20.07.25    Avyakt Bapdada     Odia Murli    25.02.2006     Om Shanti     Madhuban


“ଆଜିର ଉତ୍ସବ ଦିନରେ ମନର ଉମଙ୍ଗ-ଉତ୍ସାହ ଦ୍ୱାରା ମାୟାଠାରୁ ମୁକ୍ତ ରହିବାର ବ୍ରତ ଧାରଣ କର, ଦୟାଳୁ ହୋଇ ମାଷ୍ଟର ମୁକ୍ତିଦାତା ହୁଅ, ଯେହେତୁ ସାଥୀରେ ଯିବାର ଅଛି ତେଣୁ ସମାନ ହୁଅ”


ଆଜି ଚାରିଆଡର ସ୍ନେହୀ ପିଲାମାନଙ୍କର ଉମଙ୍ଗ-ଉତ୍ସାହ ଭରା ମିଠା ମିଠା ଶୁଭେଚ୍ଛାବାର୍ତ୍ତା ଏବଂ ଅଭିନନ୍ଦନ ପହଞ୍ଚିବାରେ ଲାଗିଛି । ସମସ୍ତଙ୍କ ମନ ଭିତରେ ବାପଦାଦାଙ୍କର ଜନ୍ମଦିନର ଉମଙ୍ଗ-ଉତ୍ସାହ ଭରା ଅଭିନନ୍ଦନ ଭରି ରହିଛି । ତୁମେମାନେ ମଧ୍ୟ ଆଜି ବିଶେଷ କରି ଅଭିନନ୍ଦନ ଦେବା ପାଇଁ ଆସିଛ, ନା ନେବା ପାଇଁ ଆସିଛ? ବାପଦାଦା ମଧ୍ୟ ପ୍ରତ୍ୟେକ ସିକିଲଧା ଗେହ୍ଲା ସନ୍ତାନମାନଙ୍କ ଜନ୍ମଦିନର ପଦ୍ମ, ପଦ୍ମଗୁଣା ଅଭିନନ୍ଦନ ଦେଉଛନ୍ତି । ତେବେ ଆଜିର ଦିନରେ ବିଶେଷତା ଯାହାକି ସାରା କଳ୍ପ ଭିତରେ ନାହିଁ ତାହା ଆଜି ହିଁ ଅଟେ - ତାହା ହେଲା ପିତାଙ୍କ ସହିତ ପିଲାମାନଙ୍କର ମଧ୍ୟ ଜନ୍ମ ଦିନ ଏକାଠି ପାଳିତ ହେଉଛି । ଏହାକୁ କୁହାଯାଏ ବିଚିତ୍ର ଜୟନ୍ତୀ । ସାରା କଳ୍ପରେ ଚକ୍ର ଲଗାଇ ଦେଖ ଏଭଳି ଜୟନ୍ତୀ କେବେ ପାଳନ କରିଛ? କିନ୍ତୁ ଆଜି ବାପଦାଦା ପିଲାମାନଙ୍କର ଜୟନ୍ତୀ ପାଳନ କରୁଛନ୍ତି ଏବଂ ପିଲାମାନେ ବାପଦାଦାଙ୍କର ଜୟନ୍ତୀ ପାଳନ କରୁଛନ୍ତି । ଏମିତି ତ ସମସ୍ତେ କହୁଛନ୍ତି ଶିବଜୟନ୍ତୀ କିନ୍ତୁ ଏହା ଏଭଳି ଜୟନ୍ତୀ ଅଟେ ଯାହାକି ଏହି ଗୋଟିଏ ଜୟନ୍ତୀ ଭିତରେ ବହୁତ ଗୁଡିଏ ଜୟନ୍ତୀ ସମାହିତ ଅଟେ । ତୁମମାନଙ୍କୁ ମଧ୍ୟ ବହୁତ ଖୁସି ଲାଗୁଛି ନା, ଯେ ଆମେ ବାବାଙ୍କୁ ଅଭିନନ୍ଦନ ଦେବା ପାଇଁ ଆସିଛୁ ଏବଂ ବାବା ମଧ୍ୟ ଆମକୁ ଅଭିନନ୍ଦନ ଦେବା ପାଇଁ ଆସିଛନ୍ତି କାହିଁକି ନା ବାବାଙ୍କ ସହିତ ପିଲାମାନଙ୍କର ଏକାଠି ଜନ୍ମ ଦିନ ପାଳନ ହେବା ଏହା ଅତି ସ୍ନେହର ପ୍ରତୀକ ଅଟେ । ବାବା ମଧ୍ୟ ପିଲାମାନଙ୍କ ବିନା କିଛି କରିପାରିବେ ନାହିଁ ଏବଂ ପିଲାମାନେ ମଧ୍ୟ ବାବାଙ୍କ ବିନା କିଛି କରିପାରିବେ ନାହିଁ ଜନ୍ମ ମଧ୍ୟ ଏକାଠି ଏବଂ ସଂଗମଯୁଗରେ ରହିବା ମଧ୍ୟ ଏକାଠି, କାହିଁକି ନା ବାବା ପିଲାମାନଙ୍କ ସହିତ ଯୁଗଳ ରୂପରେ ରହୁଛନ୍ତି । ବିଶ୍ୱକଲ୍ୟାଣର କାର୍ଯ୍ୟ ମଧ୍ୟ ଏକାଠି କରୁଛନ୍ତି । ଏକୁଟିକଆ ବାବା ମଧ୍ୟ କରିପାରିବେ ନାହିଁ, ପିଲାମାନେ ମଧ୍ୟ କରିପାରିବେ ନାହିଁ ତେଣୁ ଉଭୟ ଏକାଠି କରୁଛନ୍ତି ଏବଂ ବାବା ପ୍ରତିଶ୍ରୁତି ଦେଇଛନ୍ତି - ସାଥୀ ହୋଇ ରହିବା, ସାଥୀ ହୋଇଯିବା । କ’ଣ ସାଥୀ ହୋଇଯିବା ନା! କଥା ଦେଇଛ ନା! ପିତାଙ୍କର ଏବଂ ପିଲାମାନଙ୍କର ଏତିକି ସ୍ନେହ କେବେ ଦେଖିଛ? ଦେଖିଛ ନା ଅନୁଭବ କରୁଛ? ସେଥିପାଇଁ ଏହି ସଂଗମଯୁଗର ମହତ୍ୱ ରହିଛି ଏବଂ ଏହି ସମୟର ମିଳନର ସ୍ମାରକୀକୁ ଭିନ୍ନ ଭିନ୍ନ ମେଳା ରୂପରେ ପାଳନ କରାଯାଉଛି । ଏହି ଶିବଜୟନ୍ତୀ ଦିନରେ ଭକ୍ତମାନେ ଡାକି ଚାଲିଛନ୍ତି - ଆସ, ଆସ, ଆସ, କିନ୍ତୁ କେବେ ଆସିବେ, କିପରି ଆସିବେ... ଏହିକଥା ଭାବିବାରେ ଲାଗିଛନ୍ତି କିନ୍ତୁ ତୁମେମାନେ ଏଠାରେ ମିଳନ ମେଳା ପାଳନ କରୁଛ ।

