22.03.26    Avyakt Bapdada     Odia Murli    07.04.2009     Om Shanti     Madhuban


“କାରଣ ଶବ୍ଦଠାରୁ ମୁକ୍ତ ରହି ନିଜର ଚାଲି-ଚଳନ ଏବଂ ଚେହେରା ଦ୍ୱାରା ମୁକ୍ତି ପ୍ରଦାନ କରୁଥିବା ମୁକ୍ତିଦାତା ହୁଅ, ସେବାର ଉମଙ୍ଗ ଉତ୍ସାହିତ ସହିତ ସର୍ବଦା ବେହଦର ବୈରାଗ୍ୟ ବୃତ୍ତିରେ ରୁହ ”


ଆଜି ବାପଦାଦା ଚାରିଆଡର ପିଲାମାନଙ୍କୁ ଯେଉଁମାନେ କି ଡବଲ ମାଲିକ ଅଟନ୍ତି, ସେହିମାନଙ୍କୁ ଦେଖୁଛନ୍ତି । ଗୋଟିଏ ହେଲା ବାବାଙ୍କର ସର୍ବ ସମ୍ପତ୍ତିର ମାଲିକ ଅଟନ୍ତି, ଦ୍ୱିତୀୟରେ ନିଜର ସ୍ୱରାଜ୍ୟର ମଧ୍ୟ ମାଲିକ ଅଟନ୍ତି । ଏହି ଦୁଇଟି ମାଲିକ ପଣିଆ ବାବାଙ୍କ ଦ୍ୱାରା ପ୍ରତ୍ୟେକ ସନ୍ତାନକୁ ମିଳିଛି । ତେଣୁ ବାଳକ ମଧ୍ୟ ଅଟନ୍ତି ଏବଂ ମାଲିକ ମଧ୍ୟ ଅଟନ୍ତି । ତୁମେମାନେ ମେରା ବାବା କହିଲ ଏବଂ ବାବା ମଧ୍ୟ ମେରା ବାବା କହିଲେ, ତେଣୁ ବାଳକ ଏବଂ ମାଲିକ ଦୁଇଟି ଯାକର ଅନୁଭବ କରୁଛ ।

ଆଜି ଏହି ବର୍ଷର ଶେଷ ପାଳି ହୋଇଥିବା କାରଣରୁ ବହୁତ ବହୁତ ପିଲାମାନେ ଆସିଛନ୍ତି । ତେଣୁ ଆଜି ବାପଦାଦା ସମସ୍ତଙ୍କର ପୁରୁଷାର୍ଥକୁ ଚେକ୍ କରୁଥିଲେ । ତେବେ କୁହ, ବାବା କ’ଣ ଦେଖିଥିବେ? ସମସ୍ତେ ନିଜେ ନିଜକୁ ପଚାର ମୋ’ର ପୁରୁଷାର୍ଥର ସ୍ଥିତି କ’ଣ? ବାପଦାଦା ତ ସବୁ ପିଲାଙ୍କୁ ଦେଖି ଖୁସି ମଧ୍ୟ ହୋଇଛନ୍ତି କିନ୍ତୁ ସମସ୍ତଙ୍କ ପ୍ରତି ବାବାଙ୍କର ଗୋଟିଏ ଆଶା ରହିଛି, କହିବୁ ତାହା କ’ଣ? ବାବାଙ୍କର ଆଶାକୁ ପୂର୍ଣ୍ଣ କରିବ ନା! ମାତ୍ର ଗୋଟିଏ ହିଁ ଆଶା, କହିବୁ? ତେବେ ହାତ ଉଠାଅ, ଯେଉଁମାନେ ଆଶାକୁ ପୂର୍ଣ୍ଣ କରିବେ! ବହୁତ ଭଲ କଥା । ବହୁତ ଛୋଟିଆ ଆଶା, ତାହା ହେଲା ଆଜିଠାରୁ ଗୋଟିଏ ଶବ୍ଦକୁ ପରିବର୍ତ୍ତନ କର, ତାହା କେଉଁ ଶବ୍ଦ? ଯାହାକି ବାରମ୍ବାର ତୁମକୁ ତଳକୁ ନେଇ ଆସୁଛି, ସେହି ଶବ୍ଦଟି ହେଲା -”କାରଣ” । ଏହି କାରଣ ଶବ୍ଦକୁ ପରିବର୍ତ୍ତନ କରି ନିବାରଣ ଶବ୍ଦକୁ ସଦାକାଳ ପାଇଁ ଧାରଣ କର କାହିଁକିନା ଏବେ ତୁମମାନଙ୍କର ସେବା ମଧ୍ୟ କ’ଣ? ବିଶ୍ୱର ଆତ୍ମାମାନଙ୍କର ବା ସମସ୍ତଙ୍କର ସମସ୍ୟାର କାରଣକୁ ନିବାରଣ କରି ସେମାନଙ୍କୁ ପରମଧାମକୁ ନେଇଯିବାକୁ ହେବ, କାହିଁକିନା ତୁମେ ସମସ୍ତେ ମୁକ୍ତିଦାତା ଅଟ । ଯେହେତୁ ଅନ୍ୟମାନଙ୍କୁ ମଧ୍ୟ ମୁକ୍ତି ପ୍ରଦାନ କରିବାବାଲା ଅଟ, ତେଣୁ ନିଜର କାରଣକୁ ନିବାରଣ କରିଲେ ଯାଇ ତ ଅନ୍ୟମାନଙ୍କୁ ମୁକ୍ତି ପ୍ରଦାନ କରାଇ ପାରିବ ବା ମୁକ୍ତିଧାମକୁ ପଠାଇ ପାରିବ । ତେଣୁ ଏହି ଗୋଟିଏ ଶବ୍ଦକୁ ଅଲଗା କରିଦେବା ମୁଶକିଲ ନା ସହଜ? ବିଚାର କର ।

