22.02.26 Avyakt Bapdada Odia Murli 05.02.2009 Om Shanti Madhuban
“ସେବା କରିବା ସମୟରେ
ଡବଲ ଲାଇଟ୍ ସ୍ଥିତି ଦ୍ୱାରା ଫରିସ୍ତା ପଣିଆର ଅବସ୍ଥାରେ ରୁହ, ଅଶରୀରୀ ହେବାର ଅଭ୍ୟାସ କର”
ଆଜି ବାପଦାଦା ଚାରିଆଡର
ପିଲାମାନଙ୍କର ତିନୋଟି ରୂପକୁ ଦେଖୁଛନ୍ତି - ଯେପରି ବାବାଙ୍କର ତନୋଟି ରୂପକୁ ତୁମେମାନେ ଜାଣିଛ
ସେହିପରି ପିଲାମାନଙ୍କର ମଧ୍ୟ ତିନୋଟି ରୂପକୁ ଦେଖୁଛନ୍ତି, ଯାହାକି ଏହି ସଂଗମଯୁଗର ଲକ୍ଷ୍ୟ ଏବଂ
ଲକ୍ଷଣ ଅଟେ, ପ୍ରଥମ ସ୍ୱରୂପ ହେଲା ବ୍ରାହ୍ମଣ, ଦ୍ୱିତୀୟରେ ଫରିସ୍ତା, ତୃତୀୟରେ ଦେବତା ।
ବ୍ରାହ୍ମଣରୁ ଫରିସ୍ତା ଏବଂ ଫରିସ୍ତାରୁ ଦେବତା । ତେବେ ବର୍ତ୍ତମାନ ସମୟରେ ଏବେ ବିଶେଷ କରି କେଉଁ
ଲକ୍ଷ୍ୟ ସମ୍ମୁଖରେ ରହୁଛି? କାହିଁକିନା ଫରିସ୍ତା ନ ହେଲେ ଦେବତା ହୋଇପାରିବ ନାହିଁ । ତେଣୁ
ବର୍ତ୍ତମାନର ସମୟ ଅନୁସାରେ ଏବଂ ନିଜର ପୁରୁଷାର୍ଥ ଅନୁସାରେ ଏବେ ତୁମମାନଙ୍କର ଲକ୍ଷ୍ୟ ହିଁ
ଫରିସ୍ତା ହେବା ଅଟେ । ତେବେ ସଂଗମଯୁଗର ସମ୍ପନ୍ନ ସ୍ୱରୂପ ହେଲା ଫରିସ୍ତାରୁ ଦେବତା ହେବା ।
ତୁମେମାନେ ତ ଫରିସ୍ତାର ପରିଭାଷାକୁ ମଧ୍ୟ ଜାଣିଛ, ଫରିସ୍ତା ଅର୍ଥାତ୍ ପୁରୁଣା ଦୁନିଆର ସମ୍ବନ୍ଧ,
ସଂସ୍କାର ଏବଂ ସଂକଳ୍ପଠାରୁ ମଧ୍ୟ ହାଲୁକା ହୋଇଥିବ । ସବୁଥିରେ ପୁରୁଣା ସଂସ୍କାର ହାଲୁକା ହୋଇଥିବ
। କେବଳ ନିଜର ସଂସ୍କାର, ସ୍ୱଭାବ ଏବଂ ସଂସାର ଠାରୁ ହାଲୁକା ପଣିଆ ନୁହେଁ, କିନ୍ତୁ ଫରିସ୍ତା
ଅର୍ଥାତ୍ ସମସ୍ତଙ୍କ ସହିତ ସମ୍ବନ୍ଧରେ ଆସିବାରେ, ସମସ୍ତଙ୍କର ସ୍ୱଭାବ ସଂସ୍କାରରେ ମଧ୍ୟ
ହାଲୁକାପଣିଆ ରହୁଥିବ । ତେବେ ଏହିଭଳି ହାଲୁକା ପଣିଆର ଚିହ୍ନ କ’ଣ? ସେହି ଫରିସ୍ତା ଆତ୍ମା
ସମସ୍ତଙ୍କର ପ୍ରିୟ ହୋଇଥିବ । କାହାର କାହାର ପ୍ରିୟ ନୁହେଁ ସମସ୍ତଙ୍କର ପ୍ରିୟ । ଯେପରି
ବ୍ରହ୍ମାବାବାଙ୍କୁ ସମସ୍ତେ ଭାବୁଥିଲେ ଇଏ ମୋର ଅଟନ୍ତି । ମୋ’ର ବାବା କହୁଛନ୍ତି ନା । ସେହିପରି
ଫରିସ୍ତା ଅର୍ଥାତ୍ ସମସ୍ତଙ୍କର ପ୍ରିୟ । କେହି କେହି ପିଲା ଭାବୁଛନ୍ତି ଯେ ବ୍ରହ୍ମାବାବା ତ
ବ୍ରହ୍ମା ହିଁ ଥିଲେ କିନ୍ତୁ ତୁମେମାନେ ତ ନିଜ ସମାନ ବ୍ରାହ୍ମଣ ଆତ୍ମାମାନଙ୍କ ଭିତରେ ସମସ୍ତଙ୍କର
ପ୍ରିୟ ଦାଦୀଙ୍କୁ ମଧ୍ୟ ଦେଖୁଛ, ଯାହାଙ୍କୁ ସମସ୍ତେ ସ୍ନେହର ସହିତ ଅନୁଭବ କରୁଥିଲେ ଯେ ଇଏ ମୋ’ର
ଦାଦୀ ଅଟନ୍ତି । ସବୁ ଆଡର ସ୍ୱଭାବ-ସଂସ୍କାର ଭିତରେ ତଥା ଏହି ପୁରୁଣା ସଂସାର ଭିତରେ ରହି ମଧ୍ୟ
ନ୍ୟାରୀ ଏବଂ ପ୍ୟାରୀ ଥିଲେ । ସମସ୍ତେ ଅଧିକାରର ସହିତ କହୁଥିଲେ ଆମର ଦାଦୀ । ତେବେ ଏହାର କାରଣ
କ’ଣ? ନିଜେ ନିଜର ସ୍ୱଭାବ ସଂସ୍କାରରେ ହାଲୁକା ରହୁଥିଲେ, ତେଣୁ ସମସ୍ତଙ୍କୁ ଆପଣାର ପଣିଆର ଅନୁଭବ
କରାଉଥିଲେ ଏବଂ ସମସ୍ତଙ୍କ ସମ୍ମୁଖରେ ଦୃଷ୍ଟାନ୍ତ ସ୍ୱରୂପ ହୋଇଗଲେ । ଜଗଦମ୍ବାଙ୍କୁ ମଧ୍ୟ ଦେଖିଛ
କିନ୍ତୁ କେହି କେହି ଭାବୁଛନ୍ତି ସେ ତ ଜଗଦମ୍ବା ଥିଲେ ନା । କିନ୍ତୁ ଦାଦୀ ତ ତୁମର ବ୍ରାହ୍ମଣ
ପରିବାର ଭଳି ସାଥୀ ଥିଲେ, ତାଙ୍କୁ ଯଦି ତାଙ୍କର ପୁରୁଷାର୍ଥର କଥା କେହି ପଚାରୁଥିଲେ ବା
ତାଙ୍କଠାରୁ ଶୁଣୁଥିଲେ ତେବେ ତାଙ୍କ ମୁଖରେ ସର୍ବଦା ଗୋଟିଏ ହିଁ ଶବ୍ଦ ରହିଥିଲା - “ଏବେ
କର୍ମାତୀତ ହେବାର ଅଛି” । କର୍ମାତୀତ ହେବାର ଲଗନରେ ଅନ୍ୟମାନଙ୍କୁ ମଧ୍ୟ ବାରମ୍ବାର ଏହି ଶବ୍ଦ ମନେ
ପକାଇଥିଲେ । ତେଣୁ ପ୍ରତ୍ୟେକ ବ୍ରାହ୍ମଣ ଆତ୍ମାର ବର୍ତ୍ତମାନ ଲକ୍ଷ୍ୟ ଏବଂ ଲକ୍ଷଣ ବିଶେଷ ଭାବରେ
ଏହା ହିଁ ରହିବା ଦରକାର ଏବଂ ଅଛି ମଧ୍ୟ କିନ୍ତୁ କ୍ରମାନ୍ୱୟରେ ଅଛି । ତେବେ ସର୍ବଦା ଏହି ଲଗନ ରହୁ
ଯେ ଏବେ ମୋତେ ଫରିସ୍ତା ହେବାକୁ ହିଁ ପଡିବ । ଫରିସ୍ତା ଅର୍ଥାତ୍ ଏହି ସାକାର ଦେହଠାରୁ ନିଆରା
ସର୍ବଦା ଆଲୋକର ଶରୀରଧାରୀ । ଫରିସ୍ତା ଅର୍ଥାତ୍ ସର୍ବକର୍ମେନ୍ଦ୍ରିୟ ଗୁଡିକର ରାଜା ।
ବାପଦାଦା ତ ପୂର୍ବରୁ
ମଧ୍ୟ ଶୁଣାଇ ସାରିଛନ୍ତି ଯେ ସାରା ସୃଷ୍ଟି ଚକ୍ର ଭିତରେ ଏକମାତ୍ର ବାପଦାଦା ହିଁ ଅଛନ୍ତି ଯିଏକି
ଗର୍ବର ସହିତ କହୁଛନ୍ତି ଯେ ମୋ’ର ପ୍ରତ୍ୟେକ ସନ୍ତାନ ରାଜା ଅଟେ, ସ୍ୱରାଜ୍ୟ ଅଧିକାରୀ ଅଟେ । ତେଣୁ
ଫରିସ୍ତା ଅର୍ଥାତ୍ ସ୍ୱରାଜ୍ୟ ଅଧିକାରୀ । ଏହିଭଳି ସ୍ୱରାଜ୍ୟ ଅଧିକାରୀ ଆତ୍ମା ଆଲୋକର ସ୍ୱରୂପଧାରୀ
ଅଟେ । କେହି ବି ଯଦି ଏହିଭଳି ଲାଇଟ୍ର ଅର୍ଥାତ୍ ଡବଲ ହାଲୁକା ପଣିଆର ସ୍ଥିତିରେ ସ୍ଥିତ ହୋଇ କାହା
ସହିତ ବି ମିଶିବେ ତେବେ ତାଙ୍କ ମସ୍ତକରୁ ଆତ୍ମା ରୂପୀ ଜ୍ୟୋତିର ଚମକ ଚାଲିବା-ବୁଲିବା ସମୟରେ
ମଧ୍ୟ ଦେଖାଯିବ । ତେଣୁ ବର୍ତ୍ତମାନ ଏହିଭଳି ତୀବ୍ରପୁରୁଷାର୍ଥର ଲକ୍ଷ୍ୟ ଏବଂ ଲକ୍ଷଣକୁ ସଦାସର୍ବଦା
ଜାଗ୍ରତ ରଖ । ଯେପରି ବ୍ରହ୍ମାବାବାଙ୍କ ଭିତରେ ଦେଖିଥିଲ ଯେ କେହି ବି ଯଦି ତାଙ୍କ ସହିତ ମିଶୁଥିଲା
ବା ଦୃଷ୍ଟି ନେଉଥିଲା ତେବେ ତା’ ସହିତ କଥାବାର୍ତ୍ତା କରୁ କରୁ ତାଙ୍କୁ କ’ଣ ଦେଖାଯାଉଥିଲା? ଏବଂ
ଶେଷ ସମୟରେ ଅନୁଭବ କରିଲ ଯେ ବ୍ରହ୍ମାବାବା କଥାବାର୍ତ୍ତା କରୁ କରୁ ମଧ୍ୟ ମିଠା ଅଶରୀରୀ ସ୍ଥିତିରେ
ସ୍ଥିତ ହୋଇଯାଉଥିଲେ । ଚାହେଁ କେତେ ବି ସେବାର ସମାଚାର ଆସୁଥାଉ କିନ୍ତୁ ଅନ୍ୟମାନଙ୍କୁ ମଧ୍ୟ
ଗୋଟିଏ ସେକେଣ୍ଡ ଭିତରେ ଅଶରୀରୀ ପଣିଆର ଅନୁଭବ କରାଇ ଦେଉଥିଲେ । ଏହା ବ୍ୟତୀତ ଯେକୌଣସି ମୁରଲୀରେ
