24.09.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: - ସତ୍ୟ
ପିତା ପରମାତ୍ମା ସତ୍ୟଖଣ୍ଡ ଅର୍ଥାତ୍ ସତ୍ୟଯୁଗ ସ୍ଥାପନ କରୁଛନ୍ତି, ତୁମେମାନେ ସତ୍ୟ-ସତ୍ୟ ଜ୍ଞାନ
ଶୁଣି ନରରୁ ନାରାୟଣ ହେବା ପାଇଁ ବାବାଙ୍କ ପାଖକୁ ଆସିଛ ।”
ପ୍ରଶ୍ନ:-
ତୁମ
ପିଲାମାନଙ୍କୁ ନିଜର ଘର ସଂସାର ଭିତରେ ବହୁତ-ବହୁତ ସତର୍କ ହୋଇ ଚଳିବାକୁ ହେବ - କାହିଁକି?
ଉତ୍ତର:-
କାହିଁକି ନା ତୁମର ଗତିମତ ସମସ୍ତଙ୍କଠାରୁ ଅଲଗା । ତୁମର ଏହା ଗୁପ୍ତ ଜ୍ଞାନ ଅଟେ । ସେଥିପାଇଁ
ବିଶାଳ ବୁଦ୍ଧି ହୋଇ ସମସ୍ତଙ୍କ ସହିତ ସମ୍ପର୍କ ରକ୍ଷା କରିବାକୁ ହେବ । ମନ ଭିତରେ ଭାବିବାକୁ ହେବ
ଯେ ଆମେ ସମସ୍ତେ ଭାଇ-ଭାଇ ଅଥବା ଭାଇ-ଭଉଣୀ ଅଟୁ । ବାକି ଏପରି ନୁହେଁ ଯେ ସ୍ତ୍ରୀ ନିଜର ସ୍ୱାମୀକୁ
ଭାଇ ବୋଲି କହିବ । ଏପରି ହେଲେ ଯେଉଁମାନେ ଶୁଣୁଥିବେ ସେମାନେ କହିବେ ଏମାନେ ଏପରି କ’ଣ କହୁଛନ୍ତି
। ତେଣୁ ବଡ କାଇଦାରେ ଚାଲିବାକୁ ହେବ ।
ଓମ୍ ଶାନ୍ତି ।
ଆତ୍ମିକ ପିତା
ବସି ପିଲାମାନଙ୍କୁ ବୁଝାଉଛନ୍ତି । ଆତ୍ମିକ ଅକ୍ଷର ନ କହି କେବଳ ବାବା କହିଲେ ମଧ୍ୟ ବୁଝିହେବ ଯେ
ଇଏ ରୁହାନୀ ବାବା ଅର୍ଥାତ୍ ଆତ୍ମିକ ପିତା ଅଟନ୍ତି । ବାବା ବସି ପିଲାମାନଙ୍କୁ ବୁଝାଉଛନ୍ତି ।
ସମସ୍ତେ ନିଜକୁ ଭାଇ-ଭାଇ ହିଁ କହୁଛନ୍ତି । ତେଣୁ ବାବା ବସି ପିଲାମାନଙ୍କୁ ବୁଝାଉଛନ୍ତି ।
ସମସ୍ତଙ୍କୁ ତ ବୁଝାଉ ନାହାଁନ୍ତି । ଗୀତାରେ ମଧ୍ୟ ଲେଖାଯାଇଛି ଭଗବାନୁବାଚ । କାହା ପ୍ରତି?
ସମସ୍ତେ ତ ଭଗବାନଙ୍କର ସନ୍ତାନ । ଭଗବାନ ପିତା ଅଟନ୍ତି, ତେଣୁ ଭଗବାନଙ୍କର ସନ୍ତାନ ସମସ୍ତେ
ଭାଇ-ଭାଇ ଅଟନ୍ତି । ଭଗବାନ ହିଁ ବୁଝାଇଥିବେ । ରାଜଯୋଗ ଶିଖାଇଥିବେ । ଏବେ ତୁମମାନଙ୍କର ବୁଦ୍ଧିର
ତାଲା ଖୋଲିଛି, ତୁମ ବ୍ୟତୀତ ଏହିପରି ଚିନ୍ତନ ଆଉ କାହା ଭିତରେ ଆସିବ ନାହିଁ । ଯେଉଁମାନଙ୍କୁ
ସନ୍ଦେଶ ମିଳିବ ସେମାନେ ସ୍କୁଲକୁ ଆସିବେ ଏବଂ ପାଠ ମଧ୍ୟ ପଢି ଚାଲିଥିବେ । ଭାବିବେ ଯେ ପ୍ରଦର୍ଶନୀ
ତ ଦେଖିଲୁ, ଏବେ ଯାଇ ଅଧିକ ଶୁଣିବୁ । ପ୍ରଥମ ମୁଖ୍ୟ କଥା ହେଉଛି ଜ୍ଞାନର ସାଗର ପତିତ-ପାବନ, ଗୀତା
ଜ୍ଞାନ ଦାତା ଶିବ ଭଗବାନୁବାଚ । ସେମାନେ ତ ଜାଣନ୍ତୁ ଯେ ଏହାଙ୍କୁ କିଏ ଶିଖାଉଛନ୍ତି, ବୁଝାଉଛନ୍ତି
। ସିଏ ସୁପ୍ରିମ ସୋଲ ଅର୍ଥାତ୍ ପରମାତ୍ମା୍, ଜ୍ଞାନ ସାଗର ନିରାକାର ଅଟନ୍ତି । ସିଏ ହିଁ ସତ୍ୟ ।
