିନାଶ ମଧ୍ୟ ନିଶ୍ଚିତ ହେବ । ନୂଆ ଦୁନିଆରେ ବହୁତ
କମ୍ ସଂଖ୍ୟକ ଲୋକ ରହିବେ । ଏବେ ତ ଅନେକ ଧର୍ମ ଅଛି । ଏକ ମାତ୍ର ଆଦି ସନାତନ ଦେବୀ-ଦେବତା ଧର୍ମ
ହିଁ ନାହିଁ । ପୁଣି ନିଶ୍ଚିତ ଭାବରେ ସେହି ଗୋଟିଏ ଧର୍ମ ମଧ୍ୟ ରହିବା ଦରକାର, ମହାଭାରତର ମଧ୍ୟ
ଗୀତା ସହିତ ସମ୍ବନ୍ଧ ରଖୁଛନ୍ତି । ଏହି ଚକ୍ର ଘୂରିଚାଲିଛି । ଗୋଟିଏ ସେକେଣ୍ଡ ମଧ୍ୟ ବନ୍ଦ
ହୋଇପାରିବ ନାହିଁ । ଏହା କୌଣସି ନୂଆ କଥା ନୁହେଁ, ବହୁତ ଥର ରାଜତ୍ତ୍ୱ କରିଛ, ଯାହାଙ୍କର ପେଟ ଭରି
ହୋଇ ରହିଥାଏ ଅର୍ଥାତ୍ ଯେଉଁମାନେ ଭଲ ଭାବରେ ବୁଝିଯାଆନ୍ତି ସେମାନେ ଗମ୍ଭୀର ରହିଥା’ନ୍ତି ।
ତୁମେମାନେ ବୁଝିପାରୁଛ ଯେ, ଆମେମାନେ କେତେ ଥର ରାଜତ୍ୱ ନେଇଛୁ, ଏହା କାଲିର କଥା । କାଲି ହିଁ
ଦେବୀ-ଦେବତା ଥିଲୁ ପୁଣି ଚକ୍ର ଲଗାଇ ଆଜି ଆମେ ପତିତ ହୋଇଛୁ, ପୁଣି ଯୋଗବଳ ଦ୍ୱାରା ବିଶ୍ୱର
ବାଦଶାହୀ ନେଉଛୁ । ବାବା କହୁଛନ୍ତି କଳ୍ପ କଳ୍ପ ତୁମେ ହିଁ ବାଦଶାହୀ ନେଉଛ । ଏଥିରେ ଟିକିଏ ହେଲେ
ଫରକ ପଡିପାରିବ ନାହିଁ । ରାଜତ୍ୱରେ କିଏ କମ ପଦ ପାଇବେ କିଏ ଉଚ୍ଚ ପଦ ନେବେ । ଏହା ପୁରୁଷାର୍ଥ
ଉପରେ ହିଁ ନିର୍ଭର କରୁଛି ।
ତୁମେ ଜାଣିଛ ଯେ ପ୍ରଥମେ
ଆମେ ମାଙ୍କଡଙ୍କ ଠାରୁ ମଧ୍ୟ ଅଧିକ ଖରାପ ଥିଲୁ । ଏବେ ବାବା ଆମକୁ ମନ୍ଦିର ଯୋଗ୍ୟ କରୁଛନ୍ତି ।
ଉତ୍ତମ ସନ୍ତାନମାନେ ହିଁ ହୃଦୟଙ୍ଗମ କରୁଛନ୍ତି ଯେ ପ୍ରକୃତରେ ଆମେ ତ କିଛି କାମର ହିଁ ନ ଥିଲୁ ।
ଏବେ ଆମେ ମୂଲ୍ୟବାନ ହେବାକୁ ଯାଉଛୁ । କଳ୍ପ କଳ୍ପ ବାବା ଆମକୁ ମୂଲ୍ୟହୀନରୁ ମୂଲ୍ୟବାନ କରୁଛନ୍ତି
। ଯେଉଁମାନେ କଳ୍ପ ପୂର୍ବରୁ ଏହିସବୁ କଥାକୁ ବୁଝିଥିଲେ ସେହିମାନେ ଭଲ ଭାବରେ ବୁଝିପାରିବେ ।
ତୁମେମାନେ ମଧ୍ୟ ଯେଉଁ ପ୍ରଦର୍ଶନୀ ଆଦି କରୁଛ, ତାହା କିଛି ନୂଆ ନୁହେଁ । ଏସବୁ ଦ୍ୱାରା ହିଁ ତୁମେ
