23.07.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ଯେତେବେଳେ ସମୟ ମିଳୁଛି ଏକାନ୍ତରେ ବସି ବିଚାର ସାଗର ମନ୍ଥନ କର, ଯେଉଁ ସବୁ ପଏଣ୍ଟସ୍ ଅର୍ଥାତ୍
ଜ୍ଞାନବିନ୍ଦୁ ଗୁଡିକୁ ଶୁଣୁଛ ସେଗୁଡିକୁ ପୁନରାଲୋଚନା କର । ’’
ପ୍ରଶ୍ନ:-
ତୁମମାନଙ୍କର
ଯୋଗର ଯାତ୍ରା କେବେ ଶେଷ ହେବ?
ଉତ୍ତର:-
ଯେତେବେଳେ ତୁମମାନଙ୍କର କର୍ମେନ୍ଦ୍ରିୟ ଧୋକା ଦେବ ନାହିଁ, ସେତେବେଳେ ଯୋଗର ଯାତ୍ରା ଶେଷ ହେବ ।
ଏବେ ତୁମମାନଙ୍କୁ ପୂରା ପୁରୁଷାର୍ଥ କରିବାକୁ ହେବ, ଏଥିରେ ନିରାଶ ହେବାର ନାହିଁ । ସେବାରେ
ତତ୍ପର ମଧ୍ୟ ରହିବାର ଅଛି ।
ଓମ୍ ଶାନ୍ତି ।
ମଧୁର
ସନ୍ତାନମାନେ ଆତ୍ମ-ଅଭିମାନୀ ହୋଇ ବସିଛ? ପିଲାମାନେ ଜାଣୁଛନ୍ତି ଅଧାକଳ୍ପ ଆମେ ଦେହ-ଅଭିମାନୀ ହୋଇ
ରହିଛୁ । ତେଣୁ ଏବେ ଦେହୀ-ଅଭିମାନୀ ହୋଇ ରହିବା ପାଇଁ ମେହନତ କରିବାକୁ ପଡୁଛି । ବାବା ଆସି
ବୁଝାଉଛନ୍ତି ଯେ ନିଜକୁ ଆତ୍ମା ନିଶ୍ଚୟ କରି ବସ ତେବେ ବାବା ମନେ ପଡିବେ । ନଚେତ୍ ବାବାଙ୍କର
ସ୍ମୃତି ଭୁଲିଯିବ । ଯଦି ସ୍ମୃତି ନ ରହିବ ତେବେ ଯାତ୍ରା କିପରି କରିବ! ପାପ କିପରି କଟିବ?
ଏହାଦ୍ୱାରା କ୍ଷତି ମଧ୍ୟ ହେବ । ସେଥିପାଇଁ ଘଡି ଘଡି ବାବାଙ୍କୁ ମନେ ପକାଅ । ଏହା ହିଁ ମୁଖ୍ୟ କଥା
। ବାକି ବାବାଙ୍କୁ ମନେ ପକାଇବା ପାଇଁ ଅନେକ ପ୍ରକାରର ଉପାୟ ବାବା ବତାଉଛନ୍ତି । ଠିକ୍ କ’ଣ, ଭୁଲ୍
କ’ଣ-ଏକଥା ମଧ୍ୟ ବୁଝାଉଛନ୍ତି । ବାବା ହେଉଛନ୍ତି ଜ୍ଞାନର ସାଗର ସିଏ ଭକ୍ତିକୁ ମଧ୍ୟ ଜାଣିଛନ୍ତି
। ପିଲାମାନଙ୍କୁ ଭକ୍ତିମାର୍ଗରେ କ’ଣ କ’ଣ କରିବାକୁ ପଡିଥାଏ - ଏ କଥା ବୁଝାଇଥା’ନ୍ତି । ଏହି
ଯଜ୍ଞ, ତପ, ଇତ୍ୟାଦି କରିବା, ଏସବୁ ଭକ୍ତିମାର୍ଗର କଥା । ସମସ୍ତେ ଯଦିଓ ବାବାଙ୍କର ମହିମା
କରୁଛନ୍ତି, କିନ୍ତୁ ଓଲଟା । ବାସ୍ତବରେ ଶ୍ରୀକୃଷ୍ଣଙ୍କର ମହିମାକୁ ମଧ୍ୟ ପୂରା ଜାଣି ନାହାଁନ୍ତି
। ପ୍ରତ୍ୟେକ କଥାକୁ ବୁଝିବା ଦରକାର ନା । ଯେପରି କୃଷ୍ଣଙ୍କୁ ବୈକୁଣ୍ଠର ନାଥ କୁହାଯାଉଛି । ଆଚ୍ଛା,
ବାବା ପଚାରୁଛନ୍ତି, କୃଷ୍ଣଙ୍କୁ ତ୍ରିଲୋକୀନାଥ କୁହାଯାଇପାରିବ କି? ଗାୟନ ରହିଛି ନା -
ତ୍ରିଲୋକୀନାଥ । ଏବେ ତ୍ରିଲୋକୀନାଥ ଅର୍ଥାତ୍ ତିନି ଲୋକ ବ୍ରହ୍ମଲୋକ, ସୂକ୍ଷ୍ମଲୋକ, ସ୍ଥୁଳଲୋକ ।
ତୁମମାନଙ୍କୁ ବୁଝାଇ ଦିଆଯାଉଛି ଯେ ତୁମେମାନେ ବ୍ରହ୍ମାଣ୍ଡର ମଧ୍ୟ ମାଲିକ ଅଟ । କୃଷ୍ଣ କ’ଣ ଏପରି
