21.02.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମେମାନେ ନିଜର ସୁପ୍ତ ଭାଗ୍ୟକୁ ଜାଗ୍ରତ କରିବା ପାଇଁ ବାବାଙ୍କ ପାଖକୁ ଆସିଛ, ଭାଗ୍ୟକୁ ଜାଗ୍ରତ
କରିବା ଅର୍ଥ ବିଶ୍ୱର ମାଲିକ ହେବା ।”
ପ୍ରଶ୍ନ:-
କେଉଁ ଭୋଜନ
ତୁମମାନଙ୍କୁ ବାବାଙ୍କ ସମାନ ବୁଦ୍ଧିମାନ କରିଦେଉଛି?
ଉତ୍ତର:-
ଏହି ପାଠପଢା ହିଁ ହେଉଛି ତୁମମାନଙ୍କର ବୁଦ୍ଧିର ଭୋଜନ । ଯେଉଁମାନେ ପ୍ରତ୍ୟହ ପାଠ ପଢିଥାନ୍ତି
ଅର୍ଥାତ୍ ଏହି ଭୋଜନ ଗ୍ରହଣ କରିଥା’ନ୍ତି, ସେମାନଙ୍କର ବୁଦ୍ଧି ପାରସମଣି ସଦୃଶ ହୋଇଯାଏ ।
ପାରସନାଥ ବାବା ଯିଏକି ବୁଦ୍ଧିମାନମାନଙ୍କର ବୁଦ୍ଧି ଅଟନ୍ତି, ସେ ହିଁ ତୁମମାନଙ୍କୁ ନିଜ ସମାନ
ପାରସବୁଦ୍ଧି କରୁଛନ୍ତି ।
ଗୀତ:-
ତକଦୀର ଜଗାକର
ଆଇ ହୁଁ...
ଓମ୍ ଶାନ୍ତି ।
ଏହି ଗୀତର ଗୋଟିଏ ଧାଡି ଶୁଣିଲେ ମଧ୍ୟ ସ୍ନେହରେ ପିଲାମାନଙ୍କର ରୁମ ଟାଙ୍କୁରି ଉଠିବା ଉଚିତ୍ ।
ଏହା ଏକ ସାଧାରଣ ଗୀତ କିନ୍ତୁ ଏହାର ସାରମର୍ମ ଆଉ କେହି ଜାଣିନାହାଁନ୍ତି । ବାବା ହିଁ ଆସି ଗୀତ,
ଶାସ୍ତ୍ର ଆଦିର ଅର୍ଥ ବୁଝାଉଛନ୍ତି । ମଧୁର ସନ୍ତାନଗଣ ଏ କଥା ମଧ୍ୟ ଜାଣିଛନ୍ତି ଯେ କଳିଯୁଗରେ
ସମସ୍ତଙ୍କର ଭାଗ୍ୟ ସୁପ୍ତ ହୋଇଯାଇଛି । ସତ୍ୟଯୁଗରେ ସମସ୍ତଙ୍କର ଭାଗ୍ୟ ଜାଗ୍ରତ ଥାଏ । ସୁପ୍ତ
ଭାଗ୍ୟକୁ ଜାଗ୍ରତ କରିବା ପାଇଁ ଶ୍ରୀମତ ଦେଲାବାଲା ଅର୍ଥାତ୍ ପୁରୁଷାର୍ଥ କରାଇଲାବାଲା ଏକମାତ୍ର
ବାବା ହିଁ ଅଟନ୍ତି । ସେ ହିଁ ଆସି ପିଲାମାନଙ୍କର ଭାଗ୍ୟକୁ ଜାଗ୍ରତ କରାଉଛନ୍ତି । ଯେପରି ପିଲା
ଜନ୍ମ ହେଲା ପରେ ତାର ଭାଗ୍ୟ ଉଦୟ ହୋଇଥାଏ । ପିଲା ଜନ୍ମ ହେବା ପରେ ଜାଣିଯାଏ ଯେ ମୁଁ
ଉତ୍ତରାଧିକାରୀ ଅଟେ । ସେହିପରି ଏହା ବେହଦର କଥା । ପିଲାମାନେ ଜାଣିଛନ୍ତି କଳ୍ପ-କଳ୍ପ ଆମର
ଭାଗ୍ୟ ଜାଗ୍ରତ ହେଉଛି ପୁଣି ସୁପ୍ତ ହୋଇଯାଉଛି । ପୁଣି ପବିତ୍ର ହୋଇଗଲେ ଆମର ଭାଗ୍ୟ ଜାଗ୍ରତ
ହେଉଛି । ପବିତ୍ର ଗୃହସ୍ଥ ଆଶ୍ରମ ବୋଲି କୁହାଯାଇଥାଏ । ଆଶ୍ରମ ଅକ୍ଷର ପବିତ୍ର ଅଟେ । ପବିତ୍ର
ଗୃହସ୍ଥ ଆଶ୍ରମ, ତାର ବିପରୀତ ହେଉଛି ଅପବିତ୍ର ପତିତ ଗୃହସ୍ଥ ଧର୍ମ । ପତିତ ଗୃହସ୍ଥକୁ ଆଶ୍ରମ
କୁହାଯିବ ନାହିଁ । ଗୃହସ୍ଥ ଧର୍ମ ତ ସମସ୍ତଙ୍କର କୁହାଯିବ । ଜୀବଜନ୍ତୁମାନଙ୍କର ମଧ୍ୟ ଗୃହସ୍ଥ
