21.05.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମ ଆତ୍ମାମାନଙ୍କର ସ୍ନେହ ଏକମାତ୍ର ବାବାଙ୍କ ସହିତ ରହିଛି, ବାବା ତୁମମାନଙ୍କୁ ଆତ୍ମା ସହିତ ସ୍ନେହ ରଖିବା ଶିଖାଇଛନ୍ତି, ଶରୀର ସହିତ ନୁହେଁ ।”

ପ୍ରଶ୍ନ:-
କେଉଁ ପୁରୁଷାର୍ଥରେ ହିଁ ମାୟା ବିଘ୍ନ ପକାଉଛି? ମାୟାଜିତ୍ ହେବାର ଉପାୟ କ’ଣ?

ଉତ୍ତର:-
ତୁମେ ପୁରୁଷାର୍ଥ କରୁଛ କି ମୁଁ ବାବାଙ୍କୁ ମନେ ପକାଇ ନିଜର ପାପକୁ କିପରି ଭସ୍ମ କରିବି, ତେଣୁ ଏହି ଯୋଗରେ ହିଁ ମାୟାର ବିଘ୍ନ ପଡିଥାଏ । ବାବା ତାଲିମଦାତା ହୋଇ ତୁମକୁ ମାୟାଜିତ୍ ହେବାର ଉପାୟ ବତାଉଛନ୍ତି । ତୁମେ ସେହି ତାଲିମଦାତାଙ୍କୁ ଚିହ୍ନି ତାଙ୍କୁ ମନେ ପକାଇଲେ ଖୁସିରେ ବି ରହିବ, ପୁରୁଷାର୍ଥ ମଧ୍ୟ କରିଚାଲିବ, ସେବା ମଧ୍ୟ ବହୁତ କରିବ ଏବଂ ମାୟାଜିତ୍ ମଧ୍ୟ ହୋଇଯିବ ।

ଗୀତ:-
ଇସ୍ ପାପ କୀ ଦୁନିଆ ସେ...

ଓମ୍ ଶାନ୍ତି ।
ଆତ୍ମିକ ସନ୍ତାନମାନେ ଗୀତ ଶୁଣିଲେ ଏହାର ଅର୍ଥକୁ ମଧ୍ୟ ବୁଝିଲେ । ଦୁନିଆରେ କେହି ବି ଏହି ଗୀତର ଅର୍ଥକୁ ବୁଝୁ ନାହାଁନ୍ତି । ପିଲାମାନେ ଜାଣୁଛନ୍ତି ଯେ ଆମ ଆତ୍ମାମାନଙ୍କର ସ୍ନେହ ପରମପିତା ପରମାତ୍ମାଙ୍କ ସହିତ ରହିଛି । ଆତ୍ମା ନିଜର ପିତା ପରମପିତା ପରମ ଆତ୍ମାକୁ ଡାକୁଛି । ସ୍ନେହ ଆତ୍ମା ସହିତ ରହିଛି ନା ଶରୀର ସହିତ? ଏବେ ବାବା ଶିଖାଉଛନ୍ତି ବାସ୍ତବରେ ସ୍ନେହ ଆତ୍ମା ସହିତ ରହିବା ଉଚିତ୍ । ଶରୀର ତ ସମାପ୍ତ ହୋଇଯିବ । ସ୍ନେହ ତ ଆତ୍ମାରେ ହିଁ ରହିଛି । ଏବେ ବାବା ବୁଝାଉଛନ୍ତି ତୁମର ସ୍ନେହ ପରମାତ୍ମା ବାବାଙ୍କ ସହିତ ରହିବା ଉଚିତ୍‌, ଶରୀର ସହିତ ନୁହେଁ । ଆତ୍ମା ହିଁ ନିଜର ପିତାଙ୍କୁ ଡାକୁଛି ଏବଂ କହୁଛି, ଆମମାନଙ୍କୁ ପୁଣ୍ୟ ଆତ୍ମାମାନଙ୍କର ଦୁନିଆକୁ ନେଇଚାଲ । ତୁମେମାନେ ଜାଣୁଛ - ଆମେ ପାପ ଆତ୍ମା ଥିଲୁ, ଏବେ ପୁଣି ପୁଣ୍ୟ ଆତ୍ମା ହେବାକୁ ଯାଉଛୁ । ବାବା ତୁମକୁ ଯୁକ୍ତିର ସହିତ ପୁଣ୍ୟ ଆତ୍ମା କରୁଛନ୍ତି । ବାବା ବୁଝାଇବେ ତେବେ ତ ପିଲାମାନଙ୍କୁ ଅନୁଭବ ହେବ ଏବଂ ବୁଝିବେ ଯେ ଆମେ ବାବାଙ୍କ ଦ୍ୱାରା ବାବାଙ୍କ ସ୍ମୃତିରେ ପବିତ୍ର ବା ପୁଣ୍ୟ ଆତ୍ମା ହେଉଛୁ । ଯୋଗବଳ ଦ୍ୱାରା ହିଁ ଆମର ପାପ ଭସ୍ମ ହେଉଛି । ବାକି ଗଙ୍ଗା ସ୍ନାନ ଆଦିରେ କୌଣସି ପାପ ଧୋଇ ହୁଏ ନାହିଁ । ମନୁଷ୍ୟମାନେ ଗଙ୍ଗାରେ ସ୍ନାନ କରିଥା’ନ୍ତି, ଶରୀରରେ ମାଟି ବୋଳି ହୁଅନ୍ତି କିନ୍ତୁ ଏହା ଦ୍ୱାରା କୌଣସି ପାପ ତ ଧୋଇ ହୁଏ ନାହିଁ । ଆତ୍ମାର ପାପ କେବଳ ଯୋଗବଳ ଦ୍ୱାରା ହିଁ ଧୋଇ ହୋଇଥାଏ । ଆତ୍ମାର ମଇଳା ସଫା ହୋଇଥାଏ, ଏ କଥା ତ ପିଲାମାନଙ୍କୁ ହିଁ ଜଣା ଅଛି ଏବଂ ନିଶ୍ଚୟ ମଧ୍ୟ ଅଛି ଯେ ଆମେ ବାବାଙ୍କୁ ସ୍ମରଣ କଲେ ଆମର ପାପ ଭସ୍ମ ହୋଇଯିବ । ଯଦି ଏ କଥାରେ ନିଶ୍ଚୟ ଅଛି ତେବେ ପୁରୁଷାର୍ଥ ମଧ୍ୟ କରିବା ଉଚିତ୍ ନା । କିନ୍ତୁ ଏହି ପୁରୁଷାର୍ଥରେ ହିଁ ମାୟା ବିଘ୍ନ ପକାଇଥାଏ । ବଳବାନ ସହିତ ମାୟା ମଧ୍ୟ ଭଲ ଭାବରେ ବଳବାନ ହୋଇ ଲଢେଇ କରିଥାଏ । ଦୁର୍ବଳମାନଙ୍କ ସହିତ କି ଲଢେଇ କରିବ! ତେବେ ପିଲାମାନଙ୍କୁ ସର୍ବଦା ଏହି ଖିଆଲ ରଖିବାକୁ ହେବ, ଆମକୁ ମାୟାଜିତ୍ ଜଗତ୍‌ଜିତ୍ ହେବାକୁ ପଡିବ । ମାୟା ଜିତେ ଜଗତ୍‌ଜିତ୍‌ର ଅର୍ଥକୁ ମଧ୍ୟ କେହି ବୁଝୁ ନାହାଁନ୍ତି । ଏବେ ତୁମ ସନ୍ତାନମାନଙ୍କୁ ବୁଝାଯାଉଛି - ତୁମେ କିପରି ମାୟା ଉପରେ ବିଜୟ ପ୍ରାପ୍ତ କରିପାରିବ । ମାୟା ମଧ୍ୟ ସମର୍ଥ ଅଟେ ନା, ତୁମମାନଙ୍କୁ ମଧ୍ୟ ଏବେ ଉସ୍ତାଦ ମିଳିଛନ୍ତି । ସେହି ଉସ୍ତାଦଙ୍କୁ ମଧ୍ୟ କ୍ୱଚିତ୍ କେହି କେହି କ୍ରମାନୁସାରେ ଜାଣିଛନ୍ତି । ଯିଏ ଜାଣିଛନ୍ତି ତାଙ୍କୁ ଖୁସି ରହୁଛି । ପୁରୁଷାର୍ଥ ମଧ୍ୟ ନିଜେ କରୁଛନ୍ତି । ସେବା ମଧ୍ୟ ଖୁବ୍ କରୁଛନ୍ତି । ଅମରନାଥକୁ ବହୁତ ଲୋକ ଯାଇଥା’ନ୍ତି ।