ମଧ୍ୟ ଚେକ୍ କର, ଦେଖିବ ବାରମ୍ବାର ମୁଁ ଅଶରୀରୀ ଆତ୍ମା ଅଟେ, ଏହିଭଳି ଆତ୍ମାର ପାଠକୁ ଗୋଟିଏ
ମୁରଲୀରେ କେତେ ଥର ମନେ ପକାଇ ଦେଇଛନ୍ତି; ତେଣୁ ଏବେ ସମୟ ଅନୁସାରେ ଛୋଟ ଛୋଟ ବିସ୍ତାରର କଥା
ଗୁଡିକ ବା ସ୍ୱଭାବ ସଂସ୍କାର କଥାଗୁଡିକ ତୁମକୁ ଅଶରୀରୀ ଅବସ୍ଥାଠାରୁ ଦୂରେଇ ଦେଉଛନ୍ତି । ତେଣୁ
ଏଥିରେ ପରିବର୍ତ୍ତନ ଆବଶ୍ୟକ ।
ତେବେ ବାପଦାଦା
ଦେଖୁଛନ୍ତି ଯେ ସେବାକ୍ଷେତ୍ରରେ ଫଳାଫଳ ତ ଭଲ ମିଳୁଛି, ସେବା କରିବା ପାଇଁ ମଧ୍ୟ ଅଧିକାଂଶ
ପିଲାଙ୍କ ଭିତରେ ଉମଙ୍ଗ-ଉତ୍ସାହ ରହିଛି । ସେଥିପାଇଁ ଯୋଜନା ମଧ୍ୟ କରିଚାଲିଛନ୍ତି, ତେଣୁ ସନ୍ଦେଶ
ଦେବାର ମଧ୍ୟ ଆବଶ୍ୟକତା ରହିଛି ଏବଂ ବାପଦାଦା ଆଜି ବି ମଧ୍ୟ ଭିନ୍ନ ଭିନ୍ନ ବର୍ଗର, ଭିନ୍ନ ଭିନ୍ନ
ସ୍ଥାନର ସେବାର ବହୁତ ଭଲ ଫଳାଫଳ ଦେଖିଛନ୍ତି କିନ୍ତୁ ସେବା କରିବା ସହିତ ଅଶରୀରୀ ପଣିଆର
ବାୟୁମଣ୍ଡଳ କମ୍ ମେହନତରେ ଅଧିକ ପ୍ରଭାବ ପକାଇଥାଏ । ଶୁଣିଥିବା କଥା ଭଲ ଲାଗିଥାଏ କିନ୍ତୁ
ବାୟୁମଣ୍ଡଳ ଦ୍ୱାରା ବା ଅଶରୀରୀ ପଣିଆର ଦୃଷ୍ଟି ଦ୍ୱାରା ଯଦି ଅନୁଭବ କରିଥାଆନ୍ତି ତେବେ ସେହି
ଅନୁଭବ ଭୁଲି ହୁଏ ନାହିଁ । ତେଣୁ ସେବା କ୍ଷେତ୍ରରେ ଏବେ ବିଶେଷ ଭାବରେ ଅଶରୀରୀ ପଣିଆର ତୀବ୍ର
ଇଚ୍ଛାକୁ ସାମିଲ୍ କର । ଶାନ୍ତିର ହେଉ, ସୁଖର ହେଉ, ଖୁସିର ହେଉ ବା ଆତ୍ମିକ ସ୍ନେହର ହେଉ, କୌଣସି
ନା କୌଣସି ଅନୁଭବ କରାଅ । ନିଜର ଚାଲିଚଳନ ଦ୍ୱାରା ସ୍ନେହର ହେଉ ବା ଆତ୍ମିକ ପ୍ରେମର ହେଉ ଯେଉଁଭଳି
ଆତିଥ୍ୟ ଦେଉଛ, ସମ୍ବନ୍ଧ ଦ୍ୱାରା ମଧ୍ୟ ଦେଉଛ ଏବଂ ପରିବାର ଦ୍ୱାରା ମଧ୍ୟ ଦେଉଛ, ତାକୁ ତ ଏଠାରୁ
ଅନୁଭବ କରି ଯାଉଛନ୍ତି କିନ୍ତୁ ଅତିନ୍ଦ୍ରିୟ ସୁଖର ଅନୁଭୂତି ସହିତ ଶାନ୍ତିର ଆତ୍ମିକ ନିଶା ଏବେ
ବାୟୁମଣ୍ଡଳ ଦ୍ୱାରା ଏବଂ ଭାଇବ୍ରେଶନ ଦ୍ୱାରା ଅନୁଭବ କରାଇବା ଉପରେ ବିଶେଷ ଧ୍ୟାନ ଦିଅ । କୌଣସି
ନା କୌଣସି ବିଶେଷ ଅନୁଭବ କରାଅ । ଯେପରି ତୁମର ବ୍ୟବସ୍ଥା ଗୁଡିକୁ ଦେଖି ପ୍ରଭାବିତ ହୋଇଯାଉଛନ୍ତି,
ପାରିବାରିକ ସ୍ନେହର ଏଭଳି ବ୍ୟବସ୍ଥା ଅନ୍ୟ କେଉଁଠି ବି ମିଳିବ ନାହିଁ, ସେହିଭଳି ଏବେ କୌଣସି ନା
କୌଣସି ଶକ୍ତିର ବା ପ୍ରାପ୍ତିର ଅନୁଭବ କରିଯାଆନ୍ତୁ । ଏବେ ତ ୭୦-୭୨ ବର୍ଷ ପୂରଣ ହେବାକୁ ଯାଉଛି,
ଏତେ ସମୟର ଫଳାଫଳରେ କ’ଣ ଦେଖିଲ! ମେହନତ ତ କରିଛ କିନ୍ତୁ ଏବେ ପର୍ଯ୍ୟନ୍ତ ବ୍ରହ୍ମାକୁମାରୀମାନେ
ଭଲ କାମ କରୁଛନ୍ତି, ବ୍ରହ୍ମାକୁମାରୀ ମାନଙ୍କର ଜ୍ଞାନ ଭଲ, କିନ୍ତୁ ଜ୍ଞାନ ଦେବାବାଲା କିଏ?
ସେମାନଙ୍କୁ ଚଲାଇବାବାଲା କିଏ, ଏମାନଙ୍କୁ ଶକ୍ତିଦେବାବାଲା କିଏ? ତୁମମାନଙ୍କଠାରୁ ବାବା ଶବ୍ଦ
ଶୁଣି କହୁଛନ୍ତି ଏମାନଙ୍କର ଜଣେ ବାବା ଅଛନ୍ତି, କିନ୍ତୁ ସେ ହିଁ ମୋର ବାବା ଅଟନ୍ତି, ଏହିଭଳି
କହିବା ଅର୍ଥାତ୍ ବାବାଙ୍କର ପ୍ରତ୍ୟକ୍ଷତା ହେବା, ତାହା ଏବେ ଗୁପ୍ତ ରୂପରେ ଅଛି । ବାବା ବାବା ତ
କହୁଛନ୍ତି କିନ୍ତୁ ମୋ’ର ବାବା, ମୁଁ ବାବାଙ୍କର ଏହି ଶବ୍ଦ କୋଟିକ ଭିତରେ କେହି କେହିଙ୍କ ମୁଖରୁ
ବାହାରୁଛି ।
ତେବେ ଏହି ସଂଗମଯୁଗର
ଲକ୍ଷ୍ୟ କ’ଣ? ଆମ ସମସ୍ତ ଆତ୍ମାମାନଙ୍କର ପିତା ଆସିଯାଇଛନ୍ତି, ସମ୍ପତ୍ତି ତ ପିତାଙ୍କ ଦ୍ୱାରା
ମିଳିବ ନା! ସେହିଭଳି ପ୍ରଭାବର ବାୟୁମଣ୍ଡଳ ଫରିସ୍ତା ଅବସ୍ଥା ଦ୍ୱାରା ହିଁ ଚାରିଆଡେ ବିଚ୍ଛୁରିତ
ହେବ । ଏମାନଙ୍କର ଦୃଷ୍ଟିରୁ ଲାଇଟ୍ ମିଳୁଛି, ଏମାନଙ୍କର ଦୃଷ୍ଟିରେ ଆତ୍ମିକ ଶକ୍ତିର ଲାଇଟ୍
ଦେଖାଯାଉଛି, ଏହିଭଳି ମଧ୍ୟ କହୁଛନ୍ତି ତେଣୁ, ଏବେ ତୀବ୍ର ପୁରୁଷାର୍ଥ କରିବାର ଏହି ଲକ୍ଷ୍ୟ ରଖ
ଯେ ମୁଁ ଡବଲ ଲାଇଟ୍, ଫରିସ୍ତା ଅଟେ । ଚାଲିବା ବୁଲିବା ସମୟରେ ଫରିସ୍ତା ସ୍ୱରୂପର ଅନୁଭୂତିକୁ
ବତାଅ । ଅଶରୀରୀ ପଣିଆର ଅନୁଭବକୁ ବଢାଅ । ଗୋଟିଏ ସେକେଣ୍ଡ ଭିତରେ ଯେକୌଣସି ସଂକଳ୍ପକୁ ସମାପ୍ତ
କରିବାରେ, ସ୍ୱଭାବ ସଂସ୍କାରରେ ଡବଲ ଲାଇଟ୍ ରୁହ । କେହି କେହି ପିଲା କହୁଛନ୍ତି ମୁଁ ତ ହାଲୁକା
ସ୍ଥିତିରେ ହିଁ ରହୁଛି କିନ୍ତୁ ମୋତେ ଅନ୍ୟମାନେ ଜାଣିନାହାଁନ୍ତି । କିନ୍ତୁ ଏହିଭଳି ଡବଲଲାଇଟ୍
ଫରିସ୍ତାର ଲାଇଟ୍ କ’ଣ ଲୁଚି ରହିପାରିବ? ଛୋଟିଆ ସ୍ଥୂଳ ଲାଇଟ୍ ଟର୍ଚ୍ଚ ହେଉ ବା ଡିଆସିଲି କାଠିର
ଲାଇଟ୍ ହେଉ କେଉଁଠି ବି ଜଳିଲେ ଲୁଚି ରହିପାରିବ ନାହିଁ, ପୁଣି ଏହା ତ ଆତ୍ମିକ ଶକ୍ତିର ଲାଇଟ୍,
ତେଣୁ ନିଜର ବାୟୁମଣ୍ଡଳ ଦ୍ୱାରା ସେମାନଙ୍କୁ ଅନୁଭବ କରାଅ ଯେ ଏମାନେ କିଏ! ଚାହେଁ ଜଗଦମ୍ବା
ହୁଅନ୍ତୁ ବା ଦାଦୀ ହୁଅନ୍ତୁ କେବେ କେହି କହି ନାହାଁନ୍ତି ଯେ ମୋତେ ଏମାନେ ଜାଣିନାହାଁନ୍ତି ।
ନିଜର ସ୍ଥିତିର ବାୟୁମଣ୍ଡଳ ଦ୍ୱାରା ସେମାନେ ସମସ୍ତଙ୍କର ପ୍ରିୟ ହୋଇଥିଲେ, ସେଥିପାଇଁ ଦାଦୀଙ୍କର
ଉଦାହରଣ ଦିଆଯାଉଛି, କାହିଁକି ନା ବ୍ରହ୍ମାବାବାଙ୍କ ପାଇଁ ତ ଭାବୁଛନ୍ତି ତାଙ୍କ ଭିତରେ ତ ଶିବବାବା
ଥିଲେ, ପୁଣି ଶିବବାବାଙ୍କ ପାଇଁ ମଧ୍ୟ ଭାବୁଛନ୍ତି ସେ ତ ନିରାକାର ହିଁ ଅଟନ୍ତି, ନିଆରା ମଧ୍ୟ ଏବଂ
ନିରାକାର ମଧ୍ୟ, ଆମେ ତ ସ୍ଥୂଳ ଶରୀରଧାରୀ ଅଟୁ । ଏତେ ବଡ ସଂଗଠନ ଭିତରେ ରହୁଛୁ, ସମସ୍ତଙ୍କର ଅଲଗା
ଅଲଗା ସଂସ୍କାର ଭିତରେ ରହୁଛୁ । ତେବେ ସଂସ୍କାରକୁ ମିଶାଇବା ଅର୍ଥାତ୍ ଫରିସ୍ତା ହେବା । ଭିନ୍ନ
ଭିନ୍ନ ସଂସ୍କାରକୁ ଦେଖି କେତେକ ପିଲା ନିରାଶ ମଧ୍ୟ ହୋଇଯାଉଛନ୍ତି, ବାବା ବହୁତ ଭଲ, ବ୍ରହ୍ମାବାବା
ବହୁତ ଭଲ, ଜ୍ଞାନ ବହୁତ ଭଲ, ପ୍ରାପ୍ତି ଗୁଡିକ ମଧ୍ୟ ବହୁତ ଭଲ କିନ୍ତୁ ସଂସ୍କାର-ସ୍ୱଭାବକୁ
ମିଶାଇବା ଅର୍ଥାତ୍ ସମସ୍ତଙ୍କର ପ୍ରିୟ ହେବା । କାହାର କାହାର ପ୍ରିୟ ନୁହେଁ, କାହିଁକି ନା କେହି
କେହି ପିଲା କହୁଛନ୍ତି ବିଶେଷତାକୁ ଦେଖି ମଧ୍ୟ କାହା କାହା ପ୍ରତି ସ୍ନେହ ଆସିଯାଉଛି । ୟାଙ୍କର
ଭାଷଣ କରିବା ବହୁତ ଭଲ, ଏହାଙ୍କ ଭିତରେ ଅମୁକ ବିଶେଷତା । ବହୁତ ଭଲ ରହିଛି । ବାଣୀ ବହୁତ ଭଲ....
ତେବେ ଫରିସ୍ତା ହେବାରେ ମଧ୍ୟ ଏହି ସବୁ ବିଘ୍ନ ଆସିଥାଏ । ଯଦିଓ ଅନ୍ୟମାନଙ୍କୁ ନିଜର ପ୍ରିୟ
ହେବାକୁ ଦିଅ କିନ୍ତୁ ମୁଁ ଆତ୍ମା ସମସ୍ତଙ୍କଠାରୁ ନିଆରା ଅଟେ, ଏହିଭଳି ନିଆରା ସ୍ଥିତି ଦ୍ୱାରା
ନିଜର ପ୍ରିୟ ଆତ୍ମା ପ୍ରସ୍ତୁତ କର । ନିଜର ବିଶେଷତା ଦ୍ୱାରା ନୁହେଁ । ତାଙ୍କର ଏହି ଗୁଣଟି ମୋତେ
ବହୁତ ଭଲ ଲାଗେ, ହୁଏ ତ ସେହି ଗୁଣକୁ ଧାରଣ କରିପାର କିନ୍ତୁ ସେହି କାରଣରୁ କାହାର ପ୍ରିୟ ହେବା
ଠିକ୍ ନୁହେଁ । ଫରିସ୍ତା ସମସ୍ତଙ୍କର ପ୍ରିୟ ଅଟେ । ସମସ୍ତେ କୁହନ୍ତୁ ଇଏ ମୋ’ର ଅଟନ୍ତି,
ସମସ୍ତଙ୍କୁ ଆପଣା ପଣିଆର ଅନୁଭବ ହେଉ । ଏହିଭଳି ଫରିସ୍ତା ଅବସ୍ଥାକୁ ପ୍ରାପ୍ତ କରିବା ପାଇଁ ଦୁଇଟି
କଥା ବିଘ୍ନ ପକାଇଥାଏ । ଗୋଟିଏ ହେଲା ଦେହଭାନ୍ ଅର୍ଥାତ୍ ଦୈହିକ ଚେତନା, ତା’ର ଅନୁଭବ ତ
ସମସ୍ତଙ୍କର ଅଛି, ଯାହାଦ୍ୱାରା ୬୩ ଜନ୍ମର ଦେହ-ଅଭିମାନ ପ୍ରକଟ ହୋଇଯାଏ ଏବଂ ଦ୍ୱିତୀୟଟା ହେଲା
ଦେହ ଅଭିମାନ, ଦେହଭାନ ଏବଂ ଦେହ ଅଭିମାନ, ଜ୍ଞାନମାର୍ଗରେ ଯେତେଯେତେ ଆଗକୁ ବଢିଥାଆନ୍ତି, ସେହି
ଅନୁସାରେ ନିଜ ପ୍ରତି ମଧ୍ୟ କେବେ କେବେ ଦେହ ଅଭିମାନ ଆସିଯାଏ ଏବଂ ସେହି ଅଭିମାନ ତଳକୁ ଖସାଇ
ଦେଇଥାଏ, ତେବେ ଦେହ-ଅଭିମାନ ମଧ୍ୟ କ’ଣ ଆସିଥାଏ? ଯାହା ବି କିଛି ବିଶେଷତା ରହିଛି, ସେହି ବିଶେଷତା
କାରଣରୁ ମଧ୍ୟ ଅଭିମାନ ରହିଥାଏ, ମୁଁ କ’ଣ କମ୍ କି, ମୋର ଭାଷଣ ସମସ୍ତଙ୍କୁ ପସନ୍ଦ ହେଉଛି । ମୋ’ର
ସେବାର ପ୍ରଭାବ ପଡୁଛି ବା କୌଣସି ବି କଳା ଯେପରି ମୋ’ର କୋର୍ସ କରାଇବା ବହୁତ ଭଲ । କୌଣସି ନା
କୌଣସି ଜ୍ଞାନରେ ଆଗକୁ ବଢିବାରେ ବା ସେବାରେ ଆଗକୁ ବଢିବାରେ ଏହିଭଳି ଅଭିମାନ ନିଜ ପ୍ରତି ମଧ୍ୟ
ଆସିଥାଏ ଏବଂ ଅନ୍ୟମାନଙ୍କର ଗୁଣ ବା କଳା ବା ବିଶେଷତା ପ୍ରତି ମଧ୍ୟ ଆକର୍ଷଣ ଆସିଯାଏ । କିନ୍ତୁ
ଏଥିରେ କିଏ ମନେ ପଡିବ । ଦେହଭାନ ହିଁ ମନେ ପଡିବ ନା, ଅମୁକ ଭଲ ବୁଦ୍ଧିମାନ ଅଟେ, ମୋ’ର
ହ୍ୟାଣ୍ଡଲିଙ୍ଗ୍ ବହୁତ ଭଲ, ଏହିଭଳି ଅଭିମାନ ସେବାରେ ବା ପୁରୁଷାର୍ଥରେ ଆଗକୁ ବଢିବା ବାଲାଙ୍କ
ଭିତରେ ମଧ୍ୟ ଅଭିମାନ ରୂପରେ ଆସିଥାଏ । ତେଣୁ ଏହାକୁ ମଧ୍ୟ ଚେକ୍ କରିବ ଏବଂ ଅଭିମାନବାଲା ଆତ୍ମାର
ଅଭିମାନକୁ ଚେକ୍ କରିବାର ସାଧନ ହେଲା ତାଙ୍କୁ ଯଦି କେହି ଟିକିଏ ବି ଅପମାନ ଦେଲା, ତା’ର ବିଚାରର,
ତା’ର ମତାମତର, ତା’ର କଳାର ବା ତା’ର ହ୍ୟାଣ୍ଡଲିଙ୍ଗର ଅପମାନ ତାଙ୍କୁ ବହୁତ ଶୀଘ୍ର ଅନୁଭବ
ହୋଇଥାଏ । ଯଦି ଅପମାନର ଅନୁଭବ ହେଲା ତେବେ ତା’ର ସୂକ୍ଷ୍ମ ଲକ୍ଷଣ ହେଲା କ୍ରୋଧର ଅଂଶ ଜନ୍ମ ନିଏ,
ଯାହାକୁ ରୋବ ବା ହାକିମ୍ ଦେଖାଇବା କୁହାଯାଏ ଯାହାକି ଫରିସ୍ତା ହେବା ପାଇଁ ଦିଏ ନାହିଁ । ତେଣୁ
ବର୍ତ୍ତମାନର ସମୟ ଅନୁସାରେ ବାପଦାଦା ପୁଣି ଥରେ ମନେ ପକାଇ ଦେଉଛନ୍ତି, ନିଜର ସଂଗମଯୁଗର ଅନ୍ତିମ
