20.08.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
ତୁମମାନଙ୍କୁ ଏହି ପାପର ଦୁନିଆରୁ ମୁକ୍ତ କରି ଶାନ୍ତିର ଦୁନିଆକୁ ନେଇଯିବା ପାଇଁ ଆସିଛନ୍ତି,
ବାବାଙ୍କ ଦ୍ୱାରା ତୁମକୁ ସୁଖ ଏବଂ ଶାନ୍ତିର ଦୁଇଟି ଉପହାର ମିଳୁଛି ।’’
ପ୍ରଶ୍ନ:-
ସାରା ଦୁନିଆରେ
ତୁମେମାନେ ହେଉଛ ପ୍ରକୃତ ନନ୍ସ (ସନ୍ନ୍ୟାସିନୀ), ପ୍ରକୃତ ନନ୍ସ କେଉଁମାନଙ୍କୁ କୁହାଯିବ?
ଉତ୍ତର:-
ପ୍ରକୃତ ନନ୍ସ ସେମାନେ ଯାହାଙ୍କ ବୁଦ୍ଧିରେ ଜଣଙ୍କର ୟାଦ ଥିବ ଅର୍ଥାତ୍ ନନ ବଟ ୱାନ (କେବଳ ଜଣେ)
। ଯଦିଓ ସେମାନେ ନିଜକୁ ନନ୍ସ ବୋଲାଉଛନ୍ତି କିନ୍ତୁ ସେମାନଙ୍କ ବୁଦ୍ଧିରେ କେବଳ ଖ୍ରୀଷ୍ଟଙ୍କର
ୟାଦ ନ ଥାଏ, ଖ୍ରୀଷ୍ଟଙ୍କୁ ମଧ୍ୟ ଭଗବାନଙ୍କର ସନ୍ତାନ କୁହାଯିବ । ତେଣୁ ସେମାନଙ୍କ ବୁଦ୍ଧିରେ
ଦୁଇ ଜଣ ଅଛନ୍ତି ଏବଂ ତୁମ ବୁଦ୍ଧିରେ କେବଳ ବାବା ଅଛନ୍ତି । ସେଥିପାଇଁ ତୁମେ ସଚ୍ଚା-ସଚ୍ଚା ନନ୍ସ
ଅଟ । ତୁମକୁ ବାବାଙ୍କର ଆଦେଶ ହେଉଛି ପବିତ୍ର ରହିବାକୁ ହେବ ।
ଗୀତ:-
ଇସ୍ ପାପ କୀ
ଦୁନିଆ ସେ...
ଓମ୍ ଶାନ୍ତି ।
ମଧୁର ସନ୍ତାନମାନେ ଗୀତ ଶୁଣିଲେ । କିଏ ଶୁଣିଲେ? ଆତ୍ମାମାନେ । ଆତ୍ମାକୁ ପରମାତ୍ମା କୁହାଯାଇ
ପାରିବ ନାହିଁ । ମନୁଷ୍ୟକୁ ଭଗବାନ କୁହାଯିବ ନାହିଁ । ଆଚ୍ଛା ଏବେ ତୁମେ ହେଉଛ ବ୍ରାହ୍ମଣ । ତୁମକୁ
ଏବେ ଦେବତା କୁହାଯିବ ନାହିଁ । ବ୍ରହ୍ମାଙ୍କୁ ମଧ୍ୟ ଦେବତା କୁହାଯାଇପାରିବ ନାହିଁ । ଯଦିଓ
କହୁଛନ୍ତି ବ୍ରହ୍ମା ଦେବତାୟ ନମଃ, ବିଷ୍ଣୁ ଦେବତାୟ ନମଃ... କିନ୍ତୁ ବିଷ୍ଣୁ ଓ ବ୍ରହ୍ମାଙ୍କ
ମଧ୍ୟରେ ତ ବହୁତ ଫରକ ରହିଛି । ବିଷ୍ଣୁଙ୍କୁ ଦେବତା କୁହାଯାଉଛି, ବ୍ରହ୍ମାଙ୍କୁ ଦେବତା କୁହାଯାଇ
ପାରିବ ନାହିଁ କାହିଁକି ନା ସେ ହେଉଛନ୍ତି ବ୍ରାହ୍ମଣମାନଙ୍କର ପିତା । ବ୍ରାହ୍ମଣମାନଙ୍କୁ ଦେବତା
କୁହାଯାଇପାରିବ ନାହିଁ । ଏବେ ଏହି କଥା କୌଣସି ମନୁଷ୍ୟ, ମନୁଷ୍ୟକୁ ବୁଝାଇ ପାରିବ ନାହିଁ, ଭଗବାନ
ହିଁ ବୁଝାଉଛନ୍ତି । ମନୁଷ୍ୟମାନେ ତ ଅନ୍ଧଶ୍ରଦ୍ଧାରେ ଯାହା ଆସୁଛି ତାହା କହି ଦେଉଛନ୍ତି । ଏବେ
ତୁମେ ପିଲାମାନେ ଜାଣୁଛ - ରୁହାନୀ ବାବା ଆମକୁ ପାଠ ପଢାଉଛନ୍ତି, ତେଣୁ ନିଜକୁ ଆତ୍ମା ଭାବିବା
ଦରକାର । ମୁଁ ଆତ୍ମା ଏହି ଶରୀର ନେଉଛି । ମୁଁ ଆତ୍ମା ୮୪ ଜନ୍ମ ନେଇଛି । ଯେପରି ଯେପରି କର୍ମ
