21.10.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଯୋଗ ଅଗ୍ନି ଦ୍ୱାରା ପାପକୁ ଭସ୍ମ କରି ସମ୍ପୂର୍ଣ୍ଣ ସତ୍ତ୍ୱପ୍ରଧାନ ହେବାର ଅଛି, ଏବେ ଆଉ କୌଣସି ପାପ କର୍ମ କରିବାର ନାହିଁ ।”

ପ୍ରଶ୍ନ:-
ସତ୍ୟଯୁଗରେ ଉଚ୍ଚପଦ କେଉଁ ଆଧାରରେ ମିଳିଥାଏ? ଏଠିକାର କେଉଁ ନିୟମ ସମସ୍ତଙ୍କୁ ଶୁଣାଇବାକୁ ହେବ?

ଉତ୍ତର:-
ସତ୍ୟଯୁଗରେ ପବିତ୍ରତା ଆଧାରରେ ଉଚ୍ଚ ପଦ ମିଳିଥାଏ । ଯେଉଁମାନେ ପବିତ୍ରତାର କମ୍ ଧାରଣା କରିଥାନ୍ତି ସେମାନେ ସତ୍ୟଯୁଗରେ ଡେରିରେ ଆସିଥା’ନ୍ତି ଏବଂ ପଦ ମଧ୍ୟ କମ୍ ପାଇଥାନ୍ତି । ଯେତେବେଳେ ଏଠାକୁ କେହି ଆସୁଛନ୍ତି ତେବେ ସେମାନଙ୍କୁ ଏହି ନିୟମ ବା ଉପାୟ ଶୁଣାଅ ଯେ - ଦାନ ଦେଲେ ଗ୍ରହଣ ଛାଡିଯିବ ଅର୍ଥାତ୍ ୫ ବିକାରର ଦାନ ଦିଅ ତେବେ ତୁମେ ୧୬ କଳା ସମ୍ପୂର୍ଣ୍ଣ ହୋଇଯିବ । ତୁମେ ପିଲାମାନେ ମଧ୍ୟ ନିଜ ମନକୁ ପଚାର ଯେ ମୋ ଭିତରେ କୌଣସି ବିକାର ନାହିଁ ତ?

ଓମ୍ ଶାନ୍ତି ।
ରୁହାନୀ ବାବା ରୁହାନୀ ପିଲାମାନଙ୍କୁ ବୁଝାଉଛନ୍ତି ଯେ ମନୁଷ୍ୟମାନଙ୍କୁ କିପରି ବୁଝାଇବ ଯେ ଏବେ ସ୍ୱର୍ଗର ସ୍ଥାପନା ହେଉଛି । ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ଭାରତରେ ସ୍ୱର୍ଗ ଥିଲା । ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ବିଚାର କରିବା ଦରକାର, ସେହି ସମୟରେ କେତେ ମନୁଷ୍ୟ ଥିଲେ । ସତ୍ୟଯୁଗ ଆରମ୍ଭରେ ଅଧିକରୁ ଅଧିକ ୯-୧୦ ଲକ୍ଷ ଲୋକ ଥିବେ । ଆରମ୍ଭରୁ ଏହି ବୃକ୍ଷ ଛୋଟ ହିଁ ହୋଇଥାଏ । ଏହି ସମୟରେ ଯେତେବେଳେ କି କଳିଯୁଗର ଅନ୍ତ ହେଉଛି ତେବେ ଏହି ବୃକ୍ଷ କେତେ ବଡ ହୋଇଯାଇଛି, ଏବେ ଏହାର ବିନାଶ ମଧ୍ୟ ନିଶ୍ଚିତ ହେବ । ପିଲାମାନେ ଜାଣୁଛନ୍ତି ଯେ ଏହା ସେହି ମହାଭାରତ ଲଢେଇ ଅଟେ । ଏହି ସମୟରେ ହିଁ ଗୀତାର ଭଗବାନ ରାଜଯୋଗ ଶିଖାଇଥିଲେ ଏବଂ ଦେବୀ-ଦେବତା ଧର୍ମର ସ୍ଥାପନା କରିଥିଲେ । ସଂଗମଯୁଗରେ ହିଁ ଅନେକ ଧର୍ମର ବିନାଶ, ଏକ ଧର୍ମର ସ୍ଥାପନା ହୋଇଥିଲା । ପିଲାମାନେ ଏକଥା ମଧ୍ୟ ଜାଣିଛନ୍ତି ଯେ ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା ଏବଂ ଆଉ କୌଣସି ଧର୍ମ ନ ଥିଲା । ଏହିପରି ନୂଆ ଦୁନିଆ ସ୍ଥାପନ କରିବା ପାଇଁ ବାବା ସଂଗମଯୁଗରେ ଆସିଥା’ନ୍ତି । ଏବେ ସେହି ନୂଆ ଦୁନିଆ ସ୍ଥାପନ ହେଉଛି । ଏହି ପୁରୁଣା ଦୁନିଆ ବିନାଶ ହୋଇଯିବ । ସତ୍ୟଯୁଗରେ ଏକମାତ୍ର ଭାରତ ରାଷ୍ଟ୍ର ହିଁ ଥିଲା ଆଉ କୌଣସି ରାଷ୍ଟ୍ର ନ ଥିଲା । ବର୍ତ୍ତମାନ ତ କେତେ ରାଷ୍ଟ୍ର ହୋଇଗଲାଣି । ଭାରତ ରାଷ୍ଟ୍ର ମଧ୍ୟ ଅଛି କିନ୍ତୁ ଏଠାରେ ଆଦି ସନାତନ ଦେବୀ-ଦେବତା ଧର୍ମ ନାହିଁ । ତାହା ପ୍ରାୟଃ ଲୋପ ହୋଇଯାଇଛି । ଏବେ ପୁଣି ଥରେ ପରମପିତା ପରମାତ୍ମା ବ୍ରହ୍ମାଙ୍କ ଦ୍ୱାରା ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା କରୁଛନ୍ତି । ଅନ୍ୟ ସବୁ ଧର୍ମ ବିନାଶ ହୋଇଯିବ । ଏହି କଥା ତ ମନେ ରଖିବାକୁ ହେବ ଯେ ସତ୍ୟ ଓ ତ୍ରେତା ଯୁଗରେ ଆଉ କୌଣସି ରାଜ୍ୟ ନ ଥିଲା ଏବଂ ଅନ୍ୟ ସବୁ ଧର୍ମଗୁଡିକ ଏବେ ହିଁ ଆସିଛନ୍ତି । କେତେ ଦୁଃଖ ଅଶାନ୍ତି ମାଡ୍‌ପିଟ୍ ହେଉଛନ୍ତି । ମହାଭାରୀ ମହାଭାରତ ଲଢେଇ ମଧ୍ୟ ଏହା ହିଁ ଅଟେ । ଗୋଟିଏ ପଟେ ୟୁରୋପବାସୀ ଯାଦବମାନେ ମଧ୍ୟ ଅଛନ୍ତି । ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ଏମାନେ ମୁସଳ ଅର୍ଥାତ୍ କ୍ଷେପଣାସ୍ତ୍ରର ଉଦ୍‌ଦ୍ଭାବନ କରିଥିଲେ । କୌରବ ଏବଂ ପାଣ୍ଡବମାନେ ମଧ୍ୟ ଥିଲେ । ପାଣ୍ଡବମାନଙ୍କ ପକ୍ଷରେ ସ୍ୱୟଂ ପରମପିତା ପରମାତ୍ମା ସାହାଯ୍ୟକାରୀ ଥିଲେ । ପରମପିତା ପରମାତ୍ମା ସମସ୍ତଙ୍କୁ ଏହି କଥା କହିଥିଲେ ଯେ ଗୃହସ୍ଥ ବ୍ୟବହାରରେ ରହି ମୋତେ ମନେ ପକାଇବା ଦ୍ୱାରା ତୁମମାନଙ୍କର ପାପ ଆଉ ବୃଦ୍ଧି ହେବ ନାହିଁ ଏବଂ ଅତୀତର ବିକର୍ମ ସବୁ ବିନାଶ ହୋଇଯିବ ।

ଏବେ ମଧ୍ୟ ବାବା ବୁଝାଉଛନ୍ତି ତୁମେ ଭାରତବାସୀମାନେ ହିଁ ସତ୍ୟଯୁଗରେ ସତ୍ୱପ୍ରଧାନ ଥିଲ, ୮୪ ଜନ୍ମ ନେଇ-ନେଇ ଏବେ ତୁମମାନଙ୍କର ଆତ୍ମା ତମୋପ୍ରଧାନ ହୋଇଯାଇଛି । ଏବେ ପୁଣି ସତ୍ୱପ୍ରଧାନ କିପରି ହେବ? ସତ୍ୱପ୍ରଧାନ ସେତେବେଳେ ହେବ ଯେତେବେଳେ ପତିତ-ପାବନ ବାବାଙ୍କୁ ମନେ ପକାଇବ । ଏହି ଯୋଗ ଅଗ୍ନି ଦ୍ୱାରା ହିଁ ପାପ ଭସ୍ମ ହେବ ଏବଂ ଆତ୍ମା ସତ୍ୱପ୍ରଧାନ ହୋଇଯିବ । ଆଉ ପୁଣି ସ୍ୱର୍ଗରେ ୨୧ ଜନ୍ମ ପାଇଁ ସମ୍ପତ୍ତିର ଅଧିକାର ପାଇବ । ବାକି ଏହି ପୁରୁଣା ଦୁନିଆର ବିନାଶ ତ ନିଶ୍ଚିତ ହେବ । ଭାରତ ସତ୍ୟଯୁଗରେ ଶ୍ରେଷ୍ଠାଚାରୀ ଥିଲା ଏବଂ ସୃଷ୍ଟିର ଆରମ୍ଭରେ ବହୁତ କମ୍ ମନୁଷ୍ୟ ଥିଲେ । ଭାରତ ସ୍ୱର୍ଗ ଥିଲା, ଅନ୍ୟ କୌଣସି ଦେଶ ନ ଥିଲା । ବର୍ତ୍ତମାନ ଅନ୍ୟ ସବୁ ଧର୍ମର ବୃଦ୍ଧି ହେବା କାରଣରୁ ସୃଷ୍ଟିରୂପୀ ବୃକ୍ଷ କେତେ ବଡ ହୋଇଗଲାଣି ଏବଂ ତମୋପ୍ରଧାନ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ମଧ୍ୟ ହୋଇଗଲାଣି । ବର୍ତ୍ତମାନ ଏହି ତମୋପ୍ରଧାନ ବୃକ୍ଷର ବିନାଶ ଏବଂ ନୂଆ ଦେବୀ-ଦେବତା ଧର୍ମ ରୂପକ ବୃକ୍ଷର ସ୍ଥାପନା ନିଶ୍ଚିତ ହେବା ଦରକାର ଏବଂ ଏହା ସଂଗମରେ ହିଁ ହେବ । ବର୍ତ୍ତମାନ ତୁମ୍ଭେମାନେ ସଂଗମଯୁଗରେ ଅଛ । ଆଦି ସନାତନ ଦେବୀ-ଦେବତା ଧର୍ମର ଏବେ ଚାରା ଲାଗୁଛି । ପତିତ ମନୁଷ୍ୟମାନଙ୍କୁ ବାବା ପବିତ୍ର କରୁଛନ୍ତି, ସେମାନେ ପୁଣି ଦେବତା ହେବେ । ଯେଉଁମାନେ ପ୍ରଥମ ନମ୍ବରରେ ଥିଲେ ଏବଂ ୮୪ ଜନ୍ମ ନେଇଛନ୍ତି, ସେହିମାନେ ହିଁ ପୁଣି ପ୍ରଥମ ନମ୍ବରରେ ଆସିବେ । ସବୁଠାରୁ ପ୍ରଥମେ ଦେବୀ-ଦେବତାମାନଙ୍କର ପାର୍ଟ (ଅଭିନୟ) ଥିଲା । ସେହିମାନେ ହିଁ ପ୍ରଥମେ ବାବାଙ୍କଠାରୁ ଅଲଗା ହୋଇଛନ୍ତି । ପୁଣି ସେହିମାନଙ୍କର ଅଭିନୟ ପୁନରାବୃତ୍ତି ହେବା ଦରକାର । ସତ୍ୟଯୁଗରେ ତ ସର୍ବଗୁଣ ସମ୍ପନ୍ନ, ୧୬ କଳା ସମ୍ପୂଣ୍ଣ ହିଁ ହେବେ... ଏବେ ଦୁନିଆ ବିକାରୀ ହୋଇଯାଇଛି, ରାତି-ଦିନର ଫରକ ହୋଇଯାଇଛି । ବର୍ତ୍ତମାନ ବିକାରୀ ଦୁନିଆକୁ ନିର୍ବିକାରୀ ଦୁନିଆରେ ପରିଣତ କିଏ କରିବ? ସମସ୍ତେ ଡାକୁଛନ୍ତି ମଧ୍ୟ ହେ ପବିତ୍ର କରିଲାବାଲା ଆସ । ଏବେ ସିଏ ଆସିଛନ୍ତି । ବାବା କହୁଛନ୍ତି - ମୁଁ ତୁମ୍ଭମାନଙ୍କୁ ନିର୍ବିକାରୀ କରୁଛି । ଏହି ବିକାରୀ ଦୁନିଆର ବିନାଶ ପାଇଁ ଲଢେଇ ଲାଗିବ । ଏବେ ସେମାନେ କହୁଛନ୍ତି ଏକମତ କିପରି ହେବ, କାରଣ ବର୍ତ୍ତମାନ ଅନେକ ମତ ରହିଛି ନା । ଏତେ ଅନେକ ଗୁଡିଏ ମତ-ମତାନ୍ତର ଭିତରେ ଏକ ଧର୍ମର ମତ କିଏ ସ୍ଥାପନ କରିବ । ବାବା ବୁଝାଉଛନ୍ତି ବର୍ତ୍ତମାନ ଏକ ମତର ସ୍ଥାପନା ହେଉଛି । ବାକି ସବୁ ବିନାଶ ହୋଇଯିବ । ଆଦି ସନାତନ ଦେବୀ-ଦେବତା ଧର୍ମର ଆତ୍ମା ଯେଉଁମାନେ କି ପବିତ୍ର ଥିଲେ, ସେହିମାନେ ହିଁ ପୁଣି ୮୪ ଜନ୍ମ ଭୋଗ କରି ଏବେ ପତିତ ହୋଇଯାଇଛନ୍ତି । ପୁଣି ବାବା ଆସି ଭାରତବାସୀଙ୍କୁ ପୁନର୍ବାର ସ୍ୱର୍ଗର ସମ୍ପତ୍ତି ଦେଉଛନ୍ତି ଅର୍ଥାତ୍ ଅସୁରରୁ ଦେବତା କରୁଛନ୍ତି । ତୁମ୍ଭେମାନେ କାହାକୁ ବି ବୁଝାଇପାରିବ ଯେ ବାବା କହୁଛନ୍ତି ମୋତେ ମନେ ପକାଅ ତେବେ ପତିତରୁ ପବିତ୍ର ହୋଇଯିବ । ଏବେ ତୁମ୍ଭେମାନେ ଜ୍ଞାନ ରୂପକ ଚିତାରେ ବସ । ଚିତାଗ୍ନିରେ ବସିବା ଦ୍ୱାରା ତୁମେ ପବିତ୍ର ହୋଇଯିବ । ପୁଣି ଦ୍ୱାପରରେ ରାବଣ ରାଜ୍ୟ ହେବା କାରଣରୁ କାମଚିତାରେ ବସି ବସି ଦୁନିଆ ଭ୍ରଷ୍ଟାଚାରୀ ହୋଇଯାଇଛି । ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ଦେବୀ-ଦେବତାମାନେ ଥିଲେ । ସେହି ସମୟରେ ଅଳ୍ପ ସଂଖ୍ୟକ ମନୁଷ୍ୟ ଥିଲେ । ଏବେ ତ ମନୁଷ୍ୟମାନେ କେତେ ଆସୁରୀ ପାଲଟି ଯାଇଛନ୍ତି । ଅନ୍ୟ ଧର୍ମଗୁଡିକ ମଧ୍ୟ ମିଶିଯିବା କାରଣରୁ ବୃକ୍ଷ ବଡ ହୋଇଗଲାଣି । ବାବା ବୁଝାଉଛନ୍ତି ଏହି ବୃକ୍ଷ ଜରାଜୀର୍ଣ୍ଣ ହୋଇଗଲାଣି । ଏବେ ପୁଣି ମୋତେ ଏକ ମତର ରାଜ୍ୟ ସ୍ଥାପନ କରିବାକୁ ହେବ । ଭାରତବାସୀମାନେ କହୁଛନ୍ତି ଏକ ଧର୍ମ, ଏକ ମତ ହେଉ । ଏକଥା ଭାରତବାସୀମାନେ ଭୁଲିଯାଇଛନ୍ତି ଯେ ସତ୍ୟଯୁଗରେ ଗୋଟିଏ ହିଁ ଧର୍ମ ଥିଲା । ଏଠାରେ ତ ଅନେକ ଧର୍ମ ରହିଛି । ବର୍ତ୍ତମାନ ବାବା ଆସି ପୁଣି ଥରେ ଗୋଟିଏ ଧର୍ମର ସ୍ଥାପନା କରୁଛନ୍ତି । ତୁମେ ପିଲାମାନେ ରାଜଯୋଗ ଶିଖୁଛ । ନିଶ୍ଚିତ ଭଗବାନ ହିଁ ରାଜଯୋଗ ଶିଖାଇବେ । ଏକଥା କେହି ବି ଜାଣିନାହାଁନ୍ତି । ଯେତେବେଳେ କେହି ପ୍ରଦର୍ଶନୀର ଉଦ୍‌ଘାଟନ କରିବାକୁ ଆସୁଛନ୍ତି ତେବେ ତାଙ୍କୁ ମଧ୍ୟ ବୁଝାଇବା ଆବଶ୍ୟକ - ତୁମେ କ’ଣ ଉଦ୍‌ଘାଟନ କରୁଛ! ବାବା ଏହି ଭାରତକୁ ସ୍ୱର୍ଗ କରୁଛନ୍ତି । ବାକି ନର୍କବାସୀ ସବୁ ବିନାଶ ହୋଇଯିବେ । ବିନାଶ ପୂର୍ବରୁ ଯେଉଁମାନଙ୍କୁ ବାବାଙ୍କଠାରୁ ସମ୍ପତ୍ତି ନେବାର ଅଧିକାର ଅଛି ସେମାନେ ଆସି ଏଠାରେ ବୁଝନ୍ତୁ । ଏହି ବ୍ରହ୍ମାକୁମାରୀଙ୍କର ଯେଉଁ ଆଶ୍ରମ ଅଛି ତାହା ହେଉଛି କ୍ୱାରାଣ୍ଟାଇନ୍ କ୍ଳାସ୍ ଅର୍ଥାତ୍ ସମସ୍ତଙ୍କଠାରୁ ପୃଥକ ହୋଇ ପଢିବାର କ୍ଲାସ୍ । ଏଠାରେ ୭ ଦିନ ପାଠପଢିବାକୁ ହେବ, ଯାହାଦ୍ୱାରା କି ୫ ବିକାର ବାହାରିଯିବ । ଦେବତାମାନଙ୍କ ଭିତରେ ଏହି ୫ ବିକାର ନ ଥାଏ । ବର୍ତ୍ତମାନ ଏଠାରେ ୫ ବିକାର ଗୁଡିକର ଦାନ ଦେବାକୁ ହେବ, ତେବେ ଯାଇ ଗ୍ରହଣ ଛାଡିବ । ଦାନ ଦେଲେ ଗ୍ରହଣ ଛାଡିଯିବ । ପୁଣି ତୁମ୍ଭେମାନେ ୧୬ କଳା ସମ୍ପୂର୍ଣ୍ଣ ହୋଇଯିବ । ଭାରତ ସତ୍ୟଯୁଗରେ ୧୬ କଳା ସମ୍ପୂର୍ଣ୍ଣ ଥିଲା, ଏବେ ତ କୌଣସି କଳା ବା ଦିବ୍ୟତା ନାହିଁ । ସମସ୍ତେ କାଙ୍ଗାଳ ହୋଇଯାଇଛନ୍ତି । କେହି ଉଦଘାଟନ କରିବାକୁ ଆସିଲେ, ତାଙ୍କୁ କୁହ, ଏଠାକାର ନିୟମ ହେଉଛି, ବାବା କହୁଛନ୍ତି ଯଦି ତୁମେ ୫ ବିକାରକୁ ଦାନ ଦେବ ତେବେ ଗ୍ରହଣ ଛାଡିଯିବ ଏବଂ ତୁମେମାନେ ୧୬ କଳା ସମ୍ପୂର୍ଣ୍ଣ ଦେବତା ହୋଇଯିବ । ପବିତ୍ରତା ଅନୁସାରେ ପଦ ପାଇବ । ଯଦି କିଛି ନା କିଛି କଳା କମ୍ ରହିଗଲା ତେବେ ଜନ୍ମ ମଧ୍ୟ ଡେରିରେ ନେବ । ବିକାରର ଦାନ ଦେବା ତ ବହୁତ ଭଲ କଥା ନା । ଚନ୍ଦ୍ରମାରେ ଗ୍ରହଣ ଲାଗିବା ସମୟରେ ଆଗରୁ ବ୍ରାହ୍ମଣମାନେ ଦାନ ନେଉଥିଲେ । ଏବେ ତ ବ୍ରାହ୍ମଣମାନେ ବଡ ଲୋକ ହୋଇଗଲେଣି । ଗରୀବ ଲୋକମାନେ ତ ବିଚରା ଭିକ ମାଗୁଛନ୍ତି, ପୁରୁଣା ପୋଷାକ ଆଦି ବି ନେଇଯାଉଛନ୍ତି । ବାସ୍ତବରେ ବ୍ରାହ୍ମଣମାନେ ପୁରୁଣା ପୋଷାକ ନେଇ ନ ଥାନ୍ତି, ସେମାନଙ୍କୁ ନୂଆ ଦିଆଯାଇଥାଏ । ତେଣୁ ଏବେ ତୁମ୍ଭେମାନେ ବୁଝାଉଛ ଯେ ଭାରତ ହିଁ ୧୬ କଳା ସମ୍ପୂର୍ଣ୍ଣ ଥିଲା । ଏବେ କଳିଯୁଗୀ ହୋଇଯାଇଛି । ୫ ବିକାରର ଗ୍ରହଣ ଲାଗିଯାଇଛି । ଯଦି ଏବେ ତୁମେମାନେ ୫ ବିକାରର ଦାନ ଦେଇ ଏହି ଅନ୍ତିମ ଜନ୍ମରେ ପବିତ୍ର ରହିବ ତେବେ ନୂଆ ଦୁନିଆରେ ମାଲିକ ହୋଇଯିବ । ସ୍ୱର୍ଗରେ ବହୁତ କମ୍ ଲୋକ ଥିଲେ । ପରେ ବୃଦ୍ଧି ହୋଇଛନ୍ତି । ଏବେ ତ ବିନାଶ ମଧ୍ୟ ସମ୍ମୁଖରେ ଉପସ୍ଥିତ । ବାବା କହୁଛନ୍ତି ୫ ବିକାରର ଦାନ ଦିଅ, ତେବେ ଗ୍ରହଣ ଛାଡିଯିବ । ବର୍ତ୍ତମାନ ତୁମକୁ ଶ୍ରେଷ୍ଠାଚାରୀ ହୋଇ ସ୍ୱର୍ଗ ଦୁନିଆରେ ସୂର୍ଯ୍ୟବଂଶୀ ରାଜ୍ୟ ନେବାକୁ ହେବ, ତେଣୁ ଭ୍ରଷ୍ଟାଚାରକୁ ଛାଡିବାକୁ ପଡିବ । ସେଥିପାଇଁ ୫ ବିକାରର