ଆଜି ଯେଉଁମାନେ ବି ଆସିଛନ୍ତି ବା ନିଜ ନିଜ ସ୍ଥାନରେ ବସି ଦେଖୁଛନ୍ତି ବା ଶୁଣୁଛନ୍ତି, ସମସ୍ତଙ୍କଠାରୁ ବାପଦାଦା ଏହି ଗୋଟିଏ ଶବ୍ଦର ପରିବର୍ତ୍ତନ ଚାହୁଁଛନ୍ତି, କାହିଁକିନା କାରଣ ଶବ୍ଦ ହିଁ ତୁମକୁ ତଳକୁ ନେଇଆସୁଛି । କାରଣ ଭିତରେ ହିଁ ଅଧାକଳ୍ପ ରହିଲ, ଏବେ ନିବାରଣ କରିବାର ସମୟ । ନିବାରଣ ସହିତ ନିର୍ବାଣ ଅର୍ଥାତ୍ ମୁକ୍ତି । ତେଣୁ ଆଜି ବାବାଙ୍କୁ ଏହି ଶବ୍ଦଟିକୁ ଦେବାର ସାହସ ଅଛ ତ? ଶେଷ ପାଳି ଅଟେ ନା । ତେଣୁ ସମସ୍ତେ ବଡ ଉମଙ୍ଗ-ଉତ୍ସାହରେ ଆସିଛନ୍ତି ଏବଂ ବାପଦାଦା ପ୍ରତ୍ୟେକଙ୍କୁ ଅଭିନନ୍ଦନ ଦେଉଛନ୍ତି । ଶୋଇବାରେ, ଭୋଜନ କରିବାରେ ଅସୁବିଧା ମଧ୍ୟ ହେଉଛି କିନ୍ତୁ ସମସ୍ତେ ବଡ ସ୍ନେହର ସହିତ, ସ୍ନେହ ରୂପକ ବିମାନରେ ବସି ମଧୁବନରେ ପହଞ୍ଚି ଯାଇଛନ୍ତି । ବାପଦାଦା ସମସ୍ତଙ୍କର ସ୍ନେହକୁ ଦେଖି ସମସ୍ତଙ୍କୁ ପଦ୍ମଗୁଣା ଆନ୍ତିରିକ ସ୍ନେହ, ଦେଉଛନ୍ତି । କିନ୍ତୁ ସ୍ନେହରେ ତୁମେମାନେ କ’ଣ କରିଥାଅ? ଯାହା ପ୍ରତି ସ୍ନେହ ଥାଏ ତା’କୁ କିଛି ନା କିଛି ସ୍ନେହପୂର୍ଣ୍ଣ ଉପହାର ମଧ୍ୟ ଦେଇଥାଅ । ତେଣୁ ଆଜି ଉପହାର ରୂପରେ ବାପଦାଦା ଏହି କାରଣ ଶବ୍ଦକୁ ନେଇ ଯିବା ପାଇଁ ଚାହୁଁଛନ୍ତି । ତେବେ ବାପଦାଦାଙ୍କର ଏହି ଆଶାକୁ ପୂର୍ଣ୍ଣ କରିବା ନା! ପୁଣି ହାତ ଉଠାଅ, ଏହିଠାରେ ହିଁ ଛାଡି କରିଯିବାକୁ ହେବ । ଏଠାରୁ ଗେଟରେ ବାହାରକୁ ବାହାରିବା ବେଳକୁ କାରଣ ଶବ୍ଦ ସମାପ୍ତ ହୋଇଯାଇଥାଉ । ପୁଣି ଯଦି ଭୁଲ୍‌ରେ ଆସିବି ଯାଏ ତେବେ ବାବାଙ୍କୁ ଦେଇ ଦେଇଥିବା ଜିନିଷକୁ ଅମାନତ ମନେ କରିବ ଏବଂ ଅନ୍ୟର ଅମାନତକୁ କ’ଣ କରିଥାଆନ୍ତି? କ’ଣ ତାକୁ ଫେରସ୍ତ ନିଆଯାଏ କି? ତେଣୁ ସମସ୍ତେ ଦୃଢ ସଂକଳ୍ପ କରିଲ ତ? କରିଲ ତ? ପୁଣି ଥରେ ହାତ ଉଠାଅ । ପଛବାଲା ହାତ ଉଠାଅ (ଆଜି ଶାନ୍ତିବନରେ ପ୍ରାୟ ୨୯ ହଜାର ଭାଇ ଭଉଣୀ ଭିତରେ ଏବଂ ବାହାରେ ବସି ମୁରଲୀ ଶୁଣୁଛନ୍ତି ଏବଂ ସମସ୍ତେ ହାତ ହଲାଉଛନ୍ତି) ଆଚ୍ଛା, ବହୁତ ଭଲ, କାହିଁକିନା ଏବେ ସମୟ ଅନୁସାରେ ତୁମମାନଙ୍କ ପାଖରେ ଧାଡି ଲାଗିବ । କ’ଣ ପାଇଁ ଧାଡି ଲାଗିବ? ହେ ମୁକ୍ତିଦାତା ମୁକ୍ତିଦିଅ । ତେଣୁ ହେ ମୁକ୍ତିଦେବାଲା ମୁକ୍ତିଦାତା ଯଦି ପ୍ରଥମେ ତୁମେମାନେ ଏହି ଗୋଟିଏ ଶବ୍ଦଠାରୁ ମୁକ୍ତ ହୋଇଯିବ ତେବେ ଯାଇ ଅନ୍ୟମାନଙ୍କୁ ମୁକ୍ତି ଦେଇପାରିବ ।

ତେଣୁ ଏବେ ବାପଦାଦା ଚାହୁଁଛନ୍ତି ଯେ ଏହି ବର୍ଷର ହୋମୱାର୍କ ଏହା ରହୁ ଯେ ମୋତେ ମୁକ୍ତ ହୋଇ ଅନ୍ୟମାନଙ୍କୁ ମୁକ୍ତି ପ୍ରାପ୍ତ କରାଇବାକୁ ହିଁ ହେବ କାହିଁକିନା ସମସ୍ୟାଗୁଡିକ ଦିନକୁ ଦିନ ଆହୁରି ଅଧିକ ବଢିବାକୁ ଲାଗିବ । ତେଣୁ ସମସ୍ୟାଗୁଡିକ ସମାଧାନ ରୂପରେ ପରିବର୍ତ୍ତିତ ହୋଇଯାଉ । ମେହନତ ଏବଂ ସମୟ ସମସ୍ୟାଗୁଡିକୁ ସମାପ୍ତ କରିବାରେ ନ ଲାଗୁ । କ’ଣ ତୁମମାନଙ୍କୁ ତୁମର ଭକ୍ତମାନଙ୍କର ଏବଂ ସମୟର ଡାକରା ଶୁଣାଯାଉ ନାହିଁ! ତେଣୁ ଏବେ ସମୟକୁ ଦୃଷ୍ଟିରେ ରଖି କେଉଁ ପରିବର୍ତ୍ତନ କରିବା ଆବଶ୍ୟକ । ଏବେ ସମସ୍ତଙ୍କୁ ଅନୁଭବୀ ମୂରତ ହୋଇ କୌଣସି ନା କୌଣସି ଅନୁଭବ କରାଇବାର ଆବଶ୍ୟକତା ରହିଛି । ସେଥିପାଇଁ ଏବେ ବାବା ଚାହୁଁଛନ୍ତି ଯେ ତୁମମାନଙ୍କର ଚେହେରା ଏବଂ ଚାଲିଚଳନ ଏଭଳି ସ୍ପଷ୍ଟ ଦେଖାଯାଉ ଯେ ଏମାନେ ମୁକ୍ତିଦାତାଙ୍କର ସନ୍ତାନ ମୁକ୍ତି ଦେବାବାଲା ଅଟନ୍ତି । ତୁମମାନଙ୍କର ମସ୍ତକ ଦ୍ୱାରା ଚମକୁଥିବା ତାରକାର ଅନୁଭବ ହେଉ । କେବଳ ଶୁଣାଇବା ଦ୍ୱାରା ନୁହେଁ କିନ୍ତୁ ଚେହେରା ଦ୍ୱାରା ଅନୁଭବ ହେଉ, କାହିଁକିନା ଅନୁଭବ ହିଁ ଆତ୍ମାମାନଙ୍କୁ ପାଖକୁ ନେଇ ଆସିଥାଏ । ତେଣୁ ଏହିଭଳି ଅନୁଭବ ନିଜର ଚେହେରା ଦ୍ୱାରା ଏବଂ ଚାଲିଚଳନ ଦ୍ୱାରା ଦେଖାଅ । ଯେପରି ଦେଖ ବିଜ୍ଞାନର ସାଧନଗୁଡିକ ଅନୁଭବ କରାଇ ଦେଉଛନ୍ତି ନା, ଏବେ ଗରମ ସିଜିନ୍ ଚାଲିଛି, ତେଣୁ ଗରମର ଏବଂ ଥଣ୍ଡାର ଅନୁଭବ କରାଉଛନ୍ତି ନା । ଯେବେକି ସାଇନ୍‌ସ୍ ପାୱାର ଅର୍ଥାତ୍ ବିଜ୍ଞାନର ସାଧନ ଗୁଡିକ ଅନୁଭବୀ କରାଇ ପାରୁଛନ୍ତି ତେବେ କ’ଣ ସାଇଲେନ୍ସ ପାୱାର ଶକ୍ତିର ଅନୁଭବ କରାଇପାରିବ ନାହିଁ । ତେଣୁ ବାପଦାଦା ଏବେ ପିଲାମାନଙ୍କଠାରୁ ଏହି କଥା ଚାହୁଁଛନ୍ତି ଯେ ଅନୁଭବର ସ୍ଥିତିରେ ସ୍ଥିତ ରହି ନୟନ ଦ୍ୱାରା, ମସ୍ତକ ଦ୍ୱାରା କୌଣସି ନା କୌଣସି ଶକ୍ତିର ଅନୁଭବ କରାଅ । ଶୁଣିଥିବା କଥା, ଶୁଣୁଥିବା ସମୟରେ ଭଲ ଲାଗିଥାଏ କିନ୍ତୁ ଯେତେବେଳେ କୌଣସି ସମସ୍ୟା ଆସିଯାଏ ସେତେବେଳେ ତା’କୁ ଭୁଲି ଯାଆନ୍ତି କିନ୍ତୁ ଅନୁଭବକୁ ସାରା ଜୀବନ ଭୁଲି ହୁଏ ନାହିଁ ।

ତେବେ ବାପଦାଦା ଗୋଟିଏ ତ କାରଣକୁ ଦେଖିଥିଲେ ଏବଂ ଆଉ ଗୋଟିଏ ଫଳାଫଳକୁ ମଧ୍ୟ ଦେଖିଥିଲେ, ଯାହାକୁ ଦେଖି ବହୁତ ବହୁତ ଅଭିନନ୍ଦନ ମଧ୍ୟ ଦେଲେ । ତେବେ ତାହା କେଉଁ ଫଳାଫଳ? ଆଜି ପର୍ଯ୍ୟନ୍ତ ସେବାର ଉମଙ୍ଗ-ଉତ୍ସାହ ବହୁତ ଭଲ ଅଛି । ତେଣୁ ବାପଦାଦା ଅଭିନନ୍ଦନ ମଧ୍ୟ ଦେଉଛନ୍ତି । ସେବାକୁ ମଧ୍ୟ ବଢାଇ ଚାଲିଛ ଏବଂ ଭଲ ଭଲ ଯୋଜନା ସବୁ ମଧ୍ୟ କରୁଛ, ଫଳାଫଳ ମଧ୍ୟ ଯଥାଶକ୍ତି ମିଳିଯାଉଛି କିନ୍ତୁ ଆଉ ଗୋଟିଏ କଥାକୁ ଅନୁଭବ କରାଇବା ପାଇଁ ନିଜ ଉପରେ ଧ୍ୟାନ ଦେବାକୁ ପଡିବ । ଯେପରି ତୁମମାନଙ୍କର ସେବା ଏବେ ପ୍ରସିଦ୍ଧ ହେବାରେ ଲାଗିଛି, ଏହାଦ୍ୱାରା ଖୁସି ମଧ୍ୟ ଦେଉଛନ୍ତି ଏବଂ ଆଜିକାଲି ଲୋକମାନଙ୍କର ଆଗ୍ରହ ମଧ୍ୟ ବଢିବାରେ ଲାଗିଛି । ବାକି ଏବେ ଅନୁଭବ କରାଇବାର ବିଧି କ’ଣ? ତାହା ହେଲା ଉମଙ୍ଗ-ଉତ୍ସାହ ସହିତ, ଯେତିକି ଉମଙ୍ଗ ସେତିକି ସମୟ ଅନୁସାରେ ଏବେ ବେହଦର ବୈରାଗ୍ୟ ବୃତ୍ତି ମଧ୍ୟ ଆବଶ୍ୟକ । ପୁରୁଷାର୍ଥ ମାର୍ଗରେ ଯଦି କେହି ତୁମର ସମସ୍ୟା ରୂପ ହେଉଛି ତେବେ ତା’ର କାରଣ ହେଲା ବେହଦର ବୈରାଗ୍ୟ ବୃତ୍ତିରେ କମୀ । ସେଥିପାଇଁ ଏବେ ବେହଦର ବୈରାଗ୍ୟ ଆବଶ୍ୟକ କାରଣ ବେହଦର ବୈରାଗ୍ୟ ସଦାକାଳ ଚାଲିଥାଏ । ଯଦି ସମୟ ଅନୁସାରେ ବୈରାଗ୍ୟ ଆସିଥାଏ ତେବେ ସମୟ ନମ୍ବରୱାନ ହୋଇଥାଏ ଏବଂ ତୁମେ ଦ୍ୱିତୀୟ ନମ୍ବର ହୋଇଯାଅ । କାରଣ ସମୟ ତୁମକୁ ବୈରାଗ୍ୟ କରାଇଛି । ତେଣୁ ବେହଦର ବୈରାଗ୍ୟ ସଦାକାଳର ହୋଇଥାଏ । ଗୋଟିଏ ପଟେ ଉମଙ୍ଗ-ଉତ୍ସାହ, ଖୁସି ଏବଂ ଦ୍ୱିତୀୟ ପଟେ ବେହଦର ବୈରାଗ୍ୟ । ତେବେ ବେହଦର ବୈରାଗ୍ୟ ସବୁବେଳେ ନ ରହିବାର କାରଣ କ’ଣ? ବାପଦାଦା ଦେଖିଲେ ଯେ ଏହାର କାରଣ ହେଲା ଦେହ-ଅଭିମାନ । ଦେହ ଶବ୍ଦ ସବୁକଥାରେ ଆସିଥାଏ । ଯେପରି ଦେହର ସମ୍ବନ୍ଧ, ଦେହର ପଦାର୍ଥ, ଦେହର ସଂସ୍କାର, ସେହିପରି ଦେହ ଶବ୍ଦ ସବୁଥିରେ ଆସୁଛି ଏବଂ ବିଶେଷ କରି ଦେହ ଅଭିମାନ କେଉଁ କଥାରେ ଆସିଥାଏ, ଯାହାକି ଦେହୀ-ଅଭିମାନୀ ସ୍ଥିତିରୁ ଦେହ ଅଭିମାନକୁ ନେଇଆସିଥାଏ? ତାହା ଏବେ ପର୍ଯ୍ୟନ୍ତ ବାପଦାଦା ଚେକ୍ କରିଦେଖିଛନ୍ତି ଯେ ପୁରୁଣା ସଂସ୍କାର ଗୁଡିକ ହିଁ ତୁମକୁ ତଳକୁ ନେଇଆସୁଛନ୍ତି । ସଂସ୍କାର ଗୁଡିକୁ ସମାପ୍ତ ମଧ୍ୟ କରିଛ କିନ୍ତୁ କୌଣସି ନା କୌଣସି ସଂସ୍କାର ଯେପରି ସ୍ୱଭାବ ସ୍ୱାଭାବିକ ହୋଇଯାଇଛି, ସେହିପରି ଦେହୀ-ଅଭିମାନୀ ହେବାର ନେଚର ତୁମମାନଙ୍କର ନାଚରାଲ୍ ବା ସ୍ୱାଭାବିକ ହୋଇ ନାହିଁ । କହୁଛ ଆମେ ସମାପ୍ତ କରିଦେଇଛୁ କିନ୍ତୁ ମଞ୍ଜିକୁ ଭସ୍ମ କରିନାହଁ । ସେଥିପାଇଁ ସମୟ ଆସିଲେ ସେହି ଅଭିମାନର ସଂସ୍କାର ପୁଣି ଜାଗ୍ରତ ହୋଇଯାଉଛି । ତେଣୁ ଏବେ ନିଜର ଶକ୍ତିଶାଳୀ ଦେହୀ-ଅଭିମାନୀ ସ୍ଥିତିର ଶକ୍ତି ଦ୍ୱାରା ଦେହ ଅଭିମାନର ନେଚରକୁ ବଂଶ ସହିତ ନାଶ କରିବା ଆବଶ୍ୟକ, କାହିଁକିନା ପିଲାମାନେ କହୁଛନ୍ତି, ଆମେ ଚାହୁଁନାହୁଁ ଯେ କିନ୍ତୁ କେବେ କେବେ ବାହାରିଆସୁଛି । ତେବେ ସେ କାହିଁକି ବାହାରୁଛି? ଯେହେତୁ ଅଂଶ ରହିଛି, ତେଣୁ ବଂଶରେ ପରିଣତ ହୋଇ ବାହାରୁଛି । ତେଣୁ ଏବେ ଶକ୍ତି ସ୍ୱରୂପ ହେବାର ଆବଶ୍ୟକତା ରହିଛି ଏବଂ ଏହାର ଆଧାର ହେଲା ନିଜେ ନିଜକୁ ଚେକ୍ କର ଯେ କୌଣସି ବି ସ୍ୱରୂପରେ ଅଂଶମାତ୍ରରେ ମଧ୍ୟ ପୁରୁଣା ଦେହ-ଅଭିମାନର ସଂସ୍କାର ରହି ଯାଇନାହିଁ ତ? ଏବଂ ତାହା ସମାପ୍ତ ହେବ କେବଳ ବେହଦର ବୈରାଗ୍ୟ ବୃତ୍ତି ଦ୍ୱାରା । ତେବେ ତୁମମାନଙ୍କର ସେବାକୁ ଦେଖି ବା ଶୁଣି ବାପଦାଦା ଖୁସି ହେଉଛନ୍ତି କିନ୍ତୁ ଏବେ ବାବାଙ୍କର ଏହି ଇଚ୍ଛା ରହିଛି ଯେ ସେବାର ଝଲକ, ସେବାର ନିଶା ଯେପରି ଲୋକମାନଙ୍କୁ ଦେଖାଯାଉଛି, ସେବାର ଅନୁଭବ ହେଉଛି, ସେହିପରି ବେହଦର ବୈରାଗ୍ୟ ବୃତ୍ତିର ମଧ୍ୟ ପ୍ରଭାବ ଦେଖାଯାଉ କାହିଁକିନା ଆଜିକାଲି ସେବା ଦ୍ୱାରା ତୁମମାନଙ୍କର ପ୍ରଂଶସା ବଢିବ, ପ୍ରକୃତି ମଧ୍ୟ ଦାସୀ ହୋଇଯିବ । ଅନୁଭବ କରିବ ଯେ ସାଧନଗୁଡିକ ବଢୁଛି କିନ୍ତୁ ବେହଦର ବୈରାଗ୍ୟ ବୃତ୍ତି ଦ୍ୱାରା ହିଁ ସାଧନା ଏବଂ ସାଧନର ସନ୍ତୁଳନ ରହିବ । ଯେପରି ତୁମେମାନେ ଘର ଗୃହସ୍ଥରେ ରହିବାବାଲାଙ୍କୁ ଦୃଷ୍ଟାନ୍ତ ଦେଉଛ ଯେ ସବୁ କିଛି କରି ମଧ୍ୟ କର୍ମଯୋଗୀ ହୋଇ କମଳ ପୁଷ୍ପ ସମାନ ସ୍ଥିତିରେ ରୁହ । ସେହିପରି ତୁମମାନଙ୍କୁ ସେବା କରୁଥିଲେ ମଧ୍ୟ ସାଧନ ଗୁଡିକ ମିଳୁଥିଲେ ମଧ୍ୟ ସାଧନା ଏବଂ ସାଧନର ସନ୍ତୁଳନ ରହିବ । ତେଣୁ ଆଜିକାଲି ସେବା ସହିତ ବେହଦର ବୈରାଗ୍ୟ ବୃତ୍ତିର ଆଡିସନ୍ ହେବା ଆବଶ୍ୟକ । ଚାଲିବା ବୁଲିବା ସମୟରେ ମଧ୍ୟ ଅନୁଭବ କରନ୍ତୁ ଯେ ଏମାନେ ବିଶେଷ ଆତ୍ମା ଅଟନ୍ତି । କେବଳ ଯୋଗରେ ବସିବା ସମୟରେ ନୁହେଁ ବା ଭାଷଣ କରିବା ସମୟରେ ନୁହେଁ କିନ୍ତୁ ଚାଲିବା ବୁଲିବା ସମୟରେ ମଧ୍ୟ ତୁମମାନଙ୍କର ମସ୍ତକରୁ ଶାନ୍ତିର, ଶକ୍ତିର ଏବଂ ଖୁସିର ଅନୁଭୂତି ହେଉ । କାହିଁକିନା ସମୟ ଅନୁସାରେ ଏବେ ସମୟ ପରିବର୍ତ୍ତନ ହୋଇ ଚାଲିବ ।