ବାପଦାଦାଙ୍କର ଭକ୍ତମାନଙ୍କ ଉପରେ ସ୍ନେହ ମଧ୍ୟ ରହିଛି ଏବଂ ଦୟା ମଧ୍ୟ ଲାଗୁଛି, ସେମାନେ କେତେ ପ୍ରକାରରେ ଚେଷ୍ଟା କରିଚାଲିଛନ୍ତି ଏବଂ ଖୋଜିବାରେ ଲାଗିଛନ୍ତି । କ’ଣ ତୁମେମାନେ ବାବାଙ୍କୁ ଖୋଜିଛ କି, ନା ବାବା ତୁମକୁ ଖୋଜି ବାହାର କରିଛନ୍ତି? କିଏ କାହାକୁ ଖୋଜିଛି? ତୁମେମାନେ ତ କେବଳ ଚାରିଆଡେ ଚକ୍ର ଲଗାଉଥିଲ କିନ୍ତୁ ଦେଖ ବାବା ତାଙ୍କର ପିଲାମାନଙ୍କୁ ଖୋଜି ବାହାର କରିଦେଇଛନ୍ତି, ଯଦିଓ ପିଲାମାନେ କେଉଁ କୋଣ-ଅନୁକୋଣରେ ହଜିଯାଇଥିଲେ । ଆଜି ମଧ୍ୟ ଦେଖ ଭାରତର ଅନେକ ରାଜ୍ୟରୁ ପିଲାମାନେ ଆସିଛନ୍ତି କିନ୍ତୁ ବିଦେଶ ମଧ୍ୟ କିଛି କମ୍ ନୁହେଁ, ୧୦୦ଟି ଦେଶରୁ ଆସିଯାଇଛନ୍ତି । ଏହା ଛଡା ତୁମମାନଙ୍କୁ ବାବାଙ୍କର ହେବା ପାଇଁ କିଛି ମେହନତ କରିବାକୁ ପଡିଛି କି । କ’ଣ ମେହନତ କରିଛ? ଯେଉଁମାନେ ବାବାଙ୍କୁ ଖୋଜିବା ପାଇଁ ମେହନତ କରିଛନ୍ତି ସେମାନେ ହାତ ଉଠାଅ । ହଁ ଭକ୍ତିରେ ମେହନତ କରିଛ କିନ୍ତୁ ଯେବେଠାରୁ ବାବା ତୁମମାନଙ୍କୁ ଖୋଜି ବାହାର କରିଦେଇଛନ୍ତି ତା’ପରେ ଆଉ ମେହନତ କରିଛ କି? କରିଛ କି? ଗୋଟିଏ ସେକେଣ୍ଡରେ ସୌଦା କରି ଦେଇଛ । ଗୋଟିଏ ହିଁ ଶବ୍ଦରେ ସୌଦା ହୋଇଯାଇଛି । ସେହି ଗୋଟିଏ ଶବ୍ଦ କ’ଣ? “ମୋର” । ପିଲାମାନେ କହିଲେ “ମେରା ବାବା”, ବାବା କହିଲେ “ମେରେ ବଚ୍ଚେ” । ବାସ୍ ସଉଦା ହୋଇଗଲା । କ’ଣ ସୌଦା ଶସ୍ତା ହେଲା ନା ମୁଶକିଲ୍‌? ଶସ୍ତା ଅଟେ ନା! ଯେଉଁମାନେ ଭାବୁଛନ୍ତି କିଛି କିଛି ମୁଶକିଲ୍ ଅଟେ ସେମାନେ ହାତ ଉଠାଅ । କେବେ କେବେ ତ ମୁଶକିଲ୍ ଲାଗୁଛି ନା! ନା ନାହିଁ? ପ୍ରକୃତରେ ସହଜ ହିଁ ଅଟେ କିନ୍ତୁ ନିଜର ଦୁର୍ବଳତାଗୁଡିକ ସହଜକୁ ମୁଶକିଲ୍ ଅନୁଭବ କରାଇ ଦେଉଛି ।

ବାପଦାଦା ଦେଖୁଛନ୍ତି ଭକ୍ତମାନଙ୍କ ଭିତରେ ମଧ୍ୟ ଯେଉଁମାନେ ସଚ୍ଚା ଭକ୍ତ ଅଟନ୍ତି, ସ୍ୱାର୍ଥୀ ନୁହଁନ୍ତି, ସଚ୍ଚା ଭକ୍ତ ଅଟନ୍ତି ସେମାନେ ଆଜିର ଦିନରେ ଅତି ସ୍ନେହର ସହିତ ବ୍ରତ ରଖିଥାଆନ୍ତି । ତୁମେମାନେ ମଧ୍ୟ ବ୍ରତ ଧାରଣ କରିଛ କିନ୍ତୁ ସେମାନେ ତ ଅଳ୍ପ ଦିନ ପାଇଁ ବ୍ରତ ରଖିଥାଆନ୍ତି ହେଲେ ତୁମେମାନେ ଏଭଳି ବ୍ରତ ରଖୁଛ - ଯାହାକି ବର୍ତ୍ତମାନର ଏହି ଗୋଟିଏ ବ୍ରତ ୨୧ ଜନ୍ମ ପର୍ଯ୍ୟନ୍ତ କାୟମ ରହୁଛି । ସେମାନେ ପ୍ରତିବର୍ଷ ପାଳନ କରୁଛନ୍ତି ଏବଂ ବ୍ରତ ମଧ୍ୟ ରଖୁଛନ୍ତି କିନ୍ତୁ ତୁମେମାନେ ସାରା କଳ୍ପରେ ଗୋଟିଏ ଥର ହିଁ ବ୍ରତ ରଖୁଛ ଯାହା ଦ୍ୱାରା ୨୧ ଜନ୍ମ ପର୍ଯ୍ୟନ୍ତ ନା ମନରେ ବ୍ରତ କରିବାକୁ ପଡୁଛି, ନା ଶରୀର ଦ୍ୱାରା ବ୍ରତ କରିବାକୁ ପଡୁଛି । ତେବେ ବ୍ରତ ତ ତୁମେମାନେ ମଧ୍ୟ ଧାରଣ କରୁଛ କିନ୍ତୁ କେଉଁ ବ୍ରତ ଧାରଣ କରୁଛ? ପବିତ୍ର ଦୃଷ୍ଟି, ପବିତ୍ର ବୃତ୍ତି ଏବଂ ପବିତ୍ର କୃତି ଅର୍ଥାତ୍ କର୍ମ, ପବିତ୍ର ଜୀବନର ବ୍ରତ ଧାରଣ କରିଛ । ତୁମର ଜୀବନ ହିଁ ପବିତ୍ର ହୋଇଯାଇଛି । ତେବେ ପବିତ୍ରତା କେବଳ ବ୍ରହ୍ମଚର୍ଯ୍ୟ ନୁହେଁ କିନ୍ତୁ ଜୀବନରେ ଆହାର, ବ୍ୟବହାର, ସଂସାର ଏବଂ ସଂସ୍କାର ସବୁ କିଛି ପବିତ୍ର । ଏହିଭଳି ବ୍ରତ ଧାରଣ କରିଛ ନା? କରିଛ ତ? ମୁଣ୍ଡ ହଲାଅ । କ’ଣ କହୁଛ? ପକ୍କା ବ୍ରତ କରିଛ ତ? କ’ଣ ପୂରା ପକ୍କା ନା କିଛି କିଛି କଞ୍ଚା । ଆଚ୍ଛା, ଗୋଟିଏ ମହାଭୂତ ହେଲା କାମ ବିକାର କେବଳ ତା’ର ବ୍ରତ ରଖିଛ ନା ଆଉ ଚାରୋଟିର ମଧ୍ୟ ବ୍ରତ ରଖିଛ? ବ୍ରହ୍ମଚାରୀ ତ ହୋଇଯାଇଛ କିନ୍ତୁ ଆଉ ଚାରୋଟି ଯେଉଁମାନେ ପଛରେ ଅଛନ୍ତି ସେଗୁଡିକର ମଧ୍ୟ ବ୍ରତ ରଖିଛ ତ? କ୍ରୋଧ ପାଇଁ ବ୍ରତ ନେଇଛ, ନା ତା’ ପାଇଁ ଛାଡ ଅଛି? କ’ଣ କ୍ରୋଧ କରିବା ପାଇଁ ଅନୁମତି ମିଳିଛି? ଦ୍ୱିତୀୟ ନମ୍ବର ଅଟେ ନା ତେଣୁ କୌଣସି ଆପତ୍ତି ନାହିଁ, ଏହିଭଳି ଭାବୁନାହିଁ ତ? ଯେପରି କାମ ମହାଭୂତକୁ ମହାଭୂତ ମନେ କରି ମନ-ବଚନ-କର୍ମରେ ପକ୍କା ବ୍ରତ ଧାରଣ କରିଛ ସେହିପରି କ୍ରୋଧ ପାଇଁ ମଧ୍ୟ ବ୍ରତ ଧାରଣ କରିଛ ତ? ଯେଉଁମାନେ ଭାବୁଛନ୍ତି ଆମେ କ୍ରୋଧ ପାଇଁ ମଧ୍ୟ ବ୍ରତ ଧାରଣ କରିଛୁ, ତା’ର ପିଲାଛୁଆ ମଧ୍ୟ ତା’ ପଛରେ ଅଛନ୍ତି, ଲୋଭ, ମୋହ, ଅହଂକାର.... କିନ୍ତୁ ବାପଦାଦା ଆଜି କ୍ରୋଧ ଉପରେ ପଚାରୁଛନ୍ତି । ଯେଉଁମାନେ କ୍ରୋଧ ବିକାରର ପୂର୍ଣ୍ଣ ରୂପରେ ବ୍ରତ ଧାରଣ କରିଛନ୍ତି, ମନରେ ମଧ୍ୟ କ୍ରୋଧ ନାହିଁ, ଦିଲ୍‌ରେ ମଧ୍ୟ କ୍ରୋଧର ଅନୁଭବ ହେଉ ନାହିଁ - ଏହିଭଳି ଅଛ ତ? ଆଜି ଶିବଜୟନ୍ତୀ ଅଟେ ନା! ଆଜି ଭକ୍ତମାନେ ମଧ୍ୟ ବ୍ରତ ରଖିଛନ୍ତି, ତେଣୁ ବାପଦାଦା ମଧ୍ୟ ବ୍ରତ ଉପରେ ପଚାରିବେ ନା! ଯେଉଁମାନେ ଭାବୁଛନ୍ତି ଯେ ସ୍ୱପ୍ନରେ ମଧ୍ୟ କ୍ରୋଧର ଅଂଶ ଆସି ପାରିବ ନାହିଁ, ସେମାନେ ହାତ ଉଠାଅ । କେବେ ବି ଆସିପାରିବ ନାହିଁ । ଏଇଆ ନା! ଆସୁ ନାହିଁ ତ? (ଅଳ୍ପ କେତେ ଜଣ ହାତ ଉଠାଇଛନ୍ତି) ଆଚ୍ଛା, ଯେଉଁମାନେ ହାତ ଉଠାଇଛନ୍ତି, ସେମାନଙ୍କର ଫଟୋ ଉଠାଅ । କାହିଁକି ନା ତୁମମାନଙ୍କର ହାତ ଉଠାଇବାରେ ବାପଦାଦା ବିଶ୍ୱାସ କରିବେ ନାହିଁ, ତୁମର ସାଥୀମାନଙ୍କ ଠାରୁ ମଧ୍ୟ ପ୍ରମାଣ ପତ୍ର ନିଆଯିବ, ତା’ପରେ ପୁରସ୍କାର ଦିଆଯିବ । ଏହା ତ ବହୁତ ଭଲ କଥା, କାହିଁକି ନା ବାପଦାଦା ଦେଖୁଛନ୍ତି ଯେ କ୍ରୋଧର ଅଂଶ ମଧ୍ୟ ରହୁଛି । ଈର୍ଷା, ଦ୍ୱେଷ ଇତ୍ୟାଦି ମଧ୍ୟ କ୍ରୋଧର ପିଲାଛୁଆ ଅଟନ୍ତି କିନ୍ତୁ ବହୁତ ଭଲ କଥା ହେଉଛି ଯେଉଁମାନେ ସାହସ ରଖିଛନ୍ତି ବାପଦାଦା ସେମାନଙ୍କୁ ଏବେ ତ ଅଭିନନ୍ଦନ ଦେଉଛନ୍ତି କିନ୍ତୁ ପ୍ରମାଣ ପତ୍ର ପାଇବା ପରେ ପୁଣି ପୁରସ୍କାର ଦିଆଯିବ, କାହିଁକି ନା ବାପଦାଦା ଯେଉଁ ପାଠ ଦେଇଥିଲେ ତା’ର ଫଳାଫଳ ମଧ୍ୟ ବାପଦାଦା ଦେଖୁଛନ୍ତି ।

