21.12.25 Avyakt Bapdada Odia Murli 05.03.2008 Om Shanti Madhuban
“ସଂଗମଯୁଗୀ ବ୍ୟାଙ୍କରେ
ଶାନ୍ତିର ଶକ୍ତି ଏବଂ ଶ୍ରେଷ୍ଠ କର୍ମ ଜମା କର, ଶିବ ମନ୍ତ୍ର ଦ୍ୱାରା ମୁଁ ପଣିଆକୁ ପରିବର୍ତ୍ତନ
କର”
ଆଜି ବାପଦାଦା ଚାରିଆଡର
ପିଲାମାନଙ୍କର ସ୍ନେହକୁ ଦେଖୁଛନ୍ତି । ତୁମେମାନେ ମଧ୍ୟ ସ୍ନେହ ରୂପୀ ବିମାନରେ ଆସି ଏଠାରେ ପହଞ୍ଚି
ଯାଇଛ । ଏହି ସ୍ନେହ ରୂପୀ ବିମାନ ବହୁତ ସହଜରେ ସ୍ନେହୀ ନିକଟରେ ପହଞ୍ଚାଇ ଦେଇଥାଏ । ବାପଦାଦା
ଦେଖୁଛନ୍ତି ଯେ ଆଜି ବିଶେଷ କରି ସମସ୍ତ ଲଭଲୀନ୍ ଆତ୍ମାମାନେ ପରମାତ୍ମ ସ୍ନେହର ଝୁଲଣାରେ
ଝୁଲୁଛନ୍ତି । ବାପଦାଦା ମଧ୍ୟ ଚାରିଆଡର ପିଲାମାନଙ୍କର ସ୍ନେହରେ ଏକାକାର ହୋଇଯାଇଛନ୍ତି । ଏହିଭଳି
ପରମାତ୍ମ ସ୍ନେହ ଅତି ସହଜରେ ବାବାଙ୍କ ସମାନ ଅଶରୀରୀ କରିଦିଏ । ବ୍ୟକ୍ତଭାବଠାରୁ ଉର୍ଦ୍ଧ୍ୱରେ
ଅବ୍ୟକ୍ତ ସ୍ଥିତିରେ ଅବ୍ୟକ୍ତ ସ୍ୱରୂପରେ ସ୍ଥିତ କରିଦେଇଥାଏ । ତେଣୁ ବାପଦାଦା ମଧ୍ୟ ପ୍ରତ୍ୟେକ
ସନ୍ତାନକୁ ସମାନ ସ୍ଥିତିରେ ଦେଖି ହର୍ଷିତ ହେଉଛନ୍ତି ।
ଆଜିର ଦିନରେ ସବୁ ପିଲା
ଶିବରାତ୍ରି ବା ଶିବଜୟନ୍ତୀ ବାବାଙ୍କର ତଥା ନିଜର ମଧ୍ୟ ଜନ୍ମ ଦିନ ପାଳନ କରିବା ପାଇଁ ଆସିଛନ୍ତି
। ବାବା ଏବଂ ଦାଦା ଉଭୟ ନିଜ ନିଜ ଦେଶରୁ ତୁମମାନଙ୍କର ଜନ୍ମଦିନ ପାଳନ କରିବା ପାଇଁ ଆସି ପହଞ୍ଚି
ଯାଇଛନ୍ତି । ବାବାଙ୍କର ବା ତୁମମାନଙ୍କର ଏହି ଜନ୍ମ ଦିନ ସାରା କଳ୍ପ ଭିତରେ ନିଆରା ମଧ୍ୟ ଅଟେ ଏବଂ
ଅତିପ୍ରିୟ ମଧ୍ୟ ଅଟେ ।
ଭକ୍ତମାନେ ଏହି ଉତ୍ସବକୁ
ବହୁତ ଭାବନାର ସହିତ ଏବଂ ଶ୍ରଦ୍ଧାପୂର୍ବକ ପାଳନ କରୁଛନ୍ତି । ତୁମେମାନେ ଏହି ଦିବ୍ୟ ଜନ୍ମରେ ଯେଉଁ
ସବୁ ଶ୍ରେଷ୍ଠ ଏବଂ ଅଲୌକିକ କର୍ମ କରିଛ ଏବଂ ଏବେ ମଧ୍ୟ କରୁଛ, ସେଗୁଡିକୁ ସ୍କାରକୀ ରୂପରେ ଚାହେଁ
ଅଳ୍ପ ସମୟ ପାଇଁ ହେଉ ପଛକେ ଭକ୍ତମାନେ ପାଳନ କରୁଛନ୍ତି ଏବଂ ତାହା ଭକ୍ତମାନଙ୍କର ଚମତ୍କାରୀ ମଧ୍ୟ
ଅଟେ, ଯାହାକି ସେମାନେ କପୀ କରିବାରେ ମଧ୍ୟ ବହୁତ ବୁଦ୍ଧିମାନ ଅଟନ୍ତି କାହିଁକି ନା ତୁମମାନଙ୍କର
ହିଁ ତ ଭକ୍ତ ଅଟନ୍ତି ନା! ତେଣୁ ତୁମମାନଙ୍କର ଶ୍ରେଷ୍ଠତାର ଫଳ ସେହି ସ୍କାରକୀ ତିଆରି କରିଥିବା
ଆତ୍ମାମାନଙ୍କୁ ବରଦାନ ରୂପରେ ମିଳିଛି । ତୁମେମାନେ ତ ଗୋଟିଏ ଜନ୍ମ ପାଇଁ ଥରେ ମାତ୍ର
ସମ୍ପୂର୍ଣ୍ଣ ପବିତ୍ରତାର ବ୍ରତ ଧାରଣ କରୁଛ । ଯେହେତୁ ସେମାନେ ତୁମକୁ କପୀ କରିଛନ୍ତି, ତେଣୁ
ସେମାନେ ଗୋଟିଏ ଦିନ ପାଇଁ ହେଉ ପଛକେ ପବିତ୍ରତାର ବ୍ରତକୁ ମଧ୍ୟ ଧାରଣ କରୁଛନ୍ତି । ତୁମେମାନେ
ପୂରା ଜନ୍ମ ହିଁ ପବିତ୍ର ଅନ୍ନର ବ୍ରତ ରଖୁଛ, ତେଣୁ ସେମାନେ ମଧ୍ୟ ଗୋଟିଏ ଦିନ ପବିତ୍ର ଅନ୍ନର
ବ୍ରତ ରଖୁଛନ୍ତି । ତେଣୁ ବାପଦାଦା ଆଜି ଅମୃତବେଳାରେ ଦେଖୁଥିଲେ ଯେ ତୁମମାନଙ୍କର ଭକ୍ତମାନେ ମଧ୍ୟ