କରିଥାଆନ୍ତି, କର୍ମ ଅନୁସାରେ ଶରୀର ମିଳିଥାଏ । ଶରୀରରୁ ଆତ୍ମା ଅଲଗା ହୋଇଗଲେ ଶରୀର ସହିତ ପ୍ରୀତି
ରୁହେ ନାହିଁ । ଆତ୍ମା ସହିତ ପ୍ରିତି ରହିଥାଏ । ଆତ୍ମା ଶରୀରରେ ଥିଲାବେଳେ, ଆତ୍ମା ସହିତ ପ୍ରୀତି
ରହିଥାଏ । ମନୁଷ୍ୟମାନେ ପିତୃ ପୁରୁଷଙ୍କୁ ଡାକିଥା’ନ୍ତି, ତାଙ୍କର ଶରୀର ତ ନଷ୍ଟ ହୋଇଗଲା । ପୁଣି
ତାଙ୍କ ଆତ୍ମାଙ୍କୁ ୟାଦ କରିଥା’ନ୍ତି ସେଥିପାଇଁ ବ୍ରାହ୍ମଣଙ୍କ ଶରୀର ମାଧ୍ୟମରେ ଡାକିଥା’ନ୍ତି ।
କହିଥା’ନ୍ତି ଅମୁକର ଆତ୍ମା ଆସ, ଏହି ଭୋଜନ ଆସି ସ୍ୱୀକାର କର ଅର୍ଥାତ୍ ଆତ୍ମାରେ ମୋହ ରହିଥାଏ ।
କିନ୍ତୁ ପ୍ରଥମେ ଶରୀରରେ ମୋହ ଥିଲା, ସେହି ଶରୀର ମନେ ପଡୁଥିଲା, ଏପରି ଭାବନ୍ତି ନାହିଁ ଯେ ଆମେ
ଆତ୍ମାକୁ ଡାକୁଛୁ । ଆତ୍ମା ହିଁ ସବୁ କିଛି କରୁଛି । ଆତ୍ମାରେ ଭଲ ଅଥବା ମନ୍ଦ ସଂସ୍କାର ରହିଥାଏ
। ପ୍ରଥମେ ହେଉଛି ଦେହ-ଅଭିମାନ ପୁଣି ଏହା ପରେ ଅନ୍ୟ ବିକାର ସବୁ ଆସିଥାଏ । ସବୁକୁ ମିଶାଇ ବିକାରୀ
କୁହାଯାଇଥାଏ । ଯାହାଙ୍କ ପାଖରେ ଏହି ବିକାର ନାହିଁ ତାଙ୍କୁ ନିର୍ବିକାରୀ କୁହାଯାଏ । ଏକଥା
ଜାଣିଛ ଯେ ବାସ୍ତବରେ ଭାରତରେ ଦେବୀ-ଦେବତା ଥିବା ସମୟରେ ତାଙ୍କଠାରେ ଦୈବୀଗୁଣ ଥିଲା । ଏହି
ଲକ୍ଷ୍ମୀ-ନାରାୟଣଙ୍କର ହିଁ ଦେବୀ-ଦେବତା ଧର୍ମ ଅଟେ । ଯେପରି ଖ୍ରୀଷ୍ଟିୟାନ୍ ଧର୍ମରେ ମେଲ୍ ଅଥବା
ଫିମେଲ୍ ସମସ୍ତେ ଖ୍ରୀଷ୍ଟିୟାନ ହୋଇଥା’ନ୍ତି, ସେହିପରି ଏହାଙ୍କୁ ମଧ୍ୟ ଦେବୀ-ଦେବତା ବୋଲି
କୁହାଯାଇଥାଏ । ରାଜା-ରାଣୀ, ପ୍ରଜା ସମସ୍ତେ ଦେବୀ-ଦେବତା ଧର୍ମର ଅଟନ୍ତି । ଏହା ବହୁତ ଉଚ୍ଚ
ସୁଖଦାୟୀ ଧର୍ମ ଅଟେ । ପିଲାମାନେ ଗୀତ ମଧ୍ୟ ଶୁଣିଛନ୍ତି, ଆତ୍ମା କହୁଛି ଯେ ବାବା ଏପରି ସ୍ଥାନକୁ
ନେଇଚାଲ ଯେଉଁଠି ମୋତେ ସ୍ଥାୟୀ ଶାନ୍ତି ମିଳିବ । ତାହା ତ ହେଉଛି ସୁଖଧାମ ଓ ଶାନ୍ତିଧାମ । ଏଠାରେ
ବହୁତ ବ୍ୟତିବ୍ୟସ୍ତ ହେଉଛନ୍ତି । ସତ୍ୟଯୁଗରେ ଏପରି ବ୍ୟତିବ୍ୟସ୍ତ ହେବ ନାହିଁ । ଆତ୍ମା ଜାଣିଛି
ବାବାଙ୍କ ବିନା କେହି ଶାନ୍ତିର ଦୁନିଆକୁ ନେଇଯାଇ ପାରିବେ ନାହିଁ । ବାବା କହୁଛନ୍ତି - ମୁକ୍ତି ଓ
ଜୀବନମୁକ୍ତି, ଏହି ଦୁଇଟି ଉପହାର ମୁଁ ତୁମ ପାଇଁ କଳ୍ପ-କଳ୍ପ ଆଣୁଛି । କିନ୍ତୁ ତୁମେ ଭୁଲି ଯାଉଛ
। ଡ୍ରାମାରେ ଭୁଲିବାର ପାର୍ଟ ହିଁ ରହିଛି । ସମସ୍ତେ ଭୁଲିଗଲେ ଯାଇ ମୁଁ ଆସିବି । ଏବେ ତୁମେ
