24.12.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଅବିନାଶୀ
ଜ୍ଞାନ ରତ୍ନର ଦାନ ହିଁ ମହାଦାନ ଅଟେ, ଏହି ଦାନ ଦ୍ୱାରା ହିଁ ରାଜତ୍ୱ ପ୍ରାପ୍ତ ହୋଇଥାଏ,
ସେଥିପାଇଁ ମହାଦାନୀ ହୁଅ’’ ।
ପ୍ରଶ୍ନ:-
ସେବାର ସଉକ ଥିବା
ସନ୍ତାନମାନଙ୍କର କେଉଁ କେଉଁ ମୁଖ୍ୟ ଲକ୍ଷଣ ଗୁଡିକ ଥିବ?
ଉତ୍ତର:-
୧- ସେମାନଙ୍କୁ ପୁରୁଣା ଦୁନିଆର ବାତାବରଣ ବିଲ୍କୁଲ୍ ଭଲ ଲାଗିବ ନାହିଁ, ୨- ସେମାନେ ବହୁତଙ୍କର
ସେବା କରି ନିଜ ସମାନ କରିବାରେ ହିଁ ଖୁସି ଅନୁଭବ କରିବେ, ୩- ସେମାନଙ୍କୁ ପଢିବାରେ ଏବଂ ପଢାଇବାରେ
ହିଁ ଆରାମ ମିଳିବ, ୪- ବୁଝାଇ-ବୁଝାଇ ଗଳା ଖରାପ ହୋଇଗଲେ ମଧ୍ୟ ସେମାନଙ୍କୁ ଖୁସିର ଅନୁଭବ ହେଉଥିବ,
୫- ସେମାନଙ୍କୁ କାହାର ସମ୍ପତ୍ତିର ଆବଶ୍ୟକତା ନ ଥାଏ । ସେମାନେ କାହାର ସମ୍ପତ୍ତି ପାଇବା ପାଇଁ
ନିଜର ସମୟ ନଷ୍ଟ କରିବେ ନାହିଁ, ୬- ସେମାନଙ୍କର ସବୁ ଆଡୁ ଆକର୍ଷଣ ତୁଟିଯାଇଥିବ । ୭- ସେମାନେ
ବାବାଙ୍କ ଭଳି ଉଦାରଚିତ୍ତ ହୋଇଥିବେ । ସେମାନଙ୍କୁ ସେବା ବ୍ୟତୀତ ଅନ୍ୟ କିଛି ବି ମିଠା ଲାଗିବ
ନାହିଁ ।
ଗୀତ:-
ଓମ୍ ନମୋ ଶିବାୟ...
ଓମ୍ ଶାନ୍ତି ।
ଆତ୍ମିକ ପିତା
ଯାହାଙ୍କର ମହିମା ଶୁଣିଲ ସେ ଏଠାରେ ପିଲାମାନଙ୍କୁ ପାଠ ପଢାଉଛନ୍ତି, ଏହା ପାଠଶାଳା ଅଟେ ନା ।
ତୁମେ ସବୁ ଏଠାରେ ଶିକ୍ଷକଙ୍କ ଦ୍ୱାରା ପାଠ ପଢୁଛ । ସେ ପରମ ଶିକ୍ଷକ ଅଟନ୍ତି, ଯାହାଙ୍କୁ ପରମପିତା
ମଧ୍ୟ କୁହାଯାଏ । ଆତ୍ମିକ ପିତାଙ୍କୁ ହିଁ ପରମପିତା କୁହାଯାଉଛି । ଲୌକିକ ପିତାଙ୍କୁ କେବେ
ପରମପିତା କୁହାଯିବ ନାହିଁ । ତୁମେ କହିବ ଏବେ ଆମେ ପାରଲୌକିକ ବାବାଙ୍କ ପାଖରେ ବସିଛୁ । କେହି
ବସିଛନ୍ତି, କେହି ଅତିଥି ହୋଇ ଆସୁଛନ୍ତି । ତୁମେ ବୁଝୁଛ ଆମେ ଅବିନାଶୀ ପିତାଙ୍କ ପାଖରେ ବସିଛୁ,
ସମ୍ପତ୍ତି ନେବା ପାଇଁ । ତେଣୁ ମନେ ମନେ କେତେ ଖୁସି ହେବା ଦରକାର । ମନୁଷ୍ୟ ତ ବିଚରା ଚିତ୍କାର
କରୁଛନ୍ତି । ବର୍ତ୍ତମାନ ସମୟରେ ଦୁନିଆରେ ସମସ୍ତେ କହୁଛନ୍ତି ଶାନ୍ତି ହେଉ । ଏହା ତ
ବିଚରାମାନଙ୍କୁ ଜଣା ନାହିଁ, ଶାନ୍ତି କେଉଁ ବସ୍ତୁ ଅଟେ । ଜ୍ଞାନର ସାଗର, ଶାନ୍ତିର ସାଗର ବାବା
ହିଁ ଶାନ୍ତିର ସ୍ଥାପନକର୍ତ୍ତା ଅଟନ୍ତି । ନିରାକାରୀ ଦୁନିଆରେ ତ ଶାନ୍ତି ହିଁ ରହିଛି । ଏଠାରେ
ଚିତ୍କାର କରୁଛନ୍ତି ଦୁନିଆରେ ଶାନ୍ତି କିପରି ହେବ? ନୂଆ ଦୁନିଆ ସତ୍ୟଯୁଗରେ ଶାନ୍ତି ଥିଲା
