20.08.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ଶ୍ରୀମତରେ ଚାଲି ସମସ୍ତଙ୍କୁ ମୁକ୍ତି-ଜୀବନମୁକ୍ତି ପାଇବାର ରାସ୍ତା ବତାଅ, ସାରାଦିନ ଏହି ଧନ୍ଦା
କରୁଥାଅ ।’’
ପ୍ରଶ୍ନ:-
ବାବା କେଉଁ
ସୂକ୍ଷ୍ମ କଥା ଶୁଣାଇଛନ୍ତି ଯାହାକୁ ବହୁତ ଭଲ ଭାବରେ ବୁଝିବା ଦରକାର?
ଉତ୍ତର:-
ସତ୍ୟଯୁଗ ହେଉଛି ଅମରଲୋକ, ସେଠାରେ ଆତ୍ମା ଗୋଟିଏ ଶରୀର ପରିବର୍ତ୍ତନ କରି ଆଉ ଗୋଟିଏ ନେଇଥାଏ
କିନ୍ତୁ ମୃତ୍ୟୁର ନାମ ନଥାଏ ସେଥିପାଇଁ ତାହାକୁ ମୃତ୍ୟୁଲୋକ କୁହାଯାଏ ନାହିଁ । (୨)
ଶିବବାବାଙ୍କର ହେଉଛି ବେହଦ ରଚନା, ଅର୍ଥାତ୍ ସାରା ବିଶ୍ୱ ଅଟେ, କିନ୍ତୁ ବ୍ରହ୍ମାଙ୍କର ରଚନା ଏବେ
କେବଳ ତୁମେ ବ୍ରାହ୍ମଣମାନେ ହିଁ ଅଟ । ତ୍ରିମୂର୍ତ୍ତି ଶିବ କୁହାଯିବ, ତ୍ରିମୂର୍ତ୍ତି ବ୍ରହ୍ମା
ନୁହେଁ । ଏହିଭଳି ବହୁତ ସୂକ୍ଷ୍ମ କଥା ବାବା ଶୁଣାଇଛନ୍ତି । ଏହିପରି କଥା ଉପରେ ବିଚାର କରି
ବୁଦ୍ଧି ପାଇଁ ନିଜେ ହିଁ ଭୋଜନ ପ୍ରସ୍ତୁତ କରିବାକୁ ହେବ ।
ଓମ୍ ଶାନ୍ତି ।
ତ୍ରିମୂର୍ତ୍ତି
ଶିବ ଭଗବାନୁବାଚ । ବାସ୍ତବରେ ସେମାନେ ତ୍ରିମୂର୍ତ୍ତି ବ୍ରହ୍ମା କହୁଛନ୍ତି । ବାବା କହୁଛନ୍ତି -
ତ୍ରିମୂର୍ତ୍ତୀ ଶିବ ଭଗବାନୁବାଚ । ତ୍ରିମୂର୍ତ୍ତି ବ୍ରହ୍ମା ଭଗବାନୁବାଚ କହୁନାହାଁନ୍ତି । ତୁମେ
ତ୍ରିମୂର୍ତ୍ତି ଶିବ ଭଗବାନୁବାଚ କହିପାରିବ । ସେମାନେ ତ ଶିବ-ଶଙ୍କର କହି ମିଶାଇ ଦେଇଛନ୍ତି । ଏହା
ତ ସିଧା କଥା ଅଟେ । ତ୍ରିମୂର୍ତ୍ତି ବ୍ରହ୍ମା ବଦଳରେ ତ୍ରିମୂର୍ତ୍ତି ଶିବ ଭଗବାନୁବାଚ ।
ମନୁଷ୍ୟମାନେ ତ କହି ଦେଉଛନ୍ତି - ଶଙ୍କର ଆଖି ଖୋଲିଲେ ବିନାଶ ହୋଇଯାଉଛି । ଏସବୁ ବୁଦ୍ଧିରେ କାମ
ନେବାକୁ ପଡୁଛି । ତିନି ଜଣଙ୍କର ହିଁ ମୁଖ୍ୟ ଅଭିନୟ ରହିଛି । ବ୍ରହ୍ମା ଏବଂ ବିଷ୍ଣୁଙ୍କର ୮୪
ଜନ୍ମର ବଡ ଅଭିନୟ ରହିଛି । ବିଷ୍ଣୁଙ୍କର ଏବଂ ପ୍ରଜାପିତା ବ୍ରହ୍ମାଙ୍କର ଅର୍ଥ ମଧ୍ୟ ବୁଝିଛ, ଏହି
ତିନିଜଣଙ୍କର ଅଭିନୟ ରହିଛି । ବ୍ରହ୍ମାଙ୍କର ତ ନାମର ଗାୟନ ରହିଛି ଆଦି ଦେବ, ଏଡମ୍ ।
ପ୍ରଜାପିତାଙ୍କର ମନ୍ଦିର ମଧ୍ୟ ରହିଛି । ଏହା ହେଉଛି ବିଷ୍ଣୁ ଅଥବା କୃଷ୍ଣଙ୍କର ଅନ୍ତିମ ୮୪ତମ
ଜନ୍ମ, ଯାହାଙ୍କର ନାମ ବ୍ରହ୍ମା ରଖିଛନ୍ତି । ସିଦ୍ଧ କରିବାକୁ ହେବ-ବ୍ରହ୍ମା ଏବଂ ବିଷ୍ଣୁ । ଏବେ
ବ୍ରହ୍ମାଙ୍କୁ ତ ପୋଷ୍ୟ ସନ୍ତାନ ବୋଲି କୁହାଯିବ । ଏହି ଦୁଇଜଣ ହେଉଛନ୍ତି ଶିବଙ୍କର ସନ୍ତାନ ।
