20.02.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମମାନଙ୍କୁ ରୋଜଗାର କରିବାର ବହୁତ ସଉକ ରହିବା ଦରକାର, ଏହି ପାଠପଢିବା ଭିତରେ ହିଁ ରୋଜଗାର ରହିଛି” ।

ପ୍ରଶ୍ନ:-
ଜ୍ଞାନ ବିନା କେଉଁ ଖୁସୀର କଥା ମଧ୍ୟ ବିଘ୍ନ ରୂପ ହୋଇଯାଇଥାଏ?

ଉତ୍ତର:-
ସାକ୍ଷାତ୍‌କାର ହେବା, ଏହା ତ ବଡ ଖୁସିର କଥା କିନ୍ତୁ ଯଦି ଯଥାର୍ଥ ରୂପରେ ଜ୍ଞାନ ନାହିଁ ତେବେ ଆହୁରି ଦ୍ୱନ୍ଦ୍ୱରେ ପଡିଥା’ନ୍ତି । ଧରିନିଅ କାହାକୁ ବାବାଙ୍କର ସାକ୍ଷାତ୍‌କାର ହେଲା ଏବଂ ବିନ୍ଦୁକୁ ଦେଖିଲେ ତେବେ ସେଥିରୁ କ’ଣ ବୁଝିବେ, ବରଂ ଆହୁରି ଦ୍ୱନ୍ଦ୍ୱରେ ପଡିଯିବେ, ସେଥିପାଇଁ ଜ୍ଞାନ ବିନା ସାକ୍ଷାତ୍‌କାର ଦ୍ୱାରା କୌଣସି ବି ଫାଇଦା ହୁଏ ନାହିଁ ବରଂ ଏଥିରେ ଆହୁରି ମାୟାର ବିଘ୍ନ ପଡିଚାଲିଥାଏ । କେତେ ଜଣଙ୍କୁ ତ ସାକ୍ଷାତ୍‌କାରର ଓଲଟା ନିଶା ମଧ୍ୟ ଚଢି ଯାଇଥାଏ ।

ଗୀତ:-
ତକଦୀର ଜଗାକର ଆୟି ହୁଁ...

ଓମ୍ ଶାନ୍ତି ।
ମଧୁର ଆତ୍ମିକ ସନ୍ତାନମାନେ ଗୀତ ଶୁଣିଲେ । ନୂଆମାନେ ମଧ୍ୟ ଶୁଣିଲେ, ପୁରୁଣାମାନେ ମଧ୍ୟ ଶୁଣିଲେ । କୁମାରମାନେ ମଧ୍ୟ ଶୁଣିଲେ ଯେ ଏହା ପାଠଶାଳା ଅଟେ । ପାଠଶାଳାରେ କୌଣସି ନା କୌଣସି ପ୍ରକାରର ଭାଗ୍ୟ ଗଢାଯାଇଥାଏ । ଦୁନିଆର ପାଠପଢାରେ ତ ଅନେକ ପ୍ରକାରର ଭାଗ୍ୟ ରହିଛି । କେହି ଡାକ୍ତର ହେବାର, କେହି ବାରିଷ୍ଟର ହେବାର ଭାଗ୍ୟ ଗଢିଥାନ୍ତି । ଭାଗ୍ୟ ଗଢିବାକୁ ଲକ୍ଷ୍ୟ ଉଦ୍ଦେଶ୍ୟ ବା ଏମ୍‌-ଅବଜେକ୍ଟ କୁହାଯାଉଛି । ଭାଗ୍ୟ ଗଢିବା ବିନା ପାଠଶାଳାରେ କ’ଣ ପଢିବେ । ଏବେ ଏଠାରେ ପିଲାମାନେ ଜାଣୁଛନ୍ତି ଯେ ଆମେ ମଧ୍ୟ ଭାଗ୍ୟ ଗଢିକରି ଆସିଛୁ । ନୂଆ ଦୁନିଆ ପାଇଁ ନିଜର ରାଜ୍ୟ-ଭାଗ୍ୟ ନେବାକୁ ଆସିଛୁ । ଏହି ରାଜଯୋଗ ହେଉଛି ନୂଆ ଦୁନିଆ ପାଇଁ, ହଠଯୋଗ ହେଉଛି ପୁରୁଣା ଦୁନିଆ ପାଇଁ । ସେମାନେ ପୁରୁଣା ଦୁନିଆ ପାଇଁ ବାରିଷ୍ଟର, ଇଞ୍ଜିନିୟର, ସର୍ଜନ ଆଦି ହୋଇଥାନ୍ତି । ସେସବୁ ହେଉ ହେଉ ଦୁନିଆ ବିନାଶ ହୋଇଯିବ କାହିଁକି ନା ଏବେ ପୁରୁଣା ଦୁନିଆର ତ ସମୟ ବହୁତ କମ୍ ରହିଛି । ଏହା ତ ବିନାଶ ହୋଇଯିବ । ସେମାନଙ୍କର ଭାଗ୍ୟ ଏହି ମୃତ୍ୟୁଲୋକ ପାଇଁ ଅଟେ ଅଥବା ଏହି ଜନ୍ମ ପାଇଁ । ତୁମର ଏହି ପାଠପଢା ନୂଆ ଦୁନିଆ ପାଇଁ ଉଦ୍ଦିଷ୍ଟ । ତୁମେ ନୂଆ ଦୁନିଆ ପାଇଁ ଭାଗ୍ୟ ତିଆରି କରି ଆସିଛ । ନୂଆ ଦୁନିଆରେ ତୁମକୁ ରାଜ୍ୟ-ଭାଗ୍ୟ ମିଳିବ । ଏଠାରେ କିଏ ପଢାଉଛନ୍ତି? ବେହଦର ବାବା, ଯାହାଙ୍କଠାରୁ ହିଁ ସମ୍ପତ୍ତି ପାଇବ । ଯେପରି ଡାକ୍ତରଙ୍କଠାରୁ ଡାକ୍ତରୀର ଜ୍ଞାନ ଧନ ପାଉଛନ୍ତି, ତାହା ହେଉଛି ଏହି ଜନ୍ମର ପ୍ରାପ୍ତି, ପ୍ରଥମତଃ ପ୍ରାପ୍ତି ମିଳୁଛି ଲୌକିକ ପିତାଙ୍କଠାରୁ, ଦ୍ୱିତୀୟରେ ସମ୍ପତ୍ତି ମିଳୁଛି ନିଜର ପାଠପଢା ଦ୍ୱାରା । ଆଚ୍ଛା ପୁଣି ଯେତେବେଳେ ବୁଢା ହୁଅନ୍ତି, ତେବେ ଗୁରୁଙ୍କ ପାଖକୁ ଯାଇଥାନ୍ତି, କ’ଣ ଚାହିଁଥା’ନ୍ତି? କହିଥା’ନ୍ତି ଆମକୁ ଶାନ୍ତିଧାମ ଯିବା ପାଇଁ ଶିକ୍ଷା ଦିଅ । ଆମକୁ ସଦ୍‌ଗତି ଦିଅ । ଏଠାରୁ ମୁକ୍ତ କରି ଶାନ୍ତିଧାମ ନେଇଯାଅ । ଏବେ ପିତାଙ୍କଠାରୁ ସମ୍ପତ୍ତି ମିଳୁଛି, ଏହି ଜନ୍ମ ପାଇଁ ଶିକ୍ଷକଙ୍କଠାରୁ ମଧ୍ୟ ସମ୍ପତ୍ତି ମିଳୁଛି, ବାକି ଗୁରୁଙ୍କଠାରୁ କିଛି ବି ମିଳୁନାହିଁ । ଶିକ୍ଷକଙ୍କ ପାଖରେ ପାଠପଢି କିଛି ନା କିଛି ସମ୍ପତ୍ତି ପାଇଥା’ନ୍ତି । ପାଠପଢି ଶିକ୍ଷକ ହୋଇଥା’ନ୍ତି, ସିଲେଇ ଶିକ୍ଷକ ହୋଇଥା’ନ୍ତି, କାହିଁକି ନା ଆଜୀବିକା ତ ଦରକାର ନା । ବାପର ସମ୍ପତ୍ତି ଥାଇ ମଧ୍ୟ ପାଠ ପଢିଥାନ୍ତି ଯେ ଆମେ ମଧ୍ୟ ନିଜର ରୋଜଗାର କରିବୁ । ଗୁରୁଙ୍କ ଦ୍ୱାରା କିଛି ବି ରୋଜଗାର ହୋଇ ନ ଥାଏ । ହଁ-କେହି-କେହି ଗୀତା ଆଦି ଭଲ ଭାବରେ ପଢି ପୁଣି ଗୀତା ଉପରେ ଭାଷଣ ଆଦି କରିଥା’ନ୍ତି । ଏସବୁ ହେଉଛି ଅଳ୍ପକାଳର ସୁଖ ପାଇଁ । ଏବେ ତ ଏହି ମୃତ୍ୟୁଲୋକରେ ଆମେ ଅଳ୍ପ ସମୟ ରହିବା । ପୁରୁଣା ଦୁନିଆ ବିନାଶ ହୋଇଯିବ ।

ତୁମେ ଜାଣିଛ ଆମେ ନୂଆ ଦୁନିଆ ପାଇଁ ଭାଗ୍ୟ ଗଢିବାକୁ ଆସିଛୁ । ଏହି ପୁରୁଣା ଦୁନିଆ ବିନାଶ ହୋଇଯିବ । ପିତାଙ୍କର ଅଥବା ନିଜର ସମସ୍ତ ସମ୍ପତ୍ତି ମଧ୍ୟ ଭସ୍ମ ହୋଇଯିବ । ହାତ ପୁଣି ଖାଲି ହୋଇଯିବ । ଏବେ ତ ନୂଆ ଦୁନିଆ ପାଇଁ ରୋଜଗାର ଦରକାର । ପୁରୁଣା ଦୁନିଆର ମନୁଷ୍ୟ ତ ତାହା କରାଇ ପାରିବେ ନାହିଁ । ନୂଆ ଦୁନିଆ ପାଇଁ ଶିବବାବା ରୋଜଗାର କରାଉଛନ୍ତି । ଏଠାକୁ ତୁମେ ନୂଆ ଦୁନିଆ ପାଇଁ ଭାଗ୍ୟ ଗଢିବାକୁ ଆସିଛ । ଏହି ବାବା ହିଁ ତୁମର ପିତା, ଶିକ୍ଷକ, ଗୁରୁ ମଧ୍ୟ ଅଟନ୍ତି ଏବଂ ସିଏ ସଂଗମରେ ହିଁ ଆସିଥା’ନ୍ତି । ଭବିଷ୍ୟତ ପାଇଁ ରୋଜଗାର କରିବା ଶିଖାଇଥା’ନ୍ତି । ଆମେ ଏବେ ଏହି ପୁରୁଣା ଦୁନିଆରେ ଅଳ୍ପ ଦିନ ରହିବା । ଏହି କଥା ଦୁନିଆର ମନୁଷ୍ୟମାନେ ଜାଣିନାହାଁନ୍ତି । ସେମାନେ କହିବେ ନୂଆ ଦୁନିଆ ପୁଣି କେବେ ଆସିବ, ଏମାନେ ସବୁ କାହାଣୀ କହୁଛନ୍ତି । ଏହିପରି ଚିନ୍ତାଧାରା ରଖୁଥିବା ବ୍ୟକ୍ତି ମଧ୍ୟ ବହୁତ ଅଛନ୍ତି । ଜ୍ଞାନମାର୍ଗରେ ଥିବା ପିତା କହିବ ନୂଆ ଦୁନିଆ ସ୍ଥାପନ ହେଉଛି । ପୁଅ କହିବ ଏ ସବୁ ମନଗଢା କଥା । କିନ୍ତୁ ତୁମେ ସନ୍ତାନମାନେ ଜାଣିଛ ନୂଆ ଦୁନିଆକୁ ନେଇଯିବା ପାଇଁ ଇଏ ଆମର ବାପ, ଶିକ୍ଷକ, ସତଗୁରୁ ଅଟନ୍ତି । ବାବା ଆସୁ ହିଁ ଛନ୍ତି ଶାନ୍ତିଧାମ, ସୁଖଧାମକୁ ନେଇଯିବା