22.05.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମେ
ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛ ଏସବୁ ପୁରୁଣା ଦୁନିଆର ସାମଗ୍ରୀ ଅଟେ, ଏହା ସମାପ୍ତ ହୋଇଯିବ,
ସେଥିପାଇଁ ଏହି ଦୁଃଖଧାମକୁ ବୁଦ୍ଧିରୁ ଭୁଲିଯାଅ ।”
ପ୍ରଶ୍ନ:-
ମନୁଷ୍ୟମାନେ
ବାବାଙ୍କ ଉପରେ କେଉଁ ଦୋଷ ଲଗାଇ ଦେଇଛନ୍ତି କିନ୍ତୁ ସେହି ଦୋଷ କାହାର ବି ନୁହେଁ ?
ଉତ୍ତର:-
ମନୁଷ୍ୟ ଭାବୁଛି ଭଗବାନ ହିଁ ଏତେ ବଡ ବିନାଶ କରାଉଛନ୍ତି, ସୁଖ ଏବଂ ଦୁଃଖ ସିଏ ହିଁ ଦେଉଛନ୍ତି ।
ଏହିପରି ବାବାଙ୍କ ଉପରେ ବହୁତ ବଡ ଦୋଷ ଲଗାଇ ଦେଉଛନ୍ତି । କିନ୍ତୁ ବାବା କହୁଛନ୍ତି - ପିଲାମାନେ,
ମୁଁ ସର୍ବଦା ସୁଖଦାତା ହିଁ ଅଟେ, ମୁଁ କାହାକୁ ଦୁଃଖ ଦେଇପାରିବି ନାହିଁ । ଯଦି ମୁଁ ବିନାଶ
କରାଇବି ତେବେ ସାରା ପାପ ମୋ ଉପରକୁ ଆସିଯିବ । ସେ ସବୁ ତ ଡ୍ରାମା ଅନୁସାରେ ହେଉଛି, ମୁଁ କରାଉ
ନାହିଁ ।
ଗୀତ:-
ରାତ କେ ରାହୀ....
ଓମ୍ ଶାନ୍ତି ।
ପିଲାମାନଙ୍କୁ
ବୁଝାଇବା ପାଇଁ କେତେକ ବହୁତ ଭଲ ଭଲ ଗୀତ ମଧ୍ୟ ଅଛି ଯାହାର ଅର୍ଥକୁ ବୁଝାଇବା ଦ୍ୱାରା ତୁମର ବାଣୀ
ଖୋଲିଯିବ ଅର୍ଥାତ୍ ବୁଝାଇବା ସହଜ ହୋଇଯିବ । ପିଲାମାନଙ୍କ ବୁଦ୍ଧିରେ ତ ଅଛି ଯେ ଆମେ ସମସ୍ତେ ଦିନ
ଆଡକୁ ଯାତ୍ରା କରୁଛୁ, ଆମର ରାତ୍ରିର ଯାତ୍ରା ଶେଷ ହେବାକୁ ଯାଉଛି । କାରଣ ଭକ୍ତିମାର୍ଗ ହେଉଛି
ରାତ୍ରିର (ଅଜ୍ଞାନ ରୂପି ଅନ୍ଧକାରର) ଯାତ୍ରା । ଅନ୍ଧକାରରେ ଧକ୍କା ଖାଇବାକୁ ପଡିଥାଏ । ତୁମେମାନେ
ଅଧାକଳ୍ପ ରାତ୍ରିର ଯାତ୍ରା କରି କରି ତଳକୁ ଓହ୍ଲାଇ ଆସିଛ । ଏବେ ଜ୍ଞାନର ଆଲୋକରେ ଆଲୋକିତ ହୋଇ
ଯୋଗର ଯାତ୍ରା କରିବା ପାଇଁ ଆସିଛ । ଏହି ଯାତ୍ରା ପ୍ରତି କଳ୍ପରେ ଥରେ ମାତ୍ର କରୁଛ । ତୁମେ
ଜାଣିଛ ଏହି ଯୋଗର ଯାତ୍ରା ଦ୍ୱାରା ଆମେ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇ ପୁଣି ସତ୍ତ୍ୱପ୍ରଧାନ
ସତ୍ୟଯୁଗର ମାଲିକ ହେବୁ । ସତ୍ତ୍ୱପ୍ରଧାନ ହେବା ଦ୍ୱାରା ସତ୍ୟଯୁଗର ମାଲିକ ଏବଂ ତମଃପ୍ରଧାନ ହେବା
ଦ୍ୱାରା କଳିଯୁଗର ମାଲିକ ହେଉଛ । ତାକୁ ସ୍ୱର୍ଗ ଏବଂ ଏହାକୁ ନର୍କ ବୋଲି କୁହାଯାଉଛି । ଏବେ
ତୁମେମାନେ ବାବାଙ୍କୁ ମନେ ପକାଉଛ । ବାବାଙ୍କଠାରୁ ହିଁ ସୁଖ ମିଳିଥାଏ । ଯେଉଁମାନେ ଅନ୍ୟମାନଙ୍କୁ
ଜ୍ଞାନ ବୁଝାଇପାରିବେ ନାହିଁ ସେମାନେ କେବଳ ଏତିକି ମନେ ରଖିବା ଉଚିତ୍ - ଶାନ୍ତିଧାମ ହେଉଛି ଆମ
ଆତ୍ମାମାନଙ୍କର ଘର ଏବଂ ସୁଖଧାମ ସ୍ୱର୍ଗର ରାଜତ୍ୱ । ବର୍ତ୍ତମାନର ଦୁନିଆ ହେଲା ଦୁଃଖଧାମ,
ରାବଣରାଜ୍ୟ । ସେଥିପାଇଁ ବାବା କହୁଛନ୍ତି ଏହି ଦୁଃଖଧାମକୁ ଭୁଲିଯାଅ । ଯଦିଓ ଏଠାରେ ରହୁଛ କିନ୍ତୁ
ବୁଦ୍ଧିରେ ଏକଥା ରହୁ ଯେ, ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛ ସେ ସବୁ ହେଲା ରାବଣ ରାଜ୍ୟର ।