କିଛି କମ୍ ନୁହଁନ୍ତି । ସେମାନଙ୍କର ମଧ୍ୟ ଭଲ ବିଶେଷତା ରହିଛି । ତେବେ ତୁମେ ସମସ୍ତେ ପୂରା
ଗୋଟିଏ ଜନ୍ମ ପାଇଁ ପକ୍କା ବ୍ରତ ଧାରଣ କରିଛ, ଚାହେଁ ଖାଇବା-ପିଇବାର, ଚାହେଁ ମନର ସଂକଳ୍ପରେ
ମଧ୍ୟ ପବିତ୍ରତାର, ବାଣୀର, କର୍ମର ତଥା ସମ୍ବନ୍ଧ-ସମ୍ପର୍କରେ ଆସୁଥିବା କାରଣରୁ ପୂରା ଜନ୍ମ ପାଇଁ
ପକ୍କା ବ୍ରତ ଧାରଣ କରିଛ? କ’ଣ ପୂରା ବ୍ରତ ରଖିଛ, ନା ଅଳ୍ପ ଅଳ୍ପ ରଖିଛ? କାହିଁକି ନା ପବିତ୍ରତା
ବ୍ରାହ୍ମଣ ଜୀବନର ଆଧାର ଅଟେ । ପୂଜ୍ୟ ହେବାର ମଧ୍ୟ ଆଧାର ଅଟେ । ଶ୍ରେଷ୍ଠ ପ୍ରାପ୍ତିର ମଧ୍ୟ
ଆଧାର ଅଟେ । ତେଣୁ ଯିଏବି ଭାଗ୍ୟବାନ ଆତ୍ମାମାନେ ଏଠାରେ ପହଞ୍ଚି ଯାଇଛ ସମସ୍ତେ ନିଜେ ନିଜକୁ ଚେକ୍
କର ଯେ ଏହି ଜନ୍ମରେ ପବିତ୍ର ହେବାର ଚାରି ପ୍ରକାରର ଉତ୍ସବ ଯାହାକି କେବଳ ବ୍ରହ୍ମଚର୍ଯ୍ୟର
ପବିତ୍ରତା ନୁହେଁ, କିନ୍ତୁ ମନ-ବଚନ-କର୍ମ ଏବଂ ସମ୍ବନ୍ଧ-ସମ୍ପର୍କରେ ମଧ୍ୟ ପବିତ୍ରତାର ପକ୍କା
ବ୍ରତ ଧାରଣ କରିଛି ତ? କରିଛ ତ? ଯେଉଁମାନେ ପୂରା ପକ୍କା ବ୍ରତ ଧାରଣ କରିଛନ୍ତି, କିଛି କିଛି
କଞ୍ଚା ନୁହେଁ ସେମାନେ ହାତ ଉଠାଅ । କ’ଣ ପକ୍କା ତ? ପକ୍କା? ପକ୍କା? କେତେ ପକ୍କା? କେହି ଯଦି
ତୁମକୁ ହଲଚଲ୍ କରିବ ତେବେ କ’ଣ ହଲଚଲ୍ ହେବ? ହେବ? ହେବ ନାହିଁ ତ? କେବେ କେବେ ତ ମାୟା ଆସିଯାଉଛି
ନା, ନା ଆସୁ ନାହିଁ? କ’ଣ ମାୟାକୁ ବିଦାୟ ଦେଇ ଦେଇଛ? ନା କେବେ କେବେ ତାକୁ ଅନୁମତି ଦେଇ ଦେଉଛ,
ତେଣୁ ଆସିଯାଉଛି! ଏବେ ଚେକ୍ କର - ମୁଁ ପକ୍କା ବ୍ରତ ଧାରଣ କରିଛି ତ? ସଦାକାଳର ବ୍ରତ ଧାରଣ କରିଛି
ତ? ନା କେବେ କେବେର ବ୍ରତ ଧାରଣ କରିଛି? କେବେ ଅଳ୍ପ, କେବେ ବେଶି, କେବେ ପକ୍କା, କେବେ କଞ୍ଚା -
ଏଭଳି ତ ନୁହେଁ ନା! କାହିଁକି ନା ବାପଦାଦାଙ୍କ ସହିତ ସ୍ନେହ ରଖିବାରେ ସମସ୍ତେ ନିଜକୁ ୧୦୦
ପ୍ରତିଶତ ଠାରୁ ମଧ୍ୟ ଅଧିକ ମନେ କରୁଛନ୍ତି । ଯଦି ବାପଦାଦା ପଚାରିବେ ଯେ ବାବାଙ୍କ ସହିତ ତୁମର
କେତେ ସ୍ନେହ ଅଛି? ତେବେ ସମସ୍ତେ ବଡ ଉମଙ୍ଗ-ଉତ୍ସାହରେ ହାତ ଉଠାଇବେ । ତେବେ ସ୍ନେହ ରଖିବାରେ
ଅଧିକାଂଶ ପିଲା ସମ୍ପୂର୍ଣ୍ଣ ହିସାବରେ ଅଛନ୍ତି, କିନ୍ତୁ ବହୁତ କମ୍ ପିଲାଙ୍କର କିଛି କିଛି କମୀ
ଅଛି । ତେଣୁ ଯେପରି ସ୍ନେହ ବିଷୟରେ ସମସ୍ତେ ପାସ୍ ହୋଇଯାଇଛ ଏକଥା ବାପଦାଦା ମଧ୍ୟ ସ୍ୱୀକାର
କରୁଛନ୍ତି ଯେ ଅଧିକାଂଶ ପିଲା ସ୍ନେହରେ ପାସ୍ ଅଟନ୍ତି, କିନ୍ତୁ ପବିତ୍ରତାର ବ୍ରତରେ ଚାରୋଟିଯାକ
ରୂପରେ ଯଥା ମନ-ବଚନ-କର୍ମ ଏବଂ ସମ୍ବନ୍ଧ-ସମ୍ପର୍କରେ ସମ୍ପୂର୍ଣ୍ଣ ପବିତ୍ରତାର ବ୍ରତକୁ ପାଳନ
କରିବାରେ କମୀ ଆସିଯାଉଛି । ତେବେ ବାପଦାଦା ଏବେ କ’ଣ ଚାହୁଁଛନ୍ତି? ବାପଦାଦା ଏହି କଥା
ଚାହୁଁଛନ୍ତି ଯେ ତୁମେମାନେ ବାପ ସମାନ ହେବାର ଯେଉଁ ପ୍ରତିଜ୍ଞା କରିଛ, ସେହି ହିସାବରେ ସେଥିପାଇଁ
ପ୍ରତ୍ୟେକ ସନ୍ତାନର ଚେହେରାରେ ବାପଦାଦାଙ୍କର ମୂର୍ତ୍ତି ଦେଖାଯାଉ । ସମସ୍ତଙ୍କର ବାଣୀ ବାପ ସମାନ