ଧର୍ମ କୁହାଯିବ । ସମସ୍ତେ ତ ସନ୍ତାନ ଜନ୍ମ କରୁଛନ୍ତି । ଜୀବଜନ୍ତୁଙ୍କୁ ମଧ୍ୟ କୁହାଯିବ ଯେ
ଗୃହସ୍ଥ ଧର୍ମରେ ଅଛନ୍ତି । ଏବେ ପିଲାମାନେ ଜାଣୁଛନ୍ତି - ଆମେ ସ୍ୱର୍ଗରେ ପବିତ୍ର ଗୃହସ୍ଥ
ଆଶ୍ରମରେ ଥିଲୁ, ଦେବୀ-ଦେବତା ଥିଲୁ । ତାଙ୍କର ମହିମା ମଧ୍ୟ ଗାନ କରୁଛନ୍ତି ସର୍ବଗୁଣ ସମ୍ପନ୍ନ,
୧୬ କଳା ସମ୍ପୂର୍ଣ୍ଣ... ତୁମେ ନିଜେ ମଧ୍ୟ ଗାନ କରୁଛ । ଏବେ ଜାଣୁଛ ଯେ ଆମେ ପୁନଃ ମନୁଷ୍ୟରୁ
ଦେବତା ହେଉଛୁ । ଗାୟନ ମଧ୍ୟ ରହିଛି ମନୁଷ୍ୟରୁ ଦେବତା...। ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କୁ ମଧ୍ୟ
ଦେବତା କୁହାଯାଏ । ବ୍ରହ୍ମା ଦେବତାୟ ନମଃ ପୁଣି କହୁଛନ୍ତି ଶିବ ପରମାତ୍ମାୟେ ନମଃ । ଏବେ ଏହାର
ଅର୍ଥ ମଧ୍ୟ ତୁମେ ଜାଣିଛ । ସେମାନେ ତ ଅନ୍ଧଶ୍ରଦ୍ଧାରେ କେବଳ କହିଦେଉଛନ୍ତି । ତେବେ ଶଙ୍କର
ଦେବତାୟ ନମଃ କହୁଛନ୍ତି । ଶିବଙ୍କ ପାଇଁ କହୁଛନ୍ତି ଶିବ ପରମାତ୍ମାୟେ ନମଃ, ତେବେ ଫରକ ହୋଇଗଲା
ନା । ସିଏ ଦେବତା ହୋଇଗଲେ, ଇଏ ପରମାତ୍ମା ହୋଇଗଲେ । ଶିବ ଓ ଶଙ୍କରଙ୍କୁ ଜଣେ ତ କୁହାଯିବ ନାହିଁ
। ତୁମେ ଜାଣିଛ ଯେ ବାସ୍ତବରେ ଆମେ ପଥରବୁଦ୍ଧି ଥିଲୁ, ଏବେ ପାରସବୁଦ୍ଧି ହେଉଛୁ । ଦେବତାମାନଙ୍କୁ
ତ ପଥରବୁଦ୍ଧି ବୋଲି କୁହାଯିବ ନାହିଁ । ପୁଣି ଡ୍ରାମା ଅନୁସାରେ ରାବଣ ରାଜ୍ୟରେ ସିଢି ଓହ୍ଲାଇବାକୁ
ପଡିବ । ପାରସବୁଦ୍ଧିରୁ ପଥରବୁଦ୍ଧି ହେବାକୁ ପଡିବ । ସବୁଠାରୁ ବୁଦ୍ଧିମାନ ତ ଏକମାତ୍ର ବାବା ହିଁ
ଅଟନ୍ତି । ଏବେ ତୁମ ବୁଦ୍ଧିରେ ଆଉ ଦମ୍ ନାହିଁ । ବାବା ଆସି ତୁମ ବୁଦ୍ଧିକୁ ପାରସବୁଦ୍ଧି
କରାଉଛନ୍ତି । ତୁମେ ଏଠାକୁ ପାରସବୁଦ୍ଧି ହେବା ପାଇଁ ଆସୁଛ । ପାରସନାଥଙ୍କର ମଧ୍ୟ ମନ୍ଦିର ରହିଛି
। ସେଠାରେ ମେଳା ମଧ୍ୟ ଲାଗିଥାଏ । କିନ୍ତୁ ଏକଥା କେହି ଜାଣିନାହାଁନ୍ତି ଯେ ପାରସନାଥ କିଏ ।
ବାସ୍ତବରେ ପାରସ କରାଇଲାବାଲା ତ ବାବା ହିଁ ଅଟନ୍ତି । ସେ ହେଉଛନ୍ତି ବୁଦ୍ଧିବାନଙ୍କର ବୁଦ୍ଧି ।
ଏହି ଜ୍ଞାନ ହେଉଛି ତୁମମାନଙ୍କ ବୁଦ୍ଧିର ଭୋଜନ, ଏହା ଦ୍ୱାରା ବୁଦ୍ଧି କେତେ ବଦଳିଯାଉଛି । ଏହି