ଅମରପୁରୀର ସ୍ଥାପନା କରୁଛ । ଭକ୍ତିମାର୍ଗରେ ଦେବୀମାନଙ୍କର କେତେ ମନ୍ଦିର ରହିଛି । ଏସବୁ ପୂଜାରୀ
ପଣିଆର ସାମଗ୍ରୀ ଅଟେ । କିନ୍ତୁ ପୂଜ୍ୟ ହେବା ପାଇଁ କୌଣସି ସାମଗ୍ରୀ ନାହିଁ । ବାବା କହୁଛନ୍ତି
ଦିନକୁ ଦିନ ତୁମକୁ ଗୁହ୍ୟ ଗୂଢ ତତ୍ତ୍ୱ ବୁଝାଉଛି । ଆଗରୁ ଢେର ତତ୍ତ୍ୱ ସବୁ ତୁମ ପାଖରେ
ଲିପିବଦ୍ଧ ହୋଇ ରହିଛି । ତାକୁ ଏବେ କ’ଣ କରିବ । ଏମିତି ପଡ଼ି ରହୁଛି । ବର୍ତ୍ତମାନ ତ ବାପଦାଦା
ନୂଆ ନୂଆ ତତ୍ତ୍ୱ ବୁଝାଉଛନ୍ତି । ଆତ୍ମା କେତେ ଛୋଟ ବିନ୍ଦୁ, ସେଥିରେ ସମସ୍ତ ପାର୍ଟ ଭରି ହୋଇ
ରହିଛି । ଏହି ତତ୍ତ୍ୱ ପୂର୍ବ ଖାତାରେ ନ ଥିବ । ପୁଣି ପୁରୁଣା ତତ୍ତ୍ୱକୁ ତୁମେ କ’ଣ କରିବ ।
ଅନ୍ତିମ ସମୟର ଫଳାଫଳ ହିଁ କାମରେ ଆସିବ । ବାବା କହୁଛନ୍ତି କଳ୍ପ ପୂର୍ବରୁ ମଧ୍ୟ ତୁମକୁ ଏହିପରି
ଶୁଣାଇଥିଲି । ତେବେ ସନ୍ତାନମାନେ କ୍ରମାନୁସାରେ ପାଠ ପଢୁଛନ୍ତି । କୌଣସି କୌଣସି ବିଷୟରେ ତଳ ଉପର
ମଧ୍ୟ ହେଉଛନ୍ତି । ବ୍ୟାପାରରେ ମଧ୍ୟ ଗ୍ରହାଚାରୀ ବସିଥାଏ, ଅର୍ଥାତ୍ ଖରାପ ସମୟ ଆସିଥାଏ, ଏଥିରେ
ହାର୍ଟ ଫେଲ୍ ହେବାର ନାହିଁ । ପୁଣି ସଜାଗ ହୋଇ ପୁରୁଷାର୍ଥ କରିବାକୁ ପଡ଼ିଥାଏ । ମନୁଷ୍ୟ ଦେବାଳିଆ
ହେଉଛନ୍ତି ପୁଣି ଧନ୍ଦା ଆଦି କରି ବହୁତ ଧନବାନ୍ ହୋଇଯାଉଛନ୍ତି । ଏଠାରେ ମଧ୍ୟ କେହି କେହି
ବିକାରଗ୍ରସ୍ତ ହୋଇ ଯାଉଛନ୍ତି, ପୁଣି ବାବା କହୁଛନ୍ତି ଭଲ ଭାବରେ ପୁରୁଷାର୍ଥ କରି ଉଚ୍ଚପଦ ପାଅ ।
ପୁଣି ଥରେ ଉପରକୁ ଉଠିବା ଆରମ୍ଭ କରିବା ଉଚିତ୍ । ବାବା କହୁଛନ୍ତି ତଳକୁ ଖସିଯାଇଛ, ପୁଣି ଉପରକୁ
ଚଢିବାକୁ ଚେଷ୍ଟା କର । ଏପରି ବହୁତ ଅଛନ୍ତି ଯେଉଁମାନେ କି ତଳକୁ ଖସିଗଲେ ମଧ୍ୟ ପୁଣି ଚଢିବାକୁ
ଚେଷ୍ଟା କରୁଛନ୍ତି । ବାବା କ’ଣ ମନା କରିବେ । ବାବା ଜାଣିଛନ୍ତି ଏପରି ମଧ୍ୟ ବହୁତ ଆସିବେ । ବାବା