ଯେତେବେଳେ କି ଗୋଟିଏ ଧର୍ମ ଥିଲା । ନୂଆ ଦୁନିଆକୁ କୁହାଯାଉଛି ପାରାଡାଇଜ୍, ଦେବତାମାନଙ୍କର
ଦୁନିଆ । ଶାସ୍ତ୍ରରେ ସବୁ ଯାଗାରେ ଅଶାନ୍ତିର କଥା ଲେଖିଦେଇଛନ୍ତି । ଦ୍ୱାପରରେ କଂସ ଥିଲା, ପୁଣି
ହିରଣ୍ୟକଶ୍ୟପକୁ ସତ୍ୟଯୁଗରେ ଦର୍ଶାଯାଇଛି, ତ୍ରେତାରେ ରାବଣର ହଙ୍ଗାମା... । ସବୁ ଜାଗାରେ
ଅଶାନ୍ତି ଦେଖାଇଛନ୍ତି । ମନୁଷ୍ୟ ବିଚରା କେତେ ଘୋର ଅନ୍ଧକାରରେ ଅଛନ୍ତି । ଅବିନାଶୀ ପିତାଙ୍କୁ
ମଧ୍ୟ ଡାକୁଛନ୍ତି । ପରମପିତା ଆସିଲେ ଶାନ୍ତିର ସ୍ଥାପନା କରିବେ । ବିଚରାମାନେ ଈଶ୍ୱରଙ୍କୁ ଜାଣି
ହିଁ ନାହାଁନ୍ତି । ଶାନ୍ତି ତ ନୂଆ ଦୁନିଆରେ ହିଁ ରହିବ । ପୁରୁଣା ଦୁନିଆରେ ଶାନ୍ତି ହେବ ନାହିଁ
। ନୂଆ ଦୁନିଆର ସ୍ଥାପନକର୍ତ୍ତା ବାବା ହିଁ ଅଟନ୍ତି । ତାଙ୍କୁ ହିଁ ଡାକୁଛନ୍ତି ଯେ ଆସି ଶାନ୍ତି
ସ୍ଥାପନ କର । ଆର୍ଯ୍ୟ ସମାଜୀ ମଧ୍ୟ ଗାୟନ କରୁଛନ୍ତି ଶାନ୍ତି ଦେବା ।
ବାବା କହୁଛନ୍ତି ପ୍ରଥମେ
ହେଉଛି ପବିତ୍ରତା । ଏବେ ତୁମେ ପବିତ୍ର ହେଉଛ । ସେଠାରେ ପବିତ୍ରତା, ଶାନ୍ତି, ସ୍ୱାସ୍ଥ୍ୟ,
ସମ୍ପତ୍ତି ସବୁ କିଛି ରହିଥାଏ, ଧନ ବିନା ତ ମନୁଷ୍ୟ ଉଦାସ ହୋଇଯାଉଛନ୍ତି । ତୁମେ ଏଠାକୁ ଆସୁଛ ଏହି
ଲକ୍ଷ୍ମୀ-ନାରାୟଣଙ୍କ ପରି ଧନବାନ୍ ହେବା ପାଇଁ । ଇଏ ବିଶ୍ୱର ମାଲିକ ଥିଲେ ନା । ତୁମେ ଆସିଛ
ବିଶ୍ୱର ମାଲିକ ହେବା ପାଇଁ । କିନ୍ତୁ ବୁଦ୍ଧି ତ ସମସ୍ତଙ୍କର ଏକାଭଳି ନୁହେଁ । ବାବା କହୁଛନ୍ତି
- ଯେବେ ପ୍ରଭାତ ପରିକ୍ରମା କରୁଛ ସେତେବେଳେ ସାଥିରେ ଲକ୍ଷ୍ମୀ ନାରାୟଣଙ୍କର ଚିତ୍ର ନିଶ୍ଚୟ ରଖ ।
ଏହିପରି ପ୍ରବନ୍ଧ କର । ଏବେ ପିଲାମାନଙ୍କର ବୁଦ୍ଧି ପାରସ ବୁଦ୍ଧି ହେବାକୁ ଯାଉଛି । ବର୍ତ୍ତମାନ
ସମୟରେ ତମୋପ୍ରଧାନରୁ ରଜୋ ପର୍ଯ୍ୟନ୍ତ ଯାଇଛନ୍ତି । ଏବେ ସତ୍ତ୍ୱ, ପୁଣି ସତ୍ତୋପ୍ରଧାନ
ପର୍ଯ୍ୟନ୍ତ ଯିବାକୁ ହେବ । ସେ ଶକ୍ତି ଏବେ ଆସି ନାହିଁ । କାରଣ ବାବାଙ୍କ ସ୍ମୃତିରେ
ରହୁନାହାଁନ୍ତି । ଯୋଗବଳର ବହୁତ ଅଭାବ ରହିଛି । ତୁରନ୍ତ ସତ୍ତ୍ୱପ୍ରଧାନ ହୋଇପାରିବେ ନାହିଁ ।
ଗୋଟିଏ ସେକେଣ୍ଡରେ ଜୀବନମୁକ୍ତିର ଯେଉଁ ଗାୟନ ରହିଛି, ତାହା ତ ଠିକ୍ । ତୁମେ ବ୍ରାହ୍ମଣ ହେବା ପରେ
ତ ଜୀବନମୁକ୍ତ ହୋଇଗଲ, ପୁଣି ଜୀବନମୁକ୍ତିରେ ସର୍ବୋତ୍ତମ, ମଧ୍ୟମ, କନିଷ୍ଠ ପଦ ରହିଛି । ଯିଏ
ବାବାଙ୍କର ହେଉଛନ୍ତି ସେମାନଙ୍କୁ ଜୀବନମୁକ୍ତି ନିଶ୍ଚୟ ମିଳୁଛି । ଭଲେ ବାବାଙ୍କର ହୋଇ ପୁଣି
