23.06.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମର
ପ୍ରଥମ ପ୍ରଥମ ପାଠ ହେଉଛି - ମୁଁ ଆତ୍ମା, ଶରୀର ନୁହେଁ, ଆତ୍ମ-ଅଭିମାନୀ ହୋଇ ରହିଲେ ବାବାଙ୍କର
ୟାଦ ରହିବ ।”
ପ୍ରଶ୍ନ:-
ତୁମମାନଙ୍କ
ପାଖରେ କେଉଁ ଗୁପ୍ତ ସମ୍ପତ୍ତି ଅଛି, ଯାହା ମନୁଷ୍ୟମାନଙ୍କ ପାଖରେ ନାହିଁ?
ଉତ୍ତର:-
ତୁମ ସନ୍ତାନମାନଙ୍କୁ ନିଜର ପିତା ସ୍ୱୟଂ ଭଗବାନ ପାଠ ପଢ଼ାଉଛନ୍ତି, ସେହି ପାଠପଢ଼ାରୁ ମିଳୁଥିବା
ଖୁସି ରୂପକ ଗୁପ୍ତ ସମ୍ପତ୍ତି ତୁମମାନଙ୍କ ପାଖରେ ଅଛି । ତୁମେମାନେ ଜାଣିଛ - ଆମେ ଯେଉଁ ପାଠ
ପଢ଼ୁଛୁ ତାହା ଭବିଷ୍ୟତ ଅମରଲୋକ ପାଇଁ ଉଦ୍ଦିଷ୍ଟ । ଏହି ମୃତ୍ୟୁ ଲୋକ ପାଇଁ ନୁହେଁ । ବାବା
କହୁଛନ୍ତି ସକାଳୁ ସକାଳୁ ଉଠି ପ୍ରାତଃ ଭ୍ରମଣ କର, କେବଳ ଏହି ପ୍ରଥମ ପାଠକୁ ହିଁ ସ୍ମୃତିରେ ରଖ
ତେବେ ଖୁସିର ସମ୍ପତ୍ତି ଜମା ହୋଇ ଚାଲିବ ।
ଓମ୍ ଶାନ୍ତି ।
ବାବା
ପିଲାମାନଙ୍କୁ ପଚାରୁଛନ୍ତି - ପିଲାମାନେ, ଆତ୍ମ-ଅଭିମାନୀ ହୋଇ ବସିଛ? ନିଜକୁ ଆତ୍ମା ଭାବି ବସିଛ?
ଆମମାନଙ୍କୁ ପରମାତ୍ମା ବାବା ପଢ଼ାଉଛନ୍ତି, ପିଲାମାନଙ୍କର ଏହି ସ୍ମୃତି ଆସୁଛି ଯେ ଆମେ ଦେହ ନୁହେଁ,
ଆତ୍ମା ଅଟୁ । ପିଲାମାନଙ୍କୁ ଦେହୀ-ଅଭିମାନୀ କରିବା ପାଇଁ ବାବାଙ୍କୁ ମେହନତ କରିବାକୁ ପଡୁଛି ।
ପିଲାମାନେ ଆତ୍ମ-ଅଭିମାନୀ ହୋଇ ରହିପାରୁ ନାହାଁନ୍ତି । ଘଡି ଘଡି ଦେହ-ଅଭିମାନରେ ଆସିଯାଉଛନ୍ତି ।
ସେଥିପାଇଁ ବାବା ପଚାରୁଛନ୍ତି - ଆତ୍ମ-ଅଭିମାନୀ ହୋଇ ରହୁଛ? ଆତ୍ମ ଅଭିମାନୀ ହେଲେ ହିଁ ବାବାଙ୍କର
ସ୍ମୃତି ଆସିବ, ଯଦି ଦେହ ଅଭିମାନୀ ହେବ ତେବେ ଲୌକିକ ସମ୍ବନ୍ଧୀ ମନେପଡିବେ । ପ୍ରଥମେ ପ୍ରଥମେ ଏହି
ଶବ୍ଦ ମନେ ରଖିବାକୁ ପଡିବ, ମୁଁ ଆତ୍ମା ଅଟେ । ମୋ ମଧ୍ୟରେ ହିଁ ୮୪ ଜନ୍ମର ପାର୍ଟ ଭରି ହୋଇ ରହିଛି
। ଏହି କଥାକୁ ପକ୍କା କରିବାକୁ ହେବ । ମୁଁ ଆତ୍ମା ଅଟେ । ଅଧାକଳ୍ପ ତୁମେ ଦେହ ଅଭିମାନୀ ହୋଇ
ରହିଛ । ଏବେ କେବଳ ସଙ୍ଗମଯୁଗରେ ହିଁ ତୁମ ସନ୍ତାନମାନଙ୍କୁ ଆତ୍ମ-ଅଭିମାନୀ କରାଯାଉଛି । ନିଜକୁ
ଦେହ ଭାବିଲେ ବାବା ମନେପଡିବେ ନାହିଁ, ସେଥିପାଇଁ ପ୍ରଥମେ ପ୍ରଥମେ ଏହି ପାଠ ପକ୍କା କର - ମୁଁ
ଆତ୍ମା, ବେହଦ ବାବାଙ୍କର ସନ୍ତାନ ଅଟେ । ଦେହର ପିତାଙ୍କୁ ୟାଦ କରିବା ପାଇଁ କାହାକୁ କେବେ
ଶିଖାଯାଏ ନାହିଁ । ଏବେ ବାବା କହୁଛନ୍ତି ନିଜର ପାରଲୌକିକ ପିତାଙ୍କୁ ୟାଦ କର, ଆତ୍ମ ଅଭିମାନୀ
ହୁଅ । ଦେହ-ଅଭିମାନୀ ହେବା ଦ୍ୱାରା ଦେହ ସହିତ ଥିବା ସମ୍ବନ୍ଧ ମନେ ପଡିବ । ନିଜକୁ ଆତ୍ମା ଭାବ