ବ୍ରାହ୍ମଣ ହୋଇଛ, ତୁମର ନିଶ୍ଚୟ ଅଛି ଯେ ଆମେ ୮୪ ଜନ୍ମ ନେଇଛୁ । ଯିଏ ସମ୍ପୂର୍ଣ୍ଣ ଜ୍ଞାନ ଧାରଣ
ନ କରିବ ସେ ନୂଆ ଦୁନିଆକୁ ପ୍ରଥମେ ଆସିପାରିବ ନାହିଁ । ତ୍ରେତୟା ଅଥବା ତ୍ରେତୟାର ଅନ୍ତରେ ଆସିବେ
। ସମସ୍ତ ଆଧାର ପୁରୁଷାର୍ଥ ଉପରେ ରହିଛି । ସତ୍ୟଯୁଗରେ ସୁଖ ଥିଲା, ଏହି ଲକ୍ଷ୍ମୀ-ନାରାୟଣଙ୍କର
ରାଜ୍ୟ ଥିଲା । ତେବେ ପୂର୍ବ ଜନ୍ମରେ ଏମାନେ କ’ଣ ଥିଲେ, କେହି ଜାଣି ନାହାଁନ୍ତି । ପୂର୍ବ ଜନ୍ମରେ
ଏମାନେ ବ୍ରାହ୍ମଣ ଥିଲେ । ତାହା ପୂର୍ବରୁ ଶୂଦ୍ର ଥିଲେ । ବର୍ଣ୍ଣ ଉପରେ ତୁମେ ଭଲ ଭାବରେ ବୁଝାଇ
ପାରିବ ।
ଏବେ ତୁମେ ଜାଣିଛ ଆମେ ୨୧ ଜନ୍ମ ପର୍ଯ୍ୟନ୍ତ ଶାନ୍ତି ପାଇବୁ । ବାବା ଆମକୁ ଏହି ରାସ୍ତା
ବତାଉଛନ୍ତି । ଆମେ ଏବେ ପତିତ ହୋଇଥିବାରୁ ବିବ୍ରତ ଦୁଃଖୀ ହୋଇଯାଇଛୁ । ଯେଉଁଠି ସନ୍ତୋଷ ଥିବ ତାକୁ
ସୁଖ-ଶାନ୍ତି କୁହାଯିବ । ତେବେ ବର୍ତ୍ତମାନ ତୁମ ବୁଦ୍ଧିରେ ଆଦି-ମଧ୍ୟ-ଅନ୍ତର ଜ୍ଞାନ ରହିଛି ।
ବୁଝୁଛ ବାସ୍ତବରେ ସତ୍ୟଯୁଗରେ ଭାରତ କେତେ ସୁଖୀ ଥିଲା । ଦୁଃଖ ଅଥବା ବିବ୍ରତ ହେବାର ନାମ ନ ଥିଲା
। ଏବେ ତୁମେ ପୁରୁଷାର୍ଥ କରୁଛ ସ୍ୱର୍ଗକୁ ଯିବା ପାଇଁ । ଏବେ ତୁମେ ଈଶ୍ୱରୀୟ ସମ୍ପଦ୍ରାୟର ହୋଇଛ,
ସେମାନେ ଆସୁରୀ ସମ୍ପ୍ରଦାୟର ଅଟନ୍ତି । କୁହାଯାଏ ନା - ପାପ ଆତ୍ମା । ଆତ୍ମା ଅନେକ, ପରମାତ୍ମା
ଏକ । ସମସ୍ତେ ଭାଇ-ଭାଇ ଅଟନ୍ତି, ସମସ୍ତେ ପରମାତ୍ମା ହୋଇପାରିବେ ନାହିଁ । ଏତେ ସାମାନ୍ୟ କଥା
ମଧ୍ୟ ମନୁଷ୍ୟମାନଙ୍କ ବୁଦ୍ଧିରେ ନାହିଁ । ବାବା ବୁଝାଉଛନ୍ତି ଏହି ସାରା ଦୁନିଆ ବଡ ବିଶାଳ ଦ୍ୱୀପ
ଅଟେ, ତାହା ଛୋଟ-ଛୋଟ ଟାପୁ (ଦ୍ୱୀପ) । ଏହି ବେହଦ ଟାପୁରେ ରାବଣ ରାଜ୍ୟ ଚାଲୁଛି । ଏହି କଥାକୁ
ମନୁଷ୍ୟ ବୁଝୁ ନାହାଁନ୍ତି । ସେମାନେ ତ କେବଳ କାହାଣୀ ଶୁଣାଇ ଚାଲିଛନ୍ତି । କାହାଣୀକୁ ଜ୍ଞାନ
କୁହାଯିବ ନାହିଁ । ତାହାଦ୍ୱାରା ମନୁଷ୍ୟ ସଦ୍ଗତି ପ୍ରାପ୍ତ କରିପାରିବେ ନାହିଁ । ଜ୍ଞାନ ଦ୍ୱାରା
ସଦ୍ଗତି ମିଳିଥାଏ । ଜ୍ଞାନ କେବଳ ଏକ ବାବା ଦେଉଛନ୍ତି, ଅନ୍ୟ କେହି ଦେଇପାରିବେ ନାହିଁ ।
ଭକ୍ତଙ୍କର ଭଗବାନ ହିଁ ଆସି ରକ୍ଷା କରିଥା’ନ୍ତି । ମନୁଷ୍ୟ, ମନୁଷ୍ୟର ରକ୍ଷା କରିପାରିବ ନାହିଁ ।
