26.07.25 Morning Odia Murli Om Shanti BapDada Madhuban
“ମିଠେବଚ୍ଚେ:- ଏହି
ସଙ୍ଗମଯୁଗ ବିକର୍ମ ବିନାଶ କରିବାର ଯୁଗ, ଏହି ଯୁଗରେ ତୁମମାନଙ୍କୁ କୌଣସି ବିକର୍ମ କରିବାର ନାହିଁ,
ପବିତ୍ର ନିଶ୍ଚିତ ହେବାକୁ ପଡ଼ିବ ।”
ପ୍ରଶ୍ନ:-
ଅତିନ୍ଦ୍ରିୟ
ସୁଖର ଅନୁଭବ କେଉଁ ସନ୍ତାନମାନେ କରିପାରିବେ?
ଉତ୍ତର:-
ଯେଉଁମାନେ ଅବିନାଶୀ ଜ୍ଞାନ ରତ୍ନରେ ଭରପୁର ଅଟନ୍ତି, ସେହିମାନଙ୍କୁ ହିଁ ଅତିନ୍ଦ୍ରିୟ ସୁଖର
ଅନୁଭବ ହୋଇପାରିବ । ଯେଉଁମାନେ ଯେତେ ଜ୍ଞାନକୁ ଜୀବନରେ ଧାରଣ କରିବେ ସେମାନେ ସେତେ ଧନବାନ ହେବେ
। ଯଦି ଜ୍ଞାନରତ୍ନର ଧାରଣା ହେଉନାହିଁ ତେବେ ଗରୀବ କୁହାଯିବ । ବାବା ତୁମମାନଙ୍କୁ ଅତୀତ,
ବର୍ତ୍ତମାନ ଏବଂ ଭବିଷ୍ୟତର ଜ୍ଞାନ ଦେଇ ତ୍ରିକାଳଦର୍ଶୀ କରିଦେଉଛନ୍ତି ।
ଗୀତ:-
ଓମ୍ ନମୋ ଶିବାୟ
...
ଓମ୍ ଶାନ୍ତି ।
ଅତୀତ ହିଁ
ବର୍ତ୍ତମାନର ରୂପ ନେଇଥାଏ ପୁଣି ଏହି ବର୍ତ୍ତମାନ ମଧ୍ୟ ଅତୀତ ହୋଇଯିବ । ଏସବୁ ଗାୟନ ଅତୀତର
କରୁଛନ୍ତି । ବର୍ତ୍ତମାନ ତୁମେ ପୁରୁଷୋତ୍ତମ ସଙ୍ଗମଯୁଗରେ ଅଛ । ପୁରୁଷୋତ୍ତମ ଅକ୍ଷର ନିଶ୍ଚୟ
ଲେଖିବା ଉଚିତ୍ । ତୁମେ ବର୍ତ୍ତମାନକୁ ଦେଖୁଛ, ଯାହା ଅତୀତର ଗାୟନ ରହିଛି ତାହା ଏବେ ବାସ୍ତବରେ
ହେଉଛି, ଏଥିରେ କୌଣସି ସଂଶୟ ଆଣିବା ଅନୁଚିତ୍ । ପିଲାମାନେ ଜାଣିଛନ୍ତି ସଙ୍ଗମଯୁଗ ମଧ୍ୟ ଅଛି,
କଳିଯୁଗର ଅନ୍ତ ମଧ୍ୟ ହେଉଛି । ବାସ୍ତବରେ ୫ ହଜାର ବର୍ଷ ପୂର୍ବରୁ ସଙ୍ଗମଯୁଗ ଅତୀତ ହୋଇଯାଇଛି,
ଏବେ ପୁଣି ଅତିକ୍ରମ ହେଉଛି । ଏବେ ବାବା ଆସିଛନ୍ତି, ଯାହା ଅତୀତ ହୋଇଗଲାଣି ତାହା ପୁଣି
ଭବିଷ୍ୟତରେ ହେବ । ବାବା ରାଜଯୋଗ ଶିଖାଉଛନ୍ତି ପୁଣି ସତ୍ୟଯୁଗରେ ରାଜ୍ୟ ପାଇବୁ । ବର୍ତ୍ତମାନ
ସଙ୍ଗମଯୁଗ । ଏହି କଥା ତୁମମାନଙ୍କ ବ୍ୟତୀତ କେହି ଜାଣିନାହାଁନ୍ତି । ତୁମେ ପ୍ରତ୍ୟକ୍ଷ ରୂପେ
ରାଜଯୋଗ ଶିଖୁଛ । ଏହା ଅତି ସହଜ ଅଟେ । ଛୋଟ ବଡ଼ ଯେଉଁ ସନ୍ତାନମାନେ ମଧ୍ୟ ଅଛନ୍ତି, ସମସ୍ତଙ୍କୁ
ଗୋଟିଏ ମୁଖ୍ୟ କଥା ନିଶ୍ଚୟ ବୁଝାଇବାକୁ ହେବ ଯେ, ବାବାଙ୍କୁ ମନେ ପକାଅ ତେବେ ବିକର୍ମ ବିନାଶ ହେବ
। ବର୍ତ୍ତମାନ ବିକର୍ମ ବିନାଶ କରିବାର ସମୟ ଅଟେ, ତେଣୁ ଏପରି କିଏ ଥିବେ ଯିଏ ପୁଣି ବିକର୍ମ କରିବେ
