24.03.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମମାନଙ୍କୁ ଗୃହସ୍ଥ ବ୍ୟବହାରରେ ରହି ପଦ୍ମଫୁଲ ଭଳି ପବିତ୍ର ରହିବାକୁ ପଡିବ, ଏକମାତ୍ର ବାବାଙ୍କ ମତରେ ହିଁ ଚାଲିବାକୁ ହେବ, କୌଣସି ପ୍ରକାରର ଅପସେବା କରିବାର ନାହିଁ ।”

ପ୍ରଶ୍ନ:-
କେଉଁ ପିଲାମାନଙ୍କୁ ମାୟା ଜୋର୍‌ରେ ପଞ୍ଝା ଅର୍ଥାତ୍ ଚାପୁଡା ମାରିଥାଏ? ସବୁଠାରୁ ବଡ ଲକ୍ଷ୍ୟ କ’ଣ?

ଉତ୍ତର:-
ଯେଉଁ ପିଲାମାନେ ଦେହ-ଅଭିମାନରେ ରହିଥା’ନ୍ତି ମାୟା ସେମାନଙ୍କୁ ଜୋରରେ ପଞ୍ଝା ମାରି ଦେଇଥାଏ, ଯାହାଦ୍ୱାରା ସେମାନେ ନାମ ରୂପରେ ଫସିଯାଇଥା’ନ୍ତି । ଦେହ-ଅଭିମାନ ଆସିବା ଅର୍ଥ ମାୟାର ଥାପଡ ଲାଗିବା, ଏହା ଦ୍ୱାରା ପଦ ମଧ୍ୟ ଭ୍ରଷ୍ଟ ହୋଇଯାଏ । ତେବେ ଦେହ-ଅଭିମାନକୁ ସମାପ୍ତ କରିବା ହିଁ ବହୁତ ଉଚ୍ଚ ଲକ୍ଷ୍ୟ ଅଟେ । ବାବା କହୁଛନ୍ତି ପିଲାମାନେ ଦେହୀ-ଅଭିମାନୀ ହୁଅ । ଯେପରି ବାବା ଆଜ୍ଞାଧୀନ ସେବକ ଅଟନ୍ତି, କେତେ ନିରଂହକାରୀ ଅଟନ୍ତି, ସେହିପରି ନିରହଂକାରୀ ହୁଅ, ତୁମ ଭିତରେ କୌଣସି ପ୍ରକାରର ଅହଂକାର ନ ରହୁ ।

ଗୀତ:-
ନ ୱହ ହମସେ ଜୁଦା ହୋଙ୍ଗେ....