ଶିବବାବା ସବୁ ସନ୍ତାନମାନଙ୍କୁ ବର୍ସା ଦେଉଛନ୍ତି । ସେ ବାପ, ଶିକ୍ଷକ, ସଦ୍ଗୁରୁ ମଧ୍ୟ ଅଟନ୍ତି
। ଓକିଲ, ବାରିଷ୍ଟର ମଧ୍ୟ ଅଟନ୍ତି, କାହିଁକିନା ଶିବବାବା ଯମଦଣ୍ଡରୁ ମୁକୁଳାଇଥା’ନ୍ତି ।
ସତ୍ୟଯୁଗରେ କେହି ଜେଲ୍କୁ ଯିବେ ନାହିଁ । ବାବା ସମସ୍ତଙ୍କୁ ଜେଲ୍ରୁ ମୁକୁଳାଉଛନ୍ତି ।
ପିଲାମାନଙ୍କର ସବୁ ମନୋକାମନା ପୂରଣ ହେଉଛି । ରାବଣ ଦ୍ୱାରା ଅଶୁଦ୍ଧ କାମନା ପୂର୍ଣ୍ଣ ହୋଇଥାଏ ।
ବାବାଙ୍କ ଦ୍ୱାରା ଶୁଦ୍ଧ କାମନା ପୂର୍ଣ୍ଣ ହେଉଛି । ଶୁଦ୍ଧକାମନା ପୂର୍ଣ୍ଣ ହେବା ଦ୍ୱାରା ତୁମେ
ସଦା ସୁଖୀ ହୋଇଯାଉଛ । ଅଶୁଦ୍ଧ କାମନା ହେଉଛି - ପତିତ ବିକାରୀ ହେବା । ପବିତ୍ର ବ୍ୟକ୍ତିଙ୍କୁ
ବ୍ରହ୍ମଚାରୀ କୁହାଯାଏ । ତୁମକୁ ମଧ୍ୟ ପବିତ୍ର ରହିବାକୁ ହେବ । ପବିତ୍ର ହୋଇ ପବିତ୍ର ଦୁନିଆର
ମାଲିକ ହେବାକୁ ପଡିବ । ପତିତରୁ ପାବନ କେବଳ ବାବା ହିଁ କରାଉଛନ୍ତି । ସାଧୁ-ସନ୍ଥ ଆଦି ତ ବିକାରରୁ
ଜନ୍ମ ହେଉଛନ୍ତି, ଦେବତାମାନଙ୍କ ପାଇଁ ଏପରି କୁହାଯିବ ନାହିଁ । ସେଠାରେ ବିକାର ରହିବ ନାହିଁ ।
ତାହା ହେଉଛି ପାବନ ଦୁନିଆ । ଲକ୍ଷ୍ମୀ-ନାରାୟଣ ସମ୍ପୂର୍ଣ୍ଣ ନିର୍ବିକାରୀ ଥିଲେ, ଭାରତ ପବିତ୍ର
ଥିଲା । ଏକଥା ବର୍ତ୍ତମାନ ତୁମେ ବୁଝୁଛ । ସତ୍ୟଯୁଗରେ ପବିତ୍ରତା ଥିବାରୁ ଶାନ୍ତି ସମୃଦ୍ଧି ଥିଲା,
ସମସ୍ତେ ସୁଖି ଥିଲେ, ରାବଣ ରାଜ୍ୟ ଆରମ୍ଭ ହେବା ଦିନରୁ ତଳକୁ ତଳ ଖସି ଆସିଛନ୍ତି । ବର୍ତ୍ତମାନ ତ
କେଉଁ କାମର ନୁହଁନ୍ତି । ଏକଦମ୍ କଉଡି ସଦୃଶ ହୋଇଯାଇଛନ୍ତି । ଏବେ ପୁଣି ବାବାଙ୍କ ଦ୍ୱାରା ହୀରା
ସଦୃଶ ହେଉଛନ୍ତି । ଭାରତ ସତ୍ୟଯୁଗ ଥିବା ସମୟରେ ହୀରା ସଦୃଶ ଥିଲା । ଏବେ କଉଡି ସଦୃଶ ବି ନାହିଁ
। ନିଜ ଧର୍ମ ବିଷୟରେ ହିଁ କେହି ଜାଣି ନାହାଁନ୍ତି । ପାପ କରିଚାଲିଛନ୍ତି । ସେଠାରେ ତ ପାପର ନାମ
ନାହିଁ । ତୁମର ଦେବୀ-ଦେବତା ଧର୍ମ ନାମୀଗ୍ରାମୀ ବା ପ୍ରସିଦ୍ଧ ଅଟେ, ଦେବତାମାନଙ୍କର ଅନେକ ଚିତ୍ର
ରହିଛି । ଅନ୍ୟ ଧର୍ମରେ ଦେଖିବ ଗୋଟିଏ ହିଁ ଚିତ୍ର ଥିବ, ଖ୍ରୀଷ୍ଟିୟାନଙ୍କ ପାଖରେ କେବଳ
ଖ୍ରୀଷ୍ଟଙ୍କର ଚିତ୍ର ଥାଏ । ବୌଦ୍ଧିଙ୍କ ପାଖରେ କେବଳ ବୁଦ୍ଧଙ୍କର । ଖ୍ରୀଷ୍ଟିୟାନ୍,
ଖ୍ରୀଷ୍ଟଙ୍କୁ ହିଁ ୟାଦ କରିଥା’ନ୍ତି, ତାଙ୍କୁ ନନ୍ସ କୁହାଯାଏ । ନନ୍ସ ଅର୍ଥାତ୍ ଏକ ଖ୍ରୀଷ୍ଟଙ୍କ