ଏହି ଶରୀରକୁ ଦେଖୁଛ, ଏହା ମଧ୍ୟ ପୁରୁଣା ଦୁନିଆର ସାମଗ୍ରୀ । ଏହି ସାମଗ୍ରୀ ସବୁ ଯଜ୍ଞରେ ସ୍ୱାହା
ହୋଇଯିବ । ସେହି ପତିତ ବ୍ରାହ୍ମଣମାନେ ଯଦି ଯଜ୍ଞ ରଚନା କରନ୍ତି ତେବେ ସେଥିରେ ଯଅ-ତିଳ ଆଦି
ସାମଗ୍ରୀ ସ୍ୱାହା କରିଥା’ନ୍ତି । ଏଠାରେ ତ ବିନାଶ ହେବ । ଉଚ୍ଚରୁ ଉଚ୍ଚ ହେଲେ ବାବା, ତାଙ୍କ ପରେ
ପୁଣି ବ୍ରହ୍ମା ଏବଂ ବିଷ୍ଣୁ ଅଛନ୍ତି । ଶଙ୍କରଙ୍କର ତ ଏତେ ପାର୍ଟ ନାହିଁ । ବିନାଶ ତ ନିଶ୍ଚୟ
ହେବ । ବାବା ତ ସେହିମାନଙ୍କ ଦ୍ୱାରା ବିନାଶ କରାଉଛନ୍ତି ଯାହା ଉପରେ କୌଣସି ପାପ ଲାଗିବ ନାହିଁ ।
ଯଦି କହିବେ ଭଗବାନ ବିନାଶ କରାଉଛନ୍ତି, ତେବେ ତାଙ୍କ ଉପରକୁ ଦୋଷ ଆସିଯିବ ସେଥିପାଇଁ ଏସବୁ
ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ଏହା ହେଲା ବେହଦର ଡ୍ରାମା, ଯାହାକୁ କେହି ଜାଣି
ନାହାଁନ୍ତି । ସୃଷ୍ଟିର ରଚୟିତା ଏବଂ ତାଙ୍କ ରଚନାକୁ କେହି ଜାଣିନାହାଁନ୍ତି, ସେଥିପାଇଁ ଅନାଥ
ହୋଇଯାଇଛନ୍ତି । କେହି ହେଲେ ଧନୀ ଅର୍ଥାତ୍ ମୁରବି ନାହାଁନ୍ତି । ଯଦି କାହାର ଘରେ ବାପା ନ
ଥା’ନ୍ତି ଏବଂ ପିଲାମାନେ ଯଦି ପରସ୍ପର ମଧ୍ୟରେ ଲଢେଇ କରିଥା’ନ୍ତି, ତେବେ ତାଙ୍କୁ କହିଥା’ନ୍ତି
ତୁମର କ’ଣ କେହି ମୁରବୀ ନାହାଁନ୍ତି! ଏବେ ତ କୋଟି-କୋଟି ମନୁଷ୍ୟ ଅଛନ୍ତି, ଏମାନଙ୍କର କେହି ମୁରବି
ନାହାଁନ୍ତି । ଦେଶ-ଦେଶ ମଧ୍ୟରେ କେତେ ଲଢେଇ କରୁଛନ୍ତି । ଗୋଟିଏ ଘରେ ପିଲା ବାପା ସହିତ, ପୁରୁଷ
ସ୍ତ୍ରୀ ସହିତ ଲଢେଇ କରୁଛି । ଦୁଃଖଧାମରେ କେବଳ ଅଶାନ୍ତି ହିଁ ଅଶାନ୍ତି ରହିଛି । ଏପରି କୁହାଯିବ
ନାହିଁ ଯେ ଭଗବାନ ଶିବବାବା କୌଣସି ଦୁଃଖର ରଚନା କରିଛନ୍ତି । ମନୁଷ୍ୟ ଭାବୁଛି ଦୁଃଖ-ସୁଖ ସବୁ
ବାବା ହିଁ ଦେଉଛନ୍ତି କିନ୍ତୁ ବାବା କେବେ ବି କାହାକୁ ଦୁଃଖ ଦେଇପାରିବେ ନାହିଁ । ତାଙ୍କୁ
ସୁଖଦାତା କୁହାଯାଉଛି ତେବେ ସିଏ ଦୁଃଖ କିପରି ଦେବେ । ବାବା ତ କହୁଛନ୍ତି ମୁଁ ତୁମମାନଙ୍କୁ ବହୁତ
ସୁଖୀ କରୁଛି । ସେଥିପାଇଁ ପ୍ରଥମତଃ ନିଜକୁ ଆତ୍ମା ନିଶ୍ଚୟ କର । ଆତ୍ମା ଅବିନାଶୀ, ଶରୀର ବିନାଶୀ
। ଆମ ଆତ୍ମାମାନଙ୍କର ରହିବାର ସ୍ଥାନ ପରମଧାମ, ଯାହାକୁ ଶାନ୍ତିଧାମ ମଧ୍ୟ କୁହାଯାଉଛି । ଏହି
ଶବ୍ଦ ଏକଦମ୍ ଠିକ୍ । ସ୍ୱର୍ଗକୁ ପରମଧାମ କୁହାଯିବ ନାହିଁ । ପରମ ଅର୍ଥାତ୍ ଉର୍ଦ୍ଧ୍ୱରୁ ଉର୍ଦ୍ଧ୍ୱ
। ସ୍ୱର୍ଗ ତ ଏହିଠାରେ ହିଁ ହେବ । ବ୍ରହ୍ମଲୋକ ତ ସବୁଠାରୁ ଉର୍ଦ୍ଧ୍ୱରେ ରହିଛି, ଯେଉଁଠାରେ ଆମେ
ଆତ୍ମାମାନେ ରହିଥାଉ । ସୁଖ-ଦୁଃଖର ଅଭିନୟ ତୁମେମାନେ ଏହିଠାରେ ହିଁ କରୁଛ । କେହି ଶରୀର ତ୍ୟାଗ
କରିଲେ କହୁଛନ୍ତି ଯେ ଅମୁକ ସ୍ୱର୍ଗକୁ ଗଲା, ଏକଥା ବିଲ୍କୁଲ୍ ଭୁଲ୍ । ସ୍ୱର୍ଗ ତ ଏଠାରେ ନାହିଁ
। ଏବେ ତ କଳିଯୁଗ । ବର୍ତ୍ତମାନ ସମୟରେ ତୁମେ ସଂଗମଯୁଗୀ ଅଟ, ବାକି ସମସ୍ତେ କଳିଯୁଗୀ । ଗୋଟିଏ
ଘରେ ବାପା କଳିଯୁଗୀ ହେଲେ ପିଲାମାନେ ସଂଗମଯୁଗୀ । ସ୍ତ୍ରୀ ସଂଗମଯୁଗୀ ହେଲେ ପୁରୁଷ କଳିଯୁଗୀ...
କେତେ ଫରକ ହୋଇଯାଉଛି । ସ୍ତ୍ରୀ ଏହି ଜ୍ଞାନ ମାର୍ଗରେ ଚାଲୁଛି, ପୁରୁଷ ଯଦି ନ ଚାଲୁଛି ତେବେ
ପରସ୍ପରକୁ ସହଯୋଗ ଦେଉ ନାହାଁନ୍ତି । ତେଣୁ ଘରେ ଖିଟ୍-ଖିଟ୍ ହୋଇଥାଏ ଅର୍ଥାତ୍ ଅଶାନ୍ତି ହୋଇଥାଏ
। ସ୍ତ୍ରୀ ଫୁଲ ହୋଇଯାଏ, ପୁରୁଷ ଯେଉଁ କଣ୍ଟାକୁ ସେହି କଣ୍ଟା ହୋଇ ରହିଯାଏ । ଗୋଟିଏ ହିଁ ଘରେ
ପିଲା ଜାଣିଥାଏ ଯେ ଆମେ ସଂଗମଯୁଗୀ ପୁରୁଷୋତ୍ତମ ପବିତ୍ର ଦେବତା ହେବାକୁ ଯାଉଛୁ, କିନ୍ତୁ ବାପା
କହେ ଯେ ବିବାହ କରି ନର୍କବାସୀ ହୁଅ । ଏବେ ଆତ୍ମାର ପିତା ପରମାତ୍ମା କହୁଛନ୍ତି - ପିଲାମାନେ,
ପବିତ୍ର ହୁଅ । ବର୍ତ୍ତମାନର ପବିତ୍ରତାର ଧାରଣା ୨୧ ଜନ୍ମ ପର୍ଯ୍ୟନ୍ତ ଚାଲିବ । ଏହି ରାବଣ ରାଜ୍ୟ
ହିଁ ସମାପ୍ତ ହୋଇଯିବ । ଯାହାର ଯାହା ସହିତ ଶତ୍ରୁତା ଥାଏ ତାଙ୍କର ପୁତ୍ତଳିକା ତିଆରି କରି
ଜଳାଇଥା’ନ୍ତି ନା । ଯେପରି ରାବଣକୁ ଜଳାଉଛନ୍ତି । ତେଣୁ ଶତ୍ରୁ ପ୍ରତି କେତେ ଘୃଣା ଆସିବା ଦରକାର
। କିନ୍ତୁ ଏ କଥା କେହି ଜାଣିନାହାଁନ୍ତି ଯେ ରାବଣ କିଏ? ରାବଣ ପୋଡି ଉତ୍ସବରେ କେତେ ଖର୍ଚ୍ଚ
କରୁଛନ୍ତି । ମନୁଷ୍ୟକୁ ଜଳାଇବା ପାଇଁ ଏତେ ଖର୍ଚ୍ଚ କରୁନାହାଁନ୍ତି । ସ୍ୱର୍ଗରେ ତ ଏପରି କୌଣସି
କଥା ହେବ ନାହିଁ । ସେଠାରେ ତ ବିଜୁଳିରେ ଶବକୁ ରଖିବେ ଏବଂ ସମାପ୍ତ । ସେଠାରେ ଏପରି ଖିଆଲ ରହିବ
ନାହିଁ ଯେ ତାଙ୍କର ମାଟି ଅର୍ଥାତ୍ ଅସ୍ଥି କାମରେ ଆସିବ । ସେଠାକାର ତ ନୀତି-ପ୍ରଥା ଏପରି ହେବ
ଯେଉଁଥିରେ କୌଣସି ଅସୁବିଧା ଅଥବା ଥକିଯିବାର କଥା ହିଁ ରହିବ ନାହିଁ । ସେଠାରେ ଏତେ ସୁଖ ରହିବ ।
ତେଣୁ ଏବେ ବାବା ବୁଝାଉଛନ୍ତି - ମୋତେ ମନେ ପକାଇବାର ପୁରୁଷାର୍ଥ କର । ସଦାସର୍ବଦା ଯୋଗଯୁକ୍ତ
ହୋଇ ରହିବା ପାଇଁ ହିଁ ଯୁଦ୍ଧ କରିବାକୁ ପଡିଥାଏ । ବାବା ପିଲାମାନଙ୍କୁ ବୁଝାଉଛନ୍ତି - ମଧୁର
ସନ୍ତାନମାନେ, ନିଜ ଉପରେ ଧ୍ୟାନ ରଖିବାର ପ୍ରହରୀ ରଖିଦିଅ । ଯେମିତି ମାୟା ନାକ-କାନ କାଟି ନ ଦେଉ,
କାହିଁକି ନା ସିଏ ତୁମମାନଙ୍କର ବହୁତ ବଡ ଶତ୍ରୁ ଅଟେ । ତୁମେମାନେ ବାବାଙ୍କୁ ମନେ ପକାଇବାକୁ
ଚେଷ୍ଟା କରୁଛ କିନ୍ତୁ ମାୟା ତୋଫାନରେ ଉଡାଇ ଦେଉଛି, ସେଥିପାଇଁ ବାବା କହୁଛନ୍ତି ତୁମେମାନେ
ସମସ୍ତେ ସାରା ଦିନର ଚାର୍ଟ ଲେଖିବା ଉଚିତ୍ ଯେ କେତେ ସମୟ ବାବାଙ୍କୁ ମନେ ପକାଇଲି? କେଉଁ ଆଡେ ମନ
ଚାଲିଗଲା? ଡାଇରୀରେ ନୋଟ୍ କର, କେତେ ସମୟ ବାବାଙ୍କୁ ମନେ ପକାଇଲି? ନିଜର ଯାଞ୍ଚ କରିବା ଉଚିତ୍
ତେବେ ମାୟା ମଧ୍ୟ ଦେଖିବ ଇଏ ତ ବହୁତ ବାହାଦୂର ଅଟନ୍ତି, ନିଜ ଉପରେ ଭଲ ଧ୍ୟାନ ରଖୁଛନ୍ତି । ତେଣୁ
