23.09.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: -
ତୁମେମାନେ ଆତ୍ମିକ ପିତାଙ୍କଠାରୁ ନୂଆ-ନୂଆ ଆତ୍ମିକ ଜ୍ଞାନର କଥା ସବୁ ଶୁଣୁଛ, ତୁମେ ଜାଣିଛ ଯେପରି
ଆମେ ଆତ୍ମାମାନେ ନିଜର ରୂପ ପରିବର୍ତ୍ତନ କରି ଆସିଛୁ, ସେହିପରି ବାବା ମଧ୍ୟ ଆସିଛନ୍ତି ।
ପ୍ରଶ୍ନ:-
ଛୋଟ ଛୋଟ
ପିଲାମାନେ ବାବାଙ୍କର ଜ୍ଞାନ ଉପରେ ଭଲ ଭାବରେ ଧ୍ୟାନ ଦେଲେ, କେଉଁ ଉପାଧି ନେଇପାରିବେ?
ଉତ୍ତର:-
ସ୍ପିରିଚୁଆଲ ଲିଡର ଅର୍ଥାତ୍ ଆଧ୍ୟାତ୍ମିକ ପଥପ୍ରଦର୍ଶକ । ଛୋଟ-ଛୋଟ ପିଲାମାନେ ଯଦି କୌଣସି
ସାହାସର କାମ କରି ଦେଖାଇବେ, ବାବାଙ୍କଠାରୁ ଯାହା ଶୁଣୁଛନ୍ତି ସେଥିପ୍ରତି ଧ୍ୟାନ ଦେବେ ଏବଂ
ଅନ୍ୟମାନଙ୍କୁ ବୁଝାଇବେ ତେବେ ସେମାନଙ୍କୁ ସମସ୍ତେ ବହୁତ ସ୍ନେହ କରିବେ । ବାବାଙ୍କର ନାମ ମଧ୍ୟ
ପ୍ରସିଦ୍ଧ ହୋଇଯିବ ।
ଗୀତ:-
ଛୋଡ ଭି ଦେ
ଆକାଶ ସିଂହାସନ...
ଓମ୍ ଶାନ୍ତି ।
ପିଲାମାନେ
ଡାକିଲେ, ବାବା ରେସ୍ପଣ୍ଡ ଅର୍ଥାତ୍ ପ୍ରତ୍ୟୁତ୍ତର ଦେଲେ - ବାସ୍ତବରେ ପିଲାମାନେ କ’ଣ କହୁଛନ୍ତି
ବି ବାବା ଆପଣ ପୁନର୍ବାର ରାବଣ ରାଜ୍ୟକୁ ଆସନ୍ତୁ । ଏହି ଅକ୍ଷର ମଧ୍ୟ ରହିଛି ନା - ପୁନର୍ବାର
ମାୟାର ଛାୟା ପଡିଛି । ମାୟା କୁହାଯାଉଛି ରାବଣକୁ । ତେଣୁ ଡାକୁଛନ୍ତି - ରାବଣ ରାଜ୍ୟ ଆସିଗଲାଣି
ସେଥିପାଇଁ ଏବେ ପୁନର୍ବାର ଆସ । ରାବଣ ରାଜ୍ୟରେ ଏଠାରେ ବହୁତ ଦୁଃଖ ରହିଛି । ଆମେ ବହୁତ ଦୁଃଖୀ,
ପାପ-ଆତ୍ମା ହୋଇଯାଇଛୁ । ବର୍ତ୍ତମାନ ବାବା ବାସ୍ତବରେ ଉପସ୍ଥିତ ଅଛନ୍ତି । ପିଲାମାନେ ଜାଣିଛନ୍ତି
ଯେ ପୁନର୍ବାର ସେହି ମହାଭାରତ ଲଢେଇ ହେବାର ଅଛି । ବାବା ଜ୍ଞାନ ଏବଂ ରାଜଯୋଗ ଶିଖାଉଛନ୍ତି ।
ଡାକୁଛନ୍ତି ମଧ୍ୟ ହେ ନିରାକାର ପରମପିତା ପରମାତ୍ମା, ନିରାକାରରୁ ଆସି ସାକାର ରୂପ ନିଅନ୍ତୁ, ରୂପ
ବଦଳାନ୍ତୁ । ବାବା ବୁଝାଉଛନ୍ତି ତୁମେ ମଧ୍ୟ ସେହି ବ୍ରହ୍ମ ମହତତ୍ତ୍ୱ ଅଥବା ନିରାକାରୀ ଦୁନିଆର
ନିବାସୀ ଅଟ । ତୁମେମାନେ ମଧ୍ୟ ରୂପ ବଦଳାଇଛ । ଏକଥା କେହି ଜାଣିନାହାଁନ୍ତି । ଯେଉଁ ଆତ୍ମାମାନେ
ନିରାକାର ଅଟନ୍ତି, ସେହିମାନେ ଆସି ସାକାର ଶରୀର ଧାରଣ କରିଥା’ନ୍ତି । ତାହା ହେଉଛି ନିରାକାରୀ
ଦୁନିଆ । ଏହା ହେଉଛି ସାକାରୀ ଦୁନିଆ ଏବଂ ତାହା ହେଉଛି ଆକାରୀ ଦୁନିଆ । ତାହା ଅଲଗା ଅଟେ ।
ତୁମମାନଙ୍କ ବୁଦ୍ଧିରେ ଅଛି ଯେ ଆମେ ଶାନ୍ତିଧାମ ଅଥବା ନିର୍ବାଣଧାମରୁ ଆସୁଛୁ । ବାବାଙ୍କୁ