ବାସ୍ତବରେ ଜଣେ ସନ୍ତାନ । ହିସାବ କରିଲେ ତ ବ୍ରହ୍ମାକୁ ହିଁ ଶିବଙ୍କର ସନ୍ତାନ କୁହାଯିବ । ବାପା
ଏବଂ ଦାଦା । ବିଷ୍ଣୁଙ୍କର ନାମ ହିଁ ଆସୁନାହିଁ । ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ଶିବବାବା
ସ୍ଥାପନା କରୁଛନ୍ତି । ବିଷ୍ଣୁଙ୍କ ଦ୍ୱାରା ସ୍ଥାପନା କରାଉ ନାହାଁନ୍ତି । ଶିବଙ୍କର ମଧ୍ୟ ସନ୍ତାନ
ରହିଛନ୍ତି ଏବଂ ବ୍ରହ୍ମାଙ୍କର ମଧ୍ୟ ବ୍ରାହ୍ମଣ ସନ୍ତାନମାନେ ରହିଛନ୍ତି । ବିଷ୍ଣୁଙ୍କର ସନ୍ତାନ
କୁହାଯାଇପାରିବ ନାହିଁ । ଲକ୍ଷ୍ମୀ ନାରାୟଣଙ୍କର ମଧ୍ୟ ବହୁତ ସନ୍ତାନ ହୋଇପାରିବେ ନାହିଁ । ଏହା
ହେଉଛି ବୁଦ୍ଧି ପାଇଁ ଭୋଜନ । ନିଜେ ହିଁ ଏହି ଭୋଜନ ପ୍ରସ୍ତୁତ କରିବା ଦରକାର । ବିଷ୍ଣୁଙ୍କର
ସବୁଠାରୁ ଅଧିକ ଅଭିନୟ ରହିଛି । ୮୪ ଜନ୍ମର ବିରାଟ ରୂପ ବିଷ୍ଣୁଙ୍କର ହିଁ ଦେଖାଇଥା’ନ୍ତି,
ବ୍ରହ୍ମାଙ୍କର ନୁହେଁ । ବିରାଟ ରୂପ ବିଷ୍ଣୁଙ୍କର ହିଁ ତିଆରି କରୁଛନ୍ତି କାହିଁକି ନା ପ୍ରଥମେ
ପ୍ରଜାପିତା ବ୍ରହ୍ମାଙ୍କର ନାମ ଧରୁଛନ୍ତି । କିନ୍ତୁ ବ୍ରହ୍ମାଙ୍କର ବହୁତ ଅଳ୍ପ ଅଭିନୟ ରହିଛି
ସେଥିପାଇଁ ବିରାଟ ରୂପ ବିଷ୍ଣୁଙ୍କର ଦେଖାଇଥା’ନ୍ତି । ବିଷ୍ଣୁଙ୍କର ଚତୁର୍ଭୁଜ ମଧ୍ୟ କରି
ଦେଉଛନ୍ତି । ବାସ୍ତବରେ ଏ ସବୁ ଅଳଙ୍କାର ତୁମମାନଙ୍କର । ଏହା ମଧ୍ୟ ବହୁତ ବୁଝିବାର କଥା । କୌଣସି
ମନୁଷ୍ୟ ବୁଝାଇପାରିବେ ନାହିଁ । ବାବା ନୂଆ-ନୂଆ ଉପାୟରେ ବୁଝାଉଛନ୍ତି । ବାବା କହୁଛନ୍ତି
ତ୍ରିମୂର୍ତ୍ତି ଶିବ ଭଗବାନୁବାଚ ଠିକ୍ ନା । ବିଷ୍ଣୁ, ବ୍ରହ୍ମା ଏବଂ ଶିବ । ଏମାନଙ୍କ ମଧ୍ୟରୁ
ପ୍ରଜାପିତା ବ୍ରହ୍ମା ହିଁ ହେଉଛନ୍ତି ସନ୍ତାନ । ବିଷ୍ଣୁଙ୍କୁ ସନ୍ତାନ ବୋଲି କୁହାଯିବ ନାହିଁ ।
ଯଦିଓ ରଚନା କହିଥା’ନ୍ତି ପରନ୍ତୁ ରଚନା ତ ବ୍ରହ୍ମାଙ୍କର କୁହାଯିବ ନା । ଯିଏ ପୁଣି ଭିନ୍ନ ନାମ
ରୂପ ନେଉଛନ୍ତି । ମୁଖ୍ୟ ଅଭିନୟ ତ ହେଉଛି ତାଙ୍କର । ବର୍ତ୍ତମାନ ସମୟରେ ବ୍ରହ୍ମାଙ୍କର ଅଭିନୟ
ମଧ୍ୟ ବହୁତ କମ୍ ରହିଛି । ବିଷ୍ଣୁଙ୍କର କେତେ ସମୟ ରାଜ୍ୟ ଚାଲୁଛି! ସାରା ବୃକ୍ଷର ବୀଜରୂପ
ହେଉଛନ୍ତି ଶିବବାବା । ତାଙ୍କ ରଚନାକୁ ଶାଳଗ୍ରାମ କୁହାଯିବ । ଯେଉଁମାନେ ବ୍ରହ୍ମାଙ୍କର ରଚନା
ସେମାନଙ୍କୁ ବ୍ରାହ୍ମଣ-ବ୍ରାହ୍ମଣୀ କୁହାଯିବ । କିନ୍ତୁ ଶିବଙ୍କର ଯେତେ ରଚନା ରହିଛି ସେତେ
ବ୍ରହ୍ମାଙ୍କର ନାହିଁ । ଶିବଙ୍କ ରଚନା ତ ବହୁତ ଅଛନ୍ତି । ସମସ୍ତ ଆତ୍ମାମାନେ ହେଉଛନ୍ତି ତାଙ୍କର
