24.08.25 Avyakt Bapdada Odia Murli 30.11.2006 Om Shanti Madhuban
“ଜ୍ୱାଳାମୁଖୀ ତପସ୍ୟା
ଦ୍ୱାରା ମୁଁ ପଣିଆ ରୂପୀ ଲାଞ୍ଜକୁ ଜଳାଇ ବାପଦାଦାଙ୍କର ସମାନ ହୁଅ, ତେବେ ଯାଇ ସମାପ୍ତିର ସମୟ
ପାଖେଇ ଆସିବ ।”
ଆଜି ଅସରନ୍ତି ଅବିନାଶୀ
ସମ୍ପତ୍ତିର ମାଲିକ ବାପଦାଦା ନିଜର ଚାରିଆଡର ସମ୍ପନ୍ନ ପିଲାମାନଙ୍କର ଜମାର ଖାତାକୁ ଦେଖୁଛନ୍ତି
ଏବଂ ତିନି ପ୍ରକାରର ଖାତାକୁ ଦେଖୁଛନ୍ତି - ଗୋଟିଏ ହେଲା ନିଜର ପୁରୁଷାର୍ଥ ଦ୍ୱାରା ଶ୍ରେଷ୍ଠ
ପ୍ରାରବ୍ଧର ଜମାର ଖାତା, ଦ୍ୱିତୀୟଟି ହେଲା ସର୍ବଦା ସନ୍ତୁଷ୍ଟ ରହିବା ଏବଂ ସନ୍ତୁଷ୍ଟ କରିବା,
ଏହିଭଳି ସନ୍ତୁଷ୍ଟତା ଦ୍ୱାରା ଆଶୀର୍ବାଦର ଖାତା । ତୃତୀୟଟି ହେଲା - ମନ, ବଚନ, କର୍ମ,
ସମ୍ବନ୍ଧ-ସମ୍ପର୍କ ଦ୍ୱାରା ତଥା ବେହଦର ନିଃସ୍ୱାର୍ଥ ସେବା ଦ୍ୱାରା ପୁଣ୍ୟର ଖାତା । ତୁମେମାନେ
ମଧ୍ୟ ନିଜର ଏହି ତିନୋଟିଯାକ ଖାତାକୁ ନିଶ୍ଚିତ ଚେକ୍ କରୁଥିବ ଯେ ଏଥିରେ ଜମା କେତେ ଅଛି । ତେବେ
ଏଥିରେ ଜମା ଅଛି କି ନାହିଁ ତା’ର ଚିହ୍ନ ହେଲା - ସର୍ବଦା ସମସ୍ତଙ୍କ ପ୍ରତି ଏବଂ ସ୍ୱୟଂ ପ୍ରତି
ସନ୍ତୁଷ୍ଟତା ସ୍ୱରୂପ ସ୍ଥିତି ସମସ୍ତଙ୍କ ପ୍ରତି ଶୁଭଭାବନା, ଶୁଭକାମନା ଏବଂ ସର୍ବଦା ନିଜକୁ
ଖୁସିବାସିଆ ତଥା ସୌଭାଗ୍ୟଶାଳୀ ସ୍ଥିତିରେ ଅନୁଭବ କରିବା । ତେଣୁ ଚେକ୍ କର ଦୁଇଟିଯାକ ଖାତା ଜମା
ହେବାର ଲକ୍ଷଣ ଗୁଡିକ ନିଜ ଭିତରେ ଅନୁଭବ ହେଉଛି ତ? ତେବେ ଏହି ସବୁ ସମ୍ପତ୍ତିଗୁଡିକୁ ଜମା
କରିବାର ଚାବୀ ହେଲା - ନିମିତ୍ତ ଭାବ, ନିର୍ମାଣ ଭାବ ଏବଂ ନିଃସ୍ୱାର୍ଥ ଭାବ । ଏବେ ଏହାକୁ ଚେକ୍
କରିଚାଲ ଏବଂ ଚାବୀର ନମ୍ବର ଜଣା ଅଛି ତ! ଚାବୀର ନମ୍ବର ହେଲା ତିନୋଟି ବିନ୍ଦୁ ଅର୍ଥାତ୍ ଥ୍ରୀ ଡଟ୍
। ୧- ଆତ୍ମା ବିନ୍ଦୁ, ୨- ବାବା ବିନ୍ଦୁ, ୩- ଡ୍ରାମାର ବିନ୍ଦୁ । ତେବେ ତୁମମାନଙ୍କ ପାଖରେ ଚାବୀ
ତ ଅଛି ନା! ସମ୍ପତ୍ତିକୁ ଖୋଲିକରି ଦେଖୁଛ ନା? ତେବେ ଏହି ସବୁ ସମ୍ପତ୍ତିଗୁଡିକୁ ବୃଦ୍ଧି କରିବାର
ବିଧି ହେଲା - ଦୃଢତା । ଯଦି ଦୃଢତା ଥିବ ତେବେ କୌଣସି ବି କାର୍ଯ୍ୟରେ ଏହି ସଂକଳ୍ପ ଚାଲିବ ନାହିଁ
ଯେ କିଏ ଜାଣେ ହେବ କି ନ ହେବ । ତେଣୁ ଦୃଢତାର ସ୍ଥିତି ହେଲା - ହୋଇ କରି ହିଁ ରହିଛି । ନିଶ୍ଚିତ
ହେବ । ହୋଇଯିବ ଜମା ହେବ କି ନ ହେବ, ଏଭଳି ସଂକଳ୍ପ ନୁହେଁ । କରୁଛି ତ, ହେବା ତ ଉଚିତ୍ .....
