25.08.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ପ୍ରତି ପଦକ୍ଷେପରେ ଯାହା ସବୁ ଘଟୁଛି ତାହା କଲ୍ୟାଣକାରୀ ଅଟେ, ଏହି ଡ଼୍ରାମାରେ ସବୁଠାରୁ ଅଧିକ କଲ୍ୟାଣ ସେଇମାନଙ୍କର ହେଉଛି ଯେଉଁମାନେ ବାବାଙ୍କ ସ୍ମୃତିରେ ରହୁଛନ୍ତି ।’’

ପ୍ରଶ୍ନ:-
ଡ଼୍ରାମାର କେଉଁ ରହସ୍ୟକୁ ଜାଣିଥିବା ସନ୍ତାନମାନେ ଅପାର ଖୁସିରେ ରହିପାରିବେ?

ଉତ୍ତର:-
ଯେଉଁମାନେ ଜାଣିଛନ୍ତି ଯେ ଡ଼୍ରାମାନୁସାରେ ଏବେ ଏହି ପୁରୁଣା ଦୁନିଆର ବିନାଶ ହେବ, ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ହେବ । କିନ୍ତୁ ଆମର ରାଜଧାନୀ ତ ନିଶ୍ଚିତ ସ୍ଥାପନ ହେବ, ଏଥିରେ କେହି କିଛି କରି ପାରିବେ ନାହିଁ । ଯଦିଓ ଅବସ୍ଥା ତଳ-ଉପର ହେବ, କେବେ ବହୁତ ଉତ୍ସାହପୂର୍ଣ୍ଣ, କେବେ ବହୁତ ଥଣ୍ଡା କିନ୍ତୁ ଏଥିରେ ଚିନ୍ତା କରିବାର ନାହିଁ । ସମସ୍ତ ଆତ୍ମାମାନଙ୍କର ପିତା ଭଗବାନ ଆମକୁ ପାଠ ପଢାଉଛନ୍ତି, ଏହି ଖୁସିରେ ରହିବାକୁ ହେବ ।

ଗୀତ:-
ମେହଫିଲ ମେଁ ଜଲ ଉଠି ଶମା...

ଓମ୍ ଶାନ୍ତି ।
ମିଠା ମିଠା କ୍ରମାନୁଯାୟୀ ପୁରୁଷାର୍ଥ ଅନୁସାରେ ଚୈତନ୍ୟ ପତଙ୍ଗ ରୂପୀ ସନ୍ତାନମାନଙ୍କୁ ବାବା ୟାଦ-ପ୍ୟାର ଦେଉଛନ୍ତି । ତୁମେ ସବୁ ହେଉଛ ଚୈତନ୍ୟ ପତଙ୍ଗ । ବାବାଙ୍କୁ ଜ୍ୟୋତି ମଧ୍ୟ କୁହାଯାଉଛି, କିନ୍ତୁ ତାଙ୍କୁ ବିଲ୍‌କୁଲ୍ କେହି ଜାଣିନାହାଁନ୍ତି । ଜ୍ୟୋତି ମଧ୍ୟ କୌଣସି ବଡ଼ ଆକୃତିର ନୁହେଁ, ହେଉଛନ୍ତି ବିନ୍ଦୁ ରୂପ । କାହାରି ବି ବୁଦ୍ଧିରେ ନ ଥିବ ଯେ ମୁଁ ଆତ୍ମା ବିନ୍ଦୁ । ଆମ ଆତ୍ମା ମଧ୍ୟରେ ସାରା ଅଭିନୟ ଭରି ରହିଛି । ଆତ୍ମା ଏବଂ ପରମାତ୍ମାଙ୍କର ଜ୍ଞାନ ଆଉ କାହାରି ବୁଦ୍ଧିରେ ନାହିଁ । ତୁମକୁ ମଧ୍ୟ ବାବା ଆସି ବୁଝାଇଛନ୍ତି, ଆତ୍ମାର ଅନୁଭୂତି କରାଉଛନ୍ତି । ଆଗରୁ ଏ କଥା ଜଣା ନ ଥିଲା ଯେ ଆତ୍ମା କ’ଣ ଏବଂ ପରମାତ୍ମା କ’ଣ? ସେଥିପାଇଁ ଦେହ-ଅଭିମାନ କାରଣରୁ ପିଲାମାନଙ୍କଠାରେ ମୋହ ମଧ୍ୟ ରହିଛି, ବିକାର ମଧ୍ୟ ବହୁତ ରହିଛି । ଭାରତ କେତେ ଶ୍ରେଷ୍ଠ ଥିଲା । ବିକାରର ନାମ ହିଁ ନ ଥିଲା । ତାହା ନିର୍ବିକାରୀ ଭାରତ ଥିଲା, ଏବେ ବିକାରୀ ଭାରତ ହୋଇଯାଇଛି । କୌଣସି ବି ମନୁଷ୍ୟ ଏପରି କହିପାରିବେ ନାହିଁ । ଆଜକୁ ୫ ହଜାର ବର୍ଷ ପୂର୍ବେ ମୁଁ ଏହି ଭାରତକୁ ଶିବାଳୟ କରାଇଥିଲି । ମୁଁ ହିଁ ଶିବାଳୟ ସ୍ଥାପନ କରିଥିଲି, କିପରି? ତାହା ମଧ୍ୟ ତୁମେ ଏବେ ବୁଝୁଛ । ତୁମେ ଜାଣିଛ ପ୍ରତି କଦମ କଦମରେ ଯାହା କିଛି ହେଉଛି ତାହା ହିଁ କଲ୍ୟାଣକାରୀ । ନିତ୍ୟ ପ୍ରତିଦିନ ସେଇମାନଙ୍କର ଅଧିକ କଲ୍ୟାଣ ହୋଇଥାଏ ଯିଏ ଭଲ ଭାବରେ ବାବାଙ୍କୁ ମନେ ପକାଇ ନିଜର ବି କଲ୍ୟାଣ କରିଥା’ନ୍ତି । ଏହା ହେଉଛି କଲ୍ୟାଣକାରୀ ପୁରୁଷୋତ୍ତମ ହେବାର ଯୁଗ । ବାବାଙ୍କର କେତେ ମହିମା ରହିଛି । ତୁମେ ଜାଣିଛ ଏବେ ସଚ୍ଚା ସଚ୍ଚା ଭାଗବତ ଚାଲିଛି । ଦ୍ୱାପରଯୁଗରେ ଯେବେ ଭକ୍ତିମାର୍ଗ ଆରମ୍ଭ ହୋଇଥାଏ, ସେତେବେଳେ ପ୍ରଥମେ ପ୍ରଥମେ ତୁମେ ହିଁ ହୀରାର ଶିବଲିଙ୍ଗ ତିଆରି କରି ପୂଜା କରୁଛ, ଏବେ ତୁମର ସ୍ମୃତିରେ ଆସୁଛି, ଆମେ ଯେବେ ପୂଜାରୀ ହେଲୁ ସେବେ ମନ୍ଦିର ତିଆରି କରିଥିଲୁ । ହୀରା ମାଣିକର ନିର୍ମାଣ କରୁଥିଲୁ । ସେହି ଚିତ୍ର ତ ଏବେ ମିଳିପାରିବ ନାହିଁ । ଏଠାରେ ତ ଏମାନେ ଲିଙ୍ଗ, ଚାନ୍ଦି ଆଦିରେ ତିଆରି କରି ପୂଜା କରୁଛନ୍ତି । ଏପରି ପୂଜାରୀମାନଙ୍କର ଦେଖ କେତେ ସମ୍ମାନ ରହିଛି । ଶିବଙ୍କର ପୂଜା ତ ସମସ୍ତେ କରୁଛନ୍ତି । କିନ୍ତୁ ଅବ୍ୟଭିଚାରୀ ପୂଜା ତ ହେଉନାହିଁ ।

ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି - ବିନାଶ ମଧ୍ୟ ନିଶ୍ଚୟ ହେବ । ପ୍ରସ୍ତୁତି ଚାଲିଛି । ପ୍ରାକୃତିକ ବିପର୍ଯ୍ୟୟର ମଧ୍ୟ ଡ଼୍ରାମାରେ ନିଧାର୍ଯ୍ୟ ରହିଛି । କେହି କେତେ ବି ମୁଣ୍ଡ ପିଟନ୍ତୁ, ତୁମର ରାଜଧାନୀ ତ ସ୍ଥାପନ ନିଶ୍ଚିତ ହେବ । କାହାର ବି ତାକତ ନାହିଁ ଯେ ସେଥିରେ କିଛି କରିପାରିବେ । ବାକି ଅବସ୍ଥା ତ ତଳ-ଉପର ନିଶ୍ଚିତ ହେବ । ଏହା ହେଉଛି ବହୁତ ଶ୍ରେଷ୍ଠ ରୋଜଗାର । କେବେ ତ ତୁମେ ବହୁତ ଖୁସିର ଭଲ ଖିଆଲରେ ରହିବ, କେବେ ଥଣ୍ଡା ପଡ଼ିଯିବ । ଯାତ୍ରାରେ ମଧ୍ୟ ତଳ-ଉପର ହୋଇଥାଏ, ଏଥିରେ ମଧ୍ୟ ସେହିପରି ହେଉଛି । କେବେ କେବେ ତ ସକାଳୁ ଉଠି ବାବାଙ୍କ ୟାଦ କରିଲେ ବହୁତ ଖୁସି ଲାଗିଥାଏ । ଓହୋ! ବାବା ଆମକୁ ପଢାଉଛନ୍ତି, କେତେ ଆଶ୍ଚର୍ଯ୍ୟ । ସମସ୍ତ ଆତ୍ମାମାନଙ୍କର ପିତା ସ୍ୱୟଂ ଭଗବାନ ଆମକୁ ପଢାଉଛନ୍ତି । ସେମାନେ ପୁଣି ଶ୍ରୀକୃଷ୍ଣଙ୍କୁ ଭଗବାନ ଭାବି ନେଇଛନ୍ତି । ସାରା ଦୁନିଆରେ ଶ୍ରୀମଦ୍ ଭଗବଦ୍ ଗୀତାର ବହୁତ ମାନ ରହିଛି କାହିଁକିନା