ଦୁନିଆ ହେଉଛି କଣ୍ଟାର ଜଙ୍ଗଲ । ପରସ୍ପରକୁ କେତେ ଦୁଃଖ ଦେଉଛନ୍ତି । ବର୍ତ୍ତମାନ ହେଉଛି
ତମୋପ୍ରଧାନ ରୌରବ ନର୍କ । ଗରୁଡ ପୁରାଣରେ ତ ଏହା ବିଷୟରେ ବହୁତ କୌତୁହଳଜନକ କଥା ସବୁ
ଲେଖିଦେଇଛନ୍ତି ।
ଏବେ ତୁମମାନଙ୍କ ବୁଦ୍ଧିକୁ ଭୋଜନ ମିଳୁଛି । ବେହଦର ବାବା ଭୋଜନ ଦେଉଛନ୍ତି । ଏହା ହେଉଛି ପାଠପଢା
। ଏହାକୁ ଜ୍ଞାନ ଅମୃତ ମଧ୍ୟ କୁହାଯାଉଛି । ଏଠାରେ କୌଣସି ପାଣି ଆଦି ନାହିଁ । ଆଜିକାଲି ସବୁ
ଜିନିଷକୁ ଅମୃତ ବୋଲି କହିଦେଉଛନ୍ତି । ଗଙ୍ଗାଜଳକୁ ମଧ୍ୟ ଅମୃତ କହିଦେଉଛନ୍ତି । ଦେବତାମାନଙ୍କର
ପାଦ ଧୋଇ ପାଣି ରଖିଥା’ନ୍ତି, ତାକୁ ମଧ୍ୟ ଅମୃତ ବୋଲି କହିଦେଉଛନ୍ତି । ଏହା ମଧ୍ୟ ବୁଦ୍ଧି ଦ୍ୱାରା
ବୁଝିବାର କଥା ନା । ଏହି ପାଦୁକର ଆଞ୍ଜୁଳି ଅମୃତ ଅଟେ ନା ପତିତ-ପାବନୀ ଗଙ୍ଗାର ଜଳ ଅମୃତ ଅଟେ?
ଯେଉଁମାନେ ସେହି ପାଦୁକ ଦେଉଛନ୍ତି ସେମାନେ ଏପରି କହୁନାହାଁନ୍ତି ଯେ ଏହା ପତିତଙ୍କୁ ପାବନ
କରିଲାବାଲା ପାଦୁକ ଅଟେ । ଗଙ୍ଗା ଜଳ ପାଇଁ କହିଥାନ୍ତି ଏହା ପତିତ-ପାବନୀ ଅଟେ । କହନ୍ତି ମଧ୍ୟ
ମନୁଷ୍ୟର ମୃତ୍ୟୁ ସମୟରେ ଗଙ୍ଗାଜଳ ମୁଖରେ ଥାଉ । ଦେଖାଇଛନ୍ତି ଅର୍ଜୁନ ବାଣ ମାରି ଭୀଷ୍ମଙ୍କୁ
ଗଙ୍ଗାଜଳ ପିଆଇଲେ । ତୁମେମାନେ କୌଣସି ବାଣ ଆଦି ମାରିନାହଁ । ଗୋଟିଏ ଗାଁ ଅଛି ଯେଉଁଠି ତୀର
ଦ୍ୱାରା ଲଢେଇ କରିଥାନ୍ତି । ସେଠାକାର ରାଜାଙ୍କୁ ଈଶ୍ୱରଙ୍କର ଅବତାର ବୋଲି କହିଥା’ନ୍ତି ।
ଈଶ୍ୱରଙ୍କର ଅବତାର ତ କେହି ମନୁଷ୍ୟ ହୋଇପାରିବେ ନାହିଁ । ବାସ୍ତବରେ ସଚ୍ଚା-ସଚ୍ଚା ସତଗୁରୁ ତ ଜଣେ
ହିଁ ଅଟନ୍ତି, ଯିଏ ସମସ୍ତଙ୍କର ସଦ୍ଗତି ଦାତା । ଯିଏ ସମସ୍ତ ଆତ୍ମାମାନଙ୍କୁ ସାଥିରେ ନେଇଯିବେ ।
ବାବାଙ୍କ ବିନା ସାଥୀରେ ଘରକୁ କେହି ନେଇଯାଇ ପାରିବେ ନାହିଁ । ବ୍ରହ୍ମରେ ଲୀନ ହୋଇଯିବାର କଥା
ମଧ୍ୟ ନାହିଁ । ଏହିଭଳି ସୃଷ୍ଟିର ନାଟକ ତିଆରି ହୋଇଛି । ସୃଷ୍ଟିର ଚକ୍ର ତ ଅନାଦି କାଳରୁ ଘୂରି
ଚାଲିଛି । ବିଶ୍ୱର ଇତିହାସ-ଭୂଗୋଳର କିପରି ପୁନରାବୃତ୍ତି ହେଉଛି, ଏ କଥା ଏବେ ତୁମେ ଜାଣୁଛ ଆଉ
କେହି ଜାଣିନାହାଁନ୍ତି । ମନୁଷ୍ୟ ଅର୍ଥାତ୍ ଆତ୍ମାମାନେ ଯାହାଙ୍କୁ ଈଶ୍ୱର ପିତା କହି ସ୍ମରଣ
