22.08.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମକୁ
କିଏ ପଢାଇବାକୁ ଆସିଛନ୍ତି, ବିଚାର କଲେ ଖୁସିରେ ରୋମାଞ୍ଚିତ ହୋଇଯିବ, ସର୍ବୋଚ୍ଚ ବାବା ତୁମକୁ
ପାଠ ପଢାଉଛନ୍ତି, ଏପରି ପାଠପଢାକୁ କେବେ ବି ଛାଡିବା ଉଚିତ୍ ନୁହେଁ ।”
ପ୍ରଶ୍ନ:-
ଏବେ ତୁମର କେଉଁ
ନିଶ୍ଚୟ ହୋଇଛି? ନିଶ୍ଚୟବୁଦ୍ଧିର ଲକ୍ଷଣ କ’ଣ?
ଉତ୍ତର:-
ତୁମର ନିଶ୍ଚୟ ହେଉଛି ଯେ ଆମେ ବର୍ତ୍ତମାନ ଏପରି ପାଠ ପଢୁଛୁ, ଯାହା ଦ୍ୱାରା ଡବଲ ମୁକୁଟଧାରୀ
ରାଜାମାନଙ୍କର ରାଜା ହେବୁ । ସ୍ୱୟଂ ଭଗବାନ ଆମକୁ ପାଠ ପଢାଇ ବିଶ୍ୱର ମାଲିକ କରୁଛନ୍ତି ।
ବର୍ତ୍ତମାନ ଆମେ ତାଙ୍କର ସନ୍ତାନ ହୋଇଛୁ ତେଣୁ ଏହି ପାଠପଢାରେ ଲାଗିଯିବା ଉଚିତ୍ । ଯେପରି ଛୋଟ
ପିଲାମାନେ ନିଜର ମା-ବାପାଙ୍କ ବ୍ୟତୀତ ଅନ୍ୟ କାହା ପାଖକୁ ବି ଯାଆନ୍ତି ନାହିଁ । ସେହିପରି
ତୁମମାନଙ୍କୁ ବେହଦର ବାବା ମିଳିଯାଇଛନ୍ତି ତେଣୁ ଆଉ କେହି ବି ତୁମକୁ ପସନ୍ଦ ନ ଆସନ୍ତୁ । ସର୍ବଦା
ସେହି ଜଣଙ୍କର ହିଁ ସ୍ମୃତି ରହିଥାଉ ।
ଗୀତ:-
କୌନ ଆୟା ଆଜ
ସବେରେ-ସବେରେ...
ଓମ୍ ଶାନ୍ତି ।
ମଧୁର
ସନ୍ତାନମାନେ ଗୀତ ଶୁଣିଲେ - କିଏ ଆସିଛନ୍ତି ଏବଂ କିଏ ପଢାଉଛନ୍ତି? ଏହା ବୁଝିବାର କଥା । କେହି
ବହୁତ ବୁଦ୍ଧିମାନ, କେହି କମ୍ ବୁଦ୍ଧିମାନ ହୋଇଥା’ନ୍ତି । ବହୁତ ପାଠପଢିଥିଲେ, ତାଙ୍କୁ ବହୁତ
ବୁଦ୍ଧିମାନ ବୋଲି କୁହାଯିବ । ଯେଉଁମାନେ ଶାସ୍ତ୍ର ଆଦି ପଢିଥା’ନ୍ତି, ସେମାନଙ୍କର ବହୁତ ସମ୍ମାନ
ହୋଇଥାଏ । କମ୍ ପାଠ ପଢିଥିଲେ କମ୍ ସମ୍ମାନ ମିଳିଥାଏ । ଏବେ ଗୀତର ଅକ୍ଷର ଶୁଣିଲ - କିଏ ପଢାଇବାକୁ
ଆସିଛନ୍ତି! ଶିକ୍ଷକ ଆସୁଛନ୍ତି ନା । ସ୍କୁଲରେ ଛାତ୍ର ଜାଣିଛନ୍ତି ଯେ ଶିକ୍ଷକ ପଢାଇବାକୁ
ଆସିଛନ୍ତି । ଏଠାକୁ କିଏ ପଢାଇବାକୁ ଆସିଛନ୍ତି? ଏକଦମ୍ ଲୋମ ଟାଙ୍କୁରି ଉଠିବା ଉଚିତ୍ ।
ସର୍ବୋଚ୍ଚ ବାବା ପୁନର୍ବାର ପଢାଇବାକୁ ଆସିଛନ୍ତି । ଏହା ବୁଝିବାର ବିଷୟ ନା! ଭାଗ୍ୟର ମଧ୍ୟ କଥା
ରହିଛି । କିଏ ପଢାଉଛନ୍ତି? ଭଗବାନ । ସେ ଆସି ପଢାଉଛନ୍ତି । ବିବେକ କହୁଛି - ଭଲେ କେହି କେତେ
ପାଠ ପଢନ୍ତୁ, ତୁରନ୍ତ ସେ ଲୌକିକ ପାଠପଢା ଛାଡି ଭଗବାନଙ୍କ ପାଖରେ ଆସି ଅଲୌକିକ ପାଠ ପଢନ୍ତୁ ।
ଗୋଟିଏ ସେକେଣ୍ଡରେ ସବୁ କିଛି ଛାଡି ବାବାଙ୍କ ପାଖକୁ ପଢିବାକୁ ଆସିଯାଆନ୍ତୁ ।