ନିଜ ଉପରେ ପୂରା ପହରା ରଖିବାକୁ ହେବ । ଏବେ ତୁମମାନଙ୍କୁ ବାବା ଆସି ନିଜର ପରିଚୟ ଦେଉଛନ୍ତି ।
କହୁଛନ୍ତି ଯଦିଓ ନିଜ ଘରର ଦାୟିତ୍ୱ ରହିଛି, ତଥାପି ମଧ୍ୟ କେବଳ ବାବାଙ୍କୁ ହିଁ ମନେ ପକାଅ । ବାବା
ତ ଏହି ପୁରୁଣା ଦୁନିଆର ସନ୍ନ୍ୟାସୀମାନଙ୍କ ସଦୃଶ ନୁହଁନ୍ତି । ସେମାନେ ଭିକମାଗି ଚଳିଥା’ନ୍ତି
ତଥାପି ମଧ୍ୟ କର୍ମ ତ କରିବାକୁ ପଡିଥାଏ ନା । ତୁମେମାନେ ସେମାନଙ୍କୁ ମଧ୍ୟ କହିପାରିବ ଯେ ତୁମେ
ହଠଯୋଗୀ, ରାଜଯୋଗର ଶିକ୍ଷା ତ ଏକମାତ୍ର ଭଗବାନ ହିଁ ଦେଇଥା’ନ୍ତି । ଏବେ ତୁମେ ପିଲାମାନେ
ସଂଗମଯୁଗରେ ଅଛ । ଏହି ସଂଗମଯୁଗକୁ ହିଁ ମନେ ପକାଇବାକୁ ହେବ । ଆମେ ଏବେ ଏହି ସଂଗମଯୁଗରେ
ସର୍ବୋତ୍ତମ ଦେବତା ହେବାକୁ ଯାଉଛୁ । ଆମେ ଉତ୍ତମ ପୁରୁଷ ଅର୍ଥାତ୍ ପୂଜ୍ୟ ଦେବତା ଥିଲୁ, ଏବେ
କନିଷ୍ଠ ହୋଇଯାଇଛୁ ଅର୍ଥାତ୍ ଅଯୋଗ୍ୟ ହୋଇଯାଇଛୁ । ଏବେ ଆମେ କେଉଁ ପଦର ଅଧିକାରୀ ହେଉଛୁ,
ମନୁଷ୍ୟମାନେ ଯେଉଁ ସମୟରେ ବାରିଷ୍ଟରୀ ଆଦି ପଢିଥା’ନ୍ତି, ତାଙ୍କୁ ସେହି ସମୟରେ ପଦ ମିଳି ନ ଥାଏ
। ପରୀକ୍ଷାରେ ପାସ୍ ହୋଇଗଲେ, ପଦବୀର ଟୋପି ମିଳିଯାଏ । ତାପରେ ଯାଇ ସରକାରଙ୍କର ସେବାରେ
ଲାଗିଯା’ନ୍ତି । ଏବେ ତୁମେମାନେ ଜାଣୁଛ ଆମକୁ ସର୍ବୋଚ୍ଚ ଭଗବାନ ପାଠ ପଢାଉଛନ୍ତି ତେବେ ନିଶ୍ଚିତ
ଉଚ୍ଚରୁ ଉଚ୍ଚ ପଦ ମଧ୍ୟ ଦେବେ । ଏହା ଆମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ଏବେ ବାବା କହୁଛନ୍ତି ମୋତେ
ସ୍ମରଣ କର, ମୁଁ ଯାହା ଏବଂ ଯେପରି ଅଟେ, ତାହା ବୁଝାଇ ଦେଇଛି । ମୁଁ ସମସ୍ତ ଆତ୍ମାଙ୍କର ପିତା
ସୂକ୍ଷ୍ମ ବିନ୍ଦୁ ଅଟେ, ମୋ ଠାରେ ସୃଷ୍ଟିର ସମସ୍ତ ଜ୍ଞାନ ରହିଛି । ତୁମମାନଙ୍କ ଠାରେ ମଧ୍ୟ
ପୂର୍ବରୁ ଏହି ଜ୍ଞାନ ନ ଥିଲା ଯେ ଆତ୍ମା ବିନ୍ଦୁ ଅଟେ, ସେଥିରେ ୮୪ ଜନ୍ମର ଅଭିନୟ ନିର୍ଦ୍ଧାରିତ
ହୋଇରହିଛି । ଯୀଶୁଖ୍ରୀଷ୍ଟ ଅଭିନୟ କରିଯାଇଛନ୍ତି, ପୁଣି ନିଶ୍ଚିତ ଆସିବେ ନା । ଖ୍ରୀଷ୍ଟଙ୍କର
ସମ୍ପ୍ରଦାୟ ମଧ୍ୟ ଏବେ ସମସ୍ତେ ଫେରିଯିବେ । ଖ୍ରୀଷ୍ଟଙ୍କର ଆତ୍ମା ମଧ୍ୟ ଏବେ ତମଃପ୍ରଧାନ
ହୋଇଯାଇଥିବ । ଯେଉଁମାନେ ବି ଉଚ୍ଚରୁ ଉଚ୍ଚ ସର୍ବୋଚ୍ଚ ଧର୍ମସ୍ଥାପକ ଅଟନ୍ତି, ସେମାନେ ଏବେ
ତମଃପ୍ରଧାନ ହୋଇଯାଇଛନ୍ତି । ଇଏ (ବ୍ରହ୍ମାବାବା) ମଧ୍ୟ କହୁଛନ୍ତି ମୁଁ ବହୁତ ଜନ୍ମର ଅନ୍ତିମ
ଜନ୍ମରେ ତମଃପ୍ରଧାନ ହୋଇଯାଇଛି, ଏବେ ପୁଣି ସତ୍ତ୍ୱପ୍ରଧାନ ହେଉଛି । ତତ୍ତ୍ୱମ୍ ଅର୍ଥାତ୍ ତୁମେ
ମଧ୍ୟ ସେହିପରି ହେବି ।