ଆଜି ତ ଜନ୍ମ ଦିନ ପାଳନ କରୁଛ, ତେବେ ଜନ୍ମ ଦିନରେ କ’ଣ କରିଥାଆନ୍ତି, ଗୋଟିଏ ହେଲା କେକ୍ କାଟିଥାଆନ୍ତି, ତେଣୁ ଏବେ ତ ଦୁଇମାସ ବିତିସାରିଲାଣି, ଆଉ ଗୋଟିଏ ମାସ ବାକି ଅଛି, ଏହି ଦୁଇମାସ ଭିତରେ ନିଜର ବ୍ୟର୍ଥ ସଂକଳ୍ପ ର କେକ୍ କାଟିଛ? ଜନ୍ମଦିନର କେକ୍ ତ ବହୁତ ସହଜରେ କାଟି ଦେଉଛ ଆଜି ମଧ୍ୟ କାଟିବ । କିନ୍ତୁ ବ୍ୟର୍ଥ ସଂକଳ୍ପର କେକ୍ କରିସାରିଲଣି? କିନ୍ତୁ କାଟିବାକୁ ତ ପଡିବ ନା! କାହିଁକି ନା ସାଥୀରେ ତ ଯିବାକୁ ପଡିବ, ଏହା ତ ତୁମର ଦୃଢ ପ୍ରତିଜ୍ଞା ଅଟେ । ସାଥୀରେ ରହିବୁ, ସାଥୀରେ ଯିବୁ । ଯଦି ସାଥୀରେ ଯିବ ତେବେ ସମାନ ତ ହେବାକୁ ପଡିବ ନା! ଯଦି ବି ଅଳ୍ପ ବହୁତ କମୀ ରହିଯାଇଛି, ଦୁଇମାସ ତ ଶେଷ ହୋଇସାରିଲାଣି, ତେବେ ଆଜି ଦିନରେ ଜନ୍ମ ଦିନ ପାଳନ କରିବା ପାଇଁ କେଉଁଠୁ କେଉଁଠୁ ଆସିଯାଇଛ । ପ୍ଲେନରେ ମଧ୍ୟ ଆସିଛ, ଟ୍ରେନ୍‌ରେ ମଧ୍ୟ ଆସିଛ, କାରରେ ମଧ୍ୟ ଆସିଛ କିନ୍ତୁ ବାପଦାଦାଙ୍କୁ ଖୁସି ଲାଗୁଛି ଯେ ପିଲାମାନେ ଦୌଡି ଦୌଡି ଆସିଛନ୍ତି । କିନ୍ତୁ ଜନ୍ମ ଦିନରେ ପ୍ରଥମେ ଉପହାର ମଧ୍ୟଦେଇଥାଆନ୍ତି ତେଣୁ ଏବେ ଯେଉଁ ଏକମାସ ବାକି ରହିଲା, ଆଗକୁ ହୋଲୀ ମଧ୍ୟ ଆସୁଛି, ହୋଲିରେ ମଧ୍ୟ କିଛି ଜଳାଇଥାଆନ୍ତି, ତେଣୁ ଅଳ୍ପ ବହୁତ ବ୍ୟର୍ଥ ସଂକଳ୍ପ ଯାହାକି ବୀଜ ଅଟେ, ଯଦି ବୀଜ ରହିଥିବ ତେବେ କେବେ ନା କେବେ ସେଥିରୁ କାଣ୍ଡ ମଧ୍ୟ ବାହାରି ଆସିବ, କେବେ ଶାଖା ପ୍ରଶାଖା ମଧ୍ୟ ବାହାରିଯିବ, ତେବେ କ’ଣ ଆଜିର ଏହି ଉତ୍ସବ ଦିବସରେ ମନର ଉମଙ୍ଗ-ଉତ୍ସାହର ସହିତ, ମୁଖର ନୁହେଁ ମନର ଉମଙ୍ଗ-ଉତ୍ସାହର ସହିତ ଯାହା ବି କିଛି କମୀ ରହିଯାଇଛି, ଚାହେଁ ମନ ଭିତରେ, ଚାହେଁ ବାଣୀରେ, ଚାହେଁ ସମ୍ବନ୍ଧ-ସମ୍ପର୍କରେ, କ’ଣ ଆଜି ବାବାଙ୍କ ଜନ୍ମ ଦିନରେ ବାବାଙ୍କୁ ଏହି ଉପହାର ଦେଇପାରିବ? ମନର ଉମଙ୍ଗ-ଉତ୍ସାହ ଦ୍ୱାରା ଉପହାର ଦେଇପାରିବ? ଲାଭ ତ ତୁମର ହେବ ନା, ବାବାଙ୍କୁ କେବଳ ଦେଖିବାର ଅଛି । ତେବେ ଯେଉଁମାନେ ଉମଙ୍ଗ-ଉତ୍ସାହର ସହିତ ସାହସ ରଖୁଛନ୍ତି, ଆମେ ନିଶ୍ଚିତ କରିଦେଖାଇବୁ, ଭଲ ହୋଇ ଦେଖାଇବୁ, ସେମାନେ ହାତ ଉଠାଅ । ଭଲ କରି ଭାବିନିଅ ଛାଡିବାକୁ ପଡିବ । ବାଣୀରେ ମଧ୍ୟ କ୍ରୋଧ ଆସିବ ନାହିଁ, ସମ୍ବନ୍ଧ-ସର୍ମ୍ପକରେ ମଧ୍ୟ କ୍ରୋଧ ଆସିବ ନାହିଁ । ସାହସ ଅଛି ତ? ଅଛି ସାହସ? ମଧୁବନ ନିବାସୀଙ୍କ ଭିତରେ ମଧ୍ୟ ଅଛି, ବିଦେଶୀମାନଙ୍କ ଭିତରେ ମଧ୍ୟ ଅଛି, ଭାରତବାସୀଙ୍କ ଭିତରେ ମଧ୍ୟ ଅଛି କାହିଁକି ନା ବାପଦାଦାଙ୍କର ସମସ୍ତଙ୍କ ପ୍ରତି ସ୍ନେହୀ ଅଛି, ତେଣୁ ବାପଦାଦା ଭାବୁଛନ୍ତି ସମସ୍ତେ ଏକାଠି ଯାଆନ୍ତୁ କେହି ରହି ନ ଯାଆନ୍ତୁ । ଯେହେତୁ ପ୍ରତିଜ୍ଞା କରିଛ ଆମେ ସାଥୀରେ ଯିବୁ ତେଣୁ ସମାନ ତ ହେବାକୁ ହିଁ ପଡିବ । ସ୍ନେହ ଅଛି ନା! ବାଧ୍ୟ ହୋଇ ହାତ ଉଠାଇ ନାହଁ ତ?