ବାବା ବୁଝାଉଛନ୍ତି - ଏବେ
ତୁମେ ପୁରୁଷୋତ୍ତମ ସଂଗମଯୁଗୀ ହୋଇଛ । ଲକ୍ଷ୍ମୀ-ନାରାୟଣ ହେଉଛନ୍ତି ସର୍ବୋତ୍ତମ ପୁରୁଷ ।
ଦୁନିଆରେ କାହାକୁ ହେଲେ ଜଣା ନାହିଁ ଯେ କେଉଁ ପାଠ ଦ୍ୱାରା ଏମାନେ ଏହି ପଦ ପାଇଛନ୍ତି । ତୁମେ
ପଢୁଛ - ଏହି ପଦ ପାଇବା ପାଇଁ । କିଏ ପଢାଉଛନ୍ତି? ଭଗବାନ । ତେଣୁ ଆଉ ସବୁ ପାଠପଢା ଛାଡି ଏହି
ପଢାରେ ଲାଗିଯିବା ଉଚିତ୍ । କାହିଁକି ନା ବାବା କଳ୍ପ ଶେଷରେ ଆସୁଛନ୍ତି । ବାବା କହୁଛନ୍ତି - ମୁଁ
ପ୍ରତ୍ୟେକ ୫ ହଜାର ବର୍ଷରେ ଥରେ ସମ୍ମୁଖକୁ ପଢାଇବାକୁ ଆସେ । ଆଶ୍ଚର୍ଯ୍ୟ ନା । କହୁଛନ୍ତି ମଧ୍ୟ
ଭଗବାନ ଆମକୁ ପଢାଉଛନ୍ତି, ଏହି ପଦ ପ୍ରାପ୍ତ କରାଇବା ପାଇଁ । ତଥାପି ପଢୁ ନାହାଁନ୍ତି । ତେଣୁ
ବାବା କହିବେ ଇଏ ଚାଲାକ-ଚତୁର ନୁହେଁ । ବାବାଙ୍କ ପାଠପଢା ପ୍ରତି ପୂରା ଧ୍ୟାନ ଦେଉ ନାହାଁନ୍ତି ।
ବାବାଙ୍କୁ ଭୁଲିଯାଉଛନ୍ତି । ତୁମେ କହୁଛ ଯେ ବାବା ଆମେ ଆପଣଙ୍କୁ ଭୁଲିଯାଉଛୁ । ଶିକ୍ଷକଙ୍କୁ
ମଧ୍ୟ ଭୁଲିଯାଉଛନ୍ତି । ଏହା ହେଉଛି ମାୟାର ତୋଫାନ । କିନ୍ତୁ ପାଠ ତ ପଢିବା ଉଚିତ୍ ନା । ବିବେକ
କହୁଛି ଭଗବାନ ପଢାଉଛନ୍ତି ତେଣୁ ସେହି ପାଠପଢାରେ ଏକଦମ୍ ଲାଗିଯିବା ଉଚିତ୍ । ଛୋଟ ପିଲାମାନଙ୍କୁ
ହିଁ ପାଠ ପଢେଇବାକୁ ପଡିଥାଏ । ଆତ୍ମା ତ ସମସ୍ତଙ୍କ ମଧ୍ୟରେ ରହିଛି । ବାକି ଶରୀର ଛୋଟ-ବଡ
ହୋଇଥାଏ । ଆତ୍ମା କହୁଛି ମୁଁ ତୁମର ଛୋଟ ପିଲା ହୋଇଛି । ମୋର ହୋଇଛ ଏବେ ପାଠ ପଢ । କ୍ଷୀର ପାନ
କରୁଥିବା ଛୋଟ ଛୁଆ ତ ନୁହଁ । ପ୍ରଥମେ ହେଉଛି ପାଠପଢା । ଏଥିରେ ବହୁତ ଧ୍ୟାନ ଦେବା ଉଚିତ୍ ।
ଛାତ୍ରମାନେ ପୁଣି ସୁପ୍ରିମ ଶିକ୍ଷକଙ୍କ ପାଖକୁ ଆସୁଛନ୍ତି । ସେଠାରେ ପାଠ ପଢାଇବା ପାଇଁ ଶିକ୍ଷକ
ନିଧାର୍ଯ୍ୟ ଥାନ୍ତି । ତଥାପି ସୁପ୍ରିମ ଶିକ୍ଷକ ଅଛନ୍ତି ନା । ୭ ଦିନ ଭଟ୍ଟୀର ମଧ୍ୟ ଗାୟନ ରହିଛି
। ବାବା କହୁଛନ୍ତି ପବିତ୍ର ରୁହ ଏବଂ ମୋତେ ମନେ ପକାଅ । ଦୈବୀଗୁଣ ଧାରଣ କଲେ ତୁମେ ଏଭଳି ହୋଇଯିବ
। ବେହଦର ବାବାଙ୍କୁ ମନେ ପକାଇବାକୁ ହେବ । ଛୋଟ ପିଲାଙ୍କୁ ମାତା-ପିତାଙ୍କ ବ୍ୟତୀତ ଅନ୍ୟ କେହି
ଧରିଲେ ପାଖକୁ ଯାଇନଥା’ନ୍ତି । ତୁମେ ମଧ୍ୟ ବେହଦ ବାବାଙ୍କର ହୋଇଛ ତେଣୁ ଆଉ କାହାକୁ ଦେଖିବାକୁ
ପସନ୍ଦ ମଧ୍ୟ ଆସିବ ନାହିଁ, ସିଏ କେହି ବି ହୋଇଥାଆନ୍ତୁ । ତୁମେ ଜାଣିଛ ଆମେ ସର୍ବୋଚ୍ଚ