ଭାବୁଛନ୍ତି କି ମୁଁ ହେଉଛି ବ୍ରହ୍ମାଣ୍ଡର ମାଲିକ? ନା । ସେ ତ ବୈକୁଣ୍ଠରେ ଥିଲେ । ବୈକୁଣ୍ଠ
ସ୍ୱର୍ଗ ନୂଆ ଦୁନିଆକୁ କୁହାଯାଉଛି । ବାସ୍ତବରେ ତ୍ରିଲୋକୀନାଥ କେହି ହେଲେ ନାହାଁନ୍ତି । ବାବା
ଠିକ୍ କଥା ବୁଝାଉଛନ୍ତି, ତିନିଲୋକ ରହିଛି । ଶିବବାବା ବ୍ରହ୍ମାଣ୍ଡର ମାଲିକ ତାଙ୍କ ସହିତ
ତୁମେମାନେ ମଧ୍ୟ ମାଲିକ ଅଟ । ସୂକ୍ଷ୍ମଲୋକର ତ କୌଣସି କଥା ହିଁ ନାହିଁ । ସ୍ଥୂଳଲୋକର ମଧ୍ୟ ସେ
ମାଲିକ ନୁହଁନ୍ତି, ନା ସିଏ ସ୍ୱର୍ଗର ନା ନର୍କର ମାଲିକ । ଶ୍ରୀକୃଷ୍ଣ ହେଲେ ସ୍ୱର୍ଗର ମାଲିକ ।
ନର୍କର ମାଲିକ ରାବଣ । ଏହାକୁ ରାବଣ ରାଜ୍ୟ, ଆସୁରୀ ରାଜ୍ୟ କୁହାଯାଉଛି । ମନୁଷ୍ୟମାନେ ମଧ୍ୟ ଏକଥା
କହୁଛନ୍ତି, କିନ୍ତୁ ବୁଝୁ ନାହାଁନ୍ତି । ତୁମମାନଙ୍କୁ ବାବା ବସି ବୁଝାଉଛନ୍ତି । ରାବଣର ୧୦ଟି
ମୁଣ୍ଡ ଦେଖାଇଥା’ନ୍ତି । ୫ ବିକାର ସ୍ତ୍ରୀର, ୫ ବିକାର ପୁରୁଷର । ବର୍ତ୍ତମାନ ୫ ବିକାର
ସମସ୍ତଙ୍କ ପାଖରେ ରହିଛି । ଏଠାରେ ସମସ୍ତେ ରାବଣ ରାଜ୍ୟରେ ଅଛନ୍ତି । ଏବେ ତୁମେମାନେ
ଶ୍ରେଷ୍ଠାଚାରୀ ହେଉଛ । ବାବା ଆସି ଶ୍ରେଷ୍ଠାଚାରୀ ଦୁନିଆର ସ୍ଥାପନା କରୁଛନ୍ତି । ଏକାନ୍ତରେ
ବସିଲେ ହିଁ ବିଚାର ସାଗର ମନ୍ଥନ ଚାଲିବ । ଲୌକିକ ପାଠପଢାରେ ମଧ୍ୟ ଛାତ୍ରମାନେ ଏକାନ୍ତରେ ଯାଇ
ପଢିଥା’ନ୍ତି । ତୁମମାନଙ୍କୁ ବହି ପଢିବାର କୌଣସି ଆବଶ୍ୟକତା ନାହିଁ । ହଁ, ତୁମେ ପଏଣ୍ଟସ୍ ନୋଟ୍
କରୁଛ । ଯାହାକୁ ପୁଣି ପୁନରାଲୋଚନା କରିବା ଦରକାର । ବୁଝିବା ନିମନ୍ତେ ଏହା ବହୁତ ଗୁହ୍ୟ କଥା ଅଟେ
। ବାବା କହୁଛନ୍ତି ନା - ଆଜି ତୁମକୁ ଗୁହ୍ୟରୁ ଗୁହ୍ୟ ନୂଆ ନୂଆ ପଏଣ୍ଟସ୍ ବୁଝାଉଛି ।
ଲକ୍ଷ୍ମୀ-ନାରାୟଣ ପାରସପୁରୀର ମାଲିକ ଥିଲେ । ଏପରି କୁହାଯିବ ନାହିଁ ଯେ ବିଷ୍ଣୁ ମାଲିକ ଅଟନ୍ତି
। ବିଷ୍ଣୁ କିଏ ଏହି କଥା ମଧ୍ୟ କେହି ବୁଝିପାରୁ ନାହାଁନ୍ତି ଯେ ଇଏ ହିଁ ସେହି ଲକ୍ଷ୍ମୀ-ନାରାୟଣ
ଅଟନ୍ତି । ଏବେ ତୁମେ ସଟ୍ରେ ଅର୍ଥାତ୍ ସଂକ୍ଷେପରେ ଏମ୍ ଅବଜେକ୍ଟକୁ ବୁଝାଉଛ । ବ୍ରହ୍ମା-ସରସ୍ୱତୀ
ମଧ୍ୟ ପରସ୍ପର ମଧ୍ୟରେ ମେଲ୍-ଫିମେଲ୍ ନୁହଁନ୍ତି । ଇଏ ହେଉଛନ୍ତି ପ୍ରଜାପିତା ବ୍ରହ୍ମା । ତାଙ୍କୁ
ଫିମେଲ୍ କୁହାଯିବ ନାହିଁ । ପ୍ରଜାପିତା ବ୍ରହ୍ମାଙ୍କୁ ଗ୍ରେଟ୍-ଗ୍ରେଟ୍ ଗ୍ରାଣ୍ଡଫାଦର କୁହାଯିବ