ଯେତେବେଳେ ପ୍ରଥମେ ନୂଆ ରଚନା କରିବାକୁ ହୁଏ, ସେତେବେଳେ ସେ ସୂକ୍ଷ୍ମବତନକୁ ହିଁ ରଚନା
କରିଥା’ନ୍ତି । ସୂକ୍ଷ୍ମବତନକୁ ଏବେ ତୁମେ ଯାଇପାରିବ ପୁଣି ଆଉ କେବେ ଯାଇପାରିବ ନାହିଁ । ପ୍ରଥମେ
ପ୍ରଥମେ ତୁମେ ଭାୟା ସୂକ୍ଷ୍ମବତନ ହୋଇ ଆସୁନାହଁ । ସିଧା ସଳଖ ଆସୁଛ । ଏବେ ତୁମେ ସୂକ୍ଷ୍ମବତନକୁ
ଯାଇ ଆସିପାରିବ । ପାଦରେ ଯିବାର କଥା ନୁହେଁ । ତୁମମାନଙ୍କୁ ଏହା ସାକ୍ଷାତ୍କାର ହେଉଛି ।
ତୁମମାନଙ୍କୁ ମୂଳବତନର ମଧ୍ୟ ସାକ୍ଷାତ୍କାର ହୋଇପାରେ କିନ୍ତୁ ତୁମେମାନେ ସେଠାକୁ ଯାଇପାରିବ ନାହିଁ
। ବୈକୁଣ୍ଠର ମଧ୍ୟ ସାକ୍ଷାତ୍କାର ହୋଇପାରେ କିନ୍ତୁ ଯାଇପାରିବ ନାହିଁ । କାରଣ ଯେ ପର୍ଯ୍ୟନ୍ତ
ସମ୍ପୂର୍ଣ୍ଣ ପବିତ୍ର ନ ହୋଇଛ, ସେଠାକୁ ଯାଇ ପାରିବ ନାହିଁ । ତୁମେମାନେ ଏପରି କହିପାରିବ ନାହିଁ
ଯେ ଆମେ ସୂକ୍ଷ୍ମବତନକୁ ଯାଇପାରିବୁ । ତୁମେମାନେ ସାକ୍ଷାତ୍କାର କରିପାରିବ । ଶିବବାବା, ଦାଦା ଓ
ତୁମେ ପିଲାମାନେ ଅଛ । ତୁମେ ସନ୍ତାନମାନେ କିପରି ନୂଆ-ନୂଆ ଆତ୍ମିକ ଜ୍ଞାନ ଶୁଣୁଛ । ଏକଥା
ଦୁନିଆରେ କେହି ଜାଣି ନାହାଁନ୍ତି । ଯଦିଓ କହୁଛନ୍ତି ଯେ ଇନକାରପୋରିୟଲ ୱାଲର୍ଡ ଅର୍ଥାତ୍
ନିରାକାରୀ ଦୁନିଆ କିନ୍ତୁ ଜାଣିନାହାଁନ୍ତି ତାହା କିପରି । ପ୍ରଥମେ ତ ଆତ୍ମାକୁ ହିଁ
ଜାଣିନାହାଁନ୍ତି ତେବେ ପୁଣି ନିରାକାରୀ ଦୁନିଆକୁ କ’ଣ ଜାଣିବେ! ବାବା ପ୍ରଥମେ ପ୍ରଥମେ ଆସି
ଆତ୍ମାର ଅନୁଭୂତି କରାଉଛନ୍ତି । ତୁମେମାନେ ଆତ୍ମା ଅଟ ପୁଣି ତୁମର ରୂପ ବଦଳୁଛି ଅର୍ଥାତ୍
ନିରାକାରରୁ ସାକାରକୁ ଆସୁଛ ।
ଏବେ ତୁମେମାନେ ଜାଣୁଛ
ଯେ ଆମର ଆତ୍ମା ୮୪ ଜନ୍ମ କିପରି ଭୋଗିଥାଏ । ଏହିସବୁ ପାର୍ଟ ଆତ୍ମାରେ ରେକର୍ଡ ସଦୃଶ ଭରି ହୋଇ
ରହିଛି । ପ୍ରଥମେ ଏହି ସବୁ କଥା ଶୁଣାଉଥିଲେ । ବାବା କହୁଛନ୍ତି - ଏବେ ତୁମକୁ ଗହନ ମନୋମୁଗ୍ଧକର
କଥା ଶୁଣାଉଛି । ଯାହା ତୁମେ ଆଗରୁ ଜାଣିନଥିଲ, ତାହା ଏବେ ଜାଣୁଛ । ନୂଆ-ନୂଆ ପଏଣ୍ଟସ୍ ବୁଦ୍ଧିରେ
ଚାଲୁଛି, ସେଥିପାଇଁ ଅନ୍ୟକୁ ମଧ୍ୟ ତୁରନ୍ତ ବୁଝାଇ ପାରିବ । ଦିନକୁ ଦିନ ଏହି ବ୍ରାହ୍ମଣ ପରିବାରର
ବୃକ୍ଷ ବଢି ଚାଲିଛି । ଏହା ପୁଣି ଦୈବୀ ବୃକ୍ଷ ହେବ, ବ୍ରାହ୍ମଣମାନଙ୍କର ହିଁ ବୃଦ୍ଧି ହେବ ।
ଦେଖିଲେ କେତେ ଛୋଟ ଲାଗୁଛି । ଯେପରି ବିଶ୍ୱର ନକ୍ସାରେ ଭାରତକୁ ଦେଖିଲେ କେତେ ଛୋଟ ଦେଖାଯାଇଥାଏ
। ବାସ୍ତବରେ ଭାରତ ହେଉଛି କେତେ ବଡ । ସେହିପରି ଜ୍ଞାନ ପାଇଁ କୁହାଯାଉଛି - ମନମନାଭବ ଅର୍ଥାତ୍