। କିନ୍ତୁ ମାୟା ବିକର୍ମ କରାଇଦେଉଛି, ଭାବୁଛନ୍ତି ମାୟାର ଚାପୁଡ଼ା ଲାଗିଗଲା । ମୋ ଦ୍ୱାରା ବହୁତ
ବଡ ଭୁଲ୍ ହୋଇଗଲା । ବାବାଙ୍କୁ ଡ଼ାକୁଛନ୍ତି, ହେ ପତିତ ପାବନ ଆସ । ତେଣୁ ବାବା ଆସିଛନ୍ତି ପବିତ୍ର
କରିବା ପାଇଁ ତେଣୁ ପବିତ୍ର ହେବା ଦରକାର ନା, ଈଶ୍ୱରଙ୍କର ହୋଇ ପୁଣି ପତିତ ହେବା ଅନୁଚିତ୍ ।
ସତ୍ୟଯୁଗରେ ସମସ୍ତେ ପବିତ୍ର ଥିଲେ । ଏହି ଭାରତ ହିଁ ପବିତ୍ର ଥିଲା । ଗାୟନ ମଧ୍ୟ କରୁଛନ୍ତି -
ନିର୍ବିକାରୀ ଦୁନିଆ ଏବଂ ବିକାରୀ ଦୁନିଆ । ତାହା ସମ୍ପୂର୍ଣ୍ଣ ନିର୍ବିକାରୀ, ଆମେ ବିକାରୀ ଅଟୁ
କାହିଁକିନା ଆମେ ବିକାରଗ୍ରସ୍ତ ହେଉଛୁ । ବିଷର ନାମ ହିଁ ହେଉଛି ବିକାର । ପତିତମାନେ ହିଁ
ଡ଼ାକୁଛନ୍ତି ଆସି ପବିତ୍ର କର । କ୍ରୋଧୀ ତ ଏପରି ଡ଼ାକୁନାହାଁନ୍ତି । ବାବା ମଧ୍ୟ ପୁଣି ଡ଼୍ରାମାର
ପ୍ଲାନ ଅନୁସାରେ ଆସୁଛନ୍ତି । ଏଥିରେ ଟିକିଏ ହେଲେ ମଧ୍ୟ ଫରକ ପଡ଼ିପାରିବ ନାହିଁ । ଯାହା ଅତୀତ
ହୋଇଯାଇଛି ତାହା ପୁଣି ବର୍ତ୍ତମାନ ହେବାକୁ ଯାଉଛି । ବାବା ଅତୀତ, ବର୍ତ୍ତମାନ, ଭବିଷ୍ୟତକୁ
ଜାଣିଛନ୍ତି ତେଣୁ ତାଙ୍କୁ ହିଁ ତ୍ରିକାଳଦର୍ଶୀ କୁହାଯାଉଛି । ଏହି କଥା ମନେରଖିବାକୁ ହେବ । ଏହା
ବହୁତ ମେହନତର କଥା ଅଟେ । କିନ୍ତୁ ଘଡ଼ିକୁ ଘଡ଼ି ଭୁଲିଯାଉଛନ୍ତି । ନଚେତ୍ ତୁମେ କେତେ ଅତିନ୍ଦ୍ରିୟ
ସୁଖରେ ରହିବା ଉଚିତ୍ । ତୁମେମାନେ ଏଠାରେ ଅବିନାଶୀ ଜ୍ଞାନ ଧନ ଦ୍ୱାରା ବହୁତ-ବହୁତ ସାହୁକାର
ହେଉଛ । ଯାହାର ଯେତିକି ଧାରଣା ସେହି ଅନୁଯାୟୀ ସାହୁକାର ହେଉଛନ୍ତି, କିନ୍ତୁ ତାହା ନୂଆ ଦୁନିଆ
ପାଇଁ । ତୁମେମାନେ ଜାଣିଛ ଆମେ ଯାହା କିଛି କରୁଛୁ ତାହା ଭବିଷ୍ୟତ ନୂଆ ଦୁନିଆ ପାଇଁ । ବାବା
ଆସିଛନ୍ତି ହିଁ ନୂଆ ଦୁନିଆର ସ୍ଥାପନ କରି, ପୁରୁଣା ଦୁନିଆର ବିନାଶ କରିବା ପାଇଁ, ଏ ସବୁ କଳ୍ପ
ପୂର୍ବ ସଦୃଶ ହିଁ ହେବ । ତୁମେ ଏସବୁ ଦେଖିବ । ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ହେବ, ଭୂମିକମ୍ପ
ହେବ, ସବୁ କିଛି ବିନାଶ ହୋଇଯିବ । ଭାରତରେ କେତେ ଭୂମିକମ୍ପ ହେବ । ମୁଁ ତ କହୁଛି - ତାହା ତ
ନିଶ୍ଚିତ ହେବ, କଳ୍ପ ପୂର୍ବରୁ ମଧ୍ୟ ହୋଇଥିଲା । ସେଥିପାଇଁ ତ କହୁଛନ୍ତି ସୁନାର ଦ୍ୱାରିକା ତଳକୁ
ଚାଲିଯାଇଛି । ପିଲାମାନେ ଏହି କଥାକୁ ଭଲ ଭାବରେ ବୁଦ୍ଧିରେ ରଖିବା ଉଚିତ୍ ଯେ ଆମେ ୫ ହଜାର ବର୍ଷ