କରୁଛନ୍ତି ସେହି ରଚୟିତା ପିତାଙ୍କୁ ମଧ୍ୟ ଜାଣି ନାହାଁନ୍ତି । ଲୌକିକ ପିତାଙ୍କୁ କେବେ ଈଶ୍ୱର
ପିତା ବୋଲି କେହି କହିବେ ନାହିଁ । ଈଶ୍ୱର ପିତା ଶବ୍ଦ ତ ବହୁତ ସମ୍ମାନର ସହିତ କହୁଛନ୍ତି ।
ତାଙ୍କ ପାଇଁ ହିଁ ଗାନ କରୁଛନ୍ତି ହେ ପତିତ-ପାବନ, ଦୁଃଖହର୍ତ୍ତା ସୁଖକର୍ତ୍ତା । ଗୋଟିଏ ପଟେ
କହୁଛନ୍ତି ସେ ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି ଏବଂ ଯେବେ କୌଣସି ଦୁଃଖ ହେଉଛି ଅଥବା ସନ୍ତାନ
ମରିଯାଉଛି ତେବେ କହି ଦେଉଛନ୍ତି ଈଶ୍ୱର ହିଁ ଦୁଃଖ-ସୁଖ ଦେଉଛନ୍ତି । ଈଶ୍ୱର ଆମର ପିଲାକୁ ନେଇଗଲେ
। ଭଗବାନ ଏହା କ’ଣ କଲ? ମହିମା କରୁଛନ୍ତି ପୁଣି ଯଦି କିଛି ହୋଇଗଲା ତେବେ ଈଶ୍ୱରଙ୍କୁ ଗାଳି ମଧ୍ୟ
ଦେଉଛନ୍ତି । କହୁଛନ୍ତି ଈଶ୍ୱର ସନ୍ତାନ ଦେଇଛନ୍ତି, ପୁଣି ଯଦି ସିଏ ନେଇଗଲେ ତେବେ ତୁମେ କାନ୍ଦୁଛ
କାହିଁକି? ଈଶ୍ୱରଙ୍କ ପାଖକୁ ଗଲା ନା । ସତ୍ୟଯୁଗରେ କେବେ କେହି କାନ୍ଦିବେ ନାହିଁ । ବାବା
ବୁଝାଉଛନ୍ତି କାନ୍ଦିବାର କୌଣସି ଆବଶ୍ୟକତା ନାହିଁ । ଆତ୍ମାକୁ ନିଜର ହିସାବ-କିତାବ ଅନୁସାରେ ଯାଇ
ଅନ୍ୟ ଏକ ଅଭିନୟ କରିବାକୁ ପଡିବ । ଜ୍ଞାନ ନଥିବା ଯୋଗୁଁ ମନୁଷ୍ୟ କେତେ କାନ୍ଦୁଛନ୍ତି, ଯେପରି
ପାଗଳ ହୋଇଯାଉଛନ୍ତି । ଏଠାରେ ତ ବାବା ବୁଝାଉଛନ୍ତି - ଆମ୍ମା ମରେ ତୋ ହାଲୁଆ ଖାନା ଅର୍ଥାତ୍ କିଏ
ବି ମରୁ ତୁମେ ଖୁସିରେ ରୁହ । ନଷ୍ଟମୋହା ହେବାକୁ ପଡିବ । ମୋର ତ ଏକ ବେହଦର ବାବା ହିଁ ଅଛନ୍ତି,
ଦ୍ୱିତୀୟ କେହି ନାହାଁନ୍ତି । ଏହିପରି ଅବସ୍ଥା ପିଲାମାନଙ୍କର ହେବା ଉଚିତ୍ । ମୋହଜିତ୍ ରାଜାର କଥା
ମଧ୍ୟ ଶୁଣିଛ ନା । ଏସବୁ ହେଉଛି ଦନ୍ତ କଥା ଅର୍ଥାତ୍ ମନଗଢାକଥା । ସତ୍ୟଯୁଗରେ କେବେ ଦୁଃଖର କଥା
ରହିବ ନାହିଁ । ନା କେବେ ଅକାଳମୃତ୍ୟୁ ହେବ ।
ପିଲାମାନେ ଜାଣିଛନ୍ତି ଆମେ କାଳ ଉପରେ ବିଜୟ ପ୍ରାପ୍ତ କରୁଛୁ, ବାବାଙ୍କୁ ମହାକାଳ ମଧ୍ୟ କହୁଛନ୍ତି
। କାଳର କାଳ ତୁମକୁ କାଳ ଉପରେ ବିଜୟ ପ୍ରାପ୍ତ କରାଉଛନ୍ତି ଅର୍ଥାତ୍ କାଳ କେବେ ଖାଉନାହିଁ, କାଳ
ଆତ୍ମାକୁ ତ ଖାଇପାରିବ ନାହିଁ । ଆତ୍ମା ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେଇଥାଏ, ଏହାକୁ କହୁଛନ୍ତି