ତେଣୁ ବାପଦାଦା ସମୟ ସମୟରେ ସଂକେତ ତ ଦେଇ ସାରିଛନ୍ତି କିନ୍ତୁ ଆଜି ବିଶେଷ କରି ବାପଦାଦା ଗୋଟିଏ ତ ବେହଦର ବୈରାଗ୍ୟ ପ୍ରତି ସଂକେତ ଦେଉଛନ୍ତି, ସେଥିପାଇଁ ଏବେ ନିଜକୁ ଚେକ୍ କରି ଦେହୀ-ଅଭିମାନୀ ହେବାରେ ଦେହ-ଅଭିମାନର ଯେଉଁ ବିଘ୍ନ ଆସୁଛି, ଅନେକ ପ୍ରକାରର ଦେହ ଅଭିମାନର ଯେଉଁ ସବୁ ଅନୁଭବ ରହିଛି, ସେଗୁଡିକୁ ପରିବର୍ତ୍ତନ କର ଏବଂ ଦ୍ୱିତୀୟ କଥାଟି ହେଲା ନିଜ ପାଇଁ ବହୁତ ସମୟର ଅଭ୍ୟାସ ଉପରେ ମଧ୍ୟ ଚିନ୍ତା କର, କାରଣ ବହୁତ ସମୟର ଅଭ୍ୟାସ ମଧ୍ୟ ଆବଶ୍ୟକ । ବହୁତ ସମୟର ପୁରୁଷାର୍ଥ ଆଧାରରେ ହିଁ ବହୁତ ସମୟର ପ୍ରାରବ୍ଧ ମିଳିଥାଏ । ଯଦି ଏବେ ବହୁତ ସମୟ ଉପରେ କମ ଧ୍ୟାନ ଦେବ, ତେବେ ଅନ୍ତିମ ସମୟରେ ବହୁତ କାଳର ଜମା କରିପାରିବ ନାହିଁ । ଯେହେତୁ ଏବେ ଅତି ବିଳମ୍ବର ବୋର୍ଡ ଲାଗିଯିବ, ସେଥିପାଇଁ ବାପଦାଦା ଆଜି ଆଗାମୀ ବର୍ଷ ପାଇଁ ହୋମୱାର୍କ ଦେଉଛନ୍ତି । ଏହି ଦେହ-ଅଭିମାନ ହିଁ ସବୁ ପ୍ରକାରର ସମସ୍ୟାର କାରଣ ହେଉଛି, ଏହା ଛଡା ପିଲାମାନେ ମଧ୍ୟ ବଡ ରମଣୀକ ଅଟନ୍ତି ନା, ତେଣୁ ବାବାଙ୍କୁ ମଧ୍ୟ ମିଥ୍ୟା ଆଶ୍ୱସନା ଦେଉଛନ୍ତି ଯେ ସମୟ ଆସିଲେ ଆମେ ଠିକ୍ ହୋଇଯିବୁ । ବାପଦାଦା କହୁଛନ୍ତି କ’ଣ ସମୟ ତୁମମାନଙ୍କର ଟୀଚର କି? ଯଦି ସମୟ ଆସିଲେ ଠିକ୍ ହୋଇଯିବ ତେବେ ତୁମର ଟୀଚର କିଏ ହେଲା? ତୁମମାନଙ୍କର ରଚନା ସମୟ ତୁମର ଟୀଚର ହେବ, ଏହା ଭଲ ଲାଗିବ ତ? ସେଥିପାଇଁ ତୁମକୁ ହିଁ ସମୟକୁ ପାଖକୁ ଆଣିବାକୁ ହେବ । ତୁମେମାନେ ହିଁ ସମୟକୁ ପାଖକୁ ଆଣିବାବାଲା ଅଟ, ସମୟ ଉପରେ ନିର୍ଭର କରିବାବାଲା ନୁହେଁ । ତେଣୁ ସମୟକୁ ଶିକ୍ଷକ କର ନାହିଁ ।