ସିଏ ସତ୍ୟ ହିଁ ବତାଇବେ, ପୁଣି ଏଥିରେ କୌଣସି ପ୍ରଶ୍ନ ଉଠିପାରିବ ନାହିଁ । ତୁମେ ସତ୍ୟ ବାବାଙ୍କ
ଉପରେ ସବୁ ଛାଡି ଦେଇଛ । ତେବେ ପ୍ରଥମେ ପ୍ରଥମେ ତ ଏହି କଥା ଉପରେ ବୁଝାଇବାକୁ ହେବ ଯେ ଆମକୁ
ପରମପିତା ପରମାତ୍ମା ବ୍ରହ୍ମାଙ୍କ ଦ୍ୱାରା ରାଜଯୋଗ ଶିଖାଉଛନ୍ତି । ଏହା ରାଜପଦ ଅଟେ, ଯାହାଙ୍କର
ନିଶ୍ଚୟ ହୋଇଯିବ ଯେ ଯିଏ ସମସ୍ତଙ୍କର ପିତା ଅଟନ୍ତି, ସେହି ପାରଲୌକିକ ବାବା ବସି ବୁଝାଉଛନ୍ତି,
ସିଏ ହିଁ ସବୁଠାରୁ ବଡ ଅଥରିଟୀ ଅର୍ଥାତ୍ ଅଧିକାରୀ ଅଟନ୍ତି । ତେଣୁ ଅନ୍ୟ କୌଣସି ପ୍ରଶ୍ନ
ଉଠିପାରିବ ନାହିଁ । ସିଏ ହେଉଛନ୍ତି ପତିତ-ପାବନ । ସିଏ ଯେବେ ଏଠାକୁ ଆସୁଛନ୍ତି ତେବେ ନିଶ୍ଚିତ
ନିଜ ସମୟରେ ଆସୁଥିବେ । ତୁମେ ଦେଖୁଛ ମଧ୍ୟ ଏହା ସେହି ମହଭାରତ ଲଢେଇ ଅଟେ । ବିନାଶ ପରେ ପୁଣି
ନିର୍ବିକାରୀ ଦୁନିଆ ହେବ । ଏକଥା ମନୁଷ୍ୟମାନେ ଜାଣିନାହାଁନ୍ତି ଯେ ଭାରତ ହିଁ ନିର୍ବିକାରୀ ଥିଲା
। ତାଙ୍କର ବୁଦ୍ଧି ଖୋଲୁନାହିଁ । ଗଡରେଜ୍ର ତାଲା ଲାଗିଯାଇଛି । ତା’ର ଚାବି କେବଳ ବାବାଙ୍କ
ପାଖରେ ହିଁ ଅଛି, ସେଥିପାଇଁ ଏକଥା କେହି ଜାଣି ନାହାଁନ୍ତି ଯେ ତୁମକୁ କିଏ ପାଠ ପଢାଉଛନ୍ତି ।
ଭାବୁଛନ୍ତି ଏହି ବ୍ରହ୍ମାବାବା ପଢାଉଛନ୍ତି, ସେଥିପାଇଁ ଟିପ୍ପଣୀ କରି କିଛି କହିଦେଉଛନ୍ତି । ତେଣୁ
ପ୍ରଥମେ ଏ କଥା ବୁଝାଅ - ଏଥିରେ ଲେଖାଯାଇଛି ଶିବଭଗବାନୁବାଚ । ସିଏ ତ ହିଁ ସତ୍ୟ । ଶିବବାବା ହିଁ
ହେଉଛନ୍ତି ଜ୍ଞାନର ସାଗର । ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟ ବୁଝାଉଛନ୍ତି । ଏହି ଶିକ୍ଷା ଏବେ
ତୁମକୁ ବେହଦର ବାବାଙ୍କଠାରୁ ମିଳୁଛି । ସିଏ ହିଁ ସୃଷ୍ଟିର ରଚୟିତା ଅଟନ୍ତି, ପତିତ ସୃଷ୍ଟିକୁ
ପାବନ କରାଉଛନ୍ତି । ତେଣୁ ପ୍ରଥମେ ବାବାଙ୍କର ହିଁ ପରିଚୟ ଦେବାକୁ ହେବ । ସେହି ପରମପିତା
ପରମାତ୍ମାଙ୍କ ସହିତ ତୁମର କେଉଁ ସମ୍ବନ୍ଧ ରହିଛି । ସିଏ ନରରୁ ନାରାୟଣ ହେବାର ସତ୍ୟ ଜ୍ଞାନ
ଦେଉଛନ୍ତି । ପିଲାମାନେ ଜାଣିଛନ୍ତି ଯେ ବାବା ସତ୍ୟ ଅଟନ୍ତି, ଯିଏକି ସତ୍ୟରାଷ୍ଟ୍ର ତିଆରି
କରୁଛନ୍ତି । ତୁମେ ଏଠାକୁ ଆସିଛ ହିଁ ନରରୁ ନାରାୟଣ ହେବା ପାଇଁ । ବାରିଷ୍ଟରଙ୍କ ପାଖକୁ ଗଲେ
ବୁଝିବେ ଯେ ଆମେ ବାରିଷ୍ଟର ହେବାକୁ ଆସିଛୁ । ଏବେ ତୁମର ନିଶ୍ଚୟ ଆସୁଛି ଯେ ଆମକୁ ଭଗବାନ ପାଠ