ଓମ୍ ଶାନ୍ତି ।
ପିଲାମାନେ ଗୀତ ଶୁଣି କହୁଛନ୍ତି, ଆମେ ବାବାଙ୍କର ଥିଲୁ ଏବଂ ବାବା ଆମର ଥିଲେ, ଯେତେବେଳେ ଆମେ ବ୍ରହ୍ମଲୋକରେ ଥିଲୁ । ତୁମମାନଙ୍କୁ ଜ୍ଞାନ ତ ଭଲ ଭାବରେ ମିଳିଯାଇଛି । ତୁମେ ଜାଣିଛ ଯେ, ଆମେମାନେ ପୁରା ଚକ୍ର ଲଗାଇ ସାରିଛୁ । ଏବେ ପୁଣି ଆମେ ତାଙ୍କର ହୋଇଛୁ । ସିଏ କଳ୍ପ ପୂର୍ବଭଳି ପୁନର୍ବାର ରାଜଯୋଗର ଶିକ୍ଷା ଦେଇ ସ୍ୱର୍ଗର ମାଲିକ କରିବା ପାଇଁ ଆସିଛନ୍ତି । ବାବା କହୁଛନ୍ତି ହେ ସନ୍ତାନମାନେ, ତେବେ ତୁମେମାନେ ମୋର ସନ୍ତାନ ହୋଇ କ’ଣ ଏଠାରେ ଅର୍ଥାତ୍ ମଧୁବନରେ ବସିଯିବ କି? ନା । ତୁମେ ନିଜର ଗୃହସ୍ଥ ବ୍ୟବହାରରେ ରହି ପଦ୍ମଫୁଲ ଭଳି ପବିତ୍ର ରୁହ । ପଦ୍ମଫୁଲ ପାଣିରେ ଥିଲେ ମଧ୍ୟ ପାଣିଠାରୁ ଉପରେ ଥାଏ । ତା ଦେହରେ ପାଣି ମଧ୍ୟ ଲାଗେ ନାହିଁ । ବାବା କହୁଛନ୍ତି ତୁମମାନଙ୍କୁ ତ ନିଜ ଘରେ ହିଁ ରହିବାକୁ ହେବ କିନ୍ତୁ କେବଳ ପବିତ୍ର ରହିବାକୁ ହେବ । ଏହା ତୁମର ବହୁତ ଜନ୍ମର ଅନ୍ତିମ ଜନ୍ମ । ଯିଏବି ମନୁଷ୍ୟ ମାତ୍ର ଅଛନ୍ତି ସମସ୍ତଙ୍କୁ ପବିତ୍ର କରିବା ପାଇଁ ମୁଁ ଆସିଛି । ସମସ୍ତଙ୍କର ସଦ୍‌ଗତି ଦାତା ପତିତ-ପାବନ କେବଳ ଜଣେ ହିଁ ଅଟନ୍ତି । ତାଙ୍କ ବିନା ପବିତ୍ର ତ କେହି କରିପାରିବେ ନାହିଁ । ତୁମେମାନେ ଜାଣିଛ, ଅଧାକଳ୍ପରୁ ଆମେ ସିଢିରେ ତଳକୁ ଖସି ଖସି ଆସିଛୁ । ଏବେ ତୁମମାନଙ୍କୁ ୮୪ ଜନ୍ମ ପୁରା କରିବାକୁ ହେବ ଏବଂ ୮୪ ଜନ୍ମର ଚକ୍ରକୁ ଶେଷ କରି ଯେତେବେଳେ ପୁନର୍ବାର ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାକୁ ପ୍ରାପ୍ତ ହୋଇଯାଆନ୍ତି ସେତେବେଳେ ମୋତେ ଆସିବାକୁ ପଡିଥାଏ । ମଝିରେ ତ କେହି ପତିତରୁ ପାବନ କରିପାରିବେ ନାହିଁ । କେହି ନା ବାବାଙ୍କୁ ନା ତାଙ୍କର ରଚନାକୁ ଜାଣିଛନ୍ତି । ଡ୍ରାମା ଅନୁସାରେ ସମସ୍ତଙ୍କୁ କଳିଯୁଗରେ ପତିତ ତମୋପ୍ରଧାନ ହେବାକୁ ହିଁ ପଡିବ ଶେଷରେ ବାବା ଆସି ସମସ୍ତଙ୍କୁ ପବିତ୍ର କରି ଶାନ୍ତିଧାମକୁ ନେଇଯାଇଥା’ନ୍ତି, ଏବଂ ତୁମେମାନେ ବାବାଙ୍କଠାରୁ ସୁଖଧାମର ବର୍ସା ପ୍ରାପ୍ତ କରିଥାଅ । ସତ୍ୟଯୁଗରେ କୌଣସି ଦୁଃଖ ନଥାଏ । ଏବେ ତୁମେମାନେ ବଞ୍ଚି ଥାଉଁ ଥାଉଁ ବାବାଙ୍କର ହୋଇଯାଇଛ । ବାବା କହୁଛନ୍ତି ତୁମକୁ ଗୃହସ୍ଥ ବ୍ୟବହାରରେ ରହିବାକୁ ହେବ । ବାବା କ’ଣ କେବେ କାହାକୁ ଘରଦ୍ୱାର ଛାଡି ଦେବାକୁ କହିଛନ୍ତି କି! ନା । ତୁମେ ଈଶ୍ୱରୀୟ ସେବା କରିବା ପାଇଁ ଆପେ ଆପେ ଘର ଛାଡିଛ । ଅନେକ ପିଲା ଅଛନ୍ତି ଯେଉଁମାନେ ଘର ଗୃହସ୍ଥରେ ରହି ମଧ୍ୟ ଈଶ୍ୱରୀୟ ସେବା କରୁଛନ୍ତି । କାହାକୁ ବି ଘର ଗୃହସ୍ଥ ଛଡାଇ ଦିଆଯାଏ ନାହିଁ । ବାବା କାହାକୁ ବି ଘର ଛଡେଇ ନଥା’ନ୍ତି । ତୁମେମାନେ ଆପେ ଆପେ ସେବା କରିବା ପାଇଁ ବାହାରି ଆସିଛ । ବାବା କାହାକୁ ଛଡାଇ ନାହାଁନ୍ତି । ତୁମର ଲୌକିକ ପିତା ବିବାହ କରିବା ପାଇଁ କହୁଛନ୍ତି, କିନ୍ତୁ ତୁମେ କରୁନାହଁ କାରଣ ତୁମେ ଜାଣିଛ ଯେ, ବର୍ତ୍ତମାନ ଏହା ମୃତ୍ୟୁଲୋକର ଶେଷ ସମୟ । ଯଦି ବିବାହ କରିବୁ ତେବେ ଆମେ ପବିତ୍ର କିପରି ହେବୁ । ତା’ ଅପେକ୍ଷା ଆମେ ଭାରତକୁ ସ୍ୱର୍ଗରେ ପରିଣତ କରିବାର ସେବାରେ କାହିଁକି ଲାଗି ନ ଯିବୁ । ପିଲାମାନେ ଚାହୁଁଛନ୍ତି ଯେ, ରାମରାଜ୍ୟ ଆସୁ । ଡାକୁଛନ୍ତି ନା - ହେ ପତିତ-ପାବନ ସୀତାରାମ । ହେ ରାମ ଏଠାକୁ ଆସି ଭାରତକୁ ସ୍ୱର୍ଗରେ ପରିଣତ କର । ଏ କଥା କହୁଛନ୍ତି କିନ୍ତୁ କିଛି ବି ବୁଝି ନାହାଁନ୍ତି । ସନ୍ନ୍ୟାସୀମାନେ କହୁଛନ୍ତି ବର୍ତ୍ତମାନର ସୁଖ କାକ ବିଷ୍ଠା ସମାନ । ତେବେ ତାହା ତ ବାସ୍ତବ କଥା । ଏଠାରେ ସୁଖ ତ ଆଦୌ ନାହିଁ । କେବଳ କହି ଚାଲିଛନ୍ତି କିନ୍ତୁ କାହାରି ବୁଦ୍ଧିରେ ନାହିଁ । ବାବା କ’ଣ ଦୁଃଖ ଦେବା ପାଇଁ ଏହି ସୃଷ୍ଟିକୁ ରଚନା କରୁଛନ୍ତି କି! ବାବା କହୁଛନ୍ତି କ’ଣ ତୁମେ ଭୁଲିଗଲଣି - ସ୍ୱର୍ଗରେ ଦୁଃଖର ନାମ-ଗନ୍ଧ ନ ଥାଏ । ସେଠାରେ କଂସ ଆଦି କୁଆଡୁ ଆସିବେ ।