ବ୍ୟତୀତ ଆଉ କେହି ନାହାଁନ୍ତି । ସେଥିପାଇଁ କହନ୍ତି ନନ୍ ବଟ କ୍ରାଇଷ୍ଟ, ବ୍ରହ୍ମଚାରୀ ରହିଥା’ନ୍ତି
। ତୁମେ ମଧ୍ୟ ନନ୍ସ ଅଟ । ତୁମେ ନିଜ ଘର ସଂସାରରେ ରହି ନନ୍ସ ହେଉଛ । କେବଳ ବାବାଙ୍କୁ ୟାଦ କରୁଛ,
ନନ୍ ବଟ ୱାନ, କେବଳ ଶିବବାବା ଅଛନ୍ତି ଦ୍ୱିତୀୟ କେହି ନୁହଁନ୍ତି । ତାଙ୍କ ବୁଦ୍ଧିରେ ତଥାପି ବି
ଦୁଇଜଣ ଆସିଯାଉଛନ୍ତି । ଖ୍ରୀଷ୍ଟଙ୍କ ନିମନ୍ତେ ମଧ୍ୟ ଭାବିବେ ସେ ଭଗବାନଙ୍କର ସନ୍ତାନ ଥିଲେ ।
କିନ୍ତୁ ତାଙ୍କ ପାଖରେ ଭଗବାନଙ୍କର ଜ୍ଞାନ ନାହିଁ । ତୁମ ସନ୍ତାନମାନଙ୍କ ପାଖରେ ଜ୍ଞାନ ଅଛି ।
ସାରା ଦୁନିଆରେ ଏପରି କେହି ନାହାଁନ୍ତି ଯାହାଙ୍କ ପାଖରେ ପରମାତ୍ମାଙ୍କ ଜ୍ଞାନ ଥିବ । ପରମାତ୍ମା
କେଉଁଠି ରହୁଛନ୍ତି, କେବେ ଆସୁଛନ୍ତି, ତାଙ୍କର କ’ଣ ପାର୍ଟ ଚାଲୁଛି, ଏକଥା କେହି ଜାଣିନାହାଁନ୍ତି
। ଭଗବାନଙ୍କୁ ଅନ୍ତର୍ଯ୍ୟାମୀ କହିଥାଆନ୍ତି । ଭାବୁଛନ୍ତି ସେ ଆମ ହୃଦୟର କଥାକୁ ଜାଣିଛନ୍ତି ।
ବାବା କହୁଛନ୍ତି - ମୁଁ ଜାଣି ନାହିଁ, ମୋର କ’ଣ ଦରକାର - ପ୍ରତ୍ୟେକଙ୍କର ହୃଦୟକୁ ବସି ପଢିବି,
ମୁଁ ଆସିଛି ପତିତଙ୍କୁ ପାବନ କରିବା ପାଇଁ । ଯଦି କେହି ପବିତ୍ର ନ ରହି, ମିଛ କହୁଛନ୍ତି ତେବେ
ନିଜର କ୍ଷତି କରିବେ । ଗାୟନ ରହିଛି - ଦେବତାମାନଙ୍କ ସଭାରେ ଅସୁର ଯାଇ ବସୁଥିଲେ । ସେଠାରେ ଅମୃତ
ବଣ୍ଟା ଯାଉଥିଲା, କେହି ବିକାରରେ ଯାଇ ପୁଣି ଆସି ଲୁଚିକରି ବସିଲେ, ତାଙ୍କୁ ଅସୁର କୁହାଯିବ ନା ।
ନିଜେ ହିଁ ନିଜର ପଦ ଭ୍ରଷ୍ଟ କରିଦେବେ । ପ୍ରତ୍ୟେକଙ୍କୁ ନିଜର ପୁରୁଷାର୍ଥ କରିବାକୁ ହେବ । ନଚେତ୍
ନିଜର ହିଁ ସତ୍ୟାନାଶ କରିଥା’ନ୍ତି । ଏପରି ଅନେକ ଅଛନ୍ତି ଯିଏ ଆସି ଲୁଚି କରି ବସି ଯାଉଛନ୍ତି ।
କହୁଛନ୍ତି ଆମେ ବିକାରରେ ଯାଉନାହୁଁ, କିନ୍ତୁ ବିକାରରେ ଯାଉଛନ୍ତି ଅର୍ଥାତ୍ ନିଜକୁ ଠକୁଛନ୍ତି ।
ନିଜର ହିଁ ସତ୍ୟାନାଶ କରୁଛନ୍ତି । ପରମପିତା ପରମାତ୍ମା, ଯାହାଙ୍କର ଡାହାଣହାତ ଧର୍ମରାଜ ଅଟନ୍ତି
ତାଙ୍କ ଆଗରେ ମିଛ କହୁଥିବାରୁ ନିଜେ ହିଁ ଦଣ୍ଡର ଭାଗୀ ହୋଇଯାଉଛନ୍ତି । ବହୁତ ସେଣ୍ଟର୍ସରେ ମଧ୍ୟ
ଏପରି ଥାଆନ୍ତି । ବାବା ପ୍ରଥମେ ଯେତେବେଳେ ଦିଲ୍ଲୀ ଯାଇଥିଲେ, ସେ ସମୟରେ ପ୍ରତିଦିନ ଜଣେ ଆସୁଥିଲା
ଏବଂ ବିକାରରେ ମଧ୍ୟ ଯାଉଥିଲା । ପଚରା ଯାଉଥିଲା ଯଦି ପବିତ୍ର ରହୁନାହଁ ତେବେ ଆସୁଛ କାହିଁକି?