ଅଲଫ ବା ବାବାଙ୍କୁ ମନେ ପକାଅ । ବୀଜ କେତେ ଛୋଟ ହୋଇଥାଏ, ଗଛ କେତେ ବଡ ହୋଇଥାଏ । ତେବେ ଏହି
ବ୍ରାହ୍ମଣ କୁଳ ମଧ୍ୟ ଛୋଟରୁ ପୁଣି ବୃଦ୍ଧି ହୋଇ ଚାଲିଛି । ତୁମମାନଙ୍କ ବୁଦ୍ଧିରେ ଅଛି ଯେ ଆମେ
ଏବେ ବ୍ରାହ୍ମଣ ହୋଇଛୁ, ପୁଣି ଦେବତା ହେବୁ । ୮୪ ଜନ୍ମର ସିଡି ତ ବହୁତ ଭଲ । ପିଲାମାନେ
ବୁଝାଇପାରିବେ ଯେ ଯିଏ ୮୪ ଜନ୍ମ ନେଇଛନ୍ତି, ସେହିମାନେ ହିଁ ଆସି ଏହି ଜ୍ଞାନକୁ ବୁଝିବେ ପୁଣି
କେହି ୮୪ ଜନ୍ମ, କେହି ୮୦ ଜନ୍ମ ମଧ୍ୟ ନେଉଥିବେ । ବ୍ରାହ୍ମଣ ଆତ୍ମାମାନେ ତ ଭାବୁଛନ୍ତି ଯେ ଆମେ
ଏହି ଦୈବୀକୂଳର ଅଟୁ । ପୁଣି ଆମେ ସୂର୍ଯ୍ୟବଂଶୀ କୂଳର ହେବୁ । ଯଦି ଫେଲ ହେଲେ, ତେବେ ବିଳମ୍ବରେ
ଆସିବେ । ସମସ୍ତେ ଏକାଠି ତ ଆସିପାରିବେ ନାହିଁ । ଯଦିଓ ବହୁତ ଜ୍ଞାନ ନେଉଛନ୍ତି କିନ୍ତୁ ଏକାଠି ତ
ଆସିପାରିବେ ନାହିଁ ନା । ଯିବେ ଏକାଠି, କିନ୍ତୁ ଆସିବେ ଅଳ୍ପ-ଅଳ୍ପ ସଂଖ୍ୟାରେ, ଏହା ତ ବୁଝିବାର
କଥା ଅଟେ ନା । ସମସ୍ତେ ଏକାଠି କିପରି ୮୪ ଜନ୍ମ ନେବେ । ବାବାଙ୍କୁ ଡାକୁଛନ୍ତି , ବାବା -
ପୁନର୍ବାର ଆସି ଗୀତା ଜ୍ଞାନ ଶୁଣାଅ । ତେଣୁ ଏଥିରୁ ସିଦ୍ଧ ହେଉଛି, ଯେବେ ମହାଭାରତ ଲଢେଇ ହୋଇଥାଏ,
ସେହି ସମୟରେ ହିଁ ଆସି ଗୀତାର ଜ୍ଞାନ ଶୁଣାଇଥା’ନ୍ତି । ତାହାକୁ ହିଁ ରାଜଯୋଗ କୁହାଯାଉଛି । ଏବେ
ତୁମେ ରାଜଯୋଗ ଶିଖୁଛ, କଳ୍ପ-କଳ୍ପ, ୫ ହଜାର ବର୍ଷ ପରେ ବାବା ଆସି ଆମକୁ ଜ୍ଞାନ ଦେଉଛନ୍ତି ।
ସତ୍ୟ ନାରାୟଣଙ୍କର କଥା ଶୁଣୁଛନ୍ତି ନା । ଇଏ କେଉଁଠୁ ଆସିଲେ, ପୁଣି କୁଆଡେ ଗଲେ! କିଛି ବି
ଜାଣିନାହାଁନ୍ତି । ବାବା ବୁଝାଉଛନ୍ତି ପିଲାମାନେ ଏହି ରାବଣର ଯେଉଁ ଛାୟା ପଡିଛି, ଏବେ ଡ୍ରାମା
ଅନୁସାରେ ରାବଣରାଜ୍ୟ ଶେଷ ହୋଇଯିବ । ସତ୍ୟଯୁଗରେ ରାମରାଜ୍ୟ ଏବଂ ବର୍ତ୍ତମାନ ରାବଣରାଜ୍ୟ ଚାଲିଛି
। ବର୍ତ୍ତମାନ ତୁମେମାନେ ଜାଣୁଛ ଯେ ଆମ ପାଖରେ ଯେଉଁ ଜ୍ଞାନ ରହିଛି ତାହା ଏହି ଦୁନିଆରେ କାହାରି
ପାଖରେ ନାହିଁ । ନୂଆ ଦୁନିଆ ପାଇଁ, ଏହା ଆମର ନୂଆ ପାଠପଢା । ଗୀତାରେ କୃଷ୍ଣଙ୍କ ନାମ ଲେଖିଛନ୍ତି,
ତାହା ତ ପୁରୁଣା କଥା ହେଲା ନା । ତୁମେମାନେ ଏବେ ନୂଆ କଥା ଶୁଣୁଛ । କହୁଛନ୍ତି ଏକଥା ତ କେବେ
ଶୁଣି ନ ଥିଲୁ, ଶିବଭଗବାନୁବାଚ ଆମେ ତ କୃଷ୍ଣ ଭଗବାନୁବାଚ ଶୁଣି ଆସିଥିଲୁ । ତୁମେ ନୂଆ ଦୁନିଆ
ପାଇଁ ସବୁ କିଛି ନୂଆ ଶୁଣୁଛ । ସମସ୍ତେ ଜାଣିଛନ୍ତି ଯେ ଭାରତ ହେଉଛି ପ୍ରାଚୀନ ଦେଶ । କିନ୍ତୁ