ହେଉ, କାହିଁକି ନା ବାପଦାଦାଙ୍କର ବାଣୀ ବରଦାନ ସ୍ୱରୂପ ଅଟେ । ତେଣୁ ତୁମେମାନେ ନିଜକୁ ଚେକ୍ କର
ଯେ ମୋ’ର ଚେହେରାରେ ବାପଦାଦାଙ୍କର ମୂର୍ତ୍ତି ଦେଖାଯାଉଛି ତ? ତେବେ ବାପଦାଦାଙ୍କର ମୂର୍ତ୍ତି ଭଳି
ଦେଖାଯିବାର ଅର୍ଥ କ’ଣ? ସବୁ କଥାରେ ସମ୍ପନ୍ନ ହେବା । ଏହିଭଳି ପ୍ରତ୍ୟେକ ସନ୍ତାନର ନୟନ,
ମୁଖମଣ୍ଡଳ ବାବାଙ୍କ ସମାନ ଅଟେ ତ? ସର୍ବଦା ସ୍ମିତହାସ୍ୟ ଚେହେରା ରହୁଛି ତ? ନା କେବେ
ଚିନ୍ତାଗ୍ରସ୍ତ, କେବେ ବ୍ୟର୍ଥ ସଂକଳ୍ପରେ ବୁଡି ରହିଥିବା, କେବେ ଉଦାସ, କେବେ ବହୁତ ମେହନତ ବାଲା,
ଏହିଭଳି ଚେହେରା ନୁହେଁ ତ? ସର୍ବଦା ଗୋଲାପ ଫୁଲ ଭଳି ହର୍ଷିତ ଚେହେରା, ଏମିତି ନୁହେଁ ଯେ କେବେ
ଗୋଲାପ ଫୁଲ ଭଳି, କେବେ ଆଉ କିପରି ହୋଇଯାଇଥିବ, କାହିଁକି ନା ବାପଦାଦା ତ ଜନ୍ମ ହେବା ଠାରୁ ହିଁ
କହିଦେଇଛନ୍ତି ଯେ ମାୟା ତୁମର ଏହି ଶ୍ରେଷ୍ଠ ଜୀବନର ସାମନା ନିଶ୍ଚିତ କରିବ ଅର୍ଥାତ୍ ବିରୋଧ କରିବ
। ତେଣୁ ମାୟାର କାମ ହେଲା ଆସିବା ଏବଂ ତୁମ ଭଳି ସଦା ପବିତ୍ରତାର ବ୍ରତକୁ ଧାରଣ କରିଥିବା
ଆତ୍ମାମାନଙ୍କର କାମ ହେଲା ଦୂରରୁ ହିଁ ମାୟାକୁ ଘଉଡାଇ ଦେବା ।
କିନ୍ତୁ ବାପଦାଦା
ଦେଖୁଛନ୍ତି ଯେ କେତେକ ପିଲା ଦୂରରୁ ହିଁ ମାୟାକୁ ତଡି ନ ଦେଇ ତା’କୁ ଆସିବାକୁ ଦେଉଛନ୍ତି ଅର୍ଥାତ୍
ମାୟାର ପ୍ରଭାବରେ ଆସିଯାଉଛନ୍ତି । ଯଦି ଦୂରରୁ ତଡି ଦେଉ ନାହଁ, ତେଣୁ ମାୟର ମଧ୍ୟ ଆସିବାର
ଅଭ୍ୟାସ ହୋଇଯାଉଛି, ସେ ମଧ୍ୟ ଜାଣିଯାଉଛି ଯେ ଏଠାରେ ମୋତେ ବସିବା ପାଇଁ ସ୍ଥାନ ମିଳିବ । ତେବେ
ମାୟାକୁ ବସିବା ପାଇଁ ସ୍ଥାନ ଦେବାର ଲକ୍ଷଣ ହେଲା - ନିଜ ଉପରେ ମାୟାର ପ୍ରଭାବ ପଡିଥିବାର ଜାଣି
ମଧ୍ୟ ଭାବୁଛନ୍ତି ଏବେ କ’ଣ ମୁଁ ସମ୍ପୂର୍ଣ୍ଣ ହେଲିଣି, ସମ୍ପୂର୍ଣ୍ଣ ତ କେହି ବି ହୋଇ ନାହାଁନ୍ତି
। ଏବେ ତ ମୁଁ ହେଉଛି ଏବଂ ହୋଇଯିବି ମଧ୍ୟ, ଏହିଭଳି ବ୍ୟର୍ଥ ବି ବିଚାର କରିବାରେ ଲାଗିପଡୁଛନ୍ତି,
ତେଣୁ ମାୟାର ମଧ୍ୟ ବସିବାର ଅଭ୍ୟାସ ହୋଇଯାଉଛି । ତେଣୁ ଆଜି ଜନ୍ମ ଦିନ ତ ପାଳନ କରୁଛ, ବାବା
ମଧ୍ୟ ଆଶୀର୍ବାଦ ଏବଂ ଅଭିନନ୍ଦନ ଦେଉଛନ୍ତି କିନ୍ତୁ ବାବା ପ୍ରତ୍ୟେକ ସନ୍ତାନକୁ ଏପରିକି ଶେଷ
ନମ୍ବରର ସନ୍ତାନକୁ ମଧ୍ୟ କେଉଁ ରୂପରେ ଦେଖିବାକୁ ଚାହୁଁଛନ୍ତି? କାରଣ ଶେଷ ନମ୍ବରର ପିଲା ମଧ୍ୟ
ବାବାଙ୍କର ପ୍ରିୟ ତ ଅଟେ ନା! ତେଣୁ ବାବା ଶେଷ ନମ୍ବରବାଲା ପିଲାକୁ ମଧ୍ୟ ସଦା ପ୍ରସ୍ଫୁଟିତ
ଗୋଲାପ ରୂପରେ ଦେଖିବାକୁ ଚାହୁଁଛନ୍ତି । ଝାଉଁଳା ଫୁଲ ନୁହେଁ । ତେବେ ଝାଉଁଳି ପଡିବାର କାରଣ ହେଲା
ଟିକିଏ ଅବହେଳା ପଣିଆ । ହୋଇଯିବ, ଦେଖିବି, କରି ହିଁ ଦେବି, ପହଞ୍ଚିଯିବି.... ତେଣୁ ଏହିଭଳି ଆଗକୁ
ଆଗକୁ ଗଡେଇ ଚାଲିବାର ଭାଷା ହିଁ ତଳକୁ ଖସାଇ ଦେଉଛି । ତେଣୁ ଚେକ୍ କର କେତେ ସମୟ ବିତିଗଲାଣି, ଏବେ
ତ ସମୟ ପାଖେଇ ଆସିବାର ଏବଂ ଅଚାନକ ସବୁ କିଛି ଘଟିବାର ସଂକେତ ବାପଦାଦା ମଧ୍ୟ ଦେଇ ସାରିଛନ୍ତି,
ଦେଉଛନ୍ତି ନୁହେଁ, ଦେଇ ସାରିଛନ୍ତି । ତେଣୁ ଏହିଭଳି ସମୟ ପାଇଁ ସର୍ବଦା ସଜାଗ ରହିବା ସହିତ ସଦା
ପ୍ରସ୍ତୁତ ଅବସ୍ଥାରେ ରହିବା ଅତ୍ୟନ୍ତ ଜରୁରୀ ଅଟେ । ତେଣୁ ସର୍ବଦା ସଜାଗ ରହିବା ପାଇଁ ଚେକ୍ କର
ଯେ ମୋ’ର ମନ ଏବଂ ବୁଦ୍ଧି ସର୍ବଦା ସ୍ୱଚ୍ଛ ଏବଂ ସ୍ପଷ୍ଟ ଅଟେ ତ? ସ୍ୱଚ୍ଛ ମଧ୍ୟ ଦରକାର ଏବଂ
ସ୍ପଷ୍ଟ ମଧ୍ୟ ଦରକାର । ଏଥିପାଇଁ ଯଥା ସମୟରେ ବିଜୟ ପ୍ରାପ୍ତ କରିବା ପାଇଁ ମନରେ ଏବଂ ବୁଦ୍ଧିରେ
ସୂକ୍ଷ୍ମ ଈଶ୍ୱରୀୟ ପ୍ରେରଣା ଗୁଡିକୁ ଅନୁଭବ କରିବାର ଶକ୍ତି ଏବଂ ଗ୍ରହଣ କରିବାର ଶକ୍ତି ଉଭୟ
ବହୁତ ଆବଶ୍ୟକ । ଏଭଳି ମଧ୍ୟ ପରିସ୍ଥିତି ସୃଷ୍ଟି ହେବ ଯାହାକି କୌଣସି ବି ଦୂର ସ୍ଥାନରେ ବସିଥିଲେ
ମଧ୍ୟ ତୁମର ମନ-ବୁଦ୍ଧି ଯଦି ସ୍ୱଚ୍ଛ ଏବଂ ସ୍ପଷ୍ଟ ଥିବ ତେବେ ବାବାଙ୍କର ସଂକେତକୁ ବା
ନିର୍ଦ୍ଦେଶକୁ ବା ଶ୍ରୀମତକୁ ଗ୍ରହଣ କରି ପାରିବ । ପ୍ରେରଣା ମିଳିବ ଏହା କରିବାର ଅଛି, ଏହା
କରିବାର ନାହିଁ । ସେଥିପାଇଁ ବାପଦାଦା ପୂର୍ବରୁ ମଧ୍ୟ ଶୁଣାଇଛନ୍ତି ଯେ ବର୍ତ୍ତମାନ ସମୟରେ
ଶାନ୍ତିର ଶକ୍ତିକୁ ଯେତେ ପର୍ଯ୍ୟନ୍ତ ସମ୍ଭବ ନିଜ ଭିତରେ ଜମା କର । ଯେବେ ଚାହିଁବ, ଯେପରି
ଚାହିଁବ, ସେହିପରି ନିଜର ମନ-ବୁଦ୍ଧିକୁ ନିୟନ୍ତ୍ରଣ କରିପାରୁଥିବ । ବ୍ୟର୍ଥ ସଂକଳ୍ପ ସ୍ୱପ୍ନରେ
ମଧ୍ୟ ସ୍ପର୍ଶ କରିପାରୁ ନଥିବ, ଏଭଳି ନିୟନ୍ତ୍ରଣ ନିଜର ମନ ବୁଦ୍ଧି ଉପରେ ରହିବା ଦରକାର ।
ସେଥିପାଇଁ କଥାରେ ଅଛି ମନକୁ ଜିତିଲେ ଜଗତକୁ ଜିତିବ । ଯେପରି ତୁମର ସ୍ଥୁଳ କର୍ମେନ୍ଦ୍ରିୟ ହାତ
ଅଟେ, ତାକୁ ଯେତେ ସମୟ ଚାହିଁବ, ଯେପରି ଚାହିଁବ ସେହିପରି ନିଜର ଆଦେଶ ମୁତାବକ ଚଲାଇପାରିବ ।
ସେହିଭଳି ମନ ଏବଂ ବୁଦ୍ଧିକୁ ନିୟନ୍ତ୍ରଣ କରିବାର ଶକ୍ତି ଆତ୍ମା ଭିତରେ ସବୁ ସମୟରେ ପ୍ରକଟ
ଅବସ୍ଥାରେ ରହିବା ଦରକାର । ଏମିତି ନୁହେଁ ଯେ ଯୋଗ କରିବା ସମୟରେ ଅନୁଭବ ହେଉଥିବ କିନ୍ତୁ କର୍ମ
କରିବା ସମୟରେ, ବ୍ୟବହାର କରିବା ସମୟରେ, ସମ୍ବନ୍ଧ ରକ୍ଷା କରିବା ସମୟରେ କମ୍ ଅନୁଭବ ହେଉଥିବ ।
ତେବେ ଅଚାନକ ହିଁ ପରୀକ୍ଷା ଆସିବ କାହିଁକି ନା ଫାଇନାଲ ପରୀକ୍ଷା ପୂର୍ବରୁ ମଧ୍ୟ ମଝିରେ ମଝିରେ
ପରୀକ୍ଷା ନିଆଯାଉଛି ।
ତେବେ ଏହି ଜନ୍ମ ଦିବସରେ
ବିଶେଷତା କ’ଣ କରିବ? ଶାନ୍ତିର ଶକ୍ତିକୁ ଯେତେ ଅଧିକ ଜମା କରିପାରିବ କରିନିଅ ବା ଗୋଟିଏ ସେକେଣ୍ଡ
ଭିତରେ ମଧୁର ଶାନ୍ତିର ଅନୁଭୂତିରେ ହଜିଯାଅ କାହିଁକିନା ଗୋଟିଏ ପଟେ ଶାନ୍ତିର ଶକ୍ତି ଅର୍ଥାତ୍
ସାଇଲେନ୍ସ ପାୱାର ଏବଂ ଅନ୍ୟ ପଟେ ବିଜ୍ଞାନର ଶକ୍ତି ଅର୍ଥାତ୍ ସାଇନ୍ସ ପାୱାର ମଧ୍ୟ ଅତି ଆଡକୁ
ଯାଉଛି । ତେବେ ସାଇନ୍ସ ଉପରେ ସାଇଲେନ୍ସର ବିଜୟ ହିଁ ପରିବର୍ତ୍ତନ କରିବ । ଶାନ୍ତିର ଶକ୍ତି