ସନ୍ତାନ । କେବଳ ତୁମେ ବ୍ରାହ୍ମଣମାନେ ହିଁ କେବଳ ବ୍ରହ୍ମାଙ୍କର ରଚନା ଅଟ । ହଦ (ସୀମା) ଭିତରକୁ
ଆସିଗଲ ନା । ଶିବବାବାଙ୍କର ହେଉଛି ବେହଦର (ଅସୀମ) ରଚନା - ସମସ୍ତ ଆତ୍ମାମାନେ । ସାରା ସୃଷ୍ଟିର
ଆତ୍ମାମାନଙ୍କର କଲ୍ୟାଣ କରୁଛନ୍ତି । ବ୍ରହ୍ମା ଦ୍ୱାରା ସ୍ୱର୍ଗର ସ୍ଥାପନା କରୁଛନ୍ତି । ତୁମେ
ବ୍ରାହ୍ମଣମାନେ ହିଁ ଯାଇ ସ୍ୱର୍ଗବାସୀ ହେବ । ଆଉ ତ କାହାକୁ ସ୍ୱର୍ଗବାସୀ କୁହାଯିବ ନାହିଁ,
ନିର୍ବାଣବାସୀ ଅଥବା ଶାନ୍ତିଧାମବାସୀ ତ ସମସ୍ତେ ହେବେ । ସବୁଠାରୁ ଉଚ୍ଚ ସେବା ହେଉଛି
ଶିବବାବାଙ୍କର । ସେ ସମସ୍ତ ଆତ୍ମାମାନଙ୍କୁ ନେଇଯାଉଛନ୍ତି । ସମସ୍ତଙ୍କର ଅଭିନୟ ଅଲଗା-ଅଲଗା ଅଟେ
। ଶିବବାବା ମଧ୍ୟ କହୁଛନ୍ତି ମୋର ଅଭିନୟ ଭିନ୍ନ । ସମସ୍ତଙ୍କ ହିସାବ-କିତାବ ଚୁକ୍ତ କରାଇ ତୁମକୁ
ପତିତରୁ ପାବନ କରି ନେଇଯାଉଛି । ତୁମେ ଏଠାରେ ପାବନ ହେବା ପାଇଁ ପରିଶ୍ରମ କରୁଛ । ଅନ୍ୟ ସମସ୍ତେ
ବିନାଶ ସମୟରେ ହିସାବ-କିତାବ ସମାପ୍ତ କରିସାରି ଯିବେ । ପୁଣି ମୁକ୍ତିଧାମରେ ଯାଇ ବସି ରହିବେ ।
ସୃଷ୍ଟିର ଚକ୍ର ତ ଘୂରିବ ।
ତୁମେ ସନ୍ତାନମାନେ
ବ୍ରହ୍ମା ଦ୍ୱାରା ବ୍ରାହ୍ମଣ ହୋଇ ପୁଣି ଦେବତା ହୋଇଯାଉଛ । ତୁମେ ବ୍ରାହ୍ମଣମାନେ ଶ୍ରୀମତ ଆଧାରରେ
ସେବା କରୁଛ । କେବଳ ମନୁଷ୍ୟମାନଙ୍କୁ ରାସ୍ତା ବତାଉଛ - ମୁକ୍ତି ଏବଂ ଜୀବନମୁକ୍ତି ପାଇବାକୁ ହେଲେ
ଏହିପରି ଭାବେ ପାଇପାରିବ । ଉଭୟ ଚାବି ହାତରେ ଅଛି । ଏ କଥା ମଧ୍ୟ ଜାଣିଛ କିଏ କିଏ ମୁକ୍ତି ଏବଂ
କିଏ କିଏ ଜୀବନମୁକ୍ତିକୁ ଯିବେ । ଏହା ହିଁ ତୁମର ସାରା ଦିନର ଧନ୍ଦା । କେହି କେହି ଯଦି ଶସ୍ୟ
ଆଦିର ବେପାର କଲେ ତେବେ ବୁଦ୍ଧିରେ ସାରାଦିନ ତାହା ହିଁ ରହିଥାଏ । ତୁମର ଧନ୍ଦା ହେଉଛି ରଚନାର
ଆଦି-ମଧ୍ୟ-ଅନ୍ତକୁ ଜାଣିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ମୁକ୍ତି ଏବଂ ଜୀବନମୁକ୍ତିର ରାସ୍ତା ବତାଇବା
। ଏହି ଧର୍ମର ଯେଉଁମାନେ ହୋଇଥିବେ ସେମାନେ ବାହାରି ଆସିବେ । ଏପରି ବହୁତ ଧର୍ମର ଅଛନ୍ତି ଯିଏ
ବଳଦି ପାରିବେ ନାହିଁ । ଯେପରି ଆଙ୍ଗୋଲ ଖ୍ରୀଷ୍ଟିୟାନ୍ କଳା ହୋଇଥାନ୍ତି । ତାଙ୍କର ରୂପ ତ ବଦଳି
ନ ଥାଏ । କେବଳ ଏମତି ବଦଳାଇ ଦେଇଥା’ନ୍ତି । ଏପରି ନୁହେଁ ଯେ ଚେହେରା ବଦଳିଯାଉଛି । କେବଳ ଧର୍ମକୁ
ମାନ ଦେଇଥା’ନ୍ତି । କେହି ବୌଦ୍ଧ ଧର୍ମକୁ ମାନିଥା’ନ୍ତି କାହିଁକି ନା ଦେବୀ-ଦେବତା ଧର୍ମ ତ