ଏଭଳି ମଧ୍ୟ ନୁହେଁ । ଦୃଢତାବାଲା ଆତ୍ମା ନିଶ୍ଚୟ ବୁଦ୍ଧି ହୋଇଥିବା କାରଣରୁ ସର୍ବଦା ନିଶ୍ଚିନ୍ତ
ଏବଂ ନିଶ୍ଚିତ ସ୍ଥିତିର ଅନୁଭବ କରିବ ।
ବାପଦାଦା ପୂର୍ବରୁ ମଧ୍ୟ
ଶୁଣାଇଛନ୍ତି - ଯଦି ସର୍ବ ସମ୍ପତ୍ତିର ଖାତା ଅଧିକରୁ ଅଧିକ ଜମା କରିବାର ଅଛି ତେବେ ମନମନାଭବର
ମନ୍ତ୍ରକୁ ଯନ୍ତ୍ର ଭଳି କାର୍ଯ୍ୟରେ ଲଗାଅ ଅର୍ଥାତ୍ ଅଭ୍ୟାସ କର । ଏହାଦ୍ୱାରା ସର୍ବଦା ବାବାଙ୍କର
ସଂଗର ତଥା ସାଥୀରେ ରହିବାର ସ୍ୱତଃ ହିଁ ଅନୁଭବ ହେବ । ତୁମମାନଙ୍କୁ ପାସ୍ ତ ହେବାକୁ ହିଁ ପଡିବ,
ତେବେ ପାସ୍ ର ମଧ୍ୟ ତିନୋଟି ଅର୍ଥ ଅଛି - ଗୋଟିଏ ହେଲା ପାସ୍ ରହନା ଅର୍ଥାତ୍ ପାଖରେ ରହିବା,
ଦ୍ୱିତୀୟଟି ହେଲା ଯାହା ବିତିଗଲା ଅର୍ଥାତ୍ ପାସ୍ ହୋଇଗଲା ଏବଂ ତୃତୀୟଟି ହେଲା ସମ୍ମାନର ସହିତ
ପାସ୍ କରିବା । ଯଦି ଏହି ତିନୋଟିଯାକ ପାସ୍ ଅଛି ତେବେ ତୁମେମାନେ ରାଜ୍ୟ ଅଧିକାରୀ ହେବାରେ ଫୁଲ
ପାସ୍ ହୋଇଯିବ । ତେଣୁ ଫୁଲ୍ପାସ୍ ହେବାର ନମ୍ବର ନେଇସାରିଲଣି, ନା ନେବାର ଅଛି? ଯେଉଁମାନେ ଫୁଲ୍ପାସ୍
ହେବାର ନମ୍ବର ନେଇସାରିଛନ୍ତି ସେମାନେ ହାତ ଉଠାଅ । ନେବାର ନାହିଁ ତ, ନେଇଯାଇଛ ତ? ପ୍ରଥମ
ଧାଡିବାଲା ତ ହାତ ଉଠାଉ ନାହାଁନ୍ତି, କ’ଣ ତୁମମାନଙ୍କୁ ନେବାର ଅଛି କି? ଭାବୁଛ ଏବେ ତ ଆମେ
ସମ୍ପୂର୍ଣ୍ଣ ହୋଇନାହୁଁ ସେଥିପାଇଁ । କିନ୍ତୁ ନିଶ୍ଚୟ ବୁଦ୍ଧି ତ ବିଜୟୀ ସୁନିଶ୍ଚିତ ଅଟେ, ନା
ହେବାର ଅଛି? ଏବେ ସମୟର ଡାକରା, ଭକ୍ତ ଆତ୍ମାମାନଙ୍କର ଡାକରା ଏବଂ ନିଜର ମନର କଥା କ’ଣ ଶୁଣାଯାଉଛି?
ଏବେ ଏବେ ସମ୍ପନ୍ନ ଏବଂ ସମାନ ହେବାକୁ ହିଁ ପଡିବ । ନା ଏଭଳି ଭାବୁଛ ହୋଇଯିବି, ଭାବିବି, କରିବି....
। ଏବେ ତ ସମୟ ଅନୁସାରେ ସବୁ ସମୟରେ ସଦା ପ୍ରସ୍ତୁତ ରହିବାର ପାଠକୁ ପକ୍କା ରଖିବାକୁ ହିଁ ପଡିବ ।
ଯଦି ମେରା ବାବା ବୋଲି କହୁଛ ତେବେ ପ୍ୟାରା ବାବା ଏବଂ ମିଠା ବାବା ତ ନିଶ୍ଚିତ ମାନୁଛ । ତେଣୁ
ଯିଏ ପ୍ୟାରା ଅର୍ଥାତ୍ ପ୍ରିୟ ହୋଇଥାଏ, ତା’ ସମାନ ହେବା ପାଇଁ କଷ୍ଟ ମଧ୍ୟ ଲାଗେ ନାହିଁ ।
ବାପଦାଦା ଦେଖୁଛନ୍ତି ଯେ
ସମୟ ସମୟରେ ସମାନ ହେବାରେ ଯେଉଁ ସବୁ ବାଧାବିଘ୍ନଗୁଡିକ ଆସୁଛି ତାହାର ମଧ୍ୟ ସମସ୍ତଙ୍କ ପାଖରେ
ଗୋଟିଏ ପ୍ରସିଦ୍ଧ ଶବ୍ଦ ରହିଛି ଯାହାକୁ ସମସ୍ତେ ଜାଣିଛନ୍ତି ଏବଂ ଅନୁଭବୀ ମଧ୍ୟ ଅଟନ୍ତି । ସେହି
ଶବ୍ଦଟି ହେଲା - “ମୁଁ ବା ମୁଁ ପଣିଆ । ସେଥିପାଇଁ ବାପଦାଦା ପୂର୍ବରୁ ମଧ୍ୟ କହିଛନ୍ତି ଯେତେବେଳେ
ବି ମୁଁ ଶବ୍ଦ କହୁଛ କେବଳ ମୁଁ କୁହ ନାହିଁ, ମୁଁ ଆତ୍ମା କୁହ । ଦୁଇଟି ଶବ୍ଦ କୁହ । ତେଣୁ ମୁଁ
ଶବ୍ଦ କେବେ କେବେ ଅଭିମାନ ସୃଷ୍ଟି କରିଦିଏ, ତାହା ହେଲା ଦେହ ଅଭିମାନବାଲା ମୁଁ, ଆତ୍ମା ବାଲା
ମୁଁ ନୁହେଁ । କେବେ ଅଭିମାନ ସୃଷ୍ଟି କରାଏ ତ କେବେ ଅପମାନର ଅନୁଭବ କରାଏ । କେବେ ନିରାଶ ମଧ୍ୟ
କରାଇଦିଏ । ସେଥିପାଇଁ ଏହି ଦେହ ଅଭିମାନବାଲା ମୁଁ ପଣିଆକୁ କେବେ ବି ଆସିବାକୁ ଦିଅ ନାହିଁ ।
ବାପଦାଦା ଦେଖୁଛନ୍ତି
ସ୍ନେହର ବିଷୟରେ ଅଧିକାଂଶ ପାସ୍ ହୋଇଯାଇଛନ୍ତି । ତେବେ ତୁମମାନଙ୍କୁ କିଏ ଏଠାକୁ ଆଣିଛି? ସମସ୍ତେ
ଚାହେଁ ପ୍ଳେନରେ ଆସିଥାଅ, ଚାହେଁ ଟ୍ରେନ୍ରେ ଆସିଥାଅ, ଚାହେଁ ବସ୍ରେ ଆସିଥାଅ, କିନ୍ତୁ
