22.12.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବା ଯିଏ, ଯେପରି, ତାଙ୍କୁ ଯଥାର୍ଥ ରୂପେ ଚିହ୍ନି ମନେପକାଅ, ଏଥିପାଇଁ ବିଶାଳ ବୁଦ୍ଧି ସମ୍ପନ୍ନ ହୁଅ ।”

ପ୍ରଶ୍ନ:-
ବାବାଙ୍କୁ ଗରିବ-ନିବାଜ (ଦୀନବନ୍ଧୁ) କାହିଁକି କୁହାଯାଇଛି?

ଉତ୍ତର:-
କାହିଁକିନା ଏହି ସମୟରେ ସାରା ଦୁନିଆ ଗରିବ ଅର୍ଥାତ ଦୁଃଖି ହୋଇଯାଇଛି ଏବଂ ବାବା ସମସ୍ତଙ୍କୁ ଦୁଃଖରୁ ମୁକ୍ତ କରିବା ପାଇଁ ଆସିଛନ୍ତି । ବାକି କାହା ଉପରେ ଦୟା ଦେଖାଇ କପଡା ଦେଇ ଦେବା, ପଇସା ଦେଇ ଦେବା, ତାହା କୌଣସି ଅଦ୍ଭୂତ କାର୍ଯ୍ୟ ନୁହେଁ । ଏହା ଦ୍ୱାରା ସେମାନେ କେହି ସାହୁକାର ହୋଇ ଯାଆନ୍ତି ନାହିଁ । ଏପରି ନୁହେଁ ଯେ ମୁଁ ଏହି ନିଚ୍ଚ ସ୍ତରର ଲୋକମାନଙ୍କୁ ପଇସା ଦେଇ ନିଜକୁ ଦୀନବନ୍ଧୁ ବୋଲାଇବି । ମୁଁ ତ ଗରିବ ଅର୍ଥାତ୍ ପତିତମାନଙ୍କୁ, ଯାହାଙ୍କର ଜ୍ଞାନ ନାହିଁ, ତାଙ୍କୁ ଜ୍ଞାନ ଦେଇ ପବିତ୍ର କରୁଛି ।

ଗୀତ:-
ୟହି ବହାର ହୈ ଦୁନିଆ କୋ ଭୂଲ୍ ଜାନେ କି...

ଓମ୍ ଶାନ୍ତି ।
ମଧୁର ସନ୍ତାନମାନେ ଗୀତ ଶୁଣିଲେ । ସନ୍ତାନମାନେ ଜାଣିଛନ୍ତି ଯେ ଏଭଳି ଗୀତ ତ ଦୁନିଆର ମନୁଷ୍ୟମାନେ ଗାଇଛନ୍ତି । ଏଥିରେ ବହୁତ ଭଲ ଶବ୍ଦ ରହିଛି, ଏହି ପୁରୁଣା ଦୁନିଆକୁ ଭୁଲିବାକୁ ହେବ । ପୂର୍ବରୁ ଏପରି ଭାବୁ ନ ଥିଲେ । କଳିଯୁଗୀ ମନୁଷ୍ୟମାନେ ମଧ୍ୟ ବୁଝି ପାରୁନାହାନ୍ତି ଯେ ନୂଆ ଦୁନିଆକୁ ଯିବାକୁ ହେଲେ ନିଶ୍ଚିତ ପୁରୁଣା ଦୁନିଆକୁ ଭୂଲିବାକୁ ହେବ । ଯଦିଓ ଏତିକି ବୁଝୁଛନ୍ତି ଯେ ପୁରୁଣା ଦୁନିଆକୁ ଛାଡିବାକୁ ହେବ କିନ୍ତୁ ସେମାନେ ଭାବୁଛନ୍ତି ଏଥିପାଇଁ ଆହୁରି ବହୁତ ସମୟ ବାକି ଅଛି । ନୂଆ ପୁଣି ଦିନେ ପୁରୁଣା ହେବ, ଏହା ତ ଜାଣୁଛନ୍ତି କିନ୍ତୁ ଦୀର୍ଘ ସମୟ ଲେଖି ଦେଇଥିବାରୁ ଭୂଲି ଯାଇଛନ୍ତି । ତୁମକୁ ଏବେ ସ୍ମରଣ କରାଇ ଦିଆଯାଉଛି, ଏବେ ନୂଆ ଦୁନିଆ ସ୍ଥାପନ ହେଉଛି, ତେଣୁ ପୁରୁଣା ଦୁନିଆକୁ ଭୂଲିବାକୁ ହେବ । ଭୁଲି ଗଲେ କ’ଣ ହେବ? ଆମେ ଏହି ଶରୀର ଛାଡି ନୂଆ ଦୁନିଆକୁ ଯିବା । କିନ୍ତୁ ଅଜ୍ଞାନ କାଳରେ ଏପରି କଥାର ଅର୍ଥକୁ କେହି ଧ୍ୟାନ ଦିଅନ୍ତି ନାହିଁ । ଯେଉଁ ପ୍ରକାରରେ ବାବା ବୁଝାଉଛନ୍ତି, ଏପରି ଆଉ କେହି ବୁଝାଇବା ପାଇଁ ନାହାଁନ୍ତି । ତୁମେ ଏହାର ଅର୍ଥକୁ ବୁଝି ପାରୁଛ । ଏହା ମଧ୍ୟ ପିଲାମାନେ ଜାଣିଛନ୍ତି ଯେ ବାବା ବହୁତ ସାଧାରଣ । ଅନନ୍ୟ ଏବଂ ବହୁତ ଭଲ ଭଲ ପିଲାମାନେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବୁଝି ନାହାଁନ୍ତି । ୟା’ଙ୍କ ମଧ୍ୟରେ ଶିବବାବା ଆସୁଛନ୍ତି ବୋଲି ଭୂଲି ଯାଇଥାଆନ୍ତି । କୌଣସି ବି ନିର୍ଦ୍ଦେଶ ଦେଲେ ଭାବନ୍ତି ନାହିଁ ଯେ ଏହା ଶିବବାବାଙ୍କ ନିର୍ଦ୍ଦେଶ । ଶିବବାବାଙ୍କୁ ସାରା ଦିନ ଯେପରି ଭୂଲି ଯାଇଥା’ନ୍ତି । ସମ୍ପୂର୍ଣ୍ଣ ନ ବୁଝିବା କାରଣରୁ କାର୍ଯ୍ୟକାରୀ କରିପାରନ୍ତି ନାହିଁ । ମାୟା ମନେପକାଇବାକୁ ଦିଏ ନାହିଁ । ସେହି ସ୍ମୃତି ସ୍ଥାୟୀ ହୋଇ ରହେ ନାହିଁ । ମେହେନତ କରି-କରି ଅନ୍ତିମ ସମୟରେ ସେହି ଅବସ୍ଥା ନିଶ୍ଚୟ ହେବ । ଏପରି କେହି ବି ନାହାଁନ୍ତି ଯିଏ କି ଏହି ସମୟରେ କର୍ମାତୀତ ଅବସ୍ଥାକୁ ପାପ୍ତ କରିପାରିବେ । ବାବା ଯିଏ, ଯେପରି, ତାଙ୍କୁ ଜାଣିବା ପାଇଁ ବିଶାଳ ବୁଦ୍ଧି ଦରକାର ।

ତୁମକୁ ପଚାରିବେ, ବାପଦାଦା ଗରମ ପୋଷାକ ପିନ୍ଧନ୍ତି? କୁହାଯିବ ଉଭୟ ପିନ୍ଧିଛନ୍ତି । ଶିବବାବା କହିବେ ମୁଁ କ’ଣ ଗରମ କପଡା ପିନ୍ଧିବି କି । ମୋତେ ଥଣ୍ଡା ଲାଗେ ନାହିଁ । ହଁ, ଯାହାଙ୍କ ମଧ୍ୟରେ ପ୍ରବେଶ କରିଛି, ତାଙ୍କୁ ଥଣ୍ଡା ଲାଗିବ । ମୋତେ ତ ନା ଭୋକ, ନା ଶୋଷ, କିଛି ଲାଗେ ନାହିଁ । ମୁଁ ତ’ ନିର୍ଲେପ ଅଟେ । ସେବା କରି ମଧ୍ୟ ଏହି ସବୁ କଥାରୁ ଦୂରରେ ରହିଥାଏ । ମୁଁ ଖାଏ ନାହିଁ କି ପିଏ ନାହିଁ । ଯେପରି ଜଣେ ସାଧୁ ମଧ୍ୟ କହୁଥିଲେ ନା, ମୁଁ ଖାଏ ନାହିଁ କି ପିଏ ନାହିଁ... ସିଏ ପୁଣି କୃତ୍ରିମ ବେଶ ଧାରଣ କରି ନେଇଛନ୍ତି । ଅନେକ ଦେବତାମାନଙ୍କର ନାମ ମଧ୍ୟ ନିଜ ଉପରେ ରଖିଛନ୍ତି । ଆଉ କୌଣସି ଧର୍ମର ଆତ୍ମା ଦେବୀ-ଦେବତା ହୁଅନ୍ତି ନାହିଁ । ଏଠାରେ କେତେ ମନ୍ଦିର ରହିଛି । ବାହାରେ ତ କେବଳ ଶିବବାବାଙ୍କୁ ହିଁ ମାନନ୍ତି । ବୁଦ୍ଧି ବି କହୁଛି ଯେ ପିତା ତ ଜଣେ ଅଟନ୍ତି । ପିତାଙ୍କ ଠାରୁ ହିଁ ସମ୍ପତ୍ତି ମିଳିଥାଏ । ତୁମ୍ଭମାନଙ୍କର ବୁଦ୍ଧିରେ ଅଛି - କଳ୍ପର ଏହି ପୁରୁଷୋତ୍ତମ ସଙ୍ଗମଯୁଗରେ ହିଁ ବାବାଙ୍କ ଠାରୁ ସମ୍ପତ୍ତି