24.02.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମେମାନେ ନିଜ ଜୀବନର ଡୋରକୁ ଏକମାତ୍ର ବାବାଙ୍କ ସହିତ ବାନ୍ଧି ଦେଇଛ, ତୁମର ସମ୍ପର୍କ ଜଣଙ୍କ
ସହିତ ରହିଛି, ତେଣୁ ତୁମକୁ ଜଣଙ୍କ ସହିତ ହିଁ ସମ୍ବନ୍ଧ ରକ୍ଷା କରିବାକୁ ହେବ” ।
ପ୍ରଶ୍ନ:-
ସଂଗମଯୁଗରେ
ଆତ୍ମା ନିଜର ଜୀବନର ଡୋର ପରମାତ୍ମାଙ୍କ ସହିତ ଯୋଡିଥାଏ, ଏହି ପ୍ରଥା ଅଜ୍ଞାନ କାଳରେ କେଉଁ ରୀତିରେ
ପାଳନ ହୋଇ ଆସୁଛି?
ଉତ୍ତର:-
ବିବାହ ସମୟରେ ସ୍ତ୍ରୀର ପଣତକୁ ସ୍ୱାମୀ ସହିତ ବାନ୍ଧି ଦେଇଥାନ୍ତି । ସ୍ତ୍ରୀ ଭାବିଥାଏ ସାରା
ଜୀବନ ଏହାଙ୍କ ସାଥୀ ହୋଇ ରହିବି । ତୁମେମାନେ ତ ଏବେ ତୁମର ପଣତକୁ ବାବାଙ୍କ ସହିତ ଯୋଡି ଦେଇଛ ।
ତୁମେ ଜାଣିଛ ଅଧାକଳ୍ପ ପାଇଁ ଆମର ପାଳନା ବାବାଙ୍କ ଦ୍ୱାରା ହେବ ।
ଗୀତ:-
ଜୀବନ ଡୋର
ତୁହ୍ମୀ ସଙ୍ଗ ବାନ୍ଧୀ...
ଓମ୍ ଶାନ୍ତି ।
ଦେଖ, ଗୀତରେ କୁହାଯାଇଛି, ଜୀବନର ଡୋରକୁ ତୁମ ସହିତ ବାନ୍ଧିଛି । ଯେପରି କୌଣସି କନ୍ୟା ନିଜର
ଜୀବନର ଡୋରକୁ ପତି ସହିତ ବାନ୍ଧିଥାଏ । ଭାବିଥାଏ ଯେ ଜୀବନ ସାରା ତାଙ୍କ ସାଥୀରେ ରହିବି । ତାଙ୍କୁ
ଅର୍ଥାତ୍ ସ୍ୱାମୀଙ୍କୁ ସ୍ତ୍ରୀର ପାଳନା କରିବାକୁ ପଡିଥାଏ । ଏମିତି ନୁହେଁ କି ସ୍ତ୍ରୀକୁ
ସ୍ୱାମୀର ଭରଣ-ପୋଷଣ କରିବାକୁ ପଡିବ । ନା, ସାରା ଜୀବନ ସ୍ୱାମୀଙ୍କୁ ହିଁ ପାଳନା କରିବାକୁ ହେବ ।
ତୁମେ ପିଲାମାନେ ମଧ୍ୟ ନିଜ ଜୀବନର ଡୋର ବାବାଙ୍କ ସହିତ ବାନ୍ଧିଛ । ତାଙ୍କୁ ବେହଦର ବାବା କୁହ,
ଶିକ୍ଷକ କୁହ, ଗୁରୁ କୁହ ଯାହା କିଛି ବି କୁହ... ଏହା ହେଲା ଆତ୍ମାମାନଙ୍କର ଜୀବନର ଡୋର
ପରମାତ୍ମାଙ୍କ ସହିତ ବାନ୍ଧିବାର କଥା । ତାହା ହେଲା ବିନାଶୀ ଦୁନିଆର ସ୍ଥୂଳ କଥା ଏହା ହେଲା
ସୂକ୍ଷ୍ମ କଥା । କନ୍ୟାର ଜୀବନର ଡୋର ପତି ସହିତ ବାନ୍ଧି ଦିଆଯାଏ । ସିଏ ତାଙ୍କ ଘରକୁ ଯାଇଥାଏ ।
ଦେଖ, ଏଠାରେ ପ୍ରତ୍ୟେକ କଥାକୁ ବୁଝିବା ପାଇଁ ବୁଦ୍ଧି ଦରକାର । କଳିଯୁଗରେ ହେଲା ସବୁ କିଛି
ଆସୁରୀମତର କଥା । ତୁମେ ଜାଣିଛ ଯେ ଆମେ ନିଜ ଜୀବନର ଡୋରକୁ ଜଣଙ୍କ ସହିତ ବାନ୍ଧିଛୁ । ତୁମର
ସମ୍ପର୍କ ଜଣଙ୍କ ସହିତ ଅଛି, ତେଣୁ ସେହି ଜଣଙ୍କ ସହିତ ହିଁ ସମ୍ବନ୍ଧ ରକ୍ଷା କରିବାକୁ ହେବ
କାହିଁକି ନା ତାଙ୍କଠାରୁ ଆମକୁ ବହୁତ ବହୁତ ସୁଖ ମିଳିଥାଏ । ସିଏ ତ ଆମକୁ ସ୍ୱର୍ଗର ମାଲିକ
କରୁଛନ୍ତି, ତେଣୁ ଏହିଭଳି ପିତାଙ୍କର ଶ୍ରୀମତରେ ଚାଲିବା ଦରକାର । ଏହା ହିଁ ହେଉଛି ଆତ୍ମିକ ଡୋର