ବାସ୍ତବରେ ବାପଦାଦାଙ୍କର ସ୍ନେହ ରୂପୀ ବିମାନରେ ହିଁ ଏଠାରେ ପହଞ୍ଚି ଯାଇଛ । ତେଣୁ ସ୍ନେହର
ବିଷୟରେ ଯେପରି ପାସ୍ ହୋଇଯାଇଛ ସେହିପରି ଏବେ ଏହି ଚମତ୍କାରୀ ମଧ୍ୟ କର । ସମାନ ହେବାର ବିଷୟରେ
ମଧ୍ୟ ସମ୍ମାନର ସହିତ ପାସ୍ ହୋଇ ଦେଖାଅ । କ’ଣ ପସନ୍ଦ ତ? ସମାନ ହେବା ପସନ୍ଦ ତ? ତେବେ ପସନ୍ଦ ତ
ଅଟେ କିନ୍ତୁ ହେବା ପାଇଁ ଟିକିଏ କଷ୍ଟ ଲାଗୁଛି । କିନ୍ତୁ ତୁମେ ଯଦି ବାବାଙ୍କ ସମାନ ହୋଇଯିବ ତେବେ
ସମାପ୍ତି ମଧ୍ୟ ସମ୍ମୁଖକୁ ଆସିଯିବ । ତେବେ କେବେ କେବେ ମନ ଭିତରେ ଯେଉଁ ପ୍ରତିଜ୍ଞା କରୁଛ ଯେ
ମୋତେ ହେବାକୁ ହିଁ ପଡିବ, ସେଥିରେ ପ୍ରତିଜ୍ଞା ଦୁର୍ବଳ ହୋଇଯାଉଛି, ପରୀକ୍ଷା ମଜବୁତ ହୋଇଯାଉଛି ।
ଚାହୁଁଛନ୍ତି ତ ସମସ୍ତେ କିନ୍ତୁ ଚାହିଁବା ସହିତ ବାସ୍ତବିକତା ଅଲଗା ହୋଇଯାଉଛି କାହିଁକି ନା
ପ୍ରତିଜ୍ଞା ତ କରୁଛ କିନ୍ତୁ ସେଥିରେ ଦୃଢତାର ଅଭାବ ରହୁଛି । ସେଥିପାଇଁ ସମାନତା ଦୂରେଇ ଯାଉଛି,
ସମସ୍ୟା ବଳବାନ୍ ହୋଇଯାଉଛି । ତେଣୁ ଏବେ କ’ଣ କରିବ?
ବାପଦାଦାଙ୍କୁ ଗୋଟିଏ
କଥାରେ ବହୁତ ହସ ଲାଗୁଛି । ତାହା କେଉଁ କଥା? ପ୍ରକୃତରେ ତୁମେ ସମସ୍ତେ ମହାବୀର ଅଟ କିନ୍ତୁ
ଶାସ୍ତ୍ରରେ ମହାବୀର ହନୁମାନର ଯେଉଁ ଲାଞ୍ଜ ଦେଖାଇଛନ୍ତି, ତାହା ହେଉଛି ମୁଁ ପଣିଆର ଲାଞ୍ଜ ।
ଯେପର୍ଯ୍ୟନ୍ତ ମହାବୀରମାନେ ଏହି ଲାଞ୍ଜକୁ ଜଳାଇ ନାହାଁନ୍ତି ସେପର୍ଯ୍ୟନ୍ତ ଲଙ୍କା ଅର୍ଥାତ୍
ପୁରୁଣା ଦୁନିଆର ସମାପ୍ତି ମଧ୍ୟ ହେବ ନାହିଁ । ତେଣୁ ଏବେ ଏହି ମୁଁ ମୁଁର ଲାଞ୍ଜକୁ ଜଳାଅ, ତେବେ
ଯାଇ ସମାପ୍ତିର ସମୟ ପାଖକୁ ଆସିବ । ଏହାକୁ ଜଳାଇବା ପାଇଁ ମଧ୍ୟ ଜ୍ୱାଳାମୁଖୀ ତପସ୍ୟା ଦରକାର,
ସାଧାରଣ ତପସ୍ୟା ନୁହେଁ । ସେଥିପାଇଁ ଜ୍ୱାଳା ଦେବୀର ମଧ୍ୟ ସ୍ମାରକୀ ରହିଛି । ତେବେ ଜ୍ୱାଳାମୁଖୀ
ଅର୍ଥାତ୍ ଶକ୍ତିଶାଳୀ ତପସ୍ୟା । ଏବେ ଶୁଣିଲ ତ କ’ଣ କରିବାକୁ ହେବ? ଏବେ ମନ ଭିତରେ ଏହି ଲଗନ
ସର୍ବଦା ଲାଗି ରହୁ ଯେ ମୋତେ ସମାନ ହେବାକୁ ହିଁ ପଡିବ, ସମାପ୍ତିକୁ ପାଖକୁ ଆଣିବାକୁ ହିଁ ପଡିବ ।
ତୁମେମାନେ ଭାବୁଥିବ ସଂଗମଯୁଗ ତ ବହୁତ ଭଲ ଏହାର ସମାପ୍ତି କାହିଁକି ହେବ? କିନ୍ତୁ ତୁମେମାନେ ତ
ବାବାଙ୍କ ସମାନ ଦୟାଳୁ, କୃପାଳୁ ଆତ୍ମା ଅଟ ନା, ତେଣୁ ବତ୍ତର୍ମାନର ଦୁଃଖୀ ଆତ୍ମାମାନଙ୍କ ଉପରେ
ଏବଂ ଭକ୍ତ ଆତ୍ମାମାନଙ୍କ ଉପରେ ହେ ଦୟାଳୁ ଆତ୍ମାମାନେ ଟିକିଏ ଦୟା ତ କର । ଦୟାଶୀଳ ହୁଅ । ଦିନକୁ
ଦିନ ଦୁଃଖ ତ ବଢି ବଢି ଚାଲିଛି, ତେଣୁ ଦୁଃଖୀ ଆତ୍ମାମାନଙ୍କ ଉପରେ ଦୟା କରି ସେମାନଙ୍କୁ
ମୁକ୍ତିଧାମକୁ ତ ପଠାଅ । କେବଳ ବାଣୀର ସେବା ନୁହେଁ ଏବେ ତ ବାଣୀ ସହିତ ସଂକଳ୍ପ ଦ୍ୱାରା ମଧ୍ୟ
ଏକାଠି ସେବା କରିବାକୁ ପଡିବ । ଏକା ସମୟରେ ଦୁଇଟିଯାକ ସେବା ଏକାଠି ହେବା ଦରକାର । କେବଳ ସେବାର
ସୁଯୋଗ ମିଳିବାକୁ ଅପେକ୍ଷା କର ନାହିଁ, ଚାଲିବା ବୁଲିବା ସମୟରେ ମଧ୍ୟ ନିଜର ଚେହେରା ଏବଂ
ଚାଲିଚଳନ ଦ୍ୱାରା ବାବାଙ୍କର ପରିଚୟ ଦେଇଚାଲ । ତୁମମାନଙ୍କର ଚେହେରା ବାବାଙ୍କର ପରିଚୟ ଦେଉ ।
ତୁମମାନଙ୍କର ଚାଲିଚଳନ ବାବାଙ୍କୁ ପ୍ରତ୍ୟକ୍ଷ କରିଚାଲୁ । ଏହିଭଳି ସଦା ସେବାଧାରୀ ଭବ । ଆଚ୍ଛା!
ବାପଦାଦାଙ୍କ ସମ୍ମୁଖରେ
ସ୍ଥୂଳରେ ତ ତୁମେମାନେ ବସିଛ କିନ୍ତୁ ସୂକ୍ଷ୍ମ ରୂପରେ ଚାରିଆଡର ପିଲାମାନେ ହୃଦୟରେ ଅଛନ୍ତି ।
ସେମାନେ ଦେଖୁଛନ୍ତି ମଧ୍ୟ, ଶୁଣୁଛନ୍ତି ମଧ୍ୟ । ଦେଖ ସମସ୍ତଙ୍କର ନାମ ସହିତ ବାପଦାଦାଙ୍କ ନିକଟରେ
ପିଲାମାନଙ୍କର ମନେ ପକାଇବା ପହଞ୍ଚିଯାଇଛି ଏବଂ ବାପଦାଦା ସବୁ ପିଲାଙ୍କୁ ନିଜ ସମ୍ମୁଖରେ ଦେଖିବା
ସହିତ ଅନ୍ତର ଭିତରେ ଏହି ଗୀତ ଗାଉଛନ୍ତି ଯେ ବାଃ ପିଲାମାନେ ବାଃ । ସମସ୍ତଙ୍କ ଭିତରେ ବର୍ତ୍ତମାନ
ସମୟରେ ବାପଦାଦାଙ୍କର ସ୍ମୃତି ଜାଗ୍ରତ ଅଛି । ସମସ୍ତେ ସନ୍ଦେଶୀ ଆତ୍ମାକୁ ଅଲଗା ଅଲଗା କରି
କହୁଛନ୍ତି ଯେ ଅମୁକ ଅମୁକ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ତେଣୁ ବାବା କହୁଛନ୍ତି ଯେବେଠାରୁ
ପିଲାମାନେ ସଂକଳ୍ପ କରୁଛନ୍ତି ସେବେଠାରୁ ହିଁ ବାବାଙ୍କ ପାଖରେ ପହଞ୍ଚିଯାଉଛି କିନ୍ତୁ ସାଧନ
ଗୁଡିକ ଦ୍ୱାରା ତାହା ପରେ ଆସି ପହଞ୍ଚୁଛି । ତେଣୁ ସ୍ନେହପୂର୍ଣ୍ଣ ସଂକଳ୍ପ, ସାଧନ ଠାରୁ ମଧ୍ୟ
ଶୀଘ୍ର ପହଞ୍ଚି ଯାଉଛି । ଏହା ଠିକ୍ କଥା ନା! ଅନେକ ପିଲାଙ୍କଠାରୁ ଶୁଭେଚ୍ଛାବାର୍ତ୍ତା ମିଳିଛି
ନା! ଆଚ୍ଛା!
ଆଚ୍ଛା - ପ୍ରଥମେ ହାତ
ଉଠାଅ, ଯେଉଁମାନେ ପ୍ରଥମ ଥର ପାଇଁ ଆସିଛନ୍ତି । ଏମାନେ (ଇନ୍ଦୋର ଜୋନ୍) ସେବାରେ ମଧ୍ୟ ପ୍ରଥମ
ଥର ପାଇଁ ଆସିଛନ୍ତି । ଆଚ୍ଛା ବାପଦାଦା କହୁଛନ୍ତି ଆସିଛ ଭଲ କରିଛ । ତୁମମାନଙ୍କର ଆସିବାର ସିଜିନ୍
ଚାଲିଛି । ଆଚ୍ଛା!