ପୂର୍ବରୁ ମଧ୍ୟ ଏହି ଜ୍ଞାନ ନେଇଥିଲୁ, ଏଥିରେ ଟିକିଏ ବି ବ୍ୟତିକ୍ରମ ନାହିଁ । ବାବା ୫ ହଜାର
ବର୍ଷ ପୂର୍ବେ ମଧ୍ୟ ଆମେ ଏ ଜ୍ଞାନ ଆପଣଙ୍କଠାରୁ ନେଇଥିଲୁ । ଆମେ ଅନେକ ଥର ଆପଣଙ୍କଠାରୁ ସମ୍ପତ୍ତି
ନେଇଛୁ ଯାହାର ଗଣନା ହୋଇପାରିବ ନାହିଁ । କେତେ ଥର ତୁମେମାନେ ବିଶ୍ୱର ମାଲିକ ହୋଇଛ, ପୁଣି ଫକୀର
ହେଉଛ । ବର୍ତ୍ତମାନ ଭାରତ ପୂରା ଫକୀର ହୋଇଯାଇଛି । ତୁମେ ଡ଼୍ରାମାର ପ୍ଲାନ ଅନୁସାରେ ମଧ୍ୟ ଲେଖୁଛ
। ସେମାନେ ଡ଼୍ରାମା ଅକ୍ଷର କହୁ ନାହାଁନ୍ତି । ତାଙ୍କର ନିଜସ୍ୱ ପ୍ଲାନ ରହିଛି ।
ତୁମେମାନେ କହୁଛ,
ଡ଼୍ରାମାର ପ୍ଲାନ ଅନୁସାରେ ୫ ହଜାର ବର୍ଷ ପୂର୍ବ ଭଳି ଆମେ ପୁନର୍ବାର ସ୍ଥାପନା କରୁଛୁ । କଳ୍ପ
ପୂର୍ବରୁ ଯେଉଁ କର୍ତ୍ତବ୍ୟ କରିଥିଲୁ ତାହା ପୁଣି ଏବେ ମଧ୍ୟ ଶ୍ରୀମତ ଆଧାରରେ କରୁଛୁ । ଶ୍ରୀମତ
ଦ୍ୱାରା ହିଁ ଶକ୍ତି ନେଉଛୁ । ଶିବଶକ୍ତି ନାମ ମଧ୍ୟ ରହିଛି ନା । ତେଣୁ ତୁମେମାନେ ହେଉଛ ଶିବ
ଶକ୍ତି ଦେବୀ, ଯେଉଁମାନଙ୍କର ପୂଜା ମନ୍ଦିରରେ ହେଉଛି । ତୁମେ ଦେବୀମାନେ ହିଁ ବିଶ୍ୱର ରାଜ୍ୟ
ପ୍ରାପ୍ତ କରୁଛ । ଜଗତଅମ୍ବାଙ୍କୁ ଦେଖ ତାଙ୍କର କେତେ ପୂଜା କରାଯାଉଛି । ଅନେକ ନାମ ରଖିଦେଇଛନ୍ତି
। ସେ ତ ଜଣେ ହିଁ ଅଟନ୍ତି ନା । ଯେପରି ବାପ ଏକମାତ୍ର ଶିବ ହିଁ ଅଟନ୍ତି । ତୁମେମାନେ ମଧ୍ୟ
ବିଶ୍ୱକୁ ସ୍ୱର୍ଗ କରିବାରେ ସହଯୋଗ ଦେଉଥିବାରୁ ତୁମର ମଧ୍ୟ ପୂଜା ହେଉଛି । ଅନେକ ଦେବୀ ରହିଛନ୍ତି,
ଲକ୍ଷ୍ମୀଙ୍କର କେତେ ପୂଜା କରୁଛନ୍ତି । ଦୀପାବଳୀ ଦିନ ମହାଲକ୍ଷ୍ମୀଙ୍କର ପୂଜା କରିଥା’ନ୍ତି । ସେ
ହେଉଛନ୍ତି ମୁଖ୍ୟ, ମହାରାଜା-ମହାରାଣୀଙ୍କୁ ମିଶାଇ ମହାଲକ୍ଷ୍ମୀ କହିଦେଉଛନ୍ତି, ସେଥିରେ
ଲକ୍ଷ୍ମୀ-ନାରାୟଣ ଉଭୟ ଆସିଯାଉଛନ୍ତି । ଆମେ ମଧ୍ୟ ମହାଲକ୍ଷ୍ମୀଙ୍କର ପୂଜା କରୁଥିଲୁ, ଧନବୃଦ୍ଧି
ହେଲେ ବୁଝିଯାଆନ୍ତି ଯେ, ମହାଲକ୍ଷ୍ମୀଙ୍କର କୃପା ହେଲା । ପ୍ରତ୍ୟେକ ବର୍ଷ ପୂଜା କରିଥାନ୍ତି ।
ଆଚ୍ଛା, ତାଙ୍କଠାରୁ ଧନ ମାଗିଥା’ନ୍ତି, ସଙ୍ଗମଯୁଗର ଦେବୀଙ୍କଠାରୁ କ’ଣ ମାଗିବେ? ତୁମେମାନେ
ସଙ୍ଗମଯୁଗୀ ଦେବୀ ସ୍ୱର୍ଗର ବରଦାନ ଦେଉଛ । ମନୁଷ୍ୟମାନଙ୍କୁ ଏ କଥା ଜଣାନାହିଁ ଯେ,
ଦେବୀମାନଙ୍କଠାରୁ ସ୍ୱର୍ଗର ସମସ୍ତ କାମନା ପୂର୍ଣ୍ଣ ହୋଇଥାଏ । ତୁମେମାନେ ଦେବୀ ଅଟ ନା ।