ବାବାଙ୍କର ହୋଇଛୁ । ସେ ଆମକୁ ଡବଲ ମୁକୁଟଧାରୀ ରାଜାମାନଙ୍କର ରାଜା କରୁଛନ୍ତି । ଲାଇଟ୍ର ମୁକୁଟ
ମନମନାଭବର ଏବଂ ରତ୍ନ ଜଡିତ ମୁକୁଟ, ମଧ୍ୟାଜୀଭବ । ନିଶ୍ଚୟ ହୋଇଯାଉଛି ଆମେ ଏହି ଶିକ୍ଷା ଦ୍ୱାରା
ବିଶ୍ୱର ମାଲିକ ହେଉଛୁ, ୫ ହଜାର ବର୍ଷ ପରେ ଇତିହାସର-ପୁନରାବୃତ୍ତି ହେଉଛି ନା । ତୁମକୁ ରାଜତ୍ୱ
ମିଳୁଛି । ବାକି ସବୁ ଆତ୍ମାମାନେ ଶାନ୍ତିଧାମ ନିଜ ଘରକୁ ଚାଲିଯିବେ । ଏବେ ତୁମେ ପିଲାମାନେ
ଜାଣିପାରିଲ ଯେ ପ୍ରକୃତରେ ଆମେ ଆତ୍ମାମାନେ ବାବାଙ୍କ ସହିତ ନିଜ ଘରେ ପରମଧାମରେ ରହୁଥିଲୁ,
ବାବାଙ୍କର ହେବା ଦ୍ୱାରା ଏବେ ତୁମେ ସ୍ୱର୍ଗର ମାଲିକ ହେଉଛ, ପୁଣି ବାବାଙ୍କୁ ଭୁଲି ଅନାଥ
ହୋଇଯାଉଛ । ବର୍ତ୍ତମାନ ଭାରତ ଅନାଥ ହୋଇଯାଇଛି । ଅନାଥ ସେହିମାନଙ୍କୁ କୁହାଯାଏ ଯାହାଙ୍କର
ମାତା-ପିତା ନଥାନ୍ତି । ଏଣେ ତେଣେ ଧକ୍କା ଖାଇଥାଆନ୍ତି । ତୁମକୁ ତ ଏବେ ବାବା ମିଳିଛନ୍ତି, ତୁମେ
ସାରା ସୃଷ୍ଟି ଚକ୍ରକୁ ଜାଣିଯାଇଛ, ତେଣୁ ଖୁସିରେ ଗଦଗଦ ହେବା ଦରକାର । ଆମେ ବେହଦ ପିତାଙ୍କର
ସନ୍ତାନ ଅଟୁ । ପରମପିତା ପରମାତ୍ମା ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ନୂଆ ସୃଷ୍ଟି ରଚନା
କରୁଛନ୍ତି । ଏହା ବହୁତ ସହଜ ବୁଝିବାର କଥା । ତୁମର ଚିତ୍ର ମଧ୍ୟ ଅଛି, ବିରାଟ ରୂପର ଚିତ୍ର ମଧ୍ୟ
ତିଆରି କରିଛନ୍ତି । ୮୪ ଜନ୍ମର କାହାଣୀ ଦର୍ଶାଇଛନ୍ତି । ଆମେ ହିଁ ସେହି ଦେବତା ପୁଣି କ୍ଷତ୍ରିୟ,
ବୈଶ୍ୟ, ଶୁଦ୍ର ହେଉଛୁ । ଏହା କୌଣସି ମନୁଷ୍ୟ ଜାଣି ନାହାଁନ୍ତି । କାହିଁକି ନା ବ୍ରାହ୍ମଣ ଏବଂ
ବ୍ରାହ୍ମଣମାନଙ୍କୁ ପଢାଉଥିବା ବାବା ଉଭୟଙ୍କର ନାମର କୌଣସି ଚିହ୍ନ ବର୍ଣ୍ଣ ରଖି ନାହାଁନ୍ତି ।
ଇଂରାଜୀରେ ମଧ୍ୟ ତୁମେ ଭଲ ଭାବରେ ବୁଝାଇପାରିବ । ଯେଉଁମାନେ ଇଂରାଜୀ ଜାଣିଛନ୍ତି ସେମାନଙ୍କୁ
ଅନୁବାଦ କରି ବୁଝାଇବା ଦରକାର । ପିତା ଜ୍ଞାନର ସାଗର ଅଟନ୍ତି, ତାଙ୍କ ଠାରେ ଏହି ଜ୍ଞାନ ରହିଛି
ଯେ ସୃଷ୍ଟିର ଚକ୍ର କିପରି ଘୂରୁଛି । ଏହା ହେଉଛି ପାଠପଢା । ଯୋଗକୁ ମଧ୍ୟ ବାବାଙ୍କ ୟାଦ କୁହାଯାଏ,
ଯାହାକୁ ଇଂରାଜୀରେ କମ୍ୟୁନିୟନ ଅର୍ଥାତ୍ ସଂଯୋଗ କୁହାଯାଏ । ବାବାଙ୍କ ସହିତ କମ୍ପ୍ୟୁନିୟନ, ଗୁରୁ,
ଶିକ୍ଷକଙ୍କ ସହିତ କମ୍ୟୁନିୟନ । ଏହା ହେଉଛି ଈଶ୍ୱର ପିତାଙ୍କ ସହ କମ୍ୟୁନିୟନ (ସଂଯୋଗ) । ସ୍ୱଂୟ
