21.08.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ଆସୁରୀ ମତରେ ଚାଲିବା ଦ୍ୱାରା ବାର ଦୁଆର ହୋଇଗଲ, ଏବେ ଈଶ୍ୱରୀୟ ମତରେ ଚାଲିଲେ ସୁଖଧାମକୁ ଚାଲିଯିବ’’

ପ୍ରଶ୍ନ:-
ପିଲାମାନଙ୍କୁ ବାବାଙ୍କଠାରୁ କେଉଁ ଆଶା ରଖିବା ଦରକାର, କ’ଣ ନୁହେଁ?

ଉତ୍ତର:-
ବାବାଙ୍କଠାରୁ ଏହି ଆଶା ରଖିବା ଦରକାର ଯେ ଆମେ ବାବାଙ୍କ ଦ୍ୱାରା ପବିତ୍ର ହୋଇ ନିଜର ଘରକୁ ତଥା ରାଜଧାନୀକୁ ଯିବୁ । ବାବା କହୁଛନ୍ତି ଯେ ପିଲାମାନେ, ମୋ ଠାରୁ ଏହି ଆଶା ରଖ ନାହିଁ ଯେ ଅମୁକକୁ ରୋଗ ହୋଇଛି, ତା’କୁ ଟିକିଏ ଆଶୀର୍ବାଦ ମିଳୁ । ଏଠାରେ କୃପା କିମ୍ବା ଆଶୀର୍ବାଦର କୌଣସି କଥା ନାହିଁ । ମୁଁ ତ ତୁମମାନଙ୍କୁ ପତିତରୁ ପବିତ୍ର କରିବା ପାଇଁ ଆସିଛି । ଏବେ ମୁଁ ତୁମକୁ ଏଭଳି କର୍ମ ଶିଖାଉଛି ଯାହା ଦ୍ୱାରା ତୁମର ବିକର୍ମ ହେବ ନାହିଁ ।

ଗୀତ:-
ଆଜ ନହିଁ ତୋ କଲ ବିଖରେଙ୍ଗେ ୟହ ବାଦଲ...

ଓମ୍ ଶାନ୍ତି ।
ଆତ୍ମିକ ପିଲାମାନେ ଗୀତ ଶୁଣିଲେ । ପିଲାମାନେ ଜାଣିଛନ୍ତି ଯେ ଏବେ ଘରକୁ ଯିବାକୁ ହେବ । ବାବା ଆସିଛନ୍ତି ସାଥିରେ ନେଇଯିବା ପାଇଁ । ଆତ୍ମ-ଅଭିମାନୀ ହେଲେ ହିଁ ଏହି କଥା ମନେ ରହିବ । ଦେହ-ଅଭିମାନରେ ରହିଲେ ମନେ ବି ରହିବ ନାହିଁ । ପିଲାମାନେ ଜାଣିଛନ୍ତି ଯେ ବାବା ମୁସାଫିର (ଯାତ୍ରୀ) ହୋଇ ଆସିଛନ୍ତି । ତୁମେ ମଧ୍ୟ ମୁସାଫିର ହୋଇ ଆସିଥିଲ । ଏବେ ନିଜ ଘରକୁ ଭୁଲିଯାଇଛ । ପୁଣି ବାବା ଘର କଥା ମନେ ପକାଇ ଦେଲେ ଏବଂ ପ୍ରତିଦିନ ସେ ବିଷୟରେ ବୁଝାଉଛନ୍ତି । ଯେ ପର୍ଯ୍ୟନ୍ତ ସତ୍ତ୍ୱପ୍ରଧାନ ନ ହୋଇଛ ତେବେ ଘରକୁ ଯାଇପାରିବ ନାହିଁ । ପିଲାମାନେ ବୁଝୁଛନ୍ତି ଯେ ବାବା ତ ଠିକ୍ କଥା କହୁଛନ୍ତି । ବାବା ଯେଉଁ ଶ୍ରୀମତ ଦେଉଛନ୍ତି ତାହା ସୁସନ୍ତାନମାନେ ହିଁ ପାଳନ କରିଥାନ୍ତି । ଏହି ସମୟରେ ଆଉ ତ କେହି ଏଭଳି ପିତା ନାହାଁନ୍ତି ଯିଏକି ଭଲ ମତ ଦେବେ, ତେଣୁ ବାରଦୁଆର ହୋଇଯାଇଛନ୍ତି । କେବଳ ବାବା ହିଁ ଶ୍ରୀମତ ଦେଇଥା’ନ୍ତି । ବାବାଙ୍କ ମତକୁ ମଧ୍ୟ କେହି କେହି ସନ୍ତାନ ପାଳନ କରୁ ନାହାଁନ୍ତି । ଆଶ୍ଚର୍ଯ୍ୟର କଥା । ଲୌକିକ ପିତାଙ୍କ ମତକୁ ପାଳନ କରିଥା’ନ୍ତି । ତାହା ହେଉଛି ଆସୁରୀମତ । ଏ ସବୁ ବି ହେଉଛି ଡ୍ରାମା । ପରନ୍ତୁ ପିଲାମାନଙ୍କୁ ବୁଝାଉଛନ୍ତି ଯେ ତୁମେ ଆସୁରୀ ମତରେ ଚାଲି ଏହି ଅଧୋଗତିକୁ ପ୍ରାପ୍ତ କରିଛ । ଏବେ ଈଶ୍ୱରୀୟ ମତ ପାଳନ କରିବା ଦ୍ୱାରା ତୁମେ ସୁଖଧାମକୁ ଚାଲିଯିବ । ତାହା ହେଲା ବେହଦର ସମ୍ପତ୍ତି । ବାବା ପ୍ରତିଦିନ ବୁଝାଉଛନ୍ତି । ତେଣୁ ପିଲାମାନଙ୍କୁ କେତେ ହର୍ଷିତ ରହିବା ଦରକାର । ସମସ୍ତଙ୍କୁ ତ ଏଠାରେ ରଖାଯାଇପାରିବ ନାହିଁ । ଘରେ ରହି ମଧ୍ୟ ବାବାଙ୍କୁ ମନେ ପକାଇ ପାରିବ । ଏବେ ପାର୍ଟ ସରିବାକୁ ଯାଉଛି, ଏବେ ଘରକୁ ଫେରିବାକୁ ହେବ, ମନୁଷ୍ୟ ସବୁକିଛି ଭୁଲିଯାଇଛନ୍ତି, କୁହାଯାଏ ନା - ସେ ତ ନିଜର ଘରଦ୍ୱାର ହିଁ ଭୁଲି ଯାଇଛନ୍ତି । ଏବେ ବାବା - କହୁଛନ୍ତି ଘରକୁ ବି ମନେ ପକାଅ । ନିଜର ରାଜଧାନୀକୁ ମଧ୍ୟ ମନେ ପକାଅ । ଏବେ ଅଭିନୟ ସରିବାକୁ ଯାଉଛି, ଘରକୁ ଫେରି ଯିବାକୁ ହେବ । କ’ଣ ତୁମେ ଏ କଥା ଭୁଲିଗଲ?