ମନୁଷ୍ୟମାନଙ୍କୁ ଜ୍ଞାନଦାନ କରୁଛ ଯାହାଦ୍ୱାରା ସବୁ କାମନା ପୂର୍ଣ୍ଣ କରି ଦେଉଛ । ରୋଗ ଆଦି ହେଲେ
ଦେବୀମାନଙ୍କୁ ରୋଗମୁକ୍ତ କରିବା ପାଇଁ କହିଥା’ନ୍ତି ଓ ନିଜର ରକ୍ଷାର ମାଗୁଣି କରିଥା’ନ୍ତି ।
ଅନେକ ପ୍ରକାରର ଦେବୀ ରହିଛନ୍ତି । ତୁମେ ହେଉଛ ସଙ୍ଗମଯୁଗର ଶିବଶକ୍ତି ଦେବୀ । ତୁମେ ହିଁ
ସ୍ୱର୍ଗର ବରଦାନ ଦେଉଛ । ବାବାଙ୍କ ସହିତ ପିଲାମାନେ ମଧ୍ୟ ଦେଉଛନ୍ତି । ମହାଲକ୍ଷ୍ମୀଙ୍କୁ ଦେଖାଇ
ନାରାୟଣଙ୍କୁ ଗୁପ୍ତ କରି ଦେଉଛନ୍ତି । ବାବା ତୁମର କେତେ ପ୍ରଭାବ ବଢାଉଛନ୍ତି । ଦେବୀମାନେ ୨୧
ଜନ୍ମ ପାଇଁ ସୁଖର ସବୁ କାମନା ପୂର୍ଣ୍ଣ କରୁଛନ୍ତି । ଲକ୍ଷ୍ମୀଙ୍କଠାରୁ ଧନ ମାଗୁଛନ୍ତି । ଧନ
ନିମନ୍ତେ ହିଁ ମନୁଷ୍ୟ କର୍ମଧନ୍ଦା କରୁଛନ୍ତି । ତୁମକୁ ତ ବାବା ଆସି ସାରା ବିଶ୍ୱର ମାଲିକ କରାଇ,
ଅସରନ୍ତି ଧନ ଦେଉଛନ୍ତି ଶ୍ରୀଲକ୍ଷ୍ମୀ-ନାରାୟଣ ବିଶ୍ୱର ମାଲିକ ଥିଲେ । ଏବେ କାଙ୍ଗାଳ ହୋଇ
ଯାଇଛନ୍ତି । ତୁମେମାନେ ଜାଣିଛ, ରାଜତ୍ତ୍ୱ କଲେ, ପୁଣି କିପରି ଧିରେ ଧିରେ ଅବରୋହଣ କଳା ହେଉଛି ।
ପୁନର୍ଜନ୍ମ ନେଇ ନେଇ କଳା କମ୍ ହୋଇ ହୋଇ ଏବେ ଦେଖ କିପରି ଅବସ୍ଥା ହୋଇଛି! ଏହା ମଧ୍ୟ ନୂଆ କଥା
ନୁହେଁ । ପ୍ରତ୍ୟେକ ୫ ହଜାର ବର୍ଷରେ ଥରେ ଚକ୍ର ଘୂରୁଛି । ବର୍ତ୍ତମାନ ଭାରତ କେତେ କାଙ୍ଗାଳ
ହୋଇଯାଇଛି । ଏହା ରାବଣ ରାଜ୍ୟ ଅଟେ । ଭାରତ କେତେ ଶ୍ରେଷ୍ଠ ନମ୍ବର ୱାନ ଥିଲା, ଏବେ ଶେଷ ନମ୍ବରରେ
ଅଛି । ଶେଷକୁ ନ ଆସିଲେ ପୁଣି ନମ୍ବରୱାନରେ କିପରି ଯିବେ । ହିସାବ ରହିଛି ନା । ଧୈର୍ଯ୍ୟର ସହିତ
ବିଚାର ସାଗର ମନ୍ଥନ କଲେ ସବୁକଥା ସ୍ୱତଃ ବୁଦ୍ଧିରେ ଆସିଯିବ । କେତେ ମଧୁର କଥା ଅଟେ ।
ବର୍ତ୍ତମାନ ତ ତୁମେମାନେ ସାରା ସୃଷ୍ଟି ଚକ୍ରକୁ ଜାଣିଗଲଣି । କେବଳ ସ୍କୁଲରେ ପାଠପଢାଯାଏ ନାହିଁ
। ଶିକ୍ଷକ ମଧ୍ୟ ବିଷୟ ବସ୍ତୁ ଘରେ ପଢିବାକୁ ଦେଇଥାନ୍ତି, ଯାହାକୁ ହୋମ ୱାର୍କ କୁହାଯାଏ । ବାବା
ମଧ୍ୟ ତୁମକୁ ହୋମୱାର୍କ ଦେଉଛନ୍ତି, ଦିନରେ ଧନ୍ଦା ଆଦିକର, ଶରୀର ନିର୍ବାହ ତ କରିବାକୁ ହିଁ ପଡ଼ିବ
। ଅମୃତବେଳାରେ ତ ସମସ୍ତଙ୍କୁ ଫୁରସତ ମିଳିଥାଏ । ଭୋର ୨-୩ ଟା ସମୟ ବହୁତ ଭଲ, ସେ ସମୟରେ ଉଠି
ବାବାଙ୍କୁ ସ୍ନେହର ସହିତ ମନେ ପକାଅ । ଏହି ବିକାର ହିଁ ତୁମକୁ ଆଦି-ମଧ୍ୟ-ଅନ୍ତ ଦୁଃଖ ଦେଇଛି ।