ତେବେ ବାପଦାଦା ଆଜି ବାରମ୍ବାର ଏହି କଥାର ଶିକ୍ଷା ବା ସଂକେତ ଦେଉଛନ୍ତି ଯେ ନିଜକୁ ଚେକ୍ କର, ବାରମ୍ବାର ଚେକ୍ କର ଏବଂ ପରିବର୍ତ୍ତନ କର । କାରଣ ବହୁତ କାଳର ପରିବର୍ତ୍ତନ ବହୁତ କାଳର ଅଧିକାରୀ କରିଥାଏ? ତେଣୁ କୌଣସି ବି ସନ୍ତାନ ଯଦିଓ ସେ ଆଜି ପର୍ଯ୍ୟନ୍ତ ଢିଲା ଢାଲା ପୁରୁଷାର୍ଥୀ ହୋଇଥିବ କିନ୍ତୁ ଶେଷ ନମ୍ବରର ପିଲା ଉପରେ ମଧ୍ୟ ବାପଦାଦାଙ୍କର ସ୍ନେହ ରହିଛି । ତା’ର ମଧ୍ୟ ସ୍ନେହ ଅଛି ସେଥିପାଇଁ ତ ସେ ବାବାଙ୍କର ହୋଇଛି, ବା ବାବାଙ୍କୁ ଚିହ୍ନି ଯାଇଛି, ମେରା ବାବା ତ କହୁଛି, ସେଥିପାଇଁ ସମୟ ଉପରେ ଛାଡ ନାହିଁ । ସମୟ ଆସିବ, ଏହା ନୁହେଁ, ଆମକୁ ସମ୍ପୂର୍ଣ୍ଣତାର ସମୟକୁ ପାଖକୁ ଆଣିବାକୁ ହେବ । ବାପଦାଦାଙ୍କର ପରିବର୍ତ୍ତନ କାର୍ଯ୍ୟରେ ତୁମେ ସମସ୍ତେ ସାଥୀ ଅଟ । ଏକୁଟିଆ ବାବା ଏହି କାର୍ଯ୍ୟ କରିପାରିବେ ନାହିଁ, ପିଲାମାନଙ୍କର ମଧ୍ୟ ସହଯୋଗ ରହିଛି । ବାବା ତ କହୁଛନ୍ତି ପ୍ରଥମେ ପିଲାମାନେ, ପଛରେ ବାବା । ପିଲାମାନେ ଆଗରେ ଅଛନ୍ତି । ଯଦି ଭାବୁଛ ଆସନ୍ତା ବର୍ଷକୁ ବାପଦାଦାଙ୍କୁ ନିଶ୍ଚିତ ଆସିବାକୁ ହେବ ତେବେ ଏହି ହୋମ୍‌ୱାର୍କ କରି ରଖିଥିବ । କ’ଣ କହୁଛ, କରିବ ତ? ହଁ ହାତ ଉଠାଅ । ଆଚ୍ଛା! ପଛବାଲା ମଧ୍ୟ ହାତ ଉଠାଉଛନ୍ତି ।

ଦେଖ, ଆଜି ସଂଖ୍ୟା ବହୁତ ବଢି ଯାଇଛି ତେଣୁ ବାପଦାଦା ଏହି କନ୍ୟାକୁ ନିର୍ଦ୍ଦେଶ ଦେଇଥିଲେ ଯେ ମଧୁବନରେ ସବୁ ସ୍ଥାନରେ ବୁଲି ଦେଖି ଆସ ପିଲାମାନେ କିଭଳି ଅବସ୍ଥାରେ ଶୋଇଛନ୍ତି, କିପରି ଧାଡିରେ ଛିଡା ହୋଇ ଖାଇବା ନେଉଛନ୍ତି । ସବୁଠାରେ ଲମ୍ବା ଧାଡି ଲାଗୁଛି କିନ୍ତୁ ସମସ୍ତଙ୍କ ଚେହେରାରେ ଖୁସି ରହିଛି ଯେ ଆମେ ମଧୁବନରେ ତ ଅଛୁ ନା । କିନ୍ତୁ ଏହି ଖୁସି ଏହି ମଧୁବନରେ ଛାଡି କରି ଯିବ ନାହିଁ, ସାଥୀରେ ନେଇ କରିଯିବ । ବାପଦାଦା ସୂକ୍ଷ୍ମବତନରେ ବସି ତୁମମାନଙ୍କର ଶୋଇବାରେ, ଭୋଜନ ଖାଇବା ପାଇଁ ଲାଗୁଥିବା ଧାଡିର ଦୃଶ୍ୟକୁ ଦେଖିଛନ୍ତି । ତେଣୁ ବାପଦାଦାଙ୍କ ଭିତରେ ଏଭଳି ସଂକଳ୍ପ ଆସୁଛି ଯେ ଏବେ ଏବେ ଗଦି ରେଜେଇ ଇତ୍ୟାଦିର ବର୍ଷା ଯୋଇଯାଆନ୍ତା କି । କିନ୍ତୁ ଏହା ମଧ୍ୟ ମଉଜ କରିବାର ମେଳା ଅଟେ । ଏଥିରେ ମଧ୍ୟ ବାପଦାଦା ଭଲ ଭାବରେ ଦେଖିଛନ୍ତି ଯେ ଯେଉଁଠି ବି ମିଳିଛି ଯେପରି ବି ମିଳିଛି ସେଥିରେ ମଧ୍ୟ ଅଧିକାଂଶ ପିଲା ଭଲ ଭାବରେ ପାସ୍ ହୋଇଯାଇଛନ୍ତି । ତାଳି ବଜାଅ । କିନ୍ତୁ ଏହି ହୋମୱାର୍କକୁ ଭୁଲିବ ନାହିଁ, ଏଥିରେ ତାଳି ବଜାଉ ନାହାଁନ୍ତି । ବାପଦାଦା ଏବଂ ବିଶେଷ କରି ବ୍ରହ୍ମାବାବା ସବୁବେଳେ ପିଲାମାନଙ୍କୁ ମଧୁବନର ଶୃଙ୍ଗାର କହିଥାଆନ୍ତି । ତେଣୁ ତୁମେ ସମସ୍ତେ ମଧୁବନକୁ ଆସିଛ, ବାପଦାଦା ମଧ୍ୟ ସାକାର ରୂପରେ ନିଜର ପରିବାରର ଏତେ ପିଲାଙ୍କୁ ଦେଖି ଖୁସି ହେଉଛନ୍ତି । ଯଦିଓ ସହନ କରିବାକୁ ପଡୁଛି କିନ୍ତୁ ଏହି ସହନ କରିବା ସବୁ ଦିନ ପାଇଁ ତୁମର ସହନଶକ୍ତିକୁ ବଢାଇ ଦେବ । ତେଣୁ ସମସ୍ତେ ଖୁସି ଅଛ ତ! କୌଣସି ଅସୁବିଧା ନାହିଁ ତ! ଦେଖ, ଏତେ ବଡ ପରିବାର ପାଇଁ ମଧ୍ୟ ପାଣି ମିଳିଯାଉଛି । ସମସ୍ତେ ପାଣି ବ୍ୟବହାର କରୁଛ ନା! ଯେହେତୁ ଟିକିଏ କମ୍ ପାଣି ମିଳୁଛି ତେଣୁ ଖର୍ଚ୍ଚ କରିବା ଉପରେ ଟିକିଏ ଧ୍ୟାନ ଦେବାକୁ ପଡିବ କିନ୍ତୁ ଆଜିକାଲି ତ ଗାଁ ମାନଙ୍କରେ ପିଇବା ପାଇଁ ମଧ୍ୟ ପାଣି ମିଳୁନାହିଁ, ଏଠାରେ ତ ତୁମମାନଙ୍କୁ କପଡା ଧୋଇବା ପାଇଁ ମଧ୍ୟ ପାଣି ମିଳିଯାଉଛି ଏବଂ ଏତେ ବଡ ପରିବାରକୁ ଦେଖି ଖୁସି ମଧ୍ୟ ଲାଗୁଛି । ବାପଦାଦା ଗର୍ବ କରୁଛନ୍ତି ଯେ ସାରା କଳ୍ପ ଭିତରେ ଏତେ ବଡ ପରିବାର କାହାର ବି ନାହିଁ । ଆଚ୍ଛା!