କେବେ ଥିଲା, ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ କିପରି ଚାଲିଲା, ଇଏ କିପରି ରାଜ୍ୟ ପାଇଲେ ପୁଣି
କୁଆଡେ ଗଲେ, ଏହା କାହାରି ବି ବୁଦ୍ଧିରେ ଆସୁନାହିଁ । ଏମିତି କ’ଣ ହେଲା ଯାହା ଦ୍ୱାରା ଏହାଙ୍କର
ରାଜ୍ୟ ଶେଷ ହୋଇଗଲା । କିଏ ବିଜୟୀ ହେଲେ, କିଛି ହେଲେ ବି ବୁଝୁ ନାହାଁନ୍ତି, ଦୁନିଆରେ ତ
ସତ୍ୟଯୁଗକୁ ଲକ୍ଷ-ଲକ୍ଷ ବର୍ଷ କହିଦେଉଛନ୍ତି, ଏକଥା ହୋଇପାରିବ ନାହିଁ କି ଲକ୍ଷ୍ମୀ-ନାରାୟଣ
ଲକ୍ଷ-ଲକ୍ଷ ବର୍ଷ ଧରି ରାଜ୍ୟ କରିଥିବେ । ତେବେ ପୁଣି ତ ଢେର ସୂର୍ଯ୍ୟବଂଶୀ ରାଜା ହେବେ । କାହାରି
ହେଲେ ବି ନାମ ନାହିଁ । ୧୨୫୦ ବର୍ଷର କଥା କେହି ଜାଣିନାହାଁନ୍ତି ପୁଣି ଲକ୍ଷ୍ମୀ-ନାରାୟଣଙ୍କର
ରାଜ୍ୟ କେତେ ବର୍ଷ ଚାଲିଲା, ଏକଥା ମଧ୍ୟ କେହି ଜାଣିନାହାଁନ୍ତି ତେବେ ପୁଣି ଲକ୍ଷ-ଲକ୍ଷ ବର୍ଷର
କଥା କିଏ କିପରି ଜାଣିପାରିବେ । କାହାର ବି ବୁଦ୍ଧି କାମ କରୁ ନାହିଁ । ଏବେ ତୁମେ ଛୋଟ-ଛୋଟ
କନ୍ୟାମାନେ ତୁରନ୍ତ ବୁଝାଇପାରିବ । ଏହା ବହୁତ ସହଜ । ଏହା ଭାରତର କାହାଣୀ ଅଟେ, କିଛି କାହାଣୀ
ସବୁ ରହିଛି । ସତ୍ୟଯୁଗ ତ୍ରେତାରେ ମଧ୍ୟ ଭାରତବାସୀ ରାଜାମାନେ ଥିଲେ । ଏହାର ଅଲଗା-ଅଲଗା ଚିତ୍ର
ମଧ୍ୟ ରହିଛି ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ । ଏଠାରେ ତ ହଜାର-ହଜାର ବର୍ଷ କହିଦେଉଛନ୍ତି, ବାବା
କହୁଛନ୍ତି - ଏହା ହେଉଛି ୫ ହଜାର ବର୍ଷର କାହାଣୀ । ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ
ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା, ବଂଶାବଳୀ ଥିଲା ପୁଣି ପୁନର୍ଜନ୍ମ ନେବାକୁ ପଡିଲା ।
ଛୋଟ-ଛୋଟ କନ୍ୟାମାନେ ଟିକିଏ ବି ବୁଝାଇଲେ ମଧ୍ୟ ଭାବିବେ ଯେ ଏମାନେ ତ ବହୁତ ଭଲ ଜ୍ଞାନ ପଢିଛନ୍ତି
। ଆଧ୍ୟାତ୍ମିକ ପିତାଙ୍କ ବିନା ଅନ୍ୟ କାହା ପାଖରେ ଏହି ଆଧ୍ୟାତ୍ମିକ ଜ୍ଞାନ ନାହିଁ । ତୁମେ କହିବ
ଆମକୁ ମଧ୍ୟ ଆଧ୍ୟାତ୍ମିକ ପିତା ଆସି ବୁଝାଇଛନ୍ତି । ଆତ୍ମା ଶରୀର ଦ୍ୱାରା ଶୁଣୁଛି । ଆତ୍ମା ହିଁ
କହୁଛି ମୁଁ ଅମୁକ ହେଉଛି । ମନୁଷ୍ୟ ନିଜକୁ ଆତ୍ମା ଅନୁଭବ କରୁନାହାଁନ୍ତି । ଆମକୁ ବାବା ଆତ୍ମାର
ଅନୁଭବ କରାଉଛନ୍ତି । ଆମେ ଆତ୍ମା ପୂରା ୮୪ ଜନ୍ମ ନେଉଛୁ । ଏପରି-ଏପରି କଥା ବସି ବୁଝାଇଲେ କହିବେ
ଏହାଙ୍କ ପାଖରେ ବହୁତ ଭଲ ଜ୍ଞାନ ରହିଛି । ଭଗବାନ ଜ୍ଞାନର ସାଗର ଅଟନ୍ତି ନା । ଗାୟନ ମଧ୍ୟ କରନ୍ତି
ଈଶ୍ୱର ଜ୍ଞାନର ସାଗର, ଦୟାର ସାଗର, ମୁକ୍ତିଦାତା, ପଥ ପ୍ରଦର୍ଶକ ଅଟନ୍ତି କିନ୍ତୁ ସିଏ କୁଆଡେ