ରାବଣକୁ ଜଳାଉଛନ୍ତି କିନ୍ତୁ ଏହାର ଅର୍ଥ କିଛି ହେଲେ ଜାଣିନାହାଁନ୍ତି । ବାସ୍ କେବଳ ପରମ୍ପରାରୁ
ରାବଣକୁ ଜଳାଇବାର ପ୍ରଥା ଚାଲି ଆସୁଛି । ଡ଼୍ରାମା ଅନୁସାରେ ଏହା ମଧ୍ୟ ନିଧାର୍ଯ୍ୟ ରହିଛି ।
ରାବଣକୁ ମାରି ଆସୁଛନ୍ତି କିନ୍ତୁ ରାବଣ ମରୁନାହିଁ । ଏବେ ତୁମେ ଜାଣିଛ ଯେ ଏହି ରାବଣକୁ ଜଳାଇବା
ବନ୍ଦ କେବେ ହେବ । ତୁମେ ଏବେ ପ୍ରକୃତ ସତ୍ୟନାରାୟଣଙ୍କର କଥା ଶୁଣୁଛ । ତୁମେ ଜାଣିଛ ଯେ ଆମକୁ ଏବେ
ବାବାଙ୍କଠାରୁ ସମ୍ପତ୍ତି ମିଳୁଛି । ବାବାଙ୍କୁ ନ ଜାଣିବା କାରଣରୁ ହିଁ ସମସ୍ତେ ନିର୍ଦ୍ଧନ
ହୋଇଯାଇଛନ୍ତି । ବାବା ଯିଏକି ଭାରତକୁ ସ୍ୱର୍ଗ କରୁଛନ୍ତି ତାଙ୍କୁ ମଧ୍ୟ ଜାଣିନାହାଁନ୍ତି । ଏହା
ମଧ୍ୟ ଡ଼୍ରାମାରେ ନିଧାର୍ଯ୍ୟ ରହିଛି । ସିଡ଼ିରେ ତଳକୁ ଓହ୍ଲାଇ ତମୋପ୍ରଧାନ ହେଲେ ଯାଇ ବାବା ଆସିବେ
। କିନ୍ତୁ ନିଜକୁ କେହି ତମୋପ୍ରଧାନ ଭାବୁନାହାଁନ୍ତି । ବାବା କହୁଛନ୍ତି ବର୍ତ୍ତମାନ ସମଗ୍ର
ବୃକ୍ଷର ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ହୋଇଗଲାଣି । ଏଠାରେ କେହି ଜଣେ ହେଲେ ସତ୍ତ୍ୱପ୍ରଧାନ
ନାହାଁନ୍ତି । ସୁଖଧାମ ଏବଂ ଶାନ୍ତିଧାମରେ ସତ୍ତ୍ୱପ୍ରଧାନ ହେବେ । ବର୍ତ୍ତମାନ ତମୋପ୍ରଧାନ ଅଟନ୍ତି
। ବାବା ହିଁ ଆସି ତୁମକୁ ଅଜ୍ଞାନ ନିଦ୍ରାରୁ ଜାଗ୍ରତ କରୁଛନ୍ତି । ତୁମେ ପୁଣି ଅନ୍ୟମାନଙ୍କୁ
ଜାଗ୍ରତ କରୁଛ, ଜାଗ୍ରତ ମଧ୍ୟ ହେଉଛନ୍ତି । ମନୁଷ୍ୟ ମରିଗଲେ ଦୀପ ଜଳାଇଥାନ୍ତି ଆଲୋକକୁ ଆସିବା
ପାଇଁ । ବର୍ତ୍ତମାନ ଘୋର ଅନ୍ଧକାର ହୋଇଯାଇଛି, ଆତ୍ମାମାନେ ସ୍ୱତଃ ନିଜର ଘରକୁ ଫେରି ଯାଇପାରିବେ
ନାହିଁ । ଯଦିଓ ଇଚ୍ଛା ହେଉଛି ଯେ ଦୁଃଖରୁ ମୁକ୍ତ ହେବୁ । କିନ୍ତୁ ଜଣେ ହେଲେ ମୁକ୍ତ ହୋଇପାରିବେ
ନାହିଁ ।
ଯେଉଁ ସନ୍ତାନମାନଙ୍କୁ
ପୁରୁଷୋତ୍ତମ ସଙ୍ଗମଯୁଗର ସ୍ମୃତି ରହୁଛି ସେ ଜ୍ଞାନ ରତ୍ନ ଦାନ କରିବା ବିନା ରହିପାରିବେ ନାହିଁ ।
ଯେପରି ମନୁଷ୍ୟ ପୁରୁଷୋତ୍ତମ ମାସରେ ବହୁତ ଦାନ-ପୂଣ୍ୟ କରିଥା’ନ୍ତି ସେହିପରି ଏହି ପୁରୁଷୋତ୍ତମ
ସଙ୍ଗମଯୁଗରେ ତୁମକୁ ଜ୍ଞାନ ରତ୍ନର ଦାନ କରିବାକୁ ହେବ । ଏ କଥା ମଧ୍ୟ ଜାଣିଛ ଯେ, ଏଠାରେ ସ୍ୱୟଂ
ପରମପିତା ପରମାତ୍ମା ପାଠ ପଢାଉଛନ୍ତି, କୃଷ୍ଣଙ୍କର କଥା ନୁହେଁ । କୃଷ୍ଣ ତ ହେଉଛନ୍ତି ସତ୍ୟଯୁଗର