ଇନ୍ଦୋରଜୋନ୍ (ସମସ୍ତଙ୍କ
ହାତରେ “ମେରା ବାବା” ଶବ୍ଦ ଦିଲ୍ ଆକୃତିରେ ରହିଛି)
ହାତ ତ ବହୁତ ଭଲ ହଲାଉଛ
କିନ୍ତୁ ନିଜର ଦିଲ୍କୁ ମଧ୍ୟ ହଲ୍ଚଲ୍ କର । କେବଳ ମେରା ଶବ୍ଦକୁ ସବୁବେଳେ ମନେ ରଖିଥିବ, ଭୁଲିବ
ନାହିଁ । ବହୁତ ଭଲ ସୁଯୋଗ ପାଇଛ, ବାପଦାଦା ସବୁବେଳେ କହୁଛନ୍ତି ସାହସ କରୁଥିବା ପିଲାମାନଙ୍କୁ
ବାପଦାଦା ପଦ୍ମଗୁଣା ସାହାଯ୍ୟ କରିଥାନ୍ତି । ତେଣୁ ସମସ୍ତେ ସାହସ ରଖିଛ ନା! ଭଲ କରିଛ ଇନ୍ଦୋର
ଜୋନ୍ ବାଲା । ଭଲ କଥା, ଇନ୍ଦୋରଜୋନ୍ ସାକାର ବାବାଙ୍କର ଶେଷ ସମୟର ସ୍ମୃତିର ସ୍ଥାନ ଅଟେ । ବହୁତ
ଭଲ । ସମସ୍ତେ ବହୁତ ଖୁସି ହେଉଛ ନା! ସୁବର୍ଣ୍ଣ ଲଟେରୀ ମିଳିଛି । ଜୋନ୍କୁ ସେବା ମିଳିବା ଦ୍ୱାରା
ସବୁ ସେବାଧାରୀମାନଙ୍କୁ ଅନୁମତି ମିଳିଯାଉଛି ଏହା ଛଡା ସଂଖ୍ୟା ମଧ୍ୟ ଅଧିକ ମିଳିଯାଉଛି ଏତିକି
ଜଣଙ୍କୁ ଆଣ କିନ୍ତୁ ଏବେ ଦେଖ କେତେ ଜଣ ଆସିଛନ୍ତି । ଏହା ମଧ୍ୟ ସବୁ ଜୋନ୍ବାଲାଙ୍କ ପାଇଁ ଭଲ
ସୁଯୋଗ ମିଳୁଛି, ଯେତେ ଜଣଙ୍କୁ ଆଣିବାକୁ ଚାହୁଁଛ ଆଣିପାରିବ । ତେବେ ତୁମମାନଙ୍କର ଏହି ଅଳ୍ପ ସମୟ
ଭିତରେ ପୁଣ୍ୟର ଖାତା କେତେ ଜମା ହୋଇଗଲା । ତେଣୁ ଯଜ୍ଞ ସେବା ଆନ୍ତରିକତା ପୂର୍ବକ କରିବା ଅର୍ଥ
ପୁଣ୍ୟର ଖାତାକୁ ତୀବ୍ର ଗତିରେ ବଢାଇବା । କାହିଁକି ନା ସଂକଳ୍ପ, ସମୟ ଏବଂ ଶରୀର - ତିନୋଟିକୁ
ସଫଳ କରିଲ । ସଂକଳ୍ପ ମଧ୍ୟ ଯଜ୍ଞ ସେବା ପାଇଁ କରିଲ, ସମୟ ମଧ୍ୟ ଯଜ୍ଞ ସେବାରେ ବ୍ୟତୀତ ହେଲା ଏବଂ
ଶରୀରକୁ ମଧ୍ୟ ଯଜ୍ଞ ସେବାରେ ଅର୍ପଣ କରିଲ । ତେଣୁ ଏହା ସେବା ହେଲା ନା ମେୱା ଅର୍ଥାତ୍ ଫଳ ଖାଇବା
ହେଲା? ତେବେ ପ୍ରତ୍ୟକ୍ଷ ଫଳ ରୂପରେ ଯଜ୍ଞ ସେବା କରିବା ସମୟରେ କାହା ଭିତରେ କୌଣସି ବ୍ୟର୍ଥ
ସଂକଳ୍ପ ଆସିଛି କି? କାହା ଭିତରେ ଆସିଛି କି! ସମସ୍ତେ ଖୁସିରେ ମଧ୍ୟ ରହିଛ ଏବଂ ଖୁସି ବାଣ୍ଟିଛ ।
ତେଣୁ ଏଠାରେ ଯେଉଁଭଳି ସୁବର୍ଣ୍ଣ ଅନୁଭୂତି କରିଲ, ଏହି ଅନୁଭବକୁ ସେଠାରେ ମଧ୍ୟ ମନେପକାଇ ବୃଦ୍ଧି
କରିଚାଲିବ । କେବେ ବି ଯଦି ମାୟାର କୌଣସି ସଂକଳ୍ପ ଆସିଯାଏ, ତେବେ ମନ ରୂପୀ ବିମାନ ଦ୍ୱାରା
ଶାନ୍ତିବନରେ ପହଞ୍ଚିଯିବ । ମନର ବିମାନ ତ ଅଛି ନା! ସମସ୍ତଙ୍କ ପାଖରେ ମନର ବିମାନ ଅଛି ନା ।
ବାପଦାଦା ପ୍ରତ୍ୟେକ ବ୍ରାହ୍ମଣ ପିଲାମାନଙ୍କୁ ଜନ୍ମ ହେବାର ଉପହାର ରୂପରେ ଶ୍ରେଷ୍ଠ ମନ ରୂପୀ
ବିମାନ ଦେଇଦେଇଛନ୍ତି । ଏହି ବିମାନରେ ଅଧିକ ମେହନତ କରିବାକୁ ପଡୁ ନାହିଁ । ଏହାକୁ ଷ୍ଟାର୍ଟ
କରିବା ପାଇଁ ହେଲେ ସଂକଳ୍ପ କର ମେରାବାବା, ବାସ୍ । କ’ଣ ବିମାନ ଚଲାଇବା ଜଣା ଅଛି ତ! ତେଣୁ
ଯେତେବେଳେ କିଛି ବି ବିଘ୍ନ ଆସୁଛି ତୁରନ୍ତ ମଧୁବନରେ ପହଞ୍ଚିଯାଅ । ଭକ୍ତିମାର୍ଗରେ ଚାରିଧାମର
ଯାତ୍ରା କରିବାବାଲା ନିଜକୁ ବହୁତ ଭାଗ୍ୟବାନ ମନେ କରନ୍ତି ଏବଂ ମଧୁବନରେ ମଧ୍ୟ ଚାରିଧାମ ରହିଛି,
ତେଣୁ ଚାରିଧାମ କରିଛ ତ? ପାଣ୍ଡବ ଭବନରେ ଦେଖ ଚାରିଧାମ ରହିଛି । ତେଣୁ ଯେଉଁମାନେ ବି ଆସୁଛ
ପାଣ୍ଡବ ଭବନ ତ ଯାଉଛ ନା, ଗୋଟିଏ ହେଲା ଶାନ୍ତିସ୍ତମ୍ଭ ଯାହାକୁ ମହାଧାମ କୁହାଯାଉଛି । ଦ୍ୱିତୀୟଟି
ହେଲା ବାପଦାଦାଙ୍କର କମରା, ଯାହାକୁ ସ୍ନେହର ଧାମ କୁହାଯାଉଛି, ତୃତୀୟରେ ହେଲା ବାବାଙ୍କ କୁଟିଆ,
ଯାହାକି ସ୍ନେହମିଳନର ଧାମ ଅଟେ ଏବଂ ଚତୁର୍ଥରେ ହେଲା ହିଷ୍ଟ୍ରିହଲ, ତେବେ ତୁମେ ସମସ୍ତେ
ଚାରିଧାମର ଯାତ୍ରା କରିଛ ତ? ତେଣୁ ମହାନ ଭାଗ୍ୟବାନ ତ ହୋଇଗଲ ନା, ଏବେ ଯେ କୌଣସି ଧାମକୁ ମନେ
ପକାଇପାରିବ । କେବେ ଯଦି ଉଦାସ ହୋଇଯିବ ତେବେ ବାବାଙ୍କ କୁଟିଆକୁ କଥାବାର୍ତ୍ତା କରିବା ପାଇଁ
ଆସିଯାଅ । ଯଦି ଶକ୍ତିଶାଳୀ ହେବାର ଆବଶ୍ୟକତା ପଡିବ ତେବେ ଶାନ୍ତି ସ୍ତମ୍ଭ ନିକଟରେ ପହଞ୍ଚିଯାଅ,
ଯଦି ବ୍ୟର୍ଥ ସଂକଳ୍ପ ବହୁତ ଯୋରରେ ଚାଲୁଥିବ ତେବେ ହିଷ୍ଟ୍ରିହଲ୍ରେ ପହଞ୍ଚିଯାଅ ଏବଂ ବାବାଙ୍କ
ସମାନ ହେବାର ଦୃଢ ସଂକଳ୍ପ ଉତ୍ପନ୍ନ ହେଉଥିଲେ ବାପଦାଦାଙ୍କ କମରାକୁ ଆସିଯାଅ । ତେବେ ଏହା ତ ବହୁତ
ଭଲ କଥା ଯେ ସମସ୍ତେ ସୁବର୍ଣ୍ଣ ସୁଯୋଗ ନେଇଛନ୍ତି କିନ୍ତୁ ନିଜ ନିଜ ସ୍ଥାନକୁ ଯାଇ ମଧ୍ୟ ସର୍ବଦା
ଏହିଭଳି ସୁବର୍ଣ୍ଣ ସୁଯୋଗ ନେଉଥାଅ । ଆଚ୍ଛା! ଭଲ ସାହସୀ ଅଟ ।
କ୍ୟାଡ୍ ଗ୍ରୃପ (ଦିଲବାଲା
ପିଲାମାନେ ବସିଛନ୍ତି, ସମସ୍ତେ ମିଶି ବହୁତ ଭଲ ସମ୍ମିଳନୀ କରିଛନ୍ତି)
ବହୁତ ଭଲ କାମ କରିଛ,
ପରସ୍ପର ମିଶି ମିଟିଙ୍ଗ୍ ମଧ୍ୟ କରିଛ ଏବଂ ରାଷ୍ଟ୍ରପତି ମଧ୍ୟ ଚାହୁଁଛନ୍ତି ଯେ ଏହି କାର୍ଯ୍ୟ ହେବା
ଦରକାର । ତେବେ ତାଙ୍କର ଯେହେତୁ ଇଚ୍ଛା ରହିଛି, ତେଣୁ ତାଙ୍କୁ ମଧ୍ୟ ସାଥୀରେ ରଖି ଆଗକୁ ବଢିଚାଲ
ଏବଂ ଏହା ସହିତ ବ୍ରାହ୍ମଣମାନଙ୍କର ଯେଉଁ ମିଟିଙ୍ଗ୍ ହେଉଛି ସେଥିରେ ମଧ୍ୟ ନିଜର କାର୍ଯ୍ୟକ୍ରମ
ଗୁଡିକର ସମାଚାର ଶୁଣାଇ ମତାମତ ନେଇନିଅ ଯାହା ଫଳରେ ସବୁ ବ୍ରାହ୍ମଣମାନଙ୍କର ମତାମତ ଦ୍ୱାରା
ସେବାରେ ଆହୁରି ମଧ୍ୟ ଶକ୍ତି ଭରିଯିବ । ବାକି କାର୍ଯ୍ୟ ବହୁତ ଭଲ କରୁଛ ଏବଂ ଏହିଭଳି କରିଚାଲ,
ଏହାକୁ ଅଧିକ ପ୍ରସାର କରିଚାଲ ଏବଂ ଭାରତର ବିଶେଷତାକୁ ପ୍ରତ୍ୟକ୍ଷ କରିଚାଲ । ବହୁତ ଭଲ ମେହନତ
କରୁଛ । ଭଲ କାର୍ଯ୍ୟକ୍ରମ ମଧ୍ୟ କରିଛ ଏବଂ ଦିଲ୍ବାଲା ପିଲାମାନେ ନିଜର ବଡ ଦିଲ୍ ଅର୍ଥାତ୍
ବିଶାଳ ହୃଦୟ ଦେଖାଇଛନ୍ତି, ସେଥିପାଇଁ ଅଭିନନ୍ଦନ । ଆଚ୍ଛା!
ଡବଲ ବିଦେଶୀ
ଭାଇ-ଭଉଣୀମାନଙ୍କୁ:-
ଭଲ କଥା, ସବୁ ପାଳିରେ ଡବଲବିଦେଶୀମାନଙ୍କର ଆସିବା ଏହି ସଂଗଠନକୁ ଆହୁରି ଅଧିକ ଶୋଭନୀୟ କରିଦେଉଛି
। ଡବଲ ବିଦେଶୀମାନଙ୍କୁ ଦେଖି ସମସ୍ତଙ୍କର ଉମଙ୍ଗ-ଉତ୍ସାହ ମଧ୍ୟ ଆସୁଛି । ସବୁ ଡବଲ ବିଦେଶୀମାନେ
ଡବଲ ଉମଙ୍ଗ-ଉତ୍ସାହରେ ଆଗକୁ ଆଗକୁ ଉଡିଚାଲିଛନ୍ତି । ଚାଲୁ ନାହାଁନ୍ତି, ଉଡୁଛନ୍ତି, କ’ଣ ଠିକ୍
କଥା ନା! ତେଣୁ ଉଡିବା ବାଲା ଅଟ, ନା ଚାଲିବାବାଲା ଅଟ? ଯେଉଁମାନେ ସବୁବେଳେ ଉଡୁଛନ୍ତି, ଚାଲୁ
ନାହାଁନ୍ତି ସେମାନେ ହାତ ଉଠାଅ । ଆଚ୍ଛା! ଏମିତି ଦେଖିଲେ ବି ବିମାନରେ ଉଡି ଉଡି ଏଠାକୁ ଆସିବାକୁ
ପଡୁଛି । ତେବେ ଉଡିବାର ତ ଅଭ୍ୟାସ ନିଶ୍ଚିତ ଅଛି । ତାହା ହେଲା ଶରୀର ଦ୍ୱାରା ଉଡିବା, ଏହା ହେଉଛି
ମନ ଦ୍ୱାରା ଉଡିବା, ସାହସ ମଧ୍ୟ ଭଲ ରଖିଛ । ବାପଦାଦା ଦେଖ କେଉଁ କୋଣ ଅନୁକୋଣରୁ ନିଜର
ପିଲାମାନଙ୍କୁ ଖୋଜି ଖୋଜି ବାହାର କରି ଦେଇଛନ୍ତି ନା! ବହୁତ ଭଲ କଥା । କହିବାରେ ତ ଡବଲ ବିଦେଶୀ
କୁହାଯାଉଛି କିନ୍ତୁ ଏମିତିତ ବାସ୍ତବିକ ରୂପରେ ଭାରତବାସୀ ହିଁ ଅଟ ଏବଂ ରାଜ୍ୟ ମଧ୍ୟ କେଉଁଠି
କରିବ? ଭାରତରେ କରିବ ନା! କିନ୍ତୁ ସେବା ଅର୍ଥେ ପାଞ୍ଚୋଟିଯାକ ମହାଦୀପରେ ପହଞ୍ଚିଯାଇଛ ଏବଂ
ପାଞ୍ଚୋଟିଯାକ ମହାଦୀପ ଭିନ୍ନ ଭିନ୍ନ ସ୍ଥାନରେ ସେବା ମଧ୍ୟ ବହୁତ ଉମଙ୍ଗ ଉତ୍ସାହର ସହିତ କରିଛନ୍ତି
। ବିଘ୍ନବିନାଶକ ଅଟ ନା! ଯଦି କୌଣସି ବି ବିଘ୍ନ ଆସିଗଲା ତେବେ ଡରିବାବାଲା ତ ନୁହେଁ ନା, ଏଭଳି
କାହିଁକି ହେଉଛି, ଏସବୁ କ’ଣ ହେଉଛି, ନା ଯାହାବି ହେଉଛି ସେଥିରେ ଆମର ସାହସକୁ ଆହୁରି ଆଗକୁ
ବଢାଇବାର ସାଧନ ରହିଛି, ଭୟଭୀତ ହେବାର ନୁହେଁ, ଉମଙ୍ଗ-ଉତ୍ସାହ ବଢାଇବାର ସାଧନ ରହିଛି । ତେବେ
ସମସ୍ତେ ଏହିଭଳି ପକ୍କା ଅଟ ନା! କ’ଣ ପକ୍କା ଅଟ ତ? ନା କିଛି କଞ୍ଚା ଅଛ? ନା, କଞ୍ଚା ଶବ୍ଦ ଭଲ
ଲାଗୁନାହଁ । ପକ୍କା ଅଟ, ପକ୍କା ହୋଇ ରହିବ ଏବଂ ସାଥୀରେ ମଧ୍ୟ ପକ୍କା ହୋଇଯିବ । ଆଚ୍ଛା!
ଦାଦି ଜାନକୀ
ଅଷ୍ଟ୍ରେଲିୟାର ଚକ୍ର ଲଗାଇ ଆସିଛନ୍ତି ସେମାନେ ବହୁତ ମନେ ପକାଉଛନ୍ତି:-
ବାପଦାଦାଙ୍କ ପାଖକୁ
ଇମେଲ୍ରେ ମଧ୍ୟ ସନ୍ଦେଶ ଆସିଛି ଏବଂ ବାପଦାଦା ଦେଖୁଛନ୍ତି ଆଜିକାଲି ବଡ ବଡ କାର୍ଯ୍ୟକ୍ରମ ଗୁଡିକ
ମଧ୍ୟ ଏଭଳି ହୋଇଗଲାଣି ଯେପରି ସବୁ କିଛି ହୋଇ କରି ରହିଛି । ସମସ୍ତେ ଶିଖିଗଲେଣି । ସେବାର ସାଧନ
ଗୁଡିକ କାର୍ଯ୍ୟରେ ଲଗାଇବାର ବହୁତ ଭଲ ଅଭ୍ୟାସ ହୋଇଗଲାଣି । ବାପଦାଦାଙ୍କୁ ଅଷ୍ଟ୍ରେଲିୟା
ନମ୍ବରୱାନ ଦେଖାଯାଉଛି କିନ୍ତୁ ଏବେ ୟୁ.କେ.ର ନମ୍ବର ଟିକିଏ ଆଗରେ ଅଛି । ଅଷ୍ଟ୍ରେଲିଆ ହିଁ
ପ୍ରଥମ ପ୍ରଥମେ ନମ୍ବରୱାନ ହୋଇଥିଲା, ଏବେ ପୁଣି ଅଷ୍ଟ୍ରେଲିୟାକୁ ନମ୍ବରୱାନ ହେବାର ଅଛି । ୟୁ.କେ.