ପଢାଉଛନ୍ତି । କେହି କେହି ନିଶ୍ଚୟ କଲେ ମଧ୍ୟ ପୁଣି ସଂଶୟ ବୁଦ୍ଧି ହୋଇଯାଉଛନ୍ତି, ତେଣୁ ତାଙ୍କୁ
ସମସ୍ତେ କହିଥାନ୍ତି ଯେ ତୁମେ ତ କହୁଥିଲ - ଆମକୁ ଭଗବାନ ପଢାଉଛନ୍ତି । ପୁଣି ଭଗବାନଙ୍କୁ କାହିଁକି
ଛାଡି ଆସିଲ? ସଂଶୟ ଆସିବା ଦ୍ୱାରା ହିଁ ପଳାଇଯାଉଛନ୍ତି । କୌଣସି ନା କୌଣସି ବିକର୍ମ କରୁଛନ୍ତି ।
ଭଗବାନୁବାଚ - କାମ ବିକାର ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କଲେ ହିଁ ତୁମେମାନେ
ଜଗତଜିତ୍ ହେବ । ଯେଉଁମାନେ ପାବନ ହେବେ ସେହିମାନେ ପାବନ ଦୁନିଆକୁ ଯିବେ । ଏଠାରେ ରାଜଯୋଗର ହିଁ
କଥା ରହିଛି, ତୁମେମାନେ ଯାଇ ରାଜତ୍ୱ କରିବ । ବାକି ଯେଉଁ ଆତ୍ମାମାନେ ଅଛନ୍ତି ସେମାନେ ନିଜର
ହିସାବ କିତାବ ଚୁକ୍ତ କରି ଘରକୁ ଚାଲିଯିବେ । ଏହା ବିନାଶର ସମୟ ଅଟେ । ବର୍ତ୍ତମାନ ଏହି ବୁଦ୍ଧି
କହୁଛି - ସତ୍ୟଯୁଗର ସ୍ଥାପନା ନିଶ୍ଚିତ ହେବ । ପାବନ ଦୁନିଆ ସତ୍ୟଯୁଗକୁ କୁହାଯାଉଛି । ବାକି
ସମସ୍ତେ ମୁକ୍ତିଧାମକୁ ଚାଲିଯିବେ । ସେମାନଙ୍କୁ ପୁଣି ନିଜର ପାର୍ଟ ରିପିଟ୍ କରିବାକୁ ହେବ ।
ତୁମେମାନେ ମଧ୍ୟ ନିଜର ପୁରୁଷାର୍ଥ କରି ଚାଲିଛ । ତୁମେମାନେ ମଧ୍ୟ ପବିତ୍ର ହେଉଛ, ପବିତ୍ର
ଦୁନିଆର ମାଲିକ ହେବା ପାଇଁ । ତୁମେମାନେ ନିଜକୁ ମାଲିକ ତ ଭାବିବ ନା । ପ୍ରଜା ମଧ୍ୟ ମାଲିକ
ଅଟନ୍ତି । ଏବେ ପ୍ରଜା ମଧ୍ୟ କହୁଛନ୍ତି ନା - ମୋ ଭାରତ । ତୁମେମାନେ ଜାଣିଛ ଆମେ ସମସ୍ତେ
ନର୍କବାସୀ ଅଟୁ । ଏବେ ଆମେ ମାନେ ସ୍ୱର୍ଗବାସୀ ହେବା ପାଇଁ ରାଜଯୋଗ ଶିଖୁଛୁ । ସମସ୍ତେ ତ
ସ୍ୱର୍ଗବାସୀ ହେବେ ନାହିଁ । ବାବା କହୁଛନ୍ତି ଯେବେ ଭକ୍ତି ମାର୍ଗ ପୂର୍ଣ୍ଣ ହେବ, ତେବେ ଯାଇ ମୁଁ
ଆସିବି । ମୋତେ ହିଁ ଆସି ସବୁ ଭକ୍ତମାନଙ୍କୁ ଭକ୍ତିର ଫଳ ଦେବାକୁ ହେବ । ଭକ୍ତମାନେ ତ ଅଧିକ
ସଂଖ୍ୟାରେ ଅଛନ୍ତି ନା । ସମସ୍ତେ ଡାକଥା’ନ୍ତି ଗଡ୍ ଫାଦର୍ ଅର୍ଥାତ୍ ହେ ପ୍ରଭୁ । ଭକ୍ତଙ୍କ ମୁଖରୁ
ଓ ଗଡ ଫାଦର, ହେ ଭଗବାନ - ଏହା ନିଶ୍ଚିତ ବାହାରିବ । ତେବେ ଭକ୍ତି ଏବଂ ଜ୍ଞାନ ମଧ୍ୟରେ ବହୁତ
ପାର୍ଥକ୍ୟ ରହିଛି । ତୁମ ମୁଖରୁ କେବେ ହେ ଈଶ୍ୱର, ହେ ଭଗବାନ ବାହାରିପାରିବ ନାହିଁ ।
ମନୁଷ୍ୟମାନଙ୍କର ତ ଏହା ଅଧାକଳ୍ପର ଅଭ୍ୟାସ ରହିଛି । ତୁମେମାନେ ଜାଣିଛ ଯେ ଭଗବାନ ଆମର ବାବା
ଅଟନ୍ତି, ତୁମକୁ ହେ ବାବା କହିବାର ଆବଶ୍ୟକତା ନାହିଁ । ବାବାଙ୍କଠାରୁ ତ ତୁମକୁ ବର୍ସା ନେବାକୁ