ତୁମେ ଜାଣିଛ - ଆମେ
ଦେବତା ହେବା ପାଇଁ ଏବେ ବ୍ରାହ୍ମଣ ହୋଇଛୁ । ବିରାଟ ରୂପର ଚିତ୍ରର ଅର୍ଥକୁ କେହି ଜାଣିନାହାଁନ୍ତି
। ଏବେ ତୁମେମାନେ ଜାଣୁଛ ଆତ୍ମା ଯେତେବେଳେ ଶାନ୍ତିଧାମରେ ଥାଏ, ସେତେବେଳେ ପବିତ୍ର ଥାଏ । ଏଠାରେ
ଜନ୍ମମୃତ୍ୟୁରେ ଆସି ପତିତ ହୋଇଯାଇଛି । ସେଥିପାଇଁ କହୁଛନ୍ତି ହେ ପତିତ-ପାବନ ଆସ ଏଠାକୁ ଆସି ଆମକୁ
ପବିତ୍ର କର ତେବେ ଯାଇ ଆମେ ନିଜ ଘର ମୁକ୍ତିଧାମକୁ ଯାଇପାରିବୁ । ଏହିସବୁ ଜ୍ଞାନର ପଏଣ୍ଟ୍କୁ
ମଧ୍ୟ ଧାରଣ କରିବାକୁ ହେବ । ମନୁଷ୍ୟମାନେ ଜାଣିନାହାଁନ୍ତି ମୁକ୍ତି-ଜୀବନମୁକ୍ତିଧାମ କାହାକୁ
କୁହାଯାଉଛି । ମୁକ୍ତିଧାମକୁ ଶାନ୍ତିଧାମ କୁହାଯାଏ । ଜୀବନମୁକ୍ତିଧାମକୁ ସୁଖଧାମ ଅର୍ଥାତ୍
ସ୍ୱର୍ଗ କୁହାଯାଏ । ଏଠାରେ ଦୁଃଖର ବନ୍ଧନ ରହିଛି । ଜୀବନମୁକ୍ତିକୁ ସୁଖର ସମ୍ବନ୍ଧ କୁହାଯିବ ।
ଏବେ ଦୁଃଖର ସବୁ ବନ୍ଧନ ଦୂର ହୋଇଯିବ । ଆମେ ଉଚ୍ଚ ପଦ ପାଇବା ପାଇଁ ପୁରୁଷାର୍ଥ କରୁଛୁ । ତେଣୁ
ଏହି ନିଶା ରହିବା ଉଚିତ୍ । ଆମେ ଏବେ ଶ୍ରୀମତ ଆଧାରରେ ନିଜର ରାଜ୍ୟଭାଗ୍ୟ ସ୍ଥାପନ କରୁଛୁ । ଜଗତ
ଅମ୍ବା ନମ୍ବର ୱାନରେ ଅଛନ୍ତି । ତେଣୁ ଆମେ ସମସ୍ତେ ତାଙ୍କୁ ଅନୁସରଣ କରିବା ଉଚିତ୍ । ଯେଉଁ
ପିଲାମାନେ ଏବେ ପିତା-ମାତାଙ୍କ ହୃଦୟରେ ବସିଛନ୍ତି ସେହିମାନେ ହିଁ ଭବିଷ୍ୟତରେ ସିଂହାସନର ଅଧିକାରୀ
ହେବେ । ସେହିମାନେ ହିଁ ତାଙ୍କ ହୃଦୟରେ ରହିବେ ଯିଏ ଦିନ-ରାତି ସେବାରେ ବ୍ୟସ୍ତ ରହୁଛନ୍ତି ।
ସମସ୍ତଙ୍କୁ ସନ୍ଦେଶ ଦେବାକୁ ହେବ ଯେ ବାବାଙ୍କୁ ମନେ ପକାଅ । ପଇସା-କଉଡି କିଛି ବି ନେବାର ନାହିଁ
। ସେମାନେ ଭାବୁଛନ୍ତି ଏମାନେ ରାକ୍ଷୀ ବାନ୍ଧିବାକୁ ଆସୁଛନ୍ତି, ତେଣୁ କିଛି ଦେବାକୁ ପଡିବ ।
ସେମାନଙ୍କୁ କୁହ ଆମର ଆଉ କିଛି ଦରକାର ନାହିଁ କେବଳ ୫ ବିକାରର ଦାନ ଦିଅ । ଏହି ଦାନ ନେବା ପାଇଁ
ଆସିଛୁ ସେଥିପାଇଁ ପବିତ୍ରତାର ରାକ୍ଷୀ ବାନ୍ଧୁଛୁ । ବାବାଙ୍କୁ ମନେ ପକାଅ ପବିତ୍ର ହୁଅ ତେବେ
ଦେବତା ହେବ । ବାକି ଆମେ କୌଣସି ଟଙ୍କା ପଇସା ନେଇପାରିବୁ ନାହିଁ । ଆମେ ଲୌକିକ ବ୍ରାହ୍ମଣ ନୁହେଁ
। କେବଳ ୫ ବିକାରର ଦାନ ଦିଅ ତେବେ ଗ୍ରହଣ ଛାଡିଯିବ । ଏବେ ଆତ୍ମାରେ କୌଣସି କଳା ନାହିଁ ।
ସମସ୍ତଙ୍କ ଉପରେ ଗ୍ରହଣ ଲାଗିଯାଇଛି । ତୁମେ ବ୍ରାହ୍ମଣ ନା । ଯେଉଁଆଡେ ବି ଯାଉଛ, କୁହ ବିକାରକୁ
ଦାନ ଦେଲେ ଗ୍ରହଣ ଛାଡିଯିବ । ପବିତ୍ର ହୁଅ । କେବେ ବି ବିକାରଗ୍ରସ୍ତ ହୁଅ ନାହିଁ । ବାବାଙ୍କୁ