କାଳ ଖାଇଗଲା । ବାକି କାଳ ଅନ୍ୟ କୌଣସି ଜିନିଷ ନୁହେଁ । ମନୁଷ୍ୟ ମହିମା ଗାନ କରୁଛନ୍ତି, କିଛି
ବି ବୁଝିନାହାଁନ୍ତି । ଗାଉଛନ୍ତି ଅଚୁତମ୍ କେଶବମ୍... ଅର୍ଥ କିଛି ବି ବୁଝିନାହାଁନ୍ତି ।
ମନୁଷ୍ୟମାନେ ବିଲ୍କୁଲ୍ କିଛି ବି ବୁଝିପାରୁ ନାହାଁନ୍ତି । ବାବା ବୁଝାଉଛନ୍ତି ଏହି ୫ ବିକାର
ତୁମର ବୁଦ୍ଧିକୁ କେତେ ଖରାପ କରିଦେଉଛି । ଅନେକ ମନୁଷ୍ୟ ବଦ୍ରୀନାଥ ଆଦି ଯାଉଛନ୍ତି । ଆଜି ୨
ଲକ୍ଷ ଗଲେ, ୪ ଲକ୍ଷ ଗଲେ... ବଡ ବଡ ଅଫିସରମାନେ ମଧ୍ୟ ତୀର୍ଥ କରିବାକୁ ଯାଉଛନ୍ତି । ତୁମେ ତ
ଯାଉନାହଁ ତେଣୁ ସେମାନେ କହୁଛନ୍ତି ଏହି ବି.କେ.ମାନେ ତ ନାସ୍ତିକ ଅଟନ୍ତି କାହିଁକି ନା ଭକ୍ତି
କରୁନାହାଁନ୍ତି । ତୁମେ ପୁଣି କହୁଛ ଯିଏ ଭଗବାନଙ୍କୁ ଜାଣିନାହାଁନ୍ତି ସେମାନେ ନାସ୍ତିକ ।
ବାବାଙ୍କୁ ତ କେହି ବି ଜାଣିନାହାଁନ୍ତି ସେଥିପାଇଁ ଏହାକୁ ଅନାଥମାନଙ୍କର ଦୁନିଆ କୁହାଯାଉଛି,
ପରସ୍ପର ସହିତ କେତେ ଲଢେଇ-ଝଗଡା କରୁଛନ୍ତି । ସାରା ଦୁନିଆ ବାବାଙ୍କର ଘର ଅଟେ ନା । ବାବା ସାରା
ଦୁନିଆର ପିଲାମାନଙ୍କୁ ପତିତରୁ ପବିତ୍ର କରାଇବା ପାଇଁ ଆସୁଛନ୍ତି । ଅଧାକଳ୍ପ ବାସ୍ତବରେ ପବିତ୍ର
ଦୁନିଆ ଥିଲା ନା । ଗାନ ମଧ୍ୟ କରୁଛନ୍ତି ରାମ ରାଜା ରାମ ପ୍ରଜା, ରାମ ସାହୁକାର... ସେଠାରେ ପୁଣି
ଅଧର୍ମର କଥା କିପରି ହୋଇପାରିବ । କହିଥାନ୍ତି ମଧ୍ୟ ସେଠାରେ ଛେଳି-ବାଘ ଏକତ୍ର ପାଣି ପିଅନ୍ତି,
ତେବେ ସେଠାରେ ରାବଣ ବା ଅନ୍ୟ ରାକ୍ଷସମାନେ କେଉଁଠୁ ଆସିଲେ? କିଛି ବି ବୁଝିପାରୁ ନାହାଁନ୍ତି ।
ଅନ୍ୟ ଧର୍ମର ଲୋକେ ତ ଏଭଳି କଥା ଶୁଣି ହସୁଛନ୍ତି ।
ତୁମେ ସନ୍ତାନମାନେ ଜାଣିଛ - ଏବେ ଜ୍ଞାନର ସାଗର ବାବା ଆସି ଆମକୁ ଜ୍ଞାନ ଦେଉଛନ୍ତି । ଏହା ପତିତ
ଦୁନିଆ ଅଟେ ନା । ତେବେ କ’ଣ ପ୍ରେରଣା ଦ୍ୱାରା ପତିତଙ୍କୁ ପାବନ କରିବେ? ଡାକୁଛନ୍ତି ହେ
ପତିତ-ପାବନ ଏଠାକୁ ଆସି ଆମକୁ ପବିତ୍ର କର ତେବେ ନିଶ୍ଚିତ ଭାରତକୁ ହିଁ ଆସିଥିଲେ । ଏବେ ମଧ୍ୟ
କହୁଛନ୍ତି ମୁଁ ଜ୍ଞାନର ସାଗର ଆସିଛି । ତୁମେମାନେ ଜାଣିଛ ଶିବବାବାଙ୍କ ପାଖରେ ହିଁ ସାରା ଜ୍ଞାନ
ରହିଛି, ସେହି ବାବା ବସି ପିଲାମାନଙ୍କୁ ଏହି ସବୁ କଥା ବୁଝାଉଛନ୍ତି, ଶାସ୍ତ୍ରରେ ତ ସବୁ କାହାଣୀ