ବାବାଙ୍କୁ ଛାଡି ଦେଉଛନ୍ତି, ତେବେ ବି ଜୀବନମୁକ୍ତି ନିଶ୍ଚୟ ମିଳିବ । ସ୍ୱର୍ଗରେ ଝାଡୁଦାର
ହୋଇଯିବେ । ସ୍ୱର୍ଗକୁ ତ ନିଶ୍ଚୟ ଯିବେ କିନ୍ତୁ ପଦ କମ୍ ମିଳିବ । ବାବା ଅବିନାଶୀ ଜ୍ଞାନ
ଦେଉଛନ୍ତି, ଜ୍ଞାନର କେବେ ବିନାଶ ହୁଏ ନାହିଁ । ପିଲାମାନଙ୍କ ମନ ଭିତରେ ଖୁସିର ଢ଼ୋଲ ବାଜିବା
ଦରକାର । ଏହି ହାୟ ହାୟ ହେବା ପରେ ପୁଣି ବାଃ ବାଃ ହେବ ।
ତୁମେ ଏବେ ଈଶ୍ୱରୀୟ
ସନ୍ତାନ ଅଟ । ପୁଣି ଦୈବୀ ସନ୍ତାନ ହେବ । ବର୍ତ୍ତମାନ ତୁମର ଜୀବନ ହୀରାତୁଲ୍ୟ ଅଟେ । ତୁମେ
ଭାରତର ସେବା କରି ଏହାକୁ ଶାନ୍ତିମୟ କରାଉଛ । ସେଠାରେ ପବିତ୍ରତା, ସୁଖ, ଶାନ୍ତି ସବୁ ରହିଥାଏ ।
ଏହି ଜୀବନ ତୁମର ଦେବତାମାନଙ୍କଠାରୁ ମଧ୍ୟ ଶ୍ରେଷ୍ଠ । ଏବେ ତୁମେ ରଚୟିତା ବାବା ଏବଂ
ସୃଷ୍ଟିଚକ୍ରକୁ ଜାଣୁଛ । କହୁଛନ୍ତି ଏହି ପର୍ବପର୍ବାଣୀ ସବୁ ପରମ୍ପରାରୁ ପ୍ରଚଳିତ ଅଛି । କିନ୍ତୁ
କେବେଠାରୁ? ଏ କଥା କେହି ଜାଣିନାହାଁନ୍ତି । ଭାବୁଛନ୍ତି ଯେବେଠାରୁ ସୃଷ୍ଟି ଆରମ୍ଭ ହେଲା, ରାବଣକୁ
ଜଳାଇବା ଆଦି ମଧ୍ୟ ପରମ୍ପରାରୁ ଚାଲିଆସୁଛି । ସତ୍ୟଯୁଗରେ ତ ରାବଣ ରହିବ ନାହିଁ । ସେଠାରେ କେହି
ଦୁଃଖୀ ନ ଥାନ୍ତି ସେଥିପାଇଁ ଈଶ୍ୱରଙ୍କୁ ମଧ୍ୟ ମନେ ପକାନ୍ତି ନାହିଁ । ଏଠାରେ ସମସ୍ତେ ଈଶ୍ୱରଙ୍କୁ
ମନେ ପକାଉଛନ୍ତି । ଭାବୁଛନ୍ତି ଈଶ୍ୱର ହିଁ ବିଶ୍ୱରେ ଶାନ୍ତି ସ୍ଥାପନ କରିବେ, ସେଥିପାଇଁ
କହୁଛନ୍ତି ଆସି ଦୟା କର । ଆମକୁ ଦୁଃଖରୁ ମୁକ୍ତ କର । ପିଲାମାନେ ହିଁ ବାବାଙ୍କୁ ଡାକୁଛନ୍ତି
କାହିଁକିନା ପିଲାମାନେ ହିଁ ସୁଖ ଦେଖିଛନ୍ତି । ବାବା କହୁଛନ୍ତି - ତୁମକୁ ପବିତ୍ର କରାଇ ସାଥିରେ
ନେଇଯିବି । ଯେଉଁମାନେ ପବିତ୍ର ନ ହେବେ ସେମାନେ ଦଣ୍ଡ ଭୋଗ କରିବେ । ଏଥିରେ ମନ, ବଚନ, କର୍ମରେ
ପବିତ୍ର ରହିବାକୁ ହେବ । ମନୋବୃତ୍ତି ମଧ୍ୟ ବହୁତ ଭଲ ହେବା ଦରକାର । ଏପରି ଅଭ୍ୟାସ କରିବା ଦରକାର
ଯେ ଅନ୍ତ ସମୟରେ ମନରେ ଏପରି କୌଣସି ବ୍ୟର୍ଥ ଖିଆଲ୍ ନ ଆସିବ । ଏକ ବାବାଙ୍କ ବ୍ୟତୀତ କେହି ହେଲେ
ମନେ ନ ପଡନ୍ତୁ । ବାବା ବୁଝାଉଛନ୍ତି ଯେଉଁ ପର୍ଯ୍ୟନ୍ତ କର୍ମାତୀତ ଅବସ୍ଥା ନ ହୋଇଛି ମନରେ
ବ୍ୟର୍ଥ ସଂକଳ୍ପ ତ ଆସିବ । ହନୁମାନ ସଦୃଶ ଅଟଳ ହୁଅ, ଏଥିରେ ହିଁ ତ ବହୁତ ମେହନତ ଦରକାର ।
ଯେଉଁମାନେ ଆଜ୍ଞାକାରୀ, ବିଶ୍ୱସ୍ତ, ସୁପୁତ୍ର ସନ୍ତାନ ହୋଇଥାନ୍ତି ବାବାଙ୍କର ସ୍ନେହ ମଧ୍ୟ ତାଙ୍କ