ତୁମେ ପିଲାମାନେ କହିପାରିବ ଯେ - ବାବା ଡ୍ରାମା ଅନୁସାରେ ଆମର ଅଭିନୟ ହିଁ ଏହିଭଳି, ଯାହାଦ୍ୱାରା ଆମେ ଘରଦ୍ୱାରକୁ ଭୁଲି ଏକଦମ୍ ଭ୍ରମିତ ହୋଇଯାଉଛୁ । ଭାରତବାସୀ ହିଁ ନିଜର ଶ୍ରେଷ୍ଠ ଧର୍ମ, କର୍ମକୁ ଭୁଲି ଦୈବୀ ଧର୍ମ ଭ୍ରଷ୍ଟ, ଦୈବୀ କର୍ମ ଭ୍ରଷ୍ଟ ହୋଇଯାଇଛନ୍ତି । ଏବେ ବାବା ସାବଧାନୀ ଦେଇଛନ୍ତି, ତୁମର ଧର୍ମ କର୍ମ ଏପରି ଶ୍ରେଷ୍ଠ ଥିଲା । ସତ୍ୟଯୁଗରେ ତୁମେ ଯେଉଁ କର୍ମ କରୁଥିଲ ତାହା ଅକର୍ମ ହେଉଥିଲା । କର୍ମ, ଅକର୍ମ, ବିକର୍ମର ଗତି ବାବା ହିଁ ତୁମକୁ ବୁଝାଇଛନ୍ତି । ସତ୍ୟଯୁଗରେ କର୍ମ, ଅକର୍ମ ହୋଇଯାଇଥାଏ । ରାବଣ ରାଜ୍ୟରେ କର୍ମ ବିକର୍ମ ହୋଇଥାଏ । ଧର୍ମଶ୍ରେଷ୍ଠ କର୍ମଶ୍ରେଷ୍ଠ କରିବା ପାଇଁ ଏବେ ବାବା ଆସିଛନ୍ତି । ତେଣୁ ଏବେ ଶ୍ରୀମତ ଆଧାରରେ କର୍ମ ଶ୍ରେଷ୍ଠ କରିବା ଉଚିତ୍ । କୌଣସି ଭ୍ରଷ୍ଟ କର୍ମ କରି କାହାକୁ ଦୁଃଖ ଦେବା ଉଚିତ୍ ନୁହେଁ । ଏହି କର୍ମ ଈଶ୍ୱରୀୟ ସନ୍ତାନମାନଙ୍କର ନୁହେଁ । ଯେଉଁ ନିର୍ଦ୍ଦେଶ ମିଳୁଛି ତାହା ଆଧାରରେ ପରିଚାଳିତ ହେବା ଉଚିତ୍ । ଦୈବୀଗୁଣ ଧାରଣ କରିବାକୁ ହେବ । ଭୋଜନ ମଧ୍ୟ ଶୁଦ୍ଧ ଗ୍ରହଣ କର । କୌଣସି ପ୍ରକାରର ଅସୁବିଧା ହେଲେ ତେବେ ରାୟ ପଚାରିପାର । ବାବା ବୁଝୁଛନ୍ତି ଯେ ଚାକିରୀ କ୍ଷେତ୍ରରେ କେବେ କେବେ କେଉଁଠାରେ କିଛି ଖାଇବାକୁ ବି ପଡିଥାଏ । ଯଦି ତୁମେ ଯୋଗବଳ ଦ୍ୱାରା ରାଜଧାନୀ ସ୍ଥାପନ କରିପାରୁଛ, ପତିତ ଦୁନିଆକୁ ପବିତ୍ର କରିପାରୁଛ ତେବେ ଭୋଜନକୁ ଶୁଦ୍ଧ କରିବା କ’ଣ ବଡ କଥା । ଚାକିରୀ ତ କରିବାକୁ ହେବ । ଏଭଳି ତ ନୁହେଁ ଯେ ବାବାଙ୍କର ହୋଇଗଲ ତ ସବୁ କିଛି ଛାଡି ଏଠାରେ ଆସି ବସିଯିବ । ଅନେକ ସନ୍ତାନମାନେ ଅଛନ୍ତି, ଏତେ ସଂଖ୍ୟାରେ ତ ଏଠାରେ ରହିପାରିବେ ନାହିଁ । ସମସ୍ତଙ୍କୁ ଗୃହସ୍ଥ ମଧ୍ୟରେ ରହିବାକୁ ପଡିବ । ଏହା ବୁଝିବାକୁ ପଡିବ ଯେ - ମୁଁ ଏକ ଆତ୍ମା, ବାବା ଆସିଛନ୍ତି, ମୋତେ ପବିତ୍ର କରି ନିଜ ଘରକୁ ନେଇଯିବେ, ପୁଣି ରାଜଧାନୀକୁ ଆସିଯିବି । ଏହା ତ ପରଦେଶ ରାବଣର ଛି-ଛି ଦୁନିଆ ଅଟେ । ଡ୍ରାମା ପ୍ଲାନ୍ ଅନୁସାରେ ତୁମେ ବିଲ୍‌କୁଲ୍ ହିଁ ପତିତ ହୋଇଯାଇଛ । ବାବା କହୁଛନ୍ତି ଯେ ଏବେ ମୁଁ ତୁମକୁ ସଜାଗ କରିବା ପାଇଁ ଆସିଛି । ତେଣୁ ଶ୍ରୀମତ ଆଧାରରେ ଚାଲ । ଯେତେ ଶ୍ରୀମତ ପାଳନ କରିବ ସେତେ ଶ୍ରେଷ୍ଠ ହେବ ।