ହେବ । ପ୍ରଥମେ ତ ଏହି ନିଶ୍ଚୟ ହେଉ ଯେ ଆମେମାନେ ବାବାଙ୍କଠାରୁ ବର୍ସା ନେଉଛୁ । ବାବା
ପିଲାମାନଙ୍କୁ ବର୍ସା ନେବାର ଅଧିକାରୀ କରାଉଛନ୍ତି । ଶିବବାବା ସତ୍ୟ ପିତା ଅଟନ୍ତି ନା । ବାବା
ଜାଣିଛନ୍ତି ଯେ ମୁଁ ଯେଉଁ ସନ୍ତାନମାନଙ୍କୁ ଜ୍ଞାନ ଅମୃତ ପିଆଇ, ଜ୍ଞାନ-ଚିତା ଉପରେ ବସାଇ ବିଶ୍ୱର
ମାଲିକ ଦେବତା କରାଇଥିଲି, ସେହିମାନେ ହିଁ କାମ-ଚିତା ଉପରେ ବସି ଭସ୍ମିଭୂତ ହୋଇଯାଇଛନ୍ତି । ଏବେ
ମୁଁ ପୁଣି ଜ୍ଞାନ ଚିତା ଉପରେ ବସାଇ, ଘୋର ଅଜ୍ଞାନ ନିଦ୍ରାରୁ ଜାଗ୍ରତ କରାଇ ସ୍ୱର୍ଗକୁ ନେଇଯାଉଛି
।
ବାବା ବୁଝାଉଛନ୍ତି -
ତୁମେ ଆତ୍ମାମାନେ ସେଠାରେ ଶାନ୍ତିଧାମ ଏବଂ ସୁଖଧାମରେ ରହୁଛ । ସୁଖଧାମକୁ ଭାଇସ୍ଲେସ୍ ୱାଲର୍ଡ
ଅର୍ଥାତ୍ ସମ୍ପୂର୍ଣ୍ଣ ନିର୍ବିକାରୀ ଦୁନିଆ କୁହାଯାଉଛି । ସେଠାରେ ଦେବତାମାନେ ରହୁଛନ୍ତି ଏବଂ
ଶାନ୍ତିଧାମ ହେଉଛି ସୁଇଟ୍ ହୋମ, ଆତ୍ମାମାନଙ୍କର ଘର । ସବୁ ଅଭିନେତା ସେହି ଶାନ୍ତିଧାମରୁ
ଆସୁଛନ୍ତି, ଏଠାକୁ ଅଭିନୟ କରିବା ପାଇଁ । ଆମେ ଆତ୍ମାମାନେ ଏହି ଦୁନିଆର ବାସିନ୍ଦା ନୁହେଁ ।
ଦୁନିଆର ଅଭିନେତାମାନେ ଏଠିକାର ବାସିନ୍ଦା ଅଟନ୍ତି । ସେମାନେ କେବଳ ଘରୁ ଆସି ପୋଷାକ ବଦଳାଇ
ଅଭିନୟ କରୁଛନ୍ତି । ତୁମେମାନେ ଜାଣିଛ ଯେ ଆମର ଘର ହେଉଛି ଶାନ୍ତିଧାମ, ଯେଉଁ ସ୍ଥାନକୁ ଆମେ
ପୁନର୍ବାର ଫେରିଯିବୁ । ଯେତେବେଳେ ସବୁ ଅଭିନେତାମାନେ ଷ୍ଟେଜ୍ ଉପରକୁ ଆସିଯିବେ ସେତେବେଳେ ବାବା
ଆସି ସମସ୍ତଙ୍କୁ ନେଇଯିବେ, ସେଥିପାଇଁ ତାଙ୍କୁ ଲିବରେଟର ଅର୍ଥାତ୍ ମୁକ୍ତିଦାତା, ଗାଇଡ୍ ଅର୍ଥାତ୍
ପଥ ପ୍ରଦର୍ଶକ ମଧ୍ୟ କୁହାଯାଉଛି । ବାବା ଦୁଃଖହର୍ତ୍ତା, ସୁଖକର୍ତ୍ତା ଅଟନ୍ତି, ତେବେ ଏତେ ସବୁ
ମନୁଷ୍ୟ କୁଆଡେ ଯିବେ । ବିଚାର ତ କର - ପତିତ-ପାବନଙ୍କୁ କାହିଁକି ଡାକୁଛନ୍ତି? ନିଜର ମୃତ୍ୟୁ
ପାଇଁ । କେହି ମନୁଷ୍ୟ ଦୁଃଖର ଦୁନିଆରେ ରହିବାକୁ ଚାହୁଁନାହାଁନ୍ତି, ସେଥିପାଇଁ କହୁଛନ୍ତି ଘରକୁ
ନେଇଚାଲ । ଦୁନିଆରେ ସମସ୍ତେ ମୁକ୍ତିକୁ ହିଁ ମାନୁଛନ୍ତି । ଭାରତର ପ୍ରାଚୀନ ଯୋଗ ମଧ୍ୟ କେତେ
ପ୍ରସିଦ୍ଧ, ବିଦେଶକୁ ମଧ୍ୟ ଯାଉଛନ୍ତି ପ୍ରାଚୀନ ରାଜଯୋଗ ଶିଖାଇବା ପାଇଁ । ଅନେକ ଖ୍ରୀଷ୍ଟିୟାନ୍
ଅଛନ୍ତି, ଯେଉଁମାନେ କି ସନ୍ନ୍ୟାସୀମାନଙ୍କର ମଧ୍ୟ ସମ୍ମାନ ରଖିଥାନ୍ତି । ଗେରୁକୌପନୀ ପୋଷାକ