ମନେ ପକାଇଲେ ତୁମର ବିକର୍ମ ବିନାଶ ହୋଇଯିବ, ତୁମେମାନେ ଫୁଲ ସଦୃଶ ହୋଇଯିବ । ତୁମେ ହିଁ ଫୁଲ ଥିଲ
ପୁଣି କଣ୍ଟା ହୋଇଯାଇଛ । ୮୪ ଜନ୍ମ ନେଇ ତଳକୁ ଖସିଆସିଛ । ଏବେ ଘରକୁ ଫେରି ଯିବାକୁ ହେବ । ବାବା
ଏହି ବ୍ରହ୍ମାଙ୍କ ଦ୍ୱାରା ନିର୍ଦ୍ଦେଶ ଦେଉଛନ୍ତି । ସେ ସର୍ବୋଚ୍ଚ ଭଗବାନ, ତାଙ୍କର ନିଜର ଶରୀର
ନାହିଁ । ଆଚ୍ଛା, ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କର ଶରୀର ଅଛି? ତୁମେ କୁହ - ହଁ, ତାଙ୍କର ସୂକ୍ଷ୍ମ
ଶରୀର ରହିଛି । କିନ୍ତୁ ତାହା ମନୁଷ୍ୟ ସୃଷ୍ଟି ନୁହେଁ, ସବୁ ଖେଳ ଏହିଠାରେ ହିଁ ହୋଇଥାଏ ।
ସୂକ୍ଷ୍ମଲୋକରେ ନାଟକ କିପରି ଚାଲିବ? ଏମିତି ତ ବ୍ରହ୍ମଲୋକରେ ସୂର୍ଯ୍ୟ ଚନ୍ଦ୍ର ନାହାଁନ୍ତି, ତେବେ
ସେଠାରେ ନାଟକ କିପରି ହେବ! ଏହା ବହୁତ ବଡ ନାଟ୍ୟଶାଳା । ପୁନର୍ଜନ୍ମ ମଧ୍ୟ ଏହିଠାରେ ହିଁ ହେଉଛି
। ସୂକ୍ଷ୍ମଲୋକରେ ହେଉ ନାହିଁ । ଏବେ ତୁମ ବୁଦ୍ଧିରେ ସାରା ବେହଦର ଖେଳର ଜ୍ଞାନ ରହିଛି । ଏବେ
ଜାଣୁଛ - ଆମେ ଯିଏକି ଦେବୀ ଦେବତା ଥିଲୁ ପୁଣି କିପରି ବାମମାର୍ଗକୁ ଆସିଲୁ । ବିକାରୀମାର୍ଗକୁ
ବାମମାର୍ଗ କୁହାଯାଉଛି । ଅଧାକଳ୍ପ ଆମେ ପବିତ୍ର ଥିଲୁ, ଆମର ହିଁ ହାରିବା ଏବଂ ଜିତିବାର ଖେଳ
ଚାଲିଛି । ଭାରତ ହେଲା ଅବିନାଶୀ ଭୂଖଣ୍ଡ । ଏହାର କେବେ ବି ବିନାଶ ହେଉନାହିଁ । ଯେତେବେଳେ ଆଦି
ସନାତନ ଦେବୀ-ଦେବତା ଧର୍ମ ଥିଲା ସେତେବେଳେ ଅନ୍ୟ କୌଣସି ଧର୍ମ ନ ଥିଲା । ତୁମର ଏହି ସବୁ କଥାକୁ
ସେହିମାନେ ମାନିବେ ଯେଉଁମାନେ କଳ୍ପ ପୂର୍ବରୁ ମାନିଥିବେ । ୫ ହଜାର ବର୍ଷର ପୂର୍ବ ପୁରୁଣା ଜିନିଷ
ଆଉ କିଛି ନାହିଁ । ସତ୍ୟଯୁଗରେ ତୁମେମାନେ ପ୍ରଥମେ ଯାଇ ନିଜର ମହଲ ତିଆରି କରିବ । ଏପରି ନୁହେଁ
ଯେ କୌଣସି ସୁନାର ଦ୍ୱାରିକା ସମୁଦ୍ର ତଳେ ଅଛି ତାହା ବାହାରି ଆସିବ । ଦେଖାଇଛନ୍ତି ସାଗର ମଧ୍ୟରୁ
ଦେବତାମାନେ ରତ୍ନର ଥାଳି ଭରପୁର କରି ଦେଉଥିଲେ । ବାସ୍ତବରେ ଜ୍ଞାନ ସାଗର ବାବା ହିଁ ତୁମ
ପିଲାମାନଙ୍କୁ ଜ୍ଞାନ ରତ୍ନର ଥାଳି ଭରପୁର କରି ଦେଉଛନ୍ତି । ଶାସ୍ତ୍ରରେ ଦେଖାଇଛନ୍ତି ଶଙ୍କର
ପାର୍ବତୀଙ୍କୁ କଥା ଶୁଣାଇଥିଲେ, ଜ୍ଞାନ ରତ୍ନରେ ବୁଦ୍ଧି ରୁପୀ ଝୋଲୀକୁ ଭରିଦେଇଥିଲେ । ଶଙ୍କରଙ୍କ
ନିମନ୍ତେ କୁହନ୍ତି - ଭାଙ୍ଗ-ଦୁଦ୍ଦୁରା ପିଉଥିଲେ, ପୁଣି ତାଙ୍କ ଆଗରେ ଯାଇ କହୁଛନ୍ତି ଝୁଲା ଭରି
ଦିଅ, ଆମକୁ ଧନ ଦିଅ । ତେବେ ଦେଖ ଶଙ୍କରଙ୍କର ମଧ୍ୟ କେତେ ଗ୍ଲାନି କରିଦେଇଛନ୍ତି । ମୋର ସବୁଠାରୁ
ଅଧିକ ଗ୍ଲାନି ବା ନିନ୍ଦା କରିଛନ୍ତି । ଏହା ମଧ୍ୟ ଏହି ସୃଷ୍ଟିର ଖେଳ ଯାହା ପୁନର୍ବାର ହେବ । ଏହି