ବାପଦାଦା ଏହି ସଂଗଠନରେ, ବ୍ରାହ୍ମଣ ପରିବାରର ବାବାଙ୍କ ସମାନ ଚେହେରା ଦେଖିବାକୁ ଚାହୁଁଛନ୍ତି । କେବଳ ଦୃଢ ସଂକଳ୍ପର ସାହସ ରଖ । କିଛି ବଡ କଥା ନୁହେଁ କିନ୍ତୁ ଟିକିଏ ସହନଶକ୍ତି ଦରକାର । ସମାହିତ କରିବାର ଶକ୍ତି ଦରକାର । ଯାହା ଭିତରେ ସହନ କରିବାର ଶକ୍ତି ଏବଂ ସମାହିତ କରିବାର ଶକ୍ତି ରହିଛି ସେ ସହଜରେ କ୍ରୋଧ ମୁକ୍ତ ହୋଇପାରିବ । ତେଣୁ ତୁମେ ବ୍ରାହ୍ମଣ ପିଲାମାନଙ୍କୁ ତ ବାପଦାଦା ସର୍ବଶକ୍ତିଗୁଡିକୁ ବରଦାନ ରୂପରେ ଦେଇଛନ୍ତି । ତୁମର ଉପାଧି ହିଁ ମାଷ୍ଟର ସର୍ବଶକ୍ତିବାନ ଅଟେ । କେବଳ ଗୋଟିଏ ସ୍ଳୋଗାନକୁ ମନେ ରଖିଥିବ, ଯଦି ଏକ ମାସ ଭିତରେ ବାବାଙ୍କ ସମାନ ନିଶ୍ଚିତ ହେବାକୁ ଚାହୁଁଛ, ତେବେ ଏହି ସ୍ଳୋଗାନଟିକୁ ମନେ ରଖିବ । ଏହା ତୁମର ପ୍ରତିଜ୍ଞା ମଧ୍ୟ ଅଟେ । ନା କାହାକୁ ଦୁଃଖ ଦେବି, ନା ଦୁଃଖ ନେବି । କେହି କେହି ପିଲା କେବଳ ଏତିକି କଥା ଚେକ୍ କରନ୍ତି ଯେ ଆଜି ଦିନରେ କାହାକୁ ଦୁଃଖ ତ ଦେଇ ନାହିଁ । କିନ୍ତୁ ବହୁତ ସହଜରେ ଦୁଃଖ ନେଇ ଯାଉଛନ୍ତି କାହିଁକି ନା ନେବାରେ ତ ଅନ୍ୟ କେହି ଦେଉଛି ନା । ତେଣୁ ନିଜକୁ ଦୋଷୀ ବୋଲି ଭାବୁ ନାହାଁନ୍ତି । କହୁଛନ୍ତି ମୁଁ କ’ଣ କିଛି କରିଛି କି, ଅନ୍ୟ ଲୋକ ମୋତେ ଦୁଃଖ ଦେଇଛି, କିନ୍ତୁ ତୁମେ ନେଲ କାହିଁକି? ନେବାବାଲା ତ ତୁମେ ଅଟ ନା, ଦେବାବାଲା ତ ନୁହେଁ ନା? ଦେବାବାଲା ଯଦି ଭୁଲ୍ କରିଲା, ସେକଥା ତ ବାବା ଜାଣନ୍ତି କି ଡ୍ରାମା ଜାଣେ ତା’ର ହିସାବ କିତାବ କ’ଣ, କିନ୍ତୁ ତୁମେ ନେଲ କାହିଁକି? ଫଳାଫଳ ରୂପରେ ବାପଦାଦା ଦେଖୁଛନ୍ତି ଯେ ପିଲାମାନେ କାହାକୁ ଦୁଃଖ ତ ଦେବାବେଳେ ପୁଣି ବି ଟିକିଏ ଭାବୁଛନ୍ତି କିନ୍ତୁ ନେଉଛନ୍ତି ବହୁତ ଶୀଘ୍ର । ସେଥିପାଇଁ ସମାନ ହୋଇପାରୁ ନାହାଁନ୍ତି । କିନ୍ତୁ ତୁମକୁ ଯିଏ ଯେତେ ବି ଦୁଃଖ ଦେଉନା କାହିଁକି ତୁମକୁ ନେବାର ହିଁ ନାହିଁ । ନଚେତ୍ ଫିଲିଙ୍ଗ୍ କରିବାର ରୋଗ ବଢି ବଢି ଚାଲିବ, ସେଥିପାଇଁ ଯଦି ଛୋଟ ଛୋଟ କଥାରେ ଫିଲିଙ୍ଗ୍ କରିବା ବଢି ବଢି ଚାଲିବ ତେବେ ବ୍ୟର୍ଥ ସଂକଳ୍ପ କେବେ ବି ସମାପ୍ତ ହେବ ନାହିଁ, ତେଣୁ ବାବାଙ୍କ ସାଙ୍ଗରେ କିପରି ଯିବ? ଯେହେତୁ ବାବାଙ୍କର ତୁମମାନଙ୍କ ପ୍ରତି ସ୍ନେହ ଅଛି ତେଣୁ ବାବା ମଧ୍ୟ ତୁମକୁ ଛାଡି ଦେଇପାରିବେ ନାହିଁ, ସାଥିରେ ନେଇକରି ହିଁ ଯିବେ । କ’ଣ ପସନ୍ଦ ଅଟେ ତ? ମଞ୍ଜୁର ଅଟେ ତ? ଯଦି ପସନ୍ଦ ଅଟେ ତେବେ ହାତ ଉଠାଅ । ପଛେ ପଛେ ଆସିବାର ନାହିଁ ତ! ଯଦି ସାଥୀରେ ଯିବାର ଅଛି ତେବେ ଏହି ଉପହାରଟି ଦେବାକୁ ହିଁ ପଡିବ । ସମସ୍ତେ ୧ ମାସ ପର୍ଯ୍ୟନ୍ତ ଏହି ଅଭ୍ୟାସ କର - ନା ଦୁଃଖ ଦେବୁ, ନା ଦୁଃଖ ନେବୁ । ଏକଥା କହିବ ନାହିଁ ଯେ ମୁଁ ତ ଦୁଃଖ ଦେଇନାହିଁ କିନ୍ତୁ ସେ ଦୁଃଖ ନେଇନେଲା, କିଛି ତ ହେଲା ନା । ତେଣୁ ପରଦର୍ଶନ କର ନାହିଁ । ସ୍ୱଦର୍ଶନ କର, ହେ ଅର୍ଜୁନ ମାତେ ହିଁ ହେବାର ଅଛି ।

ଦେଖ, ବାପଦାଦା ପିଲାମାନଙ୍କର ରିପୋର୍ଟରୁ ଯାହା ଦେଖିଲେ, ସନ୍ତୁଷ୍ଟତାର ରିପୋର୍ଟ ଏବେ ମଧ୍ୟ ଅଧିକାଂଶ ପିଲାଙ୍କର ନାହିଁ, ସେଥିପାଇଁ ବାପଦାଦା ପୁଣି ୧ ମାସ ଏଥିପ୍ରତି ଅଧିକ ଗୁରୁତ୍ୱ ଦେବା ପାଇଁ ଦେଉଛନ୍ତି । ଯଦି ଗୋଟିଏ ମାସ ଅଭ୍ୟାସ କରିଦେବ ତେବେ ଅଭ୍ୟାସରେ ପଡିଯିବ । କେବଳ ଅଭ୍ୟାସରେ ପଡିଯିବା ଦରକାର । ଏହାକୁ ହାଲୁକା ଛାଡିଦିଅ ନାହିଁ ଯେ ଏମିତି ତ ହୋଇ ଆସୁଛି, ଏତିକି ତ ଚଳିଯିବ, ନା । ଯଦି ବାପଦାଦାଙ୍କ ସହିତ ସ୍ନେହ ଅଛି ତେବେ କ’ଣ ସ୍ନେହର ପ୍ରତିଦାନର କେବଳ ଗୋଟିଏ କ୍ରୋଧ ବିକାରକୁ କ’ଣ ସ୍ୱାହା କରି ପାରିବ ନାହିଁ? ସ୍ୱାହା କରିବାର