ବାବା କହୁଛନ୍ତି ମୋତେ ମନେ ପକାଅ ଆଉ କୌଣସି ଦେହଧାରୀଙ୍କୁ ମନେ ପକାଅ ନାହିଁ । ମନୁଷ୍ୟ ଗୁରୁ ଆଦି
କରିଥା’ନ୍ତି, ଶାସ୍ତ୍ର ଆଦି ପଢିଥା’ନ୍ତି, କିନ୍ତୁ ଲକ୍ଷ୍ୟ-ଉଦ୍ଦେଶ୍ୟ କିଛି ହେଲେ ନଥାଏ । ଏହା
ଦ୍ୱାରା କାହାର ସଦ୍ଗତି ତ ହୁଏ ନାହିଁ । ବାବା କହୁଛନ୍ତି ମୁଁ ଆସିଛି ସମସ୍ତଙ୍କୁ ଘରକୁ ଫେରାଇ
ନେବା ପାଇଁ । ଏବେ ତୁମକୁ ବାବାଙ୍କ ସହିତ ବୁଦ୍ଧିର ଯୋଗ ରଖିବାକୁ ହେବ, ତେବେ ତୁମେ ସେଠାରେ ଯାଇ
ପହଞ୍ଚି ପାରିବ । ବାବାଙ୍କୁ ଯଥାର୍ଥ ଭାବେ ମନେ ପକାଇଲେ ବିଶ୍ୱର ମାଲିକ ହୋଇପାରିବ । ଏହି
ଲକ୍ଷ୍ମୀ-ନାରାୟଣ ସ୍ୱର୍ଗର ମାଲିକ ଥିଲେ ନା । ଏକଥା କିଏ ବୁଝାଉଛନ୍ତି । ବାବାଙ୍କୁ ନଲେଜଫୁଲ୍
କୁହାଯାଏ । ମନୁଷ୍ୟ ପୁଣି କହିଦିଅନ୍ତି ଭଗବାନ ଅନ୍ତର୍ଯ୍ୟାମୀ । ବାସ୍ତବରେ ଅନ୍ତର୍ଯ୍ୟାମୀ
ଅକ୍ଷର ଯଥାର୍ଥ ନୁହେଁ । ଶରୀର ଭିତରେ ଆତ୍ମା ନିବାସ କରୁଛି । ଆତ୍ମା ଯେଉଁ କାମ କରୁଛି, ତାକୁ
ସମସ୍ତେ ଜାଣିଛନ୍ତି । ସବୁ ମନୁଷ୍ୟ ହେଉଛନ୍ତି ଅନ୍ତର୍ଯ୍ୟାମୀ । ଆତ୍ମା ହିଁ ଶିଖିଥାଏ । ବାବା
ତୁମକୁ ଆତ୍ମ-ଅଭିମାନୀ କରୁଛନ୍ତି । ତୁମେ ହେଉଛ ଆତ୍ମା ମୂଳବତନର ବାସିନ୍ଦା । ତୁମେ ଆତ୍ମା କେତେ
ଛୋଟ ବିନ୍ଦୁ । ଅନେକ ଥର ତୁମେ ଅଭିନୟ କରିବାକୁ ଆସିଛ । ବାବା କହୁଛନ୍ତି ମୁଁ ହେଉଛି ବିନ୍ଦୁ ।
ମୋ’ର ବିନ୍ଦୁର ତ ପୂଜା କରିପାରିବେ ନାହିଁ । କାହିଁକି କରିବେ, ଦରକାର ହିଁ ନାହିଁ । ମୁଁ ତୁମ
ଆତ୍ମାମାନଙ୍କୁ ପଢାଇବାକୁ ଆସୁଛି । ତୁମକୁ ହିଁ ରାଜତ୍ୱ ଦେଉଛି ପୁଣି ରାବଣ ରାଜ୍ୟକୁ ଚାଲିଯିବାରୁ
ମୋତେ ହିଁ ଭୁଲିଯାଉଛ । ପ୍ରଥମେ ପ୍ରଥମେ ଆତ୍ମା ଅଭିନୟ କରିବା ପାଇଁ ଆସୁଛି । ମନୁଷ୍ୟ କୁହନ୍ତି
୮୪ ଲକ୍ଷ ଜନ୍ମ ନେଇଥାଏ । କିନ୍ତୁ ବାବା କହୁଛନ୍ତି ସର୍ବାଧିକ ହିଁ ହେଉଛି ୮୪ ଜନ୍ମ । ବିଦେଶକୁ
ଯାଇ ଏହି କଥା ଶୁଣାଇଲେ ସେମାନେ କହିବେ ଯେ ଏହି ଜ୍ଞାନ ତୁମେ ଏଠାରେ ବସି ଶୁଣାଅ । ତୁମକୁ ଭାରତରେ
୧ ହଜାର ଟଙ୍କା ମିଳୁଛି, ଆମେ ତୁମକୁ ୧୦-୨୦ ହଜାର ଟଙ୍କା ଦେବୁ । ଆମକୁ ମଧ୍ୟ ଜ୍ଞାନ ଶୁଣାଅ ।
ଈଶ୍ୱର ପିତା ଆମ ଆତ୍ମାମାନଙ୍କୁ ପଢାଉଛନ୍ତି । ଆତ୍ମା ହିଁ ଜଜ୍ ଆଦି ହେଉଛି । ବାକି ମନୁଷ୍ୟ ତ
ସବୁ ହେଉଛନ୍ତି ଦେହ-ଅଭିମାନୀ । କାହାଠାରେ ମଧ୍ୟ ଜ୍ଞାନ ନାହିଁ । ଯଦିଓ ବଡ-ବଡ ଦାର୍ଶନିକ ଆଦି