। ଶିବବାବାଙ୍କୁ କେବଳ ବାବା ହିଁ କୁହାଯିବ । ବାକି ସବୁ ହେଲେ ଭାଇ । ସମସ୍ତେ ବ୍ରହ୍ମାଙ୍କର
ସନ୍ତାନ ଅଟନ୍ତି । ସମସ୍ତେ ଜାଣିଛନ୍ତି ଯେ - ଆମେ ଭଗବାନଙ୍କ ସନ୍ତାନ ତେଣୁ ପରସ୍ପର ଭାଇ ଭାଇ
ହୋଇଗଲୁ । କିନ୍ତୁ ସିଏ ନିରାକାରୀ ଦୁନିଆରେ ଅଛନ୍ତି । ଏବେ ତୁମେମାନେ ବ୍ରାହ୍ମଣ ହୋଇଛ । ନୂଆ
ଦୁନିଆ ସତ୍ୟଯୁଗକୁ କୁହାଯାଉଛି । ବର୍ତ୍ତମାନ ଏହାକୁ ପୁରୁଷୋତ୍ତମ ସଂଗମଯୁଗ କୁହାଯାଉଛି ।
ସତ୍ୟଯୁଗରେ ସମସ୍ତେ ପୁରୁଷୋତ୍ତମ ହୋଇଥାନ୍ତି । ଏହା ବହୁତ ୱାଣ୍ଡରଫୁଲ୍ କଥା । ତୁମେମାନେ ଏବେ
ନୂଆ ଦୁନିଆ ପାଇଁ ପ୍ରସ୍ତୁତ ହେଉଛ । ଏହି ସଂଗମଯୁଗରେ ହିଁ ତୁମେମାନେ ପୁରୁଷୋତ୍ତମ ହେଉଛ ।
କହୁଛନ୍ତି ମଧ୍ୟ ଆମେ ଲକ୍ଷ୍ମୀ-ନାରାୟଣ ହେବୁ । ଲକ୍ଷ୍ମୀ-ନାରାୟଣ ସବୁଠାରୁ ଉତ୍ତମ ପୁରୁଷ ।
ତାଙ୍କୁ ପୁଣି ଦେବତା କୁହାଯାଉଛି । ଉତ୍ତମରୁ ଉତ୍ତମ ନମ୍ବରୱାନ୍ ହେଉଛନ୍ତି ଲକ୍ଷ୍ମୀ-ନାରାୟଣ
ପୁଣି କ୍ରମାନୁସାରେ ତୁମେମାନେ ହେବ । ସୂର୍ଯ୍ୟବଂଶୀ କୁଳକୁ ଉତ୍ତମ କୁଳ କୁହାଯିବ । ସେମାନେ
ନମ୍ବରୱାନ୍ ଅଟନ୍ତି ନା । ପୁଣି ଧୀରେ ଧୀରେ କଳା କମ୍ ହୋଇଯାଇଥାଏ ।
ଏବେ ତୁମେମାନେ ନୂଆ
ଦୁନିଆର ଶୁଭାରମ୍ଭ କରୁଛ । ଯେପରି ନୂଆ ଘର ତିଆରି ହେଲେ ପିଲାମାନେ ଖୁସି ହୋଇଥା’ନ୍ତି ।
ମୁହୂର୍ତ୍ତ କରିଥା’ନ୍ତି । ତୁମେମାନେ ମଧ୍ୟ ନୂଆ ଦୁନିଆକୁ ଦେଖି ଖୁସି ହେଉଛ । ମୁହୂର୍ତ୍ତ କରୁଛ
। ଶାସ୍ତ୍ରରେ ଲିଖିତ ଅଛି - ସେଠାରେ ସୁନା ଫୁଲର ବର୍ଷା ହୋଇଥାଏ । ତେଣୁ ତୁମମାନଙ୍କର କେତେ
ଖୁସିର ପାରା ଚଢିବା ଉଚିତ୍ । ତୁମମାନଙ୍କୁ ସୁଖ ଏବଂ ଶାନ୍ତି ଉଭୟେ ମିଳୁଛି । ଏଭଳି ଦ୍ୱିତୀୟ
କେହି ନାହାଁନ୍ତି ଯାହାଙ୍କୁ ଏତେ ସୁଖ ଶାନ୍ତି ମିଳୁଥିବ । ଏଠାକୁ ଅନ୍ୟ ଧର୍ମ ସବୁ ଆସିଗଲେ
ଦ୍ୱୈତ ହୋଇଯାଉଛି । ତୁମମାନଙ୍କ ଭିତରେ ଏବେ ଅପାର ଖୁସି ରହୁଛି ଯେ - ଆମେ ପୁରୁଷାର୍ଥ କରି କିପରି
ଉଚ୍ଚ ପଦ ପାଇବୁ । ଏପରି ନୁହେଁ ଯେ ଯାହା ଭାଗ୍ୟରେ ଥିବ ତାହା ନିଶ୍ଚୟ ମିଳିବ । ପାସ୍ ହେବାକୁ
ଥିଲେ ପାସ୍ ହେବୁ । ନା । ପ୍ରତ୍ୟେକ କଥାରେ ତୁମମାନଙ୍କୁ ପୁରୁଷାର୍ଥ ନିଶ୍ଚୟ କରିବାକୁ ପଡିବ ।
ପୁରୁଷାର୍ଥ କରିପାରୁ ନାହାଁନ୍ତି ତେଣୁ କହିଦେଉଛନ୍ତି ଯାହା ଭାଗ୍ୟରେ ଥିବ । ପୁଣି ପୁରୁଷାର୍ଥ