ବା ରସି । ଆତ୍ମା ହିଁ ଶ୍ରୀମତକୁ ଗ୍ରହଣ କରୁଛି । ଆସୁରୀ ମତ ଦ୍ୱାରା ହିଁ ତ ତଳକୁ ଖସିଯାଇଛ ।
ସେଥିପାଇଁ ଏବେ ବାବାଙ୍କର ଶ୍ରୀମତ ଅନୁସାରେ ଚାଲିବା ଉଚିତ୍ ।
ତୁମେ ଜାଣିଛ ଆମେ ନିଜର ଆତ୍ମାର ଡୋର ପରମାତ୍ମାଙ୍କ ସହିତ ବାନ୍ଧିଛୁ, ତେଣୁ ତାଙ୍କଠାରୁ ଆମକୁ ୨୧
ଜନ୍ମ ପାଇଁ ସଦା ସୁଖୀ ହେବାର ବର୍ସା ମିଳୁଛି । ସେହି ଅଳ୍ପକାଳର ଜୀବନ ଡୋରକୁ ବାନ୍ଧିବା କାରଣରୁ
ତ ତଳକୁ ତଳକୁ ଖସି ଆସିଛ । ଏଠାରେ ତ ୨୧ ଜନ୍ମ ପାଇଁ ଗ୍ୟାରେଣ୍ଟି ରହିଛି । ତୁମର କେତେ ବଡ
ରୋଜଗାର ହେଉଛି, ତେଣୁ ଏଥିରେ କୌଣସି ଭୁଲ କରିବା ଉଚିତ୍ ନୁହେଁ । ମାୟା ବହୁତ ଭୁଲ କରାଇଦେଉଛି ।
ଏହି ଲକ୍ଷ୍ମୀ-ନାରାୟଣ ନିଶ୍ଚିତ ଭାବରେ କାହା ସହିତ ନିଜର ଜୀବନର ଡୋରକୁ ବାନ୍ଧିଥିଲେ
ଯାହାଙ୍କଠାରୁ ୨୧ ଜନ୍ମର ସମ୍ପତ୍ତି ମିଳିଛି । କଳ୍ପ କଳ୍ପ ତୁମ ଆତ୍ମାମାନଙ୍କର ଜୀବନର ଡୋରକୁ
ପରମାତ୍ମାଙ୍କ ସହିତ ବନ୍ଧାଯାଉଛି । ତାର ତ ଗଣନା କରି ହେବ ନାହିଁ । ଏବେ ବୁଦ୍ଧିରେ ଆସୁଛି -
ମୁଁ ଶିବବାବାଙ୍କର ହୋଇଯାଇଛି, ତାଙ୍କ ସହିତ ଜୀବନର ଡୋରକୁ ବାନ୍ଧିଛି । ପ୍ରତ୍ୟେକ କଥା ବାବା ଆସି
ବୁଝାଉଛନ୍ତି । ତୁମେ ଜାଣିଛ କଳ୍ପ ପୂର୍ବରୁ ମଧ୍ୟ ବାନ୍ଧିଥିଲୁ । ଶିବଜୟନ୍ତୀ ପାଳନ କରୁଛନ୍ତି
କିନ୍ତୁ କାହାର ପାଳନ କରୁଛନ୍ତି, ତାହା କାହାକୁ ବି ଜଣା ନାହିଁ । ଶିବବାବା ପତିତ ପାବନ ଅଟନ୍ତି,
ତେବେ ନିଶ୍ଚିତ ସିଏ ସଂଗମଯୁଗରେ ଆସିବେ । ଏକଥା ତୁମେମାନେ ଜାଣିଛ, ଦୁନିଆ ଜାଣିନାହିଁ ସେଥିପାଇଁ
ଗାୟନ ଅଛି କୋଟିକରେ କେହି... । ଆଦି ସନାତନ ଦେବୀ-ଦେବତା ଧର୍ମ ପ୍ରାୟଃ ଲୋପ ହୋଇଯାଇଛି । ଆଉ ସବୁ
ଧର୍ମ ଶାସ୍ତ୍ରର କାହାଣୀ ଆଦି ରହିଛି । ସେହି ଧର୍ମ ତ ନାହିଁ, ତେଣୁ ଜାଣିବେ କିପରି । ଏବେ
ତୁମେମାନେ ଜୀବନର ଡୋରକୁ ବାବାଙ୍କ ସହିତ ବାନ୍ଧୁଛ । ଆତ୍ମାମାନଙ୍କର ପରମାତ୍ମାଙ୍କ ସହିତ ଡୋର
ଯୋଡି ହୋଇଛି, ଏଥିରେ ଶରୀରର କୌଣସି ସମ୍ବନ୍ଧ ନାହିଁ । ପଛକେ ଘରେ ରୁହ କିନ୍ତୁ ବୁଦ୍ଧିରେ
ବାବାଙ୍କୁ ସ୍ମରଣ କରିବାକୁ ହେବ । ତୁମ ଆତ୍ମାମାନଙ୍କର ଜୀବନର ଡୋର ବନ୍ଧା ହୋଇଛି । ଯେପରି ପଣତ
ବାନ୍ଧିଥା’ନ୍ତି ନା । ତାହା ହେଲା ସ୍ଥୂଳ ପଣତ, ଏହା ହେଉଛି ଆତ୍ମାମାନଙ୍କର ପରମାତ୍ମାଙ୍କ ସହିତ
ଯୋଗ ଅର୍ଥାତ୍ ସମ୍ବନ୍ଧ ଯୋଡିବା । ଭାରତରେ ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି, କିନ୍ତୁ ସେ କେବେ