ରହିଛି । ନାମ ରଖି ଦେଇଛନ୍ତି - ବ୍ୟାସ ଭଗବାନ ଶାସ୍ତ୍ର ରଚନା କରିଥିଲେ । ସେହି ବ୍ୟାସ ତ
ଭକ୍ତିମାର୍ଗର ଥିଲେ । ଶିବବାବା ହେଉଛନ୍ତି ପ୍ରକୃତ ବ୍ୟାସ ଦେବ, ତାଙ୍କର ସନ୍ତାନ ତୁମେ ସବୁ ସୁଖ
ଦେବ ଅଟ । ଏବେ ତୁମେ ସୁଖର ଦେବତା ହେଉଛ, ସୁଖର ସମ୍ପତ୍ତି ନେଉଛ ବ୍ୟାସଙ୍କଠାରୁ,
ଶିବାଚାର୍ଯ୍ୟଙ୍କଠାରୁ । ତୁମେ ବ୍ୟାସଙ୍କର ସନ୍ତାନ ଅଟ । କିନ୍ତୁ ମନୁଷ୍ୟ ଦ୍ୱନ୍ଦରେ ନ ପଡିବା
ପାଇଁ କୁହାଯାଉଛି ଶିବଙ୍କର ସନ୍ତାନ ଅଟ । ତାଙ୍କର ପ୍ରକୃତ ନାମ ହେଉଛି ଶିବ । ତେଣୁ ଏବେ ବାବା
କହୁଛନ୍ତି - କୌଣସି ଦେହଧାରୀଙ୍କୁ ଦେଖ ନାହିଁ । ଯେତେବେଳେ ଶିବବାବା ସମ୍ମୁଖରେ ଅଛନ୍ତି ।
ଆତ୍ମାକୁ ଜାଣିବାକୁ ପଡିଥାଏ, ପରମାତ୍ମାଙ୍କୁ ମଧ୍ୟ ଅନୁଭବ କରାଯାଇଥାଏ । ଇଏ ହେଉଛନ୍ତି ପରମପିତା
ପରମାତ୍ମା ଶିବ । ଯିଏକି ଆସି ପତିତରୁ ପାବନ ହେବାର ରାସ୍ତା ବତାଉଛନ୍ତି । କହୁଛନ୍ତି ମୁଁ ତୁମ
ଆତ୍ମାମାନଙ୍କର ପିତା । ଆତ୍ମାକୁ ଅନୁଭବ କରାଯାଇଥାଏ, ଦେଖି ହୁଏ ନାହିଁ । ବାବା ପଚାରୁଛନ୍ତି ଏବେ
ତୁମେ ନିଜର ଆତ୍ମାକୁ ଅନୁଭବ କଲ? ଏତେ ଛୋଟ ଆତ୍ମାରେ ଅବିନାଶୀ ଅଭିନୟ ନିର୍ଦ୍ଧାରିତ ହୋଇ ରହିଛି
। ଯେପରି ଏକ କ୍ୟାସେଟ ଅଟେ ।
ତୁମେ ଜାଣିଛ ଆମେ ଆତ୍ମା ହିଁ ଶରୀର ଧାରଣ କରୁଛୁ । ପୂର୍ବରୁ ତୁମେ ଦେହ-ଅଭିମାନୀ ଥିଲ, ଏବେ
ଦେହୀ-ଅଭିମାନୀ ହେଉଛ । ତୁମେ ଜାଣିଛ ଆମେ ଆତ୍ମା ୮୪ ଜନ୍ମ ନେଉଛୁ । ଏହାର ଅନ୍ତ ହେଉନାହିଁ ।
କେହି-କେହି ପଚାରୁଛନ୍ତି ଏହି ଡ୍ରାମା କେବେଠାରୁ ଆରମ୍ଭ ହେଲା? କିନ୍ତୁ ଏହା ତ ଅନାଦି ଅଟେ, କେବେ
ବିନାଶ ହୁଏ ନାହିଁ । ଏହାକୁ କୁହାଯାଉଛି ପୂର୍ବ-ପ୍ରସ୍ତୁତ ଅବିନାଶୀ ବିଶ୍ୱ ନାଟକ । ତେଣୁ ବାବା
ପିଲାମାନଙ୍କୁ ବୁଝାଉଛନ୍ତି । ଯେପରି ଅପାଠୁଆ ପିଲାଙ୍କୁ ପାଠପଢା ଯାଇଥାଏ । ଆତ୍ମା ହିଁ ଶରୀରରେ
ରହିଥାଏ । ଏହା ହେଉଛି ପଥରବୁଦ୍ଧିଙ୍କ ପାଇଁ ଭୋଜନ, ବୁଦ୍ଧିକୁ ଜ୍ଞାନ ମିଳୁଛି । ତୁମ ପାଇଁ ବାବା
ଚିତ୍ର ତିଆରି କରାଇଛନ୍ତି । ଏହା ବହୁତ ସହଜ ମଧ୍ୟ ଅଟେ । ଇଏ ହେଉଛନ୍ତି ତ୍ରିମୂର୍ତ୍ତି
ବ୍ରହ୍ମା-ବିଷ୍ଣୁ-ଶଙ୍କର । ତେବେ ବ୍ରହ୍ମାଙ୍କୁ ମଧ୍ୟ ତ୍ରିମୂର୍ତ୍ତି କାହିଁକି କହୁଛନ୍ତି?