ଆଜି ବାପଦାଦା ଟୀଚରମାନଙ୍କୁ ଗୋଟିଏ ବିଶେଷ ସେବା ମନେ ପକାଇ ଦେଉଛନ୍ତି, ଯାହାକୁ ହୋମୱାର୍କ ରୂପରେ କରିବାକୁ ହେବ । ତେଣୁ ଟୀଚରମାନଙ୍କ ପାଇଁ ହୋମ୍‌ୱାର୍କ ହେଲା ଯେ ଟୀଚରମାନେ ସର୍ବଦା ନିଜକୁ ବାପଦାଦାଙ୍କର ସଚ୍ଚା ସାଥୀ, ନିକଟତମ ସାଥୀ ତଥା ନିଜ ଦ୍ୱାରା ବାବାଙ୍କୁ ପ୍ରତ୍ୟକ୍ଷ କରିବାବାଲା ମନେ କର । କେହି ବି ତୁମକୁ ଦେଖି ଭାବୁ ଯେ ଏମାନଙ୍କୁ ତିଆରି କରିବାବାଲା କିଏ! ଏମାନଙ୍କର ମଧ୍ୟ ପିତା, ଶିକ୍ଷକ, ସତ୍‌ଗୁରୁ କିଏ? ତୁମକୁ ନ ଦେଖନ୍ତୁ, ତୁମ ଭିତରେ ବାବାଙ୍କୁ ଦେଖନ୍ତୁ, ତେବେ ଆସନ୍ତା ୬-୭ ମାସ ଅର୍ଥାତ୍ ଆସନ୍ତା ସିଜିନ୍ ପର୍ଯ୍ୟନ୍ତ ସେଥିରେ ଏହି ସ୍ୱମାନରେ ରହିବାର ଅଭ୍ୟାସ କରିବ, ଏହି ହୋମ୍‌ୱାର୍କ କରିବାକୁ ହେବ । ପୁଣି ବାପଦାଦା ଆସିଲେ ପଚାରିବେ ଯେ ସମସ୍ତେ କେତେ ପ୍ରତିଶତ ହିସାବରେ କରିଛ? ଅଧିକ ସମାଚାର ପଚାରିବେ ନାହିଁ କିନ୍ତୁ କେତେ ପ୍ରତିଶତ ହିସାବରେ କରିଛ, ଏହି କଥା ପଚାରିବେ । ତୁମେ ଦେଖା ନ ଯାଅ, ବାବା ଦେଖାଯାଆନ୍ତୁ । ଏଥିରେ ସବୁ ପ୍ରକାରର ଧାରଣା ଆସିଯାଉଛି । ମଧୁବନବାଲାଙ୍କୁ ମଧ୍ୟ ବାପଦାଦା ୟାଦପ୍ୟାର ତ ଦେଉଛନ୍ତି କିନ୍ତୁ ମଧୁବନ ନିବାସୀମାନେ ମଧ୍ୟ ଏକଥା ଭାବନ୍ତୁ ଯେ ମଧୁବନର ଜଣେ ଜଣେ ରତ୍ନ ବିଶେଷ ଭାବରେ ବାବାଙ୍କୁ ପ୍ରତ୍ୟକ୍ଷ କରିବାର ନିମିତ୍ତ ଅଟନ୍ତି । ତେଣୁ ସାରା ସମୟ ମଧୁବନ ନିବାସୀମାନେ ଏହିଭଳି ମାନସୀକ ସେବା ଏବଂ କର୍ମଣା ସେବା କରିବା ସହିତ ସମସ୍ତଙ୍କୁ ବାବାଙ୍କ ସମାନ ହେବାର ଦୃଷ୍ଟାନ୍ତ ହୋଇ ଦେଖାନ୍ତୁ । ତେଣୁ ମଧୁବନ ନିବାସୀଙ୍କୁ ଏହି ଫଳାଫଳ ଦେଖାଇବାକୁ ହେବ ଯେ ମୁଁ ନିଜ ଭିତରେ ବାବାଙ୍କ ସମାନ ହେବାର ନକ୍ସା ଅର୍ଥାତ୍ ନମୂନା ଦେଖାଉଛି ତ? ସମସ୍ତଙ୍କ ମୁଖରୁ ବାହାରୁ ବାଃ ବାବାଙ୍କର ସନ୍ତାନ ବାଃ! ଏବଂ ତୁମେମାନେ କ’ଣ କରିବ? ତୁମେ ସମସ୍ତେ ନିଜକୁ ନମ୍ବରୱାର ଅର୍ଥାତ୍ କ୍ରମାନ୍ୱୟରେ ନୁହେଁ କିନ୍ତୁ ନମ୍ବରୱାନ ହେବାର ଦୃଷ୍ଟାନ୍ତ ହୋଇ ଦେଖାଇବ । କାରଣ ନମ୍ବରୱାର ହେବାରେ କୌଣସି ମଜା ନାହିଁ, ଯଦି ହେବ ତ ନମ୍ବରୱାନ ହୁଅ । କ୍ରମାନ୍ୱୟରେ ରହିବା କ’ଣ ବଡ କଥା! ତେଣୁ ସମସ୍ତେ ୱିନ୍ ଅର୍ଥାତ୍ ବିଜୟୀ ଏବଂ ୱାନ୍ ଅର୍ଥାତ୍ ପ୍ରଥମ ନମ୍ବର ହେବାର ଫଳାଫଳ ଶୁଣାଇବ । ଆଚ୍ଛା!