ଆସିଥିଲେ, ଏକଥା କେହି ଜାଣିନାହାଁନ୍ତି । ଶ୍ରୀକୃଷ୍ଣଙ୍କର ଜୟନ୍ତୀ କେବେ ହୋଇଥିଲା, ରାମଙ୍କର
ଜୟନ୍ତୀ କେବେ ହୋଇଥିଲା ଏକଥା ଜାଣିନାହାଁନ୍ତି । ତୁମେ ପିଲାମାନେ ତ୍ରିମୂର୍ତ୍ତି ଶିବ ଜୟନ୍ତୀ
ଅକ୍ଷର ତ ଲେଖୁଛ କିନ୍ତୁ ବର୍ତ୍ତମାନ ତିନି ମୂର୍ତ୍ତି ତ ନାହାଁନ୍ତି । ତୁମେ କହିବ ଶିବବାବା
ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ରଚନା କରୁଛନ୍ତି । ତେଣୁ ବ୍ରହ୍ମା ନିଶ୍ଚିତ ଭାବରେ ସାକାର (ସ୍ଥୁଳ)
ଶରୀରଧାରୀ ହେବା ଦରକାର ନା । ବାକି ବିଷ୍ଣୁ ଏବଂ ଶଙ୍କର ବର୍ତ୍ତମାନ କେଉଁଠି ଅଛନ୍ତି, ଯାହାଙ୍କୁ
ତୁମେ ତ୍ରିମୂର୍ତ୍ତି ବୋଲି କହୁଛ । ଏ ସବୁ ବହୁତ ବୁଝିବାର କଥା । ତ୍ରିମୂର୍ତ୍ତିର ଅର୍ଥ ହିଁ
ବ୍ରହ୍ମା-ବିଷ୍ଣୁ-ଶଙ୍କର । ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ତାହା ତ ଏହି ସମୟରେ ହିଁ ହୋଇଥାଏ ।
ସତ୍ୟଯୁଗରେ ବିଷ୍ଣୁଙ୍କ ଦ୍ୱାରା ପାଳନା ହେବ । ବିନାଶର କାର୍ଯ୍ୟ ଅନ୍ତିମ ସମୟରେ ହେବ । ଏହି ଆଦି
ସନାତନ ଦେବୀ-ଦେବତା ଧର୍ମ ଏକମାତ୍ର ଭାରତର ହିଁ ଧର୍ମ ଅଟେ । ସେମାନେ ଅର୍ଥାତ୍ ଅନ୍ୟ ଧର୍ମ
ସ୍ଥାପକମାନେ ତ ନିଜର ଧର୍ମ ସ୍ଥାପନ କରିବା ପାଇଁ ଆସିଥାନ୍ତି । ସମସ୍ତେ ମଧ୍ୟ ଜାଣିଛନ୍ତି ଯେ
ଅମୁକ ଏହି ଧର୍ମ ସ୍ଥାପନ କରିଛନ୍ତି ଏବଂ ତାଙ୍କର ସମ୍ବତ୍ ଏହି ସମୟଠାରୁ ଆରମ୍ଭ ହେଲା । ଅମୁକ
ସମୟରେ ଅମୁକ ଏହି ଧର୍ମର ସ୍ଥାପନା କରିଥିଲେ । କିନ୍ତୁ ଭାରତର ଧର୍ମ ବିଷୟରେ କାହାକୁ ଜଣା ନାହିଁ
। ଗୀତା ଜୟନ୍ତୀ ଏବଂ ଶିବଜୟନ୍ତୀ କେବେ ହୋଇଥିଲା ଏକଥା କାହାକୁ ଜଣାନାହିଁ । ଶ୍ରୀକୃଷ୍ଣ ଏବଂ
ରାଧାଙ୍କର ବୟସରେ ଦୁଇ-ତିନି ବର୍ଷର ଫରକ ଥିବ । ସତ୍ୟଯୁଗରେ ନିଶ୍ଚିତ ପ୍ରଥମେ ଶ୍ରୀକୃଷ୍ଣ ଜନ୍ମ
ନେଇଥିବେ ତାପରେ ରାଧା ଜନ୍ମ ନେଇଥିବେ । କିନ୍ତୁ ସତ୍ୟଯୁଗ କେବେ ଥିଲା, ଏ କଥା କାହାକୁ ଜଣାନାହିଁ
। ତୁମକୁ ମଧ୍ୟ ଏକଥା ବୁଝିବା ପାଇଁ ବହୁତ ବର୍ଷ ଲାଗିଲା । ତେବେ ଦୁଇଦିନ ମଧ୍ୟରେ କିଏ କେତେ
ପର୍ଯ୍ୟନ୍ତ ବୁଝିପାରିବ । ବାବା ତ ବହୁତ ସହଜ ଭାବରେ ବୁଝାଉଛନ୍ତି, ସିଏ ହେଲେ ବେହଦର ପିତା,
ନିଶ୍ଚୟ ତାଙ୍କଠାରୁ ସମସ୍ତଙ୍କୁ ବର୍ସା ମିଳିବା ଦରକାର ନା । ସେଥିପାଇଁ ତାଙ୍କୁ ଗଡ୍ ଫାଦର, ହେ
ଈଶ୍ୱର ପିତା କହି ମନେ ପକାଉଛନ୍ତି । ଏବେ ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିର ବହୁତ ରହିଛି । ଏମାନେ