ଦେବ-ଦେବ ମହାଦେବ କହୁଛନ୍ତି । ଜଣଙ୍କଠାରୁ ଆଉ ଜଣଙ୍କୁ ଶ୍ରେଷ୍ଠ କରି ଦେଇଛନ୍ତି, ଅର୍ଥ କିଛି ବି
ଜାଣିନାହାଁନ୍ତି । ତେବେ ବ୍ରହ୍ମା ଦେବତା କିପରି ହୋଇପାରିବେ । ପ୍ରଜାପିତା ବ୍ରହ୍ମା ତ ଏହି ଠାରେ
ହେବା ଦରକାର । ଏହି କଥା କୌଣସି ଶାସ୍ତ୍ରରେ ନାହିଁ । ବାବା କହୁଛନ୍ତି ମୁଁ ଏହି ଶରୀରରେ ପ୍ରବେଶ
କରି ଏହାଙ୍କ ଦ୍ୱାରା ତୁମକୁ ବୁଝାଉଛି । ପ୍ରଥମେ ଏହାଙ୍କୁ ନିଜର କରୁଛି । ଏହାଙ୍କର ବହୁତ ଜନ୍ମର
ଅନ୍ତରେ ମୁଁ ଆସୁଛି । ଇଏ ମଧ୍ୟ ୫ ବିକାରର ସନ୍ନ୍ୟାସ କରୁଛନ୍ତି । ସନ୍ନ୍ୟାସୀଙ୍କୁ ଯୋଗୀ, ଋଷି
କୁହାଯାଏ । ଏବେ ତୁମେ ରାଜଋଷି ହୋଇଛ । ତୁମେ ୫ ବିକାରର ସନ୍ନ୍ୟାସ କରିଛ, ତେଣୁ ତୁମର ନାମ
ବଦଳୁଛି । ତୁମେ ତ ରାଜଯୋଗୀ ହେଉଛ । ତୁମେ ପ୍ରତିଜ୍ଞା କରୁଛ । ସେହି ସନ୍ନ୍ୟାସୀମାନେ ତ
ଘରଦ୍ୱାର ଛାଡି ଚାଲିଯାଉଛନ୍ତି । ଏଠାରେ ତ ସ୍ତ୍ରୀ-ପୁରୁଷ ଏକତ୍ର ରହୁଛନ୍ତି, ପ୍ରତିଜ୍ଞା
କରୁଛନ୍ତି ଆମେ କେବେ ହେଲେ ବିକାରଗ୍ରସ୍ତ ହେବୁ ନାହିଁ । ମୂଳକଥା ହେଉଛି ହିଁ କାମ ବିକାରର ।
ତୁମେମାନେ ଜାଣିଛ ଶିବବାବା ରଚୟିତା ଅଟନ୍ତି । ସିଏ ଆସି ନୂଆ ଦୁନିଆ ରଚନା କରୁଛନ୍ତି । ସିଏ
ବୀଜରୂପ, ସତ୍ୟ, ଚୈତନ୍ୟ, ଆନନ୍ଦର ସାଗର, ଜ୍ଞାନର ସାଗର ଅଟନ୍ତି । ସ୍ଥାପନା, ବିନାଶ, ପାଳନା
କିପରି କରୁଛନ୍ତି - ତାହା ବାବା ଜାଣିଛନ୍ତି, ମନୁଷ୍ୟମାନେ ଜାଣିନାହାଁନ୍ତି । ତୁରନ୍ତ କହି
ଦେଉଛନ୍ତି ତୁମେ ବି.କେ.ମାନେ ତ ଦୁନିଆର ବିନାଶ କରିବ । ଆଚ୍ଛା, ତୁମ ମୁଖରେ ଗୋଲାପ । କହୁଛନ୍ତି
ଇଏ ତ ବିନାଶ ପାଇଁ ନିମିତ୍ତ ହୋଇଛନ୍ତି । ନା ଶାସ୍ତ୍ରକୁ, ନା ଭକ୍ତିକୁ, ନା ଗୁରୁମାନଙ୍କୁ
ମାନୁଛନ୍ତି, କେବଳ ତାଙ୍କର ଦାଦାଙ୍କୁ ହିଁ ମାନୁଛନ୍ତି । କିନ୍ତୁ ବାବା ତ ନିଜେ କହୁଛନ୍ତି ଏହା
ପତିତ ଶରୀର ଅଟେ, ମୁଁ ଏହାଙ୍କ ଶରୀରର ପ୍ରବେଶ କରିଛି । ପତିତ ଦୁନିଆରେ ତ କେହି ପବିତ୍ର ନ
ଥାନ୍ତି । ମନୁଷ୍ୟ ତ ଯାହା ଶୁଣା-ଶୁଣି କଥା ଗୁଡିକ ଶୁଣୁଛନ୍ତି ତାହା କହି ଦେଉଛନ୍ତି । ଏହିଭଳି
ଶୁଣା-ଶୁଣି କଥା ଦ୍ୱାରା ତ ଭାରତ ଦୁ୍ର୍ଗତିକୁ ପ୍ରାପ୍ତ କରିଛି, ସେଥିପାଇଁ ବାବା ଆସି ସତ୍ୟ କଥା
ଶୁଣାଇ ସମସ୍ତଙ୍କର ସଦ୍ଗତି କରୁଛନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ବାବାଙ୍କଠାରୁ ସୁଖର ସମ୍ପତ୍ତି ନେଇ ତୁମକୁ ସୁଖର ଦେବତା ହେବାକୁ ପଡିବ ଏବଂ ସମସ୍ତଙ୍କୁ ସୁଖ