ଉପରେ ଅଧିକ ରହିଥାଏ । ୫ ବିକାର ଉପରେ ବିଜୟ ପ୍ରାପ୍ତ ନ କଲେ ଏତେ ପ୍ରିୟ ହୋଇପାରିବ ନାହିଁ ।
ତୁମେ ଜାଣିଛ ଆମେ କଳ୍ପ କଳ୍ପ ବାବାଙ୍କଠାରୁ ଏହି ସମ୍ପତ୍ତି ନେଉଛୁ, ତେଣୁ କେତେ ଖୁସିର ନିଶା
ଚଢ଼ିବା ଦରକାର । ଏକଥା ମଧ୍ୟ ଜାଣିଛ ସ୍ଥାପନା ତ ନିଶ୍ଚୟ ହେବ । ଏହି ପୁରୁଣା ଦୁନିଆ ନିଶ୍ଚୟ
କବରଦାଖିଲ ହେବ । ଆମେ ପରିସ୍ତାନ ଅର୍ଥାତ୍ ସ୍ୱର୍ଗ ଦୁନିଆକୁ ଯିବା ପାଇଁ କଳ୍ପ ପୂର୍ବପରି
ପୁରୁଷାର୍ଥ କରୁଛୁ । ଏହା ତ କବରସ୍ତାନ ବା ଶ୍ମଶାନ ଅଟେ ନା । ପୁରୁଣା ଦୁନିଆ ଏବଂ ନୂଆ ଦୁନିଆ
ବିଷୟରେ ସିଡି ଚିତ୍ରରେ ବୁଝାଯାଇଛି । ଏହି ସିଡି ଚିତ୍ର କେତେ ଜ୍ଞାନଯୁକ୍ତ ତଥାପି ବି ମନୁଷ୍ୟ
ବୁଝୁନାହାନ୍ତି । ଏଠାରେ ତ ବାବାଙ୍କ ନିକଟରେ ରହିଲାବାଲା ମଧ୍ୟ ପୂରା ବୁଝୁନାହାଁନ୍ତି । ତୁମକୁ
ଜ୍ଞାନ ଧନର ଦାନ ତ ନିଶ୍ଚୟ କରିବା ଉଚିତ୍ । ଧନ ଦେଲେ ଧନ ସରିଯିବ ନାହିଁ । ଦାନୀ, ମହାଦାନୀ ବୋଲି
କୁହାଯାଏ ନା । ଯେଉଁମାନେ ଡାକ୍ତରଖାନା, ଧର୍ମଶାଳା ଆଦି ତିଆରି କରୁଛନ୍ତି ତାଙ୍କୁ ମହାଦାନୀ
କୁହାଯାଉଛି । ତା’ର ଫଳ ପୁଣି ସେମାନଙ୍କୁ ପରଜନ୍ମରେ ଅଳ୍ପକାଳ ପାଇଁ ମିଳିଥାଏ । ଧର୍ମଶାଳା ତିଆରି
କଲେ ପରଜନ୍ମରେ ଭଲ ଘରେ ରହିବାର ସୁଖ ମିଳିବ । କେହି ବହୁତ ଧନ ଦାନ କଲେ ରାଜା ଅଥବା ସାହୁକାର ଘରେ
ଜନ୍ମ ନେଇଥା’ନ୍ତି । ସେମାନେ ଦାନ ଦ୍ୱାରା ଏପରି ହୋଇଥା’ନ୍ତି । ତୁମେ ପାଠପଢ଼ା ଦ୍ୱାରା ରାଜତ୍ତ୍ୱ
ପ୍ରାପ୍ତ କରୁଛ । ପାଠପଢ଼ା ସହିତ ଦାନ ମଧ୍ୟ ରହିଛି । ଏଠାରେ ହେଲା ପ୍ରତ୍ୟକ୍ଷ, ଭକ୍ତିମାର୍ଗରେ
ପରୋକ୍ଷ ଭାବେ କରୁଛନ୍ତି । ଶିବବାବା ତୁମକୁ ପାଠପଢ଼ାଇ ଏପରି ଶ୍ରେଷ୍ଠ କରୁଛନ୍ତି । ଶିବବାବାଙ୍କ
ପାଖରେ ତ ଅବିନାଶୀ ଜ୍ଞାନରତ୍ନ ରହିଛି । ଗୋଟିଏ ଗୋଟିଏ ରତ୍ନ ଲକ୍ଷ-ଲକ୍ଷ ଟଙ୍କା ସଦୃଶ ମୂଲ୍ୟବାନ
। ଭକ୍ତି ପାଇଁ ଏପରି କୁହାଯାଏ ନାହିଁ । ଏହାକୁ ଜ୍ଞାନ କୁହାଯାଉଛି । ଶାସ୍ତ୍ରରେ ଭକ୍ତିର ଜ୍ଞାନ
ରହିଛି, ଭକ୍ତି କିପରି କରାଯିବ ସେଥିପାଇଁ ଶିକ୍ଷା ମିଳୁଛି । ତୁମ ପାଖରେ ଜ୍ଞାନର ଅସରନ୍ତି ନିଶା
ରହିଛି । ତୁମକୁ ଭକ୍ତି ପରେ ଜ୍ଞାନ ମିଳୁଛି । ଜ୍ଞାନଦ୍ୱାରା ହିଁ ବିଶ୍ୱର ବାଦଶାହ ହେବାର
ଅସରନ୍ତି ନିଶା ଚଢ଼ିଥାଏ । ଯିଏ ଅଧିକ ସେବା କରିବେ, ତାଙ୍କର ଅଧିକ ନିଶା ଚଢ଼ିବ । ପ୍ରଦର୍ଶନୀ ଅଥବା