ଏବେ ବେହଦର ବାବା ଯାହା ଶୁଣାଉଛନ୍ତି ତାଙ୍କ ମତ ଅନୁସାରେ ଚାଲିବାକୁ ହେବ । କେହି ତ ନିଜ ମତରେ ଚାଲି ନିଜର ସତ୍ୟାନାଶ କରିଦେଇଥା’ନ୍ତି । ଆଶ୍ଚର୍ଯ୍ୟ ହୋଇ ଶୁଣନ୍ତି, କୁହନ୍ତି, ଭାଗନ୍ତି ଅଥବା ବିଶ୍ୱାସଘାତକ ହୋଇଯା’ନ୍ତି । ସେମାନେ ପୁଣି କେତେ ଅପସେବା କରିଥା’ନ୍ତି । ତେବେ ସେମାନଙ୍କର ଅବସ୍ଥା କ’ଣ ହେବ? ସେମାନେ ନିଜର ଜୀବନକୁ ହୀରା ଭଳି ଗଢିବା ପରିବର୍ତ୍ତେ କଉଡି ଭଳି କରିଦିଅନ୍ତି । ଶେଷ ସମୟରେ ତୁମକୁ ନିଜର ସବୁକିଛି ସାକ୍ଷାତ୍‌କାର ହେବ । ଏହିଭଳି ଚଳଣି କାରଣରୁ ଏହି ପଦ ପାଇଲି । ଏଠାରେ ତ ତୁମକୁ କୌଣସି ପାପ କର୍ମ କରିବାର ନାହିଁ କାରଣ ତୁମେ ପୁଣ୍ୟ ଆତ୍ମା ହେବାକୁ ଯାଉଛ । ଯଦି ପାପ କର୍ମ କରିବ ତେବେ ଶହେ ଗୁଣା ଦଣ୍ଡ ମିଳିବ । ଯଦିଓ ସ୍ୱର୍ଗରେ ଆସିବ କିନ୍ତୁ ବିଲ୍‌କୁଲ୍ କମ୍ ପଦ ପାଇବ । ଏଠାକୁ ତୁମେମାନେ ରାଜଯୋଗର ଶିକ୍ଷା ଗ୍ରହଣ କରିବା ପାଇଁ ଆସିଛ କିନ୍ତୁ କେହି ତ ପ୍ରଜା ମଧ୍ୟ ହୋଇଯାଉଛନ୍ତି । ପଦରେ ବହୁତ ପାର୍ଥକ୍ୟ ରହିଛି ନା । ଏକଥା ମଧ୍ୟ ବାବା ବୁଝାଇଛନ୍ତି - ଯଦି ଯଜ୍ଞରେ କିଛି ଦେଲା ପରେ ପୁନର୍ବାର ଫେରସ୍ତ ନେଇଥା’ନ୍ତି ସେମାନଙ୍କୁ ଚଣ୍ଡାଳ ଜନ୍ମ ମିଳିଥାଏ । କେହି କେହି ପିଲା ପୁଣି ଏଭଳି ଚଳଣି ଚାଲିଥା’ନ୍ତି ଯାହାଦ୍ୱାରା ତାଙ୍କର ପଦ କମ୍ ହୋଇଯାଏ ।