ଲକ୍ଷଣ ହେଲା - ଆଦେଶକୁ ମାନି ଯାଉଥିବ । କେବେ ବ୍ୟର୍ଥ ସଂକଳ୍ପ ମଧ୍ୟ ଅନ୍ତିମ ଘଡିରେ ବହୁତ ଧୋକା ଦେଇପାରେ କାହିଁକି ନା ଚାରିଆଡେ ଦୁଃଖର ବାୟୁମଣ୍ଡଳ, ପ୍ରକୃତିର ବାୟୁମଣ୍ଡଳ ଏବଂ ଆତ୍ମାମାନଙ୍କର ବାୟୁମଣ୍ଡଳ ନିଜ ଆଡକୁ ଆକର୍ଷଣ କରିବା ଭଳି ହୋଇଯିବ । ଯଦି ବ୍ୟର୍ଥ ସଂକଳ୍ପ କରିବାର ଅଭ୍ୟାସ ଥିବ ତେବେ ସେହି ବ୍ୟର୍ଥ ଭିତରେ ହିଁ ଛନ୍ଦି ହୋଇଯିବ । ତେଣୁ ବାପଦାଦା ବିଶେଷ କରି ଆଜି ଏହିଭଳି ସାହସର ସଂକଳ୍ପ ଦେଉଛନ୍ତି - ଚାହେଁ ବିଦେଶରେ ରହୁଥାଅ, ଚାହେଁ ଭାରତରେ ରହୁଥାଅ ସେହି ଏକା ବାପଦାଦାଙ୍କର ତ ସନ୍ତାନ ଅଟ ନା । ତେଣୁ ଚାରିଆଡର ପିଲାମାନେ, ଯଦି ସାହସ ଏବଂ ଦୃଢତା ରଖି, ସଫଳମୂରତ ହୋଇ ସାରା ବିଶ୍ୱରେ ଏହି କଥା ପ୍ରଚାର କରିବେ ଯେ ଆମ ଭିତରେ କାମ ବିକାର ନାହିଁ କି କ୍ରୋଧ ବିକାର ମଧ୍ୟ ନାହିଁ । ଆମେ ପରମାତ୍ମାଙ୍କର ସନ୍ତାନ ଅଟୁ । ଅନ୍ୟମାନଙ୍କଠାରୁ ତ ମଦ, ବିଡି ଇତ୍ୟାଦି ଛଡାଇ ଦେଉଛ କିନ୍ତୁ ବାପଦାଦା ଆଜି ପ୍ରତ୍ୟେକ ସନ୍ତାନଠାରୁ କ୍ରୋଧ ମୁକ୍ତ ଏବଂ କାମବିକାର ମୁକ୍ତ ଏହି ଦୁଇଟିକୁ ସାହସର ସହିତ ବିଶ୍ୱ ମଞ୍ଚ ଉପରେ ପ୍ରତ୍ୟକ୍ଷ କରାଇବା ପାଇଁ ଚାହୁଁଛନ୍ତି । କ’ଣ ପସନ୍ଦ ଅଟେ ତ? ଦାଦିମାନଙ୍କୁ ପସନ୍ଦ ଅଟେ ତ? ପ୍ରଥମ ଧାଡି ବାଲାଙ୍କୁ ପସନ୍ଦ ଅଟେ ତ? ମଧୁବନବାଲାଙ୍କୁ ପସନ୍ଦ ଅଟେ ତ? ମଧୁବନବାଲାଙ୍କୁ ମଧ୍ୟ ପସନ୍ଦ ଅଟେ । କ’ଣ ବିଦେଶବାଲାଙ୍କୁ ମଧ୍ୟ ପସନ୍ଦ ଅଟେ ତ? ତେଣୁ ଚାରିଆଡେ ଯାହା ପସନ୍ଦ ଲାଗିଥାଏ, ତା’କୁ କରିବାରେ କ’ଣ ବଡ କଥା ଅଛି । ଏଥିପାଇଁ ବାପଦାଦା ମଧ୍ୟ ଅତିରିକ୍ତ କିରଣ ଅର୍ଥାତ୍ ଶକ୍ତି ଦେବେ । ତେଣୁ ଏଭଳି ନକ୍ସା ଦେଖାଯାଉ ଯେ ଏହା ଆଶୀର୍ବାଦ ଦେବାବାଲା ଏବଂ ଆଶୀର୍ବାଦ ନେବାବାଲା ବ୍ରାହ୍ମଣ ପରିବାର ଅଟେ, କାହିଁକି ନା ସମୟ ମଧ୍ୟ ଆବାହନ କରୁଛି, ବାପଦାଦାଙ୍କ ପାଖରେ ତ ଆଡଭାନ୍ସ ପାର୍ଟି ବାଲାଙ୍କର ମଧ୍ୟ ଦିଲ୍‌ର ଡାକରା ପହଞ୍ଚୁଛି । ମାୟ ମଧ୍ୟ ଏବେ ଥକିଗଲାଣି । ସେମାନେ ମଧ୍ୟ ଚାହୁଁଛନ୍ତି ଯେ ଏବେ ଆମକୁ ମଧ୍ୟ ମୁକ୍ତି ଦେଇଦିଅ, ତେବେ ପିଲାମାନେ ସେମାନଙ୍କୁ ମୁକ୍ତି ମଧ୍ୟ ଦେଇଦେଉଛନ୍ତି, ପୁଣି ମଝିରେ ମଝିରେ ସାଙ୍ଗ ହୋଇଯାଉଛନ୍ତି କାହିଁକି ନା ୬୩ ଜନ୍ମ ସାଥୀ ରହିଆସିଛନ୍ତି ନା! ତେଣୁ ବାପଦାଦା କହୁଛନ୍ତି ହେ ମାଷ୍ଟର ମୁକ୍ତିଦାତା ଏବେ ସମସ୍ତଙ୍କୁ ମୁକ୍ତି ଦେଇଦିଅ କାହିଁକି ନା ସାରା ବିଶ୍ୱକୁ କିଛି ନା କିଛି ଆଞ୍ଜୁଳୀ ଦେବାକୁ ପଡିବ, ତୁମକୁ କେତେ କାମ କରିବାକୁ ପଡିବ କାହିଁକି ନା ବର୍ତ୍ତମାନ ସମୟରେ ସମୟ ମଧ୍ୟ ତୁମର ସାଥୀ ଅଟେ, ସର୍ବ ଆତ୍ମାଙ୍କୁ ମୁକ୍ତିରେ ତ ଯିବାକୁ ହିଁ ହେବ, ଏହା ହିଁ ସେହି ସମୟ ଅଟେ । ଅନ୍ୟ କୌଣସି ସମୟରେ ଯଦି ତୁମେ ଏଥିପାଇଁ ଚେଷ୍ଟା ମଧ୍ୟ କରିବ ତେବେ ତାହା ଦେବାର ସମୟ ହୋଇ ନଥିବାରୁ ତୁମେ ଦେଇ ପାରିବ ନାହିଁ । ଏବେ ହିଁ ସମୟ ଅଟେ ତେଣୁ ପ୍ରଥମେ ସ୍ୱକୁ ମୁକ୍ତି ଦିଅ, ତା’ପରେ ବିଶ୍ୱର ସର୍ବ ଆତ୍ମାମାନଙ୍କୁ ମୁକ୍ତି ଦେବାର ଆଞ୍ଜୁଳୀ ଦିଅ! ସେମାନେ ଡାକିବାରେ ଲାଗିଛନ୍ତି, ତୁମମାନଙ୍କୁ କ’ଣ ଦୁଃଖୀ ଆତ୍ମାମାନଙ୍କର ଡାକରାର ଶବ୍ଦ ଶୁଣାଯାଉ ନାହିଁ । ଯଦି ନିଜ ଭିତରେ ହିଁ ବ୍ୟସ୍ତ ରହୁଥିବ ତେବେ କାହାର ବି ଡାକରା ଶୁଣି ପାରିବ ନାହିଁ । ସେମାନେ ତ ବାରମ୍ବାର ଏହି ଗୀତ ଗାଉଛନ୍ତି ଯେ - ଦୁଃଖୀଓଁ ପର କୁଛ ରହମ କରୋ.... । ଏବେଠାରୁ ଦୟାଳୁ, କୃପାଳୁର ସଂସ୍କାର ଯଦି ବହୁତ ଦିନ ପର୍ଯ୍ୟନ୍ତ ନ ଭରିବ ତେବେ ତୁମମାନଙ୍କର ଜଡ ଚିତ୍ରରେ, ଦୟାର, କୃପାର, କରୁଣାର ଭାଇବ୍ରେଶନ କିପରି ଭରି ହେବ?