ମ୍ୟୁଜିୟମ୍ରେ ମଧ୍ୟ ଭଲ ଭଲ ବକ୍ତାଙ୍କୁ ଡାକିଥା’ନ୍ତି । ସେଥିରେ ମଧ୍ୟ ନିଶ୍ଚିତ ରୂପେ
କ୍ରମାନ୍ୱୟରେ ରହିବେ । ମହାରଥୀ, ଅଶ୍ୱାରୋହୀ, ପଦାତିକ ଆଦି ରହିଥା’ନ୍ତି । ଦିଲ୍ୱାଡା ମନ୍ଦିରରେ
ମଧ୍ୟ ସ୍ମୃତିଚିହ୍ନ ନିର୍ମିତ ହୋଇଛି । ତୁମେ କହୁଛ ଏହି ମଧୁବନ ହେଉଛି ଚୈତନ୍ୟ ଦିଲୱାଡା, ତାହା
ତ ଜଡ । ତୁମେ ହେଉଛ ଗୁପ୍ତ, ତେଣୁ ତୁମକୁ କେହି ଜାଣିନାହାନ୍ତି ।
ତୁମେ ହେଉଛ ରାଜଋଷି,
ସେମାନେ ହଠଯୋଗ ଋଷି । ଏବେ ତୁମେ ଜ୍ଞାନ ଜ୍ଞାନେଶ୍ୱରୀ ଅଟ । ଜ୍ଞାନ ସାଗର ତୁମକୁ ଜ୍ଞାନ
ଦେଉଛନ୍ତି । ତୁମେ ଅବିନାଶୀ ସର୍ଜନଙ୍କର ସନ୍ତାନ । ସର୍ଜନ ହିଁ ନାଡି ଦେଖିଥା’ନ୍ତି ନା । ଯିଏ
ନିଜ ନାଡିକୁ ହିଁ ଜାଣିନାହାନ୍ତି ସେ ଅନ୍ୟର ନାଡିକୁ ପୁଣି କିପରି ଜାଣିପାରିବେ । ତୁମେ ଅବିନାଶୀ
ସର୍ଜନଙ୍କର ସନ୍ତାନ ଅଟ ନା । ଗାୟନ ରହିଛି ଜ୍ଞାନ ଅଞ୍ଜନ ସତ୍ଗୁରୁ ଦେଲେ... ଏହା ଜ୍ଞାନ
ଇଞ୍ଜେକ୍ସନ୍ ଅଟେ ନା । ଆତ୍ମାକୁ ଏହି ଜ୍ଞାନ ଇଞ୍ଜେକ୍ସନ୍ ଲାଗିଥାଏ ନା । ଏହି ମହିମା ମଧ୍ୟ
ବର୍ତ୍ତମାନ ସମୟର । ଏହା ସତ୍ଗୁରୁଙ୍କର ହିଁ ମହିମା ଅଟେ । ଗୁରୁମାନଙ୍କୁ ମଧ୍ୟ ଜ୍ଞାନ
ଇଞ୍ଜେକ୍ସନ୍ ସତ୍ଗୁରୁ ହିଁ ଦେବେ । ତୁମେ ଅବିନାଶୀ ସର୍ଜନଙ୍କର ସନ୍ତାନ ଅଟ, ତେଣୁ ତୁମର ଧନ୍ଦା
ହେଉଛି ଜ୍ଞାନର ଇଞ୍ଜେକ୍ସନ୍ ଲଗାଇବା । ଡାକ୍ତରମାନଙ୍କ ମଧ୍ୟରେ ବି କେହି ମାସକୁ ଲକ୍ଷେ ଟଙ୍କା
ତ, କେହି ବଡ କଷ୍ଟରେ ୫୦୦ ଟଙ୍କା ମଧ୍ୟ ରୋଜଗାର କରିଥା’ନ୍ତି । କାହା ପାଖକୁ ବେଶି କାହା ପାଖକୁ
କମ୍ ରୋଗୀ ଆସିଥାନ୍ତି ନା । ଯଦି କାହାକୁ ହାଇକୋର୍ଟ, ସୁପ୍ରିମ୍ କୋର୍ଟରେ ଜଜ୍ମେଣ୍ଟ ମିଳିଥାଏ
- ଫାଶୀ ପାଇବେ । ପୁଣି ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ପାଇଁ ଅପିଲ୍ କଲେ ସେ ଚାହିଁଲେ କ୍ଷମା
କରିଦେଇଥା’ନ୍ତି ।
ତୁମମାନଙ୍କୁ ତ ନିଶା
ରହିବା ଉଚିତ୍, ଉଦାରଚିତ୍ତ ମଧ୍ୟ ହେବା ଉଚିତ୍ । ଏହି ଭାଗୀରଥରେ ବାବା ପ୍ରବେଶ କଲେ ତେଣୁ
ତାଙ୍କୁ ଉଦାରଚିତ୍ତ କରିଦେଲେ ନା । ନିଜେ ତ କିଛି ବି କରିପାରିବେ ନା । ଶିବବାବା ଏହାଙ୍କ ମଧ୍ୟରେ
ଆସି ମାଲିକ ହୋଇ ବସିଛନ୍ତି । ତେଣୁ ବ୍ରହ୍ମାବାବାଙ୍କୁ କହିଲେ ବର୍ତ୍ତମାନ ଏ ସବୁକୁ ଭାରତର
କଲ୍ୟାଣ ପାଇଁ ଲଗାଇବାକୁ ହେବ । ତୁମେ ଭାରତର ହିଁ କଲ୍ୟାଣ ପାଇଁ ଧନ ଲଗାଉଛ । କେହି ଯଦି
ପଚାରନ୍ତି ଖର୍ଚ୍ଚ କେଉଁଠାରୁ ଆଣୁଛ? କୁହ, ଆମେ ନିଜର ହିଁ ତନ-ମନ-ଧନ ଦ୍ୱାରା ସେବା କରୁଛୁ । ଆମେ