ସ୍ୱରୂପ ଫରିସ୍ତା ସ୍ୱରୁପକୁ ଏବେ ନିଜ ଜୀବନରେ ପ୍ରତ୍ୟକ୍ଷ କର, ସାକାରରେ ଆଣ । ତେବେ ଫରିସ୍ତା
ହେବା ଦ୍ୱାରା ଅଶରୀରୀ ହେବା ବହୁତ ସହଜ ହୋଇଯିବ । ତେଣୁ ନିଜର ଚେକିଙ୍ଗ୍ କର ଯେ ନିଜର ବିଶେଷତା
ପ୍ରତି ବା ଅନ୍ୟ କାହାର ବିଶେଷତା ପ୍ରତି ସୂକ୍ଷ୍ମ ରୂପରେ ମଧ୍ୟ କୌଣସି ଆକର୍ଷଣ ବା ଅଭିମାନ ନାହିଁ
ତ? ତେବେ ଅନେକ ପିଲାଙ୍କର ଅବସ୍ଥା ଛୋଟ ଛୋଟ କଥାରେ ମଧ୍ୟ ତଳ ଉପର ହୋଇଯାଉଛି । ଦିଲଖୁସ୍,
ଚେହେରା ଖୁସ ରହିବା ପରିବର୍ତ୍ତେ ଚିନ୍ତାବାଲା ଚେହେରା ବା ଚିନ୍ତନବାଲା ଚେହେରା ଦେଖାଯାଉଛି ଏବଂ
ଚାଲୁଚାଲୁ ନିରାଶ ମଧ୍ୟ ହୋଇଯାଉଛନ୍ତି । ତେଣୁ ବୁଝିଲ ତ, ଏବେ ନିଜର ସଂଗମଯୁଗର ଅନ୍ତିମ ସ୍ଥିତି
ଫରିସ୍ତା ପଣିଆର ସଂସ୍କାରକୁ ପ୍ରକଟ କର । ବ୍ରହ୍ମାବାବାଙ୍କୁ ଯେପରି ଦେଖିଛ ସେହିପରି ଫଲୋଫାଦର ତ
କରିବ ନା । ଶେଷ ସମୟରେ ଅନେକ ପିଲାଙ୍କର ଅନୁଭବ ଅଛି, କଥା କହୁ କହୁ ବା ସମାଚାର ଶୁଣାଇବା ଭିତରେ
ସମାଚାର ଶୁଣିବା ଠାରୁ ଉର୍ଦ୍ଧ୍ଵରେ ବା ଶବ୍ଦଠାରୁ ଉର୍ଦ୍ଧ୍ଵରେ ରହିବାର ସ୍ଥିତିର ଅନୁଭବ
କରୁଥିବାର ଦେଖିଛନ୍ତି । କେହି କେହି ବାବାଙ୍କୁ ଅନେକ କଥାର ସମାଚାର ଶୁଣାଇବା ପାଇଁ ବହୁତ ଯୋଜନା
କରି ଆସିଥାଆନ୍ତି, ଏକଥା କହିବି, ସେକଥା କହିବି, ଏକଥା ପଚାରିବି.... କିନ୍ତୁ ସମ୍ମୁଖକୁ
ଆସିବାବେଳକୁ କ’ଣ କହିବାର ଥିଲା ଭୁଲିଯାଆନ୍ତି । ତେଣୁ ଏହା ହିଁ ହେଉଛି ଫରିସ୍ତା ଅବସ୍ଥା । ତେବେ
ଆଜି କେଉଁ ପାଠକୁ ପକ୍କା କରିଲ? ମୁଁ କିଏ? ଫରିସ୍ତା । କୌଣସି କଥା ପ୍ରତି ବା କାହାର ବିଶେଷତା
ପ୍ରତି ବା ନିଜର ବିଶେଷତା ପ୍ରତି, ଦେହ ଅଭିମାନଠାରୁ ଉର୍ଦ୍ଧ୍ୱରେ ଡବଲ ଲାଇଟ୍ ଫରିସ୍ତା ସ୍ଥିତିରେ
ରୁହ, କାହିଁକି ନା ଫରିସ୍ତା ନ ହେଲେ ଦେବତା ଜନ୍ମରେ ଉଚ୍ଚ ପଦ ମିଳିବ ନାହିଁ । ସତ୍ୟଯୁଗରେ ତ
ଆସିଯିବ କାହିଁକି ନା ସନ୍ତାନ ହୋଇଯାଇଛ, ତେଣୁ ସମ୍ପତ୍ତି ତ ମିଳିବ କିନ୍ତୁ ଶ୍ରେଷ୍ଠ ପଦ ନୁହେଁ
। ତେବେ ଯାହା ପ୍ରତିଜ୍ଞା କରିଛ ସର୍ବଦା ସାଥୀରେ ରହିବୁ, ଏକାସାଥୀରେ ରାଜ୍ୟ କରିବୁ, ସିଂହାସନ
ଉପରେ ଯଦିଓ ନ ବସ କିନ୍ତୁ ରାଜ୍ୟ ଅଧିକାରୀ ତ ହୁଅ, ସେଠିକାର ରାଜ୍ୟ ସଭାକୁ ତ ଦେଖିଛ ନା ।
ଯେଉଁମାନେ ବି ରାଜ୍ୟ ସଭାର ଅଧିକାରୀ ହୋଇଥାଆନ୍ତି, ସେମାନେ ତିଳକ ଏବଂ ମୁକୁଟଧାରୀ ହୋଇଥାଆନ୍ତି
। ରାଜ୍ୟ ଶାସନ କରିବାର ଚିହ୍ନ ହେଲା ତିଳକ ଏବଂ ମୁକୁଟ । ତେଣୁ ବହୁତ ସମୟରୁ ସ୍ୱରାଜ୍ୟ ଅଧିକାରୀ
ହେବାକୁ ପଡିବ, ମଝିରେ ମଝିରେ ନୁହେଁ । ବହୁତ ସମୟର ସ୍ୱରାଜ୍ୟ ଅଧିକାରୀ ସିଂହାସନ ଉପରେ ହୁଏତ ବସି
ନ ପାରନ୍ତି କିନ୍ତୁ ରାଜକୀୟ ପରିବାରର ଅଧିକାରୀ ହୋଇଯାଆନ୍ତି । ଆଚ୍ଛା!