କ’ଣ ଡବଲବିଦେଶୀ ପିଲାମାନେ ଭାବୁଛ ଯେ ତୁମୋମନେ ମଧ୍ୟ ଦ୍ୱାପରଯୁଗଠାରୁ ଦୟାଳୁ, କୃପାଳୁ ହୋଇ ନିଜର ଜଡ ଚିତ୍ର ଦ୍ୱାରା ସମସ୍ତଙ୍କୁ ଦୟା କରିବ ନା! ତୁମମାନଙ୍କର ମଧ୍ୟ ଚିତ୍ର ଅଛି ନା, ନା କେବଳ ଭାରତବାସୀଙ୍କର ହିଁ ଅଛି? କ’ଣ ବିଦେଶୀମାନେ ଭାବୁଛନ୍ତି ଯେ ଆମର ମଧ୍ୟ ଜଡ ଚିତ୍ର ପୂଜା ପାଉଛି ବୋଲି? ତେବେ ଚିତ୍ରଗୁଡିକ ସମସ୍ତଙ୍କୁ କ’ଣ ଦେଉଛି? ଚିତ୍ର ନିକଟକୁ ଯାଇ କ’ଣ ମାଗୁଛନ୍ତି? ଦୟା କର, ଦୟା କର ବୋଲି ଚିତ୍କାର କରୁଛନ୍ତି । ତେବେ ଏବେ ସଂଗମଯୁଗରେ ତୁମେମାନେ ନିଜର ଦ୍ୱାପର କଳିଯୁଗର ସମୟ ପାଇଁ ଜଡ ଚିତ୍ର ଗୁଡିକରେ ଯଦି ସେହିଭଳି ବାୟୁମଣ୍ଡଳ ଅର୍ଥାତ୍ ଭାଇବ୍ରେଶନ୍ ଭରିବ ତେବେ ଯାଇ ତୁମମାନଙ୍କର ଜଡ ଚିତ୍ର ଗୁଡିକ ଦ୍ୱାରା ଅନୁଭବ କରିବେ । ଭକ୍ତମାନଙ୍କର କଲ୍ୟାଣ ତ କରିବ ନା! ଭକ୍ତମାନେ ମଧ୍ୟ ତୁମର ବଂଶାବଳୀ ଅଟନ୍ତି ନା! ତୁମେ ସମସ୍ତେ ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର ଅର୍ଥାତ୍ ଆଦି ପିତାଙ୍କର ସନ୍ତାନ ଅଟ ନା! ତେଣୁ ଭକ୍ତ ହୁଅନ୍ତୁ କି ଦୁଃଖୀ ଆତ୍ମା ହୁଅନ୍ତୁ କିନ୍ତୁ ତୁମମାନଙ୍କର ବଂଶାବଳୀ ତ ଅଟନ୍ତି ନା! ତେଣୁ ତୁମମାନଙ୍କୁ ଦୟା ଆସୁ ନାହିଁ? ଆସୁଛି ତ ନିଶ୍ଚିତ କିନ୍ତୁ ଅଳ୍ପ ଅଳ୍ପ ଆସୁଛି ପୁଣି ଅନ୍ୟ କେଉଁଠି ବ୍ୟସ୍ତ ରହିଯାଉଛ । ତେଣୁ ଏବେ ନିଜର ପୁରୁଷାର୍ଥରେ ସମୟ ଅଧିକ ଲଗାଅ ନାହିଁ, ଦେବାରେ ସମୟ ଲଗାଅ, ତେଣୁ ଦେବା, ନେବାରେ ପରିବର୍ତ୍ତନ ହୋଇଯିବ । ତେଣୁ ଏବେ ଆଉ ଛୋଟ ଛୋଟ କଥା ନୁହେଁ ମୁକ୍ତିର ଦିବସ ପାଳନ କର । ଆଜିର ଦିନରେ ମୁକ୍ତି ଦିବସ ପାଳନ କର । ଠିକ୍ ଅଛି ତ? କ’ଣ ପ୍ରଥମ ଧାଡିବାଲା ଠିକ୍ ଅଛି ତ? ମଧୁବନ ନିବାସୀ ଠିକ୍ ଅଛି ତ?

ଆଜି ମଧୁବନ ନିବାସୀ ବହୁତ ପ୍ରିୟ ଲାଗୁଛନ୍ତି କାହିଁକି ନା ସମସ୍ତେ ମଧୁବନକୁ ବହୁତ ଶୀଘ୍ର ଅନୁକରଣ କରିଦେଉଛନ୍ତି । ତେଣୁ ପ୍ରତ୍ୟେକ କଥାରେ ମଧୁବନକୁ ତୁରନ୍ତ ଅନୁକରଣ କରୁଛନ୍ତି, ତେଣୁ ମଧୁବନବାଲା ଯଦି ମୁକ୍ତିଦିବସ ପାଳନ କରିବେ ତେବେ ସମସ୍ତେ ତୁମକୁ ଅନୁକରଣ କରିବେ । ଆଜି ମଧୁବନ ନିବାସୀମାନେ ସମସ୍ତେ ମାଷ୍ଟର ମୁକ୍ତିଦାତା ହୋଇଯାଆନ୍ତୁ । କ’ଣ ହେବ ତ? (ସମସ୍ତେ ହାତ ଉଠାଉଛନ୍ତି) ଆଚ୍ଛା, ବହୁତ ଅଛନ୍ତି । ଆଚ୍ଛା, ଏବେ ବାପଦାଦା ସମସ୍ତଙ୍କୁ ଚାହେଁ ଏଠାରେ ସମ୍ମୁଖରେ ବସିଛନ୍ତି, ଚାହେଁ ଦେଶ ବିଦେଶରେ ଦୂରରେ ବସି ଶୁଣୁଛନ୍ତି ବା ଦେଖୁଛନ୍ତି, ସମସ୍ତଙ୍କୁ ଡ୍ରିଲ୍ କରାଇବେ । ସମସ୍ତେ ପ୍ରସ୍ତୁତ ହୋଇଗଲ ତ । ଏବେ ସବୁ ସଂକଳ୍ପକୁ ସୁପ୍ତ କରିଦିଅ ଅର୍ଥାତ୍ ବନ୍ଦ କରିଦିଅ । ଏବେ ଗୋଟିଏ ସେକେଣ୍ଡରେ ମନ ବୁଦ୍ଧି ଦ୍ୱାରା ନିଜର ମିଠା ଘରେ ପହଞ୍ଚିଯାଅ.... ଏବେ ପରମଧାମରୁ ନିଜର ସୂକ୍ଷ୍ମବତନରେ ପହଞ୍ଚିଯାଅ... ଏବେ ସୂକ୍ଷ୍ମବତନରୁ ସ୍ଥୁଳବତନ ନିଜର ରାଜ୍ୟ ସ୍ୱର୍ଗ ଦୁନିଆରେ ପହଞ୍ଚିଯାଅ... । ଏବେ ନିଜର ପୁରୁଷୋତ୍ତମ ସଂମଯୁଗରେ ପହଞ୍ଚିଯାଅ... ଏବେ ମଧୁବନକୁ ଆସିଯାଅ । ଏହିଭଳି ସ୍ୱଦର୍ଶନ ଚକ୍ରଧାରୀ ହୋଇ ବାରମ୍ବାର ଚକ୍ର ଲଗାଉଥାଅ । ଆଚ୍ଛା!