କହୁଥିଲା ନ ଆସିଲେ ନିର୍ବିକାରୀ କିପରି ହେବି । ପବିତ୍ରତା ଭଲ ଲାଗୁଛି କିନ୍ତୁ ରହିପାରୁ ନାହିଁ
। ଶେଷରେ ତ ସୁଧୁରିଯିବି । ନ ଆସିଲେ ଆହୁରି ରସାତଳଗାମୀ ହୋଇଯିବି । ଆଉ କିଛି ରାସ୍ତା ନାହିଁ,
ସେଥିପାଇଁ ମୋତେ ଏଠାକୁ ଆସିବାକୁ ପଡୁଛି ।
ବାବା ବୁଝାଉଥିଲେ, ତୁମେ ବାୟୁମଣ୍ଡଳ ଖରାପ କରୁଛ, କେତେ ପର୍ଯ୍ୟନ୍ତ ଏହିପରି ଆସୁଥିବ । ପାବନ
ଯେଉଁମାନେ ହେଉଛନ୍ତି ସେମାନଙ୍କୁ ପତିତଙ୍କ ପ୍ରତି ଘୃଣା ଆସିଥାଏ । କହିଥାନ୍ତି ବାବା ଏହାଙ୍କ
ହାତର ଖାଦ୍ୟ ମଧ୍ୟ ଭଲ ଲାଗୁନାହିଁ । ବାବା ଉପାୟ ବତାଉଛନ୍ତି, ଯଦି ଖାଦ୍ୟ-ପାନୀୟର ଖିଟ୍ପିଟ୍
ଲାଗୁଛି, ଏପରି ନୁହେଁ ଯେ ଚାକିରୀ ଛାଡି ଦେବ, କିନ୍ତୁ ଯୁକ୍ତିରେ ଚାଲିବାକୁ ହେବ । କାହାକୁ
ବୁଝାଇଲେ ବିଗିଡି ଯାଇଥାନ୍ତି, ପବିତ୍ର କିପରି ରହିବୁ । ଏକଥା ତ କେବେ ଶୁଣିନାହୁଁ । ସନ୍ନ୍ୟାସୀ
ମଧ୍ୟ ରହିପାରିବେ ନାହିଁ । ଘରଦ୍ୱାର ଛାଡିଲେ ଯାଇ ପବିତ୍ର ରହିପାରିବେ । କିନ୍ତୁ ଏକଥା କେହି
ଜାଣି ନାହାଁନ୍ତି ଯେ ଏଠାରେ ପତିତ-ପାବନ ପରମପିତା ପରମାତ୍ମା ପଢାଉଛନ୍ତି । ମାନୁ ନାହାଁନ୍ତି
ତେଣୁ ବିରୋଧ କରୁଛନ୍ତି । ଶିବବାବା ବ୍ରହ୍ମାଙ୍କ ଶରୀରରେ ଆସୁଛନ୍ତି, କେଉଁ ଶାସ୍ତ୍ରରେ ଅଛି
ଦେଖାଅ । ଏହା ତ ଗୀତାରେ ଲେଖାଯାଇଛି ଯେ ମୁଁ ସାଧାରଣ ବୃଦ୍ଧ ଶରୀରରେ ଆସୁଛି । ସେ (ବ୍ରହ୍ମା)
ନିଜର ଜନ୍ମକୁ ଜାଣି ନ ଥା’ନ୍ତି । ଏକଥା ତ ଲେଖାଯାଇଛି, ପୁଣି ତୁମେ କିପରି କହୁଛ ଯେ ପରମାତ୍ମା
କିପରି ମନୁଷ୍ୟ ଶରୀରରେ ଆସିବେ । ପତିତ ଶରୀରରେ ହିଁ ଆସି ରାସ୍ତା ବତାଇବେ ନା । ଆଗରୁ ଆସି ମଧ୍ୟ
କହିଥିଲେ - ମୋତେ ୟାଦ କର । ସେ ପରମଧାମରେ ରହୁଛନ୍ତି ଓ କହୁଛନ୍ତି ମୋତେ ୟାଦ କର । କୃଷ୍ଣଙ୍କ
ଶରୀର ତ ମୂଳବତନରେ ରହିବ ନାହିଁ - ଯିଏ କହିବେ କି ମୋତେ ୟାଦ କର । ଏକମାତ୍ର ପରମପିତା ପରମାତ୍ମା
ହିଁ ସାଧାରଣ ଶରୀରରେ ପ୍ରବେଶ କରି ତୁମକୁ କହୁଛନ୍ତି, ମୋତେ ୟାଦ କଲେ ଏହି ଯୋଗ ଅଗ୍ନି ଦ୍ୱାରା
ତୁମର ପାପ କଟିଯିବ, ସେଥିପାଇଁ ମୋତେ ପତିତ-ପାବନ କହୁଛନ୍ତି । ପତିତ-ପାବନ ନିଶ୍ଚୟ ଆତ୍ମାମାନଙ୍କୁ
ପାବନ କରିବେ ନା । ପତିତ ମଧ୍ୟ ଆତ୍ମା ହିଁ ହେଉଛି ।
ବାବା କହୁଛନ୍ତି - ତୁମେ ପବିତ୍ର ଆତ୍ମା ୧୬ କଳା ସମ୍ପୂର୍ଣ୍ଣ ଥିଲ । ଏବେ କଳାହୀନ, ବିଲ୍କୁଲ୍
ହିଁ ପତିତ ହୋଇଯାଇଛ । ମୁଁ କଳ୍ପ-କଳ୍ପ ଆସି ତୁମକୁ ବୁଝାଉଛି । ତୁମେ କାମ ଚିତାରେ ବସି ପତିତ
ହୋଇଯାଇଛ, ତୁମକୁ ଜ୍ଞାନ ଚିତାରେ ବସାଇ ପାବନ କରାଉଛି । ଭାରତରେ ପବିତ୍ର ପ୍ରବୃତ୍ତିମାର୍ଗ ଥିଲା,