କରିବା ବନ୍ଦ ହୋଇଯାଉଛି । ବାବା କହୁଛନ୍ତି ତୁମ ମାତାମାନଙ୍କୁ ମୁଁ କେତେ ଉଚ୍ଚ କରୁଛି ।
ମହିଳାମାନଙ୍କର ସବୁ ଜାଗାରେ ସମ୍ମାନ ରହିଛି । ବିଲାତରେ ମଧ୍ୟ ସେମାନଙ୍କର ସମ୍ମାନ ରହିଛି ।
କିନ୍ତୁ ଏଠାରେ ଯଦି କନ୍ୟାଟିଏ ଜନ୍ମ ହେଉଛି ତେବେ ଖଟିଆ ଓଲଟାଇ ଦେଉଛନ୍ତି ଅର୍ଥାତ୍ ଅଶୁଭ ମନେ
କରୁଛନ୍ତି । କାରଣ ଦୁନିଆ ବିଲକୁଲ୍ ତମୋପ୍ରଧାନ ହୋଇଗଲାଣି । ତୁମେମାନେ ଜାଣୁଛ ଭାରତ ଦିନେ କ’ଣ
ଥିଲା, ଏବେ କ’ଣ ହୋଇଗଲାଣି । ମନୁଷ୍ୟ ଭୁଲି ଯାଇଛନ୍ତି, ତେଣୁ ଶାନ୍ତି ମାଗୁଛନ୍ତି । ଚାହୁଁଛନ୍ତି
ବିଶ୍ୱରେ ଶାନ୍ତି ହେଉ । ତୁମେମାନେ ଏହି ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ଦେଖାଅ ଏବଂ କୁହ ଯେତେବେଳେ
ଏମାନଙ୍କର ରାଜ୍ୟ ଥିଲା ସେତେବେଳେ ଦୁନିଆରେ ପବିତ୍ରତା, ସୁଖ, ଶାନ୍ତି ସବୁକିଛି ଥିଲା ।
ତୁମମାନଙ୍କୁ ମଧ୍ୟ ଏହିପରି ରାଜ୍ୟ ଦରକାର ନା । ମୂଳବତନରେ ବିଶ୍ୱର ଶାନ୍ତି ବୋଲି କୁହାଯିବ ନାହିଁ
। ବିଶ୍ୱରେ ଶାନ୍ତି ଏହିଠାରେ ହେବ ନା । ଦେବତାମାନଙ୍କ ରାଜ୍ୟ ସାରା ବିଶ୍ୱରେ ଥିଲା ।
ବ୍ରହ୍ମଲୋକ ହେଉଛି ଆତ୍ମାମାନଙ୍କର ଦୁନିଆ । ମନୁଷ୍ୟମାନେ ଏକଥା ଜାଣି ନାହାଁନ୍ତି ଯେ
ଆତ୍ମାମାନଙ୍କର ମଧ୍ୟ ଏକ ଦୁନିଆ ରହିଛି । ବାବା କହୁଛନ୍ତି ମୁଁ ତୁମମାନଙ୍କୁ କେତେ ଉଚ୍ଚ
ପୁରୁଷୋତ୍ତମ କରୁଛି । ଏହି ସବୁ କଥା ଅନ୍ୟମାନଙ୍କୁ ବୁଝାଇବା ଦରକାର । ଏପରି ନୁହେଁ କି ରଡି
ମାରିବ ଯେ - ଭଗବାନ ଆସିଛନ୍ତି, କେହି ମାନିବେ ନାହିଁ । ଆହୁରି ଗାଳି ଖାଇବ ଏବଂ ଅନ୍ୟମାନଙ୍କୁ
ମଧ୍ୟ ଖୁଆଇବ । ସେମାନେ କହିବେ ବି.କେ. ନିଜର ବାବାଙ୍କୁ ଭଗବାନ କହୁଛନ୍ତି, ଏଭଳି କୌଣସି ସେବା
ହୁଏ ନାହିଁ । ବାବା ସେବା କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ବତାଉଛନ୍ତି । ଘରେ ୮-୧୦ଟି ଭଲ ଭଲ
ଚିତ୍ର କାନ୍ଥରେ ଲଗାଇ ଦିଅ ଏବଂ ବାହାରେ ଲେଖିଦିଅ - ଯଦି ବେହଦର ବାବାଙ୍କଠାରୁ ବେହଦ ସୁଖର ବର୍ସା
ନେବାକୁ ଚାହୁଁଛ ଅଥବା ମନୁଷ୍ୟରୁ ଦେବତା ହେବାକୁ ଚାହୁଁଛ, ତେବେ ଆସ ଆମେ ଆପଣମାନଙ୍କୁ ବୁଝାଇବୁ
। ଏହିଭଳି ଭାବରେ ବୁଝାଇଲେ ବହୁତ ଆସିବାରେ ଲାଗିବେ । ସ୍ୱତଃ ଆସିବେ । ବିଶ୍ୱରେ ଦିନେ ଶାନ୍ତି
ଥିଲା ନା । ଏବେ ଏତେ ଢେର ଧର୍ମ ରହିଛି । ଏହି ତମୋପ୍ରଧାନ ଦୁନିଆରେ ଶାନ୍ତି କିପରି ହୋଇପାରିବ !