ଦ୍ୱାରା ଦୂରରେ ବସିଥିଲେ ମଧ୍ୟ ଯେକୌଣସି ଆତ୍ମାକୁ ସହଯୋଗ ଦେଇପାରିବ ଏବଂ ସକାଶ ଅର୍ଥାତ୍
ଶକ୍ତିଶାଳୀ କିରଣ ମଧ୍ୟ ଦେଇପାରିବ । ଭଟକିଯାଇଥିବା ମନକୁ ଶାନ୍ତ କରିପାରିବ । ବ୍ରହ୍ମାବାବାଙ୍କୁ
ତ ଦେଖିଛ ଯଦି କୌଣସି ଅନନ୍ୟ ସନ୍ତାନ ଟିକିଏ ବି ହଲଚଲ୍ ହୋଇଯାଉଥିଲା ବା କୌଣସି ଶାରୀରିକ
ହିସାବ-କିତାବକୁ ଚୁକ୍ତି କରୁଥିଲା । ତେବେ ବ୍ରହ୍ମାବାବା ଅମୃତବେଳାରୁ ଉଠି ତାକୁ ଶକ୍ତିଶାଳୀ
କିରଣ ବା ସକାଶ ଦେଉଥିଲେ ଏବଂ ସେ ମଧ୍ୟ ଅନୁଭବ କରୁଥିଲା । ତେଣୁ ତୁମମାନଙ୍କୁ ମଧ୍ୟ ଅନ୍ତିମ
ସମୟରେ ଏହିଭଳି ଶାନ୍ତିର, ଶକ୍ତିର ସେବା କରିବାର ସହଯୋଗ ଦେବାକୁ ପଡିବ । ବର୍ତ୍ତମାନର ପରିସ୍ଥିତି
ଅନୁସାରେ ଏହି କଥାକୁ ବହୁତ ଧ୍ୟାନରେ ରଖ, ଶାନ୍ତିର ଶକ୍ତିକୁ ବା ନିଜର ଶ୍ରେଷ୍ଠ କର୍ମର ଶକ୍ତିକୁ
ଜମା କରିବାର ବ୍ୟାଙ୍କ କେବଳ ଏବେ ହିଁ ଖୋଲିଛି, ଅନ୍ୟ କୌଣସି ଜନ୍ମରେ ଏଭଳି ଜମା କରିବାର
ବ୍ୟାଙ୍କ ନଥାଏ । ଏବେ ଯଦି ଜମା ନ କରିପାରିଲ ତେବେ ଅନ୍ୟ ସମୟରେ ତ ବ୍ୟାଙ୍କ ହିଁ ନଥିବ ତେଣୁ ଜମା
କେଉଁଠି କରିବ! ତେଣୁ ଜମାର ଶକ୍ତିକୁ ଯେତେ ବଢାଇବାକୁ ଚାହିଁବ ସେତେ ବଢାଇପାରିବ । ଏମିତି ବି
ଲୋକମାନେ କୁହନ୍ତି ଯାହା କରିବାର ଅଛି ତାହା ଏବେ କରିନିଅ । ଯାହା ଭାବିବାର ଅଛି ତାହା ଏବେ
ଭାବିନିଅ । ଯଦି ଏବେ କିଛି ଭାବିଛ ଏବଂ ତାହା ଭାବିବାରେ ହିଁ ରହିଗଲା ତେବେ ଆଉ କିଛି ସମୟ ପରେ
ଯେତେବେଳେ ସମୟର ସୀମା ପାଖେଇ ଆସିବ ସେତେବେଳେ ସେହି ଭାବିବା ପଶ୍ଚାତାପରେ ବଦଳିଯିବ । ସେଥିପାଇଁ
ବାପଦାଦା ପୂର୍ବରୁ ହିଁ ସାବଧାନ କରାଇଦେଉଛନ୍ତି । ଯାହା ବି ହୋଇଥାଉ କିନ୍ତୁ ଗୋଟିଏ ସେକେଣ୍ଡ
ଭିତରେ ଶାନ୍ତିର ଅନୁଭୂତିରେ ହଜିଯାଅ । ଏମିତି ଭାବ ନାହିଁ ଯେ ମୁଁ ପୁରୁଷାର୍ଥ ତ କରୁଛି! କିନ୍ତୁ
ଜମା କରିବାର ପୁରୁଷାର୍ଥ କେବଳ ଏବେ ହିଁ କରିପାରିବ ।
ବାପଦାଦାଙ୍କର
ପିଲାମାନଙ୍କ ପ୍ରତି ସ୍ନେହ ରହିଛି, ତେଣୁ ବାପଦାଦା ପ୍ରତ୍ୟେକ ସନ୍ତାନକୁ ନିଜ ସାଥୀରେ ନେଇଯିବା
ପାଇଁ ଚାହୁଁଛନ୍ତି । ତେବେ ତୁମେମାନେ ଯେଉଁ ପ୍ରତିଜ୍ଞା କରିଛ ଯେ ସାଥୀରେ ରହିବୁ, ସାଥୀରେ
ଚାଲିବୁ.... ସେହି ପ୍ରତିଜ୍ଞାକୁ ପାଳନ କରିବା ପାଇଁ ହେଲେ ସମାନ ଆତ୍ମା ହିଁ ସାଥିରେ ଯାଇପାରିବ
। ପୂର୍ବରୁ କହିଛୁ ନା ଡବଲ ବିଦେଶୀମାନଙ୍କୁ ହାତ ଧରାଧରୀ ହୋଇ ଚାଲିବାକୁ ଭଲ ଲାଗେ, ତେଣୁ
ଶ୍ରୀମତ ରୂପୀ ହାତକୁ ଧରିଥାଅ । ଯାହା ବାବାଙ୍କର ଶ୍ରୀମତ ତାହା ହିଁ ତୁମର ମତ - ଏହାକୁ କୁହାଯାଏ
ହାତରେ ହାତ ଦେଇ ଚାଲିବା । ତେବେ ଠିକ୍ ଅଛି ତ - ଆଜି ସମସ୍ତେ ଜନ୍ମ ଦିନର ଉତ୍ସବ ପାଳନ କରିବା
ପାଇଁ ଆସିଛ ନା! ବାପଦାଦାଙ୍କୁ ମଧ୍ୟ ଖୁସି ଲାଗୁଛି ଯେ ମୋ’ର ପିଲାମାନେ ଏହିଭଳି, ବାବା ଗର୍ବ
କରୁଛନ୍ତି ଯେ ମୋ’ର ପିଲାମାନେ ସର୍ବଦା ଉତ୍ସାହ ଭିତରେ ରହି ପ୍ରତିଦିନ ଉତ୍ସବ ପାଳନ କରୁଛନ୍ତି?