ଏବଂ ବାବାଙ୍କୁ ମନେ ପକାଅ - ଏହିଥିରେ ହିଁ ପରିଶ୍ରମ କରିବାକୁ ହୋଇଥାଏ । ଏକଥା କିଏ ବୁଝାଉଛନ୍ତି,
ଆମ ଆତ୍ମାମାନଙ୍କର ପିତା, ଯାହାଙ୍କୁ ସମସ୍ତେ ମନେ ପକାଉଛନ୍ତି ବାବା ଆସ, ଆସି ଆମକୁ ଏହି ଦୁଃଖରୁ
ମୁକ୍ତ କର । ପିଲାମାନେ ଜାଣିଛନ୍ତି ଏହି ପାଠପଢ଼ା ଦ୍ୱାରା ଆମେ ଭବିଷ୍ୟତରେ ଉଚ୍ଚପଦ ପାଇବୁ ।
ଏବେ ତୁମେମାନେ
ପୁରୁଷୋତ୍ତମ ସଙ୍ଗମଯୁଗରେ ଅଛ । ଏହି ମୃତ୍ୟୁଲୋକରେ ଏବେ ବିଲ୍କୁଲ୍ ରହିବାର ନାହିଁ । ଏହି
ପାଠପଢ଼ା ଆମର ଭବିଷ୍ୟ ୨୧ ଜନ୍ମ ପାଇଁ ଉଦ୍ଦିଷ୍ଟ । ଆମେ ସତ୍ୟଯୁଗ ଅମରଲୋକ ନିମନ୍ତେ ବର୍ତ୍ତମାନ
ପାଠ ପଢ଼ୁଛୁ । ଅମର ବାବା ଆମକୁ ଜ୍ଞାନ ଶୁଣାଉଛନ୍ତି ତେଣୁ ଏଠାରେ ଯେବେ ବସୁଛ ପ୍ରଥମେ ପ୍ରଥମେ
ନିଜକୁ ଆତ୍ମା ଭାବି ବାବାଙ୍କ ୟାଦରେ ରହିଲେ ବିକର୍ମ ବିନାଶ ହେବ । ଆମେ ଏବେ ସଙ୍ଗମଯୁଗରେ ଅଛୁ ।
ବାବା ଆମକୁ ପୁରୁଷୋତ୍ତମ କରାଉଛନ୍ତି । କହୁଛନ୍ତି ମୋତେ ୟାଦ କଲେ ତୁମେମାନେ ପୁରୁଷୋତ୍ତମ
ହୋଇଯିବ । ମୁଁ ଆସିଛି ତୁମମାନଙ୍କୁ ମନୁଷ୍ୟରୁ ଦେବତା କରିବା ପାଇଁ । ସତ୍ୟଯୁଗରେ ତୁମେମାନେ
ଦେବତା ଥିଲ, ଏବେ ଜାଣୁଛ ତୁମେ କିପରି ସିଢ଼ିରେ ଓହ୍ଲାଇଛ । ଆମ ଆତ୍ମାରେ ୮୪ ଜନ୍ମର ପାର୍ଟ ଭରି
ହୋଇ ହୋଇଛି । ଦୁନିଆରେ କେହି ହେଲେ ଜାଣିନାହାଁନ୍ତି, ଯେ ଭକ୍ତିମାର୍ଗ ଅଲଗା ଏବଂ ଏହି
ଜ୍ଞାନମାର୍ଗ ଅଲଗା ଅଟେ । ଯେଉଁ ଆତ୍ମାମାନଙ୍କୁ ବାବା ପଢ଼ାଉଛନ୍ତି ସେହିମାନେ ହିଁ କେବଳ
ଜାଣିଛନ୍ତି, ଆଉ କେହି ଜାଣିନାହାନ୍ତି । ଏହା ହେଉଛି ଭବିଷ୍ୟତ ପାଇଁ ଗୁପ୍ତ ସମ୍ପତ୍ତି ।
ତୁମେମାନେ ଅମରଲୋକକୁ ଯିବା ପାଇଁ ପଢ଼ୁଛ । ମୃତ୍ୟୁଲୋକ ପାଇଁ ନୁହେଁ । ଏବେ ବାବା କହୁଛନ୍ତି ସକାଳୁ
ଉଠି ଚଲାବୁଲା କର, ପ୍ରଥମେ ଏହି ପାଠ ମନେ ପକାଅ ଯେ ଆମେ ସବୁ ହେଉଛୁ ଆତ୍ମା, ଶରୀର ନୁହେଁ । ଆମର
ରୁହାନୀ ବାବା ଆମକୁ ପଢ଼ାଉଛନ୍ତି । ଏହି ଦୁଃଖର ଦୁନିଆ ଏବେ ବଦଳିବାର ଅଛି । ସତ୍ୟଯୁଗ ହେଉଛି
ସୁଖର ଦୁନିଆ, ତୁମମାନଙ୍କ ବୁଦ୍ଧିରେ ସମସ୍ତ ଜ୍ଞାନ ରହିଛି । ଏହା ହେଉଛି ରୁହାନୀ ଆଧ୍ୟାତ୍ମିକ
ଜ୍ଞାନ । ବାବା ଜ୍ଞାନର ସାଗର ଆଧ୍ୟାତ୍ମିକ ପିତା ଅଟନ୍ତି । ସେ ହେଉଛନ୍ତି ଦେହୀ ଅର୍ଥାତ୍
ଆତ୍ମାର ପିତା । ବାକି ତ ଅନ୍ୟ ସମସ୍ତେ ହେଉଛନ୍ତି ଦେହର ସମ୍ବନ୍ଧୀ । ଏବେ ଦେହର ସମ୍ବନ୍ଧ ତୁଟାଇ
ଜଣଙ୍କ ସହିତ ସମ୍ବନ୍ଧ ଯୋଡିବାକୁ ହେବ । ଗାୟନ ମଧ୍ୟ କରୁଛନ୍ତି ମୋର ଏକମାତ୍ର ଶିବବାବା ଦ୍ୱିତୀୟ
କେହି ନାହାଁନ୍ତି । ଆମେ ଏକ ବାବାଙ୍କୁ ହିଁ ୟାଦ କରୁଛୁ । ଦେହକୁ ମଧ୍ୟ ୟାଦ କରୁନାହୁଁ । ଏହି
ପୁରୁଣା ଦେହକୁ ତ ନିଶ୍ଚୟ ଛାଡିବାକୁ ପଡିବ । ଏହି ଜ୍ଞାନ ମଧ୍ୟ ତୁମକୁ ହିଁ ମିଳୁଛି । ଏହି ଶରୀର
କିପରି ଛାଡିବାକୁ ହେବ । ବାବାଙ୍କୁ ୟାଦ କରି କରି ଶରୀର ଛାଡିଦେବାକୁ ହେବ, ସେଥିପାଇଁ ବାବା
କହୁଛନ୍ତି ଦେହୀ ଅଭିମାନୀ ହୁଅ । ନିଜ ଭିତରେ ସର୍ବଦା ଘୋଟୁଥାଅ ଅର୍ଥାତ୍ ଏହି କଥାକୁ ଚିନ୍ତନ କର
- ବାବା, ବୀଜ ଏବଂ ବୃକ୍ଷକୁ ମନେ ପକାଇବାକୁ ହେବ । ଶାସ୍ତ୍ରରେ ଏହି କଳ୍ପବୃକ୍ଷର ମଧ୍ୟ
ବୃତ୍ତାନ୍ତ ରହିଛି ।
ଏ କଥା ମଧ୍ୟ ପିଲାମାନେ
ଜାଣିଛନ୍ତି ଆମକୁ ଜ୍ଞାନ ସାଗର ବାବା ପଢ଼ାଉଛନ୍ତି । କୌଣସି ମନୁଷ୍ୟ ପଢ଼ାଉନାହାଁନ୍ତି । ଏହା
ବୁଦ୍ଧିରେ ପକ୍କା କରିନେବା ଉଚିତ୍ । ପଢ଼ିବାକୁ ତ ହେବ ନା । ସତ୍ୟଯୁଗରେ ମଧ୍ୟ ଦେହଧାରୀ ପଢ଼ାଇବେ,
ଇଏ କିନ୍ତୁ ଦେହଧାରୀ ନୁହଁନ୍ତି । ଇଏ କହୁଛନ୍ତି ମୁଁ ପୁରୁଣା ଦେହର ଆଧାର ନେଇ ତୁମମାନଙ୍କୁ
ପଢ଼ାଉଛି । କଳ୍ପ କଳ୍ପ ମୁଁ ତୁମମାନଙ୍କୁ ଏହିପରି ପଢ଼ାଉଛି । ପୁଣି କଳ୍ପ ପରେ ମଧ୍ୟ ଏହିପରି
ପଢ଼ାଇବି । ଏବେ ମୋତେ ୟାଦ କଲେ ହିଁ ତୁମମାନଙ୍କର ବିକର୍ମ ବିନାଶ ହେବ, ମୁଁ ହିଁ ପତିତ ପାବନ ଅଟେ
। ମୋତେ ହିଁ ସର୍ବଶକ୍ତିମାନ୍ କହୁଛନ୍ତି । କିନ୍ତୁ ମାୟା ମଧ୍ୟ କମ୍ ନୁହେଁ, ସେ ମଧ୍ୟ ଶକ୍ତିମାନ
ଅଟେ । କେମିତି ପତନ ମାର୍ଗକୁ ନେଇଆସିଛି । ଏବେ ସବୁ କଥା ମନେପଡୁଛି ନା । ୮୪ ଚକ୍ରର ମଧ୍ୟ ଗାୟନ
ରହିଛି । ଏହା ମନୁଷ୍ୟମାନଙ୍କର ହିଁ କଥା ଅଟେ । ବହୁତ ଲୋକ ପଚାରିଥାନ୍ତି ଯେ ପଶୁମାନଙ୍କର ଗତି
କ’ଣ ହେବ? ଆରେ, ଏଠାରେ ପଶୁମାନଙ୍କର କଥା କୁହାଯାଉ ନାହିଁ । ବାବା ମଧ୍ୟ ପିଲାମାନଙ୍କ ସହିତ କଥା
ହେଉଛନ୍ତି, ବାହାର ଲୋକେ ତ ବାବାଙ୍କୁ ଜାଣି ହିଁ ନାହାଁନ୍ତି, ତେଣୁ ସେ କ’ଣ କଥା ହେବେ । କେହି
କେହି କହୁଛନ୍ତି ଆମେ ବାବାଙ୍କ ସହିତ ମିଶିବାକୁ ଚାହୁଁଛୁ, କିଛି ହେଲେ ବାବାଙ୍କ ବିଷୟରେ
ଜାଣିନାହାଁନ୍ତି, କେବଳ ଓଲଟା ସିଧା ପ୍ରଶ୍ନ କରିବେ । ୭ ଦିନର କୋର୍ସ କରିବା ପରେ ମଧ୍ୟ
ସମ୍ପୂର୍ଣ୍ଣ ରୂପେ ବୁଝି ନ ଥା’ନ୍ତି ଯେ ଇଏ ଆମର ବେହଦର ବାବା ଅଟନ୍ତି । ଯିଏ ପୁରୁଣା ଭକ୍ତ ଓ
ବହୁତ ଭକ୍ତି କରିଛନ୍ତି ତାଙ୍କ ବୁଦ୍ଧିରେ ଜ୍ଞାନର ସବୁକଥା ଆସିଯାଉଛି । ଭକ୍ତି କମ୍ କରିଥିଲେ
ବୁଦ୍ଧିରେ କମ୍ ଜ୍ଞାନ ରହିବ । ତୁମେମାନେ ହେଉଛ ସବୁଠାରୁ ଅଧିକ ପୁରୁଣା ଭକ୍ତ । ଗାୟନ ମଧ୍ୟ
ରହିଛି ଭଗବାନ ଭକ୍ତିର ଫଳ ଦେବାକୁ ଆସିଥାନ୍ତି । କିନ୍ତୁ କାହାକୁ ଏକଥା କ’ଣ ଜଣା ଅଛି କି?
