23.08.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବା ଆସିଛନ୍ତି ତୁମମାନଙ୍କୁ ଜ୍ଞାନ ରତ୍ନରେ ସଜେଇ ଘରକୁ ନେଇଯିବା ପାଇଁ, ପୁଣି ରାଜତ୍ୱ କରିବା ପାଇଁ ପଠାଇ ଦେବେ ସେଥିପାଇଁ ତୁମେମାନେ ଅପାର ଖୁସୀରେ ରୁହ, କେବଳ ବାବାଙ୍କୁ ହିଁ ସ୍ନେହ କର ।’’

ପ୍ରଶ୍ନ:-
ନିଜର ଧାରଣାକୁ ମଜବୁତ (ପକ୍କା) କରିବାର ଆଧାର କ’ଣ?

ଉତ୍ତର:-
ନିଜର ଧାରଣାକୁ ମଜବୁତ କରିବା ପାଇଁ ସର୍ବଦା ଏହି କଥା ପକ୍କା କର କି ଆଜିର ଦିନ ଯାହା ବିତିଗଲା, ବହୁତ ଭଲ ହେଲା ପୁଣି କଳ୍ପ ପରେ ଏହିଭଳି ହେବ । ଯାହା କିଛି ହେଲା କଳ୍ପ ପୂର୍ବରୁ ମଧ୍ୟ ଏହିପରି ହୋଇଥିଲା, ନଥିଙ୍ଗ୍ ନ୍ୟୁ ଅର୍ଥାତ୍ କିଛି ନୂଆ କଥା ନୁହେଁ । ଏହି ଲଢେଇ ମଧ୍ୟ ୫ ହଜାର ବର୍ଷ ପୂର୍ବରୁ ଲାଗିଥିଲା, ପୁଣି ନିଶ୍ଚିତ ଲାଗିବ । ଏହି କୁଟାଗଦା ସଦୃଶ ସଂସାରର ବିନାଶ ନିଶ୍ଚିତ ହେବ... ଏହିପରି ପ୍ରତି ମୂହୁର୍ତ୍ତ ଡ୍ରାମାର ସ୍ମୃତିରେ ରୁହ, ତେବେ ଧାରଣା ମଜବୁତ ହୋଇଯିବ ।

ଗୀତ:-
ଦୂରଦେଶ କା ରହନେ ବାଲା...

ଓମ୍ ଶାନ୍ତି ।
ପିଲାମାନେ ଦୂରଦେଶରୁ ପରଦେଶକୁ ଆସିଛନ୍ତି । ବର୍ତ୍ତମାନ ଏହି ପରଦେଶରେ ଦୁଃଖୀ ହୋଇଯାଇଛନ୍ତି । ସେଥିପାଇଁ ଡାକୁଛନ୍ତି ନିଜ ଦେଶ ଘରକୁ ନେଇଚାଲ । ତୁମେ ମଧ୍ୟ ଡାକୁଥିଲ ନା । ବହୁତ ସମୟରୁ ମନେ ପକାଇ ଆସିଛ ତେଣୁ ବାବା ମଧ୍ୟ ଖୁସିରେ ଆସୁଛନ୍ତି । ଜାଣିଛନ୍ତି ମୁଁ ପିଲାମାନଙ୍କ ପାଖକୁ ଯାଉଛି । ଯେଉଁ ସନ୍ତାନମାନେ କାମ ଚିତାରେ ବସି ଜଳିଯାଇଛନ୍ତି ସେମାନଙ୍କୁ ନିଜ ଘରକୁ ନେଇଯିବି ପୁଣି ରାଜତ୍ୱ କରିବା ପାଇଁ ପଠାଇଦେବି । ସେଥିପାଇଁ ଜ୍ଞାନରେ ସଜାଇବାକୁ ହେବ । ପିଲାମାନେ ମଧ୍ୟ ବାବାଙ୍କଠାରୁ ଅଧିକ ଖୁସି ହେବା ଦରକାର । ବାବା ଯେହେତୁ ଆସିଛନ୍ତି ତେଣୁ ବାବାଙ୍କର ହୋଇଯିବା ଉଚିତ୍ ଓ ତାଙ୍କୁ ବହୁତ ସ୍ନେହ କରିବା ଦରକାର । ବାବା ପ୍ରତ୍ୟହ ବୁଝାଉଛନ୍ତି । ଆତ୍ମା ହିଁ ବାବାଙ୍କ ସହ କଥା ହେଉଛି ନା । ବାବା ୫ ହଜାର ବର୍ଷ ପରେ ଡ୍ରାମା ଅନୁସାରେ ଆପଣ ଆସିଛନ୍ତି । ଆମକୁ ବହୁତ ଖୁସିର ସମ୍ପତ୍ତି ମିଳୁଛି । ବାବା ଆପଣ ଆମର ବୁଦ୍ଧିରୂପୀ ଝୁଲାମୁଣି ଭରୁଛନ୍ତି, ଆମକୁ ଆମର ଘର ଶାନ୍ତିଧାମକୁ ନେଇଯାଉଛନ୍ତି, ପୁଣି ରାଜଧାନୀକୁ ପଠାଇଦେବେ । କେତେ ଅସରନ୍ତି ଖୁସିରେ ରହିବା ଦରକାର । ବାବା କହୁଛନ୍ତି ମୋତେ ଅନ୍ୟର ରାଜଧାନୀ ଅର୍ଥାତ୍ ରାବଣ ରାଜ୍ୟକୁ ହିଁ ଆସିବାକୁ ପଡୁଛି । ବାବାଙ୍କର ବହୁତ ସୁଖଦାୟୀ ଆଶ୍ଚର୍ଯ୍ୟଜନକ ଅଭିନୟ ରହିଛି । ଖାସ୍ ଯେହେତୁ ଏହି ପର ଦେଶକୁ ଆସିଛନ୍ତି । ଏହିକଥା ତୁମେ ଏବେ ହିଁ ବୁଝୁଛ ପୁଣି ଏହି ଜ୍ଞାନ ପ୍ରାୟଃ ଲୋପ ହୋଇଯିବ । ସେଠାରେ ଜ୍ଞାନର କୌଣସି ଆବଶ୍ୟକତା ହିଁ ରହିବ ନାହିଁ । ବାବା କହୁଛନ୍ତି ତୁମେ କେତେ ବୁଦ୍ଧିହୀନ ହୋଇଯାଇଛ । ଡ୍ରାମାର ଅଭିନେତା ହୋଇ ମଧ୍ୟ ବାବାଙ୍କୁ ଜାଣି ନାହଁ! ଯେଉଁ ବାବା ହିଁ କରି କରାଇଲାବାଲା, କ’ଣ କରୁଛନ୍ତି କ’ଣ କରାଉଛନ୍ତି - ଏ କଥା ଭୁଲିଯାଇଛ । ସାରା ପୁରୁଣା ଦୁନିଆକୁ ସ୍ୱର୍ଗ କରିବା ପାଇଁ ଆସୁଛନ୍ତି ଏବଂ ଏଠାକୁ ଆସି ଜ୍ଞାନ ଦେଉଛନ୍ତି । ସେ ଜ୍ଞାନର ସାଗର ହୋଇଥିବାରୁ ନିଶ୍ଚୟ ଜ୍ଞାନ ଦେବାର କର୍ତ୍ତବ୍ୟ କରିବେ ନା । ପୁଣି ତୁମ ଦ୍ୱାରା ଏହି କର୍ତ୍ତବ୍ୟ କରାଉଛନ୍ତି କି ଅନ୍ୟମାନଙ୍କୁ ଏହି ସନ୍ଦେଶ ଦିଅ ଯେ ବାବା ସମସ୍ତଙ୍କ ନିମନ୍ତେ କହୁଛନ୍ତି - ଏବେ ଦେହର ଅଭିମାନ ଛାଡି ମୋତେ ମନେ ପକାଇଲେ ବିକର୍ମ ବିନାଶ ହେବ, ମୁଁ ଶ୍ରୀମତ ଦେଉଛି । ସମସ୍ତେ ତ ହେଉଛନ୍ତି ପାପ ଆତ୍ମା । ବର୍ତ୍ତମାନ ସମୟରେ ପୁରା ବୃକ୍ଷଟିର ତମୋପ୍ରଧାନ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ଆସିଯାଇଛି । ଯେପରି ବାଉଁଶ ଜଙ୍ଗଲରେ ନିଆଁ ଲାଗିଗଲେ ସାରା ଜଙ୍ଗଲ ଜଳିପୋଡି ପାଉଁଶ ହୋଇଯାଏ । ଜଙ୍ଗଲରେ ପାଣି କେଉଁଠୁ ଆସିବ ଯେ ନିଆଁ ଲିଭାଯିବ । ତେଣୁ ଏହି ଯେଉଁ ପୁରୁଣା ଦୁନିଆ ରହିଛି ସେଥିରେ ନିଆଁ ଲାଗିଯିବ । ବାବା କହୁଛନ୍ତି - ନଥିଙ୍ଗ୍ ନ୍ୟୁ । ବାବା ଭଲ ଭଲ ଜ୍ଞାନର ପଏଣ୍ଟସ୍ ଦେଉଛନ୍ତି ଯାହାକୁ ଲେଖିବା ଦରକାର । ବାବା ବୁଝାଇଛନ୍ତି ଯେ ଅନ୍ୟ ସବୁ ଧର୍ମ ସ୍ଥାପକମାନେ କେବଳ ନିଜର ଧର୍ମ ସ୍ଥାପନ କରିବାକୁ ଆସୁଛନ୍ତି, ତାଙ୍କୁ ପୈଗମ୍ବର ଅଥବା ମେସେଞ୍ଜର ଅର୍ଥାତ୍ ସନ୍ଦେଶବାହକ ଆଦି କିଛି ବି କହିପାରିବା ନାହିଁ । ଏହାକୁ ମଧ୍ୟ ବହୁତ ଯୁକ୍ତିର ସହିତ ଲେଖିବାକୁ ହେବ । ଶିବବାବା ପିଲାମାନଙ୍କୁ ବୁଝାଉଛନ୍ତି - ସନ୍ତାନମାନେ ତ ହେଉଛନ୍ତି ସମସ୍ତେ ଭାଇ-ଭାଇ । ତେଣୁ ପ୍ରତ୍ୟେକ ଚିତ୍ରରେ, ପ୍ରତ୍ୟେକ ଲେଖାରେ ଏକଥା ନିଶ୍ଚୟ ଲେଖିବା ଦରକାର - ଶିବବାବା ଏହିପରି ବୁଝାଉଛନ୍ତି । ବାବା କହୁଛନ୍ତି - ପିଲାମାନେ, ମୁଁ ଆସି ସତ୍ୟଯୁଗୀ ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା କରୁଛି, ଯେଉଁଠି ଶହେ ପ୍ରତିଶତ ସୁଖ-ଶାନ୍ତି-ପବିତ୍ରତା ସବୁ କିଛି ଅଛି । ସେଥିପାଇଁ ତାକୁ ସ୍ୱର୍ଗ କୁହାଯାଉଛି । ସେଠାରେ ଦୁଃଖର ଚିହ୍ନବର୍ଣ୍ଣ ରହିବ ନାହିଁ । ବାକି ଯେଉଁ ସବୁ ଧର୍ମ ରହିଛି ସେ ସବୁର ବିନାଶ କରିବା ପାଇଁ ମୁଁ ନିମିତ୍ତ ହୋଇଛି । ସତ୍ୟଯୁଗରେ କେବଳ ଗୋଟିଏ ଧର୍ମ ରହିବ । ତାହା ହେଉଛି ନୂଆ ଦୁନିଆ । ପୁରୁଣା ଦୁନିଆକୁ ଖତମ କରିଦେଉଛ । ଏପରି ଧନ୍ଦା ତ ଆଉ କେହି କରୁ ନାହାଁନ୍ତି । କୁହାଯାଏ ଶଙ୍କର ଦ୍ୱାରା ବିନାଶ । ବିଷ୍ଣୁ ମଧ୍ୟ ହେଉଛନ୍ତି ଲକ୍ଷ୍ମୀ-ନାରାୟଣଙ୍କ ଯୁଗଳମୂର୍ତ୍ତି । ପ୍ରଜାପିତା ବ୍ରହ୍ମା ମଧ୍ୟ ଏହିଠାରେ ହିଁ ଅଛନ୍ତି । ଇଏ ପତିତରୁ ପାବନ ଫରିସ୍ତା ହେଉଛନ୍ତି ସେଥିପାଇଁ ପୁଣି ବ୍ରହ୍ମା ଦେବତା କୁହାଯାଏ । ଯାହାଙ୍କ ଦ୍ୱାରା ଦେବୀ-ଦେବତା ଧର୍ମ ସ୍ଥାପନ ହେଉଛି । ଏହି ବାବା ମଧ୍ୟ ଦେବୀ-ଦେବତା ଧର୍ମର ପ୍ରଥମ ରାଜକୁମାର ହେଉଛନ୍ତି । ତେଣୁ ବ୍ରହ୍ମା ଦ୍ୱାରା ସ୍ଥାପନା, ଶଙ୍କର ଦ୍ୱାରା ବିନାଶ । ଚିତ୍ର ତ ଦେବାକୁ ପଡିବ ନା । ବୁଝାଇବା ନିମନ୍ତେ ଏହି ଚିତ୍ର ତିଆରି କରାଯାଇଛି । ଏହାର ଅର୍ଥ କାହାକୁ ମଧ୍ୟ ଜଣା ନାହିଁ । ସ୍ୱଦର୍ଶନ ଚକ୍ରଧାରୀ ସମ୍ବନ୍ଧରେ ମଧ୍ୟ ବୁଝାଉଛନ୍ତି - ପରମପିତା ପରମାତ୍ମା ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିଛନ୍ତି । ତାଙ୍କ ଠାରେ ସମସ୍ତ ଜ୍ଞାନ ରହିଛି ତେଣୁ ସେ ସ୍ୱଦର୍ଶନ ଚକ୍ରଧାରୀ ହେଲେ ନା । ଜାଣିଛନ୍ତି ମୁଁ ହିଁ ଏହି ଜ୍ଞାନ ଶୁଣାଉଛି । ବାବା ଏପରି କହିବେ ନାହିଁ ଯେ ମୋତେ କମଳ ପୁଷ୍ପ ସମାନ ହେବାକୁ ପଡିବ । ସତ୍ୟଯୁଗରେ ତୁମେ କମଳ ପୁଷ୍ପ ସମାନ ହିଁ ରହିଛ । ସନ୍ନ୍ୟାସୀମାନଙ୍କ ପାଇଁ ଏପରି କୁହାଯାଏ ନାହିଁ । ସେମାନେ ତ ଜଙ୍ଗଲକୁ ଚାଲିଯାଉଛନ୍ତି । ବାବା ମଧ୍ୟ କହୁଛନ୍ତି ପ୍ରଥମେ ସେମାନେ ପବିତ୍ର ସତ୍ତ୍ୱପ୍ରଧାନ ଥାଆନ୍ତି । ପବିତ୍ରତାର ବଳ ଦ୍ୱାରା ଭାରତକୁ ରକ୍ଷା କରୁଛନ୍ତି । ଭାରତ ପରି ପବିତ୍ର ଦେଶ ଅନ୍ୟ ଦେଶ ହୋଇପାରିବ ନାହିଁ । ଯେପରି ବାବାଙ୍କର ମହିମା ରହିଛି, ସେପରି ଭାରତର ମଧ୍ୟ ମହିମା ରହିଛି । ଭାରତ ସ୍ୱର୍ଗ ଥିଲା, ଏହି ଲକ୍ଷ୍ମୀ-ନାରାୟଣ ରାଜ୍ୟ କରୁଥିଲେ ପୁଣି ସେମାନେ କୁଆଡେ ଗଲେ । ବର୍ତ୍ତମାନ ଏକଥା ତୁମେ ଜାଣୁଛ ଆଉ କାହାର ବୁଦ୍ଧିରେ କ’ଣ ଏକଥା ଅଛି କି ଏହି ଦେବତାମାନେ ହିଁ ୮୪ ଜନ୍ମ ନେଇ ପୁଣି ପୂଜାରୀ ହେଉଛନ୍ତି । ଏବେ ତୁମ ପାଖରେ ସମସ୍ତ ଜ୍ଞାନ ରହିଛି, ଆମେ ଏବେ ପୂଜ୍ୟ ଦେବୀ-ଦେବତା ହେଉଛୁ ପୁଣି ପୂଜାରୀ ମନୁଷ୍ୟ ହେବୁ । ମନୁଷ୍ୟ ଆତ୍ମା ତ ମନୁଷ୍ୟ ହିଁ ହେବ । ଏସବୁ ଯେଉଁ ଭିନ୍ନ ଭିନ୍ନ ପ୍ରକାରର ଚିତ୍ର ତିଆରି କରୁଛନ୍ତି, ଏପରି କୌଣସି ମନୁଷ୍ୟ ନ ଥା’ନ୍ତି । ଏସବୁ ଭକ୍ତିମାର୍ଗରେ ଅନେକ ଚିତ୍ର ଅଟେ । ତୁମର ଜ୍ଞାନ ତ ହେଉଛି ଗୁପ୍ତ । ଏହି ଜ୍ଞାନ ସମସ୍ତେ ଗ୍ରହଣ କରିବେ ନାହିଁ । ଯିଏ ଏହି ଦେବୀ-ଦେବତା ଧର୍ମର ପାତ୍ର ହୋଇଥିବେ ସେହିମାନେ ଗ୍ରହଣ କରିବେ । ବାକି ଯେଉଁମାନେ ଅନ୍ୟ ଧର୍ମର ହୋଇଥିବେ ସେମାନେ ଶୁଣିବେ ନାହିଁ । ଯିଏ ଶିବ ଏବଂ ଦେବତା ମାନଙ୍କର ଭକ୍ତି କରୁଛନ୍ତି ସେହିମାନେ ଆସିବେ । ପ୍ରଥମେ ମୋର ପୂଜା କରୁଛନ୍ତି ପୁଣି ପୂଜାରୀ ହୋଇ ନିଜର ବି ପୂଜା କରୁଛନ୍ତି । ତେଣୁ ଏବେ ଖୁସି ହେଉଛି ଯେ ଆମେ ପୂଜ୍ୟରୁ ପୂଜାରୀ ହେଉଛୁ, ଏବେ ପୁଣି ପୂଜ୍ୟ ହେବାକୁ ଯାଉଛୁ । କେତେ ଖୁସି ପାଳନ କରୁଛନ୍ତି । ଏଠାରେ ତ ଅଳ୍ପକାଳ ପାଇଁ ଖୁସି ପାଳନ କରୁଛନ୍ତି । ସେଠାରେ ତ ତୁମେ ସର୍ବଦା ଖୁସିରେ ରହିବ । ସତ୍ୟଯୁଗରେ ଲକ୍ଷ୍ମୀଙ୍କୁ ଡାକିବା ପାଇଁ ଦୀପାବଳୀ ଆଦି ପାଳନ କରନ୍ତି ନାହିଁ । ସେଠାରେ ରାଜ୍ୟାଭିଷେକ ଦିନ ଦୀପ ଜଳାଇ ଦୀପାବଳୀ ପାଳନ କରନ୍ତି । ବାକି ବର୍ତ୍ତମାନ ଯେଉଁ ସବୁ ଉତ୍ସବ ପାଳନ କରାଯାଉଛି ସେସବୁ ସେଠାରେ ପାଳିତ ହେବ ନାହିଁ । ସେଠାରେ ତ ସୁଖ ହିଁ ସୁଖ ରହିବ । ଏହା ହିଁ ଏକମାତ୍ର ସମୟ ଯେତେବେଳେ କି ତୁମେ ଆଦି-ମଧ୍ୟ-ଅନ୍ତକୁ ଜାଣୁଛ । ଏହି ସବୁ ପଏଣ୍ଟସ୍ ଲେଖ । ସନ୍ନ୍ୟାସୀମାନଙ୍କର ହେଉଛି ହଠଯୋଗ । ଏହା ହେଉଛି ରାଜଯୋଗ । ବାବା କହୁଛନ୍ତି ଗୋଟିଏ-ଗୋଟିଏ ପୃଷ୍ଠାରେ ଯେଉଁଠି-ସେଠି ଶିବବାବାଙ୍କର ନାମ ନିଶ୍ଚୟ ରହୁ । ଶିବବାବା ଆମ ସନ୍ତାନମାନଙ୍କୁ ବୁଝାଉଛନ୍ତି । ନିରାକାର ଆତ୍ମାମାନେ ଏବେ ସାକାର ଶରୀର ଧାରଣ କରି ବସିଛନ୍ତି । ତେଣୁ ବାବା ମଧ୍ୟ ସାକାରରେ ବୁଝାଇବେ ନା । ସେ କହୁଛନ୍ତି ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ । ଶିବଭଗବାନୁବାଚ ସନ୍ତାନମାନଙ୍କ ପ୍ରତି । ବାବା ନିଜେ ଏଠାରେ ଉପସ୍ଥିତ ଅଛନ୍ତି ନା । ମୁଖ୍ୟ-ମୁଖ୍ୟ ପଏଣ୍ଟସ୍ ବହିରେ ଏପରି ଲେଖାହେବା ଉଚିତ୍ ଯାହାକୁ ପଢିବା ଦ୍ୱାରା ସ୍ୱତଃ ଜ୍ଞାନ ଉଦୟ ହେବ । ଶିବଭଗବାନୁବାଚ ଲେଖା ହେବା ଦ୍ୱାରା ପଢିବାରେ ମଜା ଆସିଯିବ । ଏହା ବୁଦ୍ଧିର କାମ ନା । ବାବା ମଧ୍ୟ ଶରୀରର ଲୋନ୍ ନେଇ ପୁଣି ଶୁଣାଉଛନ୍ତି ନା, ଏହାଙ୍କ ଆତ୍ମା ମଧ୍ୟ ଶୁଣୁଛି । ପିଲାମାନଙ୍କର ତ ବହୁତ ନିଶା ରହିବା ଉଚିତ୍ । ବାବାଙ୍କ ପ୍ରତି ବହୁତ ସ୍ନେହ ରହିବା ଦରକାର । ବ୍ରହ୍ମାଙ୍କ ଶରୀର ତ ହେଉଛି ଶିବବାବାଙ୍କର ରଥ । ଏହା ହେଉଛି ବହୁତ ଜନ୍ମର ଅନ୍ତିମ ଜନ୍ମ । ଏହାଙ୍କ ମଧ୍ୟରେ ପ୍ରବେଶ କରିଛନ୍ତି । ବ୍ରହ୍ମାଙ୍କ ଦ୍ୱାରା ଏମାନେ ବ୍ରାହ୍ମଣ ହେଉଛନ୍ତି ପୁଣି ମନୁଷ୍ୟରୁ ଦେବତା ହେଉଛନ୍ତି, ଚିତ୍ର କେତେ ସ୍ପଷ୍ଟ ଭାବରେ ରହିଛି । ନିଜର ମଧ୍ୟ ଦୁଇ ମୁକୁଟଧାରୀ ଚିତ୍ର ମସ୍ତକ ଉପରେ କିମ୍ବା ପାର୍ଶ୍ଵରେ ଦର୍ଶାଇପାର । ଯୋଗବଳ ଦ୍ୱାରା ଆମେ ଏପରି ଦେବୀ-ଦେବତା ହେଉଛୁ । ଉପରେ ଶିବବାବାଙ୍କର ଚିତ୍ର ଥିବ, ତାଙ୍କୁ ମନେ ପକାଇ ପକାଇ ମନୁଷ୍ୟରୁ ଦେବତା ହୋଇଯାଉଛନ୍ତି । ବିଲ୍‌କୁଲ୍ ସ୍ପଷ୍ଟ ରହିଛି । ରଙ୍ଗୀନ ଚିତ୍ରର ବହି ଏପରି ହେଉ ଯାହାକୁ ମନୁଷ୍ୟ ଦେଖି ଖୁସି ହୋଇଯିବେ । ତାଠାରୁ କିଛି ଶସ୍ତା ଗରିବ ଲୋକମାନଙ୍କ ପାଇଁ ମଧ୍ୟ ଛପାଇ ପାରିବ । ଆବଶ୍ୟକତା ଅନୁଯାୟୀ ବଡ଼ରୁ ଛୋଟ, ଛୋଟରୁ ବଡ଼ କରିପାରିବ, ଯେପରି ସବୁ ରହସ୍ୟ ସେଥିରେ ରହିଥିବ । ଗୀତାର ଭଗବାନ କିଏ ଏହି ଚିତ୍ରଟି ହେଲା ମୁଖ୍ୟ । ସେହି ଗୀତା ଉପରେ କୃଷ୍ଣଙ୍କର ଚିତ୍ର, ଏହି ଗୀତା ଉପରେ ତ୍ରିମୂର୍ତ୍ତି ଚିତ୍ର ରହିବା ଦ୍ୱାରା ମନୁଷ୍ୟଙ୍କୁ ବୁଝାଇବାରେ ସହଜ ହୋଇଥାଏ । ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ବ୍ରାହ୍ମଣ ଏଠାରେ ହିଁ ଅଛନ୍ତି । ପ୍ରଜାପିତା ବ୍ରହ୍ମା ସୂକ୍ଷ୍ମବତନରେ ତ ରହିପାରିବେ ନାହିଁ । କହିଥାନ୍ତି ବ୍ରହ୍ମା ଦେବତାୟ ନମଃ, ବିଷ୍ଣୁ ଦେବତାୟ ନମଃ । ତେବେ ଦେବତା କିଏ ହେଲେ? ଦେବତାମାନେ ତ ଏଠାରେ ରାଜତ୍ୱ କରୁଥିଲେ । ଦୈବୀ ଧର୍ମ ତ ରହିଛି ନା । ତେଣୁ ଏସବୁ ଭଲ ଭାବରେ ବୁଝାଇବାକୁ ପଡ଼ୁଛି । ତେବେ ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା ଉଭୟ ଏହିଠାରେ ଅଛନ୍ତି । ଚିତ୍ର ଦ୍ୱାରା ତ ବୁଝାଯାଇ ପାରିବ । ପ୍ରଥମେ ଅଲଫ ଅର୍ଥାତ୍ ଭଗବାନଙ୍କୁ ସିଦ୍ଧ କର ତେବେ ସବୁ କଥା ସିଦ୍ଧ ହୋଇଯିବ । ପଏଣ୍ଟସ୍ ତ ବହୁତ ଅଛି ଆଉ ସମସ୍ତେ ଧର୍ମ ସ୍ଥାପନ କରିବାକୁ ଆସୁଛନ୍ତି । ବାବା ତ ସ୍ଥାପନା ଏବଂ ବିନାଶ ଉଭୟ କରାଉଛନ୍ତି । ସବୁ ତ ଡ଼୍ରାମା ଅନୁସାରେ ହିଁ ହେଉଛି । ବ୍ରହ୍ମା ତ କହିପାରିବେ, ବିଷ୍ଣୁ କ’ଣ ଶୁଣାଇ ପାରିବେ କି? ସୂକ୍ଷ୍ମବତନରେ କ’ଣ କହିବେ । ଏହା ସବୁ ବୁଝିବାର କଥା ଅଟେ । ଏଠାରେ ତୁମେ ସବୁ କଥା ବୁଝି ପୁଣି ଉପର କ୍ଲାସକୁ ଯାଉଛ । ଶ୍ରେଣୀଗୃହ ହିଁ ବଦଳିଯାଇଥାଏ । ମୂଳବତନରେ ତ ସର୍ବଦା ବସି ରହିପାରିବ ନାହିଁ । ପୁଣି ସେଠାରୁ କ୍ରମାନ୍ୱୟରେ ଆସିବାକୁ ପଡିଥାଏ । ମୂଳ କଥା ହେଉଛି ଗୋଟିଏ ଯାହା ଉପରେ ଜୋର ଦେବା ଉଚିତ୍ । କଳ୍ପ ପୂର୍ବରୁ ମଧ୍ୟ ଏହିପରି ହେଇଥିଲା । ଏହିପରି ଆଲୋଚନା ଇତ୍ୟାଦି କଳ୍ପ ପୂର୍ବରୁ ମଧ୍ୟ ହୋଇଥିଲା । ଏପରି ପଏଣ୍ଟସ୍ ବାହାରି ଥିଲା । ଆଜିର ଦିନ ଯାହା ଅତିକ୍ରମ ହୋଇଗଲା ତାହା ଭଲ ହେଲା ପୁଣି କଳ୍ପ ପରେ ଏହିପରି ହେବ । ଏପରି ଭାବେ ନିଜେ ଧାରଣା କରି ମଜବୁତ ହୋଇଯାଅ । ବାବା କହିଥିଲେ ମାଗାଜିନ୍‌ରେ ମଧ୍ୟ ପ୍ରକାଶ କର - ଏହି ଲଢେଇ ଲାଗିଲା, କିଛି ନୂଆ କଥା ନୁହେଁ । ୫ ହଜାର ବର୍ଷ ପୂର୍ବେ ମଧ୍ୟ ଏପରି ହୋଇଥିଲା । ଏହି କଥା ତୁମେ ହିଁ ବୁଝୁଛ । ବାହାର ଲୋକେ ବୁଝିପାରିବେ ନାହିଁ । କେବଳ କହିବେ ଏହି କଥା ତ ବହୁତ ଆଶ୍ଚର୍ଯ୍ୟଜନକ । ଆଚ୍ଛା, କେବେ ଯାଇ ବୁଝିନେବୁ । ଶିବ ଭଗବାନୁବାଚ ସନ୍ତାନମାନଙ୍କ ପ୍ରତି । ଏଭଳି ପ୍ରକାରର ଅକ୍ଷର ରହିଲେ ଆସି ବୁଝିବେ ମଧ୍ୟ । ନାମ ଲେଖାଯାଇଛି ପ୍ରଜାପିତା ବ୍ରହ୍ମାକୁମାର-କୁମାରୀ । ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ହିଁ ବ୍ରାହ୍ମଣ ରଚନା କରୁଛନ୍ତି । ବ୍ରାହ୍ମଣ ଦେବୀ ଦେବତାୟ ନମଃ କହୁଛନ୍ତି ନା । କେଉଁ ବ୍ରାହ୍ମଣ? ତୁମେ ବ୍ରାହ୍ମଣଙ୍କୁ ମଧ୍ୟ ବୁଝାଇ ପାରିବ ଯେ ବ୍ରହ୍ମାଙ୍କର ସନ୍ତାନ କିଏ? ପ୍ରଜାପିତା ବ୍ରହ୍ମାଙ୍କର ଏତେ ସନ୍ତାନ ଅଛନ୍ତି, ତେବେ ନିଶ୍ଚୟ ଏଠାରେ ପୋଷ୍ୟ ହେଉଥିବେ, ଯିଏ ଆମ କୁଳର ହୋଇଥିବେ ସେମାନେ ଭଲ ଭାବରେ ବୁଝିବେ । ତୁମେ ତ’ ବାବାଙ୍କର ସନ୍ତାନ ହୋଇଗଲ । ବାବା ବ୍ରହ୍ମାଙ୍କୁ ମଧ୍ୟ ପୋଷ୍ୟ କରୁଛନ୍ତି । ନଚେତ୍ ସ୍ଥୂଳ ଶରୀର ଆସିଲା କେଉଁଠୁ । ବ୍ରାହ୍ମଣ ଏହିସବୁ କଥାକୁ ବୁଝିବେ, ସନ୍ନ୍ୟାସୀମାନେ ବୁଝିବେ ନାହିଁ । ଆଜମେରରେ ବ୍ରାହ୍ମଣ ରହିଥାନ୍ତି ଏବଂ ହରିଦ୍ୱାରରେ ସନ୍ନ୍ୟାସୀ ହିଁ ସନ୍ନ୍ୟାସୀ ରହିଛନ୍ତି । ପଣ୍ଡାମାନେ ହୋଇଥାଆନ୍ତି ବ୍ରାହ୍ମଣ । କିନ୍ତୁ ସେମାନେ ତ ଭୋକିଲା । କୁହ ତୁମେ ହେଉଛ ସ୍ଥୂଳ ଯାତ୍ରାର ପଣ୍ଡା । ଏବେ ଆତ୍ମିକ ପଣ୍ଡା ହୁଅ । ତୁମର ନାମ ମଧ୍ୟ ହେଉଛି ପଣ୍ଡା । ପାଣ୍ଡବ ସେନାଙ୍କୁ ମଧ୍ୟ ଜାଣିପାରୁ ନାହାଁନ୍ତି । ବାବା ହେଉଛନ୍ତି ପାଣ୍ଡବମାନଙ୍କର ମଉଡମଣୀ । କହୁଛନ୍ତି ହେ ସନ୍ତାନମାନେ ମୋତେ ମନେ ପକାଇଲେ ବିକର୍ମ ବିନାଶ ହେବ ଏବଂ ନିଜର ଘରକୁ ଚାଲିଯିବ । ପୁଣି ଅମରପୁରୀକୁ ଯିବାର ଲମ୍ବା ଯାତ୍ରା ଲାଗିବ । ମୂଳବତନର ଯାତ୍ରା କେତେ ଲମ୍ବା ହେବ । ସବୁ ଆତ୍ମାମାନେ ଯିବେ । ଯେପରି ପଙ୍ଗପାଳମାନଙ୍କର ମଧ୍ୟ ଦଳ ଯାଇଥାଏ ନା । ମହୁମାଛିମାନଙ୍କର ମଧ୍ୟ ରାଣୀ ଆଗରେ ଗଲେ ତା ପଛରେ ସମସ୍ତେ ଯାଇଥା’ନ୍ତି । ଆଶ୍ଚର୍ଯ୍ୟ ନା । ସବୁ ଆତ୍ମାମାନେ ମଧ୍ୟ ମଶା ସଦୃଶ ଯିବେ । ଶିବଙ୍କର ବରଯାତ୍ରୀ ନା । ତୁମେ ସବୁ ହେଲ କନ୍ୟା । ମୁଁ ବର ଆସିଛି ତୁମ ସମସ୍ତଙ୍କୁ ନେଇଯିବା ପାଇଁ । ତୁମେ ଛି-ଛି ବିକାରୀ ହୋଇଯାଇଛ, ସେଥିପାଇଁ ତୁମମାନଙ୍କୁ ଦିବ୍ୟଗୁଣରେ ସଜେଇ ସାଥିରେ ନେଇଯିବି । ଯେଉଁମାନେ ଦିବ୍ୟଗୁଣରେ ସଜେଇ ନ ହେବେ ସେମାନେ ଦଣ୍ଡ ପାଇବେ । ଯିବାକୁ ହିଁ ପଡିବ ନା । କାଶୀ କଲବଟରେ ମଧ୍ୟ ମନୁଷ୍ୟ ମଲାବେଳେ ଏକ ସେକେଣ୍ଡରେ କେତେ ଦଣ୍ଡ ଭୋଗ କରିଥାନ୍ତି । ମନୁଷ୍ୟ ଚିତ୍କାର କରିଥା’ନ୍ତି । ଏହା ମଧ୍ୟ ସେହିପରି, ଅନୁଭବ କରିଥାନ୍ତି ଯେପରି ମୁଁ ଯେମିତି ଜନ୍ମ-ଜନ୍ମାନ୍ତରର ଦୁଃଖର ସଜା ଭୋଗ କରୁଛି । ସେହି ଦୁଃଖର ଅନୁଭବ ଏପରି ଭୟଙ୍କର ହୋଇଥାଏ । ଜନ୍ମ-ଜନ୍ମାନ୍ତରର ପାପର ଦଣ୍ଡ ମିଳିଥାଏ । ଯେତେ ଦଣ୍ଡ ପାଇବ ସେତେ ପଦ କମ୍ ହୋଇଯିବ, ସେଥିପାଇଁ ବାବା କହୁଛନ୍ତି ଯୋଗବଳ ଦ୍ୱାରା ହିସାବ-କିତାବ ଚୁକ୍ତ କର । ୟାଦ ଦ୍ୱାରା ଯୋଗବଳ ଜମା କରିଚାଲ । ଜ୍ଞାନ ତ ବହୁତ ସହଜ । ଏବେ ପ୍ରତ୍ୟେକ କର୍ମ ଜ୍ଞାନଯୁକ୍ତ ହୋଇ କରିବାକୁ ହେବ । ଦାନ ମଧ୍ୟ ପାତ୍ର ଦେଖି ଦେବା ଉଚିତ୍ । ପାପ ଆତ୍ମାକୁ ଦେବା ଦ୍ୱାରା ପୁଣି ଦାତା ଉପରେ ମଧ୍ୟ ତା’ର ପ୍ରଭାବ ପଡିଥାଏ । ସେମାନେ ମଧ୍ୟ ପାପ ଆତ୍ମା ହୋଇଯାଆନ୍ତି । ଏଭଳି ଆତ୍ମାଙ୍କୁ କେବେ ହେଲେ ଦାନ ଦେବା ଅନୁଚିତ୍‌, ଯିଏକି ଦାନ ପାଇଥିବା ପଇସାରେ ପୁଣି ଯାଇ ପାପ ଆଦି କରିବ । ପାପ ଆତ୍ମାମାନଙ୍କୁ ଦେବା ପାଇଁ ତ ଦୁନିଆରେ ବହୁତ ଅଛନ୍ତି । ଏବେ ତୁମକୁ ତ ଏପରି କରିବାର ନାହିଁ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବର୍ତ୍ତମାନ ପ୍ରତ୍ୟେକ କର୍ମ ଜ୍ଞାନଯୁକ୍ତ ହୋଇ କରିବାକୁ ହେବ, ସୁପାତ୍ରକୁ ହିଁ ଦାନ ଦେବାକୁ ହେବ । ପାପ ଆତ୍ମାମାନଙ୍କ ସହିତ ଏବେ କୌଣସି ଟଙ୍କା ପଇସାର ନେଣ-ଦେଣ କରିବାର ନାହିଁ । ଯୋଗବଳ ଦ୍ୱାରା ସବୁ ପୁରୁଣା ହିସାବ-କିତାବକୁ ଚୁକ୍ତ କରିବାକୁ ହେବ ।

