25.12.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ବହୁତ ସମୟ ପରେ ପୁନର୍ବାର ବାବାଙ୍କ ସହିତ ମିଶିଛ ସେଥିପାଇଁ ତୁମେ ବହୁତ-ବହୁତ ସିକିଲଧେ ଅର୍ଥାତ୍ ବହୁତ ଦିନ ପରେ ମିଳିଥିବା ଗେହ୍ଲା ସନ୍ତାନ ଅଟ ’’ ।

ପ୍ରଶ୍ନ:-
ନିଜର ସ୍ଥିତିକୁ ଏକରସ ଅର୍ଥାତ୍ ସ୍ଥିର ରଖିବାର ଉପାୟ କ’ଣ?

ଉତ୍ତର:-
ସର୍ବଦା ମନେ ରଖ ଯେଉଁ ସେକେଣ୍ଡ ବିତିଗଲା ତାକୁ କହିବା, ଡ୍ରାମା । କଳ୍ପ ପୂର୍ବରୁ ମଧ୍ୟ ଏହିପରି ହୋଇଥିଲା । ଏବେ ତ ନିନ୍ଦା-ସ୍ତୁତି, ମାନ-ଅପମାନ ସବୁ କିଛି ସମ୍ମୁଖକୁ ଆସିବ । ସେଥିପାଇଁ ନିଜର ସ୍ଥିତିକୁ ଏକରସ ରଖିବା ପାଇଁ ଅତୀତର ଚିନ୍ତନ କର ନାହିଁ ।

ଓମ୍ ଶାନ୍ତି ।
ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ବାବା ବୁଝାଉଛନ୍ତି । ଆତ୍ମିକ ବାବାଙ୍କର ନାମ କ’ଣ? ଶିବବାବା । ସେ ସମସ୍ତ ଆତ୍ମାମାନଙ୍କର ପିତା ଅଟନ୍ତି । ସବୁ ଆତ୍ମିକ ସନ୍ତାନମାନଙ୍କର ନାମ କ’ଣ? ଆତ୍ମା । ଜୀବ ଅର୍ଥାତ୍ ଶରୀରର ନାମ ଦିଆଯାଇଥାଏ, କିନ୍ତୁ ଆତ୍ମାର ସେହି ନାମ ହିଁ ରହିଥାଏ । ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି ଯେ ଦୁନିଆରେ ଢେର ସତସଙ୍ଗ ରହିଛି । ଏହା ହେଲା ସଚ୍ଚା-ସଚ୍ଚା ସତ୍‌ର ସଙ୍ଗ ଯାହାକି ସତ୍ୟ ବାବା ରାଜଯୋଗ ଶିଖାଇ ଆମକୁ ସତ୍ୟଯୁଗକୁ ନେଇ ଯାଉଛନ୍ତି । ଏପରି ଆଉ କୌଣସି ସତସଙ୍ଗ ଅଥବା ପାଠଶାଳା ହୋଇପାରିବ ନାହିଁ । ଏକଥା ମଧ୍ୟ ତୁମେ ପିଲାମାନେ ଜାଣିଛ । ବର୍ତ୍ତମାନ ସାରା ସୃଷ୍ଟିଚକ୍ରର ଜ୍ଞାନ ତୁମମାନଙ୍କର ବୁଦ୍ଧିରେ ଅଛି । ତେଣୁ ତୁମେ ପିଲାମାନେ ହିଁ ସ୍ୱଦର୍ଶନ ଚକ୍ରଧାରୀ ଅଟ । ବାବା ଆସି ବୁଝାଉଛନ୍ତି ଏହି ସୃଷ୍ଟି ଚକ୍ର କିପରି ଘୂରୁଛି । ଯେତେବେଳେ କାହାକୁ ବି ବୁଝାଉଛ ସେତେବେଳେ ତାଙ୍କୁ ଚକ୍ର ସମ୍ମୁଖରେ ଠିଆ କରାଇ କୁହ ଏବେ ତୁମେ ଏପଟକୁ ଅର୍ଥାତ୍ ସତ୍ୟଯୁଗକୁ ଯିବ । ବାବା ଜୀବ ଆତ୍ମାମାନଙ୍କୁ କହୁଛନ୍ତି ନିଜକୁ ଆତ୍ମା ନିଶ୍ଚୟ କର । ଏହା ନୂଆ କଥା ନୁହେଁ, ତୁମେ ଜାଣିଛ ଯେ ଆମେ କଳ୍ପ-କଳ୍ପ ଶୁଣୁଛୁ । ଏବେ ପୁନର୍ବାର ଶୁଣୁଛୁ । ତୁମ ବୁଦ୍ଧିରେ କୌଣସି ବି ଦେହଧାରୀ ପିତା, ଶିକ୍ଷକ, ଗୁରୁ ନାହାଁନ୍ତି । ତୁମେମାନେ ଜାଣିଛ ବିଦେହୀ ଶିବବାବା ହିଁ ଆମର ଶିକ୍ଷକ, ଗୁରୁ ଅଟନ୍ତି । ଆଉ କୌଣସି ସତ୍‌ସଙ୍ଗ ଆଦିରେ ଏପରି କଥା କହୁ ନ ଥିବେ । ଏହା ତ ଏକମାତ୍ର ମଧୁବନ ଅଟେ । ସେମାନେ ପୁଣି ବୃନ୍ଦାବନରେ ଗୋଟିଏ ମଧୁବନ ଦେଖାଉଛନ୍ତି । ତାକୁ ତ ଭକ୍ତିମାର୍ଗର ମନୁଷ୍ୟମାନେ ତିଆରି କରିଛନ୍ତି । ବାସ୍ତବ ମଧୁବନ ତ ଏହା ଅଟେ । ଏବେ ତୁମମାନଙ୍କ ବୁଦ୍ଧିରେ ଅଛି ଯେ, ଆମେମାନେ ସତ୍ୟଯୁଗ ଏବଂ ତ୍ରେତା ଯୁଗରୁ ଆରମ୍ଭ କରି ପୁନର୍ଜନ୍ମ ନେଇ-ନେଇ ପୁରୁଷୋତ୍ତମ ହେବା ପାଇଁ ଏବେ ସଂଗମଯୁଗରେ ଆସି ପହଞ୍ଚିଛୁ । ଆମକୁ ବାବା ଆସି ମନେ ପକାଇ ଦେଉଛନ୍ତି । ୮୪ ଜନ୍ମ କିଏ ଏବଂ କିପରି ନେଉଛନ୍ତି, ଏକଥା ମଧ୍ୟ ତୁମେ ଜାଣିଛ । ମନୁଷ୍ୟ ତ କେବଳ କହିଦେଉଛନ୍ତି । କିନ୍ତୁ କିଛି ହେଲେ ବୁଝି ନାହାଁନ୍ତି । ବାବା ଭଲ ଭାବରେ ବୁଝାଉଛନ୍ତି । ସତ୍ୟଯୁଗରେ ସତ୍ତ୍ୱପ୍ରଧାନ ଆତ୍ମାମାନେ ଥିଲେ, ଯେଉଁଠି ଶରୀର ମଧ୍ୟ ସତ୍ତ୍ୱପ୍ରଧାନ ଥିଲା । ବର୍ତ୍ତମାନ ତ ସତ୍ୟଯୁଗ ନାହିଁ, ଏହା ହେଉଛି କଳିଯୁଗ । ଆମେ ସ୍ୱର୍ଣ୍ଣିମ ଯୁଗରେ ଥିଲୁ । ପୁଣି ଚକ୍ର ଲଗାଇ ପୁନର୍ଜନ୍ମ ନେଇ ନେଇ ଲୌହ ଯୁଗରେ ଆସି ପହଞ୍ଚିଛୁ, ପୁନର୍ବାର ଚକ୍ର ନିଶ୍ଚିତ ଲଗାଇବାକୁ ହେବ । ଏବେ ନିଜର ଘରକୁ ଯିବାକୁ ପଡିବ । ତୁମେମାନେ ସିକିଲଧେ ସନ୍ତାନ ଅଟ ନା । ଯିଏ ହଜିଯାଇ ପୁଣି ବହୁତ ସମୟ ପରେ ମିଳିଥା’ନ୍ତି ତାଙ୍କୁ ସିକିଲଧେ କୁହାଯାଏ । ତୁମେମାନେ ପୁରା ୫ ହଜାର ବର୍ଷ ପରେ ମିଳିଛ । ତୁମେମାନେ ହିଁ ଜାଣିଛ - ଇଏ ସେହି ବାବା ଯିଏକି ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ଏହି ସୃଷ୍ଟିଚକ୍ରର ଜ୍ଞାନ ଆମକୁ ଦେଇଥିଲେ, ସ୍ୱଦର୍ଶନ ଚକ୍ରଧାରୀ କରିଥିଲେ । ଏବେ ପୁନର୍ବାର ଆମକୁ ଜନ୍ମ ସିଦ୍ଧ ଅଧିକାର ଦେବା ପାଇଁ ବାବା ଆସିଛନ୍ତି । ଏଠାରେ ବାବା ରିୟଲାଇଜ୍ (ଅନୁଭବ) କରାଉଛନ୍ତି । ଏଥିରେ ଆତ୍ମାର ୮୪ ଜନ୍ମର ମଧ୍ୟ ରିୟଲାଇଜେସନ୍ (ଅନୁଭୂତି) ହୋଇଯାଉଛି । ଏସବୁ କଥା ବାବା ବସି ବୁଝାଉଛନ୍ତି । ଯେପରି ୫ ହଜାର ବର୍ଷ ପୂବରୁ ମଧ୍ୟ ମନୁଷ୍ୟକୁ ଦେବତା ଅଥବା କାଙ୍ଗାଳକୁ ମୁକୁଟଧାରୀ କରାଇବା ପାଇଁ ବୁଝାଇଥିଲେ । ଏବେ ତୁମେମାନେ ଜାଣୁଛ ଆମେ ୮୪ ଥର ପୁନର୍ଜନ୍ମ ନେଇଛୁ । ଯେଉଁମାନେ ନେଇ ନାହାଁନ୍ତି ସେମାନେ ଏଠାକୁ ଶିଖିବା ପାଇଁ ମଧ୍ୟ ଆସିବେ ନାହିଁ । କେହି ପୁଣି ଅଳ୍ପ ବୁଝିବେ । କ୍ରମ ଅନୁସାରେ ତ ରହିଛନ୍ତି ନା । ନିଜ-ନିଜର ଘର ଗୃହସ୍ଥରେ ରହିବାକୁ ହେବ । ସମସ୍ତେ ତ ଆସି ଏଠାରେ ରହିବେ ନାହିଁ । ଯେଉଁମାନଙ୍କର ବହୁତ ଭଲ ପଦ ପାଇବାର ଥିବ ସେମାନେ ସତେଜ ହେବା ପାଇଁ ଏଠାକୁ ଆସିବେ । ଯେଉଁମାନେ କମ୍ ପଦ ପାଇବେ ସେମାନେ ଅଧିକ ପୁରୁଷାର୍ଥ ମଧ୍ୟ କରିବେ ନାହିଁ । ଏହା ଏପରି ଜ୍ଞାନ ଅଟେ ଯାହାକି ଯେତେ କମ୍ ପୁରୁଷାର୍ଥ କଲେ ମଧ୍ୟ ତାହା ବ୍ୟର୍ଥ ଯିବ ନାହିଁ । ଦଣ୍ଡ ଭୋଗ କରି ସ୍ୱର୍ଗରେ ଆସିଯିବେ । ଯଦି ପୁରୁଷାର୍ଥ ଭଲ କରିଥା’ନ୍ତେ, ତେବେ ଦଣ୍ଡ ମଧ୍ୟ କମ୍ ହୋଇଥାନ୍ତା । ଯୋଗର ଯାତ୍ରା ବିନା ବିକର୍ମ ବିନାଶ ହେବ ନାହିଁ । ତେଣୁ ପ୍ରତି ମୂହୁର୍ତ୍ତରେ ନିଜେ ନିଜକୁ ଏହିକଥା ମନେ ପକାଇ ଦେଉଥାଅ । କାହା ସହିତ ବି ଦେଖା ହେଲେ ପ୍ରଥମେ ଏହି କଥା ବୁଝାଅ ଯେ - ନିଜକୁ ଆତ୍ମା ଭାବ । ଏହି ଶାରୀରିକ ନାମ ତ ପରେ ମିଳୁଛି । ଶରୀରର ନାମ ପଛରେ ମିଳିଛି । କାହାକୁ ଡାକିବା ପାଇଁ ଶରୀରର ନାମ ରଖାଯାଇଛି । ଏହି ସଂଗମଯୁଗରେ ହିଁ ବେହଦର ବାବା ଆତ୍ମିକ ସନ୍ତାନମାନଙ୍କୁ ଡାକୁଛନ୍ତି । କହୁଛ ଆତ୍ମିକ ପିତା ଆସିଛନ୍ତି । ବାବା କହୁଛନ୍ତି ଆତ୍ମିକ ସନ୍ତାନ । ପ୍ରଥମେ ଆତ୍ମା ତା’ପରେ ପୁଣି ପିଲାମାନଙ୍କର ନାମ ନେଉଛନ୍ତି । ଆତ୍ମିକ ସନ୍ତାନମାନେ, ବୁଝିପାରୁଛ ଆତ୍ମିକ ବାବା କ’ଣ ବୁଝାଉଛନ୍ତି । ତୁମର ବୁଦ୍ଧି ଜାଣିଛି - ଶିବବାବା ଏହି ଭାଗୀରଥଙ୍କ ମଧ୍ୟରେ ବିରାଜମାନ ହୋଇଛନ୍ତି, ଆମକୁ ସେ ହିଁ ସହଜ ରାଜଯୋଗ ଶିଖାଉଛନ୍ତି । ଆଉ କୌଣସି ମନୁଷ୍ୟ ନାହାଁନ୍ତି ଯାହାଙ୍କ ଶରୀରରେ ବାବା ଆସି ରାଜଯୋଗ ଶିଖାଇବେ । ସେହି ବାବା ପୁରୁଷୋତ୍ତମ ସଂଗମଯୁଗରେ ହିଁ ଆସୁଛନ୍ତି, ଆଉ କୌଣସି ମନୁଷ୍ୟ କେବେ ବି ଏପରି କହିପାରିବେ ନାହିଁ ବା ବୁଝାଇ ପାରିବେ ନାହିଁ । ଏ କଥା ମଧ୍ୟ ତୁମେ ଜାଣିଛ ଯେ ଏହି ଶିକ୍ଷା ବ୍ରହ୍ମା ବାବାଙ୍କର ନୁହେଁ । ଏହାଙ୍କୁ ତ ଏକଥା ଜଣା ହିଁ ନ ଥିଲା ଯେ କଳିଯୁଗ ଶେଷ ହୋଇ ସତ୍ୟଯୁଗ ଆସିବ । ବର୍ତ୍ତମାନ ଏହାଙ୍କର କୌଣସି ଦେହଧାରୀ ଗୁରୁ ନାହାଁନ୍ତି । ଅନ୍ୟ ସବୁ ମନୁଷ୍ୟମାନେ ତ କହିବେ ଅମୁକ ଆମର ଗୁରୁ । ଅମୁକଙ୍କ ଜ୍ୟୋତି ଜ୍ୟୋତିରେ ମିଶିଗଲା । ତେବେ ସମସ୍ତଙ୍କର ଦେହଧାରୀ ଗୁରୁ ଅଛନ୍ତି । ଧର୍ମସ୍ଥାପକମାନେ ମଧ୍ୟ ଦେହଧାରୀ ଅଟନ୍ତି । ଏହି ଧର୍ମ କିଏ ସ୍ଥାପନ କରିଛନ୍ତି? ପରମପିତା ପରମାତ୍ମା ତ୍ରିମୂର୍ତ୍ତି ଶିବବାବା ହିଁ ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରିଛନ୍ତି । ଏହାଙ୍କର ଶରୀରର ନାମ ବ୍ରହ୍ମା । ଖ୍ରୀଷ୍ଟିୟାନ୍‌ମାନେ କହିବେ ଖ୍ରୀଷ୍ଟ ଏହି ଧର୍ମସ୍ଥାପନ କରିଛନ୍ତି । ସେ ତ ଦେହଧାରୀ ଅଟନ୍ତି । ତାଙ୍କର ଚିତ୍ର ମଧ୍ୟ ରହିଛି । ଏହି ଧର୍ମର ସ୍ଥାପକଙ୍କର ଚିତ୍ର କିପରି ଦେଖାଇବେ? ଶିବଙ୍କର ହିଁ ଦେଖାଇବେ । ଶିବଙ୍କର ଚିତ୍ର ମଧ୍ୟ କେହି ବଡ, କେହି ଛୋଟ ତିଆରି କରିଥା’ନ୍ତି । କିନ୍ତୁ ସେ ତ ବିନ୍ଦୁ ହିଁ ଅଟନ୍ତି । ନାମ-ରୂପ ମଧ୍ୟ ଅଛି କିନ୍ତୁ ଅବ୍ୟକ୍ତ ଅଟନ୍ତି । ତାଙ୍କୁ ଏହି ଆଖି ଦ୍ୱାରା ଦେଖିପାରିବ ନାହିଁ । ଶିବବାବା ତୁମ ସନ୍ତାନମାନଙ୍କୁ ରାଜ୍ୟ-ଭାଗ୍ୟ ଦେଇଯାଇଥିଲେ, ସେଥିପାଇଁ ତ ତାଙ୍କୁ ମନେ ପକାଉଛ ନା । ଶିବବାବା କହୁଛନ୍ତି ମନମନାଭବ । କେବଳ ମୋତେ ହିଁ ସ୍ମରଣ କର । କାହାର ସ୍ତୁତି କରିବାର ନାହିଁ । ଆତ୍ମାର ବୁଦ୍ଧିରେ କୌଣସି ଦେହର ସ୍ମୃତି ନ ଆସୁ, ଏହି କଥାକୁ ଭଲ ଭାବରେ ବୁଝିବା ଦରକାର । ଆମକୁ ଶିବବାବା ପଢାଉଛନ୍ତି । ସାରାଦିନ ଏହି କଥାକୁ ବାରମ୍ବାର ମନେ ପକାଉଥାଅ । ଶିବ ଭଗବାନୁବାଚ, ପ୍ରଥମେ-ପ୍ରଥମେ ତ ଅଲଫଙ୍କୁ ଅର୍ଥାତ୍ ବାବାଙ୍କୁ ହିଁ ଜାଣିବାକୁ ହେବ । ଏହି କଥାକୁ ପକ୍କା ନିଶ୍ଚୟ ନ କରାଇ ଅଧିକ ଜ୍ଞାନ ବୁଝାଇଲେ କିଛି ହେଲେ ବୁଦ୍ଧିରେ ରହିବ ନାହିଁ । କେହି ତ ଏହାକୁ ଠିକ୍ ବୋଲି କହୁଛନ୍ତି । କେହି କହୁଛନ୍ତି ଏହାକୁ ବୁଝିବାକୁ ତ ସମୟ ଦରକାର । କେହି ପୁଣି କହୁଛନ୍ତି ବିଚାର କରିବା । ଭିନ୍ନ-ଭିନ୍ନ ପ୍ରକାରର ମନୁଷ୍ୟ ଆସୁଛନ୍ତି । ଏହା ହେଉଛି ନୂଆ କଥା । ପରମପିତା ପରମାତ୍ମା ଶିବ ଆତ୍ମାମାନଙ୍କୁ ବସି ପାଠ ପଢାଉଛନ୍ତି । ବିଚାର ଚାଲୁଛି, କ’ଣ କଲେ ମନୁଷ୍ୟମାନେ ଏହି କଥାକୁ ବୁଝିଯିବେ । ଶିବ ହିଁ ଜ୍ଞାନର ସାଗର ଅଟନ୍ତି । ଆତ୍ମାକୁ ଜ୍ଞାନର ସାଗର କିପରି କୁହାଯିବ, ଯାହାର ଶରୀର ହିଁ ନାହିଁ । ବାବା ଜ୍ଞାନର ସାଗର ଅଟନ୍ତି, ତେବେ ନିଶ୍ଚିତ କେବେ ଜ୍ଞାନ ଶୁଣାଇଥିବେ, ସେଥିପାଇଁ ତ ତାଙ୍କୁ ଜ୍ଞାନ ସାଗର କୁହାଯାଉଛି, ଏମିତି ଅଯଥାରେ କାହିଁକି କହିବେ । କେହି ବହୁତ ପଢିଥିଲେ କୁହାଯାଏ ଇଏ ତ ବହୁତ ବେଦ-ଶାସ୍ତ୍ର ପଢିଛନ୍ତି, ସେଥିପାଇଁ ତାଙ୍କୁ ଶାସ୍ତ୍ରୀ ଅଥବା ବିଦ୍ୱାନ କୁହାଯାଏ । ବାବାଙ୍କୁ ଜ୍ଞାନର ସାଗର ଅଥୋରିଟୀ ଅର୍ଥାତ୍ ଜ୍ଞାନର ଅଧିକାରୀ କୁହାଯାଉଛି । ନିଶ୍ଚୟ କେବେ ଏଠାକୁ ଆସିଛନ୍ତି । ପ୍ରଥମେ ତ ପଚାରିବା ଦରକାର ବର୍ତ୍ତମାନ କଳିଯୁଗ ନାଁ ସତ୍ୟଯୁଗ? ଏହା ନୂଆ ଦୁନିଆ ନା ପୁରୁଣା ଦୁନିଆ? ଲକ୍ଷ୍ୟ ତ ତୁମ ସମ୍ମୁଖରେ ରହିଛି । ଏହି ଲକ୍ଷ୍ମୀ-ନାରାୟଣ ଯଦି ଥା’ନ୍ତେ ତେବେ ତାଙ୍କର ରାଜ୍ୟ ଥା’ନ୍ତା । ଏହି ପୁରୁଣା ଦୁନିଆ, କାଙ୍ଗାଳପଣିଆ ହିଁ ନ ଥାନ୍ତା । ବର୍ତ୍ତମାନ ତ କେବଳ ଏମାନଙ୍କର ଚିତ୍ର ରହିଛି । ଯାହାଙ୍କୁ ମନ୍ଦିରରେ ନମୂନା ରୂପରେ ଦେଖାଇଥା’ନ୍ତି । ନଚେତ୍ ତାଙ୍କର ମହଲ ବଗିଚା ଆଦି କେତେ ବଡ ବଡ ହୋଇଥିବ । କେବଳ କ’ଣ ମନ୍ଦିରରେ ସବୁବେଳେ ରହୁଥିବେ । ପ୍ରେସିଡେଣ୍ଟଙ୍କର ନିବାସସ୍ଥାନ କେତେ ବଡ । ତେବେ ଦେବୀ-ଦେବତାମାନେ ତ ବହୁତ ବଡ-ବଡ ମହଲରେ ରହୁଥିବେ । ତାଙ୍କ ପାଖରେ ବହୁତ ଜାଗା ଥିବ । ସେଠାରେ ଡରିବାର କୌଣସି କଥା ନଥିବ । ନୂଆ ଦୁନିଆ ସର୍ବଦା ଫୁଲର ବଗିଚା ହୋଇଥାଏ । ସେଠାରେ କୌଣସି କଣ୍ଟା ନ ଥାଏ । ତାହା ହେଉଛି ବଗିଚା । ସେଠାରେ ତ କାଠ ଆଦି ଜଳାଉ ନ ଥିବେ । କାଠ ଜାଳିବା ଦ୍ୱାରା ଧୂଆଁ ବାହାରେ, ତେଣୁ ଦୁଃଖ ଅନୁଭବ ହୋଇଥାଏ । ସେଠାରେ ଆମେ ବହୁତ କମ୍ ସ୍ଥାନରେ ରହିଥାଉ । ପରେ ପୁଣି ବୃଦ୍ଧି ହୋଇଚାଲେ । ସେଠାରେ ବହୁତ ଭଲ ଭଲ ଫୁଲ ବଗିଚା ରହିବ, ଯେଉଁଠାରୁ ବହୁତ ସୁନ୍ଦର ସୁଗନ୍ଧ ଆସୁଥିବ । ସେଠାରେ ଜଙ୍ଗଲ ହିଁ ରହିବ ନାହିଁ । ଏବେ ସେ ସବୁର ଅନୁଭବ ହେଉଛି କିନ୍ତୁ, ଦେଖି ତ ପାରୁ ନାହଁ । ତୁମେମାନେ ଧ୍ୟାନରେ ଯାଇ ବହୁତ ବଡ-ବଡ ମହଲ ଆଦି ଦେଖି ଆସୁଛ, ଏଠାରେ ତ ତାହା ନିର୍ମାଣ କରିପାରିବ ନାହିଁ । ସାକ୍ଷାତ୍‌କାରରେ ଦେଖିଲ ପୁଣି ଗୁପ୍ତ ହୋଇଯିବ । ସାକ୍ଷାତ୍‌କାର ତ କରିଛ ନା । ସେଠାରେ ରାଜାମାନେ ଓ ରାଜକୁମାର-କୁମାରୀମାନେ ରହିବେ । ବହୁତ ରମଣୀୟ ସ୍ୱର୍ଗ ହେବ । ଯେପରି ଏଠାରେ ମହୀଶୂର ଆଦି ରମଣୀୟ ସ୍ଥାନ ଅଛି, ସେହିପରି ସେଠାରେ ମଧ୍ୟ ବହୁତ ସୁଗନ୍ଧିତ ପବନ ବୋହିବ । ପାଣିର ଝରଣା ବହି ଚାଲିଥିବ । ଆତ୍ମାମାନେ ଭାବନ୍ତି ଆମେ ଭଲ-ଭଲ ଜିନିଷ ତିଆରି କରିବୁ । ଆତ୍ମାକୁ ସ୍ୱର୍ଗ ତ ମନେ ପଡୁଛି ନା ।

ତୁମମାନଙ୍କର ଏବେ ହୃଦୟଙ୍ଗମ ହେଉଛି - ସେଠାରେ କ’ଣ-କ’ଣ ସବୁ ହେବ । କେଉଁଠି ଆମେ ରହୁଥିବୁ । ବର୍ତ୍ତମାନ ଏହିସବୁ କଥା ସ୍ମୃତିରେ ଆସୁଛି । ସେ ସମୟର ଚିତ୍ର ସବୁ ଦେଖ ଏବଂ ଖୁସି ହୁଅ ଯେ ତୁମେମାନେ କେତେ ଭାଗ୍ୟବାନ । ସେଠାରେ ଦୁଃଖର କୌଣସି କଥା ରହିବ ନାହିଁ । ଆମେ ତ ସ୍ୱର୍ଗରେ ଥିଲୁ ପୁଣି ତଳକୁ ଓହ୍ଲାଇଛୁ । ଏବେ ପୁଣି ସ୍ୱର୍ଗକୁ ଯିବାକୁ ହେବ । କିପରି ଯିବୁ? ତେବେ କ’ଣ ରସିରେ ଓହଳିକରି ଯିବୁ? ଆମେ ଆତ୍ମାମାନେ ତ ଶାନ୍ତିଧାମର ନିବାସୀ ଅଟୁ । ବାବା ସ୍ମୃତି ଦେଉଛନ୍ତି, ଏବେ ତୁମେ ପୁନର୍ବାର ଦେବତା ହେଉଛ ଏବଂ ଅନ୍ୟଙ୍କୁ ମଧ୍ୟ କରାଉଛ । କେହି କେହି ଘରେ ବସି ମଧ୍ୟ ସାକ୍ଷାତ୍‌କାର କରିଥା’ନ୍ତି । ଯେଉଁମାନେ ବନ୍ଧନରେ ଅଛନ୍ତି, ସେମାନେ କେବେ କ’ଣ ବାବାଙ୍କୁ ଦେଖିଛନ୍ତି । କିନ୍ତୁ ଦେଖ ତାଙ୍କ ଭିତରେ କିପରି ଉତ୍ସାହ ଆସୁଛି । ନିଜର ଘର ପାଖେଇ ଆସିଲେ ଆତ୍ମାକୁ କେତେ ଖୁସି ଲାଗିଥାଏ । ଜାଣୁଛନ୍ତି ବାବା ଆମକୁ ଜ୍ଞାନ ଦ୍ୱାରା ସଜେଇବା ପାଇଁ ଆସିଛନ୍ତି । ଶେଷ ସମୟରେ ଖବରକାଗଜରେ ମଧ୍ୟ ବାହାରିବ । ଏବେ ତ ସ୍ତୁତି-ନିନ୍ଦା, ମାନ-ଅପମାନ ସବୁ କିଛି