ଜ୍ଞାନମାର୍ଗ ଏବଂ ଭକ୍ତିମାର୍ଗ ବିଲ୍କୁଲ୍ ଅଲଗା । ସାରା ଦୁନିଆ ଭକ୍ତିମାର୍ଗରେ ଅଛି, କୋଟିକରେ
ଗୋଟିଏ କେହି ଏ ପାଠ ଆସି ପଢ଼ୁଛନ୍ତି । ଏ ଜ୍ଞାନ କେତେ ମଧୁର । ୮୪ ଜନ୍ମର ଚକ୍ରକୁ ମଧ୍ୟ
ମନୁଷ୍ୟମାନେ ହିଁ ଜାଣିବେ ନା । ତୁମେମାନେ ଆଗରୁ କିଛି ହେଲେ ଜାଣି ନ ଥିଲ । ଶିବଙ୍କୁ ମଧ୍ୟ ଜାଣି
ନ ଥିଲ । କେତେ ଅଧିକ ସଂଖ୍ୟାରେ ଶିବଙ୍କର ମନ୍ଦିର ରହିଛି । ସମସ୍ତେ ଶିବଙ୍କର ପୂଜା କରିଥାନ୍ତି,
ଜଳ ଢ଼ାଳିଥାନ୍ତି, ଶିବାୟ ନମଃ ମଧ୍ୟ କହିଥାନ୍ତି, କାହିଁକି ପୂଜା କରୁଛନ୍ତି, କିଛି ହେଲେ କାହାକୁ
ଜଣାନାହିଁ । ଲକ୍ଷ୍ମୀ-ନାରାୟଣଙ୍କର ପୂଜା କାହିଁକି କରୁଛନ୍ତି, ସେମାନେ କୁଆଡେ ଗଲେ, କାହାକୁ
କିଛି ହେଲେ ଜଣାନାହିଁ । ଭାରତବାସୀ ହିଁ ଅଟନ୍ତି ଯିଏକି ନିଜର ପୂଜ୍ୟମାନଙ୍କୁ ବିଲ୍କୁଲ୍
ଜାଣିନାହାନ୍ତି । ଖ୍ରୀଷ୍ଟିୟାନ୍ମାନେ ଜାଣିଛନ୍ତି, ଖ୍ରୀଷ୍ଟ ଅମୁକ ସମ୍ବତରେ ଆସି ଧର୍ମ ସ୍ଥାପନା
କରିଥିଲେ । ଶିବବାବାଙ୍କୁ କେହି ହେଲେ ବି ଜାଣିନାହାନ୍ତି । ପତିତ ପାବନ ମଧ୍ୟ ଶିବଙ୍କୁ ହିଁ
କୁହାଯାଏ । ସେ ହିଁ ସର୍ବୋଚ୍ଚ ଅଟନ୍ତି ନା । ତାଙ୍କର ସବୁଠାରୁ ଅଧିକ ସେବା କରୁଛନ୍ତି । ସେ
ହିଁ ସମସ୍ତଙ୍କର ସଦ୍ଗତିଦାତା ଅଟନ୍ତି । ଦେଖ ତୁମମାନଙ୍କୁ କିପରି ଆସି ପଢ଼ାଉଛନ୍ତି । ବାବାଙ୍କୁ
ମଧ୍ୟ ଡାକୁଛନ୍ତି ଯେ ଆସି ଆମକୁ ପବିତ୍ର କର । କେତେ ଧୂମଧାମରେ ମନ୍ଦିରରେ ପୂଜା କରୁଛନ୍ତି, କେତେ
ପଇସା ଖର୍ଚ୍ଚ ମଧ୍ୟ କରୁଛନ୍ତି । ଶ୍ରୀନାଥ ମନ୍ଦିରକୁ ଏବଂ ଜଗନ୍ନାଥଙ୍କ ମନ୍ଦିରକୁ ଯାଇ ଦେଖ ।
ଦୁହେଁ ତ ଏକ ହିଁ ଅଟନ୍ତି ନା । ଜଗନ୍ନାଥ (ଜଗତ ନାଥ)ଙ୍କ ପାଖରେ ଅନ୍ନର ହାଣ୍ଡି ଚଢ଼ାଯାଇଥାଏ ।
ଶ୍ରୀନାଥଙ୍କ ପାଖରେ ତ ବହୁତ ସ୍ୱାଦିଷ୍ଟ ଭୋଗ ତିଆରି କରିଥା’ନ୍ତି । ଫରକ କାହିଁକି ରହିଛି?