ଅଛନ୍ତି କିନ୍ତୁ, ଏହି ଜ୍ଞାନ କାହା ଠାରେ ନାହିଁ । ଗଡ୍ ଫାଦର ନିରାକାର ପଢାଇବାକୁ ଆସୁଛନ୍ତି ।
ଆମେ ତାଙ୍କଠାରୁ ପଢୁଛୁ, ଏହି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ । ଆମେ ଏହି କଥା କେବେ ଶୁଣି ନାହୁଁ
କିମ୍ବା ପଢି ନାହୁଁ । ଏକ ବାବାଙ୍କୁ ହିଁ ଲିବରେଟର୍, ଗାଇଡ୍ କୁହାଯାଇଥାଏ । ଯଦି ସେ ହେଲେ
ଲିବରେଟର୍ ତେବେ ଖ୍ରୀଷ୍ଟଙ୍କୁ କାହିଁକି ମନେ ପକାଉଛ? ଏହି କଥା ଭଲ ଭାବରେ ବୁଝାଇଲେ ସେ ଚକିତ
ହୋଇଯିବେ । କହିବେ ଏକଥା ଆମେ ମଧ୍ୟ ଶୁଣିବୁ । ସ୍ୱର୍ଗର ସ୍ଥାପନା ହେଉଛି, ସେଥିପାଇଁ ଏହି
ମହାଭାରତ ଲଢେଇ ମଧ୍ୟ ହେଉଛି । ବାବା କହୁଛନ୍ତି ମୁଁ ତୁମକୁ ରାଜାମାନଙ୍କର ରାଜା ଡବଲ ତାଜଧାରୀ
କରାଉଛି, ପବିତ୍ରତା, ଶାନ୍ତି, ସମ୍ପତ୍ତି ସବୁ ଥିଲା । ବିଚାର କର, କେତେ ବର୍ଷ ବିତିଯାଇଛି?
ଖ୍ରୀଷ୍ଟଙ୍କର ୩ ହଜାର ବର୍ଷ ପୂର୍ବେ ଏହିମାନଙ୍କର ରାଜ୍ୟ ଥିଲା ନା । କହିବେ ଏହା ତ ହେଉଛି
ସ୍ପିରିଚ୍ୟୁଆଲ୍ ନଲେଜ୍ । ଇଏ ତ ହେଉଛନ୍ତି ଡାଇରେକ୍ଟ ସୁପ୍ରିମ ପିତାଙ୍କର ସନ୍ତାନ, ତାଙ୍କଠାରୁ
ରାଜଯୋଗ ଶିଖୁଛନ୍ତି । ବିଶ୍ୱର ଇତିହାସ-ଭୂଗୋଳ କିପରି ପୁନରାବୃତ୍ତି ହେଉଛି, ଏହି ସବୁ ହେଉଛି
ଜ୍ଞାନ । ଆମ ଆତ୍ମାରେ ୮୪ ଜନ୍ମର ଅଭିନୟ ଭରି ରହିଛି । ଏହି ଯୋଗର ଶକ୍ତି ଦ୍ୱାରା ଆତ୍ମା
ସତ୍ତ୍ୱପ୍ରଧାନ ହୋଇ ସ୍ୱର୍ଣ୍ଣିମ ଯୁଗକୁ ଚାଲିଯିବ । ପୁଣି ସେମାନଙ୍କ ପାଇଁ ରାଜ୍ୟ ଦରକାର ।
ପୁରୁଣା ଦୁନିଆର ବିନାଶ ମଧ୍ୟ ଆବଶ୍ୟକ । ତାହା ସମ୍ମୁଖରେ ଉପସ୍ଥିତ । ପୁଣି ଏକ ଧର୍ମର ରାଜ୍ୟ
ହେବ । ଏହା ହେଉଛି ପାପ ଆତ୍ମାମାନଙ୍କର ଦୁନିଆ ନା । ଏବେ ତୁମେ ପବିତ୍ର ହେଉଛ, କୁହ ଏହି ଯୋଗ ବଳ
ଦ୍ୱାରା ଆମେ ପବିତ୍ର ହେଉଛୁ ଆଉ ସମସ୍ତଙ୍କର ବିନାଶ ହୋଇଯିବ । ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ
ଆସିବ । ଆମେ ଅନୁଭବ କରିଛୁ ଓ ଦିବ୍ୟଦୃଷ୍ଟି ଦ୍ୱାରା ଦେଖିଛୁ । ଏସବୁ ଖଲାସ ହୋଇଯିବ । ବାବା
ଆସିଛନ୍ତି ଦୈବୀ ଦୁନିଆ ସ୍ଥାପନ କରିବା ପାଇଁ । ଶୁଣିଲେ କହିବେ ଓହୋ! ଏମାନେ ତ ହେଉଛନ୍ତି
ଈଶ୍ୱରୀୟ ପିତାଙ୍କର ସନ୍ତାନ । ତୁମେ ଜାଣିଛ ଏହି ଲଢେଇ ନିଶ୍ଚିତ ଲାଗିବ । ପ୍ରାକୃତିକ
ବିପର୍ଯ୍ୟୟ ହେବ । କ’ଣ ଅବସ୍ଥା ହେବ? ଏସବୁ ବଡ-ବଡ ଘର ଆଦି ଭାଙ୍ଗି ଚୁରମାର ହୋଇଯିବ । ତୁମେ
ଜାଣିଛ ଏହି ବୋମା ଆଦି ୫ ହଜାର ବର୍ଷ ପୂର୍ବେ ମଧ୍ୟ ତିଆରି କରିଥିଲେ ନିଜର ହିଁ ବିନାଶ ପାଇଁ ।
ଏବେ ମଧ୍ୟ ବୋମା ସବୁ ପ୍ରସ୍ତୁତ ହୋଇ ରହିଛି । ଯୋଗବଳ କ’ଣ, ଯାହା ଦ୍ୱାରା ତୁମେ ବିଶ୍ୱ ଉପରେ
ବିଜୟ ପ୍ରାପ୍ତ କରୁଛ, ଏକଥା ଆଉ କେହି କ’ଣ ଜାଣିଛନ୍ତି । କୁହ, ବିଜ୍ଞାନ ତୁମର ହିଁ ବିନାଶ କରୁଛି
। ଆମର ବାବାଙ୍କ ସହିତ ଯୋଗ ରହିଛି ତେଣୁ ସେହି ଶାନ୍ତିର ଶକ୍ତି ଦ୍ୱାରା ଆମେ ବିଶ୍ୱ ଉପରେ ବିଜୟ
ପ୍ରାପ୍ତ କରି ସତ୍ତ୍ୱପ୍ରଧାନ ହୋଇଯାଉଛୁ । ବାବା ହେଉଛନ୍ତି ହିଁ ପତିତ-ପାବନ । ପବିତ୍ର ଦୁନିଆ
ନିଶ୍ଚୟ ସ୍ଥାପନ କରିକି ହିଁ ଛାଡିବେ । ଡ୍ରାମା ଅନୁସାରେ ନିଧାର୍ଯ୍ୟ ରହିଛି । ଯେଉଁ ସବୁ ବମ୍
ତିଆରି କରିଛନ୍ତି କ’ଣ ରଖିଦେବେ କି! ଏପରି ବୁଝାଇଲେ ବୁଝିବେ, ଇଏ ତ କୌଣସି ଅଥରିଟୀ (ଅଧିକାରୀ)
ଅଛନ୍ତି । ଏହାଙ୍କ ମଧ୍ୟରେ ଭଗବାନ ଆସି ପ୍ରବେଶ କରିଛନ୍ତି । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ
ରହିଛି । ଏପରି କଥା କହିଲେ ସେମାନେ ଖୁସି ହେବେ । ଆତ୍ମାରେ କିପରି ପାର୍ଟ ରହିଛି, ଏହା ମଧ୍ୟ
ଅନାଦି ପୂର୍ବ ପ୍ରସ୍ତୁତ ଡ୍ରାମା । ପୁଣି ନିଜ ସମୟରେ ଖ୍ରୀଷ୍ଟ ଆସି ତୁମର ଧର୍ମସ୍ଥାପନ କରିବେ ।
ଅଧିକାରର ସହିତ କହିଲେ ସେମାନେ ବୁଝିବେ । ବାବା ବସି ସବୁ ସନ୍ତାନଙ୍କୁ ବୁଝାଉଛନ୍ତି । ତେଣୁ ଏହି
ପଢାରେ ପିଲାମାନଙ୍କୁ ଲାଗିଯିବା ଉଚିତ୍ । ବାପ, ଟିଚର, ଗୁରୁ ତିନୋଟିଯାକ ହେଉଛନ୍ତି ଜଣେ । ସେ
କିପରି ଜ୍ଞାନ ଦେଉଛନ୍ତି, ଏହା ମଧ୍ୟ ତୁମେ ବୁଝୁଛ । ସମସ୍ତଙ୍କୁ ପବିତ୍ର କରାଇ ନେଇଯାଉଛନ୍ତି ।
ଦୈବୀ ରାଜଧାନୀରେ ପବିତ୍ରତା ଥିଲା । ଦେବୀ-ଦେବତାମାନେ ଥିଲେ । କଥା କହିବାରେ ବହୁତ ହୁସିଆର ଥିବା
ଦରକାର । କୁହ ବାକି ସବୁ ଆତ୍ମା ଶାନ୍ତିଧାମରେ ରହିବେ । ବାବା ହିଁ ସେଠାକୁ ନେଇଯାଉଛନ୍ତି, ବାବା
ହେଉଛନ୍ତି ସମସ୍ତଙ୍କର ସଦ୍ଗତିଦାତା । ତାଙ୍କର ଜନ୍ମ ସ୍ଥାନ ହେଉଛି ଭାରତ । ଏହା କେତେ ବଡ
ତୀର୍ଥ ସ୍ଥାନ ହୋଇଗଲା ।
ତୁମେ ଜାଣିଛ ସମସ୍ତଙ୍କୁ
ତମୋପ୍ରଧାନ ହେବାକୁ ପଡିବ । ପୁନର୍ଜନ୍ମ ସମସ୍ତଙ୍କୁ ନେବାକୁ ହେବ, କେହି ହେଲେ ଫେରି ଯାଇପାରିବେ
ନାହିଁ । ଏଭଳି ପ୍ରକାରରେ ବୁଝାଇବା ଦ୍ୱାରା ବହୁତ ଆଶ୍ଚର୍ଯ୍ୟ ହେବେ । ବାବା ତ କହୁଛନ୍ତି ଯୁଗଳ