ମିଳେ । ଯେତେବେଳେ ଆମେ ସୁଖଧାମକୁ ଯାଉ, ସେତେବେଳେ ବାକି ସବୁ ଆତ୍ମାମାନେ ଶାନ୍ତିଧାମରେ ରୁହନ୍ତି । ଏହି ଜ୍ଞାନ ତୁମ୍ଭମାନଙ୍କ ମଧ୍ୟରେ ବି କ୍ରମାନୁସାରେ ରହିଛି । ଯଦି ଜ୍ଞାନର ଚିନ୍ତନରେ ରହିବେ, ତେବେ ତାଙ୍କର ବାଣୀ ମଧ୍ୟ ସେହିପରି ବାହାରିବ । ତୁମେ ବାବାଙ୍କ ଦ୍ୱାରା ରୂପ-ବସନ୍ତ (ଯୋଗୀ-ଜ୍ଞାନୀ) ହେଉଛ । ତୁମେ ରୂପ ବି ଅଟ ଏବଂ ବସନ୍ତ ମଧ୍ୟ ଅଟ । ଦୁନିଆରେ ଆଉ କେହି କହିପାରିବେ ନାହିଁ ଯେ ମୁଁ ରୂପ-ବସନ୍ତ ଅଟେ । ତୁମେ ଏବେ ପଢୁଛ, ଶେଷ ପର୍ଯ୍ୟନ୍ତ ପୁରୁଷାର୍ଥର କ୍ରମାନୁସାରେ ପଢି ନେବ । ଶିବବାବା ଆତ୍ମାମାନଙ୍କର ପିତା ଅଟନ୍ତି ନା । ଏହା ମଧ୍ୟ ହୃଦ୍‌ବୋଧ ହେଉଛି ନା । ଭକ୍ତିମାର୍ଗରେ ହୃଦ୍‌ବୋଧ ହୁଏ ନାହିଁ । ଏଠାରେ ତୁମେ ସମ୍ମୁଖରେ ବସିଛ । ତୁମେ ଜାଣୁଛ ଯେ ବାବା ପୁଣି ଏହି ସମୟରେ ହିଁ ଆସିବେ ପୁଣି ଆଉ କୌଣସି ସମୟରେ ଆସିବାର ଆବଶ୍ୟକତା ପଡେ ନାହିଁ । ସତ୍ୟଯୁଗରୁ ତ୍ରେତା ପର୍ଯ୍ୟନ୍ତ ଆସିବାର ନାହିଁ । ଦ୍ୱାପରରୁ କଳିଯୁଗ ପର୍ଯ୍ୟନ୍ତ ବି ଆସିବାର ନାହିଁ । ସିଏ କଳ୍ପର ସଂଗମଯୁଗରେ ହିଁ ଆସନ୍ତି । ପିତା ମଧ୍ୟ ହେଉଛନ୍ତି ଗରିବ-ନିବାଜ ଅର୍ଥାତ୍ ସାରା ଦୁନିଆରେ ଯେଉଁମାନେ ଦୁଃଖି ଗରିବ ହୋଇଯାଇଛନ୍ତି, ସେମାନଙ୍କର ପିତା ଅଟନ୍ତି । ବାବାଙ୍କ ହୃଦୟରେ କ’ଣ ଥିବ? ମୁଁ ହେଉଛି ଦୀନବନ୍ଧୁ । ସମସ୍ତଙ୍କର ଦୁଃଖ ଅଥବା ଦାରିଦ୍ର‌୍ୟ ଦୂର ହୋଇଯାଉ । ତାହା ତ ଜ୍ଞାନ ବ୍ୟତୀତ କମ୍ ହୋଇପାରିବ ନାହିଁ । ବାକି କପଡା ଆଦି ଦେଲେ କେହି ସାହୁକାର ତ ହୋଇଯିବେ ନାହିଁ ନା । ପ୍ରାୟତଃ ଗରିବକୁ ଦେଖିଲେ ମନ ହେବ ଯେ ଏହାଙ୍କୁ କପଡା ଦେଇ ଦିଏ, କାହିଁକିନା ମନେପଡିଯାଏ - ମୁଁ ହେଉଛି ଗରିବ-ନିବାଜ । ତା’ ସହିତ ଏହା ମଧ୍ୟ ଜାଣୁଛି ଯେ ମୁଁ ଦୀନବନ୍ଧୁ କେବଳ ଏହି ଭୀଲ୍ ମାନଙ୍କ ପାଇଁ ନୁହେଁ । ମୁଁ ସେହିମାନଙ୍କ ପାଇଁ ଦୀନବନ୍ଧୁ ଅଟେ, ଯିଏକି ବିଲ୍‌କୁଲ୍ ପତିତ ଅଟନ୍ତି, ତାଙ୍କୁ ପବିତ୍ର କରୁଛି । ମୁଁ ହିଁ ପତିତ-ପାବନ । ତେଣୁ ବିଚାର ଚାଲୁଛି, ମୁଁ ଦୀନବନ୍ଧୁ ଅଟେ କିନ୍ତୁ ପଇସା ଆଦି କିପରି ଦେବି । ଦୁନିଆରେ ପଇସା ଦେବା ପାଇଁ ତ ବହୁତ ଅଛନ୍ତି । ବହୁତ ଫଣ୍ଡସ୍ ବାହାର