ବାବା ବୁଝାଉଛନ୍ତି, ଏହିଭଳି କିଛି ବି କର୍ମ କର ନାହିଁ ଯାହାଦ୍ୱାରା ରାଜାରାଣୀ ହେବା ପରିବର୍ତ୍ତେ ପ୍ରଜାରେ ମଧ୍ୟ କମ ପଦ ମିଳିବ । ଯଜ୍ଞରେ ସମର୍ପିତ ହେବା ପରେ ପୁଣି ଯଦି କେହି ପଳାଇଯା’ନ୍ତି ତେବେ ସେମାନେ କି ପଦ ପାଇବେ । ଏକଥା ମଧ୍ୟ ବାବା ବୁଝାଉଛନ୍ତି - ପିଲାମାନେ, କୌଣସି ବିକର୍ମ କର ନାହିଁ, ନଚେତ୍ ଶହେଗୁଣା ଦଣ୍ଡ ମିଳିବ । ତେବେ ତୁମେମାନେ ନିଜର ଅନିଷ୍ଟ କାହିଁକି କରିବ । ଯେଉଁମାନେ ଏଠାରେ ରହି ସେବା କରୁଛନ୍ତି ସେମାନଙ୍କଠାରୁ ମଧ୍ୟ ଗୃହସ୍ଥରେ ରହି ସେବା କରୁଥିବା ଭାଇଭଉଣୀମାନେ ବହୁତ ଉଚ୍ଚ ପଦ ପାଇଥା’ନ୍ତି । ଏମିତି ବି ବହୁତ ଗରିବ ମଧ୍ୟ ଅଛନ୍ତି, ଆଠଅଣା ବା ଗୋଟିଏ ଟଙ୍କା ପଠାଇ ଦେଉଛନ୍ତି, ଆଉ କେହି ହଜାରେ ଟଙ୍କା ଦେଲେ ମଧ୍ୟ ଗରିବର ଉଚ୍ଚ ପଦ ହୋଇଯାଉଛି କାରଣ ସେମାନେ ପାପ କର୍ମ କରି ନ ଥା’ନ୍ତି । ପାପ କର୍ମ କରିବା ଦ୍ୱାରା ଶହେଗୁଣା ଦଣ୍ଡ ଜମା ହୋଇଯିବ । ତୁମକୁ ତ ପୁଣ୍ୟ ଆତ୍ମା ହୋଇ ସମସ୍ତଙ୍କୁ ସୁଖ ଦେବାର ଅଛି । ଯଦି କାହାକୁ ଦୁଃଖ ଦେଲ ତେବେ ଶେଷ ସମୟରେ ଅଦାଲତ ବସିବ ଅର୍ଥାତ୍ ବିଚାର ହେବ, ସାକ୍ଷାତ୍‌କାର ମଧ୍ୟ ହେବ ଯେ, ତୁମେ ଏହି ଏହି କର୍ମ ସବୁ କରିଛ, ଏବେ ଦଣ୍ଡ ଭୋଗ କର । ପୁଣି ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । କେହି କେହି ତ ସବୁକିଛି ଶୁଣି ମଧ୍ୟ ଓଲଟା କର୍ମ କରି ଚାଲିଛନ୍ତି । ବାବା କହୁଛନ୍ତି - ସମସ୍ତେ ମିଳିମିଶି ରୁହ । ଯଦି ଲୁଣ ପାଣି ଅର୍ଥାତ୍ ପରସ୍ପର ସହିତ ସମ୍ପର୍କ ଖରାପ କରୁଛ ତେବେ ବହୁତ ଅପସେବା କରିଦେଉଛ । ଯଦି କାହାର ନାମ ରୂପର ଆକର୍ଷଣରେ ଆକର୍ଷିତ ହେଉଛନ୍ତି ତେବେ ମଧ୍ୟ ବହୁତ ପାପ ହୋଇଯାଉଛି । ମାୟା ଯେପରି ଗୋଟିଏ ମୂଷା, ଯିଏକି ଫୁଙ୍କି ଦେଇ କାମୁଡି ଦିଏ, ଯାହାଦ୍ୱାରା ରକ୍ତ ବାହାରିଥାଏ କିନ୍ତୁ କିଛି ଜଣାପଡେ ନାହିଁ । ସେହିପରି ମାୟା ମଧ୍ୟ ବ୍ଲଡ ବାହାର କରିଦେଉଛି ଅର୍ଥାତ୍ ଏଭଳି ପାପ କର୍ମ କରାଇ ଦେଉଛି ଯାହାକି ଜଣାପଡୁ ନାହିଁ । ୫ ବିକାର ଏକଦମ ମୁହଁକୁ ବୁଲେଇ ଦେଉଛି । ବାବା ସତର୍କ ତ କରାଇବେ ନା, ଏଭଳି ନୁହେଁ, ଅଦାଲତରେ କହିବ ଯେ ଆମକୁ କ’ଣ କେହି ସାବଧାନ କରିଥିଲେ! ତୁମେମାନେ ଜାଣିଛ ଆମକୁ ଈଶ୍ୱର ପାଠ ପଢ଼ାଉଛନ୍ତି । ସିଏ ନିଜେ କେତେ ନିରହଂକାରୀ । କହୁଛନ୍ତି, ମୁଁ ତୁମର ଆଜ୍ଞାକାରୀ ସେବକ । କେତେ କେତେ ପିଲାମାନଙ୍କ ଭିତରେ କେତେ ଅହଂକାର ରହିଥାଏ । ବାବାଙ୍କର ହୋଇ ସାରିବା ପରେ ମଧ୍ୟ ଏଭଳି ଏଭଳି କର୍ମ କରିଥା’ନ୍ତି, ସେ କଥା ନ କହିବା ଭଲ । ତାହା ଅପେକ୍ଷା ତ ଯେଉଁମାନେ ବାହାରେ ଗୃହସ୍ଥ ବ୍ୟବହାରେ ରହୁଛନ୍ତି ସେମାନେ ପୁରୁଷାର୍ଥ କରି ବହୁତ ଆଗକୁ ବଢିଯାଉଛନ୍ତି । ଦେହ-ଅଭିମାନ ଆସିବା ମାତ୍ରେ ମାୟା ଜୋର୍‌ରେ ପଞ୍ଝା ମାରି ଦେଇଥାଏ । ଏହି ଦେହ-ଅଭିମାନକୁ ଦୂର କରିବା ହିଁ ତୁମର ବଡ଼ ଲକ୍ଷ୍ୟ ଅଟେ । ଦେହ-ଅଭିମାନ ଆସିଲା ଅର୍ଥାତ୍ ମାୟାର ଥାପଡ ଲାଗିଲା । ତେବେ ଆମେ ଦେହ-ଅଭିମାନରେ କାହିଁକି ଆସିବା, ଯାହାଦ୍ୱାରା ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ଏଭଳି ନହେଉ ସେଠାରେ ଯାଇ ଝାଡୁ ଲଗାଇବାକୁ ପଡିବ । ଏବେ ଯଦି ବାବାଙ୍କୁ କେହି ପଚାରିବେ ତେବେ ବାବା ମଧ୍ୟ କହିପାରିବେ । ନିଜେ ମଧ୍ୟ ବୁଝିପାରିବେ ଯେ, ମୁଁ କେତେ ସେବା କରୁଛି । ମୁଁ କେତେ ଜଣଙ୍କୁ ସୁଖ ଦେଇଛି । ବାବା, ମମ୍ମା ତ ସମସ୍ତଙ୍କୁ ସୁଖ ଦେଉଛନ୍ତି । ତେବେ ସମସ୍ତେ କେତେ ଖୁସି ହେଉଛନ୍ତି । ବାବା ବମ୍ବେରେ କେତେ ଜ୍ଞାନର ନୃତ୍ୟ କରୁଥିଲେ, କାରଣ ଚାତକ ଅର୍ଥାତ୍ ଜ୍ଞାନ ଶୁଣିବାକୁ ଆଗ୍ରହୀ ବହୁତ ଥିଲେ ନା । ବାବା କହୁଛନ୍ତି ଯେ, ଯେଉଁମାନେ ବହୁତ ଚାତ୍ରକ, ସେମାନଙ୍କ ସମ୍ମୁଖରେ ଜ୍ଞାନର ନୃତ୍ୟ କରିବା ଦ୍ୱାରା ବହୁତ ଭଲ ଭଲ ପଏଣ୍ଟସ୍ ବାହାରିଥାଏ । ଯାହାକୁ ଚାତକ ଆତ୍ମାମାନେ ଗ୍ରହଣ କରିଥା’ନ୍ତି । ତୁମକୁ ମଧ୍ୟ ଏହିଭଳି ହେବାକୁ ପଡିବ ତେବେ ଯାଇ ତ ଅନ୍ୟମାନେ ତୁମକୁ ଅନୁକରଣ କରିବେ । ତେଣୁ ତୁମମାନଙ୍କୁ ଶ୍ରୀମତ ଉପରେ ଚାଲିବାକୁ ପଡିବ । ନିଜ ମତରେ ଚାଲି ବଦନାମ କରିବା ଦ୍ୱାରା ବହୁତ ଅନିଷ୍ଟ ହୋଇଯାଇଥାଏ । ଏବେ ବାବା ତୁମକୁ ବୁଦ୍ଧିମାନ କରୁଛନ୍ତି । ଭାରତ ଦିନେ ସ୍ୱର୍ଗ ଥିଲା ତେବେ ଏଭଳି କ’ଣ କେହି ଭାବୁଛନ୍ତି । ଏକଥା ମଧ୍ୟ କହୁଛନ୍ତି ଯେ, ଭାରତ ଭଳି ପବିତ୍ର ଦେଶ କେହି ନାହିଁ । କିନ୍ତୁ କିଛି ବି ବୁଝୁନାହାଁନ୍ତି, ଆମେ ଭାରତବାସୀ ହିଁ ସ୍ୱର୍ଗବାସୀ ଥିଲେ, ସେଠାରେ ଅସରନ୍ତି ସୁଖ ଥିଲା । ଗୁରୁନାନକ ମଧ୍ୟ ଭଗବାନଙ୍କର ମହିମା ଗାନ କରି କହିଛନ୍ତି ଯେ, ସିଏ ଆସି ଆତ୍ମା ରୂପୀ ମଇଳା କପଡାକୁ ସଫା କରିଥିଲେ । ଯାହାଙ୍କର ମହିମା ମଧ୍ୟ ରହିଛି ଏକ ଓଁକାର....କିନ୍ତୁ ଶିବଲିଙ୍ଗ ବଦଳରେ ଅକାଳ ତଖତ ନାମ ରଖି ଦେଇଛନ୍ତି । ଏବେ ବାବା ତୁମକୁ ସାରା ସୃଷ୍ଟିର ରହସ୍ୟକୁ ବୁଝାଉଛନ୍ତି - ପିଲାମାନେ ଗୋଟିଏ ହେଲେ ପାପ କରନାହିଁ ନଚେତ ୧୦୦ ଗୁଣା ଦଣ୍ଡ ହୋଇଯିବ । ମୋର ନିନ୍ଦା କରାଇଲେ ତୁମର ପଦ ଭ୍ରଷ୍ଟ ହୋଇଯିବ । ତେଣୁ ବହୁତ ସାବଧାନତା ପୂର୍ବକ ଚାଲିବାକୁ ହେବ । ନିଜର ଜୀବନକୁ ହୀରା ତୁଲ୍ୟ କର ନଚେତ ବହୁତ ପଶ୍ଚାତାପ କରିବାକୁ ପଡିବ । ଯଦି କିଛି ଓଲଟା କର୍ମ କରିଥିବ ତେବେ ତାହା ଭିତରେ ଭିତରେ ମନକୁ ଘାରିବ । କ’ଣ କଳ୍ପ କଳ୍ପ ମୁଁ ପୁଣି ଏହିଭଳି କର୍ମ କରିବି ଯାହାଦ୍ୱାରା ନୀଚ ପଦ ପାଇବି । ବାବା କହୁଛନ୍ତି, ଯଦି ମାତାପିତାଙ୍କୁ ଅନୁକରଣ କରିବାକୁ ଚାହୁଁଛ ତେବେ ସତ୍ୟତାର ସହିତ ସେବା କରିବାକୁ ହେବ । ମାୟା ତ କେଉଁଠି ନା କେଉଁଠି ପଶି ଆସିବ । ସେଣ୍ଟରର ମୁଖ୍ୟମାନଙ୍କୁ ତ ବିଲ୍‌କୁଲ୍ ନିରହଂକାରୀ ହୋଇ ରହିବା ଦରକାର । ଦେଖ ବାବା କେତେ ନିରହଂକାରୀ । କେତେକ ପିଲା ତ ଅନ୍ୟମାନଙ୍କଠାରୁ ସେବା ନେଉଛନ୍ତି । ବାବା କେତେ ନିରହଂକାରୀ, ସିଏ କେବେ ବି କାହା ଉପରେ କ୍ରୋଧ କରନ୍ତି ନାହିଁ । କୌଣସି ପିଲା ଯଦି ଅବଜ୍ଞାକାରୀ ହୋଇଥାଏ, ତେବେ ବାବା ତ ବୁଝାଇବେ ନା ।