ରାଜତ୍ୱ କରିବୁ, ତେଣୁ ପଇସା ମଧ୍ୟ ଆମେ ହିଁ ଲଗାଇବୁ ନା । ଆମେ ନିଜର ଖର୍ଚ୍ଚ ନିଜେ କରୁଛୁ । ଆମେ
ବ୍ରାହ୍ମଣମାନେ ଶ୍ରୀମତ ଆଧାରରେ ରାଜ୍ୟ ସ୍ଥାପନ କରୁଛୁ । ଯିଏ ବ୍ରାହ୍ମଣ ହେବେ ସେ ହିଁ ଖର୍ଚ୍ଚ
କରିବେ । ଶୂଦ୍ରରୁ ବ୍ରାହ୍ମଣ ହେଲ ପୁଣି ଦେବତା ହେବାକୁ ପଡିବ । ବାବା ତ କହୁଛନ୍ତି ସବୁ ଚିତ୍ରକୁ
ଏପରି ଟ୍ରାନ୍ସଲାଇଟ୍ର ତିଆରି କର ଯାହା ଦ୍ୱାରା ମନୁଷ୍ୟମାନେ ଆକର୍ଷିତ ହେବେ । କାହାକୁ ତୁରନ୍ତ
ତୀର ଲାଗିଯିବ ଅର୍ଥାତ୍ ଅନୁଭବ ହେବ । କେହି କେହି ତ ଜାଦୁର ଡରରେ ଆସୁନାହାଁନ୍ତି । ମନୁଷ୍ୟରୁ
ଦେବତା କରାଇବା - ଏହା ଜାଦୁ ଅଟେ ନା । ଭଗବାନୁବାଚ, ମୁଁ ତୁମକୁ ରାଜଯୋଗ ଶିଖାଉଛି । ହଠଯୋଗୀ
କେବେହେଲେ ରାଜଯୋଗ ଶିଖାଇ ପାରିବେ ନାହିଁ । ଏହିକଥା ଏବେ ତୁମେମାନେ ବୁଝୁଛ । ତୁମେ ମନ୍ଦିର
ଯୋଗ୍ୟ ହେଉଛ । ବର୍ତ୍ତମାନ ସାରା ବିଶ୍ୱ ବେହଦର ଲଙ୍କା ଅଟେ । ସାରା ବିଶ୍ୱରେ ରାବଣର ରାଜ୍ୟ
ଚାଲିଛି । ବାକି ସତ୍ୟଯୁଗ ବା ତ୍ରେତାରେ ରାବଣ ଆଦି କିପରି ରହି ପାରିବେ ।
ବାବା କହୁଛନ୍ତି ଏବେ
ମୁଁ ଯାହା ଶୁଣାଉଛି, ତାକୁ ଶୁଣ । ଏହି ଆଖିରେ କିଛି ଦେଖନାହିଁ । ଏହି ପୁରୁଣା ଦୁନିଆ ହିଁ
ବିନାଶ ହୋଇଯିବ । ସେଥିପାଇଁ ଆମେ ନିଜର ଶାନ୍ତିଧାମ ଏବଂ ସୁଖଧାମକୁ ହିଁ ମନେ ପକାଉଛୁ । ଏବେ ତୁମେ
ପୂଜାରୀରୁ ପୂଜ୍ୟ ହେଉଛ । ଇଏ ନମ୍ବରୱାନ୍ ପୂଜାରୀ ଥିଲେ, ନାରାୟଣଙ୍କର ବହୁତ ପୂଜା କରୁଥିଲେ ।
ଏବେ ପୁଣି ପୂଜ୍ୟ ନାରାୟଣ ହେଉଛନ୍ତି । ତୁମେ ମଧ୍ୟ ପୁରୁଷାର୍ଥ କରି ସେପରି ହୋଇପାରିବ । ରାଜଧାନୀ
ତ କ୍ରମାନୁସାରେ ଚାଲିଥାଏ । ଯେପରି କିଙ୍ଗ୍ ଏଡୱାର୍ଡ ଦି ଫାଷ୍ଟ୍, ସେକେଣ୍ଡ, ଥାର୍ଡ ଚାଲିଥାଏ
। ବାବା କହୁଛନ୍ତି ତୁମେ ସର୍ବବ୍ୟାପୀ କହି ମୋର ତିରସ୍କାର କରି ଆସିଛ । ତଥାପି ବି ମୁଁ ତୁମର
ଉପକାର କରୁଛି । ଏହି ଖେଳ ହିଁ ଏହିପରି ୱାଣ୍ଡରଫୁଲ୍ ତିଆରି ହୋଇଛି । ପୁରୁଷାର୍ଥ ତ ନିଶ୍ଚୟ
କରିବାକୁ ହେବ । କଳ୍ପ ପୂର୍ବରୁ ଯେଭଳି ପୁରୁଷାର୍ଥ କରିଥିଲ, ସେହିଭଳି ଏ କଳ୍ପରେ ମଧ୍ୟ
ଡ୍ରାମାନୁସାରେ କରିବ । ସେବାର ସଉକ ଥିବା ସନ୍ତାନମାନଙ୍କର ରାତି ଦିନ ଏହି ଚିନ୍ତା ରହିଥାଏ ।
ତୁମ ସନ୍ତାନମାନଙ୍କୁ ବାବାଙ୍କଠାରୁ ରାସ୍ତା ମିଳୁଛି । ତେଣୁ ସେବା ବିନା ତୁମକୁ ଆଉ କିଛି ଭଲ