ପାଇଁ । ଯଦି କେହି ନିଜର ଭାଗ୍ୟ ଗଢୁନାହାଁନ୍ତି ତେବେ ସେ କିଛି ବି ବୁଝି ନାହାଁନ୍ତି । ଗୋଟିଏ ଘରେ ସ୍ତ୍ରୀ ପଢୁଛି, ପୁରୁଷ ପଢୁନାହିଁ, ପିଲା ପଢୁଛନ୍ତି, ମା-ବାପା ପଢୁନାହାଁନ୍ତି । ଏହିପରି ମଧ୍ୟ ହେଉଛି । ଆରମ୍ଭରୁ ଏଠାକୁ ପୂରା କୁଟୁମ୍ବ ସହିତ ଆସିଥିଲେ କିନ୍ତୁ ମାୟାର ତୋଫାନ ଲାଗିବା ଦ୍ୱାରା ଆଶ୍ଚର୍ଯ୍ୟ ଭାବେ ଶୁଣିଲେ, କହିଲେ, ପୁଣି ବାବାଙ୍କୁ ଛାଡି ଚାଲି ଗଲେ । ଗାୟନ ମଧ୍ୟ ରହିଛି ଆଶ୍ଚର୍ଯ୍ୟ ଭାବେ ଶୁଣୁଛନ୍ତି, ବାବାଙ୍କର ହେଉଛନ୍ତି, ପାଠ ପଢୁଛନ୍ତି ତଥାପି ମଧ୍ୟ.. ହାୟ ହାତ ଛାଡି ଦେଉଛନ୍ତି, ଡ୍ରାମାର ନିୟମ ଏହିଭଳି । ବାବା ନିଜେ ମଧ୍ୟ କହୁଛନ୍ତି ହାୟ ଡ୍ରାମା, ହାୟ ମାୟା । ଏହା ଡ୍ରାମାର କଥା ହେଲା ନା । ସ୍ତ୍ରୀ-ପୁରୁଷ ପରସ୍ପରକୁ ଛାଡପତ୍ର ଦେଉଛନ୍ତି । ପିଲାମାନେ ବାପକୁ ଛାଡପତ୍ର ଦେଉଛନ୍ତି, ଏଠାରେ ତ ସେ କଥା ନାହିଁ । ଏଠାରେ ତ କେହି କାହାକୁ ଛାଡପତ୍ର ଦେଇପାରିବେ ନାହିଁ । ବାବା ତ ଆସିଛନ୍ତି ପିଲାମାନଙ୍କୁ ଅବିନାଶୀ ରୋଜଗାର କରାଇବା ପାଇଁ । ବାବା କ’ଣ କାହାକୁ ଖାଲରେ ପକାଇବେ । ବାବା ତ ପତିତ-ପାବନ, ଦୟାର ସାଗର ଅଟନ୍ତି । ବାବା ଆସି ଦୁଃଖରୁ ମୁକ୍ତ କରୁଛନ୍ତି ଏବଂ ଗାଇଡ୍ ହୋଇ ସାଥିରେ ନେଇଯିବେ, ଏପରି କୌଣସି ଲୌକିକ ଗୁରୁ କହିବେ ନାହିଁ ଯେ ମୁଁ ତୁମକୁ ସାଥିରେ ନେଇଯିବି, ଏପରି ଗୁରୁ କେବେ ଦେଖିଛ, କେବେ ଶୁଣିଛ? ଗୁରୁମାନଙ୍କୁ ତୁମେ ପଚାର - ଆପଣଙ୍କର ଏତେ ଅନୁଗାମୀ ଅଛନ୍ତି, ଯଦି ତୁମେ ଶରୀର ଛାଡି ଚାଲିଯିବ ତେବେ କ’ଣ ଏହି ଅନୁଗାମୀମାନଙ୍କୁ ତୁମେ ସାଥୀରେ ନେଇ କରିଯିବ? ଏପରି ତ କେବେ କେହି କହିବେ ନାହିଁ ଯେ ମୁଁ ଅନୁଗାମୀମାନଙ୍କୁ ସାଥିରେ ନେଇଯିବି । ଏକଥା ତ ହୋଇପାରିବ ନାହିଁ । କେବେ କେହି କହିପାରିବେ ନାହିଁ ଯେ ମୁଁ ତୁମ ସମସ୍ତଙ୍କୁ ନିର୍ବାଣଧାମ ଅଥବା ମୁକ୍ତିଧାମକୁ ନେଇଯିବି । ଏଭଳି ପ୍ରଶ୍ନ ମଧ୍ୟ କେହି ପଚାରି ବି ପାରିବେ ନାହିଁ ଯେ ଆପଣ ଆମକୁ ସାଥିରେ ନେଇଯିବେ? ଶାସ୍ତ୍ରରେ ଅଛି ଭଗବାନୁବାଚ, ମୁଁ ତୁମକୁ ସାଥିରେ ନେଇଯିବି । ମଶା ସଦୃଶ ସମସ୍ତେ ଯାଇଥାନ୍ତି । ସତ୍ୟଯୁଗରେ ତ କମ୍ ମନୁଷ୍ୟ ରହିବେ । କଳିଯୁଗରେ ତ ଢେର ମନୁଷ୍ୟ ଅଛନ୍ତି । ଶରୀର ତ୍ୟାଗ କରି କେବଳ ଆତ୍ମାମାନେ ହିସାବ କିତାବ ଚୁକ୍ତ କରି ଚାଲିଯିବେ । ଯିବେ ନିଶ୍ଚୟ, ଏତେ ମନୁଷ୍ୟ ରହିବେ ନାହିଁ । ତୁମେମାନେ ଭଲ ଭାବରେ ଜାଣିଛ - ଏବେ ଆମକୁ ଘରକୁ ଯିବାକୁ ହେବ । ଏହି ଶରୀର ତ ଛାଡିବାକୁ ହେବ । ନିଜେ ମଲେ ଦୁନିଆ ମଲା । ନିଜକୁ କେବଳ ଆତ୍ମା ଭାବି ବାବାଙ୍କୁ ୟାଦ କରିବାକୁ ହେବ । ଏହି ପୁରୁଣା ଶରୀର ତ ଛାଡିବାକୁ ପଡିବ । ଏହି ଦୁନିଆ ମଧ୍ୟ ପୁରୁଣା ଅଟେ । ଯେପରି ପୁରୁଣା ଘରେ ବସି ନୂଆ ଘର ତିଆରି ହେବାର ଦେଖି ଭାବନ୍ତି ଯେ ଆମ ପାଇଁ ହିଁ ତିଆରି ହେଉଛି । ବୁଦ୍ଧି ନୂଆ ଘର ଆଡକୁ ଚାଲିଯାଇଥାଏ । ଏଠାରେ ଏପରି ସଜାଅ, ଏପରି କର । ପୁରୁଣାରୁ ସବୁ ମମତ୍ୱ ତୁଟି ନୂଆରେ ଯୋଡି ହୋଇଯାଇଥାଏ । ତାହା ହେଉଛି ହଦର ଦୁନିଆର କଥା । ଏହା ହେଉଛି ଆଧ୍ୟାତ୍ମିକ ଦୁନିଆର କଥା । ପୁରୁଣା ଦୁନିଆରୁ ମମତ୍ୱ ତୁଟାଇ ନୂଆ ଦୁନିଆରେ ଲଗାଇବାକୁ ହେବ । ତୁମେ ଜାଣିଛ ଯେ ଏହି ପୁରୁଣା ଦୁନିଆ ତ ବିନାଶ ହୋଇଯିବ । ନୂଆ ଦୁନିଆ ହେଉଛି ସ୍ୱର୍ଗ । ସେଠାରେ ଆମେ ରାଜା ପଦ ପାଇବା । ଆମେ ଯେତେ ଯୋଗଯୁକ୍ତ ହୋଇ ରହିବା, ଜ୍ଞାନର ଧାରଣା କରିବା, ଅନ୍ୟମାନଙ୍କୁ ବୁଝାଇବା, ସେତେ ଖୁସିର ନିଶା ଚଢିବ । ଏହା ବହୁତ ବଡ ପରୀକ୍ଷା ଅଟେ । ଆମେ ୨୧ ଜନ୍ମ ପାଇଁ ସ୍ୱର୍ଗର ସମ୍ପତ୍ତି ପାଉଛୁ । ସାହୁକାର ହେବା ତ ଭଲ କଥା ଅଟେ ନା । ଲମ୍ବା ଆୟୁ ମିଳିଲେ ତ ଭଲ ନା । ଯେତେ ଯିଏ ସୃଷ୍ଟିଚକ୍ରକୁ ୟାଦ କରିବେ, ଅନ୍ୟକୁ ନିଜ ସମାନ କରିବେ ସେତେ ଲାଭ ପାଇବେ । ରାଜା ହେବାକୁ ହେଲେ ପ୍ରଜା ମଧ୍ୟ ତିଆରି କରିବାକୁ ପଡିବ । ପ୍ରଦର୍ଶନୀକୁ କେତେ ଢେର ଆତ୍ମା ଆସୁଛନ୍ତି । ସେମାନେ ସମସ୍ତେ ପ୍ରଜା ହେବେ କାହିଁକି ନା ଏହି ଅବିନାଶୀ ଜ୍ଞାନର ବିନାଶ ତ ହୁଏ ନାହିଁ । ବୁଦ୍ଧିରେ ଆସିଯିବ - ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ହେବାକୁ ପଡିବ । ଅଧିକ ପୁରୁଷାର୍ଥ କଲେ ପ୍ରଜାରେ ମଧ୍ୟ ଉଚ୍ଚ ପଦ ପାଇବେ । ନଚେତ୍ ତ ସାଧାରଣ ପ୍ରଜା ହେବେ । କ୍ରମଅନୁସାରେ ତ ରହିବେ ନା । ରାମରାଜ୍ୟର ସ୍ଥାପନା ହେଉଛି । ରାବଣ ରାଜ୍ୟର ବିନାଶ ହୋଇଯିବ । ସତ୍ୟଯୁଗରେ ତ ଦେବତାମାନେ ହିଁ ରହିବେ ।

ବାବା ବୁଝାଇଛନ୍ତି - ୟାଦର ଯାତ୍ରା ଦ୍ୱାରା ତୁମେ ସତ୍ୱପ୍ରଧାନ ଦୁନିଆର ମାଲିକ ହେବ । ମାଲିକ ତ ରାଜା ପ୍ରଜା ସମସ୍ତେ ହେବେ । ପ୍ରଜା ମଧ୍ୟ କହିବେ ଆମର ଭାରତ ସବୁଠାରୁ ଶ୍ରେଷ୍ଠ । ବାସ୍ତବରେ ଭାରତ ବହୁତ ଶ୍ରେଷ୍ଠ ଥିଲା । ଏବେ ଦେଖ କ’ଣ ହୋଇଯାଇଛି, କିନ୍ତୁ ଶ୍ରେଷ୍ଠ ଥିଲା ନିଶ୍ଚିତ । ଏବେ ତ ବିଲ୍‌କୁଲ୍ ହିଁ ଗରୀବ ହୋଇଯାଇଛି । ପ୍ରାଚୀନ ଭାରତ ସବୁଠାରୁ ସାହୁକାର ଥିଲା । ତୁମେ ଜାଣିଛ - ବାସ୍ତବରେ ଆମେ ଭାରତବାସୀ ସବୁଠାରୁ ଶ୍ରେଷ୍ଠ ଦେବୀ-ଦେବତା କୁଳର ଥିଲୁ । ଆଉ ତ କାହାକୁ ଦେବତା ବୋଲି କୁହାଯାଉ ନାହିଁ । ଏବେ ତୁମେ କନ୍ୟାମାନେ ଏହି ପାଠ ପଢୁଛ ପୁଣି ଅନ୍ୟମାନଙ୍କୁ ମଧ୍ୟ ବୁଝାଇବାକୁ ହେବ । ମନୁଷ୍ୟମାନଙ୍କୁ ତ ବୁଝାଇବାକୁ ହେବ ନା । ତୁମ ପାଖରେ ଚିତ୍ର ମଧ୍ୟ ଅଛି, ତୁମେ ସିଦ୍ଧ କରି କହିପାରିବ - ଏମାନେ ଏହି ପଦ କିପରି ପାଇଲେ? ତିଥି-ତାରିଖ ସହିତ ତୁମେ ସାବ୍ୟସ୍ତ କରିପାରିବ । ଏହି ଶିବବାବାଙ୍କଠାରୁ ଆମେ ପୁଣି ଏହି ପଦ ପାଉଛୁ । ତାଙ୍କର ଚିତ୍ର ମଧ୍ୟ ରହିଛି । ଶିବ ହେଉଛନ୍ତି ପରମପିତା ପରମାତ୍ମା । ବାବା କହୁଛନ୍ତି ବ୍ରହ୍ମାଙ୍କ ଦ୍ୱାରା ତୁମକୁ ଯୋଗବଳ ଦ୍ୱାରା ୨୧ ଜନ୍ମର ବର୍ସା ମିଳୁଛି । ସୂର୍ଯ୍ୟବଂଶୀ ଦେବୀ-ଦେବତା, ବିଷ୍ଣୁପୁରୀର ତୁମେ ମାଲିକ ହୋଇପାରିବ । ଶିବବାବା ଦାଦା ବ୍ରହ୍ମାଙ୍କ ଦ୍ୱାରା ଏହି ସମ୍ପତ୍ତି ଦେଉଛନ୍ତି । ପ୍ରଥମେ ଏହାଙ୍କର ଆତ୍ମା ଶୁଣୁଛି, ଆତ୍ମା ହିଁ ଧାରଣ କରୁଛି । ଏହା ହିଁ ହେଉଛି ମୂଳକଥା । ଚିତ୍ର ତ ଶିବଙ୍କର ଦେଖାଉଛନ୍ତି । ଏହି ଚିତ୍ର ପରମପିତା ପରମାତ୍ମା ଶିବଙ୍କର ଅଟେ । ବ୍ରହ୍ମା-ବିଷ୍ଣୁ-ଶଙ୍କର ହେଉଛନ୍ତି ସୂକ୍ଷ୍ମବତନବାସୀ ଦେବତା । ପ୍ରଜାପିତା ବ୍ରହ୍ମା ତ ନିଶ୍ଚିତ ଏହିଠାରେ ରହିବା ଦରକାର । ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ବ୍ରହ୍ମାକୁମାର-କୁମାରୀ ଢେର ଅଛନ୍ତି । ଯେ ପର୍ଯ୍ୟନ୍ତ ବ୍ରହ୍ମାଙ୍କର ସନ୍ତାନ ନ ହୋଇଛନ୍ତି, ବ୍ରାହ୍ମଣ ନ ହୋଇଛନ୍ତି, ତେବେ ଶିବବାବାଙ୍କଠାରୁ ସମ୍ପତ୍ତି କିପରି ନେବେ । ଗର୍ଭରୁ ତ ଏତେ ସନ୍ତାନଙ୍କର ଜନ୍ମ ହୋଇପାରିବ ନାହିଁ । ଗାୟନ ମଧ୍ୟ କରାଯାଏ ମୁଖ ବଂଶାବଳୀ । ତୁମେ କହୁଛ ଆମେ ପ୍ରଜାପିତା ବ୍ରହ୍ମାଙ୍କର ମୁଖ ବଂଶାବଳୀ ଅଟୁ । ସେମାନେ ଗୁରୁମାନଙ୍କର ଅନୁଗାମୀ ହୋଇଥାନ୍ତି । ଏଠାରେ ତୁମେ ଜଣଙ୍କୁ ହିଁ ପିତା-ଶିକ୍ଷକ-ସତଗୁରୁ କହୁଛ ତାହା ମଧ୍ୟ ବ୍ରହ୍ମାଙ୍କୁ କହୁନାହଁ । ପିତା-ଶିକ୍ଷକ-ସଦ୍‌ଗୁରୁ ନିରାକାର ଶିବବାବା ହିଁ ଅଟନ୍ତି । ସେ ଜ୍ଞାନର ସାଗର ମଧ୍ୟ ଅଟନ୍ତି । ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଦେଉଛନ୍ତି । ଶିକ୍ଷକ ମଧ୍ୟ ସେହି ନିରାକାର ହିଁ ଅଟନ୍ତି ଯିଏ ସାକାର ଦ୍ୱାରା ଜ୍ଞାନ ଶୁଣାଉଛନ୍ତି । ଆତ୍ମା ହିଁ କହୁଛି । ଆତ୍ମା କହୁଛି ମୋର ଶରୀରକୁ ହଇରାଣ କରନାହିଁ । ଯେତେବେଳେ ଆତ୍ମା ଦୁଃଖୀ ହୋଇଥାଏ ସେ ସମୟରେ ତାକୁ ବୁଝାଯାଇଥାଏ ଯେ ବିନାଶ ସମ୍ମୁଖରେ ରହିଛି, ପାରଲୌକିକ ବାବା ଆସୁଛନ୍ତି ଅନ୍ତିମ ସମୟରେ ସମସ୍ତଙ୍କୁ ଘରକୁ ନେଇଯିବା ପାଇଁ । ବାକି ଯାହା କିଛି ବି ଅଛି, ସେ ସବୁ ବିନାଶ ହୋଇଯିବ । ଏହାକୁ ମୃତ୍ୟୁଲୋକ କୁହାଯାଉଛି, ସ୍ୱର୍ଗ ତ ଏହି ପୃଥିବୀରେ ହିଁ ହୋଇଥାଏ । ଦିଲୱାଡା ମନ୍ଦିର ମଧ୍ୟ ତିଆରି ହୋଇଛି । ତଳେ ତପସ୍ୟା କରୁଛନ୍ତି, ଉପରେ ସ୍ୱର୍ଗ ରହିଛି ନଚେତ୍ କେଉଁଠାରେ ଦେଖାଇବେ । ଉପରେ ଦେବତାମାନଙ୍କର ଚିତ୍ର ଦେଖାଇଛନ୍ତି । ଦେବତାମାନେ ତ ଏହିଠାରେ ରହିବେ ନା । ବୁଝାଇବାର କାଇଦା ଆବଶ୍ୟକ । ମନ୍ଦିରକୁ ଯାଇ ବୁଝାଇବା ଉଚିତ୍ - ଏହା ଶିବବାବାଙ୍କର ସ୍ମୃତିଚିହ୍ନ ଅଟେ, ଯେଉଁ ଶିବବାବା ଆମକୁ ପାଠ ପଢାଉଛନ୍ତି । ବାସ୍ତବରେ ଶିବ ହେଉଛନ୍ତି ବିନ୍ଦୁ । କିନ୍ତୁ ବିନ୍ଦୁର ପୂଜା କିପରି କରାଯିବ, ଫଳଫୁଲ କିପରି ଚଢାଯିବ, ସେଥିପାଇଁ ବଡ ରୂପରେ ତିଆରି କରିଛନ୍ତି । କିନ୍ତୁ ତାଙ୍କର ରୂପ ଏତେ ବଡ ନୁହେଁ । ଗାୟନ ମଧ୍ୟ କରାଯାଏ ଭ୍ରୁକୁଟୀ ମଧ୍ୟରେ ଚମକୁଛି ଅଜବ ତାରକା । ସେ ତ ଅତି ସୂକ୍ଷ୍ମ ବିନ୍ଦୁ ଅଟନ୍ତି । ବଡ ଜିନିଷ ହୋଇଥିଲେ ତ ବୈଜ୍ଞାନିକମାନେ ତୁରନ୍ତ ତାଙ୍କୁ ଧରିପାରିଥାନ୍ତେ । ନା ସିଏ ଏତେ ହଜାର ସୂର୍ଯ୍ୟଙ୍କ ଠାରୁ ତେଜସ୍ୱୀ ଅଟନ୍ତି, ସେପରି କିଛି ନୁହେଁ । କେହି-କେହି ଭକ୍ତମାନେ ମଧ୍ୟ ଆସୁଛନ୍ତି ନା, କହୁଛନ୍ତି ବାସ୍ ଆମକୁ ଏହି ବ୍ରହ୍ମାଙ୍କର ମୁଖମଣ୍ଡଳ ଦେଖାଯାଉଛି । ବାବା ଜାଣିଯାନ୍ତି ଯେ, ତାଙ୍କୁ ପରମପିତା ପରମାତ୍ମାଙ୍କର ପୂରା ପରିଚୟ ମିଳିନାହିଁ । ଏବେ ଭାଗ୍ୟ ହିଁ ଖୋଲି ନାହିଁ । ଯେ ପର୍ଯ୍ୟନ୍ତ ବାବାଙ୍କୁ ନ ଜାଣିଛନ୍ତି, ଏକଥା ବୁଝିନାହାଁନ୍ତି ଯେ ଆମର ଆତ୍ମା ବିନ୍ଦୁ ସଦୃଶ ଅଟେ, ଶିବବାବା ମଧ୍ୟ ବିନ୍ଦୁ ଅଟନ୍ତି, ତାଙ୍କୁ ୟାଦ କରିବାକୁ ହେବ । ଏହିପରି ଭାବି ଯେବେ ୟାଦ କରିବେ ତେବେ ଯାଇ ବିକର୍ମ ବିନାଶ ହେବ । ବାକି ଇଏ ଦେଖାଯାଉଛି, ଏପରି ଦେଖାଯାଉଛି, ସେପରି ଦେଖାଯାଉଛି....ଏହାକୁ ପୁଣି ମାୟାର ବିଘ୍ନ କୁହାଯାଉଛି ।

ଏବେ ତ ତୁମେମାନେ ଖୁସିରେ ଅଛନ୍ତି, କାରଣ ଆମକୁ ବାବା ମିଳିଛନ୍ତି । ମନୁଷ୍ୟମାନେ ତ ଶ୍ରୀକୃଷ୍ଣଙ୍କର ସାକ୍ଷାତ୍‌କାର କରି ବହୁତ ଖୁସୀରେ ନୃତ୍ୟ ଆଦି କରୁଛନ୍ତି କିନ୍ତୁ ଏହା ଦ୍ୱାରା କୌଣସି ସଦ୍‌ଗତି ହୋଇ ନ ଥାଏ । ଏହି ସାକ୍ଷାତ୍‌କାର ତ ଅନାୟାସରେ ହୋଇଯାଇଥାଏ । ଯଦି ଭଲ ଭାବରେ ନ ପଢିବ ତେବେ ପ୍ରଜା ପଦ ପାଇବ । ସାକ୍ଷାତ୍‌କାରର ମଧ୍ୟ ଫାଇଦା ତ ମିଳିବ ନା । ଭକ୍ତିମାର୍ଗରେ ଯେବେ ବହୁତ ପରିଶ୍ରମ କରିଥାନ୍ତି ତେବେ ଯାଇ ସାକ୍ଷାତ୍‌କାର ହୋଇଥାଏ । ଏଠାରେ ଟିକିଏ ପରିଶ୍ରମ କଲେ ମଧ୍ୟ ସାକ୍ଷାତ୍‌କାର ହୋଇଯାଉଛି କିନ୍ତୁ ଫାଇଦା କିଛି ନାହିଁ । ଶ୍ରୀକୃଷ୍ଣପୁରୀକୁ ଯାଇ ମଧ୍ୟ ସାଧାରଣ ପ୍ରଜା ଆଦି ହେବେ । ଏବେ ତୁମେ ଜାଣୁଛ ଶିବବାବା ଆମକୁ ଏହି ଜ୍ଞାନ ଶୁଣାଉଛନ୍ତି । ବାବାଙ୍କର ନିର୍ଦ୍ଦେଶ ହେଲା ପବିତ୍ର ନିଶ୍ଚିତ ହେବାକୁ ପଡିବ । କିନ୍ତୁ କେହି-କେହି ପବିତ୍ର ବି ରହିପାରୁ ନାହାଁନ୍ତି, କେବେ କେବେ ପତିତ ମଧ୍ୟ ଏଠାକୁ ଲୁଚି କରି ଆସିଯାଉଛନ୍ତି । ସିଏ ତ ନିଜର ହିଁ କ୍ଷତି କରୁଛନ୍ତି । ନିଜକୁ ହିଁ ଠକୁଛନ୍ତି । ବାବାଙ୍କୁ ଠକିବାର କୌଣସି କଥା ନାହିଁ । ବାବାଙ୍କ ସହିତ ଠକାମି କରି କୌଣସି ପଇସା ନେବାର ଅଛି କି? ଶିବବାବାଙ୍କ ଶ୍ରୀମତରେ କାଇଦା ଅନୁସାରେ ନ ଚାଲିଲେ କ’ଣ ଅବସ୍ଥା ହେବ । ବୁଝାଯିବ ଯେ ୟାଙ୍କ ଭାଗ୍ୟରେ ହିଁ ନାହିଁ । ଯିଏ ପାଠ ପଢିବେ ନାହିଁ ସେମାନେ ଆହୁରି ଅନେକଙ୍କୁ ଦୁଃଖ ଦେଇ ଚାଲିବେ, ତେଣୁ ପ୍ରଥମତଃ ବହୁତ ଦଣ୍ଡ ଭୋଗ କରିବାକୁ ପଡିବ ଏବଂ ଦ୍ୱିତୀୟରେ ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । କୌଣସି ବି ନିୟମ ବିରୁଦ୍ଧ କାମ କରିବା ଅନୁଚିତ୍ । ବାବା ତ ବୁଝାଇବେ ନା ତୁମର ଚଳଣି ଠିକ୍ ନାହିଁ । ବାବା ତ ରୋଜଗାର କରିବାର ରାସ୍ତା ବତାଉଛନ୍ତି ପୁଣି କେହି କରୁ ବା ନ କରୁ ଏହା ସେମାନଙ୍କର ଭାଗ୍ୟ । ଦଣ୍ଡ ପାଇ ପୁଣି ଶାନ୍ତିଧାମକୁ ତ ଫେରି ଯିବାକୁ ହିଁ ହେବ । ପଦ ଭ୍ରଷ୍ଟ ହୋଇଯିବ । କିଛି ବି ମିଳିବ ନାହିଁ । ଆସୁଛନ୍ତି ତ ବହୁତ କିନ୍ତୁ ଏଠାରେ ତ ବାବାଙ୍କଠାରୁ ସମ୍ପତ୍ତି ନେବାର କଥା ରହିଛି । ପିଲାମାନେ କହୁଛନ୍ତି, ବାବା ଆମେ ତ ସ୍ୱର୍ଗର ସୂର୍ଯ୍ୟବଂଶୀ ରାଜପଦ ପାଇବୁ । ଏହା ରାଜଯୋଗ ଅଟେ ନା । ଛାତ୍ରମାନେ ବୃତ୍ତି ମଧ୍ୟ ନେଇଥାନ୍ତି ନା । ପାସ୍ ହେଲାବାଲାଙ୍କୁ ବୃତ୍ତି ମିଳିଥାଏ । ଏହି ମାଳା ସେହିମାନଙ୍କର ତିଆରି ହୋଇଛି ଯେଉଁମାନେ ବୃତ୍ତି ନେଇଛନ୍ତି । ଯେତିକି-ଯେତିକି ଯେଭଳି ପାସ୍ ହେବେ ସେହିପରି ବୃତ୍ତି ମିଳିବ । ଏହିପରି ମାଳା ତିଆରି ହୋଇଛି । ବୃତ୍ତି ନେଉଥିବା ଆତ୍ମାଙ୍କ ସଂଖ୍ୟା ବୃଦ୍ଧି ହୋଇ-ହୋଇ ହଜାର ହଜାର ହୋଇଯାଉଛନ୍ତି । ରାଜା ପଦ ପାଇବା ହେଉଛି ବୃତ୍ତି ପାଇବା । ଯିଏ ଭଲ ଭାବରେ ପାଠ ପଢୁଛନ୍ତି ସେ ଗୁପ୍ତରେ ରହିପାରିବେ ନାହିଁ । ବହୁତ ନୂଆ ନୂଆ ଛାତ୍ରମାନେ ମଧ୍ୟ ପୁରୁଣାମାନଙ୍କଠାରୁ ଆଗକୁ ଚାଲିଯିବେ । ଯେପରି ଦେଖ କେତେକ କନ୍ୟା ଆସୁଛନ୍ତି କହୁଛନ୍ତି ଯେ ଆମକୁ ଏହି ପାଠପଢା ତ ବହୁତ ଭଲ ଲାଗୁଛି, ଆମେ ପ୍ରତିଜ୍ଞା କରୁଛୁ ଏହି ଭୌତିକ ପାଠପଢା ସମ୍ପୂର୍ଣ୍ଣ କରି ପୁଣି ଏହି ଆଧ୍ୟାତ୍ମିକ ପାଠପଢାରେ ଲାଗିଯାଇ ନିଜର ଜୀବନ ହୀରା ତୁଲ୍ୟ କରିବୁ । ଆମେ ନିଜର ସଚ୍ଚା ରୋଜଗାର କରି ୨୧ ଜନ୍ମ ପାଇଁ ସମ୍ପତ୍ତି ପାଇବୁ । କେତେ ଖୁସି ହେଉଛନ୍ତି । ଜାଣିଛନ୍ତି ଯେ ଏହି ସମ୍ପତ୍ତି ଏବେ ନ ନେଲେ ପୁଣି କେବେ ନେଇ ପାରିବୁନାହିଁ । ପାଠପଢାର ସଉକ ରହିଥାଏ ନା । କାହାକୁ କାହାକୁ ତ ଟିକିଏ ହେଲେ ବି ବୁଝିବାର ସଉକ ନାହିଁ । ପୁରୁଣାମାନଙ୍କର ବି ଏତେ ସଉକ ନାହିଁ, ଯେତେ ନୂଆମାନଙ୍କର ଅଛି । ଆଶ୍ଚର୍ଯ୍ୟର କଥା ନା । କୁହାଯିବ ଡ୍ରାମା ଅନୁସାରେ ଭାଗ୍ୟରେ ନାହିଁ, ତେବେ ଭଗବାନ ବି କ’ଣ କରିବେ । ଶିକ୍ଷକ ତ ପାଠ ପଢାଉଛନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ନିଜର ଦୁର୍ବଳତା ଗୁଡିକୁ ଲୁଚାଇବା ମଧ୍ୟ ନିଜକୁ ଠକିବା ଅଟେ - ସେଥିପାଇଁ କେବେ ବି ନିଜ ସହିତ ଠକାମୀ କରିବାର ନାହିଁ ।

(୨) ନିଜର ଭାଗ୍ୟକୁ ଉଚ୍ଚ କରିବା ପାଇଁ କୌଣସି ବି କାଇଦା ଅର୍ଥାତ୍ ଶ୍ରୀମତ ବିରୁଦ୍ଧରେ କର୍ମ କରିବାର ନାହିଁ । ପାଠପଢାର ସଉକ ରଖିବାକୁ ହେବ ଏବଂ ଅନ୍ୟମାନଙ୍କୁ ନିଜ ସମାନ କରିବାର ସେବା କରିବାକୁ ହେବ ।

ବରଦାନ:-
ଅମୃତବେଳାରେ ସାହାଯ୍ୟ ବା ଶ୍ରୀମତର ପାଳନା ଦ୍ୱାରା ସ୍ମୃତିକୁ ସମର୍ଥବାନ କରୁଥିବା ସ୍ମୃତି ସ୍ୱରୂପ ଭବ ।

ଯଦି ନିଜର ସ୍ମୃତିକୁ ସମର୍ଥବାନ କରିବାକୁ ଚାହୁଁଛ ବା ସ୍ୱତଃ ହିଁ ସ୍ମୃତି ସ୍ୱରୂପ ହେବାକୁ ଚାହୁଁଛ ତେବେ ଅମୃତବେଳା ସମୟର ମହତ୍ୱକୁ ଜାଣ । ଯେଉଁଭଳି ଶ୍ରୀମତ ମିଳିଛି ସେହିଭଳି ସମୟକୁ ଭଲ ଭାବରେ ବୁଝିବା ସହିତ ସମୟ ଅନୁରୂପ କର୍ମ କର ଅର୍ଥାତ୍ ପୁରୁଷାର୍ଥ କର ତା’ ହେଲେ ସହଜରେ ସର୍ବପ୍ରାପ୍ତି କରିପାରିବ ଏବଂ ମେହନତରୁ ମୁକ୍ତ ହୋଇଯିବ । ଅମୃତବେଳାର ମହତ୍ୱକୁ ଜାଣି ସେହି ଅନୁସାରେ ଚାଲିବା ଦ୍ୱାରା ତୁମର ପ୍ରତ୍ୟେକ କର୍ମ ମହତ୍ୱପୂର୍ଣ୍ଣ ହୋଇଯିବ । ସେହି ସମୟରେ ବିଶେଷ ଭାବରେ ନୀରବତା ରହିଥାଏ, ସେଇଥିପାଇଁ ସହଜରେ ସ୍ମୃତିକୁ ସମର୍ଥବାନ କରିପାରିବ ।

ସ୍ଲୋଗାନ:-
ଯୋଗ ଏବଂ ନିଃସ୍ୱାର୍ଥ ସେବା ଦ୍ୱାରା ମାୟାଜିତ୍ ହେଉଥିବା ଆତ୍ମାମାନେ ହିଁ ସଦା ବିଜୟୀ ଅଟନ୍ତି ।

ଅବ୍ୟକ୍ତ ଈଶାରା:- ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ ।

ସଂଗଠିତ ରୂପରେ ତୁମ ବ୍ରାହ୍ମଣ ପିଲାମାନଙ୍କର ଆତ୍ମାମାନଙ୍କ ପରସ୍ପର ସହିତ ସମ୍ପର୍କର ଭାଷା ଅବ୍ୟକ୍ତଭାବ ଯୁକ୍ତ ହେବା ଉଚିତ୍ । ଯେପରି ଫରିସ୍ତାମାନେ ବା ଆତ୍ମାମାନେ ଆତ୍ମାମାନଙ୍କ ସହିତ କଥାବାର୍ତ୍ତା କରୁଛନ୍ତି, ଏଥିପାଇଁ କାହାଠାରୁ ଶୁଣିଥିବା କାହାର ଭୁଲ୍‌କୁ ସଂକଳ୍ପରେ ମଧ୍ୟ ସ୍ୱୀକାର କର ନାହିଁ କି କାହାକୁ ସ୍ୱୀକାର କରାଅ ନାହିଁ । ଯେତେବେଳେ ତୁମର ସ୍ଥିତି ଏହିଭଳି ହୋଇଯିବ, ସେତେବେଳେ ବାବାଙ୍କର ଯେଉଁ ଶୁଭକାମନା ରହିଛି ଯେ - ଏକମତବାଲା ସଂଗଠନ ତିଆରି ହେଉ, ତାହା ବାସ୍ତବିକ ରୂପରେ ସାକାର ହୋଇପାରିବ ଏବଂ ତୁମମାନଙ୍କ ଦ୍ୱାରା ବାବା ପ୍ରତ୍ୟକ୍ଷ ହେବେ ।