କାରଣକୁ ଜାଣିବା ଦରକାର ନା । ଶ୍ରୀନାଥ ଏବଂ ଜଗନ୍ନାଥ ଉଭୟଙ୍କୁ ମଧ୍ୟ କଳା କରିଦେଇଛନ୍ତି । କାରଣ
ତ କିଛି ହେଲେ କେହି ବୁଝିନାହାଁନ୍ତି । ଜଗତନାଥ ଲକ୍ଷ୍ମୀ ନାରାୟଣଙ୍କୁ ହିଁ କୁହାଯିବ ଅଥବା
ରାଧା-କୃଷ୍ଣଙ୍କୁ କୁହାଯିବ? ରାଧା-କୃଷ୍ଣ, ଲକ୍ଷ୍ମୀ ନାରାୟଣଙ୍କର ସମ୍ବନ୍ଧ କ’ଣ, ଏ କଥା ମଧ୍ୟ
କେହି ଜାଣିନାହାଁନ୍ତି । ଏବେ ତୁମେ ସନ୍ତାନମାନେ ଜାଣୁଛ ଯେ ଆମେ ଦିନେ ପୂଜ୍ୟ ଦେବତା ଥିଲୁ ପୁଣି
ପୂଜାରୀ ହୋଇଛୁ । ଚକ୍ର ଲଗାଇ ଆସିଛୁ । ଏବେ ପୁଣି ଦେବତା ହେବା ପାଇଁ ଆମେ ପଢ଼ୁଛୁ । ଏହି ପାଠ
କୌଣସି ମନୁଷ୍ୟ ପଢ଼ାଉନାହାଁନ୍ତି । ଭଗବାନୁବାଚ ବୋଲି କୁହାଯାଏ । ଜ୍ଞାନ ସାଗର ମଧ୍ୟ ଭଗବାନଙ୍କୁ
କୁହାଯାଉଛି । ଏଠାରେ ତ ଭକ୍ତିର ସାଗର ବହୁତ ଅଛନ୍ତି ଯେଉଁମାନେ ପତିତ ପାବନ ଜ୍ଞାନ ସାଗର
ବାବାଙ୍କୁ ୟାଦ କରୁଛନ୍ତି । ତୁମେମାନେ ପତିତ ହୋଇଯାଇଛ ପୁଣି ପବିତ୍ର ନିଶ୍ଚୟ ହେବ । ଏହା ହେଉଛି
କେବଳ ପତିତମାନଙ୍କର ଦୁନିଆ । ଏହା ସ୍ୱର୍ଗ ନୁହେଁ । ବୈକୁଣ୍ଠ କେଉଁଠି ରହିଛି, ଏହା କାହାକୁ
ଜଣାନାହିଁ । କେହି ଦେହ ତ୍ୟାଗ କଲେ କହିଥା’ନ୍ତି ବୈକୁଣ୍ଠକୁ ଗଲା । ତେବେ ପୁଣି ନର୍କର ଭୋଜନ ଆଦି
କାହିଁକି ତାଙ୍କୁ ଖୁଆଉଛନ୍ତି । ସତ୍ୟଯୁଗରେ ତ ବହୁତ ଫଳ ଫୁଲ ଆଦି ଥିବ । ଏଠାରେ କ’ଣ ଅଛି? ଏହା
ହେଉଛି ନର୍କ । ଏବେ ତୁମେ ଜାଣୁଛ ବାବାଙ୍କ ଦ୍ୱାରା ଆମେ ସ୍ୱର୍ଗବାସୀ ହେବାର ପୁରୁଷାର୍ଥ କରୁଛୁ
। ବର୍ତ୍ତମାନ ପତିତରୁ ପାବନ ହେବାକୁ ହିଁ ପଡିବ । ବାବା ଉପାୟ ତ ବତାଉଛନ୍ତି - କଳ୍ପ କଳ୍ପ ବାବା
ହିଁ ରାସ୍ତା ବତାଇଥାନ୍ତି । କେବଳ ମୋତେ ୟାଦ କଲେ ବିକର୍ମ ବିନାଶ ହେବ । ଏବେ ତୁମେ ଜାଣୁଛ ଆମେ
ପୁରୁଷୋତ୍ତମ ସଙ୍ଗମଯୁଗରେ ଅଛୁ । ତୁମେମାନେ ହିଁ କହୁଛ ବାବା ଆମେ ୫ ହଜାର ବର୍ଷ ପୂର୍ବରୁ ମଧ୍ୟ
ଏହିପରି ହୋଇଥିଲୁ । ତୁମେମାନେ ହିଁ ଜାଣିଛ କଳ୍ପ କଳ୍ପ ଏହି ଅମରକଥା ବାବାଙ୍କଠାରୁ ଶୁଣୁଛୁ ।
ଶିବବାବା ହିଁ ଅମରନାଥ ଅଟନ୍ତି । ବାକି ଏପରି ନୁହେଁ ଯେ ପାର୍ବତୀକୁ ବସି ଅମର କଥା ଶୁଣାଇଥିଲେ ।
ତାହା ହେଉଛି ଭକ୍ତିମାର୍ଗର କଥା । ଜ୍ଞାନ ଏବଂ ଭକ୍ତିକୁ କେବଳ ତୁମେମାନେ ହିଁ ବୁଝିଛ । କଥାରେ
ଅଛି - ବ୍ରାହ୍ମଣମାନଙ୍କର ଦିନ ପୁଣି ବ୍ରାହ୍ମଣମାନଙ୍କର ରାତି । ବାବା ବୁଝାଉଛନ୍ତି ତୁମେମାନେ
ବ୍ରାହ୍ମଣ ଅଟ ନା । ଆଦିଦେବ ବି ବ୍ରାହ୍ମଣ ହିଁ ଥିଲେ, ତାଙ୍କୁ ଦେବତା କୁହାଯିବ ନାହିଁ ।
ଆଦଦେବଙ୍କ ପାଖକୁ ମଧ୍ୟ ଯାଇଥା’ନ୍ତି, ଦେବୀମାନଙ୍କର ମଧ୍ୟ କେତେ ପ୍ରକାରର ନାମ ରହିଛି ।