ତେବେ ତୁମେମାନେ ପ୍ରତିଦିନ ଉତ୍ସବ ପାଳନ କରୁଛ ନା କେବଳ ବିଶେଷ ଦିନମାନଙ୍କରେ କରୁଛ? କାରଣ
ସଂଗମଯୁଗ ହିଁ ଉତ୍ସବ ଅଟେ । ଏହି ଯୁଗ ହିଁ ଉତ୍ସବର ଯୁଗ ଅଟେ । ଅନ୍ୟ କୌଣସି ଯୁଗ ସଂଗମଯୁଗ ଭଳି
ନୁହେଁ । ତେବେ ସମସ୍ତଙ୍କ ଭିତରେ ଉମଙ୍ଗ ଉତ୍ସାହ ଅଛି ତ, ମୋତେ ବାବାଙ୍କ ସମାନ ହେବାକୁ ହିଁ
ପଡିବ । ଠିକ୍ ତ? ନିଶ୍ଚିତ ହେବି ନା ଦେଖିବି, କରିବି, ହେବି - ଏଭଳି ନୁହେଁ ତ? ଯେଉଁମାନେ
ଭାବୁଛନ୍ତି ମୁଁ ନିଶ୍ଚିତ ହେବି ସେମାନେ ହାତ ଉଠାଅ । କ’ଣ ନିଶ୍ଚିତ ହେବ, ଏଥିପାଇଁ ତ୍ୟାଗ
କରିବାକୁ ପଡିବ, ତପସ୍ୟା କରିବାକୁ ପଡିବ । କ’ଣ ପ୍ରସ୍ତୁତ ଅଛ ତ? ଯାହା ବି ତ୍ୟାଗ କରିବାକୁ ପଡୁ
। ସବୁଠାରୁ ବଡ ତ୍ୟାଗ କ’ଣ? କାହିଁକି ନା ତ୍ୟାଗ କରିବାରେ ସବୁଠାରୁ ବଡରୁ ବଡ ଗୋଟିଏ ଶବ୍ଦ ହିଁ
ଶବ୍ଦ ବିଘ୍ନ ପକାଇଥାଏ, ତାକୁ ତୁମେମାନେ ଜାଣିଛ ମଧ୍ୟ । ସେ କେଉଁ ଶବ୍ଦ? “ମୁଁ” । ଦେହ ଅଭିମାନର
ମୁଁ । ସେଥିପାଇଁ ବାପଦାଦା କହୁଛନ୍ତି ଯେତେବେଳେ ବି ତୁମେ ମୋର ଶବ୍ଦ କହୁଛ ପ୍ରଥମେ କ’ଣ ମନେ
ପଡୁଛି? ମୋ’ର ବାବା । ମେରା ବାବା ଶବ୍ଦ ଆସୁଛି ନା! ଯଦିଓ ମୋ’ର ଆଉ କିଛି ବି କର, କିନ୍ତୁ
ଯେହେତୁ କହିବାରେ ଅଭ୍ୟାସ ହୋଇଯାଇଛି ସେଥିପାଇଁ ପ୍ରଥମେ ବାବା ଶବ୍ଦ ହିଁ ମନେ ପଡୁଛି । ସେହିପରି
ଯେତେବେଳେ ମୁଁ କହୁଛ, ଯେପରି ମେରା ବାବା ଭୁଲି ହେଉନାହିଁ, କେବେ ବି କାହାକୁ ମୋ’ର କହିବା ବେଳେ
ବାବା ଶବ୍ଦ ମନେ ପଡୁଛି, ସେହିପରି ଯେତେବେଳେ ମୁଁ କହୁଛ ସେତେବେଳେ ପ୍ରଥମେ ଆତ୍ମା ମନେ ପଡୁ ।
ମୁଁ କିଏ? ଆତ୍ମା । ମୁଁ ଆତ୍ମା ଏହି କାର୍ଯ୍ୟ କରୁଛି । ମୁଁ ଏବଂ ମୋ’ର, ବିନାଶୀରୁ ଅବିନାଶୀ
ହୋଇଯାଉ । କ’ଣ ହୋଇପାରିବ? ମୁଣ୍ଡ ତ ହଲାଅ । ଅଭ୍ୟାସ କରିଦିଅ, ଯେତେବେଳେ ମୁଁ କହୁଛ ତୁରନ୍ତ
ସ୍ମୃତିରେ ଆସୁ ମୁଁ ଆତ୍ମା ଏବଂ ଯେତେବେବେଳେ ମୁଁ ପଣିଆ ଆସିଯାଉଛି, ସେତେବେଳେ ଏହି ଗୋଟିଏ ଶବ୍ଦ
ମନେ ପଡୁ ଯେ - ନିର୍ଦ୍ଦେଶ କର୍ତ୍ତା କିଏ? ବାବା ନିର୍ଦ୍ଦେଶକର୍ତ୍ତା ହୋଇ କରାଉଛନ୍ତି । କର୍ମ
କରିବା ସମୟରେ ନିର୍ଦ୍ଦେଶକର୍ତ୍ତା ଶବ୍ଦ ମନେ ରହିଲେ ମୁଁ ପଣିଆ ଆସିବ ନାହିଁ । ମୋ’ର ବିଚାର,
ମୋ’ର ଡ୍ୟୁଟୀ । ଡ୍ୟୁଟୀର ମଧ୍ୟ ବହୁତ ନିଶା ରହିଥାଏ । ମୋ’ର ଡ୍ୟୁଟୀ.... କିନ୍ତୁ ଡ୍ୟୁଟୀ
ଦେଲାବାଲା ଦାତା କିଏ? ଏହି ସବୁ ଡ୍ୟୁଟୀ ତ ପ୍ରଭୁଙ୍କର ଦାନ ଅଟେ ନା! ପ୍ରଭୁଙ୍କର ଦାନକୁ ମୁଁ ବା
ମୋ’ର ବୋଲି ଭାବିବା କ’ଣ ଭଲ କଥା?