କରୁଛନ୍ତି । ଯାହାକୁ ପୁଣି ଅନାଥ ଆଶ୍ରମକୁ ପଠାଇ ଦେଉଛନ୍ତି । ଜାଣିଥା’ନ୍ତି ସେଠାରେ ଅନାଥମାନେ ରୁହନ୍ତି ଅର୍ଥାତ୍ ଯାହାଙ୍କର ନାଥ ନାହାଁନ୍ତି । ଅନାଥ ଅର୍ଥାତ୍ ଗରିବ । ତୁମର ମଧ୍ୟ ନାଥ ନ ଥିଲେ ଅର୍ଥାତ୍ ପିତା ନ ଥିଲେ । ତୁମେ ଗରିବ ଥିଲ, ଜ୍ଞାନ ନଥିଲା । ଯିଏ ରୂପ-ବସନ୍ତ ନୁହଁନ୍ତି, ସିଏ ଗରିବ ଅନାଥ ଅଟନ୍ତି । ଯିଏ ରୂପ-ବସନ୍ତ, ତାଙ୍କୁ ସନାଥ କୁହାଯିବ । ସନାଥ ସାହୁକାରଙ୍କୁ, ଅନାଥ ଗରୀବଙ୍କୁ କୁହାଯାଏ । ତୁମର ବୁଦ୍ଧିରେ ମଧ୍ୟ ଅଛି ଯେ ଏମାନେ ସମସ୍ତେ ଗରିବ, ତାଙ୍କୁ କିଛି ଦେଇ ଦେବି । ବାବା ତ ଦୀନବନ୍ଧୁ, ତେଣୁ କହିବେ ଏପରି ଜିନିଷ ଦେବି, ଯାହାଦ୍ୱାରା ସେମାନେ ସଦାକାଳ ପାଇଁ ସାହୁକାର ହୋଇଯିବେ । ବାକି ଏହି କପଡା ଆଦି ଦେବା ତ’ ସାଧାରଣ କଥା । ସେଥିରେ ମୁଁ କାହିଁକି ପଶିବି । ମୁଁ ତ ତାଙ୍କୁ ଅନାଥରୁ ସନାଥ କରି ଦେବି । ଭଲେ କେତେ ବି କେହି ପଦମପତି ହୋଇଥାନ୍ତୁ ନା କାହିଁକି କିନ୍ତୁ ତାହା ସବୁ ବି ଅଳ୍ପକାଳ ପାଇଁ । ଏହା ହେଉଛି ହିଁ ଅନାଥମାନଙ୍କର ଦୁନିଆ । ଯଦିବି ପଇସା ବାଲା ଅଛନ୍ତି, ତାହା ମଧ୍ୟ ଅଳ୍ପକାଳ ପାଇଁ । ସେଠାରେ ତ’ ସର୍ବଦା ସନାଥ ଥାନ୍ତି । ସେଠାରେ ଏପରି କେହି ଦୁଃଖି ନ ଥାନ୍ତି । ଏଠାରେ କେତେ ଗରିବ ଅଛନ୍ତି । ଯାହାଙ୍କର ଧନ ଅଛି, ତାଙ୍କର କେତେ ନଶା ଚଢି ରହିଥାଏ ଯେ ଆମେ ସ୍ୱର୍ଗରେ ଅଛୁ । କିନ୍ତୁ ତାହା ତ ନୁହେଁ, ଏ କଥା ତୁମେ ଜାଣୁଛ । ବର୍ତ୍ତମାନ ସମୟରେ କୌଣସି ମନୁଷ୍ୟ ସନାଥ ନୁହଁନ୍ତି, ସମସ୍ତେ ଅନାଥ । ଏଇ ପଇସା ଆଦି ତ ସବୁ ମାଟିରେ ମିଶି ଯିବ । ମନୁଷ୍ୟ ଭାବୁଛନ୍ତି ଯେ ଆମ ପାଖରେ ଏତେ ଧନ ଅଛି ଯାହାକି ପୁତ୍ର ନାତି-ଅଣନାତି ଖାଉଥିବେ । ପରମ୍ପରା ଚାଲିଥିବ । କିନ୍ତୁ ଏପରି ଚାଲିବାର ନାହିଁ । ଏହା ତ ସବୁ ବିନାଶ ହୋଇଯିବ । ସେଥିପାଇଁ ତୁମର ଏଇ ସାରା ଦୁନିଆ ପ୍ରତି ବୈରାଗ୍ୟ ଆସୁଛି ।