ପ୍ରଥମ ରାଜକୁମାର, ସେ ପୁଣି ପୁନର୍ଜନ୍ମ ନେଇ ଆସୁଛନ୍ତି । ବାବା ଅତୀତ, ବର୍ତ୍ତମାନ, ଭବିଷ୍ୟତର
ରହସ୍ୟ ମଧ୍ୟ ବୁଝାଉଛନ୍ତି । ତୁମେ ତ୍ରିକାଳଦର୍ଶୀ ହେଉଛ, ବାବାଙ୍କ ବିନା ଆଉ କେହି ତ୍ରିକାଳଦର୍ଶୀ
କରିପାରିବେ ନାହିଁ । ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ବାବାଙ୍କ ପାଖରେ ହିଁ ଅଛି, ସେଥିପାଇଁ
ତାଙ୍କୁ ହିଁ ଜ୍ଞାନର ସାଗର କୁହାଯାଉଛି । ସର୍ବୋଚ୍ଚ ଭଗବାନଙ୍କର ହିଁ ଗାୟନ ରହିଛି, ସେ ହିଁ
ରଚୟିତା ଅଟନ୍ତି । ହେଭେନ୍ଲି ଗଡ଼ ଫାଦର ଅକ୍ଷର ବହୁତ କ୍ଲିୟର ଅଟେ - ଯିଏକି ସ୍ୱର୍ଗର ସ୍ଥାପନା
କରୁଛନ୍ତି । ଶିବଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି କିନ୍ତୁ ସେ କେବେ ଆସିଲେ,କ’ଣ କଲେ - ଏ କଥା କିଛି
ବି ଜାଣିନାହାଁନ୍ତି । ଜୟନ୍ତୀର ଅର୍ଥ ହିଁ ଜଣାନାହିଁ ତେଣୁ ଜୟନ୍ତୀ ପାଳନ କରି କ’ଣ କରିବେ,
କିନ୍ତୁ ଏସବୁ ମଧ୍ୟ ଡ଼୍ରାମାରେ ରହିଛି । ବର୍ତ୍ତମାନ ହିଁ ତୁମେମାନେ ଡ଼୍ରାମାର ଆଦି-ମଧ୍ୟ-ଅନ୍ତକୁ
ଜାଣୁଛ ଆଉ କେବେ ଜାଣିପାରିବ ନାହିଁ । ପୁଣି ଯେତେବେଳେ ସଙ୍ଗମରେ ବାବା ଆସିବେ ସେତେବେଳେ ହିଁ
ଜାଣିବ । ଏବେ ତୁମର ସ୍ମୃତି ଆସୁଛି - ଏହି ୮୪ ଜନ୍ମର ଚକ୍ର କିପରି ଘୂରୁଛି । ଭକ୍ତିମାର୍ଗରେ
କ’ଣ ଅଛି, ଏହା ଦ୍ୱାରା ତ କିଛି ବି ମିଳୁନାହିଁ । କେତେ ଭକ୍ତମାନେ ଭିଡରେ ଧକ୍କା ଖାଇବାକୁ
ଯାଉଛନ୍ତି, ବାବା ସେଥିରୁ ତୁମମାନଙ୍କୁ ମୁକ୍ତ କରିଦେଲେ । ବର୍ତ୍ତମାନ ତୁମେମାନେ ଜାଣୁଛ ଯେ, ଆମେ
ଶ୍ରୀମତ ଅନୁସାରେ ପୁନର୍ବାର ଭାରତକୁ ଶ୍ରେଷ୍ଠ କରୁଛୁ । ଶ୍ରୀମତ ଦ୍ୱାରା ହିଁ ଶ୍ରେଷ୍ଠ ହେଉଛନ୍ତି,
ଯେଉଁ ଶ୍ରୀମତ ସଙ୍ଗମରେ ହିଁ ମିଳୁଛି । ତୁମେମାନେ ଯଥାର୍ଥ ଭାବରେ ଜାଣୁଛ ଯେ, ଆମେ କ’ଣ ଥିଲୁ ଏବଂ
କିପରି ଏଭଳି ହେଲୁ, ଏବେ ପୁଣି ପୁରୁଷାର୍ଥ କରୁଛୁ । ପିଲାମାନେ ଯଦି ପୁରୁଷାର୍ଥ କରି କରି କେବେ
ଫେଲ ହୋଇଗଲ ତେବେ ବାବାଙ୍କୁ ସମାଚାର ଦିଅ, ବାବା ପୁନର୍ବାର ଉତ୍ତୀର୍ଣ୍ଣ ହେବା ପାଇଁ ସାବଧାନୀ
ଦେବେ । କେବେ ବି ଫେଲ ହୋଇ ବସିଯାଅ ନାହିଁ । ପୁନର୍ବାର ଛିଡ଼ା ହୋଇଯାଅ, ଔଷଧ ଖାଅ, ସର୍ଜନ ତ
ବସିଛନ୍ତି ନା । ବାବା ବୁଝାଉଛନ୍ତି ୫ ମହଲା ଏବଂ ଦୁଇ ମହଲାରୁ ପଡ଼ିବାରେ ବହୁତ ଫରକ ରହିଛି । କାମ
ବିକାର ହେଉଛି ୫ ମହଲା । ସେଥିପାଇଁ ବାବା କହୁଛନ୍ତି କାମ ମହାଶତ୍ରୁ ଅଟେ, ସେ ତୁମକୁ ପତିତ କରିଛି,
ଏବେ ପାବନ ହୁଅ । ପତିତ-ପାବନ ବାବା ହିଁ ଆସି ତୁମମାନଙ୍କୁ ପାବନ କରାଉଛନ୍ତି ଏବଂ ତାହା ନିଶ୍ଚିତ
ସଙ୍ଗମରେ ହିଁ କରିବେ । କଳିଯୁଗର ଶେଷ ଏବଂ ସତ୍ୟଯୁଗ ଆଦିର ଏହା ହେଉଛି ସଙ୍ଗମ ।
ପିଲାମାନେ ଜାଣିଛନ୍ତି -
ବାବା ଏଠାରେ ଚାରା ଲଗାଉଛନ୍ତି ପୁଣି ପୂରା ବୃକ୍ଷ ଏଠାରେ ବଢିବ । ବ୍ରାହ୍ମଣମାନଙ୍କର ବୃକ୍ଷ
ବୃଦ୍ଧି ହୋଇ ପୁଣି ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀରେ ଯାଇ ସୁଖ ଭୋଗ କରିବେ । ବାବା କେତେ ସହଜ ଭାବରେ
ବୁଝାଉଛନ୍ତି । ଆଚ୍ଛା, ପଢିବା ପାଇଁ ମୁରଲୀ ମିଳୁନାହିଁ ତ ବାବାଙ୍କୁ ମନେ ପକାଅ । ଏହି କଥା
ବୁଦ୍ଧିରେ ପକ୍କା କର ଯେ, ଶିବବାବା ବ୍ରହ୍ମାଙ୍କ ଶରୀରରେ ଆସି ଆମକୁ କହୁଛନ୍ତି - ମୋତେ ମନେ
ପକାଇଲେ ତୁମେମାନେ ବିଷ୍ଣୁକୁଳକୁ ଚାଲିଯିବ । ତେବେ ଏ ସବୁର ଆଧାର ପୁରୁଷାର୍ଥ ଉପରେ ରହିଛି ।
କଳ୍ପ-କଳ୍ପ ଯାହା ପୁରୁଷାର୍ଥ କରିଛ, ତାହା ହିଁ ଚାଲିବ । ଅଧାକଳ୍ପ ଦେହ-ଅଭିମାନୀ ହୋଇଛ, ଏବେ
ଦେହୀ-ଅଭିମାନୀ ହେବାର ପୁରା ପୁରୁଷାର୍ଥ କର, ଏଥିରେ ହିଁ ମେହନତ ରହିଛି । ପାଠପଢା ତ ବହୁତ ସହଜ,
ମୁଖ୍ୟ ହେଉଛି ପବିତ୍ର ହେବାର କଥା । ବାବାଙ୍କୁ ଭୁଲିବା ଏହା ତ ବହୁତ ବଡ଼ ଭୁଲ୍ । ଦେହ-ଅଭିମାନରେ
ଆସିବା ଦ୍ୱାରା ହିଁ ବାବାଙ୍କୁ ଭୁଲୁଛ । ଶରୀର ନିର୍ବାହ ଅର୍ଥେ ଧନ୍ଦା ଆଦି ୮ ଘଣ୍ଟା କର, ବାକି
୮ ଘଣ୍ଟା ଯୋଗ କରିବାର ପୁରୁଷାର୍ଥ କରିବା ଉଚିତ୍ । ଏହି ଅବସ୍ଥା ଜଲ୍ଦି ହେବ ନାହିଁ । ଅନ୍ତିମ
ସମୟରେ ଯେତେବେଳେ ଏହି ଅବସ୍ଥା ହେବ ସେତେବେଳେ ବିନାଶ ହେବ । କର୍ମାତୀତ ଅବସ୍ଥା ହେଲେ ଏହି ଶରୀର
ରହିପାରିବ ନାହିଁ, ଶରୀର ଛାଡିବାକୁ ହେବ କାହିଁକିନା ଆତ୍ମା ପବିତ୍ର ହୋଇଯାଇଛି ନା । ଯେତେବେଳେ
କ୍ରମାନୁସାରେ କର୍ମାତୀତ ଅବସ୍ଥା ହୋଇଯିବ ସେତେବେଳେ ଲଢେଇ ଆରମ୍ଭ ହେବ, ସେତେବେଳ ପର୍ଯ୍ୟନ୍ତ
ରିହର୍ସଲ ଚାଲିବ । ଆଚ୍ଛା —
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି
ପୁରୁଷୋତ୍ତମ ମାସରେ ଅର୍ଥାତ୍ ସଙ୍ଗମଯୁଗରେ ଅବିନାଶୀ ଜ୍ଞାନରତ୍ନର ଦାନ କରିବାକୁ ହେବ ।