ତୁମେ କ’ଣ କରୁଛ, ସେକଥା ବାବା ଜାଣିଛନ୍ତି । ସବୁ ପିଲା ତ ଏକାଭଳି ସୁପୁତ୍ର ହୋଇ ନ ଥାନ୍ତି, କୁପୁତ୍ର ମଧ୍ୟ ଥା’ନ୍ତି । ବାବା ଜଣାଇ ଦେଉଛନ୍ତି ଯେ, ସନ୍ତାନ ତ ଅନେକ ଅଛନ୍ତି । ଏମାନେ ବୃଦ୍ଧି ହୋଇ ହଜାର ହଜାର ସଂଖ୍ୟାରେ ହୋଇଯିବେ । ତେବେ ବାବା ପିଲାମାନଙ୍କୁ ସତର୍କ କରାଇ ଦେଉଛନ୍ତି ଯେ, କୌଣସି ଭୁଲ କର୍ମ କର ନାହିଁ । ତୁମେମାନେ ଏଠାକୁ ପତିତରୁ ପାବନ ହେବା ପାଇଁ ଆସିଛ, ତେଣୁ କୌଣସି ପତିତ କର୍ମ କର ନାହିଁ । ନା ନାମ ରୂପରେ ଆକର୍ଷିତ ହେବାର ଅଛି ନା ଦେହ ଅଭିମାନରେ ଆସିବାର ଅଛି । ଦେହୀ-ଅଭିମାନୀ ହୋଇ ବାବାଙ୍କୁ ସ୍ମରଣ କରିଚାଲ । ଶ୍ରୀମତରେ ସର୍ବଦା ଚାଲୁଥାଅ । ମାୟା ବଡ଼ ଶକ୍ତିଶାଳୀ, ତେଣୁ ବାବା ସବୁକିଛି ବୁଝାଇ ଦେଉଛନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବାଙ୍କ ସମାନ ନିରହଂକାରୀ ହେବାର ଅଛି । କାହାଠାରୁ ସେବା ନେବାର ନାହିଁ ଏବଂ କାହାକୁ ଦୁଃଖ ଦେବାର ନାହିଁ । ଏଭଳି କୌଣସି ପାପ କର୍ମ ମଧ୍ୟ ନ ହେଉ ଯାହାର ଦଣ୍ଡ ଭୋଗ କରିବାକୁ ପଡିବ । ତେଣୁ ପରସ୍ପର ମଧ୍ୟରେ କ୍ଷୀରଖଣ୍ଡ ହୋଇ ରହିବାକୁ ହେବ ।