ନେଇଯିବେ, ଏକଥା କେହି ଜାଣିନାହାଁନ୍ତି । ଏକଥା ପିଲାମାନେ ହିଁ ବୁଝାଇପାରିବେ । ଆଧ୍ୟାତ୍ମିକ
ପିତା ଜ୍ଞାନର ସାଗର ଅଟନ୍ତି, ତାଙ୍କୁ ଦୟାର ସାଗର ମଧ୍ୟ କୁହାଯାଉଛି । ସେ ସେତେବେଳେ ଆସି ମୁକ୍ତ
କରୁଛନ୍ତି ଯେତେବେଳେ ମନୁଷ୍ୟମାନେ ବହୁତ ଦୁଃଖୀ ହୋଇଯାଉଛନ୍ତି । ସାରା ଦୁନିଆରେ ଏକ ରାବଣର
ରାଜ୍ୟ ହୋଇଯାଉଛି । ବାବାଙ୍କୁ ସ୍ୱର୍ଗ ସ୍ଥାପନକାରୀ ଈଶ୍ୱରୀୟ ପିତା ବୋଲି କୁହାଯାଏ । ନର୍କକୁ
ରାବଣରାଜ୍ୟ କୁହାଯାଏ । ଏହି ଜ୍ଞାନ କାହାକୁ ବସି ଶୁଣାଇଲେ, ତୁରନ୍ତ କହିବେ ଯେ ଏହା ଯାଇ
ସମସ୍ତଙ୍କୁ ଶୁଣାଅ, କିନ୍ତୁ ଧାରଣା ବହୁତ ଭଲ ହେବା ଉଚିତ୍ । ପ୍ରଦର୍ଶନୀ ଚିତ୍ରର ମ୍ୟାଗାଜିନ୍
ମଧ୍ୟ ଅଛି, ଆହୁରି ବି ବୁଝିଲେ ଏହା ଉପରେ ବହୁତ ସେବା କରିପାରିବେ ।
ଏହି କନ୍ୟା (ଜୟନ୍ତୀ
ଭଉଣୀ) ମଧ୍ୟ ଲଣ୍ଡନରେ ନିଜର ଶିକ୍ଷକଙ୍କୁ ବୁଝାଇପାରିବ । ଇଏ ଲଣ୍ଡନରେ ଏହି ସେବା କରିପାରିବ ।
ଦୁନିଆରେ ବହୁତ ଠକାମି ଚାଲିଛି ନା । ରାବଣ ଏକଦମ୍ ସମସ୍ତଙ୍କୁ ଠକ କରିଦେଇଛି । ପିଲାମାନେ ସାରା
ବିଶ୍ୱର ଇତିହାସ-ଭୂଗୋଳ ବୁଝାଇ ପାରିବେ । ଲକ୍ଷ୍ମୀ-ନାରାୟଣଙ୍କ ରାଜ୍ୟ କେତେ ସମୟ ଚାଲିଲା ପୁଣି
ଅମୁକ ସଂବତରୁ ଇସ୍ଲାମୀ, ବୌଦ୍ଧି, ଖ୍ରୀଷ୍ଟିୟାନ ଆସୁଛନ୍ତି । ବୃଦ୍ଧି ହୋଇ - ହୋଇ ଭିନ୍ନ
ଭିନ୍ନ ଧର୍ମର ବୃକ୍ଷ କେତେ ବଡ ହୋଇଯାଉଛି । ଅଧାକଳ୍ପ ପରେ ଅନ୍ୟ ଧର୍ମ ସବୁ ଆସୁଛି । ଏହିପରି
ଜ୍ଞାନ ବସି ଶୁଣାଇଲେ, ଶୁଣୁଥିବା ବ୍ୟକ୍ତିମାନେ କହିବେ ଇଏ ସ୍ପିରିଚୁଆଲ୍ ଲିଡର୍ ଅଟନ୍ତି,
ଏହାଙ୍କ ପାଖରେ ଆଧ୍ୟାତ୍ମିକ ଜ୍ଞାନ ରହିଛି । ଇଏ ପୁଣି କହିବେ - ଏହି ଜ୍ଞାନ ତ ଭାରତରେ ପ୍ରଦାନ
କରାଯାଉଛି । ଆଧ୍ୟାତ୍ମିକ ଈଶ୍ୱର ପିତା ଏହି ଜ୍ଞାନ ଦେଉଛନ୍ତି । ସିଏ ହେଲେ ବୀଜରୂପ । ଏହା ଓଲଟା
ବୃକ୍ଷ ଅଟେ । ବୀଜ ଜ୍ଞାନର ସାଗର ଅଟନ୍ତି । ବୀଜଠାରେ ବୃକ୍ଷର ଜ୍ଞାନ ରହିବ ନା । ଏହା ଭିନ୍ନ
ଭିନ୍ନ ଧର୍ମର ବୃକ୍ଷ ଅଟେ । ଭାରତର ଦୈବୀ ଧର୍ମ ଏହାକୁ କୁହାଯାଉଛି । ପ୍ରଥମେ
ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ପୁଣି ରାମ-ସୀତାଙ୍କର ରାଜ୍ୟ ହେଉଛି । ଅଧାକଳ୍ପ ଏହା ଚାଲୁଛି ପୁଣି
ପରେ ଇସ୍ଲାମୀ ଆସୁଛନ୍ତି..... ବୃକ୍ଷର ବୃଦ୍ଧି ହୋଇ ଚାଲୁଛି । ଏହିପରି ଯାଇ ଏହି କନ୍ୟା ଭାଷଣ
କରିପାରିବ ଏବଂ ବୁଝାଇ ପାରିବ ଯେ ଏହି ବୃକ୍ଷ କିପରି ଦୃଶ୍ୟମାନ ହେଉଛି । ଏହି ସୃଷ୍ଟି ଚକ୍ର