ଥିଲେ ବହୁତ ଭଲ ବୁଝାଇ ପାରିବେ । ଭାରତରେ ପ୍ରଥମେ ପବିତ୍ରତା ଥିଲା । ପରେ ଅପବିତ୍ର କିପରି
ହେଉଛନ୍ତି । ଏହା ମଧ୍ୟ କହିପାରିବ । ପୂଜ୍ୟ ହିଁ ପୂଜାରୀ ହୋଇଯାଉଛନ୍ତି । ଅପବିତ୍ର ହେବା ଦ୍ୱାରା
ହିଁ ପୁଣି ନିଜର ପୂଜା କରିବାକୁ ଲାଗୁଛନ୍ତି । ରାଜାମାନଙ୍କ ଘରେ ମଧ୍ୟ ଏହି ଦେବତାମାନଙ୍କର
ଚିତ୍ର ରଖିଥା’ନ୍ତି, ଯେଉଁମାନେ ପବିତ୍ର ଦ୍ୱି-ମୁକୁଟଧାରୀ ଥିଲେ ସେମାନଙ୍କୁ ବିନା ମୁକୁଟଧାରୀ
ଅପବିତ୍ର ରାଜାମାନେ ପୂଜା କରୁଛନ୍ତି । ତେଣୁ ସେମାନେ ହେଲେ ପୂଜାରୀ ରାଜା । ସେମାନଙ୍କୁ ଗଡ୍-ଗଡେଜ୍
କୁହାଯିବ ନାହିଁ । କାହିଁକି ନା ସେମାନେ ଏହି ଦେବତାମାନଙ୍କର ପୂଜା କରୁଛନ୍ତି । ନିଜେ ପୂଜ୍ୟ,
ନିଜେ ପୂଜାରୀ, ପତିତ ହୋଇଯିବାରୁ ରାବଣ ରାଜ୍ୟ ଆରମ୍ଭ ହୋଇଯାଉଛି । ବର୍ତ୍ତମାନ ହେଉଛି ରାବଣ
ରାଜ୍ୟ । ଏପରି ବସି ବୁଝାଇଲେ କେତେ ମଜା କରି ଦେଖାଇବେ । ଗାଡିର ଦୁଇଟି ଚକ ଅର୍ଥାତ୍ ଯୁଗଳ
ଦେଖିଲେ ବହୁତ ଚମତ୍କାରିତା ଦେଖାଇବେ । ଏବେ ଆମେ ଯୁଗଳ ହିଁ ପୁଣି ସେଇ ଆମେ ପୂଜ୍ୟ ହେବୁ । ଆମେ
ଶାନ୍ତି, ପବିତ୍ରତା ଓ ସମୃଦ୍ଧିର ସମ୍ପତ୍ତି ନେଉଛୁ । ତୁମର ଚିତ୍ର ମଧ୍ୟ ତିଆରି କରୁଛନ୍ତି । ଏହା
ହେଉଛି ଈଶ୍ୱରୀୟ ପରିବାର । ଆମେ ବାବାଙ୍କର ସନ୍ତାନ ଅଟୁ । ନାତି ଏବଂ ନାତୁଣୀ ମଧ୍ୟ ଅଟୁ, ବାସ୍
ଆଉ କୌଣସି ସମ୍ବନ୍ଧ ନାହିଁ । ଏହାକୁ ନୂଆ ସୃଷ୍ଟି କୁହାଯାଉଛି । ପରେ ଦେବୀ-ଦେବତା ତ ଅଳ୍ପ ହେବେ
। ପୁଣି ଧିରେ ଧିରେ ବୃଦ୍ଧି ହେବ । ଏହି ଜ୍ଞାନ କେତେ ବୁଝିବା ଦରକାର । ଏହି ବାବା ମଧ୍ୟ ଧନ୍ଦାରେ
ଯେପରି ନବାବ ଥିଲେ । କୌଣସି କଥାର ଖାତିରି ନଥିଲା । ଯେବେ ଦେଖିଲେ ଏଠାରେ ତ ବାବା ପଢାଉଛନ୍ତି,
ବିନାଶ ସମ୍ମୁଖରେ ଛିଡା ହୋଇଛି ତେଣୁ ତୁରନ୍ତ ଛାଡିଦେଲେ । ଏହା ନିଶ୍ଚିତ ବୁଝିଗଲେ ଯେ ମୋତେ
ବାଦଶାହୀ ମିଳୁଛି ତେବେ ଏ ବେପାର କ’ଣ କରିବି! ତୁମେ ମଧ୍ୟ ବୁଝୁଛ ଯେ ଭଗବାନ ପଢାଉଛନ୍ତି, ଏହା ତ
ସମ୍ପୂର୍ଣ୍ଣ ଭାବରେ ପଢିବା ଦରକାର ନା । ତାଙ୍କ ମତରେ ଚାଲିବା ଉଚିତ୍ । ବାବା କହୁଛନ୍ତି ନିଜକୁ
ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ବାବାଙ୍କୁ ତୁମେ ଭୁଲିଯାଉଛ, ଲଜ୍ୱ୍ୟା ଆସୁନାହିଁ, ସେ ନିଶା
ଚଢୁ ନାହିଁ । ଏଠାରୁ ବହୁତ ରିଫ୍ରେସ୍ ହୋଇ ଯାଉଛନ୍ତି ପୁଣି ସେଠାରେ ସୋଡାପାଣି ହୋଇଯାଉଛନ୍ତି ।