ହେଉଛି ହଠଯୋଗର । ତୁମକୁ ଘରଦ୍ୱାର ଛାଡିବାକୁ ପଡିବ ନାହିଁ । ନା କୌଣସି ଧଳା ବସ୍ତ୍ରର ବନ୍ଧନ
ରହିଛି । କିନ୍ତୁ ଧଳା ପୋଷାକ ବହୁତ ଭଲ । ତୁମେ ଭଟ୍ଟୀରେ ରହିଥିବାରୁ ଏହିପରି ପୋଷାକ ମଧ୍ୟ
ହୋଇଯାଇଛି । ଆଜିକାଲି ଧଳା ପୋଷାକ ପସନ୍ଦ କରୁଛନ୍ତି । ମନୁଷ୍ୟ ମରିଗଲେ ଧଳା ବସ୍ତ୍ର ଢାଙ୍କି
ଦେଇଥାନ୍ତି । ତେବେ ପ୍ରଥମେ କାହାକୁ ବି ବାବାଙ୍କର ପରିଚୟ ଦେବାକୁ ହେବ । ଦୁଇଜଣ ପିତା ଅଛନ୍ତି,
ଏହି କଥା ବୁଝାଇବାରେ ସମୟ ଲାଗିଥାଏ । ପ୍ରଦର୍ଶନୀରେ ଏତେ ବୁଝାଇପାରିବେ ନାହିଁ । ସତ୍ୟଯୁଗରେ ଜଣେ
ପିତା, ବର୍ତ୍ତମାନ, ତୁମର ତିନିଜଣ ପିତା ଅଛନ୍ତି, କାହିଁକି ନା ଭଗବାନ ଆସୁଛନ୍ତି ପ୍ରଜାପିତା
ବ୍ରହ୍ମାଙ୍କ ଶରୀରରେ । ସିଏ ମଧ୍ୟ ସମସ୍ତଙ୍କର ପିତା ତ ଅଟନ୍ତି । ଆଚ୍ଛା ଏବେ ତିନି ଜଣ ପିତାଙ୍କ
ମଧ୍ୟରେ ଉଚ୍ଚ ବର୍ସା କାହାର? ନିରାକାର ବାବା ସ୍ୱର୍ଗର ସମ୍ପତ୍ତି ଦେବେ କିପରି? ସିଏ ପୁଣି
ଦେଉଛନ୍ତି ବ୍ରହ୍ମାଙ୍କ ଦ୍ୱାରା । ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରୁଛନ୍ତି ଏବଂ ବ୍ରହ୍ମାଙ୍କ
ଦ୍ୱାରା ସ୍ୱର୍ଗର ସମ୍ପତ୍ତି ମଧ୍ୟ ଦେଉଛନ୍ତି । ଏହି ଚିତ୍ର ଉପରେ ତୁମେ ବହୁତ ଭଲ ଭାବରେ
ବୁଝାଇପାରିବ । ଶିବବାବା ଅଛନ୍ତି, ପୁଣି ଏହି ପ୍ରଜାପିତା ବ୍ରହ୍ମା ଆଦିଦେବ ଏବଂ ଆଦିଦେବୀ ଅଛନ୍ତି
। ଏହି ବ୍ରହ୍ମା ହେଉଛନ୍ତି ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର (ଆଦିପିତା) । ଶିବବାବା କହୁଛନ୍ତି
ମୋତେ ଆଦିପିତା କହିବେ ନାହିଁ । ମୁଁ ସମସ୍ତଙ୍କର ପିତା ଅଟେ । ଇଏ ହେଉଛନ୍ତି ପ୍ରଜାପିତା ବ୍ରହ୍ମା
। ତେବେ ତୁମେ ହୋଇଗଲ ଭାଇ-ଭଉଣୀ, ତୁମ ମଧ୍ୟରେ ବିକାରୀ ଦୃଷ୍ଟି ରହିପାରିବ ନାହିଁ । ଯଦି ଉଭୟଙ୍କୁ
ବିକାରର ଦୃଷ୍ଟି ଆକର୍ଷିତ କରିଥାଏ ତେବେ ପତିତ ହୋଇପଡନ୍ତି ଏବଂ ବାବାଙ୍କୁ ଭୁଲି ଯାଆନ୍ତି । ବାବା
କହୁଛନ୍ତି - ତୁମେ ମୋର ସନ୍ତାନ ହୋଇ ମୁହଁ କଳା କରୁଛ । ବେହଦର ବାବା ପିଲାମାନଙ୍କୁ ବୁଝାଉଛନ୍ତି
। ତୁମର ଏହି ନିଶା ଚଢିଛି । ତୁମେମାନେ ଜାଣିଛ ଯେ ଘର ସଂସାରରେ ମଧ୍ୟ ରହିବାକୁ ହେବ । ଲୌକିକ
ସମ୍ବନ୍ଧୀଙ୍କ ସହିତ ମଧ୍ୟ ରହିବାକୁ ପଡିବ । ଲୌକିକ ପିତାଙ୍କୁ ତୁମେ ପିତା ବୋଲି କହିବ ନା ।
ତାଙ୍କୁ ତ ତୁମେ ଭାଇ କହିପାରିବ ନାହିଁ । ଦୁନିଆ ହିସାବରେ ପିତାଙ୍କୁ ତ ପିତା ହିଁ କହିବାକୁ ହେବ