ଏବେ ପ୍ରତ୍ୟେକ ସ୍ଥାନରୁ
ବାପଦାଦା ଫଳାଫଳ ଦେଖିବାକୁ ଚାହୁଁଛନ୍ତି । ଏହି ଗୋଟିଏ ମାସ ନିଜର ସ୍ୱଭାବକୁ ଏଭଳି ସ୍ୱାଭାବିକ
କରିଦିଅ କାହିଁକି ନା ଯାହା ନେଚୁରାଲ ନେଚରରେ ପରିଣତ ହୋଇଯାଏ ତାହା ଶୀଘ୍ର ବଦଳିଯାଏ ନାହିଁ ।
ତେଣୁ ନିଜର ଚେଚ୍ୟୁରାଲ୍ ନେଚର ଏଭଳି କରିଦିଅ ଯାହା କୁହାଯାଇଛି - ସର୍ବଦା ତୁମ ଚେହେରାରୁ
ବାବାଙ୍କର ଗୁଣ ଦେଖାଯାଉ ଏବଂ ଚାଲିଚଳନ ଦ୍ୱାରା ବାବାଙ୍କର ଶ୍ରୀମତ ଦେଖାଯାଉ । ମୁଖମଣ୍ଡଳରେ
ସର୍ବଦା ସ୍ମିତହାସ୍ୟ ରହିଥାଉ । ସର୍ବଦା ନିଜେ ସନ୍ତୁଷ୍ଟ ରହିବା ଏବଂ ସମସ୍ତଙ୍କୁ ସନ୍ତୁଷ୍ଟ
କରୁଥିବା ଚାଲିଚଳନ ହେଉ । ପ୍ରତ୍ୟେକ କର୍ମରେ କର୍ମ ସହିତ ଯୋଗର ସନ୍ତୁଳନ ରହିଥାଉ । କେତେକ ପିଲା
ବାପଦାଦାଙ୍କୁ ବହୁତ ଭଲ ଭଲ କଥା ଶୁଣାଉଛନ୍ତି, କହିବୁ କ’ଣ କହୁଛନ୍ତି? କହୁଛନ୍ତି ବାବା ଆପଣ ବୁଝି
ନିଅନ୍ତୁ ଯେ ମୋ’ର ନେଚର ହିଁ ଏହିଭଳି, ଆଉ କିଛି ନୁହେଁ, କିନ୍ତୁ ମୋ’ର ନେଚର ହିଁ ଏହିଭଳି ଅଟେ
। ଏଥିରେ ବାପଦାଦା କ’ଣ କହିବେ? ମୋ’ର ନେଚର ଏହିଭଳି? ମୋ’ର କଥା ଏହିଭଳି ଅଟେ, କେହି କେହି ଏଭଳି
ମଧ୍ୟ କହୁଛନ୍ତି ମୁଁ କ’ଣ କ୍ରୋଧ କରିଛି କି, ମୋ’ର ପାଟି ଟିକିଏ ବଡ, ମୋ’ର କଥାଟା ଟିକେ କଡା,
ମୁଁ କ’ଣ କ୍ରୋଧ କରିଛି, ଟିକିଏ ବଡ ପାଟିରେ କହିଦେଇଛି । ଏହିଭଳି, କେତେ ମିଠା ମିଠା କଥା
ଶୁଣାଇଛନ୍ତି । ବାପଦାଦା କହୁଛନ୍ତି ଯାହାକୁ ତୁମେ ମୋ’ର ନେଚର ବୋଲି କହୁଛ, ଏହିଭଳି ମୋ’ର କହିବା
ହିଁ ଭୁଲ୍ ଅଟେ । ଏହା ରାବଣର ନେଚର ନା ତୁମର ନେଚର? ତୁମର ଅନାଦି କାଳ, ଆଦିକାଳ ଏବଂ ପୂଜ୍ୟ
କାଳର ନେଚର ହିଁ ପ୍ରକୃତ ନେଚର ଅଟେ । ଯେହେତୁ ରାବଣର ଜିନିଷକୁ ମୋ’ର ମୋ’ର କହୁଛ ତେଣୁ ସେ ଯାଉ
ନାହିଁ । ପର ଜିନିଷକୁ ନିଜର କରି ରଖିଛ ନା, ଯଦି କେହି ପରର ଜିନିଷକୁ ପାଖରେ ରଖିବା ବା ଲୁଚାଇ
କରି ରଖିବ ତେବେ ତାକୁ କେହି ଭଲ ଭାବିବେ କି? ତେଣୁ ରାବଣର ନେଚରକୁ ବା ପରର ନେଚରକୁ ମୋ’ର ବୋଲି
କାହିଁକି କହୁଛ? ବଡ ଗର୍ବର ସହିତ କହୁଛ ମୋ’ର ଦୋଷ ନାହିଁ, ମୋ’ର ନେଚର ଏହିଭଳି? ବାପଦାଦାଙ୍କୁ
ମଧ୍ୟ ମନେଇବା ପାଇଁ ଚେଷ୍ଟା କରୁଛ । ତେବେ ବର୍ତ୍ତମାନ ଏହାର ସମାପ୍ତି ସମାରୋହ କରିବ? କରିବ?
ଦେଖ ଦିଲ୍ର ସହିତ କୁହ, ଆନ୍ତରିକତାର ସହିତ କର, ଯେଉଁଠି ଆନ୍ତରିକତା ଥିବ ସେଠାରେ ସବୁ କିଛି
ସମ୍ଭବ ହୋଇଯିବ । ମନ ଭିତରେ ମାନିଯାଅ ଯେ ଏହା ମୋ’ର ନେଚର ନୁହେଁ । ଏହା ଅନ୍ୟର ଜିନିଷ, ତାକୁ
ରଖିବାର ନାହିଁ । ତୁମେମାନେ ତ ମରଜୀବା ହୋଇଯାଇଛ ନା । ତେଣୁ ତୁମର ବ୍ରାହ୍ମଣ ନେଚର ନା ପୁରୁଣା
ନେଚର? ଏବେ ବୁଝିଲ ତ ବାପଦାଦା କ’ଣ ଚାହୁଛଁନ୍ତି? ଯେତେ ମନୋରଞ୍ଜନ କରୁଛ କର, ନାଚ କର, ଖେଳ କର
କିନ୍ତୁ... । ସବୁ କିଛି କରି ମଧ୍ୟ ବାବାଙ୍କ ସମାନ ହେବାକୁ ହିଁ ପଡିବ । ଯଦି ସମାନ ନ ହେବ ତେବେ
ସାଥୀରେ କିପରି ଯିବ? ଟିକସ ଆଦାୟ ସ୍ଥାନରେ ବା ଧର୍ମ ରାଜପୁରୀରେ ଅଟଯିବାକୁ ପଡିବ । ସାଥୀରେ
ଯାଇପାରିବ ନାହିଁ । ତାହା ହେଲେ ଦାଦିମାନେ କୁହ କ’ଣ ଗୋଟିଏ ମାସର ଫଳାଫଳ ଦେଖିବା । ଦେଖିବା?
କୁହ, ଦେଖିବା ତ? ଏହା ଉପରେ ଗୋଟିଏ ମାସ ଧ୍ୟାନ ଦେବ ତ? ଯଦି ପୂରା ଗୋଟିଏ ମାସ ଏହା ଉପରେ ଧ୍ୟାନ
ଦେବ ତେବେ ନେଚୁରାଲ ନେଚର ହୋଇଯିବ । ମାସକ ଭିତରେ ଗୋଟିଏ ଦିନ ବି ଢିଲା ହେବାର ନାହିଁ । ଆଚ୍ଛା
ଦାଦିମାନେ ଦାୟିତ୍ୱ ନିଅନ୍ତୁ । ସମସ୍ତେ ଏକାଠି ହୋଇ ପରସ୍ପର ସହିତ ଶୁଭଭାବନା, ଶୁଭକାମନାର ହାତ
ମିଶାଅ । ଯେପରି କେହି ଯଦି ପଡିଯାଏ, ତେବେ ତାକୁ ହାତ ଧରି ସ୍ନେହର ସହିତ ଉଠାଇଥାଆନ୍ତି, ସେହିପରି
ଶୁଭଭାବନା ଶୁଭକାମନାର ହାତ ଦ୍ୱାରା ପରସ୍ପରକୁ ସହଯୋଗ ଦେଇ ଆଗକୁ ବଢାଇଚାଲ । ଠିକ୍ କଥା ନା!