ଏବେ ଅପବିତ୍ର ପ୍ରବୃତ୍ତିମାର୍ଗ ହୋଇଯାଇଛି । କାହାକୁ ହେଲେ ବି ଶାନ୍ତି ମିଳୁନାହିଁ । ଏବେ ବାବା
କହୁଛନ୍ତି, ଉଭୟ ଜ୍ଞାନ ଚିତାରେ ବସ । ପ୍ରତ୍ୟେକ ଆତ୍ମାକୁ ନିଜର କର୍ମ ଅନୁସାରେ ଶରୀର ମିଳିଥାଏ
। ଏହିପରି ନୁହେଁ ଯେ ପରଜନ୍ମରେ ସେହି ସ୍ୱାମୀ-ସ୍ତ୍ରୀ ପରସ୍ପରକୁ ମିଳିବେ । ନାଁ, ଏତେ ରେସ୍ ବା
ପ୍ରତିଯୋଗିତା କରିପାରିବେ ନାହିଁ । ଏହା ତ ପାଠପଢାର କଥା ଅଟେ ନା । ଅଜ୍ଞାନ କାଳରେ ହୋଇପାରେ,
ପରସ୍ପରକୁ ବହୁତ ପ୍ରେମ କରୁଥିଲେ - ତାଙ୍କର ମନୋକାମନା ପୂର୍ଣ୍ଣ ହୋଇପାରେ, ତାହା ତ ହେଉଛି ପତିତ
ବିକାରୀ ମାର୍ଗ । ପତିର ଚିତାରେ ପତ୍ନୀ ନିଜକୁ ଝାସ ଦେଇଥାଏ । ଭାବିଥା’ନ୍ତି ପରବର୍ତ୍ତୀ ଜନ୍ମରେ
ଉଭୟଙ୍କର ମିଳନ ହେବ । କିନ୍ତୁ ପରଜନ୍ମରେ ସେ କ’ଣ ଜାଣିପାରିବେ । ତୁମେ ମଧ୍ୟ ବାବାଙ୍କ ସହିତ
ଜ୍ଞାନ ଚିତାରେ ଚଢୁଛ । ଏହି ଛି ଛି ବିକାରୀ ଶରୀର ଛାଡି ଚାଲିଯିବ । ତୁମେ ତ ଏକଥା ଏବେ ଜାଣୁଛ,
ତାଙ୍କର ମନେ ନ ଥାଏ ଯେ ଆମେ ଆଗ ଜନ୍ମରେ ଏପରି ସାଥି ଥିଲୁ । ତୁମର ମଧ୍ୟ ପରବର୍ତ୍ତୀ ସମୟରେ
ସେଠାରେ ଏକଥା ମନେ ରହିବ ନାହିଁ । ଏବେ ତୁମ ପାଖରେ ଲକ୍ଷ୍ୟ ଉଦ୍ଦେଶ୍ୟ ରହିଛି । ମମ୍ମା-ବାବା,
ଲକ୍ଷ୍ମୀ-ନାରାୟଣ ହେବେ । ବିଷ୍ଣୁ ହେଲେ ଦେବତା । ପ୍ରଜାପିତା ବ୍ରହ୍ମାଙ୍କୁ ଦେବତା
କୁହାଯାଇପାରିବ ନାହିଁ । ବ୍ରହ୍ମା ହିଁ ଦେବତା ହେଉଛନ୍ତି । ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ
ବ୍ରହ୍ମା କିପରି ହେଉଛନ୍ତି - ଏକଥା ବର୍ତ୍ତମାନ ତୁମେ ବୁଝିପାରୁଛ । ଏବେ ତୁମେ ଜାଣୁଛ - ଶାନ୍ତି
କେବଳ ସ୍ୱର୍ଗରେ ମିଳିବ । କେହି ମଲେ କହନ୍ତି ସ୍ୱର୍ଗକୁ ଗଲା ଅର୍ଥାତ୍ ଶାନ୍ତିକୁ ଗଲା ।
ଚିନ୍ତାଗ୍ରସ୍ତ ଅବସ୍ଥାରେ ପତିତମାନେ ହିଁ ରହିଥା’ନ୍ତି । ତଥାପି ବାବା କହୁଛନ୍ତି ନିଜକୁ ଆତ୍ମା
ଭାବି ବାବାଙ୍କୁ ୟାଦ କଲେ ବିକର୍ମ ବିନାଶ ହେବ । ବାକି ରହିଲା ବିସ୍ତାରରେ ବୁଝିବାର କଥା । ବାବା
ନଲେଜଫୁଲ ଅର୍ଥାତ୍ ଜ୍ଞାନର ଭଣ୍ଡାର ଅଟନ୍ତି, ତେଣୁ ତୁମକୁ ମଧ୍ୟ ନିଜ ପରି ନଲେଜଫୁଲ କରାଇବେ ।
ବାବାଙ୍କ ୟାଦ ଦ୍ୱାରା ତୁମେ ସତ୍ତ୍ୱପ୍ରଧାନ ହେବ, ଏହା ହେଉଛି ଆତ୍ମାମାନଙ୍କର ରେସ୍ ଅର୍ଥାତ୍
ଦୌଡ ପ୍ରତିଯୋଗିତା । ଯିଏ ଅଧିକ ୟାଦ କରିବେ ସେ ଜଲ୍ଦି ସତ୍ତ୍ୱପ୍ରଧାନ ହେବେ । ଏହା ଯୋଗ ଓ
ପାଠପଢାର ପ୍ରତିଯୋଗିତା । ସ୍କୁଲରେ ମଧ୍ୟ ରେସ୍ ହୋଇଥାଏ ନା । ଢେର ଛାତ୍ର ରହିଥାନ୍ତି ତାଙ୍କ
ଭିତରେ ଯିଏ ନମ୍ବରୱାନ ହୁଅନ୍ତି ତାଙ୍କୁ ବୃତ୍ତି ମିଳିଥାଏ । ଗୋଟିଏ ପ୍ରକାରର ପାଠ ଲକ୍ଷେ କୋଟିଏ