ସ୍ୱର୍ଗରେ ରାଜତ୍ୱ କରୁଥିଲେ କିନ୍ତୁ ଏମାନଙ୍କୁ ଏହି ସମ୍ପତ୍ତି କିଏ ଦେଇଥିଲା? ନିଶ୍ଚିତ
ସ୍ୱର୍ଗର ରଚୟିତା ହିଁ ଦେଇଥିବେ । କିନ୍ତୁ କେବେ ଓ କିପରି ଦେଇଥିଲେ ତାହା କେହି ବି
ଜାଣିନାହାଁନ୍ତି । ତୁମେ ପିଲାମାନେ ଜାଣିଛ ଯେ, ଯେତେବେଳେ ସତ୍ୟଯୁଗ ଥିଲା ସେତେବେଳେ ଅନ୍ୟ କୌଣସି
ଧର୍ମ ନ ଥିଲା । ସତ୍ୟଯୁଗରେ ଆମେ ପବିତ୍ର ଥିଲେ, କଳିଯୁଗରେ ପତିତ । ତେବେ ବାବା ସଂଗମଯୁଗରେ ହିଁ
ଜ୍ଞାନ ଦେଇଥିବେ, ସତ୍ୟଯୁଗରେ ନୁହେଁ । ସେଠାରେ ତ ପ୍ରାରବ୍ଧ ଥାଏ । ତେବେ ନିଶ୍ଚିତ ପୂର୍ବ
ଜନ୍ମରେ ଜ୍ଞାନ ପ୍ରାପ୍ତ କରିଥିବେ । ତୁମେମାନେ ମଧ୍ୟ ଏବେ ଜ୍ଞାନ ପ୍ରାପ୍ତ କରୁଛ । ତୁମେ ଜାଣିଛ
ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା ବାବା ହିଁ କରିବେ । ଶ୍ରୀକୃଷ୍ଣ ତ ସତ୍ୟଯୁଗରେ ଥିଲେ
ତାଙ୍କୁ ଏହି ପ୍ରାରବ୍ଧ କେଉଁଠୁ ମିଳିଲା? ଲକ୍ଷ୍ମୀ-ନାରାୟଣ ହିଁ ରାଧେ-କୃଷ୍ଣ ଥିଲେ, ଏକଥା କେହି
ବି ଜାଣିନାହାଁନ୍ତି । ବାବା କହୁଛନ୍ତି ଯେଉଁମାନେ କଳ୍ପ ପୂର୍ବରୁ ବୁଝିଥିଲେ ସେହିମାନେ ହିଁ
ବୁଝିବେ । ଏଠାରେ ଏବେ ଅତି ମଧୁର ବୃକ୍ଷ ଅର୍ଥାତ୍ ଦୈବୀ ପରିବାରର ଚାରା ଲଗାଯାଉଛି । ତୁମେମାନେ
ଜାଣିଛ ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ବାବା ଆସି ମନୁଷ୍ୟରୁ ଦେବତା କରିଥିଲେ । ଏବେ
ତୁମେମାନେ କଳିଯୁଗରୁ ସତ୍ୟଯୁଗକୁ ଟ୍ରାନ୍ସଫର ହେଉଛ । ସେଥିପାଇଁ ପ୍ରଥମେ ବ୍ରାହ୍ମଣ ହେବାକୁ
ପଡିବ । ବାଜୋଲୀ ଖେଳରେ ପାଦ ଏବଂ ଚୁଟୀ ଏକାଠି ହୋଇଥାଏ । ବାସ୍ତବରେ ଏବେ ଆମେ ଶୁଦ୍ରରୁ
ବ୍ରାହ୍ମଣ ହୋଇଛୁ ଅର୍ଥାତ୍ ପାଦରୁ ଚୁଟୀ ହୋଇଛୁ । ଯଜ୍ଞରେ ତ ନିଶ୍ଚିତ ବ୍ରାହ୍ମଣ ଦରକାର । ଏହା
ଶିବ ବା ରୁଦ୍ରଙ୍କର ଯଜ୍ଞ ଅଟେ । ସେଥିପାଇଁ ରୁଦ୍ର ଜ୍ଞାନ ଯଜ୍ଞ ବୋଲି କୁହାଯାଏ । ଶ୍ରୀକୃଷ୍ଣ
କୌଣସି ଯଜ୍ଞ ରଚନା କରି ନ ଥିଲେ । ଏହି ରୁଦ୍ର ଜ୍ଞାନ ଯଜ୍ଞରୁ ବିନାଶର ଜ୍ୱାଳା ପ୍ରଜ୍ୱଳିତ
ହୋଇଥାଏ । ଶିବବାବାଙ୍କର ଏହି ଯଜ୍ଞ ପତିତମାନଙ୍କୁ ପାବନ କରିବା ପାଇଁ ଉଦ୍ଦିଷ୍ଟ । ରୁଦ୍ର
ଶିବବାବା ନିରାକାର ଅଟନ୍ତି, ତେବେ ସିଏ ଯଜ୍ଞ କିପରି ରଚନା କରିବେ ଯେ ପର୍ଯ୍ୟନ୍ତ ମନୁଷ୍ୟ ଶରୀରରେ
ନ ଆସିଛନ୍ତି । ମନୁଷ୍ୟ ହିଁ ଯଜ୍ଞ ରଚନା କରିଥାନ୍ତି । ସ୍ଥୂକ୍ଷ୍ମ ଅଥବା ସ୍ଥୂଳଲୋକରେ ଏସବୁ କଥା