ଲାଗୁନାହିଁ । ଦୁନିଆର ସାଂସାରିକ ବାତାବରଣ ଭଲ ଲାଗୁନାହିଁ । ସେବାଧାରୀମାନଙ୍କୁ ତ ସେବା ବିନା
ଆରାମ ମିଳି ନ ଥାଏ । ଶିକ୍ଷକଙ୍କୁ ପାଠପଢ଼ାଇବାରେ ହିଁ ମଜା ଆସିଥାଏ । ଏବେ ତୁମେ ବହୁତ ଶ୍ରେଷ୍ଠ
ଶିକ୍ଷକ ହୋଇଛ । ଏହା ହିଁ ତୁମର ଧନ୍ଦା ଅଟେ, ଯେତେ ଭଲ ଶିକ୍ଷକ ହୋଇ ବହୁତଙ୍କୁ ନିଜ ସମାନ କରାଇବେ,
ତାଙ୍କର ସେତେ ବେତନ ବୃଦ୍ଧି ହେବ । ସେମାନଙ୍କୁ ପାଠ ପଢ଼ାଇବା ବିନା ଆରାମ ଲାଗିବ ନାହିଁ ।
ପ୍ରଦର୍ଶନୀ ଆଦିରେ ଜ୍ଞାନ ବୁଝାଇ ବୁଝାଇ ରାତ୍ରି ୧୨ଟା ହୋଇଗଲେ ମଧ୍ୟ ଖୁସି ଲାଗିଥାଏ । ହାଲିଆ
ହୋଇ, ଗଳା ଶୁଖିଗଲେ ମଧ୍ୟ ଖୁସିରେ ରହିଥା’ନ୍ତି । ଏହା ଈଶ୍ୱରୀୟ ସେବା ଅଟେ ନା । ଏହା ବହୁତ
ଉଚ୍ଚ ସେବା ଅଟେ । ତେଣୁ ସେମାନଙ୍କୁ ଆଉ କିଛି ମିଠା ଲାଗି ନ ଥାଏ । କହିଥାନ୍ତି ଆମେ ଏହି ଘର ଆଦି
ନେଇ କ’ଣ କରିବୁ, ଆମକୁ ତ ପାଠପଢ଼ାଇବାର ସେବା ହିଁ କରିବାର ଅଛି । ସମ୍ପତ୍ତି ଆଦି ପାଇଁ ଝଗଡା
ହେଲେ କହିବେ ସେହି ସୁନା କେଉଁ କାମର ଯାହାଦ୍ୱାରା କାନ କଟିବ ଅର୍ଥାତ୍ ସମ୍ପତ୍ତି ପାଇଁ ସ୍ଥିତି
ଖରାପ କରିବାର ନାହିଁ । ସେବା ଦ୍ୱାରା ହିଁ ତ ନୌକା ପାର ହେବ । ବାବା କହୁଛନ୍ତି, ଘର ବି ଭଲେ
ତାଙ୍କ ନାମରେ ରହୁ । ବି.କେ.ଙ୍କୁ ତ ସେବା କରିବାର ଅଛି । ଏହି ସେବାରେ କୌଣସି ବାହ୍ୟ ବନ୍ଧନ ଭଲ
ଲାଗେନାହିଁ । କାହାର ତ ପୁଣି ଲୋଭ ଆସିଥାଏ । କାହାର ଲୋଭ ତୁଟି ଯାଇଥାଏ । ବାବା କହୁଛନ୍ତି ମନ୍ମନାଭବ
ଦ୍ୱାରା ତୁମର ବିକର୍ମ ବିନାଶ ହେବ । ବହୁତ ସାହାଯ୍ୟ ମିଳିଯିବ । ଏହି ସେବାରେ ତ ଲାଗିଯିବା ଉଚିତ୍
। ଏଥିରେ ବହୁତ ଆମଦାନୀ ରହିଛି । ଘର ଆଦିର କୌଣସି କଥା ନାହିଁ । ସେବା ପାଇଁ ଘର ଦେବେ ପୁଣି
ବିଘ୍ନ ସୃଷ୍ଟି କରିବେ, ଏଭଳି ଘର ଦରକାର ନାହିଁ । ଯିଏ ସେବା କରିବା ଜାଣିନାହାନ୍ତି ସେ ତ କୌଣସି
କାମର ନୁହଁନ୍ତି । ଶିକ୍ଷକ ନିଶ୍ଚୟ ନିଜ ସମାନ କରିବେ । ନହେଲେ ସେ କେଉଁ କାମର । ସେବା ପାଇଁ
ସହଯୋଗୀଙ୍କର ବହୁତ ଆବଶ୍ୟକତା ରହିଛି ନା । ଏଥିରେ ମଧ୍ୟ କନ୍ୟା ଓ ମାତାମାନଙ୍କର ବେଶୀ ଆବଶ୍ୟକ
ରହୁଛି । ପିଲାମାନେ ଜାଣିଛନ୍ତି - ବାବା ଶିକ୍ଷକ ଅଟନ୍ତି, ତେଣୁ ପିଲାମାନେ ମଧ୍ୟ ଶିକ୍ଷକ ହେବା
ଉଚିତ୍ । ଏପରି ନୁହେଁ ଯେ ଶିକ୍ଷିକା ପାଠପଢାଇବା ବ୍ୟତୀତ ଅନ୍ୟ କୌଣସି କାମ କରିପାରିବେ ନାହିଁ ।
ସବୁ କାମ କରିବା ଦରକାର । ଆଚ୍ଛା —
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଦିନ ରାତି