ବିଶ୍ୱରେ ଶାନ୍ତି କେବଳ ଭଗବାନ ହିଁ କରିପାରିବେ । ଯେତେବେଳେ ଶିବବାବା ଏଠାକୁ ଆସୁଛନ୍ତି ତେବେ
ନିଶ୍ଚୟ କିଛି ଉପହାର ଆଣୁଥିବେ । ଏକମାତ୍ର ବାବା ହିଁ ଏତେ ଦୂରରୁ ଆସୁଛନ୍ତି ଏବଂ ଥରେ ମାତ୍ର
ଆସୁଛନ୍ତି । ବାବା ପ୍ରତି ୫ ହଜାର ବର୍ଷ ପରେ ଥରେ ଆସୁଛନ୍ତି । ଯେପରି ତୀର୍ଥଯାତ୍ରାରୁ ଫେରିଲେ
ପିଲାମାନଙ୍କ ପାଇଁ କିଛି ଉପହାର ଆଣିଥା’ନ୍ତି । ସ୍ତ୍ରୀର ପତି ମଧ୍ୟ, ପିଲାର ବାପା ତ ହୋଇଥାଏ ନା
। ପୁଣି ଦାଦା, ପରଦାଦା, ତରଦାଦା ହୋଇଥା’ନ୍ତି । ସେହିପରି ଏହାଙ୍କୁ ତୁମେମାନେ ବାବା କହୁଛ ପୁଣି
ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ୍ ଫାଦର ମଧ୍ୟ ଥିବେ । ଏହା ମଧ୍ୟ ବଂଶାବଳୀ ଅଟେ ନା । ଏଡମ୍, ଆଦିଦେବ
ନାମ ରହିଛି କିନ୍ତୁ ମନୁଷ୍ୟମାନେ ଏହାର ଅର୍ଥକୁ ବୁଝୁ ନାହାଁନ୍ତି । ବାବା ହିଁ ଏହାର ଅର୍ଥକୁ
ବୁଝାଉଛନ୍ତି । ବାବାଙ୍କ ଦ୍ୱାରା ସୃଷ୍ଟିଚକ୍ରର ଇତିହାସ-ଭୂଗୋଳକୁ ଜାଣି ତୁମେମାନେ ଏବେ
ଚକ୍ରବର୍ତ୍ତି ରାଜା ହେଉଛ । ବାବା କେତେ ସ୍ନେହ ଏବଂ ରୁଚିର ସହିତ ପାଠ ପଢାଉଛନ୍ତି, ତେଣୁ
ସେହିପରି ପଢିବା ଦରକାର ନା । ସକାଳ ସମୟରେ ସମସ୍ତେ ଫ୍ରି ରହିଥା’ନ୍ତି । ତେଣୁ ସକାଳୁ କ୍ଲାସ୍
ହୋଇଥାଏ - ଅଧାଘଣ୍ଟା ୪୫ମିନିଟ୍, ମୁରଲୀ ଶୁଣି ପୁଣି ଚାଲିଯାଅ । ଯୋଗ ତ କେଉଁଠି ଥିଲେ ବି
କରିପାରିବ । ରବିବାର ଦିନ ଛୁଟୀ । ତେଣୁ ସେ ଦିନ ସକାଳୁ ୨-୩ ଘଣ୍ଟା ବସିଯାଅ । ଦିନର ରୋଜଗାରକୁ
ମେକପ୍ ଅର୍ଥାତ୍ ପୂରଣ କରିନିଅ । ପୂରା ଝୁଲା ମୁଣିକୁ ଭରପୁର କରିଦିଅ । ଟାଇମ୍ ମିଳୁଛି ନା ।
ମାୟାର ତୁଫାନ ଆସିଲେ ଯୋଗ କରିପାରିବ ନାହିଁ । ବାବା ବିଲ୍କୁଲ୍ ସହଜ ଭାବରେ ବୁଝାଉଛନ୍ତି ।
ଭକ୍ତିମାର୍ଗରେ କେତେ ସତସଙ୍ଗକୁ ଯାଉଛନ୍ତି । ଶ୍ରୀକୃଷ୍ଣଙ୍କ ମନ୍ଦିର, ଶ୍ରୀନାଥଙ୍କ ମନ୍ଦିରକୁ
ଯାଉଛନ୍ତି ପୁଣି ଆଉ କାହା କାହା ମନ୍ଦିରକୁ ମଧ୍ୟ ଯାଇଥା’ନ୍ତି । ତୀର୍ଥଯାତ୍ରା ସମୟରେ ମଧ୍ୟ
କେତେକ ବ୍ୟଭିଚାରୀ ହେଉଛନ୍ତି । ଏତେ କଷ୍ଟ କରୁଛନ୍ତି କିନ୍ତୁ ଫାଇଦା କିଛି ହେଲେ ହେଉ ନାହିଁ ।
ଡ୍ରାମାରେ ଏହା ମଧ୍ୟ ନିର୍ଦ୍ଧାରିତ ଅଛି ପୁଣି ମଧ୍ୟ ହେବ । ତୁମ ଆତ୍ମାରେ ପାର୍ଟ ଭରି ରହିଛି ।