ନଥାଏ । ବାବା ବୁଝାଉଛନ୍ତି ଏହା ସଂଗମଯୁଗ ଅଟେ । ଯେତେବେଳେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା
ସେତେବେଳେ ସତ୍ୟଯୁଗ ଥିଲା । ଏବେ ପୁନର୍ବାର ତୁମେ ସେହିଭଳି ହେବାକୁ ଯାଉଛ । ଆମମାନଙ୍କର ଏହି
ଜୀବନର ଡୋର ପରମାତ୍ମାଙ୍କ ସହିତ ରହିଛି । ଏହି ଡୋର କାହିଁକି ବନ୍ଧା ହୋଇଛି? ସଦା ସୁଖର ସମ୍ପତ୍ତି
ପାଇବା ପାଇଁ । ତୁମେ ଜାଣିଛ ବେହଦର ବାବାଙ୍କ ଦ୍ୱାରା ଆମେ ଏହିଭଳି ଲକ୍ଷ୍ମୀ-ନାରାୟଣ ହେଉଛୁ ।
ବାବା ବୁଝାଉଛନ୍ତି ତୁମେମାନେ ସେହି ଦେବୀ-ଦେବତା ଧର୍ମର ଥିଲ । ସେଠାରେ ତୁମର ରାଜ୍ୟ ଥିଲା । ପରେ
ପୁଣି ତୁମେ ପୁନର୍ଜନ୍ମ ନେଇ ନେଇ କ୍ଷତ୍ରିୟ ଧର୍ମକୁ ଆସିଲ । ସୂର୍ଯ୍ୟବଂଶୀ ରାଜତ୍ୱ ସମାପ୍ତ ହୋଇ
ଚନ୍ଦ୍ରବଂଶୀଙ୍କର ରାଜ୍ୟ ଚାଲିଲା । ତୁମକୁ ଜଣାଅଛି ଯେ ଆମେ ଏହି ୮୪ ଜନ୍ମର ଚକ୍ରର ପରିକ୍ରମା
କିପରି କରୁଛୁ? ଏତିକି ଏତିକି ଜନ୍ମ ନେଇଛୁ? ଭଗବାନୁଉବାଚ - ହେ ସନ୍ତାନମାନେ, ତୁମେମାନେ ନିଜର
ଜନ୍ମକୁ ଜାଣିନାହଁ, ମୁଁ ଜାଣିଛି । ଏବେ ଏହି ସମୟରେ ଏହି ଶରୀରରେ ବ୍ରହ୍ମାଙ୍କର ଆତ୍ମା ଏବଂ ଶିବ
ପରମାତ୍ମା ଦୁଇଜଣ ଅଛନ୍ତି । ବର୍ତ୍ତମାନ ଏହି ଦୁଇମୂର୍ତ୍ତି ଏକାଠି ଅଛନ୍ତି । ଶଙ୍କର ତ କେବେ
ପାର୍ଟ କରନ୍ତି ନାହିଁ । ବାକି ରହିଲେ ବିଷ୍ଣୁ ଯିଏକି ସତ୍ୟଯୁଗରେ ଥା’ନ୍ତି । ଏବେ ତୁମେମାନେ
ବ୍ରାହ୍ମଣରୁ ପୁନର୍ବାର ଦେବତା ହେବ । ଗୀତାରେ ବର୍ଣ୍ଣିତ ଥିବା ହମ ସୋର ଅର୍ଥ ବାସ୍ତବରେ ଏହା
ହିଁ ଅଟେ । କିନ୍ତୁ ସେମାନେ ଆତ୍ମା ହିଁ ପରମାତ୍ମା, ପରମାତ୍ମା ହିଁ ଆତ୍ମା ବୋଲି କହିଦେଇଛନ୍ତି
। କେତେ ଫରକ କରିଦେଇଛନ୍ତି । ରାବଣ ଆସିବା ପରେ ହିଁ ରାବଣର ମତରେ ଚାଲିବା ଆରମ୍ଭ ହୋଇଗଲା ।
ସତ୍ୟଯୁଗରେ ତ ଏହି ଜ୍ଞାନ ହିଁ ପ୍ରାୟଃ ଲୋପ ହୋଇଯିବ । ଏସବୁ ହେବା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ
ଅଛି । ତେବେ ଯାଇ ତ ବାବା ଆସି ସ୍ଥାପନ କରିବେ । ବର୍ତ୍ତମାନ ସଂଗମଯୁଗ । ବାବା କହୁଛନ୍ତି ମୁଁ
କଳ୍ପ-କଳ୍ପ କଳ୍ପର ସଂଗମଯୁଗରେ ଆସି ତୁମମାନଙ୍କୁ ମନୁଷ୍ୟରୁ ଦେବତା କରୁଛି । ଜ୍ଞାନ ଯଜ୍ଞର ରଚନା
କରୁଛି । ବାକି ଯାହା କିଛି ବି ଅଛି ତାହା ଏହି ଯଜ୍ଞରେ ସ୍ୱାହା ହୋଇଯିବ । ବିନାଶର ଜ୍ୱାଳା ଏହି
ଯଜ୍ଞରୁ ହିଁ ପ୍ରଜ୍ୱଳିତ ହେବ । ପତିତ ଦୁନିଆର ବିନାଶ ତ ନିଶ୍ଚିତ ହେବ ନଚେତ୍ ପାବନ ଦୁନିଆ କିପରି