ଏବେ ସମସ୍ତେ କହୁଛନ୍ତି ବିଶ୍ୱରେ ଶାନ୍ତି କିପରି ହେବ? ତୁମେମାନେ ସମସ୍ତଙ୍କୁ ସିଦ୍ଧ କରି କହୁଛ ଯେ ସତ୍ୟଯୁଗରେ କିପରି ସୁଖଶାନ୍ତି ଥିଲା । ସେତେବେଳେ ସାରା ବିଶ୍ୱରେ ଶାନ୍ତି ଥିଲା, ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା, ଆଉ କୌଣସି ଧର୍ମ ନ ଥିଲା । ଆଜିକୁ ୫ ହଜାର ବର୍ଷ ପୂର୍ବେ ସତ୍ୟଯୁଗ ଥିଲା ପୁଣି ସୃଷ୍ଟିକୁ ତ ନିଶ୍ଚୟ ଚକ୍ର ଲଗାଇବାକୁ ହେବ । ଚିତ୍ରରେ ତୁମେମାନେ ବିଲ୍‌କୁଲ୍ ସ୍ପଷ୍ଟ ଭାବେ ବୁଝାଉଛ, କଳ୍ପ ପୂର୍ବେ ମଧ୍ୟ ଏହିପରି ଚିତ୍ର ତିଆରି କରିଥିଲ । ଦିନକୁ ଦିନ ଉନ୍ନତି ହୋଇ ଚାଲିଛି । କେଉଁଠି କେଉଁଠି ପିଲାମାନେ ଚିତ୍ରରେ ତିଥି-ତାରିଖ ଲେଖିବାକୁ ଭୁଲି ଯାଉଛନ୍ତି । ଲକ୍ଷ୍ମୀ-ନାରାୟଣଙ୍କ ଚିତ୍ରରେ ତିଥି-ତାରିଖ ନିଶ୍ଚୟ ରହିବା ଦରକାର । ତୁମମାନଙ୍କ ବୁଦ୍ଧିରେ ଏବେ ରହିଛି, ଯେ ଆମେ ସ୍ୱର୍ଗବାସୀ ଥିଲୁ, ଏବେ ପୁଣି ହେବାକୁ ଯାଉଛୁ । ତେବେ ଯିଏ ଯେତେ ପୁରୁଷାର୍ଥ କରିବେ ସିଏ ସେତେ ଉଚ୍ଚ ପଦ ପାଇବେ । ଏବେ ବାବାଙ୍କ ଦ୍ୱାରା ତୁମେ ଜ୍ଞାନର ଅଧିକାରୀ ହୋଇଛ । ଭକ୍ତି ଏବେ ସମାପ୍ତ ହେବାକୁ ଯାଉଛି । ସତ୍ୟଯୁଗ-ତ୍ରେତାଯୁଗରେ କ’ଣ ଭକ୍ତି ରହିବ କି! ତା’ ପରେ ଅଧାକଳ୍ପ ପର୍ଯ୍ୟନ୍ତ ଭକ୍ତିମାର୍ଗ ଚାଲିଥାଏ । ଏ କଥା ମଧ୍ୟ ଏବେ ତୁମେମାନେ ବୁଝିପାରୁଛ । ଅଧାକଳ୍ପ ପରେ ରାବଣ ରାଜ୍ୟ ଆରମ୍ଭ ହୋଇଥାଏ । ସାରା ଖେଳ ତୁମ ଭାରତବାସୀମାନଙ୍କ ଉପରେ ଆଧାରିତ । ୮୪ ଜନ୍ମର ଚକ୍ର ଭାରତରେ ହିଁ ହେଉଛି, ଭାରତ ହିଁ ଅବିନାଶୀ ଖଣ୍ଡ ଅଟେ, ଏ କଥା ମଧ୍ୟ ଆଗରୁ କ’ଣ ଜଣା ଥିଲା କି! ଲକ୍ଷ୍ମୀ-ନାରାୟଣଙ୍କୁ ଗଡ ଗଡେଜ୍ ଅର୍ଥାତ୍ ଭଗବାନ ଭଗବତୀ ବୋଲି କହିଥା’ନ୍ତି ନା । ସେମାନଙ୍କର ପଦ କେତେ ଉଚ୍ଚ ଏବଂ ପାଠ ମଧ୍ୟ କେତେ ସହଜ । ଏହି ୮୪ ଜନ୍ମର ଚକ୍ରକୁ ପୂରା କରି ଏବେ ପୁଣି ଆମେ ଫେରି ଯାଉଛୁ । ୮୪ ଜନ୍ମର ଚକ୍ର କହିବା ଦ୍ୱାରା ବୁଦ୍ଧି ଉପରକୁ ଚାଲିଯାଇଥାଏ । ଏବେ ତୁମମାନଙ୍କର ବ୍ରହ୍ମଲୋକ, ସୂକ୍ଷ୍ମଲୋକ, ସ୍ଥୂଳଲୋକ ସବୁ କଥା ମନେ ଅଛି । ଆଗରୁ କ’ଣ ଜାଣିଥିଲ କି - ସୂକ୍ଷ୍ମଲୋକ କ’ଣ । ଏବେ ତୁମେ ଜାଣୁଛ ସେଠାରେ କିପରି ମୁଭି (ଠାର)ରେ କଥାବାର୍ତ୍ତା କରିଥା’ନ୍ତି । ମୁଭି ବାଇସ୍କୋପ୍ ମଧ୍ୟ ବାହାରିଥିଲା । ତେଣୁ ତୁମମାନଙ୍କୁ ଏକଥା ବୁଝାଇବାକୁ ସହଜ ହେଉଛି । ସାଇଲେନ୍ସ, ମୁଭି, ଟକି । ତୁମେମାନେ ଏବେ ସବୁ ଜାଣିଛ ଲକ୍ଷ୍ମୀ-ନାରାୟଣଙ୍କ ରାଜ୍ୟଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ସାରା ଚକ୍ର ତୁମମାନଙ୍କର ବୁଦ୍ଧିରେ ରହିଛି ।

ତୁମମାନଙ୍କୁ ଗୃହସ୍ଥ ବ୍ୟବାହାରରେ ରହି ଏହି ଚିନ୍ତା ଲାଗି ରହୁ କି ଆମକୁ ପବିତ୍ର ହେବାକୁ ପଡିବ । ବାବା ବୁଝାଉଛନ୍ତି ତୁମେମାନେ ଘର ଗୃହସ୍ଥରେ ରହି ମଧ୍ୟ ଏହି ପୁରୁଣା ଦୁନିଆରୁ ମମତା ତୁଟାଇ ଦିଅ । ପିଲାଛୁଆଙ୍କର ଦାୟିତ୍ୱ ଭଲେ ନିଅ, କିନ୍ତୁ ବୁଦ୍ଧି ବାବାଙ୍କ ଆଡକୁ ରହୁ । କହିଥା’ନ୍ତି ନା - ହାତରେ କାମ କର, ବୁଦ୍ଧି ବାବାଙ୍କ ଆଡକୁ ରହୁ । ପିଲାମାନଙ୍କୁ ଖୁଆଅ, ପିଆଅ, ସ୍ନାନ କରାଅ କିନ୍ତୁ ବୁଦ୍ଧିରେ ବାବାଙ୍କର ତ ସ୍ମୃତି ରହୁ କାରଣ ତୁମେମାନେ ଜାଣିଛ ଆତ୍ମା ଉପରେ ପାପର ବୋଝ ବହୁତ ରହିଛି ସେଥିପାଇଁ ବୁଦ୍ଧି ବାବାଙ୍କ ସହ ଲାଗି ରହୁ । ସେହି ପ୍ରେମିକଙ୍କୁ ବହୁତ-ବହୁତ ସ୍ମରଣ କରିବାକୁ ହେବ । ସଚ୍ଚା ପ୍ରେମିକ ବାବା ତୁମ ସମସ୍ତ ଆତ୍ମାମାନଙ୍କୁ କହୁଛନ୍ତି ମୋତେ ମନେ ପକାଅ, ଏହି ପାର୍ଟ ମଧ୍ୟ ଏବେ ଚାଲୁଛି, ପୁଣି ୫ ହଜାର ବର୍ଷ ପରେ ଚାଲିବ । ବାବା କେତେ ସହଜ ଯୁକ୍ତି ବତାଉଛନ୍ତି । ଏଥିରେ କୌଣସି କଷ୍ଟ ନାହିଁ । କେହି ଯଦି କହିବେ ମୁଁ ତ ଏହା କରିପାରିବି ନାହିଁ, ମୋତେ ବହୁତ କଷ୍ଟ ଲାଗୁଛି, ଯୋଗର ଯାତ୍ରା ବହୁତ ମୁସ୍‌କିଲ୍ ଲାଗୁଛି । ଆରେ, ତୁମେ ବାବାଙ୍କୁ ମନେ ପକାଇ ପାରିବ ନାହିଁ! ବାବାଙ୍କୁ କ’ଣ ଭୁଲିବା ଉଚିତ୍ କି । ବାବାଙ୍କୁ ତ ଭଲ ଭାବରେ ସ୍ମରଣ କରିବାକୁ ହେବ, ତେବେ ଯାଇ ବିକର୍ମ ବିନାଶ ହେବ ଏବଂ ତୁମେମାନେ ସଦା ସୁସ୍ଥ ହୋଇଯିବ । ନଚେତ୍ ହୋଇପାରିବ ନାହିଁ । ତୁମକୁ ଗୋଟିଏ ମାତ୍ର ବହୁତ ଭଲ ରାୟ ମିଳୁଛି । ଏକମାତ୍ର ଔଷଧ ରହିଥାଏ ନା । ମୁଁ ଗ୍ୟାରେଣ୍ଟି ଦେଉଛି ଏହି ଯୋଗବଳ ଦ୍ୱାରା ତୁମେ ୨୧ ଜନ୍ମ ପାଇଁ କେବେ ରୋଗୀ ହେବ ନାହିଁ । ସେଥିପାଇଁ କେବଳ ବାବାଙ୍କୁ ମନେ ପକାଅ - ଏହା କେତେ ସହଜ ଉପାୟ । ଭକ୍ତିମାର୍ଗରେ ମଧ୍ୟ ମନେ ପକାଉଥିଲେ କିନ୍ତୁ ସେତେବେଳେ ବାବାଙ୍କର ପରିଚୟ ନ ଥିଲା । ଏବେ ବାବା ବୁଝାଉଛନ୍ତି, ତୁମେମାନେ ଜାଣିଛ ଆମେ କଳ୍ପ ପୂର୍ବରୁ ମଧ୍ୟ ଆପଣଙ୍କ ପାଖକୁ ଆସିଥିଲୁ, ପୁରୁଷାର୍ଥ କରୁଥିଲୁ । ଏ କଥା ପକ୍କା ନିଶ୍ଚୟ ହୋଇଯାଇଛି । ଆମେ ହିଁ ରାଜତ୍ୱ କରୁଥିଲୁ ଯାହାକି ହରାଇ ଦେଇଛୁ ଏବେ ପୁଣି ବାବା ଆସିଛନ୍ତି, ତେଣୁ ତାଙ୍କଠାରୁ ରାଜ୍ୟ ଭାଗ୍ୟ ନେବାକୁ ହେବ । ବାବା କହୁଛନ୍ତି ମୋତେ ମନେ ପକାଅ ଏବଂ ରାଜତ୍ତ୍ୱକୁ ମନେ ପକାଅ । ମନମନାଭବ । ତେବେ ଅନ୍ତିମ ସ୍ମୃତି ଅନୁସାରେ ତୁମର ଗତି ହୋଇଯିବ । ଏବେ ନାଟକ ପୂରା ହେବାକୁ ଯାଉଛି, ଘରକୁ ଫେରି ଯିବାକୁ ହେବ । ବାବା ସମସ୍ତଙ୍କୁ ନେଇଯିବା ପାଇଁ ଆସିଛନ୍ତି । ଯେପରି ବର, ବଧୂକୁ ନେବା ପାଇଁ ଆସିଥାଏ । କନ୍ୟା ବହୁତ ଖୁସି ହୋଇଥାଏ, ମୁଁ ମୋ ଶାଶୁ ଘରକୁ ଯାଉଛି । ତୁମେ ସମସ୍ତେ ମଧ୍ୟ ଏକମାତ୍ର ରାମଙ୍କର ସୀତା ଅଟ । ରାମ ହିଁ ତୁମକୁ ରାବଣର ଜେଲରୁ ମୁକୁଳାଇ ନେଇ ଯାଉଛନ୍ତି । ମୁକ୍ତିଦାତା କେବଳ ଜଣେ, ଯିଏକି ରାବଣ ରାଜ୍ୟରୁ ମୁକ୍ତ କରୁଛନ୍ତି । କହୁଛନ୍ତି ମଧ୍ୟ - ଏହା ରାବଣ ରାଜ୍ୟ, କିନ୍ତୁ ଏ କଥାକୁ ଯଥାର୍ଥ ରୂପରେ କେହି ବୁଝୁ ନାହାଁନ୍ତି । ଏବେ ପିଲାମାନଙ୍କୁ ବୁଝାଇ ଦିଆଯାଉଛି, ଅନ୍ୟମାନଙ୍କୁ ବୁଝାଇବା ପାଇଁ ବହୁତ ଭଲ-ଭଲ ପଏଣ୍ଟସ୍ ମଧ୍ୟ ଦିଆଯାଉଛି । ବାବା ବୁଝାଇଛନ୍ତି - ଏ କଥା ଲେଖି ଦିଅ ଯେ କଳ୍ପ ପୂର୍ବ ଭଳି ବ୍ରହ୍ମାଙ୍କ ଦ୍ୱାରା ବିଶ୍ୱରେ ଶାନ୍ତିର ସ୍ଥାପନା କେବଳ ବାବା ହିଁ କରୁଛନ୍ତି । ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନ ହେଉଛି । ଯେତେବେଳେ ବିଷ୍ଣୁଙ୍କର ରାଜ୍ୟ ଥିଲା ସେ ସମୟରେ ବିଶ୍ୱରେ ଶାନ୍ତି ଥିଲା ନା । ବିଷ୍ଣୁ ହିଁ ଲକ୍ଷ୍ମୀ-ନାରାୟଣ ଥିଲେ, ଏକଥାକୁ ମଧ୍ୟ କେହି ବୁଝୁ ନାହାଁନ୍ତି ! ବିଷ୍ଣୁ ଏବଂ ଲକ୍ଷ୍ମୀ-ନାରାୟଣ ଏବଂ ରାଧା-କୃଷ୍ଣଙ୍କୁ ଅଲଗା-ଅଲଗା ଭାବୁଛନ୍ତି । ଏବେ ତୁମେମାନେ ବୁଝିଛ, ସ୍ୱଦର୍ଶନ ଚକ୍ରଧାରୀ ମଧ୍ୟ ତୁମେ ହିଁ ଅଟ । ଶିବବାବା ଆସି ଏବେ ଏହି ସୃଷ୍ଟିଚକ୍ରର ଜ୍ଞାନ ଦେଉଛନ୍ତି, ତାଙ୍କ ଦ୍ୱାରା ଆମେମାନେ ମଧ୍ୟ ମାଷ୍ଟର ଜ୍ଞାନର ସାଗର ହୋଇଛୁ । ତୁମେମାନେ ଜ୍ଞାନ ନଦୀ ଅଟ ନା । ଏହା ତ ପିଲାମାନଙ୍କର ହିଁ ନାମ ଅଟେ ।