ତୁମେମାନେ ଈଶ୍ୱରୀୟ ସେବା କରିଥିବାରୁ ତୁମମାନଙ୍କର ଗାୟନ ରହିଛି, ଯେଉଁ ଭାରତ ଦିନେ ନିର୍ବିକାରୀ
ଥିଲା ତାହା ପୁଣି ବିକାରୀ ହୋଇଯାଉଛି । ବର୍ତ୍ତମାନ ଏହା ରାବଣରାଜ୍ୟ ଅଟେ ନା ।
ସଙ୍ଗମଯୁଗରେ ତୁମେ
ସନ୍ତାନମାନେ ଏବେ ପୁରୁଷୋତ୍ତମ ହେଉଛ, ତୁମମାନଙ୍କ ଉପରେ ବୃହସ୍ପତିର ଅବିନାଶୀ ଦଶା ପଡିଛି
ସେଥିପାଇଁ ତୁମେମାନେ ଅମରପୁରୀର ମାଲିକ ହୋଇଯାଉଛ । ବାବା ତୁମମାନଙ୍କୁ ପଢ଼ାଉଛନ୍ତି, ମନୁଷ୍ୟରୁ
ଦେବତା କରାଇବା ପାଇଁ । ସ୍ୱର୍ଗର ମାଲିକ ହେବା ପାଇଁ ବୃହସ୍ପତିର ଦଶା ବସିଛି । ତୁମେମାନେ
ସ୍ୱର୍ଗ ଅମରପୁରୀକୁ ନିଶ୍ଚୟ ଯିବ । ବାକି ପାଠପଢ଼ାରେ ସ୍ଥିତି ତଳ ଉପର ହୋଇଯାଉଛି । ବାବାଙ୍କ
ସ୍ମୃତି ହିଁ ଭୁଲି ଯାଉଛନ୍ତି । ବାବା କହୁଛନ୍ତି ମୋତେ ୟାଦ କର । ଗୀତାରେ ମଧ୍ୟ ରହିଛି
ଭଗବାନୁବାଚ କାମ ମହାଶତ୍ରୁ ଅଟେ । ଗୀତାକୁ ସମସ୍ତେ ତ ପଢ଼ୁଛନ୍ତି କିନ୍ତୁ ବିକାରକୁ କେହି
ଜିତୁନାହାନ୍ତି । ଭଗବାନ କେବେ ଏକଥା କହିଥିଲେ? ୫ ହଜାର ବର୍ଷ ହୋଇଗଲାଣି । ଏବେ ପୁଣି ଭଗବାନ
କହୁଛନ୍ତି କାମ ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ଏହା ଆଦି ମଧ୍ୟ ଅନ୍ତ
ସମସ୍ତଙ୍କୁ ଦୁଃଖ ଦେଇଥାଏ । ମୁଖ୍ୟ ହେଉଛି କାମ ବିକାରର କଥା, କାମଗ୍ରସ୍ତ ହେବାକୁ ହିଁ ପତିତ
କୁହାଯାଉଛି । ଏବେ ଜଣାପଡୁଛି, ଏହି ସୃଷ୍ଟିଚକ୍ର ଘୂରିଚାଲିଛି । ଆମେ ପତିତ ହେଉଛୁ, ପୁଣି ବାବା
ଆସି ଆମକୁ ପବିତ୍ର କରୁଛନ୍ତି - ଡ୍ରାମାନୁସାରେ । ବାବା ବାରମ୍ବାର କହୁଛନ୍ତି ଯେ ପ୍ରଥମେ ପ୍ରଥମେ
ଭଗବାନ ଅର୍ଥାତ୍ ଅଲଫ୍ଙ୍କୁ ୟାଦ କର ଓ ତାଙ୍କର ଶ୍ରୀମତରେ ଚାଲିବା ଦ୍ୱାରା ତୁମେମାନେ ଶ୍ରେଷ୍ଠ
ହୋଇଯିବ । ଏକଥା ମଧ୍ୟ ତୁମେମାନେ ବୁଝୁଛ ଯେ ଆମେ ପ୍ରଥମେ ଶ୍ରେଷ୍ଠ ଥିଲୁ ପୁଣି ଭ୍ରଷ୍ଟ ହୋଇଯାଇଛୁ
। ଏବେ ପୁଣି ଶ୍ରେଷ୍ଠ ହେବା ପାଇଁ ପୁରୁଷାର୍ଥ କରୁଛୁ । ଦୈବୀଗୁଣ ଧାରଣ କରିବାକୁ ହେବ । କାହାକୁ
ମଧ୍ୟ ଦୁଃଖ ଦେବା ଅନୁଚିତ୍ । ସମସ୍ତଙ୍କୁ ଏହି ସତ୍ ରାସ୍ତା ବତାଇଚାଲ । ବାବା କହୁଛନ୍ତି ମୋତେ
ୟାଦ କର ତେବେ ପାପ ନାଶ ହେବ । ପତିତ ପାବନ ବୋଲି ତୁମେମାନେ ମୋତେ ହିଁ କହୁଛ ନା । ଏ କଥା କାହାକୁ
ଜଣାନାହିଁ ଯେ ପତିତ ପାବନ କିପରି ଆସି ପବିତ୍ର କରୁଛନ୍ତି । କଳ୍ପ ପୂର୍ବରୁ ମଧ୍ୟ ବାବା ଏ କଥା
କହିଥିଲେ ଯେ ମାମେକମ୍ ୟାଦ କରୋ । ଏହା ହେଉଛି ଯୋଗାଗ୍ନି, ଯାହାଦ୍ୱାରା ପାପ ଦଗ୍ଧ ହେଉଛି ।
ଖାଦ ବାହାରି ଯିବା ଦ୍ୱାରା ଆତ୍ମା ପବିତ୍ର ହୋଇଯାଇଥାଏ । ସୁନାରେ ହିଁ ଖାଦ ପକାଇଥା’ନ୍ତି । ପୁଣି