କିପରି ଘୂରୁଛି, ମୁଁ ବୁଝାଇପାରିବି । ବିଦେଶରେ ତ ଆଉ କେହି ନାହାଁନ୍ତି । ଏହି କନ୍ୟା ଯାଇ
ବୁଝାଇ ପାରିବ ଯେ ଏବେ ଲୌହଯୁଗର ଅନ୍ତ ଅଟେ, ସ୍ୱର୍ଣ୍ଣିମଯୁଗ ଆଗତ ପ୍ରାୟ ତେବେ ସେମାନେ ବହୁତ
ଖୁସୀ ହେବେ । ବାବା ଉପାୟ ବତାଉଛନ୍ତି, ଏହା ଉପରେ ଧ୍ୟାନ ଦେବା ଉଚିତ୍ । ଛୋଟ ପିଲାମାନଙ୍କୁ
ବହୁତ ସମ୍ମାନ ମିଳିଥାଏ । ଛୋଟ ପିଲାମାନେ କୌଣସି ସାହସର କାମ କଲେ ତାଙ୍କୁ ବହୁତ ଆଦର କରିଥା’ନ୍ତି
। ବାବାଙ୍କୁ ଏପରି ଅନୁଭବ ହେଉଛି ଯେ, ଯଦି ସନ୍ତାନମାନେ ଏଥିରେ ଧ୍ୟାନ ଦେବେ ତେବେ ଆଧ୍ୟାତ୍ମିକ
ନେତା ଅର୍ଥାତ୍ ସ୍ପିରିଚୁଆଲ୍ ଲିଡର ହୋଇଯିବେ । ଆଧ୍ୟାତ୍ମିକ ଈଶ୍ୱର ପିତା ହିଁ ବସି ଏହି ଜ୍ଞାନ
ଦେଉଛନ୍ତି । କୃଷ୍ଣଙ୍କୁ ଈଶ୍ୱରପିତା କହିବା ଭୁଲ୍ । ଈଶ୍ୱର ତ ନିରାକାର ଅଟନ୍ତି । ଆମେ ସବୁ
ଆତ୍ମାମାନେ ଭାଇ-ଭାଇ ଅଟୁ, ସିଏ ନିରାକାର ପିତା ଅଟନ୍ତି । ଯେତେବେଳେ କଳିଯୁଗରେ ସମସ୍ତେ ଦୁଃଖୀ
ହୋଇଯାଆନ୍ତି ସେତେବେଳେ ବାବାଙ୍କୁ ସ୍ୱର୍ଣ୍ଣିମଯୁଗ ସ୍ଥାପନ କରିବା ପାଇଁ ଆସିବାକୁ ପଡିଥାଏ ।
ଭାରତ ପ୍ରାଚୀନ ସୁଖଧାମ, ସ୍ୱର୍ଗ ଥିଲା । ସେଠାରେ ବହୁତ କମ୍ ମନୁଷ୍ୟ ଥିଲେ । ବାକି ଏତେ ସବୁ
ଆତ୍ମାମାନେ କେଉଁଠି ଥିଲେ । ଶାନ୍ତିଧାମରେ ଥିଲେ ନା । ତେଣୁ ଏହିପରି ବୁଝାଇବା ଉଚିତ୍ । ଏଥିରେ
ଭୟର କୌଣସି କଥା ନାହିଁ, ଏହା ତ କାହାଣୀ ଅଟେ । କାହାଣୀ ଖୁସିରେ କୁହାଯାଇଥାଏ । ବିଶ୍ୱର
ଇତିହାସ-ଭୂଗୋଳର କିପରି ପୁନରାବୃତ୍ତି ହେଉଛି, ଏହାର କାହାଣୀ ମଧ୍ୟ କହିପାରିବ । ଜ୍ଞାନ ମଧ୍ୟ
କହିପାରିବ । ତୁମର ଏହା ପକ୍କା ମନେ ରହିବା ଉଚିତ୍ । ବାବା କହୁଛନ୍ତି - ମୋ ଆତ୍ମାରେ ସମସ୍ତ
ବୃକ୍ଷର ଜ୍ଞାନ ରହିଛି ଯାହାର ମୁଁ ପୁନରାବୃତ୍ତି କରୁଛି । ଜ୍ଞାନର ସାଗର ବାବା ପିଲାମାନଙ୍କୁ
ଜ୍ଞାନ ଦେଉଛନ୍ତି । ଇଏ ଯାଇ ଜ୍ଞାନ ଦେଲେ କହିବେ ତୁମେ ଅନ୍ୟମାନଙ୍କୁ ମଧ୍ୟ ଡାକ । ତାଙ୍କୁ କୁହ
ଅନ୍ୟମାନଙ୍କୁ ଡାକି ପାରିବୁ କାହିଁକି ନା ସେମାନେ ଜାଣିବାକୁ ଚାହୁଛନ୍ତି ଯେ ଭାରତର ପ୍ରାଚୀନ
ରାଜଯୋଗ କ’ଣ ଥିଲା! ଯାହାଦ୍ୱାରା ଭାରତ ସ୍ୱର୍ଗ ହେଲା - ଏକଥା କେହି ଆସି ବୁଝାନ୍ତୁ । ସେହି
ସନ୍ନ୍ୟାସୀମାନେ କ’ଣ ଶୁଣାଇବେ ? ଆଧ୍ୟାତ୍ମିକ ଜ୍ଞାନ କେବଳ ଗୀତାରେ ରହିଛି । ତେଣୁ ସେମାନେ ଯାଇ
ଗୀତା ହିଁ ଶୁଣାଉଛନ୍ତି । ଗୀତା କେତେ ପଢି, କଣ୍ଠସ୍ଥ କରୁଛନ୍ତି । ଏହା କ’ଣ ଆଧ୍ୟାତ୍ମିକ ଜ୍ଞାନ?