ସବୁଆଡର ବାପଦାଦାଙ୍କର ହୃଦୟ ସିଂହାସନ ଅଧିକାରୀ ଏବଂ ଭ୍ରୃକୁଟୀ ସିଂହାସନର ଅଧିକାରୀ ଏବଂ ଭବିଷ୍ୟତର ମଧ୍ୟ ରାଜ୍ୟ ସିଂହାସନର ଅଧିକାରୀ, ଏହିଭଳି ବାପଦାଦାଙ୍କର ସିକିଲଧେ, ପଦ୍ମାପଦ୍ମ ଗୁଣା ଭାଗ୍ୟଶାଳୀ ପିଲାମାନଙ୍କୁ, ସର୍ବଦା ନିଜର ନୟନ ଦ୍ୱାରା ଆତ୍ମ-ଅଭିମାନୀ ସ୍ଥିତିର ଅନୁଭବ କରାଉଥିବା ଏବଂ ଚେହେରା ଦ୍ୱାରା ସର୍ବଦା ସୌଭାଗ୍ୟର ଅନୁଭବ କରାଉଥିବା, ତୁମର ମନ ସର୍ବଦା ଖୁସିରେ ନାଚୁଥାଉ, କେହି ବି ତୁମ ସମ୍ମୁଖକୁ ଆସନ୍ତୁ ଅନୁଭବ କରନ୍ତୁ ଯେ ଏମାନଙ୍କ ଭଳି ଖୁସି କେଉଁଠି ବି ନାହିଁ ଏବଂ ତୁମଠାରୁ ଶିକ୍ଷା ଗ୍ରହଣ କରିଯାଆନ୍ତୁ । ଏହିଭଳି ବାବାଙ୍କର ପ୍ରତ୍ୟେକ ସନ୍ତାନ ନିଜର, ମୁଖ ଦ୍ୱାରା ବାବାଙ୍କର ପରିଚୟ ତ ଦେଉଛ କିନ୍ତୁ ନୟନ ଏବଂ ଚେହେରା ଦ୍ୱାରା ବାବାଙ୍କର ସାକ୍ଷାତ୍‌କାର କରାଉଥିବା, ଏହିଭଳି ଚାରିଆଡର ପିଲାମାନଙ୍କୁ, ଯେଉଁମାନେ ବି ପତ୍ର ପଠାଇଛନ୍ତି, ଇମେଲ୍ କରିଛନ୍ତି, ସମସ୍ତଙ୍କର ୟାଦପ୍ୟାର ବାପଦାଦାଙ୍କ ପାଖରେ ପହଞ୍ଚି ଯାଇଛି, ଯେତେବେଳେ ତୁମେମାନେ ସଂକଳ୍ପ କରିଛ ସେତେବେଳଠାରୁ ହିଁ ବାପଦାଦାଙ୍କ ପାଖରେ ପହଞ୍ଚି ଯାଇଛି ସେଥିପାଇଁ ବହୁତ ବହୁତ ଅଭିନନ୍ଦନ । ଦେଶ ବିଦେଶରେ ସବୁ ପିଲାଙ୍କୁ ବାବା ସେମାନଙ୍କର ଆନ୍ତରିକ ସ୍ନେହର ପ୍ରତିଦାନ ମଧ୍ୟ ଦେଉଛନ୍ତି । ତେଣୁ ଚାରିଆଡର ପିଲାମାନଙ୍କୁ ବାପଦାଦା ପଦ୍ମାଗୁଣା ଦିଲ୍‌ର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଦେବା ସହିତ ସମସ୍ତଙ୍କୁ ନମସ୍ତେ କହୁଛନ୍ତି ।

ବରଦାନ:-
କର୍ମ କରୁଥିଲେ ମଧ୍ୟ କର୍ମର ବନ୍ଧନରୁ ମୁକ୍ତ ରହୁଥିବା ସହଜଯୋଗୀ ସ୍ୱତଃ ଯୋଗୀ ଭବ ।

ଯେଉଁମାନେ ମହାବୀର ସନ୍ତାନ ସେମାନଙ୍କୁ ସାକାରୀ ଦୁନିଆରେ କୌଣସି ବି ଆକର୍ଷଣ ନିଜ ଆଡକୁ ଆକର୍ଷିତ କରିପାରିବ ନାହିଁ । ସେମାନେ ନିଜକୁ ଗୋଟିଏ ସେକେଣ୍ଡ ଭିତରେ ସବୁଥିରୁ ନିଆରା ଏବଂ ବାବାଙ୍କର ପ୍ୟାରା କରିଦେଇପାରିବେ । ନିର୍ଦ୍ଦେଶ ମିଳିବା ମାତ୍ରକେ ଦେହଠାରୁ ଉର୍ଦ୍ଧ୍ୱରେ ଅଶରୀରୀ, ଆତ୍ମ-ଅଭିମାନୀ ବନ୍ଧନମୁକ୍ତ, ଯୋଗଯୁକ୍ତ ସ୍ଥି୍‌ତିର ଅନୁଭବ କରୁଥିବା ଆତ୍ମାମାନେ ହିଁ ସହଜଯୋଗୀ, ସ୍ୱତଃ ଯୋଗୀ, ସଦାଯୋଗୀ କର୍ମଯୋଗୀ ଏବଂ ଶ୍ରେଷ୍ଠ ଯୋଗୀ ଅଟନ୍ତି । ସେମାନେ ଯେତେବେଳେ ଚାହିଁବେ, ଯେତେ ସମୟ ଚାହିଁବେ ନିଜର ସଂକଳ୍ପକୁ ଏବଂ ନିଶ୍ୱାସକୁ ଏକମାତ୍ର ପ୍ରାଣେଶ୍ୱର ପିତାଙ୍କର ସ୍ମୃତିରେ ସ୍ଥିତ କରିପାରିବେ ।

ସ୍ଲୋଗାନ:-
ଏକରସ ସ୍ଥିତିର ଶ୍ରେଷ୍ଠ ଆସନ ଉପରେ ବିରାଜମାନ ହୋଇ ରହିବା ହିଁ ତପସ୍ୱୀ ଆତ୍ମାର ଲକ୍ଷଣ ।

ଅବ୍ୟକ୍ତ ଈଶାରା:- ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ । ଏହି ନିଶ୍ଚୟ ବା ସ୍ମୃତି ତଥା ସମର୍ଥୀ ରଖ ଯେ ମୁଁ ଅନେକ ଥର ବାବାଙ୍କର ହୋଇଛି ବା ମାୟାଜିତ୍ ହୋଇଛି, ତେଣୁ ଏବେ ହେବାରେ କ’ଣ ମୁଶକିଲ୍ ଅଛି! କ’ଣ ଏହି ସ୍ମୃତି ସ୍ପଷ୍ଟ ନୁହେଁ ଯେ ମୁଁ ଶ୍ରେଷ୍ଠ ଆତ୍ମା ଅନେକ ଥର ବିଜୟୀ ହେବାର ପାର୍ଟ କରିସାରିଛି? ଯଦି ସ୍ମୃତି ସ୍ପଷ୍ଟ ନୁହେଁ ତେବେ ଏହାଦ୍ୱାରା ପ୍ରମାଣିତ ହେଉଛି ଯେ ବାବାଙ୍କ ଆଗରେ ନିଜକୁ ସ୍ପଷ୍ଟ କରି ନାହଁ ।