ଅଳଙ୍କାର ମଧ୍ୟ ସେହିପରି ହୋଇଥାଏ । ଏବେ ତୁମ ସନ୍ତାନମାନଙ୍କୁ ବାବା ବୁଝାଉଛନ୍ତି ଯେ ଆତ୍ମାରେ
କିପରି ବିକାରର ଖାଦ ପଡୁଛି, ତାକୁ ବାହାର କରିବାକୁ ହେବ । ବାବାଙ୍କର ମଧ୍ୟ ଡ୍ରାମାରେ ପାର୍ଟ
ରହିଛି ଯାହାଦ୍ୱାରା ତୁମମାନଙ୍କୁ ଆସି ଦେହୀ-ଅଭିମାନୀ କରାଉଛନ୍ତି । ଆତ୍ମାକୁ ତ ପବିତ୍ର ହେବାକୁ
ପଡିବ । ତୁମେମାନେ ଜାଣିଛ ସତ୍ୟଯୁଗରେ ଆମେ ବୈଷ୍ଣବ ଥିଲୁ । ପବିତ୍ର ଗୃହସ୍ଥ ଆଶ୍ରମ ଥିଲା । ଏବେ
ଆମେ ପବିତ୍ର ହୋଇ ବିଷ୍ଣୁପୁରୀର ମାଲିକ ହେଉଛୁ । ତୁମେମାନେ ଡବଲ୍ ବୈଷ୍ଣବ ହେଉଛ । ତୁମେମାନେ
ହେଉଛ ସଚ୍ଚା ସଚ୍ଚା (ପ୍ରକୃତ) ବୈଷ୍ଣବ । ସେମାନେ ହେଉଛନ୍ତି ବିକାରୀ ବୈଷ୍ଣବ ଧର୍ମର । ତୁମେମାନେ
ହେଉଛ ନିର୍ବିକାରୀ ବୈଷ୍ଣବ ଧର୍ମର । ବର୍ତ୍ତମାନ ପ୍ରଥମେ ତ ବାବାଙ୍କୁ ୟାଦ କରୁଛ ଏବଂ ତାପରେ
ବାବାଙ୍କ ପାଖରେ ଯେଉଁ ଜ୍ଞାନ ରହିଛି, ତାହା ତୁମେମାନେ ଧାରଣ କରୁଛ । ତୁମେ ରାଜାମାନଙ୍କର ରାଜା
ହେଉଛ । ଦୁନିଆରେ ଅଳ୍ପକାଳ, ଗୋଟିଏ ଜନ୍ମ ପାଇଁ ରାଜା ହେଉଛନ୍ତି । ତୁମମାନଙ୍କର ରାଜତ୍ତ୍ୱ ହେଉଛି
୨୧ ପିଢ଼ିର ଅର୍ଥାତ୍ ସମ୍ପୂର୍ଣ୍ଣ ସମୟ ଅତିକ୍ରମ କରୁଛ । ସେଠାରେ କେବେ ଅକାଳ ମୃତ୍ୟୁ ହୋଇ ନ ଥାଏ
। ତୁମେମାନେ କାଳ ଉପରେ ବିଜୟ ପ୍ରାପ୍ତ କରୁଛ । ମୃତ୍ୟୁ ହେବାର ସମୟ ନିକଟ ହୋଇଗଲେ ଜାଣିପାରନ୍ତି
ଯେ ଏହି ପୁରୁଣା ଶରୀର ଛାଡି ନୂଆ ଶରୀର ନେବୁ । ତୁମେମାନଙ୍କୁ ସବୁ କଥାର ସାକ୍ଷାତ୍କାର ହେବ ।
ତୁମ ମନରେ ଖୁସିର ବାଜା ବାଜୁଛି । ତମଃପ୍ରଧାନ ଶରୀରକୁ ଛାଡି ସତ୍ତ୍ୱପ୍ରଧାନ ଶରୀର ନେବା ଏହା ତ
ଖୁସିର କଥାର । ସେଠାରେ ପ୍ରାୟତଃ ୧୫୦ ବର୍ଷ ଆୟୁ ରହିବ । ଏଠାରେ ତ ଅକାଳମୃତ୍ୟୁ ହେଉଛି
କାହିଁକିନା ମନୁଷ୍ୟମାନେ ଭୋଗୀ ଅଟନ୍ତି । ଯେଉଁ ସନ୍ତାନମାନଙ୍କର ଯୋଗ ଯଥାର୍ଥ ଅଟେ ସେମାନଙ୍କର
ସବୁ କର୍ମେନ୍ଦ୍ରିୟ ଯୋଗବଳ ଦ୍ୱାରା ଅଧିନରେ ରହିବ । ସମ୍ପୂର୍ଣ୍ଣ ରୂପେ ଯୋଗଯୁକ୍ତ ହୋଇ ରହିଲେ
କର୍ମେନ୍ଦ୍ରିୟଗୁଡିକ ଶୀତଳ ହୋଇଯିବ । ସତ୍ୟଯୁଗରେ ତୁମମାନଙ୍କୁ କୌଣସି ବି କର୍ମେନ୍ଦ୍ରିୟ ଧୋକା
ଦିଏ ନାହିଁ, କେବେ ଏପରି କହିବେ ନାହିଁ ଯେ କର୍ମେନ୍ଦ୍ରିୟ ବଶରେ ନାହିଁ । ତୁମେମାନେ ବହୁତ
ଉଚ୍ଚରୁ ଉଚ୍ଚ ପଦ ପାଉଛ । ଏହାକୁ କୁହାଯାଉଛି ବୃହସ୍ପତିର ଅବିନାଶୀ ଦଶା । ବୃକ୍ଷପତି ମନୁଷ୍ୟ
ସୃଷ୍ଟିର ବୀଜରୂପ ହେଉଛନ୍ତି ବାବା । ବୀଜ ଉପରେ ହିଁ ଅଛନ୍ତି, ତାଙ୍କୁ ମଧ୍ୟ ଉପରବାଲା କହି ୟାଦ
କରୁଛନ୍ତି । ଆତ୍ମା ବାବାଙ୍କୁ ମନେ ପକାଉଛି । ତୁମେ ପିଲାମାନେ ଜାଣିଛ ବେହଦର ବାବା ଆମକୁ