ଏବେ ତୁମେ ବୁଝିପାରୁଛ ଯେ ଯେଉଁ ବାବା, ଆମକୁ ସ୍ୱର୍ଗର ମାଲିକ କରୁଛନ୍ତି, ତାଙ୍କୁ ଭୁଲି ଯାଇଥିଲୁ । ଏବେ ବାବା ସୁଧାରିବା ପାଇଁ ଆସିଛନ୍ତି, ତେଣୁ ଭଲ ଭାବରେ ସୁଧୁରିବା ଦରକାର ନା । ସର୍ବଦା ଖୁସିରେ ରହିବା ଉଚିତ୍ । ଅବିନାଶୀ ପିତା ମିଳିଛନ୍ତି । ବାବା ପିଲାମାନଙ୍କ ସହିତ ଏଭଳି କଥା ହେଉଛନ୍ତି ଯେପରି ତୁମେ ଆତ୍ମାମାନେ ପରସ୍ପର ଭିତରେ କଥା ହୋଇଥାଅ । ପରମାତ୍ମା ମଧ୍ୟ ଆତ୍ମା ହିଁ ଅଟନ୍ତି । ତାଙ୍କର ମଧ୍ୟ ଅଭିନୟ ରହିଛି । ତୁମେ ଆତ୍ମାମାନେ ଅଭିନେତା । ଉଚ୍ଚରୁ ଉଚ୍ଚ ନେଇ ନୀଚ୍ଚରୁ ନୀଚ୍ଚ ଅଭିନୟ ରହିଛି । ଭକ୍ତିମାର୍ଗରେ ମନୁଷ୍ୟମାନେ ଗାୟନ କରିଥାନ୍ତି ଯେ ଈଶ୍ୱର ହିଁ ସବୁ କିଛି କରିଥା’ନ୍ତି । ବାବା କହୁଛନ୍ତି ଯେ ମୋର କ’ଣ ଏ ଭଳି ଅଭିନୟ ରହିଛି କି ବେମାରଙ୍କୁ ଭଲ କରିଦେବି । ମୋର କର୍ତ୍ତବ୍ୟ ହେଲା ରାସ୍ତା ଦେଖାଇବା, ତୁମେମାନେ ପବିତ୍ର କିପରି ହେବ? ପବିତ୍ର ହେବା ଦ୍ୱାରା ତୁମେ ଘରକୁ ମଧ୍ୟ ଯାଇପାରିବ । ରାଜଧାନୀକୁ ମଧ୍ୟ ଯାଇପାରିବ । ଆଉ କୌଣସି ଆଶା ରଖ ନାହିଁ । ଏପରି ନୁହେଁ ଯେ ଅମୁକ ବେମାର ହୋଇଛି, ଆଶୀର୍ବାଦ ମିଳୁ । ଏକଥା ନୁହେଁ, ଆଶୀର୍ବାଦ, କୃପା ଆଦିର କଥା ମୋ ପାଖରେ କିଛି ବି ନାହିଁ । ସେଥିପାଇଁ ସାଧୁ ସନ୍ଥଙ୍କ ପାଖକୁ ଯାଅ । ତୁମେ ମୋତେ ହିଁ ଡାକୁଛ କି, ହେ ପତିତ ପାବନ ଆସ, ଆମକୁ ପବିତ୍ର କର । ପବିତ୍ର ଦୁନିଆକୁ ନେଇଚାଲ । ତେଣୁ ବାବା ପଚାରୁଛନ୍ତି ମୁଁ ତୁମକୁ ବିଷୟ ସାଗରରୁ ବାହାର କରି ଆରପାରିକୁ ନେଇଯାଉଛି, ପୁଣି ତୁମେ ବିଷୟ ସାଗରରେ କାହିଁକି ଫସିଯାଉଛ? ଭକ୍ତିମାର୍ଗରେ ତୁମର ଏହିପରି ଅବସ୍ଥା ହୋଇଯାଇଛି । ଜ୍ଞାନ, ଭକ୍ତି ହିଁ ତୁମମାନଙ୍କ ପାଇଁ ରହିଛି । ସନ୍ନ୍ୟାସୀ ଲୋକମାନେ ମଧ୍ୟ କହିଥାନ୍ତି ଜ୍ଞାନ, ଭକ୍ତି ଏବଂ ବୈରାଗ୍ୟ । କିନ୍ତୁ ତାହାର ଅର୍ଥ ସେମାନେ ବୁଝି ନ ଥା’ନ୍ତି । ଏବେ ତୁମର ବୁଦ୍ଧିରେ ଜ୍ଞାନ ଅଛି, ଭକ୍ତି ତା’ ପରେ ବୈରାଗ୍ୟ । ତେଣୁ ବେହଦର ବୈରାଗ୍ୟ ଶିଖାଉଥିବା ଶିକ୍ଷକ ଦରକାର ନା । ବାବା ବୁଝାଇଛନ୍ତି ଏହା ଶ୍ମଶାନଘାଟ ଅଟେ, ଏହାପରେ ପରିସ୍ତାନ ଅର୍ଥାତ୍ ସ୍ୱର୍ଗ ହେବ । ସେଠାରେ ପ୍ରତ୍ୟେକ କର୍ମ, ଅକର୍ମ ହୋଇଥାଏ । ଏବେ ବାବା ତୁମକୁ ଏଭଳି କର୍ମ ଶିଖାଉଛନ୍ତି ଯାହା ଦ୍ୱାରା କୌଣସି ବି ବିକର୍ମ ହେବ ନାହିଁ । କାହାକୁ ବି ଦୁଃଖ ଦିଅ ନାହିଁ । ପତିତ ଆତ୍ମା ଦ୍ୱାରା ପ୍ରସ୍ତୁତ ଅନ୍ନ ଖାଅ ନାହିଁ । ବିକାରଗ୍ରସ୍ତ ହୁଅ ନାହିଁ । ଅବଳାମାନଙ୍କ ଉପରେ ଅତ୍ୟାଚାର ହିଁ ଏଥିପାଇଁ ହୋଇଥାଏ । ଦେଖୁଛ ଯେ - କିପରି ମାୟାର ବିଘ୍ନ ପଡୁଛି । ଏହି ସବୁ କଥା ହେଉଛି ଗୁପ୍ତ । କହିଥା’ନ୍ତି ଦେବତା ଏବଂ ଅସୁରମାନଙ୍କର ଯୁଦ୍ଧ ହୋଇଥିଲା । ପୁଣି କହିଥାନ୍ତି - ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଯୁଦ୍ଧ ଲାଗିଥିଲା । ବାସ୍ତବରେ ଅନ୍ତିମ ଲଢେଇ ଗୋଟିଏ ହେବ । ବାବା ବୁଝାଉଛନ୍ତି ଯେ ମୁଁ ତୁମକୁ ରାଜଯୋଗ ଶିଖାଉଛି ଭବିଷ୍ୟତ ୨୧ ଜନ୍ମ ପାଇଁ । ଏହା ହେଉଛି ମୃତ୍ୟୁଲୋକ ଅଟେ । ମନୁଷ୍ୟମାନେ ସତ୍ୟନାରାୟଣ କଥା ଶୁଣି ଆସିଛନ୍ତି, ଫାଇଦା କିଛି ହେଲେ ବି ନାହିଁ । ଏବେ ତୁମେ ସତ୍ୟ ଗୀତା ଓ ସତ୍ୟ ରାମାୟଣ ଶୁଣାଉଛ । କେବଳ ଜଣେ ରାମ-ସୀତାଙ୍କର କଥା ନ ଥିଲା । ଏହି ସମୟରେ ତ ସମଗ୍ର ବିଶ୍ୱ ହେଉଛି ଲଙ୍କା । ଚାରିଆଡେ ପାଣି ଅଛି ନା । ଏହା ହେଲା ବେହଦର ଲଙ୍କା, ଯେଉଁଠାରେ ରାବଣର ରାଜ୍ୟ ଚାଲିଛି । ଏକ ବାବା ହିଁ ସମସ୍ତ ଆତ୍ମାମାନଙ୍କର ବର, ଅଟନ୍ତି, ବାକି ସବୁ ହେଉଛନ୍ତି କନ୍ୟା । ତୁମକୁ ଏବେ ରାବଣ ରାଜ୍ୟରୁ ବାବା ମୁକ୍ତ କରାଉଛନ୍ତି । ଏହା ହେଲା ଶୋକ ବାଟିକା । ସତ୍ୟଯୁଗକୁ କୁହାଯାଇଛି ଅଶୋକ ବାଟିକା । ସେଠାରେ କୌଣସି ଶୋକ ନ ଥାଏ । ଏହି ସମୟରେ ଶୋକ ହିଁ ଶୋକ ରହିଛି । ଅଶୋକ ଜଣେ ବି ନାହାଁନ୍ତି । ନାମ ତ ରଖି ଦେଇଛନ୍ତି ଅଶୋକା ହୋଟେଲ୍ । ବାବା କହୁଛନ୍ତି ସମଗ୍ର ବିଶ୍ୱକୁ ଏହି ସମୟରେ ବେହଦର ହୋଟେଲ୍ ବୋଲି ଭାବ (ଶୋକର ହୋଟେଲ) । ଖାଦ୍ୟପେୟ ମନୁଷ୍ୟମାନଙ୍କର ପଶୁତୁଲ୍ୟ ହୋଇଯାଇଛି । ଦେଖ, ତୁମକୁ ବାବା କେଉଁଠାକୁ ନେଇଯାଉଛନ୍ତି । ପ୍ରକୃତ ସତ୍ୟ ଅଶୋକ ବାଟିକା ହେଲା ସତ୍ୟଯୁଗ । ହଦ ଏବଂ ବେହଦର ପ୍ରଭେଦ ବାବା ହିଁ ବତାଉଛନ୍ତି । ତୁମ ସନ୍ତାନମାନଙ୍କୁ ବହୁତ ଖୁସି ରହିବା ଦରକାର । ଜାଣୁଛ ଯେ ବାବା ଆମକୁ ପଢାଉଛନ୍ତି । ଆମର ମଧ୍ୟ ସେହି ଧନ୍ଦା, ସମସ୍ତଙ୍କୁ ରାସ୍ତା ଦେଖାଇବା । ଅନ୍ଧମାନଙ୍କର ଆଶାବାଡି ହେବା । ଚିତ୍ର ବି ତୁମ ପାଖରେ ଅଛି । ଯେପରି ସ୍କୁଲ୍‌ରେ ଚିତ୍ର ଆଧାରରେ ବୁଝାଇଥାନ୍ତି, ଏହା ଅମୂକ ଦେଶ । ତୁମେ ପୁଣି ବୁଝାଉଛ ଯେ ତୁମେ ଆତ୍ମା, ଶରୀର ନୁହଁ । ଆତ୍ମା ସବୁ ଭାଇ ଭାଇ ହେଉଛନ୍ତି ନା । କେତେ ସହଜ କଥା ଶୁଣାଉଛ । କହିଥାନ୍ତି ମଧ୍ୟ ଆମେ ସବୁ ଭାଇ-ଭାଇ ଅଟୁ । ବାବା କହୁଛନ୍ତି ଯେ ତୁମେ ସବୁ ଆତ୍ମାଗଣ ହେଉଛି ଭାଇ ଭାଇ । ଈଶ୍ୱର ପିତା ବୋଲି କହିଥାଆନ୍ତି ନା । ତେଣୁ କେବେ ପରସ୍ପର ମଧ୍ୟରେ ଲଢେଇ ଝଗଡା କରିବା ଉଚିତ୍ ନୁହେଁ । ଶରୀରଧାରୀ ହେଉଥିବା କାରଣରୁ ପୁଣି ଭାଇ-ଭଉଣୀ ହୋଇଯାଉଛ । ତୁମେ ଶିବବାବାଙ୍କର ସନ୍ତାନ ହେଉଛ ଭାଇ ଭାଇ । ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ରୂପେ ଭାଇ ଭଉଣୀ ହେଉଛ । ଆମକୁ ସମ୍ପତ୍ତି ଦାଦା ଶିବବାବାଙ୍କ ଠାରୁ ନେବାର ଅଛି । ଏଣୁ ଦାଦାଙ୍କୁ ହିଁ ମନେ ପକାଉଛ । ଏହି ସନ୍ତାନ (ବ୍ରହ୍ମା)ଙ୍କୁ ମଧ୍ୟ ମୁଁ ନିଜର କରିଛି ଅର୍ଥାତ୍ ତାଙ୍କ ଭିତରେ ପ୍ରବେଶ କରିଛି । ଏହି ସବୁ କଥାକୁ ତୁମେ ଏବେ ବୁଝୁଛ । ବାବା କହୁଛନ୍ତି ଯେ ପିଲାମାନେ ଏବେ ନୂଆ ଦୈବୀ ପ୍ରବୃତ୍ତିମାର୍ଗ ସ୍ଥାପନ ହେଉଛି । ତୁମେ ସବୁ ବ୍ରହ୍ମାବତ୍ସ, ଶିବବାବାଙ୍କର ମତରେ ଚାଲୁଛ । ବ୍ରହ୍ମା ବି ତାଙ୍କ ମତରେ ଚାଲୁଛନ୍ତି । ବାବା କହୁଛନ୍ତି ଯେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ, ଆଉ ସବୁ ସମ୍ବନ୍ଧକୁ ହାଲୁକା କରି ଚାଲ । ୮ ଘଣ୍ଟା ବାବାଙ୍କୁ ମନେ ପକାଅ ବାକି ୧୬ ଘଣ୍ଟା ଆରାମ କିମ୍ବା ଧନ୍ଦା ଆଦି ଯାହା କରିବାର ଅଛି ତାହା କର । ମୁଁ ବାବାଙ୍କର ସନ୍ତାନ, ଏହା ଭୁଲ ନାହିଁ । ଏଭଳି ବି ନୁହେଁ ଏଠାକୁ ଆସି ହଷ୍ଟେଲ (ଛାତ୍ରାବାସ)ରେ ରହିବାକୁ ହେବ । ତା’ ନୁହେଁ, ଗୃହସ୍ଥ ବ୍ୟବାହାରରେ ପିଲାମାନଙ୍କ ସାଥିରେ ରହିବାକୁ ହେବ । ସତେଜ ରହିବା ପାଇଁ ବାବାଙ୍କ ପାଖକୁ ଆସୁଛ । ମଥୁରା, ବୃନ୍ଦାବନକୁ ଯାଇଥା’ନ୍ତି ମଧୁବନର ସାକ୍ଷାତ୍ କରିବା ପାଇଁ । ଛୋଟିଆ ମଡେଲ୍ ରୂପରେ ତିଆରି କରି ରଖାଯାଇଛି । ଏବେ ତ ଏହି ବେହଦର କଥାକୁ ବୁଝିବାକୁ ପଡିବ । ଶିବବାବା ବ୍ରହ୍ମାଙ୍କ ଦ୍ୱାରା ନୂଆ ସୃଷ୍ଟି ରଚନା କରୁଛନ୍ତି । ଆମେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ବି.କେ. ଅଟୁ । ଜୀବନରେ ବିକାରର କଥା ରହିବା ଉଚିତ୍ ନୁହେଁ । ସନ୍ନ୍ୟାସୀମାନଙ୍କର ଶିଷ୍ୟ ହୋଇଥା’ନ୍ତି, ଯଦି ସେ ସନ୍ନ୍ୟାସୀ ବସ୍ତ୍ର ଧାରଣ କରିଲେ ତେବେ ନାମ ପରିବର୍ତ୍ତନ ହୋଇଯାଏ । ଏଠାରେ ବି ତୁମେ ବାବାଙ୍କର ହୋଇଗଲ, ତେଣୁ ବାବା ତୁମର ନାମ ରଖିଥିଲେ ନା, ପ୍ରାରମ୍ଭରେ କେତେ ସଂଖ୍ୟାରେ ଭଟ୍ଟୀରେ ରହିଥିଲେ । ଏହି ଭଟ୍ଟୀ କଥା କାହାକୁ ଜଣା ନାହିଁ । ଶାସ୍ତ୍ରରେ ତ କ’ଣ-କ’ଣ କଥା ସବୁ ଲେଖିଦେଇଛନ୍ତି । ଏଭଳି ପୁଣି ହେବ । ଏବେ ତୁମ ବୁଦ୍ଧିରେ ସୃଷ୍ଟିର ଚକ୍ର ଘୂରୁଛି । ବାବା ମଧ୍ୟ ହେଉଛନ୍ତି ସ୍ୱଦର୍ଶନ ଚକ୍ରଧାରୀ । ବାବା ସୃଷ୍ଟିର ଆଦି-ମଧ୍ୟ-ଅନ୍ତର କଥାକୁ ଜାଣନ୍ତି । ବାବାଙ୍କର ତ ଶରୀର ବି ନାହିଁ । ତୁମର ତ ସ୍ଥୂଳ ଶରୀର ଅଛି । ସେ ହେଉଛନ୍ତି ପରମଆତ୍ମା । ଆତ୍ମା ହିଁ ସ୍ୱଦର୍ଶନ ଚକ୍ରଧାରୀ ଅଟେ ନା । ଏବେ ଆତ୍ମାକୁ ଅଳଙ୍କାର କିପରି ଦିଆଯିବ? ଏହା ବୁଝିବାର କଥା ଅଟେ ନା । ଏହା କେତେ ସୂକ୍ଷ୍ମ କଥା ଅଟେ । ବାବା କହୁଛନ୍ତି ବାସ୍ତବରେ ମୁଁ ହିଁ ହେଉଛି ସ୍ୱଦର୍ଶନ ଚକ୍ରଧାରୀ । ତୁମେ ଜାଣୁଛ ଯେ ଆତ୍ମାରେ ସମଗ୍ର ସୃଷ୍ଟି ଚକ୍ରର ଜ୍ଞାନ ଆସିଯାଉଛି । ବାବା ମଧ୍ୟ ହେଉଛନ୍ତି ପରମଧାମର ନିବାସ । ଆମେ ମଧ୍ୟ ସେଠାକାର ନିବାସୀ ଅଟୁ । ବାବା ଆସି ନିଜର ପରିଚୟ ଦେଉଛନ୍ତି ଯେ - ପିଲାମାନେ ମୁଁ ମଧ୍ୟ ସ୍ୱଦର୍ଶନ ଚକ୍ରଧାରୀ ଅଟେ । ମୁଁ ପତିତ-ପାବନ ତୁମ ପାଖକୁ ଆସିଛି । ମୋତେ ଡାକିଛ ଯେ ଆସି ପତିତରୁ ପାବନ କର, ଲିବରେଟ୍ (ମୁକ୍ତ) କର । ତାଙ୍କର ତ ଶରୀର ନାହିଁ । ସେ ତ ଅଜନ୍ମା । ଯଦିଓ ଜନ୍ମ ନେଉଛନ୍ତି ପରନ୍ତୁ ଦିବ୍ୟ ଓ ଅଲୌକିକ । ଶିବ ଜୟନ୍ତୀ ଅଥବା ଶିବରାତ୍ରୀ ପାଳନ କରୁଛନ୍ତି । ବାବା କହୁଛନ୍ତି ଯେ ଅଜ୍ଞାନର ରାତ୍ରୀ ପୂରା ହେଲେ ମୁଁ ଦିନ କରିବା ପାଇଁ ଆସିଥାଏ । ଦିନରେ ୨୧ ଜନ୍ମ, ପୁଣି ରାତ୍ରିରେ ୬୩ ଜନ୍ମ ନେଉଛନ୍ତି । ଆତ୍ମା ହିଁ ଭିନ୍ନ ଭିନ୍ନ ଜନ୍ମ ନେଇଥାଏ । ଏବେ ଦିନରୁ ରାତ୍ରୀକୁ ଆସିଛ, ପୁଣି ଦିନକୁ ଯିବ । ସ୍ୱଦର୍ଶନ ଚକ୍ରଧାରୀ ବି ତୁମକୁ କରିଛନ୍ତି । ଏହି ସମୟରେ ମୋର ପାର୍ଟ ରହିଛି । ତୁମକୁ ବି ସ୍ୱଦର୍ଶନ ଚକ୍ରଧାରୀ କରୁଛି । ତୁମେ ପୁଣି ଅନ୍ୟମାନଙ୍କୁ ସ୍ୱଦର୍ଶନ ଚକ୍ରଧାରୀ କରାଅ । ୮୪ ଜନ୍ମ କିପରି ନେଇଛ, ସେହି ୮୪ ଜନ୍ମର ଚକ୍ର ତ ବୁଝିଗଲ । ପୂର୍ବରୁ ତୁମର କ’ଣ ଏହି ଜ୍ଞାନ ଥିଲା? ବିଲ୍‌କୁଲ୍ ନୁହେଁ । ଅଜ୍ଞାନୀ ଥିଲ । ବାବା ମୂଳ କଥା ବୁଝାଉଛନ୍ତି ଯେ ବାବା ହେଉଛନ୍ତି, ସ୍ୱଦର୍ଶନ ଚକ୍ରଧାରୀ, ତାଙ୍କୁ ଜ୍ଞାନର ସାଗର କୁହାଯାଉଛି । ସେ ହେଉଛନ୍ତି ସତ୍ୟ, ଚୈତନ୍ୟ । ତୁମମାନଙ୍କୁ ସମ୍ପତ୍ତି ଦେଉଛନ୍ତି । ବାବା ପିଲାମାନଙ୍କୁ ବୁଝାଉଛନ୍ତି ଯେ ପରସ୍ପର ମଧ୍ୟରେ ଲଢେଇ ଝଗଡା କର ନାହିଁ । ମନାନ୍ତର ହୁଅ ନାହିଁ । ସବୁବେଳେ ହର୍ଷିତ ରୁହ ଏବଂ ସମସ୍ତଙ୍କୁ ବାବାଙ୍କର