। ବୁଦ୍ଧିରେ ରହିଛି ଯେ ଇଏ ଆମର ଲୌକିକ ପିତା ଅଟନ୍ତି । ଜ୍ଞାନ ତ ଅଛି ନା । ଏହି ଜ୍ଞାନ ବଡ
ବିଚିତ୍ର । ଆଜିକାଲି ନାମ ଧରି ମଧ୍ୟ ଡାକି ଦେଇଛନ୍ତି କିନ୍ତୁ କେହି ଜିଜ୍ଞାସୁ ଅଥବା ବାହାର ଲୋକ
ସମ୍ମୁଖରେ ଯଦି ଭାଇ କହିଦେଲ ତେବେ ସିଏ ଭାବିବେ ଏହାଙ୍କର ମୁଣ୍ଡ ଖରାପ ହୋଇଯାଇଛି । ଏଥିରେ ବହୁତ
ସତର୍କତା ଦରକାର । ତୁମର ଗୁପ୍ତ ଜ୍ଞାନ, ଗୁପ୍ତ ସମ୍ବନ୍ଧ ଅଟେ । ପ୍ରାୟତଃ ସ୍ତ୍ରୀମାନେ ସ୍ୱାମୀର
ନାମ ଧରି ନ ଥାନ୍ତି । ସ୍ୱାମୀ ସ୍ତ୍ରୀର ନାମ ଧରିପାରିବ । ଏଥିରେ ବହୁତ କାଇଦାରେ ଚାଲିବାକୁ ହେବ
। ଲୌକିକ ମାନଙ୍କ ସହିତ ମଧ୍ୟ ସମ୍ପର୍କ ରଖିବାକୁ ହେବ । ତୁମମାନଙ୍କର ବୁଦ୍ଧି ଉପରକୁ ଅର୍ଥାତ୍
ପରମଧାମକୁ ଚାଲିଯିବା ଉଚିତ୍ । ଆମେ ବାବାଙ୍କଠାରୁ ବର୍ସା ନେଉଛୁ । ବାକି କାକାଙ୍କୁ କାକା,
ଚାଚାକୁ ଚାଚା, ବାପାଙ୍କୁ ବାପା କହିବାକୁ ପଡିବ ନା । ଯେଉଁମାନେ ବ୍ରହ୍ମାକୁମାର-କୁମାରୀ
ହୋଇନାହାଁନ୍ତି ସେମାନେ ଭାଇ-ଭଉଣୀ ବୋଲି ବୁଝିବେ ନାହିଁ । ଯେଉଁମାନେ ବି.କେ. ହୋଇଛନ୍ତି
ସେହିମାନେ ଏହି କଥାକୁ ବୁଝିବେ । ବାହାରର ଲୋକେ ତ ପ୍ରଥମରୁ ହିଁ ଏହି କଥା ଶୁଣି ଚମକି ପଡିବେ ।
ଏହାକୁ ବୁଝିବା ପାଇଁ ଭଲ ବୁଦ୍ଧି ଦରକାର । ବାବା ତ ପିଲାମାନଙ୍କୁ ବିଶାଳବୁଦ୍ଧି କରାଉଛନ୍ତି ।
ତୁମମାନଙ୍କର ବୁଦ୍ଧି ପ୍ରଥମେ ସୀମିତ ଥିଲା । ଏବେ ଅସୀମ ବୁଦ୍ଧି ହୋଇଯାଇଛି । ସିଏ ଆମର ଅବିନାଶୀ
ପିତା ଅଟନ୍ତି । ଏମାନେ ସମସ୍ତେ ଆମର ଭାଇ-ଭଉଣୀ । କିନ୍ତୁ ଘରେ ଶାଶୂଙ୍କୁ ଶାଶୂ ହିଁ କହିବେ,
ଭଉଣୀ ବୋଲି କହିବେ ନାହିଁ । ଘରେ ରହି ବହୁତ ସତର୍କତାର ସହିତ ଚାଲିବାକୁ ହେବ, ନଚେତ୍ ଲୋକେ କହିବେ
ଇଏ ତ ସ୍ୱାମୀକୁ ଭାଇ, ଶାଶୂକୁ ଭଉଣୀ କହିଦେଉଛନ୍ତି, ଏସବୁ କ’ଣ? ଏହି ଜ୍ଞାନର କଥା ତୁମେ ହିଁ
ଜାଣୁଛ ଆଉ କେହି ଜାଣନ୍ତି ନାହିଁ । କହିଥାନ୍ତି ନା - ପ୍ରଭୁ ତୁମର ଗତି ମତି ତୁମେ ହିଁ ଜାଣ ।
ଏବେ ତୁମେମାନେ ତାଙ୍କର ସନ୍ତାନ ହୋଇଛ, ତେଣୁ ତୁମର ଗତିମତି ତୁମେ ହିଁ ଜାଣିଛ । ବହୁତ ସାବଧାନରେ
ଚାଲିବାକୁ ପଡୁଛି । କେହି କେଉଁଠି ଦ୍ୱନ୍ଦ୍ୱରେ ନ ପଡନ୍ତୁ । ତେଣୁ ପ୍ରଦର୍ଶନୀରେ ତୁମକୁ
ପ୍ରଥମେ-ପ୍ରଥମେ ବୁଝାଇବାକୁ ହେବ ଯେ ଆମକୁ ଭଗବାନ ପାଠ ପଢାଉଛନ୍ତି । ଏବେ ତୁମେ କୁହ ଭଗବାନ କିଏ?