(୨) ଏକମାତ୍ର ବାବାଙ୍କର ଶ୍ରୀମତରେ ଚାଲିବାକୁ ହେବ, ନିଜ ମତରେ ନୁହେଁ ।

ବରଦାନ:-
ଗୋଟିଏ ସେକେଣ୍ଡ ଭିତରେ ଦେହ ରୂପକ ବସ୍ତ୍ରଠାରୁ ଅଲଗା ହୋଇ କର୍ମଭୋଗ ଉପରେ ବିଜୟ ପ୍ରାପ୍ତ କରୁଥିବା ସର୍ବଶକ୍ତି ସମ୍ପନ୍ନ ଭବ ।

ଯେତେବେଳେ କର୍ମଭୋଗ ଜୋରରେ ଆସିଥାଏ, କର୍ମେନ୍ଦ୍ରିୟଗୁଡିକ କର୍ମଭୋଗର ବଶୀଭୂତ ହୋଇ ନିଜ ଆଡକୁ ଆକର୍ଷିତ କରିଥାଆନ୍ତି ଅର୍ଥାତ୍ ଯେଉଁ ସମୟରେ ବହୁତ ଯନ୍ତ୍ରଣା ହେଉଥାଏ, ଏହିଭଳି ସମୟରେ କର୍ମଭୋଗକୁ କର୍ମଯୋଗରେ ପରିବର୍ତ୍ତନ କରୁଥିବା, ସାକ୍ଷୀ ହୋଇ କର୍ମେନ୍ଦ୍ରିୟ ମାନଙ୍କ ଦ୍ୱାରା ଭୋଗ କରାଇବାବାଲା ଆତ୍ମାମାନେ ହିଁ ସର୍ବଶକ୍ତି ସମ୍ପନ୍ନ ଅଷ୍ଟରତ୍ନ ବିଜୟୀ ବୋଲାଇଥାଆନ୍ତି । ଏଥିପାଇଁ ବହୁ ସମୟର ଦେହରୂପୀ ବସ୍ତ୍ରଠାରୁ ଅଲଗା ହେବାର ଅଭ୍ୟାସ ରହିବା ଦରକାର । ଏହି ବସ୍ତ୍ର ଦୁନିଆର ବା ମାୟାର ଆକର୍ଷଣରେ ଟାଇଟ୍ ଅର୍ଥାତ୍ ଚିପି ହୋଇ ରହି ନ ଥିବ, ତେବେ ଯାଇ ସହଜରେ ଅଲଗା ହୋଇପାରିବ ।

ସ୍ଲୋଗାନ:-
ସମସ୍ତଙ୍କଠାରୁ ସମ୍ମାନ ପ୍ରାପ୍ତ କରିବା ପାଇଁ ନିର୍ମାଣଚିତ୍ତ ହୁଅ - ନିର୍ମାଣତା ମହାନତାର ଲକ୍ଷଣ ଅଟେ ।

ଅବ୍ୟକ୍ତ ଈଶାରା:- ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ ।

ସାକାରରେ ଯଦି କେହି ନିମିତ୍ତ ଶ୍ରେଷ୍ଠ ଆତ୍ମା ତୁମ ସାଥୀରେ ଅଛନ୍ତି ତେବେ କୌଣସି କଥା ବି ତାଙ୍କଠାରୁ ପ୍ରଥମେ ଯାଞ୍ଚ କରାଇ ତା’ପରେ କଲେ ନିଶ୍ଚୟ ବୁଦ୍ଧି ହୋଇ ରହିପାରିବ । ନିର୍ଭୟତା ଏବଂ ନିଶ୍ଚୟ ଦୁଇଟି ଯାକ ଗୁଣକୁ ସାମନାରେ ରଖି କରିବ । ତେବେ ଯେଉଁଠି ସର୍ବଦା ନିଶ୍ଚୟ ଏବଂ ନିର୍ଭୟତା ରହିଥିବ ସେଠାରେ ସର୍ବଦା ଶ୍ରେଷ୍ଠ ସଂକଳ୍ପର ବିଜୟ ସୁନିଶ୍ଚିତ ଅଟେ । ତେଣୁ ଯାହା ବି ସଂକଳ୍ପ କରୁଛ, ଯଦି ସର୍ବଦା ନିରାକାର ଏବଂ ସାକାର ବାବା ସୀଥୀରେ ଥିବେ ବା ସମ୍ମୁଖରେ ଥିବେ ତେବେ ଯାଞ୍ଚ କରାଇବା ପରେ ନିଶ୍ଚୟ ଏବଂ ନିର୍ଭୟତାର ସହିତ କର । ଏହାଦ୍ୱାରା ସମୟ ମଧ୍ୟ ବ୍ୟର୍ଥରେ ନଷ୍ଟ ହେବ ନାହିଁ ।

ମାତେଶ୍ୱରୀଙ୍କର ଅମୂଲ୍ୟ ମହାବାକ୍ୟ:

(୧) “ଈଶ୍ୱର ସର୍ବବ୍ୟାପୀ ନୁହଁନ୍ତି, ଏହାର ପ୍ରମାଣ କ’ଣ?”