ପଢ଼ାଉଛନ୍ତି, ସେ ଥରେମାତ୍ର ଆସୁଛନ୍ତି ଅମରକଥା ଶୁଣାଇବା ପାଇଁ । ଅମରକଥା କୁହ କିମ୍ବା
ସତ୍ୟନାରାୟଣ କଥା କୁହ, ସେ କଥାର ମଧ୍ୟ ଅର୍ଥ କେହି ବୁଝୁ ନାହାଁନ୍ତି । ସତ୍ୟ ନାରାୟଣଙ୍କର କଥା
ଦ୍ୱାରା ନରରୁ ନାରାୟଣ ହେଉଛନ୍ତି । ଅମରକଥା ଶୁଣିବା ଦ୍ୱାରା ତୁମେମାନେ ଅମର ହେଉଛ । ବାବା
ପ୍ରତ୍ୟେକ କଥା ସ୍ପଷ୍ଟ ଭାବରେ ବୁଝାଉଛନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଯୋଗବଳ
ଦ୍ୱାରା ନିଜର ସମସ୍ତ କର୍ମେନ୍ଦ୍ରିୟମାନଙ୍କୁ ଅଧିନ କରିବାକୁ ହେବ । ଏକମାତ୍ର ବୃକ୍ଷପତି
ବାବାଙ୍କର ସ୍ମୃତିରେ ରହିବାକୁ ପଡିବ । ସଚ୍ଚା ବୈଷ୍ଣବ ଅର୍ଥାତ୍ ପବିତ୍ର ହେବାକୁ ପଡିବ ।
(୨) ସକାଳୁ ସକାଳୁ ଉଠି
ପ୍ରଥମ ପାଠକୁ ପକ୍କା କରିବାକୁ ହେବ ଯେ ମୁଁ ଆତ୍ମା, ଶରୀର ନୁହେଁ । ଆମର ଆତ୍ମିକ ପିତା ଆମକୁ
ପାଠ ପଢ଼ାଉଛନ୍ତି, ଏହି ଦୁଃଖର ଦୁନିଆ ଏବେ ବଦଳିବାକୁ ଯାଉଛି... ଏହିପରି ଭାବରେ ସର୍ବଦା ବୁଦ୍ଧିରେ
ସାରା ଜ୍ଞାନର ସ୍ମରଣ ଚାଲିଥାଉ ।
ବରଦାନ:-
ସର୍ବ
ସମ୍ପତ୍ତିକୁ କାର୍ଯ୍ୟରେ ଲଗାଇ ପଦ୍ମର ରୋଜଗାର ଜମା କରୁଥିବା ପଦ୍ମାପଦ୍ମ ଭାଗ୍ୟଶାଳୀ ହୁଅ ।
ପ୍ରତି ମୂହୁର୍ତ୍ତରେ
ପଦ୍ମର ରୋଜଗାର ଜମା କରିବାର ବରଦାନ ଡ୍ରାମା ଅନୁସାରେ ସଂଗମଯୁଗର ସମୟକୁ ପ୍ରାପ୍ତ ହୋଇଛି । ତେଣୁ
ଏହିଭଳି ବରଦାନକୁ ନିଜ ପାଇଁ ଜମା କର ଏବଂ ଅନ୍ୟମାନଙ୍କୁ ଦାନ କର । ସେହିପରି ସଂକଳ୍ପ ରୂପୀ
ସମ୍ପତ୍ତିକୁ, ଜ୍ଞାନ ରୂପକ ସମ୍ପତ୍ତିକୁ ତଥା ସ୍ଥୂଳ ଧନ ରୂପକ ସମ୍ପତ୍ତିକୁ କାର୍ଯ୍ୟରେ ଲଗାଇ
ପଦ୍ମର ରୋଜଗାର ଜମା କର କାହିଁକି ନା ବର୍ତ୍ତମାନ ସମୟରେ ସ୍ଥୂଳ ଧନକୁ ମଧ୍ୟ ଈଶ୍ୱରଙ୍କ ଅର୍ଥେ
ସମର୍ପଣ କରିବା ଦ୍ୱାରା ଗୋଟିଏ ନୂଆ ପଇସା ମଧ୍ୟ ଗୋଟିଏ ରତ୍ନ ସହିତ ସମାନ ହୋଇଯାଉଛି । ତେଣୁ ଏହି
ସମସ୍ତ ସମ୍ପତ୍ତି ଗୁଡିକୁ ଯଦି ନିଜ ପାଇଁ ବା ସେବା ପାଇଁ କାର୍ଯ୍ୟରେ ଲଗାଇବ ତେବେ ପଦ୍ମାପଦ୍ମ
ଭାଗ୍ୟଶାଳୀ ହୋଇଯିବ ।
ସ୍ଲୋଗାନ:-
ଯେଉଁଠାରେ
ଆନ୍ତରିକ ସ୍ନେହ ରହିଛି ସେଠାରେ ସମସ୍ତଙ୍କର ସହଯୋଗ ସହଜରେ ପ୍ରାପ୍ତ ହୋଇଥାଏ ।
ଅବ୍ୟକ୍ତ ଇଶାରା:-
ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ ।
ଏବେ ତୁମେମାନେ ଏଭଳି
ପାରଦର୍ଶୀ ଅର୍ଥାତ୍ ସୂକ୍ଷ୍ମ ଶରୀରଧାରୀ ହୋଇଯାଅ ଯାହାକି ତୁମ ଶରୀର ଭିତରେ ଆତ୍ମା ବିରାଜମାନ
ଥିବାର ସମସ୍ତଙ୍କୁ ଦେଖାଯାଉ । ତୁମମାନଙ୍କର ଆତ୍ମିକ ସ୍ୱରୂପ ସ୍ଥିତି, ସେମାନଙ୍କୁ ମଧ୍ୟ ଆତ୍ମିକ
ସ୍ୱରୂପର ସାକ୍ଷାତ୍କାର କରାଉ, ଏହାକୁ ହିଁ କୁହାଯାଏ ଅବ୍ୟକ୍ତ ସ୍ଥିତିର ବା ଆତ୍ମିକ ସ୍ଥିତିର
ଅନୁଭବ କରାଇବା ।