ପ୍ରାୟଃ ଲୋପ ହୋଇଯାଇଛି । ଜଣେ ହେଲେ ବି ଏପରି ନାହାଁନ୍ତି ଯିଏ କହିବେ ଆମେ ଆଦି ସନାତନ
ଦେବୀ-ଦେବତା ଧର୍ମର ଅଟେ । ଦେବତାମାନଙ୍କର ଚିତ୍ର କାମରେ ଆସୁଛି, ଆତ୍ମା ତ ହେଉଛି ଅବିନାଶୀ,
ତାହା କେବେ ମରି ନ ଥାଏ । ଗୋଟିଏ ଶରୀର ଛାଡି ପୁଣି ଅନ୍ୟ ଶରୀର ନେଇ ପାର୍ଟ ବଜାଇଥାଏ । ତାକୁ
ମୃତ୍ୟୁଲୋକ କୁହାଯାଏ ନାହିଁ । ତାହା ହିଁ ହେଉଛି ଅମରଲୋକ । ଶରୀର କେବଳ ବଦଳୁଛି । ବୁଝିବା
ନିମନ୍ତେ ଏହି କଥା ହେଉଛି ବହୁତ ସୂକ୍ଷ୍ମ । ମୋଟାକଥା କିଛି ହେଲେ ନାହିଁ । ଯେପରି ବିଭାଘରରେ
କାହାକୁ ସ୍ୱଳ୍ପ ରୂପରେ, କାହାକୁ ମୋଟା ରୂପରେ ଯୌତୁକ ଦେଇଥା’ନ୍ତି । କେହି କେହି ସବୁ ଦେଖାଇ କରି
ଦେଇଥାନ୍ତି, କେହି କେହି ପେଟୀ ବନ୍ଦ କରି ଦେଇଥା’ନ୍ତି । ଭିନ୍ନ-ଭିନ୍ନ ପ୍ରକାରେ ପ୍ରଥା ରହିଛି
। ତୁମକୁ ପ୍ରଚୁର ସମ୍ପତ୍ତି ମିଳୁଛି, କାହିଁକି ନା ତୁମେ ସବୁ ହେଉଛ କନ୍ୟା । ବାବା ହେଉଛନ୍ତି
ବର । ତୁମକୁ ଶୃଙ୍ଗାର କରାଇ ବିଶ୍ୱର ବାଦଶାହୀ ସମ୍ପୂର୍ଣ୍ଣ ଭାବେ ଦେଉଛନ୍ତି । ବିଶ୍ୱର ମାଲିକ
ତୁମେ ହେଉଛ ।
ମୁଖ୍ୟ କଥା ହେଉଛି
ବାବାଙ୍କୁ ମନେ ପକାଇବା । ଜ୍ଞାନ ତ ବହୁତ ସହଜ । ତେଣୁ କେବଳ ଅଲଫଙ୍କୁ ୟାଦ କରିବାକୁ ହେବ ।
କିନ୍ତୁ ବିଚାର କରାଯାଉଛି ଯେ ବାବାଙ୍କ ସ୍ମୃତି ତୁରନ୍ତ ହିଁ ଭୁଲି ହୋଇଯାଉଛି । ଅନେକ କହୁଛନ୍ତି
ବାବା ୟାଦ ଭୁଲିଯାଉଛୁ । ତୁମେ କାହାକୁ ବୁଝାଇଲେ ମଧ୍ୟ ସର୍ବଦା ୟାଦ ଅକ୍ଷର କୁହ । ଯୋଗ ଅକ୍ଷର
କହିବା ଭୁଲ୍ । ଶିକ୍ଷକଙ୍କୁ ଛାତ୍ରର ସ୍ମୃତି ରହିଥାଏ । ପିତା ହେଉଛନ୍ତି ସୁପ୍ରିମ ସୋଲ୍ । ତୁମେ
ଆତ୍ମା ସୁପ୍ରିମ୍ ନୁହଁ । ତୁମେ ହେଉଛ ପତିତ । ଏବେ ବାବାଙ୍କୁ ମନେ ପକାଅ । ଶିକ୍ଷକ, ବାପା ଓ
ଗୁରୁଙ୍କୁ ମନେ ପକାଯାଇଥାଏ । ଗୁରୁମାନେ ବସି ଶାସ୍ତ୍ର ଶୁଣାଇ, ମନ୍ତ୍ର ଦେଇଥାନ୍ତି । ବାବାଙ୍କର
ମନ୍ତ୍ର ହେଉଛି ଗୋଟିଏ - ମନମନାଭବ । ପୁଣି କ’ଣ ହେବ? ମଧ୍ୟାଜୀଭବ । ତୁମେ ବିଷ୍ଣୁପୁରୀକୁ
ଚାଲିଯିବ । ତୁମେ ସମସ୍ତେ ତ ରାଜା-ରାଣୀ ହେବ ନାହିଁ । ରାଜା-ରାଣୀଙ୍କ ସହିତ ପ୍ରଜା ମଧ୍ୟ ହେବେ
। ତେବେ ମୁଖ୍ୟ ହେଉଛି ତ୍ରିମୂର୍ତ୍ତି । ଶିବବାବାଙ୍କ ପରେ ରହିଛନ୍ତି ବ୍ରହ୍ମା ଯିଏ ପୁଣି
ମନୁଷ୍ୟ ସୃଷ୍ଟି ଅର୍ଥାତ୍ ବ୍ରାହ୍ମଣ ରଚନା କରୁଛନ୍ତି । ବ୍ରାହ୍ମଣଙ୍କୁ ପରେ ପାଠ ପଢାଉଛନ୍ତି ।