ହେବ । ତୁମେମାନେ ମଧ୍ୟ କହୁଛ ଯେ ହେ ପତିତ-ପାବନ ଆସ । ତେବେ ପତିତ ଦୁନିଆ ଏବଂ ପାବନ ଦୁନିଆ
ଏକାଠି ରହି ପାରିବ କି? ପତିତ ଦୁନିଆର ବିନାଶ ହେବ, ଏଥିରେ ତ ଖୁସି ହେବା ଦରକାର । ମହାଭାରତ
ଲଢେଇ ନିଶ୍ଚିତ ଲାଗିଥିଲା ଯାହା ଦ୍ୱାରା ସ୍ୱର୍ଗର ଗେଟ୍ ଖୋଲିଲା । କହୁଛନ୍ତି ଏହା ସେହି
ମହାଭାରତ ଲଢେଇ ଅଟେ । ତେବେ ଏହା ତ ଭଲ କଥା ଯାହା ଦ୍ୱାରା ପତିତ ଦୁନିଆ ସମାପ୍ତ ହୋଇଯିବ ।
ଶାନ୍ତି ପାଇଁ ଏତେ ଯୋଜନା କରିବାର ଆବଶ୍ୟକତା ନାହିଁ । ତୁମକୁ ବର୍ତ୍ତମାନ ଯେଉଁ ତୃତୀୟ ନେତ୍ର
ମିଳିଛି, ତାହା ଆଉ କାହା ନିକଟରେ ନାହିଁ । ତେଣୁ ତୁମମାନେ ବହୁତ ଖୁସି ହେବା ଦରକାର - ଆମେ ବେହଦ
ବାବାଙ୍କଠାରୁ ପୁନର୍ବାର ବର୍ସା ନେଉଛୁ । ବାବା-ଆମେ ଅନେକଥର ଆପଣଙ୍କଠାରୁ ବର୍ସା ନେଇଛୁ । ରାବଣ
ପୁଣି ଅଭିଶାପ ଦେଇଛି । ଏହିସବୁ କଥାକୁ ମନେ ପକାଇବା ଅତି ସହଜ । ବାକି ସବୁ ହେଲା ଦନ୍ତ କଥା
ଅର୍ଥାତ୍ ମନଗଢା କଥା । ତୁମମାନଙ୍କୁ ଏତେ ଧନବାନ କରିଯାଇଥିଲି ତୁମେମାନେ ପୁଣି ଗରିବ କାହିଁକି
ହେଲ? ଏହିଭଳି ହେବାର ଡ୍ରାମାରେ ନିଧାର୍ଯ୍ୟ ଅଛି । ଗାୟନ ମଧ୍ୟ ଅଛି - ଜ୍ଞାନ, ଭକ୍ତି ଓ
ବୈରାଗ୍ୟ । ଭକ୍ତିଠାରୁ ବୈରାଗ୍ୟ ସେତେବେଳେ ହେବ ଯେତେବେଳେ ଜ୍ଞାନ ମିଳିବ । ତୁମକୁ ଜ୍ଞାନ
ମିଳିଲା ତେବେ ଯାଇ ଭକ୍ତିଠାରୁ ବୈରାଗ୍ୟ ଆସିଲା । ସାରା ପୁରୁଣା ଦୁନିଆଠାରୁ ବୈରାଗ୍ୟ ଆସିଲା ।
ଏହା ତ ଶ୍ମଶାନ ଅଟେ । ତୁମେମାନେ ୮୪ ଜନ୍ମର ଚକ୍ର ଲଗାଇଛ । ଏବେ ଘରକୁ ଯିବାକୁ ହେବ । ମୋତେ ମନେ
ପକାଇଲେ ମୋ ପାଖକୁ ଆସିଯିବ, ବିକର୍ମ ସବୁ ବିନାଶ ହୋଇଯିବ । ବିକର୍ମାଜିତ୍ ହେବାର ଅନ୍ୟ କୌଣସି
ଉପାୟ ନାହିଁ । ଯୋଗ ଅଗ୍ନି ଦ୍ୱାରା ପାପ ଭସ୍ମ ହେବ । ଗଙ୍ଗାସ୍ନାନ ଦ୍ୱାରା ନୁହେଁ ।
ବାବା କହୁଛନ୍ତି ମାୟା ହିଁ ତୁମକୁ ମୁର୍ଖ କରିଦେଇଛି, ଏପ୍ରିଲ ଫୁଲ୍ କହିଥା’ନ୍ତି ନା । ଏବେ ମୁଁ
ତୁମକୁ ଲକ୍ଷ୍ମୀ-ନାରାୟଣଙ୍କ ସଦୃଶ କରିବା ପାଇଁ ଆସିଛି । ଚିତ୍ର ତ ବହୁତ ଭଲ-ଭଲ ରହିଛି । ଆଜି
ଆମେ କ’ଣ ଅଛୁ, କାଲି ଆମେ କ’ଣ ହେବୁ? କିନ୍ତୁ ମାୟା ମଧ୍ୟ କିଛି କମ୍ ନୁହେଁ । ମାୟା ଡୋର
ବାନ୍ଧିବାକୁ ଦେଉନାହିଁ । ଟଣା ଭିଡା ଚାଲିଛି । ଆମେ ତ ବାବାଙ୍କୁ ସ୍ମରଣ କରୁଛୁ କିନ୍ତୁ କାହିଁକି
କେଜାଣି ପୁଣି ଭୁଲିଯାଉଛୁ । ଏଥିରେ ପରିଶ୍ରମ କରିବାକୁ ହେବ । ସେଥିପାଇଁ ଭାରତର ପ୍ରାଚୀନ ଯୋଗ
ବିଖ୍ୟାତ ଅଟେ । ସେମାନଙ୍କୁ ବର୍ସା କିଏ ଦେଇଥିଲେ, ଏକଥା କେହି ବି ବୁଝି ନାହାଁନ୍ତି । ବାବା