ନାଟକକୁ କେହି ଜାଣିନାହାଁନ୍ତି । ମୁଁ ଆସି ଆଦିରୁ ଅନ୍ତ ପର୍ଯ୍ୟନ୍ତ ସମସ୍ତ ରହସ୍ୟ ବୁଝାଉଛି । ଏ
କଥା ମଧ୍ୟ ଜାଣିଛ ବାବା ସର୍ବୋଚ୍ଚ ଅଟନ୍ତି । ବିଷ୍ଣୁରୁ ବ୍ରହ୍ମା, ବ୍ରହ୍ମାରୁ ବିଷ୍ଣୁ କିପରି
ହେଉଛନ୍ତି - ଏକଥା କେହି ବୁଝିପାରିବେ ନାହିଁ ।
ଏବେ ତୁମେମାନେ ବିଷ୍ଣୁ
କୁଳର ହେବା ପାଇଁ ପୁରୁଷାର୍ଥ କରୁଛ । ବିଷ୍ଣୁପୁରୀର ମାଲିକ ହେବା ପାଇଁ ତୁମେ ବ୍ରାହ୍ମଣ ହୋଇଛ ।
ତୁମ ମନ ଭିତରେ ଅଛି - ଆମେ ବ୍ରାହ୍ମଣମାନେ ଶ୍ରୀମତ ଆଧାରରେ ନିଜ ପାଇଁ ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀ
ରାଜଧାନୀ ସ୍ଥାପନ କରୁଛୁ । ଏଥିରେ ଲଢେଇ ଆଦିର କୌଣସି କଥା ନାହିଁ । ଦେବତା ଏବଂ ଅସୁରମାନଙ୍କର
ଲଢେଇ କେବେ ହୁଏ ନାହିଁ । ଦେବତାମାନେ ସତ୍ୟଯୁଗରେ ରହିବେ, ତେବେ ସେଠାରେ ଲଢେଇ କିପରି ହେବ । ଏବେ
ତୁମେ ବ୍ରାହ୍ମଣମାନେ ଯୋଗବଳ ଦ୍ୱାରା ବିଶ୍ୱର ମାଲିକ ହେଉଛ । ବାହୁବଳର ଅଧିକାରୀମାନେ ବିନାଶ
ହୋଇଯିବେ । ତୁମେ ଶାନ୍ତିର ଶକ୍ତି ଦ୍ୱାରା ବିଜ୍ଞାନ ଉପରେ ବିଜୟ ପ୍ରାପ୍ତ କରୁଛ । ଏବେ ତୁମକୁ
ଆତ୍ମ-ଅଭିମାନୀ ହେବାକୁ ପଡିବ । ଆମେ ଆତ୍ମା, ଆମକୁ ନିଜର ଘରକୁ ଯିବାକୁ ହେବ । ଆତ୍ମାମାନେ ବହୁତ
ତୀକ୍ଷଣ ଅଟନ୍ତି । ବର୍ତ୍ତମାନ ଏପରି ଉଡାଜାହାଜ ବାହାରିଛି ଯାହାକି ୧ ଘଣ୍ଟାରେ କେଉଁଠାରୁ
କେଉଁଠାକୁ ଚାଲିଯାଉଛି । ତେବେ ଆତ୍ମା ତ ତା’ଠାରୁ ମଧ୍ୟ ତୀବ୍ର । ତତ୍କ୍ଷଣାତ୍ ଆତ୍ମା କେଉଁଠାରୁ
କେଉଁଠାକୁ ଯାଇ ଜନ୍ମ ନେଇଥାଏ । କେହି-କେହି ବିଦେଶରେ ମଧ୍ୟ ଯାଇ ଜନ୍ମ ନେଇଥା’ନ୍ତି । ଆତ୍ମା
ସବୁଠାରୁ ତୀକ୍ଷଣ ରକେଟ୍ ଅଟେ । ଏଥିରେ ମେସିନ୍ ଆଦିର କୌଣସି କଥା ନାହିଁ । ଶରୀର ଛାଡିଲା ଏବଂ
ଚାଲିଗଲା । ଏବେ ତୁମ ପିଲାମାନଙ୍କ ବୁଦ୍ଧିରେ ଅଛି ଯେ ଆମକୁ ଘରକୁ ଯିବାକୁ ହେବ, କିନ୍ତୁ ପତିତ
ଆତ୍ମା ତ ଯାଇପାରିବ ନାହିଁ । ତୁମେ ପବିତ୍ର ହୋଇ ଘରକୁ ଯିବ ବାକି ତ ସମସ୍ତେ ଦଣ୍ଡ ଭୋଗ କରିଯିବେ
। ଦଣ୍ଡ ତ ବହୁତ ମିଳିବ । ସେଠାରେ ତ ଗର୍ଭ ମହଲରେ ଆରାମରେ ରହିବେ । ପିଲାମାନେ ସାକ୍ଷାତ୍କାର
ମଧ୍ୟ କରିଛନ୍ତି । କୃଷ୍ଣଙ୍କର ଜନ୍ମ କିପରି ହେଉଛି, ଅପରିଷ୍କାରର କୌଣସି କଥା ନାହିଁ । ସେହି
ସ୍ଥାନ ଏକଦମ୍ ଯେପରି ଆଲୋକିତ ହୋଇଯିବ । ଏବେ ତୁମେ ବୈକୁଣ୍ଠର ମାଲିକ ହେବାକୁ ଯାଉଛ, ତେଣୁ
ସେହିପରି ପୁରୁଷାର୍ଥ ମଧ୍ୟ କରିବାକୁ ପଡିବ । ବହୁତ ଶୁଦ୍ଧ, ପବିତ୍ର ଖାଦ୍ୟ-ପାନୀୟ ହେବା ଉଚିତ୍