ସର୍ବ ଶାସ୍ତ୍ର ଶିରୋମଣୀ ଗୀତାରେ ଭଗବାନୁବାଚ ଶବ୍ଦ ରହିଛି । ପରମାତ୍ମାଙ୍କର ମହାବାକ୍ୟ ହେଲା - ଯେଉଁଠି ବିଜୟ ସେଇଠି ମୁଁ ଅଛି । ସମସ୍ତ ପାହାଡ ଭିତରେ ଯେଉଁ ହିମାଳୟ ପାହାଡ ଅଛି ସେଠାରେ ମୁଁ ନିବାସ କରୁଛି, ସାପମାନଙ୍କ ଭିତରେ ଯେଉଁ କାଳୀ ନାଗ ଅଛି ତା’ ଭିତରେ ମୁଁ ଅଛି । ସେଥିପାଇଁ ସବୁ ପର୍ବତ ଭିତରୁ ଉଚ୍ଚ ହେଲା କୈଳାସ ପର୍ବତ ବୋଲି କହନ୍ତି ଏବଂ ସାପ ଭିତରେ କାଳୀ ନାଗ, ତେବେ ଏଥିରୁ ପ୍ରମାଣିତ ହେଉଛି ଯେ, ପରମାତ୍ମା ସବୁ ସାପ ଭିତରେ ବାସ କରନ୍ତି ନାହିଁ । ଯଦି ପରମାତ୍ମା ସବୁଠାରୁ ଉଚ୍ଚ କୈଳାସ ପର୍ବତରେ ରହୁଛନ୍ତି ତେବେ ଛୋଟ ଛୋଟ ପାହାଡରେ ନାହାଁନ୍ତି । ପୁଣି କହୁଛନ୍ତି ଯେଉଁଠି ବିଜୟ ସେଇଠି ମୁଁ ଅର୍ଥାତ୍ ପରମାତ୍ମା ହାରିବା ପକ୍ଷରେ ନ ଥା’ନ୍ତି । ଏହି କଥାରୁ ମଧ୍ୟ ପ୍ରମାଣିତ ହେଉଛି ଯେ, ପରମାତ୍ମା ସର୍ବବ୍ୟାପୀ ନୁହଁନ୍ତି । ଗୋଟିଏ ପାର୍ଶ୍ଵରେ ଏକଥା କହୁଛନ୍ତି, ପୁଣି ଅନ୍ୟ ପାର୍ଶ୍ଵରେ କହୁଛନ୍ତି ପରମାତ୍ମା ଅନେକ ରୂପ ଧାରଣ କରି ଏଠାକୁ ଆସନ୍ତି । ଉଦାହରଣ ସ୍ୱରୂପ - ୨୪ ଅବତାର, କଇଁଛ, ମତ୍ସ୍ୟ ଆଦି ସବୁ ପରମାତ୍ମାଙ୍କର ଅବତାର । ତେଣୁ ଏସବୁ ହେଲା ମିଥ୍ୟା ଜ୍ଞାନ । ମନୁଷ୍ୟ ପରମାତ୍ମାଙ୍କୁ ସର୍ବବ୍ୟାପୀ ବୋଲି ଭାବୁଛନ୍ତି କିନ୍ତୁ ଏହି କଳିଯୁଗରେ ବାସ୍ତବରେ ମାୟା ସର୍ବବ୍ୟାପୀ ଅଟେ । ତେବେ ପରମାତ୍ମା ସମସ୍ତଙ୍କ ଭିତରେ କିପରି ରହି ପାରିବେ । ଗୀତାରେ ମଧ୍ୟ କୁହାଯାଉଛି ଯେ, ମୁଁ ମାୟା ମଧ୍ୟରେ ବ୍ୟାପକ ନୁହେଁ, ଏହା ଦ୍ୱାରା ପ୍ରମାଣିତ ହେଉଛି ଯେ ପରମାତ୍ମା ସବୁଆଡେ ନାହାଁନ୍ତି ।