କହୁଛନ୍ତି ପିଲାମାନେ ମୁଁ ତୁମକୁ ପୁନର୍ବାର ସମ୍ପତ୍ତି ଦେବା ପାଇଁ ଆସିଛି । ଏହା ତ ବାବାଙ୍କର
କର୍ତ୍ତବ୍ୟ ଅଟେ । ବର୍ତ୍ତମାନ ସମସ୍ତେ ନର୍କବାସୀ ଅଟନ୍ତି । ତୁମେମାନେ ଖୁସି ହେଉଛ । ଏଠାକୁ ଯଦି
କେହି ଆସୁଛନ୍ତି ଏବଂ ବୁଝୁଛନ୍ତି ତେବେ ଖୁସି ହେଉଛନ୍ତି, ବାସ୍ତବରେ ଏହି ଜ୍ଞାନ ଠିକ୍ । ୮୪
ଜନ୍ମର ହିସାବ ରହିଛି । ବାବାଙ୍କଠାରୁ ବର୍ସା ନେବାର ଅଛି । ବାବା ଜାଣିଛନ୍ତି ଅଧାକଳ୍ପ ଭକ୍ତି
କରି କରି ତୁମେମାନେ ଥକିଯାଇଛ । ମଧୁର ସନ୍ତାନମାନେ - ବାବା ତୁମମାନଙ୍କର ସମସ୍ତ କ୍ଲାନ୍ତି ଦୂର
କରିଦେବେ । ବର୍ତ୍ତମାନ ଭକ୍ତିର ଅନ୍ଧକାର ମାର୍ଗ ଶେଷ ହେବାକୁ ଯାଉଛି । କେଉଁଠି ଏହି ଦୁଃଖଧାମ,
କେଉଁଠି ସୁଖଧାମ । ମୁଁ ଦୁଃଖଧାମକୁ ସୁଖଧାମ କରିବା ପାଇଁ କଳ୍ପର ସଂଗମଯୁଗରେ ଆସୁଛି । ତୁମକୁ
ସମସ୍ତଙ୍କୁ ବାବାଙ୍କର ପରିଚୟ ହେବାକୁ ହେବ । ବାବା ବେହଦର ବର୍ସା ଦେଇଥା’ନ୍ତି, ତେଣୁ ସେହି
ଜଣଙ୍କର ହିଁ ବହୁତ ମହିମା ରହିଛି । ଶିବବାବା ନ ଥିଲେ ତୁମକୁ ପବିତ୍ର କିଏ କରିଥାନ୍ତେ ।
ଡ୍ରାମାରେ ଏସବୁ ନିଧାର୍ଯ୍ୟ ଅଛି । କଳ୍ପ କଳ୍ପ ତୁମେମାନେ ମୋତେ ଡାକିଆସିଛ, ହେ ପତିତପାବନ ଆସ ।
ଶିବଙ୍କର ଜୟନ୍ତୀ ମଧ୍ୟ ହେଉଛି । ମନୁଷ୍ୟମାନେ କହୁଛନ୍ତି ବ୍ରହ୍ମା ହିଁ ସ୍ୱର୍ଗର ସ୍ଥାପନା
କରିଛନ୍ତି, ତେବେ ଶିବ କ’ଣ କରିଛନ୍ତି ଯାହାଦ୍ୱାରା ତାଙ୍କର ଶିବଜୟନ୍ତୀ ପାଳନ କରୁଛନ୍ତି । କିଛି
ବି ଜାଣି ନାହାଁନ୍ତି । ତୁମ ବୁଦ୍ଧିରେ ଜ୍ଞାନ ଭଲ ଭାବରେ ଧାରଣ ହେବା ଦରକାର । ଯଦି ଜଣଙ୍କ ସହିତ
ଡୋର ବାନ୍ଧିଛ ତେବେ ଆଉ କାହା ସହିତ ବାନ୍ଧ ନାହିଁ । ନଚେତ୍ ତଳକୁ ଖସିପଡିବ । ପାରଲୌକିକ ପିତା
ଶିବବାବା ଅତି ସାଧାରଣ ଅଟନ୍ତି । ତାଙ୍କର କୌଣସି ଆଡମ୍ବର ନାହିଁ । ଲୌକିକ ପିତାମାନେ ତ ମଟର
ଗାଡିରେ, ଉଡାଜାହାଜ ଆଦିରେ ଯିବା-ଆସିବା କରିଥା’ନ୍ତି । ଏହି ବେହଦର ପିତା (ଶିବବାବା) କହୁଛନ୍ତି
ମୁଁ ପତିତ ଦୁନିଆ, ପତିତ ଶରୀରରେ ପିଲାମାନଙ୍କର ସେବା କରିବା ପାଇଁ ଆସିଛି । ତୁମେମାନେ ଦ୍ୱାପର
ଯୁଗରୁ ମୋତେ ଡାକି ଆସିଛ ଯେ, ହେ ଅବିନାଶୀ ବୈଦ୍ୟ ଆସ, ଏଠାକୁ ଆସି ଆମକୁ ଜ୍ଞାନର ଇଞ୍ଜେକ୍ସନ୍
ଦିଅ । ବର୍ତ୍ତମାନ ଇଞ୍ଜେକ୍ସନ୍ ଲଗାଯାଉଛି । ବାବା କହୁଛନ୍ତି ମୋ ସହିତ ଯୋଗ ଲଗାଅ, ତେବେ ତୁମର
ପାପ ସବୁ ଭସ୍ମ ହୋଇଯିବ । ବାବା ହିଁ ୬୩ ଜନ୍ମର ଦୁଃଖହର୍ତ୍ତା ଏବଂ ୨୧ ଜନ୍ମର ସୁଖକର୍ତ୍ତା