କହିବେ ପୁରୁଷାର୍ଥ କର । ତେବେ କିଛି ନା କିଛି ସହଯୋଗୀ ତ ହୋଇଯିବେ ନା । ବାବା ଡ଼୍ରାମାର ପ୍ଲାନ
ଅନୁସାରେ ହିଁ କହିବେ । ବାବା କହିବେ - ଆଚ୍ଛା ପିଲାମାନେ, ଏବେ ମନ ତୃପ୍ତ ହୋଇଗଲା, ବିକାରରେ
ବହୁତ ଉବୁଟୁବୁ ହେଲ ଏବେ ପୁନର୍ବାର ପୁରୁଷାର୍ଥ କର । ବେହଦର ବାବା ତ ଏହିପରି କହିବେ ନା ।
ବାବାଙ୍କ ସହିତ ମିଶିବା ପାଇଁ କେତେ ଆସୁଛନ୍ତି । ବାବା କହୁଛନ୍ତି - ବେହଦର ବାବାଙ୍କ କଥା ମାନିବ
ନାହିଁ, ପବିତ୍ର ହେବ ନାହିଁ ! ବାବା ନିଜକୁ ଆତ୍ମା ଭାବି ଆତ୍ମାକୁ କହୁଛନ୍ତି, ତେଣୁ ତୀର
ନିଶ୍ଚିତ ଲାଗିବ । ଧରିନିଅ ସ୍ତ୍ରୀକୁ ତୀର ଲାଗିଗଲା ଅର୍ଥାତ୍ ଜ୍ଞାନକୁ ହୃଦୟଙ୍ଗମ କରିନେଲା ତେବେ
କହିବ ମୁଁ ପ୍ରତିଜ୍ଞା କରୁଛି । ପୁରୁଷମାନଙ୍କୁ ଏଭଳି ତୀର ଲାଗୁ ନାହିଁ । ପୁଣି ଆଗକୁ ଗଲେ
ସ୍ତ୍ରୀମାନେ ତାଙ୍କୁ ମଧ୍ୟ ଉପରକୁ ଉଠାଇବାକୁ ଚେଷ୍ଟା କରିବେ । ଏପରି ମଧ୍ୟ ବହୁତ ଆସୁଛନ୍ତି,
ଯାହାଙ୍କୁ ନିଜର ସ୍ତ୍ରୀ ଜ୍ଞାନରେ ନେଇଆସୁଛନ୍ତି । ତେଣୁ କହୁଛନ୍ତି ସ୍ତ୍ରୀ ମୋର ଗୁରୁ ।
ବ୍ରାହ୍ମଣମାନେ ହାତଗଣ୍ଠି ପକାଇବା ସମୟରେ କହିଥାନ୍ତି ଇଏ ତୁମର ଗୁରୁ ଈଶ୍ୱର ଅଟନ୍ତି । ଏଠାରେ
ବାବା କହୁଛନ୍ତି ତୁମର ଏକମାତ୍ର ବାବା ହିଁ ସବୁ କିଛି ଅଟନ୍ତି । ମୋର ତ ଏକମାତ୍ର ବାବା ଦ୍ୱିତୀୟ
କେହି ନାହାଁନ୍ତି । ସମସ୍ତେ ତାଙ୍କୁ ହିଁ ସ୍ମରଣ କରୁଛନ୍ତି । ସେହି ଜଣଙ୍କ ସହିତ ହିଁ ଯୋଗ
ଲଗାଇବାକୁ ହେବ । ଏହି ଦେହ ମଧ୍ୟ ମୋର ନୁହେଁ । ଆଚ୍ଛା-
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଯଦି କୌଣସି
ଗ୍ରହର ପ୍ରଭାବ ପଡୁଛି ଅର୍ଥାତ୍ ବିଘ୍ନ ଆସୁଛି ତେବେ ହତୋତ୍ସାହ ହୋଇ ବସିଯିବାର ନାହିଁ ।