(୨) ନିରାକାରୀ ଦୁନିଆ - ଆତ୍ମା ଏବଂ ପରମାତ୍ମାଙ୍କର ରହିବାର ସ୍ଥାନ - ଏ କଥା ତ ଆମେ ସମସ୍ତେ ଜାଣିଛେ, ନିରାକାରୀ ଦୁନିଆର ଅର୍ଥ ଏହା ନୁହେଁ ଯେ, ତା’ର କୌଣସି ଆକାର ନାହିଁ କିନ୍ତୁ ଯେହେତୁ ଆମେମାନେ ନିରାକାରୀ ଦୁନିଆ ବୋଲି କହୁଛନ୍ତି, ତେବେ ନିଶ୍ଚିତ ଭାବରେ ଏପରି କୌଣସି ଦୁନିଆ ଅଛି । କିନ୍ତୁ ଏହି ସ୍ଥୂଳ ଦୁନିଆ ସଦୃଶତାର ସ୍ଥୂଳ ଆକାର ନାହିଁ । ସେହିପରି ପରମାତ୍ମା ମଧ୍ୟ ନିରାକାର କିନ୍ତୁ ତାଙ୍କର ମଧ୍ୟ ସୂକ୍ଷ୍ମ ରୂପ ନିଶ୍ଚିତ ଅଛି । ତେଣୁ ଆତ୍ମା ଏବଂ ପରମାତ୍ମାଙ୍କର ନିବାସ ସ୍ଥାନ ସେହି ପରମଧାମ ନିରାକାରୀ ଦୁନିଆ ଅଟେ । ଯେହେତୁ ଦୁନିଆ ଶବ୍ଦ କୁହାଯାଉଛି, ତେବେ ଏଥିରୁ ପ୍ରମାଣିତ ହେଉଛି ଯେ, ତାହା ଏକ ଦୁନିଆ ଅଟେ ଯେଉଁଠାରେ ଆତ୍ମାମାନେ ନିବାସ କରିଥା’ନ୍ତି ଏବଂ ପରମାତ୍ମା ମଧ୍ୟ ସେହିଠାରେ ହିଁ ରୁହନ୍ତି, ସେଥିପାଇଁ ତାକୁ ଦୁନିଆ ବୋଲି କୁହାଯାଉଛି । ଦୁନିଆର ମନୁଷ୍ୟମାନେ ଭାବୁଛନ୍ତି, ପରମାତ୍ମାଙ୍କର ରୂପ ଅଖଣ୍ଡ ଜ୍ୟୋତି ତତ୍ତ୍ୱ ଅଟେ । କିନ୍ତୁ ବାସ୍ତବରେ ତାହା ହେଲା ପରମାତ୍ମାଙ୍କର ରହିବାର ସ୍ଥାନ, ଯାହାକୁ ବାନପ୍ରସ୍ଥ ଦୁନିଆ ବା ନିର୍ବାଣଧାମ ବୋଲି କୁହାଯାଉଛି । ତେଣୁ ପରମାତ୍ମାଙ୍କର ରହିବାର ସ୍ଥାନକୁ ପରମାତ୍ମା ବୋଲି କୁହାଯାଇପାରିବ ନାହିଁ । ଦ୍ୱିତୀୟରେ ହେଲା - ଆକାରୀ ଦୁନିଆ, ଯେଉଁଠାରେ ବ୍ରହ୍ମା, ବିଷ୍ଣୁ ଏବଂ ଶଙ୍କର ନିଜର ସୂକ୍ଷ୍ମ ରୂପ ଧାରଣ କରି ନିବାସ କରୁଛନ୍ତି । ଏହା ହେଲା ସାକାରୀ ଦୁନିଆ, ଯାହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି - ଗୋଟିଏ ହେଲା ନିର୍ବିକାରୀ ଦୁନିଆ ବା ସ୍ୱର୍ଗ ଦୁନିଆ, ଯେଉଁଠାରେ ସର୍ବଦା ସୁଖ, ପବିତ୍ରତା ଏବଂ ଶାନ୍ତି ରହିଥାଏ । ଅନ୍ୟଟି ହେଲା - ବିକାରୀ କଳିଯୁଗୀ ଦୁନିଆ, ଯେଉଁଠାରେ ଦୁଃଖ ଏବଂ ଅଶାନ୍ତି ରହିଛି । ତେବେ ଦୁଇଟି ଦୁନିଆ ବୋଲି କାହିଁକି କୁହାଯାଉଛି? କାରଣ ମନୁଷ୍ୟମାନେ କହୁଛନ୍ତି ସ୍ୱର୍ଗ ଏବଂ ନର୍କ ଉଭୟ ଦୁନିଆକୁ ଭଗବାନ ପରମାତ୍ମା ହିଁ ରଚନା କରିଛନ୍ତି । କିନ୍ତୁ ଭଗବାନ ପରମାତ୍ମା କହୁଛନ୍ତି - ମୁଁ କୌଣସି ଦୁଃଖର ଦୁନିଆ ରଚନା କରିନାହିଁ, ମୁଁ କେବଳ ସୁଖର ଦୁନିଆ ରଚନା କରିଛି । ଏବେ ଯେଉଁ ଦୁଃଖ ଅଶାନ୍ତିର ଦୁନିଆ ଅଛି, ତାହା ତ ମନୁଷ୍ୟ ଆତ୍ମାମାନେ ନିଜକୁ ତଥା ପରମପିତା ପରମାତ୍ମାଙ୍କୁ ଭୁଲିଯିବା କାରଣରୁ ନିଜର କର୍ମର ହିସାବ-କିତାବ ଭୋଗ କରୁଛନ୍ତି । ବାକି ଏପରି ନୁହେଁ ଯେ, ଯେଉଁ ସମୟରେ ସୁଖ ଏବଂ ପୁଣ୍ୟର ଦୁନିଆ ଥାଏ, ସେତେବେଳେ ସୃଷ୍ଟି ଚାଲୁ ନ ଥାଏ ଅର୍ଥାତ୍ ଘର ଗୃହସ୍ଥ ନ ଥାଏ । ବାକି ହଁ ଏକଥା ଆମେମାନେ ଅବଶ୍ୟ କହିପାରିବା ଯେ, ଯେଉଁଠି ଦେବତାମାନଙ୍କର ନିବାସ ସ୍ଥାନ ଥିଲା ସେଠାରେ ମଧ୍ୟ ପ୍ରବୃତ୍ତି ଚାଲୁଥିଲା କିନ୍ତୁ ସେଠାରେ ବିକାର ଦ୍ୱାରା ପିଲା ଜନ୍ମ ହେଉ ନ ଥିଲେ, ଯେଉଁ କାରଣରୁ ଏତେ କଡା କର୍ମବନ୍ଧନ ନ ଥିଲା । ତେଣୁ ସେହି ଦୁନିଆକୁ କର୍ମବନ୍ଧନ ରହିତ ସ୍ୱର୍ଗ ଦୁନିଆ ବୋଲି କୁହାଯାଉଛି । ତେବେ ଗୋଟିଏ ହେଲା - ନିରାକାରୀ ଦୁନିଆ, ଦ୍ୱିତୀୟଟି ହେଲା ଆକାରୀ ଦୁନିଆ ଏବଂ ତୃତୀୟଟି ହେଲା - ସାକାରୀ ଦୁନିଆ । ଆଚ୍ଛା ।