ଅଟନ୍ତି ।
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜର
ବୁଦ୍ଧିରୂପୀ ଆତ୍ମିକ ଡୋରକୁ ଏକମାତ୍ର ବାବାଙ୍କ ସହିତ ବାନ୍ଧିବାକୁ ହେବ । ଜଣଙ୍କର ହିଁ ଶ୍ରୀମତ
ଅନୁସାରେ ଚାଲିବାକୁ ହେବ ।
(୨) ଆମେମାନେ ମିଠାରୁ
ମିଠା ବୃକ୍ଷ ଅର୍ଥାତ୍ ଦୈବୀ ପରିବାରର କଲମୀ (ଚାରା) ଲଗାଉଛୁ, ସେଥିପାଇଁ ପ୍ରଥମେ ନିଜକୁ ହିଁ
ବହୁତ ବହୁତ ମିଠା କରିବାକୁ ହେବ । ଯୋଗର ଯାତ୍ରାରେ ତତ୍ପର ରହି ବିକର୍ମ ବିନାଶ କରିବାକୁ ହେବ ।
ବରଦାନ:-
ମନନ ଶକ୍ତି
ଦ୍ୱାରା ଜ୍ଞାନର ପ୍ରତ୍ୟେକ ପଏଣ୍ଟର ଅନୁଭବୀ ହେଉଥିବା ସଦାଶକ୍ତିଶାଳୀ ମାୟାପ୍ରୃଫ୍, ବିଘ୍ନ
ପ୍ରୃଫ ଅର୍ଥାତ୍ ବିଘ୍ନ ଠାରୁ ମୁକ୍ତ ଭବ ।
ଯେପରି ଶାରୀରିକ ଶକ୍ତି
ପାପ୍ତ କରିବା ପାଇଁ ପାଚନ ଶକ୍ତିର ବା ହଜମ କରିବାର ଶକ୍ତି ଆବଶ୍ୟକ ସେହିପରି ଆତ୍ମାକୁ ଶକ୍ତିଶାଳୀ
କରିବା ପାଇଁ ମନନ ଶକ୍ତି ଆବଶ୍ୟକ । ମନନ ଶକ୍ତି ଦ୍ୱାରା ଅନୁଭବ ସ୍ୱରୂପ ହୋଇଯିବା ହିଁ ସବୁଠାରୁ
ବଡରୁ ବଡ ଶକ୍ତି ଅଟେ । ଏହିଭଳି ଅନୁଭବୀ ଆତ୍ମାମାନେ କେବେହେଲେ ଧୋକା ଖାଇପାରିବେ ନାହିଁ ବା
ଶୁଣାଶୁଣି କଥାରେ ବିଚଳିତ ହୋଇପାରିବେ ନାହିଁ । ସେମାନେ ସର୍ବଦା ସମ୍ପନ୍ନ ସ୍ଥିତିରେ ରହିଥାଆନ୍ତି
ଏବଂ ସଦାକାଳ ପାଇଁ ଶକ୍ତିଶାଳୀ, ମାୟାପ୍ରୃଫ୍ ଏବଂ ବିଘ୍ନପ୍ରୃଫ ହୋଇଯାଆନ୍ତି ।
ସ୍ଲୋଗାନ:-
ଯଦି ଖୁସି ରୂପକ
ସମ୍ପତ୍ତି ସଦାସର୍ବଦା ସାଥୀରେ ରହିବ ତେବେ ଅନ୍ୟ ସବୁ ସମ୍ପତ୍ତି ଆପେ ଆପେ ଆସିଯିବ ।
ଅବ୍ୟକ୍ତ ଈଶାରା:- ଏକତା
ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ ।
ସଫଳତା ସମ୍ପନ୍ନ ହେବା
ପାଇଁ ହେଲେ ସାଧାରଣ କାର୍ଯ୍ୟ କରୁଥିଲେ ମଧ୍ୟ ଫରିସ୍ଥା ଭଳି ଚାଲିଚଳନ ଏବଂ ଫରିସ୍ତା ଭଳି ସ୍ଥିତି
ରହୁ । ଏଭଳି କୁହନାହିଁ ଯେ ମୁଁ କ’ଣ କରିବି କଥାଟା ସେହିଭଳି ଥିଲା, କାମଟା ସେହିଭଳି ଥିଲା,
ପରିସ୍ଥିତି ସେହିଭଳି ଥିଲା ବା ସମସ୍ୟା ହିଁ ସେହିଭଳି ଥିଲା, ସେଥିପାଇଁ ସାଧାରଣତା ଆସିଗଲା ।
ତେଣୁ ଯେ କୌଣସି ସମୟରେ ଯେ କୌଣସି ପରିସ୍ଥିତିରେ ତୁମର ଅଲୌକିକ ସ୍ୱରୂପ ପ୍ରତ୍ୟେକଙ୍କୁ ଅନୁଭବ
ହେଉ । ଯେଉଁଭଳି କଥା ହୋଇଥିବ ସେହିଭଳି ନିଜର ସ୍ୱରୂପ କର ନାହିଁ । କୌଣସି କଥା ତୁମକୁ ବଦଳାଇ ନ
ଦେଉ, ତେବେ ଯାଇ ସମସ୍ତଙ୍କର ନିକଟବର୍ତ୍ତୀ ହୋଇପାରିବ ଏବଂ ଏକତାର ସଂଗଠନ ମଜବୁତ ହେବ ।