ଏହାକୁ ତ ମନୁଷ୍ୟମାନଙ୍କ ନାମରେ କରାଯାଇଛି । ଆଧ୍ୟାତ୍ମିକ ଜ୍ଞାନ ତ ମନୁଷ୍ୟମାନେ ଦେଇପାରିବେ
ନାହିଁ । ତୁମେ ବର୍ତ୍ତମାନ ଏହାର ଅନ୍ତରକୁ ବୁଝୁଛ - ସେହି ଗୀତାରେ ଏବଂ ବାବା ଯାହା ଶୁଣାଉଛନ୍ତି
ସେଥିରେ ରାତି-ଦିନର ତଫାତ୍ ରହିଛି । ପରମପିତା ଜ୍ଞାନ ଦେଇଛନ୍ତି କିନ୍ତୁ କୃଷ୍ଣଙ୍କ ନାମ
ରଖିଦେଇଛନ୍ତି । ସତ୍ୟଯୁଗରେ ଶ୍ରୀକୃଷ୍ଣଙ୍କର ଏହି ଜ୍ଞାନ ନ ଥିଲା । ପରମପିତା ହିଁ ନଲେଜଫୁଲ୍
ଅଟନ୍ତି । ଏହା କେତେ ଅଡୁଆ କଥା । ଶ୍ରୀକୃଷ୍ଣଙ୍କର ଆତ୍ମା ସତ୍ୟଯୁଗରେ ଥିବା ସମୟରେ ତ ଜ୍ଞାନ ନ
ଥିଲା । ସୂତା କେତେ ଅଡୁଆ ହୋଇ ରହିଛି । ଏମାନେ ସବୁ ବିଦେଶରେ ଯାଇ ବାବାଙ୍କ ନାମ ବିଖ୍ୟାତ
କରିପାରିବେ । ଭାଷଣ କରିପାରିବେ । କୁହ, ବିଶ୍ୱ ଇତିହାସ-ଭୂଗୋଳର ଜ୍ଞାନ ଆମେ ତୁମକୁ ଦେଇପାରିବୁ
। ଈଶ୍ୱର କିପରି ସ୍ୱର୍ଗ ସ୍ଥାପନ କରୁଛନ୍ତି, ସ୍ୱର୍ଗରୁ ପୁଣି ନର୍କ କିପରି ହେଉଛି, ତାହା ଆମେ
ତୁମକୁ ବୁଝାଇ ପାରିବୁ । ଏହିଭଳି ଏସବୁ ବସି ଲେଖ ପୁଣି ଦେଖ ଯେ ଆମେ କୌଣସି ପଏଣ୍ଟ ଭୁଲିଯାଇ ନାହୁଁ
ତ? ପୁଣି ମନେ ପକାଇ ଲେଖ । ଏହିପରି ଅଭ୍ୟାସ କରିବା ଦ୍ୱାରା ବହୁତ ଭଲ ଲେଖିପାରିବ, ବହୁତ ଭଲ
ବୁଝାଇ ପାରିବ ତେବେ ତୁମର ନାମ ବିଖ୍ୟାତ ହୋଇଯିବ, ତେବେ ବାବା ଚାହିଁଲେ ମଧୁବନରୁ ମଧ୍ୟ କାହାକୁ
ବିଦେଶକୁ ପଠାଇ ପାରିବେ । ଇଏ ଯାଇ ବୁଝାଇଲେ ବହୁତ ଭଲ ଭାବେ ବୁଝିପାରିବେ । ସାତ ଦିନରେ ମଧ୍ୟ
ବହୁତ ହୋସିଆର ହୋଇପାରିବେ । ବୁଦ୍ଧିରେ ଧାରଣ କରିବାକୁ ହେବ, ବୀଜ ଏବଂ ବୃକ୍ଷର ଜ୍ଞାନ, ବିସ୍ତାର
ଭାବେ ବୁଝାଇବାକୁ ହେବ । ଚିତ୍ର ଗୁଡିକ ଉପରେ ବହୁତ ଭଲ ଭାବରେ ବୁଝାଇପାରିବ । ସେବାର ସଉକ ରହିବା
ଦରକାର । ତେବେ ବହୁତ ଉଚ୍ଚ ପଦ ମିଳିବ । ଜ୍ଞାନ ବହୁତ ସହଜ । ଏହା ହେଉଛି ପୁରୁଣା ଛି-ଛି ଦୁନିଆ
। ସ୍ୱର୍ଗ ଆଗରେ ଏହି ପୁରୁଣା ଦୁନିଆ ଯେପରି ଗୋବର ସଦୃଶ ଅଟେ, ଏଥିରୁ ଦୁର୍ଗନ୍ଧ ଆସୁଛି । ତାହା
ହେଲା ସୁନାର ଦୁନିଆ, ଏହା ହେଉଛି ଗୋବରର ଦୁନିଆ । ତୁମେ ପିଲାମାନେ ଜାଣିଛ ଯେ ଏବେ ଆମେ ଏହି
ଶରୀର ଛାଡି ଯାଇ ରାଜକୁମାର-ରାଜକୁମାରୀ ହେବୁ । ଏହିପରି ସ୍କୁଲରେ ପଢିବାକୁ ଯିବୁ । ସେଠାରେ ଏପରି
ବିମାନ ଥିବ ଯାହା ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଥିବ । ଏହି ଖୁସି ପିଲାମାନଙ୍କ ଭିତରେ ରହିଲେ କେବେ