ମଧ୍ୟ ଦ୍ୱିତୀୟ ନମ୍ବର ହେବ ନାହିଁ, ସେ ମଧ୍ୟ ନମ୍ବର ୱାନ ହିଁ ହେବ । ଅଷ୍ଟ୍ରେଲିୟାର ପୁରୁଣା
ପୁରୁଣା ପିଲାମାନଙ୍କ କଥା ବାପଦାଦାଙ୍କର ମନେ ଅଛି ଏବଂ ବାପଦାଦାଙ୍କର ଗେହ୍ଲା ନିର୍ମଳ ଆଶ୍ରମ (ଡକ୍ଟର
ନିର୍ମଳା ଦିଦି) ତୁମୋମନେ ତ ନିର୍ମଳା ଦିଦି କହୁଛ କିନ୍ତୁ ବାପଦାଦା ଆରମ୍ଭ ସମୟରୁ ହିଁ ତା’ର
ନାମ ରଖିଛନ୍ତି ନିର୍ମଳ ଆଶ୍ରମ, ଯେଉଁ ଆଶ୍ରମରେ ଅନେକ ଆତ୍ମା ସାହାରା ନେଇଛନ୍ତି ଏବଂ ବାବାଙ୍କର
ହୋଇଯାଇଛନ୍ତି, ଏବେ ମଧ୍ୟ ହେଉଛନ୍ତି, ଆଗକୁ ମଧ୍ୟ ହୋଇଚାଲିବେ । ତେଣୁ ପ୍ରତ୍ୟେକ ଅଷ୍ଟ୍ରେଲିୟାର
ନିବାସୀ ପିଲାମାନଙ୍କୁ ବିଶେଷ ଶୁଭେଚ୍ଛା । ଇଏ ସମ୍ମୁଖରେ ବସିଛନ୍ତି, ଅଷ୍ଟ୍ରେଲିୟାର ଅଟନ୍ତି
ନା! ଏବେ ଅଷ୍ଟ୍ରେଲିୟା ବାଲା ଉଠ । ବହୁତ ଭଲ । ଏମାନଙ୍କ ଭିତରେ କେତେ ଉମଙ୍ଗ-ଉତ୍ସାହ ଆସୁଛି,
ବିଶ୍ୱର ସେବା କରିବା ପାଇଁ ଖୁବ୍ ପ୍ରସ୍ତୁତି କରୁଛନ୍ତି । ବାପଦାଦଙ୍କର ସାହାଯ୍ୟ ମଧ୍ୟ ରହିଛି
ତେଣୁ ସଫଳତା ମଧ୍ୟ ନିଶ୍ଚିତ ହେବ । ଆଚ୍ଛା - ଏବେ କ’ଣ ଦୃଢ ସଂକଳ୍ପ କରୁଛ? ଏବେ ସମସ୍ତେ ଏହି
ସଂକଳ୍ପରେ ବସ ଯେ ସଫଳତା ମୋ’ର ଜନ୍ମସିଦ୍ଧ ଅଧିକାର । ବିଜୟ ଆମର ଗଳାର ମାଳା । ଏହିଭଳି ନିଶ୍ଚୟ
ଏବଂ ଆତ୍ମିକ ନିଶାରେ ଅନୁଭବୀ ହୋଇ ବସ ।
ଚାରିଆଡର ଚିନ୍ତାମୁକ୍ତ
ନିଶ୍ଚିନ୍ତ ସମ୍ରାଟମାନଙ୍କୁ, ସର୍ବଦା ବେଗମପୁର ଅର୍ଥାତ୍ ସୁଖ ଦୁନିଆର ରାଜା ସ୍ୱରୂପରେ ସ୍ଥିତ
ରହୁଥିବା ପିଲାମାନଙ୍କୁ, ସର୍ବ ସମ୍ପତ୍ତିରେ ସମ୍ପନ୍ନ ବିଶ୍ୱର ସର୍ବଶ୍ରେଷ୍ଠ ଧନବାନ ପିଲାମାନଙ୍କୁ,
ସର୍ବଦା ଉମଙ୍ଗ-ଉତ୍ସାହର ଡେଣା ଦ୍ୱାରା ଉଡୁଥିବା ବାପଦାଦାଙ୍କ ସମାନ ପିଲାମାନଙ୍କୁ ବାପଦାଦାଙ୍କର
ସ୍ନେହ ସମ୍ପନ୍ନ, ଶୁଭେଚ୍ଛା, ଦିଲ୍ର ଆଶୀର୍ବାଦ, ବରଦାତାଙ୍କର ବରଦାନ ଏବଂ ନମସ୍ତେ ।
ବରଦାନ:-
ନିଜର ସର୍ବ ଦୋଷ
ଦୁର୍ବଳତାଗୁଡିକୁ ଦାନର ବିଧି ଦ୍ୱାରା ସମାପ୍ତ କରୁଥିବା ଦାତା ବିଧାତା ହୁଅ ।
ଭକ୍ତିମାର୍ଗରେ ଏହିଭଳି
ନିୟମ ରହିଛି ଯାହାକି ଯଦି କୌଣସି ବସ୍ତୁର ଅଭାବ ପଡିଥିବ ତେବେ କୁହାଯିବ ତାକୁ ଦାନ କର । ଦାନ
କରିବା ଦ୍ୱାରା ଦେବା ନେବାରେ ପରିବର୍ତ୍ତନ ହୋଇଯାଏ । ତେଣୁ ନିଜର କୌଣସି ବି ଦୁର୍ବଳତାକୁ
ସମାପ୍ତ କରିବା ପାଇଁ ଦାତା ଏବଂ ବିଧାତା ହୁଅ । ଯଦି ତୁମେ ଅନ୍ୟମାନଙ୍କୁ ବାବାଙ୍କର ସମ୍ପତ୍ତି
ଦେବାରେ ନିମିତ୍ତ ସାହାରା ହେବ, ତେବେ ଦୁର୍ବଳତା ଗୁଡିକ ଆପେ ଆପେ କିନାରା ହୋଇଯିବେ ଅର୍ଥାତ୍ ଆଡ
ହୋଇ ଚାଲିଯିବେ । ତେଣୁ ନିଜର ଦାତା ବିଧାତା ପଣିଆର ଶକ୍ତିଶାଳୀ ସଂସ୍କାରକୁ ଜାଗ୍ରତ କର,
ଯାହାଦ୍ୱାରା ଦୁର୍ବଳ ସଂସ୍କାର ଗୁଡିକ ଆପେ ଆପେ ସମାପ୍ତ ହୋଇଯିବ ।
ସ୍ଲୋଗାନ:-
ନିଜର ଶ୍ରେଷ୍ଠ
ଭାଗ୍ୟର ଗୁଣଗାନ କରିଚାଲ, ଦୁର୍ବଳତାର ନୁହେଁ ।
ଅବ୍ୟକ୍ତ ଈଶାରେ - ଯଦି
ସହଜଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ । ଯାହାର ଯାହା ସହିତ ସ୍ନେହ ଥାଏ
ତା’କୁ ଯାହା ଭଲ ଲାଗେ, ସେ ତାହା ହିଁ କରିଥାଏ । ତେଣୁ ବାବାଙ୍କୁ ତୁମମାନଙ୍କର ଦୁଃଖୀ ହେବା ଆଦୌ
ଭଲ ଲାଗେ । ସେଥିପାଇଁ କେବେ ବି ଏହି କଥା କୁହ ନାହିଁ ଯେ କ’ଣ କରିବି, କଥାଟା ସେହିଭଳି ହିଁ ଥିଲା
ସେଥିପାଇଁ ମୋ’ର ସ୍ଥିତି ବିଗିଡିଗଲା... ଯଦି କୌଣସି କଥା ସ୍ଥିତିକୁ ବିଗାଡିବା ଭଳି ମଧ୍ୟ ଆସୁଛି,
ତେବେ ବି ତୁମେ ନିଜର ସ୍ଥିତିକୁ ବିଗାଡ ନାହିଁ । ଦିଲ୍ର ସହିତ ବାବା କୁହ ଏବଂ ସେହି ସ୍ନେହରେ
ଡୁବିଯାଅ ।