ନିରାକାର ଶିବ ନା ଦେହଧାରୀ ଶ୍ରୀକୃଷ୍ଣ । ଗୀତାରେ ଯେଉଁ ଭଗବାନୁବାଚ ଲିଖିତ ରହିଛି ସେହି
ମହାବାକ୍ୟ ଶିବ ପରମାତ୍ମା ଉଚ୍ଚାରଣ କରିଛନ୍ତି ନା ଶ୍ରୀକୃଷ୍ଣ? କୃଷ୍ଣ ତ ହେଉଛନ୍ତି ସ୍ୱର୍ଗର
ପ୍ରଥମ ରାଜକୁମାର । ଏପରି ତ କୁହାଯାଇପାରିବ ନାହିଁ ଯେ କୃଷ୍ଣ ଜୟନ୍ତୀ ହିଁ ଶିବଜୟନ୍ତୀ ଅଟେ ।
ଶିବ ଜୟନ୍ତୀ ପରେ ପୁଣି କୃଷ୍ଣ ଜୟନ୍ତୀ । ଶିବଜୟନ୍ତୀ ଦ୍ୱାରା ସ୍ୱର୍ଗର ରାଜକୁମାର ଶ୍ରୀକୃଷ୍ଣ
କିପରି ହେଲେ, ଏହା ହେଉଛି ବୁଝିବାର କଥା । ଶିବଜୟନ୍ତୀ ପୁଣି ଗୀତା ଜୟନ୍ତୀ ପୁଣି ତୁରନ୍ତ ହେଉଛି
କୃଷ୍ଣ ଜୟନ୍ତୀ କାହିଁକି ନା ବାବା ରାଜଯୋଗ ଶିଖାଉଛନ୍ତି ନା । ପିଲାମାନଙ୍କର ବୁଦ୍ଧିରେ ଆସୁଛି
ନା । ଶିବ ପରମାତ୍ମା ନ ଆସିବା ପର୍ଯ୍ୟନ୍ତ ଶିବ ଜୟନ୍ତୀ ପାଳନ କରିପାରିବ ନାହିଁ । ଯେ
ଯର୍ପ୍ୟନ୍ତ ଶିବ ଆସି କୃଷ୍ଣପୁରୀର ସ୍ଥାପନା ନ କରିଛନ୍ତି ସେ ପର୍ଯ୍ୟନ୍ତ କୃଷ୍ଣଜୟନ୍ତୀ ମଧ୍ୟ
କିପରି ପାଳନ କରାଯିବ । କୃଷ୍ଣଙ୍କର ଜନ୍ମଦିନ ତ ପାଳନ କରୁଛନ୍ତି କିନ୍ତୁ କିଛି ହେଲେ ବୁଝୁ
ନାହାଁନ୍ତି । କୃଷ୍ଣ ରାଜକୁମାର ଥିଲେ ତେବେ ନିଶ୍ଚିତ ସତ୍ୟଯୁଗରେ ହେବେ ନା ।
ଦେବୀ-ଦେବତାମାନଙ୍କର ରାଜଧାନୀ ନିଶ୍ଚିତ ହେବ । କେବଳ ଏକମାତ୍ର କୃଷ୍ଣଙ୍କୁ ତ ରାଜତ୍ୱ ମିଳିବ
ନାହିଁ । ନିଶ୍ଚିତ କୃଷ୍ଣପୁରୀ ହେବ ନା! କହୁଛନ୍ତି ମଧ୍ୟ କୃଷ୍ଣପୁରୀ... ଆଉ ପୁଣି ଏହା ହେଲା
କଂସପୁରୀ । କୃଷ୍ଣପୁରୀ ହେଲା ନୂଆ ଦୁନିଆ । କଂସପୁରୀ ହେଲା ପୁରୁଣା ଦୁନିଆ । ଏଥିରେ ଦେବତାମାନେ
ଜିତିଲେ । କିନ୍ତୁ ଏପରି ନୁହେଁ । କଂସପୁରୀ ବିନାଶ ହୋଇ ପୁଣି କୃଷ୍ଣପୁରୀ ସ୍ଥାପନ ହେବ ନା ।
କଂସପୁରୀ ଏହି ପୁରୁଣା ଦୁନିଆରେ ହିଁ ହେବ । ନୂଆ ଦୁନିଆରେ କଂସ ଦୈତ୍ୟ ଆଦି ରହିବେ ନାହିଁ ।
ଏଠାରେ ତ ଦେଖ କେତେ ମନୁଷ୍ୟ ଅଛନ୍ତି । ସତ୍ୟଯୁଗରେ ବହୁତ କମ୍ ମନୁଷ୍ୟ ରହିବେ । ଏକଥା ମଧ୍ୟ
ତୁମେମାନେ ହିଁ ବୁଝିପାରିବ, ଏବେ ତୁମମାନଙ୍କର ବୁଦ୍ଧି ଚାଲୁଛି । ଦେବତାମାନେ ତ କୌଣସି ଲଢେଇ କରି
ନ ଥିଲେ । ଦୈବୀ ସମ୍ପ୍ରଦାୟ ସତ୍ୟଯୁଗରେ ହିଁ ହୋଇଥାଏ । ଏଠାରେ ଆସୁରୀ ସମ୍ପ୍ରଦାୟ ରହିଛି । ବାକି
ନା ଦେବତା ଓ ଅସୁରମାନଙ୍କର ଭିତରେ ଲଢେଇ ହୋଇଥିଲା ନା କୌରବ ଓ ପାଣ୍ଡବମାନଙ୍କର ଲଢେଇ ହୋଇଥିଲା ।
ତୁମେମାନେ ରାବଣ ଉପରେ ବିଜୟ ପ୍ରାପ୍ତ କରୁଛ । ବାବା କହୁଛନ୍ତି - ଏହି ବିକାର ଉପରେ ବିଜୟ
ପ୍ରାପ୍ତ କଲେ ଜଗତ୍ଜିତ୍ ହୋଇଯିବ । ଏଥିରେ କୌଣସି ଲଢିବାର କଥା ନାହିଁ । ଲଢିବାର ନାମ ନେଲେ
ହିଂସ୍ରକ ହୋଇଯିବ । ତୁମମାନଙ୍କୁ ରାବଣ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ କିନ୍ତୁ ଅହିଂସକ
ଭାବରେ । କେବଳ ବାବାଙ୍କୁ ମନେ ପକାଇବା ଦ୍ୱାରା ଆମର ବିକର୍ମ ବିନାଶ ହେବ । ଭାରତର ପ୍ରାଚୀନ
ରାଜଯୋଗ ପ୍ରସିଦ୍ଧ ଅଟେ ।
ବାବା କହୁଛନ୍ତି - ମୋ