ଭଗବାନୁବାଚ ରହିଛି ନା । କିନ୍ତୁ ଏକଥା କାହାକୁ ଜଣା ନାହିଁ ଯେ ଭଗବାନ କାହାକୁ କୁହାଯାଏ । ଯଦିଓ କେତେ ବି ପଦାଧୀକାରୀ ବଡ଼-ବଡ଼ ବିଦ୍ୱାନ, ପଣ୍ଡିତ ଆଦି ଅଛନ୍ତି, କହୁଛନ୍ତି ମଧ୍ୟ ଗଡ଼ଫାଦରଙ୍କୁ ମନେ ପକାଉଛୁ କିନ୍ତୁ ସେ କେବେ ଆସିଲେ, ଆସି କ’ଣ କଲେ ଏସବୁ ଭୁଲିଯାଇଛନ୍ତି । ବାବା ଏସବୁ କଥା ବୁଝାଉଛନ୍ତି । ଡ଼୍ରାମାରେ ଏ ସବୁ ନିଧାର୍ଯ୍ୟ ହୋଇ ରହିଛି । ଏହି ରାବଣରାଜ୍ୟ ପୁଣି ବି ହେବ ଏବଂ ମୋତେ ଆସିବାକୁ ପଡ଼ିବ । ରାବଣ ହିଁ ତୁମକୁ ଅଜ୍ଞାନର ଘୋର ଅନ୍ଧକାରରେ ଶୁଆଇ ଦେଇଛି । ଜ୍ଞାନ ତ କେବଳ ଏକ ଜ୍ଞାନ ସାଗର ହିଁ ଦେଇଥା’ନ୍ତି ଯାହା ଦ୍ୱାରା ସଦ୍‌ଗତି ହୋଇଥାଏ । ବାବାଙ୍କ ବ୍ୟତୀତ ଆଉ କେହି ସଦ୍‌ଗତି କରିପାରିବେ ନାହିଁ । ସମସ୍ତଙ୍କର ସଦ୍‌ଗତିଦାତା ହେଉଛନ୍ତି ଜଣେ ହିଁ । ଗୀତାର ଜ୍ଞାନ ଯାହାକୁ ବାବା ଶୁଣାଇଥିଲେ ତାହା ପ୍ରାୟଃ ଲୋପ ହୋଇଯାଇଛି । ଏପରି ନୁହେଁ ଯେ, ଏହି ଜ୍ଞାନ କୌଣସି ପରମ୍ପରାରୁ ପ୍ରଚଳିତ ହୋଇ ଆସୁଛି । ଅନ୍ୟ ଧର୍ମର କୋରାନ୍‌, ବାଇବେଲ୍ ଆଦି ପ୍ରଚଳିତ ହୋଇ ଆସୁଛି, ବିନାଶ ହେଉନାହିଁ । ତୁମକୁ ତ ବର୍ତ୍ତମାନ ଯେଉଁ ଜ୍ଞାନ ମୁଁ ଦେଉଛି ତାହାର କୌଣସି ଶାସ୍ତ୍ର ତିଆରି ହେଉ ନାହିଁ ଯାହାକି ପରମ୍ପରା ବା ଅନାଦି ହୋଇଯିବ । ଏହାକୁ ତ ତୁମେ ଲେଖୁଛ ପୁଣି ନଷ୍ଟ କରି ଦେଉଛ । ଏସବୁ ତ ସ୍ୱଭାବିକ ଭାବରେ ପୋଡି ଜଳି ସମାପ୍ତ ହୋଇଯିବ । ବାବା କଳ୍ପ ପୂର୍ବରୁ ମଧ୍ୟ କହିଥିଲେ, ଏବେ ମଧ୍ୟ ତୁମକୁ କହୁଛନ୍ତି - ଏହି ଜ୍ଞାନ ତୁମକୁ ଏବେ ମିଳୁଛି ପୁଣି ଏହା ପରେ ଯାଇ ପ୍ରାଲବ୍ଧ ଭୋଗ କରିବ ତାପରେ ଆଉ ଏହି ଜ୍ଞାନର ଆବଶ୍ୟକତା ରହିବ ନାହିଁ । ସବୁ ଶାସ୍ତ୍ର ଭକ୍ତିମାର୍ଗର ଅଟେ । ବାବା ତୁମମାନଙ୍କୁ କୌଣସି ଗୀତା ଆଦି ପଢି ଶୁଣାଉ ନାହାଁନ୍ତି । ବାବା ରାଜଯୋଗର ଶିକ୍ଷା ଦେଉଛନ୍ତି, ଯାହାକୁ ପୁଣି ଭକ୍ତି ମାର୍ଗରେ ଶାସ୍ତ୍ର ତିଆରି କରି ଭୁଲ୍‌ଭାଲ୍ କରିଦେଉଛନ୍ତି । ତୁମ ପାଇଁ ମୂଳକଥା ହେଉଛି ଗୀତାର ଜ୍ଞାନ କିଏ ଦେଇଛନ୍ତି ! ତାଙ୍କର ନାମ ବଦଳେଇ ଦେଇଛନ୍ତି, ଆଉ କାହାର ବି ନାମ ବଦଳି ନାହିଁ । ସମସ୍ତଙ୍କର ମୁଖ୍ୟ ଧର୍ମ ଶାସ୍ତ୍ର ରହିଛି ନା । ସେମାନଙ୍କ ମଧ୍ୟରେ ମୁଖ୍ୟ ହେଉଛି ଦେବତା ଧର୍ମ, ଇସ୍‌ଲାମୀ ଧର୍ମ, ବୌଦ୍ଧ ଧର୍ମ, ଯଦିଓ କେହି କେହି କହୁଛନ୍ତି ଯେ ପ୍ରଥମେ ବୌଦ୍ଧ ଧର୍ମ ପଛରେ ଇସ୍‌ଲାମ୍ ଧର୍ମ । କୁହ, ଏହି କଥା ସହିତ ଗୀତାର କୌଣସି ସମ୍ପର୍କ ନାହିଁ । ଆମର ତ କାମ ହେଲା ବାବାଙ୍କ ଠାରୁ କିପରି ସମ୍ପତ୍ତି ନେବା । ବାବା କେତେ ଭଲଭାବରେ ବୁଝାଉଛନ୍ତି - ଏହା ହେଉଛି ବିଶାଳ ବୃକ୍ଷ । ବହୁତ ସୁନ୍ଦର ଯେପରିକି ଫୁଲଦାନୀ । ସେଥିରୁ ତିନିଟି ଶାଖା ବାହାରୁଛି, କେତେ ଜ୍ଞାନଯୁକ୍ତ ଭାବରେ ତିଆରି ହୋଇଥିବା ବୃକ୍ଷ । କେହି ବି ତୁରନ୍ତ ବୁଝିଯିବେ ଯେ ଆମେ କେଉଁ ଧର୍ମର । ଆମର ଧର୍ମ କିଏ ସ୍ଥାପନ କରିଲେ? ଦୟାନନ୍ଦ ସରସ୍ୱତୀ, ଅରବିନ୍ଦ ଘୋଷ ପ୍ରଭୃତି ତ ଅଳ୍ପଦିନ ହେବ ଜନ୍ମ ନେଇ ଯାଇଛନ୍ତି । ସେମାନେ ମଧ୍ୟ ଯୋଗ ଆଦି ଶିଖାଉଛନ୍ତି । ସେସବୁ ହେଲା ଭକ୍ତି । ଜ୍ଞାନର ତ ଚିହ୍ନ-ବର୍ଣ୍ଣ ନାହିଁ । କେତେ ବଡ଼-ବଡ଼ ଉପାଧି ମିଳୁଛି ! ଏହା ତ ସବୁ ଡ଼୍ରାମାରେ ନିଧାର୍ଯ୍ୟ ଅଛି । ପୁଣି ବି ହେବ ୫ ହଜାର ବର୍ଷ ପରେ । ଆରମ୍ଭରୁ ନେଇ ଏହି ଚକ୍ର କିପରି ଚାଲିଛି, ପୁଣି କିପରି ପୁନରାବୃତ୍ତି ହେଉଛି? ତୁମେ ଜାଣିଛ । ବର୍ତ୍ତମାନର ଘଟଣା ସବୁ ଅତୀତ ହୋଇ ପୁଣି ଭବିଷ୍ୟତ ହୋଇଯିବ । ଅତୀତ, ବର୍ତ୍ତମାନ, ଭବିଷ୍ୟତ । ଯାହା ଅତୀତ ହୋଇଯାଉଛି, ତାହା ପୁଣି ଭବିଷ୍ୟତ ହେଉଛି । ଏବେ ତୁମକୁ ଜ୍ଞାନ ମିଳୁଛି ପରେ ତୁମେ ରାଜତ୍ୱ ନେଉଛ, ଏହି ଦେବତାମାନଙ୍କର ରାଜ୍ୟ ଥିଲା ନା । ସେ ସମୟରେ ଆଉ କାହାର ରାଜ୍ୟ ନଥିଲା । ଏହାକୁ ମଧ୍ୟ ଏକ କାହାଣୀ ସଦୃଶ ଶୁଣାଅ । ବଡ଼ ସୁନ୍ଦର କାହାଣୀ ହୋଇଯିବ । ଦୀର୍ଘ ୫ ହଜାର ବର୍ଷ ପୂର୍ବରୁ ଏହି ଭାରତ ସତ୍ୟଯୁଗ ଥିଲା, ଅନ୍ୟ କୌଣସି ଧର୍ମ ନ ଥିଲା, କେବଳ ଦେବୀ-ଦେବତାଙ୍କର ହିଁ ରାଜ୍ୟ ଥିଲା । ସେମାନଙ୍କ ରାଜ୍ୟକୁ ସୂର୍ଯ୍ୟବଂଶୀ ରାଜ୍ୟ କୁହାଯାଉଥିଲା । ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ, ୧୨୫୦ ବର୍ଷ ଚାଲିଲା, ପରେ ସେମାନେ ଅନ୍ୟ ଭାଇମାନଙ୍କୁ ଅର୍ଥାତ୍ କ୍ଷତ୍ରୀୟମାନଙ୍କୁ ରାଜ୍ୟ ଦେଲେ । ପୁଣି ସେମାନଙ୍କର ରାଜ୍ୟ ଚାଲିଲା । ତୁମେ ବୁଝାଇପାରିବ ଯେ ବାବା ଆସି ପାଠପଢାଇ ଥିଲେ । ଯେଉଁମାନେ ଭଲ ଭାବରେ ପଢିଲେ ସେମାନେ ସୂର୍ଯ୍ୟବଂଶୀ ହେଲେ ଯେଉଁମାନେ ଫେଲ୍ ହେଲେ ତାଙ୍କର ନାମ କ୍ଷତ୍ରିୟ ରଖାଗଲା । ବାକି ଲଢେଇ ଆଦିର କଥା ନାହିଁ । ବାବା କହୁଛନ୍ତି ପିଲାମାନେ ତୁମେ ମୋତେ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହୋଇଯିବ । ତୁମକୁ ବିକାର ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ବାବା ଅଧ୍ୟାଦେଶ ଜାରି କରିଛନ୍ତି, ଯେଉଁମାନେ କାମ ବିକାର ଉପରେ ବିଜୟ ପ୍ରାପ୍ତ କରିବେ ସେହିମାନେ ଜଗତ୍‌ଜିତ୍ ହେବେ । ଶେଷ ବେଳକୁ ଅଧାକଳ୍ପ ପରେ ପୁଣି ବାମମାର୍ଗରେ ଗତି କରିଥାଆନ୍ତି । ସେମାନଙ୍କର ମଧ୍ୟ ଚିତ୍ର ରହିଛି । ଚେହେରା ଦେବତାମାନଙ୍କର କରାଯାଇଛି । ରାମ ରାଜ୍ୟ ଏବଂ ରାବଣ ରାଜ୍ୟ ଅଧା-ଅଧା । ସେମାନଙ୍କର କାହାଣୀ ତିଆରି କରିବା ଉଚିତ୍ । ତାପରେ କ’ଣ ହେଲା । ଏହା ହିଁ ସତ୍ୟନାରାୟଣଙ୍କର କାହାଣୀ । ସତ୍ୟ ତ ହେଉଛନ୍ତି ଏକମାତ୍ର ବାବା ଯିଏ ବର୍ତ୍ତମାନ ଆସି ସମଗ୍ର ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ତୁମକୁ ଦେଉଛନ୍ତି, ଯାହାକୁ ଆଉ କେହି ଦେଇପାରିବେ ନାହିଁ । ମନୁଷ୍ୟ ତ ବାବାଙ୍କୁ ହିଁ ଜାଣିନାହାଁନ୍ତି । ଯେଉଁ ଡ଼୍ରାମାରେ ଅଭିନେତା ହୋଇଛନ୍ତି, ସେହି ଡ୍ରାମାର ରଚୟିତା ନିର୍ଦ୍ଦେଶକ ଆଦିଙ୍କୁ ଜାଣିନାହାଁନ୍ତି । ତେବେ ବାକି ଆଉ କିଏ ଜାଣିବେ! ଏବେ ତୁମକୁ ବାବା ବତାଉଛନ୍ତି - ଡ଼୍ରାମା ଅନୁସାରେ ଏସବୁ ପୁଣି ବି ଏହିଭଳି ହେବ । ବାବା ଆସି ତୁମମାନଙ୍କୁ ପୁଣି ମଧ୍ୟ ପଢାଇବେ । ଏଠାକୁ ଅନ୍ୟ କେହି ଆସିପାରିବେ ନାହିଁ । ବାବା କହୁଛନ୍ତି ମୁଁ ପିଲାମାନଙ୍କୁ ହିଁ ପଢାଉଛି । ନୂଆ କାହାକୁ ଏଠାରେ ବସାଯାଇପାରିବ ନାହିଁ । ଇନ୍ଦ୍ରପ୍ରସ୍ଥର କାହାଣୀ ମଧ୍ୟ ରହିଛି ନା । ନୀଲମ ପରୀ, ପୁଖରାଜ ପରୀମାନଙ୍କର ନାମ ରହିଛି ନା । ତୁମମାନଙ୍କ ମଧ୍ୟରେ ବି କେହି ହୀରା ତୁଲ୍ୟ ରତ୍ନ ଅଛନ୍ତି । ଦେଖ ରମେଶ ପ୍ରଦର୍ଶନୀ ସେବାର ଏପରି ଉପାୟ ବାହାର କଲେ ଯାହାଦ୍ୱାରା ସମସ୍ତଙ୍କର ବିଚାର ସାଗର ମନ୍ଥନ ଚାଲିଲା । ତେଣୁ ହୀରାତୁଲ୍ୟ କାମ କଲେ ନା । କେହି ପୁଖରାଜ ମଣି ତ କେହି ଆଉ କିଛି! କେହି ତ’ ବିଲ୍‌କୁଲ୍ କିଛି ମଧ୍ୟ ଜାଣି ନାହାଁନ୍ତି । ଏକଥା ମଧ୍ୟ ଜାଣିଛ ଯେ ବର୍ତ୍ତମାନ ରାଜଧାନୀ ସ୍ଥାପନ ହେଉଛି । ସେଥିପାଇଁ ରାଜା-ରାଣୀ ଆଦି ସବୁ ଦରକାର । ତୁମେ ଜାଣିଛ ଆମେ ବ୍ରାହ୍ମଣମାନେ ଶ୍ରୀମତ ଆଧାରରେ ପାଠପଢି ବିଶ୍ୱର ମାଲିକ ହେଉଛୁ । କେତେ ଖୁସି ହେବା ଦରକାର । ଏହି ମୃତ୍ୟୁ ଲୋକ ଶେଷ ହୋଇଯିବ । ବ୍ରହ୍ମାବାବା ତ’ ଏବେ ହିଁ ବୁଝୁଛନ୍ତି ଯେ ମୁଁ ଯାଇ ରାଜକୁମାର ହେବି । ଶୈଶବ ଅବସ୍ଥାର ସେକଥା ସବୁ ଏବେ ହିଁ ସାମ୍‌ନାକୁ ଆସିଯାଉଛି । ଚଳଣି ହିଁ ବଦଳିଯାଉଛି । ସେହିପରି ସେଠାରେ ମଧ୍ୟ ବୁଢା ହେଲେ ଭାବିବେ ଯେ ଏବେ ଏହି ବାନପ୍ରସ୍ଥ ଶରୀରକୁ ଛାଡ଼ି ମୁଁ କିଶୋର ଅବସ୍ଥାକୁ ଚାଲିଯିବି । ଶୈଶବ ହେଉଛି ସତ୍ତ୍ୱପ୍ରଧାନ ଅବସ୍ଥା । ଲକ୍ଷ୍ମୀ-ନାରାୟଣ ହେଉଛନ୍ତି ଯୁବକ, ବିବାହିତଙ୍କୁ କ’ଣ କିଶୋର ଅବସ୍ଥା କୁହାଯିବ କି? ଯୁବା ଅବସ୍ଥାକୁ ରଜୋ, ବୃଦ୍ଧ ଅବସ୍ଥାକୁ ତମୋ କୁହାଯାଏ ସେଥିପାଇଁ ଶ୍ରୀକୃଷ୍ଣଙ୍କ ପ୍ରତି ଅଧିକ ସ୍ନେହ ରହିଥାଏ । ସେହି ରାଧା-କୃଷ୍ଣ ହିଁ ଲକ୍ଷ୍ମୀ-ନାରାୟଣ ହେଉଛନ୍ତି । କିନ୍ତୁ ମନୁଷ୍ୟ ଏକଥା ଜାଣିନାହାଁନ୍ତି । ଶ୍ରୀକୃଷ୍ଣଙ୍କୁ ଦ୍ୱାପରକୁ, ଲକ୍ଷ୍ମୀ-ନାରାୟଣଙ୍କୁ ସତ୍ୟଯୁଗକୁ ନେଇଯାଇଛନ୍ତି । ଏବେ ତୁମେ ଦେବତା ହେବାର ପୁରୁଷାର୍ଥ କରୁଛ । ବାବା କହୁଛନ୍ତି କୁମାରୀମାନଙ୍କୁ ତ ସେବାରେ ଆଗଭର ହେବା ଉଚିତ୍ । କୁମାରୀ କନ୍ୟା, ଅଧର କୁମାରୀ ମନ୍ଦିର, ଦିଲୱାଡା ଇତ୍ୟାଦି ଯେଉଁ ସବୁ ମନ୍ଦିର ଅଛି ତାହା ତୁମମାନଙ୍କର ହିଁ ଅବିକଳ ସ୍ମାରକୀ । ତାହା ହେଲା ଜଡ଼, ଏହା ହେଲା ଚୈତନ୍ୟ, ତୁମେ ଏଠାରେ ଚୈତନ୍ୟରେ ବସିଛ । ଭାରତକୁ ସ୍ୱର୍ଗ କରୁଛ । ସ୍ୱର୍ଗ ତ ଏହିଠାରେ ହିଁ ହେବ । ସୂକ୍ଷ୍ମବତନ, ମୂଳବତନ କେଉଁଠି ଅଛି, ତୁମକୁ ଏସବୁ କିଛି ଜଣା ଅଛି । ସାରା ଡ଼୍ରାମାକୁ ତୁମେ ଜାଣିଛ । ଯାହା ଅତୀତ ହୋଇଯାଇଛି, ତାହା ପୁଣି ଭବିଷ୍ୟତ ହୋଇ ପୁଣି ଅତୀତ ହେବ । ତୁମକୁ କିଏ ପଢାଉଛନ୍ତି, ଏହି କଥା ବୁଝାଇବାକୁ ହେବ । ଆମକୁ ଭଗବାନ ପଢାଉଛନ୍ତି । ବାସ୍ ଖୁସୀରେ ବିଭୋର ହୋଇଯିବା ଦରକାର । ବାବାଙ୍କ ସ୍ମୃତି ଦ୍ୱାରା ସବୁ ଅଶୁଦ୍ଧି ବାହାରିଯାଉଛି । ବାବା ଆମର ପିତା ମଧ୍ୟ, ଆମକୁ ପଢାଉଛନ୍ତି ମଧ୍ୟ ପୁଣି ସାଥିରେ ବି ନେଇଯିବେ । ନିଜକୁ ଆତ୍ମା ଭାବି ପରମାତ୍ମା ପିତାଙ୍କ ସହିତ ଏହିପରି କଥା ହେବା ଉଚିତ୍ । ଆମେ ଏବେ ବାବାଙ୍କ ସମ୍ବନ୍ଧରେ ଏବଂ ବ୍ରହ୍ମା, ବିଷ୍ଣୁଙ୍କ ସମ୍ବନ୍ଧରେ ଜାଣିଲୁ । ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ବାହାରିଛନ୍ତି । ଏବେ ବିଷ୍ଣୁଙ୍କୁ ଦେଖାଇଛନ୍ତି କ୍ଷୀର ସାଗରରେ । ବ୍ରହ୍ମାଙ୍କୁ ସୂକ୍ଷ୍ମବତନରେ ଦେଖାଇଛନ୍ତି । ବାସ୍ତବରେ ସେ ଏହିଠାରେ ହିଁ ଅଛନ୍ତି । ବିଷ୍ଣୁ ତ ହେଲେ ରାଜତ୍ୱର ଅଧିକାରୀ । ଯଦି ବିଷ୍ଣୁଙ୍କଠାରୁ ବ୍ରହ୍ମା ବାହାରିଲେ ତେବେ ନିଶ୍ଚିତ ରାଜ୍ୟ ମଧ୍ୟ କରିବେ । ଯଦି ବିଷ୍ଣୁଙ୍କ ନାଭିରୁ ବାହାରିଲେ ତେବେ ସେ ସନ୍ତାନ ହୋଇଗଲେ । ଏହିସବୁ କଥା ବାବା ବସି ବୁଝାଉଛନ୍ତି । ବ୍ରହ୍ମା ହିଁ ୮୪ ଜନ୍ମ ପୂରଣ କରି ଏବେ ପୁଣି ବିଷ୍ଣୁପୁରୀର ମାଲିକ ହେଉଛନ୍ତି । ଏହି କଥା ମଧ୍ୟ ସମ୍ପୂର୍ଣ୍ଣ ରୂପରେ କେହି ବୁଝି ନାହାଁନ୍ତି, ସେଥିପାଇଁ ତ ଏତେ ଖୁସିର ପାରଦ ଚଢୁନାହିଁ । ତୁମେ ହେଉଛ ଗୋପ-ଗୋପୀ । ସତ୍ୟଯୁଗରେ କ’ଣ ଗୋପ-ଗୋପୀ ରହିବେ କି । ସେଠାରେ ତ ରାଜକୁମାର-ରାଜକୁମାରୀ ରହିବେ । ଗୋପ-ଗୋପୀମାନଙ୍କର ହିଁ ଗୋପୀ ବଲ୍ଲଭ ଅଟନ୍ତି ନା । ପ୍ରଜାପିତା ବ୍ରହ୍ମା ହେଉଛନ୍ତି ସମସ୍ତଙ୍କର ପିତା । ପୁଣି ସବୁ ଆତ୍ମାମାନଙ୍କର ପିତା ହେଉଛନ୍ତି ନିରାକାର ଶିବ । ଏମାନେ ସମସ୍ତେ ହେଲେ ମୁଖ ବଂଶାବଳୀ । ତୁମେ ସବୁ ବି.କେ. ଭାଇ-ଭଉଣୀ ହୋଇଗଲ, ତେଣୁ ବିକାରୀ ଦୃଷ୍ଟି ରହିବ ନାହିଁ, ଏଥିରେ ହିଁ ମାୟା ହରାଇ ଦେଉଛି । ବାବା କହୁଛନ୍ତି ଏପର୍ଯ୍ୟନ୍ତ ଯାହା କିଛି ବେଦଶାସ୍ତ୍ର ପଢିଛ ତାକୁ ବୁଦ୍ଧିରୁ ଭୁଲିଯାଅ । ମୁଁ ଯାହା ଶୁଣାଉଛି ତାକୁ ପଢ । ସିଡି ତ ବହୁତ ଫାଷ୍ଟକ୍ଲାସ୍ ଅଟେ । ସବୁକିଛି ନିର୍ଭର କରେ ଗୋଟିଏ କଥା ଉପରେ । ଗୀତାର ଭଗବାନ କିଏ? ଶ୍ରୀକୃଷ୍ଣଙ୍କୁ ଭଗବାନ କୁହାଯାଇପାରିବ ନାହିଁ । ସେ ତ ହେଉଛନ୍ତି ସର୍ବଗୁଣ ସମ୍ପନ୍ନ ଦେବତା । ତାଙ୍କର ନାମ ଗୀତାରେ ରଖି ଦେଇଛନ୍ତି । କୃଷ୍ଣଙ୍କୁ ମଧ୍ୟ ଶ୍ୟାମଳ କରିଦେଇଛନ୍ତି ପୁଣି ଲକ୍ଷ୍ମୀ-ନାରାୟଣଙ୍କୁ ମଧ୍ୟ ଶ୍ୟାମଳ କରିଦେଇଛନ୍ତି । କୌଣସି ହିସାବ-କିତାବ ହିଁ ନାହିଁ । ରାମଚନ୍ଦ୍ରଙ୍କୁ ମଧ୍ୟ କଳା କରିଦେଇଛନ୍ତି । ବାବା କହୁଛନ୍ତି କାମ ଚିତା ଉପରେ ବସିବା ଦ୍ୱାରା ଶ୍ୟାମଳ ହୋଇ ଯାଇଛନ୍ତି । ଜଣଙ୍କର ହିଁ ଉଦାହରଣ ଦିଆଯାଇଥାଏ । ତୁମେ ସମସ୍ତେ ହେଉଛ ବ୍ରାହ୍ମଣ, ଏବେ ତୁମେ ଜ୍ଞାନ ଚିତା ଉପରେ ବସୁଛ । ଶୂଦ୍ର କାମ ଚିତା ଉପରେ ବସିଛନ୍ତି । ବାବା କହୁଛନ୍ତି ବିଚାର-ସାଗର ମନ୍ଥନ କରି ଯୁକ୍ତି ବାହାର କର ଯେ କିପରି ସମସ୍ତଙ୍କୁ ଜାଗ୍ରତ କରିବା? ଡ୍ରାମା ଅନୁସାରେ ଜାଗ୍ରତ ମଧ୍ୟ ହେବେ । ଡ୍ରାମା ବହୁତ ଧିରେ ଧିରେ ଚାଲୁଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସର୍ବଦା ଏହି ସ୍ମୃତିରେ ରହିବାକୁ ହେବ ଯେ ଆମେ ହେଉଛୁ ଗୋପୀ ବଲ୍ଲଭଙ୍କର ଗୋପ ଗୋପୀ । ଏହି ସ୍ମୃତିରେ ସର୍ବଦା ଖୁସିର ପାରଦ ଚଢି ରହୁ ।

(୨) ବର୍ତ୍ତମାନ ପର୍ଯ୍ୟନ୍ତ ଯାହା କିଛି ପଢିଛ ସେସବୁକୁ ବୁଦ୍ଧିରୁ ଭୁଲି ବାବା ଯାହା ଶୁଣାଉଛନ୍ତି ତାକୁ ହିଁ ପଢିବାକୁ ହେବ । ଆମେ ହେଲୁ ଭାଇ-ଭଉଣୀ ଏହି ସ୍ମୃତି ଦ୍ୱାରା ବିକାରୀ ଦୃଷ୍ଟିକୁ ସମାପ୍ତ କରିବାକୁ ହେବ, ମାୟାଠାରୁ ହାରିବା ଅନୁଚିତ୍ ।

ବରଦାନ:-
ସେବା ଦ୍ୱାରା ଯୋଗଯୁକ୍ତ ସ୍ଥିତିର ଅନୁଭବ କରୁଥିବା ଆତ୍ମିକ ସେବାଧାରୀ ହୁଅ ।

ବ୍ରାହ୍ମଣ ଜୀବନ ହେଉଛି ସେବାର ଜୀବନ । ମାୟାଠାରୁ ବଞ୍ଚି ରହିବାର ଶ୍ରେଷ୍ଠ ସାଧନ ହେଉଛି ସେବା । ସେବା ଆତ୍ମାକୁ ଯୋଗଯୁକ୍ତ କରିଥାଏ, କିନ୍ତୁ କେବଳ ମୁଖର ସେବା ନୁହେଁ, ଶୁଣିଥିବା ମଧୁର ବାଣୀର ସ୍ୱରୂପ ହୋଇ ସେବା କରିବା, ନିଃସ୍ୱାର୍ଥ ସେବା କରିବା, ତ୍ୟାଗ, ତପସ୍ୟା ସ୍ୱରୂପ ଦ୍ୱାରା ସେବା କରିବା, ବିନାଶୀ କାମନାଗୁଡିକ ଠାରୁ ଉର୍ଦ୍ଧ୍ୱରେ ରହି ନିଷ୍କାମ ସେବା କରିବା - ଏହାକୁ କୁହାଯାଏ ଈଶ୍ୱରୀୟ ସେବା ବା ଆତ୍ମିକ ସେବା । ମୁଖ ସହିତ ମନ ଦ୍ୱାରା ସେବା କରିବା ଅର୍ଥ ମନମନାଭବ ସ୍ଥିତିରେ ସ୍ଥିତ ହେବା ।

ସ୍ଲୋଗାନ:-
ଯଦି ଆକୃତି ଅର୍ଥାତ୍ ଶରୀରକୁ ନ ଦେଖି ନିରାକାର ବାବାଙ୍କୁ ଦେଖିବ ତେବେ ଆକର୍ଷଣ ମୂରତ ହୋଇଯିବ ।

ଅବ୍ୟକ୍ତ ଈଶାରେ - ଯଦି ସହଜଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ ।

ବାପଦାଦାଙ୍କର ପିଲାମାନଙ୍କ ପ୍ରତି ଏତେ ସ୍ନେହ ରହିଛି ଯାହାକି ଭାବୁଛନ୍ତି ପ୍ରତ୍ୟେକ ସନ୍ତାନ ମୋ ଠାରୁ ମଧ୍ୟ ଆଗକୁ ଚାଲିଯାଉ । ଦୁନିଆରେ ମଧ୍ୟ ଯାହାର ଯାହା ପ୍ରତି ଅଧିକ ସ୍ନେହ ଥାଏ ତାକୁ ନିଜଠାରୁ ମଧ୍ୟ ଆଗକୁ ବଢାଇଥାଏ, ଏହା ହିଁ ହେଉଛି ସ୍ନେହର ପ୍ରତୀକ । ତେଣୁ ବାପଦାଦା ମଧ୍ୟ କହୁଛନ୍ତି ମୋ’ର ପିଲାମାନଙ୍କ ଭିତରେ ଏବେ କିଛି ବି କମୀ ନ ରହୁ, ସମସ୍ତେ ସମ୍ପୂର୍ଣ୍ଣ, ସମ୍ପନ୍ନ ଏବଂ ସମାନ ହୋଇଯାଆନ୍ତୁ । ଏହି ପରମାତ୍ମ ସ୍ନେହ ହିଁ ସହଜଯୋଗୀ କରିଦିଏ ।