ପରିଚୟ ଦିଅ । ବାବାଙ୍କୁ ସମସ୍ତେ ଭୁଲିଯାଇଛନ୍ତି । ଏବେ ବାବା କହୁଛନ୍ତି ଯେ ମାମେକମ୍ ୟାଦ କରୋ । ନିରାକାର ଭଗବାନୁଉବାଚ - ନିରାକାରୀ ଆତ୍ମାମାନଙ୍କ ପ୍ରତି । ପ୍ରକୃତରେ ତୁମେ ନିରାକାର, ପୁଣି ସାକାରୀ ହେଉଛ । ସାକାର ବିନା ତ ଆତ୍ମା କିଛି କରି ପାରିବ ନାହିଁ । ଆତ୍ମା ଶରୀରରୁ ବାହାରିଗଲେ, ଶରୀର କିଛି ବି ହଲଚଲ ହୋଇପାରିବ ନାହିଁ । ଆତ୍ମା ତୁରନ୍ତ ଯାଇ ଅନ୍ୟ ଶରୀର ନେଇ ନିଜର ଅଭିନୟ କରିଥାଏ । ଏହି କଥାକୁ ଭଲ ଭାବରେ ବୁଝ, ନିଜ ଭିତରେ ମନ୍ଥନ କର । ମୁଁ ଆତ୍ମା ବାବାଙ୍କଠାରୁ ସମ୍ପତ୍ତି ନେଉଛି । ସମ୍ପତ୍ତି ମିଳୁଛି ସତ୍ୟଯୁଗରେ । ନିଶ୍ଚିତ ରୂପେ ବାବା ହିଁ ଭାରତକୁ ସମ୍ପତ୍ତି ଦେଇଥିବେ । କେବେ ସମ୍ପତ୍ତି ଦେଇଥିଲେ, ପୁଣି କ’ଣ ହେଲା? ଏହା ମନୁଷ୍ୟମାନଙ୍କୁ କଛି ବି ଜଣା ନାହିଁ । ଏବେ ବାବା ସବୁ ଜଣାଉଛନ୍ତି । ତୁମ ସନ୍ତାନମାନଙ୍କୁ ହିଁ ସ୍ୱଦର୍ଶନ ଚକ୍ରଧାରୀ କରୁଛନ୍ତି, ପୁଣି ତୁମେ ୮୪ ଜନ୍ମ ନେଇଛ । ଏବେ ପୁଣି ମୁଁ ଆସିଛି, କେତେ ସହଜରେ ବୁଝାଉଛନ୍ତି । ବାବାଙ୍କୁ ମନେ ପକାଅ ଏବଂ ମିଠା ହୁଅ । ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ମୁଖରେ ରହିଛି । ବାବା ଓକିଲଙ୍କର ଓକିଲ ଅଟନ୍ତି, ସବୁ ଝଗଡାରୁ ମୁକ୍ତ କରି ଦେଉଛନ୍ତି । ତୁମେ ସନ୍ତାନମାନଙ୍କୁ ବହୁତ ଆନ୍ତରିକ ଖୁସୀ ରହିବା ଦରକାର । କାରଣ ଆମେ ବାବାଙ୍କର ସନ୍ତାନ ହୋଇଛୁ ଏବଂ ବାବା ଆମକୁ ପୋଷ୍ୟପୁତ୍ର କରିଛନ୍ତି ସମ୍ପତ୍ତି ଦେବାପାଇଁ । ଏଠାକୁ ତୁମେ ଆସିଛ ସମ୍ପତ୍ତି ନେବା ପାଇଁ । ବାବା କହୁଛନ୍ତି ଯେ ସନ୍ତାନ ସନ୍ତତି ଆଦିଙ୍କୁ ଦେଖୁଥିଲେ ମଧ୍ୟ ବୁଦ୍ଧି ବାବା ଏବଂ ରାଜଧାନୀ ଆଡକୁ ରହୁ । ପାଠପଢା କେତେ ସହଜ ଅଟେ । ବାବା ଯିଏକି ତୁମକୁ ବିଶ୍ୱର ମାଲିକ କରୁଛନ୍ତି, ତାଙ୍କୁ ତୁମେ ଭୁଲିଯାଉଛ । ପ୍ରଥମେ ନିଶ୍ଚିତ ନିଜକୁ ଆତ୍ମା ବୋଲି ଭାବ । ଏହି ଜ୍ଞାନ ବାବା ସଂଗମଯୁଗରେ ହିଁ ଦେଇଥାନ୍ତି କାହିଁକି ନା ସଂଗମଯୁଗରେ ହିଁ ତୁମକୁ ପତିତରୁ ପବିତ୍ର ହେବାକୁ ପଡିବ ।