ଭକ୍ତିମାର୍ଗରେ ମନୁଷ୍ୟ କେତେ ସ୍ନାନ ଆଦି କରିଥା’ନ୍ତି, କେତେ ଏଣେତେଣେ ବୁଲିଥା’ନ୍ତି । ବହୁତ ଦାନ-ପୁଣ୍ୟ ଆଦି କରିଥା’ନ୍ତି, ସାହୁକାରମାନେ ତ ବହୁତ ଦାନ କରିଥା’ନ୍ତି । ସ୍ୱର୍ଣ୍ଣ ମଧ୍ୟ ଦାନ କରିଥା’ନ୍ତି । ତୁମେମାନେ ମଧ୍ୟ ଏବେ ବୁଝିପାରୁଛ - ଆମେ କେତେ ଏଣେତେଣେ ବୁଲୁଥିଲେ । ବାସ୍ତବରେ ଆମେ କୌଣସି ହଠଯୋଗୀ ତ ନୁହେଁ । ଆମେ ତ ରାଜଯୋଗୀ ଅଟୁ । ପବିତ୍ର ଗୃହସ୍ଥ ଆଶ୍ରମର ଥିଲୁ, ପୁଣି ରାବଣ ରାଜ୍ୟରେ ଅପବିତ୍ର ହେଲୁ । ଡ୍ରାମା ଅନୁସାରେ ବାବା ପୁଣି ଗୃହସ୍ଥ ଧର୍ମର ସ୍ଥାପନା କରୁଛନ୍ତି, ଯାହାର ସ୍ଥାପନା ଆଉ କେହି କରିପାରିବେ ନାହିଁ । ମନୁଷ୍ୟମାନେ ତୁମକୁ କହୁଛନ୍ତି କି ସମସ୍ତେ ପବିତ୍ର ରହିଲେ ଦୁନିଆ କିପରି ଚାଲିବ? ତେବେ ସେମାନଙ୍କୁ କୁହ, ଏତେ ସବୁ ସନ୍ନ୍ୟାସୀମାନେ ପବିତ୍ର ରହୁଛନ୍ତି ତେବେ କ’ଣ ଦୁନିଆ ବନ୍ଦ ହୋଇଯାଇଛି କି! ଆରେ ସୃଷ୍ଟି ଏତେ ବଢିଗଲାଣି, ଖାଇବା ପାଇଁ ଶସ୍ୟ ମଧ୍ୟ ନାହିଁ, ପୁଣି ସୃଷ୍ଟି କ’ଣ ବଢାଇବ? ଏବେ ତୁମେ ଜାଣୁଛ, ବାବା ଆମ ସମ୍ମୁଖରେ ହାଜିର-ନାଜିର ଅର୍ଥାତ୍ ଉପସ୍ଥିତ ଅଛନ୍ତି, କିନ୍ତୁ ତାଙ୍କୁ ଏହି ଆଖି ଦ୍ୱାରା ଦେଖି ହୁଏ ନାହିଁ । କେବଳ ବୁଦ୍ଧି ଦ୍ୱାରା ଜାଣି ହୁଏ, ବାବା ଆମ ଆତ୍ମାମାନଙ୍କୁ ପାଠ ପଢାଉଛନ୍ତି, ଆମ ସମ୍ମୁଖରେ ହାଜିର-ନାଜିର ଅଛନ୍ତି ।