ସମ୍ମୁଖକୁ ଆସୁଛି । ତୁମେମାନେ ଜାଣିଛ କଳ୍ପ ପୂର୍ବରୁ ମଧ୍ୟ ଏହିପରି ହୋଇଥିଲା, ତେଣୁ ଯେଉଁ ସେକେଣ୍ଡ ବିତିଗଲା, ତାର ଚିନ୍ତନ କରିବା ଉଚିତ୍ ନୁହେଁ । କଳ୍ପ ପୂର୍ବରୁ ମଧ୍ୟ ଖବରକାଗଜରେ ଏହିପରି ବାହାରିଥିଲା । ଏବେ ପୁଣି ପୁରୁଷାର୍ଥ କରାଯାଉଛି । ଯାହାକିଛି ହଙ୍ଗାମା ହୋଇଥିଲା ତାହା ତ ହୋଇଗଲା । ତା’ଦ୍ୱାରା ନାମ ତ ପ୍ରସିଦ୍ଧ ହୋଇଗଲା ନା । ପୁଣି ତୁମେମାନେ ତା’ର ଜବାବ ମଧ୍ୟ ଦେଉଛ । ଖବରକାଗଜ କେହି ପଢୁଛନ୍ତି, କେହି ପଢୁ ନାହାଁନ୍ତି । ତାଙ୍କୁ ଫୁରସତ୍ ମିଳୁନାହିଁ । ଅନ୍ୟ କାମରେ ବ୍ୟସ୍ତ ହୋଇ ଯାଉଛନ୍ତି । ଏବେ ତୁମମାନଙ୍କର ବୁଦ୍ଧିରେ ଅଛି - ଏହା ବେହଦର ବଡ ଡ୍ରାମା ଅଟେ । ଟିକ୍‌-ଟିକ୍ ହୋଇ ଚାଲିଛି, ସୃଷ୍ଟିରୂପି ଚକ୍ର ଘୂରି ଚାଲିଛି । ଗୋଟିଏ ସେକେଣ୍ଡ ଯାହା ପାସ୍ ହୋଇଗଲା, ତାହାର ପୁଣି ୫ ହଜାର ବର୍ଷ ପରେ ପୁନରାବୃତ୍ତି ହେବ । ଯାହା ହୋଇଗଲା ଗୋଟିଏ ସେକେଣ୍ଡ ପରେ ବିଚାର ଆସୁଛି ଯେ ଏହି ଭୁଲ୍ ହୋଇଗଲା । ଡ୍ରାମାରେ ନିଧାର୍ଯ୍ୟ ହୋଇଗଲା କଳ୍ପ ପୂର୍ବରୁ ମଧ୍ୟ ଏହିପରି ଭୁଲ୍ ହୋଇଥିଲା, ଯାହାକି ଅତୀତ ହୋଇଗଲା । ତେବେ ଆଗକୁ ଆଉ ସେ ଭୁଲ୍ କରିବୁ ନାହିଁ । ପୁରୁଷାର୍ଥ କରି ଚାଲିଛନ୍ତି । ତୁମମାନଙ୍କୁ ବୁଝାଯାଉଛି ଯେ, ବାରମ୍ବାର ଏହିଭଳି ଭୁଲ୍ କରିବା ଭଲ ନୁହେଁ । ଏଭଳି କର୍ମ କରିବା ଭଲ ନୁହେଁ । ମନ ନିଶ୍ଚିତ ଖାଇବ ଯେ - ମୋ ଦ୍ୱାରା ଏହି ଖରାପ କାମ ହୋଇଗଲା । ବାବା ବୁଝାଉଛନ୍ତି, ଏପରି କର ନାହିଁ, ଅନ୍ୟକୁ ଦୁଃଖ ହେବ । ସେଥିପାଇଁ ମନା କରାଯାଉଛି । ବାବା କହିଦେଉଛନ୍ତି - ଏହି କାମ କର ନାହିଁ । ନ ପଚାରି କୌଣସି ଜିନିଷ ଉଠାଇଲେ ତାକୁ ଚୋରୀ କୁହାଯାଏ । ତେଣୁ ଏପରି କାମ କର ନାହିଁ । କଡା କଥା କୁହ ନାହିଁ । ଆଜିକାଲି ଦୁନିଆ ଦେଖ କିପରି ହୋଇଯାଇଛି - କେହି ଯଦି ଚାକର ଉପରେ କ୍ରୋଧ କଲେ, ତେବେ ସେ ମଧ୍ୟ ଶତ୍ରୁତା କରିଦେଉଛି । ସେଠାରେ ତ ବାଘ-ଛେଳି ପରସ୍ପର ମଧ୍ୟରେ କ୍ଷୀରଖଣ୍ଡ ଅର୍ଥାତ୍ ମିଠା ସମ୍ବନ୍ଧରେ ରହିବେ । ଲୁଣପାଣି ଅର୍ଥାତ୍ ତିକ୍ତ ସମ୍ବନ୍ଧ ଏବଂ କ୍ଷୀରଖଣ୍ଡ ଅର୍ଥାତ୍ ମିଠା ସମ୍ବନ୍ଧ ରହିଥାଏ ନା । ସତ୍ୟଯୁଗରେ ସବୁ ମନୁଷ୍ୟ ଆତ୍ମାମାନେ ପରସ୍ପର ମଧ୍ୟରେ କ୍ଷୀରଖଣ୍ଡ ହୋଇ ରହିବେ ଏବଂ ଏହି ରାବଣର ଦୁନିଆରେ ସବୁ ମନୁଷ୍ୟ ଲୁଣପାଣି ହୋଇଯାଇଛନ୍ତି । ପିତା ଏବଂ ପୁତ୍ରର ସମ୍ବନ୍ଧରେ ମଧ୍ୟ ତିକ୍ତତା ଆସିଯାଉଛି । କାମ ମହାଶତ୍ରୁ ଅଟେ ନା । ଏଠାରେ କାମାସକ୍ତ ହୋଇ ପରସ୍ପରକୁ ଦୁଃଖ ଦେଉଛନ୍ତି । ଏହି ସାରା