ସାଥିରେ ବୁଦ୍ଧିର ଯୋଗ ଲଗାଅ ତେବେ ତୁମର ପାପ ଭସ୍ମ ହୋଇଯିବ । ବାବା ପତିତ-ପାବନ ଅଟନ୍ତି, ତେଣୁ
ବୁଦ୍ଧିର ଯୋଗ ସେହି ବାବାଙ୍କ ସହିତ ଲଗାଇବାକୁ ହେବ, ତେବେ ତୁମେ ପତିତରୁ ପାବନ ହୋଇଯିବ । ଏବେ
ତୁମେ ବାସ୍ତବରେ ତାଙ୍କ ସହିତ ଯୋଗ ଲଗାଉଛ, ଏଥିରେ ଲଢେଇର କୌଣସି କଥା ନାହିଁ । ଯିଏ ଭଲ ଭାବରେ
ପାଠ ପଢିବେ, ବାବାଙ୍କ ସହିତ ଯୋଗ ଲଗାଇବେ, ସେହିମାନେ ହିଁ ବାବାଙ୍କଠାରୁ ବର୍ସା ପାଇବେ - କଳ୍ପ
ପୂର୍ବ ସଦୃଶ । ଏହି ପୁରୁଣା ଦୁନିଆର ବିନାଶ ମଧ୍ୟ ହେବ । ସମସ୍ତେ ହିସାବ-କିତାବ ଚୁକ୍ତ କରି ଘରକୁ
ଯିବେ । ପୁଣି ଶ୍ରେଣୀ ପରିବର୍ତ୍ତିତ ହେଲା ଭଳି କ୍ରମଅନୁସାରେ ଯାଇ ବସିବେ ନା । ତୁମେ ମଧ୍ୟ
କ୍ରମଅନୁସାରେ ଯାଇ ସେଠାରେ ରାଜତ୍ୱ କରିବ । ଏହା କେତେ ବୁଝିବାର କଥା । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି
ମହାବିନାଶ ସମୟରେ ଯେବେକି ସତ୍ୟଯୁଗର ସ୍ଥାପନା ହେଉଛି, ତେଣୁ ପବିତ୍ର ନିଶ୍ଚୟ ହେବାକୁ ପଡିବ ।
ବାବା ଏବଂ ବାବାଙ୍କର କାର୍ଯ୍ୟରେ କେବେ ବି ସନ୍ଦେହ କରିବାର ନାହିଁ ।
(୨) ଆମର ଜ୍ଞାନ ଏବଂ
ସମ୍ବନ୍ଧ ଗୁପ୍ତ ଅଟେ, ସେଥିପାଇଁ ଲୌକିକରେ ବହୁତ ସାବଧାନତାର ସହିତ ବିଶାଳ ବୁଦ୍ଧି ହୋଇ ଚାଲିବାକୁ
ହେବ । ଏପରି କୌଣସି ଶବ୍ଦ କହିବାର ନାହିଁ ଯାହା ଦ୍ୱାରା ଯେଉଁମାନେ ଶୁଣିବେ ସେମାନେ ଦ୍ୱନ୍ଦରେ
ପଡିଯିବେ ।
ବରଦାନ:-
ଜ୍ଞାନର ଲାଇଟ୍
ମାଇଟ୍ ଦ୍ୱାରା ଦୁର୍ବଳ ସଂସ୍କାର ଗୁଡିକୁ ସମାପ୍ତ କରୁଥିବା ଶକ୍ତି ସମ୍ପନ୍ନ ଆତ୍ମା ଭବ ।
ଜ୍ଞାନ ଦ୍ୱାରା ନିଜର
ଦୁର୍ବଳ ସଂସ୍କାର ଗୁଡିକ ବିଷୟରେ ଜଣା ତ ପଡିଯାଏ ଏବଂ ଯେତେବେଳେ ସେହି କଥାର ଜ୍ଞାନ ମିଳିଯାଏ
ସେତେବେଳେ ସେହି ସଂସ୍କାର ଗୁଡିକ କିଛି ସମୟ ପାଇଁ ଭିତରେ ଦବି ରହିଯାଆନ୍ତି କିନ୍ତୁ ସେଗୁଡିକୁ
ସମାପ୍ତ କରିବା ପାଇଁ ଲାଇଟ୍ ଅର୍ଥାତ୍ ଆଲୋକ ଏବଂ ମାଇଟ୍ ଅର୍ଥାତ୍ ଶକ୍ତିର ଅତିରିକ୍ତ ବଳ ଦରକାର
। ଏଥିପାଇଁ ମାଷ୍ଟର ସର୍ବଶକ୍ତିବାନ, ମାଷ୍ଟର ନଲେଜଫୁଲ ହେବା ସହିତ ଚେକିଙ୍ଗ୍ ମାଷ୍ଟର ହୁଅ । ଯଦି
ଜ୍ଞାନ ଦ୍ୱାରା ନିଜ ଭିତରେ ଶକ୍ତି ଭରିବ, ମନନ ଶକ୍ତିକୁ ବଢାଇବ, ତାହା ହେଲେ ଶକ୍ତି ସମ୍ପନ୍ନ
ହୋଇଯିବ ।
ସ୍ଲୋଗାନ:-
ଯେଉଁଠି
ସର୍ବଶକ୍ତି ରହିଛି ସେଠାରେ ପ୍ରସନ୍ନତା ଅଛି ।
ଅବ୍ୟକ୍ତ ଈଶାରା:- ଏବେ
ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର ।
ଯଦି ଦେଇ ସାରିବା ପରେ
ଏଭଳି ବି ସଂକଳ୍ପ ଆସୁଛି ଯେ ମୁଁ ଏତେ ଦେଇଛି । ଏଥିପାଇଁ ମୋତେ କିଛି ମାନ୍-ଶାନ୍ ବା ପ୍ରଂଶସା
ମିଳିବା ଦରକାର, ତେବେ ଏହା ମଧ୍ୟ ନେବାର ଭାବନା ହୋଇଗଲା । ଦାତାଙ୍କର ସନ୍ତାନ ହୋଇ ଯଦି ଏଭଳି
ନେବାର ସଂକଳ୍ପ ମଧ୍ୟ କରୁଛ ତେବେ ତୁମକୁ ଦାତା କୁହାଯିବ ନାହିଁ । ଏହା ମଧ୍ୟ ନେବା ଅଟେ,
ଦେବାବାଲା ପାଇଁ ଏହା ଶୋଭା ପାଉ ନାହିଁ ।