ଆଚ୍ଛା, ମିଠା ମିଠା ରୁହାନୀ ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣ କୂଳ ଭୂଷଣ, ଏହା ଦେବତାମାନଙ୍କଠାରୁ ମଧ୍ୟ ଉଚ୍ଚ କୁଳ । ତୁମେ ଭାରତରେ ବହୁତ ଶ୍ରେଷ୍ଠ ସେବା କରୁଛ । ଏବେ ପୁଣି ତୁମେ ପୂଜ୍ୟ ହୋଇଯିବ । ବାବା ଏବେ ପୂଜାରୀକୁ ପୂଜ୍ୟ, କଉଡିରୁ ହୀରା ଯେପରି କରୁଛନ୍ତି ଏଭଳି ରୁହାନୀ ପିଲାମାନଙ୍କ ପ୍ରତି ମାତ-ପିତା ବାପଦାଦାଙ୍କର ୟାଦପ୍ୟାର ଏବଂ ଶୁଭ ସକାଳ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଶ୍ରୀମତ ଆଧାରରେ ଏବେ ପ୍ରତ୍ୟେକ କର୍ମକୁ ଶ୍ରେଷ୍ଠ କରିବାକୁ ହେବ, କାହାକୁ ବି ଦୁଃଖ ଦେବାର ନାହିଁ, ଦୈବୀଗୁଣ ଧାରଣ କରିବାକୁ ହେବ । ବାବାଙ୍କର ନିର୍ଦ୍ଦେଶ ଅନୁସାରେ ହିଁ ଚାଲିବାକୁ ପଡିବ ।

(୨) ସର୍ବଦା ହର୍ଷିତ ରହିବା ପାଇଁ ସ୍ୱଦର୍ଶନ ଚକ୍ରଧାରୀ ହେବାକୁ ପଡିବ । କେବେ ବି ଲୁଣପାଣି ହେବାର ଅର୍ଥାତ୍ ମତଭେଦରେ ଆସିବାର ନାହିଁ । ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ । ବହୁତ ବହୁତ ମିଠା ହେବାକୁ ପଡିବ ।

ବରଦାନ:-
ସମ୍ମାନ ମାଗିବା ପରିବର୍ତ୍ତେ ସମସ୍ତଙ୍କୁ ସମ୍ମାନ ଦେଉଥିବା ନିଷ୍କାମ ଯୋଗୀ ଭବ ।

ତୁମକୁ କେହି ସମ୍ମାନ ଦେଉ ବା ନ ଦେଉ, ମାନୁ ବା ନ ମାନୁ କିନ୍ତୁ ତୁମେ ତାକୁ ମିଠା ଭାଇ ବା ମିଠା ଭଉଣୀ ମନେ କରି ସର୍ବଦା ନିଜେ ସ୍ୱମାନରେ ରହି ନିଜର ସ୍ନେହୀ ଦୃଷ୍ଟି ଦ୍ୱାରା, ସ୍ନେହପୂର୍ଣ୍ଣ ମନୋବୃତ୍ତି ଦ୍ୱାରା ଆତ୍ମିକ ସମ୍ମାନ ଦେଇଚାଲ । ସେ ଯଦି ମୋତେ ସମ୍ମାନ ଦେବ ତେବେ ମୁଁ ଦେବି, ଏହା ମଧ୍ୟ ରାଜକୀୟ ଭିକାରୀ ପଣିଆ ଅଟେ, ଏଥିରେ ନିଷ୍କାମ ଯୋଗୀ ହୁଅ । ଆତ୍ମିକ ସ୍ନେହର ବର୍ଷା କରି ଶତ୍ରୁକୁ ମଧ୍ୟ ମିତ୍ର କରିଦିଅ । ତୁମ ସାମନାକୁ ଯଦି କେହି ପଥର ମଧ୍ୟ ପକାଉଛି ତେବେ ବି ତୁମେ ତାକୁ ରତ୍ନ ଦିଅ କାହିଁକି ନା ତୁମେ ହେଉଛ ରତ୍ନାକର ପିତାଙ୍କର ସନ୍ତାନ ।

ସ୍ଲୋଗାନ:-
ବିଶ୍ୱର ନିବ ନିର୍ମାଣ କରିବା ପାଇଁ ଦୁଇଟି ଶବ୍ଦକୁ ମନେ ରଖ - ନିମିତ୍ତ ଏବଂ ନିର୍ମାନ ଅର୍ଥାତ୍ ନିରହଂକାରୀ ।

ଅବ୍ୟକ୍ତ ଈଶାରେ - ଯଦି ସହଜଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ ।

ସେବାରେ ସଫତଳା ପ୍ରାପ୍ତ କରିବାର ମୁଖ୍ୟ ସାଧନ ହେଲା ତ୍ୟାଗ ଏବଂ ତପସ୍ୟା । ଏହିଭଳି ତ୍ୟାଗୀ ଏବଂ ତପସ୍ୱୀ ଅର୍ଥାତ୍ ସର୍ବଦା ବାବାଙ୍କର ଲଗନରେ ଲଭଲୀନ ରହୁଥିବା, ପ୍ରେମର ସାଗରରେ ସମାହିତ ହୋଇ ରହୁଥିବା, ଜ୍ଞାନର, ଆନନ୍ଦର, ସୁଖର, ଶାନ୍ତିର, ସାଗରରେ ସମାହିତ ହୋଇ ରହୁଥିବା ଆତ୍ମାଙ୍କୁ ହିଁ କୁହାଯିବ - ତପସ୍ୱୀ । ଏହିଭଳି ତ୍ୟାଗ ତପସ୍ୟାବାଲା ପିଲାମାନେ ହିଁ ସଚ୍ଚା ସେବାଧାରୀ ଅଟନ୍ତି ।