ଏହା ନୂଆ କଥା ଅଟେ ନା । ତୁମେ ବ୍ରାହ୍ମଣ-ବ୍ରାହ୍ମଣୀମାନେ ହେଉଛ ଭାଇ-ଭଉଣୀ । ବୁଢାମାନେ ମଧ୍ୟ
କହିବେ ଆମେ ହେଉଛୁ ଭାଇ-ଭଉଣୀ । ଏହାକୁ ମନ ଭିତରେ ବୁଝିବା ଦରକାର । କାହାକୁ ଅଯଥାରେ ଏପରି କହିବା
ଅନୁଚିତ୍ । ଭଗବାନ ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ରଚନା କଲେ ତେଣୁ ଭାଇ-ଭଉଣୀ ହେଲେ
ନା । ଯେହେତୁ ଏକ ପ୍ରଜାପିତା ହେଉଛନ୍ତି ବ୍ରହ୍ମାଙ୍କର ସନ୍ତାନ, ଏହା ବୁଝିବାର କଥା । ତୁମେ
ପିଲାମାନଙ୍କୁ ତ ବହୁତ ଖୁସି ହେବା ଦରକାର ଯେ - ଆମକୁ କିଏ ପଢାଉଛନ୍ତି । ଶିବବାବା ।
ତ୍ରିମୂର୍ତ୍ତି ଶିବ । ବ୍ରହ୍ମାଙ୍କର ମଧ୍ୟ ବହୁତ କମ୍ ସମୟର ଅଭିନୟ ରହିଛି । ବିଷ୍ଣୁଙ୍କର
ସତ୍ୟଯୁଗୀ ରାଜଧାନୀରେ ୮ ଜନ୍ମ ଅଭିନୟ ଚାଲୁଛି (୮ ଗଦି ଚାଲେ) । ବ୍ରହ୍ମାଙ୍କର ତ ଗୋଟିଏ ଜନ୍ମର
ଅଭିନୟ ରହିଛି । ବିଷ୍ଣୁଙ୍କର ଅଭିନୟକୁ ତ ବଡ କୁହାଯିବ । ତ୍ରିମୂର୍ତ୍ତି ଶିବ ହେଉଛନ୍ତି ମୁଖ୍ୟ
। ପୁଣି ଆସୁଛି ବ୍ରହ୍ମାଙ୍କର ପାର୍ଟ, ଯିଏକି ତୁମକୁ ବିଷ୍ଣୁପୁରୀର ମାଲିକ କରାଉଛନ୍ତି ।
ବ୍ରହ୍ମାରୁ ବ୍ରାହ୍ମଣ ପୁଣି ସେହି ଦେବତା ହେଉଛନ୍ତି । ତେଣୁ ଇଏ ହୋଇଗଲେ ଅଲୌକିକ ପିତା । ଅଳ୍ପ
ସମୟ ପାଇଁ ଇଏ ପିତା ହୋଇଛନ୍ତି ଯାହାଙ୍କୁ ଏବେ ସ୍ୱୀକାର କରୁଛନ୍ତି । ଆଦି ଦେବ, ଆଦମ ଏବଂ ବିବି
। ଏହାଙ୍କ ବିନା ସୃଷ୍ଟି କିପରି ରଚନା କରିବେ । ଆଦିଦେବ ଏବଂ ଆଦି ଦେବୀ ଅଟନ୍ତି ନା ।
ବ୍ରହ୍ମାଙ୍କର ଅଭିନୟ କେବଳ ମାତ୍ର ସଙ୍ଗମ ସମୟରେ ରହୁଛି । ଦେବତାମାନଙ୍କର ଅଭିନୟ ତଥାପି ବହୁତ
ସମୟ ଚାଲୁଛି । କେବଳ ସତ୍ୟ ଯୁଗରେ ଦେବତା ବୋଲି କୁହାଯିବ । ତ୍ରେତାରେ କ୍ଷତ୍ରୀୟ କୁହାଯିବ ।
ଏହିପରି ବହୁତ ଗୁହ୍ୟ-ଗୁହ୍ୟ ପଏଣ୍ଟସ୍ ମିଳୁଛି । ସବୁ କଥା ଗୋଟିଏ ସମୟରେ ବର୍ଣ୍ଣନା କରିହେବ ନାହିଁ
। ସେମାନେ ତ୍ରିମୂର୍ତ୍ତି ବ୍ରହ୍ମା ବୋଲି କହୁଛନ୍ତି । ଶିବଙ୍କୁ ଉଡେଇ ଦେଇଛନ୍ତି । ଆମେ ପୁଣି
ତ୍ରିମୂର୍ତ୍ତି ଶିବ କହୁଛେ । ଏସବୁ ଚିତ୍ର ଆଦି ହେଉଛି ଭକ୍ତି ମାର୍ଗର । ବ୍ରହ୍ମାଙ୍କ ଦ୍ୱାରା
ପ୍ରଜା ରଚନା କରୁଛନ୍ତି । ପୁଣି ତୁମେ ଦେବତା ହେଉଛ । ବିନାଶ ସମୟରେ ପ୍ରାକୃତିକ ବିପର୍ଯ୍ୟୟ
ମଧ୍ୟ ଆସିଥାଏ । ବିନାଶ ନିଶ୍ଚୟ ହେବ, କଳିଯୁଗ ପରେ ପୁଣି ସତ୍ୟଯୁଗ ହେବ । ଏତେ ସବୁ ଶରୀରର
ବିନାଶ ତ ନିଶ୍ଚିତ ହେବ । ସବୁ କିଛି ବାସ୍ତବରେ ହେବା ଦରକାର ନା । କେବଳ ଆଖି ଖୋଲି ଦେଲେ ବିନାଶ
କ’ଣ ହେବ ହୋଇଯିବ । ଯେତେବେଳେ ସ୍ୱର୍ଗ ଲୋପ ହୋଇଯାଉଛି, ସେ ସମୟରେ ମଧ୍ୟ ଭୂମିକମ୍ପ ଆଦି ହେଉଛି
। ତେବେ କ’ଣ ସେ ସମୟରେ ମଧ୍ୟ ଶଙ୍କର ଏପରି ଆଖି ଖୋଲୁଛନ୍ତି । ଗାୟନ କରୁଛନ୍ତି ନା ଦ୍ୱାରିକା
ଅଥବା ଲଙ୍କା ପାଣିର ତଳକୁ ଚାଲିଗଲା ।
ଏବେ ବାବା ବୁଝାଉଛନ୍ତି
- ମୁଁ ଆସିଛି ପଥର ବୁଦ୍ଧିମାନଙ୍କୁ ପାରସବୁଦ୍ଧି କରିବା ପାଇଁ । ମନୁଷ୍ୟ ଡାକୁଛନ୍ତି - ହେ
ପତିତ-ପାବନ ଆସ, ଆସି ପବିତ୍ର ଦୁନିଆ ସ୍ଥାପନ କର । କିନ୍ତୁ ଏକଥା ବୁଝୁ ନାହାଁନ୍ତି ଯେ
ବର୍ତ୍ତମାନ ହେଉଛି କଳିଯୁଗ ଏହାପରେ ସତ୍ୟଯୁଗ ଆସିବ । ତୁମେ ପିଲାମାନେ ଖୁସିରେ ନାଚିବା ଉଚିତ୍ ।
ବାରିଷ୍ଟର ଆଦି ପରୀକ୍ଷାରେ ପାସ୍ କଲେ ଭିତରେ ଖିଆଲ କରିଥାନ୍ତି ନା - ମୁଁ ପଇସା ରୋଜଗାର କରିବି,
ପୁଣି ଘର ତିଆରି କରିବୁ, ଏପରି କରିବୁ । ତେଣୁ ତୁମେ ଏବେ ଅବିନାଶୀ ରୋଜଗାର କରୁଛ । ସ୍ୱର୍ଗରେ
ତୁମକୁ ସବୁ କିଛି ନୂଆ ସମ୍ପତ୍ତି ମିଳିବ । ଭାବି ଦେଖ ସୋମନାଥ ମନ୍ଦିର କ’ଣ ଥିଲା! ଗୋଟିଏ
ମନ୍ଦିର ତ ନଥିବ । ସେ ମନ୍ଦିରକୁ ୨୫୦୦ ବର୍ଷ ହେଲାଣି । ତିଆରି କରିବାରେ ସମୟ ତ ଲାଗିଥିବ ନା ।
ପୂଜା ହେଉଥିଲା ତାପରେ ସେମାନେ ଏହାକୁ ଲୁଟି ନେଇଯାଇଥିଲେ । ସାଙ୍ଗେ ସାଙ୍ଗେ ତ ଆସି ନ ଥିବେ ।
ବହୁତ ମନ୍ଦିର ଥିବ । ପୂଜା ନିମନ୍ତେ ମନ୍ଦିର ତିଆରି କରିଛନ୍ତି । ଏବେ ତୁମେ ଜାଣିଛ ବାବାଙ୍କୁ
ମନେ ପକାଇ ପକାଇ ଆମେ ସତ୍ୟଯୁଗକୁ ଚାଲିଯିବୁ । ଆତ୍ମା ପବିତ୍ର ହୋଇଯିବ । ପରିଶ୍ରମ କରିବାକୁ
ପଡୁଛି । ମେହନତ ବିନା କାମ ଚାଲିବ ନାହିଁ । ଗାୟନ ମଧ୍ୟ ରହିଛି - ସେକେଣ୍ଡରେ ଜୀବନମୁକ୍ତି ।
କିନ୍ତୁ ଏପରି କ’ଣ ମିଳିଯିବ କି । ଏକଥା ବୁଝାଯାଉଛି - ପିଲାମାନେ ମାନିଲେ ମିଳିବ ନିଶ୍ଚୟ । ତୁମେ
ଏବେ ମୁକ୍ତିଧାମକୁ ଯିବା ପାଇଁ ମେହନତ କରୁଛ । ବାବାଙ୍କ ସ୍ମୃତିରେ ରହିବାକୁ ପଡୁଛି । ଦିନକୁ
ଦିନ ବାବା ତୁମକୁ ସ୍ୱଚ୍ଛ ବୁଦ୍ଧି କରୁଉଛନ୍ତି । ବାବା କହୁଛନ୍ତି ତୁମକୁ ବହୁତ ବହୁତ ଗୁହ୍ୟ କଥା
ଶୁଣାଉଛି । ତୁମେ କ’ଣ ଏହା ଶୁଣାଇ ଥିଲ କି ଆତ୍ମା ଏବଂ ପରମାତ୍ମା ହେଉଛନ୍ତି ବିନ୍ଦୁ । କହୁଛନ୍ତି
ପୂର୍ବରୁ କାହିଁକି ଏକଥା କହି ନ ଥିଲ । ଡ୍ରାମାରେ ନ ଥିଲା । ପ୍ରଥମରୁ ହିଁ ତୁମକୁ ଏହା
ଶୁଣାଇଥିଲେ ତୁମେ ବୁଝି ପାରି ନ ଥାନ୍ତ । ଧିରେ ଧିରେ ବୁଝାଉଛି । ଏହା ହେଉଛି ରାବଣରାଜ୍ୟ ।