ଏବେ ତୁମେ ପିଲାମାନେ ପୁରୁଷାର୍ଥ କରୁଛ ଗାଁ-ଗାଁରେ ସେବା କରିବା ପାଇଁ । ବାବା କହୁଛନ୍ତି ପ୍ରଥମେ
ପ୍ରଥମେ ତ ଏହା କୁହ ଯେ ଆତ୍ମାମାନଙ୍କର ପିତା କିଏ । ଭଗବାନ ତ ହେଉଛନ୍ତି ନିରାକାର । ସେ ହିଁ ଏହି
ପତିତ ଦୁନିଆକୁ ପବିତ୍ର କରାଇବେ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସ୍ୱୟଂ
ଭଗବାନ ସୁପ୍ରିମ୍ ଶିକ୍ଷକ ହୋଇ ଆମକୁ ପାଠ ପଢାଉଛନ୍ତି ସେଥିପାଇଁ ଭଲ ଭାବରେ ପଢିବାକୁ ହେବ,
ତାଙ୍କ ମତରେ ଚାଲିବାକୁ ହେବ ।
(୨) ବାବାଙ୍କ ସହିତ ଏପରି
ଯୋଗ ରଖିବା ଦରକାର ଯାହାଦ୍ୱାରା ଶାନ୍ତିର ଶକ୍ତି ଜମା ହେବ । ଶାନ୍ତିର ଶକ୍ତି ଦ୍ୱାରା ହିଁ ବିଶ୍ୱ
ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ ଏବଂ ପତିତରୁ ପବିତ୍ର ହେବାକୁ ପଡ଼ିବ ।
ବରଦାନ:-
ନିଜର ସମୟ ଏବଂ
ସଂକଳ୍ପକୁ ସେବାରେ ଅର୍ପଣ କରୁଥିବା ବିଧାତା, ବରଦାତା ହୁଅ ।
ଏବେ ନିଜର ଛୋଟ ଛୋଟ କଥା
ପଛରେ ଅର୍ଥାତ୍ ଶରୀର ଫଛରେ, ମନ ପଛରେ, ସାଧନ ଗୁଡିକ ପଛରେ, ସମ୍ବନ୍ଧ ପାଳନ କରିବା ପଛରେ ସମୟ ଏବଂ
ସଂକଳ୍ପ ଲଗାଇବା ପରିବର୍ତ୍ତେ ଏହାକୁ ସେବାରେ ଅର୍ପଣ କର । ଏହାର ସମର୍ପଣ ସମାରୋହ ପାଳନ କର ।
ପ୍ରତି ନିଃଶ୍ୱାସରେ ସେବାର ଲଗନ ରହୁ, ଏବଂ ସର୍ବଦା ସେବାରେ ମଗନ ରୁହ । ସେଠାରେ ଲାଗି ରହିବା
ଦ୍ୱାରା ସ୍ୱଉନ୍ନତିର ଉପହାର ସ୍ୱତଃ ହିଁ ପ୍ରାପ୍ତ ହୋଇଯିବ, କାହିଁକି ନା ବିଶ୍ୱ କଲ୍ୟାଣ ଭିତରେ
ସ୍ୱ କଲ୍ୟାଣ ଅନ୍ତର୍ନିହିତ । ସେଥିପାଇଁ ନିରନ୍ତର ମହାଦାନୀ, ବିଧାତା ଏବଂ ବରଦାତା ହୁଅ ।
ସ୍ଲୋଗାନ:-
ଯଦି ନିଜର
ଇଚ୍ଛାଗୁଡିକ କମ୍ କରିଦେବ ତେବେ ସମସ୍ୟା ଗୁଡିକ ମଧ୍ୟ କମ ହୋଇଯିବ ।
ଅବ୍ୟକ୍ତ ଈଶାରେ - ଯଦି
ସହଜଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ ।
ଯେପରି ଲୌକିକ ରୀତିରେ
କେହି ଯଦି କାହାର ସ୍ନେହରେ ଲଭଲୀନ ହୋଇ ରହିଥିବ ତେବେ ତା’ର ଚେହେରା ଦ୍ୱାରା, ନୟନ ଦ୍ୱାରା, ବାଣୀ
ଦ୍ୱାରା ଅନୁଭବ ହୋଇଥାଏ ଯେ ଇଏ ଲଭଲୀନ ଅଟେ, ପ୍ରେମିକା ଅଟେ, ସେହିପରି ତୁମେମାନେ ମଧ୍ୟ ଯେତେବେଳେ
କୌଣସି ମଞ୍ଚ ଉପରକୁ ଯାଉଛ ସେତେବେଳେ ତୁମ ଭିତରେ ବାବାଙ୍କର ସ୍ନେହ ଯେତିକି ପ୍ରକାଶିତ ହୋଇଥିବ
ସେତିକି ତୁମର ସ୍ନେହର ବାଣ ଅନ୍ୟମାନଙ୍କୁ ମଧ୍ୟ ସ୍ନେହରେ ଘାଇଲା କରିଦେବ ।