ସତ୍ୟଯୁଗ ଏବଂ ତ୍ରେତାଯୁଗରେ ଯେଉଁ ପାର୍ଟ କଳ୍ପ ପୂର୍ବରୁ କରିଥିଲେ ତାହା ହିଁ ପୁଣି କରିବେ ।
ଯାହାର ବୁଦ୍ଧି ମୋଟା ସେମାନେ ଏହି କଥାକୁ ମଧ୍ୟ ବୁଝି ପାରନ୍ତି ନାହିଁ । ଯାହାର ବୁଦ୍ଧି
ସୂକ୍ଷ୍ମ ସେମାନେ ଭଲ ଭାବରେ ବୁଝିପାରିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ବୁଝାଇପାରିବେ । ତାଙ୍କୁ
ଅନ୍ତରରେ ଅନୁଭବ ହୁଏ ଯେ ଏହା ଅନାଦି ନାଟକ ଅଟେ, ଦୁନିଆରେ ଏହି କଥାକୁ କେହି ବୁଝୁ ନାହାଁନ୍ତି
ଯେ, ଏହା ହେଉଛି ବେହଦର ନାଟକ । ଏହାକୁ ବୁଝିବାରେ ମଧ୍ୟ ସମୟ ଲାଗୁଛି । ବାବା ପ୍ରତି କଥାକୁ
ବିସ୍ତାର ଭାବରେ ବୁଝାଇ ପୁଣି କହୁଛନ୍ତି - ମୁଖ୍ୟ କଥା ହେଲା ଯୋଗର ଯାତ୍ରା । ସେକେଣ୍ଡରେ
ଜୀବନମୁକ୍ତିର ମଧ୍ୟ ଗାୟନ ରହିଛି ଏବଂ ଏକଥା ମଧ୍ୟ ଗାୟନ ରହିଛି ଯେ ସେ ଜ୍ଞାନର ସାଗର ଅଟନ୍ତି ।
ସାରା ସାଗରକୁ ସ୍ୟାହି କର, ଜଙ୍ଗଲକୁ କଲମ କର, ଧରିତ୍ରୀକୁ କାଗଜ କର... ତେବେ ମଧ୍ୟ ଅନ୍ତ
ହୋଇପାରିବ ନାହିଁ । ଆରମ୍ଭରୁ ତୁମେମାନେ କେତେ ଲେଖି ଆସିଛ । ଢେର କାଗଜ ହେବ । ତୁମମାନଙ୍କୁ ଏବେ
କୌଣସି ଧକ୍କା ଖାଇବାର ଆବଶ୍ୟକତା ନାହିଁ । ମୁଖ୍ୟ କଥା ହେଲା ଅଲଫ୍ । ବାବାଙ୍କୁ ମନେ ପକାଇବାକୁ
ହେବ । ଏଠାକୁ ମଧ୍ୟ ତୁମେମାନେ ଶିବବାବାଙ୍କ ପାଖକୁ ଆସୁଛ, ଶିବବାବା ବ୍ରହ୍ମାଙ୍କ ଶରୀରରେ
ପ୍ରବେଶ କରି ତୁମମାନଙ୍କୁ କେତେ ସ୍ନେହର ସହିତ ପାଠ ପଢାଉଛନ୍ତି । ଏଥିରେ କିଛି ବଡପଣିଆ ନାହିଁ ।
ବାବା କହୁଛନ୍ତି ମୁଁ ଏହି ପୁରୁଣା ଶରୀରରେ ଆସୁଛି । କିପରି ସାଧାରଣ ଭାବରେ ଶିବବାବା ଆସି ପାଠ
ପଢାଉଛନ୍ତି । କୌଣସି ଅହଂକାର ନାହିଁ । ବାବା କହୁଛନ୍ତି ତୁମେମାନେ ମୋତେ କହୁଛ, ଏହି ପତିତ
ଦୁନିଆ, ପତିତ ଶରୀରରେ ଆସ, ଆସି ଆମକୁ ଶିକ୍ଷା ଦିଅ । ସତ୍ୟଯୁଗରେ ତ ଡାକୁ ନାହଁ ଯେ ବାବା
ହୀରା-ନୀଳାର ମହଲରେ ଆସି ବସ, ଭୋଜନ ଆଦି କର... ବାସ୍ତବରେ ଶିବବାବା ଭୋଜନ ଖାଉ ନାହାଁନ୍ତି ।
ଆଗରୁ ଡାକୁଥିଲେ ଯେ ଆସି ଭୋଜନ ଖାଅ । ୩୬ ପ୍ରକାର ଭୋଜନ ଖୁଆଉଥିଲେ, ଏହା ପୁଣି ମଧ୍ୟ ହେବ ।
ଏହାକୁ ମଧ୍ୟ ଚରିତ୍ର କୁହାଯିବ । କୃଷ୍ଣଙ୍କର ଚରିତ୍ର କ’ଣ? ସେ ସତ୍ୟଯୁଗର ରାଜକୁମାର ଅଟନ୍ତି ।
ତାଙ୍କୁ ପତିତ-ପାବନ କୁହାଯିବ ନାହିଁ । ସତ୍ୟଯୁଗରେ ଇଏ ବିଶ୍ୱର ମାଲିକ କିପରି ହେଲେ ଏକଥା ମଧ୍ୟ