। ଡାଲି ଭାତ ସବୁଠାରୁ ଭଲ । ଋଷିକେଶରେ ସନ୍ନ୍ୟାସୀମାନେ ଗୋଟିଏ ଦ୍ୱାରରୁ ଭିକ୍ଷା ନେଇ
ଚାଲିଯାଇଥାନ୍ତି, ହଁ କିଏ କେଉଁଭଳି, କିଏ କେଉଁଭଳି ହୋଇଥା’ନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜ ଉପରେ
ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ହେବ । ମାୟାଠାରୁ ନିଜକୁ ଦୂରେଇ ରଖିବାକୁ ହେବ । ଯୋଗର ସଚ୍ଚା ସଚ୍ଚା
ଚାର୍ଟ ରଖିବାକୁ ହେବ ।
(୨) ମାତା-ପିତାଙ୍କୁ
ଅନୁକରଣ କରି ତାଙ୍କର ଦିଲ୍ତଖତ୍ନସୀନ ଅର୍ଥାତ୍ ହୃଦୟ ସିଂହାସନର ଅଧିକାରୀ ହେବାକୁ ପଡିବ ।
ଦିନ-ରାତି ସେବାରେ ତତ୍ପର ରହିବାକୁ ହେବ । ସମସ୍ତଙ୍କୁ ସନ୍ଦେଶ ଦେବାକୁ ହେବ ଯେ ବାବାଙ୍କୁ ମନେ
ପକାଅ । ୫ ବିକାରର ଦାନ ଦେଇଦିଅ ଯାହାଦ୍ୱାରା ଗ୍ରହଣ ଛାଡିଯିବ ।
ବରଦାନ:-
ସେନ୍ସ ଏବଂ
ଇସେନ୍ସର ସନ୍ତୁଳନ ଦ୍ୱାରା ନିଜର ପଣିଆକୁ ସ୍ୱାହା କରୁଥିବା ବିଶ୍ୱ ପରିବର୍ତ୍ତକ ହୁଅ ।
ସେନ୍ସ ଅର୍ଥାତ୍ ଜ୍ଞାନର
ପଏଣ୍ଟ ବା ବୁଦ୍ଧିମାନୀ ଏବଂ ଇସେନ୍ସ ଅର୍ଥାତ୍ ସର୍ବ ଶକ୍ତି ସ୍ୱରୂପର ସ୍ମୃତି ଏବଂ ସମର୍ଥ
ସ୍ୱରୂପ । ଏହି ଦୁଇଟିର ଯଦି ସନ୍ତୁଳନ ରହିବ ତେବେ ନିଜର ପଣିଆ ବା ମୋର ପଣିଆର ପୁରୁଣା ସ୍ମୃତି
ସ୍ୱତଃ ହିଁ ସ୍ୱାହା ହୋଇଯିବ । ପ୍ରତିଟି ମୂହୁର୍ତ୍ତ, ପ୍ରତିଟି ସଂକଳ୍ପ, ପ୍ରତ୍ୟେକ ବାଣୀ ଏବଂ
ପ୍ରତ୍ୟେକ କର୍ମ ବିଶ୍ୱ ପରିବର୍ତ୍ତନର ସେବା ପ୍ରତି ସ୍ୱାହା ହୋଇଯିବା ଦ୍ୱାରା ବିଶ୍ୱ
ପରିବର୍ତ୍ତକ ସ୍ୱତଃ ହିଁ ହୋଇଯିବ । ଯେଉଁମାନେ ନିଜର ଦେହ ସହିତ ସ୍ୱାହା ହୋଇଯାଆନ୍ତି,
ସେମାନଙ୍କର ଶ୍ରେଷ୍ଠ ପ୍ରକମ୍ପନ ଦ୍ୱାରା ବାୟୁମଣ୍ଡଳର ପରିବର୍ତ୍ତନ ସହଜରେ ହୋଇଯାଏ ।
ସ୍ଲୋଗାନ:-
ଯଦି ପ୍ରାପ୍ତି
ଗୁଡିକୁ ସ୍ମୃତିରେ ରଖିବ ତେବେ ଦୁଃଖ-ଅଶାନ୍ତିର କଥା ସବୁ ଭୁଲି ହୋଇଯିବ ।
ଅବ୍ୟକ୍ତ ଈଶାରା:-
ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର ।
ଶ୍ରେଷ୍ଠ କର୍ମର ମୂଳଦୁଆ
ହେଲା ପବିତ୍ରତା । କିନ୍ତୁ ପବିତ୍ରତା କେବଳ ବ୍ରହ୍ମଚର୍ଯ୍ୟ ନୁହେଁ । ତେବେ ଏହା ମଧ୍ୟ ଶ୍ରେଷ୍ଠ
ଅଟେ କିନ୍ତୁ ମନର ସଂକଳ୍ପରେ ଯଦି କୌଣସି ଆତ୍ମା ପ୍ରତି ବିଶେଷ ମୋହର ଆକର୍ଷଣ ରହିଲା ବା କୌଣସି
ଆତ୍ମାର ବିଶେଷତା ଉପରେ ପ୍ରଭାବିତ ହୋଇଗଲ ବା ସେହି ଆତ୍ମା ପ୍ରତି ନକାରାତ୍ମକ ସଂକଳ୍ପ ଚାଲିଲା,
ଏଭଳି ବାଣୀ ବା ଶବ୍ଦ ବାହାରିଲା ଯାହାକି ମର୍ଯ୍ୟାଦା ପୂର୍ବକ ନୁହେଁ ତେବେ ତାକୁ ମଧ୍ୟ ପବିତ୍ରତା
କୁହାଯିବ ନାହିଁ ।