ରାବଣରାଜ୍ୟରେ ସମସ୍ତେ ଦେହ-ଅଭିମାନୀ ହୋଇଯାଉଛନ୍ତି । ସତ୍ୟଯୁଗରେ ଆତ୍ମ-ଅଭିମାନୀ ହେବେ । ନିଜକୁ
ଆତ୍ମା ବୋଲି ଜାଣିଥା’ନ୍ତି । ଆମ ଶରୀର ବଡ ହୋଇସାରିଛି, ଏବେ ଏହାକୁ ଛାଡି ପୁଣି ଛୋଟ ନେବାକୁ
ହେବ । ଆତ୍ମା ଧାରଣ କରିଥିବା ଶରୀର ପ୍ରଥମେ ଛୋଟ ହୋଇଥାଏ ପୁଣି ଧୀରେ ଧୀରେ ବଡ ହୋଇଥାଏ । ଏଠାରେ
ତ କାହାର କେତେ ଆୟୁଷ ହେଉଛି ତ କାହାର ଆଉ କେତେ । କାହାର କାହାର ଅକାଳମୃତ୍ୟୁ ହୋଇଯାଉଛି । କାହା
କାହାର ଆୟୁଷ ପୁଣି ୧୨୫ ବର୍ଷ ବି ହେଉଛି । ତେଣୁ ବାବା ବୁଝାଉଛନ୍ତି - ବାବାଙ୍କଠାରୁ ସମ୍ପତ୍ତି
ନେଉଥିବାରୁ ତୁମେ ବହୁତ ଖୁସି ହେବା ଦରକାର । ଗନ୍ଧର୍ବୀ ବିବାହ କରିବା ଏହା କୌଣସି ଖୁସିର କଥା
ନୁହେଁ, ଏହା ହେଉଛି ଦୁର୍ବଳତା । କୁମାରୀ ଯଦି କହିବ ମୁଁ ପବିତ୍ର ରହିବାକୁ ଚାହୁଁଛି ତେବେ କ’ଣ
ତାକୁ କେହି ମାରିପାରିବେ କି! କମ୍ ଜ୍ଞାନ ଥିବାରୁ ଡରୁଛନ୍ତି । ନାବାକିକାକୁ ଯଦି କେହି ମାରନ୍ତି,
ରକ୍ତ ଆଦି ବାହାରିଲେ ପୋଲିସ୍ରେ ରିପୋର୍ଟ କଲେ ତେବେ ସଜା ମିଳିପାରେ । ଜୀବଜନ୍ତୁଙ୍କୁ ମଧ୍ୟ ଯଦି
କେହି ମାରନ୍ତି ତେବେ କେସ୍ ହୋଇଥାଏ, ଦଣ୍ଡ ଦିଆଯାଇଥାଏ । ତୁମ ସନ୍ତାନମାନଙ୍କୁ ମଧ୍ୟ ମାରି
ପାରିବେ ନାହିଁ । କୁମାରଙ୍କୁ ମଧ୍ୟ କେହି ମାରିବେ ନାହିଁ । ସେମାନେ ତ ନିଜେ ନିଜର ରୋଜଗାର
କରିପାରିବେ । ଶରୀର ନିର୍ବାହ କରିପାରିବେ । ପେଟ କୌଣସି ଅଧିକା ଖାଏ ନାହିଁ । ଜଣେ ମନୁଷ୍ୟର ପେଟ
୪-୫ ଟଙ୍କାରେ ଭରିଥାଏ ପୁଣି ଜଣେ ମନୁଷ୍ୟର ପେଟ ୪୦୦-୫୦୦ ଟଙ୍କାରେ ମଧ୍ୟ ଭରିହୋଇଯାଇଥାଏ । ପଇସା
ଅଧିକ ହେଲେ ଲାଳସା ରହେ । ଗରୀବଙ୍କର ପଇସା ନଥିବାରୁ ଲୋଭ ମଧ୍ୟ ନାହିଁ । ସେ ଶୁଖିଲା ରୁଟିରେ
ହିଁ ଖୁସି ହୋଇଥା’ନ୍ତି । ପିଲାମାନଙ୍କୁ ଅଧିକ ଖାଇବା-ପିଇବାର ହଙ୍ଗାମା ମଧ୍ୟକୁ ଯିବା ଅନୁଚିତ୍
। ଖାଇବାର ସଉକ ରହିବା ଅନୁଚିତ୍ ।
ତୁମେ ଜାଣିଛ ସତ୍ୟଯୁଗରେ
ଆମକୁ କ’ଣ ନ ମିଳିବ! ଅବିନାଶୀ ବାଦଶାହୀ, ଅବିନାଶୀ ସୁଖ ମିଳିବ । ସେଠାରେ କୌଣସି ରୋଗ ଆଦି ହେବ
ନାହିଁ । ସ୍ୱାସ୍ଥ୍ୟ, ସମ୍ପତ୍ତି, ଖୁସି ସବୁ ରହିବ । ବୃଦ୍ଧାବସ୍ଥାରେ ମଧ୍ୟ ସେଠାରେ ଶରୀର ବହୁତ
ଭଲ ରହିବ । ଖୁସିରେ ରହିବେ । କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ପ୍ରଜା ମଧ୍ୟ ଏହିପରି ହେବେ
। କିନ୍ତୁ ଏପରି ଭାବ ନାହିଁ - ଆଚ୍ଛା ପ୍ରଜା ହେଲେ ମଧ୍ୟ ଚଳିବ । ଏହାର ଅର୍ଥ ତୁମକୁ ସେହି ପଦ