କେବଳ ଚେକ୍ କରିବାରେ କମୀ କରିଦେଉଛ, ଆଗ କରିସାରି ତା’ପରେ ଚେକ୍ କରୁଛ, କହୁଛ ହୋଇଗଲା ତ! ତେଣୁ
ପ୍ରଥମେ ଚିନ୍ତା କର ତା’ପରେ କର । ପ୍ରଥମ କରିବ ତା’ପରେ ଭାବିବ, ତାହା ନୁହେଁ । କରିବାକୁ ହିଁ
ହେବ ।
ଆଚ୍ଛା, ଏବେ ବାପଦାଦା
କେଉଁ ଡ୍ରିଲ୍ କରାଇବା ପାଇଁ ଚାହୁଁଛନ୍ତି, ଗୋଟିଏ ସେକେଣ୍ଡ ଭିତରେ ଶାନ୍ତିର ଶକ୍ତିସ୍ୱରୂପ
ହୋଇଯାଅ । ଏକାଗ୍ର ବୁଦ୍ଧି, ଏକାଗ୍ର ମନ, ସାରା ଦିନ ଭିତରେ ମଝିରେ ମଝିରେ ଗୋଟିଏ ସେକେଣ୍ଡ
ବାହାର କରି ମଧ୍ୟ ଅଭ୍ୟାସ କର । ଶାନ୍ତିର ସଂକଳ୍ପ କରିବା ମାତ୍ରେ ତା’ର ସ୍ୱରୂପ ହୋଇଯାଅ ।
ଏଥିପାଇଁ ସମୟର ଆବଶ୍ୟକତା ନାହିଁ । କେବଳ ଗୋଟିଏ ସେକେଣ୍ଡର ଅଭ୍ୟାସ କର, ଶାନ୍ତ ସ୍ୱରୂପ, ଆଚ୍ଛା!
ଚାରିଆଡର ଜନ୍ମ ଉତ୍ସବ
ପାଳନ କରୁଥିବା ଭାଗ୍ୟବାନ ଆତ୍ମାମାନଙ୍କୁ, ସର୍ବଦା ଉତ୍ସାହରେ ରହୁଥିବା ସଂଗମଯୁଗର ଉତ୍ସବ ପାଳନ
କରୁଥିବା ସମସ୍ତ ଉମଙ୍ଗ-ଉତ୍ସାହର ଡେଣା ଦ୍ୱାରା ଉଡୁଥିବା ପିଲାମାନଙ୍କୁ, ସର୍ବଦା ନିଜର
ମନ-ବୁଦ୍ଧିକୁ ଏକାଗ୍ରତାର ଅନୁଭବୀ କରୁଥିବା ମହାବୀର ପିଲାମାନଙ୍କୁ, ସର୍ବଦା ସମାନ ହେବାର
ଉତ୍ସାହକୁ ସାକାର କରୁଥିବା, ଫଲୋ ଫାଦର କରୁଥିବା ପିଲାମାନଙ୍କୁ, ସର୍ବଦା ପରସ୍ପରର ସ୍ନେହୀ
ସହଯୋଗୀ ହୋଇ ସାହସ ଦେଉଥିବା, ବାବାଙ୍କଠାରୁ ସହଯୋଗ ରୂପୀ ବରଦାନ ପ୍ରାପ୍ତ କରାଉଥିବା ବରଦାନୀ
ପିଲାମାନଙ୍କୁ, ମହାଦାନୀ ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ପଦ୍ମ,
ପଦ୍ମ, ପଦ୍ମ, ପଦ୍ମଗୁଣା ଅଭିନନ୍ଦନ, ଅଭିନନ୍ଦନ, ଅଭିନନ୍ଦନ ।
ବରଦାନ:-
ସର୍ବଦା
ଏକାନ୍ତରେ ରହିବାରେ ଏବଂ ସ୍ମରଣ କରିବାରେ ବ୍ୟସ୍ତ ରହୁଥିବା ବେହଦର ବାନପ୍ରସ୍ଥୀ ହୁଅ ।
ବର୍ତ୍ତମାନ ସମୟ ଅନୁସାରେ
ତୁମେ ସମସ୍ତେ ବାନପ୍ରସ୍ଥ ଅବସ୍ଥାର ପାଖାପାଖି ଅଛ । ତେବେ ବାନପ୍ରସ୍ଥୀମାନେ କେବେ ବି କଣ୍ଢେଇ
ଖେଳ ଖେଳନ୍ତି ନାହିଁ । ସେମାନେ ସର୍ବଦା ଏକାନ୍ତବାସରେ ଏବଂ ସ୍ମରଣ କରିବାରେ ବ୍ୟସ୍ତ ରହିଥାଆନ୍ତି
। ତେଣୁ ତୁମେ ସବୁ ବେହଦର ବାନପ୍ରସ୍ଥୀ ପିଲାମାନେ ସର୍ବଦା ଜଣଙ୍କର ହିଁ ସ୍ମୃତିରେ ରୁହ ଅର୍ଥାତ୍
ନିରନ୍ତର ଏକାନ୍ତରେ ରହିବା ସହିତ ସ୍ମୃତି ସ୍ୱରୂପ ହୋଇଯାଅ । ତେବେ ସବୁ ପିଲାମାନଙ୍କ ପ୍ରତି
ବାପଦାଦାଙ୍କର ଏହି ଶୁଭ ଆଶା ରହିଛି ଯେ ଏବେ ବାବା ଏବଂ ପିଲାମାନେ ସମାନ ହୋଇଯାଆନ୍ତୁ, ସର୍ବଦା
ସ୍ମୃତିରେ ହିଁ ବୁଡି ରୁହନ୍ତୁ । ତେବେ ସମାନ ହେବାର ଅର୍ଥ ହେଲା - ଏକାକାର ହୋଇଯିବା - ଏହା ହିଁ
ହେଉଛି ବାନପ୍ରସ୍ଥ ସ୍ଥିତିର ଲକ୍ଷଣ ।
ସ୍ଲୋଗାନ:-
ଯଦି ତୁମେ
ସାହସର ଗୋଟିଏ ପାଦ ବଢାଇବ, ତେବେ ସହଯୋଗର ହଜାର ପାଦ ବାବା ବଢାଇବେ ।
ଅବ୍ୟକ୍ତ ଈଶାରା:- ଏବେ
ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର । ବାବାଙ୍କ ପାଇଁ ସମସ୍ତଙ୍କ ମୁଖରୁ
ଯେପରି ଗୋଟିଏ ହିଁ ଶବ୍ଦ ବାହାରୁଛି - “ମେରା ବାବା” । ସେହିପରି ତୁମେ ପ୍ରତ୍ୟେକ ଶ୍ରେଷ୍ଠ
ଆତ୍ମାମାନଙ୍କ ପ୍ରତି ମଧ୍ୟ ଏହିଭଳି ଭାବନା ରହୁ ବା ଅନୁଭବ ହେଉ । ସମସ୍ତଙ୍କ ଠାରୁ ନିଜର ପଣିଆର
ଅନୁଭୂତି ହେଉ । ସମସ୍ତେ ଭାବନ୍ତୁ ଯେ ଇଏ ମୋ’ର ଶୁଭଚିନ୍ତକ, ସହଯୋଗୀ ଏବଂ ସେବାର ସାଥୀ ଅଟନ୍ତି,
ତେବେ କୁହାଯିବ ବାବାଙ୍କ ସମାନ କର୍ମାତୀତ ସ୍ଥିତିର ସିଂହାସନ ଅଧିକାରୀ ।