ତୁମେ ଜାଣିଛ, ନୂଆ ଦୁନିଆକୁ ସ୍ୱର୍ଗ, ପୁରୁଣା ଦୁନିଆକୁ ନର୍କ କୁହାଯାଏ । ଆମକୁ ବାବା ନୂଆ ଦୁନିଆ ପାଇଁ ସାହୁକାର କରୁଛନ୍ତି । ଏଇ ପୁରୁଣା ଦୁନିଆ ତ ବିନାଶ ହୋଇଯିବ । ବାବା କେତେ ସାହୁକାର କରୁଛନ୍ତି । ଏଇ ଲକ୍ଷ୍ମୀ-ନାରାୟଣ ସାହୁକାର କିପରି ହେଲେ? କ’ଣ କୌଣସି ସାହୁକାରଙ୍କ ଠାରୁ ଗଦି ମିଳିଗଲା ନା କାହା ସହିତ ଲଢେଇ କଲେ? ଯେପରି ଅନ୍ୟମାନେ ରାଜ୍ୟ ସିଂହାସନ ପାଆନ୍ତି, କ’ଣ ଏହିପରି ରାଜ୍ୟ ସିଂହାସନ ପାଇଲେ? ନା କର୍ମ ଅନୁସାରେ ଏପରି ଧନ ମିଳିଲା? ବାବାଙ୍କର କର୍ମ ଶିଖାଇବା ତ ହେଉଛି ସମ୍ପୂର୍ଣ୍ଣ ଅଲଗା । କର୍ମ-ଅକର୍ମ-ବିକର୍ମ ଅକ୍ଷର ମଧ୍ୟ ସ୍ପଷ୍ଟ ଭାବରେ ରହିଛି ନା । ଶାସ୍ତ୍ରରେ କିଛି ଅକ୍ଷର ଅଛି, ଯାହାକି ଅଟାରେ ଲୁଣ ପରିମାଣରେ ରହି ଯାଇଛି । କାହିଁ ଏତେ କୋଟି ମନୁଷ୍ୟ, ବାକି ୯ ଲକ୍ଷ ରହୁଛନ୍ତି । ଏକ ଚତୁର୍ଥାଂଶ ମଧ୍ୟ ହେଉ ନାହିଁ । ତେଣୁ ଏହାକୁ ଅଟାରେ ଲୁଣ ସଦୃଶ କୁହାଯାଉଛି । ସାରା ଦୁନିଆ ବିନାଶ ହୋଇଯାଉଛି । ବହୁତ ଅଳ୍ପ ସଙ୍ଗମଯୁଗରେ ରହୁଛନ୍ତି । କେତେକ ପୂର୍ବରୁ ଶରୀର ଛାଡି ଚାଲିଯାଉଛନ୍ତି । ସେମାନେ ପୁଣି ଦେବୀଦେବତାମାନଙ୍କୁ ସ୍ୱାଗତ କରିବେ । ଯେପରି ମୁଗଲି ଝିଅ ଥିଲା, ବହୁତ ଭଲ ଥିଲା, ତେଣୁ ନିଶ୍ଚୟ ବହୁତ ଭଲ ଘରେ ଜନ୍ମ ନେଇଥିବ । କ୍ରମାନୁଯାୟୀ ସୁଖରେ ହିଁ ଜନ୍ମ ନେଇଥା’ନ୍ତି । ସୁଖ ତ ସେମାନଙ୍କୁ ଭୋଗ କରିବାର ଅଛି, କିଛି ଦୁଃଖ ମଧ୍ୟ ଦେଖିବେ । କର୍ମାତୀତ ଅବସ୍ଥା ତ କାହାର ହୋଇନାହିଁ । ବଡ ସୁଖୀ ଘରେ ଯାଇ ଜନ୍ମ ନେବେ । ଏପରି ଭାବ ନାହିଁ ଯେ ଏଠାରେ କୌଣସି ସୁଖୀ ଘର ନାହିଁ । ଏପରି ବହୁତ ଭଲ ପରିବାର ଅଛନ୍ତି, ସେ କଥା ନ କହିଲେ ଭଲ । ବାବା ଦେଖିଛନ୍ତି । ଗୋଟିଏ ଗୋଟିଏ ଘରେ ବୋହୁମାନେ ଏପରି ଶାନ୍ତିରେ ମିଳିମିଶି ରୁହନ୍ତି, ଯେ ବାସ୍ ସମସ୍ତେ ସାଥିରେ ଭକ୍ତି କରିଥା’ନ୍ତି, ଗୀତା ପଢିଥା’ନ୍ତି... । ବାବା ପଚାରିଲେ, ଏତେ ସବୁ ଏକାଠି ରହୁଛ, ଝଗଡା ଆଦି ହେଉ ନାହିଁ! କହିଲେ, ଆମ ପାଖରେ ତ ସ୍ୱର୍ଗ ଅଛି, ଆମେ ସମସ୍ତେ ଏକାଠି ରହୁଛୁ । କେବେ ବି ଲଢେଇ-ଝଗଡା କରୁ ନାହୁଁ, ଶାନ୍ତିରେ ରହୁଛୁ । କହୁଛନ୍ତି ଏଇଠି ତ ଯେପରି ସ୍ୱର୍ଗ ଅଛି, ତେବେ ନିଶ୍ଚୟ ସ୍ୱର୍ଗ ଅତିବାହିତ ହୋଇ ଯାଇଛି, ତେଣୁ ତ କୁହାଯାଉଛି ନା କି ଏଇଠି ଯେପରି ସ୍ୱର୍ଗ ରହିଛି । କିନ୍ତୁ ଏଠାରେ ତ ବହୁତଙ୍କର ସ୍ୱଭାବ ସ୍ୱର୍ଗବାସୀ ହେବା ପରି ଦେଖାଯାଉ ନାହିଁ । ଦାସ-ଦାସୀ ବି ତ ହେବେ ନା । ଏଠାରେ ତ ରାଜଧାନୀର ସ୍ଥାପନା ହେଉଛି । ବାକି ଯେଉଁମାନେ ବ୍ରାହ୍ମଣ ହେବେ, ସେମାନେ ଦୈବୀ ରାଜବଂଶରେ ଆସିବେ । କିନ୍ତୁ କ୍ରମାନୁସାରେ ଅଛନ୍ତି । କେହି କେହି ତ’ ବହୁତ ମିଠା ସ୍ୱଭାବର ଅଛନ୍ତି, ସମସ୍ତଙ୍କୁ ସ୍ନେହ କରନ୍ତି । କେବେ ବି କାହା ଉପରେ ରାଗନ୍ତି ନାହିଁ । ରାଗିବା ଦ୍ୱାରା ଦୁଃଖ ହୋଇଥାଏ । ଯିଏ ମନ-ବଚନ-କର୍ମରେ କାହାକୁ ଦୁଃଖ ଦେଇ ଚାଲି ଥାଆନ୍ତି - ତାଙ୍କୁ ଦୁଃଖୀ ଆତ୍ମା କୁହାଯାଏ । ଯେପରି ପୁଣ୍ୟ ଆତ୍ମା, ପାପ ଆତ୍ମା କୁହାଯାଏ ନା । ଶରୀରର ନାମ କ’ଣ ନିଅନ୍ତି କି? ବାସ୍ତବରେ ଆତ୍ମା ହିଁ ହୋଇଥାଏ, ସବୁ ପାପ ଆତ୍ମାମାନେ ମଧ୍ୟ ଏକାଭଳି ନୁହଁନ୍ତି ନା । ପୁଣ୍ୟ ଆତ୍ମା ମଧ୍ୟ ସମସ୍ତେ ଏକାଭଳି ନୁହଁନ୍ତି । ପୁରୁଷାର୍ଥର କ୍ରମାନୁସାରେ ହୋଇଥାନ୍ତି । ଛାତ୍ର ନିଜେ ଜାଣୁଥିବେ ନା ମୋର ଚରିତ୍ର ଓ ଅବସ୍ଥା କିପରି ଅଛି? ମୋର ଚଳଣି କିପରି? ସମସ୍ତଙ୍କୁ ମଧୁର କଥା କହୁଛି? କେହି କିଛି କହିଲେ ମୁଁ ଓଲଟା-ପାଲଟା ଜବାବ ଦେଉ ନାହିଁ ତ’? ବାବାଙ୍କୁ କେତେକ ସନ୍ତାନ କୁହନ୍ତି - ପିଲାମାନଙ୍କ ଉପରେ କ୍ରୋଧ ଆସିଯାଉଛି । ବାବା କହୁଛନ୍ତି, ଯେତେ ସମ୍ଭବ ସ୍ନେହରେ କାମ ଚଳାଅ । ନିର୍ମୋହି ମଧ୍ୟ ହେବା ଦରକାର ।

ଏହା ତ ତୁମ୍ଭେମାନେ ଜାଣୁଛ ଯେ - ଆମକୁ ଲକ୍ଷ୍ମୀ-ନାରାୟଣ ହେବାକୁ ପଡିବ । ଲକ୍ଷ୍ୟ-ଉଦ୍ଦେଶ୍ୟ ତ ସମ୍ମୁଖରେ ଅଛି । କେତେ ଉଚ୍ଚ ଲକ୍ଷ୍ୟ । ଶିକ୍ଷକ ମଧ୍ୟ ସର୍ବୋଚ୍ଚ ଅଟନ୍ତି ନା । ଶ୍ରୀକୃଷ୍ଣଙ୍କର ମହିମା କେତେ ଗାୟନ କରୁଛନ୍ତି - ସର୍ବଗୁଣ ସମ୍ପନ୍ନ, ୧୬ କଳା ସମ୍ପନ୍ନ... ଏବେ ତୁମେ ସନ୍ତାନମାନେ ଜାଣୁଛ ଯେ ଆମେ ସେହିଭଳି ହେଉଛୁ । ତୁମେମାନେ ଏହିପରି ହେବା ପାଇଁ ଏଠାକୁ ଆସିଛ । ଏହା ତୁମର ନରରୁ ନାରାୟଣ ହେବା ପାଇଁ ସତ୍ୟ ନାରାୟଣ କଥା । ଅମରପୁରୀ ଯିବା ପାଇଁ ଏହା ଅମର କଥା । ଏହି କଥାକୁ କୌଣସି ସନ୍ନ୍ୟାସୀ ଆଦି ଜାଣନ୍ତି ନାହିଁ । କୌଣସି ବି ମଣିଷ ମାତ୍ରଙ୍କୁ ଜ୍ଞାନର ସାଗର ବା ପତିତ-ପାବନ କୁହାଯିବ ନାହିଁ । ଯେତେବେଳେ ସାରା ଦୁନିଆ ହିଁ ପତିତ, ତେବେ ଆମେ ପତିତ-ପାବନ କାହାକୁ କହିବା? ଏଠାରେ କେହି ପୁଣ୍ୟ ଆତ୍ମା ହୋଇପାରିବେ ନାହିଁ । ବାପା ବୁଝାଉଛନ୍ତି - ଏହା ହେଉଛି ପତିତ ଦୁନିଆ । ପ୍ରଥମ ନମ୍ବର ହେଉଛନ୍ତି ଶ୍ରୀକୃଷ୍ଣ । ତାଙ୍କୁ ମଧ୍ୟ ଭଗବାନ କୁହାଯିବ ନାହିଁ । ଏକମାତ୍ର ନିରାକାର ବାବା ଜନ୍ମ-ମରଣ ରହିତ ଅଟନ୍ତି । ଗାୟନ ଅଛି ଯେ ଶିବ ପରମାତ୍ମାୟ ନମଃ, ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କୁ ଦେବତା କହି ପୁଣି ଶିବଙ୍କୁ ପରମାତ୍ମା କହନ୍ତି । ତେବେ ଶିବ ସବୁଠାରୁ ଶ୍ରେଷ୍ଠ ହେଲେ ନା । ସିଏ ହେଉଛନ୍ତି ସମସ୍ତଙ୍କର ପିତା । ସମ୍ପତ୍ତି ମଧ୍ୟ ପିତାଙ୍କ ଠାରୁ ମିଳେ, ସର୍ବବ୍ୟାପୀ କହିବା ଦ୍ୱାରା ସମ୍ପତ୍ତି ମିଳି ନଥାଏ । ବାବା ସ୍ୱର୍ଗର ସ୍ଥାପନା କରନ୍ତି ତେବେ ନିଶ୍ଚୟ ସ୍ୱର୍ଗର ସମ୍ପତ୍ତି ହିଁ ଦେବେ । ଏଇ ଲକ୍ଷ୍ମୀ-ନାରାୟଣ ହେଉଛନ୍ତି ପ୍ରଥମ ନମ୍ବର । ପାଠପଢା ଦ୍ୱାରା ହିଁ ଏହି ପଦ ପାଇଛନ୍ତି । ଭାରତର ପ୍ରାଚୀନ ଯୋଗ କାହିଁକି ବା ପ୍ରସିଦ୍ଧ ନ ହେବ, ଯାହାଦ୍ୱାରା ମନୁଷ୍ୟ ବିଶ୍ୱର ମାଲିକ ହେଉଛନ୍ତି ତାକୁ ସହଜ ଯୋଗ, ସହଜ ଜ୍ଞାନ କୁହାଯାଉଛି । ବହୁତ ସହଜ ମଧ୍ୟ ଅଟେ, ଗୋଟିଏ ଜନ୍ମର ପୁରୁଷାର୍ଥ ଦ୍ୱାରା କେତେ ପ୍ରାପ୍ତି ହୋଇଯାଉଛି । ଭକ୍ତିମାର୍ଗରେ ତ ଜନ୍ମ ପରେ ଜନ୍ମ କେତେ ଧକ୍କା ଖାଇ ଆସିଲ, କିଛି ବି ତ ମିଳିଲା ନାହିଁ । ଏହା ତ ଗୋଟିଏ ଜନ୍ମରେ ମିଳୁଛି, ତେଣୁ ଏହାକୁ ସହଜମାର୍ଗ କୁହାଯାଉଛି । ଏକ ସେକେଣ୍ଡରେ ଜୀବନମୁକ୍ତି କୁହାଯାଏ । ଆଜିକାଲି ତ ଦେଖ କିପରି-କିପରି ଉଦ୍ଭାବନ କରି ଚାଲିଛନ୍ତି । ଏହା ହେଉଛି ବିଜ୍ଞାନର ଚମତ୍କାର । ନିରବତାର ମଧ୍ୟ ଚମତ୍କାରିତା ଦେଖ କେମିତି? ତାହା ସବୁ କେତେ ଦେଖିବାକୁ ମିଳୁଛି । ଏଠାରେ କିଛି ନାହିଁ । ତୁମେ ଶାନ୍ତିରେ ବସିଛ, ଚାକିରି ଆଦି ମଧ୍ୟ କରୁଛ, ହାତରେ କାମ କରୁଛ... ଏବଂ ଆତ୍ମାର ମନ ବୁଦ୍ଧି ପରମାତ୍ମାଙ୍କ ସହ ସଂଯୁକ୍ତ ଅଛି, ପ୍ରେମିକା ପ୍ରେମିକଙ୍କର ମଧ୍ୟ ଗାୟନ ଅଛି ନା । ସେମାନେ ଜଣେ ଅନ୍ୟ ଜଣଙ୍କର ଚେହେରା ପ୍ରତି ଆକୃଷ୍ଟ ହୋଇଥାନ୍ତି, ବିକାରର କଥା ନ ଥାଏ । କେଉଁଠି ବି ବସିଥିଲେ ମନେପଡିଯାଏ । ରୁଟି ଖାଉଥିବେ ବାସ୍ ସମ୍ମୁଖରେ ତାଙ୍କୁ ଦେଖୁଥିବେ । ଶେଷରେ ତୁମର ଏହିଭଳି ଅବସ୍ଥା ହୋଇଯିବ । ବାସ୍ ବାବାଙ୍କୁ ହିଁ ମନେପକାଉଥିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ରୂପ-ବସନ୍ତ ହୋଇ ମୁଖରେ ସର୍ବଦା ସୁଖଦାୟୀ ବାଣୀ ଉଚ୍ଚାରଣ କରିବା ଉଚିତ, ଦୁଃଖଦାୟୀ ହେବା ଉଚିତ ନୁହେଁ । ଜ୍ଞାନର ଚିନ୍ତନରେ ରହିବାକୁ ହେବ, ମୁଖରୁ ଜ୍ଞାନ ରତ୍ନ ହିଁ ବାହାର କରିବାକୁ ହେବ ।

(୨) ନିର୍ମୋହୀ ହେବାକୁ ପଡିବ, ପ୍ରତ୍ୟେକଙ୍କ ଠାରୁ ସ୍ନେହରେ କାମ ହାସଲ କରିବା ଦରକାର, କ୍ରୋଧ କରିବା ଉଚିତ ନୁହେଁ । ଅନାଥକୁ ସନାଥ କରିବାର ସେବା କରିବା ଦରକାର ।

ବରଦାନ:-
ନିଜର ଫରିସ୍ତା ସ୍ୱରୂପ ଦ୍ୱାରା ଗତି-ସଦ୍‌ଗତିର ପ୍ରସାଦ ବାଣ୍ଟୁଥିବା ମାଷ୍ଟର ଗତି-ସଦ୍‌ଗତି ଦାତା ଭବ ।

ବର୍ତ୍ତମାନ ସମୟରେ ବିଶ୍ୱର ଅନେକ ଆତ୍ମା ପରିସ୍ଥିତିର ବଶବର୍ତ୍ତୀ ହୋଇ ଚିତ୍କାର କରୁଛନ୍ତି । କେହି ତ ଦରଦାମ ବୃଦ୍ଧି କାରଣରୁ ଚିତ୍କାର କରୁଛନ୍ତି, କେହି ଭୋକରେ, କେହି ଶାରୀରିକ ରୋଗରେ, କେହି ପୁଣି ମାନସୀକ ଅଶାନ୍ତି କାରଣରୁ ଚିତ୍କାର କରୁଛନ୍ତି.... ତେଣୁ ସମସ୍ତଙ୍କର ଦୃଷ୍ଟି ଶାନ୍ତିର ସ୍ତମ୍ଭ ଆଡକୁ ଯାଉଛି । ସମସ୍ତେ ଦେଖୁଛନ୍ତି ହାହାକାର ପରେ ଜୟଜୟକାର କେବେ ହେବ । ତେଣୁ ଏବେ ନିଜର ସାକାରୀ ଫରିସ୍ତା ରୂପ ଦ୍ୱାରା ବିଶ୍ୱର ଦୁଃଖ ଦୂର କର । ମାଷ୍ଟର ଗତି-ସଦ୍‌ଗତି ଦାତା ହୋଇ ଭକ୍ତମାନଙ୍କୁ ଗତି ଏବଂ ସଦ୍‌ଗତିର ପ୍ରସାଦ ବାଣ୍ଟ ।

ସ୍ଲୋଗାନ:-
ମନକୁ ଏତେ ଶକ୍ତିଶାଳୀ କରିଦିଅ ଯାହାକି କୌଣସି ବି ପରିସ୍ଥିତି ମନକୁ ହଲଚଲ୍ କରି ନ ପାରୁ ।

ଅବ୍ୟକ୍ତ ଈଶାରା:- ଏବେ ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର ।

ଏବେ ଆଉ ସେବାର କର୍ମବନ୍ଧନରେ ମଧ୍ୟ ଆସ ନାହିଁ । ମୋ’ର ସ୍ଥାନ, ମୋର ସେବା, ମୋ’ର ବିଦ୍ୟାର୍ଥୀ, ମୋ’ର ସହଯୋଗୀ ଆତ୍ମା, ଏହା ମଧ୍ୟ ସେବାର କର୍ମବନ୍ଧନ ଅଟେ, ଏହାଠାରୁ ମଧ୍ୟ ମୁକ୍ତ କର୍ମାତୀତ ହୁଅ । ତେଣୁ କର୍ମାତୀତ ହେବାକୁ ପଡିବ ଏବଂ ଅନ୍ୟମାନଙ୍କୁ ଏହି ଅନୁଭୂତି କରାଇବାକୁ ପଡିବ ଯେ “ଏମାନେ ସେହି ଅଟନ୍ତି ଯାହାଙ୍କୁ ଆମେ ଖୋଜୁଥିଲୁ ଏବଂ ଏହିମାନେ ହିଁ ସବୁ କିଛି ଅଟନ୍ତି” । ଏହାଦ୍ୱାରା ସେମାନଙ୍କୁ ଲକ୍ଷ୍ୟସ୍ଥଳର ପାଖକୁ ଆଣିବାକୁ ହେବ ।