ମିଳିବ ଯେପରି ଏଠାକାର ଶବର । ସୂର୍ଯ୍ୟବଂଶୀ ଲକ୍ଷ୍ମୀ-ନାରାୟଣ ହେବାର ଅଛି ତେବେ ସେତିକି
ପୁରୁଷାର୍ଥ କରିବା ଦରକାର । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଆମେ ସମସ୍ତେ
ବ୍ରହ୍ମାଙ୍କର ନୂଆ ରଚନା ପରସ୍ପର ହେଉଛୁ ଭାଇ-ଭଉଣୀ, ଏହାକୁ ମନ ଭିତରେ ବୁଝିବା ଦରକାର କାହାକୁ
କହିବାର ଆବଶ୍ୟକତା ନାହିଁ । ସର୍ବଦା ଏହି ଖୁସିରେ ରହିବା ଉଚିତ୍ ଯେ ଆମକୁ ଶିବବାବା ପାଠ
ପଢାଉଛନ୍ତି ।
(୨) ଖାଦ୍ୟ-ପେୟର
ଝାମେଲାକୁ ଅଧିକ ଯିବା ଅନୁଚିତ୍ । ଲୋଭକୁ ଛାଡି ବେହଦ ବାଦଶାହୀର ସୁଖକୁ ମନେ ପକାଇବାକୁ ହେବ ।
ବରଦାନ:-
ଅନେକ ପ୍ରକାରର
ପ୍ରବୃତ୍ତିଠାରୁ ଅର୍ଥାତ୍ କର୍ମ ଧନ୍ଦାଠାରୁ ନିବୃତ୍ତ ହୋଇ ନଷ୍ଟୋମୋହା ସ୍ମୃତି ସ୍ୱରୂପ ଭବ ।
ସ୍ୱ ଅର୍ଥାତ୍ ନିଜର
ପ୍ରବୃତ୍ତି, ଦୈବୀ ପରିବାରର ପ୍ରବୃତ୍ତି, ସେବାର ପ୍ରବୃତ୍ତି, ବିନାଶୀ ପ୍ରାପ୍ତିଗୁଡିକର
ପ୍ରବୃତ୍ତି - ଏହି ସମସ୍ତ ପ୍ରବୃତ୍ତିଠାରୁ ନଷ୍ଟୋମୋହା ଅର୍ଥାତ୍ ନିଆରା ହେବା ପାଇଁ
ବାପଦାଦାଙ୍କର ସ୍ନେହ ସ୍ୱରୂପକୁ ସମ୍ମୁଖରେ ରଖି ସ୍ମୃତି ସ୍ୱରୂପ ହୁଅ । ସ୍ମୃତି ସ୍ୱରୂପ ହେବା
ଦ୍ୱାରା ନଷ୍ଟୋମୋହା ସ୍ୱତଃ ହିଁ ହୋଇଯିବ । ପ୍ରବୃତ୍ତିଠାରୁ ନିବୃତ୍ତ ହେବା ଅର୍ଥାତ୍ ମୁଁ ପଣିଆକୁ
ସମାପ୍ତ କରି ନଷ୍ଟୋମୋହା ହେବା । ଏହିଭଳି ନଷ୍ଟୋମୋହା ହେଉଥିବା ପିଲାମାନେ ହିଁ ବହୁତ କାଳର
ପ୍ରାପ୍ତିର ଅଧିକାରୀ ହେବେ ।
ସ୍ଲୋଗାନ:-
ଯଦି ପଦ୍ମଫୁଲ
ଭଳି ସବୁଠାରୁ ନିଆରା ରହିବ ତେବେ ପ୍ରଭୁଙ୍କର ସ୍ନେହ ମିଳିବାକୁ ଲାଗିବ ।
ଅବ୍ୟକ୍ତ ଈଶାରେ - ଯଦି
ସହଜଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ ।
ଯେଉଁମାନେ ନମ୍ବରୱାନ
ପରବାନା ଅର୍ଥାତ୍ ପତଙ୍ଗ ଅଟନ୍ତି ସେମାନଙ୍କର ନିଜର ଅର୍ଥାତ୍ ଏହି ଦେହର ସ୍ମୃତିର, ଦିନ ଏବଂ
ରାତିର, ଭୋକ ଏବଂ ଶୋଷର, ନିଜ ସୁଖର ସାଧନଗୁଡିକର ଆରାମ କରିବାର, କୌଣସି କଥା ଉପରେ ଆଧାର ନ ଥାଏ
। ସେମାନେ ସବୁ ପ୍ରକାରର ଦେହର ସ୍ମୃତିଠାରୁ ଉପରାମ ରହିଥାଆନ୍ତି ଅର୍ଥାତ୍ ନିରନ୍ତର ପରମାତ୍ମ
ଜ୍ୟୋତିର ସ୍ନେହରେ ଲଭଲୀନ ରହିଥାଆନ୍ତି । ଯେପରି ପରମାତ୍ମା ଜ୍ୟୋତିସ୍ୱରୂପ ଅଟନ୍ତି, ଲାଇଟ୍-ମାଇଟ୍
ରୂପ ଅଟନ୍ତି । ସେହିଭଳି ସେମାନେ ମଧ୍ୟ ପରମାତ୍ମ ଜ୍ୟୋତି ସଦୃଶ ନିଜେ ମଧ୍ୟ ଲାଇଟ୍ ମାଇଟ୍
ସ୍ୱରୂପ ହୋଇଯାଆନ୍ତି ।