ପୁନର୍ବାର ପୁରୁଷାର୍ଥ କରି, ବାବାଙ୍କ ସ୍ମୃତିରେ ରହି ଉଚ୍ଚ ପଦ ପାଇବାକୁ ହେବ ।
(୨) ନିଜର ସ୍ଥିତିକୁ
ଯୋଗବଳ ଦ୍ୱାରା ଏପରି ମଜବୁତ କରିବାକୁ ହେବ ଯାହାକି ମାୟାର କୌଣସି ତୋଫାନ ଆକ୍ରମଣ କରିପାରିବ ନାହିଁ
। ବିକାରଗୁଡିକ ଠାରୁ ସର୍ବଦା ନିଜକୁ ଦୂରେଇ ରଖିବାକୁ ହେବ ।
ବରଦାନ:-
ସର୍ବଶକ୍ତିର
ଲାଇଟ୍ ଦ୍ୱାରା ଆତ୍ମାମାନଙ୍କୁ ରାସ୍ତା ଦେଖାଉଥିବା ଚୈତନ୍ୟ ଲାଇଟ୍ ହାଉସ୍ ଭବ ।
ଯଦି ସର୍ବଦା ଏହି
ସ୍ମୃତିରେ ରହିବ ଯେ ମୁଁ ଆତ୍ମା ବିଶ୍ୱ କଲ୍ୟାଣର ସେବା ଅର୍ଥେ ପରମଧାମରୁ ଅବତରିତ ହୋଇଛି ତେବେ
ଯାହା ବି ସଂକଳ୍ପ କରିବ, ବାଣୀ ଶୁଣାଇବ ସେଥିରେ ବିଶ୍ୱର କଲ୍ୟାଣ ଅନ୍ତର୍ନିହିତ ଥିବ ଏବଂ ଏହି
ସ୍ମୃତି ଲାଇଟ୍ ହାଉସ୍ର କାର୍ଯ୍ୟ କରିବ । ଯେପରି ସ୍ଥୂଳ ଲାଇଟ୍ ହାଉସରୁ ଗୋଟିଏ ରଙ୍ଗର ଲାଇଟ୍
ବାହାରିଥାଏ ସେହିପରି ତୁମର ଚୈତନ୍ୟ ଲାଇଟ୍ ହାଉସ୍ ଦ୍ୱାରା ସର୍ବ ଶକ୍ତିରୂପୀ ଲାଇଟ୍
ଆତ୍ମାମାନଙ୍କୁ ପ୍ରତିପାଦରେ ରାସ୍ତା ଦେଖାଇବାର କାର୍ଯ୍ୟ କରିବ ।
ସ୍ଲୋଗାନ:-
ସ୍ନେହ ଏବଂ
ସହଯୋଗ ସହିତ ଶକ୍ତି ସ୍ୱରୂପ ହୋଇଗଲେ ରାଜଧାନୀରେ ପ୍ରଥମ ନମ୍ବର ମିଳିଯିବ ।
ଅବ୍ୟକ୍ତ ଈଶାରା:- ଏବେ
ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର ।
ଯେପରି କର୍ମ କରିବା
ସ୍ୱାଭାବିକ ହୋଇଗଲାଣି ସେହିପରି କର୍ମାତୀତ ହେବା ମଧ୍ୟ ସ୍ୱାଭାବିକ ହୋଇଯାଉ । କର୍ମ ମଧ୍ୟ
କରୁଥାଅ ଏବଂ ଯୋଗଯୁକ୍ତ ସ୍ଥିତି ମଧ୍ୟ ରହିଥାଉ । ଯେଉଁମାନେ ସର୍ବଦା କର୍ମଯୋଗୀ ସ୍ଥିତିରେ
ରହିଥାଆନ୍ତି ସେମାନେ ସହଜରେ କର୍ମାତୀତ ହୋଇପାରିବେ । ତେଣୁ ଯେବେ ଇଚ୍ଛା କର୍ମ କରିବାର ସ୍ଥିତିକୁ
ଆସିଯାଅ, ଯେବେ ଇଚ୍ଛା କର୍ମଠାରୁ ନିଆରା ହୋଇଯାଅ, ଏହି ଅଭ୍ୟାସ କର୍ମ କରିବା ସମୟରେ ମଝିରେ ମଝିରେ
କରୁଥାଅ ।