ଆଚ୍ଛା, ଆଜି ଯେଉଁମାନେ
ପ୍ରଥମ ଥର ଆସିଛନ୍ତି ସେମାନେ ଉଠ । ଆଚ୍ଛା ସଭାର ତିନିଭାଗ ପିଲା ତ ଉଠି ଛିଡା ହୋଇଛନ୍ତି । ଆଚ୍ଛା
ଯେଉଁମାନେ ବି ପ୍ରଥମ ଥର ଆସିଛନ୍ତି, ସେମାନଙ୍କୁ ବାବାଙ୍କ ସହିତ ସାକାରରେ ପ୍ରଥମ ଥର ମିଶିବାର
ଏବଂ ଜନ୍ମଦିନର ଅଭିନନ୍ଦନ । ବାପଦାଦା ଆସିଥିବା ସବୁ ପିଲାମାନଙ୍କୁ ଏହି ବରଦାନ ଦେଉଛନ୍ତି ଯେ
ଆସିଛ ଯଦିଓ ଅତି ବିଳମ୍ବରେ କିନ୍ତୁ ନୂଆ କରି ଆସିଥିବା ପିଲାମାନଙ୍କ ପ୍ରତି ଗୋଟିଏ ବିଶେଷ ବରଦାନ
ହେଲା ଯେ କେବେ ବି ଏଭଳି ସଂକଳ୍ପ କରିବ ନାହିଁ ଯେ ଆମେ କିପରି ଆଗକୁ ଯାଇପାରିବୁ? ତେବେ ଠୁଲେଟ୍
ଅର୍ଥାତ୍ ଅତି ବିଳମ୍ବରେ ଆସିଥିବା ପିଲାମାନଙ୍କୁ, ବାପଦାଦା ଏବେ ତ ତୁମେମାନେ କେବଳ ବିଳମ୍ବରେ
ଆସିଛ, ଅତି ବିଳମ୍ବରେ ଆସି ନାହଁ, ଏବେ ତୁମ ସମସ୍ତଙ୍କୁ ବିଶେଷ କରି ବାପଦାଦା ଏବଂ ନିମିତ୍ତ
ହୋଇଥିବା ବ୍ରାହ୍ମଣ ପରିବାରର ଭାଇଭଉଣୀମାନଙ୍କର ବିଶେଷ ସହଯୋଗର ଭାବନା ରହିଛି ଯେ ତୁମେମାନେ ଯଦି
ଏହି ଅଳ୍ପ ସମୟକୁ ଅର୍ଥାତ୍ ଗୋଟିଏ ଗୋଟିଏ ସେକେଣ୍ଡକୁ ସଫଳ କରିବାର ସଂକଳ୍ପ କରିବ, କାହିଁକିନା
ଅଳ୍ପ ସମୟ ଭିତରେ ବହୁତ କିଛି ପାଇବାର ଅଛି, ତେଣୁ ଗୋଟିଏ ସେକେଣ୍ଡ ମଧ୍ୟ ବ୍ୟର୍ଥରେ ନଷ୍ଟ
କରିବାର ନାହିଁ, ସର୍ବଦା କର୍ମଯୋଗୀ ହୋଇ ଚାଲିବାକୁ ପଡିବ, କର୍ମକୁ ତ ଛାଡିବାର ନାହିଁ କିନ୍ତୁ
କର୍ମ ସହିତ ଯୋଗକୁ ସାମିଲ କରି କର୍ମ ଏବଂ ଯୋଗର ସନ୍ତୁଳନ ରଖିବାକୁ ହେବ । ତେବେ ଏହିଭଳି
ସନ୍ତୁଳନ ରଖି ଚାଲିବାବାଲାଙ୍କୁ ଅତିରିକ୍ତ ଆଶୀର୍ବାଦ ମଧ୍ୟ ମିଳିଥାଏ । ତେଣୁ ଯେଉଁମାନେ ମଧ୍ୟ
ଏହି ବିଳମ୍ବ ସମୟରେ ଆସିଛ, ଅତି ବିଳମ୍ବର ବୋର୍ଡ ବି ଆଗକୁ ଲାଗିବାକୁ ଯାଉଛି, ତେଣୁ ତୁମମାନଙ୍କ
ପାଇଁ ସୁଯୋଗ ଅଛି, ଅଳ୍ପ ସମୟ ଭିତରେ ବହୁତ ପୁରୁଷାର୍ଥ କରିପାରିବ । ବାପଦାଦା ମଧ୍ୟ ବରଦାନ
ହେଉଛନ୍ତି ଯେ ପିଲାମାନଙ୍କର ସାହସ ଆଧାରରେ ସାହାଯ୍ୟ ନିଶ୍ଚିତ ମିଳିବ ।
ଏବେ ଚାରିଆଡର
ପିଲାମାନଙ୍କୁ ବାପଦାଦାଙ୍କର ଆନ୍ତରିକ ଆଶୀର୍ବାଦ, ପଦ୍ମଗୁଣା ଅଭିନନ୍ଦନ ଏବଂ ଶୁଭକାମନା ।
ଆସିଥିବା ପିଲାମାନଙ୍କୁ ଏବଂ ଯେଉଁମାନେ ପତ୍ର ବା ଇମେଲ୍ ପଠାଇଛନ୍ତି ସେମାନଙ୍କର ୟାଦପ୍ୟାର
ଗୋଟିଏ ସେକେଣ୍ଡଠାରୁ ମଧ୍ୟ କମ ସମୟ ମଧ୍ୟରେ ବାପଦାଦାଙ୍କ ପାଖରେ ପହଞ୍ଚିଯାଉଛି, ସେମାନଙ୍କୁ