(୨) ଅସରନ୍ତି ଖୁସିରେ ରହିବା ପାଇଁ ନିଜେ ନିଜ ସହିତ ବାର୍ତ୍ତାଳାପ କରିବାକୁ ହେବ । ବାବା, ଆପଣ ଆମକୁ ଅପାର ଖୁସିର ସମ୍ପତ୍ତି ଦେବା ପାଇଁ ଆସିଛନ୍ତି । ଆପଣ ଆମର ଭାଗ୍ୟରୂପୀ ଝୁଲାମୁଣିକୁ ଭରପୁର କରୁଛନ୍ତି, ଆପଣଙ୍କ ସହିତ ପ୍ରଥମେ ଆମେ ଶାନ୍ତିଧାମକୁ ଯିବୁ ତା’ ପରେ ନିଜର ରାଜଧାନୀକୁ ଆସିବୁ... ।

ବରଦାନ:-
ସମସ୍ୟାଗୁଡିକ ସମାଧାନ ରୂପରେ ପରିବର୍ତ୍ତନ କରି ବିଶ୍ୱ କଲ୍ୟାଣକାରୀ ଭବ ।

ମୁଁ ବିଶ୍ୱ କଲ୍ୟାଣୀ ଅଟେ - ଏବେ ଏହି ଶ୍ରେଷ୍ଠ ଭାବନା, ଶ୍ରେଷ୍ଠ କାମନାର ସଂସ୍କାରକୁ ଜାଗ୍ରତ କର । ଏହି ଶ୍ରେଷ୍ଠ ସଂସ୍କାର ଆଗରେ ହଦର ସଂସ୍କାର ଗୁଡିକ ସ୍ୱତଃ ହିଁ ସମାସ୍ତ ହୋଇଯିବ । ସମସ୍ୟାଗୁଡିକ ସମାଧାନ ରୂପରେ ପରିବର୍ତ୍ତିତ ହୋଇଯିବ । ଏବେ ଆଉ ଯୁଦ୍ଧ କରି ସମୟ ନଷ୍ଟ କର ନାହିଁ ବରଂ ବିଜୟୀ ପଣିଆର ସଂସ୍କାରକୁ ଜାଗ୍ରତ କର । ଏବେ ନିଜର ସବୁ କିଛି ସେବାରେ ଲଗାଇଦିଅ, ଯାହାଦ୍ୱାରା ମେହନତରୁ ମୁକ୍ତ ହୋଇଯିବ । ସମସ୍ୟା ଗୁଡିକରେ ବିବ୍ରତ ହେବା ପରିବର୍ତ୍ତେ ଦାନ ଦିଅ, ବରଦାନ ଦିଅ ତାହାହେଲେ ନିଜର ଗ୍ରହଣ ଗୁଡିକ ସ୍ୱତଃ ହିଁ ସମାପ୍ତ ହୋଇଯିବ ।

ସ୍ଲୋଗାନ:-
କାହାର ଦୋଷ ଦୁର୍ବଳତା ଗୁଡିକୁ ବର୍ଣ୍ଣନା କରିବା ପରିବର୍ତ୍ତେ ଗୁଣ ସ୍ୱରୂପ ହୁଅ, ଗୁଣ ଗୁଡିକର ହିଁ ବର୍ଣ୍ଣନା କର ।

ଅବ୍ୟକ୍ତ ଈଶାରେ - ଯଦି ସହଜଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ ।

ବାବାଙ୍କର ପିଲାମାନଙ୍କ ପ୍ରତି ଏତେ ସ୍ନେହ ରହିଛି ଯାହାକି ଅମୃତବେଳାଠାରୁ ହିଁ ପିଲାମାନଙ୍କର ପାଳନା କରୁଛନ୍ତି । ଦିନର ଆରମ୍ଭ ହିଁ କେତେ ଶ୍ରେଷ୍ଠ ରୂପରେ ହେଉଛି! ସ୍ୱୟଂ ଭଗବାନ ମିଳନ କରିବା ପାଇଁ ଡାକୁଛନ୍ତି, ବାର୍ତ୍ତାଳାପ କରୁଛନ୍ତି ଏବଂ ଶକ୍ତି ଭରୁଛନ୍ତି! ବାବାଙ୍କର ସ୍ନେହଭରା ଗୀତ ହିଁ ତୁମକୁ ଉଠାଉଛି । କେତେ ସ୍ନେହର ସହିତ ଡାକୁଛନ୍ତି, ଉଠାଉଛନ୍ତି - ମିଠେ ବଚ୍ଚେ, ପ୍ୟାରେ ବଚ୍ଚେ ଆସ.... ତେଣୁ ଏହି ସ୍ନେହପୂର୍ଣ୍ଣ ପାଳନାର ବାସ୍ତବିକ ସ୍ୱରୂପ ହେଲା “ସହଜଯୋଗୀ ଜୀବନ” ।