ଅମୃତବେଳାରେ ଉଠି ବିଚାର ସାଗର ମନ୍ଥନ କରିବାକୁ ହେବ । ଶ୍ରୀମତ ଅନୁସାରେ ଶରୀର ନିର୍ବାହ କରିବା
ସହିତ ବାବା ଯେଉଁ ହୋମୱାର୍କ ଦେଇଛନ୍ତି, ଅର୍ଥାତ୍ ଘର ଗୃହସ୍ଥରେ ରହି ଯେଉଁଭଳି କର୍ମ କରିବାକୁ
କହୁଛନ୍ତି ତାହା ମଧ୍ୟ ନିଶ୍ଚିତ କରିବାକୁ ହେବ ।
(୨) ପୁରୁଷାର୍ଥରେ ଯଦି
କୌଣସି ବିଘ୍ନ ଆସୁଛି ତେବେ ବାବାଙ୍କୁ ସାମାଚାର ଦେଇ ଶ୍ରୀମତ ନେବାକୁ ହେବ । ସର୍ଜନଙ୍କୁ ସବୁ କଥା
ଶୁଣାଇବାକୁ ହେବ । ବିକର୍ମ ବିନାଶ କରିବା ସମୟରେ କୌଣସି ନୂଆ ବିକର୍ମ କରିବା ଉଚିତ୍ ନୁହେଁ ।
ବରଦାନ:-
ଅଖଣ୍ଡ ଯୋଗର
ବିଧି ଦ୍ୱାରା ଅଖଣ୍ଡ ପୂଜ୍ୟ ହେଉଥିବା ଶ୍ରେଷ୍ଠ ମହାନ ଆତ୍ମା ହୁଅ ।
ଆଜିକାଲି ଯେଉଁମାନେ ସବୁ
ମହାନ ଆତ୍ମା ବୋଲାଉଛନ୍ତି ସେମାନଙ୍କର ନାମ ଅଖଣ୍ଡାନନ୍ଦ ଆଦି ରଖିଦେଉଛନ୍ତି କିନ୍ତୁ ସବୁଥିରେ
ଅଖଣ୍ଡ ସ୍ୱରୂପ ତ ତୁମେମାନେ ହିଁ ଅଟ - ଆନନ୍ଦରେ ମଧ୍ୟ ଅଖଣ୍ଡ, ସୁଖରେ ମଧ୍ୟ ଅଖଣ୍ଡ.... କେବଳ
ସଙ୍ଗଦୋଷରେ ଆସ ନାହିଁ । ଅନ୍ୟମାନଙ୍କର ଅବଗୁଣକୁ ଦେଖୁଥିଲେ ମଧ୍ୟ, ଶୁଣୁଥିଲେ ମଧ୍ୟ ସେଥିପ୍ରତି
ଧ୍ୟାନ ଦିଅ ନାହିଁ । ତେବେ ଏହି ବିଶେଷତା ଆଧାରରେ ତୁମେ ଅଖଣ୍ଡ ଯୋଗୀ ହୋଇଯିବ । ଯେଉଁମାନେ
ଅଖଣ୍ଡ ଯୋଗୀ ଅଟନ୍ତି ସେହିମାନେ ହିଁ ଅଖଣ୍ଡ ପୂଜ୍ୟ ହୋଇଥାଆନ୍ତି । ତେବେ ତୁମେମାନେ ଏଭଳି ମହାନ
ଆତ୍ମା ଅଟ ଯାହାକି ଅଧାକଳ୍ପ ପର୍ଯ୍ୟନ୍ତ ନିଜେ ପୂଜ୍ୟ ସ୍ୱରୂପରେ ରହୁଛ ଏବଂ ଆଉ ଅଧା କଳ୍ପ
ତୁମମାନଙ୍କର ଜଡଜିତ୍ରର ପୂଜନ ହେଉଛି ।
ସ୍ଲୋଗାନ:-
ଦିବ୍ୟ ବୁଦ୍ଧି
ହିଁ ଶାନ୍ତିର ଶକ୍ତିର ଆଧାର ଅଟେ ।
ଅବ୍ୟକ୍ତ ଈଶାରା:-
ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ ।
ଯିଏ ନିଜର ସୂକ୍ଷ୍ମଶକ୍ତି
ଗୁଡିକୁ ଯଥା ମନ ବୁଦ୍ଧିକୁ ନିୟନ୍ତ୍ରଣ କରିପାରିବ ସେ ଅନ୍ୟମାନଙ୍କୁ ମଧ୍ୟ ନିୟନ୍ତ୍ରଣ କରିପାରିବ
। ସେଥିପାଇଁ ଯଦି ନିଜ ଉପରେ ନିୟନ୍ତ୍ରଣ କରିବାର ଶକ୍ତି ଏବଂ ଶାସନ କରିବାର ଶକ୍ତି ଥିବ ତେବେ ଏହା
ହିଁ ଯଥାର୍ଥ ନିୟନ୍ତ୍ରଣ ଶକ୍ତି ପାଲଟିଯିବ । ଚାହେଁ ଅଜ୍ଞାନୀ ଆତ୍ମାମାନଙ୍କୁ ସେବା ଦ୍ୱାରା
ନିୟନ୍ତ୍ରଣ କର, ଚାହେଁ ବ୍ରାହ୍ମଣ ପରିବାରରେ ସ୍ନେହ ସମ୍ପନ୍ନ, ସନ୍ତୁଷ୍ଟତା ସମ୍ପନ୍ନ ବ୍ୟବହାର
କର - ଦୁଇଟି ଯାକରେ ସଫଳ ହୋଇଯିବ ।