ଏବେ ତୁମେମାନେ ଜାଣୁଛ । ମନୁଷ୍ୟମାନେ ଏବେ ମଧ୍ୟ ବିଲ୍କୁଲ୍ ଘୋର ଅନ୍ଧକାରରେ ଅଛନ୍ତି । ତୁମେ
ଘୋର ଆଲୋକରେ ଅଛ । ବାବା ଆସି ରାତ୍ରିକୁ ଦିନ କରୁଛନ୍ତି । ଅଧାକଳ୍ପ ତୁମେମାନେ ରାଜ୍ୟ କରୁଛ ତେଣୁ
କେତେ ଖୁସି ହେବା ଦରକାର ।
ତୁମମାନଙ୍କର ଯୋଗର
ଯାତ୍ରା ସେତେବେଳେ ସମ୍ପୂର୍ଣ୍ଣ ହେବ ଯେତେବେଳେ ତୁମମାନଙ୍କର କୌଣସି କର୍ମେନ୍ଦ୍ରିୟ ଧୋକା ଦେବ
ନାହିଁ । କର୍ମାତୀତ ଅବସ୍ଥା ହୋଇଗଲେ ହିଁ ଯୋଗର ଯାତ୍ରା ଶେଷ ହେବ । ଏବେ ଶେଷ ହୋଇନାହିଁ । ଏବେ
ତୁମମାନଙ୍କୁ ପୂରା ପୁରୁଷାର୍ଥ କରିବାକୁ ହେବ । କେବେ ବି ନିରାଶ ହୁଅ ନାହିଁ । କେବଳ ସେବା ଆଉ
ସେବା । ବାବା ମଧ୍ୟ ଆସି ବୁଢା ଶରୀରରେ ସେବା କରୁଛନ୍ତି ନା । ବାବା ହେଲେ କରନକରାବନହାର ।
ତାଙ୍କର ପିଲାମାନଙ୍କ ପାଇଁ କେତେ ଚିନ୍ତା ରହୁଛି - ଏକଥା କରିବାକୁ ହେବ, ଘର କରିବାକୁ ପଡିବ ।
ଯେପରି ଲୌକିକ ପିତାଙ୍କର ହଦର ଖିଆଲ ରହିଥାଏ, ସେହିପରି ପାରଲୌକିକ ବାବାଙ୍କର ବେହଦର ଖିଆଲ ରହୁଛି
। ତେଣୁ ତୁମମାନଙ୍କୁ ମଧ୍ୟ ସେବା କରିବାକୁ ହେବ । ଦିନକୁ ଦିନ ବହୁତ ସହଜ ହୋଇଯାଉଛି । ଯେତେ
ବିନାଶର ସମୟ ନିକଟ ହୋଇ ଆସିବ ସେତେ ତୁମମାନଙ୍କ ଭିତରେ ଶକ୍ତି ଆସିବ । ଗାୟନ ମଧ୍ୟ ରହିଛି
ଭୀଷ୍ମପିତାମହ ଆଦିଙ୍କୁ ଶେଷ ସମୟରେ ତୀର ଲାଗିଲା । ଏବେ ତୀର ଲାଗିଲେ ବହୁତ ହଙ୍ଗାମା ହୋଇଯିବ ।
ଏତେ ଭିଡ ହୋଇଯିବ ଯେ ସେକଥା ନ କହିଲେ ଭଲ । କହୁଛନ୍ତି ନା - ମୁଣ୍ଡ କୁଣ୍ଡାଇବାକୁ ମଧ୍ୟ ଫୁରସତ୍
ମିଳିବ ନାହିଁ । ବାସ୍ତବରେ ଏଭଳି କିଛି କଥା ହେବ ନାହିଁ, କିନ୍ତୁ ଯଦି ଭିଡ ହୋଇଯାଏ, ତେବେ ଏପରି
କୁହାଯାଏ । ସେମାନଙ୍କୁ ତୀର ଲାଗିଲେ ତୁମର ପ୍ରଭାବ ବାହାରିବ । ସବୁ ସନ୍ତାନମାନଙ୍କୁ ବାବାଙ୍କର
ପରିଚୟ ମିଳିବ । ତୁମେମାନେ ତିନି ପାଦ ପୃଥିବୀରେ ମଧ୍ୟ ଏହି ଅବିନାଶୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ
ଖୋଲିପାରିବ । ପଇସା ନଥିଲେ ମଧ୍ୟ ଚିନ୍ତା ନାହିଁ । ଚିତ୍ର ତୁମମାନଙ୍କୁ ମିଳିଯିବ । ସେବାରେ
ମାନ-ଅପମାନ, ଦୁଃଖ-ସୁଖ, ଥଣ୍ଡା-ଗରମ ସବୁ ସହନ କରିବାକୁ ହେବ । କାହାକୁ ହୀରା ସଦୃଶ କରିବା କିଛି