ଦାନ ଦିଅ । ନିଜର ମନକୁ ପଚାର ମୁଁ ସର୍ବଗୁଣ ସମ୍ପନ୍ନ, ସମ୍ପୂର୍ଣ୍ଣ ନିର୍ବିକାରୀ ହେଲିଣି? ନାରଦଙ୍କ ଉଦାହରଣ ରହିଛି ନା । ଯଦି ଗୋଟିଏ ବି ବିକାର ରହିଥିବ, ତେବେ ଲକ୍ଷ୍ମୀଙ୍କୁ କିପରି ବରଣ କରିପାରିବ । ତେଣୁ ଚେଷ୍ଟା କରିଚାଲ, ବିକାର ରୂପୀ ଖାଦରେ ନିଆଁ ଲଗାଇ ଚାଲ । ସୁନାରୁ ଖାଦ ବାହାର କରିବା ପାଇଁ ତାକୁ ନିଆଁରେ ପକାଇଥାନ୍ତି, ଯଦି ନିଆଁ ଧିମା ହୋଇଯାଏ, ତେବେ ସେଥିରୁ ଖାଦ ବାହାରି ନ ଥାଏ, ସେଥିପାଇଁ ତାକୁ ଭଲ ଭାବରେ ନିଆଁରେ ଜଳାଇଥାନ୍ତି । ଯେତେବେଳେ ଦେଖନ୍ତି ଯେ ଖାଦ ଅଲଗା ହୋଇଗଲା ସେତେବେଳେ ତାକୁ ଛାଞ୍ଚରେ ଢାଳି ଥା’ନ୍ତି । ବାବା ଏବେ ନିଜେ କହୁଛନ୍ତି କୌଣସି ବି ବିକାରର ବଶୀଭୂତ ହୁଅ ନାହିଁ । ତୀବ୍ର ବେଗରେ ପୁରୁଷାର୍ଥ କର । ପ୍ରଥମେ ତ ପବିତ୍ରତାର ପ୍ରତିଜ୍ଞା କର । ବାବା ଆପଣ ପବିତ୍ର କରିବାକୁ ଆସିଛନ୍ତି, ତେଣୁ ଆମେ କେବେ ବି ବିକାରର ବଶୀଭୂତ ହେବୁ ନାହିଁ । ଦେହୀ-ଅଭିମାନୀ ହେବାକୁ ପଡିବ । ବାବା ଆମ ଆତ୍ମାମାନଙ୍କୁ ବୁଝାଉଛନ୍ତି । ସିଏ ପରମଆତ୍ମା ଅଟନ୍ତି । ତୁମେମାନେ ଜାଣିଛ ଯେ ଆମେ ପତିତ ଅଟୁ । ଆତ୍ମାରେ ହିଁ ସଂସ୍କାର ରହିଥାଏ । ମୁଁ ତୁମର ପିତା ତୁମ ଆତ୍ମାମାନଙ୍କ ସହିତ କଥା ହେଉଛି । ଏପରି ଆଉ କେହି ବି କହିପାରିବେ ନାହିଁ - ମୁଁ ତୁମର ପିତା ପରମାତ୍ମା ଅଟେ । ମୁଁ ତୁମ୍ଭମାନଙ୍କୁ ପବିତ୍ର କରିବାକୁ ଆସିଛି । ତୁମେ ପ୍ରଥମେ ସତ୍ତ୍ୱପ୍ରଧାନ ଥିଲ ପୁଣି ସତ୍ତ୍ୱ, ରଜୋ, ତମୋରେ ଆସିଲ । ଏବେ ତମୋପ୍ରଧାନ ହୋଇଯାଇଛ । ଏହି ସମୟରେ ୫ ତତ୍ତ୍ୱ ମଧ୍ୟ ତମୋପ୍ରଧାନ ଅଟନ୍ତି, ସେଥିପାଇଁ ଦୁଃଖ ଦେଉଛନ୍ତି । ପ୍ରତ୍ୟେକ ଜିନିଷ ଦୁଃଖ ଦେଉଛି । ଏହି ତତ୍ତ୍ୱ ଯେବେ ସତ୍ତ୍ୱପ୍ରଧାନ ଥା’ନ୍ତି ତେବେ ସୁଖ ଦେଇଥାନ୍ତି । ତା’ର ନାମ ହେଲା - ସୁଖଧାମ । ଏହା ହେଲା ଦୁଃଖଧାମ । ସୁଖଧାମ ହେଉଛି ବେହଦ ବାବାଙ୍କର ସମ୍ପତ୍ତି । ଦୁଃଖଧାମ ହେଲା ରାବଣର ସମ୍ପତ୍ତି, ଏବେ ଯେତିକି ଶ୍ରୀମତରେ ଚାଲିବ, ସେତିକି ଶ୍ରେଷ୍ଠ ହେବ । ପୁଣି ପ୍ରସିଦ୍ଧ ହୋଇଯିବ ଯେ କଳ୍ପ-କଳ୍ପ ଇଏ ଏହିପରି ପୁରୁଷାର୍ଥ କରିଲାବାଲା ଅଟନ୍ତି । ଏହା କଳ୍ପ-କଳ୍ପର ବାଜି ଅର୍ଥାତ୍ ସୁଯୋଗ ଅଟେ । ଯେଉଁମାନେ ଅଧିକ ପୁରୁଷାର୍ଥ କରୁଛନ୍ତି ସେମାନେ ନିଜର ରାଜ୍ୟଭାଗ୍ୟ ନେଉଛନ୍ତି । ଯଦି ଠିକ୍ ପୁରୁଷାର୍ଥ କରି ନ ଥିବେ ତେବେ ତୃତୀୟ ଶ୍ରେଣୀକୁ ଚାଲିଯିବେ । ଜଣା ନାହିଁ ପ୍ରଜାରେ ବି କି ପଦ ପାଇବେ । ଲୌକିକ ପିତା ମଧ୍ୟ କହିଥାନ୍ତି ତୁମେ ମୋର ନାମ ବଦନାମ କରୁଛ, ଘରୁ ବାହାରିଯାଅ । ବେହଦର ବାବା ମଧ୍ୟ କହୁଛନ୍ତି ତୁମମାନଙ୍କୁ ମାୟାର ଚାପୁଡା ଏଭଳି ଲାଗିବ ଯାହାକି ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ପରିବାରରେ ଆସିପାରିବ ନାହିଁ । ନିଜକୁ ନିଜେ ହିଁ ଚାପୁଡା ମାରିବ । ବାବା ତ କହୁଛନ୍ତି ଉତ୍ତରାଧିକାରୀ ହୁଅ । ଯଦି ରାଜତିଳକ ନେବାକୁ ଚାହୁଁଛ, ତେବେ ମୋତେ ମନେ ପକାଅ ଏବଂ ଅନ୍ୟମାନଙ୍କୁ ମଧ୍ୟ ବାବାଙ୍କର ସ୍ମୃତି ମନେ ପକାଇ ଦିଅ, ତେବେ ତୁମେ ରାଜା ହୋଇଯିବ । କ୍ରମାନୁସାରେ ତ ରାଜା ହେବେ ନା । କେହି-କେହି ବାରିଷ୍ଟର ଗୋଟିଏ କେସ୍‌ରେ ଲକ୍ଷ-ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏବଂ ଆଉ କାହାକୁ ଦେଖ ପିନ୍ଧିବା ପାଇଁ କୋଟ୍ ମଧ୍ୟ ନାହିଁ । ତେଣୁ ପୁରୁଷାର୍ଥ ଉପରେ ସମସ୍ତ ଆଧାର ରହିଛି ନା । ଯଦି ତୁମ୍ଭେମାନେ ମଧ୍ୟ ପୁରୁଷାର୍ଥ କରିବ ତେବେ ଉଚ୍ଚପଦ ପାଇବ । ତୁମମାନଙ୍କୁ ମନୁଷ୍ୟରୁ ଦେବତା ହେବାକୁ ପଡିବ । ମାଲିକ ହୁଅ, ଅଥବା ପ୍ରଜା ହୁଅ । ପ୍ରଜାରେ ମଧ୍ୟ ଚାକର-ବାକର ରହିବେ । ଛାତ୍ରମାନଙ୍କର ଚାଲିଚଳଣିରୁ ଶିକ୍ଷକ ବୁଝିଯାଇଥା’ନ୍ତି । ଏହା ହିଁ ଆଶ୍ଚର୍ଯ୍ୟର କଥା ଯେ ପଛରେ ଆସିଲାବାଲା ପୂର୍ବରୁ ଆସିଥିବା ବିଦ୍ୟାର୍ଥୀଙ୍କ ଠାରୁ ତୀବ୍ରଗତିରେ ଆଗକୁ ଚାଲିଯାଉଛନ୍ତି, କାହିଁକି ନା ଏବେ ଦିନକୁ ଦିନ ରିଫାଇନ୍ (ପରିମାର୍ଜିତ) ଜ୍ଞାନ ମିଳୁଛି । ନୂଆ ନୂଆ ଚାରା ସବୁ ଲଗାଇ ଚାଲିଛନ୍ତି । ଯେଉଁମାନେ ପ୍ରଥମେ ଆସିଥିଲେ ସେମାନଙ୍କ ମଧ୍ୟରୁ ଅନେକ ପଳାଇ ଗଲେଣି । ନୂଆମାନେ ଯୋଗ ଦେଇ ଚାଲିଛନ୍ତି । ନୂଆ-ନୂଆ ଜ୍ଞାନର ପଏଣ୍ଟ ସବୁ ମିଳି ଚାଲିଛି । ବହୁତ ଯୁକ୍ତିର ସହିତ ବୁଝାଯାଉଛି । ବାବା କହୁଛନ୍ତି ଯେ ମୁଁ ଅନେକ ଗୁହ୍ୟ-ଗୁହ୍ୟ ରମଣିକ କଥା ସବୁ ଶୁଣାଉଛି, ଯାହା ଦ୍ୱାରା ତୁମେମାନେ ତୁରନ୍ତ ନିଶ୍ଚୟବୁଦ୍ଧି ହୋଇଯିବ । ଯେଉଁ ପର୍ଯ୍ୟନ୍ତ ମୋର ଅଭିନୟ ରହିଛି, ତୁମମାନଙ୍କୁ ପାଠ ପଢାଇ ଚାଲିବି । ଏକଥା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ । ତୁମ୍ଭମାନଙ୍କର ଯେତେବେଳେ କର୍ମାତୀତ ଅବସ୍ଥା ହେବ ସେତେବେଳେ ପାଠପଢା ସମାପ୍ତ ହେବ । ଏହି କଥା ପିଲାମାନେ ମଧ୍ୟ ବୁଝିଯିବେ । ଅନ୍ତିମ ସମୟରେ ପରୀକ୍ଷାର ଫଳାଫଳ ଜଣାପଡିଥାଏ ନା । ଏହି ପାଠପଢାର ପ୍ରଥମ ବିଷୟ ହେଉଛି - ପବିତ୍ରତା । ଯେ ପର୍ଯ୍ୟନ୍ତ ବାବାଙ୍କର ସ୍ମୃତି ଠିକ୍ ରହୁନାହିଁ, ବାବାଙ୍କର ସେବା କରୁନାହଁ, ସେ ପର୍ଯ୍ୟନ୍ତ ନିଶ୍ଚିନ୍ତରେ ରହିବା ଉଚିତ୍ ନୁହେଁ । ତୁମ୍ଭମାନଙ୍କର ଲଢେଇ ମାୟା ସାଥିରେ ହିଁ ହେଉଛି । ଯଦିଓ ରାବଣକୁ ଜଳାଉଛନ୍ତି କିନ୍ତୁ ଜାଣି ନାହାଁନ୍ତି ଯେ ଇଏ କିଏ? ଦଶହରା ମଧ୍ୟ ପାଳନ କରୁଛନ୍ତି । ଏବେ ତୁମ୍ଭମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି - ରାମ ଭଗବାନଙ୍କର ଭଗବତୀ ସୀତାଙ୍କୁ ଚୋରାଇ ନିଆଗଲା । ପୁଣି ରାମ ମାଙ୍କଡମାନଙ୍କର ସେନା ନେଲେ । ଏପରି କ’ଣ କେବେ ହୋଇପାରିବ? କିଛି ବି ବୁଝୁ ନାହାଁନ୍ତି । ତେଣୁ ଯେତେବେଳେ ପ୍ରଦର୍ଶନୀକୁ ଆସୁଛନ୍ତି ପ୍ରଥମେ-ପ୍ରଥମେ ବତାଇବା ଆବଶ୍ୟକ ଯେ ଭାରତରେ ଏହି ଲକ୍ଷ୍ମୀ-ନାରାୟଣଙ୍କର ଯେତେବେଳେ ରାଜ୍ୟ ଥିଲା ତେବେ ସେଠାରେ କେତେ ମନୁଷ୍ୟ ଥିଲେ । ଏହା ୫ ହଜାର ବର୍ଷର କଥା । ଏବେ କଳିଯୁଗ ଚାଲିଛି, ପୁଣି ସେହି ମହାଭାରତ ଲଢେଇ ମଧ୍ୟ ହେବ, ସେଥିପାଇଁ ବାବା ଆସି ରାଜଯୋଗ ଶିଖାଉଛନ୍ତି । ବିନାଶ ମଧ୍ୟ ହେବ । ତେବେ ଏଠାରେ ଏବେ ଏକ ଧର୍ମ, ଏକମତ ଅଥବା ଶାନ୍ତି କିପରି ହୋଇପାରିବ । ଏକମତ ହେବା ପାଇଁ ଯେତିକି ମୁଣ୍ଡ ପିଟୁଛନ୍ତି ସେତିକି ଅଧିକ ଲଢେଇ ଝଗଡା କରୁଛନ୍ତି । ବାବା କହୁଛନ୍ତି - ବର୍ତ୍ତମାନ ମୁଁ ସେମାନଙ୍କୁ ପରସ୍ପର ସହିତ ଲଢେଇ କରାଇ ସ୍ୱର୍ଗରୂପୀ ଲହୁଣୀ ତୁମକୁ ଦେଇ ଦେଉଛି । ବାବା ବୁଝାଉଛନ୍ତି ଯିଏ କରିବ ସିଏ ପାଇବ । କେହି-କେହି ପିଲା ମଧ୍ୟ ନିଜର ପିତାଙ୍କଠାରୁ ଉଚ୍ଚ ହୋଇପାରିବେ । ତୁମେମାନେ ମୋ ଠାରୁ ମଧ୍ୟ ଅଧିକ ସାହୁକାର, ବିଶ୍ୱର ମାଲିକ ହୋଇଯିବ । ମୁଁ ହେବି ନାହିଁ । ମୁଁ ତୁମ ପିଲାମାନଙ୍କର ନିଷ୍କାମ ସେବା କରୁଛି । ମୁଁ ଦାତା ଅଟେ । ଏପରି କେହି ଭାବ ନାହିଁ ଯେ ମୁଁ ଶିବବାବାଙ୍କୁ ୫ ଟଙ୍କା ଦେଉଛି । କିନ୍ତୁ ଶିବ ବାବାଙ୍କଠାରୁ ତ ୫ ପଦମ ଅର୍ଥାତ୍ ପଦ୍ମ ପରିମାଣର ଧନ ସ୍ୱର୍ଗରେ ନେବ । ତେବେ ଏହା କ’ଣ ଦେବା ହେଲା । ଯଦି ଭାବୁଛନ୍ତି ଯେ ଆମେ ଦେଉଛୁ, ତେବେ ସେମାନେ ଶିବବାବାଙ୍କର ବହୁତ ଅପମାନ କରୁଛନ୍ତି । ବାବା ତୁମମାନଙ୍କୁ କେତେ ଶ୍ରେଷ୍ଠ କରୁଛନ୍ତି । ତୁମେ ୫ ଟଙ୍କା ଶିବବାବାଙ୍କର ଭଣ୍ଡାରକୁ ଦେଉଛ, ବାବା ତୁମକୁ ୫ କୋଟି ଦେଉଛନ୍ତି । ତୁମମାନଙ୍କୁ କଉଡିରୁ ହୀରାତୁଲ୍ୟ କରୁଛନ୍ତି । ଏପରି କେବେ ସଂଶୟ ନ ଆସୁ ଯେ ମୁଁ ଶିବବାବାଙ୍କୁ ଦେଲି । ଶିବବାବା କେତେ ଭୋଳାନାଥ ଅଟନ୍ତି । ତୁମମାନଙ୍କର ଏହି ଖିଆଲ କେବେ ଆସିବା ଉଚିତ୍ ନୁହେଁ ଯେ - ମୁଁ ବାବାଙ୍କୁ ଦେଉଛି । ନାଁ, ଶିବବାବାଙ୍କଠାରୁ ଆମେ ୨୧ ଜନ୍ମ ପାଇଁ ସମ୍ପତ୍ତି ନେଉଛୁ । ଯଦି ଶୁଦ୍ଧ ଭାବନାରେ ଦେବ ନାହିଁ ତେବେ ସ୍ୱୀକାର କିପରି ହେବ । ସବୁ କଥାର ଜ୍ଞାନ ବୁଦ୍ଧିରେ ରହିବା ଦରକାର । ଭକ୍ତିମାର୍ଗରେ ଈଶ୍ୱର ଅର୍ଥେ ଦାନ କରୁଛନ୍ତି ସିଏ କ’ଣ ଭୋକିଲା ଅଛନ୍ତି କି? ନାଁ, ଭାବୁଛନ୍ତି ଆମକୁ ପରଜନ୍ମରେ ମିଳିବ । ଏବେ ତୁମ୍ଭମାନଙ୍କୁ ବାବା କର୍ମ, ଅକର୍ମ, ବିକର୍ମର ଗତି ବୁଝାଉଛନ୍ତି । ଏଠାରେ ଯେଉଁ କର୍ମ କରିବ ତାହା ବିକର୍ମ ହିଁ ହେବ, କାରଣ ଏହା ରାବଣ ରାଜ୍ୟ ଅଟେ । ସତ୍ୟଯୁଗରେ କର୍ମ ଅକର୍ମ ହୋଇଥାଏ । ବର୍ତ୍ତମାନ ମୁଁ ତୁମକୁ ସେହି ଦୁନିଆକୁ ପଠାଇ ଦେଉଛି, ଯେଉଁଠାରେ ତୁମ ଦ୍ୱାରା କୌଣସି ବିକର୍ମ ହେବ ହିଁ ନାହିଁ । ଯେବେ ବହୁତ ସନ୍ତାନ ହୋଇଯିବେ ସେତେବେଳେ ବାବା ତୁମର ପଇସା ନେଇ କ’ଣ କରିବେ । ମୁଁ ଏତେ ନିର୍ବୋଧ ବ୍ୟବସାୟୀ ନୁହେଁ, ଯାହାକି ତୁମଠାରୁ ନେଉଥିବି ପୁଣି ମୋର କାମରେ ଆସୁ ନ ଥିବ, ପୁଣି ମୋତେ ସୁଧ ମୂଳ ସହ ଦେବାକୁ ପଡିବ । ମୁଁ ପୋଖତ ବ୍ୟବସାୟୀ । ତେଣୁ ସେ ସମୟରେ କହିଦେବି ଆବଶ୍ୟକ ନାହିଁ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ତୀବ୍ର ଗତିରେ ପୁରୁଷାର୍ଥ କରି ବିକାର ରୂପୀ ଖାଦକୁ ଯୋଗ ରୂପକ ଅଗ୍ନିରେ ଭସ୍ମ କରିବାକୁ ହେବ । ସମ୍ପୂର୍ଣ୍ଣ ପବିତ୍ର ହେବାର ପ୍ରତିଜ୍ଞା କରିବାକୁ ହେବ ।

(୨) କର୍ମ-ଅକର୍ମ-ବିକର୍ମର ଗତିକୁ ବୁଦ୍ଧିରେ ରଖି ନିଜର ସବୁ କିଛି ନୂଆ ଦୁନିଆ ପାଇଁ ଟ୍ରାନ୍ସଫର ଅର୍ଥାତ୍ ସ୍ଥାନାନ୍ତର କରିଦେବାକୁ ହେବ ।

ବରଦାନ:-
ଶ୍ରୀମତ ଆଧାରରେ ଖୁସି, ଶକ୍ତି ଏବଂ ସଫଳତାର ଅନୁଭବ କରୁଥିବା ସର୍ବ ପ୍ରାପ୍ତି ସମ୍ପନ୍ନ ଭବ ।

ଯେଉଁ ପିଲାମାନେ ନିଜକୁ ଟ୍ରଷ୍ଟୀ ମନେ କରି ଶ୍ରୀମତ ଅନୁସାରେ ଚାଲିଥାଆନ୍ତି, ଶ୍ରୀମତରେ ଟିକିଏ ବି ମନମତ ବା ପରମତର ମିଶ୍ରଣ କରନ୍ତି ନାହିଁ ସେମାନଙ୍କୁ ନିରନ୍ତର ଖୁସି, ଶକ୍ତି ଏବଂ ସଫଳାତାର ଅନୁଭୂତି ହୋଇଥାଏ । ଯଦି ପୁରୁଷାର୍ଥ ବା ମେହନତ କମ୍ ହେଉଥିବ କିନ୍ତୁ ପ୍ରାପ୍ତି ଅଧିକ ହେଉଥିବ ତେବେ କୁହାଯିବ ଯଥାର୍ଥ ରୀତିରେ ଶ୍ରୀମତରେ ଚାଲୁଥିବା ଆତ୍ମା । କିନ୍ତୁ ମାୟା, ଈଶ୍ୱରୀୟ ମତରେ ମନମତ ବା ପରମତକୁ ରାଜକୀୟ ରୂପରେ ମିଶାଇ ଦେଇଥାଏ ସେଥିପାଇଁ ସର୍ବ ପ୍ରାପ୍ତିର ଅନୁଭବ ହୋଇ ନ ଥାଏ । ସେଥିପାଇଁ ପରଖିବାର ଏବଂ ନିର୍ଣ୍ଣୟ କରିବାର ଶକ୍ତିକୁ ଧାରଣ କର ଯାହା ଦ୍ୱାରା ଧୋକା ଖାଇବ ନାହିଁ ।

ସ୍ଲୋଗାନ:-
ବାଳକ ତଥା ମାଲିକ ସିଏ ଅଟେ, ଯିଏ ତପସ୍ୟାର ବଳ ଦ୍ୱାରା ଭାଗ୍ୟବିଧାତା ବାବାଙ୍କୁ ନିଜର କରିଦିଏ ।

ଅବ୍ୟକ୍ତ ଈଶାରା:- ପରୋପକାରର ଭାବନାରେ ସମ୍ପନ୍ନ ହୋଇ ଅପକାରୀର ମଧ୍ୟ ଉପକାର କର ।

ସନ୍ତୁଷ୍ଟ ଆତ୍ମାକୁ ସନ୍ତୁଷ୍ଟ ରଖିବା, ସ୍ନେହୀ ଆତ୍ମାକୁ ସ୍ନେହ ଦେବା, ସହଯୋଗୀ ସହିତ ସହଯୋଗୀ ହେବା - ଏହା ମହାବୀରତା ନୁହେଁ । କିନ୍ତୁ ଯିଏ ଯେତେ ବି ଅସହଯୋଗୀ ହୋଇଥାଉ, ନିଜର ସହଯୋଗର ଶକ୍ତି ଦ୍ୱାରା ଅସହଯୋଗୀକୁ ସହଯୋଗୀ କରିଦେବା - ଏହାକୁ କୁହାଯାଏ ମହାବୀରତା । ତେବେ ଦୁର୍ବଳକୁ ଦୁର୍ବଳ ମନେ କରି ଛାଡି ଦିଅ ନାହିଁ । କିନ୍ତୁ ତାଙ୍କୁ ବଳ ଦେଇ ବଳବାନ କର, ଦୁର୍ବଳକୁ ହାଇଜମ୍ପ ଦେବାର ଯୋଗ୍ୟ କର, ତେବେ କୁହାଯିବ ମହାବୀର ଅଥବା ସମସ୍ତଙ୍କର ଉପକାରୀ ।