ମଧ୍ୟ ଏବଂ ବାପଦାଦାର ତୃଷାର୍ତ୍ତ ଆତ୍ମାମାନେ ଏବଂ ବନ୍ଧନରେ ରହୁଥିବା ମାତାମାନେ ଯେଉଁମାନେକି
ମାଡକୁ ମଧ୍ୟ ଗଳାର ହାର କରିଦେଉଛନ୍ତି, ଏହିଭଳି ଆତ୍ମାମାନଙ୍କୁ ମଧ୍ୟ ୟାଦପ୍ୟାର ଏବଂ ନୂଆ ନୂଆ
ସ୍ନେହୀ ଆତ୍ମାମାନେ ଯେଉଁମାନେ ଏବେ ବାହାରୁଛନ୍ତି, କିନ୍ତୁ କମ ଅଛନ୍ତି, ତେବେ ସ୍ନେହୀ ସହିତ
ସହଯୋଗୀ ଅର୍ଥାତ୍ ଡବଲ ହେବା ଉଚିତ୍ । ଚାରିଆଡର ସମସ୍ତ ଯୁବକ, ବୃଦ୍ଧ, ଛୋଟ ପିଲାମାନେ, ମାତାମାନେ,
ପାଣ୍ଡବମାନେ ସମସ୍ତଙ୍କୁ ଶୁଭକାମନା, ଅଭିନନ୍ଦନ, ଅଭିନନ୍ଦନ, ଅଭିନନ୍ଦନ । ଆଚ୍ଛା!
ବରଦାନ:-
ସାକାର ଏବଂ
ନିରାକାର ପିତାଙ୍କର ସଂଗ ଦ୍ୱାରା ପ୍ରତ୍ୟେକ ସଂକଳ୍ପରେ ବିଜୟୀ ହେଉଥିବା ସଦାସଫଳତା ମୂରତ ଭବ ।
ଯେପରି ନିରାକାର ଆତ୍ମା
ଏବଂ ସାକାର ଶରୀର ଦୁଇଟିଯାକର ସମ୍ବନ୍ଧ ଦ୍ୱାରା ପ୍ରତ୍ୟେକ କାର୍ଯ୍ୟ କରିପାରୁଛ ସେହିପରି
ନିରାକାର ପିତା ଏବଂ ସାକାର ପିତା ଉଭୟଙ୍କୁ ସମ୍ମୁଖରେ ରଖି ପ୍ରତ୍ୟେକ କର୍ମ ବା ସଂକଳ୍ପ କରିବା
ଦ୍ୱାରା ସଫଳତାମୂରତ ହୋଇଯିବ କାହିଁକିନା ବାପଦାଦା ଯେତେବେଳେ ସମ୍ମୁଖରେ ଅଛନ୍ତି ତେବେ ନିଶ୍ଚିତ
ଭାବରେ ତାଙ୍କଠାରୁ ଯାଞ୍ଚ କରାଇ ନିଶ୍ଚୟ ଏବଂ ନିର୍ଭୟତାର ସହିତ କରିବ । ଏହାଦ୍ୱାରା ସମୟ ଏବଂ
ସଂକଳ୍ପର ସଞ୍ଚୟ ହୋଇଯିବ, କିଛି ବି ବ୍ୟର୍ଥରେ ଯିବ ନାହିଁ, ପ୍ରତ୍ୟେକ କର୍ମ ସ୍ୱତଃ ହିଁ ସଫଳ
ହେବ ।
ସ୍ଲୋଗାନ:-
ଆତ୍ମିକ ସ୍ନେହ
ସମ୍ପତ୍ତି ଠାରୁ ମଧ୍ୟ ଅଧିକ ମୂଲ୍ୟବାନ ଅଟେ, ତେଣୁ ମାଷ୍ଟର ସ୍ନେହର ସାଗର ହୁଅ ।
ଅବ୍ୟକ୍ତ ଈଶାରା:- ଏକତା
ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ । ଧର୍ମସତ୍ତାବାଲାଙ୍କ ଆଗରେ ପବିତ୍ରତାର
ଶକ୍ତିକୁ ଏବଂ ରାଜ୍ୟ ସତ୍ତା ବାଲାଙ୍କ ଆଗରେ ଏକତାର ଶକ୍ତିକୁ ପ୍ରମାଣିତ କର । ଏହି ଦୁଇଟି
ଶକ୍ତିକୁ ପ୍ରମାଣିତ କରିଦେଲେ ଈଶ୍ୱରୀୟ ସତ୍ତାର ପତାକା ବହୁତ ସହଜରେ ଉଡିପାରିବ । ଏବେ ଏହି ଦୁଇଟି
ସତ୍ତା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଯେତେ ଯେତେ ପବିତ୍ରତା ଏବଂ ଏକତାର ଶକ୍ତି ଆଧାରରେ
ସେମାନଙ୍କ ସହିତ ପାଖାପାଖି ସମ୍ପର୍କରେ ଆସିବ ସେତିକି ସେମାନେ ନିଜେ ନିଜେ ତୁମର ମହିମା ବର୍ଣ୍ଣନା
କରିବାକୁ ଲାଗିବେ ।