ବି କୌଣସି କଥାରେ କାନ୍ଦିବେ ନାହିଁ । ତୁମେ ବୁଝୁଛ ନା ଆମେ ରାଜକୁମାର-ରାଜକୁମାରୀ ହେବୁ । ତେବେ
ତୁମ ଭିତରେ ଆନ୍ତରିକ ଖୁସି ଆସିବା ଉଚିତ୍ । ଭବିଷ୍ୟତରେ ଏପରି ସ୍କୁଲ୍କୁ ଯିବୁ,ଏଭଳି-ଏଭଳି
କରିବୁ । ଜଣାନାହିଁ, ପିଲାମାନେ କାହିଁକି ଭୁଲି ଯାଉଛନ୍ତି । ବହୁତ ନିଶା ଚଢିବା ଦରକାର । ଆଚ୍ଛା-
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି ପୁରୁଣା
ବିକାରୀ ଗୋବର ତୁଲ୍ୟ ଦୁନିଆକୁ ବୁଦ୍ଧିରୁ ଭୁଲି ସତ୍ୟଯୁଗୀ ଦୁନିଆକୁ ମନେ ପକାଇ ଅପାର ଖୁସି ଅଥବା
ନିଶାରେ ରହିବାକୁ ହେବ । କେବେ ହେଲେ ବି କାନ୍ଦିବାର ନାହିଁ ।
(୨) ବାବା ଯେଉଁ ଗହନ ତଥା
ମନୋମୁଗ୍ଧକର କଥା ଶୁଣାଉଛନ୍ତି, ସେଗୁଡିକୁ ଧାରଣ କରି ସମସ୍ତଙ୍କୁ ବୁଝାଇବାକୁ ହେବ ।
ଆଧ୍ୟାତ୍ମିକ ପଥ ପ୍ରଦର୍ଶକର ଉପାଧି ନେବାକୁ ହେବ ।
ବରଦାନ:-
ସ୍ୱମାନରେ
ସ୍ଥିତ ରହି ଦେହ-ଅଭିମାନକୁ ସମାପ୍ତ କରୁଥିବା ସଫଳତାମୂରତ ଭବ ।
ଯେଉଁ ପିଲାମାନେ
ସ୍ୱମାନରେ ସ୍ଥିତ ରହୁଛନ୍ତି ସେହିମାନେ ହିଁ ବାବାଙ୍କର ପ୍ରତ୍ୟେକ ନିର୍ଦ୍ଦେଶକୁ ସହଜରେ ପାଳନ
କରିପାରିବେ । ସ୍ୱମାନ ଭିନ୍ନ ଭିନ୍ନ ପ୍ରକାରର ଦେହ-ଅଭିମାନକୁ ସମାପ୍ତ କରିଦେଇଥାଏ । କିନ୍ତୁ
ଯେତେବେଳେ ସ୍ୱମାନରୁ ସ୍ୱ ଶବ୍ଦ ଭୁଲି ହୋଇଯାଏ ଏବଂ ତୁମେମାନେ ମାନ୍-ଶାନ୍ ପାଇବାର ଇଚ୍ଛାର
ଅଧୀନ ହୋଇଯାଅ, ସେତେବେଳେ ସେହି ଗୋଟିଏ ଶବ୍ଦର ଭୁଲ୍ କାରଣରୁ ଅନେକ ଗୁଡିଏ ଭୁଲ୍ ହୋଇ ଚାଲିଥାଏ,
ସେଥିପାଇଁ ମେହନତ ଅଧିକ କିନ୍ତୁ ସଫଳତା କମ୍ ମିଳିଥାଏ । କିନ୍ତୁ ତୁମେମାନେ ଯଦି ସର୍ବଦା
ସ୍ୱମାନରେ ସ୍ଥିତ ରହିବ ତେବେ ପୁରୁଷାର୍ଥରେ ହେଉ ବା ସେବାରେ ହେଉ ସହଜରେ ସଫଳତାମୂରତ ହୋଇଯିବ ।
ସ୍ଲୋଗାନ:-
ଯଦି ତପସ୍ୟା
କରିବାକୁ ଚାହୁଁଛ ତେବେ ସମୟକୁ ସଞ୍ଚୟ କର, ବାହାନା ଦିଅ ନାହିଁ ।
ଅବ୍ୟକ୍ତ ଈଶାରା:- ଏବେ
ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର ।
ଯେତେ ଯେତେ ତୁମେ ଦାତା
ହୋଇ ବାଣ୍ଟୁଛ ସେତିକି ଭରି ଭରି ଚାଲିଛି । ଯଦି ଭଣ୍ଡାର ଭରପୂର ଅଛି ତେବେ ଦାତା କାହିଁକି ନ ହେବ,
ତେବେ କୁହାଯିବ ନିରନ୍ତର ଆତ୍ମିକ ସେବାଧାରୀ । ବିଶ୍ୱର ମହାରାଜନ୍ ହେବା ପାଇଁ କେବଳ ଜ୍ଞାନଦାତା
ହେଲେ ଚଳିବ ନାହିଁ । ଏଥିପାଇଁ ସ୍ନେହ ଏବଂ ସହଯୋଗ ମଧ୍ୟ ଦେବାକୁ ହେବ । ଯଦି ଏହିଭଳି ହାଇଜମ୍ପ
ଦେଇ ଦେବ, ତେବେ ସବୁ କଥାରେ ସହଜରେ ଶ୍ରେଷ୍ଠ ହୋଇଯିବ ।