ଦୁନିଆର ସମ୍ବନ୍ଧ ତିକ୍ତ ହୋଇଯାଇଛି । ସତ୍ୟଯୁଗୀ ଦୁନିଆ କ୍ଷୀରଖଣ୍ଡ ଅଟେ । ଏହିସବୁ କଥାକୁ ଦୁନିଆ କ’ଣ ଜାଣିବ । ମନୁଷ୍ୟମାନେ ତ ସ୍ୱର୍ଗକୁ ଲକ୍ଷ ଲକ୍ଷ ବର୍ଷ କହିଦେଉଛନ୍ତି । ତେଣୁ କୌଣସି କଥା ସେମାନଙ୍କ ବୁଦ୍ଧିରେ ପଶୁ ନାହିଁ । ଯେଉଁମାନେ ଦେବତା ଥିଲେ ସେହିମାନଙ୍କର ହିଁ ସ୍ମୃତିରେ ଆସୁଛି । ତୁମେମାନେ ଜାଣିଛ ଦେବତାମାନେ ସତ୍ୟଯୁଗରେ ଥିଲେ । ଯେଉଁମାନେ ୮୪ ଜନ୍ମ ନେଇଛନ୍ତି ସେହିମାନେ ହିଁ ପୁନର୍ବାର ଆସି ଏଠାରେ ପାଠ ପଢିବେ ଏବଂ କଣ୍ଟାରୁ ଫୁଲ ହେବେ । ଏହା ବାବାଙ୍କର ଏକମାତ୍ର ବିଶ୍ୱବିଦ୍ୟାଳୟ ଯାହାର ଅନେକ ଶାଖା ବାହାରି ଚାଲିଛି । ଖୁଦା ଅର୍ଥାତ୍ ଭଗବାନ ଯେତେବେଳେ ଆସିବେ ସେତେବେଳେ ତାଙ୍କର ସେବାଧାରୀ ବାହାରିବେ, ଯାହାଙ୍କ ଦ୍ୱାରା ସ୍ୱୟଂ ଖୁଦା ରାଜତ୍ୱ ସ୍ଥାପନ କରିବେ । ତୁମେ ଜାଣିଛ ଆମେମାନେ ଖୁଦାଙ୍କର ଖିଦ୍‌ମତ୍‌ଗାର ଅର୍ଥାତ୍ ସେବାଧାରୀ ଅଟୁ । ସେମାନେ ଶରୀରର ସେବାଧାରୀ ଅଟନ୍ତି । କିନ୍ତୁ ଏହା ଆତ୍ମିକ ସେବା ଅଟେ । ବାବା ଆତ୍ମାମାନଙ୍କୁ ଆଧ୍ୟାତ୍ମିକ ସେବା ଶିଖାଉଛନ୍ତି କାରଣ ଆତ୍ମା ତମୋପ୍ରଧାନ ହୋଇଯାଇଛି । ସେଥିପାଇଁ ବାବା ପୁଣି ଆସି ସତ୍ତ୍ୱପ୍ରଧାନ କରୁଛନ୍ତି । ବାବା କହୁଛନ୍ତି କେବଳ ମୋତେ ସ୍ମରଣ କଲେ ହିଁ ବିକର୍ମ ବିନାଶ ହେବ । ଏହା ହେଉଛି ଯୋଗ ଅଗ୍ନି । ଭାରତର ପ୍ରାଚୀନ ଯୋଗର ଗାୟନ ରହିଛି ନା । କୃତ୍ରିମ ଯୋଗ ତ ବହୁତ ହୋଇଗଲାଣି ସେଥିପାଇଁ ବାବା କହୁଛନ୍ତି ଯୋଗର ଯାତ୍ରା କହିବା ଠିକ୍ । ଶିବବାବାଙ୍କୁ ସ୍ମରଣ କରି-କରି ତୁମେମାନେ ଶିବପୁରୀକୁ ଚାଲିଯିବ । ତାହାହେଲା ଶିବପୁରୀ ଏବଂ ବିଷ୍ଣୁପୁରୀ । ଏହା ହେଲା ରାବଣପୁରୀ । ବିଷ୍ଣୁପୁରୀ ପଛରେ ରହିଛି ରାମପୁରୀ । ସୂର୍ଯ୍ୟବଂଶୀମାନଙ୍କ ପରେ ଚନ୍ଦ୍ରବଂଶୀମାନେ ଆସନ୍ତି । ଏହା ତ ସାଧାରଣ କଥା । ଅଧାକଳ୍ପ ସତ୍ୟଯୁଗ-ତ୍ରେତାଯୁଗ, ଅଧାକଳ୍ପ ଦ୍ୱାପର ଏବଂ କଳିଯୁଗ । ଏବେ ତୁମେ ସଂଗମରେ ଅଛ । ଏକଥା କେବଳ ତୁମେ ହିଁ ଜାଣିଛ । ଯେଉଁମାନେ ଭଲ ଭାବରେ ଧାରଣ କରୁଛନ୍ତି, ସେମାନେ ଅନ୍ୟମାନଙ୍କୁ ମଧ୍ୟ ବୁଝାଉଛନ୍ତି । ଆମେ ପୁରୁଷୋତ୍ତମ ସଂଗମଯୁଗରେ ଅଛୁ । ଏକଥା କାହାର ବୁଦ୍ଧିରେ ମନେ ରହିଲେ ମଧ୍ୟ ସାରା ଡ୍ରାମା ବୁଦ୍ଧିରେ ଆସିଯିବ । କିନ୍ତୁ କଳିଯୁଗୀ ଦେହର ସମ୍ବନ୍ଧୀ ଆଦି ମନେ ପଡୁଛନ୍ତି । ବାବା କହୁଛନ୍ତି - ତୁମକୁ ଏକମାତ୍ର ବାବାଙ୍କୁ ହିଁ ସ୍ମରଣ କରିବାକୁ ହେବ । ସମସ୍ତଙ୍କର ସଦ୍‌ଗତି ଦାତା ରାଜଯୋଗ ଶିଖାଇଲାବାଲା କେବଳ ଜଣେ ହିଁ ଅଟନ୍ତି, ସେଥିପାଇଁ ବାବା ବୁଝାଇଛନ୍ତି ଶିବବାବାଙ୍କର ଜୟନ୍ତୀ ହିଁ ସାରା ଦୁନିଆକୁ ବଦଳାଇ ଦେଉଛି । ତୁମେ ବ୍ରାହ୍ମଣମାନେ ହିଁ ଜାଣିଛ, ଏବେ ଆମେ ପୁରୁଷୋତ୍ତମ ସଂଗମ ଯୁଗରେ ଅଛୁ । ଯେଉଁମାନେ ବ୍ରାହ୍ମଣ ହୋଇଛନ୍ତି, ସେମାନଙ୍କର ବୁଦ୍ଧିରେ ହିଁ ରଚୟିତା ଏବଂ ରଚନାର ଜ୍ଞାନ ରହିଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏପରି କୌଣସି ବି କର୍ମ କରିବାର ନାହିଁ ଯାହାଦ୍ୱାରା କାହାକୁ ଦୁଃଖ ମିଳିବ । କଡା କଥା ମଧ୍ୟ କହିବାର ନାହିଁ । ବହୁତ-ବହୁତ କ୍ଷୀରଖଣ୍ଡ ଅର୍ଥାତ୍ ମଧୁର ସ୍ୱଭାବଯୁକ୍ତ ହୋଇ ରହିବାକୁ ହେବ ।

(୨) କୌଣସି ଦେହଧାରୀର ମହିମା କରିବାର ନାହିଁ । ବୁଦ୍ଧିରେ ରହୁ ଯେ ଆମକୁ ଶିବବାବା ପଢାଉଛନ୍ତି, ସେହି ଜଣଙ୍କର ହିଁ ମହିମା କରିବାକୁ ହେବ । ଆତ୍ମିକ ସେବାଧାରୀ ହେବାକୁ ପଡିବ ।

ବରଦାନ:-
ଶୁଦ୍ଧ ସଂକଳ୍ପ ଅର୍ଥାତ୍ ଦୃଢତାର ବ୍ରତ ଦ୍ୱାରା ବୃତ୍ତିର ପରିବର୍ତ୍ତନ କରୁଥିବା ହୃଦୟ ସିଂହାସନ ଅଧିକାରୀ ଭବ ।

ବାପଦାଦାଙ୍କର ହୃଦୟ ସିଂହାସନ ଏତେ ପବିତ୍ର ଅଟେ, ଯାହାକି କେବଳ ପବିତ୍ର ଆତ୍ମାମାନେ ହିଁ ତା’ ଉପରେ ବସିପାରିବେ । ଯେଉଁମାନଙ୍କର ସଂକଳ୍ପରେ ମଧ୍ୟ ଅପବିତ୍ରତା ବା ଅମର୍ଯ୍ୟାଦା ଆସିଯିବ ସେମାନେ ସିଂହାସନ ଅଧିକାରୀ ହେବା ପରିବର୍ତ୍ତେ ଖସିବାର କଳାରେ ତଳକୁ ଆସିଯିବେ, ସେଥିପାଇଁ ପ୍ରଥମେ ଶୁଦ୍ଧ ସଂକଳ୍ପର ବ୍ରତ ଦ୍ୱାରା ନିଜର ବୃତ୍ତିକୁ ପରିବର୍ତ୍ତନ କର ଯାହାଦ୍ୱାରା ବୃତ୍ତିର ପରିବର୍ତ୍ତନ ଆଧାରରେ ଭବିଷ୍ୟତର ଜୀବନରୂପୀ ସୃଷ୍ଟି ମଧ୍ୟ ପରିବର୍ତ୍ତନ ହୋଇଯିବ । ତେବେ ଶୁଦ୍ଧ ସଂକଳ୍ପ ବା ଦୃଢ ସଂକଳ୍ପର ବ୍ରତର ପ୍ରତ୍ୟକ୍ଷ ଫଳ ହେଲା ସବୁ ଦିନ ପାଇଁ ବାପଦାଦାଙ୍କର ହୃଦୟ ସିଂହାସନରେ ବସିବା ।

ସ୍ଲୋଗାନ:-
ଯେଉଁଠାରେ ସର୍ବଶକ୍ତିଗୁଡିକ ସାଥୀରେ ଅଛନ୍ତି ସେଠାରେ ନିର୍ବିଘ୍ନ ସଫଳତା ନିଶ୍ଚିତ ରହିଛି ।

ଅବ୍ୟକ୍ତ ଈଶାରା:- ଏବେ ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର ।

ଅନ୍ତଃବାହକ ସ୍ଥିତି ଅର୍ଥାତ୍ କର୍ମବନ୍ଧନମୁକ୍ତ କର୍ମାତୀତ ସ୍ଥିତିର ବାହାନ ଅର୍ଥାତ୍ ଅନ୍ତିମ ବାହନ, ଯାହାଦ୍ୱାରା ତୁମେମାନେ ଗୋଟିଏ ସେକେଣ୍ଡ ଭିତରେ ସାଥୀରେ ଉଡିଯାଇପାରିବ । ଏଥିପାଇଁ ସବୁ ପ୍ରକାରର ସୀମା ବା ବନ୍ଧନଠାରୁ ଉର୍ଦ୍ଧ୍ୱରେ ବେହଦ ସ୍ୱରୂପରେ, ବେହଦର ସେବାଧାରୀ, ସବୁ ପ୍ରକାରର ବନ୍ଧନ ଉପରେ ବିଜୟ ପ୍ରାପ୍ତ କରୁଥିବା ବିଜୟୀ ରତ୍ନ ହୁଅ ତେବେ ଯାଇ ଅନ୍ତିମ କର୍ମାତୀତ ସ୍ୱରୂପର ଅନୁଭବୀ ସ୍ୱରୂପ ହୋଇପାରିବ ।