ଆତ୍ମାମାନଙ୍କ ପାଇଁ ରହିଥାଏ, ତେଣୁ ବହୁତ ସ୍କୁଲ ମଧ୍ୟ ରହିବ ନା । ଏବେ ତୁମକୁ ଏହି ପାଠ ପଢିବାକୁ
ହେବ । ସମସ୍ତଙ୍କୁ ରାସ୍ତା ବତାଅ, ଅନ୍ଧର ଲାଠି ହୁଅ । ଘରେ-ଘରେ ସନ୍ଦେଶ ପହଞ୍ଚାଇବାକୁ ହେବ ।
ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏବେ
ଅଶୁଦ୍ଧ କାମନାଗୁଡିକୁ ତ୍ୟାଗ କରି ଶୁଦ୍ଧକାମନା ରଖିବାକୁ ହେବ । ସବୁଠାରୁ ଶୁଦ୍ଧ କାମନା ହେଉଛି
ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ହେବା... । କୌଣସି ବି ଭୁଲ୍କୁ ଲୁଚାଇ ନିଜେ ନିଜକୁ
ଠକିବାର ନାହିଁ । ଧର୍ମରାଜ ବାବାଙ୍କ ସହିତ ସର୍ବଦା ସଚ୍ଚା ହୋଇ ରହିବାକୁ ହେବ ।
(୨) ଜ୍ଞାନ ଚିତାରେ ବସି
ଏହି ପାଠପଢାରେ ରେସ୍ କରି ଭବିଷ୍ୟତ ନୂଆ ଦୁନିଆରେ ଉଚ୍ଚ ପଦ ପାଇବାକୁ ହେବ । ଯୋଗ ଅଗ୍ନି ଦ୍ୱାରା
ବିକର୍ମର ଖାତାକୁ ଦଗ୍ଧ କରିବାକୁ ହେବ ।
ବରଦାନ:-
ବୁଦ୍ଧିର ପ୍ରୀତି
ଏକମାତ୍ର ପ୍ରିୟତମଙ୍କ ସହିତ ଲଗାଇ ସର୍ବଦା ସମ୍ମୁଖରେ ରହିବାର ଅନୁଭୂତି କରୁଥିବା ବିଜୟୀ ରତ୍ନ
ଭବ ।
ପ୍ରୀତ ବୁଦ୍ଧିର ଅର୍ଥ
ହେଲା ବୁଦ୍ଧିର ଲଗନ ଏକମାତ୍ର ପ୍ରିୟତମଙ୍କ ସହିତ ଲାଗି ରହିଥିବ । ଯାହାର ପ୍ରୀତି ଜଣଙ୍କ ସହିତ
ରହିଥିବ ତା’ର ଅନ୍ୟ କୌଣସି ବ୍ୟକ୍ତି ବା ବୈଭବ ଅର୍ଥାତ୍ ଧନ ସମ୍ପତ୍ତି ସହିତ ପ୍ରୀତି ଯୋଡି
ହୋଇପାରିବ ନାହିଁ । ସେମାନେ ସର୍ବଦା ବାପଦାଦାଙ୍କୁ ନିଜ ସମ୍ମୁଖରେ ଥିବାର ଅନୁଭବ କରିବେ ।
ସେମାନଙ୍କ ମନ ଭିତରେ ସଂକଳ୍ପରେ ମଧ୍ୟ ଶ୍ରୀମତର ବିପରୀତ ବ୍ୟର୍ଥ ସଂକଳ୍ପ ବା ବିକଳ୍ପ ଉତ୍ପନ୍ନ
ହୋଇପାରିବ ନାହିଁ । ସେମାନଙ୍କ ମୁଖରୁ ବା ଦିଲ୍ ଭିତରୁ ଏହି କଥା ବାହାରିବ - ତୁମ ସହିତ ଖାଇବି,
ତୁମ ସହିତ ବସିବି... ତୁମ ସହିତ ସର୍ବ ସମ୍ବନ୍ଧ ରଖିବି... ଏହିଭଳି ସର୍ବଦା ପ୍ରୀତ ବୁଦ୍ଧି ହୋଇ
ରହୁଥିବା ଆତ୍ମାମାନେ ହିଁ ବିଜୟୀ ରତ୍ନ ହୋଇଥାଆନ୍ତି ।
ସ୍ଲୋଗାନ:-
ଦରକାର-ଦରକାରର
ସଂକଳ୍ପ ଆସିବା ମଧ୍ୟ ରାଜକୀୟ ରୂପରେ ମାଗିବା ଅଟେ ।
ଅବ୍ୟକ୍ତ ଈଶାରା:-
ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ ।
ସଂଗମଯୁଗରେ ବାପଦାଦା ସବୁ
ପିଲାଙ୍କୁ ପ୍ରଥମେ ଏହି ବ୍ରତ ଧାରଣ କରାଇଛନ୍ତି - “ସମ୍ପୂର୍ଣ୍ଣ ପବିତ୍ର ଭବ” । ଏହି ପବିତ୍ରତାର
ବ୍ରତ କେବଳ ବ୍ରହ୍ମଚର୍ଯ୍ୟର ବ୍ରତ ନୁହେଁ ବରଂ ବ୍ରହ୍ମାବାବାଙ୍କ ସମାନ ପ୍ରତ୍ୟେକ ବାଣୀରେ
ପବିତ୍ରତାର ତରଙ୍ଗ ସମାହିତ ହୋଇଥାଉ । ପ୍ରତ୍ୟେକ ସଂକଳ୍ପରେ ପବିତ୍ରତାର ମହତ୍ୱ ରହିଥାଉ ।
ପ୍ରତ୍ୟେକ କର୍ମରେ କର୍ମଯୋଗୀ ଜୀବନର ଅନୁଭବ ହେଉ - ଏହାକୁ କୁହାଯାଏ ବ୍ରହ୍ମଚାରୀ ତଥା
ବ୍ରହ୍ମାଚାରୀ ।