ଚାରିଆଡର ଭାଗ୍ୟବାନ ଗେହ୍ଲା ପିଲାମାନଙ୍କୁ, ସର୍ବଦା ସ୍ୱରାଜ୍ୟ ଦ୍ୱାରା ସ୍ୱ ପରିବର୍ତ୍ତନ କରୁଥିବା ରାଜା ପିଲାମାନଙ୍କୁ, ସର୍ବଦା ଦୃଢତା ଦ୍ୱାରା ସଫଳତା ପ୍ରାପ୍ତ କରୁଥିବା ସଫଳତାର ତାରକାମାନଙ୍କୁ, ସର୍ବଦା ଖୁସିରେ ରହୁଥିବା ସୌଭାଗ୍ୟଶାଳୀ ପିଲାମାନଙ୍କୁ, ବାପଦାଦାଙ୍କର ଆଜିର ଜନ୍ମଦିନର, ବାବାଙ୍କର ଏବଂ ପିଲାମାନଙ୍କର ଜନ୍ମ ଦିନର ବହୁତ ବହୁତ ଅଭିନନ୍ଦନ, ଆଶୀର୍ବାଦ ଏବଂ ସ୍ନେହ ସମ୍ପନ୍ନ ଶୁଭେଚ୍ଛା, ଏହିଭଳି ଶ୍ରେଷ୍ଠ ପିଲାମାନଙ୍କୁ ନମସ୍ତେ ।

ବରଦାନ:-
ବିଶ୍ୱକଲ୍ୟାଣର ଦାୟିତ୍ୱ ମନେ କରି ସମୟ ଏବଂ ଶକ୍ତିଗୁଡିକୁ କମ୍ ଖର୍ଚ୍ଚ କରୁଥିବା ମାଷ୍ଟର ରଚୟିତା ଭବ ।

ବିଶ୍ୱର ସର୍ବ ଆତ୍ମାମାନେ ତୁମେ ଶ୍ରେଷ୍ଠ ଆତ୍ମାମାନଙ୍କର ପରିବାର ଅଟନ୍ତି, ତେଣୁ ଯେତେ ବଡ ପରିବାର ହୋଇଥାଏ ସେତିକି କମ୍ ଖର୍ଚ୍ଚ ପ୍ରତି ଧ୍ୟାନ ଦିଆଯାଏ । ତେଣୁ ସର୍ବଆତ୍ମାଙ୍କୁ ସମ୍ମୁଖରେ ରଖି ନିଜକୁ ବେହଦର ସେବା ଅର୍ଥେ ନିମିତ୍ତ ମନେ କରି ନିଜର ସମୟ ଏବଂ ଶକ୍ତିଗୁଡିକୁ କାର୍ଯ୍ୟରେ ଲଗାଅ । କେବଳ ନିଜ ପାଇଁ ହିଁ ରୋଜଗାର କରିଲ, ଏବଂ ଶେଷ କରିଦେଲ - ଏଭଳି ବେପରୁଆ ହୁଅ ନାହିଁ । ସର୍ବ ସମ୍ପତ୍ତିର ବଜେଟ୍ ତିଆରି କର । ମାଷ୍ଟର ରଚୟିତା ଭବର ବରଦାନକୁ ସ୍ମୃତିରେ ରଖି ସମୟ ଏବଂ ଶକ୍ତିର ଷ୍ଟକ ସେବା ପାଇଁ ଜମା କର ।

ସ୍ଲୋଗାନ:-
ମହାଦାନୀ ତାଙ୍କୁ କୁହାଯିବ ଯାହାଙ୍କର ସଂକଳ୍ପ ଏବଂ ବାଣୀ ଦ୍ୱାରା ସମସ୍ତଙ୍କୁ ବରଦାନର ପ୍ରାପ୍ତି ହେଉଥିବ ।

ଅବ୍ୟକ୍ତ ଈଶାରା:- ସଂକଳ୍ପର ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ । ତୁମର ଯେଉଁ ସୂକ୍ଷ୍ମ ଶକ୍ତି ଦୁଇଟି ମନ୍ତ୍ରୀ ବା ମହାମନ୍ତ୍ରୀ ରୂପରେ କାର୍ଯ୍ୟ କରୁଛନ୍ତି, ଯଥା ମନ ଏବଂ ବୁଦ୍ଧି, ସେମାନଙ୍କୁ ନିଜର ଆଦେଶ ମୁତାବକ ଚଲାଅ । ଯଦି ଏବେଠାରୁ ତୁମର ରାଜ୍ୟ ଦରବାର ଠିକ୍ ରହିବ ତେବେ ଧର୍ମରାଜର ଦରବାରକୁ ଯିବାକୁ ପଡିବ ନାହିଁ । ଧର୍ମରାଜ ମଧ୍ୟ ତୁମକୁ ସ୍ୱାଗତ କରିବ । କିନ୍ତୁ ତୁମ ଭିତରେ ଯଦି ନିୟନ୍ତ୍ରଣ କରିବାର ଶକ୍ତି ନ ଥିବ ତେବେ ଫାଇନାଲ୍ ପରୀକ୍ଷାର ଫଳାଫଳ ଅନୁସାରେ ଫାଇନ୍ ଦେବା ପାଇଁ ଧର୍ମରାଜ ପୁରୀକୁ ଯିବାକୁ ପଡିବ । ଧର୍ମରାଜ ପୁରୀର ଦଣ୍ଡଗୁଡିକ ହିଁ ଫାଇନ ଅର୍ଥାତ୍ ଯୋରିମନା ଅଟେ । ତେଣୁ ତୁମେ ଯଦି ରିଫାଇନ୍ ଅର୍ଥାତ୍ ସମ୍ପୂର୍ଣ୍ଣ ପବିତ୍ର ହୋଇଯିବ, ତେବେ ଆଉ ଫାଇନ୍ ଦେବାକୁ ପଡିବ ନାହିଁ । ସୂଚନା:- ଆଜି ମାସର ତୃତୀୟ ରବିବାର, ସମସ୍ତ ରାଜଯୋଗୀ ଭାଇଭଉଣୀମାନେ ସଂଧ୍ୟା ୬.୩୦ମି. ଠାରୁ ୭.୩୦ମି. ପର୍ଯ୍ୟନ୍ତ ବିଶେଷ ଯୋଗାଭ୍ୟାସ ସମୟରେ ଭକ୍ତମାନଙ୍କର ଡାକରା ଶୁଣିବା ସହିତ ନିଜର ଇଷ୍ଟଦେବ, ଇଷ୍ଟଦେବୀ ଦୟାଳୁ ଏବଂ ଦାତା ସ୍ୱରୂପରେ ସ୍ଥିତ ହୋଇ ସମସ୍ତଙ୍କର ମନୋକାମନା ପୂର୍ଣ୍ଣ କରିବାର ସେବା କରିବା ହେବେ ।