ଯେଉଁମାନେ ବିଶ୍ୱ ଶାନ୍ତିର କଥା କହୁଛନ୍ତି, ତାଙ୍କୁ ତୁମେ କୁହ ଯେ ବିଶ୍ୱରେ ଶାନ୍ତିର ସ୍ଥାପନା ତ ବାବା କରାଉଛନ୍ତି । ସେଇଥିପାଇଁ ହିଁ ପୁରୁଣା ଦୁନିଆର ବିନାଶ ସମ୍ମୁଖରେ ଉପସ୍ଥିତ, ୫ ହଜାର ବର୍ଷ ପୂର୍ବେ ମଧ୍ୟ ବିନାଶ ହୋଇଥିଲା । ଏବେ ମଧ୍ୟ ଏହି ବିନାଶ ସମ୍ମୁଖରେ ରହିଛି, ପୁଣି ବିଶ୍ୱରେ ଶାନ୍ତି ହୋଇଯିବ । ଏବେ ତୁମମାନଙ୍କ ବୁଦ୍ଧିରେ କେବଳ ଏହି କଥା ହିଁ ରହିଛି । ଏ କଥା ଦୁନିଆରେ କେହି ବି ଜାଣି ନାହାଁନ୍ତି । ଏଭଳି କେହି ନାହାଁନ୍ତି ଯାହାଙ୍କ ବୁଦ୍ଧିରେ ଏ କଥା ଥିବ । ତୁମେ ଜାଣିଛ ସତ୍ୟଯୁଗରେ ସାରା ବିଶ୍ୱରେ ଶାନ୍ତି ଥିଲା । ଏକମାତ୍ର ଭାରତ ଭୂଖଣ୍ଡ ବ୍ୟତୀତ ଦ୍ୱିତୀୟ କୌଣସି ଭୂଖଣ୍ଡ ନ ଥିଲା । ପଛରେ ଅନ୍ୟ ଭୂଖଣ୍ଡ ସବୁ ହେଲା । ଏବେ କେତେ ସବୁ ଭୂଖଣ୍ଡ ରହିଛି । ଏବେ ଏହି ଖେଳର ମଧ୍ୟ ସମାପ୍ତି ହେବ, ସମସ୍ତେ ଏ କଥା ମଧ୍ୟ କହୁଛନ୍ତି ଭଗବାନ ନିଶ୍ଚୟ ଥିବେ, କିନ୍ତୁ ଭଗବାନ କିଏ ଏବଂ କେଉଁ ରୂପରେ ଆସିଥା’ନ୍ତି । ଏ କଥା ଜାଣି ନାହାଁନ୍ତି । ଶ୍ରୀକୃଷ୍ଣ ତ ଭଗବାନ ହୋଇପାରିବେ ନାହିଁ । ନାଁ କୌଣସି ପ୍ରେରଣା ଦ୍ୱାରା ଅଥବା ଶକ୍ତି ଦ୍ୱାରା କାମ କରାଇପାରିବେ । ବାବା ତ ସବୁଠାରୁ ପ୍ରିୟ ଅଟନ୍ତି, ତାଙ୍କଠାରୁ ଏବେ ବର୍ସା ମିଳୁଛି । ବାବା ହିଁ ସ୍ୱର୍ଗର ସ୍ଥାପନା କରୁଛନ୍ତି, ତେବେ ନିଶ୍ଚୟ ପୁରୁଣା ଦୁନିଆର ବିନାଶ ମଧ୍ୟ ସିଏ ହିଁ କରାଇବେ । ତୁମେ ଜାଣିଛ ସତ୍ୟଯୁଗରେ ଏହି ଲକ୍ଷ୍ମୀ-ନାରାୟଣ ଥିଲେ । ଏବେ ପୁଣି ନିଜେ ପୁରୁଷାର୍ଥ କରି ସେହିପରି ହେଉଛନ୍ତି । ନିଶା ରହିବା ଦରକାର ନା । ସେମାନେ ଭାରତରେ ହିଁ ରାଜତ୍ୱ କରୁଥିଲେ ଏବଂ ଶିବବାବା ହିଁ ତାଙ୍କୁ ରାଜ୍ୟ ଦେଇ ଯାଇଥିଲେ, ଏପରି କୁହାଯିବ ନାହିଁ ଯେ ଶିବବାବା ରାଜତ୍ୱ କରି ଯାଇଛନ୍ତି । ନାଁ । ସିଏ ଭାରତକୁ ରାଜ୍ୟ ଦେଇ ଯାଇଥିଲେ । ଲକ୍ଷ୍ମୀ-ନାରାୟଣ ରାଜତ୍ୱ କରୁଥିଲେ ନା । ପୁଣି ବାବା ସେହି ରାଜ୍ୟ ଦେବାକୁ ଆସିଛନ୍ତି । କହୁଛନ୍ତି – ମିଠା ମିଠା ସନ୍ତାନମାନେ, ତୁମେ ମୋତେ ମନେ ପକାଅ ଏବଂ ଚକ୍ରକୁ ମନେ ପକାଅ । ତୁମେମାନେ ହିଁ ୮୪ ଜନ୍ମ ନେଉଛ । ଯଦି କେହି କମ୍ ପୁରୁଷାର୍ଥ କରୁଛନ୍ତି ତେବେ ବୁଝିଯାଅ, ଇଏ କମ୍ ଭକ୍ତି କରିଛନ୍ତି । ଯେଉଁମାନେ ଅଧିକ ଭକ୍ତି କରିଛନ୍ତି, ସେହିମାନେ ପୁରୁଷାର୍ଥ ମଧ୍ୟ ଅଧିକ କରିବେ । ବାବା କେତେ ସ୍ପଷ୍ଟ ଭାବରେ ବୁଝାଉଛନ୍ତି କିନ୍ତୁ ବୁଦ୍ଧିରେ ରହିବା ଦରକାର । ତୁମର କାମ ହେଉଛି ପୁରୁଷାର୍ଥ କରାଇବା । ଯଦି କମ୍ ଭକ୍ତି କରିଥିବେ ତେବେ ଯୋଗ ଲାଗିବ ନାହିଁ । ଶିବବାବାଙ୍କର ସ୍ମୃତି ବୁଦ୍ଧିରେ ରହିବ ନାହିଁ । ବାବା କହୁଛନ୍ତି କେବେ ବି ପୁରୁଷାର୍ଥରେ ଥଣ୍ଡା ହେବା ଉଚିତ୍ ନୁହେଁ । ମାୟାକୁ ପହିଲମାନ ଦେଖି ହାର୍ଟ ଫେଲ୍ ହେବା ଉଚିତ୍ ନୁହେଁ । ମାୟାର ତୋଫାନ ତ ବହୁତ ଆସିବ । ଏ କଥା ମଧ୍ୟ ବାବା ପିଲାମାନଙ୍କୁ ବୁଝାଇଛନ୍ତି, ଆତ୍ମା ହିଁ ସବୁ କିଛି କରୁଛି । ଶରୀର ତ ସମାପ୍ତ ହୋଇଯିବ । ଆତ୍ମା ବାହାରିଗଲେ, ଶରୀର ମାଟି ହୋଇଯିବ । ତାହା ତ ପୁଣି ମିଳିବ ନାହିଁ, ତେଣୁ ତାକୁ ମନେ ପକାଇ କାନ୍ଦିବାରେ ଫାଇଦା କ’ଣ । ସେହି ଜିନିଷ ପୁଣି କ’ଣ ମିଳିବ କି! ଆତ୍ମା ତ ଯାଇ ଅନ୍ୟ ଏକ ଶରୀର ଧାରଣ କରିଥାଏ । ଏବେ ତୁମେ କେତେ ବଡ ରୋଜଗାର କରୁଛ । ତୁମର ହିଁ ଜମା ହେଉଛି, ବାକି ସମସ୍ତଙ୍କର ଜମା ହେଉ ନାହିଁ । ବାବା ହେଉଛନ୍ତି ଭୋଳା ବ୍ୟାପାରୀ ସେଥିପାଇଁ ତୁମକୁ ଚାଉଳ ମୁଠି ବଦଳରେ ୨୧ ଜନ୍ମ ପାଇଁ ମହଲ ଦେଇ ଦେଇଛନ୍ତି, କେତେ ସୁଧ ଦେଉଛନ୍ତି । ତୁମକୁ ଯେତେ ଦରକାର ଭବିଷ୍ୟତ ପାଇଁ ଜମା କର । କିନ୍ତୁ ଏପରି ନୁହେଁ ଅନ୍ତିମ ସମୟରେ ଆସି କହିବ ମୋର ଜମା କର, ତେବେ ସେ ସମୟରେ ନେଇ କ’ଣ କରିବି । ମୁଁ କ’ଣ ଅନାଡି ଅର୍ଥାତ୍ ବୋକା ବ୍ୟାପାରୀ କି । କାମରେ ଆସିବ ହିଁ ନାହିଁ ଏବଂ ସୁଧ ଭରି କରି ଦେବାକୁ ପଡିବ । ଏପରି ଅନ୍ତିମ ସମୟରେ ଦେଉଥିବା ଆତ୍ମାମାନଙ୍କର ନେବି ନାହିଁ! ତୁମକୁ ଚାଉଳ ମୁଠାଏ ବଦଳରେ ୨୧ ଜନ୍ମ ପାଇଁ ମହଲ ମିଳିଯାଉଛି । କେତେ ସୁଧ ମିଳୁଛି । ବାବା କହୁଛନ୍ତି ମୁଁ ହେଉଛି ନମ୍ବରୱାନ ଭୋଳା । ଦେଖ ତୁମକୁ ବିଶ୍ୱର ରାଜତ୍ୱ ଦେଉଛି । ତୁମେମାନେ କେବଳ ମୋର ହୋଇ ସେବା କର । ବାବା ଭୋଳାନାଥ ତେଣୁ ତାଙ୍କୁ ସମସ୍ତେ ସ୍ମରଣ କରୁଛନ୍ତି । ଏବେ ତୁମେମାନେ ଜ୍ଞାନ ମାର୍ଗରେ ଅଛ । ତେଣୁ ବାବାଙ୍କ ଶ୍ରୀମତରେ ଚାଲି ବାଦଶାହୀ (ରାଜତ୍ୱ) ନିଅ । ଏ କଥା ମଧ୍ୟ କହୁଛନ୍ତି କି ବାବା ଆମେ ରାଜତ୍ୱ ନେବା ପାଇଁ ଆସିଛୁ । ତାହା ପୁଣି ସୂର୍ଯ୍ୟବଂଶୀରେ । ଆଚ୍ଛା, ତୁମର ମୁଖ ମିଠା ହେଉ । ଆଚ୍ଛା —

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଶ୍ରୀମତ ଅନୁସାରେ ଚାଲି ରାଜପଦ ନେବାକୁ ହେବ । ଚାଉଳ ମୁଠାଏ ଦେଇ ୨୧ ଜନ୍ମ ପାଇଁ ମହଲ ନେବାକୁ ହେବ । ଭବିଷ୍ୟତ ପାଇଁ ଧନ ଜମା କରିବାକୁ ପଡିବ ।

(୨) ଗୃହସ୍ଥ ବ୍ୟବହାରରେ ରହି ଏହି ପୁରୁଣା ଦୁନିଆରୁ ମମତ୍ୱ ତୁଟାଇ ସମ୍ପୂର୍ଣ୍ଣ ପାବନ ହେବାକୁ ପଡିବ । ସବୁ କିଛି କରି ମଧ୍ୟ ବୁଦ୍ଧି ବାବାଙ୍କ ସହିତ ଲାଗି ରହୁ ।

ବରଦାନ:-
ମାନସୀକ ଶୁଭଭାବନା ଦ୍ୱାରା ପରସ୍ପରକୁ ଆଗକୁ ବଢାଉଥିବା ବିଶ୍ୱ କଲ୍ୟାଣକାରୀ ଭବ ।

ଯଦି କେହି କିଛି ଭୁଲ୍ କର୍ମ କରୁଛି ତେବେ ତାକୁ ପରବଶ ମନେ କରି ଦୟାର ଦୃଷ୍ଟି ରଖି ପରିବର୍ତ୍ତନ କର, କୌଣସି ଆଲୋଚନା କର ନାହିଁ । ଯଦି କେହି କୌଣସି ସମସ୍ୟା ରୂପୀ ପଥର ନିକଟରେ ଅଟକି ଯାଉଛି ତେବେ ତୁମର କାମ ହେଲା ତାକୁ ଅତିକ୍ରମ କରି ଚାଲିଯିବା ବା ତାକୁ ମଧ୍ୟ ସାଥୀ କରି ଅତିକ୍ରମ କରାଇଦେବା । ସେଥିପାଇଁ ସମସ୍ତଙ୍କର ବିଶେଷତାକୁ ଦେଖ, ଦୋଷ ଦୁର୍ବଳତା ଗୁଡିକୁ ତ୍ୟାଗ କରିଚାଲ । ଏବେ ଆଉ କାହାକୁ ବି ବାଣୀ ଦ୍ୱାରା ସାବଧାନ କରିବାର ସମୟ ନାହିଁ ବରଂ ମନର ଶୁଭଭାବନା ଦ୍ୱାରା ପରସ୍ପରର ସହଯୋଗୀ ହୋଇ ଆଗକୁ ବଢିଚାଲ ଏବଂ ଅନ୍ୟମାନଙ୍କୁ ମଧ୍ୟ ଆଗକୁ ବଢାଇଚାଲ, ତେବେ କୁହାଯିବ ବିଶ୍ୱକଲ୍ୟାଣକାରୀ ।

ସ୍ଲୋଗାନ:-
ଯଦି ଦୃଢ ସଂକଳ୍ପ ରୂପୀ ବେଲ୍ଟ ବାନ୍ଧି ରଖିଥିବ ତେବେ କେବେ ବି ନିଜର ସିଟ୍‌ରୁ ଅପସେଟ୍ ଅର୍ଥାତ୍ ଏପଟ-ସେପଟ ହେବ ନାହିଁ ।

ଅବ୍ୟକ୍ତ ଈଶାରା:- ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର ।

ପ୍ରତ୍ୟକ୍ଷତାର ସୂର୍ଯ୍ୟ ସେତେବେଳେ ଉଦୟ ହେବ ଯେତେବେଳେ ପବିତ୍ରତାର ଜ୍ୟୋତି ଚତୁର୍ଦ୍ଦିଗରେ ପ୍ରଜ୍ୱଳିତ କରିବ । ଯେପରି ଦୁନିଆର ଲୋକମାନେ ଜ୍ୟୋତି ପ୍ରଜ୍ୱଳିତ କରି ଚାରିଆଡେ ପରିକ୍ରମା କରୁଛନ୍ତି ସେହିପରି ତୁମେମାନେ ମଧ୍ୟ ପବିତ୍ରତାର ଜ୍ୟୋତି ଚତୁର୍ଦ୍ଦିଗରେ ଜାଗ୍ରତ କରିଦିଅ, ତେବେ ଯାଇ ସମସ୍ତେ ବାବାଙ୍କୁ ଦେଖିପାରିବେ ଏବଂ ଜାଣିପାରିବେ । ତୁମର ପବିତ୍ରତାର ଜ୍ୟୋତି ଯେତିକି ଅଚଳ-ଅଟଳ ହୋଇଥିବ ସେତିକି ସହଜରେ ସମସ୍ତେ ବାବାଙ୍କୁ ଜାଣିପାରିବେ ଏବଂ ପବିତ୍ରତାର ଜୟଜୟକାର ହେବ ।