ସେବାର ଚିନ୍ତନରେ ରହିବାକୁ ହେବ, ଅନ୍ୟ ସବୁ ଆକର୍ଷଣକୁ ଦୂରେଇ ଦେବାକୁ ହେବ । ସେବା ବିନା ଆରାମ
ନାହିଁ, ତେଣୁ ସେବା କରି ଅନ୍ୟମାନଙ୍କୁ ମଧ୍ୟ ନିଜ ସମାନ କରିବାକୁ ହେବ ।
(୨) ବାବାଙ୍କ ସମାନ
ଉଦାରଚିତ୍ତ ହେବାକୁ ପଡିବ । ସମସ୍ତଙ୍କର ନାଡି ଦେଖି ସେବା କରିବାକୁ ହେବ । ନିଜର ତନ-ମନ-ଧନକୁ
ଭାରତର କଲ୍ୟାଣ କରିବା ପାଇଁ ଲଗାଇବାକୁ ପଡିବ । ଅଚଳ-ଅଟଳ ହେବା ପାଇଁ ଆଜ୍ଞାକାରୀ ଏବଂ ବିଶ୍ୱସ୍ତ
ହେବାକୁ ପଡିବ ।
ବରଦାନ:-
କାହିଁକି, କ’ଣର
ପ୍ରଶ୍ନ ରୂପୀ ଜାଲରୁ ସର୍ବଦା ମୁକ୍ତ ରହୁଥିବା ବିଶ୍ୱ ସେବାଧାରୀ ଚକ୍ରବର୍ତ୍ତୀ ଭବ ।
ଯେତେବେଳେ ସ୍ୱଦର୍ଶନ
ଚକ୍ର ଠିକ୍ ବାଟରେ ଯିବା ପରିବର୍ତ୍ତେ ଭୁଲ୍ ବାଟରେ ଯାଏ, ସେତେବେଳେ ମାୟାଜିତ୍ ହେବା ପରିବର୍ତ୍ତେ
ଅନ୍ୟମାନଙ୍କୁ ଦେଖିବାର ଦ୍ୱନ୍ଦ୍ୱର ଚକ୍ରରେ ପଡିଯାଅ ଯାହାଦ୍ୱାରା କାହିଁକି ଏବଂ କ’ଣର ପ୍ରଶ୍ନ
ରୂପୀ ଜାଲ ସୃଷ୍ଟି ହୋଇଯାଏ, ଯାହାକୁ ନିଜେ ହିଁ ରଚନା କରିଥାଅ ଏବଂ ସେଥିରେ ନିଜେ ହିଁ ଛନ୍ଦି
ହୋଇଥାଅ ସେଥିପାଇଁ ଜ୍ଞାନବାନ ଆତ୍ମା ହୋଇ ଯଦି ସ୍ୱଦର୍ଶନ ଚକ୍ର ଘୁରାଇବାକୁ ଲାଗିବ, ତେବେ
କାହିଁକି, କ’ଣର ଜାଲରୁ ମୁକ୍ତ ହୋଇ ଯୋଗଯୁକ୍ତ, ଜୀବନମୁକ୍ତ ଏବଂ ଚକ୍ରବର୍ତ୍ତୀ ହୋଇ ବାବାଙ୍କ
ସହିତ ବିଶ୍ୱ କଲ୍ୟାଣର ସେବାରେ ଚକ୍ର ଲଗାଇ ଚାଲିବ ଏବଂ ବିଶ୍ୱ ସେବାଧାରୀ ଚକ୍ରବର୍ତ୍ତୀ ରାଜା
ହୋଇଯିବ ।
ସ୍ଲୋଗାନ:-
ସରଳ ତଥା
ସ୍ପଷ୍ଟ ବୁଦ୍ଧି ଦ୍ୱାରା ଯଦି ନିଜର ଯୋଜନା ଗୁଡିକୁ ସାକାର କରିବ ତେବେ ସେଥିରେ ସଫଳତା
ଅନ୍ତର୍ନିହିତ ଅଟେ ।
ଅବ୍ୟକ୍ତ ଈଶାରା:- ଏବେ
ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର ।
ଯେତେବେଳେ ତୁମେମାନେ
କର୍ମାତୀତ ସ୍ଥିତିର ପାଖାପାଖି ହୋଇଯିବ, ସେତେବେଳେ କୌଣସି ବି ଆତ୍ମା ପ୍ରତି ବୁଦ୍ଧିର ଆକର୍ଷଣ,
କର୍ମର ବନ୍ଧନ ସୃଷ୍ଟି କରିବ ନାହିଁ । କର୍ମାତୀତ ଅର୍ଥାତ୍ ସର୍ବ କର୍ମବନ୍ଧନଠାରୁ ମୁକ୍ତ ହୋଇ,
ନିଆରା ହୋଇ ପ୍ରକୃତି ଦ୍ୱାରା ନିମିତ୍ତ ମାତ୍ର କର୍ମ କରାଇବା । ତେବେ କର୍ମାତୀତ ଅବସ୍ଥାର ଅନୁଭବ
କରିବା ପାଇଁ ନିଆରା ହେବାର ପୁରୁଷାର୍ଥ ବାରମ୍ବାର କରିବାକୁ ନ ପଡୁ, ସହଜରେ ଏବଂ ସ୍ୱତଃ ଭାବରେ
ଅନୁଭବ ହେଉ ଯେ କରାଇବା ବାଲା ଅଲଗା ଏବଂ କରିବାବାଲା ଏହି ସବୁ କର୍ମେନ୍ଦ୍ରିୟ ଅଲଗା ହିଁ ଅଟନ୍ତି
।