କମ୍ କଥା ନୁହେଁ । ବାବା କ’ଣ କେବେ ଥକିଯାଉଛନ୍ତି? ତୁମେମାନେ କାହିଁକି ଥକିଯାଉଛ? ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସକାଳ ସମୟରେ
ଅଧଘଣ୍ଟା ବା ୪୫ ମିନିଟ୍ ବହୁତ ସ୍ନେହରେ ଅର୍ଥାତ୍ ଆଗ୍ରହର ସହିତ ପାଠ ପଢିବାକୁ ହେବ । ବାବାଙ୍କ
ସ୍ମୃତିରେ ରହିବାକୁ ହେବ । ଯୋଗ କରିବାରେ ଏଭଳି ପୁରୁଷାର୍ଥ କର ଯାହାଦ୍ୱାରା ସମସ୍ତ
କର୍ମେନ୍ଦ୍ରିୟ ବଶୀଭୂତ ହୋଇଯିବ ।
(୨) ସେବାରେ ଦୁଃଖ-ସୁଖ,
ମାନ-ଅପମାନ, ଥଣ୍ଡା-ଗରମ ସବୁ କିଛି ସହନ କରିବାକୁ ହେବ । ସେବାରେ କେବେହେଲେ ଥକିଯିବାର ନାହିଁ ।
ତିନି ପାଦ ପୃଥିବୀରେ ଅର୍ଥାତ୍ ଛୋଟିଆ ସ୍ଥାନଟିରେ ମଧ୍ୟ ଡାକ୍ତରଖାନା ସହିତ ୟୁନିଭରସିଟୀ ଖୋଲି
ଲୋକମାନଙ୍କୁ ହୀରାତୁଲ୍ୟ କରିବାର ସେବା କରିବାକୁ ହେବ ।
ବରଦାନ:-
ପ୍ରକୃତ ଆତ୍ମିକ
ସ୍ନେହର ଅନୁଭୂତି କରାଉଥିବା ମାଷ୍ଟର ସ୍ନେହର ସାଗର ହୁଅ ।
ଯେପରି ସାଗର କୂଳକୁ ଗଲେ
ଶୀତଳତାର ଅନୁଭବ ହୋଇଥାଏ ସେହିପରି ତୁମେ ପିଲାମାନେ ମଧ୍ୟ ମାଷ୍ଟର ସ୍ନେହର ସାଗର ହୁଅ । ତେବେ
ଯେଉଁ ଆତ୍ମା ତୁମ ସମ୍ମୁଖକୁ ଆସିବ ସେ ଅନୁଭବ କରିବ ଯେ ମାଷ୍ଟର ସ୍ନେହର ସାଗରର ଲହଡି ମୋତେ
ସ୍ନେହର ଅନୁଭୂତି କରାଉଛି । କାହିଁକି ନା ଆଜିର ଦୁନିଆ ସଚ୍ଚା ଆତ୍ମିକ ସ୍ନେହର ଭୋକିଲା ଅଟେ ।
ଦୁନିଆର ସ୍ୱାର୍ଥବାଦୀ ସ୍ନେହକୁ ଦେଖି ଦେଖି ସେଥିପ୍ରତି ବିତୃଷ୍ଣା ଆସିଗଲାଣି । ସେଥିପାଇଁ ସଚ୍ଚା
ଆତ୍ମିକ ସ୍ନେହର କେତୋଟି ମୂହୁର୍ତ୍ତର ଅନୁଭୂତିକୁ ମଧ୍ୟ ଜୀବନର ସାହାରା ମନେ କରିବେ ।
ସ୍ଲୋଗାନ:-
ଯଦି ଜ୍ଞାନ ଧନରେ
ଭରପୁର ରହିବ ତେବେ ସ୍ଥୁଳ ଧନର ପ୍ରାପ୍ତି ଆପେ ଆପେ ହୋଇଚାଲିବ ।
ଅବ୍ୟକ୍ତ ଈଶାରା:-
ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ ।
ଯେପରି ସତ୍ୟଯୁଗୀ ସୃଷ୍ଟି
ପାଇଁ କହିଥାଆନ୍ତି ସେଠାରେ ଏକ ଧର୍ମ, ଏକ ରାଜ୍ୟ ରହିବ । ସେହିପରି ସ୍ୱରାଜ୍ୟ କରିବାରେ ମଧ୍ୟ ଏକ
ରାଜ୍ୟ ଅର୍ଥାତ୍ ସ୍ୱର ନିର୍ଦ୍ଦେଶ ଅନୁସାରେ ସମସ୍ତେ ଚାଲୁଥିବେ । ମନ ନିଜର ମନମତ ଚଲାଉ ନ ଥିବ,
ବୁଦ୍ଧି ନିଜର ନିର୍ଣ୍ଣୟ ଶକ୍ତିର ହଲଚଲ୍ କରୁନଥିବ, ସଂସ୍କାର ଆତ୍ମାକୁ ନାଚ ନଚାଉ ନ ଥିବ ତେବେ
କୁହାଯିବ ଏକ ଧର୍ମ, ଏକ ରାଜ୍ୟ । ତେଣୁ ଏହିଭଳି ନିୟନ୍ତ୍ରଣ ଶକ୍ତିକୁ ଧାରଣ କରିନିଅ, ଏହା ହିଁ
ବେହଦର ସେବାର ସାଧନ ଅଟେ ।