ଦେବାକୁ ହେବ । ରାଜଋଷି ହେବା ପାଇଁ ସର୍ବ ବିକାରଗୁଡିକର ସନ୍ନ୍ୟାସ କରିବାକୁ ହେବ ।
(୨) ଏହି ପାଠପଢା ହିଁ
ତୁମର ସଚ୍ଚା ଖୋରାକ ବା ପ୍ରକୃତ ଭୋଜନ ଅଟେ । ସଦ୍ଗତିକୁ ପ୍ରାପ୍ତ କରିବା ପାଇଁ ଶୁଣା-ଶୁଣି
କଥାକୁ ଛାଡି ଶ୍ରୀମତରେ ଚାଲିବାକୁ ହେବ । ଏକମାତ୍ର ବାବାଙ୍କଠାରୁ ହିଁ ଶୁଣିବାକୁ ହେବ ଏବଂ
ମୋହଜିତ୍ ହେବାକୁ ପଡିବ ।
ବରଦାନ:-
ନିଜର ଅସଲୀ
ସଂସ୍କାର ଗୁଡିକୁ ପ୍ରକଟ କରି ସର୍ବଦା ହର୍ଷିତ ରହୁଥିବା ଜ୍ଞାନ ସ୍ୱରୂପ ଭବ ।
ଯେଉଁ ପିଲାମାନେ ଜ୍ଞାନର
ପଏଣ୍ଟ ଗୁଡିକୁ ମନେ ପକାଇ ତା’ର ସ୍ୱରୂପ ହୋଇଥାଆନ୍ତି ସେମାନେ ସର୍ବଦା ହର୍ଷିତ ରହିଥାଆନ୍ତି ।
ତେବେ ସର୍ବଦା ହର୍ଷିତ ସ୍ଥିତିରେ ରହିବା ହିଁ ବ୍ରାହ୍ମଣ ଜୀବନର ଅସଲୀ ସଂସ୍କାର ଅଟେ । ଦିବ୍ୟଗୁଣ
ତୁମର ନିଜସ୍ୱ ଗୁଣ ଅଟେ, ଅବଗୁଣ ମାୟାର ସମ୍ପତ୍ତି ଅଟେ ଯାହାକି ସଂଗଦୋଷ ଆଧାରରେ ତୁମ ପାଖକୁ
ଆସିଯାଇଛି । ତେଣୁ ଏବେ ତା’ ଆଡକୁ ପିଠି କରିଦିଅ ଏବଂ ନିଜର ମାଷ୍ଟର ସର୍ବଶକ୍ତିବାନର ସ୍ୱମାନରେ
ରୁହ ଯାହାଦ୍ୱାରା ସଦାସର୍ବଦା ହର୍ଷିତ ରହିପାରିବ । କୌଣସି ବି ଆସୁରୀ ବା ବ୍ୟର୍ଥ ସଂସ୍କାର ତୁମ
ସମ୍ମୁଖକୁ ଆସିବା ପାଇଁ ସାହସ ମଧ୍ୟ କରିପାରିବ ନାହିଁ ।
ସ୍ଲୋଗାନ:-
ଯଦି
ସମ୍ପୂର୍ଣ୍ଣତାର ଲକ୍ଷ୍ୟକୁ ସମ୍ମୁଖରେ ରଖିବ ତେବେ ସଂକଳ୍ପରେ ମଧ୍ୟ କୌଣସି ଆକର୍ଷଣ ଆକର୍ଷିତ
କରିପାରିବ ନାହିଁ ।
ଅବ୍ୟକ୍ତ ଈଶାରା:- ଏକତା
ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ ।
ସଦାସର୍ବଦା ଏକତାକୁ
କାୟମ ରଖିବା ପାଇଁ ଗୋଟିଏ ଆଧ୍ୟାତ୍ମିକତା ବୀଜ ନିଜ ପାଖରେ ରଖ ତାହା ହେଲା ସମ୍ମାନ ଦେବା ହିଁ
ସମ୍ମାନ ନେବା ଅଟେ । ଏହିଭଳି ସମ୍ମାନ ଦେବାର ସଂସ୍କାର ତୁମର ଅବିନାଶୀ ସଂସ୍କାର ପାଲଟିଯିବ ।
ତୁମ ମୁଖରେ ସର୍ବଦା ସଫଳତାର ଏକମାତ୍ର ମନ୍ତ୍ର ରହୁ ଯେ - “ପ୍ରଥମେ ଆପଣ” - ଏହି ମହାମନ୍ତ୍ରକୁ
ମନ ଭିତରେ ଦୃଢତା ପୂବକ ରଖ । “ପ୍ରଥମେ ମୁଁର ଭାବନାକୁ ଯଥାର୍ଥ ରୂପରେ ସମାପ୍ତ କରି ଅନ୍ୟମାନଙ୍କୁ
ଆଗକୁ ବଢାଇବା ହିଁ ନିଜେ ଆଗକୁ ବଢିବା - ଏହିଭଳି ଭାବି ଏହି ମହାମନ୍ତ୍ରକୁ ଆଗକୁ ବଢାଇ ସଫଳତା
ପ୍ରାପ୍ତ କରିଚାଲ । ଯଦି ଏହି ମହାମନ୍ତ୍ରକୁ ଏବଂ ତାବୀଜଟିକୁ ସର୍ବଦା ସାଥୀରେ ରଖିଥିବ, ତେବେ
ପ୍ରତ୍ୟକ୍ଷତାର ନାଗରା ବାଜିବାକୁ ଲାଗିବ ।